ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୯ / ୨୫
ସମ୍ପୂର୍ଣ୍ଣ ସୂଚୀପତ୍ର
କଂସର ଆଜ୍ଞା ଘେନି ଅକ୍ରୂରର ଗୋପପୁରକୁ ଗମନ ଓ ରାମ କୃଷ୍ଣଙ୍କ ସହିତ ସାକ୍ଷାତ
ଏଥୁଅନ୍ତେ ପରୀକ୍ଷିତ ରାଜା ପଚାରଇତଦଅନ୍ତେ କିସ କଲା ଭୋଜ ନରସାଇଁ ।ଶୁକମୁନି ବୋଇଲେକ ଅକ୍ରୂରକୁ ଡାକିନିଜେ ବୀରମଣି ତାର କରେ ପତ୍ର ଲେଖି ।ଗୋପପୁରେ ପଠାଇଲା ହୋଇ ଆନନ୍ଦିତକହୁଅଛି ଶୁଣ ଏବେ ସେ ପତ୍ର ଯେମନ୍ତ ।ପ୍ରଥମେ ସ୍ୱସ୍ତି ଶ୍ରୀଭୋଜନୃପ ବୀରବରମନକର୍ଣ୍ଣ ଦେଇ ଶୁଣରେ ନନ୍ଦ ଗୁଆଁର ।ପବିତ୍ରକୁଳରେ ଜାତ ଉଗ୍ରସେନ ରାଜାତାହାଙ୍କ ଜ୍ୟେଷ୍ଠ କୁମର କଂସ ମହାତେଜା ।ଚଉଦ ଭୁବନେ ଯାର ବୁଲଇ ଶାବେଳିବାହୁବଳେ ପୃଥିବୀ ଯେ ବାରଗର୍ବେ ଦଳି ।ଦେବତାମାନେ ଖଟନ୍ତି ଯେ ବୀର ପାଦରେଚୌରାଶୀ କୋଟି ଯାଦବ ଛନ୍ତି ପଟୁଆରେ ।ରାଜା ମହାରାଜାଗଣ ଯାହାଙ୍କ କିଙ୍କରଯା ନାମେ ଚମକ ପଡ଼େ ଚତୁର୍ଦ୍ଦଶ ପୁର ।ଗର୍ଭିଣୀ ବାଟ ଛାଡ଼ଇ ଯାହା ନାମ ଶୁଣିଦିଗପାଳ ସମାନରେ ଯାହାର କରଣୀ ।ଇନ୍ଦୁମତୀ ମାତା ଯାର ଅଟଇ ଯୁକତେଯେବଣ ଲୋକକୁ ଚାହିଁ ଦେବେ କୋପ ନେତ୍ରେ ।ତାହାକୁ କିଏ ରଖିବ ତିନି ଭୁବନରେସେ ଏବେ ପତ୍ର ଲେଖନ୍ତି ତୋର ନିକଟରେ ।ଧନୁଯାତ୍ରା ଆମ୍ଭେ ଏକ କରିଛୁ ଭିଆଣରାଜା ମହାରାଜାମାନେ ଆସିଛନ୍ତି ଜାଣ ।ଦେବତା ଋଷି ବ୍ରାହ୍ମଣ ଅଛନ୍ତି ଯେ ପୂରିନବଦିନ ଯାଏ ଯାତ୍ରା ହୋଇବ ଆମ୍ଭରି ।ରାମ କୃଷ୍ଣ ନାମେ ତୋର ଯେ ବେନି ଚନ୍ଦନତାହାଙ୍କୁ ଘେନିଣ ସଙ୍ଗେ ଆସ ତୁ ବହନ ।ଦୁଧ ଦହିମାନ ଶୀଘ୍ର ଦେବୁ ପଠିଆଇପଛେ ପୁତ୍ରଙ୍କୁ ଘେନିଣ ଆସିବୁଟି ତୁହି ।ଆମ୍ଭର ଆଜ୍ଞା ଅବଜ୍ଞା କରିବୁ ତୁ ଯେବେଗୋପନଗ୍ର ମାଡ଼ିବଇଁ ନେଇ ସିନ୍ଧୁଗର୍ଭେ ।ଗଉଡ଼ ନାମ ଜଗତେ ନ ରଖିବି ଜାଣବଂଶ ସହିତରେ ତୋତେ କରିବି ନିଧନ ।କଦାପି ମୋର ଆଗରୁ ନ ଯିବୁରେ ବର୍ତ୍ତିବସିଲା ଥାନରୁ ଉଠି ଆସ ତୁହି ଇତି ।ଏ ରୂପେ ପତ୍ର ଲେଖାଇ ଅକ୍ରୂରକୁ ଦେଲାବହୁତରୂପେ ତାହାକୁ ତିଆରି କହିଲା ।ତୁହିଁ ଅଟୁ ମୋହର ଏ ରାଜ୍ୟକୁ କାରେଣିଏ ଯଦୁବଂଶରେ ତୁହି ଅଟୁ ଚୂଡ଼ାମଣି ।