ହରିବଂଶ (ତୃତୀୟ ଖଣ୍ଡ)
ମହାପୁରୁଷ · ପ୍ରାୟ ୧୪୮୫–୧୫୭୦
- ପଢ଼ିବା ସମୟ
- ୫୦୫ ମିନିଟ୍
- ଶବ୍ଦ
- ୮୦୮୭୩
- ସ୍ଥିତି
- ସାର୍ବଜନୀନ (Public domain)
ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ।ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟମୁଦୀରୟେତ୍ ॥
ନିଗମକଳ୍ପତରୋର୍ଗଳିତଂ ଫଳଂଶୁକମୁଖାଦମୃତଦ୍ରବସଂଯୁତଂ ।ପିବତଂ ଭାଗବତଂ ରସମାଳୟଂମୁହୁରହୋ ରସିକା ଭୁବି ଭଶ୍ରାବୁକାଃ ॥
ଯଂ ବ୍ରହ୍ମାବରୁଣୋନ୍ଦ୍ର ରୁଦ୍ରମରୁତସ୍ତୁନ୍ୱନ୍ତି ଦିବୈସ୍ତିବୈ-ର୍ବେଦୈଃସାଙ୍ଗପଦକ୍ର ମୋପନିଷଦୈର୍ଗାୟନ୍ତି ଯଂ ସାମଗାଃ ।ଧ୍ୟାନବସ୍ଥିତ ତଦ୍ଗତେନ ମନସା ପଶ୍ୟନ୍ତି ଯଂ ଯୋଗିନୋ,ଯସ୍ୟାନ୍ତଂ ନ ବିଦୁଃ ସୁରାସୁରଗଣା ଦେବାୟ ତସ୍ମୈ ନମଃ ॥
ଦୂତିକାଠାରୁ ପୂର୍ବ ବୃତ୍ତାନ୍ତ ଶୁଣି ଶ୍ରୀକୃଷ୍ଣଙ୍କର ରାସଲୀଳାର ଉଦ୍ୟମ
ଜୟ ଜୟ ରାମକୃଷ୍ଣ ବସୁଦେବ ସୁତଜୟ ହଳୀ ବନମାଳୀ ଅନାଦି ଅଚ୍ୟୁତ ।କଂସକେଶୀ ବିମର୍ଦ୍ଦନ ଭକ୍ତଜନ ବିନ୍ଧୁରାଧିକାହୃଦୟହାର କୃପାଜଳ ସିନ୍ଧୁ ।ଶରଣ ସୋଦର ନାଥ ବାରେ ଦୟାକରମୋ ହୃଦରୁ ଦୂରେ ହେଉ ଅଜ୍ଞାନ ତିମିର ।ଏଥୁ ଅନନ୍ତରେ ପୁଣି ପରୀକ୍ଷିତ ରାଜାଶୁକମୁନି ଚରଣରେ କଲେ ଦିବ୍ୟପୂଜା ।ଲକ୍ଷେକ ମାଢ଼ ସୁବର୍ଣ୍ଣ ପାଦତଳେ ଥୋଇଧୂପ ଦୀପ ନଇବେଦ୍ୟ ଛାମୁରେଣ ଦେଇ ।କୃତାଞ୍ଜଳି ହୋଇ ପୁଣି ବୋଲେ କୁରୁମଣିଶ୍ରୀକୃଷ୍ଣର ରାସକ୍ରୀଡ଼ା ନାନାରସ ଭଣି ।ଭୋ ମୁନି କହି ଫେଡ଼ିବା ମୋର ମନଭ୍ରାନ୍ତିତୁମ୍ଭ ମୁଖୁଁ ଶୁଣି ମୋର ମନ ହେବ ଶାନ୍ତି ।ଗୁପତରେ ରାମ କୃଷ୍ଣ ଗୋପପୁରେ ରହିଗୋପସ୍ତିରୀମାନଙ୍କୁ ସେ କାମରୂପେ ମୋହି ।ଏହି ଅକର୍ମ କେମନ୍ତେ କଲେ ଦେବହରିବାଳପୁତ୍ରରେ କେମନ୍ତେ ରମି ଗୋପନାରୀ ।ନିଲକ୍ଷଣ ଗୋପାଳୁଣୀ ପୁଣି ହୀନ ଜାତିଜାଣୁ ଜାଣୁ କଲେ ପୁଣି ଏମନ୍ତ ଅନୀତି ।ପ୍ରତ୍ୟକ୍ଷ ଜାଣନ୍ତି ରହି କୃଷ୍ଣ ଜନ୍ମଦିନଦେଖୁ ଦେଖୁଁ କେମନ୍ତେ ସେ ହୋଇଲେ ଅଜ୍ଞାନ ।ଉଠିଆରି ଅନ୍ତୁଡ଼ିରେ କାଟି ଯାର ଲାହିରାସରଙ୍ଗେ ଭର୍ତ୍ତା ତେଜ୍ୟା କଲେ ପୁଣି ସେହି ।ନିଲକ୍ଷଣ ଗଉଡ଼ୁଣୀମାନେ ନୀଚ ଜାତିକେମନ୍ତେ ରସି ପୀରତି କଲେ ଶିରୀପତି ।ବିଡ଼ନ୍ୱନ କଥା ଏହି କହି ନ ଯୋଗାଇବାଳପୁଅ ସଙ୍ଗେ ନବ ଯୁବତୀ ରସଇ ।ଶାଶୁ ଶ୍ୱଶୁର ଦିଅର ଗୃହସ୍ଥ ଦେଖନ୍ତେବନସ୍ତରେ ବୁଲୁଥାନ୍ତି ବେଶ୍ୟାଙ୍କର ମତେ ।ବିବିଧ ବନ୍ଧରେ ପୁଣି କରାଇଲେ ରତିଏକା ପୁରୁଷରେ ବଶ ସମସ୍ତ ଯୁବତୀ ।ବତିଶ ଯେ ଆଲିଙ୍ଗନ ଷୋଳକଳା ରତିଚଉଷଠି ବନ୍ଧ କାମଶାସ୍ତ୍ରର ଯେ ରୀତି ।ବିଧାତା ବାଣ୍ଟିଲା ଏହା ଷୋଳଭାଗ କରିସ୍ତିରୀଙ୍କି ଦ୍ୱାଦଶଭାଗ ପୁରୁଷଙ୍କୁ ଚାରି ।ଏକ ସ୍ତିରୀକି ଯେ ଏକ ପୁରୁଷ ସଂସାରେଆଗହୁଁ ଧାତା ନିର୍ମାଣିଅଛି ଏ ପ୍ରକାରେ ।ଷୋଳସହସ୍ର ଅଟନ୍ତି ବଜ୍ରପୁର ନାରୀକେମନ୍ତେ ବିହାର କଲେ ଏକା ଦେବହରି ।କେ ପିଉସୀ ମାଉସୀ ଖୁଡ଼ା ଯେ ଜେଠେଈଏଡ଼େ ଅନୀତି କିପାଇଁ କରିଲେ ମାଧୋଇ ।ଗୋପାଳୁଣୀମାନେ କିପାଁ ଅଜ୍ଞାନୀ ହୋଇଲେଅଲଘିଂ ତହିଁ ଲଘିଂଲେ ଲାଜ ନ ପାଇଲେ ।କେମନ୍ତେ ଏଡ଼େକ କର୍ମ କଲେକ ଶ୍ରୀବତ୍ସିଏ କଥାମାନ ସନ୍ଦେହ ମୋତେ ଲାଗୁଅଛି ।ସେ ଯେ ନାରାୟଣ ସ୍ୱାମୀ ସେହି ସିନା ଧର୍ମଜାଣୁ ଜାଣୁ କିପାଁ ସେହି କଲେକ ଅକର୍ମ ।ସେ ବା ପ୍ରଭୁପଣେ କଲେ ଏସନ ଗାରିମାଏହା କେମନ୍ତେ କଲେ ସେ ଗୋପପୁର ବାମା ।