ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୪ / ୨୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଶ୍ରୀକୃଷ୍ଣଙ୍କର ଦୋଳଯାତ୍ରା
ଏଥୁଅନ୍ତରେ ପରୀକ୍ଷ ନାମେ ମହାରାଜାଶୁକମୁନିଙ୍କ ଚରଣେ କଲେ ଦିବ୍ୟପୂଜା ।ଅନେକ ଧୂପ ଦୀପ ଯେ ନଇବେଦ୍ୟ ଦେଇପାଦପଦ୍ମ ସେବାକରି ବିନୟେ ଜଣାଇ ।ଭୋ ମୁନି ଅପୂର୍ବ କଥା ତବ ମୁଖୁ ଶୁଣିହୋଇଲି ପବିତ୍ର ମୁହିଁ ଗଙ୍ଗାଜଳ ଜାଣି ।ବିଷ୍ଣୁର ପରମ ଲୀଳା ଅସଂଖ୍ୟ ତ ମୁନିସମସ୍ତଙ୍କୁ ମାୟା ଚକ୍ରେ ଭ୍ରମାନ୍ତି ଯେ ପୁଣି ।ନାରାୟଣ ପୁରୁଷର ଅଗୋଚର ମାୟାମାନବେ କାହୁଁ ଜାଣିବେ ବିଷ୍ଣୁକୂଟ ଯାହା ।ଗୁପତରେ ରାମକୃଷ୍ଣ ରହି ନନ୍ଦଘରେବାଳୁତ ରୂପରେ କ୍ରୀଡ଼ା କଲେ ହରଷରେ ।ତଦପରେ କିସ କଥା କଲେ ଯଦୁନାଥକହିବା ହେଉ ମୋତେ ତା ଆହେ ତପୋବନ୍ତ ।ଶୁଣ ପରୀକ୍ଷ ବଦନ୍ତି ଶୁକ ମହାଯତିଏ ଅଟେ ଶ୍ରୀଭାଗବତ ପୁରାଣର କୀର୍ତ୍ତି ।ଗୀତଗୋବିନ୍ଦ ଆଖ୍ୟାନ ଦଶମର ବାଣୀଧନ ଧାନ୍ୟ ଧର୍ମଦୀକ୍ଷା ପ୍ରାପ୍ତ ହେବ ଶୁଣି ।ରସେ ରାସକ୍ରୀଡ଼ା ଭାଗବତ ରସାମୃତହରିବଂଶ ପୁରାଣ ଏ ସାମବେଦୁଁ ଜାତ ।ଷାଠିଏ ଲକ୍ଷ ଗ୍ରନ୍ଥ ଯେ ବ୍ୟାସମୁନି କଲାତା ମଧ୍ୟୁ ହରିବଂଶକୁ ପ୍ରଧାନ କରିଲା ।ହରିବଂଶ ମଧ୍ୟୁ ଛାଙ୍କେ ବିଚାରି ଏକାନ୍ତେଗୋବିନ୍ଦର ରାସକ୍ରୀଡ଼ା ଗୋପୀଙ୍କର ଯେତେ ।ଧନ୍ୟ ଧନ୍ୟ ଜ୍ଞାନ ଜପ ତପ ଯେ ସମାଧିଚତୁର୍ବର୍ଗ ବାଞ୍ଛା ଏଥେଁ ହୁଅଇ ଯେ ସିଦ୍ଧି ।ଲୟ ଲଗାଇ ଏକାନ୍ତେ ଶୁଣ ନରନାଥବେଦବ୍ୟାସ ମହର୍ଷି ଯା କରିଲେ ଭକତ ।ଏତେ ବୋଲିଣ ପୁସ୍ତକ ଫେଡ଼ି ମହାମୁନିଓଁକାର ପ୍ରକାଶ କଲେ ଶ୍ରୀହରି କାହାଣୀ ।ଫାଲଗୁନ ଶୁକ୍ଳପକ୍ଷ ପଉର୍ଣ୍ଣମୀ ତିଥିପୂର୍ବାଫାଲ୍ଗୁନୀ ନକ୍ଷତ୍ର ଅଟଇ ଯୁକତି ।ସେହିଦିନ ଯାତ୍ରା ଏକ ଗୋପରେ ହୁଅଇତେଣୁ ସେଦିନ ଗୋପାଳେ ବନ୍ଦାନ୍ତି ଯେ ଗାଈ ।ନବଲକ୍ଷ ଗୃହ ବସେ ସେ ଗୋପନଗରେଅପ୍ରମିତ ଧନ ଜନ କେହୁ କହିପାରେ ।ପ୍ରତ୍ୟକ୍ଷେ ଶ୍ରୀହରି ଜାତ ହୋଇଛନ୍ତି ଯହିଁକୋଟିପାଦେ କମଳିନୀ ବିଜେକଲେ ତହିଁ ।ଗୋପୀ ଗୋପାଳମାନେ ଯେ ସର୍ବେ ନବଯୁବାଏକୁ ଆରେକ ଦିଶନ୍ତି ଆନୁ ଆନ ଶୋଭା ।କୁବେର ନଗର କିବା ବରୁଣର ପୁରବାରସ୍ୱତୀପୁର ଯାକୁ ନୋହେ ପଟାନ୍ତର ।କି ଅବା ଅଟଇ ସେହୁ ବ୍ରହ୍ମା କୁଶସ୍ଥଳୀକୋଇଲି ବୈକୁଣ୍ଠ ତାକୁ ନହେଁ ସମସରି ।କଂସ ନୃପତିର ତେଜ ନ ଲାଗେ ଯହିଁକିଆନ କିସ ପଟାନ୍ତର ଦେବା ବା କାହିଁକି ।ମତ୍ତେ ମତୁଆଳ ସର୍ବେ ଧନେ ଧନବନ୍ତାଜନମ ମରଣକୁ ତ ନାହିଁ ତାଙ୍କ ଚିନ୍ତା ।ରାମକୃଷ୍ଣ ଲାଗି ସର୍ବେ ମହା ତେଜୋମୟପରମାନନ୍ଦ ପୁରୁଷ ଯାହାକୁ ସଦୟ ।ଗ୍ରହରୋଗ ବ୍ୟାଧିମାନ ନ ଜାଣଇ କେହିପାପାଧି ପାତକମାନ ଅଙ୍ଗୁକ୍ଷୟ ପାଇ ।ସମସ୍ତ ଗୁଆଳୀ ତହିଁ ଏକୁ ଏକ ଶୋଭାବାଳବୃଦ୍ଧ କେହି ନାହିଁ ସର୍ବେ ନବଯୁବା ।ଯୋଗୀଜନମାନେ ଯାକୁ କରୁଥାନ୍ତି ଲୟେପରମାନନ୍ଦ ପୁରୁଷ ଯେହୁ ଦେବରାୟେ ।ତାହାଙ୍କୁ ପାଇ ଶରୀରେ କିସ ଅବା ପାପବସି କେବଳ ଭୂମିରେ କଲେ କେଉଁ ତପ ।ସ୍ୱର୍ଗସୁଖ ମର୍ତ୍ତ୍ୟପୁରେ ଭୋଗନ୍ତି ସକଳେପରମ ସନ୍ତୁଷ୍ଟେ ଥାନ୍ତି ଗୋପିକା ଗୋପାଳେ ।ଗାଈ ବନ୍ଦାଣ ଉତ୍ସବ ପ୍ରତି ଘରେ ଘରେଆନନ୍ଦରେ ମତୁଆଳ ସର୍ବେ ଯେ ଯାହାରେ ।ନେତ ପାଟ ପତନି କେ ପିନ୍ଧିଛି ଦୋଷରାମନ୍ଦାର ମାଳ କା ଗଳେ ଦିଶେ ଅତି ତୋରା ।ଅପୂର୍ବ ଝୀନ ବସନ ପିନ୍ଧିଛି କେ ଅଙ୍ଗେଯଷ୍ଟି ବୁଲାଇଁ ବାଟ ଚାଳଇ କେ ରଙ୍ଗେ ।ଗୋପିକାମାନେ ଅଙ୍ଗରେ ଘେନି ଅଳଙ୍କାରପୌର୍ଣ୍ଣମୀ ଉତ୍ସବେ ସର୍ବେ ହ୍ୱନ୍ତି ତତପର ।କେଉଁ ଗୋପାଳ କାନ୍ଧରେ ଦୁଧଭାର ଶୋହେଲଉଡ଼ି ବୁଲାଇ କେହୁ ବେଗେ ବେଗେ ଧାଏଁ ।ଛନ୍ଦଣୀ ବନ୍ଧଣୀ କେଉଁ ଗୋପାଳ ଘେନଇପଘା ଦୋମୁହାଁ ଘେନି କେ ବତ୍ସାନ୍ତ ଅଡ଼ାଇ ।ରତନ କୁଣ୍ଡଳ ଶୋଭାପାଏ କାର କର୍ଣ୍ଣେପ୍ରଚଣ୍ଡ ଆଦିତ୍ୟ ଯେହ୍ନେ ଉଦୟ ମିଥୁନେ ।ଗନ୍ଧ ଚନ୍ଦନ କସ୍ତୁରୀ ବୋଳି କେ ଅଙ୍ଗରେମାତିଅଛି ମତୁଆଳା ଉତ୍ସବେ ହର୍ଷରେ ।ମଲ୍ଲୀ ମାଳତୀ ସେବତୀ ଚମ୍ପକ ବକୁଳକେତକୀ ଯେ ଛୁରୀଅନା ପୁଷ୍ପ ଶତଦଳ ।ଉତ୍ତମ ସୂତାରେ ଗୁନ୍ଥି ଲମ୍ୱାନ୍ତି କଣ୍ଠରେରାଗ ରାଗିଣୀରେ ଗୀତ ଗାଆନ୍ତି ସୁସ୍ୱରେ ।କର୍ପୂର ମିଶା ତାମ୍ୱୁଳ କେହୁ ଭୂଞ୍ଜି ଅଛିକାଦମ୍ୱରୀ ପାନେ ମତ୍ତ କେହୁ ବା ହୋଇଛି ।ନନ୍ଦ ଉପନନ୍ଦ ବସୁନନ୍ଦ ଆଦିକରିଏ ତିନି ଭାଇ ଅଟନ୍ତି ଗୋପେ ଅଧିକାରୀ ।ଏ ତିନି ମଧ୍ୟେ ଉତ୍ତମ ଅଟେ ନନ୍ଦରାୟେଭାରିଯା ନାମ ଯଶୋଦା ଦେବୀ ଯେ ବୋଲାଏ ।ରାମ କୃଷ୍ଣଙ୍କର ମାତା ଅଟଇ ଦେବକୀସଦା ବ୍ୟାକୁଳ ତା ଚିତ୍ତ ପୁତ୍ରଙ୍କୁ ଉପେକ୍ଷି ।ପଞ୍ଚଭୂତ ଆତ୍ମାରେ ସେ ଶୁଭ ବାଞ୍ଛାକରେକୁଶଳେ ଥାଆନ୍ତୁ ସୁତେ ଗୋପ ନଗରରେ ।ଏଣେ ଯାତ୍ରା ଚରଚାରେ ସକଳେ ଉତ୍ସୁକସଜବାସ ହୋଇ ଯାନ୍ତି ନନ୍ଦରାଜା ପାଖ ।