ହରିବଂଶ (ଷଷ୍ଠ ଖଣ୍ଡ)
ମହାପୁରୁଷ · ପ୍ରାୟ ୧୪୮୫–୧୫୭୦
- ପଢ଼ିବା ସମୟ
- ୭୧୨ ମିନିଟ୍
- ଶବ୍ଦ
- ୧୧୩୯୩୬
- ସ୍ଥିତି
- ସାର୍ବଜନୀନ (Public domain)
ନମୋ ମତ୍ସ୍ୟକର୍ମାଦି ନାନା ସ୍ୱରୂପୈଃ ସଦା ଭକ୍ତକାର୍ଯ୍ୟୋଦ୍ୟୟାର୍ତ୍ତିହନେ ।ବିଧାତ୍ରେ ତୁ ସୃଷ୍ଟି ସ୍ଥିତିଧ୍ୱ ସକର୍ତ୍ତ୍ରେ ଗଦାଶଙ୍ଖପଦ୍ମରିହସ୍ତାୟତେଽସ୍ତୁ ॥
ମଙ୍ଗଳଂ ଭଗବାନ୍ ବିଷ୍ଣୁର୍ମଙ୍ଗଳଂ ମଧୁସୂଦନଃ ।ମଙ୍ଗଳଂ ପୁଣ୍ଡରୀକାକ୍ଷ ମଙ୍ଗଳଂ ଗରୁଡ଼ଧ୍ୱଜଃ ॥
ବେଦେ ରାମାୟଣେ ଚୈବ ପୁରାଣେ ଭାରତେ ତଥା ।ଆଦ୍ୟେ ପ୍ରାନ୍ତେ ଚ ମଧ୍ୟେ ଚ ହରିଃ ସର୍ବତ ଗୀୟତେ ॥
ସୂର୍ଯ୍ୟସ୍ତୁତି
ଜୟ ଜୟ ଜଗନ୍ନାଥ ପ୍ରଭୁ ନିରଞ୍ଜନଅଶେଷ କୋଟି ବ୍ରହ୍ମାଣ୍ଡେ ଅଛ ତୁମ୍ଭେ ପୂର୍ଣ୍ଣ ।ଆଦି ଅନ୍ତ ମଧ୍ୟ ବିବର୍ଜିତ ତୁମ୍ଭେ ପୁଣିଷାଠିଏ ଦଣ୍ଡରେ ଭ୍ରମ ସକଳ ମେଦିନୀ ।ପୃଥ୍ୱୀ ଆପ ତେଜ ବାୟୁ ବ୍ୟୋମ ପଞ୍ଚଭୂତଅଶେଷ କୋଟି ବ୍ରହ୍ମାଣ୍ଡ ତୁମ୍ଭ ତହୁଁ ଜାତ ।ହବି ହୋମ ଜପ ତପ ସନ୍ଧ୍ୟାଆଦି ସର୍ବତୁମ୍ଭ ଶ୍ରୀଅଙ୍ଗରୁ ସ୍ୱାମୀ ହୋଇଛି ଉଦ୍ଭବ ।ସର୍ବ ଶାସ୍ତ୍ରମାନଙ୍କର ତୁମ୍ଭେ ଯେ ନୟନନମସ୍ତେ ପରମାନନ୍ଦ ପ୍ରଭୁ ନିରଞ୍ଜନ ।ନମସ୍ତେ ସକଳ ଆତ୍ମା ସର୍ବଭୂତବାସୀଅଶେଷ ବ୍ରହ୍ମାଣ୍ଡେ ଘୋଟିଅଛି ତେଜରାଶି ।ଏକ ଚକ୍ରରେ ଶୋଭିତ ଦିଶେ ତୁମ୍ଭ ରଥସାତଗୋଟି ଅଶ୍ୱ ଯୋଚା ତହିଁରେ ସନ୍ତତ ।କଳ୍ପ କଳ୍ପାନ୍ତରେ ତୁମ୍ଭେ ଅଟ ବେଦକର୍ତ୍ତାଠୁଳଶୂନ୍ୟ ବିବର୍ଜିତ ଜଗତର ପିତା ।ଯେବଣ କାଳରେ ପୃଥ୍ୱୀ ହେଲା ଜଳମୟଲକ୍ଷେ କିରଣ ଘେନିଣ ହୋଇଲ ଉଦୟ ।ପ୍ରଳୟ ଜଳଧି ଶୁଖି ହେଲା ମହୀସ୍ଥଳୀପର୍ବତ କାନନ ଆଦି ସବୁ ଗଲା ଜଳି ।ତା ଦେଖି କହିଲେ ଦେବେ ବିକଳରେ ଆସିଦେହ କ୍ଷୀଣ କଲେ ତୁମ୍ଭେ ଏକଯନ୍ତ୍ରେ ବସି ।ସହସ୍ରେ କିରଣ ଘେନି ତହୁଁ ଗଲ ଉଠିତୁମ୍ଭେ ହେତୁ ରକ୍ଷା ହେଲା ଚରାଚର ସୃଷ୍ଟି ।ସକଳ ପ୍ରାଣୀଙ୍କ ହିତେ ତୁମ୍ଭେ ଦେହବନ୍ତଧର୍ମ ରକ୍ଷାପାଇଁ ଆପେ ହୋଇଲ ଉଦିତ ।ଚାରିବେଦ ଷଡ଼ଶାସ୍ତ୍ର ପୁରାଣର ବିଧିଚୌରାଶୀ ଖଣ୍ଡ ଶାସ୍ତ୍ରକୁ ରଖିଲେ ସମ୍ପାଦି ।ତୁମ୍ଭ ଯୋଗେ ସ୍ଥିର ହେଲା ସମଗ୍ର ମେଦିନୀପ୍ରାଣୀଙ୍କର ଚକ୍ଷୁ ତୁମ୍ଭେ ପ୍ରଭୁ ଦିନମଣି ।ଲୋକସାକ୍ଷୀ ବୋଲି ନାମ ଅଟଇ ତୁମ୍ଭରଗ୍ରହଗଣ ମଧ୍ୟେ ତୁମ୍ଭେ ଅଟେ ଗ୍ରହେଶ୍ୱର ।ଧର୍ମ ଅର୍ଥ କାମ ମୋକ୍ଷ ଚଉବର୍ଗ ଦାତାନାମ ସୁମରନ୍ତେ ଛାଡ଼େ ରୋଗ ଶୋକ ବ୍ୟଥା ।ଛାୟା ପ୍ରାଣବନ୍ଧୁ ତୁମ୍ଭେ ପ୍ରଭୁ ଦିନନାଥଉଡ଼ାଳେ ସହସ୍ର ଯୂଣ ଚଳେ ତୁମ୍ଭ ରଥ ।ସପ୍ତାଶ୍ୱ ବାହନ ରଥେ ସଦା ତୁମ୍ଭ ଗତିଦିନକରେ ଭ୍ରମୁଅଛ ଚରାଚର କ୍ଷିତି ।ବିନତାର ନନ୍ଦନ ଯେ ଗରୁଡ଼ର ଜ୍ୟେଷ୍ଠଅରୁଣ ନାମରେ ପକ୍ଷୀ ଅତ୍ୟନ୍ତ ବଳିଷ୍ଠ ।ସେ କାଶ୍ୟପି ତୁମ୍ଭ ରଥେ ସାରଥି ହୋଇଣଲୋକ ହିତେ ଆବୋରିଲେ ପ୍ରଚଣ୍ଡ କିରଣ ।ନମସ୍ତେ ହେ ଦିବାକର ପ୍ରଚଣ୍ଡ ମୂରତିଶରଣ ସୋଦର ନାଥ ଅଗତିର ଗତି ।ନିରଞ୍ଜନ ପାଦପଦ୍ମେ ଲୋଟୁ ମୋର ମାଥଅଚ୍ୟୁତ ଦାସକୁ ରକ୍ଷା କର ଦିନନାଥ ।ରୁକ୍ମିଣୀ ଦେବୀଙ୍କ ବିବାହ ନିମନ୍ତେ ଭୀଷ୍ମକ ନୃପତିର ବର ଅନ୍ୱେଷଣଏଥୁ ଅନନ୍ତରେ ପୁଣି ପରୀକ୍ଷିତ ରାଜାପଚାରିଲେ ଶୁକମୁନି ପାଦେ କରି ପୂଜା ।ଭୋ ମୁନି ତବ ପ୍ରସାଦେ ଶୁଣି ହରିବଂଶପବିତ୍ର ହୋଇଲା ଆତ୍ମା ଲଭିଲି ସନ୍ତୋଷ ।ଆଧିବ୍ୟାଧି ଗ୍ରହ ପୀଡ଼ା ରିଷ୍ଟ ଉପଦ୍ରବନାଶ ଯାଇ ଅନ୍ତଃକାଳେ ସଦ୍ଗତି ମିଳିବ ।ଭୋ ମୁନି ଜରାସନ୍ଧର ଭୟେ ପୀତବାସମଥୁରା ଛାଡ଼ି ଦ୍ୱାରକା ପୁରେ କଲେ ବାସ ।ତହିଁପରେ କିସ କଲେ କୃଷ୍ଣ ହଳଧରସେ କଥା ବିସ୍ତାରି ମୋତେ କହ ମୁନିବର ।ଅଷ୍ଟପାଟବଂଶୀଙ୍କର ବିବାହ ବିଧାନପାରିଜାତ ତରୁ କଥା ପ୍ରଦ୍ୟୁମ୍ନଙ୍କ ଜନ୍ମ ।ପୃଥ୍ୱୀଭାର ନିବାରଣେ ଲକ୍ଷ୍ମୀଦେବୀ ସାଇଁମହିମା ପ୍ରକାଶ କଲେ ଦ୍ୱାରକାରେ ରହି ।ମୁଁ ଏହା ଶୁଣିବା ପାଇଁ ବଳାଇଛି ମନଅନୁଗ୍ରହ କରି ମୋତେ କହ ତପୋଧନ ।ରାଜା ବାକ୍ୟେ ବୋଲନ୍ତି ଯେ ଶୁକ ମହାଯତିସାବଧାନ ହୋଇ ଶୁଣ ପଣ୍ଡୁ ପଣନାତି ।ଅତିଭାଗ୍ୟେ ଭାଗବତ ପୁରାଣର ବାଣୀପବିତ୍ର ହୋଇବୁ ରାଜା କର୍ଣ୍ଣପଥେ ଶୁଣି ।କୁଣ୍ଡୀନାମେ ନଗ୍ର ଅଛି ବିଦର୍ଭ ଦେଶରେକୁଣ୍ଡଳୀ ପର୍ବତ ତଳେ ବେଣୀନଦୀ ତୀରେ ।ସେ ନଗର ପଞ୍ଚ ପଞ୍ଚଯୂଣ ଦୀର୍ଘ ପ୍ରତିଭୀଷ୍ମକ ନାମରେ ରାଜା ପାଳଇ ସେ କ୍ଷିତି ।ସେ ନଗ୍ରେ ବସନ୍ତି ବେନି ଅରବଦ ଘରବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ହିଁ ଆବର ।ଛତିଶ ପାଟକ ଅଷ୍ଟାଦଷ ଜାତି ମୂଳେକୁବେର ସମାନେ ଧନୀ ଅଛନ୍ତି ସକଳେ ।ପୃଥ୍ୱୀଭାରା ନିବାରଣ ପାଇଁ ଲକ୍ଷ୍ମୀ ଆପେସେ ନଗରେ ଜନ୍ମିଛନ୍ତି ମାନବୀ ସ୍ୱରୂପେ ।ପବିତ୍ର ଭୂମି ଅଟଇ ସେ କୁଣ୍ଡୀ ନଗରତେଣୁ ବାସ କରିଛନ୍ତି ପୁଣ୍ୟବନ୍ତ ନର ।ଜଗତି ମଣ୍ଡପ ମେଢ଼ ଅଟ୍ଟାଳି ଦେଉଳଅଳକା ଭୁବନ ପ୍ରାୟେ ଦିଶେ ପରିମଳ ।ଜଗତରେ ପୁଣ୍ୟଭୂମି କୁଣ୍ଡୀନଗ୍ର ସୀମାକହନ୍ତେ ନ ସରେ ନୃପ ସେ ପୁର ମହିମା ।ଲକ୍ଷ୍ମୀର ଆହ୍ଲାଦେ ତହିଁ ସର୍ବଜନେ ସୁଖୀଦରିଦ୍ର ଭିକ୍ଷୁକ ନାହିଁ ନାହିଁ ରୋଗୀ ଦୁଃଖୀ ।ସାମଦେବୀ ବ୍ରାହ୍ମଣ ସେ ଭୀଷ୍ମକ ରାଜନନିରନ୍ତର ଧର୍ମପଥେ ଦେଇଥାନ୍ତି ମନ ।ଯଜନ ଯାଜନ ଆଦି ଷଟକର୍ମ ଯେତେସର୍ବଦା ସେ କରୁଥାନ୍ତି ଦେବ ପିତୃଅର୍ଥେ ।ତାଙ୍କ ପାଟ ମହାଦେଈ ନାମ ସତ୍ୟବତୀସୁକୁମାରୀ ସୁଲକ୍ଷଣୀ ପତିବ୍ରତା ସତୀ ।ଲକ୍ଷ୍ମୀ ଗର୍ଭଧାରିଣୀ ସେ ଆଦି ବୃଦ୍ଧମାତାପାଞ୍ଚପୁତ୍ର ଜାତ କଲେ ଏକଇ ଦୁହିତା ।ରୁକ୍ମଣ ସେ ରୁକ୍ମରଥ ରୁକ୍ମମାଳୀ ପୁଣିରୁକ୍ମକାହୁ ରୁକ୍ମକେଶ ପାଞ୍ଚପୁତ୍ର ଭଣି ।ସାକ୍ଷାତେ କମଳା ହେଲେ କନ୍ୟାରୂପେ ଜନ୍ମରୁକ୍ମିଣୀ ବେଲିଣ ମାତା ପିତାଦେଲେ ନାମ ।ଅଶେଷ କୋଟି ବ୍ରହ୍ମାଣ୍ଡ ପାଳିବା ନିମିତ୍ତେଅବତାର ଘେନି ଜାତ ହେଲେ ଗର୍ଭପଥେ ।ନାମ ସୁମରନ୍ତେ ହୁଏ ଦାରିଦ୍ର୍ୟ ଦହନବିଷ୍ଣୁ ହୃଦ ବିଳାସିନୀ ସେ ନାରୀ ରତନ ।କୋଟି ବ୍ରହ୍ମା ବସି ଯାହା ନ ପାରିଲେ ଗଢ଼ିସ୍ୱଇଚ୍ଛାରେ ଦେହ ଧରି କନ୍ୟାରୂପେ ବଢ଼ି ।ଚରାଚର ପ୍ରାଣୀ ଯାର ଗର୍ଭରୁ ସମ୍ଭୁତସେହି ଲୋକମାତା ଆସି ମର୍ତ୍ତ୍ୟେ ହେଲେ ଜାତ ।ମାତାଙ୍କର ପଞ୍ଚଭୂତ ପିତାଙ୍କ ଜୀବନଅବହେଳେ ମୋହିଲେ ସେ ପ୍ରାଣୀଙ୍କର ମନ ।ଜଗତମୋହିନୀ ରୂପ ଧରିଛନ୍ତି ମାତାତା ବର୍ଣ୍ଣିବା ପାଇଁ ଅଛି କାହାର କ୍ଷମତା ।ଚଉଦ ଭୁବନେ ନାହିଁ ଯାହାଙ୍କୁ ଉପମାଶୁକ୍ଳପକ୍ଷ ଶଶୀ ପ୍ରାୟେ ବଢ଼ିଲେ ସେ ଜେମା ।ପାଞ୍ଚ ସାତ ପରିବାରୀ ଖଟିଥାନ୍ତି ସଙ୍ଗେହାସ୍ୟ ରସ କଉତୁକେ ଖେଳି ନାନାରଙ୍ଗେ ।ପଶା ଶକଟା ଆବର ଖେଳି ନାନା ଖେଳନୃତ୍ୟ ଗୀତରେ ହରନ୍ତି ସେହୁ ଦିନକାଳ ।ସକଳ ନାୟିକା ରୁକ୍ମିଣୀର ମନ ତୋଷିଜନ୍ମେ ଜନ୍ମେ ସେହିମାନେ ତାଙ୍କ ସେବାଦାସୀ ।