ଜଗତ କରତା ସଙ୍ଗେ ଅଙ୍ଗସଙ୍ଗ କଲେଏ ବଡ଼ କଥାକୁ ଲାଜ ଭୟ ନ ପାଇଲେ ।ଏ କଥା ସଂକ୍ଷେପି ମୋତେ କହ ତପୋନିଷ୍ଠିଭାଗବତ ଶୁଣି ଯାଉ ମୋ ସଂଶୟ ଫିଟି ।ରାଜା ବଚନେ ବୋଲନ୍ତି ଶୁକ ତପଚାରୀସାବଧାନେ ଶୁଣ ସୋମବଂଶ ଅଧିକାରୀ ।ପବିତ୍ର ବିଷ୍ଣୁପୁରାଣ ଗଙ୍ଗାଜଳମୟଶୁଣନ୍ତେ ପାପାଧିପାପମାନ ଯିବ କ୍ଷୟ ।ଅଷ୍ଟାଦଶ ପୁରାଣ ଯେ ନବ ବ୍ୟାକରଣଆଗମ ନିଗମ ଆଦି ଅଛି ଏଥେଁ ଜାଣ ।କାବ୍ୟ ମହାନାଟକ ଯେ ବେଦହିଁ ବେଦାଙ୍ଗକଉତୁକ କଲେ ହରି କାମିନୀଙ୍କ ସଙ୍ଗ ।ନାନା ରଙ୍ଗେ କ୍ରୀଡ଼ା କଲେ ଜଗତର ନାଥଝାଞ୍ଜ ମୃଦଙ୍ଗ ଯେ ବୀଣା ମର୍ଦ୍ଦଳ ସଙ୍ଗୀତ ।ଓକଟ ଡାକି ବଜାନ୍ତି ପଖାଉଜ ଯନ୍ତ୍ରେତାଳି ବଜାଇ ନାଚନ୍ତି ଗାପୀଙ୍କ ସଙ୍ଗତେ ।ଏହି ପ୍ରକାରେ କୀର୍ତ୍ତନ କରନ୍ତି ଶ୍ରୀହରିଗୋପୀମାନଙ୍କ ସଙ୍ଗତେ ରାସକ୍ରୀଡ଼ା କରି ।ପୂର୍ବେ ଯେ ଷୋଳ ସହସ୍ର ମୁନି ବାଳଖିଲ୍ୟାମୁକ୍ତ ହେବାର ନିମନ୍ତେ ହେଲେ ଗୋପବାଳା ।ଅତି ରଙ୍ଗେ ଗୋବିନ୍ଦର ସଙ୍ଗେ କଲେ କେଳିକର୍ଣ୍ଣେ ଶୁଣନ୍ତେ ଅମୃତ ରସବିନ୍ଦୁ ଗଳି ।ସୁଜ୍ଞଜନମାନେ ଏହା ଶୁଣ ଡେରି କର୍ଣ୍ଣସ୍ୱର୍ଗ ଭକ୍ତି ଯୋଗ ଯେ ଚୌରାଶୀ ସସ୍ର ଜ୍ଞାନ ।ଲୟକଲେ ଧର୍ମବୁଦ୍ଧି କାର୍ଯ୍ୟ ସିଦ୍ଧିମାନସଂକ୍ଷେପି ଶୁଣିଲେ ଏଥେ ଅଛିଟି ଏମାନ ।ଜ୍ଞାନଶାସ୍ତ୍ର ନୀତିଶାସ୍ତ୍ର ଧର୍ମଶାସ୍ତ୍ର ତିନିତିନି ଶାସ୍ତ୍ରେ ଆତଯାତ ହେଉଛି ମେଦିନୀ ।ଯେବଣ ନାମ ଗୋପୀଏ କରନ୍ତି ଯେ ଧ୍ୟାନଯେଉଁ ନାମଗୋଟି କରେ ପାତକ ଦହନ ।ସେ ହରିଙ୍କି ପଟାନ୍ତର କିସ ଦେବା କାହାଗୋପସ୍ତିରୀ ହରି ଘେନି କଲେ ଯାହା ଯାହା ।ହିମ ଆଦି ଯେଉଁ ଷଡ଼ଋତୁ ସୁବିଖ୍ୟାତଏ ଷଡ଼ଋତୁଙ୍କୁ ଘେନି ଷଡ଼ ବନ ସ୍ଥିତ ।ମଧୁବନ ବୃନ୍ଦାବନ ନିକୁଞ୍ଜକାନନଅମ୍ୱିକା ରୁଦ୍ର ତମାଳ ନାମେ ବିଦ୍ୟମାନ ।ଏ ଷଡ଼ ବନରେ ଷଡ଼ଋତୁ ରହିଥାନ୍ତିଯେ ଯାହା ଋତୁରେ ବନେ ପଲ୍ଲବି ଉଠନ୍ତି ।ମୃଗ ପକ୍ଷୀ ଆଦି କରି ଜୀବଜନ୍ତୁ ଯେତେଯେଝାଋତୁ ପାଇ ମତ୍ତ ହୁଅନ୍ତି ସମସ୍ତେ ।ଯେବଣ ଋତୁରେ ଯେଉଁ ପୁଷ୍ପ ପରିମଳଯେବଣ ଋତୁରେ ପକ୍ୱ ହୁଏ ଯେଉଁ ଫଳ ।ଗୋବିନ୍ଦ ଗୋପରେ ବିଜେ କରିବାର ପାଇଁଆବହୁଁ ବିଧାତା ରଖି ଅଛନ୍ତି ନିର୍ଭାଇ ।ଧନ୍ୟ ସେ କଦମ୍ୱତରୁ କାଳିନ୍ଦୀର କୂପବିତ୍ର ନିର୍ମଳ ସ୍ୱାଦୁ ଯମୁନାର ଜଳ ।ଗୋମତ ପର୍ବତଠାରୁ ଚିତ୍ରକୂଟ ଯାଏଦ୍ୱାଦଶ ଯୋଜନଯାକ ସବୁ ଗୋରୁମୟେ ।ଉତ୍ତର ଦକ୍ଷିଣ ପାଞ୍ଚ ଯୋଜନେକ ବେଢ଼ିଚଳନ୍ତି ଗୋପାଳେ ବନ ପରବତ ମାଡ଼ି ।ଗୋମତ ପର୍ବତ ତଳେ ଗୋପନଗ୍ର ଶୋଭାକୁବେରପୁର ଅଳକା ଅଟଇ କି ଅବା ।ନବଲକ୍ଷ ଘର ତହିଁ ବସେ ଅପ୍ରମିତଧନଧାନ୍ୟ ଗାଈଗୋରୁ ବିଭୂତି ବହୁତ ।ବୃଦ୍ଧ ଯେତେକ ସମସ୍ତେ ଅଶୀବରଷିଆଯୁବା ସକଳ ସୁନ୍ଦର ଚାରୁ ସଳଖିଆ ।ପରମାନନ୍ଦ ସ୍ୱାମୀ ଅବ୍ୟକ୍ତ ନିରଞ୍ଜନପ୍ରକାଶ ତୁମ୍ଭ ରୂପ ଯେ ଏ ତିନି ଭୁବନ ।କୀଟ ପତଙ୍ଗ ଆଦି ସବୁହିଁ ଅଛି ପୂରିରୋମାଗ୍ରେ କୋଟି ବ୍ରହ୍ମାଣ୍ଡ ସ୍ୱାମୀ ଅଛି ଧରି ।ଏ ଅସମ୍ଭବ କଥା କି ଆନ ବଳେ ହୁଏବାଳ ବୃଦ୍ଧ ଯୁବା ଏକା ବୟସ ପରାୟେ ।ଆପେ ପୁଣି ହରି କଲେ ଯେଉଁ ଯେଉଁ ରୀତିଏ ହରିବଂଶ ପୁରାଣ ଶ୍ରୀବିଷ୍ଣୁ କୀରତି ।ସୁଜ୍ଞଜନେ ଶୁଣ ଭାଗବତ ରସବାଣୀନରଦେହେ କେ କହିବ ଏହା ପରିମାଣି ।ଏ ଯେ ହରିବଂଶ ସର୍ବଜନ ମଉଷଧିଯାହା ଶୁଣନ୍ତେ ଦୁର୍ଗତି ପକାଇବ ଛେଦି ।ତପ ବ୍ରତ ଆଦି କରି ଯାଗ ଯଜ୍ଞଯାଏଭକ୍ତଜନମାନେ ଏହି ରୂପ କରି ଲୟେ ।