ଗାଈ ବନ୍ଦାଣକୁ ଯେତେ ଉପହାସ ଦ୍ରବ୍ୟଦୂର୍ବାକ୍ଷତ ନଟିକାଳ ଘେନି କରେ ସର୍ବ ।ଧୂପ ଦୀପ ନଇବେଦ୍ୟ ପିଠା ମଧୁରସଖଣ୍ଡ ଶାକର ଲବଣୀ ଇକ୍ଷୁ ଯେ ଗୋରସ ।ଲକ୍ଷେ କୋଟିଭାର ସଜାଡ଼ିଣ ଯେ ଯାହାରେନନ୍ଦକୁ ଆଜ୍ଞା ମାଗିଣ ବାହାରନ୍ତି ଖରେ ।ଗୋପପୁରକୁ ଗୋଗୋଷ୍ଠ ପାଞ୍ଚକୋଶ ଛଡ଼ାଯମୁନାକୂଳରେ ବାଟ ପଡ଼ିଛି ଗୋମଡ଼ା ।ବୈକୁଣ୍ଠ ପୁରକୁ କିବା ଖୋଲା ଅଛି ପଥଅତି ରମଣୀୟ ଦିଶେ ସେ ମାର୍ଗ ତେମନ୍ତ ।ଏକୁ ଏକ ଗୋପାଳେ ଯେ ଧରି ଭାରମାନସେହି ପଥଦେଇ ସର୍ବେ କରନ୍ତି ଗମନ ।କଡ଼ା ମର୍ଦ୍ଦଳ ଘୁମୁରା ଶିଙ୍ଗା ଭେରୀ ତୂରଚାଙ୍ଗୁ ଯାଉଁଳି ବାଜା ଯେ ଶୁଭେ ଭୟଙ୍କର ।ଏକୁ ଏକ କାହାଳୀ ଯେ ଅଟେ ଅପ୍ରମାଣଶଙ୍ଖ ମହୁରୀ ଶବଦ ଶୁଭେ ଘନ ଘନ ।ଖେମଟ ନୃତ୍ୟରେ ସର୍ବ ଗୋପାଳ ମତ୍ୱାଳକଟୀତଟେ ଶୋଭାବନ ଘାଗୁଡ଼ିର ମାଳ ।କାହାର ଗୁଞ୍ଜରାମାଳି କେ ଚାମର ଧରିରତନ କଠାଉ ପୁଣି ପୟରେ କେ ଭରି ।ନଟିତାଳ ନୂଆବସ୍ତ୍ରେ ପାଉଛି କେ ଶୋଭାକାମଦେବ ପରାୟେକ ସର୍ବେ ନବଯୁବା ।ଡାକହାକ ଶବଦରେ ଉଛୁଳେ ତ୍ରିପୁରମନ ମଧ୍ୟରେ କାହାକୁ ନାହିଁ ତିଳେ ଡର ।ଏସନ ସମୟେ ଆସି ପ୍ରବେଶ ରଜନୀନିର୍ମଳ ଗଗନେ ଉଦେ ହେଲେ ନିଶାମଣି ।ଗୋପନଗ୍ରଯାକ ସବୁ ଦିଶେ ପରିମଳତା ଦେଖି ମନ ଉଲ୍ଲାସ କରନ୍ତି ଗୋପାଳ ।ଦକ୍ଷିଣ ମଳୟ ବାୟୁ ବହେ ଘନ ଘନକୋକିଳ ବସି କରନ୍ତି କୁହୁ କୁହୁ ସ୍ୱନ ।ନବ ପଲ୍ଲବରେ ଶୋଭାପାଏ ତରୁରାଜିପୁଷ୍ପ ଫଳରେ ସକଳ ଜନ ମନ ରଞ୍ଜି ।ଧାମନ୍ତି ଗୋପାଳେ କନ୍ଧେ ଭାରମାନ ଘେନିଚାଲନ୍ତେଣ ଶୋଭା ପାଉ ଅଛଇ ମେଦିନୀ ।ଗୋପନଗରରୁ ଜାଣ ଗୋଗୋଷ୍ଠ ପର୍ଯ୍ୟନ୍ତେଖାଇବା ପଦାର୍ଥମାନ ରହିଅଛି କେତେ ।ଠାବେ ଠାବେ ପୁରମାନ ହୋଇଛି ତିଆରିରହିଯାନ୍ତି କେତେ ତହିଁ ଶ୍ରମ ପାଇକରି ।ସବୁଙ୍କରି ପଛେ ପଛେ ଯାଏ ନନ୍ଦରାୟେମନରେ ଶଙ୍କା ତାହାର ନାହିଁ ଯେ ତିଳେହେଁ ।ଯାନ ବାହାନ ତେଜିଣ ଯାଏ ବଜ୍ରପତିଯେ ଯାହାର ଲୋକ ଘେନି ଚଳନ୍ତି ପଦାତି ।ଛାମୁରେ ଯେ ଦଧିଭାର ପୂର୍ଣ୍ଣ କୁମ୍ଭଯାଏଶୁଭବେଳା ଧରି ନନ୍ଦ ଗୋଗୋଷ୍ଠେ ବିଜୟେ ।ଯଶୋଦା ଚଳଇ ନନ୍ଦରାଜା ପଛେ ପଛଏ କଥା ତହୁଁ ଜାଣିଲେ ପ୍ରଭୁ ଶିରୀବତ୍ସ ।ଖଣ୍ଡେ ଦୂରରୁ ଚାହିଁଲେ ଶ୍ରୀହରି ଅପାଙ୍ଗେଦେଖିଲେକ ମାତା ପିତା ଯାନ୍ତି ଏକସଙ୍ଗେ ।ଛଦ୍ରମେ ବାଳୁତରୂପ ଧରି ଦେବ ସ୍ୱାମୀରୋଦନ କରି ଧାମନ୍ତି ଦେବ ଅନ୍ତର୍ଯ୍ୟମୀ ।ଅଣ୍ଡିର କୋକିଳ ପରି ଶୁଭେ ମୁଖ ଧ୍ୱନିସାମ ଗାୟନ କରନ୍ତି କିବା ସିଦ୍ଧ ମୁନି ।କୁମରର ରୋଦନକୁ ଜାଣି ତତକ୍ଷଣିନ ଯାଇ ସ୍ଥିର ରହିଲେ ଯଶୋବନ୍ତୀ ରାଣୀ ।ଧାଇଁ ଯାଇଣ କୃଷ୍ଣଙ୍କୁ କୋଳରେ ସେ ଧରିମୁଖରେ ଚୁମ୍ୱନ ଦେଇ ପୁଚ୍ଛେ ନନ୍ଦନାରୀ ।କାହିଁପାଇଁ ରୋଦନ ତୁ କରୁ ଆରେ ବାପସେ କଥା ମୋତେ ଫିଟାଇ କହ ଯେ ସ୍ୱରୂପ ।ସକ ସକ ହୋଇ କୃଷ୍ଣ ବୋଲନ୍ତି ଏମନ୍ତକେଉଁଠାକୁ ଯାଉଅଛି କହ ତାତ ମାତ ।ଯଶୋଦା ବୋଇଲେ ବାବୁ ଶୁଣରେ ଆତ୍ମଜଗାଈମାନଙ୍କ ବନ୍ଦାଣ ଅଟେ ଆମ୍ଭ ଆଜ ।ଗୋମାତାଙ୍କ ଜନ୍ମଦିନ ଅଟଇ ଯୁକତେତେଣୁକରି ଗୋପଲୋକେ ଗମନ୍ତି ଉଷତେ ।ରାତ୍ର ପାହିଲେ ଉତ୍ସବ ହେବ ବନମାଳୀଆଗ ହୋଇଣ ଗୋପାଳେ ଯାଉଛନ୍ତି ଚଳି ।ନନ୍ଦ ଯାଉଛନ୍ତି ଗାଈ ବନ୍ଦାଇବାପାଇଁଦେଖିବାପାଇଁକି ସଙ୍ଗେ ମୁଁ ମଧ୍ୟ ଗମଇଁ ।ଶ୍ରୀକୃଷ୍ଣ ବୋଲନ୍ତି ମାଗୋ ସଙ୍ଗେ ମୁହିଁ ଯିବିଗାଈ ବନ୍ଦାଣ କେମନ୍ତ ବିଧି ମୁଁ ଦେଖିବି ।ଏତେ ବୋଲିଣ କାଖରୁ ଓହ୍ଲାଇ ମାଧୋଇଅତିବେଗେ ଧାମନ୍ତି ସେ ଗେହ୍ଲାଇ ଗେହ୍ଲାଇ ।ଯେବଣ ବାଟରେ ନନ୍ଦ ଯାଉଛନ୍ତି ବେଗେଅନ୍ତର୍ଯ୍ୟାମୀ ନାରାୟଣ ଓଗାଳନ୍ତି ଆଗେ ।ଅବଲୀଳେ ଗେଲ ହୋଇ ପ୍ରଭୁ ନରହରିପିତାଙ୍କର ଛାମୁରୁ ସେ ଯାନ୍ତି ଆଗସରି ।ଦେଖିଣ ନନ୍ଦ ରାଜାଙ୍କୁ ସ୍ଫୁରଇ କିଛିବୋଲଇ କେଣିକି ଯାଉ ରହରେ ଶ୍ରୀବତ୍ସି ।ଆଜକ ରହି ଆସିବି ନିଶ୍ଚେଁ ମୁହିଁ କାଲିଅପାର ଦୂର ପଥ ତୁ ନ ପାରିବୁ ଚାଲି ।ଗୋରୁ ଗାଈ ବାଛୁରୀ ଯେତେହେଁ ଅପ୍ରମିତଜନ ଗହଳରେ ପୁଣି ନ ମିଳଇ ପଥ ।ତାଙ୍କ ନାତରେ ପାଷାଣ ହୋଇଥାଏ ଚୂନାଏତେକ ପ୍ରମାଦ ବାବୁ ସେହିଠାରେ ସିନା ।ରହ ରହ ବୋଲି କୃଷ୍ଣ ଡାକଇ ସେ ନନ୍ଦମୁହିଁ ସଙ୍ଗେ ଯିବି ବୋଲି ବୋଲନ୍ତି ଗୋବିନ୍ଦ ।ଦେଖିବି କିପରି ଯାତ୍ରା କିଣିବି କୁଣ୍ଢେଇଫେରି ଆସିବି ଜନନୀ କୋଳେ କାଖ ହୋଇ ।ସାଙ୍ଗ ପିଲାମାନେ ସବୁ ଯାଆନ୍ତି କେମନ୍ତେମୁହିଁ ଗଲାକୁ ବୋଇଲୁ ମୋତେ ଯେ ଏମନ୍ତେ ।ଏତେ ବୋଲିଣ ଉଚ୍ଚରେ ରୋଦନକୁ କରିକମଳନୟନୁ ବହି ପଡ଼େ ଅଶ୍ରୁବାରି ।ଏହିରୂପେ ବେନିଖଣ୍ଡ ହୋଇଲା ରଜନୀଦେଖିକରି ସ୍ତମ୍ଭୀଭୂତ ପିଅର ଜନନୀ ।ଶ୍ରୀକୃଷ୍ଣ ରୋଦନ ଶୁଣି ଯଶୋବନ୍ତୀ ଧାଏଁଆସ ଆସ ବାପ ବୋଲି କୋଳରେ ବସାଏ ।କାହିଁକି କାନ୍ଦୁଛୁ ମୋର ଆରେ ବାପ ଭାଇବହୁତ ଦୂର ପଥ ଯେ ଅଗମ୍ୟ ଅଟଇ ।ବାଘ ଭାଲୁ ଅରଣ୍ୟରେ କରୁଥାନ୍ତି ବାସକେମନ୍ତେ ଯିବାକୁ କହୁ ଆରେ ବାଳଶିଷ୍ୟ ।