ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୨୦ / ୨୫
ସମ୍ପୂର୍ଣ୍ଣ ସୂଚୀପତ୍ର
କଂସର ଶ୍ରୀମୁଖ ଶୁଣି ନନ୍ଦ ଯଶୋଦା ସହିତ ଗୋପୀଙ୍କର ଚିନ୍ତା
ଶୁକମୁନି କହୁଛନ୍ତି ପରୀକ୍ଷ ଆଗରସ୍ୱାମୀ ଆଜ୍ଞାପାଇ ତହୁଁ ଚଳିଲା ଅକ୍ରୁର ।ନନ୍ଦର ଗୃହରେ ଯାଇ ହୁଅନ୍ତେ ପ୍ରବେଶଦେଖି ନନ୍ଦ ସମାଦର କରିଲା ଅଶେଷ ।ଅକ୍ରୂର ବୋଇଲା ନନ୍ଦ କଂସ ଆଜ୍ଞା ଘେନଗୋପାଳଙ୍କୁ ବସାଇଣ କର ୟା ପଠନ ।ଶ୍ରୀମୁଖକୁ ମସ୍ତକରେ ଲଗାଅ ହେ ନେଇଏତେବୋଲି ଲେଖାଗୋଟି ଦେଲା ସେ ବଢ଼ାଇ ।ତାହା ଧରି ନନ୍ଦଗୌଡ଼ ଚମିକ ପଡ଼ିଲାକିସ ଲେଖା ବୋଲି ମନ ମଧ୍ୟରେ ଭାଳିଲା ।ତତକ୍ଷଣେ ଲୋକ ପେଷି ଗୋପାଳନ୍ତ ଭାଇକଂସ ଲେଖା ବୋଲି ସର୍ବେ ଅଇଲେକ ଧାଇଁ ।କୃଷ୍ଣ ମହାକୁଞ୍ଜ ଦାସ ପରିଡ଼ା ବେହେରାସେନାପତି ବାରିକ ପଲେଇ ରାଉତରା ।ପଧାନ ନାୟକ ଜେନା ବିଶୋଇ କରଣପ୍ରବେଶିଲେ ଆସି ସର୍ବେ ନନ୍ଦ ନିକେତନ ।ବାଳ ବୃଦ୍ଧ ତରୁଣାଦି ଅଇଲେ ସମସ୍ତେଗୋପଶିଶୁ ସଙ୍ଗେ ରାମକୃଷ୍ଣଙ୍କ ସମେତେ ।ଯଶୋଦା ସହିତେ ଯେତେ ଗୋପର ତରୁଣୀରୁଣ୍ଡ ହେଲେ କଂସ ଆଜ୍ଞା କିସ ବୋଲି ଶୁଣି ।ଅକ୍ରୂର ବଦନ ଚାହିଁ ପ୍ରଭୁ ଦଇତ୍ୟାରିବୋଇଲେ କି ଆଜ୍ଞା କହ ପତ୍ର ଫେଡ଼ିକରି ।ଅକ୍ରୂର ବୋଲଇ ସର୍ବେ ଶୁଣ ମନଦେଇରାଜା ଆଜ୍ଞା ପ୍ରମାଣରେ ଅଇଲଇଁ ମୁହିଁ ।ଧନୁ ଉତ୍ସବ ଯାତ୍ରା ଯେ ହୁଏ ମଥୁରାରେସବୁ ଦେଶୁଁ ଅଇଲେଣି ରାଜାଏ ଯେଝାରେ ।ବୀର ମହାବୀର ଆଉ ରଥୀ ମହାରଥୀଦେବତା ଋଷି ବ୍ରାହ୍ମଣ ଏଥେ ଆସୁଛନ୍ତି ।ଯେହୁ ନ ଆସିବ ତାର ହେବ ମୁଣ୍ଡ କାଟଏ ଆଜ୍ଞା କରିଛି ଆପେ କଂସ ରକ୍ଷଚାଟ ।ଆରେ ନନ୍ଦ ତୁହି ତୋର ପୁତ୍ରଙ୍କୁ ଘେନିଣଯାତ୍ରା ଦେଖିବା ପାଇଁକି ଆସିବୁ ବହନ ।ଆମ୍ଭର ଆଜ୍ଞା ଅବଜ୍ଞା କରିବୁ ତୁ ଯେବେଗୋଟି ଗୋଟିକରି ମୁଣ୍ଡ କାଟିବଇଁ ତେବେ ।ଏତେ ବୋଲି ଗାର କାଟେ କଂସ ରାଜାରାଣପାଏଡ଼ା ପାରିଣ ନନ୍ଦ ଧରି ହୋ ବହନ ।ଆହେ ନନ୍ଦ ହୃଦୟରୁ ସବୁଚିନ୍ତା ଛାଡ଼ିଏ ଅନୁକୂଳେ ବାହାର ହୁଅ ତଡ଼ବଡ଼ି ।ଅକ୍ରୂର ବଚନେ ନନ୍ଦ ତରତରେ ଉଠିପାଏଡ଼ା ପାଡ଼ି ମସ୍ତକେ ଲଗାଏ ଯେ ଚିଠି ।ଏ ସମୟେ ପ୍ରବେଶିଲେ ଗାର୍ଗ୍ୟ ମହାମୁନିସହସ୍ରେ ଶିଷ୍ୟ ଘେନିଣ ମିଳି ତତକ୍ଷଣି ।ନନ୍ଦ ବୋଲେ ନିସ୍ତରିଲି ଏବେ ମୁଁ ମୁନି ହେପଡ଼ିଅଛି ମୁହିଁ ସ୍ୱାମୀ ଅତ୍ୟନ୍ତ ସନ୍ଦେହେ ।ଅକ୍ରୂର ଦୂତପଣରେ ଶ୍ରୀମୁଖ ଆଣିଛିତାହା ଶୁଣିଣ ମୋହର ଚେତା ଉଡ଼ୁଅଛି ।ସେ ପତ୍ରକୁ ପଢ଼ି ଯତ୍ନେ ମସ୍ତକେ ଲଗାଇମହାଭୟେ ମୁନିଙ୍କର ହସ୍ତେ ଦିଏ ନେଇ ।ଦର୍ହସିତେ ମୁନି ତାହା ଫିଟାଇ ପଢ଼ନ୍ତିଏକମନ ହୋଇ ଗୋପୀ ଗୋପାଳେ ଶୁଣନ୍ତି ।ଭୋଜବଂଶର ତିଳକ କଂସ ମହାମଲ୍ଲଯେବଣ ବୀର ଅଟଇ ଐରୀ ଊର ଶଲ ।ମହାପ୍ରତାପୀ ଯେ ଇନ୍ଦୁମତୀର ନନ୍ଦନତିନିପୁରେ ପୂଜାପାଏ ଏକାଙ୍ଗ ରାଜନ ।ଅମର ଭୁବନେ ଯାର ନାମ ପଡ଼େ ନିତିଚରଣେ ଖଟନ୍ତି ଯାର ସକଳ ନୃପତି ।ଚିରକାଳ ବର୍ତ୍ତନ୍ତା ଯେ ପୃଥିବୀ ସମ୍ରାଟକୃତାନ୍ତ ହୋଇଲେ କରି ପାରେ ମୁଣ୍ଡକାଟ ।