ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୪ / ୨୫
ସମ୍ପୂର୍ଣ୍ଣ ସୂଚୀପତ୍ର
ନନ୍ଦର ଇନ୍ଦ୍ର ପୂଜା ଓ ଶ୍ରୀକୃଷ୍ଣଙ୍କର ମନ୍ଦର ଗିରି ଧାରଣ
ଶୁକମୁନି ଚରଣରେ ଲଗାଇଣ ଲୟବିନୟରେ ପୁଚ୍ଛାକଲେ ପରୀକ୍ଷିତ ରାୟ ।ହେ ମୁନି କହିବା ମୋତେ ଶ୍ରୀହରି ଚରିତତଦପରେ କିସ କୃତ୍ୟ କଲେ ଗୋପୀନାଥ ।ତାହା ସଂକ୍ଷେପି କହିବା ଆହେ ତପୋଧନଏତେ ବୋଲି ଚରଣରେ ନମେ ପୁନଃପୁନଃ ।ରାଜାର ଭକ୍ତିରେ ବଶ ହୋଇ ଶୁକମୁନିବୋଲନ୍ତି ଶୁଣିମା ଏବେ ନୃପ ଶିରୋମଣି ।ଏଥୁ ଅନନ୍ତରେ କେତେଦିନ ହେଲା ଶେଷନନ୍ଦ ଇନ୍ଦ୍ରୋତ୍ସବ ଯାତ୍ରା ପଡ଼େ ସିଂହମାସ ।ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ବୁଧବାରଶ୍ରବଣା ନକ୍ଷତ୍ର ଜାଣ ଅଟେ ସେ ଦିନର ।ବାଣିଜ୍ୟ ନାମେ କରଣ ବିଷ୍କୁମ୍ଭ ଯେ ଯୋଗସଙ୍କରାନ୍ତିକୁ ଅଠର ଦିବସ ଯେ ଭୋଗ ।ସେହି ଦିନ ଇନ୍ଦ୍ରପୂଜା କରନ୍ତି ଗୋପରେମଣ୍ଡିଲେ ମଣ୍ଡପମାନ ମିଳି ଯେ ଯାହାରେ ।ତଳେ ଶୁକଳ ବସନ ପାଡ଼ିଲେ ପାଏଡ଼ାହାଟ ବାଟରେ ଦେଲେକ ଚନ୍ଦନର ଛେରା ।ଦେଶେ ଦେଶେ ନିମନ୍ତ୍ରଣ ଦେଲେକ ପଠାଇବନ୍ଧୁ ବାନ୍ଧବମାନଙ୍କୁ ଗୁଆ ଚାଳିଦେଇ ।ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରିଜାତିଯାହା ଦେଖିବାପାଇଁ କି ସକଳେ ଆସନ୍ତି ।ଦେବାଙ୍ଗ ବସନମାନ ପିନ୍ଧି ନରନାରୀବଜାନ୍ତି କଡ଼ା ମର୍ଦ୍ଦଳ ଘୁମୁରା କାହାଳି ।ଟମକ ନିଶାଣ ବାଦ୍ୟେ ଚମକଇ ପୁରଶଙ୍ଖ ମହୁରୀ ଚାଙ୍ଗୁ ଯେ ବାଜେ ଘୋରତର ।ଘଣ୍ଟା ବୀରତୂର ବାଦ୍ୟ ଉଛୁଳେ ଆକାଶମୂରଲୀ ମର୍ଦ୍ଦଳ ଆଦି ବାଜେ ବିଜିଘୋଷ ।ହାଟୁଆମାନେ ବସିଲେ ପସରା ସଜାଡ଼ିକର୍ପୂର କସ୍ତୁରୀ ବିକା ହୁଏ ଧାଡ଼ି ଧାଡ଼ି ।ମିଷ୍ଟାନ୍ନ ସାମଗ୍ରୀମାନ ବିକନ୍ତି ଯେ ଥୋକେଗଜା ମୁଆଁ ଲିଆ ଚଣା କିଏ ବସି ବିଜେ ।କଟିରେ ଘଣ୍ଟ ଘାଗୁଡ଼ି ଆନନ୍ଦେ କେ ବାନ୍ଧିନେତର ପତନୀମାନେ ଯତନେ କେ ପିନ୍ଧି ।ନାଚନ୍ତି ଖେମଟା ନାଟ ଗୀତ ଗାଇ ରଙ୍ଗେସ୍ତିରୀ ପୁରୁଷ ମିଳିଲେ ତହିଁ ଏକସଙ୍ଗେ ।ସ୍ୱଦେଶୀ ବିଦେଶୀ ବୋଲି ନ ଗଲେ ବାରଣଜଣ ଜଣକେ ଯେ ବେଶ ଏକୁଁ ଆରକେଣ ।ଅପ୍ରମିତ ଇନ୍ଦ୍ରୋତ୍ସବ ଗୋପପୁରେ କରିଧାମନ୍ତି ନର ନାରୀଏ ଉବୁରା ଉବୁରି ।ନୃତ୍ୟ ଗୀତ କଉତୁକ ଦେଖାନ୍ତି ସକଳେଏକମନ ହୋଇ ସର୍ବେ ମାତି କୃତୂହଳେ ।ଏଥୁ ଅନନ୍ତରେ ବେଳ ପାଞ୍ଚଘଡ଼ି ହେଲାଉତ୍ତମ ବେଳା ଏ ବୋଲି ଜ୍ୟୋତିଷ କହିଲା ।ଗମ୍ଭୀରି ଭିତରେ ନନ୍ଦ ପଶିଲା ଝସାଇସୁବର୍ଣ୍ଣର ସିଂହାସନ ଉତ୍ତମେ ସଜାଇ ।ତା ପରେ ସୁବର୍ଣ୍ଣ ଇନ୍ଦ୍ର ପ୍ରତିମା ବସାଏଐରାବତେ ଚଢ଼ିଛନ୍ତି ବଜ୍ର କରେ ଶୋହେ ।ଏମନ୍ତ ଦେବତା ନନ୍ଦ ସିଂହାସନେ ସ୍ଥାପିଧୂପ ଦୀପ ନଇବେଦ୍ୟେ ପୂଜଇ ନିରୋପି ।ଜାଈ ଯୂଈ ମରୁଆ ଯେ ସେବତୀ ବକୁଳେଉତ୍ତମ ହାର ଗୁନ୍ଥିଣ ଦିଏ ନେଇ ଗଲେ ।ଇକ୍ଷୁ ପଇଡ଼ ମିଷ୍ଟାନ୍ନ ଖଣ୍ଡ ଗଜା ପଣାଦହି ଦୁଧ ଗୋଟିକା ଯେ ଏକୁ ଏକ ଜିଣା ।ଭକତିରେ ମନ୍ତ୍ର ପଢ଼ି ନେଇ ସମର୍ପଇବିନୟେ ସାଷ୍ଟାଙ୍ଗ ହୋଇ ପ୍ରଣାମ କରଇ ।ଉଦ୍ଦଣ୍ଡ ଲକ୍ଷେ ଯେ ଦୁଇଲକ୍ଷ ପାଟଛତ୍ରୀଝୀନବାସ ଉଉପାଶେ ଲମ୍ୱେ ପନ୍ତି ପନ୍ତି ।ନନ୍ଦ ମନ୍ଦିରରେ ଇନ୍ଦ୍ର ଉତ୍ସବ ଯେ କରିପ୍ରତ୍ୟକ୍ଷେ ପୂଜା ଘେନନ୍ତି ତହିଁ ବଜ୍ରଧାରୀ ।ମନେ ବାଞ୍ଛା କରି ଯାହା ପ୍ରାପ୍ତି ହୋଇ ସର୍ବରାମ କୃଷ୍ଣ ଥାଆନ୍ତେଣ କିସ ଅପୁରୁବ ।ସହସ୍ରପାଦେ କମଳା ଯହିଁ ବିଜେ କରିଗୁଣେ ବ୍ୟୟ କଲେ ଦ୍ରବ୍ୟ ଶତେଗୁଣେ ପୂରି ।ଏମନ୍ତ ପ୍ରକାରେ ନନ୍ଦ ପୂଜଇ ଦେବତାକାଳନ୍ଦୀ କୂଳରେ କୃଷ୍ଣ ପାଇଲେ ସେ ବାର୍ତ୍ତା ।ନାନା ରଙ୍ଗ ଖେଳମାନ ଛାଡ଼ି ଦେବହରିଘରକୁ ବୋଲି ଧାଇଁଲେ ଅତି ବେଗ କରି ।ଝାଳରେ ତ୍ରିପଣ୍ଡ ଅଙ୍ଗ ଲାଳେ ଜର ଜରନିଃଶ୍ୱାସ ବହଇ ତାଙ୍କର ହୋଇଣ ପ୍ରଖର ।ଧାତିକାରେ ପଶିଲେ ସେ ଘର ମଧ୍ୟେ ପେଲିଗମ୍ଭୀରି ଘରେ ପଶିଲେ ପୂଜାସ୍ଥାନେ ବୋଲି ।ଯେବଣ ସ୍ଥାନରେ ନନ୍ଦ ଇନ୍ଦ୍ର କରେ ପୂଜାସେଠାରେ ଯାଇ ପ୍ରବେଶ ପ୍ରଭୁ ଦେବରାଜା ।ମାତାଙ୍କର ବଦନକୁ ଚାହିଁ ଅବଲୀଳେଦର୍ହସିତେ ବସିଲେକ ଯାଇ ନନ୍ଦକୋଳେ ।ପିତା ଦାଢ଼ି ଧରି ପୁଚ୍ଛା କରନ୍ତି ରମେଶଭୋ ପିତା ଆମ୍ଭର ଘରେ ଏ ଉତ୍ସବ କିସ ।ଗନ୍ଧ ଚନ୍ଦନ କସ୍ତୁରୀ ଚତୁଃସମ ଆଦିକିପାଇଁ ଥୋଇଛ ପିତା ଏଠାରେ ସମ୍ପାଦି ।ଇକ୍ଷୁପଡ଼େ ଗଜା ଯେ ଖଣ୍ଡ ଦ୍ରାକ୍ଷାଫଳସର ଲବଣୀ ଗୋଟିକା ଆଦି ଏ ସକଳ ।ଛେନାମଣ୍ଡା ଅଧାମ ଯେ ନାରଙ୍ଗ କଦଳୀଏତେ ଦ୍ରବ୍ୟ ଅଛି ତାତ କିପାଁ ଭଳି ଭଳି ।ଏ ସବୁ ପଦାର୍ଥମାନ କିଏ ସେ ଖାଇବମନ୍ତ୍ର ପଢ଼ି ପୂଜା କର ବସି କେଉଁ ଦେବ ।ଗୋବିନ୍ଦ ବଚନ ଶୁଣି ବୋଇଲେକ ନନ୍ଦଆମ୍ଭର ଇଷ୍ଟଦେବତା ପୂଜୁ ଦେବଇନ୍ଦ୍ର ।