ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୨୩ / ୨୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଧନୁର୍ଭଗ୍ନ
ପରୀକ୍ଷିତ ପଚାରଇ ଶୁକ ମୁଖ ଚାହିଁଏଥୁଅନ୍ତେ କିସ ହେଲା କହ ହେ ଗୋସାଇଁ ।ବଦୟନ୍ତି ଶୁକମୁନି ଶୁଣ ନୃପବରଅନେକ ଭାବନା କରି କଂସ ମହାବୀର ।ଚାଣୁର ମୁଷ୍ଟିକ କୁବଳୟାକୁ ହକାରିଶ୍ରୀଛାମୁରେ ଆଜ୍ଞା ତାଙ୍କୁ ଦିଏ ଦଣ୍ଡଧାରୀ ।ତୁମ୍ଭେମାନେ ପ୍ରାଣସଖା କହିବଇଁ କିସକର୍ମରେ ଅଛି ମୋହର ଏଡ଼େକ ଭବିଷ୍ୟ ।ନ ଜାଣି ଅକ୍ରୂର ପେଷି ଆପେ କଲି ମନ୍ଦଧାତା ଆୟତ୍ତ କଥା ଏ ଉପୁଜିଲା ଦ୍ୱନ୍ଦ୍ୱ ।ଯଷ୍ଟିରେ ଉଠାଇଲି ମୁଁ ଶୋଇଥିବା ସର୍ପଜ୍ୱଳନ୍ତାନଳେ ଝାସିଲି ଏଡ଼େ ବଡ଼ ତପ ।ଜାଣୁ ଜାଣୁ କାନିରେ ମୁଁ ନିଆଁକୁ ବାନ୍ଧିଲିଭେଳାରେ ସିନ୍ଧୁକୁ ପାର ହେବା ବିଚାରିଲି ।କଉତୁକେ ଦୂତ ମୁହିଁ ପେଶିଲଇଁ ରଙ୍ଗେବାର୍ତ୍ତା ପ୍ରବେଶ ମାତ୍ରକେ ଧାଇଁଲେ ସେ ବେଗେ ।କାହାକୁ କହିବି ଏହା ଆପେ ଅରଜିଛିଜାଣୁ ଜାଣୁ କାଳକୁ ମୁଁ ଡକାଇ ଆଣିଛି ।କାହା ଆଗେ କହିବଇଁ ମୋ ହୃଦ ବେଦନାତୁମ୍ଭେମାନେ ମୋ ଆତ୍ମାକୁ ଅଟ ବଜ୍ରସେହ୍ନା ।ପାରିଲେ ରଖ ହେ ବୀରେ ବୁଦ୍ଧିବଳ ଥିଲେସର୍ବେ ନାଶଯିବା ରାମ ଅଚ୍ୟୁଚ ଅଇଲେ ।ନଗ୍ର ଭିତରକୁ ତାଙ୍କୁ ନ ଦିଅ ଯେ ଛାଡ଼ିବାହାର ଯାତ୍ରା ଦେଖିଣ ଯାଆନ୍ତୁ ବାହୁଡ଼ି ।ସମୟେ କୌଶଳ କରି ମାରିବା ଉପାୟେଏବେ କିରୂପେ ବଞ୍ଚିବା ଲାଗେ ବଡ଼ିଭୟେ ।ତୁହୋ କୁବଳୟା ଅଟୁ ମୋର ପ୍ରାଣସଖାଅନେକ ପ୍ରାକର୍ମ ତୋର କେ କରିବ ସଂଖ୍ୟା ।ଦଶ ଅରବୁଦ ରଥୀ ନେଇ ତୋର ତୁଲେନବରର ସିଂହଦ୍ୱାରେ ଆବୋରି ଥା ଭଲେ ।ପାଞ୍ଚମେବଚ୍ଛ ଯେ ଅଶ୍ୱ ମେବଚ୍ଛେକ ହସ୍ତୀସଙ୍ଗେ ରହିଥିବେ ଦଶଖର୍ବର ପଦାତି ।ଯେବେ କି ତୁହି ମୋହର ପ୍ରାଣକୁ କାରେଣିନଗରର ସିଂହଦ୍ୱାରେ ଆବୋରି ଏକ୍ଷଣି ।ଆଣ୍ଟରେ କବାଟ ପାଡ଼ି ଜଗିଥିବ ଦ୍ୱାରକାହାରିକୁ ପଶିବାକୁ ନ ଦେବ ଭିତର ।ଯଦ୍ୟପି ସେ ବ୍ରହ୍ମା ବିଷ୍ଣୁ ପୁରନ୍ଦର ହେବଅବଜ୍ଞା କରି ପଶିଲେ ମାରି ପକାଇବ ।