ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୮ / ୨୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଅଘା ଓ ବତ୍ସାସୁର ବଧ
ଏଥୁଅନ୍ତରେ ପରୀକ୍ଷ ନାମେ ମହାରାଜାଶୁକମୁନି ଚରଣରେ କରେ ଦିବ୍ୟପୂଜା ।ଧୂପ ଦୀପ ନଇବେଦ୍ୟ ପାଦତଳେ ଥୋଇକର ଯୋଡ଼ି ବିନୟରେ ଏମନ୍ତ ପୁଚ୍ଛଇ ।କହ ମୁନି ହରିବାଣୀ ମୋତେ ଦୟା କରିଭବଜଳଧିରୁ ଯେହ୍ନେ ଯିବଇଁ ମୁଁ ତରି ।ରାଜାର ବଚନ ଶୁଣି କହନ୍ତି ଯେ ଶୁକଏକମନେ ଶୁଣ ଏବେ ହେ ନୃପନାୟକ ।କୃଷ୍ଣଙ୍କର କଥାମାନ ଶୁଣି ଭୋଜସାଇଁପାତ୍ର ମନ୍ତ୍ରୀଙ୍କୁ ବସାଇ ବିଚାର କରଇ ।ପରମଶତ୍ରୁ ହୋଇଲେ ଗୋପାଳ କୁମରେତାଙ୍କ ହାତେ ମଲେ ମୋର ମହା ମହାବୀରେ ।ସାମାନ୍ୟ ପରାୟେ ତାଙ୍କୁ ଭାବିଥିଲି ମୁହିଁଜାଣିଲି ଗରିଷ୍ଠ ଶତ୍ରୁ ଅଟନ୍ତି ସେ ଦୁଇ ।କିଏ ମୋତେ ମାରି ଦେବ ନନ୍ଦର ନନ୍ଦନମନ୍ତ୍ରୀ ତାହାଙ୍କୁ କିରିବ ଏ ମୋର ପ୍ରମାଣ ।ଧିକ ମୋର ବଳବୀର୍ଯ୍ୟ ଧିକ ମୋର ଗଦାଧିକ ମୋର ସମରାଟ ପଣ ତ ସର୍ବଦା ।ଆଉ କାହିଁକି ମନରେ ଡରିବେ ହେ ମୋତେରାଜାମାନେ ଭୟ କିପାଁ କରିବେଟି ଚିତ୍ତେ ।ଯାହା ଶୁଣା ନ ଥିଲା ମୁଁ ଶୁଣିଲି କାନରେଅସୁର ମରୁଅଛନ୍ତି ଗଉଡ଼ ହାତରେ ।ହାତୀ ସଙ୍ଗେ ମଶାଲାଗି ନେଉଛନ୍ତି ଯଶକା ଆଗେ କହିବି ମୁହିଁ ମୋ କପାଳଦୋଷ ।ଏତେ ବୋଲି ମଉନରେ ବସନ୍ତେ ନୃପତିଅଘା ବତ୍ସା ବେନି ବୀରେ ଉଠିଲେ ତଡ଼ତି ।କରଯୋଡ଼ି ବୋଇଲେକ ମହାରାଜ ଶୁଣଆପଣଙ୍କର ଶତ୍ରୁଙ୍କୁ କରିବୁ ନିଧନ ।କେଡ଼େ ଗଉଡ଼ ଟୋକାଙ୍କୁ କରୁଅଛ ଭୀତିବାହୁବଳେ ଲେଉଟାଉ ପାରୁଁ ଆମ୍ଭେ କ୍ଷିତି ।ବିଧାଘାତେ ମେରୁଗିରି କରିପାରୁ ଚୂରଶୁଖାଇ ପାରିବୁ ଆମ୍ଭେ ସପତ ସାଗର ।ବଳେ ଯମ ଅଧିକାର କରିବାରୁ କ୍ଷୟଛାର ଗଉଡ଼ ଟୋକା କି ହୋଇପାରେ ଥୟ ।