ସାବଧାନ ହୋଇ ଶୁଣ ବାବୁ ହୃଷୀକେଶଇନ୍ଦ୍ରଦେବତା ମହିମା ଅଟଇ ବିଶେଷ ।ଏ ପୂଜାରେ ବହୁ ଲକ୍ଷ୍ମୀହେଲା ଗୋପପୁରେଯାବତ ସୁଖ ଭୁଞ୍ଜିଲେ ମୁଁ ୟାଙ୍କ କୃପାରେ ।ଏହାଙ୍କ ହେତୁ ଗଗନୁ ବରଷଇ ଜଳୟାଙ୍କ ଯୋଗୁ ଉପୁଜୁଛି ସିନା ଶସ୍ୟଫଳ ।ଏହାଙ୍କ ହେତୁରୁ ଗାଈମାନେ ତୃଣ ଖାଇଏହାଙ୍କର ପ୍ରସାଦରେ ସୁସ୍ଥ ସିନା ମହୀ ।ଏହାଙ୍କ ପ୍ରସାଦେ ବ୍ୟାଘ୍ର ଭୟ ନାହିଁ ବନେଗାଭୀଏ ଅନେକ ଦୁଗ୍ଧ ଦ୍ୟନ୍ତି ତୋଷମନେ ।ଗ୍ରହପୀଡ଼ା ରୋଗ ଆଦି ଅରିଷ୍ଟ ଉତ୍ପାତଏହାଙ୍କର ହେତୁ ସିନା ସବୁ ହୁଏ ହତ ।ଆବର ବଚନ ଶୁଣ ବାବୁ ଭାବଗ୍ରାହୀଏହାଙ୍କୁ ପୂଜି ତୁମ୍ଭଙ୍କୁ ପୁତ୍ର କରି ପାଇ ।ତୁମ୍ଭେ ଏବେ ଏହିଠାରେ ପ୍ରଣାମକୁ କରସାଷ୍ଟାଙ୍ଗେ ନମିଲେ ତେବେ ଏ ଅଭୟ ବର ।ପିତାଙ୍କର ବଚନକୁ ଶୁଣି ଲକ୍ଷ୍ମୀପତିଟହ ଟହ ହୋଇ ବସି କରତାଳି ଦ୍ୟନ୍ତି ।କ୍ଷଣେ ତୁନିହୋଇ ପୁଣି ଭଣି ଦେବରାଜାଭୋ ପିତା ଏରୂପେ କେହ୍ନେ ହୁଏ ଦେବପୂଜା ।ଦେବତା କାହିଁ ଏକେତ ଭୋଗମାନ ପାଇଫୁଲ ଚନ୍ଦନ ନୈବେଦ୍ୟ ଅଛି ଥୁଆ ହୋଇ ।ଅଦୃଶ୍ୟ ଦେବତା ତାର ନାହିଁ ପାଦ କରକି ରୂପେ ଖାଇବ ଏତେ ପଦାର୍ଥ ପିଅର ।ଏତେକ ସୁଯୋଗ ମୁହିଁ ଛାଡ଼ିବି କେମନ୍ତେକିଛି ନ ବିଚାରି ପିତା ପୂଜାକର ମୋତେ ।ଏତେ ବୋଲିଣ ସ୍ୱାମୀ ଯେ ହେଲେ ହସହସନନ୍ଦକୋଳରୁ ଖସିଣ ପଡ଼ିଲେ ରମେଶ ।ସୁବର୍ଣ୍ଣ ଇନ୍ଦ୍ର ପ୍ରତିମା ଦେଲେ ଫୋପଡ଼ାଇଆପେ ଖଟୁଳି ଉପରେ ବସିଲେକ ଯାଇ ।ଭୋ ପିଅର ମୋତେ ପୂଜ ବୋଲିଣ ଡାକନ୍ତିଯେତେ ଉପକରଣ ତା ଶ୍ରଦ୍ଧାରେ ଭୁଞ୍ଜନ୍ତି ।ଥୋକେ ଉପହାର ଦ୍ରବ୍ୟ କୁଢ଼ କୁଢ଼ କରିସଙ୍ଗ ଶିଶୁଙ୍କୁ ଦିଅନ୍ତି ନାମମାନ ଧରି ।ଏପରି କରମ ଯହୁଁ କଲେ ଦେବରାୟେଦେଖି ନନ୍ଦରାଜା କଲା ମନେ ବଡ଼ ଭୟେ ।ସ୍ତମ୍ଭୀଭୂତେ ରହେ ନେତ୍ରୁ ବହେ ଅଶ୍ରୁଜଳନିଶ୍ଚେ ନାଶ ହେଲା ଗୋପ ନଗର ସକଳ ।ଏ ମହାଦୁଷ୍ଟ ତନୟ ଭାଙ୍ଗେ ଦେବପୂଜାବାର୍ତ୍ତା ପାଇଲେ ଦଣ୍ଡିବ ନିଶ୍ଚେ ଦେବରାଜା ।ଦେବତା ବ୍ରାହ୍ମଣ ଆଉ ଋଷି ବ୍ରହ୍ମଚାରୀଏହାଙ୍କୁ ନ ମାନିଲେ ତ ଆୟୁଥାଉଁ ମରି ।ବେନି ପୁତ୍ର ପାଇଲି ମୁଁ ଅତି ବୃଦ୍ଧକାଳେଏହିକି ମୋତେ ପ୍ରାପତ ନୋହିବ ବା ଢାଳେ ।ଗଉଡ଼ ବାଉଡ଼ ଆମ୍ଭେ ହାଉଡ଼ ବୋଲାଉଁଆବର ବିଶେଷେ ଆମ୍ଭେ ଦାଣ୍ଡରେ ନ ଥାଉ ।ବନସ୍ତେ ଥାଉଁ ନ ଜାଣୁ କିସ ପାପ ପୁଣ୍ୟପାମର ହୀନ ଜାତି ଯେ ପ୍ରକୃତି ତ ସାନ ।ବିଶେଷେ କଂସ ରାଜାର ନିଯୋଗ ଯୋଗାଉଁପ୍ରତ୍ୟହ ସହସ୍ରେ ଭାର ଦୁଧ ଦହି ଦେଉଁ ।ପାଟଛତ୍ର ଦଣ୍ଡମାନ ସମସ୍ତ ଆକଟଗଉଡ଼ଙ୍କ ପରେ ଈର୍ଷା ବହଇ ପାପିଷ୍ଠ ।ଏମନ୍ତ ବିଚାରି ନନ୍ଦ କୋପେ ଡାକ ଦ୍ୟନ୍ତିପୁତ୍ରର ଚରିତ୍ର ଆସି ଦେଖ ଯଶୋବନ୍ତି ।ଗୋପପୁର ସମ୍ପଦ ତ ଗଲା କୃଷ୍ଣ ଯୋଗେଶୁଣି କରି ଯଶୋବନ୍ତୀ ଧାଏଁ ଅତିବେଗେ ।ମାଉସୀ ପିଉସୀ ଖୁଡ଼େଇ ଯେ ମଉଳାଣୀଉବୁରା ଉବୁରି ହୋଇ ଧାମନ୍ତି ତରୁଣୀ ।ଦେଖିଲେ କୃଷ୍ଣ ବସିଛି ଖଟୁଲିକି ମାଡ଼ିସୁବର୍ଣ୍ଣ ପ୍ରତିମା ଗଣ୍ଡେଦୂରେ ଅଛି ପଡ଼ି ।ତା ଦେଖି ମନରେ ଶଙ୍କା ଲାଗେ ଯା ଯାହାରେପ୍ରତିମା ପଡ଼ିଛି ତାକୁ ଦେଖିଲେ ଦୁଆରେ ।ଅନୀତି କଥା ଯହିଁ ସେ ଦେଖିଲେ ନୟନେଘରଛାଡ଼ି ପଳାଇବା ଭାଳିଲେକ ମନେ ।ସମସ୍ତେ ବୋଇଲେ ହେଲା ଆସି ଏବେ ମନ୍ଦନିଶ୍ଚୟ ବିନାଶ ହେବ ଏ ଗୋପ ନରେନ୍ଦ୍ର ।ପାମରୀ ଯଶୋବନ୍ତୀ ଯେ ଅଟେ ବଡ଼ ନଷ୍ଟୀଦୁଷ୍ଟ ପୁତ୍ର ଜାତ କରି ଅର୍ଜିଲା ଅରିଷ୍ଟି ।ଅଳପ କଥା କି ୟାର କହୁଁ ନ ସରଇଏପରି ଦୁଷ୍ଟ ତନୟ ଗୋପପୁରେ ନାହିଁ ।ଜନ୍ମ ହେଲା ଦିନୁ ହେଲା ରାଜାଙ୍କ ଦୋରେହାତେଣୁ ବିଧାତା କି ଆଣି ଘଟାଇଲା ଏହା ।ପ୍ରଥମେ ଅନ୍ତୁଡ଼ିଶାଳେ ସ୍ତିରୀଏ ମାଇଲାଷଣ୍ଢା ଶକଟା ଦଇତ୍ୟ ଛଟକେ ନାଶିଲା ।ବତ୍ସା ବକା ଦଇତ୍ୟକୁ ମାଇଲା ବନରେଆବର ଜନ୍ତୁଙ୍କୁ ହତ୍ୟା କେହୁ କହିପାରେ ।ପିଢ଼ାମାନ କଣାକରି ପଶି ଘରେ ଘରେଶିକାରୁ ଦୁଧ ଲବଣୀମାନ ଚୋରିକରେ ।ହାଟ ବସାଣ ଘାଟ ସେ ମାଗଇ ତରକେୟାପରି ନିର୍ଲ୍ଲଜ ଶିଶୁ ନାହିଁ ତିନିଲୋକେ ।ଗୁରୁ ଗୌରବୀ ଏହାର କିଛି ମାତ୍ର ନାହିଁଏ ଗୋପ ନଗ୍ରକୁ ଏତ କଣ୍ଟା ହୋଇଛଇଁ ।ଅବଶ୍ୟ ନାଶ ଏଥର ହୋଇବ ପାପିଷ୍ଠକେତେ କେତେ ଆପଦରୁ ମେଣ୍ଟିଲା ଏ ଦୁଷ୍ଟ ।କାଳୀୟ ନାଗକୁ ବଳେ ଘଉଡ଼ିଣ ଦେଲାବସ୍ତ୍ର ଆୟ ଅଳଙ୍କାର ଚୋରି କରିଥିଲା ।ରକ୍ତମାଂସ ଦେହବହି କେତେ ୟା ସହିବାରାମ କୃଷ୍ଣ ଲାଗି ଗୋପପୁର ଛାଡ଼ିଯିବା ।ଏହିରୂପେ ବ୍ୟାକୁଳିତ ଗୋପେ ନରନାରୀମାୟା ବିରଚିଲେ ତହିଁ ପ୍ରଭୁ ଦଇତ୍ୟାରି ।ଅତି ଅଗୋଚର ଅଟେ ଯାହାଙ୍କ ମହିମାବ୍ରହ୍ମା ପୁରନ୍ଦର ହର ନ ଜାଣନ୍ତି ଉମା ।ଯକ୍ଷ ରକ୍ଷ ଗନ୍ଧର୍ବଙ୍କୁ ଜଣା ଯା ନୁହଇଛାଉ ଗଉଡ଼େ ସେ ମାୟା ଜାଣିବେ ବା କାହିଁ ।