କେବେ ନ ଛାଡ଼ିବ ତୁମ୍ଭେ ମୋହର ଶପଥଏସନକ ଆଜ୍ଞା ତାଙ୍କୁ ଦେଇ ନରନାଥ ।ପୁନରପି ଶ୍ରୀଚନ୍ଦନ ମାଳ ଆଦି ଦେଲାସେ ଚାଣୁର ମୁଷ୍ଟିକକୁ ବୁଝାଇ କହିଲା ।ପାରୁଶେ ବସାଇ କୋଳ ସମ୍ଭାଷଣ କରିବିନୟ ବଚନ ତାଙ୍କୁ ବୋଲେ ଦଣ୍ଡଧାରୀ ।ଦଇବ ବିପକ୍ଷ ମୋର ହେଲା ଏତେକାଳେକିଏ ମୋତେ ନ ଡରଇ ଅବା ଭୂମଣ୍ଡଳେ ।ବିଜୁଳିକନ୍ୟା ବଚନ ଫଳିଲାକ ଆସିପିମ୍ପୁଡ଼ିମାନେ କରୀକୁ ବଳାତ୍କାରେ ଗ୍ରାସି ।ସ୍ୱର୍ଗ ମଞ୍ଚ ପାତାଳାଦି ସବୁ କଲି ଜୟେଗୋରୁ ରଖୁଆଳେ ଦେଖାଯାନ୍ତି ଯମପ୍ରାୟେ ।କାହାକୁ କହିବି ଏହା ମୋ କପାଳ ମନ୍ଦଅକ୍ରୂରକୁ ପଠାଇଣ ଆରମ୍ଭିଲି ଦ୍ୱନ୍ଦ୍ୱ ।ଜାଣୁ ଜାଣୁ କାଳଫାଶ ଗଳାରେ ଭରିଲିପୀୟୁଷ ପରାୟ ମଣି ଗରଳ ଭକ୍ଷିଲି ।ଅକ୍ରୂର ନ ପେଷିଥିଲେ ନୁହନ୍ତା ଏ ଗୋଳଶୁଣିବା ମାତ୍ରକେ ଧାଇଁ ଅଇଲେ ଗୋପାଳ ।ଏ ଗୋପାଳେ ମୋତେ ପୁଣି କରିଛନ୍ତି ଯାହାସେ କଥା ମୁଁ କି କହିବି ଶୁଣିଛ କି ତାହା ।ଅସମ୍ଭବ ପରାକ୍ରମ ବହନ୍ତି ତ ପୁଣିକାଳ ଅବଳକୁ ଧାତା ଭେଟାଇଲା ଆଣି ।ଏଥିପାଇଁ ମୋର ମନେ ଉପୁଜଇ ଭୟବିଜୁଳିକନ୍ୟା ବଚନ ଘଟିବ ନିଶ୍ଚୟ ।ନବର ମଝିଦୁଆର ଥିବ ରକ୍ଷାକରିଚଉଷଠି ମାଲେ ଥିବେ ସଙ୍ଗତେ ତୁମ୍ଭରି ।ଅନେକ ନିର୍ବନ୍ଧେ ଥିବ କବାଟକୁ ପାଡ଼ିଆବୋରିଣ ବସିଥିବ ଦ୍ୱାରବନ୍ଧ ମାଡ଼ି ।ତୁମ୍ଭଙ୍କୁ ଅବଜ୍ଞା କରି ବଳେ ଯେ ପଶିବଉପ୍ରୋଧ ନ କରି ତାକୁ ମାରି ପକାଇବ ।ଉଗ୍ରସେନକୁ ବୋଇଲେ ଯାଅ ଆହେ ତାତବୁଝାଇ ଫେରାଇ ଦିଅ ଗୋପାଳ ପୁଅନ୍ତ ।ଚୌରାଶୀକୋଟି ଯାଦବେ ଏକ ଏକ କରିବିଶ୍ୱାସରେ ବିନୟରେ ସବୁଙ୍କୁ ତିଆରି ।ତୁମ୍ଭେମାନେ ମୋହର ଯେ ଅଙ୍ଗବଳ ସୈନିନବରକୁ ଜଗିଥିବ କରେ ଶସ୍ତ୍ରଘେନି ।କାହାରିକୁ ଜଣେ ଭିତରକୁ ନ ଛାଡ଼ିବଦୂରଦେଶୀ ଦେଖି ଦୂରୁଁ ବାହୁଡ଼ାଇ ଦେବ ।ପାହାରୀମାନଙ୍କୁ ଡାକି ବୋଲଇ ଏମନ୍ତନିର୍ବନ୍ଧରେ ଜଗିଥିବ ମୋ ପୁର ସମସ୍ତ ।ଏହିରୂପେ ଆଜ୍ଞାଦେଇ ଭୋଜ ନରପତିଭୟପାଇ ଭିତରରେ ପଶଇ ଝଟତି ।ଭିତର ଜଗତୀପରେ ବିଜେକଲା ଯାଇପଲ୍ୟଙ୍କ ପରେ ପହୁଡ଼େ ଚିନ୍ତାନ୍ୱିତ ହୋଇ ।ଇନ୍ଦ୍ରା ଗୋବିନ୍ଦ ଚାନ୍ଦୁଆ ଉପରରେଜ୍ୟୋତି ପ୍ରକାଶେ ମଧ୍ୟାହ୍ନ ଆଦିତ୍ୟ ପ୍ରକାରେ ।