ଅପୂର୍ବ ମୋହନରୂପ ଧରି ଗୋପୀନାଥକଦମ୍ୱମୂଳରେ ବିଜେ କଲେ ବେଣୁହସ୍ତ ।ବିଚିତ୍ର ରସରେ କୃଷ୍ଣ କରି ବାଳକେଳିନବ ଅଙ୍ଗ ସଙ୍ଗ କଲେ ଦେବ ବନମାଳୀ ।ଆଦ୍ୟରସ ରାସକ୍ରୀଡ଼ା କରି ଦେବସ୍ୱାମୀମାୟା କରିଣ ଗୋପୀଙ୍କ ସଙ୍ଗତରେ ରମି ।ଏଡ଼େ ବିପରୀତ ବେଣୁ ବାଇ ଦେବହରିଅବହେଳେ ବଶ ହେଲେ ଗୋପପୁର ନାରୀ ।ଗାନ୍ଧାର ରାଗେ କଦମ୍ୱ ଡାଳେ ବସି ଗାଇଯୁବତୀମାନେ ଶୁଣିଣ କାମେ ହେଲେ ବାଇ ।ବଂଶୀ ଶୁଣି ସୁତବିତ୍ତ ଛାଡ଼ି ଗୋପାଙ୍ଗନାଭଜିଲେ ସମସ୍ତ ତେଜ୍ୟା କରି ନନ୍ଦକହ୍ନା ।ଯେ ଯାହାର ଅନୁରୂପେ ପାଶେ ଥାନ୍ତି ଖଟିକେ ଅବା କୋଳେ ଧରନ୍ତି ଆନନ୍ଦରେ ଲୋଟି ।କେବଣ ଗୋପୀ କୃଷ୍ଣଙ୍କୁ ଧ୍ୟାନରେ ଚିନ୍ତନ୍ତିକେବଣ ଗୋପୀ କୃଷଙ୍କୁ ଦେଖି ନିସ୍ତରନ୍ତି ।କେବଣ ଗୋପୀ ଯଶୋଦା ଆଗେ ଯାଇ କହିଆମ୍ଭେ ଶ୍ରୀକୃଷ୍ଣର ଦାସୀ ଶୁଣ ପ୍ରାଣସହି ।କେବଣ ଗୋପୀ ବୋଲନ୍ତି ଶୁଣ ଚାନ୍ଦମୁହିଁନିତ୍ୟେ ପରିବାରୀ ହେବି କୃଷ୍ଣ ମୁଖ ଚାହିଁ ।ନବଲକ୍ଷ ଗୃହ ଜାଣ ବସେ ଗୋପପୁରେସମସ୍ତେ ଯାଇ ଦେଖନ୍ତି କୃଷ୍ଣ ଯେ ଯାହାରେ ।ସେ କୃଷ୍ଣଚନ୍ଦ୍ରଙ୍କୁ କିସ ପଟାନ୍ତର ଦେବାକୃଷ୍ଣପାଦକୁ କନ୍ଦର୍ପ କୋଟି ନୋହେ ଶୋଭା ।ଯେ ନାମ ଚିନ୍ତି ପରମଆତ୍ମା ହୋଏ ତୋଷସେ ଜଗମୋହନ ସ୍ୱାମୀ ରୂପରେ ଅଶେଷ ।ଦୃଷ୍ଟ ଅସୁର ଅଛନ୍ତି ଯେତେକ ଏ ମହୀତାଙ୍କୁ ନାଶିବା ନିମନ୍ତେ ସେ ମାନବଦେହୀ ।ଏଥୁ ଅନନ୍ତରେ ପୁଣି କେତେଦିନ ଯାଏକୁମାର ପୂର୍ଣ୍ଣିମା ଦିନ ମାସ ଶେଷ ହୁଏ ।ଆଶ୍ୱିନ ଶୁକଳପକ୍ଷ ଶେଷ ଚନ୍ଦ୍ରବାରଆଶ୍ୱିନୀନକ୍ଷତ୍ର ପୂରା ଭୋଗ ସେ ଦିନର ।ଆଶ୍ୱିନ ମାସର ଅନ୍ତ ଶରଦ ଯେ ଋତୁନିର୍ମଳ ଆକାଶ ତାରାଗଣ ଚନ୍ଦ୍ର କେତୁ ।ପଲ୍ଲବିତ ବନ ତରୁ ଫଳ ପୁଷ୍ପ ସୃଷ୍ଟିଧରଣୀ ସୁନ୍ଦର ଦିଶେ ନ ହେବାରୁ ବୃଷ୍ଟି ।ଭାଦ୍ରବ କୃଷ୍ଣ ଅଷ୍ଟମୀ ବୁଧବାର ଦିନନନ୍ଦଘରେ ଜନମିଲେ ଦେବ ଭଗବାନ ।ନନ୍ଦଗୃହେ ପ୍ରବେଶିଲେ ହଳୀ ଚକ୍ରପାଣିଗହନ ପଦ୍ମ ମଧ୍ୟେ କି ରାଜହଂସ ଜାଣି ।ଶରୀର ପୁଷ୍ଟ ସୁନ୍ଦର ଦିଶେ ଦିନେ ଦିନେମଧ୍ୟାହ୍ନ ଆଦିତ୍ୟ ପ୍ରାୟ ତେଜକାନ୍ତି ବର୍ଣ୍ଣେ ।ଏଥୁ ଅନନ୍ତରେ ପୁଣ କଶ୍ୟପର ଶିଷ୍ୟମେରୁର ଉହାଡ଼େ ଯାଇ ହୁଅନ୍ତେ ପ୍ରବେଶ ।ଦିଗ ନିର୍ମଳ କୁମାର ପୂର୍ଣ୍ଣମୀର ଅନ୍ତେଘରେ ଘରେ ଗୋପୀମାନେ ଥାନ୍ତି ନିତ୍ୟେ ନିତ୍ୟେ ।ନୂଆ ବସ୍ତ୍ର ପିନ୍ଧି ଅଙ୍ଗେ ଚନ୍ଦନ ଲେପନ୍ତିକର୍ପୂର କସ୍ତୁରୀ ଆଣି ଦେହରେ ଘଷନ୍ତି ।କଦଳୀ ନଡ଼ିଆ ଖଣ୍ଡ ଶାକର ସଜାଡ଼ିବନ୍ଧୁ ସୁହୃଦଙ୍କ କରେ ଦିଅନ୍ତି ଅଜାଡ଼ି ।ତିନି ଭୁବନ ମଣ୍ଡଳେ ବସନ୍ତି ଯେ ଜନକୀରତି ନିମନ୍ତେ ଯାତ୍ରା କଲେ ଉତପନ୍ନ ।ଏମନ୍ତେ ତହିଁ ଯାତ୍ରାଏ ରଚିଲେକ ମାସେଶୁଣ ପରୀକ୍ଷ କହନ୍ତି ବ୍ୟାସମୁନି ଶିଷ୍ୟେ ।ନନ୍ଦଘର ଆନନ୍ଦ କେ ମୁଖେ କହିପାରିପ୍ରତ୍ୟକ୍ଷେ ଶ୍ରୀ ନାରାୟଣ ତହିଁ ଅବତରି ।ଛଦ୍ରମେ ବାଳରୂପକୁ ଧରି ହେଲେ ଜାତପରମାନନ୍ଦ ସ୍ୱାମୀ ଯେ ନିରଞ୍ଜନ ବ୍ୟକ୍ତ ।କୀଟ ପତଙ୍ଗ ସକଳ ଦେହେ ଛନ୍ତି ପୂରିରୋମକେ କୋଟି ବ୍ରହ୍ମାଣ୍ଡ ସ୍ୱାମୀ ଅଛି ଧରି ।ଗଜଦନ୍ତ ପଲଙ୍କରେ ହୀରା କମଶ୍ରେଣୀନାନରତ୍ନେ ସୁଘଟଣ ଝଟକନ୍ତି ମଣି ।ଦିବ୍ୟ ସୁପାତି ହଂସୁଲି ତୂଳୀଶେଯ ସାଜେହିଙ୍ଗୁଳ ହୀରା ପଗଡ଼େ ସୁବର୍ଣ୍ଣ ବିରାଜେ ।ରସାଣ ପାନପାତ୍ରରେ ମରକତ ଝଳିତଥିପରେ ମରକତ ଚନ୍ଦ୍ରାତପ ଝଳି ।ନାନରତ୍ନର ତୋରଣ ଲମ୍ୱେ ଖମ୍ୱେ ଖମ୍ୱେନାନାରତ୍ନ ମଣିମାନ ଶୋଭିତ ଆରମ୍ଭେ ।