ସୁମେଧା ନାମରେ କନ୍ୟା ମନ୍ତ୍ରୀର ଦୁଲଣୀରୁକ୍ମଣୀର ଅଟଇ ସେ ପ୍ରିୟ ସଙ୍ଗାତୁଣୀ ।ଦାସୀଗଣ ମଧ୍ୟେ ଶ୍ରେଷ୍ଠା ପରମା ସୁନ୍ଦରୀରୁକ୍ମଣୀର ମନ ଜାଣି ଥାଏ ସେବାକରି ।ଏକଦିନେ ସହଚରୀଗଣ ସଙ୍ଗେ ଘେନିଉପବନେ ବିଜେକଲେ ଯାଇ ସେ ରୁକ୍ମଣୀ ।ବେଭାରେ ବରଷା ଶେଷ ଶରଦ ଯେ ଋତୁଜାଇ ଯୂଇ କନିଅର ଫୁଟି ଧାତୁ ଧାତୁ ।ଯୂଥ ଯୂଥ ହୋଇ ତହିଁ ଅଳିକୁଳ ମିଳିକୁସୁମମାନଙ୍କେ ବସି କରୁଛନ୍ତି କେଳି ।ପରସ୍ପର ଯୋଗ ହୋଇ ପଶୁପକ୍ଷୀଗଣନାନା କଉତୁକେ ଖେଳି କରନ୍ତି ଭ୍ରମଣ ।ତା ଦେଖି ମଦନେ ପୀଡ଼ା ପାଇଣ ରୁକ୍ମଣୀସୁମେଧା ମୁଖକୁ ଚାହିଁ କହିଲେ ଏ ବାଣୀ ।ଦେଖ ଦେଖ ସହଚରି ଭ୍ରମରୀଙ୍କ ନୃତ୍ୟନିଜ ସ୍ୱାମୀ ସଙ୍ଗେ ଘେନି ବୁଲନ୍ତି ସନ୍ତତ ।ମାନବୀ ତନୁ ବହିଲି ମୁହିଁ ମର୍ତ୍ତ୍ୟପୁରନବଯୁବା ବୟସ ଗୋ ହୋଇଲା ମୋହର ।ଏତେଦିନ ଯାଏ ମୋତେ ବର ନ ମିଳିଲାକା ଆଗେ କହିବି ମୋର କର୍ମେ ଲେଖାଥିଲା ।ସ୍ତିରୀଏ ହୋଇଲେ ନିଶ୍ଚେଁ ପୁରୁଷକେ ଅଛିଜନ୍ମ ହେଲେ ପ୍ରାଣୀ ନିଶ୍ଚେଁ ମରଣ ଲଭୁଛି ।ଦିବସ ହୋଇଲେ ଦେଖ ହୁଅଇ ରଜନୀଲାଭ ହେଲା ପରେ ପୁଣି ହେଉଅଛି ହାନି ।ଦୁଃଖ ଅନ୍ତରେ ଯେ ସୁଖ ହେଉଅଛି ଜାତମୋ କର୍ମ ଅବଳେ ତାହା ହେଲା ବିପରୀତ ।ଉତ୍ତମ ଜନମ ପାଇ ଲାଭ ନାହିଁ କିଛିଦେଖୁ ଦେଖୁ ଯୁବାକାଳ ଗତ ହେଉଅଛି ।ସପତ ସମୁଦ୍ରେ ପଶି ନ ତିନ୍ତେ ଚରଣସପ୍ତନିଧି ଆବୋରିଲେ ହେଲା ଅକାରଣ ।କାମଧେନୁ ଆଶ୍ରେକଲି ନ ତୁଟିଲା କ୍ଷୁଧାକେତେହେଁ ସହିବି ଆଉ ମଦନର ବାଧା ।ରୂପ ଯୌବନ ସମ୍ପନ୍ନ ମୁହିଁ ବରାଙ୍ଗନାସ୍ୱାମୀ ବିହୀନରେ ଦେହ ଅକାରଣ ସିନା ।କର୍ମ ଅନୁସାରେ ମୁହିଁ ଅରଜିଛି ଯିସତହିଁକି ଶୋଚନା କଲେ ହେବ ଆଉ କିସ ।ମୁଁ ଅବା ପିତାଙ୍କୁ ଦୋଷ ଦେବି କାହିଁପାଇଁକେତେ କଷ୍ଟେ ସ୍ୱୟମ୍ବର କଲେ ସେ ମୋ ପାଇଁ ।ଚାରିଊଣା ଲକ୍ଷେରାଜା ହୋଇଥିଲେ ମେଳିଆଠ ମାସ ସେ ସହିଲେ ନୃପଙ୍କ ଆର୍ଦ୍ଦୋଳି ।ତଥାପି ମୋହର କାର୍ଯ୍ୟ ନୋହିଲା ତହିଁରେମୁଁ ରାଢ଼େଣୀ ମହାପାପୀ ଅଟଇ ସଂସାରେ ।ଲକ୍ଷେକ ନୃପତି ବସି ମଣ୍ଡିଥିଲେ ସଭାମନ ନ ବଳିଲା ତାଙ୍କୁ ନୋହିଲି ମୁଁ ବିଭା ।ଏ ନବଯୌବନ ଭାର ସହିବି କିପରିପିନ୍ଧିଲା ବସନ ମୋତେ ଲାଗୁଅଛି ଭାରି ।କ୍ଷଣ କ୍ଷଣକରେ ଅଙ୍ଗେ ନ ରହେ ଚେତନାମନ ସେ ଜାଣଇଁ ସିନା ହୃଦର ବେଦନା ।ଯୁବା ବୟସରେ ନାହିଁ ପତି ସଙ୍ଗେ ଭେଟକି ବୁଦ୍ଧି କରିବି ସଖି ପଡ଼ିଲା ସଙ୍କଟ ।ଏମନ୍ତ ବଚନ ଯହୁଁ କହିଲେ ରୁକ୍ମିଣୀକର ଯୋଡ଼ିଣ ସୁମେଧା କହେ ମଞ୍ଜୁବାଣୀ ।ମାଗୋ ନୃପନନ୍ଦିନି ତୁ ସାବଧାନେ ଶୁଣକହିଲେ ନ ସରେ ତୋର ଅଛି ଯେତେ ଗୁଣ ।ହସ୍ତେ ପଦ୍ମ ପାଦେ ପଦ୍ମ ପାଉଅଛି ଶୋଭାପଦ୍ମିନୀ ନାୟିକା ପୁଣି ଏକେ ନବଯୁବା ।ପରମାସୁନ୍ଦରୀ ତୁ ଯେ ସାକ୍ଷାତରେ ଲକ୍ଷ୍ମୀପୃଥିବୀର ସ୍ତିରୀରତ୍ନ ବୋଲି ତୋତେ ଲେଖି ।କିପାଁ ତୁ ମନରେ ଦୁଃଖ କରୁଛୁ ଗୋ ମାୟେକୋଟି ଇନ୍ଦ୍ରପଦ ତୋତେ ତିରଣ ପରାୟେ ।ତୁ ଯାହା ଲୋଡ଼ିବୁ ତୋତେ ନ ମିଳିବ କିସଅକାରଣେ କିପାଁ ତୁ ଗୋ ହେୁଉଛୁ ବିରସ ।ଧୈର୍ଯ୍ୟଗୁଣ ଧରି ତୁ ଯେ ହୋଇଥିଲୁ ସ୍ଥିରତୋର ଇଚ୍ଛା ନ ଥିବାରୁ ନ ମିଳିଲା ବର ।ଏବେ ବିଭାହେବା ପାଇଁ କଲୁ ଯେବେ ଶ୍ରଦ୍ଧାପିତାମାତା ହୃଦୟରୁ ଗଲା ଭୟ ବାଧା ।ତୋର ବିଭା ନୋହିବାରୁ ପାଇଥିଲେ ବ୍ୟଥାଭାଇମାନେ ତୋଷ ହେବେ ଶୁଣିଲେ ଏ କଥା ।ଆବର କଥାଏ ତୋତେ କହୁଅଛି ଶୁଣମୋ ଆଗରେ କହିଛନ୍ତି ତୋ ଭାଇ ରୁକ୍ମଣ ।ତ୍ରିଭୁବନେ ଦେବ ନାଗ ମାନବେ ଅଛନ୍ତିରଣରାଜ ପୁତ୍ରେ ତୋତେ କେହି ନ ରୁଚନ୍ତି ।ସ୍ୱୟମ୍ବରେ ଯେବେ କେହି ନ ଯୋଗାଇ ଅବାସଂସାରେ ବେଭାର ତୋତେ କରାଇଲେ ବିଭା ।ରୁକ୍ମିଣୀ ବୋଇଲେ ସଖି କହକିନା ମୋତେତ୍ରିଭୁବନ ମଧ୍ୟେ ଛନ୍ତି ବରପାତ୍ର ଯେତେ ।ବିଦ୍ୟାବନ୍ତ ରୂପବନ୍ତ ଜାତିବନ୍ତ ହେବସର୍ବଗୁଣେ ମୋ ମନକୁ ରଞ୍ଜାଇ ପାରିବ ।ଦେଖିଲା ମାତ୍ରକେ ଯେବେ ମନହେବ ଲୋଭାତୋ ଆଗେ କହୁଛି ନିଶ୍ଚେଁ ତାକୁ ହେବି ବିଭା ।ସୁମେଧା ବୋଇଲା ସଖି କହୁଅଛି ଶୁଣମର୍ତ୍ତ୍ୟଭୁବନରେ ଛନ୍ତି ଯେତେ ନରରାଣ ।ରୂପବନ୍ତ ଗୁଣବନ୍ତ ବଳବନ୍ତ ରାୟେଏକ ଏକ ନାମ ଧରି କହିବି ଥୋକାଏ ।ସୋମବଂଶେ ଜନ୍ମ ଧୃଷ୍ଟରାଷ୍ଟ୍ର ନରପତିଦୁର୍ଯ୍ୟୋଧନ ନାମେ ତାର ଅଟଇ ସନ୍ତତି ।ପନ୍ନଗ ନାରାୟଣ ସେ ହୋଇଅଛି ଜାତଦୁଃଶାସନ ଆଦି ତାର ଊନଶତ ଭ୍ରାତ ।ସେ ସମସ୍ତେ ବଳବନ୍ତା ସମରେ ଗରିଷ୍ଠଶତେଭାଇଙ୍କ ଉପରେ ଦୁର୍ଯ୍ୟୋଧନ ଜ୍ୟେଷ୍ଠ ।କହନ୍ତେ ନ ସରେ ଦୁର୍ଯ୍ୟୋଧନର ମହିମାଜମ୍ବୁଦ୍ୱୀପ ଗୋଟା ତାର ଅଟେ ରାଜ୍ୟସୀମା ।ଜଗତ ମଧ୍ୟେ ଶରଣପଞ୍ଜର ତା ବାନାପାଷାଣ ଧଇଲେ ହସ୍ତେ ହୁଅଇ ସେ ସୁନା ।ଜାତିବନ୍ତ ପଣରେ ସେ ଅଟେ ଜଗଜ୍ଜିତାଗାନ୍ଧାରସେନ ନନ୍ଦିନୀ ଗାନ୍ଧାରୀ ତା ମାତା ।ସମ୍ପୂର୍ଣ୍ଣରେ ଅଷ୍ଟାଦଶ ବରଷ ବୟସରୂପେ ସୁରସୁନ୍ଦରୀଙ୍କି କରିପାରେ ବଶ ।ତୋର ଅନୁରୂପ ବର ଅଟଇ ସେ ଯୁବାବିଚାରକୁ ଯୋଗାଇଲେ ହୁଅ ତାକୁ ବିଭା ।ଭୀଷ୍ମ ଦ୍ରୋଣ ଆଦି ଯାର ହୋଇଛନ୍ତି ସଖାସବୁ ରାଜାଙ୍କ ଉପରେ ଅଟେ ଅଗ୍ରଲେଖା ।ଯେ ଗଙ୍ଗାସାଗରେ ଶତେବାର ଝାସିଥିବଦୁର୍ଯ୍ୟୋଧନ ପରା ସ୍ୱାମୀ ତା ଭାଗ୍ୟେ ମିଳିବ ।ଆଗ ସ୍ୱୟମ୍ବର କାଳେ ଆସିଥିଲା ସେହିତାହାର ସମାନେ ରାଜା ନୋହେ ଆନ କେହି ।ଯଦୁବଂଶେ ଜାତ କୁନ୍ତ ଭୋଜର ଦୁଲଣୀପଣ୍ଡୁରାଜାଙ୍କର ଭାର୍ଯ୍ୟା କୁନ୍ତୀନାମେ ରାଣୀ ।ଯୁଧିଷ୍ଠିର ଭୀମାର୍ଜ୍ଜୁନ ଏ ତାଙ୍କର ସୁତସତ୍ୟ ଧର୍ମପରାୟଣ ବୀର ସୁପଣ୍ଡିତ ।କୁନ୍ତୀ ସାନ ସପତଣୀ ମାଦ୍ରୀ ନାମେ ବାମାସୁକୁମାରୀ ସୁଲକ୍ଷଣୀ ମଦ୍ରରାଜ ଜେମା ।ନକୁଳ ଯେ ସହଦେବ ତାଙ୍କ ବେନି ପୁଅଏହିରୂପେ ପଣ୍ଡୁଙ୍କର ସେ ପଞ୍ଚ ତନୟ ।ପାଣ୍ଡବ ବୋଲିଣ ତାଙ୍କୁ ବୋଲନ୍ତି ସକଳେମନକଲେ ତ୍ରିଭୁବନ ଜିଣିବେ ସେ ବଳେ ।ପାଞ୍ଚଭାଇ ଏକୁ ଏକ ଅଟନ୍ତି ସୁନ୍ଦରପାରିଲେ ତହିଁରୁ ବାଛି ଗୋଟିଏ ତୁ ବର ।ସୂର୍ଯ୍ୟବଂଶେ ଦମଘୋଷ ନାମେ ମହୀକ୍ଷିତଶିଶୁପାଳ ବୋଲି ତାର ଅଛି ଏକ ସୁତ ।ଉତ୍ତମ କ୍ଷତ୍ରିୟ ମଧ୍ୟେ ଅଟଇ ଗଣିତାମାତା ତାର ଦଇବକୀ ଦମଘୋଷ ପିତା ।ରାଜାର ଜ୍ୟେଷ୍ଠ କୁମର ଯୁବରାଜ ସେହିବୀରପଣେ ସାଧିପାରେ ଚରାଚର ମହୀ ।କନ୍ଦର୍ପ ପରାୟ ରୂପ ଦିଶେ ଶୋଭାବନତୁ ତାହାକୁ ବର ଯେବେ ପାଉଅଛି ମନ ।ମଣି କଣ୍ଣିକାରେ ଯେହୁ ଝାସ ଦେଇଥିବସେ ପୁଣ୍ୟ ବଳରେ ତାକୁ ପତିତ୍ତ୍ୱେ ବରିବ ।ଆବର ପାଞ୍ଜାଳ ଦେଶେ ଦ୍ରୁପଦ ରାଜନଧୃଷ୍ଟଦ୍ୟୁମନ ଶିଖଣ୍ଡୀ ତା ବେନି ନନ୍ଦନ ।ସେ ବେନି କୁମରେ ରୂପଗୁଣେ ଅନୁପମସମରେ କରନ୍ତି କୋଟିସିଂହ ପରାକ୍ରମ ।ମତ୍ସ୍ୟଦେଶେ ଅଧିପତି ନୃପତି ବିରାଟସୁଦେଷ୍ଣା ନାମରେ ତାର ରାଣୀ ଆଦ୍ୟପାଟ ।