ଅପୁରୁବ ପାଟଝୁମ୍ପା ଲମ୍ୱେ ମାଳ ମାଳଜାଈ ଯୂଈ ମାଳତୀ ଯେ ସେବତୀ ବକୁଳ ।ସୁବାସିତ ପୁଷ୍ପହାର କେ କରିବ ଲେଖାଆକାଶ ଯାଏ ଲାଗିଛି ଜଗତୀର ଶିଖା ।ଆପଣେ ବିଶ୍ୱକର୍ମା ଯା ନିର୍ମାଣ କରିଛିତ୍ରିପୁର ଉପମା ତାକୁ କିଏ ଅବା ଅଛି ।ଅମର ସିଂହାସନରେ ଯେସନେ ବିଜୋଡ଼ାତେସନ ରୂପେ ବିଜୟ କଂସ ମହାରାଜା ।ଚାରିପାଶେ ଖଟିଛନ୍ତି ଲକ୍ଷେ ବିଳାସିନୀପାଶେ ରହିଛନ୍ତି ହେତୀ ପ୍ରହେତୀ ଏ ବେନି ।ମନେ ଭୟକରି ଜଳାକବାଟକୁ ଫେଇନିରେଖିଣ ଦୈତ୍ୟପତି ସମସ୍ତ ଦେଖଇ ।ଏଥୁ ଅନନ୍ତରେ କୁବଳୟା ନାମେ ଗଜଦଶଅର୍ବୁଦ ହସ୍ତୀ ଯେ ଘେନି ହେଲା ସଜ ।ସିଂହଦୁଆର ଯାଇଣ ରହିଲା ଆବୋରିଗଜଙ୍କ ପରେ ମାହୁନ୍ତେ ଯାଇ ବିଜେକରି ।ପାଇକ ରାଉତ ଆଦି ଲମ୍ୱହତା ଜେନାଯେ ଯାହାରେ ରହିଲେ ସେ ଧରୀ ତୀକ୍ଷ୍ଣମୁନା ।ଅନେକ ରଥ ପଦାତି ବଳ ଅପ୍ରମିତାରହିଲେ ସେ ଯେ ଯାହାରେ ଏକୁ ଆରେ ଜିତା ।କଂସ ରାଜାର ଆଜ୍ଞା ତ ଅଟଇ ଅଟଳପ୍ରଥମ ଦ୍ୱାର ଆବୋରି ରହିଲେ ସକଳ ।ଯେବଣ ନାଗେ ଦିଶନ୍ତି ପର୍ବତ ପରାୟେନିମିଷକେ ଗମନ୍ତି ଯେ ସସ୍ରଯୁଣ ଯାଏ ।କଂସଠାରୁ ମହାବଳୀ ଯେଉଁ ଗଜମାନେଦ୍ୱାର ଆବୋରି ରହିଲେ ସେ ନିର୍ଭୟ ମନେ ।ରେରେକାର କରି ସୈନ୍ୟ ରହିଲେ ଯେଝାରେପୃଥ୍ୱୀ ଦଲ ଦଲ ହୁଏ ଚରଣ ଭାରାରେ ।ମଝି ଦ୍ୱାରରେ ରହିଲେ ଚାଣୁର ମୁଷ୍ଟିକଚଉଷଠି ମହାମଲ୍ଲ ପ୍ରତିଜ୍ଞା ସାର୍ଥକ ।କରେ ଅସ୍ତ ଶସ୍ତ୍ର ଘେନି ନିଶକୁ ଫୁଲାଇବାହା ମୋଡ଼ି ରହିଲେ ସେ ମନେ ଗର୍ବ ବହି ।ଭୟ ପାଇ ପୁରବାସୀ କବାଟ କିଳିଲେଯେ ଯାହାର କୁଟୁମ୍ୱଙ୍କୁ ଜଗିଣ ରହିଲେ ।ଚୌରାଶୀ କୋଟି ଯାଦବେ ଏକୁଏକ ବଳୀଯେ ଯାହାରେ ରହିଲେ ସେ ଶସ୍ତ୍ରମାନ ତୋଳି ।ସାତତାଳରେ ଉତ୍ସର୍ଗ ଗଡ଼ର ପାଚେରୀଯମଦେବ ହେଲେ ତହିଁ ପଶି ଯେ ନ ପାରି ।ଜଳାକବାଟି ଫେଇଣ କଂସ ନରପତିଭୟେ ଚାହୁଁଅଛି ନେତ୍ର ବୁଲାଇ ଚୌକତି ।ଅପଲକ ଭାବେ ରାଜା ଦେଇଅଛି ଦୃଷ୍ଟିଗୋପାଳେ ପୂରି ଅଛନ୍ତି ଚରାଚର ସୃଷ୍ଟି ।ଶୁକମୁନି ବୋଇଲେକ ଆହେ ପରୀକ୍ଷିତହରିବଂଶ କଥା ଶୁଣି ହୁଅ ପୁଣ୍ୟବନ୍ତ ।ଏଥୁ ଅନନ୍ତରେ ହଳୀସହ ବନମାଳୀଗୋପପୁଅମେଳେ ରଙ୍ଗ ସଭାତଳେ ମିଳି ।ଦେଖନ୍ତି ସେ ରଙ୍ଗସଭା ଅତି ଶୋଭାପାଏଅଳକା ଭୁବନ ପ୍ରାୟ ଦିଶେ ତେଜୋମୟେ ।ଚଉଦ ଭୁବନେ ନାହିଁ ତାକୁ ପଟାନ୍ତରଦେଖିଣ ସନ୍ତୋଷ ହେଲେ କୃଷ୍ଣ ହଳଧର ।ନବରତନେ ନିର୍ମିତ ରହିଅଛି ଧନୁଦେଖିଲେ ଭୟ କରନ୍ତି ବିବୁଧାଦି ମନୁ ।ଉଗ୍ରସେନ ରାଜା ଯାତ୍ରା କରାଉଣ ଥିଲେରାମ କୃଷ୍ଣ ଆସିବାର ନୟନେ ଦେଖିଲେ ।ଆସ୍ଥାନ ତେଜି ଉଠିଲେ ଅତି ତ୍ୱରାହୋଇମନେ ମନେ ଆନନ୍ଦିତ ହୋଏ ରୂପ ଚାହିଁ ।ଶ୍ରୀଜଗବନ୍ଦନ ନାଥ ଅବ୍ୟକ୍ତ ସ୍ୱରୂପଅଶେଷ କୋଟି ବ୍ରହ୍ମାଣ୍ଡେ ଯାହାଙ୍କର ଧାପ ।ରେଖାରୂପ ବର୍ଣ୍ଣମାନ ଯାହାଙ୍କର ନାହିଁଦେହବନ୍ତ ହୋଇଛନ୍ତି ଭୃତ୍ୟଜନ ପାଇଁ ।ବାଳଗୋପାଳ ସ୍ୱରୂପ ଧରି ଦେବସ୍ୱାମୀସଭାତଳରେ ମିଳିଲେ ଯାଇଁ ଅନ୍ତର୍ଯ୍ୟାମୀ ।ପୃଥିବୀ ଉପରେ କିବା ବିଜେ ନିଶାକରତେସନ ଶୋଭା ଦିଶନ୍ତି ରାମ ଦାମୋଦର ।ବିଶ୍ୱରୂପ ପ୍ରକାଶିଲେ ପ୍ରଭୁ ଦେବରାୟେସଙ୍ଗତରେ ରହିଛନ୍ତି ସର୍ବ ଗୋପପୋଏ ।ଅଶେଷ କାମରୂପୀ ଯେ ପ୍ରଭୁ ବିଶ୍ୱବାସୀଯେ ଯେଉଁ ରୂପ ଭାବଇ ତାକୁ ତେହ୍ନେ ଦିଶି ।ଜଳସ୍ଥଳ ପାତାଳାଦି ଅନଳରେ ପୂରିଯେଉଁରୂପେ ଭାବିବ ସେ ଦିଶନ୍ତି ସେପରି ।ସବୁରି ମନ ଭିତରେ ଛନ୍ତି ନାରାୟଣଜଣ ଜଣକୁ ଦିଶନ୍ତି ମୂର୍ତ୍ତି ଆନୁଆନ ।କୁଶବଟୁ ଭୁବନରେ ଧାତା ରହିଥିଲେଗୋବିନ୍ଦ ମଥୁରା ବିଜେ ଧ୍ୟାନରେ ଜାଣିଲେ ।ତକ୍ଷଣେ ହଂସ ବାହାନେ ବସି ପଦ୍ମଯୋନିଅର୍ଦ୍ଧଆକାଶେ ବିଜୟ କଲେ ଶିଷ୍ୟ ଘେନି ।ଶିଷ୍ୟ ଗୋଟିକେ ଅର୍ବୁଦେ ବାଳଖିଲ୍ୟା ଖଟିବାଳଖିଲ୍ୟା ଗୋଟିକେ ଯେ ବ୍ରହ୍ମବେତ୍ତାକୋଟି ।ଏକ ବ୍ରହ୍ମାବେତ୍ତା ସଙ୍ଗେ ସହସ୍ରେକ ଋଷିତାଙ୍କ ସଙ୍ଗେ ମିଳିଲେକ କେତେ ମହାଋଷି ।ଅଗସ୍ତି ଅଙ୍ଗିରା ଆଦି ବଶିଷ୍ଠ ପ୍ରଚେତାମରୀଚି ଋଷି ତୁଲରେ ବହୁ ବ୍ରହ୍ମବେତ୍ତା ।ଭୃଗୁ ଭାର୍ଗବ ଯେ ବିଭାଣ୍ଡକ ତପୋଧନଶୁକ ସନଳ ଜନକ ବିଶ୍ୱାମିତ୍ର ପୁଣ ।ଜୈମିନି ସୁମନ୍ତ୍ରକ ଯେ ନାରଦ ପ୍ରଭୃତିଏହିପରି ମିଳିଲେକ ଆସି କେତେ ଯତି ।ଭରଦ୍ୱାଜ ଗଉତମ ବାଲମୀକ ମୁନିପଉଲସ୍ତି କଉଶିକ ପରାଶର ଘେନି ।ନାମ ଧରି ଏକେ ଏକେ କହିବଇଁ କେତେଅର୍ଦ୍ଧ ଆକାଶେ ରହିଲେ ଆସିଣ ସମସ୍ତେ ।ଦେଖନ୍ତି ଯେ ବିଶ୍ୱରୂପ ମହାତେଜ କାୟେଅଶେଷକୋଟି ସୂର୍ଯ୍ୟ କି ମଞ୍ଚରେ ଉଦୟେ ।ନିର୍ମଳ ନିର୍ବିକଳ୍ପ ଯେ ପ୍ରଭୁ ନିରଞ୍ଜନନିରାକାର ଜ୍ୟୋତି ପରକାଶ ତ୍ରିଭୁବନ ।ଆଦିଅନ୍ତ ମଧ୍ୟ ପୁଣି ଯାହାଙ୍କର ନାହିଁବ୍ରହ୍ମଲୋକ ପରିଯନ୍ତେ ତେଜ ବିକାଶଇ ।ଦେଖି କରି ପିତାମହ କଲେ ବେଦଧ୍ୱନିଆନନ୍ଦରେ ସ୍ତବପାଠ କରନ୍ତି ଯେ ମୁନି ।ଗୋବିନ୍ଦ ମଥୁରା ବିଜେ କରନ୍ତି ସରାଗେବୃହସ୍ପତି ଜଣାଇଲେ ପୁରନ୍ଦର ଆଗେ ।ଭୋ ଦେବ ହେ ଶଚୀପତି ସାବଧାନେ ଶୁଣମଥୁରାରେ ବିଜେକଲେ ଦେବ ନାରାୟଣ ।ଅଶ୍ରୁତି ଅଦୃଷ୍ଟି ଅଟେ ଯାହାଙ୍କର କାୟେମ୍ଳେଚ୍ଛ ସଂହାର କରିବେ ଯେଉଁ ଦେବରାୟେ ।ରଙ୍ଗସଭାତଳେ ଉଭା ସେ ପ୍ରଭୁ ଗୋବିନ୍ଦବଳଦେବ ଆଦି ସଙ୍ଗେ ଛନ୍ତି ଗୋପବୃନ୍ଦ ।ପୃଥ୍ୱୀଭାରାଭର ଆଜୁଁ ହୋଇବ ଉଶ୍ୱାସଏହିଦିନ ଅସ୍ତ ବେଳେ କଂସ ଯିବ ନାଶ ।ହବିର୍ଭାଗ ପାଇବଟି ଆଜି ବୈଶ୍ୱାନରଟଳମଳ ବସୁନ୍ଧରା ଆଜୁଁ ହେବ ସ୍ଥିର ।ଆଜିଠାରୁ ଗୋପପୁର ଛାଡ଼ିଲେ ଶ୍ରୀହରିଗୋପୀମାନଙ୍କ ଉପରେ ଥିଲେ ଶ୍ରଦ୍ଧାକରି ।ଗୋପାଳଙ୍କ ସଙ୍ଗେ ଗାଈ ଚରାଉଣ ଥିଲେଏକାବେଳେ ମନୁ ତାଙ୍କୁ ମୁରୁଛିଣ ଦେଲେ ।ଆଜହୁଁ ହୋଇବେ ହରି ଶଙ୍ଖ ଚକ୍ରଧାରୀକହନ୍ତି ଯେ ବୃହସ୍ପତି ଇନ୍ଦ୍ରଙ୍କୁ ହକାରି ।ଶୁଣିଣ ଆନନ୍ଦ ହେଲେ ବିଡ଼ୋଜାଦି ଦେବାବୋଇଲେ ବିଷ୍ଣୁଙ୍କୁ ଯାଇ ଦର୍ଶନ କରିବା ।ତତକ୍ଷଣେ ଆରୋହିଣ ଯେ ଯାହା ବାହନଦେବ ଗନ୍ଧର୍ବ କିନ୍ନର ଅପସରାଗଣ ।ଦିଗପାଳ ସହିତରେ ସଜବାଜ ହୋଇଅଧାସ୍ୱର୍ଗେ ମିଳିକରି ଦେଖନ୍ତି ମାଧୋଇ ।ଗନ୍ଧରବେ ନାନା ଗୀତ ଗାଆନ୍ତି ସୁସ୍ୱରେନାନା ଯସ୍ତ୍ର ଅଳାବେଣୀ ବଜାଇ ଯେଝାରେ ।କଂସାଳ ବାଇ ଆନନ୍ଦେ ଗାଇଲେକ ଗୀତଦୁନ୍ଦୁଭିର ଶବ୍ଦ ପୁଣି ଶୁଭେ ଅପ୍ରମିତ ।ଢାଳନ୍ତି ଚାମରମାନ କରି ପୁଷ୍ପ ବୃଷ୍ଟିଅପୂରୁହ ଶୋଭାବନ ଦିଶେ ନବସୃଷ୍ଟି ।ଚିରାଳ ଯେ ଏକଲକ୍ଷ ଲମ୍ୱେ ମାଳ ମାଳଆନନ୍ଦରେ ହରିଧ୍ୱନି କରନ୍ତି ସକଳ ।ଗୋବିନ୍ଦ ଲୀଳା କୌତୁକ ଦେଖିବାର ପାଇଁଅନେକ ସମ୍ଭର୍ବେ ବିଜେକଲେ ସୁରସାଇଁ ।ଅନ୍ତର୍ଦ୍ଧାନ ହୋଇ ରହିଲେକ କିଛି ଦୂରେଈଶ୍ୱର ବାର୍ତ୍ତା ପାଇଣ କୌଳାସକନ୍ଦରେ ।ଏକାଦଶ ରୁଦ୍ରମୂଳେ ନନ୍ଦୀ ଯେ ଭ୍ରୂକୁଟୀଗିରିଲିଙ୍ଗ ଅଷ୍ଟଶମ୍ଭୁ ଚଉଷଠି କୋଟି ।ଜୟନ୍ତ ଅଜୟନ୍ତ ଯେ କାର୍ତ୍ତିକ ଗଣେଶଯେ ଯାହା ବାହନ ଚଢ଼ି ରହିଲେ ଆକାଶ ।ଗଙ୍ଗା ଗିରିଜା ବାରାହୀ ଦେବୀ ବସୁମତୀଏ ଚାରି ଭାରିଯା ଛନ୍ତି ଈଶ୍ୱରଙ୍କ କତି ।ବୃଷଭ ପିଠିରେ ବିଜେ କରିଲେ କପାଳୀଅନ୍ତରୀକ୍ଷରେ ଦେଖନ୍ତି ରାମକୃଷ୍ଣ କେଳି ।ଦେଖାଇଲେ ବିଶ୍ୱରୂପ ତାଙ୍କୁ ଦେବରାୟେସାନନ୍ଦରେ ସଦାନନ୍ଦ କଲେ ଜୟେ ଜୟେ ।ଇନ୍ଦ୍ର ପଚାରନ୍ତି ବୃହସ୍ପତି ମୁଖ ଚାହିଁବ୍ରହ୍ମା ବିଷ୍ଣୁ ରୁଦ୍ର ମିଳିଲେକ ଏକଠାଇଁ ।ପୂର୍ବରେ ଅନେକ ପୁଣ୍ୟ ଯେହୁ ଅର୍ଜିଥାଇଏ ତିନି ଦେବଙ୍କୁ ଏକଠାବରେ ଦେଖଇ ।ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚତୁର୍ଭୁଜକୋଟି ଆଦିତ୍ୟରୁ ବଳି ଦେଖାଯାଏ ତେଜ ।ଶିରରେ ମୁକୁଟ ହୃଦେ କଉସ୍ତୁଭମାଳାବିଦମୁଦୀ କରେ ଶୋହେ ପାଦେ ଜଗଦ୍ବଳା ।ବାମେ ସରସ୍ୱତୀ ଦକ୍ଷିଣରେ କମଳିନୀଶ୍ରୀବତ୍ସଲାଞ୍ଛନ ହୃଦେ ଶୋଭାପାଏ ପୁଣି ।ସୁବର୍ଣ୍ଣର ଜ୍ୟୋତି ପ୍ରାୟ କଳେବର କାନ୍ତିବଇକୁଣ୍ଠ ନାରାୟଣ ରୂପକୁ ଦେଖାନ୍ତି ।ଆବର ଯେତେ ଦେବତା ଭିନ୍ନେ ଭିନ୍ନେ ଚାହିଁଜଣେ ଜଣେ ରୂପ ଦେଖି ହୁଅନ୍ତି ଯେ ମୋହି ।ଯାତ୍ରାରେ ଥିବା ଲୋକ ଯେ ମନେ ବିଚାରନ୍ତିଦେଖିନାହୁଁ କେଉଁଠାରେ ଏସନକ ମୂର୍ତ୍ତି ।ଆକାଶୁ ଖସି ପଡ଼ିଲେ କିବା ରବି ଶଶୀକାମଦେବ ମର୍ତ୍ତ୍ୟରେ କି ବିଜେକଲା ଆସି ।କୋଟି କନ୍ଦର୍ପ ସ୍ୱରୂପ ହେଲା କିବା ଠୁଳତେସନ ଦେଖା ଯାଆନ୍ତି ଏ ଗୋପାଳବାଳ ।କେତେକାଳେ ଧାତା ୟାଙ୍କୁ ଗଢ଼ିଥିଲା ବସିପୁରୁଷ ଉତ୍ତମ ଏ ତ ରୂପ ଗୁଣ ରାଶି ।କେଉଁ ରମଣୀ ଏହାଙ୍କୁ ଗର୍ଭୁ ଜାତ କଲାଅନାଦି ଅପର୍ଣ୍ଣା ନିଶ୍ଚେଁ ଅଟଇ ସେ ଭଲା ।କୁମୁଦବନ ମଧ୍ୟେ କି ଚନ୍ଦ୍ର ବିକାଶିଲାଆଜି ଏହି ଯାତ୍ରାଗୋଟି ଶୋଭାକୁ ପାଇଲା ।କି କରି ବର୍ଣ୍ଣିବା ପୁଣି ଏହାଙ୍କର ଗୁଣଈଶ୍ୱର କି ପୁରନ୍ଦର କିବା ନାରାୟଣ ।ମାନବ ପ୍ରାୟ ତ ଦେଖା ନ ଯାନ୍ତି ଏ ବେନିଏହିରୂପେ ଲୋକମାନେ ଭାଳନ୍ତି ସେ ପୁଣି ।ଜାଣିବା ଲୋକେ ବୋଇଲେ କାହ୍ନୁ ସଙ୍କର୍ଷଣଯଶୋଦା କୋଳେ ଜାତ ଏ ନନ୍ଦର ନନ୍ଦନ ।ଗୋପପୁରେ ବଢ଼ିଲେ ଏ ଗୋପାଳଙ୍କ ସଙ୍ଗେଅନେକ ଗୁଣ ଅଛଇ ଏହାଙ୍କର ଅଙ୍ଗେ ।ଅକ୍ରୂର ଶ୍ରୀମୁଖ ଘେନି ଯାଇଥିଲା ଆଣିରାଜା ଆଜ୍ଞା ପ୍ରମାଣରେ ଅଇଲେ ଏକ୍ଷଣି ।ଥୋକେ ବୋଲନ୍ତି ରାଜାଙ୍କୁ କହିବା ଯେ ଏହାଥୋକେ ବୋଲନ୍ତି ଅଟନ୍ତି ରାଜାଙ୍କ ଦୋରେହା ।ନାନା ଉପଦ୍ରବ କରୁଥିଲେ ଗୋପେ ଥାଇସେ ଘାନ୍ତି ଉବୁରି ଥିଲେ ଏଥୁ ଯିବେ କାହିଁ ।କାଳବେଳ ଜାଣି ଦୈବ ଆଣିଛି କଢ଼ାଇନଗ୍ର ନର ନାରୀମାନେ ବିଚାରନ୍ତି ରହି ।ଥୋକାଏ ଦେଖିଣ ମନେ ପାଇଲେକ ବ୍ୟଥାଏହାଙ୍କୁ ରକ୍ଷା କରନ୍ତୁ ତ୍ରୈଲୋକ୍ୟ କରତା ।କଂସର କଣ୍ଠରେ ଯାଇ ସରସ୍ୱତୀ ବସୁପାପ କ୍ଷୟ ଯାଉ ତାର ଗୁଣ ପରକାଶୁ ।ଏମନ୍ତ କେତେକ ଲୋକ ମନରେ ବିଚାରିକେଶବାସ ଅସମ୍ଭାଳେ ଧାଇଁଲେକ ନାରୀ ।ଏକ ରମଣୀ କହଇ ଆରେକକୁ ଚାହିଁସେ ଅପୂର୍ବ ପୁରୁଷ ତ ଦେଖିଲା ଗୋ ନାହିଁ ।ବିସ୍ତାରିତ ବକ୍ଷସ୍ଥଳେ ଲମ୍ୱ ଭୁଜଦଣ୍ଡଭ୍ରୁଲତା ତ କାମଧନୁ ମୁଖ ଇନ୍ଦୁଖଣ୍ଡ ।କୋଟି ଚନ୍ଦ୍ରମା ପରାୟ ବିରାଜଇ ଜ୍ୟୋତିଅରୁଣ ଅଧରଗୋଟି ଶୋଭାବନ୍ତ ଅତି ।ନିର୍ମଳ ଆକାଶେ କିବା ଉଦେ ହେଲେ ଭାନୁଶୁକ୍ଳ କଳାରୂପେ ପରକାଶେ ଦିବ୍ୟତନୁ ।ଚାଚର ଚିକୁର କେଶ ଅତ୍ୟନ୍ତ ସୁନ୍ଦରକଟିରେ ଶୋଭା ଦିଶଇ ଦିବ୍ୟ ପୀତାମ୍ୱର ।ନାନା ବର୍ଣ୍ଣରେ କୁଣ୍ଡଳ ଶ୍ରବଣେ ଲୁଳନ୍ତିମୂରଲୀ ଗୋଟିଏ ବାମକରେ ଧରିଛନ୍ତି ।ହସ୍ତୀ ଥୋରହସ୍ତ ପ୍ରାୟ ଦିଶେ ଭୁଜ ବେନିଏମନ୍ତ ସ୍ୱରୂପ ଦେଖା ନାହିଁ ପୁର ତିନି ।ଗଙ୍ଗାସାଗରେ ଯେବଣ ନାରୀ ଝାସିଥିବକୋଟି କୋଟି ଶିବଲିଙ୍ଗ ଯେହୁ ପୂଜିଥିବ ।ସେ ନାରୀ ହୋଇବ ୟାଙ୍କ ପାଦତଳ ଦାସୀସମାନ ବୟସ ଏ ତ ରୂପ ଗୁଣରାଶି ।କେ ବୋଲଇ ଦେଖି ମନ ହୁଅଇ ଆନନ୍ଦଜଗମୋହନ ପୁରୁଷ ଏ ତ ଆଦିକନ୍ଦ ।ମନ ଚକ୍ଷୁ ଜୀବନ ଗୋ ସବୁ ବନ୍ଦ ହେଲାଅଣ୍ଡିର କୋକିଳ ବାଣୀ ଶୁଣି ୟାଙ୍କ ଭଲା ।କଳାରୂପ ପାଶେ ଯେଉଁ ଶୁକଳ ଶରୀରକେତେ ଗୁଣ ବସିଣ ଗୋ ବାହୁନିବା ତାର ।ତାର ନାମ ହଳଧର ଶୋଭାବନ୍ତ ଅତିସବୁକାଳେ ସଦାନନ୍ଦ ପୁରୁଷ ବୋଲାନ୍ତି ।ଜଟା ଶିରେ ଶୋଭାପାଏ ପିଙ୍ଗଳ ସୁବେଣୀଫୁଫୁକାର ଶବ୍ଦ କରେ ଶିରେ ସପ୍ତଫେଣି ।କଳପାଧିପୁରୁଷ ସେ କାମୀ କାମପାଳଯୁବତୀଙ୍କ ମନଚୋରା ଏ ବାଳ ଗୋପାଳ ।ଏମନ୍ତେ କେତେ ବିଚାର କରି ନରନାରୀଶ୍ରୀମୁଖକୁ ଚାହାନ୍ତି ସେ ଧୀର ଧୀର କରି ।ଇଷ୍ଟବନ୍ଧୁ କୁଟୁମ୍ୱ ଯେ ସୋଦରାଦି ଜନସବୁ ତେଜି ଦେଖନ୍ତି ସେ ରାମ କୃଷ୍ଣ ବର୍ଣ୍ଣ ।ଦେଖିବାପାଇଁ ଧାଆନ୍ତି ଅଣନିଶୁଆସେସବୁଙ୍କୁ ବଶ କରିଲେ ରାମ ଜଗଦୀଶେ ।ଯେ ଯେମନ୍ତେ ଭାବେ ତାଙ୍କୁ ଦିଶନ୍ତି ତେମନ୍ତଅସୁରଙ୍କୁ ଦେଖାଯାନ୍ତି ଯେସନେ କୃତାନ୍ତ ।ଧ୍ରୁବମଣ୍ଡଳେ ଲାଗିଲା ପରି ଦିଶେ ଶିରସମଗ୍ର ପୃଥ୍ୱୀରେ ପୂରିଅଛି କଳେବର ।ଅନନ୍ତପାଦ ଅନନ୍ତଭୁଜ ଆଉ ଶିରଅନନ୍ତ ଆୟୁଧମାନେ ଘେନିଛନ୍ତି କର ।ଦେଖି ଅସୁରମାନେ ଯେ କଲେ ମହାଭୀତିଆତ୍ମାକୁ ଭୟ ଲାଗିଲା ଦେଖି ବିଶ୍ୱମୂର୍ତ୍ତି ।ରଙ୍ଗସଭା ମଧେ ଯାଇ ମିଳିଲେ ଶ୍ରୀହରିକଂସକୁ ପ୍ରଶଂସା ମନମଧ୍ୟରେ ଯେ କରି ।ଉଗ୍ରସେନକୁ ପ୍ରଣାମ କଲେ ଦେବସ୍ୱାମୀରାମଙ୍କୁ ଚାହିଁ ବୋଲନ୍ତି ତହୁଁ ଅନ୍ତର୍ଯ୍ୟାମୀ ।ଧନୁଯାତ୍ରା ଆମ୍ଭଲାଗି ମାମୁଁ ଯେ କରିଛିଚାଲ ଧନୁ ଦେଖିବା ହୋ କେମନ୍ତେ ହୋଇଛି ।ଏତେ କହି ବିଜେ କଲେ ପ୍ରଭୁ ଧନୁଘରଧନୁ ବସାଇଲେ ପାଦଅଙ୍ଗୁଳି ଉପର ।ମତ୍ତସିଂହ ପ୍ରାୟେ ତାକୁ ଆଣନ୍ତେ ଓଟାରିବେନିଖଣ୍ଡ ହେଲା ରଡ଼ମଡ଼ ଧ୍ୱନିକରି ।ବ୍ରହ୍ମଲୋକ ପରିଯନ୍ତେ ଶୁଭିଲା ସେ ନାଦଏକଦୃଷ୍ଟି କରି ଚାହିଁ ଅଛନ୍ତି ବିବୁଧ ।ଧନୁର ଭଗ୍ନ ଶବଦ ବ୍ରହ୍ମାଣ୍ଡରେ ପୂରିଭୟେ ଛନ୍ନ ଛନ୍ନ ହେଲେ ଶୁଣି ନରନାରୀ ।ସ୍ୱର୍ଗମର୍ତ୍ତ ପାତାଳ ଯେ ତ୍ରିପୁର କମ୍ପିଲାତେଡ଼େବଡ଼ ସଭାଗୋଟା ନିସ୍ତବ୍ଧ ହୋଇଲା ।ଭଗ୍ନ ଧନୁ ଭୂତଳରେ ହୁଅନ୍ତେ ପତିତତହିଁରୁ ପୁରୁଷ ଏକ ହୋଇଲା ସଂଜାତ ।ସମସ୍ତେ ଦେଖୁଅଛନ୍ତି ଗଲା ଶୂନ୍ୟମାର୍ଗେତକ୍ଷଣେ ପ୍ରବେଶ ହେଲା ଯେ ଅମର ସ୍ୱର୍ଗେ ।ଶୁଣିଲ ତ ପରୀକ୍ଷିତ ଧନୁଭଗ୍ନ କଥାଅଚ୍ୟୁତ ଦାସ ଲେଖଇ ହରିବଂଶ କଥା ।ପଢ଼ି ଶୁଣି ନରନାରୀ ପାଅ ମୋକ୍ଷଗତିହରି କୃପାବଳୁଁ ଲେଖେ ହରିବଂଶ କୀର୍ତ୍ତି ।