କାଦମ୍ୱରୀ ପାନେ ସର୍ବ ହେଲେ ଉନମନାମୂଢ଼ ଗୋପାଳ ବୋଇଲେ କି କରୁ ଯେ କହ୍ନା ।କେବଣ ଗୋପାଳ ଭୁଜ ଧରି ଓଟାରନ୍ତିକେବଣ ଗୁଆଳ ଯାଇ କୃଷ୍ଣେ ପେଲିଦ୍ୟନ୍ତି ।ଏସନକ କୃତ୍ୟମାନ କରନ୍ତି ଗୋପାଳଦୁଃଖେ ତାଙ୍କର ନୟନୁ ବହିଯାଏ ଜଳ ।ସବୁଙ୍କରି ମନକଥା ଜାଣି ଜଗଜ୍ଜ୍ୟୋତିସିଂହାସନ ପରେ ଧଇଲେକ ବିଶ୍ୱମୂର୍ତ୍ତି ।ଯେବଣ ରୂପକୁ ଚିନ୍ତୁଥାନ୍ତି ଯୋଗୀମାନେଅପୂର୍ବ ରୂପ ପ୍ରକାଶ କଲେ ତତକ୍ଷଣେ ।ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚାରିହସ୍ତପାଶ ଅଙ୍କୁଶ କରରେ ଶୋଭା ଅତିଅନ୍ତ ।ସୁବର୍ଣ୍ଣ ପରାୟେ ତନୁ ଦିଶେ ଦାଉ ଦାଉବେନି କର୍ଣ୍ଣରେ କୁଣ୍ଡଳ ଶୋଭା କେବା କହୁ ।ବିଦ ମୁଦ୍ରିକା କଙ୍କଣ ବଳୟ ବାହୁଟିମଣି ମାଣିକ୍ୟ ଅଙ୍ଗରେ ରାଜେ କୋଟି କୋଟି ।ଶିର ଉପରେ ମୁକୁଟ ସପ୍ତମଣି ଶିଖାଅତି ସୁନ୍ଦର ଦିଶଇ ପାଦପଦ୍ମ ରେଖା ।କଟିତଟରେ ମେଖଳା ଝୀନବାସ ସାଜେଧଇଲେ ବୈକୁଣ୍ଠନାଥ ରୂପ ଦେବରାଜେ ।ନବରତ୍ନ ସିଂହାସନେ ହଂସୁଲି ତ ପଡ଼ିପଦ୍ମାସନେ ବସିଲେକ ବନ୍ଧମୁଦ୍ରା ଭିଡ଼ି ।ବାମ ପାଶରେ ଶାରଦା ଦକ୍ଷେ କମଳିନୀଜାଜ୍ଜ୍ୱଲ୍ୟମାନ ଦିଶନ୍ତି ତେଜେ ଚକ୍ରପାଣି ।କରପତ୍ର ଯୋଡ଼ି ଆଗେ ଖଗେଶ୍ୱର ଉଭାଜଗତ ବନ୍ଦନନାଥ ପାଉଛନ୍ତି ଶୋଭା ।ମହକି ଉଠେ ଚନ୍ଦନ କର୍ପୂର ସୁବାସମତ୍ତଭରେ ଭୃଙ୍ଗଗଣେ ଉଡ଼ି ଚଉପାଶ ।ବ୍ରହ୍ମା ହରି ଯେ ରୂପକୁ ପାଇ ହୋନ୍ତି ମୋକ୍ଷଗୋପ ଗୁଆଳେ ସେ ରୂପ ଦେଖିଲେ ପ୍ରତ୍ୟକ୍ଷ ।କହୁ କହୁ ସବୁଚିତ୍ତ ମୋହିଲେ ଶ୍ରୀହରିଦେଖି କରି ମୋହମାନ ଗୋପ ନରନାରୀ ।ଇନ୍ଦ୍ରପୂଜା ଅର୍ଘ୍ୟସବୁ ଧରି ନାରୀ କରେଶ୍ରୀକୃଷ୍ଣଙ୍କୁ ବନ୍ଦାଇଲେ ଅତି ଆନନ୍ଦରେ ।ଦୁର୍ବା ଅକ୍ଷତ ତଣ୍ଡୁଳ ଧରି ଯେ ଯାହାରେଘଣ୍ଟା ଧୂପମାନ ଦ୍ୟନ୍ତି ସନ୍ତୋଷ ଚିତ୍ତରେ ।ହୁଳହୁଳି ଶବଦରେ ନାନାଗୀତ ଗାଇଗୋବିନ୍ଦଙ୍କ ଶିରେ ଅର୍ଘ୍ୟ ବନ୍ଦାଅନ୍ତି ନେଇ ।ଆହୋ ପ୍ରାଣନାଥ ବୋଲି ଆଲଟ କେ ବିଞ୍ଚେମଣିମା ମଣିମା ବୋଲି ପାଣି କେହୁ ସିଞ୍ଚେ ।ଥୋକେ ପାଏଡ଼ା ପାଡ଼ିଣ କରି ପୁଷ୍ପବୃଷ୍ଟିଅତିଶୟ ଶୋଭାପାଏ ଚରାଚର ସୃଷ୍ଟି ।ନଗ୍ର ନରନାରୀମାନେ ସକଳେ ମୋହିତଯେ ଯାହାମତେ ସନ୍ତୋଷେ ପୂଜନ୍ତି ଅଚ୍ୟୁତ ।ପାଠ ପଠନ ଯେ ମନ୍ତ୍ର ସ୍ତୁତି ସ୍ତୋତ୍ରଆଦିସହସ୍ର ଦଣ୍ଡ ପ୍ରଣାମ କଲେ ଯଥାବିଧି ।ଧନ୍ୟ ଗୋପନଗ୍ର ଲୋକେ ତପ କଲେନାହିଁମାନବ ହୋଇ ପୂଜନ୍ତି ଦେବ ଭାବଗ୍ରାହୀ ।ହସ୍ତେ ପୁଣି ଅର୍ଘ୍ୟ ବନ୍ଦାଇଲେ ବିଦ୍ୟମାନେଖଣ୍ଡକ୍ଷୀର ପଞ୍ଚାମୃତ ଭୁଞ୍ଜାଇ ଯତନେ ।ଯେବଣ ନାମ ଧରନ୍ତେ ସର୍ବପାପ କ୍ଷୟେପୁରୁଷଙ୍କର ଉତ୍ତମ ପ୍ରଭୁ ଦେବରାୟେ ।ବ୍ରହ୍ମଲୋକ ପରିଯନ୍ତେ ବିକାଶେ ଯା ଜ୍ୟୋତିକୋଟି କନ୍ଦର୍ପ ସ୍ୱରୂପ ଦୈତ୍ୟହନ୍ତା ମୂର୍ତ୍ତି ।ସାକ୍ଷାତରେ ତାଙ୍କ ସଙ୍ଗେ କଥାବାର୍ତ୍ତା ହ୍ୱନ୍ତିଏଥିରୁ ଅଧିକ ଭାଗ୍ୟ ଅଛଇ କି କ୍ଷିତି ।ଶୁକମୁନି ବୋଇଲେକ ଆହେ ନୃପମଣିବିଷ୍ଣୁବାଳଲୀଳା ଏତ ଅପୂର୍ବ କାହାଣୀ ।ଏଥୁ ଅନନ୍ତରେ ତହୁଁ କେତେବେଳ ଯାଏପୁଣି ସମସ୍ତଙ୍କୁ ଭ୍ରମ କଲେ ଦେବରାୟେ ।ଅନ୍ତର୍ଯ୍ୟାମୀ ନାରାୟଣ ବିରଚିଲେ ମାୟାକ୍ଷଣକେ ଧଇଲେ ବାଳଗୋପାଳର କାୟା ।ସିଂହାସନ ପରେ ବସି ଟହ ଟହ ହସିବେଳୁବେଳ ଆନୁଆନ ରୂପ ବ୍ରହ୍ମରାଶି ।କଣ୍ଠତଟେ ଶୋଭାପାଏ ମୁକୁତାର ମାଳବାହୁରେ ବାହୁଟି ଶିରପରେ ଦିବ୍ୟକୂଳ ।ବାଳ ଗୋପାଳ ସ୍ୱରୂପ ଧଇଲେ ମୋହନସର୍ବେ ବଶ ହେଲେ ଦେଖି ସେ ପଦ୍ମଲୋଚନ ।ନନ୍ଦକୁ ଚାହିଁ ବୋଲନ୍ତି ପ୍ରଭୁ ଦେବରାୟେକି କଥା ବିଚାର କର ବସି ପିତା ଆହେ ।ଅଦୃଶ୍ୟ ଦେବତା କାହିଁ ଭୋଗକୁ ଖାଇବଅଭୟ ବର କାହୁଁ ବା ସେହୁ ପୁଣି ଦେବ ।ବୃଥା କଥାରେ ଭାଳେଣି ନ କର ହେ ତାତଗୋପନଗ୍ରେ ରହିଥାଅ ହୋଇଣ ନିଶ୍ଚିନ୍ତ ।ଏରୂପେ କହି ଶ୍ରୀହରି ଆନନ୍ଦ ବଦନଚାରିପାଖେ ଘେରିଛନ୍ତି ଗୋପାଳ ନନ୍ଦନ ।ସ୍ୱର୍ଣ୍ଣ ପ୍ରତିମା ପଡ଼ିଛି ତହିଁ ଖଣ୍ଡଦୂରେଦେଖି ଭୟ କଲେ ପୁଣି ସର୍ବ ନାରୀ ନରେ ।ପ୍ରତ୍ୟକ୍ଷରେ ଗୋପୀମାନେ ଯାହା ଦେଖୁଥିଲେଗୋବିନ୍ଦଙ୍କର ମାୟାରେ ସବୁ ପାସୋରିଲେ ।ନନ୍ଦ ବୋଲେ ବେନିପୁତ୍ର ପ୍ରଭୁ ଦେଲେ ଆଣିନାନା ଉପଦ୍ରବ କାହୁଁ ଘଟାଏ ଏ ପୁଣି ।ବିଶେଷେ ଦେଖି ନ ପାରେ ଆମ୍ଭଙ୍କୁ ତ କଂସବାରମ୍ୱାର ପଠାଉଛି ଏଠାକୁ ରାକ୍ଷସ ।ଇନ୍ଦ୍ରପୂଜାରେ ସକଳ ରିଷ୍ଟ ସିନା ଯାଏତାହା ଏବେ ଭାଙ୍ଗିଦେଲା ଏ ଦୁଷ୍ଟ ତନୟେ ।ଦେବତାଙ୍କୁ ନିନ୍ଦା କଲେ ବଳ ଯାଇ ନାଶରୌରବ ନର୍କରେ ପଡ଼େ ସହସ୍ର ବରଷ ।ବ୍ରାହ୍ମଣଙ୍କୁ ନିନ୍ଦା କଲେ କୁଳକ୍ଷୟ ହୁଏଭଗବତ ନିନ୍ଦାକଲେ ଅହିନର୍କେ ଯାଏ ।