ଇନ୍ଦ୍ରଗୋବିନ୍ଦ ଚାନ୍ଦୁଆ ସୂଚିକମ ଶୋଭାଗଗନର ଆର୍ଦ୍ରାବଳୀ ଜିଣି ଜ୍ୟୋତିପ୍ରଭା ।ଏସନକ ପଲ୍ୟଙ୍କେ ଶ୍ରୀକୃଷ୍ଣ ଛନ୍ତି ଶୋଇଖଟଦୋଳି ପହୁଞ୍ଚାନ୍ତି ଗୋପୀ ଠିଆ ହୋଇ ।କେହୁଛତ୍ର ଚାମର କେ ଧୂପ ଦୀପ ଧରିକୁଙ୍କୁମ ହରିଦ୍ରା କରେ ଚତୁଃସମ ଭରି ।ଧନ ବସନ ଘେନିଣ ମନ୍ଦିରେ ମିଳନ୍ତିଗନ୍ଧ ଚନ୍ଦନ କର୍ପୂର ଆଦରେ ସିଞ୍ଚନ୍ତି ।ବ୍ରାହ୍ମଣ ଋଷି ଯେ ଆଦି ଚାଣ୍ଡାଳ ସହିତେକୁମାର କୁମାରୀ ଯେତେ ଅଛନ୍ତି ସମସ୍ତେ ।ପୁତ୍ରକୁ ଦେଖି ପରମାନନ୍ଦ ନନ୍ଦ ହୁଏଦୁଃଖୀ ଦରିଦ୍ରମାନଙ୍କୁ ବଧାଇ ସେ ଦିଏ ।ନଟ ଭାଟ ଜଉତିଷ ଯୋଗୀ ଦେଶାନ୍ତରୀବଧାଇ ଦିଅନ୍ତି ନନ୍ଦ ଏକ ଏକ କରି ।ଗୁଣେ ବ୍ୟୟ କଲେ ଦ୍ରବ୍ୟ ସସ୍ରଗୁଣେ ପୂରିଏ ସମୟେ ମିଳେ ଆସି ଦୂତିକା ନାଗରୀ ।ନାନାବର୍ଣ୍ଣର ବସନ ଦିଶେ ପରିମଳନାନାଅଳଙ୍କାର ପୁଣ କର୍ଣ୍ଣରେ କୁଣ୍ଡଳ ।ଶ୍ୟାମଳ ବରନ ତନୁ ବୟସେ ବିହ୍ୱଳପାକୁଆ ମୁଖ ପାଚଲା ଲମ୍ବ କେଶବାଳ ।ହସ୍ତେ ମୁଦି କଙ୍କଣ ଯେ ସୁବର୍ଣ୍ଣର ବାହିସିହାଣୀ ନାଗରୀପଣେ ଅଟେ ଗୁଣଗ୍ରାହୀ ।ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟନ ନାନାନାଗର ନାଗରୀମୂଳେ ଗୋଟିଏ ଅଙ୍ଗନା ।ଅଷ୍ଟବର୍ଗ ଋଦ୍ଧି ସିଦ୍ଧି ଜାଣଇ ଆପଣସବୁ ନରନାରୀଙ୍କର ପୀରତି ଭଜନ ।ନବନାଟକ ବିଦ୍ୟାକୁ ପାରଇ ସେ କହିବ୍ୟଗ୍ରମତି ଗଜଗତି ଅଟଇ ସୁମୁହିଁ ।ନୃତ୍ୟ ଗୀତରଙ୍ଗ ବିଦ୍ୟା ଜାଣେ ନାନାରଙ୍ଗେସଙ୍ଗ ତାର ବାଳବୃଦ୍ଧ ତରୁଣଙ୍କ ସଙ୍ଗେ ।ଗୋପପୁର ନରନାରୀ ଯଶୋଦା ବୋଲନ୍ତିଏମାନେ ଅଜା ଆଈ ଗୋ ତୁମ୍ଭର ଅଟନ୍ତି ।ଢଗଢମାଳି ବୋଲନ୍ତି କୃଷ୍ଣ ଅଙ୍ଗ ସଙ୍ଗେଟାହିଟାପରା କରନ୍ତି ନାଚି ନାନାରଙ୍ଗେ ।କର୍ଣ୍ଣେ କାପ ଗୋପୀଙ୍କର ନାକେ ନାକଚଣାକବରୀ ଭାର ଉପରେ ଚଉଁରୀ ଘଟଣା ।ପାଦେ ଅଳତା ଝୁଣ୍ଟିଆ ବାଜେ ରୁଣଝୁଣନୂପୁର ଯୋଡ଼ାକୁ ଯୋଡ଼ା ସବୁରି ଭୂଷଣ ।କଣ୍ଠ ଆଭରଣ ପୁଣ ନାନା ରତ୍ନହାରନାସାକୁ ଯେ ନାକଚଣା ଦିଶଇ ସୁନ୍ଦର ।ଗନ୍ଧଚନ୍ଦ୍ନ ଚତୁଃସମ ହୃଦୟରେ ବୋଳିଅତହିଁ ସୁସଞ୍ଚ ଶାଢ଼ୀ ପିନ୍ଧି ବନମାଳୀ ।ଜଗଜ୍ଜିଣା ତରୁଣୀ ସେ କେଳିରସେ ଜିଣାଅନ୍ତଃପୁର ମଣ୍ଡପରେ ତାହାଙ୍କର ଠଣା ।ଲାଗି ଅଲାଗି ଯେ ଦଣ୍ଡ ନାହିଁ ତାଙ୍କୁ କିଛିବିଧାତା ରଖିଛି ତହିଁ ତାଙ୍କୁ ବାଛି ବାଛି ।ଯୋଗୀଜନଙ୍କର ଚିତ୍ତ ପାରନ୍ତି ସେ ଭାଜିସୁନ୍ଦରୀ ନାରୀଏ ଦେଖି ଦେଉଥାନ୍ତି ଗଞ୍ଜି ।ରତିକଳାରେ ସେ ଷୋଳସସ୍ର ନିବାଡ଼ିଲାସାଧୁ ସନ୍ଥ ଦୁଷ୍ଟ ତହିଁ ସବୁଙ୍କରି ମେଳା ।ନଟ ଭାଟ ବହୁରୂପା ତାଳ ଗୀତ ସାରଦୂତିକା ଜାଣଇ ଭୂତ ଭବିଷ୍ୟ ବିଚାର ।କଥା ବେଭାରେ ସବୁରି ସଙ୍ଗେ କରେ ଗୋଷ୍ଠୀକାହିଁରେ ସେ ନ ଭୁଲଇ ଅଟେ ବଡ଼ ନଷ୍ଟୀ ।ବୟସେ ବୃଦ୍ଧା ସେ ରୂପଗୁଣେ ଜଗଜ୍ଜିଣାଗୋପନବରେ ସବୁରି ଘରେ ତାର ଠଣା ।ସମସ୍ତଙ୍କ ସଙ୍ଗେ ବସି ଭାଳେ ଗୁପ୍ତକଥାସମସ୍ତଙ୍କ ଘରେ ଦୂତୀ ଅଟଇ ଦେବତା ।ଗୋବିନ୍ଦଙ୍କର ମଧ୍ୟସ୍ଥ ରାସଲୀଳା ପାଇଁଯତନେ ବିଧାତା ତାକୁ ଅଛଇ ନିର୍ଭାଇ ।ତାହାର ସୁନ୍ଦରପଣ କହିବାକୁ କିସରୂପରେ ଦୂତିକା ମୋହିପାରେ ଦଶଦିଶ ।ଯେତେକ ଅଛନ୍ତି ଗୋପପୁର ଗୋପାଳୁଣୀକେହି ଲଘିଂ ନ ପାରନ୍ତି ଦୂତିକାର ବାଣୀ ।ରାଧିକା ମାଧବଙ୍କର ରଙ୍ଗ ରସଭାବପୂର୍ବଜନ୍ମ ବାସନାରୁ ଦୂତୀ ଜାଣେ ସର୍ବ ।କୁମାର ଉତ୍ସବ ପୁଣି ନନ୍ଦର ମନ୍ଦିରେବସ୍ତ୍ର କାଞ୍ଚନ ବଧାଇ ନ୍ୟସ୍ତି ଯେ ଯାହାରେ ।