ଶଙ୍ଖ ଶ୍ୱେତ ଉତ୍ତର ଏ ତିନି ତାର ପୁତ୍ରଇଚ୍ଛା ହେଲେ ତାଙ୍କୁ ବିଭା ହୁଅ ଆଗୋ ମାତ ।ସୂର୍ଯ୍ୟବଂଶେ ଜାତ ଜରାସନ୍ଧ ନରପତିଦେବତା ସମାନେ ଷଡ଼ପୁତ୍ର ତାର ଛନ୍ତି ।ବଡ଼ ବଳବନ୍ତ ଅଟେ ସେହି ନୃପବରଚାରିଊଣା ଲକ୍ଷେରାଜା ବନ୍ଦିଘରେ ତାର ।ତାଠାରୁ ଅଧିକ ବନ୍ଧୁ ନାହିଁ ଆଉ କେହିବିଭା ହୁଅ ଯେବେ ତୁମ୍ଭ ମନକୁ ଯୋଗାଇ ।କଳିଙ୍ଗ ଦେଶେ କଳିଙ୍ଗସେନ ନାମେ ରାଜାଦଶପୁତ୍ର ତାର ଏକାଦଶ ଯେ ଭାରିଯା ।କୁବେର ସମାନ ଧନବନ୍ତ ସେ ଅଟଇଈଶ୍ୱରଙ୍କ ବରେ ତାର ଅପଚୟ ନାହିଁ ।ଗ୍ରହ ରୋଗ ଆଦି ପୀଡ଼ା ନାହିଁ ତାର କାୟେଇଚ୍ଛାହେଲେ ସେ ନୃପକୁ ବର ଆଗୋ ମାୟେ ।ବାଣାସୁର ବଜ୍ରନାଭ ଶମ୍ବର ନାରକାଏହାଙ୍କ ନାମ ଶୁଣିଲେ ସ୍ୱର୍ଗେ ପଡ଼େ ଡକା ।ଏମାନେ ଶିବଙ୍କୁ ସେବି ପାଇଛନ୍ତି ବରସବୁକାଳେ ହୋଇଥିବେ ଅଜର ଅମର ।ଚୁଡ଼ଙ୍ଗ ଦେଶର ଶିବସେନ ନରପତିଉଡ଼ଙ୍ଗସେନ ବୋଲିଣ ତାହାର ସନ୍ତତି ।କନ୍ଦର୍ପ ସମାନ ରୂପେ ଦିଶଇ ସୁନ୍ଦରମର୍ତ୍ତ୍ୟ ଭୁବନରେ ଯାକୁ ନାହିଁ ପଟାନ୍ତର ।ମର୍ହଟ୍ଟ ଦେଶର ରାଜା ମଧୁକର ରାୟେସତ୍ୟସେନ ନାମେ ଅଛି ତାହାର ତନୟେ ।ବରଷେ ସୂର୍ଯ୍ୟଙ୍କୁ ସେବା କରି ସତ୍ୟସେନସୂର୍ଯ୍ୟ ଦେବଠାରୁ ବର ପାଇଛି ଏସନ ।ସବୁକାଳେ ନବଯୁବା ହୋଇ ରହିଥିବକେତେବେଳେ ଜରାଜୀର୍ଣ୍ଣ ତା ଅଙ୍ଗ ନୋହିବ ।ଏମନ୍ତ ସୁମେଧା ବାଛି ରୁକ୍ମିଣୀଙ୍କ ଆଗେଅନେକ ନୃପତି ନାମ କହିଲା ସରାଗେ ।ସୁମେଧା ମୁଖରୁ ଏହା ଶୁଣିଣ ରୁକ୍ମିଣୀମନ୍ଦହାସ କରି ତାକୁ କହିଲେ ଏ ବାଣୀ ।ଯେତେ ନୃପତିର ନାମ କହିଲୁ ତୁ ସଖିଭୋ ଭୃତ୍ୟର ଭୃତ୍ୟପଣେ ତାହାଙ୍କୁ ନ ଲେଖି ।ମୋତେ ଅପରୂପ ବର ଜମ୍ବୁଦ୍ୱୀପେ କାହିଁଗଜ ସଙ୍ଗେ ଇନ୍ଦୂର କି ସମାନ ହୁଅଇ ।କେବଣ ବିଧାତା ମୋତେ କରିଛନ୍ତି ଜାତନରମାନେ ଦିଶୁଛନ୍ତି ମୋତେ ଭୃତ୍ୟବତ ।ସ୍ୱର୍ଗପୁରବାସୀ ଦେବ ଦିଗପାଳ ଯେତେହୀନଲୋକ ପ୍ରାୟ ଦିଶୁଅଛନ୍ତି ସେ ମୋତେ ।ଇନ୍ଦ୍ର ନଈର୍ଋତ ଯମ କୁବେର ବରୁଣଏ ମୋତେ ଦିଶନ୍ତି ଯେହ୍ନେ ସେବାକାରି ଗଣ ।ଦେବଗଣ ମଧ୍ୟେ ଶ୍ରେଷ୍ଠ ବ୍ରହ୍ମା ପଶୁପତିଗୁରୁଜନ ବୋଲି ତାଙ୍କୁ ମୁଁ କରେ ଭକତି ।ଆଉ ଯେତେ ନୃପ ଅବା ଛନ୍ତି ଭୂମଣ୍ଡଳେମୋର ଆଶ୍ରୟରେ ରହିଛନ୍ତି ସେ ସକଳେ ।ମୁଁ ତାହାଙ୍କୁ ସ୍ୱାମୀ ପଣେ କେମନ୍ତେ ବରିବିପ୍ରାଣଯାଉ ପଛେ ଏହା କରି ନ ପାରିବି ।ଅପାତ୍ରରେ ପୁଣ୍ୟ ଦେହ ନ କରି ଅର୍ପଣପିତା ଘରେ ରହିଥିବି ଏ ମୋହର ପଣ ।ଅବିବାହୀ ହୋଇ ପଛେ ବୁଢ଼ୀ ହେବି ମୁହିଁବିଷ୍ଣୁ ବିନା ଆନେ ମୋର ମନ ନ ବଳଇ ।ଏ ଦେହ ଅଜରାମର ନୁହଇ ତ କେଭେପୃଥିବୀରେ ଜନ୍ମ ହେଲେ ନିଶ୍ଚେ ମୃତ୍ୟୁ ଲଭେ ।ଶରୀରରେ ପ୍ରାଣ ଥିବାଯାଏ ମୁଁ ସ୍ୱାୟତ୍ତ୍ୱେଏଡ଼େ ବିଡ଼ମ୍ବନ କଥା କରିବି କେମନ୍ତେ ।ସୁମେଧା ବୋଇଲା ସଖି ଅସମ୍ଭବ କହୁପିମ୍ପୁଡ଼ି ହୋଇଣ ଗିରି ବହିବାକୁ ଚାହୁଁ ।ଆକାଶ ମାପିବା ପାଇଁ ବଢ଼ାଉଛୁ ନଳସମୁଦ୍ର ଶୁଖାଇ କିଏ କରିପାରେ ସ୍ଥଳ ।ବାଲି ପକାଇଲେ ସିନ୍ଧୁ ହୁଅଇ କି ପୋତିଚନ୍ଦ୍ର ସୂର୍ଯ୍ୟ କେ ଧରିବ ଦେଖାଇ ଶକତି ।ଅଙ୍ଗୁଳି ପକାଇ ସୃଷ୍ଟି କେ ପାରିବ ମାପିମାନବ ହୋଇଣ କିଏ ଦେବତା ନ ସ୍ଥାପି ।ଅସମ୍ଭବ କଥା ଯାହା ଦେଖା ଶୁଣା ନାହିଁଅପୂର୍ବ ଗୋଟାଏ କାହୁଁ ଆସିବ ତୋପାଇଁ ।ଇନ୍ଦ୍ର ଚନ୍ଦ୍ର ଆଦି ଦେବ ନାଗ ନର ଯେତେଅଛନ୍ତି ଏମାନେ କେହି ନ ରୁଚିଲେ ତୋତେ ।ଏଣୁ ନିଶ୍ଚେଁ ଜାଣିଲି ମୁଁ ମୋ ବୁଦ୍ଧି ବିଚାରେକାହାକୁ କି ବିଭା ନୋହି ଥିବୁ ପିତାଘରେ ।ରୁକ୍ମିଣୀ ବୋଇଲେ ମୋର କର୍ମେ ଅଛି ଯାହାଅବଶ୍ୟ ଭୁଞ୍ଜିବି ଆନ କେ କରିବ ତାହା ।କେବର ଯୋଗରେ ଧାତା ଦେଲା ମୋତେ ଜନ୍ମକା ଆଗେ କହିବି କିଏ ମୋ ଦୁଃଖ ଘେନିମ ।ମୁଁ ହତଭାଗିନୀ କର୍ମେ ଅର୍ଜି ଅଛି ଯିସତହିଁକି ନିସତ ହେଲେ ହେବ ଆଉ କିସ ।ନବଯୁବା ବୟସରେ ଭର୍ତ୍ତା ମୋର ନାହିଁକି କାରଣେ ସ୍ତିରୀଜନ୍ମ ଦେଲା ମୋତେ ବିହି ।ରାଜାର ଦୁହିତା ହୋଇ ହେଲି ନିରିମାକ୍ଷୀଭୋ ଧର୍ମଦେବତା ତୁମ୍ଭେ ଅଟ ଲୋକସାକ୍ଷୀ ।ବୁଡ଼ିଲି ଆତଙ୍ଗ ଜଳେ ନାହିଁ ପ୍ରତିକାରକିଞ୍ଚିତେ ସୁଦୟା କରି ଉଦ୍ଧରିଣ ଧର ।ନିଶ୍ଚୟ ମୋ ପାଇଁ ଭର୍ତ୍ତା ଭିଆଇଛ ଯେବେଧାତିକାରେ ଦୟାକରି ଦିଅ ମୋତେ ଏବେ ।ଯଦ୍ୟପି ସୁଦୟା ତୁମ୍ଭେ ନ କରିବ ଚିତ୍ତେଏହା ମୁଁ ତଦନ୍ତ କରି ଜାଣିବି କେମନ୍ତେ ।କନ୍ଦର୍ପ ବାଣର ଜ୍ୱାଳା ନ ପାରେ ମୁଁ ସହିନିଶ୍ଚୟ ଜୀବନ ମୋର ଯିବ ଏଥିପାଇଁ ।ଏତେ ବୋଲି ରାଜଜେମା କରନ୍ତି ବିଳାପବେଳୁବେଳ ହୃଦୟରେ ବଢ଼ିଲା ସନ୍ତାପ ।ସୁମେଧା ବୋଇଲା ସଖି ନ ହୁଅ ଆରତପ୍ରତ୍ୟକ୍ଷେ ତୁ ମହାଲକ୍ଷ୍ମୀ ହୋଇଅଛୁ ଜାତ ।ବିଷ୍ଣୁ ବିନା ଆନେ ତୋର ନ ବଳଇ ମନମୁଁ ଯାହା କହୁଛି ଏବେ ହେତୁକରି ଘେନ ।ତୋ ଗର୍ଭରୁ ଏ ଜଗତ ହୋଇଛି ପ୍ରକାଶଭୂତ ଭବିଷ୍ୟତ ବର୍ତ୍ତମାନ ତୋତେ ଦୃଶ୍ୟ ।ନ ଜାଣିମା ନାରୀ ପ୍ରାୟେ ନ ହୁଅ ଆକୁଳଅଳପ ଦିନରେ କାର୍ଯ୍ୟ ହୋଇବ ସଫଳ ।ମାଗୋ ଯେଉଁ ନାରାୟଣ ପ୍ରଭୁ ବିଶ୍ୱମୟତୁ ତାହାଙ୍କୁ ପତି ପଣେ ପାଇବୁ ନିଶ୍ଚୟ ।ଏସନକ ସମୟରେ ଆଉ ଏକ ସଖୀଦରହଷିତ ହୋଇଣ ବୋଲେ ଚନ୍ଦ୍ରମୁଖୀ ।ଭୋ ଦେବି ରୁକ୍ମିଣୀ ତୁମ୍ଭେ ଆରତ ନ ହୁଅଯେ ତୁମ୍ଭର ବର ତାଙ୍କୁ ଜାଣେ ମୁଁ ନିଶ୍ଚୟ ।ଭାର୍ଯ୍ୟାପଣେ ଖଟିବାକୁ ତୁମ୍ଭେ ତାଙ୍କୁ ଯୋଗ୍ୟପୂର୍ବରୁ ବିଧାତା ଏହା କରିଛି ସଂଯୋଗ ।ରତନ ଦିଶଇ ଯେହ୍ନେ ସୁବର୍ଣ୍ଣରେ ଜଡ଼ିଗଙ୍ଗାଜଳ ଶୋହେ ଯେହ୍ନେ ପଦ୍ମପତ୍ରେ ପଡ଼ି ।ନାରାୟଣ ପ୍ରଭୁ କୋଳେ କମଳା ବିଜୟେରାମଚନ୍ଦ୍ର କୋଳେଯେହ୍ନେ ସୀତାଦେବୀ ଶୋହେ ।ବ୍ରହ୍ମାଙ୍କ କୋଳରେ ଯେହ୍ନେ ବିଜୟେ ସାବିତ୍ରୀଈଶ୍ୱର କୋଳରେ ଯଥା ଦେବୀ ହୈମବତୀ ।ତୁମ୍ଭେ ତାଙ୍କ କୋଳେ ତଥା ଦିଶିବଟି ଶୋଭାପାରିଲେ ଉପାୟ କରି ବେଗେ ହୁଅ ବିଭା ।ଶୁଣିଣ ରୁକ୍ମିଣୀ ଦେବୀ ଆନନ୍ଦିତା ହୋଇବୋଇଲେ ମୋ ରାଣ ତୋତେ ସତକହ ସହି ।କେବଣ କୁଳରେ ଜନ୍ମ କି ନାମ ତାଙ୍କରକିଏ ତାଙ୍କ ପିତାମାତା କେଉଁଦେଶେ ଘର ।ତୁ ତାଙ୍କର ରୂପ ଗୁଣ ଜାଣିଲୁ କେମନ୍ତେକପଟ ନ କରି ସଖି କହ ମୋ ଅଗ୍ରତେ ।ସହଚରୀ ବୋଇଲେ ସେ ଯଦୁବଂଶେ ଜନ୍ମବସୁଦେବ ସୁତ ବାସୁଦେବ ତାଙ୍କ ନାମ ।ଶ୍ରୀକୃଷ୍ଣ ଗୋବିନ୍ଦ ମଧୁସୁଦନ ମୁରାରିଆବର ଥୋକାଏ ତାଙ୍କୁ ବୋଲନ୍ତି କଂସାରି ।ବଳରାମ ନାମେ ପୁଣି ତାଙ୍କ ଜ୍ୟେଷ୍ଠ ଭ୍ରାତଦେବକୀ ଦେବୀ ଗର୍ଭରୁ ହୋଇଛନ୍ତି ଜାତ ।ମଥୁରାରେ ଜନ୍ମ ହୋଇ ବଢ଼ିଲେ ଗୋପରେକେ ତାଙ୍କ ମହିମା କହିପାରିବ ମୁଖରେ ।ପରମାନନ୍ଦ ପୁରୁଷ ଅଟନ୍ତି ଗୋ ସେହିମର୍ତ୍ତ୍ୟପୁରେ ଜନ୍ମିଛନ୍ତି ନରଦେହ ବହି ।କଂସରାଜା ବନ୍ଦିଘରେ ଜନମ ହୋଇଲେଅନ୍ଧାର ନିଶିରେ ବସୁଦେବ ତାଙ୍କୁ ନେଲେ ।ନନ୍ଦ ଘରେ ଦୁହିତାଏ ଥିଲା ଜନ୍ମ ହୋଇସେ କନ୍ୟାକୁ ବସୁଦେବ ନେଇ ପାଲଟାଇ ।