ଯମର ଉପରେ ଯେହୁ ଅଟେ ଦ୍ୱିତୀଯମଗର୍ଭିଣୀ ବାଟ ଛାଡ଼ଇ ଶୁଣି ଯାର ନାମ ।ଶୂରବନ୍ତ ବୁଦ୍ଧିମନ୍ତ ଶ୍ରୀମନ୍ତ ଆବରଠାକୁର ଉପରେ ଯେହୁ ବୋଲାଏ ଠାକୁର ।ସେ ପ୍ରଭୁ କଂସାସୁରର ଆଜ୍ଞା ପରମାଣଗୋପପୁରକୁ ଚିଟାଉ ହେଲା ଆଜଦିନ ।ଆରେ ନନ୍ଦ ମହାଖୁଡ଼ ହୋଇ ସାବଧାନକାହ୍ନୁ ସଙ୍କର୍ଷଣ ନାମେ ତୋ ବେନି ନନ୍ଦନ ।ଦେଖା ଦରଶନୀ ଧନ ଘେନି ସଙ୍ଗତରେବସିଲା ଠାବରୁ ଉଠି ଆସ ତୁ ସତ୍ୱରେ ।ହାଟୁଆ ବାଟୁଆ ଥିବେ ଯେତେ ତହିଁ ପ୍ରଜାବେଗହୋଇ ଆସ ସର୍ବେ ଘେନି ସାଜସଜା ।ଧନୁ ଉତ୍ସବ ଯାତ୍ରାକୁ ଦେଖିବ ଆମ୍ଭରସମ୍ମାନ ପାଇଣ ପୁଣ ଯିବ ଯେଝା ଘର ।ମୋହର ଏ ଆଜ୍ଞାଗୋଟି ଯଦ୍ୟପି ମେଣ୍ଟିବନିଶ୍ଚୟ କହୁଛି ଗୋପନଗ୍ର ନ ରହିବ ।ଗାର୍ଗ୍ୟମୁନି ଆଜ୍ଞାପତ୍ର ପଢ଼ନ୍ତେ ଏପରିଶୁଣି ମହାଭୟ କଲେ ସବୁ ନରନାରୀ ।ଅକ୍ରୂର ବୋଲଇ ଆଉ ଭାଳୁଅଛ କିସସ୍ୱହସ୍ତେ ଏ ପତ୍ର ଲେଖିଅଛି ବୀରକଂସ ।ଏହି ସମୟରେ ନନ୍ଦ ହୁଅ ହେ ବାହାରକିଏ ଲଘିଂ ପାରିବକି କଂସରାଜା ଗିର ।ବେନି ପୁତ୍ର ସଙ୍ଗେ ଘେନି ବାହାର ହେ ବେଗେକେହି ବରତିବ ନାହିଁ କଂସ ଯେବେ ରାଗେ ।ବିଳମ୍ୱ କରିବାପାଇଁ ମୋତେ କହିନାହିଁକହିଛି ଦେଖିଲା ମାତ୍ରେ ଆଣିବୁ କଢ଼ାଇ ।ଯେବେ ଭଲଦଶା ଅଛି ବାଲ ହୋ ବହନତୁମ୍ଭେ ନ ଗଲେ ମୁଁ ନେବି କାହ୍ନୁ ସଙ୍କର୍ଷଣ ।କାହାର ଶକତି ଅଛି ମନା କେ କରିବଯେଉଁ କଂସର ପ୍ରତାପ ନ ସହନ୍ତି ଦେବ ।ଦୁହାଇ ଦୁହାଇ କଂସ ରାଜାର ଦୁହାଇଏ ବିଷୟ କେହି କିଛି ଆଉ ବୋଲ ନାହିଁ ।ଅକ୍ରୂର ଆକଟ ଦେଖି ସର୍ବେ ସ୍ତମ୍ଭୀଭୂତଗାର୍ଗ୍ୟ ବୋଇଲେ ହେ ନନ୍ଦ ପଠା ବେନିସୁତ ।ତୁମ୍ଭେ ତାଙ୍କ ସଙ୍ଗତରେ ଯାଅ ସଜ ହୋଇଏଥିରେ କୌଣସି ମାତ୍ର ଭୟକଥା ନାହିଁ ।କହୁଁ କହୁଁ ମିଳିଲା ଯେ ପାଶେ ଆସି ରଥଦେଖିଣ ତାଟକା ହେଲେ ସର୍ବ ଗୋପଯୁଥ ।କେ ବୋଲଇ ଗୋପପୁରୁଁ ଲକ୍ଷ୍ମୀ ଛାଡ଼ିଗଲାକେ ବୋଲେ ନନ୍ଦର ଆଝୁଁ ସମ୍ପଦ ସରିଲା ।ରାମକୃଷ୍ଣ ନ ଥିଲେ କି ଶୋଭା ଗୋପପୁରଦଇବ ଛଡ଼ାଇ ନିଏ ବଳ ତ କାହାର ।କେ ବୋଲେ ଅକ୍ରୁର ଲାଗି ଏ କଷ୍ଟ ଭୋଗିବାକେ ବୋଲେ କଂସର ରାଜ୍ୟେ ଆଉ ନ ରହିବା ।କେ ବୋଲେ କଂସର ଭୟ ସବୁଠାରେ ଅଛିକେ ବୋଲେ ତାହାକୁ ଅବା ଦଇବ ଛାଡ଼ୁଛି ।ଅକ୍ରୂର ବଦନୁ ଶୁଣି ନିଦାରୁଣ ବାଣୀନନ୍ଦ ଯଶୋଦା ମୂର୍ଚ୍ଛିତେ ପଡ଼ିଲେ ଧରଣୀ ।ଘଡ଼ିଏ ଚେତନା ପାଇ ବୋଲନ୍ତି ଆକୁଳେମହାପର୍ବତ ଭାଙ୍ଗି କି ପଡ଼େ ବକ୍ଷସ୍ଥଳେ ।ଭୋ ଦେବ ପୁରୁଷ ତୁହି କଲୁ ଏହା ଆଣିବୃଦ୍ଧକାଳେ ପୁତ୍ରକଷ୍ଟ ଘଟାଉଛୁ ପୁଣି ।କେତେ ମହାବିପଦରୁ ବଞ୍ଚିଲେ ମୋ ସୁତେଦିନେ ପୂତନା ମିଳିଲା ଆସି ଅକସ୍ମାତେ ।ସ୍ତନରେ ବିଷ ଭରିଣ ଦୁଗ୍ଧ ଖୁଆଇଲାଦଇବବଳରୁ ସେ ତ ଆପେ ନାଶ ହେଲା ।ପୁଣି ଗୋଟିଏ ଶଗଡ଼ ପଡ଼େ ଆସି ମାଡ଼ିଧର୍ମ ସାହାପକ୍ଷ ଯୋଗୁଁ ଗଲା ସେ ତ ଉଡ଼ି ।ଯାମଳା ଅର୍ଜ୍ଜୁନ ଦୈତ୍ୟ ବୃକ୍ଷରୂପେ ଥିଲାସର୍ବେ ଦେଖୁ ଦେଖୁ ସେ ତ ଉପୁଡ଼ି ପଡ଼ିଲା ।ତେଡ଼େବଡ଼ ପ୍ରମାଦରୁ ବଞ୍ଚାଇଲେ ହରିମହାବଳୀ ଷଣ୍ଢା ଆପେ ଆପେ ଗଲା ମରି ।