ନିରନ୍ତରେ ନନ୍ଦଘରେ ବିଳସନ୍ତି ଆଏହେଳେ ଘେନୁଅଛି ଗିରି ଗୋମତର ଯାଏ ।ବାରତା ପାଇ ଗମଇ ଦୂତୀ ଅତି ବେଗେଦରହସିତ ବଦନେ ମିଳେ ନନ୍ଦ ଆଗେ ।ବଧାଇ ମାଗି ଯଶୋଦା ଘରେ ପଶେ ବଳେତୁରିତେ ପ୍ରବେଶ ଯାଇ କୃଷ୍ଣ ଖଟତଳେ ।ଉତ୍ତାନଶାୟୀ ପହୁଡ଼ିଛନ୍ତି ଦେବହରିପୂର୍ଣ୍ଣମାଚନ୍ଦ୍ର ଉଦେ କି ତୁଟଇ ତିମିରି ।ଚାରିପାଶେ ବେଢ଼ିଛନ୍ତି ପରିବାରୀ ବୃନ୍ଦରତ୍ନପଲ୍ୟଙ୍କ ଉପରେ ବିଜୟ ଗୋବିନ୍ଦ ।ଶ୍ରୀଛାମୁରେ ଯଶୋବନ୍ତୀ ଧାଈଗଣ ମେଳେଖଟନ୍ତି ଦୋଳିକି ଧରି ଉଭା ଯେ ଯାହାରେ ।ଚନ୍ଦ୍ରଙ୍କୁ ନକ୍ଷତ୍ରପନ୍ତି ଯେହ୍ନେ ବେଢ଼ିଥାନ୍ତିକୃଷ୍ଣଙ୍କୁ ବେଢ଼ି ଗୋପିଏ ତେସନ ଦିଶନ୍ତି ।ବିକଚ ପଦ୍ମବନେ କି ରାଜହଂସ ଲୀଳାତେସନ ଦିଶେ ମନ୍ଦିରେ ଯଶୋଦାର ବଳା ।ଜାଜ୍ଜ୍ୱଲ୍ୟମାନ ଦିଶଇ ତେଜ ଅତି ସଞ୍ଚନାହିଁ ପଟାନ୍ତର ସ୍ୱର୍ଗ ପାତାଳ କି ମଞ୍ଚ ।ଯୋଗୀମାନେ ଯେ ପାଦକୁ କରିଥାନ୍ତି ଲୟେସେ ସ୍ୱାମୀ ଦେହବନ୍ତରେ ହୋଇଛି ଉଦୟେ ।ଦେବାଧିଦେବ ଉପରେ ଅଟଇ ପ୍ରଧାନତହିଁ କିବା ପଟାନ୍ତର ଦେବା ଆମ୍ଭେ ଆନ ।କୋଟି କନ୍ଦର୍ପ ନୁହଇ ଯା ପାଦକୁ ସରିନିରଞ୍ଜନ ନିରାକାର ନରଦେହ ଧାରୀ ।ଧନ୍ୟ ଧନ୍ୟ ସେହି ଗୋପୀ ଗୋପାଳ ଜୀବନସଦଭାବେ ଭେଟ ପାଇ ପ୍ରଭୁ ଭଗବାନ ।ସମସ୍ତେ ଏକ ଦୃଷ୍ଟିରେ କୃଷ୍ଣଙ୍କୁ ଦେଖନ୍ତିଚକ୍ଷୁ ପିଛାଡ଼ିବା ଯାଏ ମୂର୍ଚ୍ଛି ନ ପାରନ୍ତି ।ଜଗତ୍ବନ୍ଦନ ନାଥ ଯେ ସ୍ୱୟଂ ଅନ୍ତର୍ଯ୍ୟମୀଛଦ୍ରମେ ବାଳକରୂପ ଧରି ଦେବସ୍ୱାମୀ ।ଏ ଅବକାଶେ ଦର୍ଶନ କଲ ଯାଇ ଦୂତୀଖଣ୍ଡେ ଦୁରୁଁ ଦେଖି ତାକୁ ଜାଣିଲେ ଶ୍ରୀପତି ।କରପତ୍ର ଯୋଡ଼ି ଦୂତୀ ଉଭାହେଲା ଯାଇକୃଷ୍ଣ ତୋଷହେଲେ ସହଚରୀ ମୁଖ ଚାହିଁ ।ଉଭୟେ ଯେ ଚାରିଚକ୍ଷୁ ହେଲେ ଭେଟାଭେଟିଶଶଧର ଉଦେ ଯେହ୍ନେ କୁମୁଦ ପ୍ରକଟି ।ଶ୍ରୀକୃଷ୍ଣଙ୍କ ଦେଖି ଦୂତୀ ହରଷ ହୋଇଲାବୋଲେ ତୁମ୍ଭଙ୍କୁ ଦେଖି ମୋ ପାପ କ୍ଷୟଗଲା ।ତୁମ୍ଭେ ଦେବାଧିଦେବଙ୍କ ପରେ ଅଟ ରାଜାବ୍ରହ୍ମା ଇନ୍ଦ୍ର ଗଙ୍ଗାଧର କରେ ପାଦପୂଜା ।ନିରାକାର ପୁରୁଷ ତୁ ଶୂନ୍ୟ ଜ୍ୟୋତିର୍ମୟଦୁଷ୍ଟ ନିବାରିବା ଅର୍ଥେ ହୋଇଛୁ ଉଦୟ ।ରାମ ଅବତାରେ ତୁମ୍ଭେ ପାଇଅଛ କଷ୍ଟଯୁବାବୟସର ବେଳେ ହୋଇ ରାଜ୍ୟଭ୍ରଷ୍ଟ ।ରାଜାଚ୍ୟୁତ ହୋଇ ପୁଣ ବନବାସ କଲପରମ ବ୍ରହ୍ମ ହୋଇଣ ତପସ୍ୱୀ ହୋଇଲ ।ମଥାରେ ଜଟା ପାଉଁଶ ବୋଳିହୋଇ ମୁଖେଏଡ଼େ ବଡ଼ ପ୍ରଭୁ ହୋଇ ରହି ଏଡ଼େ ଦୁଃଖେ ।ନେତପତନୀ ତେଜିଣ ପିନ୍ଧିଲ ବକଳଉତ୍ତମ ମଣୋହି ଛାଡ଼ି ଖାଇ କନ୍ଦମୂଳ ।ରାଜ୍ୟ ସିଂହାସନ ଛାଡ଼ି କଲ ବନବାସରୁଦ୍ରାକ୍ଷମାଳ ତୁଳସୀ ବସ୍ତ୍ର କଷାବାସ ।ତହିଁକି ଦୁର୍ଦ୍ଦଶା ଜାଣି ଦେଲା ମୁଖଚାରିଦଣ୍ଡକ ଅରଣ୍ୟେ ଥିଲ ସୀତା ନେଲା ହରି ।ରାମ ଅବତାରେ ଦଣ୍ଡେମାତ୍ର ସୁସ୍ଥ ନାହିଁଘରଦ୍ୱାର ଛାଡ଼ି ଘୋର ବନସ୍ତରେ ରହି ।ଘୋର ବିପତ୍ତିମାନ ଯେ ଦିନେ ଦିନେ ପଡ଼ିମାୟାମୃଗ ମାରି ତୁଚ୍ଛା ପର୍ଣ୍ଣକୁଟୀ ଛାଡ଼ି ।ମଇତ୍ରଛଳେ ବାଳିକି ବଧିଲ ଶ୍ରୀହରିଜାନକୀ ଛଳେ ସବଂଶେ ରାବଣକୁ ମାରି ।ଅଗ୍ନି ପରୀକ୍ଷା କରିଲ ତହୁଁ ବଇଦେହୀତୁମ୍ଭରେ ଭୋ ନାଥ ଏତେ ଦୁଃଖ ହୁଏ ସହି ।ବିଭୀଷଣେ ରାଜ୍ୟ ଦେଇ ଅଯୋଧ୍ୟା ଅଇଲଏତେ କାର୍ଯ୍ୟ ସାରି ହରି ଅଭିଷେକ ହେଲ ।ଥୋକେ ଦିନ ରାଜଭୋଗ କଲ ଘେନି ସତୀନିର୍ଦ୍ଦଷେ ଦୋଷ ଲଗାଇ ତେଜି ସୀତାସତୀ ।ସୁବର୍ଣ୍ଣ ପ୍ରତିମା ଗଢ଼ି ସୀତା ରୂପେ ଥୋଇସନ୍ନ୍ୟାସୀବେଶ ଧଇଲ ପୁତ୍ରେ ରାଜ୍ୟ ଦେଇ ।