ରାଜା ନିନ୍ଦା କଲେ ପୁଣି ହ୍ୱନ୍ତି ଶିରଶ୍ଛେଦଅପମୃତ୍ୟୁ ଲଭନ୍ତି ଯେ ନିନ୍ଦାକଲେ ବେଦ ।ମାତା ନିନ୍ଦାକଲେ ପ୍ରାଣୀ ହ୍ୱନ୍ତି ଜନ୍ମରୋଗୀପିତା ନିନ୍ଦାକଲେ ପ୍ରାଣୀ ହୁଏ ସର୍ପଭୋଗୀ ।ଗୁରୁନିନ୍ଦା କଲେ ପ୍ରାଣୀ ହୁଏ ବିଦ୍ୟାନାଶକୁଳ ନିନ୍ଦା କଲେ ଲାଗେ ଅପମୃତ୍ୟୁ ଦୋଷ ।ଶାସ୍ତ୍ର ନିନ୍ଦାକଲେ ଜାଣ ଚକ୍ଷୁହୁଏ ଅନ୍ଧଜପ ନିନ୍ଦାକଲେ ପ୍ରାଣୀ ଶିରୀ ହୁଏ ମନ୍ଦ ।ଭାରିଯାକୁ ନିନ୍ଦା କଲେ ନ ପୁଂସକ ହ୍ୱନ୍ତିଜନ୍ମ ଜନ୍ମାନ୍ତରେ ସୁଖ ସେହୁ ନ ପାଆନ୍ତି ।ଗୋରୁ ନିନ୍ଦାକଲେ ହୁଏ ଅତ୍ୟନ୍ତ ଦରିଦ୍ରଗୁଣ ନିନ୍ଦାକଲେ ନିଶ୍ଚେ ନାଶଯାଏ କନ୍ଧ ।ଏବେ ମୋର ପୁତ୍ର ନିନ୍ଦା କଲା ଦେବତାଙ୍କୁକିଏ ସମ୍ଭାଳିବ ଆଜି ଏ ଗୋପଲୋକଙ୍କୁ ।ନନ୍ଦ ବଚନେ ବୋଲନ୍ତି ଦେବୀ ଯଶୋବନ୍ତୀଦେବତାଏ ବାଳକର ଦୋଷ ନ ଧରନ୍ତି ।ମାଛି ବାଳୁତ କୁମର ଆବର ମଞ୍ଜାରୀବେଦ ଶାସ୍ତ୍ରମତେ ଦୋଷ ଏହାଙ୍କ ନ ଧରି ।ଏଥକୁ ଚିନ୍ତା ତୁମ୍ଭେ ତ ନ କର ହୋ ମନଆନ ଯୋଗାଡ଼ ଭିଆଇ ପୂଜ ମଘବାନ ।ଦେବୀଙ୍କ ଆଗରେ ଦେବା ନେଇ ଛାଗବଳିଈଶ୍ୱରଙ୍କ ଶିରେ ସସ୍ର କୁମ୍ଭ ନେଇ ଢାଳି ।ବ୍ରାହ୍ମଣେ ଭୋଜନ ଦେଇ ତୋଷ କରାଇବାଚଣ୍ଡୀ ଅପ୍ରାଜିତା ଦୁର୍ଗାପାଶେ ଚଢ଼ାଇବା ।ତେବେ ଗ୍ରହଶାନ୍ତି ହେବ ରିଷ୍ଟ ଖଣ୍ଡିବଏଥକୁ ମନରେ ତୁମ୍ଭେ ଅନ୍ୟଥା ନ ଭାବ ।ଏଥୁ ଅନନ୍ତରେ ଦେବୀ ପୁତ୍ର କାଖେ ଘେନିଭିତରେ ବିଜୟ କଲେ ନନ୍ଦର ଘରଣୀ ।ଭାଙ୍ଗିବାରୁ ମହାଯାତ୍ରା କଲେ ସର୍ବେ ଭୀତିସକଳ ଗୋପୀ ଗୋପାଳେ ଯେଝାପୁର ଯାନ୍ତି ।ବିଦେଶୀ ସ୍ୱଦେଶୀ ଲୋକ ଯେତେ ଥିଲେପୂରିବିରସ ମନରେ ସର୍ବେ ଗଲେ ତହୁଁ ଫେରି ।ଏଥୁ ଅନନ୍ତରେ ଶୁକ ରାଜା ମୁଖ ଚାହିଁବୋଲନ୍ତି ହେ ପୁଣ୍ୟଆତ୍ମା ଶୁଣ ମନଦେଇ ।ଇନ୍ଦ୍ରପୂଜା ଯେତେବେଳେ ଭାଙ୍ଗିଲେ ଶ୍ରୀହରିଗନ୍ଧର୍ବେ ଗଲେ ସେ କଥାମାନ ଦେଖିକରି ।ସୁଧର୍ମା ସଭାରେ ବିଜେ ଦେବ ସୁରପତିତେତିଶକୋଟି ଦେବତା ତହିଁ ବସିଛନ୍ତି ।ତାର ବାର ନକ୍ଷତ୍ରାଦି ଯୋଗାଦି କରଣକିନ୍ନର ବିଦ୍ୟାଧର ଯେ ରହିଛନ୍ତି ପୁଣ ।ରାହୁ କେତୁ ଶନି ଶୁକ୍ର ବୁଧର ସହିତେଇନ୍ଦ୍ରଦେବତା ପାଶରେ ଛନ୍ତି ଯେଝାମତେ ।ଦେବଋଷି ରାଜଋଷି ବ୍ରହ୍ମର୍ଷି ସକଳଶମନ କୁବେର ଆଦି ଛନ୍ତି ଦିଗପାଳ ।ଆବର୍ତ୍ତକ ସମ୍ୱର୍ତ୍ତକ ଦ୍ରୋଣ ଯେ ପୁଷ୍କରହୁତାଶନ ନଇର୍ଋତ ଐଶ୍ୱାନ୍ୟ ଆବର ।ରମ୍ଭା ଉର୍ବଶୀ ମେନକା ଆଉ ତିଳୋତ୍ତମାଚଉଷଠି କୋଟି ବିଦ୍ୟାଧରୀ ଯେ ଉତ୍ତମା ।ଛୟାଣୋଇ କୋଟି ପୁଣି ଗନ୍ଧରବଗଣଅଶୀକୋଟି କିନ୍ନର ଯେ ସିଦ୍ଧାଦି ଚାରଣ ।ଐରାବତ ଗଜ ଉଚ୍ଚୈଶ୍ରବା ହୟବରସର୍ବେ ଉଭା ହୋଇଛନ୍ତି ଆସ୍ଥାନ ତଳର ।ଏ ସମୟରେ ଗନ୍ଧର୍ବେ ମିଳିଲେକ ଯାଇବୋଇଲେ ମଞ୍ଚରବାଣୀ ଶୁଣିବା ଗୋସାଇଁ ।ଭୋ ଦେବ ଯମୁନାକୂଳେ ଅଛି ଯେଉଁ ଗ୍ରାମଗୋମତ ଗିରି ନିକଟେ ଗୋପପୁର ନାମ ।ନବଲକ୍ଷ ଗୋପ ତହିଁ କରନ୍ତି ବସତିନନ୍ଦ ନାମେ ଗଉଡ଼ ଯେ ଗ୍ରାମେ ଅଧିପତି ।ତାର କାହ୍ନୁ ସଙ୍କର୍ଷଣ ନାମେ ବେନିବଳାବଡ଼ାଇ ଦୁଷ୍ଟ ସେ ବେନି ଅତି ଅନର୍ଗଳା ।ଗୋପାଳଙ୍କ ସଙ୍ଗେ ନନ୍ଦ ଅଛନ୍ତି ଉତ୍ସବେଇନ୍ଦ୍ରପୂଜା କରୁଥିଲା ବସି ସମ୍ଭରବେ ।ଶୁଦ୍ଧ ସୁବର୍ଣ୍ଣର ମୂର୍ତ୍ତି ଖଟୁଲିରେ ଥୋଇସନ୍ତୋଷରେ ପୂଜାକରେ ଧୂପ ଦୀପ ଦେଇ ।କହ୍ନାଇ ବୋଲି ସେ ପୁତ୍ର ଭାରି ସଇତାନଆପଣେ ସେ ପୂଜାଗୋଟି କରିଲା ଭଗନ ।ଖଟୁଲୀ ଉପରେ ବସି ଭୋଗକୁ ଖାଇଲାସୁବର୍ଣ୍ଣ ପ୍ରତିମା ଗୋଟି ଫୋପାଡ଼ିଣ ଦେଲା ।ସାକ୍ଷାତେ ଦେଖି ଅଇଲୁ ନାହିଁ ଏଥେ ମିଥ୍ୟାଯାହା କରିବାର କର ଆହେ ମହାରଥା ।ଶୁଣିକରି ଶଚୀପତି କ୍ରୋଧେ ପ୍ରଜ୍ଜ୍ୱଳିତହସ୍ତରେ ବଜ୍ର ଧରିଣ ବୋଲଇ ଏମନ୍ତ ।ନିଶ୍ଚୟ ଗୋପନଗର ଆଜି ବିଧ୍ୱସିଂବିନନ୍ଦ ପୁଅର ଦମାଳ କେତେ ମୁଁ ବୁଝିବି ।କି ବୋଲି ମୋହର ପୂଜା ଭାଙ୍ଗିଲା ସେ ଦୁଷ୍ଟବାରଣ ନ କଲା କିପାଁ ସେ ନନ୍ଦ ପାପିଷ୍ଠ ।ତେତିଶକୋଟି ଦେବଙ୍କ ପରେ ମୁଁ ଦେବତାମୋ ପୂଜା ଭାଙ୍ଗିବାପାଇଁ କାହାର କ୍ଷମତା ।ଏହି ବଜ୍ରରେ ଗୋପାଳମାନଙ୍କୁ ନାଶିବିକେଉଁ ବାପ ରଖିବ ତା ନୟନେ ଦେଖିବି ।ଏତେ ବୋଲି ମେଘଗଣେ ରାଇ ବଜ୍ରଧରକ୍ରୋଧରେ ବୋଲଇ ଭାଙ୍ଗ ସେ ଗୋପନଗର ।ମୂଷଳ ପ୍ରମାଣେ ତହିଁ ପାଣି ବରଷିବଏକଗୋଟି ଘର ତହିଁ ଯେପରି ନ ଥିବ ।ଘଡ଼ଘଡ଼ି ଚଡ଼ଚଡ଼ି ମାରିବ ନିରତେଅବିଚ୍ଛିନ୍ନେ ବରଷିବ ପଥର ସହିତେ ।ଅଣଚାଶ ପବନକୁ ପୁଣି ବୋଲେ ରାଇଗୋପନଗର ଉଜାଡ଼ ମେଘ ସଙ୍ଗେ ଥାଇ ।ପ୍ରଚଣ୍ଡ ପବନ ତୁମ୍ଭେ ବଡ଼ ବିକଟାଳିଭାଜି ଗୋପନଗ୍ରଯାକ କରି ଏକସ୍ଥଳି ।କାଳାନ୍ତ ରକ୍ତାକ୍ଷ ଘୋରସ୍ୱରୂପୀ ପ୍ରଚଣ୍ଡବିଶ୍ୱରୂପୀ ମହାରୂପୀ ଆଉ ଲୋହଦଣ୍ଡ ।ବେତାଳ ଭୈରବ ଆଦି ଅଷ୍ଟାଦଶ ସେନାମେଘଙ୍କ ସାହାଯ୍ୟକାରୀ ଅଟନ୍ତି ଏ କିନା ।