କାଳୀୟନାଗ ମୁଖରୁ ଉଭାରିଲେ ପୁତ୍ରେତଥାପି କଂସର ଦୟା ନାହିଁ ତିଳେମାତ୍ରେ ।ଦେହେ ପ୍ରାଣ ଥିଲେ କୃଷ୍ଣ ନ ପାରଇ ଛାଡ଼ିଏତେ ବୋଲି ନନ୍ଦ କାନ୍ଦେ ଶିରେ କରତାଡ଼ି ।ଯଶୋଦା ରୋଦନ ମୁଖେ କେହୁ ପାରେ କହିକେଶବାସ ଅସମ୍ଭାଳ ଦେହେ ଜ୍ଞାନ ନାହିଁ ।ଭୋ ଦୈବପୁରୁଷ ଏବେ କରିବା କାରଣରାମକୃଷ୍ଣ ଅଭାବରେ ନ ରହିବ ପ୍ରାଣ ।ଅନାଥ ବାନ୍ଧବ ମୋର ଅନ୍ଧର ଲଉଡ଼ିକେତେବେଳେ ତୋତେ ମୁହିଁ ନ ପାରଇ ଛାଡ଼ି ।ଏତେ କହିଣ ଯଶୋଦା ଦେବୀ ଯାଏ ମୂର୍ଚ୍ଛାଚେତି ପୁଣି ବୋଲେ ଦୁର୍ଗା ମୋତେ କର ରକ୍ଷା ।ବଂଶକୁ କାରଣ ମୋର ଦୁଃଖୀର ସଙ୍ଖାଳିସର୍ବଶୁଭେ ଥାନ୍ତୁ ମୋର ରାମ ବନମାଳୀ ।ସୁନ୍ଦର ସୁଲକ୍ଷଣେ ତ ସର୍ବଗୁଣେ ପୂର୍ଣ୍ଣକେଉଁତପେ ପାଇଥିଲି ଏପରି ନନ୍ଦନ ।ଆଉ ଯେତେ ଗୁଣ ମୁହିଁ ବାହୁନିବି କିସମୁଖ ଦେଖିଲେ ଯାହାର ଭୋକ ଶୋକ ନାଶ ।ଯତ୍ନେ ପ୍ରତିପାଳିଥିଲି ବହୁକଷ୍ଟ ପାଇଦଶମାସ ପରିଯନ୍ତେ ଗର୍ଭେ ଥିଲି ବହି ।ଦେବତା ସମାନେ ଦେଖାଯାନ୍ତି ମୋ କୁମରେକ୍ଷଣେ ନ ଦେଖିଲେ କୋଟିଯୁଗ ମନେକରେ ।କେଉଁ ଦେବତାର ଅବା କଲି କେଉଁ ଦୋଷକିପାଇଁ କରନ୍ତି ମୋତେ ଏଡ଼େକ ଝିଙ୍ଗାସ ।କଦାପି ପୁତ୍ରଙ୍କୁ ମୁହିଁ ଛାଡ଼ି ନ ପାରିବିତାଙ୍କ ଅଭାବେ ନିଶ୍ଚୟ ଜୀବନ ତେଜିବି ।ସର୍ବ ମଙ୍ଗଳା ସୁଦୟା କର ଏବେ ମୋରେସର୍ବ ଶୁଭେ ରହିଥାନ୍ତୁ ମୋହର କୁମରେ ।ଏତେ ବୋଲିଣ ଚିତ୍ତରେ ଭୋଗ ମନାସନ୍ତିଲକ୍ଷେ ଛାଗଳ ଦେବଇଁ ଆଗେ ଭଗବତୀ ।କରିବି କୋଟିଏ ଗୋଦୋହନ ଶିବ ଶିରେଲକ୍ଷେ ଭୋଜନ ଦେବଇଁ ଦ୍ୱିଜ ବୈଷ୍ଣବରେ ।ଦୁଃଖୀ ଦରିଦ୍ରଙ୍କୁ ଦେବି ବହୁତ ମୁଁ ଧନସର୍ବଶୁଭେ ରହିଥାନ୍ତୁ ମୋ ବେନି ନନ୍ଦନ ।ଗୋପୀମାନେ କାନ୍ଦନ୍ତି ଯେ ଭୂମି ଲୋଟଗାଳିସତେ କି ଆମ୍ଭଙ୍କୁ ଛାଡ଼ିଯିବ ବନମାଳୀ ।ତୁମ୍ଭଲାଗି ପରା ଆମ୍ଭେ ଛାଡ଼ି ପତି ପୁତ୍ରଦାସୀପ୍ରାୟେ ଖଟିଥାଉଁ ପାଦେ ଅନୁବ୍ରତ ।ଏସନକ ବିଡ଼ମ୍ୱନ କରୁଛି ଦଇବଆମ୍ଭଙ୍କୁ ତେଜିଣ କେହ୍ନେ ଯିବ ହେ ମାଧବ ।କେ ଗୋପୀ ବୋଲଇ ମୋରଘରେ କାର୍ଯ୍ୟ ନାହିଁଶ୍ରୀକୃଷ୍ଣଙ୍କ ସଙ୍ଗେ ମୁହିଁ ଯିବଇଁ ଗୋଡ଼ାଇଁ ।କେ ବୋଲଇ ହରି ଯେବେ ଗୋପ ଛାଡ଼ିଯିବେଆମ୍ଭେମାନେ ଏଥେ କିପାଁ ରହିବା ଗୋ ତେବେ ।କେ ବୋଲଇ ମୁହିଁ ନିଶ୍ଚେଁ ଆଗ ହୋଇଥିବିରାମ କୃଷ୍ଣ ଗଲେ ପଛେ ପଛେ ଗୋଡ଼ାଇବି ।ପୋଡ଼ୁ ପୋଡ଼ୁ ଘରବଇ ପୋଡ଼ୁ ଅର୍ଥମାନଶ୍ରୀକୃଷ୍ଣଙ୍କ ସଙ୍ଗେ ଥାଇ କଟାଇବି ଦିନ ।ଦାସୀପଣେ ଖଟିଥିବି ପାଦରେ ତାଙ୍କରିଏତେ ବୋଲି ସଜହୁଏ କେବଣ ସୁନ୍ଦରୀ ।କେବଣ ନାୟିକା ଯାଇ ଧରଇ ଲଉଡ଼ିକେବୋଲେ ଗୋପୀନାଥ କି ଯିବେ ସତେଛାଡ଼ି ।କଦମ୍ୱ ଡାଳରେ କେହୁ ବଂସୀ ବଜାଇବକୁଞ୍ଜବନରେ ଆଉ କେ ବାଛୁରୀ ରଖିବ ।କେ ବୋଲେ ଚନ୍ଦ୍ରମା ପ୍ରାୟ ଦିଶଇ ବଦନଅପୂର୍ବ ସୁସଞ୍ଚ ନାସା କି ସୁନ୍ଦର କର୍ଣ୍ଣ ।ଡାଳିମ୍ୱ କଢ଼ ପରାୟେ ଦିଶେ ଦନ୍ତପନ୍ତିହୀରାରୁ ଅଧିକ ପୁଣି ଶରୀରରେ ଜ୍ୟୋତି ।କଣ୍ଠତଟେ ମୁକ୍ତା ଆଉ ବ୍ୟାଘ୍ରନଖ ଲମ୍ୱେମଥାରେ କୁସୁମ ଖୋଷା ମଧୁକର ଚୁମ୍ୱେ ।