ସୀତା ପାତାଳକୁ ଗଲେ ଫାଟୁ ବସୁନ୍ଧରୀଏ ଦେହେ ଏତେ ଅବସ୍ଥା ପାଇ ଦେବହରି ।ରାମାବତାରେ ତୁମ୍ଭର ଦଣ୍ଡେ ସୁସ୍ଥ ନାହିଁଏମନ୍ତ ଦୁଃଖ ପାଇଛ ତୁମ୍ଭେ ଭାବଗ୍ରାହୀ ।ଏ ଉତ୍ତାରେ ପାଇଅଛ ତୁମ୍ଭେ ମହାଦୁଃଖସର୍ବ ଦେବତା ତୁମ୍ଭର ନ ଚାହିଁଲେ ମୁଖ ।ତେଣୁ ଭୋ ଦେବ ପାଇଲ ତହିଁ ବଡ଼ ଲଜ୍ଜାମୁହିଁ ମାଡ଼ିଣ ଶୋଇଲ ଶେଷକରି ଶଯ୍ୟା ।ସୀତା ଆସି ଲକ୍ଷ୍ମୀରୂପେ ଚରଣ ଚାପିଲେଏହିରୂପେ ତହିଁ ପୁଣ ସମୟ କାଟିଲେ ।ପାତାଳ ବୈକୁଣ୍ଠ ପୁରେ ଅନନ୍ତ ଶଯ୍ୟାରେଅଷ୍ଟାଙ୍ଗ ଯୋଗ ନିଦ୍ରାକୁ ଗଲ ନିଶ୍ଚିନ୍ତରେ ।ଏବେ ଯେ ବିଧାତା ପୁଣି ଅଛଇ ନିର୍ଭାଇଏଥିର ନିମନ୍ତେ ମୋତେ ପେଷେ ଆଗହୋଇ ।ଷୋଳ ସହସ୍ର ନାୟକ ହେବ ଦେହବହିସହଚରୀ ବାକ୍ୟେ କୃଷ୍ଣ ଆନନ୍ଦିତ ହୋଇ ।ଷଡ଼ଋତୁରେ ବିଳାସ ରଚି ନାନାରଙ୍ଗେଲଭିଲ ଉତ୍ତମ ରୂପ ଗୋପାଳୁଣୀ ସଙ୍ଗେ ।ପରମ ପୁରୁଷ ଲୀଳା ପାସୋରିଛ ତାହାଛାମୁରେ ମୁଁ ଜଣାଇଛି ମୋର ବଡ଼ ସ୍ପୃହା ।ଜନ୍ମେ ଜନ୍ମେ ପରିବାରୀ ମୁଁ ତୋର ଅଟଇରଙ୍ଗାଅବତାରେ ପାଦତଳେ ମୁଁ ଖଟଇ ।ଏତେ ବୋଲି ଦୂତୀ ଦେଲେ ମସ୍ତକରେ କରହସିଲେ ଦୂତୀର କଥା ଶୁଣି ଚକ୍ରଧର ।ଦୂତୀ ବୋଇଲା ଏସନ ପଉରୁଷବାଣୀବିଷ୍ଣୁର ମାୟାରେ ଭ୍ରମ ଜାଣ ସର୍ବ ପ୍ରାଣୀ ।ଘାରିଲାକ ନିଦ୍ରାବତୀ ମୋହିତ ସକଳବିଷ୍ଣୁର ମାୟାରେ ଭ୍ରମ ଗୋପୀ ଯେ ଗୋପାଳ ।ମଦନ ମୋହନ ରୂପ ଧରି ଦେବହରିପଲ୍ୟଙ୍କ ଉପରେ ମାୟା କଲେ ଦେହ ଧରି ।ସୁର ସିଦ୍ଧ ମୁନିଙ୍କି ଯେ ଅଗୋଚର ତନୁଦେବଗଣ ନ ପାନ୍ତି ଯେ ରୂପ ପାଦରେଣୁ ।ଲଲାଟେ କସ୍ତୁରୀ ଚିତା ଶିରେ ଦିବ୍ୟ ଚୂଳବାହୁଟି କଙ୍କଣ ବିଦ ମୁଦି ରତ୍ନମାଳ ।ନାସା ଶ୍ରବଣେ ଖଞ୍ଜିତ ଦିବ୍ୟ ଜ୍ୟୋତିମୋତିକି ଶୋଭା ପାଉଛି ତାଙ୍କୁ ସେ ଅପୂର୍ବ ଜ୍ୟୋତି ।କଟୀରେ ବସନ ପାଦେ ପାଦୁକା ଶୋଭନପୂର୍ଣ୍ଣମୀ ଚନ୍ଦ୍ରମା ପ୍ରାୟ ବିରାଜେ ବଦନ ।କାମ ଅକାମ ନିଧି ସେ ବାଞ୍ଛା ଶିରୋମଣିକୋଟି କୋଟି ବ୍ରହ୍ମାଣ୍ଡର ଅଟଇ କାରେଣି ।ବ୍ରହ୍ମାଣ୍ଡେ ଯା ଅଗୋଚର ବିଶ୍ୱକୁଟ ମାୟାକଳ୍ପନା କାମ ବାହନ ଖଗେଶ୍ୱର ଜାୟା ।ଅନ୍ତର୍ଯ୍ୟାମୀ ନାରାୟଣ ଶେଷ ସର୍ବରୂପୀଜଳ ସ୍ଥଳ ଅନଳେ ଯେ ସବୁଠାରେ ବ୍ୟାପୀ ।ଗୋପୀ ଗୋପାଳେ ପାରୁଶେ ଅଛନ୍ତି ତ ରହିନନ୍ଦ ଯଶୋଦା ଏ ଆଦି ନ ଜାଣନ୍ତି କେହି ।ଦୂତିକାକୁ ସୁପ୍ରସନ୍ନ ହେଲେ ଅନ୍ତର୍ଯ୍ୟାମୀଅତୁଳାୟିତ ପୁରୁଷ ଗୋପୀନାଥ ସ୍ୱାମୀ ।ସୁରଙ୍ଗ ବିମ୍ୱ ଅଧର ଭ୍ରୂଲତା କି ଧନୁବିକଚ ନେତ୍ର କି ରମ୍ଭାତରୁ ବେନି ଜାନୁ ।ଐରାବତ ହସ୍ତୀଶୁଣ୍ଢ ପ୍ରାୟ ବେନି ଭୁଜଦ୍ୱିତୀୟ ସୂର୍ଯ୍ୟ ପରାୟ ବିରାଜଇ ତେଜ ।କର୍ଣ୍ଣର ମୂଳେ କୁଣ୍ଡଳ ବିରାଜଇ ହନୁଆକାଶେ ପୂର୍ବେ ପଶ୍ଚିମେ ଯେହ୍ନେ ଇନ୍ଦ୍ରଧନୁ ।ଲାବଣ୍ୟ କୋଟିନିଧି ସେ ଜଗଜ୍ଜନ ମୋହେଦେଖି ପରମ ସନ୍ତୋଷ ଦୂତୀ ମନ ହୁଏ ।ବିନ୍ଧଇ ଯେ କାମବାଣ ଯୁବତୀଙ୍କ ଅଙ୍ଗେଅମୃତ ଦୃଷ୍ଟିରେ ସ୍ୱାମୀ ଚାହାନ୍ତି ଅପାଙ୍ଗେ ।ଦୂତିକା ବୋଇଲେ ମୁହିଁ ନିସ୍ତରିଲି ଆଜଦେଖିଲି ଏ ନଟବର ରୂପ ଦେବରାଜ ।ଏତେ ବୋଲିଣ ଦୂତିକା କରପତ୍ର ଯୋଡ଼ିସାଷ୍ଟାଙ୍ଗେ ଛାମୁରେ ପଡ଼େ ଆସି ଶିର ମାଡ଼ି ।ବୋଲେ ନାରାୟଣ ତୁମ୍ଭେ ପୂର୍ବକଥା ସ୍ମରଗୋପନାରୀ ସଙ୍ଗେ ତୁମ୍ଭେ କଉତୁକ କର ।ବ୍ରହ୍ମାଙ୍କର ପୁତ୍ର ଷୋଳ ସହସ୍ର ଯେ ମୁନିଗୁପତେ ତୁମ୍ଭ ନିମନ୍ତେ ଛନ୍ତି ରୂପ ଘେନି ।ତୋ ପଦ୍ମହସ୍ତ ଲାଗିବ ଯାହାଙ୍କର ଅଙ୍ଗେତେବେ ମୁକ୍ତ ହେବେ ବସି ବ୍ରହ୍ମଲୋକ ସଙ୍ଗେ ।