ଫେରିଯାଅ ପୁର ମଧ୍ୟେ ନିଶ୍ଚିନ୍ତରେ ଥାଅକାଲି ଆମ୍ଭେ ତ ଆସିବୁ ନ କର ସନ୍ଦେହ ।ମୁଁ ଯିବି ବୋଲିଣ କୃଷ୍ଣ କରନ୍ତି ଯେ ଅଳିମାୟାଧର ଫାନ୍ଦରୁ କେ ଯିବଟି ଉଗୁଳି ।ଯଶୋଦା ନନ୍ଦକୁ ଚାହିଁ ବୋଲନ୍ତି ଏସନଗୋଗୋଷ୍ଠକୁ ଯିବାପାଇଁ ଗୋବିନ୍ଦର ମନ ।ଭୋ ଭୋ କରି ରଡ଼ି ଛାଡ଼େ ନ ହୁଅଇ ସ୍ଥିରଗାଈବନ୍ଦାଣ ଯାତ୍ରା ମୋ ଦେଖିବ କୁମର ।ମୁଁ ପଛେ ଫେରିଯାଉଛି ତୁମ୍ଭେ ଥାଅ ଘେନିଦଣ୍ଡେ ପାଶରୁ ଅନ୍ତର ନ କରିବ ପୁଣି ।କାଖରେ ବସାଇ ତୁମ୍ଭେ ପୁତ୍ରକୁ ହୋ ନିଅବନସ୍ତ ମଧ୍ୟରେ ବଣା ଯେମନ୍ତଟି ନୁହ ।କାର୍ପଣ୍ୟ ବଚନମାନ କହି ନନ୍ଦନାରୀମୁଖେ ଚୁମ୍ୱଦେଇ ମାତା କୃଷ୍ଣକୁ ତିଆରି ।ଦୁଃଖୀଧନ ଯାତ୍ରା ବେଗେ ଦେଖି ଆସ ଯାଇଏହା କହି ନନ୍ଦକୋଳେ ପୁତ୍ର ଦେଲା ନେଇ ।ଚୁମ୍ୱନ ଦେଇଣ ମୁଖେ ଥୁଥୁ ପକାଇଲାଚରଣ ଧୂଳି କପାଳେ ନେଇ ବୋଳିଦେଲା ।ନନ୍ଦକୋଳେ ବସି କୃଷ୍ଣ ହୋଇଲେକ ତୁନିବାହୁଡ଼ି ନବରେ ଗଲେ ଯଶୋଦା କାମିନୀ ।ଏହିରୂପେ କହୁଁ କହୁଁ ପ୍ରହରେ ରଜନୀଗୋଗୋଷ୍ଠକୁ ଚଳିଯାନ୍ତି ପିତା ପୁତ୍ର ବେନି ।ଗୋପରୁ ବାହାର ହୋଇ ଗଲେ କିଛିଦୂରତହିଁକି ଦୁଇକ୍ରୋଶ ଯେ ଗୋଧିକା ଅନ୍ତର ।ଗୋମାତା ସରଜିଅଛି ଗୋଧିକା ଯେ ଘାଟବଇକୁଣ୍ଠ ଭୁବନକୁ ପଡ଼ିଛି କି ବାଟ ।ନନ୍ଦକାଖେ ବିଜେ କରିଅଛନ୍ତି ଶ୍ରୀହରିଯାତ୍ରା ଉତ୍ସବେ ଉସତ ପ୍ରଭୁ ଦଇତ୍ୟାରି ।ଏହି ସମୟରେ ହେଲା ବିପରୀତ ବାଣୀଅସଂଖ୍ୟ ବିଷ୍ଣୁର ମାୟା କେହୁ ପାରେ ଜାଣି ।ଚନ୍ଦ୍ରମୁଖୀ ରାଧା ନଦୀଘୋଟୁଁ ଆସୁଅଛିମନମଧ୍ୟେ ସେହିକଥା ଜାଣିଲେ ଶ୍ରୀବତ୍ସି ।ମେଘମାନ ରାଇ ଆଜ୍ଞାଦେଲେ ଦେବରାଜବରଷା କରି ଅନ୍ଧାର କର ତୁମ୍ଭେ ଆଜ ।ଗୋପ ନରନାରୀ ଯେହ୍ନେ କରନ୍ତିଟି ଭୀତିତେସନ ପ୍ରକାର ଜଳ ବରଷ ଝଟତି ।ସ୍ୱାମୀଙ୍କର ଆଜ୍ଞାପାଇ ତହୁଁ ମେଘମାଳଦେଖୁ ଦେଖୁ ଘୋଟିଗଲେ ଆକାଶ ମଣ୍ଡଳ ।ଆବର୍ତ୍ତନ ସମ୍ୱର୍ତ୍ତକ ଦ୍ରୋଣ ଯେ ପୁଷ୍କରଯେ ଯାହା ସଇନ୍ୟ ଘେନି ଧାଇଁଲେ ସତ୍ୱର ।ପ୍ରଖର ପବନ ବହେ ଟଳଟଳ ନାଦେଘଡ଼ଘଡ଼ି ମାରଇ ଯେ ଭୟଙ୍କର ଶବ୍ଦେ ।ଝଟ ଝଟରେ ବିଜୁଳି ମାରେ ଚଉକତିବନ ପର୍ବତ ନ ଦିଶେ ଅନ୍ଧକାର ଅତି ।ହୁଁକାର ଶବ୍ଦେ ପବନ ବହେ ଗଳଗାଜିଶାଳ ଶିଳ କନ୍ଦର ଯେ ପଡ଼ୁଅଛି ଭାଜି ।ମହାପ୍ରଳୟ ପରାୟେ ଦିଶେ ସାରା ସୃଷ୍ଟିଟୋପି ଟୋପି କରିଣ ଯେ କରେ ଜଳବୃଷ୍ଟି ।ଜଳ ସଙ୍ଗରେ ପବନ ବହଇ ପ୍ରଖରେମହା ମହା ବୃକ୍ଷମାନ ଲୋଟନ୍ତି ମହୀରେ ।ଦେଖିକରି ନନ୍ଦ ମନେ ପାଏ ମହାଭୟବାତେ ଥରଥର ହୋଇ କମ୍ପେ ତାର କାୟ ।ଆପଣାର ଅନ୍ତର୍ଗତେ ଭାଳଇ ସେ ପୁଣିବୋଲେ ଭେଳା ବୁଡ଼ାଇଲି କୃଷ୍ଣସଙ୍ଗେ ଆଣି ।ଶୁଣ ପରୀକ୍ଷ କହନ୍ତି ଶୁକ ମହାଯତିତେଣେ ଗୋପରେ ଗୁଆଳୀ ଆକୁଳ ହୁଅନ୍ତି ।ବେଳୁଁ ବେଳ ଅନ୍ଧକାର ଦଶଦିଗ ଘୋଟିଗରଜନ୍ତି ମେଘମାନେ ବରଷନ୍ତି ଛାଟି ।ନନ୍ଦର କୋଳେ ବିଜୟ ଦେବ ଜନାର୍ଦ୍ଦନହୃଦୟ ଫୁଟାଇ ନନ୍ଦ କରଇ ରୋଦନ ।ଅଥୟ ହୋଇଲା ଯେଣୁ ନନ୍ଦ ନୃପମଣିବୁକୁକୁ ସେ ଆଉଯାଏ ଗୋବିନ୍ଦକୁ ଆଣି ।ଧର୍ମଦେବତା ସୁମରି ବସେ ଗଛପାଖେବୋଲଇ ତୋ ଲାଗି ପ୍ରାଣ ଯାଉ ମୋ ପଛକେ ।ଏସନକ ସମୟରେ ଗୋପର ସୁନ୍ଦରୀରାଧିକା ନାମେଣ ବାମା ଚନ୍ଦ୍ରସେଣା ନାରୀ ।କାଖରେ ନୀରକୁମ୍ଭକୁ ଘେନି ସୁଲକ୍ଷଣୀଯମୁନା ନଦୀକୁ ଯାଇଥିଲା ପାଣି ଆଣି ।ନଦୀର ଲେଉଟାଣି ସେ ବିଜୁଳିର ତେଜେବାଟବଣା ହୋଇଯାଏ କୃଷ୍ଣ ଯହିଁ ବିଜେ ।ନନ୍ଦ ଦେଖିଲାକ ଯହୁଁ ରାଧିକାକୁ ପାଶେଭାଳଇ କେମନ୍ତ କାହୁଁ ଏତେ ରାତ୍ରେ ଆସେ ।ନନ୍ଦ ବୋଲେ ରାଧିକା ଏ ଦଇବର ଗତିଜ୍ଞାନଧ୍ୱଂସ ହେଲା ମୋର ବୁଡ଼ିଲା ବିଭୂତି ।ମୂର୍ଖପଣେ ପଦାକୁ ମୁଁ ଆଣିଲି ନ ଜାଣିଏବେ ଦେଖ ମେଘ କେହ୍ନେ ବରଷୁଛି ପାଣି ।ସଙ୍ଗ ଲୋକମାନେ ମୋତେ ପଳାଇଲେ ଛାଡ଼ିହଟକରି ଇନ୍ଦ୍ରରାଜା ଦିଏ ବର୍ଷାଧାଡ଼ି ।ପ୍ରମାଦ ପଡ଼ିବ ବୋଲି ଜାଣି ତ ନ ଥିଲିଯଶୋଦାଙ୍କ ବୋଲେ ମୁହିଁ କୃଷ୍ଣଙ୍କୁ ଆଣିଲି ।ଭୋ ରାଧିକା ଏବେ ତୁହି ଶୁଣ ମୋର ବାଣୀଧାତିକାରେ କୃଷ୍ଣ ଘେନି ଚଳେ ଏହିକ୍ଷଣି ।ଯଶୋଦା ଗୋଚରେ ନେଇ ପୁତ୍ରକୁ ତୁ ଦିଅଅନ୍ଧର ଲଉଡ଼ି ମୋର ଏ ବାଳୁତ ପୁଅ ।ଅନେକ ରୂପରେ ନନ୍ଦ କାର୍ପଣ୍ୟ ହୋଇଲାସମ୍ଭାଳି ଘେନି ପୁତ୍ରକୁ ଯାଅସି ବୋଇଲା ।ଏହା ଶୁଣିଣ ରାଧିକା ବୋଲଇ ବଚନଆଣ ଆଣ ଦିଅ ମୋତେ ଶ୍ରୀକୃଷ୍ଣ ବହନ ।ରାଧିକା ଗୋଚରେ ନନ୍ଦ କୃଷ୍ଣ ଦେଲେ ନେଇବରଜପତି ଯେ ତହୁଁ ଗୋଗୋଷ୍ଠେ ଚଳଇ ।ବରଷା ଛାଡ଼ିଲା ଭାଙ୍ଗିଗଲେ ମେଘମାଳଅତି ନିର୍ମଳ ଦିଶିଲା ଆକାଶ ମଣ୍ଡଳ ।ପାଞ୍ଚଘଡ଼ି ପରବେଶ ହୋଇଲା ରଜନୀକୁଞ୍ଜବନରେ ମିଳିଲେ ରାଧାକୃଷ୍ଣ ବେନି ।ପୁଣି ନବଯୁବା ରୂପ ଧରି ଶିରୀଧରକୁଞ୍ଜବନର ମଧ୍ୟରେ କରନ୍ତି ବିହାର ।ବିଶେଷରେ କୁମ୍ଭମାସ ବସନ୍ତର ଋତୁନିର୍ମଳ ମଳୟ ଗନ୍ଧବହ ବହେ ତତ୍ତୁ ।ଉଭୟ ମତରେ ଦୁହେଁ କଲେ କ୍ରୀଡ଼ା ରସଚଉଷଠି ପରିବନ୍ଧେ ମନ କରି ତୋଷ ।