କେଉଁଠାରେ କେଉଁଗୁଣ ବର୍ଣ୍ଣିବୁ ବା ଯାହାକେମନ୍ତେ ଆମ୍ଭଙ୍କୁ ଛାଡ଼ିଯିବ ଚଉବାହା ।ଏତେବୋଲି ବାମାଗଣ ଉଚ୍ଚେ ଶୋକ କରିବଇକୁଲ୍ୟା ହେଉଛନ୍ତି ରାମ ହରି ସ୍ମରି ।ଗୋପସୁତେ ବୋଲୁଛନ୍ତି ବିକଳେ ଏମନ୍ତସତେ କି ଆମ୍ଭଙ୍କୁ ଛାଡ଼ିଯିବ ଜଗନ୍ନାଥ ।ଯେବେ ରାମ କୃଷ୍ଣ ଆଜି ଗୋପପୁରୁ ଯିବେଆମ୍ଭାମାନେ କାହିଁପାଇଁ ଥିବା ଏଥେ ଏବେ ।ଅନେକ ଉପଦ୍ରବରୁ ରଖିଛ ଆମ୍ଭଙ୍କୁତୋର ହେତୁ ନ ଡରୁ ଯେ କଂସ ନୃପତିକୁ ।ଅଯୋଗରେ ପଡ଼ିଥିଲୁ ମଣିଚୁଳ ଆଗେଗାଈ ବତ୍ସା ରଖୁଆଳ ଭରିଥିଲା ଗର୍ଭେ ।ପାଦେ ମରଦି ତାହାକୁ ଆହେ ଦେବହରିସେ ଆପଦୁଁ ଆମ୍ଭଙ୍କୁ ତୁ ନେଇଥିଲୁ ତାରି ।ଭାଲୁ ବ୍ୟାଘ୍ର କୁମ୍ଭୀରଙ୍କ ଯେତେ ଉପଦ୍ରବଗ୍ରହ ଭୂତ ପୀଡ଼ା ଆଉ ପିଶାଚାଦି ସର୍ବ ।ରାକ୍ଷସଙ୍କ ଉପଦ୍ରବ ଇନ୍ଦ୍ରର ଗରବତୁମ୍ଭ ଯୋଗୁ ଉବୁରିଲୁ ସିନା ହେ ମାଧବ ।ଯେତେବେଳେ ଯାହା ଲୋଡ଼ା ତେତେବେଳେ ପାଉନିରନ୍ତରେ ସଙ୍ଗ ହୋଇ ବାଛୁରୀ ଚରାଉଁ ।ଏବେ ତୁମ୍ଭଙ୍କୁ ଛାଡ଼ିଣ କିପରି ରହିବୁଦୁଃଖସୁଖ କଥା ଆଉ କା ସଙ୍ଗେ କହିବୁ ।ଏତେ ବୋଲି ଗୋପପୁଏ ହୋଇଲେ ଉଦ୍ବେଗଧନୁଯାତ୍ରା ଦେଖିବାକୁ ବାହାରିଲେ ଆଗ ।ରାମକୃଷ୍ଣ ସଙ୍ଗେ ଥିଲେ କାହାକୁ ବା ଭୟେଏତେ ବୋଲି ବାହାରିଲେ ସବୁ ଗୋପପୁଏ ।ନଗର ଭିତରେ ପଡ଼ିଲାକ ହାଲହୋଳିନାଶଗଲା ଗୋପପୁର ପାଡ଼ନ୍ତି ବୋବାଳି ।ବାଳ ବୃଦ୍ଧ ତରୁଣାଦି ସାଧୁ ଦୁଷ୍ଟନରକୃଷ୍ଣ ଯିବା ଶୁଣି ସର୍ବେ ହୁଅନ୍ତି କାତର ।ଜୀବଗଲେ ଦେହ ହୁଏ ଅକାରଣ ଯେହ୍ନେରାମକୃଷ୍ଣ ବିହୀନରେ ଗୋପାଳେ ତେସନେ ।ଜନ୍ମ ହେଲାକାଳୁଁ ଗୋପେ ବର୍ଦ୍ଧମାନ ଶିରୀନିଶ୍ଚିନ୍ତେ ଐଶ୍ୱର୍ଯ୍ୟ ଭୋଗ ନରନାରୀ କରି ।ଗୋପପୁରେ ଦେଖି କଂସ ରାଜାର ଡଗରଭୟ ପାଇଣ ସକଳେ ହୁଅନ୍ତି କାତର ।ଏ ଗୁଣବନ୍ତ କୁମାର ରାଜା ପାଶେ ଗଲେସନ୍ଦେହ ହୁଅଇ ମନେ ନ ବର୍ତ୍ତିବେ ଭଲେ ।କେ ବୋଲଇ କୃଷ୍ଣ କିପାଁ ଆଗେହେଲେ ଉଭାନ ପାଇ ଅକ୍ରୂର ଫେରିଯାଇଥାନ୍ତା ଅବା ।ଅଖଡ଼େ ଛାମୁରେ ପଡ଼ି ହୁଏ ହନ୍ତସନ୍ତମୃତ୍ୟୁକାଳେ ନିଦ୍ରାଗଲେ ଛାଡ଼େ କି କୃତାନ୍ତ ।କେ ବୋଲଇ ଅକ୍ରୁରକୁ ଦେବା ବାହୁଡ଼ାଇକଂସରାଜା ଛାମୁରେ ଏ କହୁ ପଛେ ଯାଇ ।କେଉଁ ଦେବତା ଧରିଛି ମାନବର କାୟାକେଡ଼େ ବିପଦୁଁ ତାରିଲା ହୋଇ ଆମ୍ଭ ସାହା ।ଚାଲ ସର୍ବେ ଅକ୍ରୂରକୁ ପିଟି କେନ୍ଦୁବାଡ଼ିଖୁଆଡ଼ିହ ମାରି ତାକୁ ଦେବା ଯେ ଘଉଡ଼ି ।ରଥୀ ସାରଥି ସହିତେ ପକାଇବା ପିଟିଅକ୍ରୂର ନାମଟି ବହି ଏଡ଼େ ସେ କ୍ରୂରଟି ।କେ ବୋଲେ ଆମ୍ଭର ପଞ୍ଚଭୂତ ନନ୍ଦକହ୍ନାଏହାର ପାଇଁ ସର୍ବସ୍ୱ ଯାଉ ମୋର କିନା ।କେ ବୋଲଇ ଏହା ଗୁଣମାନଙ୍କୁ ସୁମରିକେମନ୍ତେ ଦେହ ଧରିବା ମୂର୍ଚ୍ଛିଦେଇ କରି ।କେହୁ ବୋଲଇ ଏହାର ଅସମ୍ଭବ ମାୟାଗୁପତେ ଜନ୍ମିଛି କେଉଁ ଦେବ ଧରି କାୟା ।ଏହାର ଶଉର୍ଯ୍ୟପଣ ପ୍ରତ୍ୟକ୍ଷରେ ଜାଣୁପୂତନାକୁ ନାଶ କଲା ଶିଶୁକାଳେ ଯେଣୁ ।ଷଣ୍ଢା ଶକଟା ଯାମଳା ଅର୍ଜ୍ଜୁନ ମାଇଲାଅଘାସୁର ତୃଣାବର୍ତ୍ତ ଆଦି ବିନାଶିଲା ।ବୃଦ୍ଧି ଅକଳିତ ୟାର ପରାକ୍ରମ ଅତିକହି ବସିଲେ ହୋଇବ ଏକଗୋଟା ପୋଥି ।ଅକ୍ରୂର ବାହୁଡ଼ି ଗଲେ ହୋଇବ ତ କିସକଂସ ପଚ୍ଛେ ଲୁଟିନେଉ ଆମ୍ଭର ସର୍ବସ୍ୱ ।ଦୂତିକା ବୋଇଲା ଆମ୍ଭେ ନ ଦେବା ତ ଛାଡ଼ିଆମ୍ଭମାନେ ମିଳି ଦେବୁ ଅକ୍ରୂରେ ଘଉଡ଼ି ।ହେ ହରି ତୁମ୍ଭର ବିନୁ ନ ରହେ ଜୀବନକେଉଁ ଅପରାଧ କଲୁ ଆମ୍ଭେ ଗୋପୀଗଣ ।ଏ ଗୋପନଗରେ ଅବା କେଉଁ କଥା ନାହିଁକାହିଁପାଇଁ ମଥୁରାକୁ ଯାଉଛ ମାଧୋଇ ।ଏହାକୁ ଛାଡ଼ିଣ ତୁମ୍ଭେ କିପାଇଁ ଯାଉଛକୋଚିଲା ଫଳକୁ ଦେଖି ଦ୍ରାକ୍ଷାକୁ ତେଜୁଛ ।ଅଶେଷ ଗୋପାଙ୍ଗନାଏ କାମନାର ନିଧିଏହାଙ୍କୁ ତେଜି ଯିବାର ଅଟଇ ଅବିଧି ।କେତେ ତପସ୍ୟାରେ ଥିଲୁ ତୁମ୍ଭଙ୍କୁ ଯେ ପାଇନିରାଶ କରିଣ ଏବେ ଯାଉଛ ମାଧୋଇ ।ଏସନ ଆକୁଳ ହ୍ୱନ୍ତି ସକଳ ପରାଣୀନବଲକ୍ଷ ଗୃହେ ପୂରେ ହାହାକାର ଧ୍ୱନି ।ଗୋପନଗ୍ରବାସୀ ସର୍ବେ ହୋଇଲେକ ରୁଣ୍ଡଜନଗହଳରେ ପୁଣି ଫାଟିଯାଏ ଦାଣ୍ଡ ।ସମସ୍ତଙ୍କର ନୟନୁ ବହେ ଅଶ୍ରୁଜଳଚନ୍ଦ୍ରଙ୍କୁ ନକ୍ଷତ୍ର ପ୍ରାୟେ ବେଢ଼ନ୍ତି ସକଳ ।ମଧ୍ୟରେ ସାରଥି ରଖ ଅଛଇ ଆବୋରିପ୍ରାଙ୍ଗଣେ ରାମ ଅକ୍ରୂର ଛନ୍ତି ଦେବହରି ।ଅନ୍ତର୍ଯ୍ୟାମୀ ନାରାୟଣ ଜାଣି ସବୁ ମନବିଚାରନ୍ତି ଏମାନେ ତ ମୋର ପରିଜନ ।ଶେଷେ ମୋର ଅଙ୍ଗେଲୀନ ହୋଇବେ ସମସ୍ତେସଜୀବ ଦେବତା ପରି ଥାନ୍ତୁ ଦିନାକେତେ ।କୋଟି ପାଦେ ଲକ୍ଷ୍ମୀଦେବୀ ସଦାକାଳେ ଥାଉକଉଣସି ଉପଦ୍ରବ ଏହାଙ୍କୁ ଯେ ନୋହୁ ।ଦେବତା ବ୍ରାହ୍ମଣ ୟାଙ୍କ ହାତୁ ନେବେ ନୀରକାଳେ କାଳେ ରହିଥିବ ମୋ କହିବା ଗିର ।ବେଳ ତିନି ଦଣ୍ଡ ଏଣେ ହୁଅନ୍ତେଣ ଆସିନନ୍ଦ ଯଶୋଦାଙ୍କୁ ଚାହିଁ ହୃଷିକେଶ ଭାଷି ।କିଛି ଚିନ୍ତା ମନରେ ନ କର ବାପମାୟେଅବଶ୍ୟ ଯିବୁ ତ ଆମ୍ଭେ ମଧୁପୁର ଯାଏ ।ଦେଖିବୁ ଧନୁ ଉତ୍ସବ ଯାତ୍ରା ପରିମଳଏ ବିଷୟେ ତୁମ୍ଭେ ଆଉ ନ କର କଟାଳ ।ମାତା ପିତାଙ୍କୁ ପ୍ରବୋଧି ହୋଇଲେ ମେଲାଣିଗୋପୀଙ୍କୁ ଚାହିଁ ବୋଲନ୍ତି ପ୍ରଭୁ ଚକ୍ରପାଣି ।ଦିନାକେତେ ରହିଥାଅ ଏ ଗୋପନଗରେଯାତ୍ରା ଦେଖି ବାହୁଡ଼ିବୁ ଆମ୍ଭେ ଅଚିରରେ ।ତୁମ୍ଭର ସଙ୍ଗ ଛାଡ଼ିଣ ନ ରହିବି କାହିଁନିଶ୍ଚିନ୍ତରେ ରହିଥାଅ ସର୍ବ ଗୋପଗୋଈ ।ଜଣେ ଜଣେ ପ୍ରବୋଧିଣ ସ୍ୱାମୀ ଏ ରୂପରେବଳରାମଙ୍କ ସବିତେ ବସିଲେ ରଥରେ ।ଅଚ୍ୟୁତ ଦାସ ସେଠାରେ ଉଭା ହୋଇଥିଲାପ୍ରଭୁଙ୍କୁ ଦେଖିବା ପାଇଁ ପଛେ ଗୋଡ଼ାଇଲା ।ଅକ୍ରୂର ପବନ ବେଗେ ରଥ ନେଲା ବାହିଆଜିଯାଏ ପ୍ରଭୁଙ୍କୁ ସେ ଭେଟ ପାଇ ନାହିଁ ।ରାମ କୃଷ୍ଣଙ୍କର ମଥୁରା ଗମନ ଓ ଅକ୍ରୂରର ବିଶ୍ୱରୂପ ଦର୍ଶନଶୁକମୁନି ବୋଲନ୍ତି ସେ ଶୁଣ ଦଣ୍ଡଧରମାହେନ୍ଦ୍ର ବେଳାରେ ରଥେ ବିଜେ ଚକ୍ରଧର ।ଶୋଭାପାଏ ଗୋପପୁର ଚଳିଯାନ୍ତେ ଯାନପଛରେ ଗୋଡ଼ାଇଛନ୍ତି ନର ନାରୀଗଣ ।ସବୁଙ୍କୁ ପ୍ରବୋଧ ଦ୍ୟନ୍ତି ପ୍ରଭୁ ଭାବଗ୍ରାହୀଥୋକାଏ ଦୂରରୁ ରଥ ସାରଥି ଚଳଇ ।ଗୋଡ଼ାଇ ଗୋଡ଼ାଇ କେହୁ ଥକାହୋଇ ରହେନିସତ ହୋଇଣ କେବା ପଛେ ପଛେ ଧାଏଁ ।ନନ୍ଦ ଆଜ୍ଞାଦେଲା ସର୍ବେ ଆସ ସଜହୋଇକଂସ ଆଜ୍ଞା ମେଣ୍ଟି ଆମ୍ଭେ ପାରିବା କି ରହି ।ଯେ ଯାହାର ଭେଟିଦ୍ରବ୍ୟମାନ ସଙ୍ଗେ ଘେନଧନୁଯାତ୍ରା ଦେଖି ସର୍ବେ ଆସିବା ଫେରିଣ ।