ଯଦ୍ୟପି କି ଅନୁଗ୍ରହ ଅଛି ମୋ ଉପରେଏହିକ୍ଷଣି ଯିବ ତୁମ୍ଭେ ସେ ଗୋପନଗରେ ।ଶ୍ରୀମୁଖ ଦେଇ କହିବୁ ନନ୍ଦ ଗୌଡ଼ ଆଗେରାମ କୃଷ୍ଣ ସଙ୍ଗେ ଘେନି ଆସୁ ଅତି ବେଗେ ।ବହୁତରୂପେ କହିବ ଦେଖାଇଣ ଟାଣସଦ୍ଭାବେ ନଇଲେ ଦେବ ମୋହର ଯେ ରାଣ ।ତୁମ୍ଭେ ମୋର ମହାମନ୍ତ୍ରୀ ରାଜ୍ୟକୁ କାରେଣିଉପାୟ କରିଣ ରାମ କୃଷ୍ଣେ ଭେଟା ଆଣି ।ବିଳମ୍ୱ ନ କରି ମନ୍ତ୍ରୀ ଏହିକ୍ଷଣି ଚଳକଲ୍ୟାଣ କରୁଛି କାର୍ଯ୍ୟ ହେଉ ସୁମଙ୍ଗଳ ।ଏତେ ବୋଲି ରାଜା ଶାଢ଼ୀ ଗୁଆ ପାନ ଦେଲାସିଂହାସନୁ ଉଠିଯାଇ କୋଳ ତାକୁ କଲା ।ଆପଣା ଗଳାରୁ କାଢ଼ି ପୁଣି ରତ୍ନହାରଅକ୍ରୂର କଣ୍ଠେ ଲମ୍ୱାଏ କରି ସମାଦର ।ରତ୍ନ ମାଣିକ୍ୟ ମୁକୁଟ ବାନ୍ଧେ ନେଇ ମାଥେଚୂଆ ଚନ୍ଦନ ଅତର ଲେପେ ନିଜହସ୍ତେ ।ପ୍ରବୋଧ ବଚନମାନକହେ ପୁଣି ପୁଣିଯେରୂପେ ରାମ କୃଷ୍ଣଙ୍କୁ ଦିଅ ମୋତେ ଆଣି ।ଅକ୍ରୁର ବୋଇଲା ଗଉରବ କରୁ କେତେଅବଶ୍ୟ ରାମ କୃଷ୍ଣଙ୍କୁ ଆଣି ଦେବି ତୋତେ ।କଳ କଉଶଳେ ଆଣି ଭେଟାଇବି ତାଙ୍କୁମନରେ ଶୋଚନା ରାୟେ ନ କର ଏଥକୁ ।ଅନେକ ବାଳ ଗୋପାଳ ଆସିବେ ସଙ୍ଗରେଦ୍ୱନ୍ଦ୍ୱ ଯଦ୍ୟପି କରନ୍ତି ତୁମ୍ଭ ସହିତରେ ।ତେବେ ମୋର ଦୋଷ ପ୍ରଭୁ ପଛେ ନ ବାଛିବତେତେବେଳେ ଯେ ଉପାୟ ସେ କଥା କରିବ ।ବିଜୁଳି କନ୍ୟାର କଥା ଫଳିଲା ଯୁକତେକେଉଁ ଦେବତା ଗୋପରେ ଜନ୍ମିଛି ଗୁପତେ ।ଅନ୍ତୁଡ଼ିଶାଳରେ ଯେହୁ ପୂତନା ମାଇଲାପାଦ ଲାଗନ୍ତେ ଶକଟା ଜୀବ ବିସର୍ଜିଲା ।ଅଘାସୁରକୁ ମାଇଲା ବୃନ୍ଦାବନେ ପଶିତୃଣାବର୍ତ୍ତ ବକ୍ଷସ୍ଥଳ ବିଦାରି ଆକର୍ଷି ।କପଟରେ ଷଣ୍ଢା ଥିଲା ଗୋରୁଙ୍କର ମେଳେଶୃଙ୍ଗ ଉପାଡ଼ି ନାଶିଲା ତାକୁ ଅବହେଳେ ।କାଳୀୟ ନାଗର ଗର୍ବ ପାଦରେ ଦଳିଲାବିଷଜଳକୁ ଯେ ପୁଣି ନିର୍ବିଷ କରିଲା ।କେଶୀକି ସଂହାର କଲା ମୁଖେ କର ଭରିଇନ୍ଦ୍ର ବିବାଦ କରିଣ ଗଲା ଯାକୁ ହାରି ।ଦ୍ୱାଦଶ ଯୋଜନ ଯେଉଁ ଗିରି ଦୀର୍ଘ ପ୍ରତିଦ୍ୱାଦଶ ଦିବସ ଯାଏ କରେ ଯାର ସ୍ଥିତି ।କୋପେଣ ବଜ୍ର ମାଇଲା ଦେବ ପୁରନ୍ଦରଶ୍ରୀକରେ ବାଜିଣ ହୋଇଗଲା ଶତେ ଚୂର ।ଲାଜ ପାଇ ଦେବ ଇନ୍ଦ୍ର କରି ପାଦପୂଜାଉପେନ୍ଦ୍ର ବୋଲିଣ ନାମ ଦେଲା ସୁରରାଜା ।ଗୋବତ୍ସାମାନଙ୍କୁ ବ୍ରହ୍ମା ଗୋପନରେ ହରିକୁଶବଟୁ ଭବନରେ ରଖେ ଯତ୍ନକରି ।ଏସନ ମାୟା ଜାଣଇ ସେ ନନ୍ଦନନ୍ଦନଯେ ଯେଉଁ ରୂପରେ ବତ୍ସା ଭିଆଏ ତକ୍ଷଣ ।ବରଷକ ଯାଏ କେହି ଜାଣି ନ ପାରିଲାଲାଜପାଇ ପିତାମହ ବାହୁଡ଼ାଇ ଦେଲା ।କହନ୍ତେ ନ ସରଇ ସେ ନନ୍ଦସୁତ କଥାମନୁଷ୍ୟ ନୁହଇ ସେ ତ କେବଣ ଦେବତା ।କଂସ ବୋଇଲା ହେ ମନ୍ତ୍ରୀ ଭୁଲାଇ ନ କହସେ କଥା ଶୁଣନ୍ତେ ମୋର କମ୍ପୁଅଛି ଦେହ ।ମୋର ବାହୁବଳେ ମୁହିଁ ଜଗତ ଜିଣିଲିଦେବଭଣ୍ଡାର ସବୁ ତ ମଥୁରା ଆଣିଲି ।ରାଜା ମହାରାଜା ଦୈତ୍ୟ ଦେବତାଙ୍କୁ ହେଳେସାଧ୍ୟକରି ଖଟାଇଲି ଆଣି ପାଦତଳେ ।ଗଉଡ଼ ବାଉଡ଼ ସେ ତ ହାଉଡ଼ିଆ ଜାତିତାହାଙ୍କୁ ମୋହର କିସ ଭୟ ଆହେ ମନ୍ତ୍ରୀ ।ଅକ୍ରୂର ବୋଇଲା ପ୍ରଭୁ ତୁମ୍ଭର ଯେ ଆଜ୍ଞାସେବକ ହୋଇ ଭାଙ୍ଗି କି ପାରେ ସ୍ୱାମୀ ପ୍ରଜ୍ଞା ।ଏହା କହି ଧାତିକାରେ ଆରୋହିଲା ଯାନରାତି ତିନିଘଡ଼ି ଥାଉଁ ଗୋପକୁ ଗମନ ।ସାରଥିକି ଆଜ୍ଞାଦେଲା ପଦ୍ମାବତୀ ସୁତନିମିଷକେ ଗୋପନଗ୍ରେ ପ୍ରବେଶାଅ ରଥ ।ଶୁଣିଣ ସାରଥି ରଥ ବାହଇ ହାମ୍ପୋଳିପକ୍ଷୀ ପ୍ରାୟ ଅଶ୍ୱ ଗଣେ ଯାଉଛନ୍ତି ଚଳି ।ମନ ପବନ ପରାୟେ ଉଡ଼ି ଶୂନ୍ୟମାର୍ଗେଦେଖିକରି ଦେବଗଣ ବିଚାରନ୍ତି ସ୍ୱର୍ଗେ ।ବୃହସ୍ପତିଙ୍କି ରାଇଣ ବୋଲେ ସୁରରାୟେଅର୍ଦ୍ଧ ଆକାଶେ ଉଡ଼ଇ ରଥ ଯେ ଗୋଟାଏ ।ଆଦିତ୍ୟ ଦେବତା ପ୍ରାୟ ବିରାଜଇ ଜ୍ୟୋତିମଥୁରାକୁ ବାହାରେ ସେ ପଶ୍ଚିମ ମୂରତି ।ବୃହସ୍ପତି ବୋଇଲେ ହୋ ଶୁଣ ସୁନାସୀରଗୋପକୁ ଦୂତପଣରେ ଯାଉଛି ଅକ୍ରୁର ।କଂସର ଶ୍ରୀହସ୍ତ ପତ୍ର ନନ୍ଦେ ଦେବ ନେଇମଥୁରାକୁ ଆସିବେ ଯେ ପ୍ରଭୁ ଭାବଗ୍ରାହୀ ।ରଜନୀ ପାହିଲେ କାଲି ହେବ ବହୁକାର୍ଯ୍ୟଆକାଶେ ଥାଇ ଦେଖିବା ଆହେ ସୁରରାଜ ।ଆଦିତ୍ୟ ଅସ୍ତ ସମୟେ କଂସ ଯିବ କ୍ଷୟେଦେଖିବା ଯେ ନିରଞ୍ଜନ ପ୍ରଭୁ ଦେବରାୟେ ।ପୃଥିବୀର ଭାରାଭର ହୋଇବ ଉଶ୍ୱାସବଇକୁଣ୍ଠବାସୀ ନିଶ୍ଚେଁ ଏହୁ ବିଶ୍ୱବାସ ।ମଧ୍ୟସ୍ଥପଣେ ଅକ୍ରୂର ନେଉଅଛି ରଥରାମ କୃଷ୍ଣେ ନେବ କାଲି ଆହେ ପୁରୁହୂତ ।କାଲିଠାରୁ ଗୋପନଗ୍ର ଛାଡ଼ି ଦେବହରିମଥୁରାରେ ରହିବେ ସେ ଭାଇ ସଙ୍ଗେ ଧରି ।ବୃହସ୍ପତିଙ୍କ ବଦନୁ ଏ ରୂପରେ ଶୁଣିଅନେକ ସାନନ୍ଦ ହେଲା ଦେବ ବଜ୍ରପାଣି ।ଏଥୁ ଅନନ୍ତରେ ଶୁଣ ପରୀକ୍ଷ ନୃବରରହୁବର ଆରୋହିଣ ଚଳଇ ଅକ୍ରୁର ।କହୁ କହୁ ବିମାନ ଯେ ଚଳେ ଅତିବେଗେତୁରିତେ ମିଳିଲା ଯାଇ ଗୋପପୁର ଭାଗେ ।ରଜନୀ ଶେଷ ହୁଅନ୍ତେ ହୋଇଲା ପ୍ରଭାତରଟିଲେ ଯେ ତାମ୍ରଚୂଡ଼ ହୋଇ ଆନନ୍ଦିତ ।ଦେବଆଳେ ଶଙ୍ଖଧ୍ୱନି ବୃକ୍ଷେ ଡାକେ କାକକବାଟ ଫେଡ଼ି ଦାଣ୍ଡକୁ ବାହାରନ୍ତି ଲୋକ ।ଏକାଳେ ଅକ୍ରୂର ହେଲା ଯମୁନାକୁ ପାରିନଦୀତୀରେ ରଥ ଚଳେ ଧୀର ଧୀର କରି ।ଗୋଧିକା ଘାଟ ନିକଟେ ଅଛି କୁଞ୍ଜବନଅତି ପବିତ୍ର ଭୂମି ସେ ହରି କ୍ରୀଡ଼ାସ୍ଥାନ ।ଅବସନ୍ତରେ ବସନ୍ତ ବହେ ଅନୁକ୍ଷଣେପୁଷ୍ପଫଳେ ଶୋଭାପାନ୍ତି ଲତା ତରୁଗଣେ ।ଯେ ଭୂମି ଦେଖିଲେ ମୁଗ୍ଧ ହ୍ୱନ୍ତି ସୁରମୁନିଅତି ପୁଣ୍ୟମୟ ଭୂମି ନାହିଁ ପୁର ତିନି ।ଜାଇ ଯୂଥିକା କାଞ୍ଚନ ମଲ୍ଲିକା ମାଳତୀଚମ୍ପକ କେତକୀ କୁରୁବେଲି ଯେ ସେବତୀ ।ବୃନ୍ଦାହୁଳ କନିଅର କିଆ ଗନ୍ଧବେଣାପୁନ୍ନାଗ ପାଟଳି ଆଉ ଅଶୋକ ଦୟଣା ।କୁନ୍ଦ ଛୁରିଅନା ଆଦି ନାନା ପୁଷ୍ପ ତରୁପୂରିବାରୁ ସେହି ଭୂମି ଦିଶେ ଅତି ଚାରୁ ।ଯଦ୍ୟପି ଶୁଖିଲା ପତ୍ର ବୃକ୍ଷୁଁ ପଡ଼େ ଝଡ଼ିପବନ ବହନ୍ତେ ପତ୍ର ଯାଏ ସବୁ ଉଡ଼ି ।ତୃଣ ବିବର୍ଜିତ ହେତୁ ଦିଶେ ଶୋଭାବନ୍ତଦେଖିଲେ ମନ ନୟନ ହେବ ସ୍ତମ୍ଭୀଭୂତ ।ଝଣ୍ଟା କଣ୍ଟା ବିବର୍ଜିତ ନିଗମ କାନନନବପଲ୍ଲବମାନଙ୍କେ ଦିଶେ ଆନୁଆନ ।ଫଳ ଲମ୍ୱିବାରୁ ବୃକ୍ଷେ ଦିଶନ୍ତି ସୁସଞ୍ଚନାହିଁ ପଟାନ୍ତର ଯାକୁ ସ୍ୱର୍ଗ ଆଦି ମଞ୍ଚ ।ବୃକ୍ଷମୂଳେ ସ୍ୱର୍ଣ୍ଣ ଚୌରା ଦିଶଏ ବିତପନନବରକୁ ପୀଢ଼ ଅତିଶୟ ଶୋଭାବନ ।ତଦନ୍ତେ କଦମ୍ୱ ତରୁ ଦିଶନ୍ତି ଯେ ଶୋଭାବସନ୍ତ ବାୟୁର ତହିଁ ବାରମାସ ପ୍ରଭା ।ଅହର୍ନିଶି ହରି କ୍ରୀଡ଼ା କରନ୍ତି ତା ତୁଲେସୁଗନ୍ଧ ପବନ ବହୁଥାଏ ସୁଶୀତଳେ ।ନନ୍ଦନବନୁ ଅଧିକେ କୋଟିଗୁଣେ ଶୋଭାବୃଦ୍ଧଲୋକ ହେଲେ ହୁଏ ଯହିଁ ନବଯୁବା ।କାଳିନ୍ଦୀ ନାମରେ ହ୍ରଦ ସଙ୍ଗମ ସେଠାରେତାହାର ସଲିଳ ସିଦ୍ଧ ସାଧୁ ମନ ହରେ ।ଯହିଁ ଗୋପୀଘେନି କ୍ରୀଡ଼ା କରନ୍ତି ଶ୍ରୀହରିତହିଁର ମହିମା କେବା ମୁଖେ କହିପାରି ।