ଭାଜିଲା ମଦନ ବାଧା ତୁଟି କାମଜ୍ୱରସନ୍ତୋଷ ହୋଇଲେ ରାଧା ମଦନସୁନ୍ଦର ।ଦେଢ଼ ପ୍ରହର ରଜନୀ ହୋଇଲାକ ଯହୁଁବାହୁଡ଼ି ଗୃହେ ପ୍ରବେଶ ରାଧା କୃଷ୍ଣ ତହୁଁ ।ପୁଣି ବୋଳଭାବେ କୃଷ୍ଣ ରାଧା କାଖେ ଚଳିଯଶୋଦା ପାଶେ ମିଳିଲା ଯାଇ ଚନ୍ଦ୍ରାବଳୀ ।ନିଅ ନିଅ ନଣନ୍ଦ ଗୋ ତୁମ୍ଭ ପୁଅଗୋଟିବାଟରେ ଆଜି ଅନେକ ପଡ଼ିଲା ଅରିଷ୍ଟି ।ନିଶ୍ଚୟ ଜାଣିଲି ତୁମ୍ଭେ ହୋଇଲ ତ ବାଇମହା ନିଶାକାଳେ ପୁଅ ଦିଅ ଗୋ ପଠାଇ ।ଦୁସ୍ତର ବରଷା କଲା ଅପନ୍ତରା ବନେପ୍ରଚଣ୍ଡ ପବନ ବହି ବର୍ଷେ ଅନୁକ୍ଷଣେ ।ନନ୍ଦକୁ ଛାଡ଼ି ପଳାଇଗଲେ ସଙ୍ଗଲୋକେଡରେ ବୃକ୍ଷକୁ ଆଉଜି ରହିଗଲେ ଥୋକେ ।ବରଷା ଖାଇଣ ସର୍ବେ ତରସ୍ତ ହୋଇଲେବିକଳରେ ପ୍ରାଣ ଘେନି କୁଆଡ଼େ କେ ଗଲେ ।ପଥ ନ ଦିଶଇ ଘୋର ଅନ୍ଧକାର ରାତିପବନ ଘାତରେ ଗିରି ବୃକ୍ଷାଦି ଲୋଟନ୍ତି ।ପ୍ରଳୟ ପରାୟେ ମେଘମାନଙ୍କର ଧ୍ୱନିସେ ଶବ୍ଦ ଶୁଣିଲେ ହୃଦେ ଭୟ ଜନ୍ମେ ପୁଣି ।ବିଜୁଳି ମାରଇ ଘନ ଘନ ଆକାଶରେଏପରି ବରଷା ଦେଖି ନାହିଁ ମୁଁ ନେତ୍ରରେ ।ଅକସ୍ମାତ ଯମୁନାକୁ ଯାଇଥିଲି ମୁହିଁକାଖରେ କୁମ୍ଭ ଘେନିଣ ଲେଉଟି ଆସଇ ।ଏକାଳେ ପଥରେ ଘୋର ବରଷା ହୋଇଲାଧରମବଳରୁ ମୋର ଜୀବ ଗୋ ରହିଲା ।ଆସୁ ଆସୁ ବାଟରେ ମୁଁ ଭେଟିଲି ଏହାଙ୍କୁନନ୍ଦ ବୋଇଲେ ନେଇ ଯା ଗୃହେ ଏ କୃଷ୍ଣଙ୍କୁ ।ତେଣୁ ଆଣିଲଇଁ ସାହା ହେଲା ଧର୍ମଦେବଏପରି କର୍ମ ଗୋ ଆଉ ଦିନେ ନ କରିବ ।ଛେଉଣ୍ଡ ପୁଅଙ୍କୁ ତୁମ୍ଭେ ଗୋଗୋଷ୍ଠେ ପଠାଅଦଇବ ବଳରୁ ସିନା ଉବୁରିଲା ପୁଅ ।ଏତେ କହି ଗୋବିନ୍ଦଙ୍କୁ ଦେଇ ଚନ୍ଦ୍ରାବଳୀବାହୁଡ଼ି ଆପଣା ପୁରେ ଗଲା ତହୁଁ ଚଳି ।ରାଧିକାର ବଚନରେ ନନ୍ଦରାଜା ରାଣୀମରିଯାଇକିନା ବୋଲି କୃଷ୍ଣଙ୍କୁ ସେ ଆଣି ।ଅଗୁରୁ ଚନ୍ଦନ ଚତୁଃସମ ଯେ କସ୍ତୁରୀକୁଙ୍କୁମ କର୍ପୂର କୃଷ୍ଣ ଅଙ୍ଗେ ବୋଳିକରି ।ନୟନେ କଜ୍ଜ୍ୱଳ ଦେଲା କପୋଳରେ ଚିତାଯେବଣ ରୂପକୁ ଧ୍ୟାନ କରେ ଲକ୍ଷ୍ମୀମାତା ।ନିର୍ମଳ ଗଗନେ ଯେହ୍ନେ ଶୋହେ ଶଶଧରତେସନ ଶୋଭା ପାଇଲେ ଦେବ ଚକ୍ରଧର ।ଯାହା ପାଦେ ଖଟିଥାନ୍ତି କୋଟି ଅପସରାଅଶୀକୋଟି ଗନ୍ଧରବ କିଙ୍କରଙ୍କ ପରା ।ବିଦ୍ୟାଧରୀ ସହିତରେ ଯେତେ ଦେବବୃନ୍ଦରୂପ ଦେଖିବା ପାଇଁକି ହୁଅନ୍ତି ଆନନ୍ଦ ।ଯା ପାଦପଦ୍ମକୁ ସେବା କରନ୍ତି ଶଙ୍କରଅନାଦି ଅନନ୍ତ ଯେଉଁ ଦେବ ନିରାକାର ।ସେହି ପ୍ରଭୁ ଦେହବନ୍ତ ଜଗଜ୍ଜନ ହିତେଗୋପାଳ ମେଳେ ବଢ଼ନ୍ତି ଉପୁଜିଣ ମର୍ତ୍ତ୍ୟେ ।ଅରିଷ୍ଟ ପଡ଼ିଲା ବୋଲି କରି ନନ୍ଦରାଣୀବେଦଜ୍ଞ ଉତ୍ତମ ବିପ୍ର ଡକାଇ ସେ ଆଣି ।ସହସ୍ରେକ ଗୋରୁଦାନ ଦକ୍ଷିଣା ସହିତେଅର୍ପିଲା ଦ୍ୱିଜଙ୍କ କରେ ଗ୍ରହଶାନ୍ତି ଅର୍ଥେ ।ଦେବୀଙ୍କୁ ମେଷ ମହିଷ ବଳିଦାନ ଦେଇଦରିଦ୍ରେ ଅନ୍ନ ବସନ ପୁଣି ସେ ଅର୍ପଇ ।ବୋଲେ ମୋ ଏକଇ ବଳା ନୟନ ପିତୁଳାସର୍ବଶୁଭେ ରଖିଥାନ୍ତୁ ଜନନୀ ମଙ୍ଗଳା ।ଆହେ ହରିହର ମୋତେ ସହାପକ୍ଷ ହୁଅକୁଶଳରେ ରହିଥାଉ ମୋ ବାଳୁତ ପୁଅ ।କହନ୍ତି ଯେ ଶୁକମୁନି ଶୁଣ ପରୀକ୍ଷିତସ୍ୱାମୀଙ୍କର କାର୍ଯ୍ୟମାନ ଅଟେ ଅଲୋକିତ ।ଏଥୁ ଅନନ୍ତରେ ପୁଣି ପାହିଲା ରଜନୀଗଗନରେ ଉଦେ ହେଲେ ପ୍ରଭୁ ଦିନମଣି ।ସରିଲା ଚାଚେରି ଯାତ୍ରା ଯଥାବିଧି ମତେକାଦମ୍ୱରୀ ପାନେ ମତ୍ତ ଗୋପାଳ ସମସ୍ତେ ।ଏଣେ ବିଶ୍ୱକର୍ମା ରାଇ ବୋଲେ ବେଦବରବୃନ୍ଦାବନ ମଧ୍ୟେ ଦୋଳ ମଣ୍ଡପେକ କର ।ଶ୍ରୀହରି ଦୋଳି ଖେଳିବେ ସେହି ମଣ୍ଡପରେପବିତ୍ର ହୋଇବ ଦେଖିକରି ତା ନେତ୍ରରେ ।ଚଳଇ ବିଶ୍ୱାକର୍ମା ଯେ ବ୍ରହ୍ମା ବଚନରେଅନେକ ବିନ୍ଧାଣିମାନ ଘେନି ସଙ୍ଗତରେ ।ବୃନ୍ଦାବନର ଭିତରେ ଯାଇ ପ୍ରବେଶିଲେକାଳିନ୍ଦୀନଦୀର ତୀରେ ମଣ୍ଡପେକ କଲେ ।ପରିମାଣ ଅଟେ ତାର ଶତେ ହାତ ସ୍ଥଳୀସାତତାଳ ଉଚ୍ଚ ସେ ଯେ ନୁହଇ ତା କଳି ।ହୀରା ମାଣିକ୍ୟ ବିରାଜେ ତାର ଚଉକତିମାରାଗର ଖମ୍ୱମାନ ଶୋଭା ପାନ୍ତି ଅତି ।ବୈଡ଼ୁର୍ଯ୍ୟ ମାଣିକ୍ୟ ମୁକ୍ତା ଲମ୍ୱେ ମାଳ ମାଳଉପରରେ ଚାନ୍ଦୁଆ ଯେ ଅତି ପରିମଳ ।ଛାୟାମଣ୍ଡପରେ ଅଟେ ଆନୁ ଆନ ମୂର୍ତ୍ତିଯହିଁ ବିଜୟ କରିବେ ପ୍ରଭୁ ଶିରୀପତି ।ତାକୁ ଉପମା ଦେବାକୁ ନାହିଁ ତ୍ରିଜଗତେବସନ୍ତ ପବନ ତହିଁ ବହେ ଅନୁବ୍ରତେ ।ନନ୍ଦନ କାନନ ମଧ୍ୟେ ଯେତେ ତରୁ ଥିଲାଆଗରୁ ବିଧାତା ଆଣି ତହିଁ ରୋପିଥିଲା ।ଧାଡ଼ି ଧାଡ଼ି ପୁଞ୍ଜି ପୁଞ୍ଜି ହୋଇ ବୃକ୍ଷଗଣଫଳପୁଷ୍ପଭରେ ସବୁ ଅତି ସୁଶୋଭନ ।ଆମ୍ୱ ନଟକାଳ ଗୁଆ ପଣସ କଦଳୀଜାମୁ ଜମ୍ୱିକ ଜେଉଟ କଇଥ ବର୍କୋଳି ।କେତକୀ ଛୁରୀଅନା ଯେ ପୁନ୍ନାଗ ପାଟଳିମାଳତୀ ତଗର କିଆ ମଲ୍ଲୀ କୁରୁବୋଲି ।କାଞ୍ଚନ ମନ୍ଦାର ଚମ୍ପା ଗେଣ୍ଡୁ ନାଗେଶ୍ୱରଅଏଁଳା କାଠ ତରାଟ କୁନ୍ଦ କନିଅର ।ଧାତୁକୀ ତୁଳସୀ ବଣମଲ୍ଲୀ ଦେବଦାରୁଅଶୋକ ମାଧବୀ ବଟରାଜ କଳ୍ପତରୁ ।ଶାଳ ପ୍ୟାଶାଳ ତାଳ ଚନ୍ଦନ ପାଳଧୁଆଟଭା ନାରଙ୍ଗ କମଳା କେନ୍ଦୁ ସାନଗୁଆ ।ଏକେ ଏକେ ତରୁମାନେ ଅତ୍ୟନ୍ତ ସୁସଞ୍ଚବୃନ୍ଦାବନ ତୁଲ୍ୟ ବନ ନାହିଁ ସ୍ୱର୍ଗମଞ୍ଚ ।କହନ୍ତେ ନ ସରେ ବୃନ୍ଦାବନର ମହିମାନିର୍ମାଣ କରିଛି ଆପେ ଯାହା ବିଶ୍ୱକର୍ମା ।ଅନ୍ତର୍ଯ୍ୟାମୀଙ୍କର ଯେହୁ ଅଟେ କ୍ରୀଡ଼ାସ୍ଥାନତହିଁକି ବା ପଟାନ୍ତର ଦେବା ମନେ ଆନ ।ପୁଷ୍ପଙ୍କର ଗନ୍ଧବାସ କୋକିଳଙ୍କ ଧ୍ୱନିଶୁଣିଲେ ଉନ୍ମତ୍ତ ହେବେ ସୁରସିଦ୍ଧ ମୁନି ।ଶୀତଳ ପବନ ଆଉ ବୃକ୍ଷଙ୍କର ଛାୟାପାଇଲେ ପୁଲକି ଉଠେ ପ୍ରାଣୀଙ୍କର କାୟା ।ଧନ୍ୟ ସେ କାଳିନ୍ଦୀ ନଦୀ ଧନ୍ୟ ବୃନ୍ଦାବନଧନ୍ୟ ସେ ଗୋପନାୟିକା ମାନଙ୍କର ଗୁଣ ।ଭୋଜନ ଶୟନ ଆଦି ଯେତେ ନିତ୍ୟକର୍ମକରନ୍ତି ଜଗଜ୍ଜୀବନେ ଘେନି ଅବିଶ୍ରାମ ।ତହିଁ ବସି ପୂର୍ବେ କେତେ କରିଥିଲେ ତପଶ୍ରୀହରିଙ୍କର ସଙ୍ଗତେ କରିଲେ ଆଳାପ ।ଶୁକ ବୋଲନ୍ତି ହୋ ଶୁଣ ପରୀକ୍ଷିତ ରାୟେମଣ୍ଡପ ଦେଖିବାପାଇଁ ସର୍ବ ଦେବତାଏ ।ଯେଝା ବାହନ ଚଢ଼ିଣ ମିଳିଲେକ ତହିଁଅଇରାବତ ଆରୋହି ଆସେ ଶଚୀସାଇଁ ।ଛୟାଣୋଇ ଗନ୍ଧରବ ଯକ୍ଷଗଣ ଯେତେଅଶୀକୋଟି ଅପସରା କିନ୍ନର ସହିତେ ।ସାଧ୍ୟସିଦ୍ଧଗଣ ଆଉ ବିଦ୍ୟାଧର ଗଣବିଦ୍ୟାଧରୀ ସହିତରେ ଅଇଲେକ ପୁଣ ।ହଂସବାହନେ ଅଇଲେ ବ୍ରହ୍ମା ପଦ୍ମଯୋନିସମସ୍ତ ମହର୍ଷି ସେହି ସଙ୍ଗେ ଛନ୍ତି ଘେନି ।ସନକ ଯେ ସନାତନ ସନ୍ଦନ ନାରଦଦକ୍ଷ ବ୍ରହ୍ମା ଅଙ୍ଗିରା ଯେ ମୁନି ଅଷ୍ଟପାଦ ।ଭୃଗୁ ଭାର୍ଗବ ଗୌତମ ବିଭାଣ୍ଡକ ମୁନିବଶିଷ୍ଠ ଜାବାଳି କଶ୍ୟପ ଯେ ତପୋଧନୀ ।ପବନ ବଇଶ୍ୱାନର ବରୁଣ କୁବେରକେତୁ ମଙ୍ଗଳ ବୁଧ ଯେ ବୃହସ୍ପତି ଆର ।ଦେବଲୋକ ନରଲୋକ ଏସନ ସମେତେଯାନ ବାହନ ଆରୋହି ଅଇଲେ ସମସ୍ତେ ।ଗୋବିନ୍ଦର ଦୋଳଯାତ୍ରା ଦେଖିବାର ପାଇଁବୃନ୍ଦାବନର ସୀମାରେ ଯେ ଅନ୍ତରୀକ୍ଷେ ରହି ।କପିଳାସ ଗିରି ତେଜି ଦେବ ସଦାଶିବଧାତିକାରେ ଆରୋହିଲେ କପିଳା ବୃଷଭ ।ନନ୍ଦି ଭୃକୁଟି ସହିତେ ଯେତେ ରୁଦ୍ରଗଣବିନାୟକ କାର୍ତ୍ତିକେୟ ଆଉ ନାଗାର୍ଜ୍ଜୁନ ।ୟାଙ୍କ ମୂଳେ ଛୟାଣୋଇ କୋଟିଏ ନନ୍ଦନଘେନି କରି ବିଜେ କଲେ ଦେବ ପଞ୍ଚାନନ ।ଶିବଗଣ ଘେନି ଶିବ ଆକାଶେ ରହିଲେବୃନ୍ଦାବନ ସୀମାରେ ସେ ଦୋଳିକି ଚାହିଁଲେ ।ଏଥୁ ଅନନ୍ତରେ ତହୁଁ ରଜନୀ ପ୍ରଭାତେରାମକୃଷ୍ଣଙ୍କୁ ଡାକିଲେ ଖେଳି ସଖା ସୁତେ ।କେ ବୋଲଇ କେଶବ ହେ କେ ବୋଲେ ମୁରାରିକେ ବୋଲଇ ସଙ୍କର୍ଷଣ କେହୁ ହଳଧାରୀ ।କେ ବୋଲେ ଗୋପୀନାଥ ହେ କେ ବୋଲେ ମାଧବକେ ବୋଲେ କାମପାଳ କେ ବୋଲେ ବଳଦେବ ।କେ ବୋଲେ ଅଚ୍ୟୁତ ଆହେ କେ ବୋଲେ ମୁକୁନ୍ଦକେ ବୋଲେ ରେବତୀପତି କେହୁ ସଦାନନ୍ଦ ।ଏମନ୍ତ ନାମ ଧରିଣ ଡାକନ୍ତି ସଖାଏଭିତରେ ଥାଇ ଶୁଣିଲେ ହଳୀ ଦେବରାୟେ ।ପଲ୍ୟଙ୍କ ଉପରେ ଦେବ ପହୁଡ଼ିଣ ଥିଲେପୁଅଙ୍କର ଡାକ ଶୁଣି ଉଠିଣ ବସିଲେ ।ବଦନ ଧୋଇ ପୁରରୁ ହୋଇଲେ ବାହାରପୁଅଙ୍କ ପାଶେ ମିଳିଲେ ହଳୀ ଚକ୍ରଧର ।ପଦ୍ମବନ ମଧ୍ୟେ ଯେହ୍ନେ ରାଜହଂସ ଚାଲିତେସନ ଗତି କରନ୍ତି ରାମ ବନମାଳୀ ।ନକ୍ଷତ୍ରଙ୍କ ମଧ୍ୟେ ଯେହ୍ନେ ଉଦେ ନିଶାମଣିରାମ କୃଷ୍ଣଙ୍କର ରୂପ ତେସନକ ଜାଣି ।ଖେଳ ଖେଳିବା ପାଇଁକି ଯାନ୍ତି ଅବଲୀଳେପୁଅମାନେ ଘେନି ବିଜେ କାଳନ୍ଦୀର କୂଳେ ।ଦେଖିଲେ ବୃନ୍ଦାବନରେ ମଣ୍ଡପେକ ଅଛିକୋଟିଏ ଚନ୍ଦ୍ର ଏକତ୍ରେ କି ଅବା ଉଇଁଛି ।ଅମର ସିଂହାସନ କି ଅବା ବାରସ୍ୱତୀବିଷ୍ଣୁର ବୈକୁଣ୍ଠ ପ୍ରାୟ ବିରାଜଇ ଜ୍ୟୋତି ।ସାତ ତାଳ ଉଚ୍ଚ ଅଟେ ସେ ମଣ୍ଡପ ଗୋଟିଉପରକୁ ପିମ୍ପୁଡ଼ି ଯେ ନ ପାରିବ ଉଠି ।କଳସ ଉପରେ ନେତ ଝୀନବାସ ଉଡ଼େଆକାଶୁ ବିଜୁଳି କିବା ତଳେ ଖସିପଡ଼େ ।ଦେଖି ତା ଗୋପାଳ ପୁଏ ଅପୂରୁବ ମଣିକେମନ୍ତ ମାୟା ଏ ବୋଲି ନ ପାରନ୍ତି ଜାଣି ।କେ ବୋଲେ ମଣ୍ଡପ ଗୋଟି ସୁରମ୍ୟ ଦିଶୁଛିକେ ବୋଲେ ଦେଖ ଆକାଶପଥେ ଏ ଲାଗିଛି ।କିମ୍ଭୂତ ମୟାମଣ୍ଡପ ଆଣି କିଏ କଲାକେ ବୋଲେ ଏହା ତ ଏଥେଁ ଆଗରୁ ନ ଥିଲା ।କେ ବୋଲେ ଏପରି କାହିଁ ଦେଖିଲା ତ ନାହିଁକେ ବୋଲେ ନେତ୍ର ପବିତ୍ର ହେଲା ୟାକୁ ଚାହିଁ ।ମଣ୍ଡପ ପରେ ଆକାଶ ମଣି ପାଏ ଶୋଭାଗଗନର ଆର୍ଦ୍ରାବଳୀ ମନୋହର କିବା ।ସୁବର୍ଣ୍ଣାଦି ଅଷ୍ଟରତ୍ନ ହୋଇଛି ଖଞ୍ଜିତସୁପାତି ଶେଯ ତା ମଧ୍ୟେ ଅଛି ଶତ ଶତ ।କେବଣ ଦେବତା ଏଥେଁ ବିଜେ କରିବ ବାତେଣୁ ଏ ମଣ୍ଡପ ଏଥେଁ ବିରାଜଇ ଅବା ।କୃଷ୍ଣ ବୋଇଲେ ଉପରେ ଉଠିବା କେମନ୍ତେକେ ବୋଲଇ ବାଟ ୟାର ନ ଦେଖଇ ନେତ୍ରେ ।ତାହା ଶୁଣି ଚାରିକତି ବୁଲି ନନ୍ଦଚାଟସାତତାଳ ଉଚ୍ଚ ଦୋଳମଣ୍ଡପ ଯେ ଶ୍ରେଷ୍ଠ ।ଅତି କଷ୍ଟରେ ପିମ୍ପୁଡ଼ି ଉଠି ନ ପାରଇମୁଗୁନିପଥରେ ଯାହା ବିହି ଅଛି ଲିହି ।ଦେଖିକରି ନାରାୟଣ ଆନନ୍ଦିତ ମତିନୃସିଂହ ବିକ୍ରମ ରୂପ ଧଇଲେ ଶ୍ରୀପତି ।ଅବହେଳେ ପାଦପଦ୍ମ ଦେଲେକ ବଢ଼ାଇମଣ୍ଡପ ଉପରେ ବେଗେ ବିଜେକଲେ ଯାଇ ।ରତ୍ନପଲ୍ୟଙ୍କ ଉପରେ ତୂଳିକାରଶଯ୍ୟାତହିଁ ଉପରେ ବିଜୟ କଲେ ଦେବରାଜା ।ଶୁକମୁନି ବୋଇଲକ ଶୁଣ ନୃପମଣିଅସମ୍ଭବ ବିଷ୍ଣୁ ମାୟା କେହୁ ପାରେ ଜାଣି ।ଦୋଳମଣ୍ଡପରେ ବିଜେ ସେ ଦେବାଧିରାୟେଛାମୁରେ ଦର୍ଶନ ଆସି କଲେ ଦେବତାଏ ।ଇନ୍ଦ୍ର ଚନ୍ଦ୍ର କୁବେର ଯେ ଆବର ବରୁଣଗନ୍ଧରବ ବିଦ୍ୟାଧର ସିଦ୍ଧ ସାଧ୍ୟଗଣ ।ଦେବଋଷି ନରଋଷି ରାଜର୍ଷି ବ୍ରହ୍ମର୍ଷିଗୋବିନ୍ଦ ଦୋଳମଣ୍ଡପେ ବିଜେକଲେ ଆସି ।ସତ୍ୟ ଦ୍ୱାପର କଳି ଯେ ତ୍ରେତାଯୁଗ ଚାରିଷଡ଼ଋତୁ ସହିତରେ ଅୟନାଦି କରି ।ଅଷ୍ଟଚଣ୍ଡୀ ଗ୍ରହ ଆଉ ଦିକ୍ପାଳ ସହିତେସାତବାର ଯୋଗ ଆଦି ନକ୍ଷତ୍ର ସମେତେ ।ପାତାଳ ପୁରେ ବାସୁକି ନାମେ ନାଗରାଜାଦୋଳ ମଣ୍ଡପେ କୃଷ୍ଣଙ୍କୁ କଲେ ଯାଇ ପୂଜା ।ପାର୍ବତୀଙ୍କ ପିଅର ଯେ ହିମବନ୍ତ ଗିରିସ୍ୱକୁଟମ୍ୱ ସହିତରେ ତହିଁ ବିଜେକରି ।ମେରୁ ମନ୍ଦର ପ୍ରଭୃତି ଥିଲେ ଗିରି ଯେତେସେ ସମସ୍ତ ମିଳିଲେକ କୃଷ୍ଣ ଦର୍ଶନାଥେ ।ମନପବନ ଚଢ଼ିଣ ନାରଦ ଯେ ମୁନିଗୋବିନ୍ଦ ଛାମୁରେ ମିଳି କଲେ ବେଦଧ୍ୱନି ।ଭୂଲୋକ ଯେ ଭୂବଲୋକ ସ୍ୱର୍ଗଲୋକ ତିନିମହଲ୍ଲୋକ ଜନଲୋକ ତପଲୋକ ଘେନି ।ସତ୍ୟଲୋକ ତାରାଲୋକ ଚନ୍ଦ୍ରଲୋକ ଯାଏକର୍ମଲୋକ ଧର୍ମଲୋକ ଧ୍ରୁବଲୋକ ଆଏ ।ବ୍ରହ୍ମଲୋକ ସିଦ୍ଧଲୋକ ସାଧ୍ୟଲୋକ ଯେତେଗୋବିନ୍ଦ ଦୋଳମଣ୍ଡପେ ମଳିଲେ ସମସ୍ତେ ।ଯାନ ବାହନ ତେଜିଣ ସର୍ବେ ଉଭା ହୋଇଯେଝାରେ ସ୍ତୁତି କରନ୍ତି ଶ୍ରୀଛାମୁକୁ ଚାହିଁ ।ଜୟ ମୋହନ ମୂରତି ଦେବ ଗୋପୀନାଥସଂସାର ମୋହନ ବେଣୁ ଶୋହେ ତବ ହସ୍ତ ।ଅପୂର୍ବ କଳେବର ତୋ ପଦ୍ମପୁଷ୍ପ ଜାଣିତାଳୁପରେ ଦିବ୍ୟଚୂଳ ବର୍ହିପୁଚ୍ଛା ବେଣୀ ।ଅପୂର୍ବ ଦିବ୍ୟକୁଣ୍ଡଳ ଝଲକନ୍ତି କର୍ଣ୍ଣେଦଶନପନ୍ତି ଡାଳିମ୍ୱ କଳିକା ଯେସନେ ।ସୁଲଳିତ ବେନିଭୁଜ ଆଜାନୁ ପର୍ଯ୍ୟନ୍ତମଧୁର ବିମ୍ୱଅଧର ବଧୂଲି ସଂଜାତ ।ଭ୍ରୂଲତା ଯେ କାମଧେନୁ ଅପାଙ୍ଗ ଚାହାଣିଅଣ୍ଡିର କୋକିଳ ସମ ସୁଲଳିତ ବାଣୀ ।ବିକ୍ରମସିଂହ ପରାୟେ ଚାଲିବାର ଠାଣିଅନେକ ଯତ୍ନେ ବିଧାତା ଗଢ଼ିଅଛି ଆଣି ।ହୃଦରେ ଶ୍ରୀବତ୍ସ ଚିହ୍ନ କଉସ୍ତୁଭ ସାଜେପାଦପଦ୍ମରେ ନୂପୁର ରୁଣୁଝୁଣୁ ବାଜେ ।କ୍ଷଣକେ ବାଳୁତ ରୂପ କ୍ଷଣେ ନବଯୁବାକଳପନା କାମନିଧି ତୁ ଦେବାଧିଦେବା ।କାମିନୀଙ୍କ ମନସିଜ କାମ କଳ୍ପତରୁଏକ ନିମିଷକେ କୋଟି କୋଟି ରୂପ ଧରୁ ।ପଞ୍ଚଭୂତ ପଞ୍ଚତତ୍ତ୍ୱ ପଚିଶ ପ୍ରକୃତିତୁମ୍ଭଠାରୁ ଏହିମାନେ ସମ୍ଭବି ଅଛନ୍ତି ।ସନକ ପ୍ରଭୃତି ମୁନି ଯା ମାୟାରେ ଭ୍ରମଆବର ସଂସାରେ କେହୁ ଜାଣିବାକୁ କ୍ଷମ ।ଅଶେଷ ମାୟାଧାରୀ ତୁ ସବୁ ହୋଇପାରୁଉଦାସୀ ଜନ ତାରନ୍ତା ଜ୍ଞାନଦୀକ୍ଷା ଗୁରୁ ।ପୃଥ୍ୱୀଭାର ନିବାରଣ କରିବାର ପାଇଁଅବନୀରେ ନନ୍ଦଘରେ ଅଛୁ ଗୁପ୍ତେ ରହି ।କେତେ ତପ କରିଥିଲେ ପୂର୍ବେ ଗୋପନାରୀଏ ଅବତାରେ ତୁମ୍ଭର ହେଲେ ମନୋହାରୀ ।ପଣ୍ଡୁକୁମାରମାନଙ୍କୁ ସଙ୍ଗତରେ ଘେନିଅସୁର ମାରି କରିବ ଉଶ୍ୱାସ ମେଦିନୀ ।ମୋହିତ କରିବ ଗୀତ ଗାଇ ଗୋପୀବୃନ୍ଦଦେବତାଙ୍କୁ ନିସ୍ତାରିବ ଭୟରୁ ଗୋବିନ୍ଦ ।ଅପାର ମହିମା ତବ କେ କରିବ ଅନ୍ତକିସ ଅବା ଲେଖିବଇଁ ମୁଁ ମାନବ ମାତ୍ର ।କୋଟିଏ ବଦନେ ବ୍ରହ୍ମା ପୂର୍ବେ ଏକ ଥିଲାସେ ତୁମ୍ଭର ଯଶ କୀର୍ତ୍ତି ବର୍ଣ୍ଣି ନ ପାରିଲା ।ସହସ୍ରେ ଭୁଜ ବହିଲା ଧରି ବିଶ୍ୱମୂର୍ତ୍ତିତଥାପି ସେ ନ ପାରିଲା ଲେଖି ତୁମ୍ଭ କୀର୍ତ୍ତି ।ବ୍ରହ୍ମା ବସି ବିଚାରିଲା ସସ୍ରେବର୍ଷ ଯାଏତୁମ୍ଭର କୀର୍ତ୍ତିର ଅନ୍ତ ଯେଣୁ ସେ ନ ପାଏ ।ଅନେକ ଲଜ୍ଜା ପାଇଣ ରହେ ମୁଖ ପୋତିତାଙ୍କଠାରୁ ଅଧିକ କି ମୋହର ଶକତି ।ଅନନ୍ତ ନାଗ ବାସୁକି ଅଟେ ମହଜ୍ଞାତାକହି ନ ପାରିଲା ସସ୍ରମୁଖେ ତୁମ୍ଭ ଗାଥା ।ଆଠକୋଟି କଳ୍ପଯାଏ କହିଲା ତଦନ୍ତତଥାପି ସେ ନ ପାଇଲା ତୁମ୍ଭ କୀର୍ତ୍ତି ଅନ୍ତ ।ଏଡ଼େ ମହିମା ତୁମ୍ଭର ନ ଜାଣନ୍ତି କେହିପିମ୍ପୁଡ଼ି ପରାକ୍ରମେ କି ଗିରି ହୁଏ ବହି ।କରରେ ବାହିଲେ ବାରାନିଧି କି ଶୁଖଇଗଙ୍ଗାବାଲି ଗଣିବାକୁ କା ଶକ୍ତି ଅଛଇ ।ନିଶୁଣି ବାନ୍ଧିଲେ କେହି ସ୍ୱର୍ଗେ ଯାଇପାରେଭେଳା ବାନ୍ଧିଣ ସମୁଦ୍ରେ କିଏ ଅବା ତରେ ।ଅଗୋଚର ବିଷ୍ଣୁ ମାୟା ନାହିଁ ତାର ଅନ୍ତବାମନ ହୋଇ ମୁଁ ଧରି ଇଚ୍ଛେ ନିଶାନାଥ ।ଏ ହରିବଂଶ ପୁରାଣ ଅତ୍ୟନ୍ତ ଗହନମାନବ ହୋଇ ମୁଁ କିସ ଲେଖିବଇଁ ପୁଣ ।ଭୋ ସ୍ୱାମୀ ଗୋପୀନାଥହେ ମୋତେ ଆଜ୍ଞାଦେବାତବ କୀର୍ତ୍ତି ଉଚ୍ଚାରନ୍ତେ ବୁଦ୍ଧି ପ୍ରସରିବା ।ଅତି ଭାଗ୍ୟ ଭାଗବତ ଶୁଣି ବିଜ୍ଞପ୍ରାଣୀସୁଜନଙ୍କ ହିତେ ମୁହିଁ ବଖାଣଇ ଆଣି ।ମୋତେ ଅଗୋଚର ଅଟେ ଶ୍ରୀହରିଙ୍କ ପଦକୋକିଳ କାହୁଁ ଜାଣିବ ନଟିକାଳ ସ୍ୱାଦ ।ନ ଜାଣେ କାବ୍ୟ ପଢ଼ି ତ ନାହିଁ ମୁଁ ପୁରାଣଭରହ ବିଦ୍ୟା ଆଦିରେ ନାହିଁ ମୋର ଜ୍ଞାନ ।ଜନ୍ମହୁଁ ମୂରୁଖ ମୋର ଚଞ୍ଚଳ ପ୍ରକୃତିସଜ୍ଜନଙ୍କ ଗୋଷ୍ଠିରେ ମୋ ନାହିଁତ ବସତି ।ଅନ୍ତର୍ଯ୍ୟାମୀ ଗୋପୀନାଥ ଜଗତ ଗୋସାଇଁସେ ମୋତେ ଯାହା କହନ୍ତି ମୁଁ ତାହା ଲେଖଇ ।ପଣ୍ଡିତମାନଙ୍କର ମୁଁ ଅଟେ ସଦା ଦାସମୁକତ ହୋଇବ ସର୍ବେ ହରିନାମ ଘୋଷ ।