କୋପେ ତାଙ୍କୁ କଂସରାଜା ପିଟୁଥିଲା ତୋଳିହାତରୁ ଖସିଣ ଶୂନ୍ୟେ ଗଲା ସେ ବିଜୁଳି ।ଗଲାବେଳେ କଂସକୁ ସେ କହିଲା ବୁଝାଇଯେ ତୋତେ ମାରିବି ଗୋପେ ବଢ଼ୁଅଛି ସେହି ।ତା ବଚନେ କଂସାସୁର ହୋଇଣ ଉଚ୍ଚାଟଗୋପପୁରେ ପଠାଇଲା ଅନେକ ଦର୍ପିଷ୍ଠ ।ପୂତନା ଶକଟା ବକା ଅଘା ତୃଣା କେଶୀଏହିପରି କେତେ ଦୁଷ୍ଟ କପଟରେ ଆସି ।ଗୋପେ ରହି କୃଷ୍ଣଙ୍କ ଛିଦ୍ର ପାଞ୍ଚୁଥିଲେମାୟାଧର ପ୍ରଭୁ ତାଙ୍କୁ କିଞ୍ଚିତେ ବଧିଲେ ।ଆବର କାଳୀୟ ଦର୍ପ କଲେ ସେ ଭଞ୍ଜନବଂଶୀନାଦେ ମୋହି ନେଲେ ଗୋପିଙ୍କର ମନ ।ଗୋବର୍ଦ୍ଧନ ଗିରି ବାମହସ୍ତରେ ତୋଳିଲେବତ୍ସା ହରଣେ ବ୍ରହ୍ମାଙ୍କୁ ଲଜ୍ଜା କରାଇଲେ ।ଏହିରୂପେ ଆଲୋକିତ କର୍ମମାନ କରିଆଠବର୍ଷ ଯାଏ ଗୋପେ ଥିଲେ ରାମହରି ।ମଥୁରାପୁରକୁ ତହୁଁ ଗଲେ ପୀତବାସଧନୁଯାତ୍ରା ଦେଖିବାକୁ ଅଣାଇଲା କଂସ ।ସେଠାରେ କଂସକୁ ବଧ କଲେ ଦଇତ୍ୟାରିଚାଣୁର ସହିତେ ଅଷ୍ଟମଲ୍ଲଙ୍କୁ ସଂହାରି ।କଂସାସୁର ସାନଭାଇ ସୁନାସ ଦଇତମୁଷ୍ଟିକର ମୂଳେ ତାକୁ କରିଲେ ନିହତ ।କୁବଳୟା ଗଜକୁ ସେ ମାରି ଅବହେଳେଉଗ୍ରସେନ ରାଜା କଲେ ମଥୁରା ମଣ୍ଡଳେ ।ଝିଅ ଜୁଆଇଁର ଛଳେ ଜରାସନ୍ଧ ରାୟେକୋପେ ଧାଡ଼ିଦେଲା ଅଷ୍ଟାଦଶ ବାର ଯାଏ ।ଚାରିଊଣା ଲକ୍ଷେରାଜା ଏକଯୋଗ ହୋଇରଣେ ଲଜ୍ଜାପାଇ ଗଲେ ସଇନ୍ୟ ମରାଇ ।ତହିଁପରେ ଆସି କାଳଦମନ ବାହିଲାମଥୁରାକୁ ରାହୁପ୍ରାୟ ଘୋଟିଣ ରହିଲା ।ମାୟାଧର କୃଷ୍ଣ ତାହା ଜାଣି ମାୟା କଲେମୁଚୁକୁନ୍ଦ କୋପେ ତାକୁ ଭସ୍ମ କରାଇଲେ ।ସେ ଦିନୁ ମଥୁରାପୁର ଛାଡ଼ି ଚକ୍ରଧରଯାଦବଙ୍କୁ ଘେନି କଲେ ଦ୍ୱାରକାରେ ଘର ।ଦ୍ୱାରକାକୁ ସରି ନୁହେଁ ଇନ୍ଦ୍ର ବାରସ୍ୱତୀଲବଣ ସମୁଦ୍ର ବେଢ଼ିଅଛି ଚଉକତି ।ବିଶ୍ୱକର୍ମା ର୍ନିମାଣ ସେ ଷାଠିବାନି ସୁନାକଳ୍ପ କଳ୍ପାନ୍ତରେ କ୍ଷୟ ନୁହେଁ ସେ ପଟଣା ।ସେ ଦ୍ୱାରକା ପୁରେ ମାଗୋ ଅଛନ୍ତି ଶ୍ରୀହରିତୋ ବାଞ୍ଛା ପୂରିବ ଯେବେ ପାରୁ ତାଙ୍କୁ ବରି ।ଦେବତାଙ୍କୁ ଦୁର୍ଲ୍ଲଭ ଯେ ନରେ ଅଗୋଚରଅଳପ ପୁଣ୍ୟରେ ମିଳି ନ ପାରେ ସେ ବର ।କୋଟିକଳ୍ପେ ଶିବସେବା କରିଥିବ ଯେହୁଁପତିରୂପେ ସେ ପୁରୁଷ ପାଇବଟି ସେହୁ ।ନିଶ୍ଚୟ କହିଲି ମାଗୋ ବାକ୍ୟ ନିରାଧାରକୃଷ୍ଣବିନା ତୋ ରୂପକୁ ନାହିଁ ଆନ ବର ।ସବୁସଖୀ ମନକୁ ସେ ରୁଚିଲା ଏ ବାଣୀଆନନ୍ଦେ ପୁଲକି ଉଠି ହସିଲେ ରୁକ୍ମିଣୀ ।ଆଗୋ ସଖି ଏତେକାଳେ ମନ ହେଲା ଶାନ୍ତିନିଶ୍ଚୟ ଜାଣିଲି ସ୍ୱାମୀ ମର୍ତ୍ତ୍ୟେ ଜନ୍ମିଛନ୍ତି ।କେଉଁଦିନ ସୁଦୟା ସେ କରିବେ ମୋଠାରେଦାସୀପଣେ ଖଟିବି ମୁଁ ତାଙ୍କ ଶ୍ରୀପୟରେ ।ଏତେ ବୋଲି ସହଚରୀଗଣ ସଙ୍ଗେ ଘେନିମାତାଙ୍କ ଛାମୁରେ ଯାଇ ମିଳିଲେ ସେକ୍ଷଣି ।ଖଣ୍ଡେ ଦୂରରୁ ଶୁତିଲେ ମାତାଙ୍କର ପାଦେଉଠ ଉଠ ବୋଲି ମାତା ବୋଲନ୍ତି ଆନନ୍ଦେ ।ମୁଖରେ ଚୁମ୍ବନ ଦେଇ ବସାଇଲେ କୋଳେବଦନ ପୋଛନ୍ତି ମାଏ ଆପଣା ଅଞ୍ଚଳେ ।ନିଜ ଅନ୍ତଃପୁର ମଧ୍ୟେ ଭୀଷ୍ମକ କାମିନୀସିଂହାସନେ ବିଜେ କଲେ ରୁକ୍ମିଣୀଙ୍କୁ ଘେନି ।ପ୍ରତ୍ୟକ୍ଷ ଦିଶିଲା ତହିଁ ଏସନକ ଶୋଭାବରୁଣ କାମିନୀ କୋଳେ ଲକ୍ଷ୍ମୀ ବିଜେ ଅବା ।ଜନକ ରାଜାଙ୍କ ରାଣୀ ପରମା ସୁନ୍ଦରୀସୀତାଘେନି ବିଜେ ଅବା ମିଥିଳା ନଗରୀ ।ତେସନ ଦିଶନ୍ତି ତହିଁ ମାତା ସୁତା ବେନିଶୁଣ ପରୀକ୍ଷ କହନ୍ତି ଶୁକ ମହାମୁନି ।ଦୁହିତାର ରୂପ ଦେଖି ବିଚାରନ୍ତି ମାୟେବେଶଭଗ୍ନ ହୋଇଅଛି କିପାଁ ଏହା କାୟେ ।କବରୀ ତା ଲୋଟୁଅଛି ଫିଟି ଅଛି ହାରମଳିନ ଦିଶଇ ମୁଖ ନେତ୍ରୁ ବହେ ନୀର ।ଗଦଗଦ ସ୍ୱରେ ବାକ୍ୟ କହି ନ ପାରଇଦେହଯାକ ରୋମାବଳି ପୁଲକି ଉଠଇ ।ଖରତର ବହୁଅଛି ନିଃଶ୍ୱାସ ପବନଶରୀରରୁ ଶ୍ରମଝାଳ ବହେ ଘନଘନ ।ମୁଖ ପୋତି ବସିଅଛି ଶ୍ରଦ୍ଧା ନାହିଁ ମନେଏପରି ଘଟଣା ଦେଖି ନ ଥିଲି ମୁଁ ଦିନେ ।ଦୁହିତାର ମନକଥା ଜାଣଇ ଜନନୀଉଭୟେ ସଙ୍କଟେ ପଡ଼ି ବିଚାରନ୍ତି ରାଣୀ ।ଗୃହରେ ରହିଲା ଝିଅ ହୋଇ ନବଯୁବାକୁଳକୁ କଳଙ୍କ ହେବ ନ କରିଲେ ବିଭା ।ସୁକୁମାରୀ ସୁଲକ୍ଷଣୀ ରୂପେ ଅନୁପମାତ୍ରୈଲୋକ୍ୟ ମୋହିନୀ ମୋର ଅଟଇ ଏ ଜେମା ।ସମ୍ପୂର୍ଣ୍ଣ ଷୋଳ ବରଷ ହୋଇଲାଣି ଯୋଗଏକାଳେ ନୋହିଲା ୟାର ପତି ଅଙ୍ଗ ସଙ୍ଗ ।ସ୍ତିରୀଙ୍କ ବେଦନା ସିନା ସ୍ତିରୀଏ ଜାଣନ୍ତିଲୋକାଚାରମତେ ଲାଜ ଅଙ୍ଗେ ବହିଥାନ୍ତି ।ରକ୍ତ ମାଂସ ଦେହ ବହି ମୂର୍ଚ୍ଛି ନୁହେଁ ମନକୀଟୁଁବ୍ରହ୍ମ ପରିଯନ୍ତେ ସମସ୍ତେ ସମାନ ।ଈଶ୍ୱର ପରାଏ ଯୋଗୀ ନ ପାରିଲେ ରହିସମାଧି ଛାଡ଼ିଲେ କାମବାଣେ ତ୍ରାସ ପାଇ ।କାମେ ଋଷିମାନେ ଧୈର୍ଯ୍ୟ ନ ପାରନ୍ତି ଧରିସ୍ୱଭାବରେ ଅଟଇ ଏ ନବଯୁବା ନାରୀ ।ଆଜଯାଏ ପିତା ଯେଣୁ ନ କଲେ ପ୍ରଦାନତେଣୁ ମନେ ଖେଦ ପାଇ ଦେଲା ବେଶଭଗ୍ନ ।ଏ ଦୁହିତା ପାଇଁ ରାଜା ସ୍ୱୟମ୍ବର କଲେଚାରିଊଣା ଲକ୍ଷେ ରାଜା ଡକାଇ ଆଣିଲେ ।ଆଠମାସ ପରିଯନ୍ତେ ସହିଲେ ଅର୍ଦ୍ଧୋଳିଏ କାହାକୁ ନ ବରିଲା ସର୍ବେ ଗଲେ ଚଳି ।ପିତାଘରେ କନ୍ୟା ଯେବେ ହୁଏ ରଜୋବତୀଚଉଦ ପୁରୁଷ ତାର ନରକେ ପଡ଼ନ୍ତି ।ଏହାଜାଣୁ ଜାଣୁ ରାଜା କେମନ୍ତେ ଭୁଲିଲେକୁଳକୁ କଳଙ୍କ ହେବ ବିଡ଼ମ୍ବନ ହେଲେ ।ଏମନ୍ତେ ବିଚାର କରି ରୁକ୍ମିଣୀ ଜନନୀବୋଇଲେ ମନରୁ ଚିନ୍ତା ଛାଡ଼ ତୁ ରୁକ୍ମିଣୀ ।ତୋ ପାଇଁରେ ନିଶ୍ଚେଁ ଧାତା ରଖିଅଛି ବରଅନିମିତ୍ତେ ଚିନ୍ତାକରି ନ ହୁଅ କାତର ।ଚିନ୍ତାକଲେ ଶରୀରେ ଜାତ ହୁଏ ପ୍ରାସତେଣୁକରି ବୁଦ୍ଧିବଳେ ସବୁ ଯାଏ ନାଶ ।ବଳବୁଦ୍ଧି ନାଶଗଲେ କ୍ରିୟା ଭ୍ରଷ୍ଟ ହୁଏକ୍ରିୟାଭ୍ରଷ୍ଟ ହେଲେ ଲକ୍ଷ୍ମୀ କନ୍ଧରେ ନ ରହେ ।ଲକ୍ଷ୍ମୀ ଛାଡ଼ିଯାନ୍ତେ ରହି ନ ପାରେ ଜୀବନଏ କଥା ବିଚାରି ମାତ ନ ହୁଅ ବିମନ ।ପିତାଙ୍କ ଆଗରେ କହି କରାଇବି ସଭାଆପଣାମନକୁ ବର ବାଛି ହେବୁ ବିଭା ।ଭାଇମାନେ ଅଙ୍ଗିକାର ଦେବେ ଏ କଥାରେସବୁଦୁଃଖ ଯିବ ତୋର ଅଳପ ଦିନରେ ।ମୁହିଁ କି କହିବି ମାତ ତୁ ନ ଜାଣୁ କିସତିନିକାଳ କଥା ତୋତେ ହୋଇପାରେ ଦୃଶ୍ୟ ।ରୁକ୍ମିଣୀଙ୍କୁ ଏତେ କହି ସତ୍ୟବତୀ ରାଣୀଦାସୀଙ୍କୁ ବୋଇଲେ ସର୍ବେ ଶୁଣ ମୋର ବାଣୀ ।ତୁମ୍ଭେମାନେ ନାନାଖେଳ କଉତୁକ ରଙ୍ଗେସର୍ବଦା ବିହାର କର ରୁକ୍ମିଣୀର ସଙ୍ଗେ ।ଏହା କହି ରାଣୀ ନିଜ ଅନ୍ତଃପୁରେ ଗଲେପରୀକ୍ଷ ନୃପତି ଆଗେ ଶୁକ ଯେ କହିଲେ ।ଏଥୁଅନ୍ତେ ଅସ୍ତାଚଳେ ଗଲେ ଦିନନାଥନିତ୍ୟକର୍ମ ସାରି ସର୍ବେ ନିଦ୍ରାରେ ମୋହିତ ।ରାତ୍ର ପାଞ୍ଚଘଡ଼ି ମାନେ ସତ୍ୟବତୀ ରାଣୀଝିଅର ବେଦନା ନିଜ ମନେ ମନେ ଗୁଣି ।ଚିନ୍ତାଜଳେ ବୁଡ଼ି ତାଙ୍କୁ ନିଦ୍ରା ନ ଆସଇଭୀଷ୍ମଙ୍କ ନୃପତି ପାଶେ ମିଳିଲେକ ଯାଇ ।ମୁଦୁସୁଲୀ ଜଣାଇଲା ବିଜେ କଲେ ରାଣୀପରମ ସନ୍ତୋଷ ହେଲେ ନୃପ ତାହା ଶୁଣି ।ଆସନରୁ ଉଠି ନିଜେ ପାଛୋଟିଣ ଗଲେକର ଧରିନେଇ ତାଙ୍କୁ ପାଶେ ବସାଇଲେ ।ଦାସୀଏ ଅନ୍ତର ହେଲେ ହୋଇଲା ଏକାନ୍ତରାଜାଙ୍କ ଛାମୁରେ ରାଣୀ କହିଲେ ବୃତ୍ତାନ୍ତ ।