ନବରଙ୍ଗେ ବିହରିବେ ବସି ତପଧ୍ୟାନେଷୋଳ ସହସ୍ର ଗୋପୀଏ ସ୍ୱାମୀ ବୃନ୍ଦାବନେ ।ଭୋ ଦେବ ସକଳ କଥା ଜାଣନ୍ତି ଆପଣଆମ୍ଭେ ପରିଚାରୀ ଅଟୁଁ ତୁମ୍ଭର ଚରଣ ।ସ୍ୱର୍ଗଭୋଗ ବନଭୋଗ ପୁଣ୍ୟ ଥିଲେ ପାଇରାଧିକା ମହାଲକ୍ଷ୍ମୀଙ୍କି ଛାଡ଼ି ନ ଯୋଗାଇ ।ଯହିଁର ନିମନ୍ତେ ଗୋପେ ଜନମିଲ ଆସିରଙ୍ଗାବତାର ରୂପକୁ ଧରି ବ୍ରହ୍ମରାଶି ।ଦିନ ଗଣୁ ଗଣୁ ତୁମ୍ଭ ଦେହ ବର୍ଦ୍ଧମାନଦେଖୁ ଦେଖୁ ଆଠବର୍ଷ ସରିଯିବ ଜାଣ ।ବିଧାତା ଜନ୍ମ ଦେଇଛି ମୋତେ ଯହିଁପାଇଁତୁମ୍ଭେ ପାସୋରିଲ ମନେ ରଖିଅଛି ମୁହିଁ ।ଦିବ୍ୟରୂପ ନ ଧରିବ ଯେବେ ଦେବରାୟେପୃଥ୍ୱୀର ଭାରାଭର କି ଆନେ ହୋଏ କ୍ଷୟେ ।ଗୋବିନ୍ଦ ବୋଇଲେ ଦୂତୀ କହିବି ମୁଁ କିସଭୂତ ଭବିଷ୍ୟତ ବର୍ତ୍ତମାନ ତୋତେ ଦୃଶ୍ୟ ।ତୁମ୍ଭେ ଆମ୍ଭର ବିଶ୍ୱସ୍ତ ପ୍ରାଣର କାରେଣିଆମ୍ଭର ନିମନ୍ତେ ଧାତା ଜାତ କଲା ଆଣି ।ସବୁ ଅବତାରେ ଆମ୍ଭ ସଙ୍ଗତରେ ଥାଉଆମ୍ଭ କଥା ଅଗୋଚର ତୁମ୍ଭଙ୍କୁ ବା କାହୁଁ ।ଭଗବନ୍ତ ଦୀକ୍ଷା ସିନା ଗୋପାଙ୍ଗନା ବହିସତ୍ୟଯୁଗେ ଦିନେ ସ୍ତିରୀଲିଙ୍ଗ ସ୍ପର୍ଶ ନାହିଁ ।ତ୍ରେତା ଯୁଗରୁ ତ ଆମ୍ଭେ ମୂରୁଛିଛୁ ମନେଘେନିଲୁ ସନ୍ନ୍ୟାସଦୀକ୍ଷା ରହି ଘୋରବନେ ।ଆମ୍ଭେ ଇନ୍ଦ୍ରିୟ ମୁରୁଛି ରହିଛୁ ବିକଳେପାସୋରିଲା କଥା ତୁମ୍ଭେ କହିଲ ଏ ବେଳେ ।ତୁମ୍ଭେ ଗୋ ଦୂତିକା ଅଟ ଆମ୍ଭ ପ୍ରାଣ ସରିତୁମ୍ଭ ଆଗରେ ମିଥ୍ୟା କି କେହି କହିପାରି ।ତ୍ରେତା ବାରଲକ୍ଷ ଛୟାଳିଶ ସସ୍ର ବର୍ଷଦ୍ୱାପର ଯେ ଆଠଲକ୍ଷ ଛୟାଣୋଇ ଶେଷ ।ଏତେ କାଳ ପରିଯନ୍ତେ ପାସୋରିଲୁ ତାହାପଞ୍ଚଇନ୍ଦ୍ରିୟରେ ଭୋଗ କରିବା ଯେ ଏହା ।ତୁମ୍ଭେ ଯେ ସ୍ମରଣ କଲ ପୂର୍ବ ଜନ୍ମ ରୀତିପାଇଲୁ ସନ୍ଦେଶ ଏବେ ବଳିବ ଯେ ପ୍ରୀତି ।କହୁଁ କହୁଁ ଲାଗିଲା ତା ଅଙ୍ଗେ କାମବାଧାଗୋପୀମାନଙ୍କୁ ଲାଗିଲା ପୁଣ ବଡ଼ ଶ୍ରଦ୍ଧା ।ଅନେକ କାଳରୁ ଆମ୍ଭେ ପାସୋରିଲୁ ତାହାସନ୍ଦେହ ଗଲା ମନରେ ବଳିଲା ଉତ୍ସାହା ।ସର୍ବଗୁଣେ ଚତୁରୀ ତ ତୁମ୍ଭେ ଗୋ ସିହାଣୀଅଘଟଣକୁ ଘଟାଇ ପାର ତୁମ୍ଭେ ଆଣି ।ମୂଳ ମନ୍ତ୍ର ମଉଷଧି ଆଦି ସର୍ବ ବାଟଉପାୟମାନ ରଚିଣ କରାଇବ ଭେଟ ।କାମବାଣ ବାଧା ସଖି କ୍ଷଣେ ନୋହେ ସହିମଦନ ବାଧାରେ ସଖି କ୍ଷୀଣ ହୋଏ ଦେହୀ ।କହୁ କହୁ ଅସାଷ୍ଟମ ପ୍ରଭୁ ନାରାୟଣରୋମେ ରୋମେ ଭେଦିଗଲା କାମ ପଞ୍ଚବାଣ ।ଦୂତିକାର ହସ୍ତ ଧରି ପ୍ରଭୁ ଦେବରାୟବୋଇଲେ ଭିଆଅ ରାଧାସଙ୍ଗରେ ଉପାୟ ।ଦୂତୀ ବୋଇଲେ ତ ତୁହି ଜଗତର ଚକ୍ଷୁଆପଣେ କିସ ନ ଜାଣୁ ମୋତେ ପୁଣ ପୁଚ୍ଛୁ ।ପ୍ରତ୍ୟକ୍ଷେ ଏ ଗୋପଗାଈଯାକ ତୁମ୍ଭ ଦେହୀତୁମ୍ଭ ଆଜ୍ଞା ଭାଙ୍ଗିବାକୁ କ୍ଷମ ନୋହେ କେହି ।ତୁମ୍ଭର ନିମନ୍ତେ ଆମ୍ଭେ ହୋଇଅଛୁ ଜାତବାଞ୍ଛା ଫଳହିଁ ତାଙ୍କର ହେଲା ସମାପତ ।ଶ୍ରୀକୃଷ୍ଣ ବୋଇଲେ ଦୂତୀ ଅପରଚ ନାରୀକେମନ୍ତେ କରିବ ପ୍ରୀତି ରାଧିକା ଚତୁରୀ ।ଦୂତିକା ବୋଇଲା ଶୁଣ ସ୍ୱାମୀ ଦଇତ୍ୟାରିଆପଣାର କାର୍ଯ୍ୟ ସିନା ଆପେ ଆପେ କରି ।ଏ କଥାଯାକ ଜାଣିଛ ତୁମ୍ଭେ ଯେ ଆଗହୁଁଷଡ଼କାନେ ମନ୍ତ୍ରଭେଦ ହେବ କହୁଁ କହୁଁ ।ଅଲଘିଂତ କଥା ନାଥ କହି ତ କେ ପାରିପରଦାର ଚୋରା ପ୍ରୀତି ଜୀବନ ବଇରୀ ।ଆପଣାର କାର୍ଯମାନ ଆପଣେ କରିବଆପେ ନ କଲେ ବିଶ୍ୱାସୀ ଜନ ବରଗିବ ।ତୁମ୍ଭେ ତ ସର୍ବଜ୍ଞ ନାଥ ଜାଣ ସର୍ବସିଦ୍ଧିତୁମ୍ଭେ ସିନା ଅଟ ନାଥ ବିଧାତାର ବୁଦ୍ଧି ।