କେଟିରୂପ ବହିଣ ଯେ ଆପେ ବିଶ୍ୱକର୍ମାଅନୁକ୍ଷଣେ ନିର୍ମାଣିଛି ଯେ ଭୂମିର ସୀମା ।ତେତିଶ କୋଟି ଦେବତା ମୂର୍ତ୍ତିମନ୍ତ ହୋଇଗୁପତେ ସ୍ଥାବରରୂପେ ଛନ୍ତି ଯହିଁ ରହି ।ଶଶା ଶାଳେହା ଆବର ଯୁଆଦ ଯେ ଗଣ୍ଡାମୃଗ ହରିଣ ବାହୁଟି ବରେହା ଭେରଣ୍ଡା ।ବ୍ୟାଘ୍ର ଭଲ୍ଲୁକ ମୂଷିଳ ହସ୍ତୀ ଆଦି ଯେତେହିଂସା ନ ବହିଣ ରହିଥାନ୍ତି ଅନୁବ୍ରତେ ।ଅଗାଧ ଗଭୀର ସେହି କାଳିନ୍ଦୀର ଜଳବାରମାସ ପଦ୍ମ ଫୁଟେ ନୀର ସୁଶୀତଳ ।ଖରା ବରଷା ସେଠାରେ ନ ହୁଅଇ ବାଧାଯତ୍ନେ ନିର୍ମାଣିଛି ଧାତା ମନେ ବହି ଶ୍ରଦ୍ଧା ।ଦେଖି ତାହା ଅକ୍ରୂରର ଆନନ୍ଦିତ ମତିପୁଲକିତ ରୋମାବଳି ଚାହେଁ ଚଉକତି ।ଏକକୁ ଆରେକ ଶୋଭା ଅତିଶୟ ଦିଶେବେଳୁବେଳ ମନ ତାର ଅଧିକ ଉଲ୍ଲାସେ ।ଅକ୍ରୂର ଭାଳଇ ମୁହିଁ ନିସ୍ତରିଲି ଆଜଚର୍ମଲୋଚନେ ଦେଖିବି ପ୍ରଭୁ ଦେବରାଜ ।ଯୋଗୀଜନମାନେ ଯାକୁ କରୁଥାନ୍ତି ଲୟେପ୍ରତ୍ୟେକ୍ଷେ ପରମାନନ୍ଦ ବିଶ୍ୱରୂପ କାୟେ ।ଅଶେଷ କୋଟି ବ୍ରହ୍ମାଣ୍ଡେ ପୂରିଛି ଯା ମାୟାଭାରା ନିବାରଣ ପାଇଁ ଧରି ନରକାୟା ।ଏହି କୁଞ୍ଜବନେ ସେହି ଗୋପୀଙ୍କର ସଙ୍ଗେବିବିଧ କ୍ରୀଡ଼ା କରନ୍ତି ବୁଲି ନାନା ରଙ୍ଗେ ।ଧନ୍ୟ ଏହି ତରୁମାନେ ଧନ୍ୟ ପୁଷ୍ପଲତାନିଶ୍ଚୟେ ଗୁପତେ ଏହୁ ଅଟନ୍ତି ଦେବତା ।ନୋହିଲେ କି ୟାଙ୍କ ତଳେ ଉଭା ଦେବହରିବଇକୁଣ୍ଠ ବାଞ୍ଛାବଟ ନୁହେଁ ୟାଙ୍କ ସରି ।ମଞ୍ଚାଳନ୍ତି ଯେଉଁ ପଦ୍ମପାଦ ଲକ୍ଷ୍ମୀଦେବୀଯେ ପାଦେ ଭକ୍ତି କରିଲେ ଗତିମୁକ୍ତି ଲଭି ।ଯେଉଁ ପାଦପଦ୍ମ ଲାଗି ହନୁ ମହାଜ୍ଞାତାଯେଉଁ ପାଦପଦ୍ମ ଲାଗି ପଥର ବନିତା ।ଯେଉଁ ପଦ୍ମପାଦ ଚିନ୍ତି ପ୍ରହ୍ଲାଦର ମୁକ୍ତିଯେ ପାଦହେତୁ ଧ୍ରୁବର ଧ୍ରବୁଲୋକେ ସ୍ଥିତି ।ଯେଉଁ ପାଦ ଆଶ୍ରାକରି ବ୍ରହ୍ମା ସୃଷ୍ଟି କଲାଯେଉଁ ପାଦଲାଗି ବିଭୀଷଣ ରାଜା ହେଲା ।ଯେଉଁ ପାଦପଦ୍ମ ଲାଗି ଦୁନ୍ଦୁଭିର ମୁକ୍ତିଯେଉଁ ପାଦେ ପିଣ୍ଡଦାନ ଗୟାରେ ଦିଅନ୍ତି ।ସେହି ପାଦପଦ୍ମେ ହରି ଏହିଠାରେ ଚାଲିଗୋଟିଏ ଗୋଟିଏ ଶମ୍ଭୁ ଅଟନ୍ତି ଏ ବାଲି ।ଏଠାରେ ରାଧିକା ସଙ୍ଗେ ବିହରନ୍ତି ରଙ୍ଗେନାନା ବିନୋଦ କରନ୍ତି ବାଳକଙ୍କ ସଙ୍ଗେ ।ଷଣ୍ଢା ଶକଟା ଯାମଳା ବକା ଆଦିକରିସବୁଙ୍କୁ ଏହି ବନରେ ମାଇଲେ ଶ୍ରୀହରି ।ଧନ୍ୟ ଏ କାଳିନ୍ଦୀ ଜଳ ଅତି ପରିମଳଦଳପଙ୍କ ବିବର୍ଜିତ ଅତ୍ୟନ୍ତ ଶୀତଳ ।ଶ୍ରୀକୃଷ୍ଣ କରନ୍ତି ଏହିଠାରେ ନାନାକେଳିକାଣ୍ଡାରୀ ରୂପରେ ନାବ ବାହି ବନମାଳୀ ।ବତ୍ସାଙ୍କୁ ପାଣି ଦିଅନ୍ତି ଗୋପାଳଙ୍କ ମେଳେବସନ୍ତ ଉତ୍ସବ ଯାତ୍ରାକରି ରଙ୍ଗଭୋଳେ ।କୌତୁକେ ଗୋପୀଙ୍କ ବସ୍ତ୍ର ଚୋରାଇଣ ନେଲେଏ କଦମ୍ୱବୃକ୍ଷେ ନେଇ ଦୋଳି ଉକୁଚିଲେ ।ଏ କଦମ୍ୱ ଡାଳେ ବସି ବଇଁଶୀ ବଜାଇଗୋପୀଙ୍କୁ ମୋହିଲେ ଗୀତ ଗାନ୍ଧାରରେ ଗାଇ ।କହୁଁ କହୁଁ ଅକ୍ରୂରର କଣ୍ଠ ଗଦ ଗଦଭକତ ଜାଣଇ ସିନା ଭାବର ଯେ ସ୍ୱାଦ ।ରଥୁ ଓହ୍ଲାଇ କଦମ୍ୱ ବୃକ୍ଷ ପାଶେ ଗଲେବୃକ୍ଷେ ପ୍ରଦକ୍ଷିଣ କରି ନମସ୍କାର କଲେ ।ବୃକ୍ଷମୂଳୁଁ ଧୂଳି ଆଣି ଦେହେ ହେଲେ ବୋଳିଥୋକେରେଣୁ ଗର୍ଭେ ଥୋକେ ମୁଣ୍ଡେବୋଳି ଧୂଳି ।ଅନେକ ବିନୟ ଭାବେ ସ୍ତୁତି ପାଠକରିନିସ୍ତରିଲି ବୋଲି ହୃଦ ମଧ୍ୟରେ ବିଚାରି ।ଏଥୁ ଅନ୍ତରେ ପରୀକ୍ଷ ଶୁଣ ଆନବାଣୀଗଗନରେ ଉଦେ ହେଲେ ପ୍ରଭୁ ଦିନମଣି ।ଗୋପ ନଗର ଭିତରେ ପ୍ରବେଶ ଅକ୍ରୂରସାରଥି ଯେ ରଥଗୋଟି ବାହେ ଧୀର ଧୀର ।କାଖରେ ହସ୍ତ ଭରିଣ ଚଳଇ ଅକ୍ରୂରପ୍ରତ୍ୟେକ୍ଷେ ଅଳକା ପରି ଦିଶେ ସେ ନଗର ।କୋଟିପାଦେ କମଳିନୀ ବିଜେକରି ଯହିଁରଙ୍ଗାବତାର ହୋଇଲେ ଯହିଁ ଭାବଗ୍ରାହୀ ।କହନ୍ତେ ଦୁର୍ଲ୍ଲଭ ଦେଖିବାକୁ ଦିବ୍ୟଶୋଭାଅତିବୃଦ୍ଧ ପଶି ଯହିଁ ହ୍ୱନ୍ତି ନବଯୁବା ।ଗୋବିନ୍ଦ ପ୍ରସନ୍ନେ ଅଙ୍ଗେ କାର ନାହିଁ ପାପସୁକୁମାର ସୁଲକ୍ଷଣ ସମସ୍ତଙ୍କ ରୂପ ।ଶୁକ ଜନକ ସନକ ବିଶ୍ୱାମିତ୍ର ଯହିଁଗୁପତେ ଗୋବିନ୍ଦ ସଙ୍ଗେ ଛନ୍ତି ଦେହବହି ।ଖୁଡ଼ ମହାଖୁଡ଼ ଦାସ ପଲେଇ ଯେ ଭୋଇସେନାପତି ମଲ୍ଲ ଆଉ ମହାମଲ୍ଲ ଥାଇ ।ସେମାନଙ୍କର ଅଟନ୍ତି ଗୋରୁ ଅପ୍ରମିତାସୁରଭୀଙ୍କର ବତ୍ସା କେ କରିବ ଗଣିତା ।ଲକ୍ଷେକୋଟି ଅରବୁଦ ସସ୍ରେଭାର ଘୃତପ୍ରତିଦିନ ଯେଉଁପୁରେ ହୁଅଇ ଉଦ୍ଭୁତ ।ରୋଗ ଶୋକ ବିବର୍ଜିତ ସର୍ବେ ପୁଣ୍ୟମୟେଅକାଳ ମରଣ ନାହିଁ ନାହିଁ ଶତ୍ରୁଭୟେ ।କଂସ ନୃପତିର ତେଜ ନ ଲାଗେ ଯହିଁକିଆନ କିସ ପଟାନ୍ତର ଦେବା ଯେ ତହିଁକି ।