ଭୋ ନାଥ ନିଶ୍ଚିନ୍ତ ହେଲେ ସବୁ ଜାଣି ଶୁଣିଯୁବତୀ ହୋଇଣ ଘରେ ରହିଲା ରୁକ୍ମିଣୀ ।ସୁଲକ୍ଷଣୀ କନ୍ୟା ମୋର ହେଲା ନବଯୁବାତା ପାଇଁକି ବର ଖୋଜି ନ କଲ ତ ବିଭା ।ପୂର୍ବାଚାର୍ଯ୍ୟ ଋଷିମୁନି ଶାସ୍ତ୍ରେ କହିଛନ୍ତିଝିଅ ଘିଅ ରଖି କେହି ନ ପାରେ ସାଇତି ।ଦୁହିତାଏ ଥିଲେ ତାକୁ ପରେ ଦେବ ଯାଚିକଳ୍ପ କଳ୍ପାନ୍ତରେ ଧାତା ଏହା ଭିଆଇଛି ।ଯୁବତୀ ବୟସ ଏବେ ହୋଇଲା ତାହାରରକ୍ତ ମାଂସରେ ନିର୍ମିତ ସବୁରି ଶରୀର ।ଯେବଣ କାଳରେ ଯାହା ଉଚିତ ଅଟଇତୁମ୍ଭେ କି ନ ଜାଣ ତାହା ଜଣାଇବି ମୁହିଁ ।ଗଞ୍ଜଣା ପାଇବା ଆମ୍ଭେ ନିନ୍ଦୁଥିବେ ଲୋକଅଣାୟତ୍ତ ହେଲେ କୁଳେ ଲାଗିବ କଳଙ୍କ ।ସବୁକାର୍ଯ୍ୟ ଦୁରେ ଥାଉ ମୋ ବଚନ ମାନିଝିଅକୁ ବିବାହ ଦିଅ ପାତ୍ର ମନ୍ତ୍ରୀ ଘେନି ।ରାଣୀଙ୍କ ବଚନ ଶୁଣି ଭୀଷ୍ମକ ନୃପତିପୁତ୍ରମାନଙ୍କୁ ହକାରି ଆଣିଲେ ତଡ଼ତି ।ରୁକ୍ମଣ ମୁଖକୁ ଚାହିଁ ବୋଲନ୍ତି ରାଜନଭଗ୍ନୀ ପାଇଁ ବର ଖୋଜି ଆଣ ତୁ ବହନ ।ତୁ ମୋହର ଜ୍ୟେଷ୍ଠ ପୁତ୍ର କୁଳକୁ କାରେଣିବୁଦ୍ଧିବଳେ ସବୁ କଥା ଜାଣୁ ପରିମାଣି ।ତୋ ଭଗ୍ନୀ ରହିଲା ଗୃହେ ହୋଇ ନବଯୁବାସତ୍ୱରେ ଖୋଜାଅ ବର ବିଭା କରାଇବା ।କୁଳଶୀଳ ରୂପ ଗୁଣ ସମସ୍ତ ଦେଖିବଯେପରି ଆମ୍ଭଙ୍କୁ ପଛେ ନିନ୍ଦା ନ ମିଳିବ ।ଏତେ କହି ନୃପ ନିଜ ପଲ୍ୟଙ୍କେ ଶୁତିଲେପୁତ୍ରମାନେ ବିଦା ହୋଇ ଯେଝାପୁରେ ଗଲେ ।ଏଥୁ ଅନନ୍ତରେ ଆସି ପାହିଲା ରଜନୀପୂର୍ବ ଅଚଳରେ ଉଦେ ହେଲେ ଦିନମଣି ।ରୁକ୍ମଣ ଆଦେଶ ଦେଲେ ଡଗରଙ୍କୁ ରାଇଜେମା ଅନୁରୂପେ ବର ଖୋଜ ବେଗେ ଯାଇ ।ଆଜ୍ଞାପାଇ ଦୂତମାନେ ଧାତିକାରେ ଗଲେଦେଶେ ଦେଶେ ବୁଲି ବର ଅନ୍ୱେଷଣ କଲେ ।ସିଂହଳ କଳିଙ୍ଗ ଅଙ୍ଗ ବଙ୍ଗ ସଉରାଷ୍ଟ୍ରମତ୍ସ୍ୟ ମଗଧ କୋଶଳ ଭୋଟ ମରହଟ୍ଟ ।ନେପାଳ ଭୂପାଳ କାଶୀ ଦେଶ ଯେ ଅବନ୍ତୀସିନ୍ଧୁ ଗୁଜୁରାଟ କନାଉଜରେ ବୁଲନ୍ତି ।ପଞ୍ଚାଳ କିରାତ ଦେଶ ହସ୍ତିନା ବାରୁଣାମଘ ଚେରି ପାର୍ବତେୟ ଉତ୍ତର ପାଟଣା ।ଏସନକ ଅଷ୍ଟାଦଶ ରାଜକୁଳ ଯେତେବୁଲି ବୁଲି ନାନାଦେଶ ଖୋଜିଲେକ ଦୂତେ ।ଦେଶେଦେଶେ ପୁରେପୁରେ ବହୁତ ଖୋଜିଲେରୁକ୍ମିଣୀ ସଦୃଶ ବର କାହିଁ ନ ପାଇଲେ ।ଜମ୍ବୁଦ୍ୱୀପଯାକ ଖୋଜି ବାହୁଡ଼ି ତ୍ୱରିତେକରଯୋଡ଼ି ଜଣାଇଲେ ରୁକ୍ମଣ ଅଗ୍ରତେ ।ଭୋ ମଣିମା ସାବଧାନେ ଶୁଣ ଜେନାମଣିନାନା ଦେଶ ବୁଲି ଆମ୍ଭେ ଅଇଲୁ ଏକ୍ଷଣି ।ଜମ୍ବୁଦ୍ୱୀପ ମଧ୍ୟେ ଛନ୍ତି ଯେତେ ରାଜପୁତ୍ରରୁକ୍ମିଣୀ ସମାନେ କେହି ନୁହନ୍ତି ସେ ପାତ୍ର ।ଖୋଜି ଖୋଜି ଏକ ବର ପାଇଲୁ କେବଳଚେଦିଦେଶେ ଦମଘୋଷ ସୁତ ଶିଶୁପାଳ ।ସର୍ବ ଗୁଣେ ପରିପୂର୍ଣ୍ଣ ଅଟେ ସେ କୁମରତାଠାରୁ ଅଧିକ ଆଉ ନାହିଁ ଅନ୍ୟ ବର ।ଯେତେ ସୁଲକ୍ଷଣ ସବୁ ତାଠାରେ ଅଛଇଏ କନ୍ୟାକୁ ସେହି ବର ଖଞ୍ଜିଅଛି ବିହି ।ଶୁଣି ସେ ରୁକ୍ମଣ ବୀର ସନ୍ତୋଷ ହୋଇଲାଦୂତକୁ ଘେନିଣ ପିତା ମାତା ପାଶେ ଗଲା ।ସକଳ ବୃତ୍ତାନ୍ତ ଦୂତେ କହିଲେ ମଣାଇରୁକ୍ମିଣୀ ସଦୃଶ ବର ନ ପାଇଲୁ କାହିଁ ।ଚେଦିଦେଶେ ଦମଘୋଷ ନାମେ ମହାରାଜଶିଶୁପାଳ ନାମେ ଅଛି ତା ଜ୍ୟେଷ୍ଠ ତନୁଜ ।ମାତା ତାର ଦଇବକୀ ଉଗ୍ରସେନ ସୁତାକ୍ଷତ୍ରିଗୁଣେ ଶିଶୁପାଳ ଅଟେ ଜଗଜ୍ଜିତା ।ବୟସରେ ଅଷ୍ଟାଦଶ ବର୍ଷ ନବଯୁବାକାମଦେବ ପରାଏ ତା ରୂପ ଦିଶେ ଶୋଭା ।ଅମଳୀନ ସୂର୍ଯ୍ୟବଂଶ କ୍ଷତ୍ରୀ ଶୁଦ୍ଧ ଜାତିବଡ଼ ବିଚକ୍ଷଣ ସେହୁ ଉଗ୍ରସେନ ନାତି ।ମହାରଥୀ ମଧ୍ୟରେ ସେ ଅଟଇ ଗଣିତାଷଡ଼ ଶାସ୍ତ୍ରରେ ନିର୍ଜିତ ଜାଣେ ସବୁ କଥା ।ସକଳ ଗୁଣରେ ପାରେ ଜଗତକୁ ମୋହିଅବିଗୁଣ ବୋଲି ତାର ଅଙ୍ଗେ କିଛି ନାହିଁ ।ଯେତେଗୁଣ ଖୋଜିବ ତାଠାରେ ସବୁ ଅଛିରୁକ୍ମିଣୀ ନିମନ୍ତେ ତାକୁ ବିଧାତା ଗଢ଼ିଛି ।କିଛି ନ ବିଚାରି ରାୟେ ସାବଧାନ ହୁଅଲଗ୍ନ ବେଳ କାଳ ବୁଝି କନ୍ୟା ଦାନ ଦିଅ ।ଦୂତ ମୁଖୁଁ ଏହାଶୁଣି ଭୀଷ୍ମକ ଭୂପାଳବହୁତ ବିସ୍ମୟ ହେଲେ ସୁମରି କପାଳ ।ଆବର ମନରେ ଚିନ୍ତା କଲେ ନରାଧିପପୋଡ଼ୁ ପୋଡ଼ୁ କନ୍ୟା ଜନ୍ମ ଅଟେ ମହାପାପ ।ଅନେକ ଯତନେ ପାଳିଥିଲି ମୁଁ ଯାହାକୁଏବେ ଦାସୀ କରାଇବି ଯାଚି ଦେଇ ତାକୁ ।ଯଦ୍ୟପି ରାଜକନ୍ୟାର ଭିକ୍ଷୁ ହୁଏ ଭର୍ତ୍ତାସକଳ ପ୍ରକାରେ ତାର ସେ ଇଷ୍ଟ ଦେବତା ।ରୁକ୍ମିଣୀ ପରାୟେ କନ୍ୟା ଦେବି ମୁଁ ତାହାକୁକେତେ କଷ୍ଟ ପାଇ ଯତ୍ନେ ପାଳିଥିଲି ତାକୁ ।ଯା ପାଦରେ କୋଟି ଦାସୀ କରୁଥାନ୍ତି ସେବାକି ପ୍ରକାରେ ଦାସୀପଣ କରିବ ସେ ଅବା ।ଦାରିଦ୍ର୍ୟ ଭଞ୍ଜନୀ ମୋର ଯେବଣ ଦୁହିତାସାକ୍ଷାତେ ସେ କମଳିନୀ ଅଟେ ଲୋକମାତା ।ଶିଶୁପାଳ ନୁହଇ ତା ସଦୃଶରେ ବରସ୍ୱୟମ୍ବର କଲି କାର୍ଯ୍ୟ ନୋହିଲା ମୋହର ।ଖୋଜି ଖୋଜି ବର ନ ପାଇଲି ତା ସମାନେଏଣିକି ପାଇବି ଲଜ୍ଜା ରଖିଲେ ସଦନେ ।ଭୋଧର୍ମ ଦେବତା ମୋତେ ସାହା ହୁଅ ତୁମ୍ଭେକାହିଁ ବର ଭିଆଇଛ ଆଣିଦିଅ ଏବେ ।ମୋ ବିଚାରେ ଯୋଗ୍ୟପୁତ୍ର ନୋହେ ଶିଶୁପାଳଏମନ୍ତ ବିଚାରି ମଥା ପୋତି ମହୀପାଳ ।ରୁକ୍ମଣକୁ ସିମ୍ବୋଧିଣ ବୋଇଲେ ରେ ବାବୁତୁ ମୋହର ଜ୍ୟେଷ୍ଠପୁତ୍ର ବୁଦ୍ଧିବଳ ସବୁ ।ତୋର ବିଚାରକୁ କଥା ଯୋଗାଇବ ଯାହାମୁଁ କେମନ୍ତେ ନାସ୍ତି କରି ପାରିବିଟି ତାହା ।କେବଳ କଥାଏ ମାତ୍ର କହୁଅଛି ତୋତେରୁକ୍ମିଣୀ ମନରେ ବାଧା ନୁହଇ ଯେମନ୍ତେ ।ସ୍ୱୟମ୍ବରେ ଆସିଥିଲେ ନୃପତି ଅପାରକେହି ଜଣେ ନ ରୁଚିଲା ମନକୁ ତାହାର ।ସଂଖ୍ୟାରେ ଅଟଇ ଚାରିଊଣା ଲକ୍ଷେ ରାଜାସେମାନେ ବାହୁଡ଼ି ଗଲେ ପାଇଲି ମୁଁ ଲଜ୍ଜା ।ଆଗହୁଁ ତ ହୋଇଅଛି ଏମନ୍ତ ବିଧାନନପୁଣ କୁଳକୁ ଲାଜ ଲାଗେରେ ନନ୍ଦନ ।କନ୍ୟାକୁ ମନାଇ ବର ଆଣି ବିଭାକରବହୁତ ସ୍ନେହେ ରୁକ୍ମିଣୀ ପାଳିତ ମୋହର ।ରୁକ୍ମଣ ବୋଇଲା ପିତା ନ ବିଚାର କିଛିରୁକ୍ମିଣୀ ମନକୁ ନିଶ୍ଚେଁ ଏହା ହେବ ରୁଚି ।ଉଭୟକୁଳ ବିଶୁଦ୍ଧ ଏଥୁ ଆନ ନାହିଁୟାଠାରୁ ଅଧିକ ମର୍ତ୍ତେ ନ ପାଇବା କାହିଁ ।ଦେବତାଙ୍କୁ ଆମ୍ଭେ ବନ୍ଧୁ ପଣରେ ଅଯୋଗ୍ୟମାନବ ହୋଇ ପାଇବା କାହୁଁ ସ୍ୱର୍ଗଭୋଗ ।ଏତେ କହି ଆଜ୍ଞା ଦେଲା ମୁଦୁସୁଲୀ ରାଇଜେମାଙ୍କ ଆଗରେ ତୁମ୍ଭେ କହ ବେଗେ ଯାଇ ।ଏହି ମାସ ଶୁକ୍ଲପକ୍ଷ ପଞ୍ଚମୀର ଦିନତୁମ୍ଭଙ୍କୁ ଭୀଷ୍ମକ ରାଜା କରିବେ ପ୍ରଦାନ ।ତୁମ୍ଭ ଅନୁରୂପ ବର ଖୋଜି ସେ ଅଛନ୍ତିଦମଘୋଷର ନନ୍ଦନ ଉଗ୍ରସେନ ନାତି ।ସର୍ବଗୁଣେ ସୁଲକ୍ଷଣ ଶିଶୁପାଳ ଜେନାସମରେ ଅଜେୟ ତାର ଉଡ଼େ ବୀର ବାନା ।ଋକ୍ମଣର ଆଜ୍ଞା ଘେନି ମୁଦୁସୁଲୀ ଗଲେକରଯୋଡ଼ି ରୁକ୍ମିଣୀଙ୍କ ଆଗେ ଜଣାଇଲେ ।ମାଗୋ ସର୍ବ ଶୁଭବାର୍ତ୍ତା ଶୁଣି ହୁଅ ତୋଷିରତ୍ନ ବସ୍ତ୍ର ଅଳଙ୍କାର ବଧାଇ ଦିଅସି ।ଭାଇ ରୁକ୍ମଣ ଡକାଇ କହିଲେ ସନ୍ଦେଶପଞ୍ଚମୀ ତିଥିରେ ବିଭା କରିବେ ଅବଶ୍ୟ ।ଫିଟିଲା ବିବାହ ଯାତ୍ରା ଦୁଃଖ ଗଲା ପାରସଫଳ ହୋଇଲା ସ୍ତିରୀ ଜନମ ତୁମ୍ଭର ।