ଷୋଳସସ୍ର ଗୋପୀ ମୂଳେ ଚଉଷଠି ନାରୀସମସ୍ତେ ପ୍ରାଣବଲ୍ଲଭୀ ଅଟନ୍ତି ତୋହରି ।ଏକୁ ଏକ ରୂପବତୀ ଅଟନ୍ତି ଉଗୁଳିସବୁରି ପରେ ଅଧିକ ରାଧା ଚନ୍ଦ୍ରାବଳୀ ।ତାହାଙ୍କ ପୁରକୁ ତୁମ୍ଭେ ବିଜେକର ନିଶିନବଯୁବତୀ ସୁନ୍ଦରୀ ଅଟେ ଶୁଭ୍ରକେଶୀ ।ସକଳ ଗୋପୀନାରୀଏ ଛନ୍ତି ବାଟ ଚାହିଁପୁରୁଷ ଜଣେ ମାତ୍ରକ ସଙ୍ଗତରେ ନାହିଁ ।ଏତେ କହି ଦୂତିକା ଯେ ହୋଇଲେ ମଉନବାହୁଡ଼ି ବାଳକ ରୂପ ଧରି ଭଗବାନ ।ସହଚରୀ ସଙ୍ଗେ ହରି ହେଲେ ଯେତେ କଥାଗୋପୀ ଗୋପାଳଙ୍କୁଜଣା ନୋହେ ସେହି ବାର୍ତ୍ତା ।ବିଶ୍ୱକୂଟ ମାୟାରେ ଯେ ସର୍ବେ ମୋହମାନକରାଇଅଛନ୍ତି ସ୍ୱାମୀ ଦେବ ଭଗବାନ ।ଏମନ୍ତେ ମୋହ କରାଇ ହୃଷୀକେଶ ହସିକେହି ନ ଜାଣନ୍ତି କୃଷ୍ଣ ଦୂତୀରସ ଭାଷି ।ବାଳରୂପ ଧରିଛନ୍ତି ପ୍ରଭୁ ଦେବରାୟଉତ୍ତାନଶାୟୀ ହୋଇଣ ପଲ୍ୟଙ୍କେ ବିଜୟ ।ଧାଈ ପୋଇଲି ଆବର ଯେତେ ପରିବାରୀବେଢ଼ି ବସିଲେ କେଶବ ଅଗ୍ରତେ ଚତୁରୀ ।ବଧାଇ ଘେନି ଚଳଇ ଦୂତୀ ନିଜ ପୁରନଗ୍ର ନରନାରୀ ଗଲେ ଯେ ଯାହାର ଘର ।ବ୍ୟାପାର ଛାଡ଼ି ଘରକୁ ଗଲେ ନନ୍ଦ ଉଠିଅନେକ ଧନ ରତ୍ନରେ ଲୋକ କରି ତୁଷ୍ଟି ।ଗୁଣେ ବ୍ୟୟ କଲେ ବଢ଼େ ଦୁଇଗୁଣ ବିତ୍ତଧନପତି କୁବେର ଯେ ଯାର ବଶୀଭୂତ ।ପୁତ୍ରକୁ ଶୁଆଇ ମାତା ଘରଧନ୍ଦାକଲେକେବଣ ଉପାୟେ ଯିବି ମନରେ ଭାଳିଲେ ।କ୍ଷଣକ୍ଷଣକେ ଘାରୁଛି କାମ ପଞ୍ଚବାଣଅସାଷ୍ଟମ ହେଲେ ପ୍ରଭୁ ବପୁ ହେଲା କ୍ଷୀଣ ।ଭାଙ୍ଗିଗଲା ଯୋଗନିଦ୍ରା ଲାଗୁଁ କାମବାଧାଉଛୁଳିଲା ଧାତୁପୁଣ ଉନ୍ମତ୍ତ ପ୍ରସିଦ୍ଧା ।ଉଦଗମ ରୋମାବଳି ଗଳେ ଶ୍ରମଝାଳକ୍ରୋଟଅଗ୍ନି ପ୍ରାୟ ଚିତ୍ତ ଦହେ ଅନ୍ତରାଳ ।ଓଷ୍ଠ କଣ୍ଠ ତାଳୁ କାହିଁ ଶୁଖି ନବନାଡ଼ୀଉପରେ କି ପରବତ ପଡ଼ୁଅଛି ମାଡ଼ି ।ନୟନରୁ ଅଶ୍ରୁ ଜଳ ପଡ଼େ ଘନ ଘନକର ଚରଣ ନ ଚଳେ ଆକୁଳ ଯେ ମନ ।କାମବାଧା ଆସି ତହିଁ ହେଲା ପରାପତଅନ୍ତରାଳ ହୋଇଲା ଯେ ଗୋବିନ୍ଦଙ୍କ ଚିତ୍ତ ।ସତ୍ୟ ତ୍ରେତା ଯୁଗଠାରୁ ଏ ଦ୍ୱାପର ଯାଏଯୋଗନିଦ୍ରାରେ ସନ୍ନ୍ୟାସୀ ପ୍ରଭୁ ଦେବରାୟେ ।ପ୍ରିୟା ତ୍ୟଜ୍ୟା କଲାଠାରୁ ସ୍ତିରୀସଙ୍ଗ ନାହିଁଆଣ୍ଟେ ଧାତୁକୁ ଅଛନ୍ତି ହୃଦପଦ୍ମେ ବହି ।ସମୟେ ସୁବର୍ଣ୍ଣ ସୀତା ଘେନି ଭୋଗ କଲେଲବ କୁଶେ ରାଜ୍ୟ ଦେଇ ଭଗବନ୍ତ ହେଲେ ।ଅନନ୍ତ ଶଯ୍ୟାରେ ପ୍ରଭୁ ଶୋଇଲେକ ଯାଇଯୋଗନିଦ୍ରା ଭାଙ୍ଗିଦେଲେ ବାଣୀ ବୀଣାବାଇ ।ଯୋଗନିଦ୍ରାରେ ଅନିଦ୍ରା ପ୍ରଭୁ ଦେବରାୟେପରମହଂସ ଦୀକ୍ଷାକୁ ଘେନନ୍ତି ସମୟେ ।ଦ୍ୱାପର ଯୁଗର ଶେଷ ଭାରତ ନିମନ୍ତେଗୋପପୁରେ ବିଜେ ହରି ଭକତଙ୍କ ହିତେ ।ମାନବ ଦେହ ବହିଲେ ଭାରା ନାଶପାଇଁମଦନ ବାଧାରେ ଆର୍ତ୍ତ ହୁଅନ୍ତି ମାଧୋଇ ।ସେଥି ନିମନ୍ତେ ଗୋପରେ ଆସି ବିଳସନ୍ତିରଙ୍ଗାବତାରେ ଗୋପୀଏ ତାଙ୍କର ଯୁବତୀ ।ସମୟେ ପାସୋରିଥିଲେ କାମ କ୍ରୋଧ ଖେଦଆପଣେ ନିର୍ମାଣ କରିଛନ୍ତି ନାନା ଭେଦ ।ମହାଯୋଗ ଶରୀରେ ତା ଥିଲେକ ପାସୋରିଦୂତିକା କହିଲାଠାରୁ ଜାଣି ତଥ୍ୟ କରି ।ରକତ ମାଂସ ଦେହୀ ତ ପ୍ରଭୁ ଭଗବାନଲାଗନ୍ତେ ମଦନବାଧା ହୋଇଲେ କାରୁଣ୍ୟ ।ସେ କୃଷ୍ଣଙ୍କ ପାଦ ପଦ୍ମେ ନିବେଶି ମାନସକହଇ ଅଚ୍ୟୁତାନନ୍ଦ ଗୀତେ ହରିବଂଶ ।ମୁକ୍ତିମାର୍ଗ ଦେଖାଇଲି ସାଧୁଜନ ହିତେବୈକୁଣ୍ଠପୁରକୁ ଜନେ ଯାଅ ଏହି ପଥେ ।
ସମ୍ବନ୍ଧିତ ରଚନା
ହରିବଂଶ (ପଞ୍ଚମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ
ହରିବଂଶ (ଷଷ୍ଠ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି