ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୨ / ୨୫
ସମ୍ପୂର୍ଣ୍ଣ ସୂଚୀପତ୍ର
ବସ୍ତ୍ର ହରଣ
ଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜାଶୁକମୁନି ଚରଣରେ କଲେ ଦିବ୍ୟପୂଜା ।ଭୋ ମୁନି କହିବା ମୋତେ ଶ୍ରୀକୃଷ୍ଣ ଚରିତତବମୁଖୁ ଶୁଣିକରି ହୋଇବି କୃତାର୍ଥ ।ତଦଅନ୍ତେ କିସ କଲେ ଦେବ ନରହରିତାହା ମୋତେ ସଂକ୍ଷେପିଣ କୁହ ତପଚାରି ।ରାଜାର ବଚନ ଶୁଣି କହନ୍ତି ସେ ଶୁକଏକମନ ହୋଇ ଏବେ ଶୁଣ ପୁଣ୍ୟଶ୍ଳୋକ ।ଏଥୁ ଅନନ୍ତରେ ତହୁଁ କେତେଦିନ ଗଲାଗ୍ରୀଷମ ଋତୁ ଆସିଣ ପ୍ରବେଶ ହୋଇଲା ।ବୈଶାଖ ଶୁକ୍ଳ ପଞ୍ଚମୀ ପଣ୍ଡିତ ବାସରେରୋହିଣୀମାନେ ନକ୍ଷତ୍ର ଅଟେ ସେ ଦିନରେ ।ବାଣିଜ୍ୟ ନାମେ କରଣ ଶୁଭ ନାମେ ଯୋଗମେଷ ସଂକ୍ରାନ୍ତିର ଏକବିଂଶ ଦିନ ଭୋଗ ।ବେଳ ସାତ ଘଡ଼ିମାନେ ସର୍ବ ଗୋପବାଳୀନଦୀରେ ଗାଧୋଇବାକୁ ଏକ ଆରେ ଭାଳି ।ତିଳ ଅଏଁଳା ହଳଦି କୁଙ୍କୁମାଦି ଘେନିକର୍ପୂର ଘେନି କେ ଯାଏ କେ ଝୀନପତନୀ ।ପାଦରେ ଅଳତା କେହୁ ପିନ୍ଧିଲା ଯତନେମଥା କୁଣ୍ଡିଆଇ କେବା ଗମଇ ସଘନେ ।ଯେଝା ଅନୁରୂପେ ସଜ ହୋଇ ଗୋପନାରୀସ୍ନାହାନ କରିବାପାଇଁ ଗମନ୍ତି ସୁନ୍ଦରୀ ।ଏକକୁ ଆରେକ ତହିଁ ଡାକନ୍ତି ତୁହାଇରହ ରହ ବୋଲି ଆଗ ପଛକେ ଧାମଇଁ ।କେ ବୋଲଇ ସଖି ଆଗୋ ବାହାରିଣ ଆସଧାପ ଧାଉଡ଼ିମାନ ଯେ ନାନା ପରିହାସ ।ଷୋଳ ସହସ୍ର ନାୟିକା ଚଉଷଠି ବାଳୀସୁକୁମାରୀ ସୁଲକ୍ଷଣୀ ଏକୁ ଏକ ବଳି ।ତୁଲାଇ ତ ନାହିଁ କେହି ତିନି ଭୁବନରେଦେଖାଯାନ୍ତି ସର୍ବେ ବିଦ୍ୟାଧରୀ ପରକାରେ ।ଗୋବିନ୍ଦଙ୍କ ଅର୍ଥେ ସର୍ବେ ଜାତ ଗୋପପୁରେସନକାଦି ଲୋକମାନେ ଉପୁଜି ମହୀରେ ।ହସ୍ତିନୀ ଶଙ୍ଖିନୀ ନାହିଁ ସମସ୍ତେ ପଦ୍ମିନୀଦିଶନ୍ତି ଅପୂର୍ବ ଶୋଭା ହାଟକ ବରନୀ ।ଗୋପପୁରକୁ ଯମୁନା ଅର୍ଦ୍ଧକୋଶ ପଥଡକାଡକି ହୋଇ କରି ଚଳନ୍ତି ତୁରିତ ।କରେ ଦନ୍ତକାଠି ଜଳ ଘଟ ଅଛି କାଖେଚଳିଯାନ୍ତେ ହରଷରେ ଏକକୁ ଆରକେ ।ଅପୂର୍ବ ଶବଦ କରେ ହସ୍ତର କଙ୍କଣଚରଣେ ନୂପୁରମାନେ ବାଜେ ରୁଣୁଝୁଣ ।ଢଗଢମାଳୀ କେ ପରିହାସେ ଗୀତ ଗାଇହାଟହାଟୁଆଣୀ ଦାଣ୍ଡେ ଯାଆନ୍ତି ଗାଧୋଇ ।ଏକ କଥାକୁ ବାଛନ୍ତି ସହସ୍ରେକ କଥାକାହାରିକି ଭୀତି ମନେ ନ ଥାଇ ସର୍ବଥା ।ଜଣ ଜଣକରେ ସର୍ବେ ଆନୁ ଆନ ବର୍ଣ୍ଣଦେଖାଯାଆନ୍ତି ସକଳ ଦେବସ୍ତ୍ରୀ ସମାନ ।ଯମୁନା ନଦୀକି ସର୍ବେ ଗଲେ ପଥବାହିସମସ୍ତେ ନାୟିକା ପୁଂସ ଜଣେ କେହି ନାହିଁ ।ଗାଧୋଇଯିବା କଥାତ କିଛି ନୋହେ ମନ୍ଦକାହିଁକି କିସ ବୋଲିବେ ଶାଶୁ ଯେ ନଣନ୍ଦ ।ଗୋପାଳମାନେ ଅଛନ୍ତି ଗୋଗୋଷ୍ଠକୁ ଯାଇପ୍ରହରକେ ଆସିବେ ସେ କିଛି ଭୟ ନାହିଁ ।ଯମୁନାକୂଳେ ପ୍ରବେଶ ହୋଇଲେ ସେ ଯାଇବସ୍ତ୍ର ଅଳଙ୍କାରମାନ ନଦୀକୂଳେ ଥୋଇ ।ପବିତ୍ର ଯମୁନାଜଳ ଅତି ପରିମଳସ୍ନାନ କଲେ ଯହିଁ ନାଶ ପାତକ ସକଳ ।ଉଲଗ୍ନ ହୋଇଣ ଜଳେ ପଶିଲେ ଝସାଇକୃଷ୍ଣ ମାୟାରେ ଉନ୍ମତ୍ତ ସେ ସକଳ ଗୋଈ ।ପାଣି ଭିତରେ କରନ୍ତି ପଶି ଜଳକ୍ରୀଡ଼ାଏକାନ୍ତ ସ୍ଥାନ ଦେଖିଣ ଉପେକ୍ଷିଲେ ବ୍ରୀଡ଼ା ।କେ ବୁଡ଼ି କାହାକୁ ପୁଣି ପକାଅନ୍ତି ବାଲିବାଲୁକୁଦେ ଉଠିବାକୁ ଦିଏ କେହୁ ପେଲି ।ଜଳବୃଷ୍ଟି ପ୍ରାୟ କେହୁ ପକାଅନ୍ତି ପାଣିଖେଳନ୍ତି ସେ ବୁଡ଼ି ବୁଡ଼ି ଖେଳ ଗୋପାଳୁଣୀ ।ଖେଳୁ ଖେଳୁ ଗୋପୀ ତହିଁ ହେଲେ ମତୁଆଳଘରଦ୍ୱାର ଚରଚା ସେ ପାସୋରି ସକଳ ।ବସ୍ତ୍ର ଅଳଙ୍କାର ମାନ କୂଳେ ଛନ୍ତି ଥୋଇତାହା ପାସୋରିଲେ ସବୁଖେଳେ ଭୋଳହୋଇ ।ଜଳ ମଧ୍ୟରେ କ୍ରୀଡ଼ନ୍ତି ସେ ଗୋପକାମିନୀକୂର୍ମ ଉଛୁଳିଲା ପ୍ରାୟ ଶୁଭେ ମୁଖଧ୍ୱନି ।ବଦୟନ୍ତି ଶୁକମୁନି ଶୁଣ ପରୀକ୍ଷିତଆଗରୁ କୃଷ୍ଣ ସେଠାରେ ଥିଲେ ଉପସ୍ଥିତ ।କଦମ୍ୱତରୁ ମୂଳରେ ହର୍ଷେ ବସିଥିଲେନଦୀ ମଧ୍ୟେ କିସ ଗୋଳ ବୋଲି ବିଚାରିଲେ ।ତହୁଁ ଉଠିଲେ ଶ୍ରୀହରି ସନ୍ନିଧକୁ ଯାଇନିରେଖିଣ ଚାହାନ୍ତି ସେ ଖଣ୍ଡେ ଦୂରେଥାଇ ।ଏକଦୃଷ୍ଟିରେ ଦେଖନ୍ତି ପ୍ରଭୁ ବନମାଳୀଗୋପୀମାନେ କରୁଛନ୍ତି ଜଳେ ଜଳକେଳି ।ପିନ୍ଧିଲା ବସନ ଆୟ ଅଳଙ୍କାରମାନହାର ନୂପୁରାଦି କୂଳେ ଥୋଇଛନ୍ତି ପୁଣ ।ଜଳ ହାନ୍ଦୋଳରେ ଗୋଈ ସ୍ନାହାନ କରନ୍ତିଉଲଗ୍ନ ହୋଇଣ ସର୍ବେ ଜଳରେ କ୍ରୀଡ଼ନ୍ତି ।ଏମନ୍ତ କଥା ଦେଖିଣ ହସି ଦେବରାଜବିଚାର କରନ୍ତି ଆଜି ହେବ ବହୁକାର୍ଯ୍ୟ ।ଜଣେ ଜଣେ କରି ୟାଙ୍କୁ ଲୋଡ଼ିଲେ ନ ପାଇସର୍ବେ ରୁଣ୍ଡ ହୋଇ ଆସି ଅଛନ୍ତି ଗାଧୋଇ ।କେଡ଼େ ସୁଯୋଗରେ ଆଜ ହୋଇଅଛି ଭେଟଏହା ଭାଳି ଅନ୍ତର୍ଦ୍ଧାନ ତହୁଁ ନନ୍ଦଚାଟ ।ଖେଳ ବିନୋଦେ ଲାଗିଣଛନ୍ତି ଗୋପାଳୁଣୀବସ୍ତ୍ର ଅଳଙ୍କାର ମାନ ନେଲେ ଚକ୍ରପାଣି ।ବିଦ ମୁଦି କଙ୍କଣାଦି କେୟୂର ସହିତେଆପଣେ ସେ ନାରାୟଣ ଘେନି ପଦ୍ମହସ୍ତେ ।କଦମ୍ୱର ଶିଖେ ନେଇ ସବୁ କଲେ ଠୁଳଥୋକାଏ କଲେ ଆଲମ୍ବ ଥୋକାଏ ଚିରାଳ ।ଥୋକାଏ ତୋରଣା କଲେ ଥୋକାଏ ଯେ ଦୋଳିଥୋକାଏ ନିଜେ ଘେନିଲେ ପ୍ରଭୁ ବନମାଳୀ ।ଥୋକେ ରତନ କଦମ୍ୱ ଡାଳରେ ମଣ୍ଡିଲେଥୋକାଏ ଗୁପତ ସ୍ଥାନ ନେଇ ରଖିଦେଲେ ।ପବନକୁ ଆଜ୍ଞାଦେଲେ ଜଗତ ଗୋସାଇଁପାଲଟା ବସନ ଲଟାମଧ୍ୟେ ଲୁଚା ନେଇ ।ଶୁଣି ପବନ ପାଲଟା ବସ୍ତ୍ର ଘେନିଗଲାଲଟା ମଧ୍ୟରେ ନେଇଣ ଯତନେ ଥୋଇଲା ।ତହୁଁ ଥୋକାଏକ ନେଇ ଯଶୋବନ୍ତୀ ସୁତକଦମ୍ୱ ଡୋଳରେ ଦୋଳି ଉକୁଚାଇ ସେତ ।ବେଣୁ ବଜାଇ ଗାନ୍ଧାର ରାଗେ ଗୀତ ଗାଇଆନନ୍ଦରେ ଦେହ ରୋମମାନ ଟାଙ୍କୁରଇ ।ଚରଣ ଲମ୍ୱାଇ ଦୋଳି ଖେଲଇ ଶ୍ରୀହରିଆଜି କି କରିବେ ଗୋପୀ ମନରେ ବିଚାରି ।ଏକ ଜଣକରେ ଦୁଇ ତିନିଖଣ୍ଡ ଶାଢ଼ୀଏଣେ ତେଣେ କରି ଡାଳେ ଅଛନ୍ତି ସେ ଭିଡ଼ି ।ଏଥୁ ଅନନ୍ତରେ ତହୁଁ କେତେହେଁକ ବେଳେଏକ ଗୋପୀଏ କୂଳକୁ ଚାହିଁଲା ନିରୋଳେ ।ଦେଖେ ବସ୍ତ୍ର ଅଳଙ୍କାର କିଛି କୂଳଏ ନାହିଁଅନେକ ଚିନ୍ତାଭର ସେ ହେଲା ତାହା ଚାହିଁ ।ଆରେକ ସୁଖୀକି ବୋଲେ ଶୁଣ ବିପରୀତକୂଳେ ନାହିଁ ଗୋ ଆମ୍ଭର ଅଳଙ୍କାର ବସ୍ତ୍ର ।ଏକକୁ କହୁ ଆରେକ ଜାଣିଲେ ସକଳକୂଳକୁ ଚାହିଁ ସମସ୍ତେ ହୁଅନ୍ତି ଆକୁଳ ।କୋ ବୋଲନ୍ତି ଏହା ଆମ୍ଭେ ଜାଣିତ ନ ପାରିବହିନେଲେ କେତେବେଳେ ଶାଢ଼ୀ ଆସିକରି ।କେ ବୋଲଇ ଏହାଯେବେ ଚୋରନେଇଥାନ୍ତାଖଣ୍ଡେ ଅଧେ ଅବଶ୍ୟ ତ ପଥରେ ପଡ଼ନ୍ତା ।ଆମ୍ଭେ ଅନେକ ନାୟିକା ଅଛୁ ଗୋପନାରୀଦୁଇ ତିନିଖଣ୍ଡ ଶାଢ଼ୀ ଏକେ ଏକେ କରି ।କେତେ ଲୋକ ଆସିଣ ବା ଏତେ ବସ୍ତ୍ରନେଲେରୁଣ୍ଡକରି ବାନ୍ଧନ୍ତେ ତା କେହି ନ ଦେଖିଲେ ।ଅନ୍ୟ ଲୋକରେ ଭରସା କାହିଁ ଗୋ ଏସନଏତେବୋଲି ଗୋପିକାଏ ହେଲେ ଅନ୍ୟୋଅନ୍ୟ ।କେହୁ ବୋଲନ୍ତି ପବନେ ଏହା ଉଡ଼ିଗଲାକେ ବୋଲେ ସହିଗୋ ଶୋହତିତେ ଭାସିଗଲା ।କଦାପି ମନୁଷ୍ୟର ତ ନୁହେଁ ଏଡ଼େ କୃତ୍ୟକେଉଁପରି ଏତେ ବସ୍ତ୍ର ହେଲା ଅନ୍ତର୍ହିତ ।କେ ବୋଲେ ଚାଲ ଦେଖିବା ବନସ୍ତରେ ଯାଇକିଅବା ପବନ ନେଇଥିବା ଗୋ ଉଡ଼ାଇ ।ଏତେ ବୋଲିଣ ଗୋପୀଏ ଜଳରୁ ବାହାରବନ ଭିତରେ ଲୋଡ଼ନ୍ତି ବସ୍ତ୍ର ଯେ ଯାହାର ।ବସ୍ତ୍ର ଅଳଙ୍କାର ଲୋଡ଼ି ମନେ ଚିନ୍ତାପାଇସକଳେ ଉଲଗ୍ନ ବସ୍ତ୍ର କାହାରି ତ ନାହିଁ ।କେତେହେଁ ଦୂରେ ଦେଖିଲେ କଦମ୍ୱଡାଳରେଦୋଳି ଖେଳୁଛନ୍ତି କୃଷ୍ଣ ଆନନ୍ଦ ମନରେ ।ଏକ ଆରେକକୁ କହେ ଦେଖ ଦେଖ ମିତବସନଚୋର ଏଠାରେ ରହିଛି ସଙ୍ଗାତ ।ଏତେ କଥା ଆମ୍ଭେମାନେ ଭାଳୁଥିଲୁ ବୃଥାଆମ୍ଭ ବସ୍ତ୍ର ନେବାପାଇଁ ଅନ୍ୟ କେ ଶକତା ।ବଡ଼ ହଟହଟା କଲା ଏ ନନ୍ଦ କହ୍ନାଇକାହାଆଗେ ଏହି କଥା କହିବା ଗୋ ଯାଇ ।ଚାଲ ସର୍ବେ ଏକତ୍ରରେ କୃଷ୍ଣଙ୍କୁ ମାରିବାବଳାତ୍କାରେ ବସ୍ତ୍ରମାନ ଛଡ଼ାଇ ଆଣିବା ।ନିଶ୍ଚୟ ନନ୍ଦ ଆଗରେ କହିବା ଏ କଥାଦିନୁଦିନ ନନ୍ଦସୁତ ଦେଲାକ ଅବସ୍ଥା ।ନୋହିଲେ କଂସ ଆଗରେ କହିବା ତ ଯାଇନନ୍ଦସୁତ ଲାଗି ଗୋପେ ନ ପାରିବୁ ରହି ।କେ ବୋଲଇ ବିନୟରେ କହିବା ଗୋ ଚାଲଆମ୍ଭର କରମ ଦଶା ଅନ୍ୟକୁ କି ବୋଲ ।କେ ବୋଲଇ ଅସମ୍ଭବ ୟା ଚରିତମାନକେ ବୋଲଇ ନୁହେଁ କିବା ନନ୍ଦର ନନ୍ଦନ ।କେ ବୋଲଇ ମୁହିଁ ଆଗେ ଚିହ୍ନିଲି ସେହି ତତାହା ଛଡ଼ା ଅପରର କି ଗୋ ଏଡ଼ୋ କୃତ୍ୟ ।ଆନର ବଳେ ଏମନ୍ତ ନୁହଇ ନା କରିଅନେକ ମାୟା ଜାଣଇ ସେ ମୂରଲୀଧାରୀ ।କେ ବୋଲଇ ଏତେ ଲୁଗା କେଉଁପରି ନେଲାବାନ୍ଧିକରି ନେଲାବେଳେ କେହି ନ ଦେଖିଲା ।ଏତେ ଭଳି ଲଜ୍ଜାଭରେ ସକଳ ଗୁଆଳୀଜଳ ମଧ୍ୟରେ ପଶିଲେ ହୋଇ ଠେଲାଠେଲି ।ଶ୍ରୀକୃଷ୍ଣଙ୍କ ମୁଖକୁ ଚାହିଁ ବୋଲନ୍ତି ସକଳେଏଡ଼େ ଅନ୍ୟାୟ କିପାଇଁ କଲ ନନ୍ଦବାଳେ ।ଆମ୍ଭେ ଖୁଡ଼େଇ ଜେଠେ କେହେବୁ ବା ମାଈଁଆମ୍ଭଙ୍କୁ ଏଡ଼େ କଟାଳ କରୁ କିସପାଇଁ ।ଆମ୍ଭ ବସ୍ତ୍ର ଅଳଙ୍କାରମାନ ଦିଅ ବାବୁବୋଲଣା ନ ପାଉ ସର୍ବେ ଘରକୁହିଁ ଯିବୁ ।ଶାଶୁ ନଣନ୍ଦ ଦିଅର ଆମ୍ଭର ତ ମନ୍ଦବୃଥା କଥାକୁ ଲଗାଉ ଥାଆନ୍ତି ସେ ଦ୍ୱନ୍ଦ୍ୱ ।ବିଶେଷରେ ଅଟୁ ଆମ୍ଭେ କୁଳ ଭୁଆସୁଣୀଆମ୍ଭଙ୍କୁ ଏଡ଼େ କଟାଳ ନ ଯୋଗଇ ପୁଣି ।ଜଳଘାଟେ ଖଣ୍ଟପରି ନ କର ତ ଡକାବସ୍ତ୍ର ଅଳଙ୍କାରମାନ ତଳକୁ ତୁ ପକା ।ଯେବେ କି ମୂର୍ଖ ଗଉଡ଼େ ଜାଣିବେ ଏମନ୍ତିଅବଶ୍ୟ ନିସ୍ତୁକ ମାଡ଼ ଦେବେଟି ଶ୍ରୀପତି ।ରାଜାର ଅହନ୍ତା ଅଛି ତୁମ୍ଭଙ୍କୁ ବହୁତଧରାଇ ନେଇଣ ଦଣ୍ଡ ଦେବ ସେ ଦଇତ ।ନନ୍ଦ ଯଶୋଦାଙ୍କର ତୁ ଏକଇର ବଳାତୋର ମନ୍ଦପଣ ସବୁ ନାଶଯିବ ଭଲା ।ନ ଜାଣିଣ ଦୋଷ ଯେବେ କଲୁ ପୀତବାସବସ୍ତ୍ର ଅଳଙ୍କାର ଦିଅ କ୍ଷମିଲୁ ସେ ଦୋଷ ।ଶ୍ରୀକୃଷ୍ଣ ବୋଲନ୍ତି ଆଲୋ ଗଉଡୁଣୀ ଛାରତୁମ୍ଭେ ସର୍ବେ ସାଧୁ ଆମ୍ଭେ ଅଟୁ ସିନା ଚୋର ।ଆମ୍ଭ କରମରେ ଆମ୍ଭେ ଉତ୍ତମରେ ଥାଉବାଛୁରୀଗୁଡ଼ାଏ ରଖି ନିତି କାଳ ନେଉ ।ଏ କଦମ୍ୱଡାଳେ ଆମ୍ଭେ ବସି ବଂଶୀ ବାଉଏହି କଥା ଗୋଟି ଅବା ନ ଜାଣଇ କେହୁ ।କାଳକ ତୁମ୍ଭେ ଏଠାରେ ଆସି ସ୍ନାନକରଆମ୍ଭଙ୍କୁ କିପାଇଁ ବୃଥା ବୋଲ ଚୋର ଚୋର ।ତୁମ୍ଭେ ଦୋଷଦେଲେ ହେବ ଆମ୍ଭର ଗୋ କିସବିହି ଲିହିଛି ଆମ୍ଭର ଏପରି ଭବିଷ୍ୟ ।ଶ୍ରୀକୃଷ୍ଣ ମୁଖରୁ ଗୋପୀ ଏସନକ ଶୁଣିସ୍ତମ୍ଭୀଭୂତ ହୋଇ ସର୍ବେ କହୁଛନ୍ତି ବାଣୀ ।ଗୋପୀବୋଲନ୍ତି ନିଷ୍ଠୁର ଏଟେ ତୋର ହିଆତେଣୁକରି ଅଟଇ ଯେ ଅତିଶୟ ମାୟା ।ତେତୋ ବା କିସ ବୋଲିବା ଯଶୋଦା ତ ନଷ୍ଟୀପୁତ୍ର ପରାୟେ ମଣିଲା ଯେଣୁ ସେ ପାପିଷ୍ଠୀ ।କୁଳକଳଙ୍କ ଏପରି ଜଣେ କେହି ନାହିଁକୁପୁତ୍ର ହେତୁରୁ ମାତା ନର୍କରେ ପଡ଼ଇ ।ଏତେବୋଲି ଗୋପୀମାନେ ରାଗେଦେଲେ ଗାଳିଅକାଳ ମୃତ୍ୟୁ ତୋତେରେ ହେଉ ବନମାଳୀ ।ଅକାଳରେ ଘଡ଼ଘଡ଼ି ପଡ଼ି ତୋର ମାଥକାଳ ବିକାଳ ଆସିଣ ନିଅନ୍ତୁ ତୁରିତ ।କେ ବୋଲଇ ଯଶୋଦା ଯେ ଆଣ୍ଠୁକୁଢ଼ୀ ହେଉତୁହି ମରିଲେ ଗୋପରୁ ସଲ ଏବେ ଯାଉ ।ରାଜାର ବିଶ୍ୱମୂରତି ପଡ଼ୁ ତା ଉପରେନୋହିଲେ ବିନାଶ ତୋତେ କରନ୍ତୁ ତା ଚାରେ ।କେ ବୋଲେ ଚଡ଼କ ବାଡ଼ି ତୋତେ ଆସି ଖାଉକେ ବୋଲେ ଶୋଇଲାଠାରେ ତୋର ପ୍ରାଣଯାଉ ।କେ ବୋଲେ ତୋହର ମୁହେଁ ଲାଗୁ ଆରେ ନିଆଁକେ ବୋଲେବାଘ ଭାଲୁଙ୍କ ମୁଖେ ତୁରେ ଯାଆ ।ଆମ୍ଭର ଏ ଅଭିଶାପ ତୋ ଉପରେ ପଡ଼ୁକେବୋଲେ ଆକାଶଗୋଟି ୟା ଉପରେ ଛିଡ଼ୁ ।କେ ବୋଲେ ବୈରୀ ଆମ୍ଭର ଏ କଦମ୍ୱ ଗୋଟାବୃକ୍ଷରେ ଥାଇ ଆମ୍ଭଙ୍କୁ କରେ ହଟହଟା ।ଏ ବୃକ୍ଷ କାଟିଲେ ସରୁ କୃଷ୍ଣର ଆର୍ଦ୍ଦୋଳିନୋହିଲେ ଡାଳ ଭାଙ୍ଗିଲେ ମରୁ ବନମାଳୀ ।ଏତେ ବୋଲିଣ ଗୋପୀଏ ଦେଲେ ବହୁଗାଳିସମସ୍ତେ ବୋଇଲେ ବୃକ୍ଷୁଁ ପଡ଼ୁ ବନମାଳୀ ।ଆମ୍ଭର ଦେଖନ୍ତେ ପଡ଼ି ପ୍ରାଣ ଛାଡ଼ିଯାଉଆମ୍ଭର ଏ ଅଭିଶାପ ଅନ୍ୟଥା ନ ହେଉ ।ଗୋପୀମାନଙ୍କର ଗାଳି ଶୁଣି ଜଗନ୍ନାଥକଦମ୍ୱ ବୃକ୍ଷରୁ ଡାଳେ ଭାଙ୍ଗିଲେ ତ୍ୱରିତ ।ଡାଳ ସହିତରେ ତଳେ କୃଷ୍ଣ ପଡ଼ିଗଲେମିଛରେ ଆଖି ବୁଜିଣ ମୃତ ପ୍ରାୟ ହେଲେ ।ଜଳ ଭିତରେ ଥାଇଣ ସର୍ବେ ଗୋପନାରୀଦେଖିଲେ ବୃକ୍ଷ ଉପରୁ ପଡ଼ିଲେ ଶ୍ରୀହରି ।ଥୋକାଏ ହର୍ଷ ଥୋକାଏ ବିରସ ହୋଇଲେକୃଷ୍ଣେ ଆମ୍ଭ ଅଭିଶାପ ପଡ଼ିଲା ବୋଇଲେ ।କ୍ରୋଧ ଆମ୍ଭର କ୍ଷଣେ ତ ନ ଗଲା ଗୋ ଗଡ଼ିବୋଇଲା ମାତ୍ରେ ଶ୍ରୀକୃଷ୍ଣ ବୃକ୍ଷୁ ଗଲା ପଡ଼ି ।ଏତେ ବୋଲି ନଦୀ ମଧ୍ୟୁ ବାହାରି ସୁନ୍ଦରୀଗୋବିନ୍ଦଙ୍କୁ ବେଢ଼ିଲେ ଯେ ଶତେପୁର କରି ।ନିଶ୍ଚେଷ୍ଟେ ପଡ଼ି ଅଛନ୍ତି ପ୍ରଭୁ ଦେବରାୟେଛଦ୍ରମେ ଶୋଇଅଛନ୍ତି ମୃତ ଶବ ପ୍ରାୟେ ।ଧୀରେ ନିଃଶ୍ୱାସ ବହଇ ମୁଖୁଁ ଲାଳ ଗଳିଉତ୍ତାନଶାୟୀରେ ପଡ଼ିଛନ୍ତି ବନମାଳୀ ।ଦେଖିକରି ଗୋପୀମାନେ ହୋଇଲେ କାତରବୋଇଲେ ବୁଡ଼ିଲା ନିଶ୍ଚେଁ ନନ୍ଦରଜା ଘର ।ଏକଇ ବଳା ନନ୍ଦର ଗଲା ଏବେ ନାଶଜନମୁଖେ ଅପବାଦ ହେବ ବଡ଼ ଦୋଷ ।କେ ବୋଲେ ନନ୍ଦ ଆମ୍ଭଙ୍କୁ ନିଶ୍ଚୟ ଦଣ୍ଡିବକେ ବୋଲେ ଯଶୋଦା ଆଉ ପ୍ରାଣେ କି ରହିବ ।କେ ବୋଲେ କିସ ହୋଇଲା ଏହି ଗୋ ମରିଲେଏହା ଦୁଷ୍ଟପଣ ସର୍ବେ ଜାଣନ୍ତି ନା ଭଲେ ।କେ ବୋଲଇ ସଖି ଆଗୋ ୟା ବଦନ ଦେଖନିଷ୍କଳଙ୍କ ଚନ୍ଦ୍ରପ୍ରାୟ ଦିଶଇ ଶ୍ରୀମୁଖ ।ଅଶେଷ ଗୁଣବନ୍ତ ଏ ଅଟେ ବାରାନିଧିଏ ନାଶ ଗଲେ ସରିଲା ଗୋପର ସମୃଦ୍ଧି ।କେ ବୋଲେ କଂସର ଆଜୁଁ ଶତ୍ରୁ ଗଲା ନାଶଚାରମୁଖୁଁ ଶୁଣିଲେ ସେ ହୋଇବ ହରଷ ।କେ ବୋଲେ ମୁହିଁ ଆଗ ଗୋ ବାର୍ତ୍ତାପଠାଇବିକଂସରଠାରୁ ଅନେକ ସମ୍ପଦ ପାଇବି ।ନ ଜାଣି ଏଡ଼େ କରମ କରିଲା ଦଇବସପତାଙ୍ଗେ ନାଶ ଗଲା ଗୋପର ବିଭବ ।କେତେବେଳେ ଗୁଣ ତୋର ବାହୁନିବା ହରିଦିନ ଦିନ କଥା ମନୁ ନ ଯିବ ପାସୋରି ।ନବଲକ୍ଷ ଗୃହ ଗୋପ ନଗରେ ଅଛଇସମସ୍ତଙ୍କୁ ମାୟା ମୋହେ ଥିଲୁ ତୁ ଭୁଲାଇ ।ଥୋକାଏ ବିକଳ ହ୍ୱନ୍ତି ଗୁଣମାନ ଗୁଣିବେନି ନୟନରୁ ଜଳ ବହିଯାଏ ପୁଣି ।ଥୋକାଏ ବଦନ ଚାହିଁ କରନ୍ତି ରୋଦନଥୋକାଏ ବୋଲନ୍ତି ଛାଡ଼ିଗଲୁ ନନ୍ଦନାନ ।କିଏ ଆଉ ଗୋପପୁରେ ଲୀଳା ଲଗାଇବକିଏ ବା ଦୁଧ ଲବଣୀ ଗୁଟିକା ଖାଇବ ।କିଏ ପୁଅଙ୍କ ସଙ୍ଗରେ ରଖିବ ବାଛୁରୀକିଏ ବଜାଇବ ଆଉ ଧରିଣ ବାଂଶରୀ ।କେତେ କେତେ ଆପଦରୁ ଉବୁରିଣ ଗଲାଶକଟା ଯାମଳା ଦୈତ୍ୟ ହେଳେଣ ମାଇଲା ।ଷଣ୍ଢା ବକା ବତ୍ସା ଅଘା ନାଶି କୁତୂହଳେପୁଅମାନଙ୍କୁ ରଖିଲା ବିପଦର କାଳେ ।ଏବେ ଅଖଡ଼ରେ ବୃକ୍ଷପରୁ ପଡ଼ି ମଲାଜାଣିଲୁ ଦଇବ ସିନା ଏ ଦଣ୍ଡ ବିହିଲା ।କେ ବୋଲଇ ବୃଥାଶୋକ କରିଲେ କି ହେବଆଉ ଶ୍ରୀକୃଷ୍ଣ ସତେ କି ଜୀବନ ପାଇବ ।ଚାଲ ସର୍ବେ ବୃକ୍ଷରୁ ଗୋ ଆଣିବା ବସନଯେ ଯାହାର ପିନ୍ଧି ସର୍ବେ ଯିବା ଗୋ ବହନ ।ବାର୍ତ୍ତା କହିବା ଯାଇଣ ନନ୍ଦ ଯଶୋଦାଙ୍କୁବେଳାବେଳି କରି ଚାଲ ଯିବା ଗୋ ପୁରକୁ ।ଆମ୍ଭେ ମାଇଲୁ ବୋଲିଣ ଦୋଷ ଗୋ ପାଇବାଆଗହୁଁ ତାହାରି ସିନା ଉପାୟ କରିବା ।ଏତେ ବୋଲିଣ ଗୋପୀଏ ଶ୍ରୀକୃଷ୍ଣଙ୍କୁ ଛାଡ଼ିବସ୍ତ୍ର ଅଳଙ୍କାରକୁ ସେ ଚାହିଁଲେ ବାହୁଡ଼ି ।ବେଭାରେ ଉଲଗ୍ନ ହୋଇଛନ୍ତି ଗୋପନାରୀତେଣୁକରି ଲଜ୍ଜାଭରେ ଚାଲନ୍ତି ସୁନ୍ଦରୀ ।ଆବର ବିଶେଷେ ନାହିଁ ଅଳଙ୍କାରମାନତାହା ଛାଡ଼ିଣ ଯିବାକୁ ନ ବଳଇ ମନ ।ବେଭାର ସେ କୁଳବଧୂ ଗୋପର ତରୁଣୀବେଳ ଏଣେ ଅବସାନ ଅଛି ଘଡ଼ି ତିନି ।ଶରୀର କମ୍ପୁଅଛଇ ଲାଗିବାରୁ କ୍ଷୁଧାକୃଷ୍ଣ ମୋହେ ପଡ଼ିଛନ୍ତି ମନେ ବଡ଼ ବାଧା ।ବୃକ୍ଷକୁ କୁଣ୍ଡାଇ କେହି ଉପରକୁ ଉଠିଖଣ୍ଡେ ଦୂର ଯାଇ ପୁଣି ଆସଇ ଲେଉଟି ।ଚରଣେ ଫାଶ ଦେଇ କେ ଖଣ୍ଡେଦୂର ଯାନ୍ତିମୁଣ୍ଡ ବୁଲାନ୍ତେଣ ପୁଣି ତଳରେ ପଡ଼ନ୍ତି ।ଏହିପରି ଗୋପୀମାନେ କରନ୍ତେ ଉପାୟେବିଷ୍ଣୁଙ୍କ ଆଜ୍ଞାରେ ତରୁ ବିସ୍ତାରିଲା କାୟେ ।ଆକାଶ ମାର୍ଗରେ ଯାଇ ଲାଗିଲ ତା ଶିଖାମେରୁ କନ୍ଦର ପରାୟେ ସେ ବୃକ୍ଷ ଅଲେଖା ।ଗୋପୀଙ୍କର କଥା ହରି ମନେ ମନେ ଭାଳିତେଜିୟାନ ହୋଇ ଉଠିଲେକ ବନମାଳୀ ।କରେ କଦମ୍ୱ ଡାଳରୁ ଖଣ୍ଡିଏ ଧଇଲେଧୂଳି ଧୂସର ହୋଇଣ ଗରଜି ଉଠିଲେ ।ରଟମଟ ଦନ୍ତ ଧରି ବିକଟାଳ ମୂର୍ତ୍ତିଗୋପୀଙ୍କ ମଧ୍ୟରେ ହିର ଯାଇଣ ପଶନ୍ତି ।ଆଲୋ ଆଲୋ ଗୋପୀମାନେ ଯିବ ଆଜ କାହିଁମୋର ଛାମୁରୁ ଆଜ ଗୋ ନ ବର୍ତ୍ତିବ କେହି ।ତୁମ୍ଭମାନଙ୍କ ଶାପରୁ ବୃକ୍ଷରୁ ପଡ଼ିଲିଦଇବ ଯୋଗରୁ ଆସି ଭୂତ ମୁଁ ହୋଇଲି ।ଏତେ କହି ଚଢିଲେକ କଦମ୍ୱରେ ଯାଇବାହୁଡ଼ି ଦୋଳି ଖେଳିଲେ ଜଗତ ଗୋସାଇଁ ।ହସ୍ତରେ ବିରହ ବେଣୁ ଧରିଣ ଚୁମ୍ୱିଲେପଞ୍ଚମ ସ୍ୱରରେ ଗୀତ ବସିଣ ଗାଇଲେ ।ଦେଖିକରି ଗୋପୀମାନେ ହେଲେ ସ୍ତମ୍ଭୀଭୂତଚକିତରେ ଶ୍ରୀକୃଷ୍ଣଙ୍କୁ ଚାହିଁଲେ ସମସ୍ତ ।ଲଜ୍ଜାଭରେ ନୂଆଇଁଣ ଯେ ଯାହାର ଶିରଧାଇଁଯାଇଁ ଜଳମଧ୍ୟେ ପଶିଲେ ସତ୍ୱର ।ବିନୟ ଭାବରେ ତହୁଁ କରନ୍ତି ଦଇନୀଏଡ଼େ ମାୟାଧର ତୁମ୍ଭେ ଅଟ ଚକ୍ରପାଣି ।ଭୋ କୃଷ୍ଣ ଆମ୍ଭର ଏବେ ଶୁଣ ଯେ ବଚନକାହିଁପାଇଁ ହଟହଟା କରୁ ଜନାର୍ଦ୍ଦନ ।କରଯୋଡ଼ି ଜଣାଉଛି ଦିଅ ଯେଝାବସ୍ତ୍ରଏତେ ହର୍କତ କରିବା ନୁହଇ ଉଚିତ ।କୃଷ୍ଣ ବୋଇଲେ ଆମ୍ଭେ ତ ଚୋରି ନ କରିଲୁବୃକ୍ଷପରେ ଲାଗିଅଛି ଆସନ୍ତେ ଦେଖିଲୁ ।ତୁମ୍ଭର କି କାହାର ବା ନ ଜାଣୁ ତ କିଛିବସ୍ତ୍ର ଅଳଙ୍କାର ସବୁ ଡାଳେ ଲାଗିଅଛି ।ଆମ୍ଭ ତ ନ ଜାଣୁ ଏହା କାହାର କିସ ବାପରର ପଦାର୍ଥ ଆମ୍ଭ କାହାକୁ ଗୋ ଦେବା ।ତୁମ୍ଭର ହୋଇଲେ ବେଗେ ଚିହ୍ନି ନିଅ ଆସିନୋହିଲୋ ସନ୍ଧ୍ୟା ପର୍ଯ୍ୟନ୍ତେ ଜଳେ ଥାଅ ପଶି ।ଆମ୍ଭେ କାହାର ବେଠିଆ ନୋହୁ ନା ଚାକରବସ୍ତ୍ର ଅଳଙ୍କାର ଦେବୁ ନେଇ ଯାଚି କର ।ତୁମ୍ଭର ବାକ୍ୟେ ପାଇଲୁ ଆମ୍ଭେ ବଡ଼ ଦୁଃଖବୃକ୍ଷ ଉପରୁ ପଡ଼ିଲୁ ଭାଙ୍ଗିଲାକ ବେକ ।ଦଇବେ ଏଥୁଁ ବର୍ତ୍ତିଲୁ ଲାଜ ମାଡ଼ୁନାହିଁଗ୍ରାମଯାକ ସ୍ତିରୀ ତୁମ୍ଭେ ଆସିଛ ଗାଧୋଇ ।ତୁମ୍ଭେ ବୋଲୁଛ ପୁଣି ତ ଆମ୍ଭେ କୁଳନାରୀଶାଶୁ ଶ୍ୱଶୁରଙ୍କୁ ଭୟ ନାହିଁ ତ କାହାରି ।କୁଳବଧୂ ଉଲଗ୍ନକି ହୋଇଛନ୍ତି କାହିଁଆହୁରି ବଢ଼ି କହୁଛ ଲାଜ ମାଡ଼ୁ ନାହିଁ ।ଏଡ଼ିକି ନିର୍ଲ୍ଲଜୀ ତୁମ୍ଭେ ଅଟ ଗୋପାଳୁଣୀସାହି ସାହି ବିକ ବୁଲି ଦୁଧ ଦହି ଘେନି ।ତୁମ୍ଭର କଥା ତୁମ୍ଭଙ୍କୁ ବିଚାର ଗୋ କିନାଶୁଣି ବିଷାଦିତ ହେଲେ ସର୍ବ ଗୋପାଙ୍ଗନା ।ଗୋପୀମାନେ ବୋଇଲେ ଯେ ଶୁଣସିରେ ବାବୁଯେତେ କହିଲ ଆମ୍ଭର ଦୋଷ ସିନା ସବୁ ।ବେଶି କହିଲେ ଆମ୍ଭଙ୍କୁ ହୋଇବ ତା କିସଦିଅ ବସ୍ତ୍ର ଅଳଙ୍କାର କ୍ଷମାକର ଦୋଷ ।କୃଷ୍ଣ ବୋଇଲେ ଯେବେ କି ଦେବୁ ବସ୍ତ୍ର ଆମ୍ଭେଆମ୍ଭଙ୍କୁ କିସ ଦେବ ଗୋ କୁହତ ସଭିଏଁ ।ଗୋପୀଏ ବୋଇଲେ ତୁମ୍ଭେ ମାଗିବ ଯା ଦେବୁଏ ତୋହର ଆଗେ ସତ୍ୟ କହିଲୁରେ ବାବୁ ।କୃଷ୍ଣ ବୋଇଲେ ଯା ଦେବ ଅତିଶୀଘ୍ର ଦେବବିଳମ୍ୱ କଲେ ଧର୍ମରେ ହାନି ଗୋ ହୋଇବ ।ଯାହା ଦେବାର ହୋଇବ ଦେବ ତତକ୍ଷଣିଧର୍ମଶାସ୍ତ୍ରେ ମୁନି ଏହା ଅଛନ୍ତି ବଖାଣି ।ଗୋପୀଏ ବୋଇଲେ ଆମ୍ଭେ ହସ୍ତେ ଧନ ନାହିଁବସ୍ତ୍ର ଅଳଙ୍କାରମାନ ଅଛି ତୁମ୍ଭ ତହିଁ ।ତୁମ୍ଭର ଇଚ୍ଛା ସୁଖରେ ଯାହା ନେବ ଘେନଆଉ ଯେବେ ହେବ ଫେରିଦିଅ ଭଗବାନ ।ଶ୍ରୀକୃଷ୍ଣ ବୋଇଲେ ଧନେ ଆମ୍ଭେ କାର୍ଯ୍ୟ ନାହିଁମନକଥା ମାଗିବୁ ଯେ ନ କରିବ ନାହିଁ ।କୃଷ୍ଣ ବୋଇଲେ ନ ହେବ ତୁମ୍ଭେ ଧନକ୍ଷୟେବଚନରେ ପ୍ରୀତି ଥିବ ଜୀବ ଥିବାଯାଏ ।ଗୋପୀଏ ବୋଇଲେ ଯେବେ ଧନେକାର୍ଯ୍ୟ ନାହିଁଯାହା ମାଗିବୁ କିପାଁ ନ କହୁ ଭାବଗ୍ରୀହୀ ।ଗୋବିନ୍ଦ ବୋଇଲେ ଏହା ଯେବେ ଦୃଢ଼ବାଣୀପଛକୁ ନାସ୍ତି କେବେ ତ ନ କରିବ ପୁଣି ।ଗୋପୀ ବୋଇଲେ ଆମ୍ଭର ତିନିବାର ସତ୍ୟଯାହା ମାଗିବ ତ ଦେବୁ ଆହେ ଗୋପୀନାଥ ।କୃଷ୍ଣ ବୋଇଲେ ଆମ୍ଭର ଧନେ ନାହିଁ ମତିବସ୍ତ୍ର ଅଳଙ୍କାର ନିଅ ଥାଉ ଗୋ ପୀରତି ।ଶୁଣି ଗୋପାଙ୍ଗନା ଲାଜେ ପୋତିଲେକ ମଥାବୋଇଲେ ମାଧବ କେହ୍ନେ ବୋଲୁ ଦୁଷ୍ଟକଥା ।କଅଁଳାପୁଅ ତୁହି ତ ଯେଣୁ ଶିରୀବତ୍ସିପାପ ପୁଣ୍ୟକୁ ଭୟ ତୋ ନାହିଁ ତେଣୁ କିଛି ।ଜାଣୁ ଜାଣୁ ଆମ୍ଭେ କେହ୍ନେ କରିବୁ ଏ କର୍ମନିଶ୍ଚୟ ନାଶଯିବୁଟି ସଂସାରର ଧର୍ମ ।ନଣନ୍ଦେଇ ଆମ୍ଭ ନନ୍ଦ ଯଶୋଦା ନଣନ୍ଦତୁମ୍ଭେ ଆମ୍ଭର ଭଣଜା କେହ୍ନେ ବୋଲ ମନ୍ଦ ।ବାବୁ ଅନ୍ତୁଡ଼ି ଉଠାଇ କାଟିଲୁ ତୋ ନାହିକାଳ ବିପରୀତକୁ ରେ କରୁ ଏତେ ଟାହି ।ଗନ୍ଧ ଚନ୍ଦନ କସ୍ତୁରୀ ଘଷି ତୋର ଅଙ୍ଗେଦୋଳିରେ ବସାଇ ଗୀତ ଗାଇ ନାନାରଙ୍ଗେ ।ଗୋପୀଙ୍କ ବଚନ ଶୁଣି ବୋଲନ୍ତି ଶ୍ରୀହରିତୁମ୍ଭର ସତ୍ୟ ତୁମ୍ଭେ ତ ହାରୁଛ ସୁନ୍ଦରୀ ।ଇଷ୍ଟବନ୍ଧୁ କୁଟୁମ୍ୱ ଯେ କେତେକାଳେ ଆନଉଭୟଲୋକର ହାସ୍ୟ ଅସତ୍ୟ ବଚନ ।ନିଶ୍ଚୟ ତୁମ୍ଭର ଆମ୍ଭେ ବାନ୍ଧିବ ଗୋ ଯେବେଯାହା ଶ୍ରଦ୍ଧାକଲୁ ତାହା ଦିଅକିନା ଜବେ ।ଆବର ଆମ୍ଭେ କରିବୁ ତୁମ୍ଭେ ଉପକାରକଦମ୍ୱ ବୃକ୍ଷରୁ ଦେବୁ ବସ୍ତ୍ର ଅଳଙ୍କାର ।ତାହା ପିନ୍ଧିଲେ ତୁମ୍ଭର ମର୍ଯ୍ୟାଦା ରହିବଗୃହେ ଯାଇ ଗାଳିମନ୍ଦ ଆଉ ନ ଶୁଣିବ ।ଏହାଠାରୁ ବଳି ଆଉ ଅଛି କିବା ଭାଗ୍ୟଆଉ ନ ପାଇବ ତୁମ୍ଭେ ଏପରି ସୁଯୋଗ ।ଅପାଙ୍ଗ ନୟନ ତୁମ୍ଭ କାମ ପଞ୍ଚବାଣଭ୍ରୂଲତା ମନମଥର ଅଟେ ଚାପ ପୁଣ ।ପକ୍ୱ ବିମ୍ୱାଧର କଣ୍ଠ ପଦ୍ମନାଡ଼ ଜିଣିଯାହା ଦେଖି ଭୁଲିଯିବେ ସୁରସିଦ୍ଧି ମୁନି ।ଉଲଟ ରମ୍ଭା ପରାୟେ ଜାନୁ କଟି ଶୋଭାସୁକୁମାରୀ ସୁଲକ୍ଷଣୀ ଏକେ ନବଯୁବା ।ଗୋପୀଏ ଶୁଣି ବୋଇଲେ କହ ବିପରୀତକଅଁଳାପୁଅ କେମନ୍ତେ ଜାଣିଲା ଏମନ୍ତ ।କୌଣସିମତେ ଉପାୟେ ନାହିଁ ନା ଏହାକୁଏତେ ବୋଲି ଚାହାଁଚାହିଁ ଏକ ଯେ ଆରକୁ ।କେ ବୋଲେ ଆଉ ମନରେ କି ଅବା ବିଚାରବଡ଼ ହଟହଟା କଲା ନନ୍ଦର କୁମର ।କେ ବୋଲେ ୟାକୁ ଉହାଡ଼େ ନେବାଚାଲ ଧରିଭାଙ୍ଗିଦେବା ଦାନ୍ତପାଟି ବହୁମାଡ଼ ମାରି ।କେହୁ ବୋଲନ୍ତି ଆମ୍ଭେ ଗୋ ଅନେକ ନାୟିକାଶ୍ରୀକୃଷ୍ଣ କଅଁଳାପୁଅ ଅଟେ ସିନା ଏକା ।ଏତେ ଲୋକଙ୍କର କିସ ପାରିବ ସେ କରିଆବର ଅଶେଷ ନୁହେଁ ବୟସରେ ସରି ।ବାତୁଳ ବାଳପୁଅଙ୍କୁ ଏକକରି ଲେଖିଥୋକାଏ ବୋଲନ୍ତି କଥାଏକ କରିବା କି ।ଭଣ୍ଡିକରି ତାହାକୁ ଗୋ ଯିବା ତ ପଳାଇକିସ କରିବ ଆମ୍ଭର ସେ ବାଳତନୟି ।ଦେଖିବା ବୃଦ୍ଧି ତାହାର କେଡ଼େ ବଡ଼ ଅଟେହଟହଟା କରେ ଗୌଡ଼ଟୋକା ହାଟେ ବାଟେ ।ଏଥର ଦେବା ଧରିଣ ମନଇଚ୍ଛା ମାଡ଼ଭାଙ୍ଗି ପକାଇଣ ଦେବା ପଞ୍ଜରାର ହାଡ଼ ।ବଡ଼ଲୋକ ପୁଅ ହୋଇ କହେ ମନ୍ଦବାଣୀକେତେ ଏହାର ଅନ୍ୟାୟ ସହିବା ଗୋ ପୁଣି ।ଦେଖ ଏବେ ବେଳ ଆସି ହୋଇଲାଣି ଶେଷସମସ୍ତେ ସମ୍ମତ କର ହେଉ ସେ ସନ୍ତୋଷ ।ଆୟ ଅଳଙ୍କାରମାନ ପାଇଲେ ସରବେତରତରେ ପଳାଇବା ଯେଝାପୁରେ ଜବେ ।ଏହା ବିଚାରିଣ ସର୍ବେ କଲେ ସନମତଶୁଣି ସନ୍ତୋଷ ହୋଇଲେ ପ୍ରଭୁ ଗୋପୀନାଥ ।କଦମ୍ୱ ଶିଖୁ ଓହ୍ଲାନ୍ତେ ପ୍ରଭୁ ଦେବରାୟେଯମୁନାରୁ ବାହାରିଲେ ସକଳ ଗୋପୀଏ ।ଅଶେଷ ବିଶ୍ୱମୂରତି ଧଇଲେ ଶ୍ରୀହରିଯେତେ ସ୍ତିରୀତେତେରୂପ ହେଲେ ବଂଶୀଧାରୀ ।ସର୍ବସଙ୍ଗେ ଅଙ୍ଗ ସଙ୍ଗ ହେଲେ କୁଞ୍ଜବନେଏକର କଥାକୁ ପୁଣି ନ ଜାଣଇ ଆନେ ।ଯେତେ ଜାତିରେ ନାୟିକା ତେତେ ଜାତ ପୁଂସହୋଇ ତହିଁ ବିଳସିଲେ ଦେବ ପୀତବାସ ।ତଦନ୍ତେ ବସ୍ତ୍ରାଳାଙ୍କାର ଦେଲେ ନରହରିଗୋପୀଗଣେ ବାଛିନେଲେ ଚିହ୍ନି ଯେ ଯାହାରି ।ସମ୍ପୂର୍ଣ୍ଣରେ ତେରଘଡ଼ି ହେଲା ଯହୁଁ ବେଳଆପଣା ପୂରକୁ ତହୁଁ ଗଲେ ନନ୍ଦବାଳ ।ବତ୍ସାନ୍ତ ପାଣି ପିଆଇ ଗୁହାଳରେ ଭରିଯଶୋଦା ଛାମୁରେ ଯାଇ ମିଳିଲେ ମୁରାରି ।ଷଡ଼ରସ ପରକାରେ କରିଲେ ଆହାରବାଳମୂରତି ଧରିଣ ପ୍ରଭୁ ଚକ୍ରଧର ।ଯଶୋଦା ନ ଜାଣେ ତାହା ନନ୍ଦ ନ ଜାଣଇବଳରାମ ସହିତରେ ନ ଜାଣନ୍ତି କେହି ।ଯେଝାବାସ ପିନ୍ଧି ତେଣେ ସର୍ବ ଗୋପୀଗଣନିଜ ନିଜ ମନ୍ଦିରକୁ କରିଲେ ଗମନ ।ଶାଶୁ ନଣନ୍ଦ ବୋଇଲେ ଥିଲ ତୁମ୍ଭେ କାହିଁଏତେବେଳେ ଆସ ଗୃହେ ଲାଜ ମୁଖେ ନାହିଁ ।କୁଳ ଭୁଆସୁଣୀ ହୋଇ ଟିକେ ନାହିଁ ଡରହାଟ ବାଉରାଣୀ ପରି କର ଗୋ ବେଭାର ।ଗୋପୀଏ ବୋଇଲେ ସର୍ବେ ଏକତ୍ରରେ ଥିଲୁଯୁକତେ ଅକ୍ଷତୃତୀୟା ଓଷା କରିଥିଲୁ ।ଆଦିତ୍ୟ ଅସ୍ତ ପର୍ଯ୍ୟନ୍ତେ ଅନାହାରେ ଥିବୁନକ୍ଷତ୍ର ଦେଖିଲେ ଯାଇ ଆହାର କରିବୁ ।ଏତେ ବୋଲିଣ ଗୋପୀଏ ଭଣ୍ଡି ଯେ ଯାହାରେପ୍ରତୀକି କଲେ ସରବେ ତାହାଙ୍କ କଥାରେ ।ବିଷ୍ଣୁ ମାୟାରେ ମୋହିତ ସକଳ ପରାଣୀପ୍ରତ୍ୟକ୍ଷରେ ଦେଖିକରି ନ ପାରନ୍ତି ଜାଣି ।ଶୁକମୁନି ବୋଲନ୍ତି ହେ ଶୁଣ ନୃପରାୟେଏ ଅଟେ ଶ୍ରୀଭାଗବତ ଅତି ପୁଣ୍ୟମୟେ ।ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ଗୋଟି ଜାଣଦଶମସ୍କନ୍ଧ ଦ୍ୱାଦଶ ଅଧ୍ୟା ଏଥେ ପୂର୍ଣ୍ଣ ।ଜୟ ନବଘନ ଶ୍ୟାମ ମୋହନ ମୂରତିଗୋପୀଜନ ଚିତ୍ତଚୋରା ରାଧା ପ୍ରାଣପତି ।ପୂତନା ଶକଟା ତୃଣାବର୍ତ୍ତ ନିସୂଦନଗୋବର୍ଦ୍ଧନ ଗିରିଧାରୀ କାଳୀୟ ଦଳନ ।ତବ ଶ୍ରୀଚରଣ ତଳେ ସଦା ମୋର ଭକ୍ତିଅଚ୍ୟୁତ ଦାସ କବିକୁ ଦିଅ ସଦଗତି ।