ନବଲକ୍ଷ ଗୃହ ବସେ ଯେଉଁ ଗୋପପୁରେଦଶ ବିଂଶ ଖୁଆ ବୁଲେ ଏକ ଏକ ଘରେ ।ରାତି ପାହାନ୍ତାରୁ ବେଳ ପହରେକ ଯାଏଦଧି ମନ୍ଥନ ଶୁଭଇ ସିନ୍ଧୁ ଘୋଷ ପ୍ରାୟେ ।ସୁନ୍ଦରୀ ସୁକୁମାରୀ ଯେ ସୁଲକ୍ଷଣୀ ନାରୀନିତ୍ୟକର୍ମରେ ଲାଗନ୍ତି ସର୍ବେ ଯେ ଯାହାରି ।ଅକ୍ରୂର ଆସନ୍ତେ ଦେଖି ସର୍ବ ଗୋପଗୋଈମନ ମଧ୍ୟେ ବିଚାରନ୍ତି ଏହିରୂପେ ତହିଁ ।କେହୁ ବୋଲଇ ଏ ଅଟେ କଂସରାଜା ଲୋକକେ ବୋଲଇ ଧରିନେବ ଗୋପପୁର ଯାକ ।କେ ବୋଲେ ଏହାକୁ ଅବା କଂସ କୋପ କଲାସମ୍ପଦ ନେଇ ରାଜ୍ୟରୁ ତଡ଼ି ଅବା ଦେଲା ।କେ ବୋଲେ କଂସର ଲାଗି ହେବ ସବୁ କ୍ଷୟଗୋପପୁରକୁ କେବଳ କରେ ସିନା ଭୟ ।ଏବେ ଏହାକୁ ପଠାଇଅଛି କି ବିଚାରିଅସୁରଙ୍କର ମାୟାକୁ କେବା ଜାଣିପାରି ।କେ ବୋଲେ ଏହାର ସଙ୍ଗେ କରିବା ସଦ୍ଭାବକେ ବୋଲେ ବାଛିଣ ଦେବା ଭଲ ଭଲ ଦ୍ରବ୍ୟ ।କେ ବୋଲେ ମନରେ ମହାଭୟ ତ ଲାଗୁଛିଶ୍ରୀମୁଖ ଗୋଟାଏ ଗଳଦେଶେ ଲମ୍ୱିଅଛି ।ଏସନକ ବିଚାରନ୍ତି ଗୋପୀ ଗୋପଲୋକଅକ୍ରୂର ଗମଇ ଧୀରେ ଭଳି ପଦ୍ମମୁଖ ।ପଛେ ଗୋଡ଼ାଇ ଅଛନ୍ତି ଗୋପ ନରନାରୀଆଗରେ ଚଳେ ଅକ୍ରୂର ଭଜି ରାମହରି ।ନଗ୍ର ଉପାନ୍ତେ ଗୋମତ ପର୍ବତର ତଳେକଦମ୍ୱ ବନ ନିକଟେ ଗୋଷ୍ଠ ବୋଲାଉଳେ ।ଗୋପାଳେ ତହିଁ ଯାଇଣ ଦୁହନ୍ତି ଯେ ଗାଈଛନ୍ଦଣି ଠେକିମାନ ସେ ଯା ଯାହାରେ ନେଇ ।ଅକ୍ରୂର ଆସିବା କଥା ଜାଣି ଦେବହରିବଳରାମଙ୍କ ସଙ୍ଗରେ ଯାନ୍ତି ଠେକି ଧରି ।ଗୋପାଳଙ୍କ ବେଶ ଧରି ତହିଁ ବେନି ଭାଇମୋହନ ମୂରଲୀରୂପେ ଦୁହିଁଲେକ ଗାଈ ।ବାଛୁରୀ ମେଲି ଦେଇଣ ଦୁହନ୍ତି ସେ କ୍ଷୀରମୟୂରପୁଚ୍ଛ ଶୋଭଇ ତାଳୁକା ଉପର ।ଗଳାରେ ହେମକଣ୍ଠି ଯେ ମାଳ ବ୍ୟାଘ୍ରନଖତା ସଙ୍ଗେ ବିରାଜେ ପୁଣି ରତନ ପଦକ ।ହସ୍ତରେ କଙ୍କଣ ଶୋଭେ ଅଙ୍ଗୁଷ୍ଠିରେ ମୁଦିଅଣ୍ଟାରେ ବିରହବେଣୁ ଦୁହୁଣିକୁ ଛନ୍ଦି ।ଅଶେଷ ବିଶ୍ୱସଂସାର ଯାର ଗର୍ଭଗତେସେ ପ୍ରଭୁ ଗାଈ ଦୁହିଁନ୍ତି ଗୌଡ଼ଙ୍କ ସଙ୍ଗତେ ।ଶତଦଳ କମଳକୁ ଜିଣି ଯାର କାନ୍ତିସମୂର୍ଣ୍ଣ ଚନ୍ଦ୍ରମା ପ୍ରାୟ ବିରାଜଇ ଜ୍ୟୋତି ।ପ୍ରତ୍ୟକ୍ଷେ ବ୍ରହ୍ମାଣ୍ଡନାଥ ମାନବାବତାରରତନ ପାଦୁକା ଶୋହେ ଯୁଗଳ ପୟର ।ଖଣ୍ଡେଦୂରକୁ ଅକ୍ରୂର ଦେଖି ଦିବ୍ୟମୂର୍ତ୍ତିମସ୍ତକରେ କରଦେଇ କରେ ଦିବ୍ୟସ୍ତୁତି ।ନମସ୍ତେ ନମସ୍ତେ ହରି ମଦନଗୋପାଳଅକ୍ଷୟ ଅବ୍ୟୟ ନିରାକାର ଆଦିମୂଳ ।ନମସ୍ତେ ହେ ବିଶ୍ୱମୂର୍ତ୍ତି ସଂସାର ଧାରଣନମସ୍ତେ ହେ ଆଦିକନ୍ଦ ସ୍ୱାମୀ ନିରଞ୍ଜନ ।ଭାରା ଉଶ୍ୱାସ ନିମନ୍ତେ ନରରୂପ ଧରିପୃଥିବୀରେ ମହାପ୍ରଭୁ ଅଛ ଅବତରି ।ଜୟ ଆହେ ନାରାୟଣ ଜଗଜ୍ଜନବନ୍ଧୁଅପାର କରୁଣା ତୋର ହେ କରୁଣା ସିନ୍ଧୁ ।ଜୟ ଜୟ ନାରାୟଣ ଲକ୍ଷ୍ମୀଦେବୀ ନାହାଜୟ ନାରାୟଣ ହୁଅ ଅରକ୍ଷିତେ ସାହା ।ଜୟ ଆହେ ନାରାୟଣ ଭକ୍ତ ପ୍ରାଣଧନଜୟ ଆହେ ନାରାୟଣ ବିପଦ ଖଣ୍ଡନ ।ସ୍ଥାବର ଜଙ୍ଗମ କୀଟଆଦି ଚାରିଖାନିସର୍ବହୃଦେ ପୂରିଅଛି ପ୍ରଭୁ ଚକ୍ରପାଣି ।ଅଶେଷ ମହିମା ତବ କେ କରିବ ଅନ୍ତପାଦପଦ୍ମ ଦେଖି ଆଜି ହୋଇଲି କୃତାର୍ଥ ।ପୁଣ ପୁଣ ପ୍ରଣାମ ଯେ କରେ ପଢ଼ି ସ୍ତୁତିପୁଲକିତ ରୋମାବଳି ଆନନ୍ଦିତ ମତି ।ନିଶ୍ଚେଁ ଜାଣିଲି ପାତକ ହେଲା ମୋର କ୍ଷୟେଭେଟିଲଇଁ ପାଦପଦ୍ମେ ଯେଣୁ ଦେବରାୟେ ।ଭୋ ଦେବ ପାପୀ ଅସୁର କଂସ ନାଶଯିବପୃଥିବୀର ଭାରାଭର ଉଶ୍ୱାସ ହୋଇବ ।ତୁମ୍ଭେ ଜନ୍ମ ହେଲ ଆସି ଏବେ ମର୍ତ୍ତ୍ୟଗତେବସୁଧାର କଷ୍ଟ ସ୍ୱାମୀ ଫେଡ଼ିବା ନିମନ୍ତେ ।ମୁଁ କିସ କହିବି ତୁମ୍ଭେ ନ ଜାଣ ବା କିସନିହନ୍ତା ବିହନ୍ତା ସ୍ୱାମୀ ଅଟ ଜଗଦୀଶ ।କଂସ ଆଜ୍ଞାପତ୍ର ଭୟେ ଘେନିଣ ଅଇଲିଏଠାରେ ଆସିଣ ତବ ଦର୍ଶନ ପାଇଲି ।ଆକଟ କରିଣ ମୋତେ ଦେଇଅଛି ଲେଖାବିଚାରି କାର୍ଯ୍ୟ କରିବା ଯେ ତୁମ୍ଭର କକ୍ଷା ।ଏସନକ ସ୍ତୁତି ତହିଁ କରନ୍ତେ ଅକ୍ରୁରପରମ ସାନନ୍ଦ ହେଲେ କୃଷ୍ଣ ହଳଧର ।ଆସ ଆସ ବୋଲି ପ୍ରଭୁ ନିକଟେ ହକାରିତୁମ୍ଭେ ଆମ୍ଭେ ପଞ୍ଚଭୂତ ଆତ୍ମାସମ ସରି ।ଶ୍ରୀହସ୍ତରେ ଆଉଁଷିଲେ ଅକ୍ରୂରର ଅଙ୍ଗସବୁ ଅବତାରେ ତୁମ୍ଭେ ଅଟ ଆମ୍ଭ ସଙ୍ଗ ।ଦେବ କାର୍ଯଅର୍ଥେ ଦୂତପଣରେ ଅଇଲଆମ୍ଭପାଇଁ ତୁମ୍ଭେ ବହୁଶ୍ରମ ତ ପାଇଲ ।ଯେ ଆଜ୍ଞା ଦେଇଅଛନ୍ତି କଂସ ନରନାହାଗୋପାଳଙ୍କୁ ମନାଇଣ କହ ସବୁ ତାହା ।ତେବେ ଯାଇ କାର୍ଯ୍ୟସିନା ହୋଇବ ସାଧନଶୁଣକରି ଅକ୍ରୂରର ହରଷିତ ମନ ।ସେ ହରି ପାଦପଦ୍ମରେ ଥାଉ ମୋର ଚିତ୍ତଅଚ୍ୟୁତ ପାଦୁକା ଭଜି ବୋଲଇ ଅଚ୍ୟୁତ ।