ବଦୟନ୍ତି ଶୁକମୁନି ଶୁଣ ପରୀକ୍ଷିତଶ୍ରୀହରିବଂଶ ଚରିତ ଅତ୍ୟନ୍ତ ପବିତ୍ର ।ଏରୂପେ ସ୍ତୁତି କରନ୍ତି ତହିଁ ଦେବବୃନ୍ଦଦୋଳମଣ୍ଡପରେ ବିଜେ ସେ ପରମାନନ୍ଦ ।ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚତୁର୍ଭୁଜସମ୍ପୂର୍ଣ୍ଣ ଶାନ୍ତବଦନ ଅତିଅନ୍ତ ତେଜ ।କିରୀଟ ମୁକୁଟ ଶିରେ ଶୋହେ ସପ୍ତଶିଖାହୃଦୟସ୍ଥଳେ ବିରାଜେ ଶ୍ରୀବତ୍ସର ରେଖା ।ଦିବ୍ୟ ବସନ ଯେ କଣ୍ଠେ କଉସ୍ତୁଭମଣିଜାଜ୍ୱାଲମାନ ତେଜ ଯେ ହେମ ସମ ଜାଣି ।ବେନି କର୍ଣ୍ଣେ ଶୋହେ ନବରତନ କୁଣ୍ଡଳମଧ୍ୟାହ୍ନ କାଳରେ ଯେହ୍ନେ ଆଦିତ୍ୟ ମଣ୍ଡଳ ।ସ୍ୱର୍ଣ୍ଣ ସିଂହାସନ ବିଜେ ପ୍ରଭୁ ଦେବରାୟେକରପତ୍ର ଯୋଡ଼ି ଆଗେ ଉଭା ଦେବତାଏ ।ଅମର ଦୁନ୍ଦୁଭି ବାଦ୍ୟ ଶୁଭେ ଘନ ଘନଅପାଙ୍ଗ ଶଙ୍ଖ ମହୁରୀ ଅଳାବେଣୀ ସ୍ୱନ ।ବିଦ୍ୟାଧରୀମାନେ ତାଳେ ଗାଉଛନ୍ତି ଗୀତକେବଣ ନାୟିକା ଅଗ୍ରେ କରୁଛନ୍ତି ନୃତ୍ୟ ।ଚାଙ୍ଗୁ ମରଦଳ ବୀଣା ବାଜେ ଭେରୀ ତୂରୀଚାମର ଧରିଛି କେହୁ କେବା ଛତ୍ରଧାରୀ ।ବିଲମ୍ୱ ପାଟଛତ୍ର ଯେ ଅତିଅନ୍ତ ଶୋଭାଆଲମ୍ୱ ଏକଲକ୍ଷ ଯେ ଏକୁଁ ଏକ ପ୍ରଭା ।ଶ୍ୱେତ ଚାମର ଛାମୁରେ ପତନୀର ଝିଲିନବୀନ ମେଘରେ ଯେହ୍ନେ ଶୋହେଆର୍ଦ୍ରାବଳୀ ।ଏମନ୍ତେ ଦେଖନ୍ତେ ନେତ୍ରେ ଗୋପାଳଙ୍କ ପୋଏବୁଦ୍ଧି ନ ଦିଶଇ ତାଙ୍କୁ ସ୍ତମ୍ଭୀଭୂତ ପ୍ରାୟେ ।ଚାହାନ୍ତି ସ୍ୱପନ ପ୍ରାୟ ମଣି ଧୀରେ ଧୀରେବିଜେ କରିଛନ୍ତି ପ୍ରଭୁ ଦୋଳ ମଣ୍ଡପରେ ।ଅତି ହରଷେ ବିଜୟେ ସେ ପରମାନନ୍ଦପୋଏମାନେ ଦେଖିକରି ହୋଇଲେ ସାନନ୍ଦ ।ଏକକୁ ଆରେକ ପୋଏ ହୁଅନ୍ତି ଆଶ୍ଚର୍ଯ୍ୟଅସମ୍ଭବ ମାୟା ଆମ୍ଭେ ଦେଖିଲୁ ଯେ ଆଜ ।ଅଦୃଷ୍ଟି ଅଶ୍ରୁତି ପୁଣି ଅଗୋଚର ବିଧିରତ୍ନାକର କଟକ କି ଅମର ପ୍ରସିଦ୍ଧି ।ଏମନ୍ତ ବିଚାରୁଁ ଘଡ଼ିଏକ ବେଳ ହେଲାଗୋପନଗ୍ରେ ହାଲହୁଳି ଚହଳ ଶୁଭିଲା ।ଦୋଳଯାତ୍ରା ବାର୍ତ୍ତା ଶୁଣି ଯେତେ ନରନାରୀଆନନ୍ଦେ ଧାଆନ୍ତି ହୋଇ ଉବୁରା ଉବୁରି ।ଗୋପୀଗୋପାଳେ ସମସ୍ତେ ହେଲେ ଉନମିତ୍ତାକୁହାକୁହି ହୁଅନ୍ତି ସେ ମଣ୍ଡପର କଥା ।ଦିନକ ପୂର୍ବରୁ ନନ୍ଦ ଗୋଷ୍ଠେ ଯାଇଥିଲେସୁରଭି ବନ୍ଦାଇ ନିଜ ଭୁବନେ ଅଇଲେ ।ଏ ସମୟେ ଗୋପପୁଏ ଧାଇଁ ଯାଇକରିନନ୍ଦଆଗେ କହିଲେ ସେ ସମସ୍ତ ବିସ୍ତାରି ।ତାହାଶୁଣି ନନ୍ଦ ବୃନ୍ଦାବନକୁ ଚଳିଲେଦୋଳ ମଣ୍ଡପ ଦେଖିବା ପାଇଁକି ଧାଇଁଲେ ।କଡ଼ାମରଦଳ ଢୋଲ ଦମାଲୁ ବଜାଇନାଚନ୍ତି ଧେମଟା ନାଟ ରଙ୍ଗେ ଗୀତଗାଇ ।ଲଉଡ଼ି ଧରିଣ କେହୁ ହୁଏ ଆଗଭରନବଲକ୍ଷ ସଦନ ଯେ ବସେ ଗୋପପୁର ।ସକଳ ଗୋପୀ ଗୋପାଳ ହୋଇଣ ଉସତଦୋଳ ଦେଖିବା ପାଇଁକି ଯାନ୍ତି ଯୂଥ ଯୂଥ ।ଧାମନ୍ତି ଯେ ନାରୀମାନେ ଲଜ୍ଜା ପରିହରିସ୍ୱାମୀ ଦିଅର କଥାକୁ ଅଖାତର କରି ।କେଉଁ ନାରୀ ବସି ଗୃହେ ଭାତ ରାନ୍ଧୁଥିଲାଦୋଳଯାତ୍ରା କଥା ଯହୁଁ କର୍ଣ୍ଣରେ ଶୁଣିଲା ।ରନ୍ଧାବଢ଼ା ଛାଡ଼ି କାହା କଥାକୁ ନ ମାନିକେଶ ବାସ ଅସମ୍ଭାଳେ ଧାମଇଁ ସେ ପୁଣି ।କେଉଁ ରାମା ଭାଣ୍ଡେ ଦହି ଖୁଆକୁ ପକାଇତରତରେ ଧାମଇ ସେ ଅସମ୍ଭାଳ ହୋଇ ।କେଉଁନାରୀ ଗେରସ୍ତକୁ ଦେଉଥିଲା ଭାତତିଉଣ ନ ଦେଇ ଧାଏଁ ହୋଇଣ ଉସତ ।କେଉଁ ନାରୀ ଦର୍ପଣରେ ମୁଖ ଦେଖୁଥିଲାଦର୍ପଣମୁଖୀ ଦର୍ପଣ ଘେନି ପଳାଇଲା ।କେଉଁନାରୀ କଙ୍କତିକା ଧରି ପ୍ରମୋଦରେକେଶ କୁଣ୍ଡାଉ କୁଣ୍ଡାଇ ଧାମଇ ବେଗରେ ।ଯହିଁ ବିଜେ କରିଛନ୍ତି ଦେବ ବନମାଳୀସେଠାରେ ମିଳିଲେ ଯାଇ ସକଳ ଗୁଆଳୀ ।ସ୍ୱପ୍ନ ପରାୟ ମଣିଲେ ସର୍ବ ଗୋପବାସୀଦେଖି ଦୋଳ ମଣ୍ଡପରେ ପ୍ରଭୁ ହୃଷୀକେଶୀ ।ନନ୍ଦ ଉପନନ୍ଦ ବସୁନନ୍ଦର ସହିତେସମସ୍ତେ ଭୋଳ ହୋଇଲେ ଦେଖି ଯେଝାମତେ ।ଆମ୍ୱ ପଣସ କଦଳୀ ଗୁଆ ନଟିକାଳଡାଳିମ୍ୱ ଟଭା ଜେଉଟ ଲେମ୍ୱୁ ବୃନ୍ଦାହୋଳ ।ନାନାଦି ଫଳମାନଙ୍କୁ ଘେନି ପୁରବାସୀଫଗୁ ଦୋଳମଣ୍ଡପରେ ବିଜେ କଲେ ଆସି ।ଅପୂର୍ବ ମଣଡପ ସେତ ଅତିଅନ୍ତ ଉଚ୍ଚଦୀର୍ଘ ପ୍ରତି ସମାନ ସେ ଅତିଶୟ ସଞ୍ଚ ।ଦେବତା ହୋଇଲେ ମଧ୍ୟ ଉଠି ନ ପାରଇଦେଖନ୍ତି ସକଳ ଗୋପବାସୀ ତଳେ ଥାଇ ।ଅନ୍ତରୀକ୍ଷ ମାର୍ଗରେ ଯେ ଉଭା ଦେବତାଏସୁର ସିଦ୍ଧ ମୁନି କରୁଛନ୍ତି ଜୟେ ଜୟେ ।ସନକ ଯେ ସନାତନ ନାରଦ ମହର୍ଷିବିଧାତା ସହିତେ ଚାରିବେଦକୁ ସେ ଘୋଷି ।ବିଧାତା ପ୍ରବେଶ ହେଲେ ପ୍ରଥମ ଦୋଳିରେସଦାଶିବ ମିଳିଲେକ ଯାଇ ଦ୍ୱିତୀୟରେ ।ତୃତୀୟ ଦୋଳିରେ ପୁଣି କୁବେର ବାସବଏପରି ତିନି ଦୋଳିରେ ମିଳିଲେ ସେ ଦେବ ।ନାନ ମଣିଗଣ ଆଉ ଉପହାର ଦ୍ରବ୍ୟଗୋବିନ୍ଦଙ୍କ ପାଦପଦ୍ମେ କୁଢ଼ାଇଲେ ସର୍ବ ।ଶତେ ଦଣ୍ଡ ପ୍ରଣିପାତ ହୋଇ ଯେ ଯାହାରେଶ୍ରୀକୃଷ୍ଣ ରୂପ ଦେଖନ୍ତି ଅତି ଉଲ୍ଲାସରେ ।ଶୁଣ ହେ ପରୀକ୍ଷରାଜା ବିଷ୍ଣୁ ମାୟା କୂଟନିମିଷକେ ସମସ୍ତଙ୍କୁ କଲେ ସେ ଉଚ୍ଚାଟ ।ଆଦି ଅନ୍ତ ମଧ୍ୟ ଯାର ଅବଶେଷ ନାହିଁତାହାର ମାୟାକୁ କେହୁ ଜାଣି ବା ପାରଇ ।ଗୋପୀ ଗୋପାଳମାନେ ତ ସନ୍ନିଧିରେ ଥାନ୍ତିକେହି ସେ କଥାକୁ ପୁଣି ଜାଣି ନ ପାରନ୍ତି ।କେବଳ ଦେଖିବା କଥା ଦେଖୁଥାନ୍ତି ସତମଣନ୍ତି ଗୋପୀ ଗୋପାଳେ ତାହା ସ୍ୱପ୍ନବତ ।ଦେଖିଲା ଉତ୍ତାରୁ ପୁଣି ପକାନ୍ତି ପାସୋରିସୁମହତ ସ୍ନେହକୁ ସେ ହୃଦେ ଥାନ୍ତି ଧରି ।ଗୋପୀ ଗୋପାଳ ସହିତେ ନନ୍ଦ ଆଦି ଯେତେମୋହିତ ହୁଅନ୍ତି କୃଷ୍ଣ ମାୟାରେ ସମସ୍ତେ ।ବାହୁଡ଼ି ଯେଝାପୁରକୁ ଗଲେ ଦେବଗଣଗୋପାଳଙ୍କର ଶରୀରେ ବସିଲାକ ଜ୍ଞାନ ।ମଣ୍ଡପ ତଳରେ ସର୍ବେ ଛନ୍ତି ଉଭା ହୋଇଦୋଳି ପରେ ବିଜୟେ ବ୍ରହ୍ମାଣ୍ଡ ଗୋସାଇଁ ।ଯାହା କି ବିଶ୍ୱକରମା କରିଛି ଗଠନତାହାକୁ ବା ପଟାନ୍ତର ଦେବା କିସ ଆନ ।ଦେଖିକରି ଆଚମ୍ୱିତ ହେଉଛନ୍ତି ନନ୍ଦଅପୂର୍ବ ମଣ୍ଡପେ ବିଜେ ଦେବ ଆଦିକନ୍ଦ ।ନନ୍ଦ ପଚାରିଲା ବାଳପୁଅଙ୍କୁ ଡକାଇକୃଷ୍ଣ ମୋର ଏହି ଦୋଳି ପାଇଲାକ କାହିଁ ।ଗୋପାଳପୁଏ ବୋଇଲେ ଶୁଣ ନନ୍ଦରାଣଅସମ୍ଭବ କଥାମାନ କରେ ନାରାୟଣ ।ସମସ୍ତ ପୁଏ ଆମ୍ଭେ ଯେ ପ୍ରଭାତରୁ ମେଳିହୋଇ ଯମୁନା କୁଳକୁ ଅଇଲୁଁ ତ ଖେଳି ।ପ୍ରବେଶ ହୋଇଲୁଁ ଆସି କଦମ୍ୱର ମୂଳଦେଖିଲୁଁ ଏ ବୃନ୍ଦାବନ ଦିଶେ ପରିମଳ ।ଅପୂର୍ବ ତରୁମାନ ଯା ଦେଖା ନାହିଁ ନେତ୍ରେସୁମଧୁର ଫଳ ସବୁ ଭକ୍ଷିଲୁ ଯେ ଏଥେଁ ।ବସନ୍ତ ପବନ ବହେ ସୁଶୀତଳ ହୋଇକୃଷ୍ଣ ରାମ ସଙ୍ଗତରେ ସର୍ବେ ମେଳି ହୋଇ ।ବୃନ୍ଦାବନ ମଧ୍ୟେ ବୁଲୁଁ ବୁଲୁ ଏ ସମୟେଦେଖିଲୁ ଦିବ୍ୟ ମଣ୍ଡପ ଏକ ଦେଖାଯାଏ ।ଅତି ସୁସଞ୍ଚ ମଣ୍ଡପ ଅତିଶୟ ଉଚ୍ଚନାହିଁ ପଟାନ୍ତର ତାକୁ ସ୍ୱର୍ଗ ଆଦି ମଞ୍ଚ ।ଉପରକୁ ଉଠିବାକୁ ନୋହିଲେ କେ କ୍ଷମଦେଖିକରି ତାଟକା ଯେ ହେଲେ ବଳରାମ ।ପିମ୍ପୁଡ଼ି ଯିବାକୁ ତହିଁ ନ ମିଳଇ ବାଟଆକାଶକୁ ଲାଗିଅଛି ତାହାର ମୁକୁଟ ।ହେ ନନ୍ଦ କୃଷ୍ଣ ତୋହର ବଡ଼ ବଳୀୟାରଅବହେଳେ ବସିଲାକ ଦୋଳିର ଉପର ।ପଲ୍ୟଙ୍କରେ ବସିଅଛି ନିଃଶଙ୍କ ଭାବରେସତ କି ମିଥ୍ୟା ତୁ ତାହା ଦେଖ ପ୍ରତ୍ୟକ୍ଷରେ ।ଶୁଣିକରି ନନ୍ଦ ଏକ ଦୃଷ୍ଟିରେ ଅନାଇଁଖଟ ଦୋଳିରେ ବିଜୟେ ପ୍ରଭୁ ଭାବଗ୍ରାହୀ ।ଶଙ୍ଖ ଚକ୍ର ଗଦାପଦ୍ମ ଶୋହେ ଚାରିଭୁଜକିରୀଟ ମୁକୁଟ ଶିରେ ଅତିଶୟ ତେଜ ।କଟୀତଟେ ପୀତାମ୍ୱର ମୂରଲୀ ହସ୍ତରେବାମେ ସରସ୍ୱତୀ ଲକ୍ଷ୍ମୀ ଦକ୍ଷିଣ ପାଖରେ ।ହୃଦରେ ଶ୍ରୀବତ୍ସ ଚିହ୍ନ କଣ୍ଠେ ମୋତିମାଳମୋହନ ସ୍ୱରୂପେ ବିଜେ ପ୍ରଭୁ ଆଦିମୂଳ ।ଦେଖିକରି ନନ୍ଦରାଜା ହେଲା କୃତକୃତ୍ୟପରମାନନ୍ଦ ପୁରୁଷ ଦେଖି ମୁଗ୍ଧ ଚିତ୍ତ ।ନନ୍ଦ ସଙ୍ଗତରେ ଯେତେ ଗୋପଗଣ ଥିଲେସମସ୍ତେ ଏ ରୂପ ଦେଖି ମୋହିତ ହୋଇଲେ ।ବଳଦେବ ସହିତରେ ସର୍ବେ ତଳେ ଉଭାଏକା ଗୋବିନ୍ଦ ଦୋଳିରେ ପାଉଛନ୍ତି ଶୋଭା ।ଯେଉଁ ମାୟାଧର ମାୟା ଅଟଇ ଅନନ୍ତସେରୂପେ ଦେଖି କିଏ ବା ନୋହିବ ଉସତ ।ସବୁଙ୍କର ମନ ଭ୍ରମ କରାଇଲେ ହରିଖଟ ଦୋଳିରେ ପହୁଞ୍ଚି ହୁଅନ୍ତି ମୁରାରି ।ନନ୍ଦକୁ ଦେଖି ବୋଲନ୍ତି ପ୍ରଭୁ ପୀତବାସଆସ ଆସ ପିତା ତୁମ୍ଭେ ମୋ ନିକଟେ ଆସ ।ଦେଖ କେମନ୍ତେ ସୁନ୍ଦର ଏ ମଣ୍ଡପ ଗୋଟିଆସ ଆସ ପିତା ତୁମ୍ଭେ ବେଗେ ଆସ ଉଠି ।ନନ୍ଦ ବୋଇଲେ ଶ୍ରୀକୃଷ୍ଣ ବଦନକୁ ଚାହିଁକିରୂପେ ଦୋଳି ଉପରେ ଉଠିବଇଁ ମୁହିଁ ।ମାରାଗରେ ଏ ମଣ୍ଡପ ହୋଇଛି ଗଠନତହିଁ ଉଠିବାକୁ କେହ୍ନେ ହୋଇବି ଭାଜନ ।ଆବର ବିଶେଷେ ଏହୁ ଅଟେ ଅତି ଉଚ୍ଚନାହିଁ ନ ଥିବ ଏପରି ସ୍ୱର୍ଗ ଆଦି ମଞ୍ଚ ।ବାବୁ ଉଠିବା ଭରସା ନାହିଁ ତ ମୋହରଅଗୋତର ଚରିତ ତ ଅଟଇ ତୋହର ।କେଉଁ ବ୍ୟକ୍ତି ତୋତେ ଅବା ଏଥେଁ ବସାଇଲାଅଗାଧ ସାଗରେ ମୋର ଭେଳା ବୁଡ଼ାଇଲା ।ଅସାଧ୍ୟ ସ୍ଥାନରେ ବାବୁ ଚଢ଼ିଅଛୁ ତୁହିକେଉଁପରି ତୋତେ ବାପ ମୁହିଁ ଆଣିବଇଁ ।ଏତେ କହି ଲଲାଟରେ କରକୁ ତାଡ଼ଇବୋଲଇ ହେ ଧର୍ମଦେବ କର ଏଥୁ ତ୍ରାହି ।ନନ୍ଦର ଏସନ ରୀତି ଦେଖିଣ ଗୋବିନ୍ଦଦରହସିତେ ବୋଲନ୍ତି ସେ ପରମାନନ୍ଦ ।ଆହେ ପିତା ଅଧଇର୍ଯ୍ୟ ହେଉଛ କିପାଇଁକର ବଢ଼ାଇଣ ଦିଅ ସେହଠାରେ ଥାଇ ।ଶୁଣିଣ ନନ୍ଦ ହସ୍ତକୁ ଦେଲାକ ବଢ଼ାଇପବନ ଆଘାତେ ସ୍ୱାମୀ ପଡ଼ିଲେକ ଡେଇଁ ।ସେବତୀ ପାଖୁଡ଼ା ଯେହ୍ନେ ଶିରୁ ପଡ଼େ ଖସିସେହିରୂପେ ନନ୍ଦକୋଳେ ବିଜେ କଲେ ଆସି ।ଦୋଳଯାତ୍ରା ଶେଷ କଲେ ଜଗତଚ ଗୋସାଇଁଉସତ ହୋଇଲେ ତହୁଁ ପୁରେ ଯିବାପାଇଁ ।ସମସ୍ତ ଗୋପାଳ ଗଲେ ଯେ ଯାହା ମନ୍ଦିରେଦୋଳଯାତ୍ରା କଥା ଭାଳି ଭାଳି ହୃଦୟରେ ।ରାମ କୃଷ୍ଣ କୋଳେ ଘେନି ନନ୍ଦ ବ୍ରଜପତିମହା ଆନନ୍ଦ ମନରେ ପୁରେ ବଳିଯାନ୍ତି ।ଯଶୋଦା ଆଗେ ମିଳିଲେ ଯାଇ ଅତିବେଗେସମସ୍ତ ବୃତ୍ତାନ୍ତ ତାଙ୍କୁ କହିଲେ ସରାଗେ ।ଶ୍ରୀଭାଗବତ ଦଶମସ୍କନ୍ଧର ଏ ବିଧିଶୁଣନ୍ତେ ଯେ ଧନ ଧର୍ମ ବାଞ୍ଛାହେବ ସିଦ୍ଧି ।ପବିତ୍ର ଗଙ୍ଗାଜଳ ଏ ଅତି ପୁଣ୍ୟମୟେଇଦଂ ଚଉବିଂଶ ଅଧ୍ୟା ସମାପତ ହୋଏ ।ଶ୍ରବଣେ ଶୁଣିଲେ ସର୍ବ ପାପ ଯାଏ କ୍ଷୟଧନ ଧାନ୍ୟ ପୁତ୍ର ପୌତ୍ର ବଢ଼ଇ ନିଶ୍ଚୟ ।କହଇ ଅଚ୍ୟୁତାନନ୍ଦ ଦାସ ଏ ଚରିତପଢ଼ି ଶୁଣି ପ୍ରାଣୀମାନେ ହୋଇବ ମୁକତ ।