ଏରୂପେ କହିଣ ନନ୍ଦ ଗୋପାଳ ସହିତେଯିବାପାଇଁ ସଜ ହେଲେ ଯେ ଯାହାର ମତେ ।ଘୃତ ଲବଣୀ ଗୋଟିକା ଦୁଧ ଦହି ସରଗୋପାଳମାନେନେଲେ ଯେ କୋଟିକୋଟି ଭାର ।ବେନିପୁତ୍ର ଘେନି ନନ୍ଦ ରଥରେ ବସିଲାଛାମୁରେ ଅକ୍ରୂର ଉଭା ହୋଇଣ ରହିଲା ।ଚାହୁଁ ଚାହୁଁ ବୃନ୍ଦାବନ ଚଳିଗଲା ରଥକଦମ୍ୱବୃକ୍ଷେ ନିରୀକ୍ଷ ଚାହାନ୍ତି ଅଚ୍ୟୁତ ।ତହୁଁ ଗୋମତ ପର୍ବତ ତଳେ ଯାଇଁ ମିଳିଏକୁ ଆରେକ ଗୋପାଳ ଆଗହୋଇ ଚଳି ।ଏସନ ମାୟା ସେଠାରେ କଲେ ଦେବରାଜଗୋପାଳମାନଙ୍କ ଆଙ୍ଗେ ଦେଲେ ନିଜ ତେଜ ।ଖେମଟା ନାଚନ୍ତି ସର୍ବେ ମାରି କରତାଳିଭୟଙ୍କର ରୂପ ବିକରାଳ ମହାବଳୀ ।ଷଡ଼ବନ ଜିଣି ତହୁଁ ରଥ ଚଳିଗଲାଯମୁନା ନଦୀତୀରରେ ପ୍ରବେଶ ହୋଇଲା ।ଗୋଧିକା ଘାଟ ସେଠାରେ ପୂର୍ବୁ ଅଛି ରହିପୂର୍ବେ ତହିଁ ବସି ତପ କଲେ ବେଦସାଇଁ ।ବଶିଷ୍ଠ ଆଦି କରିଣ ଯେତେ ମହାଋଷିପ୍ରାତଃସ୍ନାନ କରନ୍ତି ସେ ଘାଟେ ନିତ୍ୟ ଆସି ।ଇନ୍ଦ୍ରାଦି ସହିତେ ଯେତେ ଦେବଗଣମାନେପ୍ରତ୍ୟହ ସ୍ନାନ କରନ୍ତି ଆସିଣ ସେ ସ୍ଥାନେ ।ଗଙ୍ଗା କାବେରୀ ଯେ ଗୋଦାବରୀ ସରସ୍ୱତୀତୁଙ୍ଗଭଦ୍ରା ଭାନୁମତୀ ଆବର ଗୋମତୀ ।ଯେତେକ ତୀର୍ଥ ଅଛନ୍ତି ଏ ମଞ୍ଚଭୁବନେକେହି ସମ ନୁହଁନ୍ତି ଯେ ତାହାର ସମାନେ ।ବାରେକ ଯେବଣ ନର ସ୍ନାନକରେ ପଶିଅକ୍ଳେଶରେ ସେହି ପ୍ରାଣୀ ହୁଏ ସ୍ୱର୍ଗବାସୀ ।ପଞ୍ଚଦଶ ଯୋଜନ ଯେ ବେନିକୂଳ ମାଡ଼ିଗୋରୁ ମଳ ମୂତ୍ର ତହିଁ ସବୁକାଳେ ପଡ଼ି ।ଆପେ ବିଶ୍ୱକର୍ମା ସରଜିଛି ସେହି ଭୂମିପାର୍ବତୀ ସହିତେ ଶିବ ସେ ଭୂମିରେ ଭ୍ରମି ।ଶୁଣ ପରୀକ୍ଷିତ ରାଜା କହେ ଶୁକ ବ୍ରହ୍ମାକହନ୍ତେ ନ ସରଇ ସେ ଭୂମିରେ ମହିମା ।ଅକ୍ରୂର କି ସର୍ବଜ୍ଞାତା ଜାଣେ ସବୁ ବୁଦ୍ଧିପ୍ରଣାମ କରି ବୋଲଇ ଆହେ ଦୟାନିଧି ।ତୁମ୍ଭେ କି ନ ଜାଣ ମୁହିଁ କହିବଇଁ କିସଗଉଡ଼ଙ୍କ ହେତୁ ମୋର ସବୁ ଗଲା ନାଶ ।ବିଷ୍ଣୁ ପାଦୋଦକ ସମ ଯମୁନାର ନୀରପାପାଦି ମହାପାତକ ଖଣ୍ଡିବି ଏଠାର ।ଶୁଦ୍ଧ ପବିତ୍ର ଜଳ ଏ ଅତି ପୁଣ୍ୟମୟସ୍ନାହାନ କରିଲେ ଏଥେଁ ପାପ ଯିବ କ୍ଷୟ ।ଦୁର୍ବାସାଙ୍କର ଆଶ୍ରମ ଏଠାପେ ଅଛଇସସ୍ରେ ବାଳଖିଲ୍ୟା ଶିଷ୍ୟ ଯାହାଙ୍କର ଥାଇ ।କୁଶ ଯୁବାକ୍ଷତ ଯେ ତୁଳସୀ ପତ୍ରବିଧିଯାବତ କରମେ ଅଛି ସ୍ଥାନର ପ୍ରସିଦ୍ଧି ।କପିଳା ମଳମୂତ୍ରରେ କରଦମ ମାଟିସ୍ୱର୍ଗପୁରଠାରୁ ବଳିକରି ଏ ଭୂମିଟି ।ଏ ନଦୀ ଆପଣଙ୍କର ଅଟେ କ୍ରୀଡ଼ାସ୍ଥାନକ୍ଷଣକେ ରହନ୍ତୁ ଏଥେଁ କରିବି ମୁଁ ସ୍ନାନ ।ଏ ନଦୀରେ ସ୍ନାନ କଲେ ଯିବ ସବୁ ଦୁଃଖଖଣ୍ଡିବଇଁ ଶରୀରରୁ ଯେ ମହାପାତକ ।ଏତେ ବୋଲିଣ ସାଷ୍ଟାଙ୍ଗେ ନମସ୍କାର କଲାକିଙ୍କର ପରାୟେ ଆଗେ ଉଭା ସେ ହୋଇଲା ।ଅକ୍ରୂର ବଚନ ଶୁଣି ହରି ରଖି ରଥକର ହୋ ସ୍ନାହାନ ବୋଲି ବୋଇଲେ ଅଚ୍ୟୁତ ।ଧାଇଁ ଯାଇଣ ଅକ୍ରୂର ମିଳେ ନଦୀକୂଳେଗୋବିନ୍ଦ ନାମ ସୁମରି ପଶିଲା ସେ ଜଳେ ।ଲେଉଟି ଅକ୍ରୂର ରଥପରେ ଦୃଷ୍ଟି ଦେଲାଚତୁର୍ଭୁଜେ ମହାପ୍ରଭୁ ବିଜୟ ଦେଖିଲା ।ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚତୁର୍ହସ୍ତେଅନ୍ତର୍ଯ୍ୟାମୀ ନାରୟଣ ଜଗଜ୍ଜନ ହିତେ ।ଶିରରେ ମୁକୁଟ ଗଳେ କଉସ୍ତୁଭ ମଣିବାମେ ସରସ୍ୱତୀ ଦକ୍ଷିଣରେ କମଳିନୀ ।ପାଶେ ଶିବ ବସିଛନ୍ତି ବୃଷଭ ଉପରେପିନାକି ପାଶୁପତ ଯେ ଶୋହେ ତାଙ୍କ କରେ ।ଶିରରେ ସପତ ଫଣା ବହି ଅହିବରଫୁଫୁକାର ଧ୍ୱନି କରି ଗର୍ଜ୍ଜେ ମହାଘୋର ।ଜାଜ୍ୱଲ୍ୟମାନ ସ୍ୱରୂପ ଧରି ଦେବହରିଆନନ୍ଦରେ ବସିଛନ୍ତି ରଥର ଉପରି ।ଏମନ୍ତ ଦେଖି ଅକ୍ରୂର ଜଳରେ ବୁଡ଼ିଲାନନ୍ଦ ଆଦିକରି ପୁଣି ସେଠାରେ ଦେଖିଲା ।ଯେଉଁରୂପେ ଦେଖି ଥିଲା ରଥର ଉପରେତାହା ସମସ୍ତ ଦେଖଇ ସଲିଳ ମଧ୍ୟରେ ।ଏସନକ ବିଷ୍ଣୁମାୟା କେହି ନ ଜାଣନ୍ତିଭକତବତ୍ସଳ ଦେବ ପ୍ରଭୁ ଶିରୀପତି ।କଉତୁକେ ମାୟାଗୋଟି କରିଲେ ବିସ୍ତାରକାତର ହୋଇ ଅକ୍ରୂର ଭାଳିଲା ଜଳର ।ଅଦୃଶ୍ୟ ହୋଇଲା ପିଣ୍ଡ ବୁଡ଼ି ରସାତଳେଗୋଟି ଗୋଟି ଦେଖେ ସବୁ ବିଷ୍ଣୁ ମାୟାବଳେ ।ସେହି ଯମୁନା ନଦୀ ଯେ ସେହି କୁଞ୍ଜବନସେହି ନନ୍ଦିଘୋଷ ରଥ ସେହି ଭଗବାନ ।ପୁଣି ଧାତିକାରେ ପାଣି ଭିତରୁ ଉଠିଲାସେହିପରି ଅଚ୍ୟୁତଙ୍କୁ ରଥରେ ଦେଖିଲା ।ପୁଣି ବୁଡ଼େ ପୁଣି ଉଠେ ଏକଶତ ବାରଉପରେ ଦେଖଇ ଯାହା ତା ଦେଖି ଜଳର ।ଅଶେଷ କୋଟି ବ୍ରହ୍ମାଣ୍ଡେ ଯେଉଁ ଦେବ ପୂରିତାହାଙ୍କର ମାୟା କେ ବା କହିବ ବିସ୍ତାରି ।ଉପରକୁ ଉଠିଆସି ରଥରେ ବସିଲାଶ୍ରୀକୃଷ୍ଣଙ୍କ ମୁଖ ଚାହିଁ ସ୍ତୁତି ଆରମ୍ଭିଲା ।ଜୟ ତୁମ୍ଭେ ନାରାୟଣ ଅବ୍ୟକ୍ତ ମୂରତିପୃଥ୍ୱୀଭାରା ନିବାରଣ ପାଇଁ ମଞ୍ଚେ ସ୍ଥିତି ।କଂସ ଆଦି ଅଷ୍ଟମଲ୍ଲ ଜରାସନ୍ଧ ବୀରଗୋସିଂହ କାଳଦମନ ଜପା ଧପାସୁର ।ବାଣ ଆଉ ବଜ୍ରନାଭ ଏହାଙ୍କର ମୂଳେମହା ମହା ଦୁଷ୍ଟମାନେ ଛନ୍ତି ରବିତଳେ ।ସେମାନଙ୍କ ନାଶ ପାଇଁ ମାନବ ଶରୀରଧରି ମର୍ତ୍ତ୍ୟେ ଜନମିଲ ଆହେ ଚକ୍ରଧର ।ଜୟ ଜୟ ନାରାୟଣ ସର୍ବ ଚିନ୍ତାମଣିପୂରି ରହିଛ ସ୍ଥାବର କୀଟ ଚାରିଖାନି ।ଜଳ ସ୍ଥଳ ପର୍ବତରେ ବିରାଜେ ଶ୍ରୀରୂପସମୂଳେ ବିନାଶ କର ଦେଖିଲେ କୌଣପ ।ନମସ୍ତେ ହେ ହରି ନିରଞ୍ଜନ ଭାବଗ୍ରାହୀସହସ୍ରେ ବାର ପ୍ରଣାମ କରେ କର ତ୍ରାହି ।ତୁମ୍ଭର ମାୟାରୁ କେହୁ ଯିବ ବା ଉବୁରିଏ ମୋହର ଦୋଷ କ୍ଷମା କର ଦଇତ୍ୟାରି ।ଏମନ୍ତେ ଅକ୍ରୂର ସ୍ତୁତି କରେ କରଯୋଡ଼ିକେହି ଜାଣି ନ ପାରନ୍ତି ମାୟା ମୋହେ ପଡ଼ି ।ଗୋପାଳ ନନ୍ଦ ପ୍ରଭୃତି ଅଛନ୍ତି ସମସ୍ତେଗୋବିନ୍ଦ ମାୟାରେ କେହି ନ ଜାଣି କିଞ୍ଚିତେ ।ଅକ୍ରୂର ବୋଇଲା ନନ୍ଦ ଜୀବନ ତୋ ଧନ୍ୟପୁତ୍ର କରି ପାଇଲୁ ତୁ ପ୍ରଭୁ ନିରଞ୍ଜନ ।ଏହାଙ୍କ ଥାଆନ୍ତେ ତୋର ଶଙ୍କା ନାହିଁ କିଛିଏ ପୁତ୍ର ଥିଲେ କେବେହେଁ ଆପଦ ନ ଗଚ୍ଛି ।ପ୍ରତ୍ୟକ୍ଷରେ ପ୍ରାପ୍ତ ତୁହି ହେଲୁ ସବୁ ଧର୍ମଏ ନନ୍ଦିଘୋଷ ରଥରେ ବସିବାକୁ କ୍ଷମ ।ବ୍ରହ୍ମା ରୁଦ୍ର ଇନ୍ଦ୍ର ଯାକୁ କରୁଥାନ୍ତି ଲୟେସାକ୍ଷାତରେ ହୋଇଲେ ସେ ତୁମ୍ଭର ତନୟେ ।ଏତେ କହି ବଳରାମ ଚରଣରେ ନମିନମସ୍ତେ ହେ କାମପାଳ ଚରାଚର ସ୍ୱାମୀ ।ନମସ୍ତେ ହେ କାମପାଳ କାଦମ୍ୱରୀ ଭୋଗୀନମସ୍ତେ ହେ କାମପାଳ ସଦାନନ୍ଦ ଯୋଗୀ ।ନମସ୍ତେ ହେ କାମପାଳ ଯୋଗେଶ୍ୱର ମୂର୍ତ୍ତିନମସ୍ତେ ହେ କାମପାଳ ଅବ୍ୟକ୍ତ ମୂରତି ।ନମସ୍ତେ ହେ କାମପାଳ କରୁଣାବାରିଧିନମସ୍ତେ ହେ କାମପାଳ ସର୍ବ ଗୁଣନିଧି ।ଅଭିନ୍ନ ପୁରୁଷ ତୁମ୍ଭେ ଅଟ ବେନିଭାଇସଂସାରର ଭାର ଅର୍ଥେ ଅଛ ଜାତହୋଇ ।ଏ ତୁମ୍ଭ ମାୟାକୁ ବେଦବ୍ରହ୍ମା କରେ ଭୀତିଦେଖିଲି ମୁଁ ଦିବ୍ୟରୂପ ଅବ୍ୟକ୍ତ ମୂରତି ।ନମୋ କାହ୍ନୁ ସଂକର୍ଷଣ ଅଟୁ ଏକା ଆତ୍ମାନମୋ କାହ୍ନୁ ସଂକର୍ଷଣ ଅଭେଦ ମହାତ୍ମା ।ନମୋ କାହ୍ନୁ ସଂକର୍ଷଣ ଧଳା କଳା ତନୁନମୋ କାହ୍ନୁ ସଂକର୍ଷଣ କଳ୍ପାନ୍ତକ ମନୁ ।ଦୁଷ୍ଟ କଂସ ତୁମ୍ଭଠାରେ କରିଅଛି ରୋଷତୁମ୍ଭଙ୍କୁ ଆପଦ ଚିନ୍ତି ହୋଇବ ସେ ନାଶ ।ନମସ୍ତେ ହଳମୂଷଳ ଶଙ୍ଖଚକ୍ରଧାରୀଅବିରତେ ବାହନ ଯା ଯକ୍ଷୀ ନାଗଅରି ।ଯୁଗେ ଯୁଗେ ପୃଥିବୀରୁ ଦୁଷ୍ଟଙ୍କୁ ସଂହାରଦାସବତ୍ସଳ ବାନାକୁ ବହ ଚକ୍ରଧର ।ଏହିରୂପେ ବହୁ ସ୍ତୁତି ଅକ୍ରୂର କରନ୍ତେଶୁଣି ସନ୍ତୋଷ ହୋଇଲେ ରାମ ଗୋପୀନାଥେ ।ଦୀନ ଅଚ୍ୟୁତ ସେ ପାଦେ ପଶଇ ଶରଣଭବ ଜଳଧିରୁ ମୋତେ କରିବା କାରଣ ।ଶୁକମୁନି ବୋଲନ୍ତି ଯେ ଶୁଣ ନୃପରାୟେଇଦଂ ପଞ୍ଚତ୍ରିଂଶ ଅଧ୍ୟା ସମାପତ ହୋଏ ।ଇଦଂ ଭାଗବତ ଲୀଳା ଶ୍ରୀହରି କୀରତି ।ସଂକ୍ଷେପେ ଜାଣନ୍ତି ତାହା ଶୁକ ମହାଯତି ।ଦଶମସ୍କନ୍ଧର କଥା ମହାପୁଣ୍ୟ ଗ୍ରନ୍ଥପିବନ୍ତେ ଗଙ୍ଗାଜଳ ଏ ଶୁଣନ୍ତେ ମୁକତ ।ମହା ଗହନ ଗ୍ରନ୍ଥ ଏ ୟାର ଅନ୍ତ ନାହିଁଗଣପତି ଉପୁଜିଲେ କୋଟି ମୁଖ ବହି ।ମୁଖେକ ବେନିଭୁଜ ସେ ବହିଲେ ଜଗତେଏତେ ଭୁଜେ ଭାଗବତ ଲିହି ଅନୁବ୍ରତେ ।ମୁଖେ ସ୍ମରି ଭୁଜେ ଯହୁଁ ହେଲା ବହୁକାଳମୁଣ୍ଡା ହେଲା କୋଟି କୋଟି ଲେଖନ କେବଳ ।ତଥାପି ଏ ମହାଗ୍ରନ୍ଥ ଲେଖି ସେ ନ ପାରିଶୁକଦେବରୂପେ ପୁଣି ମଞ୍ଚେ ଅବତରି ।ମାନବ ଦେହରେ କେହୁ କହିବ ବା ତାହାଯୋଗୀଜନମାନେ ମୂଳମନ୍ତ୍ରେ ଜପି ଯାହା ।ଅତିଭାଗ୍ୟେ ଭାଗବତ ଲୀଳା ପୁଣ୍ୟମୟରୋଗ ଶୋକ ଅରିଷ୍ଟ ଯେ ଖଣ୍ଡେ ସବୁଭୟ ।ଅପୁତ୍ରକ ପୁତ୍ର ପାଏ ନିର୍ଦ୍ଧନ ଯେ ଧନଭବିଷ୍ୟତ ବକ୍ତା ହୋଇ ହୁଏ ମାନ୍ୟବାନ ।ହରିନାମ ମହାରସ ଭବସିନ୍ଧୁ ନାବପଣ୍ଡିତ ଜନ ଏ ଗ୍ରନ୍ଥେ କରିପାରେ ଭାବ ।ଜନମରୁ ମୂର୍ଖ ମୁହିଁ ନ ପଢ଼ିଛି ପାଠଲେଖନର ଲେଖା ମୁଁ ଯେ ନ ଜାଣଇ ବାଟ ।ଆପଣେ ଶ୍ରୀଗୋପୀନାଥ ହେଲେ ମୋତେ ସଖାଶାରଦାଙ୍କୁ ଆଜ୍ଞାଦେଲେ ଭାଗବତ ଲେଖା ।ଆଜ୍ଞା ପ୍ରମାଣେ ବାଗ୍ଦେବୀ କହେ ମୋତେଯାହାମନେ ରଖି ପୁସ୍ତକରେ ଲେଖଇ ମୁଁ ତାହା ।ଦଶବିଂଶ ସହସ୍ର ଯେ ପାଞ୍ଚଶତ ଧାଡ଼ିକେବଳ ଠିକେ ଠିକେ ମୁଁ ପଦମାନ ଯୋଡ଼ି ।ପଣ୍ଡିତ ଜନମାନେ ହେ ନ ଧରିବ ଦୋଷଜନ୍ମେ ଜନ୍ମେ ମୂର୍ଖମୁହିଁ ନାହିଁ ବିଦ୍ୟାଭ୍ୟାସ ।ପାପ –ପଙ୍କରେ ମୋହର ତନୁ ଅଛି ବୁଡ଼ିଉଦ୍ଧାର ପାଇଁକି ତେଣୁ ଧରେ ହରିବାଡ଼ି ।ବ୍ରହ୍ମା ରୁଦ୍ର ଇନ୍ଦ୍ରଆଦି ନ ପାନ୍ତି ଯା ଅନ୍ତସେ ପ୍ରଭୁ ମହିମା ମୁହିଁ ଲେଖି କି ସମର୍ଥ ।ସଂସାର ଜଳଧି ୟାର ଅକଳିତ ପାଣିଶ୍ରୀହରି ନାମେ ତହିଁକି ଅଟଇ ତରଣୀ ।ଅଚ୍ୟୁତ ବୋଲଇ ସେହି ନାବ ଆଶ୍ରେକରିସଂସାରୁ ତରିବା ମୁଖେ ବୋଲ ହରି ହରି ।