ଇନ୍ଦ୍ରଙ୍କର ଆଜ୍ଞାପାଇଁ ହେଲେ ସର୍ବେ ସଜନଗ୍ର ଉଜାଡ଼ିବୁ ବୋଲି କରନ୍ତି ପହିଜ ।ଉଠିଲେକ ମେଘମାନେ ସେନା ସୈନ୍ୟ ଘେନିମହାଘୋର ଗରଜନେ ଉଛୁଳେ ମେଦିନୀ ।ଘନ ଘନ ଝଟଝଟ ବିଜୁଳି ମାରଇଅଣଚାଶ ପବନ ଯେ ତା ସଙ୍ଗେ ବହଇ ।ଦିବସରେ ଅନ୍ଧକାର ଦିଶେ ଦଶଦିଶଏକାବେଳେ ପୃଥିବୀକୁ କରିବେ ବିନାଶ ।ଘୁଉ ଘୁଉ ଶବଦ ସେ ଶୁଭେ ବିକରାଳବରଷନ୍ତି ଅହର୍ନିଶି ପାଣି ଶାଳ ଶିଳ ।ଚଡ଼ଚଡ଼ି ବଜ୍ରସୂଚି ତାପରେ ନିର୍ଘାତଦଲ ଦଲ ବସୁନ୍ଧରା ବ୍ରହ୍ମାଣ୍ଡ କମ୍ପିତ ।ମହାପ୍ରଳୟ ପରାୟେ ବର୍ଷେ ଜଳଧାରାସାଗର ସମାନେ ଦେଖାଯାଏ ବସୁନ୍ଧରା ।ବେଳକୁବେଳ ଯେ ମେଘ ବରଷଇ ଛାଟିଘଡ଼ଘଡ଼ିରେ ମହୀ କି ପଡ଼ିବ ଲେଉଟି ।ଘଡ଼ିକ ଭିତରେ ଗୋପନଗ୍ର ହେଲା ଧ୍ୱଂସମେଢ଼ ମଣ୍ଡପ ଅଟ୍ଟାଳି ସବୁ ଗଲେ ନାଶ ।ନବଲକ୍ଷ ଗୃହସବୁ ହୋଇଗଲା କ୍ଷୟେନିମଗ୍ନ ହୋଇଲେ କୀଟ ପତଙ୍ଗ ସମୂହେ ।ଗାଈ ଗୋରୁ ଜୀବଜନ୍ତୁ ଯେତେକ ମନୁଷ୍ୟଭୟଙ୍କର ବରଷାରେ ସର୍ବେ ପାଇ ତ୍ରାସ ।ଚଡ଼କ ବଜ୍ର ସୂଚିରେ କେହୁ ପଡ଼ି ମଲାକାନ୍ଥ ବାଡ଼ ଭାଙ୍ଗିଯାଇ କେ ଛୋଟା ହୋଇଲା ।କେହୁ ପବନରେ ଉଡ଼ି ପଡ଼େ ଖଣ୍ଡଦୂରେବୃକ୍ଷ ଭାଙ୍ଗିଣ ପଡ଼ିଲା କାହାର ଉପରେ ।ରୋମ ଟାଙ୍କୁରେ କାହାରି ଶୀତେ କମ୍ପେ କାୟବିହି ସୁମରଇ କେହୁ ପାଇ ମହାଭୟ ।ବିକଳେ ମାତା ପିତାକୁ କେହୁ ସୁମରଇକର ଚରଣ ଛନ୍ଦିକେ କୁହାଟି କାନ୍ଦଇ ।ବୃକ୍ଷର ଉହାଡ଼େ ଲୁଚେ କେ ଜୀବନ ଭୟେଛାଟିପିଟି ପଳାଏ କେ ପଛକୁ ନ ଚାହେଁ ।ପୁତ୍ରକୁ ଉପେକ୍ଷି ଚାଲିଯାନ୍ତି ମାତା ପିତାପ୍ରିୟବତୀ ପତ୍ନୀ ତେଜି ପଳାଏ ଭରତା ।ଧନ କୁଟୁମ୍ୱ ଭାରିଯା ସବୁ କଲେ ତେଜ୍ୟାଓଦାବସ୍ତ୍ର ପିନ୍ଧି କେବା କଲା ଭୂମିଶଯ୍ୟା ।ବତ୍ସାନ୍ତ ଘେନିଣ ଗାବେ ପଳାନ୍ତି ଆକୁଳେଧଇର୍ଯ୍ୟବନ୍ତ ଯାଇଣ କୃଷ୍ଣ ପାଶେ ମିଳେ ।କେ ବୋଲଇ ନନା ମୋତେ ଧର ଧର କିନାକେ ବୋଲେ ଏଠାରେ ପଡ଼ି ମଲି ମୁହିଁ ସିନା ।କେ ବୋଲେ ନାନି ମୋହର କେଉଁଆଡ଼େ ଗଲୁକେ ବୋଲେ ଆମ୍ଭେ ସମସ୍ତେ ଆଜି ନିଶ୍ଚେଁ ମଲୁ ।କେ ବୋଲେ ବାପ ମୋହର କେଉଁଆଡ଼େ ଗଲାକେ ବୋଲେ ଶିଶୁକୁମର ମୋହର ମରିଲା ।କେ ବୋଲେ କାହା ଆଘରେ କହିବା ଏ କଥାଏ ବିପଦେ ସାହା ହୁଅ ଭୋ ଧର୍ମଦେବତା ।ଗୋବିନ୍ଦଙ୍କ ମୁଖ ଚାହିଁ ବୋଲନ୍ତି ଯେ ନଦବାବୁ ତୋହର ଯୋଗରୁ ହେଲା ସିନା ମନ୍ଦ ।ଇନ୍ଦ୍ର ପୂଜା ନ କରନ୍ତୁ ତୁ ଯେବେ ଭଗନକିପାଁ ପଡ଼ନ୍ତା ବାବୁରେ ଏସନ କଷଣ ।ଅଜ୍ଞାନପଣ ତୁହି ତ କଲୁ ଦେବ ହରିତୋରଯୋଗୁ ନାଶଗଲା ସିନା ଗୋପପୁରୀ ।ସମ୍ପଦ ତ ନାଶଗଲା ଆମ୍ଭର କରମଦେବଇନ୍ଦ୍ର କୋପକୁ କେ ନୋହିବଟି କ୍ଷମ ।ପ୍ରାଣ ବିକଳେ ଗୋପାଳେ ହେଲେ ଏକମେଳିଧର୍ମ ସୁମରିଣ ସର୍ବେ ପାଡ଼ିଲେ ବୋବାଳି ।ଦେଖ ଦେଖ ଅବିଶ୍ରାନ୍ତ ବରଷା ବରଷେକ୍ଷଣେ ଶାନ୍ତ ନୋହିକରି ପୁଣି ମାଡ଼ିଆସେ ।ଗୃହେ ଗ୍ରାମ ଭାଙ୍ଗିଗଲା ରହିବା ତ କାହିଁଜଳାର୍ଣ୍ଣବ ହେଲା ସବୁ ତିଳେ ସ୍ଥାନ ନାହିଁ ।ପର୍ବତ ଶିଖରେ ପାଣି ଲାଗି ନହେଁ ତୁଷ୍ଟିବେଳକୁ ବେଳ ଏବେ ତ କରେ ଘୋର ବୃଷ୍ଟି ।ରଜନୀ ଦିବସ କିଛି ନ ହୁଅଇ ବାରିକା ଆଗେ ଏ କଥା ଯାଇ କରିବା ଗୁହାରି ।ଏହିରୂପେ କଥାବାର୍ତ୍ତା ହୋଇଣ ଗୋପାଳେରାମ କୃଷ୍ଣଙ୍କ ପାଶକୁ ଗଲେ ତତକାଳେ ।ଗୋପାଳୁଣୀଙ୍କ ବିକଳ କହି ତ କେ ପାରିଉଚ୍ଚସ୍ୱରରେ ରୋଦନ୍ତି ରଖ ଦେବହରି ।ଏ ତୁମ୍ଭ ଦେଖନ୍ତେ ଆମ୍ଭେ ପାଇଲୁ ଯେ ଦୁଃଖଏ ବିପଦୁଁ ରକ୍ଷାକର ଆହେ ପଦ୍ମମୁଖ ।ଦୁସ୍ତର ବରଷା ଏ ତ ନ ପାରୁ ଯେ ସହିତୁମ୍ଭବିନା ରକ୍ଷାକର୍ତ୍ତା ଆମ୍ଭ କେ ନାହିଁ ।କେଉଁ ଗୋପାଳେ ଅନାଇଁ କୃଷ୍ଣେ ଦିଏ ଗାଳିଇନ୍ଦ୍ରପୂଜା ଭାଙ୍ଗି ଏହା କଲୁ ବନମାଳୀ ।ଗୋ ବ୍ରାହ୍ମଣ ବାଳ ସ୍ତିରୀ ଯେତେ ଗଲେ ନାଶତୋତେରେ ଲାଗିଲା ଜାଣ ଏହି ହତ୍ୟାଦୋଷ ।ଅଜ୍ଞାନ ବାଳୁତ ଏ ଯେ ବାଲ୍ୟକାଳୁ ମନ୍ଦଯେଣେ ଯିବ ତେଣେ ୟାର ଲାଗିଥାଏ ଦ୍ୱନ୍ଦ୍ୱ ।ଏହାଯୋଗୁ ମଲୁ ଆମ୍ଭେ ସକଳ ଗୋପାଳଗୋପନଗ୍ରେ ଜନମିଲା କାହୁଁ ଆସି କାଳ ।ଶୁଣ ପରୀକ୍ଷ ରାଜନ ବଦୟନ୍ତି ଯତିସମସ୍ତଙ୍କର ବିକଳ ଦେଖି ଯଦୁପତି ।ଅନ୍ତର୍ଯ୍ୟାମୀ ନାରାୟଣ ବିଚାରନ୍ତି ମନେଶଚୀପତିର ଗରବ ଭାଙ୍ଗିବି ଏକ୍ଷଣେ ।ମୋତେ ସେ ମନୁଷ୍ୟବୋଲି ମଣି ଯେ ଅଛଇଦେଖିବା କେଡ଼େ ଗରବ ଚିତ୍ତେ ଅଛି ବହି ।ଏତେ ଭାଳି ବାମକରେ ମନ୍ଦରକୁ ଟାଳିଅବହେଳେ ଛତ୍ରାକାରେ ଧଇଲେକ ତୋଳି ।ଦ୍ୱାଦଶ ଯୋଜନ ଅଟେ ସେହି ଗରିବରତିଳପ୍ରାୟ ଲାଗିଅଛି ଗୋବିନ୍ଦଙ୍କ କର ।ତ୍ରିଭଙ୍ଗୀ ରୂପରେ ହରି ହୋଇଛନ୍ତି ଉଭାଦକ୍ଷିଣ କରେ ମୂରଲୀ ବାମେ ଗିରି ଶୋଭା ।ଗୋପ ଗୋପାଙ୍ଗନା ବୃଦ୍ଧ ବାଳକ ସହିତେମନ୍ଦରଗିରି ତଳରେ ରହିଲେ ସମସ୍ତେ ।ନନ୍ଦ ଉପନନ୍ଦ ବସୁନନ୍ଦ ଆଦିକରିଯଶୋଦାର ସହିତରେ ପ୍ରଭୁ ହଳଧାରୀ ।ଷଣ୍ଢ ଅଣ୍ଡିର ଆବର ଗୋବତ୍ସାଦି ଯେତେମନ୍ଦର ଗିରି ତଳରେ ରହିଲେ ନିଶ୍ଚିନ୍ତେ ।ଉପର ଜଳ ବରଷା ହୁଏ ଅବିରଳଅଚିନ୍ତାରେ ଗୋପଲୋକେ ରହି ଗିରିତଳ ।ଅବହେଳେ ବାମେ ଗିରି ଧରି ଦେବରାୟେନ ପୁଣି ପଡ଼େ ଗୋପାଳେ କଲେ ମନେ ଭୟେ ।ଶ୍ରୀକୃଷ୍ଣଙ୍କ ମୁଖ ଚାହିଁ ବୋଲନ୍ତି ସମସ୍ତେଚରଣ ବ୍ୟଥା ତୁମ୍ଭର ହେବ ଗୋପୀନାଥେ ।ଉତ୍ସର୍ଗ ପାଞ୍ଚ ଯୋଜନ ଏ ଗିରି ଅଟଇଦୀର୍ଘ ପ୍ରତିରେ ତ ଦଶଯୋଜନ ତ ହୋଇ ।ବାବୁ ଏଡ଼େ ପରବତ ବହୁଛୁ କିପରିବ୍ୟଥା ଲାଗୁଥିବ ନିକି ଅଙ୍ଗକୁ ତୋହରି ।ଆମ୍ଭେ ସର୍ବେ ଲଉଡ଼ିକୁ ଦେଉଅଛୁ ତୋଳିଥୋକାଏ ଉଶ୍ୱାସ ତୋତେ ହେବ ବନମାଳି ।ଏତେବୋଲି ଗୋପାଳେ ଯେ ଟେକିଲେ ଲଉଡ଼ିଦର୍ହସିତେ କୃଷ୍ଣ ତହୁଁ ଗିରି ଦେଲେ ଛାଡ଼ି ।ମାଡ଼ି ପଡ଼ୁ ପଡ଼ୁ ପୁଣି ଧଇଲେ ଗୋବିନ୍ଦଦେଖି ଲଜ୍ଜା ପାଇଲେକ ସର୍ବ ଗୋପବୃନ୍ଦ ।ଗୋପାଳେ ବୋଇଲେ କୃଷ୍ଣ ତୋ ଜୀବନ ସାଧୁଅତି ବହୁବନ୍ତା ତୁ ତ ଅବଳର ବନ୍ଧୁ ।ବାଳୁତ ହୋଇ ପର୍ବତ ଧରୁ ବାମକରେସମସ୍ତେ ନିଶ୍ଚିନ୍ତ ହେଲୁ ତୋ ବୁଦ୍ଧି ବଳରେ ।ବାବୁ ଏଡ଼େ ଆତଙ୍କରେ ହୋଇଲୁ ତୁ ସାହାଜୀବନ ଥିବାଯାଏ କି ପାସୋରିବୁ ଏହା ।ଏଡ଼େ ବଡ଼ ଅରିଷ୍ଟି ତ ମେଣ୍ଟିଲୁ ତୁ ବାବୁଗୋବିନ୍ଦେ ଚାହିଁ ବୋଲନ୍ତି ଗୋପିକାଏ ସବୁ ।ଧନ୍ୟ ଧନ୍ୟ ଗୋପୀନାଥ ତୋର ପରାକ୍ରମତୋପରି ବଳିଷ୍ଠପଣେ ନୋହିବ କେ କ୍ଷମ ।ତୋର ବୁଦ୍ଧିବଳେ ଆମ୍ଭ ପ୍ରାଣ ହେଲା ରକ୍ଷାଏ ବିପଦେ ଭାଇ ବନ୍ଧୁ ତୁ କେବଳ ଏକା ।ଯେତେ ବରଷିଲେ ମେଘ ନାହିଁ ଆମ୍ଭ ଡରତୋ ବାହକୁ ଆଶ୍ରା କଲୁ ମାର ଅବା ତାର ।ଏମନ୍ତ ବଚନ ଶୁଣି ଗୋବିନ୍ଦ ଆନନ୍ଦନିଶ୍ଚିନ୍ତ ହୋଇ ରହିଲେ ଗୋପ ଗୋପୀବୃନ୍ଦ ।ଗାବେ ବଇକୁଲ୍ୟା ହେଲେ ଆହାର ନ ପାଇଗୋକୁଳ ବ୍ୟାକୁଳ ଦେଖି ଜଗତ ଗୋସାଇଁ ।ମୁଥ ମାରି ମୁଥା ତୃଣ ଜାତ କଲେ ପୁଣିବ୍ରହ୍ମାଣ୍ଡ ସ୍ୱାମୀ ଅଟନ୍ତି ଯେଉଁ ଚକ୍ରପାଣି ।ଶ୍ରୀକୃଷ୍ଣଙ୍କର ମନ୍ଦର ଗିରି ଧାରଣତାହାଙ୍କୁ କି ଅସମ୍ଭବ ଏସନ କରମଜଗତେ ବୋଲାନ୍ତି ସେହୁ ପୁରୁଷଉତ୍ତମ ।ଅଦଭୂତେ ଘାସ ଯେଣୁ ହରି ଜାତକଲେଗାଈ ଗୋବତ୍ସା ଆନନ୍ଦେ ତାହାକୁ ଖାଇଲେ ।ଅତ୍ୟନ୍ତ କୋମଳ ଘାସ ନୂତନ କଅଁଳିଚରିବା ମାତ୍ରକେ ଷଡ଼ ଅଙ୍ଗୁଳି ଉଗୁଳି ।ଆପେ ମୂର୍ତ୍ତିମତୀ ହୋଇ ଅନ୍ନପୂର୍ଣ୍ଣା ମାଏଷଡ଼ରସ ବ୍ୟଞ୍ଜନାଦି ଆଣିଣ ଯୋଗାଏ ।ସାତଦିନ ସାତରାତି ଏହିପରି ଗଲାରଜନୀ ଦିବସ ତହିଁ ବାରିଂ ତ ନୋହିଲା ।ରାତ୍ର ଦିବସ ବରଷେ ମେଘ ଅବିରତତାର ସଙ୍ଗେ ଘନ ଘନ ବହଇ ମରୁତ ।ଯୁଗାନ୍ତକାଳେ ଯେସନ ଭୟଙ୍କର ମୂର୍ତ୍ତିତେସନରୂପେ ବର୍ଷନ୍ତି ଘୋଟି ଚଉକତି ।ବର୍ଷି ବର୍ଷି ମେଘମାନେ ହୋଇଲେ ସ୍ଥକିତଇନ୍ଦ୍ରଙ୍କ ଆଗେ ଜଣାଏ ବାର୍ତ୍ତା ଯାଇ ଦୂତ ।ବାରତା ପାଇ ଅଇଲା ଆପେ ବଜ୍ରପାଣିଚତୁରଙ୍ଗ ବଳ ସେନା ସୈନ୍ୟ ସଙ୍ଗେ ଘେନି ।ଐରାବତ ଆରୋହିଣ ଆସେ ସସ୍ରଯୋନିଅନ୍ତର୍ଯ୍ୟମୀ ନାଥ ତାହା ହୃଦପଦ୍ମେ ଜାଣି ।ଗିରିପରେ ଇନ୍ଦ୍ରଆଣି ମାରେ ବଜ୍ରଦଣ୍ଡବଜ୍ରବାଜି ପରବତ ହେବ ମସିଗୁଣ୍ଡ ।ଗିରିବର ଭାଙ୍ଗନ୍ତେ ଯେ ଗୋପ ହେବ କ୍ଷୟେଏମନ୍ତେ ବିଚାର ସ୍ୱାମୀ କଲେ ଦେବରାୟେ ।ଗୋପୀ ଗୋପାଳେ ବୋଇଲେ ନିଶ୍ଚିନ୍ତରେ ରୁହତିଳମାତ୍ର ମନେ ତୁମ୍ଭେ ନ କର ଯେ ଭୟ ।ଏଥେ କହି ଛତ୍ରକାରେ ଟେକିଲେ ପର୍ବତମୁଷ୍ଟି ଦୃଢ଼କରି ଆଣ୍ଟେ ଧଇଲେ ଅଚ୍ୟୁତ ।ବଜ୍ର ମାରି ମାରି ଇନ୍ଦ୍ର ହୋଇଲେ ନିରସ୍ତପୁଣି ଧାମଇଁ ସେ କୋପେ ହୋଇ ଅସ୍ତବ୍ୟସ୍ତ ।ଶ୍ରୀହରିଙ୍କ ହସ୍ତେ ନେଇ ବଜ୍ର ପିଟେ ରାଗେଅଧର ପୁଷ୍ଟ କରିଣ ପ୍ରହାରଇ ବେଗେ ।ଦୂଢ଼େ ଗିରିବର ଧରି ଉଭା ଚକ୍ରଧରପ୍ରଭୁଙ୍କ ମୁଷ୍ଟିରେ ଯାଇ ବାଜେ ବଜ୍ରଶର ।ଅକ୍ଷୟ ଅଜରାମର ଯେଉଁ ଚକ୍ରପାଣିଟେଳାପରା ସେ ତାହାକୁ କିଞ୍ଚିତରେ ମଣି ।ଦେଖିଣ ସୁରପତି ଯେ ପ୍ରଜ୍ଜ୍ୱଳିତ କୋପେପୁଣି ବଜ୍ର ଶକତି ଯେ ମାରେ ପରିତାପେ ।ଯେଉଁ ବଜ୍ର ଶକତିର ଅସୀମ ଶକତିତିଳଚୋପା ପ୍ରାୟ ହରି ତାହାକୁ ମଣନ୍ତି ।ଏରୂପେ ଇନ୍ଦ୍ର ବଜ୍ରକୁ ପିଟେ ବାରମ୍ୱାରପୂଜା ଭାଙ୍ଗିବାରୁ ମନେ ବହି ଅହଙ୍କାର ।ଯେଉଁ ବଜ୍ର ବାଜନ୍ତେଣ ମେରୁ ହୁଏ ଧୂଳିବ୍ରହ୍ମାଣ୍ଡ ନ ସହିପାରେ ଯାହାର ଆର୍ଦ୍ଦୋଳି ।ପାଞ୍ଚ ସାତ ବେଳଯାଏ ପିଟୁ ବଜ୍ର ଦଣ୍ଡଗୋବିନ୍ଦ ହସ୍ତରେ ବାଜି ହୁଏ ଖଣ୍ଡ ଖଣ୍ଡ ।ଦେଖିକରି ସୁରପତି ଆଶ୍ଚର୍ଯ୍ୟ ହୋଇଲାକୋପଭରେ ଆର୍ଦ୍ରାବଳି ବାହୁଡ଼ି ଘେନିଲା ।ଅମୋଘ ଶକତି ଶର ପୂରାଇ ଝଟତିନାରାୟଣ ଉପରକୁ ପେଶେ ଶଚୀପତି ।ଶ୍ରୀକରେ ନାରାଚ ବାଜି ଭଗ୍ନ ହୋଇଗଲାଦେଖିଣ ଇନ୍ଦ୍ର ଦେବତା ଗୁରୁ କୋପକଲା ।ପୁଣ ପାଞ୍ଚଗୋଯି ଶର ଆକର୍ଣ୍ଣି ଓଟାରିଚକ୍ଷୁ ପିଛଡ଼ା ମାତ୍ରକେ ପେକ୍ଷେ ବଜ୍ରଧାରୀ ।ତା ପଛେ କୁହୁକ ଶର ଗୁଣରେ ଚଢ଼ାଇଗୋବିନ୍ଦଙ୍କ ଉପରକୁ ବିନ୍ଧିଲା ନିଠାଇ ।ଦେଖୁ ଦେଖୁ ନାରାଚେ ଯେ ଶୂନ୍ୟମାର୍ଗେ ଚଳିଗଗନ ପଥେ ଅଦୃଶ୍ୟ ହେଲେ ଅଂଶୁମାଳୀ ।ବ୍ରହ୍ମଲୋକ ପରିଯନ୍ତେ ଘୋଟିଲା ସେ ଶରଦେଖି ଚତୁରବଦନ ହୋଇଲେ କାତର ।ଅନ୍ତର୍ଗତେ ଜାଣିଲେକ ଦେବ ପଦ୍ମଯୋନିନ ଜାଣିଣ ମନ୍ଦପଣ କରେ ବଜ୍ରପାଣି ।ହୃଦେ ଭାଳିଲେ ଦେବେନ୍ଦ୍ର ହୋଇଲା ତ ବାଇକାହାର ସଙ୍ଗତେ ଯାଇ ବିବାଦ କରଇ ।ଏତେ ଭାଳିଣ ମରାଳ ପିଠିପରେ ବସିଇନ୍ଦ୍ର ଗୋବିନ୍ଦ ନିକଟେ ମିଳିଲେକ ଆସି ।ବିଧାତା ବୋଇଲେ ଇନ୍ଦ୍ର ହେଲୁ ଜ୍ଞାନଧ୍ୱଂସକେତେ ଉପଦ୍ରବ କଲା ଦୁଷ୍ଟ ଦୈତ୍ୟ କଂସ ।ଦେବତାଙ୍କୁ ଝିଙ୍ଗାସିଣ ଭାଙ୍ଗି ସ୍ୱର୍ଗପୁରଅଳକାପୁରରେ ପଶି କଲା ନାରଖାର ।ତାର ପାଦଭାର ପୃଥ୍ୱୀ ନ ପାରଇ ସହିଅତି ବ୍ୟାକୁଳେ ଆମ୍ଭଙ୍କୁ ସେ କଥା ଜଣାଇ ।ଆମ୍ଭେ ଯାଇ ଶ୍ରୀହରିଙ୍କୁ ସେ ବାର୍ତ୍ତା ଦିଅନ୍ତେମାନବ ରୂପରେ ପ୍ରଭୁ ଜନମିଲେ ମର୍ତ୍ତେ ।ରଙ୍ଗ ଅବତାର ରୂପ ଧଇଲେ ଶ୍ରୀବତ୍ସିଏତେକଥା ମନରୁ ତୁ ଦେଲୁ କେହ୍ନେ ଲେଛି ।ଷଣ୍ଢା ଶକଟା ଯାମଳା ପୂତନା ମାଇଲେବତ୍ସା ଅଘା ବକା ଆଦି ଅଖଡ଼େ ନାଶିଲେ ।ଗୁପତେ ନନ୍ଦ ଗୃହରେ ଗୁପ୍ତ ହୋଇଛନ୍ତିଦୈତ୍ୟଙ୍କୁ ମାରି ଉଶ୍ୱାସ କରିଦେବେ ପୃଥ୍ୱୀ ।ଆଉ ଅଳପ ଦିନରେ କଂସ ହେବ ନାଶତେବେ ସେ ପୃଥିବୀଭାରା ହୋଇବ ଉଶ୍ୱାସ ।ଦ୍ୱାପରେ ମହାଭାରତ ସମର ଲାଗିବରୁଣ୍ଡ ହୋଇବେ ସେଠାରେ ଲକ୍ଷେ ରାଜଦେବ ।କୁରୁ ପାଣ୍ଡବଙ୍କ ତହିଁ ହୋଇବ ସମରସାତତାଳ ବହିଯିବ ରଣେ ରକ୍ତଧାର ।ଶ୍ରୀକୃଷ୍ଣ ପାଣ୍ଡବ ପକ୍ଷ ହୋଇ ଦୁଷ୍ଟନାଶିମହୀଭାରା ଉଶ୍ୱାସିବେ ଦେବ ହୃଷୀକେଶୀ ।ଦେଖୁ ଦେଖୁ ଜାଣି ଶୁଣି ହେଲୁ ଜ୍ଞାନହୀନଚିହ୍ନି ନ ପାରିଲୁ ଭୋଳେ ବିଷ୍ଣୁ ଚିହ୍ନ ବର୍ଣ୍ଣ ।ଅଶେଷ କୋଟି ବ୍ରହ୍ମାଣ୍ଡ କର୍ତ୍ତା ଯେଉଁ ହରିତାଙ୍କ ତୁଲେ ବିବାଦ ତୁ କେଉଁଗୁଣେ କରି ।ବେଳେ ବେଳେ ବିପଦରୁ କରନ୍ତି ସେ ରକ୍ଷାସେବକ ହୋଇ ଠାକୁର ସଙ୍ଗେ କରୁ କକ୍ଷା ।ଯେବଣ ବଜ୍ର ବାଜନ୍ତେ ମେରୁ ହୋଏ ନାଶଏତେ ପ୍ରହାରିଲୁ ହେଲା ତାହାଙ୍କର କିସ ।ଶୁଣିକରି ସୁରପତି ହୋଇଲା ଲଜ୍ଜିତବିଚାରଇ କଲି ମୁହିଁ ବଡ଼ ମନ୍ଦକୃତ୍ୟ ।ବ୍ରହ୍ମାଙ୍କୁ କର ଯୋଡ଼ିଣ ବୋଲେ ପୁରନ୍ଦରଭୋ ସ୍ୱାମୀ ଏ ଅପରାଧୁ ମୋତେ ତ୍ରାହିକର ।ସର୍ବଦାକାଳେ ମୁହିଁ ତ ଗୋବିନ୍ଦ ସେବକଜାଣୁ ଜାଣୁ ଅନ୍ଧ ମୁହିଁ ହୋଇଲି ପ୍ରତ୍ୟକ୍ଷ ।ସେବକ ହୋଇ ଠାକୁରେ କଲି ମହାଦୋଷଆପଣାର ଯଶକୀର୍ତ୍ତି ଆପେ କଲି ନାଶ ।ଏ ଦୋଷରୁ ପ୍ରତିକାର କର ବେଦପତିତୁମ୍ଭର ପ୍ରସାଦେ ପାର ହେଉ ମୋ ଦୁର୍ଗତି ।ମୁହିଁ ମହାଦ୍ରୋହ ପିତା କଲଇଁ ନ ଜାଣିନ ପୁଣ ମୋ ଅଧିକାର ନ୍ୟନ୍ତି ଚକ୍ରପାଣି ।ବ୍ରହ୍ମାଏ ବୋଇଲେ ସେ ତ ପରଲୋକବନ୍ଧୁଦୟାର ସାଗର ନାଥ କୃପା ଜଳସିନ୍ଧୁ ।ସ୍ଥାବର ଜଙ୍ଗମ କୀଟ ପତଙ୍ଗ ସବୁହିଁଶତ୍ରୁ ମିତ୍ର ଏମାନଙ୍କଠାରେ ଯାର ନାହିଁ ।ଏହାଙ୍କର ଦୋଷମାନ କରନ୍ତି ଯେ କ୍ଷମାଅଗୋଚର ଅଟଇ ଯେ ତାହାଙ୍କ ମହିମା ।ତୋତେ କିପାଁ କ୍ରୋଧମନ କରିବେ ସେ ହରିଯେତେ ଅପରାଧ ତାହା ଦେବା କ୍ଷମାକରି ।ବ୍ରହ୍ମାଙ୍କର ନିରାଧାର ଶୁଣି ସୁରପତିଅଇରାବତ ପିଠିରୁ ଉତୁରି ତଡ଼ତି ।ତେତିଶ କୋଟି ଦେବତା ଘେନି ସଙ୍ଗତରସମସ୍ତେ ମିଳିଲେ ଯାଇଁ ଶ୍ରୀକୃଷ୍ଣ ପାଶର ।ଦେଖିଲେ ଗୋମତ ଗିରି ଧରି ଚକ୍ରପାଣିବିକ୍ରମ ସିଂହ ପରାୟେ ଶୋଭା ଠିଆଠାଣି ।ଗୋପନଗ୍ରେ ରହିଥିଲେ ଯେତେ ଗାଈ ବତ୍ସାସର୍ବେ ବିହରନ୍ତି ଗିରିତଳେ ଯେଝା ଇଚ୍ଛା ।ଗୋପୀ ଗୋପାଳ ସହିତେ ଅଛନ୍ତି ଯେ ପୂରିତିଳେମାତ୍ର ମନେ ଭୟନାହିଁ ଯେ କାହାରି ।ବାସବର ଆଜ୍ଞାପାଇ ମେଘେ ଗଲେ ଛାଡ଼ିପ୍ରଚଣ୍ଡ ଆଦିତ୍ୟ ତେଜ ଲାଗିଲା ବାହୁଡ଼ି ।ଖଣ୍ଡେ ଦୂରରୁ ବିଧାତା ଦେଖି ଦେବସ୍ୱାମୀମସ୍ତକରେ କରଦେଇ ହୋଇ ପରଣାମି ।ଇନ୍ଦ୍ର ଆଦି ଦେବତାଏ ହୋଇ ଏକଗୋଷ୍ଠୀଗୋବିନ୍ଦଙ୍କ ପାଦପଦ୍ମେ ଭକ୍ତିଭରେ ଲୋଟି ।ଉଠି କରପତ୍ର ଯୋଡ଼ି ସ୍ତୁତି ଆରମ୍ଭିଲେଶଚୀପତି ସହିତରେ ବ୍ରହ୍ମା ଆଦି ତୁଲେ ।ଜୟ ଜୟ ନାରାୟଣ ଚରାଚର ବ୍ୟାପୀଜୟ ଜୟ ନାରାୟଣ ତୁ ବ୍ରହ୍ମସ୍ୱରୂପୀ ।ଜୟ ଜୟ ନାରାୟଣ ଜଗଜ୍ଜନବନ୍ଧୁଜୟ ଜୟ ନାରାୟଣ କୃପାଜଳ ସିନ୍ଧୁ ।ଜୟ ଜୟ ନାରାୟଣ ପୁରାଣ ପୁରୁଷଜୟ ଜୟ ନାରୟଣ ଅନାଦି ରମେଶ ।ଜୟ ଜୟ ନାରାୟଣ ହେ ଦେବାଧିରାଜାଜୟ ଜୟ ନାରାୟଣ ହେ ଯାମଳାଭଞ୍ଜା ।ଜୟ ଜୟ ନାରାୟଣ କ୍ଷୀରୋଦନିବାସୀଜୟ ଜୟ ନାରାୟଣ ପ୍ରଭୁ ହୃଷୀକେଶୀ ।ଜୟ ଜୟ ନାରାୟଣ ଅଘା ବତ୍ସା ମରାଜୟ ଜୟ ନାରାୟଣ ଷଣ୍ଢା ପ୍ରାଣହରା ।ଜୟ ଜୟ ନାରୟଣ ବିପଦ ଭଞ୍ଜନଅଚ୍ୟୁତ ଦାସକୁ ପ୍ରଭୁ କର ପରିତ୍ରାଣ ।