ରୁକ୍ମିଣୀ ବୋଇଲେ ମୋର କେ ହୋଇବ ଭର୍ତ୍ତାକୁଳ ଗୋତ୍ର ଜାଣୁ ଯେବେ କହ ତଥ୍ୟକଥା ।ମୁଦୁସୁଲୀ ବୋଇଲା ସେ ସୂର୍ଯ୍ୟବଂଶେ ଜାତଉଗ୍ରସେନ ରାଜା ନାତି ଦମଘୋଷ ସୁତ ।ବୟସରେ ଅଷ୍ଟାଦଶ ରୂପେ ଜଗର୍ଜ୍ଜିଣାଦୈବକୀ ଗର୍ଭରୁ ଜାତ ଶିଶୁପାଳ ଜେନା ।ସେ ବରକୁ ପାଇଲାଗୋ ସବୁଙ୍କରି ମନତୋ ଆଗେ କହିବା ପାଇଁ ପେଷିଲେ ରୁକ୍ମଣ ।ମୁଦୁସୁଲୀ ମୁଖୁଁ ଶୁଣି ଏସନକ ବାଣୀକୋପେ ପ୍ରଜ୍ୱଳିତ ହୋଇ କହିଲେ ରୁକ୍ମିଣୀ ।ଲାଙ୍ଗୁଡ଼ ମାଡ଼ିଲେ ଯେହ୍ନେ ଫଣା ଟେକେ ସର୍ପବୋଲେ ଆଲୋ ନିଲକ୍ଷଣୀ ଏଡ଼େ ତୁମ୍ଭ ଦର୍ପ ।ନିଲକ୍ଷଣ କଥା ଆସି କହ ମୋର ଆଗସିଂହ ଭାର୍ଯ୍ୟା ସଙ୍ଗେ କର ଶୃଗାଳକୁ ଯୋଗ ।ଗଜମୁକ୍ତା ସଙ୍ଗେ ଗରଗଡ଼ ଗୁନ୍ଥ ଆଣିରତ୍ନ ସଙ୍ଗେ ଯୋଗ କରୁଅଛ କାଚମଣି ।ଗଙ୍ଗୋଦକ ତୁଲେ ଭେଟାଉଛ କୂପଜଳଆମ୍ବ ସଙ୍ଗେ ଗଣୁଅଛ ମହାକାଳ ଫଳ ।ଛାର ଶିଶୁପାଳ କାହୁଁ ହେବ ମୋର ପତିଶ୍ରୀକୃଷ୍ଣ ବିନା ମୋହର ନାହିଁ ଅନ୍ୟ ଗତି ।ଏତେ କହିଣ ରୁକ୍ମିଣୀ ଉଠିଗଲେ ରାଗେତକ୍ଷଣେ ମିଳିଲେ ଦେବୀ ମାତାଙ୍କର ଆଗେ ।ଶୋକଭର ହୋଇ ଦେବୀ ଯୋଡ଼ି ବେନିକରବୋଇଲେ ମୋ ପାଇଁ କିପାଁ ଶିଶୁପାଳେ ବର ।ଯାବତ କାଳକୁ ମୋର କଥା ରହିଥାଉନୋହିବି ବିଭା ଏ ଜନ୍ମ ଏହିମତେ ଯାଉ ।ତୁମ୍ଭେ ସିନା ଜନ୍ମ ମୋତେ କରିଛ ଗୋ ମାତଅନ୍ୟଥା କରିବ କିଏ ବିଧାତାର କୃତ୍ୟ ।ଲଜ୍ଜା ଛାଡ଼ି କହୁଅଛି ଆଗରେ ତୁମ୍ଭରଜନ୍ମେ ଜନ୍ମେ ସ୍ୱାମୀ ମୋର ପ୍ରଭୁ ଚକ୍ରଧର ।ପାରିଲେ ତାହାଙ୍କୁ ବିଭା କର ମୋତେ ନେଇନୋହିଲେ ମରିବି ସିନା ଦୁଃଖେ ଧନ୍ଦି ହୋଇ ।ଶିଶୁପାଳ ବର ବୋଲି ଶୁଣନ୍ତେ ମୁଁ କାନେହୃଦୟ ପୋଡ଼ୁଛି ଦାବାନଳ ପ୍ରାୟ ବନେ ।ଜୀବନ ଧରିବା ପାଇଁ ନାହିଁ ମୋର ଆଶଭକ୍ଷିବଇଁ କାଳକୂଟ ଜଳେ ଦେବି ଝାସ ।ନିଶ୍ଚୟ ମୁଁ ତଣ୍ଟି କାଟି ପଡ଼ିବି ଅନଳେନୋହିଲେ ମରିବି ଲଜ୍ଜୁ ଲଗାଇଣ ଗଳେ ।ଏତେ ବୋଲି ଉଚ୍ଚସ୍ୱରେ ରୋଦନ ସେ କରିବେନି ନୟନରୁ ବୁହାଇଲେ ଅଶ୍ରୁବାରି ।ପୂର୍ଣ୍ଣଚନ୍ଦ୍ର ତୁଲ୍ୟ ମୁଖ ଦିଶିଲା କାଳିମାଏସନ ବିକଳେ ଶୋକ କରନ୍ତେ ଯେ ଜେମା ।ତା ଦେଖି ନ ସହି ଦାସୀ ପରିବାରୀଗଣଲୋତକ ବୁହାଇ ସର୍ବେ କରନ୍ତି ରୋଦନ ।ଇଦଂ ପ୍ରତିବାକ୍ୟ ବଦୟନ୍ତି ଶୁକମୁନିରାଜାଙ୍କ ପାଶକୁ ଯାଇ ଜଣାନ୍ତି ଜନନୀ ।ଆହେ ନାଥ ସାବଧାନେ ଶୁଣ ତଥ୍ୟ କଥାରୁକ୍ମିଣୀ ମରୁଛି ମନେ ପାଇ ଘୋର ବ୍ୟଥା ।ପ୍ରାଣରୁ ଅଧିକ କରି ପାଳିଥିଲ ଯାକୁକାର୍ଯ୍ୟକାଳେ ଅବହେଳା କର କିପାଁ ତାକୁ ।ଆଗେ ସ୍ୱୟମ୍ବର ତୁମ୍ଭେ କଲ ତାର ପାଇଁଲକ୍ଷେରାଜା ଆସିଥିଲେ ସମଦଣ୍ଡ ବାହି ।ରଥୀ ମହାରଥୀ ବୀରେ ହୋଇଥିଲେ ମେଳିଆଠମାସ ପରିଯନ୍ତେ ସହିଲ ଅର୍ଦ୍ଦୋଳି ।ସରିଲା ଅନେକ ଦ୍ରବ୍ୟ ନ ପାଇଲ କାର୍ଯ୍ୟଆପେ ବ୍ୟଥାପାଇ ପରେ ଉପୁଜିଲା ଲାଜ ।ଏବେ ତ ଶିଶୁପାଳକୁ ଭିଆଇଲ ବରଉଗ୍ରସେନ ନାତି ଦମଘୋଷର କୁମର ।ଆମ୍ଭେ ସର୍ବେ ଆନନ୍ଦିତ ହେଲୁ ଏହା ଶୁଣିତାକୁ ବିଭା ହେବ ନାହିଁ ବୋଲୁଛି ରୁକ୍ମିଣୀ ।ହୃଦୟର କଥା ଝିଅ କହିଲା ଏମନ୍ତଦେବକୀ ନନ୍ଦନ କୃଷ୍ଣ ଅଟନ୍ତି ମୋ କାନ୍ତ ।ପ୍ରତିଜନ୍ମେ ସେହି କୃଷ୍ଣ ଅଟନ୍ତି ମୋ ପତିତାଙ୍କ ବିନା ଆନେ ମୋର ନ ବଳଇ ମତି ।ସେ ମୋହର ପ୍ରାଣନାଥ ମୁଁ ତାଙ୍କରି ଦାସୀନୋହିଲେ ମରିବି ନିଶ୍ଚେଁ ଅନଳରେ ପଶି ।ଅଥବା ଜହର ଖାଇ ତେଜିବି ଜୀବନଆନ ଜନେ ନ ଭଜିବି ଏ ମୋର ପ୍ରମାଣ ।ଭୋ ନାଥ ଏଥକୁ ତୁମ୍ଭେ କର ସୁବିଚାରନୋହିଲେ ରୁକ୍ମିଣୀ ନିଶ୍ଚେଁ ଛାଡ଼ିବ ଶରୀର ।ତା ସମାନେ ଝିଅ ମୋର ଯେବେ ଯିବ ନାଶପ୍ରାଣେ କାର୍ଯ୍ୟନାହିଁ ନିଶ୍ଚେଁ ଜଳେ ଦେବି ଝାସ ।ଏ ମୋହର ସତ୍ୟ ସତ୍ୟ ଅଟେ ଦୃଢ଼ବାଣୀଏହା କହି ଅତିଉଚ୍ଚେ ଶୋକ କଲେ ରାଣୀ ।ଦେଖିଣ ଭୀଷ୍ମକ ରାଜା ପାଇ ମନେ ବ୍ୟଥାବୋଇଲେ ଚିନ୍ତା ଲାଗଇ ରୁକ୍ମିଣୀର କଥା ।ନବଯୁବା ବୟସ ତ ହୋଇଲା ତାହାରମନର ସଦୃଶ ତାକୁ ନ ମିଳିଲା ବର ।ଏତେ ବୋଲିଣ ନିଃଶ୍ୱାସ ଛାଡ଼ି ନରସାଇଁବୋଲେ କେତେ ଗଞ୍ଜି ହେବି ଏ ଦୁହିତା ପାଇଁ ।ଭୋ ଧର୍ମଦେବତା ମୋତେ ପ୍ରତିକାର କରବୁଡ଼ିଲି ଚିନ୍ତାସାଗରେ ଉଦ୍ଧରିଣ ଧର ।ଶୁକ ବୋଇଲେ ହୋ ପରୀକ୍ଷିତ ନୃପମଣିଇତି ଶ୍ରୀ ଏ ହରିବଂଶ ପୁରାଣର ଧ୍ୱନି ।ଅନ୍ତଃପୁର ଭିତରକୁ ନୃପ ଉଠିଯାଇଜ୍ୟେଷ୍ଠପୁତ୍ର ରୁକ୍ମଣକୁ ଆଣିଲେ ଡକାଇ ।ଯେଉଁଠାରେ ବିଜେ କରିଛନ୍ତି ରାଜାରାଣୀସେଠାରେ ପ୍ରବେଶ ହେଲା ସେ କୁମରମଣି ।ପିତାମାତାଙ୍କୁ ଦେଖିଣ କରପତ୍ର ଯୋଡ଼ିବିନୟରେ ନିଉଛାଳି କଲା ପାଦେ ପଡ଼ି ।କରଯୋଡ଼ି ପୁଚ୍ଛା କଲେ ହୋଇଣ ବିନୟୀଭୋ ତାତ ବସିଛ କିପାଁ ଚିନ୍ତାଭର ହୋଇ ।କିବା ରାଜ୍ୟକୁ ତୁମ୍ଭର ହେଲା ଶତ୍ରୁଭୟକି ଅବା ଶରୀରରେ ବ୍ୟାଧି ହୋଇଲା ଉଦୟ ।ଧନହାନି ହେଲା କିବା ହେଲା ମାନଭଙ୍ଗକିବା ବନ୍ଧୁଜନେ ତୁମ୍ଭପ୍ରତି ହେଲେ ସଙ୍ଗ ।କି ଅବା ସେବକମାନେ ନ କରିଲେ ସେବାପାତ୍ର ମନ୍ତ୍ରୀମାନେ ଆଜ୍ଞା ନ ମାନିଲେ ଅବା ।ରାଜାଙ୍କ ଉପରେ ତୁମ୍ଭେ ରାଜଶିରୋମଣିକି କାର୍ଯ୍ୟ କରିବି ଆଜ୍ଞା ଦିଅ ଏହି କ୍ଷଣି ।ମହାରଥୀ ପଣେ ମୁହିଁ ଅଟେ ରଣରଙ୍କାମୋପରା ପୁତ୍ର ଥାଆନ୍ତେ ତୁମ୍ଭର କି ଶଙ୍କା ।ଯେତେବେଳେ ଯେଉଁ ଦ୍ରବ୍ୟ ଖୋଜିବ ଆପଣଆଜ୍ଞାଦେଲେ ଆଣିବି ମୁଁ ତାହା ସେହିକ୍ଷଣ ।ରୁକ୍ମଣ ମୁଖରୁ ରାଜା ଏ ବଚନ ଶୁଣିଶୋକଭର ହୋଇ ତାକୁ କହିଲେ ସେ ପୁଣି ।ତୁ ମୋହର ଜ୍ୟେଷ୍ଠପୁତ୍ର କୁଳେ ଅଟୁ ମୋକ୍ଷବଳବନ୍ତ ବୁଦ୍ଧିମନ୍ତ ସର୍ବଗୁଣେ ଦକ୍ଷ ।ବାବୁ ତୋ ପ୍ରସାଦେ ମୋର ସବୁ ଅଛି ସିନାକେବଳ ଦୁସ୍ତର ହେଲା ରୁକ୍ମିଣୀ ବେଦନା ।ପାଞ୍ଚପୁତ୍ର ମଧ୍ୟେ ମୋର ଦୁହିତା ଗୋଟିକତୋ ପରା ସୋଦର ଥାଉଁ ସେ ପାଇଲା ଦୁଃଖ ।ବେଭାରରେ ଝିଅ ଘିଅ ସାଇତିଣ ନୋହେଯୁବତୀ ହୋଇଣ ଦେଖ ରହିଛି ସେ ଗୃହେ ।ଲକ୍ଷେ ରାଜା ଡକାଇ ମୁଁ ସ୍ୱୟମ୍ବର କଲିଆଠମାସ ଯାଏ ତାଙ୍କୁ ରୁହାଇ ରଖିଲି ।କେବଣ ଯୋଗରେ ଜନ୍ମ ହେଲା ମନ୍ଦଭାଗୀବର ନ ମିଳିଲା ତେଡ଼େ ସଭା ଗଲା ଭାଙ୍ଗି ।ଏବେ ଶିଶୁପାଳକୁ ତୁ କରନ୍ତେ ବରଣତାହା ଶୁଣି ମୂର୍ଚ୍ଛା ଯାଉଅଛି କ୍ଷଣ କ୍ଷଣ ।ଶୟନ ଭୋଜନ ନିତ୍ୟକର୍ମ ତାର ନାହିଁବୋଲୁଛି ଅନଳେ ଝାସି ମରିବଇଁ ମୁହିଁ ।ଚନ୍ଦ୍ରମା ପରାୟେ ମୁଖ ଦିଶୁଅଛି କାଳିଶରୀରରେ କେଶବାସ ନ ପାରେ ସମ୍ଭାଳି ।ତୁ ବାବୁ ଜାଣୁ ତାଠାରେ ମୋର କେଡ଼େ ସ୍ନେହସେ ମଲେ ମୁଁ ନିଶ୍ଚେ ଧରି ନ ପାରିବି ଦେହ ।ସତ୍ୟ କହୁଅଛି ମୋର ପ୍ରାଣେ କାର୍ଯ୍ୟ ନାହିଁକଥାଏ କହିବି ବାବୁ କରିବୁ କି ତୁହି ।ଭୀଷ୍ମକ ନୃପତି ମୁଖୁ ଏ ବଚନ ଶୁଣିକୃତାଞ୍ଜଳି ହୋଇ ବୋଲେ ସେ କୁମରମଣି ।ଭୋ ତାତ ଆପଣ ଅଟ ମୋ ଇଷ୍ଟ ଦେବତାପିଣ୍ଡର କାରେଣି ତୁମ୍ଭେ ଭକ୍ତି ମୁକ୍ତି ଦାତା ।