ନିଶ୍ଚିନ୍ତରେ ପୁରମଧ୍ୟେ ଥାଅ ନରପତିତୁମ୍ଭର ଶତ୍ରୁଙ୍କୁ କାଲି ଦେବୁ ଯେ ନିପାତି ।ଶୁଣି କଂସ ବୋଲେ ମୋତେ ଲାଗେ ବିପରୀତଦେଖୁ ଦେଖୁ ଷଣ୍ଢା ବକା ହେଲେ ମୃତ୍ୟୁପାତ୍ର ।ମୋହର ପରତେ ନାହିଁ ଗୋପାଳ ପୁଅଙ୍କୁଯେବେ ବୋଲୁଅଛ ତେବେ ଯାଅ ହେ ସେଠାକୁ ।ଶତ୍ରୁମାରିଲେ ନିଶ୍ଚିନ୍ତେ ରହିବି ମୁଁ ଏଥେଏତେବୋଲି ଶାଢ଼ୀଆଣି ବାନ୍ଧେ ତାଙ୍କ ମାଥେ ।ତୁମ୍ଭର ବାହାକୁ ଆଶ୍ରା ନେଲଇଁରେ ମୁହିଁଏ ମହାବିପଦୁଁ ମୋତେ କର ବେଗେ ତ୍ରାହି ।ଏତେବୋଲି ଅନ୍ତଃପୁରେ ଚଳିଲେ ରାଜନଶାଢ଼ୀ ବଳା ପାଇ ଦୈତ୍ୟେ କରିଲେ ଗମନ ।ଉଲ୍ଲୁକ ମନ୍ତ୍ରରେ ନିଜ କାୟା ଗୋପ୍ୟ କଲେଅସୁରଙ୍କ ମାୟା କେହୁ ଜାଣି ନ ପାରିଲେ ।ଶୁଣ ହେ ପରୀକ୍ଷରାଜା ବଦୟନ୍ତି ମୁନିପାତକ ଖଣ୍ଡନ କର ଶୁଣି ହରିବାଣୀ ।ଚଇତ୍ର ଶୁକ୍ଳ ଚତୁର୍ଥୀ ତିଥି ଗୁରୁବାରହସ୍ତାନକ୍ଷତ୍ର ଅଟଇ ସେହି ଦିବସର ।ବସନ୍ତ ଋତୁ ହେତୁରୁ ନାନାପୁଷ୍ପ ଫୁଟିସଉରଭ ଗନ୍ଧ ଚତୁର୍ଦ୍ଦିଗରେ ପ୍ରକଟି ।ଦକ୍ଷିଣା ମଳୟବାତ ବହେ ଘନ ଘନବୃକ୍ଷରେ ବସି କୋକିଳ କରେ ମୃଦୁସ୍ୱନ ।ଫଳଭରେ ତରୁମାନ ଶୋଭାକୁ ପାଆନ୍ତିଦେଖିଣ ମନେ ଭାଳନ୍ତି ଦେବ ଶିରୀପତି ।କାନନକୁ ଯିବା ପୁଣି ବତ୍ସାନ୍ତ ଚରାଇଅଘା ବତ୍ସା ବେନିଦୈତ୍ୟ ଗୁପ୍ତେ ଛନ୍ତି ରହି ।କଂସ ନୃପତିର ଯେହୁ ବଡ଼ ସେନାପତିଆମ୍ଭଙ୍କୁ ମାରିବା ପାଇଁ ଦୁଷ୍ଟେ ଆସିଛନ୍ତି ।ଦେଖିବା କିପରି ତାଙ୍କ ବାହୁବଳ ବୀର୍ଯ୍ୟଏମନ୍ତ ମନରେ ଭାଳି ପ୍ରଭୁ ଦେବରାଜ ।ଗୋପାଳ ପୁଅଙ୍କୁ ଘେନି ବତ୍ସାନ୍ତ ଅଡ଼ାଇମହାଅରଣ୍ୟ ଭିତରେ ପ୍ରବେଶିଲେ ଯାଇ ।ଗୋପାଳ କୁମରେ କେନ୍ଦୁବାଡ଼ି ଧରିଛନ୍ତିଗଉଡ଼ିଆ ଗୀତ ଗାଇ ଆନନ୍ଦେ ଧାମନ୍ତି ।ଗୋମତ ପର୍ବତ ଜିଣି ଥୋକେଦୂର ଗଲେଜମ୍ୱୁଦ୍ୱୀପ ମଧ୍ୟରେ ସେ ପ୍ରବେଶ ହୋଇଲେ ।ବତ୍ସାମାନେ ସମସ୍ତେ ଯେ ଚଳିଗଲେ ଦୂରେକାନନେ ପଶିଣ ଖେଳ ଖେଳନ୍ତି ଯେଝାରେ ।ଏସନକ ସମୟରେ ଦଇବର କୃତ୍ୟପ୍ରଚଣ୍ଡ ଅଗ୍ନି ମାଡ଼ିଣ ଆସେ ଅକସ୍ମାତ ।ହରିଣ ବାହୁଟିଆ ଯେ ଯୂଥ ଯୂଥ ହୋଇତରତରେ ପଳାଅନ୍ତି ପଛକୁ ନ ଚାହିଁ ।ହସ୍ତୀ ଘୋଡ଼ା ଗୟଳ ଯେ ମଇଁଷି ଶାର୍ଦ୍ଦୁଳଶଶା ସିଂହ ଭାଲୁଆଦି ହୋଇ ଦଳ ଦଳ ।ଜୀବନ ବିକଳେ ସର୍ବେ ପଳାନ୍ତି କାତରେମାଡ଼ି ଆସଇ ଅନଳ ପ୍ରଚଣ୍ଡ ରୂପରେ ।ରାଜହଂସ କାକ ଚିଲ ବଣି ଶୁଆ ସାରୀକିଳିକିଳା ଶବ୍ଦକରି ଯାଆନ୍ତି ବାହାରି ।ଅନଳର ଶିଖା ଯାଇ ଆକାଶେ ଲାଗଇଦେଖି ସବୁ ଜୀବଜନ୍ତୁ ପଳାନ୍ତି ନ ରହି ।ଅନଳର ତେଜଭୟେ ପଳାଇଲେ ଗାଈହମ୍ୱାରାବ ଶବଦରେ ପୃଥିବୀ କମ୍ପାଇ ।ଦେଖି ତାହା ଗୋପପୁଏ ମହାଭୟ କରିକୃଷ୍ଣଙ୍କ ନିକଟେ ଯାଇ ଏମନ୍ତ ବିଚାରି ।କିହୋ ହରି କେଣେ ଯିବା ପଥ ନ ଦିଶଇଏଥେ ରହିଲେ ମରିବା ସର୍ବେ ଦହି ହୋଇ ।ଶ୍ରୀକୃଷ୍ଣ ବୋଇଲେ ସବୁ ବତ୍ସାନ୍ତ ଅଡ଼ାଅଏହି ବାଟେ ପଳାଇବା ଅଥୟ ନ ହୁଅ ।ଶୁଣିକରି ଅଡ଼ାଇଲେ ପୋଏ ବତ୍ସାପଲଏକୁ ଆରେକ ବୋଲନ୍ତି ବେଗେ ବେଗେ ଚାଲ ।ଦଇବେ ବସନ୍ତଋତୁ ତ୍ରିଂଶଦଣ୍ଡ ବେଳଚାରିପାଖ ବନପୋଡ଼ି ଆସଇ ଅନଳ ।ଧୁମ୍ରବର୍ଣ୍ଣ ଚାରିଦିଗେ ଦିଶେ ଅନ୍ଧକାରଝୁଲ ଆସି ପଡ଼ୁଅଛି ପୁଅଙ୍କ ଉପର ।ଜୀବନ ବିକଳେ କେହି ପଛକୁ ନ ଚାହିଁଚଳନ୍ତି ଗୋପାଳ ପୋଏ ବତ୍ସାନ୍ତ ଅଡ଼ାଇ ।ବିଚାରନ୍ତି ଏଥେ ସର୍ବେ ଆଜି ହେବା ନାଶଆରତେ ଡାକନ୍ତି ରକ୍ଷାକର ଲୋକଈଶ ।ପୂର୍ବଜନ୍ମେ ଅବା କରିଥିଲୁଁ କେଉଁ ପାପଅସ୍ଥାନେ ମରିଲୁଁ ନ ଦେଖିଲେ ମାଆ ବାପ ।ହେ ଦୁର୍ଗେ ରକ୍ଷାକର ଗୋ ଆମ୍ଭଙ୍କୁ ବିପଦୁରକ୍ଷାକର ରାମ ହରି ଏ ମହାଆପଦୁଁ ।ନିର୍ଜ୍ଜନ ବନ କନ୍ଦର କେଣେ ବାଟ ନାହିଁକୁଆଡ଼େ ଯିବୁ ଆମ୍ଭଙ୍କୁ ବୁଦ୍ଧି ନ ଦିଶଇ ।ଅନାଥ ହୋଇଲୁ ଏବେ ରଖ ଭଗବାନଏତେ ବୋଲି ଉଚ୍ଚସ୍ୱରେ କରନ୍ତି ରୋଦନ ।ଚିତ୍ରଧାରା ବୋଲିକରି ଏକ ନଦୀ ଗୋଟିଆଡ଼ମ୍ୱର ପର୍ବତୁ ସେ ଆସୁଅଛି ଫୁଟି ।ମହେନ୍ଦ୍ର ନାମେ ପର୍ବତ ତାର ନିକଟରେମସ୍ତକ ଲାଗଇ ତାର ଆକାଶ ମାର୍ଗରେ ।ତା ସମାନ ଗିରିଗୋଟା ପୃଥିବୀରେ ନାହିଁଅଘା ବତ୍ସା ବେନି ବୀରେ ଥିଲେ ତହିଁ ରହି ।ଗାଈଙ୍କର ହମ୍ୱାରାବ ବାଛୁରୀଙ୍କ ଧାଡ଼ିଷଣ୍ଢଙ୍କର ମୁଖଧ୍ୱନି ପୁତ୍ରଙ୍କ ତଡ଼୍ବଡ଼ି ।ଏହିପରି ଶବ୍ଦ ଯହୁଁ ଶୁଭେ ଭୟଙ୍କରଦୂରେ ଥାଇଣ ଜାଣିଲା ତାହା ଅଘାସୁର ।ଖଣ୍ଡେଦୂରୁ ଦେଖେ ଆସୁଛନ୍ତି ବତ୍ସାପଲଦାନବ ଭାଳଇ ଏବେ ହୋଇଲା ତ ଭଲ ।ଉଦର ପୂରାଇ ଭୁଞ୍ଜିବଇଁ ମନ ଇଚ୍ଛାପୂର୍ଣ୍ଣ ହୋଇଲା ଅନେକ କାଳ ମନୋବାଞ୍ଛା ।କହୁଁ କହୁଁ ଅସୁର ଯେ ମୁଖ ବିସ୍ତାରିଲାସ୍ୱର୍ଗ ମର୍ତ୍ତ୍ୟ ବେନିପଥେ ଘୋଟି ଆଚ୍ଛାଦିଲା ।ଶାବଳ ପରାୟ ତାର ଦିଶେ ଦନ୍ତପନ୍ତିବିକରାଳ ବଦନ ଯେ ଦିନକର ଜ୍ୟୋତି ।ଦେହ ଦିଶୁଅଛି ପୁଣି ମହାଗିରି ପ୍ରାୟେକୁରାଳଚକ୍ର ପରାୟ ନୟନ ବୁଲାଏ ।ବିକଟାଳରୂପେ ଦଇତ ଅଛି ଆଁ କରିପୁଅଙ୍କ ସହିତେ ତହିଁ ପଶିଲେ ବାଛୁରୀ ।ପାତାଳ ପରାୟେ ତାର ଉଦର ଗଭୀରରାମ କୃଷ୍ଣ ସହିତରେ ପଶିଲେ ତହିଁର ।ପାଟି ପକାଇବ ବୋଲି କରନ୍ତେ ବିଚାରସେହି କଥା ଗୋଟି ଜାଣିପାରି ଚକ୍ରଧର ।ମୁଥମାରି ବାହାରିଲେ ମୂର୍ଦ୍ଧନା ବିଦାରିଗୋପପୁଅଙ୍କ ସଙ୍ଗରେ ବାହାରିଲେ ହରି ।ଧେନୁ ବରଡ଼ିଆ ଗାଈ ବାଛୁରୀ ଯେତେକକେହି ନ ରହି ବାହାର ହୋଇଲେ ପ୍ରତ୍ୟକ୍ଷ ।ଚାହୁଁ ଚାହୁଁ ପିଣ୍ଡୁତାର ପ୍ରାଣ ହେଲା ଗତକଉତୁକେ ବିନାଶିଲେ ଦୁର୍ବାର ଦଇତ ।ତହୁଁ ଥୋକାଏକ ଦୂର ଯାଆନ୍ତେ ପଳାଇବତ୍ସାସୁର ଛାମୁରେ ସେ ପଡ଼ିଲେକ ଯାଇ ।ଅଘାପରି ବତ୍ସା ମଧ୍ୟ ରହିଅଛି ତହିଁସବୁଙ୍କୁ ଗିଳିବ ବୋଲି ବାଟ ଥିଲା ଚାହିଁ ।ଯେସନେ ପ୍ରମତ୍ତ ଭାଲୁଭକ୍ଷେ ପୋକ ଝିଣ୍ଟିତେସନେ ଗାଈ ବାଛୁରୀ ଭକ୍ଷଇ ସାଉଣ୍ଟିଁ ।ଅସୁର କାମରୂପୀ ଯେ ଧରେ ନାନାରୂପକ୍ଷଣେ ଦୃଶ୍ୟ ହୁଏ ପୁଣି କ୍ଷଣେ ହୁଏ ଗୋପ୍ୟ ।ଦେଖିକରି ବଳଦେବ ଧାଇଁଲେ କୋପରେଚାପୋଡ଼େ ମାଇଲେ ନେଇ ବତ୍ସା ମସ୍ତକରେ ।ଯେବଣ ଚାପୋଡ଼ା ବାଜି ମେରୁ ହୁଏ ଚୂରସେ ଚାପୋଡ଼ା ବାଜନ୍ତେ କି ଜୀଇଁବ ଅସୁର ।ଘାଏ ଘୁମାଇଣ ସେହୁ ପଡ଼େ ମହାବଳୀମୂର୍ଦ୍ଧନା ଫାଟିଣ ମଲା ନ ପାରିଣ ଚଳି ।ଶୁଣ ପରୀକ୍ଷିତ ରାଜା ବଦୟନ୍ତି ମୁନିଅସମ୍ଭବ ଅଟଇ ସେ ଭାଗବତ ବାଣୀ ।ମାୟାଧର ପୁରୁଷ ସେ ମାୟା ରଚିଥିଲେଦଇତ ମରିବା ପାଇଁ ବନେ ଯାଇଥିଲେ ।ପୁଣି ଥୋକାଏକ ଦୂରେ ଦେଖିଲେ କୁମରଆଗଆଡ଼େ ବନପୋଡ଼ି ହୁଅଇ ପ୍ରଖର ।ଦେଖିକରି ସମସ୍ତେ ଯେ ସ୍ତମ୍ଭୀଭୂତେ ରହିଚୌଦିଗେ ବେଢ଼ିଛି ଅଗ୍ନି କାହିଁ ପଥ ନାହିଁ ।କେ ବୋଲେ ପାଣିର ପଶି ଜୀବନ ରଖିବାଅଗ୍ନି ଲଭିଗଲେ ପୁଣି ଗୃହେ ଫେରିଯିବା ।କେ ବୋଲେ ଆମ୍ଭେ ସିନା ତ ରଖିବା ଜୀବନବତ୍ସା ପୋଡ଼ିମଲେ ଧର୍ମ ନାଶ ହେବ ଜାଣ ।ଏତେ ବୋଲି ପୁଣି ସର୍ବେ ଚକିତରେ ରହିମହାଭୟକଲେ ବନ ଅନଳକୁ ଚାହିଁ ।ଏକ ଦୃଷ୍ଟିରେ ଅନାଇ ଗୋବିନ୍ଦଙ୍କ ମୁଖବୋଇଲେକ ତୁମ୍ଭେ ଥାଉଁ ଆମ୍ଭର ଏ ଦୁଃଖ ।ଅନେକ ବିପଦୁଁ ରକ୍ଷା କରିଅଛୁ ହରିଅଘା ବତ୍ସା ପେଟୁଁ ଆମ୍ଭେ ଥାନ୍ତୁ କି ଉବୁରି ।ତୋହର ଯୋଗରୁ ସିନା ରହିଲା ଜୀବନତୁହି ଆମ୍ଭେ ଭାଇ ବନ୍ଧୁ ପିଣ୍ଡର କାରଣ ।ପୁଅମାନଙ୍କ ବିକଳ ଦେଖି ଦେବରାଜବୋଇଲେ ତୁମ୍ଭେ ସକଳେ ଚକ୍ଷୁମାନ ବୁଜ ।ଏହିକ୍ଷଣି ଶାନ୍ତ ହେବ ଏହି ବୈଶ୍ୱାନରଏମନ୍ତ ଆଜ୍ଞା ବିହିଲେ ଯେଣୁ ଦାମୋଦର ।ଶୁଣିକରି ସକଳେ ଯେ ବୁଜିଲେ ନୟନପୁଣି ଚକ୍ଷୁ ଫେଡ଼ିଦ୍ୟନ୍ତେ ଦେଖିଲେ ଏସନ ।ନାହିଁ ହୁତାଶନ ନାହିଁ ଆଉ ବନଦାହସ୍ୱପନ ପ୍ରାୟ ମଣିଲେ ସର୍ବ ଗୋପପୁଅ ।ଆନନ୍ଦରେ ରାମ ହରି ସଙ୍ଗେ ସଙ୍ଗୀ ହୋଇଯେ ଯାହାର ବତ୍ସମାନ ଚିହ୍ନିଣ ଅଡ଼ାଇ ।ପାଣି ପିଆଇ ନଦୀରେ ଫେରିଲେ ସମସ୍ତେଯେ ଯାହାର ପୁରେ ଯାଇ ମିଳିଲେ ତଦନ୍ତେ ।ମେରୁ ଉହାଡ଼କୁ ଗଲେ ପ୍ରଭୁ ଦିନମଣିସନ୍ଧ୍ୟା ସମୟେ ମିଳିଲେ ଘରେ ସର୍ବେ ପୁଣି ।ରାମ ହରି ମାତାପାଶେ ହୋଇଲେ ପ୍ରବେଶଅଧାମ ଲବଣୀ ସର କରିଲେକ ଗ୍ରାସ ।ଏଥୁଅନନ୍ତରେ ହେଲା ପ୍ରହରେ ରଜନୀପଲ୍ୟଙ୍କରେ ନିଦ୍ରାଗଲେ ପ୍ରଭୁ ଚକ୍ରପାଣି ।ଶୁଣ ହେ ପରୀକ୍ଷ ରାଜା କହେ ଶୁକଯତିବିଶ୍ୱକୂଟ ମାୟା ବିରଚିଲେ ଯଦୁପତି ।ନନ୍ଦ ବସୁନନ୍ଦ ଉପନନ୍ଦର ସହିତେଯେ ଯାହାର ପୁରମଧ୍ୟେ ଅଛନ୍ତି ନିଶ୍ଚିନ୍ତେ ।ଏହି ସମୟେ ଗୋଷ୍ଠରେ ଶୁଭେ ମହାଗୋଳଗାଈମାନେ ବ୍ୟାଘ୍ରନେଲା ଶୁଭିଲା ଚହଳ ।ଠାବେ ଠାବେ ବୁଲୁଛନ୍ତି ବ୍ୟାଘ୍ର ପଲ ପଲକେ ବୋଲଇ ଏ କଥା ତ ନୁହେଁ କିଛି ଭଲ ।ଅରିଷ୍ଟି ଉତପାତ ଯେ ହେଲା ଗୋପପୁରେଭକ୍ଷନ୍ତି ଗୋରୁ ମନୁଷ୍ୟ ବୁଲି ଦ୍ୱାରେ ଦ୍ୱାରେ ।ଏମନ୍ତ ବାରତା ଯହୁଁ ଜାଣିଲେ ଅଚ୍ୟୁତକୋକୁଆ ଜୀବ ଗୋଟିଏ ଅଙ୍ଗୁ କଲେ ଜାତ ।ସକଳ ଗୋପାଳଙ୍କୁ ସେ ଆଜ୍ଞାଦେଲେ ରାଇକୋକୁଆ ଜୀବ ବୋଲିଣ ଏ ଜନ୍ତୁ ଅଟଇ ।ଅତିଶୟ କରାମତ ଏହାର ଅଟେ ତଏହାକୁ ସ୍ମରଣ କଲେ ବ୍ୟାଘ୍ର ହେବେ ହତ ।ଶୁଣି ଗୋପାଳେ କୋକୁଆ ନାମ ସୁମରିଲେତକ୍ଷଣେ କୋକୁଆ ବ୍ୟାଘ୍ରମାନଙ୍କୁ ଖାଇଲେ ।ଏହିରୂପେ ଗୋପେ ମାୟା କଲେ ମାୟାଧରଯାହାଙ୍କର ମାୟା ଦେବାସୁରେ ଅଗୋଚର ।ମନୁଷ୍ୟ ହୋଇଣ ତାହା କାହୁଁ ବା ଜାଣିବଶୁଣ ତୁ ପରୀକ୍ଷ ବଦୟନ୍ତି ଶୁକଦେବ ।ଅସମ୍ଭବ ଚରିତ ଏ ହରିବଂଶ ଲୀଳାଭବସାଗର ତରିବାପାଇଁ ଦିବ୍ୟ ଭେଳା ।ଏଥୁ ଅନନ୍ତରେ କଂସ ନୃପତିର ଚାରଯାଇ ଜଣାଇଲା ଅଘା ବତ୍ସା ସମାଚାର ।ଭୋଦେବ ଭୋଜସାଇଁ ହେ ଶୁଣ ସାବଧାନେଅଘା ବତ୍ସା ବେନି ବୀର ଗଲେ ଯେଉଁଦିନେ ।ଉଲ୍ଲୁକ ମନ୍ତ୍ରରେ କାୟା କରିଲେ ଗୋପନରାମ କୃଷ୍ଣଙ୍କୁ ସେ ଖୋଜୁଥାନ୍ତି ଅନୁକ୍ଷଣ ।ଦଇବେ ଗୋପାଳପୁଅ ସଙ୍ଗତରେ ଘେନିବତ୍ସା ଚରାଇ ଅଇଲେ ନନ୍ଦପୁଅ ବେନି ।ଏ ସମୟେ ଅଘା ବତ୍ସା ବିଚାରି କରିଲେଅସୁର କାୟା ଧରିଣ ତାଙ୍କୁ ଓଗାଳିଲେ ।ମୁଖକୁ ବିସ୍ତାର କରି ଧରି ଗୋପବାଳନନ୍ଦପୁଅ ସହିତରେ କରିଲେ କବଳ ।କିପରି ତାହାଙ୍କୁ ନାଶ କଲେ ବେନିସୁତଗର୍ଭ ଭିତରୁ ବାହାରି ଆସିଲେ ତୁରିତ ।ପର୍ବତ ପରାୟେ ପଡ଼ିଛନ୍ତି ବେନି ବୀରେଦେଖିଣ ଅଇଲୁ ସ୍ୱାମୀ ଆମ୍ଭେ ୟା ନେତ୍ରରେ ।ଶୁଣିକରି କଂସାସୁର ହୋଇଲା ଚକିତକି ବୋଲ କି ବୋଲ ଦୂତ କହଇ ଏମନ୍ତ ।କେଉଁପରି ଏଡ଼େ ବୀରେ ମରିଲେ ଅଖଡ଼େକେହ୍ନେ ମାରିଲେ ତାହାଙ୍କୁ ସେ ଛାର ଗଉଡ଼େ ।ଅସମ୍ଭବ କଥା ଏ ତ ଆଜ ଶୁଣାଗଲାଏତେ ବୋଲି କର ବେନି ମସ୍ତକେ ତାଡ଼ିଲା ।ଆହା ମୋର ଅଘା ଆରେ ଆରେ ବତ୍ସାସୁରଗଉଡ଼ଙ୍କ ହାତେ କେହ୍ନେ ଗଲ ଯମପୁର ।ସିଂହ ହୋଇ ଶୃଗାଳଙ୍କ କରରେ ମରିଲମାର୍ଜ୍ଜାର ହୋଇ ମୂଷିକ ହାତେ ପ୍ରାଣ ଦେଲ ।ସରପ ହୋଇ ଗରୁଡ଼େ କରିଲେ ବିନାଶକା ଆଗେ କହିବି ଏହା ମୋ କପାଳ ଦୋଷ ।କିଏ ମୋତେ ମାରି ଦେବ ରାମ କୃଷ୍ଣ ଦୁଇମନ୍ତ୍ରୀପଦ ତାହାକୁ ଏ କଟକେ ଦେବଇଁ ।ଜାଣିଲି ଦେବତାଙ୍କ ଅଟଇ ଏ କୂଟନୋହିଲେ ଦୈତ୍ୟ ନାଶି କି ଛାର ଗୋପଚାଟ ।ମାୟାରେ କେଉଁଦେବତା ଅଛି ଅବତରିକିଏ ମୋତେ ବେନିଶିଶୁ ଦ୍ୟନ୍ତାଯେବେ ଧରି ।ଟିକି ଟିକି କରି ତାଙ୍କ କାଟନ୍ତି ମାଉଁସସଂସାରରେ ରଖନ୍ତି କି ଗୋପାଳଙ୍କ ବଂଶ ।ଦହି ଦୁଧ ବିକାଙ୍କର ଏଡ଼େକ ଦିମାକମୋ ସଙ୍ଗେ ଶତ୍ରୁ ହୁଅନ୍ତି ହୋଇ ପ୍ରଜାଲୋକ ।ଆହେ ପାତ୍ର ମନ୍ତ୍ରୀ ତୁମ୍ଭେ ଶୁଣ ମୋ ବଚନଗୋପପୁର ପଦାଘାତେ କରିବଇଁ ଚୂର୍ଣ୍ଣ ।ଅଗୋପାଳ କରିବି ଏ ଚଉଦ ବ୍ରହ୍ମାଣ୍ଡମୋର ପରାକ୍ରମ ଜାଣି ନାହାନ୍ତି କି ଭାଣ୍ଡ ।ଜଗତ ମଧ୍ୟରେ ଯେହୁ ଅଟେ ଏକବୀରଯା ନାମେ ଚମକ ପଡ଼େ ଅମର ନଗର ।ବିଛୁଆତି ଗଛରେ ସେ ହୁଅନ୍ତି କୁଣ୍ଡାଇଏତେ ବୋଲି ଦୀର୍ଘରଡ଼ି ଛାଡ଼େ ଭୋଜସାଇଁ ।କ୍ରୋଧଭରେ ଗଦାବର ପିଟେ ନେଇ ତଳେପୃଥିବୀ କି ରସାତଳେ ଯିବ ଏକାବେଳେ ।ରଡ଼ିଘାତରେ ଆକାଶ ପଡ଼ିବ କି ଛିଡ଼ିନିଶମୋଡ଼ି ଠିଆ ହେଲା ଦାନ୍ତକୁ ରଗଡ଼ି ।ମୁଁ ଯେବେ ଉଗ୍ରସେନର ଅଟଇ କୁମରସାଗରେ ମାଡ଼ିବି ନିଶ୍ଚେଁ ନେଇ ଗୋପପୁର ।କଂସର ଉଗ୍ରମୂରତି ଦେଖି କେସୀ ଦୈତ୍ୟକରଯୋଡ଼ି ବୋଲେ ସ୍ୱାମୀ କୋପ କର ଶାନ୍ତ ।ଛାର ଗଉଡ଼ ଟୋକାଙ୍କୁ ଯିବ ତୁମ୍ଭେ ମାରିମନ କଲେ କ୍ଷଣକରେ ଆଣିଦେବି ଧରି ।ଚୂଚୁନ୍ଦ୍ରାଙ୍କୁ ମାଇଲେ ଯେ ହାତ ଗନ୍ଧାଇବଯାହାର ସମରେ କ୍ଷମ ନୁହଇ ବାସବ ।ଯା ନାମେ ଗର୍ଭିଣୀ ନାରୀ ବାଟ ଛାଡ଼ିଯାଏଯମ କାଳଦଣ୍ଡ ଯେହୁ କରିଅଛି କ୍ଷୟେ ।ସେ ପୁଣି ଗଉଡ଼ ସଙ୍ଗେ କରିବ ବିବାଦଶୁଣିଲେ ଲୋକ ସମାଜେ ହେବ ଅପବାଦ ।କ୍ରୋଧ ଶାନ୍ତକର ଦେବ ରୁହ ନିଶ୍ଚିନ୍ତରେନନ୍ଦପୁଅଙ୍କୁ ମାରିବା କଳ କୌଶଳରେ ।ପିମ୍ପୁଡ଼ି ମାରିବାପାଇଁ କେତେକ ମାତରକ୍ଷଣକରେ ପେଷିଦେବି ମୁହିଁ ଯମପୁର ।କେଶୀର ମୁଖରୁ ଏହା ଶୁଣି ଭୋଜପତିଆସ୍ଥାନ ମଉଳି ଗଲା ହୋଇ ଶାନ୍ତମୂର୍ତ୍ତି ।ଜୟ ତୁ ରାଧିକେ ମାଗୋ ଜଗତ ମୋହିନୀଚିଦାନନ୍ଦ ସ୍ୱରୂପ ତୁ ବିଷ୍ଣୁ ବିଳାସିନୀ ।ରାସେଶ୍ୱରୀ ଅଟୁତୁହି ଜଗତର ମାତତୋ ମାୟାରେ ଚରାଚର ପ୍ରାଣୀ ବିମୋହିତ ।ଜଗତନାଥଙ୍କୁ ବଶ କଲୁ ଅବହେଳେନମଇଁ ଅଚ୍ୟୁତଦାସ ତୋ ପାଦ କମଳେ ।