ଏସନକ ସ୍ତୁତି ଯହୁଁ କରିଲେ ଅମରେତେତିଶକୋଟି ଦେବତା ଇନ୍ଦ୍ର ସହିତରେ ।ଶୁଣିକରି ତୋଷମତି ହେଲେ ଯଦୁନାଥବାମକରେ ଗିରି ଧରି ହୋଇଛନ୍ତି ସ୍ଥିତ ।ବ୍ରହ୍ମା କରପତ୍ର ଯୋଡ଼ି ବୋଇଲେ ଏସନଶୁଣିବା ହେ ମହାପ୍ରଭୁ ମୋର ନିବେଦନ ।ଏ ଇନ୍ଦ୍ର ମୂର୍ଖପଣରେ ଅର୍ଜିଅଛି ଦୋଷତୁମ୍ଭେ କୋପ କରନ୍ତେଣ ନିଶ୍ଚେ ଯିବ ନାଶ ।ତୁମ୍ଭେ ସିନା ଇନ୍ଦ୍ରପଦ ଦେଇଛ ଏହାକୁଯାହାକୁ ସ୍ଥାପିଛ ଆପେ ନ ନାଶ ତାହାକୁ ।ନିହନ୍ତା ବିହନ୍ତା ତୁମ୍ଭେ ସୃଷ୍ଟିର କରତାତୁମ୍ଭେ କୋପିଲେ ଜଗତେ କେ ତାକୁ ରଖନ୍ତା ।ଏତେ ବୋଲିଣ ବିଧାତା ମହାମନ୍ତ୍ର ଗୁଣିଡାହାଣାବର୍ତ୍ତ ଶଙ୍ଖରେ ପୁରାଇଣ ପାଣି ।ତିଳ ତୁଳସୀ ସହିତେ ଅଷ୍ଟରତ୍ନ ଯେତେପକାଇଣ ଅଭିଷେକ କରେ ତୋଷ ଚିତ୍ତେ ।ଜାହ୍ନବୀ ଯେ ଗୋଦାବରୀ ପୁଣ୍ୟତୋୟା ନଦୀସରସ୍ୱତୀ ଭାନୁମତୀ ନର୍ମଦା ପ୍ରସିଦ୍ଧି ।କୃଷ୍ଣାବେଣୀ ଗଙ୍ଗା ବଦରିକା ଯେ କାବେରୀଏମାନଙ୍କରୁ ଅମରେ ଆଣି ତୀର୍ଥବାରି ।ସୁବର୍ଣ୍ଣ କୁମ୍ଭେ ପୂରାଇ ତାକୁ ବେଦବରଅଭିଷେକ କଲେ ନେଇ ଗୋବିନ୍ଦ ପୟର ।ସନକ ଯେ ସନାତନ ସନନ୍ଦ ମହର୍ଷିବଶିଷ୍ଟ ପ୍ରଚେତା ବାଲମୀକ ବ୍ରହ୍ମଋଷି ।ଗଉତମ ଭରଦ୍ୱାଜ ଅଙ୍ଗିରା ଅଗସ୍ତିବିଭାଣ୍ଡକ ଋଷ୍ୟଶୃଙ୍ଗ ବିଶ୍ରବା ପୌଲସ୍ତି ।ଭୃଗୁ ଭାର୍ଗବ ଚ୍ୟବନ ଗାର୍ଗବ ନନ୍ଦନଦୁର୍ବାସା ମୁନି କପିଳ କଣ୍ୱ ତପୋଧନ ।ଅଷ୍ଟବକ୍ର ସହିତରେ ଥିଲେ ଋଷି ଯେତେବାଳଖିଲ୍ୟା ଘେନି ତହିଁ ମିଳିଲେ ସମସ୍ତେ ।ରାଜଋଷି ନାଗଋଷି ବ୍ରହ୍ମର୍ଷି ଦେବର୍ଷିଯିଏ ଯେଉଁଠାରେ ଥିଲେ ମିଳିଲେକ ଆସି ।ବିଦ୍ୟାଧର ଗନ୍ଧରବେ ଯକ୍ଷ ଯେ କିନ୍ନରରବି ମଙ୍ଗଳ ଯେ କେତୁ ଯୋଗ ତାର ବାର ।ପାର୍ବତୀଙ୍କି କୋଳେ ଘେନି ପ୍ରଭୁ ସଦାଶିବଡମ୍ୱରୁ ହସ୍ତରେ ଧରି ଆରୋହି ବୃଷଭ ।ରୁଦ୍ରଗଣ ଘେନି ତହିଁ ମଲିଲେକ ଆସିଦେଖିଲେ ମନ୍ଦର ଧରି ଉଭା ହୃଷିକେଶୀ ।ଶ୍ରୀହରିଙ୍କ ମୁଖ ଚାହିଁ ବୋଲନ୍ତି ଶଙ୍କରପର୍ବତକୁ ତଳେ ପକା ଆହେ ଚକ୍ରଧର ।ସାତଦିନ ହେଲା ସ୍ୱାମୀ ଧରିଅଛ ଗିରିହସ୍ତ ବ୍ୟଥା ପାଉଥିବ ହେ ମୂରଲୀଧାରି ।ବୃଥାରେ ଦେହକୁ କ୍ଳେଶ ନ ଦିଅନ୍ତୁ ଆଉଯଥାସ୍ଥାନେ ଗିରି ଥୁଅ ଆହେ ମହାବାହୁ ।ବ୍ରହ୍ମା ବୋଲେ ଅଟନ୍ତି ସେ ଦେବ ମାୟାଧରଅନାଦି ପୁରୁଷ ସେତ ସ୍ୱୟଂ ନିରାକାର ।ବ୍ରହ୍ମ ପ୍ରଳୟେ କୁରୁମ ସ୍ୱରୂପ ଧଇଲେଅଶେଷ ବ୍ରହ୍ମାଣ୍ଡ ତିଳ ପରାୟେ ବହିଲେ ।ବରାହ ସ୍ୱରୂପେ ଦନ୍ତେ ଧରି ବସୁନ୍ଧରୀନବଦ୍ୱୀପ ସପ୍ତସିନ୍ଧୁ ମେରୁ ଆଦିକରି ।ହୟଗ୍ରୀବ ରୂପେ ପୃଥ୍ୱୀ ବହିଥିଲେ ପୁଣିସୃଷ୍ଟି ସ୍ଥିତି ପ୍ରଳୟର ଯେ ପ୍ରଭୁ କାରେଣି ।କୋଟି ବ୍ରହ୍ମାଣ୍ଡ ଯାହାର ଉଦର ମଧ୍ୟରେଅଶେଷ ମହିମାଯାର କହନ୍ତେ ନ ସରେ ।ଏ କିସ ଭାର ହୋଇବ ସାମାନ୍ୟ ମନ୍ଦରବ୍ୟଥା ହେବ ବୋଲି କିପାଁ କହିଲ ଶଙ୍କର ।ଅଶେଷ ମହିମା ଯାର ଆଦି ଅନ୍ତ ନାହିଁନିମିଷେକ ଆନ ଆନ ରୂପକୁ ଯେ ବହି ।ମନ୍ଦର ପର୍ବତ ଅବା ଗୁରୁ ତାଙ୍କୁ କେତେବ୍ୟଥା ହେବ ବୋଲି ତୁମ୍ଭେ କହିଲ କେମନ୍ତେ ।ଏହାଙ୍କ ସେବକ ଅଟେ ବାସୁକି ଯେ ଅହିଅଶେଷ ବ୍ରହ୍ମାଣ୍ଡକୁ ସେ ଶିରେ ଅଛି ବହି ।ଅନନ୍ତ ମାୟାଧର ତ ପ୍ରଭୁ ଦଇତ୍ୟାରିତାହାଙ୍କର ମହିମା କେ ପାରେ ଆନ କରି ।ଏବେ କିପାଁ ବ୍ୟଥା ହେବ ପର୍ବତରୁ ବହିଏମନ୍ତେ ବେଦପତି ଯେ ଈଶ୍ୱରଙ୍କୁ କହି ।ପୁଣି କୃଷ୍ଣଙ୍କୁ ଚାହିଁଣ ବୋଲନ୍ତି ବିଧାତାଶିବ ବୋଲନ୍ତି ପର୍ବତ ରଖ ଆହେ ନାଥ ।ଶୁଣି ହରି ଥୋଇଲେକ ତାକୁ ଯଥାସ୍ଥାନେଅର୍ଘ୍ୟ ବନ୍ଦାଇଲେ ନେଇ ସର୍ବ ଦେବମାନେ ।ଆପଣେ ମୋହନ ମୂର୍ତ୍ତି ଧରୁ ଦେବରାୟେଯେ ଯାହାରେ ସେବା କଲେ ସର୍ବଦେବତାଏ ।ବୃହତ ସାମ ଗାୟନ କରନ୍ତି ଯେ ମୁନିଈଶ୍ୱର ଦେବତା ତୋଷେ କଲେ ଶିଙ୍ଗାଧ୍ୱନି ।ଅମର ଦୁନ୍ଦିଭି ବାଦ୍ୟ ବାଜେ ଅପ୍ରମିତଗନ୍ଧର୍ବ ବିଦ୍ୟାଧରୀଏ କଲେ ଆଗେ ନୃତ୍ୟ ।ଭକତ ଭାବରେ ଇନ୍ଦ୍ର ତୋଷିଲେ ଶ୍ରୀହରିଉପେନ୍ଦ୍ର ଦେବତା ନାମ ଦେଲେ ସେ ବିଚାରି ।ଶ୍ରୀକୃଷ୍ଣ ବୋଇଲେ ଦେବେଯାଅ ଯେ ଯାହାରେଚଳିଲେ ଦେବତାମାନେ ଶ୍ରୀହରି ଆଜ୍ଞାରେ ।ପୁଣି ବିଷ୍ଣୁ ମାୟା କଲେ ଗୋପାଳ ମୋହିତଯାହା ଦେଖୁଥିଲେ ତାହା ପାସୋରି ସମସ୍ତ ।ଯେ ଯାହାର ପୁରକୁ ସେ ଗଲେ ସର୍ବେ ଚଳିପୂର୍ବପର ଦେଖାଗଲା ସେହି ଗୋପସ୍ଥଳୀ ।ନନ୍ଦ ଯଶୋଦା ଆନନ୍ଦ କେ ପାରିବ କହିରାମକୃଷ୍ଣଙ୍କୁ କାଖରେ ଆଣିଣ ବସାଇ ।ଗୃହକୁ ସେ ଚଳିଗଲେ ଆନନ୍ଦ ମନରେଶୁକ ବୋଲୁଛନ୍ତି ଏହା ପରୀକ୍ଷ ଆଗରେ ।କୃଷ୍ଣଙ୍କର ବାଲ୍ୟଲୀଳା ଅପୂର୍ବ ଚରିତଭାଗବତ କୀର୍ତ୍ତି ଏ ତ ପୁଣ୍ୟମୟ ଗ୍ରନ୍ଥ ।ସେ ମନ୍ଦରଧାରୀ ହରି ହୃଦପଦ୍ମେ ଧ୍ୟାୟିଭାଷା ପ୍ରବନ୍ଧେ ଅଚ୍ୟୁତ ଦାସ ଯେ କହଇ ।