ଯାହା ଆଜ୍ଞା ଦେବ ତାହା ଶୀଘ୍ର କହ ମୋତେଏ ଛାର କଥାକୁ କିପାଁ ଚିନ୍ତା କର ଏତେ ।ଭୀଷ୍ମକ ବୋଇଲେ ବାବୁ ମୋ ବଚନ ମାନିଶିଶୁପାଳ ଛାଡ଼ି କୃଷ୍ଣେ ଦିଅ ତୋ ଭଗିନୀ ।ଯଦୁରାଜା ବଂଶରେ ସେ ହୋଇଛନ୍ତି ଜାତଦେବକୀ ଅଟଇ ମାତା ବସୁଦେବ ତାତ ।ଉଗ୍ରସେନ ନୃପତିର ଅଟନ୍ତି ସେ ନାତିବଳବୀର୍ଯ୍ୟ ପରାକ୍ରମ ଅଙ୍ଗେ ବହିଛନ୍ତି ।ସୁକୁମାର ସୁଲକ୍ଷଣ ପୁଣି ନବଯୁବାସାମାନ୍ୟ ନୁହନ୍ତି କିସ ପଟାନ୍ତର ଦେବା ।ପ୍ରତ୍ୟକ୍ଷେ ସେ ନାରାୟଣ ମର୍ତ୍ତେ ଅବତରିଜଗତ ମୋହନ ରୂପ ଧରିଛନ୍ତି ହରି ।କଉଣସି ଅବିଗୁଣ ତାଙ୍କଠାରେ ନାହିଁରୁକ୍ମିଣୀର ମନ ବଳିଅଛି ତାଙ୍କ ତହିଁ ।ଆଉ ଅନ୍ୟ ବରକୁ ସେ ନ କରେ ଗଣନାଶ୍ରୀକୃଷ୍ଣଙ୍କ ନାମ ଶୁଣି ହେଉଅଛି ବଣା ।କୃଷ୍ଣ ବିନା ଆନେ ତାର ନ ବଳଇ ମନଆନକୁ ଦେଲେ ସେ ନିଶ୍ଚେ ତେଜିବ ଜୀବନ ।ତା ବିକଳ ଦେଖି ମୋର ବଢ଼ୁଅଛି ଚିନ୍ତାଏ ଶୋକ – ସାଗରୁ ବାବୁ ତୁ ସିନା ରଖନ୍ତା ।ତେଣୁ ବିନୟରେ ତୋତେ କହୁଛି କୁମରଧାତିକାରେ ରୁକ୍ମିଣୀକି କୃଷ୍ଣେ ବିଭାକର ।ତୁ ଯଦ୍ୟପି ଏ କଥାକୁ ଅନ୍ୟଥା କରିବୁଭଗିନୀ ମରିବ ମୋତେ ଆଉ ନ ପାଇବୁ ।ପିତାର ମୁଖୁ ରୁକ୍ମଣ ଏ ବଚନ ଶୁଣିଅତି କୋପେ କୋପାନଳ ହେଲା ବୀରମଣି ।ରୋମମୂଳ ପୁଲକାଇ କମ୍ପେ ଥରହରଶରୀରୁ ଶ୍ରମଝାଳ ବହିଲା ସତ୍ୱର ।କୋପେ ମହାମତ୍ତ ସିଂହ ପରାୟେ ସେ ହୋଇରଟମଟ କରି ଦନ୍ତେ ଦନ୍ତକୁ ଚାପଇ ।ତମ୍ବାଚକ୍ର ପରାୟେକ ବୁଲାଇ ନୟନଅତ୍ୟନ୍ତ କୋପେ ନିଃଶ୍ୱାସ ଛାଡ଼େ ଘନ ଘନ ।ଗର୍ଜନ କରି ବଚନ ବୋଲେ ଅମରଷଅବଧ୍ୟ ଅଟଇ ରାଜା କହିବଇଁ କିସ ।ବାଇ ଦୁଃଖୀ ଦରିଦ୍ର ଏ ତିନି ମହାପାପୀଭଲ ମନ୍ଦ ଜ୍ଞାନ ନାହିଁ ତାଙ୍କର କଦାପି ।ଷଣ୍ଢା ବକା ପୂତନାକୁ ବଧ କରିଅଛିତାଠାରୁ ପାତକୀ ଆଉ ଜଗତେ କେ ଅଛି ।ମାଉସୀ ପିଉସୀ ଖୁଡ଼ୀ ଜେଠୀ ମଉଳାଣୀଏହାଙ୍କୁ ଯେ ହରିଅଛି କୁଞ୍ଜବନେ ଆଣି ।ଗୋପାଳ ପୁଅଙ୍କ ସଙ୍ଗେ ବତ୍ସା ଚରାଇଲାଗୋପୀଙ୍କ ପାଲଟା ଲୁଗା ଚୋରାଇଣ ନେଲା ।ଚାରୁଣ ମୁଷ୍ଟିକ କେଶୀ କୁବଳୟା କଂସଏହାଙ୍କୁ ବିଶ୍ୱାସଘାତୀ ହୋଇ କଲା ନାଶ ।ଆଉ ଯେତେ ଦୁଷ୍ଟପଣ କେ କରିବ ଲେଖାକୂଟେ କଟୁଆଳ କେଶ ଧରି ବୁଲେ ଏକା ।ଲବଣୀ ଗୋଟିକା ଦୁଧ ଦହି ଛେନା ଘୃତଗୋପୀଙ୍କ ଘରୁ ଚୋରାଇ ଖାଇଲା ସମସ୍ତ ।ପ୍ରତ୍ୟକ୍ଷରେ ମହାପାପ କରିଛି ସେ ଯେତେଗୋଟି ଗୋଟିକରି ତାହା କହିବି ମୁଁ କେତେ ।ଜାତି କୁଳ ଶୀଳ ଧର୍ମ ନାହିଁ ତାର ଲେଶଦେଖିଲେ ଅଯାତ୍ରା ତାଙ୍କୁ ଛୁଇଁଲେ ଯେ ଦୋଷ ।ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଜାତି ସେ ନୁହଇଗଉଡ଼ ବାଉଡ଼ ହୀନ ପାମର ଅଟଇ ।ନୁହଇ ସେ ପାତ୍ର ମନ୍ତ୍ରୀ ନୁହେଁ ଉଚ୍ଚକୁଳଜନ୍ମହେଲା ଦିନୁଁ ହୀନ ଲୋକ ସଙ୍ଗେ ମେଳ ।ଜାତିକୁଳ ନାହିଁ ତାର ନୁହେଁ ସେ ବରଣିଏଣୁ ତାକୁ କନ୍ୟା କେହି ନ ଦିଅନ୍ତି ଜାଣି ।ମୁଁ ଅଟଇ ରାଜପୁତ୍ର ତେଜେ ଅନର୍ଗଳାଜାଣୁ ଜାଣୁ ହେବି କେହ୍ନେ ଗଉଡ଼ର ଶଳା ।କେମନ୍ତେ କରିବି ଅବା ଏଡ଼େ ପାପକର୍ମକନ୍ଧରୁ ଲକ୍ଷ୍ମୀ ଛାଡ଼ିବ ନାଶଯିବ ଧର୍ମ ।ବାଳୁତ ସ୍ୱଭାବ ଏହା ନ ଜାଣେ ରୁକ୍ମିଣୀତୁମ୍ଭେ ତାତ ବାଇପ୍ରାୟେ କହୁଅଛ ବାଣୀ ।କୁଳକୁ କଳଙ୍କ ହେବ ବୋଲି ନ ବିଚାରିଏଡ଼େ ଅପମାନ କଥା କହୁଛ କିପରି ।ଚାରିଊଣା ଲକ୍ଷେରାଜା ଥିଲେ ଏଥେ ମିଳିତହୁଁ ଜଣେ ନ ବରିଲା ତୁମ୍ଭର ଦୁଲାଳୀ ।ବିଭା ହେବି ନାହିଁ ବୋଲି କହୁଥିଲା ମିଛେକୁଳରେ କଳଙ୍କ ଆଣି ଲଗାଇବ ପଛେ ।କୁଳବତୀ କନ୍ୟା ହୋଇ ନାହିଁ ତାର ଲଜ୍ଜାଛାର ଗଉଡ଼ର ପୁଣି ହେବ ସେ ଭାରିଯା ।ସ୍ତିରୀଜାତି ସ୍ୱଭାବରେ ଚଞ୍ଚଳ ତା ମତିତେଣୁ ଜାଣି ନ ପାରେ ସେ ଭଲମନ୍ଦ ରୀତି ।ବହୁପୁଣ୍ୟ କରିଥିବ ଯେହୁଁ ପୂର୍ବକାଳେଶିଶୁପାଳକୁ ପାଇବ ସେହୁ ତପବଳେ ।ଖଳ ଅବିଶ୍ୱାସୀ ଲୋକ ତାର ଦୁଷ୍ଟପଣକହିଲେହେଁ ସତ୍ୟବୋଲି କେବା ତା ନ ଶୁଣ ।ପିତାତୁଲ୍ୟ ଜ୍ୟେଷ୍ଠଭ୍ରାତା ରୁକ୍ମିଣୀର ମୁହିଁଅବଶ୍ୟ ମଙ୍ଗଳ କାର୍ଯ୍ୟ କରିବି ତା ପାଇଁ ।ଦେଶକାଳ ପାତ୍ର ବୁଝି କରିଥିଲେ କାର୍ଯ୍ୟସର୍ବଶୁଭ ହେବ ଆମ୍ଭେ ନ ପାଇବା ଲାଜ ।ଏ ମୋର କହିବା କଥା ରୁକ୍ମିଣୀକୁ କହମନରୁ ସନ୍ତାପ ଛାଡ଼ୁ ନ କରି ସନ୍ଦେହ ।ସବୁ କଥା ଦୂରେ ଛାଡ଼ି କରୁ ମୋର ବୋଲମୁଁ ନିଶ୍ଚେ କରିବି ତାର ସବୁକାର୍ଯ୍ୟେ ଭଲ ।କାହିଁ ବସି କେତେ ପୁଣ୍ୟ କରିଥିଲା ପୂର୍ବେତେବେ ଶିଶୁପାଳ ବର ହେବ ତାର ଏବେ ।ଦୁଇକୁଳ ବିଶୁଦ୍ଧ ସେ ବଳେ ଜଗଜ୍ଜିତାଦମଘୋଷ ପିତା ଯାର ଦଇବକୀ ମାତା ।ସଂଗ୍ରାମରେ ଅଜୟ ସେ ବୀର ଚୂଡ଼ାମଣିବୟସରେ ନବଯୁବା ରୂପେ କାମ ଜିଣି ।ବୁଦ୍ଧିମନ୍ତ ବଳବନ୍ତ ରାଜନୀତିଜ୍ଞାତାକ୍ଷତ୍ରିୟ ଗୁଣରେ ତାକୁ ନାହିଁ କେ ଜିଣନ୍ତା ।ତାଠାରୁ ସୁନ୍ଦର ହୋଇ ଜଗତେ କେ ନାହିଁସ୍ୱର୍ଗରୁ ନାୟିକା ୟାକୁ ଦେଖି ହେବେ ମୋହି ।ଆଲୋ ଦାସୀମାନେ ତୁମ୍ଭେ ଏହିକ୍ଷଣି ଯାଅରୁକ୍ମିଣୀକୁ ଏହା ସବୁ ବୁଝାଇଣ କହ ।ମୁହିଁ ଯାଉଅଛି ବର ବରିବାର ପାଇଁତୁମ୍ଭେ ସେ ସମସ୍ତେ ତାକୁ କହିବ ମଣାଇ ।ଶୁକ ବୋଇଲେ ହୋ ଶୁଣ ପରୀକ୍ଷିତ ରାୟେଇତି ଶ୍ରୀମଦ୍ଭାଗବତ ଗ୍ରନ୍ଥ ପୂଣ୍ୟମୟେ ।ଶ୍ରୀହରି ଚରିତ ଏ ଯେ ଅପୂର୍ବ ଆଖ୍ୟାନପଢ଼ନ୍ତେ ଶୁଣନ୍ତେ ହୁଏ ପାତକ ଦହନ ।ଚାରିମୁଖେ ବ୍ରହ୍ମା ଯାହା ନ କରିବେ ଶେଷଶାରଦା ପ୍ରସନ୍ନେ ଲେଖେ ମୁଁ ଅଚ୍ୟୁତ ଦାସ ।ଶିଶୁପାଳକୁ ବରିବା ପାଇଁ ରୁକ୍ମଣର ଗମନ ଏବଂ ରୁକ୍ମିଣୀଙ୍କର ଦୁର୍ଗାସ୍ତୁତିଏସନକ ଆଜ୍ଞାଦେଇ ସେ ରୁକ୍ମଣ ବୀରବରଣ ସାମଗ୍ରୀ ଘେନି ହୋଇଲା ବାହାର ।ବଦରୀ ଶ୍ରୀଫଳ ଦୁର୍ବା ଅକ୍ଷତ ଚନ୍ଦନନାନାରତ୍ନ ଅଳଙ୍କାର ଅମୂଲ୍ୟ ବସନ ।କର୍ପୁର କସ୍ତୁରୀ ଗୁଆ ନାନା ପୁଷ୍ପହାରପାଟଛତ୍ର ବିତପନ ଧବଳ ଚାମର ।ପାତ୍ରମନ୍ତ୍ରୀ ଅମନାତ୍ୟ ବାନ୍ଧବ ସହିତେପୁରୋହିତ ଭାଟ ବନ୍ଦୀ ଜଉତିଷ ଯେତେ ।ପଣ୍ଡିତ ଉତ୍ତମ ଜନ ରାଜା କର୍ମଚାରୀସଜ ହୋଇ ବାହାରନ୍ତି ଆନନ୍ଦରେ ପୂରି ।ବାଜଇ ମଙ୍ଗଳ ଶଙ୍ଖ ମହୁରୀ ବାଜଣାଯେ ଯାହାର ସଜ ହେଲେ ଚତୁରଙ୍ଗ ସେନା ।ବୀର ବେଶ ହୋଇ ଆପେ ରୁକ୍ମଣ କୁମରନିଜ ଅଙ୍ଗେ ମଣ୍ଡିହେଲା ନାନା ଅଳଙ୍କାର ।ବିଦ ମୁଦି ରତ୍ନହାର ବଳୟ କଙ୍କଣଦେବାଙ୍ଗ ବସନ ବାଛି ପିନ୍ଧିଲା ତକ୍ଷଣ ।ରାତ୍ର ବେନିଘଡ଼ି ଥାଉ ବାଜେ ବୀରତୂରଭୀଷ୍ମକ ନୃପତି ଆଗରେ ମିଳିଲା କୁମର ।କରଯୋଡ଼ି ଜଣାଇଲା ମାତା ପିତା ଆଗେରୁକ୍ମିଣୀକି ଡାକି ତୁମ୍ଭେ କହ ଅନୁରାଗେ ।ସେ ମୋର ଭଗିନୀ ଅଟେ ପ୍ରାଣରୁ ଅଧିକାମୋ କଥାରେ କିପାଇଁ ସେ କରୁଅଛି ଶଙ୍କା ।ତା ମଙ୍ଗଳ ଆମ୍ଭେମାନେ ଦେଖିବା ନୟନେପିଲାଦିନୁ ପାଳିଥାଇ ଅନେକ ଯତନେ ।ଚେଦି ଦେଶେ ହୋଇବ ସେ ପାଟ ମହାଦେଇଏଥିରୁ ଅଧିକ କଥା ଖୋଜିଲେ ନ ପାଇ ।ସେ ଏଥିରେ ଅବିଗୁଣ ନ ବିଚାରୁ କିଛିତା ମଙ୍ଗଳ କଥା ସିନା ମୁହିଁ କରୁଅଛି ।ତୁମ୍ଭେ ତାର ଜନ୍ମଦାତା ପିତା ମାତା ଗୁରୁସେ କିପାଁ ବାହାର ହେବ ତୁମ୍ଭର କଥାରୁ ।ଯେହ୍ନେ ଶିଶୁପାଳ ପ୍ରତି ଚଳେ ତାର ମନଆଗେ ତା ବୁଝାଇ ତୁମ୍ଭେ କରିବ ଯତନ ।ଏତେ କହି ଚଳିଗଲେ ରୁକ୍ମଣ କୁମରଆରେଣି ଅଙ୍କୁଶ ଧରି ଆପଣାର କର ।ମତ୍ତହସ୍ତୀ ପୃଷ୍ଠେ ଯାଇ କଲା ଆରୋହଣବାଜଇ ବିବିଧ ବାଜା ଟମକ ନିଶାଣ ।ସୁଲକ୍ଷଣୀ ନାରୀମାନେ ଦେଲେ ହୁଳହୁଳିବାଜିଲାକ ଯୋଡ଼ା ଶଙ୍ଖ ମଙ୍ଗଳ ମହୁରୀ ।ପାତ୍ର ମନ୍ତ୍ରୀ ସହିତରେ ଚତୁରଙ୍ଗ ସୈନ୍ୟସଙ୍ଗତେ ଘେନାଇ ବୀର ଚଳିଲା ବହନ ।ଆନନ୍ଦ ଉତ୍ସବେ ଚଳିଯାନ୍ତି ଖରତରପାହିଲା ରଜନୀ ଉଦେ ହେଲେ ଦିନକର ।ଭୀଷ୍ମକ ନୃପତି ଉଠି ନିତ୍ୟକର୍ମ ସାରିପାଟମହାଦେଈକି ସେ ଆଣିଲେ ହକାରି ।ପତି ପତ୍ନୀ ଦୁହେଁ ତହିଁ ଏକାନ୍ତରେ ଥାଇରୁକ୍ମିଣୀକି ସେ ସ୍ଥାନକୁ ଆଣିଲେ ଡକାଇ ।ଶ୍ରୀଅଙ୍ଗ ଆଉଁସି ତାଙ୍କୁ କହନ୍ତି ଏ ବାଣୀତୁ ଆମ୍ଭର ପଞ୍ଚଆତ୍ମା କୁଳର ମଣ୍ଡଣି ।ଅନେକ ଜନ୍ମର ଯେବେ ତପ କରିଥାଇମାନବ ଶରୀର ଧରି ସଂସାରେ ଜନ୍ମଇ ।ବିଶେଷେ ତୁ ରାଜକନ୍ୟା ଅଟୁ ସୁଲକ୍ଷଣୀକେତେ କଷ୍ଟ ବିଧାତା ଯେ ଦେଲେ ତୋତେ ଆଣି ।ନବଯୁବତୀ ବୟସ ହୋଇଲା ତୋହରଏତେ କାଳ ପରିଯନ୍ତେ ନ ମିଳିଲା ବର ।ଝିଅ ଘିଅ ସାଇତିବ କେବା ଚିରକାଳତୋ ନିମନ୍ତେ ହେଉ ଆମ୍ଭେ ସମସ୍ତେ ବିକଳ ।ତୋ ଜ୍ୟେଷ୍ଠଭାଇ ରୁକ୍ମଣ ବୀର ଶିରୋମଣିଯା ନାମ ଶୁଣିଲେ ସ୍ୱର୍ଗେ କମ୍ପେ ବଜ୍ରପାଣି ।ସେ ଯାହାକୁ ତୋ ପାଇଁକି ବରିଅଛି ବରତୁ ମାତା ତହିଁକି ନାସ୍ତି କେବେହେଁ ନ କର ।କୃଷ୍ଣଙ୍କୁ ବରିବୁ ବୋଲି କରିଅଛୁ ଦୃଢ଼ମୁଁ କହିବା କଥା ଶୁଣି ତାହା ଏବେ ଛାଡ଼ ।ଜନ୍ମ ଜନ୍ମାନ୍ତରେ ଅଟେ ଯେ ଯାହାର ପତିବିଧାତା ଘଟାଏ ତାହା ନୁହେ ଆନଗତି ।ଅମୂଲ୍ୟ ରତନ ମାଗୋ ଅସଂଖ୍ୟ ଭଣ୍ଡାରଦଇବ ଦିଅନ୍ତେ ସିନା ଭୋଗକରେ ନର ।କେ ଆନ କରିବ ତାହା ନରଦେହ ବହିକାଳେ କାଳେ କଥା ଥିବ କାର୍ଯ୍ୟ କିଛି ନୋହିଁ ।ତୁ ପରମ ପଣ୍ଡିତା ମୁଁ କହିବଇଁ କିସତିନିକାଳ କଥା ତୋତେ ସବୁ ହୁଏ ଦୃଶ୍ୟ ।ସମୟକୁ ଚାହିଁ ମାଗୋ ମନ କର ଶାନ୍ତିସମସ୍ତଙ୍କ ବିଚାରକୁ ରୁଚିଲା ଏ ଘାନ୍ତି ।ତୁ ଯଦ୍ୟପି ଅବିଚାରେ ଭାଙ୍ଗିବୁ ଏ କଥାକାର୍ଯ୍ୟ ନ ପାଇବୁ ପଛେ ଜାତ ହେବ ବ୍ୟଥା ।ଯେଉଁ ପୁତ୍ର ଭୁଜବଳେ ପୃଥ୍ୱୀ ଜିଣିପାରେତା ବଚନ ଭାଙ୍ଗି ଆମ୍ଭେ ନ ପାରିବୁ ଡରେ ।ଦଇବେ ଅବଳା ତୁହି ଅଟୁ ନବବାଳୀଜ୍ୟେଷ୍ଠଭ୍ରାତା କଥା କେହ୍ନେ ଭାଙ୍ଗିବ ତୋ ଭଳି ।ସେ ଯାହା ବିଚାର କରିଅଛି ପରିଘାଇକେ ତାହା ଭାଙ୍ଗିବ ଅବା ନରଦେହ ବହି ।ପୁଣି ତ ଏ ବିଶେଷରେ ନୁହେଁ ସ୍ୱୟମ୍ବରଇଚ୍ଛା ଅନୁସାରେ କନ୍ୟା ବରିବାକୁ ବର ।ଇଚ୍ଛାବର ବରିବାକୁ ଯେବେ ତୋ ସରାଗସ୍ୱୟମ୍ବର କରି କିପାଁ ନ ବରିଲୁ ଆଗ ।ଲଲାଟ ଲିଖନ ତୋର ଅଛି ଆଗୋ ଯାହାନିଶ୍ଚୟ ଭୋଗିବୁ ଆନ କେ କରିବ ତାହା ।ଏହାଶୁଣି ରୁକ୍ମିଣୀର ବହେ ଅଶ୍ରୁଜଳପିତା ମାତା ମୁଖ ଚାହିଁ ହୁଅଇ ବିକଳ ।ନିଅବକାଶ ମନ୍ଦିରେ ଆଉ କେହି ନାହିଁତିନେହେଁ ରୋଦନ କଲେ ପରସ୍ପରେ ଚାହିଁ ।କପାଳରେ କର ତାଡ଼ି ରୁକ୍ମିଣୀ ବିକଳବେନି ନୟନରୁ ଫୁଟି ବହେ ଅଶ୍ରୁଜଳ ।ଭୋ ଦଇବ ଏଡ଼େ ବିଡ଼ମ୍ବନ କଲୁ ଆଣିଶୃଗାଳକୁ ଦେଉଅଛୁ ସିଂହର ଘରଣୀ ।ମୁଁ ପଛକେ ମରି ଜନ୍ମ ହେବି ଶତେବାରଜନ୍ମେ ଜନ୍ମେ ଶିଶୁପାଳ ବର ନୋହୁ ମୋର ।ଏମନ୍ତ ବୋଲି ରୁକ୍ମିଣୀ କାନ୍ଦି ଉଚ୍ଚସ୍ୱରେକ୍ଷଣେ କ୍ଷଣେ ମୁର୍ଚ୍ଛାଯାଇ ଲୋଟିଲେ ଭୂମିରେ ।ତା ଦେଖି ଜନନୀ ତୋଳିକୋଳେ ବସାଇଲେଶ୍ରୀଅଙ୍ଗ ଆଉଁସି ଦେଇ ମୁଖେ ଚୁମ୍ବ ଦେଲେ ।ଆଶ୍ୱାସି କହିଲେ ମାଗୋ ବିକଳ ତୁ ନୁହତୋ ବିକଳ ଦେଖି ମୋର ସହୁ ନାହିଁ ଦେହ ।ତୁ ପ୍ରତ୍ୟକ୍ଷେ ମହାଲକ୍ଷ୍ମୀ ନାରୀ ରତ୍ନନିଧିଯାହା ବାଞ୍ଛା କରିଅଛୁ ହେବ ନିଶ୍ଚେଁ ସିଦ୍ଧି ।କ୍ଷଣକ୍ଷଣକରେ କଥା ହୁଏ ଆନ ଆନଏଥିପାଇଁ ଶୋକକରି ନ ହୁଅ ବିମନ ।ମୋହର ମନକୁ ଏହା ପ୍ରତେ ଯାଉନାହିଁଭୀଷ୍ମକ ରାଜା ବୋଇଲେ ରୁକ୍ମଣୀକୁ ଚାହିଁ ।ମାଗୋ ଶୋକ ସମ୍ଭାଳିଣ ଥାଅ ସ୍ଥିର ହୋଇଅତି ଆକୁଳ ନୋହିବ ଶାସ୍ତ୍ରେ ଅଛି କହି ।ଏତେ ବୋଲି ତହୁଁ ପିତା ମାତା ଚଳିଗଲେଜେମାଙ୍କୁ ତୋଷିବ ବୋଲି ଦାସୀଙ୍କୁ କହିଲେ ।ଏଥୁ ଅନନ୍ତରେ ବସି ରୁକ୍ମିଣୀ ଏକାନ୍ତେମହାମାୟାଙ୍କୁ ସ୍ମରଣା କଲେ ଦୃଢ଼ଚିତ୍ତେ ।ଜୟ ଜୟ ଦୁର୍ଗେ ମାଗୋ ଜୟ ଭଦ୍ରାକାଳୀରକ୍ଷିଣୀ ଭକ୍ଷିଣୀ ଚଣ୍ଡୀ ଚାମୁଣ୍ଡା ବେତାଳୀ ।ଯୋଗମୁଦ୍ରା ଜ୍ଞାନରୂପା ଦୁର୍ଗତି ତାରିଣୀଅଶେଷ କୋଟି ବ୍ରହ୍ମାଣ୍ଡେ ତୁହି ଠାକୁରାଣୀ ।ପୃଥ୍ୱୀ ଆପ ତେଜ ବାୟୁ ଆବର ଆକାଶପଞ୍ଚଭୂତ ଆତ୍ମା ଆପେ କରିଛୁ ପ୍ରକାଶ ।ବେଦମାତା ଗାୟତ୍ରୀ ତୁ ଅନାଦି ଅପର୍ଣ୍ଣାଈଶ୍ୱର ଘରଣୀ ମାଗୋ ନାମ ତୋର ଉମା ।ସ୍ଥାବର ଜଙ୍ଗମ କୀଟ ଆଦି ସୃଷ୍ଟି ଯେତେପ୍ରଳୟ କାଳରେ ଆପେ ରଖୁ ଗର୍ଭଗତେ ।ପୁନରପି ସୃଷ୍ଟିକାଳେ ଗର୍ଭୁ କରୁ ଜାତକେହି ଜାଣି ନ ପାରନ୍ତି ତୋର ଆଦିଅନ୍ତ ।ଶୁମ୍ଭ ନିଶୁମ୍ଭ ମହିଷାସୁର ରକ୍ତବୀର୍ଯ୍ୟଚଣ୍ଡ ମୁଣ୍ଡଆଦି ଯେତେ ଦୁର୍ଦ୍ଦାନ୍ତ ଦନୁଜ ।କିଞ୍ଚିତ ସମରେ ତାଙ୍କୁ ପକାଇଲୁ ନାଶିତେଣୁ ସୁସ୍ଥେ ବିହରିଲେ ତିନିପୁର ବାସୀ ।ତ୍ରିପୁରା ମୋହିନୀ ମାଗୋ ତୁ ସର୍ବମଙ୍ଗଳାକରେ ଖଣ୍ଡା ଖପର ତୋ ଗଳେ ମୁଣ୍ଡମାଳା ।ନାରାୟଣୀ ନାରସିଂହୀ ବାରାହୀ କୌମାରୀଇନ୍ଦ୍ରାଣୀ ବ୍ରାହ୍ମଣୀ କାତ୍ୟାୟିନୀ ମାହେଶ୍ୱରୀ ।ଏମନ୍ତେ ଅନେକ ରୂପ ଧରି ମାଗୋ ତୁହିତୋ ପାଦରେ ନମସ୍କାର କରୁଅଛି ମୁହିଁ ।ଶରଣ ପଶିଲି ମାତ ତୋର ପଦାଗ୍ରତେସଙ୍କଟ ତାରିଣୀ ବାରେ ରକ୍ଷା କର ମୋତେ ।ତୁ କି ନ ଜାଣୁ ମାତ କୃଷ୍ଣ ମୋର ପତିତାଙ୍କବିନା ଆନେ ମୋର ନ ବଳଇ ମତି ।ଶିଶୁପାଳ ଭୟ ଏବେ ଲାଗିଅଛି ମୋତେସେ ମହାଭୟରୁ ରକ୍ଷା କର ଦୟାଚିତ୍ତେ ।ଭାଇ ମୋତେ ଲଣ୍ଡଭଣ୍ଡ କରୁଛି ନ ଜାଣିମାଗୋ ଦୟାକରି ଦିଅ ଶ୍ରୀକୃଷ୍ଣଙ୍କୁ ଆଣି ।ଓଁକାର ପରମ ହଂସ ଜ୍ୟୋତି ଶୂନ୍ୟମୟଜୀବନ୍ୟାସେ ଭେଟୁ ତୁହି ଅଟୁ ବେଦମୟ ।ତୁହି ଦେବୀ ଆଦିଶକ୍ତି ତୁ ଦେବୀ ଅନାଦିତୁହି ଜଳ ସ୍ଥଳ ବାୟୁ ଅଗ୍ନି ଶୂନ୍ୟଭେଦି ।ସବୁରି ଘଟରେ ପୁରି ସର୍ବମନ ଜାଣୁଦୁଃଖ ସୁଖ ବେନି କଥା ଆଗେ ପରିମାଣୁ ।ଶିବ ଶକ୍ତିରୂପେ ତୁ ଯେ ହୋଇଛୁ ପ୍ରକାଶସ୍ତିରୀ ଏକେ ପୁରୁଷେକ ହୁଅଇ ଅବଶ୍ୟ ।ନମସ୍ତେ ମଙ୍ଗଳା ମାଗୋ ବାଞ୍ଛା କର ସିଦ୍ଧିସଙ୍କଟ ତାରିଣୀ ଦୁର୍ଗେ ନାମ କଳ୍ପନିଧି ।ମଙ୍ଗଳାଙ୍କ ପାଦେ ବନ୍ଦି ମାଗଇ ଅଚ୍ୟୁତରୁକ୍ମିଣୀ ଦେବୀଙ୍କୁ ଦୟା କର ଆଦିମାତ ।
ସମ୍ବନ୍ଧିତ ରଚନା
ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ
ହରିବଂଶ (ପଞ୍ଚମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି