ସୁଭଦ୍ରା
୧୮୬୭–୧୯୪୩
- ପଢ଼ିବା ସମୟ
- ୧୪୪ ମିନିଟ୍
- ଶବ୍ଦ
- ୨୩୦୫୭
- ସ୍ଥିତି
- ସାର୍ବଜନୀନ (Public domain)
ସୁଭଦ୍ରା
ପ୍ରଥମ ସର୍ଗ
ସ୍ୱାଗତ କଳ୍ପନାଦେବି, ଭାରତୀ-ତନୁଜା,ଭାବ-ମାତା, ଅଣାକାରା ଅନାଦି ଅନନ୍ତା,କାଖେଇ ନିର୍ବୋଧ ସୁତେ ଜନନୀ ଯେସନଘେନି ଯାଇ ଯାତ୍ରାସ୍ଥଳେ, ଦେଖାଏ ତାହାକୁଯାତ୍ରା, ଅନ୍ତରାଳେ ରହି, ତେସନ ଗୋ ମାତଃ,ଘେନି ଏ ସେବକେ ତୁମ୍ଭେ ଚାଲ ଦୟାମୟୀଅତୀତର ରଙ୍ଗାଳୟେ, ଲାଗିଅଛି ଯହିଁଭଦ୍ରାର୍ଜୁନ ବିବାହର ପୁଣ୍ୟ ଅଭିନୟ,ଦେଖିବାକୁ ଶୋଭା ସଙ୍ଗେ ଶୌଯ୍ୟର ବିବାହଏକାନ୍ତ ଆଶାୟୀ ଦାସ, ନ ବଳେ କା ଆଶାଦର୍ଶନେ ପଦ୍ମିନୀ ସହ ରବିର ବିବାହପ୍ରାତେ, କିମ୍ବା ଫୁଲ ସହ ମତ୍ତ ମଧୁପର ।ଅତଃ ଦେବି, ଆସ ତ୍ୱରା ଅବାଧଗାମିନୀ,ଘେନି ଏ ସନ୍ତାନେ କୋଳେ ଚାଲ ଯଥାସ୍ଥାନେ ।ରୈବତକ, ରତ୍ନାକର ମଧ୍ୟେ ହାରାବତୀ -ଭାରତର ପୁଣ୍ୟତୀର୍ଥ-ଜ୍ଞାନବିଜ୍ଞାନର,ହସେ ଯଥା ପିତୃ ଅଙ୍କେ ଭମା-ଗିରୀନ୍ଦ୍ରଜା,କିମ୍ବା ରମା-ଇନ୍ଦୁମୁଖୀ, ବାରୀନ୍ଦ୍ରଦୁହିତା,ଅବା ହସେ ଅର୍ଦ୍ଧ ଉମା ଅର୍ଦ୍ଧ ରମା ମୂର୍ତ୍ତିଶୈକେଶ ଜକେଶ କୋତେ । କିବା ସେ ନଗରୀନବ ରାଜସଂସ୍କରଣ ଅମରାବତୀର,ଅଥବା ଏସନ ପ୍ରତେ-ସୁଷମା-ସ୍ୱର୍ଗରଅମୂଲ୍ୟ ଅଦୃଷ୍ଟପୂର୍ବ ସୁନ୍ଦର ମଣି ସେ ।ଭାରତେ ସେ ମୁକ୍ତିତୀର୍ଥ, ବୀରତୀର୍ଥ ପୁଣି,ବୀରଦର୍ପେ ବୀରବିର୍ଯ୍ୟେ ଗଠିତ ତା ରେଣୁ,ଚନ୍ଦ୍ରକଳ୍ପ ଏ ଭାରତ-ଅମୃତ-ଆଧାର,ଦ୍ୱାରିକା ସେ ଚନ୍ଦ୍ର ଅଙ୍କେ ସୁନ୍ଦରୀ ଚନ୍ଦ୍ରିକା ।ମହାଶକ୍ତି-ପ୍ରସ୍ତୁତି ସେ ଶକ୍ତିମତୀ ଦେବୀ,ରୈବତକ-ଶିରେ ତାର ମାରାଗମହୁଡ଼,ସିନ୍ଧୁ-ତା ଚରଣାମୃତପୂର୍ଣ୍ଣ ସ୍ୱର୍ଣ୍ଣକୁଣ୍ଡ ।ଭ୍ରାନ୍ତ ହୁଏ ଆଗନ୍ତୁକ ସେ ରାଜ୍ୟେ ପ୍ରବେଶି,ଭାବେ ଏହା ସ୍ୱପ୍ନପୁରୀ, ନା, ସତ୍ୟ ନଗରୀ,କିମ୍ବା ଅର୍ଦ୍ଧ ସ୍ୱପ୍ନ, ଅର୍ଦ୍ଧ ସତ୍ୟ ସମାବେଶ,ଅଥବା ସ୍ୱପନ ସତ୍ୟ ବେନିରୁ ବାହାରଅନ୍ୟ କିଛି, ସମ୍ଭବେ କି ଏଭଳି ତ୍ରିଦିବଅତ୍ରିଦିବେ, ଭାବି ଏହା ହୁଏ ସ୍ତବ୍ଧ ମୁଗ୍ଧ ।ଯେ ପୁରୀ ଅଦ୍ୱୈତ ଶିଳ୍ପୀ ବିଶ୍ୱବିନ୍ଧାଣିଙ୍କସ୍ୱହସ୍ତରଚିତ, କାହିଁ ଉପମା ତାହାର,ଉପମାର ଜନନୀ ସେ-ସୁଷମାଜନନୀ ।ଆଦର୍ଶ ମାନବ ଯେହୁ, ଆଦର୍ଶ ଦେବତା,ପୁଣି ଯେ ଆଦର୍ଶ ଯୋଗୀ, ଆଦର୍ଶ ସଂସାରୀ,ରାଜତ୍ୱ ପ୍ରଜାତ୍ୱ ବୀର୍ଯ୍ୟ ଆଦର୍ଶ ଯାହାର,ଆଦର୍ଶ ପ୍ରେମିକ ପୁଣି ଆଦର୍ଶ ଧାର୍ମିକ,ଅଧିକନ୍ତୁ ଆଦର୍ଶର ଆଦର୍ଶ ଯେ ଭବେ,ସେହି ବୃଷ୍ଣିକୁଳୋଷ୍ଣୀଷ କୃଷ୍ଣଚନ୍ଦ୍ରଙ୍କରଯେ ଆଦର୍ଶ ରାଜଧାନୀ, କେ ବର୍ଣ୍ଣିବ ତାରବିରାଟ ମହିମା ଗାଥା-ଅନନ୍ତ ସୌନ୍ଦର୍ଯ୍ୟ ।ସାଗର-ମୁକୁରେ ମୁଖ ଦେଖେ ସେ ନଗରୀ,କି ସୁନ୍ଦର ପ୍ରତିଚ୍ଛାୟା, ପ୍ରତେ ହୁଏ ଯେହ୍ନେନିଜ ଅନୁରୂପ ପୁରୀ ନ ଦେଖି ଏ ପୁରୀସ୍ୱର୍ଗେ ମର୍ତ୍ତେ, ଖୋଜିବାକୁ ପଶିଛି ପାତାଳେ,ହିଲ୍ଲୋଳକମ୍ପନ ଛଳେ ସଞ୍ଚାଳି ମସ୍ତକକହୁଛି ବା ନାହିଁ ନାହିଁ ମୋ ସମାନ ।ବିପଣୀବୀଥିକା, ହର୍ମ୍ୟ, ମଣିରେ ଭାସ୍ୱର,ହୁଏ କକ୍ଷ ଆଲୋକିତ ଦୀପାଲୋକ ବିନାଜ୍ୟୋତିଷ୍କମଣିରେ ରାତ୍ରେ, ନାହିଁ ସେ ନଗରେଦାରିଦ୍ର୍ୟ, ବିପଦ, ବ୍ୟାଧି, ମିଥ୍ୟା, ପ୍ରବଞ୍ଚନା,ଅଛି ସତ୍ୟ, ନ୍ୟାୟ, ଧର୍ମ, ଦୟା, ପ୍ରୀତି, ଶାନ୍ତି,ନାହିଁ ତହିଁ ଅପରାଧୀ, ତେଣୁ ନିରସ୍ତଙ୍ଗରାଜଦଣ୍ଡନୀତି ସିନ୍ଧୁ, ନାହିଁ ଚୌରଭୀତି,କିମ୍ବା ଶତ୍ରୁଭୀତି, ରାମରାଜ୍ୟ ପ୍ରଜା ପ୍ରାୟନିବସନ୍ତି ନାଗରିକେ ସୂଖାନନ୍ଦେ ବୁଡ଼ି ।ଗିରିବର ରୈବତକ ଉଭା ସିନ୍ଧୁତୀରେତୋଳି ଶୂନ୍ୟେ ସାନୁ, ଘନଲେହି, ଉଭା କିବାନିର୍ବିକାର ବ୍ରହ୍ମଦର୍ଶୀ ଉଲଗ୍ନ ସନ୍ୟାସୀନିଜରୂପେ ନିଜେ ହୋଇ ମୁଗ୍ଧ ସ୍ତମ୍ଭୀଭୂତ,ସିନ୍ଧୁଧୂମ କଳେବରେ ଭୂଷଣ ବିଭୂତି ।ସତ୍ୟ ସେ ପ୍ରକୃତି-ମାତା ଅଲେଳ ଦୁଲାଳ,ଭାଗ୍ୟଧନ୍ୟ, ମାତୃଅଙ୍କେ ସମାଧିସ୍ଥ ସୁଖେ,କିମ୍ବା ଯଦୁବଂଶ କୀର୍ତ୍ତି ପର୍ବତ ଆକାରେଯାଇଛି ବହୁଳେ ବସି, ଉଦ୍ଭାସି ଚୌଦିଗମହିମା ମୟୂଖଜାଳେ, ମିଶାଇ ନୀଳିମାଅନନ୍ତ-ନୀଳିମାମୟ-ସିନ୍ଧୁ ନୀଳିମାରେ ।ଶୋଭେ ସ୍କନ୍ଦେ ସରସ୍ୱତୀ-ଲୋହିତସଲିତା,ଯଥା ପଟ୍ଟ ଉତ୍ତରୀୟ, ଚାରୁଧାରା ତାରଶୀତଳ, ପବିତ୍ର, ମୃଦୁ, ଆହା ସେ ଯେସନେଋଷିକଣ୍ଠବିନିଃସୃତ ପୁଣ୍ୟ ବେଦଧାରା ।ଦ୍ୱାରାବତୀ କୃଷ୍ଣଙ୍କର ନବ ବୃନ୍ଦାବନ,ରୈବତକ-ଗୋବର୍ଦ୍ଧନ କ୍ରୀଡ଼ାମହୀଧର,ସାଗର-କାଳନ୍ଦୀ ହ୍ରଦ, ଖେଳେ ବକ୍ଷେ ତାରକରାଳ ଲହରୀରୂପ ସଗୋଷ୍ଠୀ କାଳୀୟତୋଳି ଫଣା ଶତ ଶତ ଲକ୍ଷ ଲକ୍ଷ କୋଟି,ଗର୍ଜି ରୋଷେ ଫେନ ଛଳେ ଉଗାରେ ଗରଳ,ଯହିଁ କୃଷ୍ଣ, ତହିଁ ଗୋପ, ତହିଁ ବୃନ୍ଦାବନ ।ଉଭା ହୋଇ ଗିରିପଦେ ନବିନା କିଶୋରୀଏକ, ନିର୍ନିମେଷନେତ୍ରେ ଦେଖୁଛି ସୂର୍ଯ୍ୟାସ୍ତଦୂର ସିନ୍ଧୁ ଚକ୍ରବାଳେ, କି ମଧୁର ମୂର୍ତ୍ତି,ପୁଣ୍ୟର ସୁବର୍ଣ୍ଣ ମୂର୍ତ୍ତି କିବା ସେ ରୂପସୀ,କିମ୍ବା ଜ୍ୟୋତ୍ସ୍ନାଲତାଫୁଲ-ଦିବ୍ୟ ସୁଷମିତ,ଅଥବା କୁସୁମ-ସିନ୍ଧୁ-ମନ୍ଥନଜା ରମା ।ନତୁବା ସେ ନାରୀମୂର୍ତ୍ତି-ଶୋଭା ମହିମାର,ଅବା ସୁଷମାର ରମ୍ୟ ଭାଷାବତୀ ଭୂଷା ।ବିମ୍ବୋଷ୍ଠୀର ଓଷ୍ଠାଧର ଉପମା ସୃଷ୍ଟିରେଘଟାଇଛି ହାହାକାର, କାହୁଁ ଲକ୍ଷ୍ୟ ହେବଶୋଭା-ସମୁଦ୍ରର ସ୍ଥିର ପ୍ରବାଳ ତରଣୀ,ପୁଷ୍ପାଧରେ ପୁଷ୍ପହାସ, ଆହା କି ରୁଚିର,କରିଛି କି ଆଲିଙ୍ଗନ କୁସୁମେ କୁସୁମ ?କି ସୁନ୍ଦର ମୁଖ, ଚାରୁ ଚାଙ୍ଗୁଡ଼ିରେ ଏକଥୁଆ କି ବିବିଧ ଫୁଲ-ତିଳ, ନୀଳୋତ୍ପଳ,କେତକୀ, ପାଟଳୀ, ଜବା, କୁନ୍ଦକଳିକାଦି ।ସ୍ୱଭାବେ ବଦନ ଆଭା ଚଟୁଳ ଉଜ୍ଜ୍ୱଳ,କରୁଛି ଦୁଣିତ ତାକୁ ଅସ୍ତରବି-ପ୍ରଭା ।ଶୋଭେ ସ୍ୱର୍ଣ୍ଣଅଙ୍ଗଯଷ୍ଟି ଗୈରିକ ବସନେ,ବାଳତପସ୍ୱନୀ ବାଳା, ଚାରୁ ମଣିବନ୍ଧେରତ୍ନର ବଳୟ ଶୋଭେ, ଶୂନ୍ୟ ଅନ୍ୟ ଅଙ୍ଗ,ମାତ୍ର ସେ ଶୂନ୍ୟତା ଏକା ଶୋଭାକୁ ତାହାରକରିଛି ପୂର୍ଣ୍ଣତା ଦାନ, ପୁଣି ପ୍ରାଣଦାନ,ବଢ଼ାଇଛି ସେ ଶୂନ୍ୟତା ଶୋଭାର ଗୌରବ ।ଦେଖୁଛି କିଶୋରୀ ମୁଗ୍ଧ ଅପଲକ ନେତ୍ରେଅସ୍ତୋନ୍ମୁଖ ରବିଚ୍ଛବି, ତ୍ରିଦିବ-ଦୁର୍ଲଭ,କ୍ରମେ କ୍ରମେ ସିନ୍ଧୁଜଳେ ବୁଡ଼ାଇ ଶରୀରହେଲେ ରବି ଅର୍ଦ୍ଧମଗ୍ନ, ପଦ୍ମରାଗତରୀଭାସେ କି ଲେଉଟି ପଡ଼ି ପାରାବାର-ତୀରେ ।ବୁଡ଼ିଗଲେ ଦିନମଣି ଦେଖୁଁ ଦେଖୁଁ ତ୍ୱରା,ବୁଡ଼ିଯାଏ ତ୍ୟାଗ ଯଥା ବାସନା-ସାଗରେ,ଧରିଲା ବାରୁଣୀ-ରାଣୀ ଶବଳିତ ଛବି,କଲା ତାକୁ ଅନୁକୃତି ଅନନ୍ତ ବାରିଧି,ବେଶ ପରେ ବେଶ ପୁଣି ତହିଁ ପରେ ବେଶ,ଲାଗିଲା ପରିବର୍ତ୍ତନ ବେଶର କେବଳଉଭୟର, ଯେହ୍ନେ ବେନି ନିରତ ଅଖଣ୍ଡ-ପ୍ରତିଯୋଗିତାରେ, ବ୍ୟସ୍ତପ୍ରାଣେ, ବ୍ୟସ୍ତମନେ ।ପ୍ରକୃତି ଶୋଭାରେ ଆଜି ତନ୍ମୟ ସୁନ୍ଦରୀ,ନିଶ୍ଚଳ ନିସ୍ପନ୍ଦ ଦେହଯଷ୍ଟି, ଦୃଷ୍ଟି ସ୍ଥିର,ଏ କି ଯୋଗ ବାଳିକାର, ଏ କି ମହାଲୟ,ଯେମନ୍ତ କି ସର୍ବ ଅଙ୍ଗପ୍ରତ୍ୟଙ୍ଗ ତାହାରପରିଣତ ହୋଇ ନେତ୍ରେ, ରହିଛି ଅଟକିସାନ୍ଧ୍ୟ ସିନ୍ଧୁ ପ୍ରକୃତିର ମୋହନ ବିନୋଦେ,ଛଡ଼ାଇଲେ ବଳେ ସୂଦ୍ଧା ଆସୁ ନାହିଁ ଛାଡ଼ି ।ମଧୁର ସୌରଭମୟ ସାନ୍ଧ୍ୟ ସମୀରଣପବିତ୍ରତାବୋଳା, ଯଥା ଦେବତାନିର୍ମାଲ୍ୟ,ବହୁଅଛି ଧୀରେ ଗୌଣେ, ସୃଜି ବାଳାକେଶେକୃଷ୍ଣକେତୁ, ଭୃଙ୍ଗମାଳ, ବାରିଦ ଉପମା ।ବିଞ୍ଚୁଅଛି କିଶୋରୀକି ଧୀରେ ସମାଦରେଶ୍ୟାମା ଅରଣ୍ୟାନୀ, ଶ୍ୟାମ ଶୀତଳ ଅଞ୍ଚଳେ,କ୍ଷଣେ କ୍ଷଣେ ବୀଚି-କର ଯୋଡ଼ି ରତ୍ନାକରଯାଉଛି ପ୍ରଣମି ଆସି ପାବନ ପୟରେ,ଉଦେ ହେଲେ ନଭେ ଆସି ପର୍ବ-ଶର୍ବରୀଶ,ମାତ୍ର କାହା ପ୍ରତି ନାହିଁ ଭ୍ରୁକ୍ଷେପ ବାଳାର,ଏକ ମହାଭାବେ ମଗ୍ନ ସେହୁ ପୂର୍ବାପର ।ଦେଖୁଛି ସେ ଦୃଶ୍ୟପଟେ ଅବା ବାଳାମଣିଭାବୀ ଜୀବନର ଚିତ୍ର, ଅଥବା ପଢ଼ୁଛିଅତୀତର ଇତିହାସ, କେ କହିବ ତାହା,ଏକାଳେ ଶୁଭିଲା ଶବ୍ଦ-‘‘ସୁଭଦ୍ରା, ସୁଭଦ୍ରା’’,ନ ଭାଙ୍ଗିଲା ତେବେ ଧ୍ୟାନ, କି ଅଭଙ୍ଗ ଯୋଗପ୍ରବେଶ ମୁହୁର୍ତ୍ତ ପରେ ନାରୀମୂର୍ତ୍ତି, ନା, ନା, ।ଦେବୀମୂର୍ତ୍ତି, ରୁପରାଜ୍ୟେ ରାଜରାଜେଶ୍ୱରୀ,ଲାବଣ୍ୟପ୍ରତିମା, ଦେହେ ନ ଧରି ଲାବଣ୍ୟପଡ଼ୁଛି ଉଛୁଳି, ପ୍ରତେ ଗାମ୍ଭୀର୍ଯ୍ୟୁ ଏସନ-ମହାବଂଶେ ମହା ଅଂଶେ ଜନ୍ମିଛି ମହିଳା,ବଦନୁ ଆଭାସି ଉଠେ ମହତ୍ତ୍ୱ-ମହିମା,ହାସ ଯଥା ପୁଷ୍ପବୀଚି ରୂପରତ୍ନାକରେ;ସ୍ନେହାମୃତେ ଢକ ଢକ କୁରଙ୍ଗନୟନ ।ମାତୃତ୍ୱର-ଦେବୀତ୍ୱର ପବିତ୍ର ପ୍ରଲେପେଲିପ୍ତ ଦୀପ୍ତ ଭାଲପଟ-ତପ୍ତ ହେମବିଭ,କରୁଣାର ମନ୍ଦାକିନୀ ଝରୁଛି ଅଧରୁ ।ଆସି ଦେବୀ ପୃଷ୍ଠଭାଗ, ବେନି କମକରେଧଇଲେ ସେ କିଶୋରୀର ନୟନ ଆଚ୍ଛାଦି,ସମୃଣାଳ କୋକନଦ ଇନ୍ଦୀବର ପରେଢଳିପଡ଼ି ଢାଙ୍କିଦେଲା ସୁଷମା ତାହାର ।ପରଶେ ତରୁଣୀ ହସ୍ତ, ଭାଙ୍ଗିଗଲା ଧ୍ୟାନକିଶୋରୀର, କହିଲା ସେ ଧୀରେ ସ୍ମିତହାସ୍ୟେ-‘‘ଛାଡ଼ ଛାଡ଼, ଚିହ୍ନିଲିଣି ସତ୍ୟଭାମା ଦେବୀ,ରଙ୍ଗମୟୀ ବିନା ଆଉ କାହାର ଏ ରଙ୍ଗ ।’’ହସି ତହୁ ନବାଗତା କହିଲେ-‘‘ସୁଭଦ୍ରେ,କିପରି ଚିହ୍ନିଲ ମୋତେ ?’’ ‘‘ଚିହ୍ନିଲି କିପରି’’ଉତ୍ତରିଲେ ଭଦ୍ରା-‘‘ତଦ ଶ୍ରୀକର ପରଶୁ,ପାପଧରାବିହାରିଣୀ ନାରୀହସ୍ତ କେବେହେବ ନାହିଁ ଗୋସାମଣି, ଏଡ଼େ ଶାନ୍ତିପ୍ରଦଅଥବା ଶୀତଳ ଏଡ଼େ, ଦେବୀହସ୍ତ ବିନା ।’’ବାଧା ଦେଇ ସତ୍ୟଭାମା, ପଚାରିଲେ ସ୍ନେହେ-‘‘କେଉଁ କାର୍ଯ୍ୟେ ଜେମାମଣି ଏକାକିନୀ ଏଥି ?’’ଭାଷିଲେ ସୁଭଦ୍ରା ‘‘କିଛି କାର୍ଯ୍ୟନୁହେଁ ବହୁ !ଦେଖୁଥିଲି ପ୍ରକୃତିରେ ମହାପୂଜା ଏଥି,ଏ ଅନନ୍ତ ସିନ୍ଧୁ-ଚିର ତରଙ୍ଗାକୁଳିତ,ରତ୍ନ ଗନ୍ତାଘରରକ୍ଷୀ-ରାଜରାଜେଶ୍ୱରୀଭାରତମାତାର, ନିତ୍ୟ ପୂଜାରୀ ଗିରିର ।ଢାଳିଦେଇ ଫେନପୁଷ୍ପ ଅଞ୍ଜଳି ଅଞ୍ଜଳିରୈବତକ ପୁଣ୍ୟପଦେ, ଗାଇ ଗାଇ ସ୍ତବଯାଉଛି ପଛକୁ ଘୁଞ୍ଚି, ଲଭି ପରିତୃଷ୍ଟିଭକ୍ତିରେ ତାହାର ଗିରି, କରେ ଆଶୀର୍ବାଦଗୁହାମୁଖେ । ହାସ୍ୟମୟ ବିଶ୍ୱଚରାଚର,ଜ୍ୟୋତ୍ସ୍ନାମୃତେ ସ୍ନାନ କରି ରୈବତ ଶିଖରୀପ୍ରକାଶୁଛି ଟହ ଟହ ନିର୍ବାକ ସୁହାସ,ହସୁଅଛି ବେଳା-ସିନ୍ଧୁବାନ୍ଧବୀ ସୁନ୍ଦରୀ,କି ସୁନ୍ଦର, କି ଉଦାର, କୌମୁଦୀର କ୍ରୀଡ଼ାବେଳାବକ୍ଷେ, ଆଲୋକିତ ବେଳାବକ୍ଷ ତହିଁ,ଆଲୋକିତ ସତ୍ୟବକ୍ଷ ପୁଣ୍ୟଲୋକେ ଯଥା,କିମ୍ବା ଯଥା ତପୋବୃତ୍ତି ଆଲୋକିତ ତ୍ୟାଗେ ।’’‘‘ଥାଉ ଥାଉ କବିବରେ ! କବିତା ରଚନା-’’କହିଲେ ସସ୍ନେହେ ଦେବୀ କୃଷ୍ଣପ୍ରଣୟିନୀ -‘‘ହେଲାଣି ଯଥେଷ୍ଟ, ଏବେ ହେଉ ସର୍ଗ ସାଙ୍ଗ,ଯଥା ଭ୍ରାତା, ତଥା ଭଗ୍ନୀ, ବିଶ୍ୱ ମହାକବିଭ୍ରାତା ଯାର, ଏ ଅନନ୍ତ ଅଖଣ୍ଡ ବ୍ରହ୍ମାଣ୍ଡଯାହାଙ୍କର ମହାକାବ୍ୟ, ଯାହାଙ୍କ କବିତାହେଉଛି ଧ୍ୱନିତ ସଦା ବିଶ୍ୱ ପ୍ରାଣେ ପ୍ରାଣେ,ଅମର ଯେ କବି, ଯାଙ୍କ କବିତା ଅମୃତ,ତାଙ୍କ ଭଗ୍ନୀ, ତାଙ୍କ ଶିଷ୍ୟା, ନ ହେବ କିପାଇଁକାବ୍ୟକତା-ବିନୋଦିନୀ, କବିତାକୁଶଳା,ଭଗ୍ନୀ ହୃଦେ ଭ୍ରାତୃଗୁଣ ଅଛି ପ୍ରତିଫଳି ।ଚାଲ ଏବେ ଜେମାଦେଈ, ଭ୍ରାତାଙ୍କ ଆଦେଶ-ମଣ୍ଡାଇବା ରୈବତକ ପ୍ରମୋଦ-ଭବନ,ବିଜେ ହେବେ କାଲି ତହି ରଥୀନ୍ଦ୍ର ଅର୍ଜୁନ,’’ଏହା କହି ବାହାରିଲେ ସୁଭଦ୍ରାକୁ ଘେନି ।ପ୍ରେମଭରେ ପରସ୍ପରେ ସ୍କନ୍ଧେ ଛନ୍ଦି ହସ୍ତଚାଲିଲେ ବେନିଏ-ଯଦୁବଧୂ ଯଦୁକନ୍ୟା,ଅର୍ଦ୍ଧସ୍ଫୁଟ ସରୋଜିନୀ, ଫୁଲ୍ଲ ସରୋଜିନୀ,ହୋଇଛି କି ଛନ୍ଦାଛନ୍ଦି ମୃଣାଳେ ମୃଣାଳେ,ପାଟଳବସନା ଭଦ୍ରା, ସତୀ ସତ୍ୟଭାମାପୀତଦୁକୁଳିନୀ, ଆହା, କି ବରମାଧୁରୀ,ଜଡ଼ିତ କି ବିଦ୍ୟୁଲ୍ଲତା ପ୍ରବାଳ- ଲତାରେ !ସତ୍ୟଭାମା ମୁଖୁ ଶୁଣି ଅର୍ଜୁନର ନାମକୃଷ୍ଣାନୁଜା, ହୃଷ୍ଟ ହୋଇ ପୁଛିଲା ସାଗ୍ରହେ -‘‘କିଏ ସେ ଅର୍ଜୁନ ଦେବି, କି କୃତିବନ୍ତ ସେ ?ଭାଇ ତ କହନ୍ତି ସଦା-ଅର୍ଜୁନକୁ ଘେନିକରିବେ ସେ ଧର୍ମରାଜ୍ୟ ସ୍ଥାପନ ଭାରତେ,ଅର୍ଜୁନ ତାଙ୍କର ସଖା, ପ୍ରିୟତମ ଶିଷ୍ୟ,ଅଦ୍ୱିତୀୟ ଭକ୍ତ, ପୁଣି ପାର୍ଥ ପୂର୍ଣ୍ଣନର,ଅର୍ଜୁନ ନିଷ୍କାମଧର୍ମୀ, ଯୋଗୀ, ଆତ୍ମଞ୍ଜୟ,ବିଷ୍ଣୁ, ଜିଷ୍ଣୁ ମୂର୍ତ୍ତିଭେଦ, ମାତ୍ର ଏକ ଆତ୍ମା ।’‘‘କେବଳ ଏକାତ୍ମା ନୁହେଁ ସୁଭଦ୍ରା !’’ ଭାଷିଲେସତ୍ରାଜିତକନ୍ୟା-‘‘ଏକରୂପ, ଏକବୟଃ,ଏକପ୍ରାଣ, ସମ୍ବନ୍ଧରେ ଭାଇ ତବ ପାର୍ଥ-ପିତୃସ୍ୱସା-ସୁତ, ବିଶ୍ୱେ ଏକମାତ୍ର ବୀର ।ଏକା ପାଥ ଲକ୍ଷେ ରାଜା ଜିଣି ବାହୁବଳେବିଭେଦି ଅଦ୍ଭୁତ ଲକ୍ଷ୍ୟ, ଲଭିଲା ଦ୍ରୌପଦୀସ୍ୱୟମ୍ବର ସ୍ଥଳେ, ପୂର୍ବେ ପାଞ୍ଚାଳ ନଗରେ ।ଇନ୍ଦ୍ରପ୍ରସ୍ଥନିବାସୀ ସେ ପଣ୍ଡୁରାଜାସୁତ,ପଣ୍ଡୁଙ୍କର ପାଞ୍ଚ ପୁତ୍ର ସ୍ୱଧର୍ମାନୁରାଗୀ,ଅନୁରକ୍ତ ଭକ୍ତ ତବ ଭ୍ରାତୃଦେବଙ୍କର,ତୃତୀୟ ପାଣ୍ଡବ ପାର୍ଥ, ତୁମ୍ଭ ଭ୍ରାତା ଯଥାଦେବ ମଧ୍ୟେ ଅଦ୍ୱିତୀୟ, ତଥା ଧନଞ୍ଜୟନର ମଧ୍ୟେ ଶ୍ରେଷ୍ଠାଦର୍ଶ, ତାହାଙ୍କ ସାହାଯ୍ୟେସଂସ୍ଥାପିବେ ଧର୍ମରାଜ୍ୟ ଅଗ୍ରଜ ତୁମ୍ଭର ।ଭୀମ ପାପବନ୍ୟା ସହ ଆସୁରିକ ବଳଗ୍ରାସୁଛି ଭାରତେ, କୁରୁଗ୍ଲାନି ଦୁର୍ଯ୍ୟୋଧନ,ଜରାସନ୍ଧ, ଶିଶୁପାଳ ଆଦି ଦୃଷ୍ଟ ନୃପେକ୍ଷତ୍ରକୂଳ-ଧୂମକେତୁ, ରାଜରୁପୀ ପଶୁ,କରୁଛନ୍ତି ଧର୍ମରାଜ୍ୟେ ବିଷମ ଉତ୍ପାତ,ଘଟିବ ସେ ପାପୀଙ୍କର ଆଶୁ ତିରୋଧାନ ।’’‘‘କିପାଇଁ ବିଳମ୍ୱ ତେବେ ଧ୍ୱଂସରେ ତାଙ୍କର ?’’ପୁଚ୍ଛିଲେ ସୁଭଦ୍ରା, ‘‘ଆସି ନାହିଁ ସେ ସମୟ,’’ଉତ୍ତରିଲେ ଦେବୀ, ‘‘କଲେ ଅସମୟେ କାର୍ଯ୍ୟଘଟିବ ନିକର ବହୁ ଜନକ୍ଷୟ, ହେଲେବୃଥା ଲୋକକ୍ଷୟ- ହେଲେ ଧରା ନିର୍ମାନବ,ଧର୍ମରାଜ୍ୟ ସଂସ୍ଥାପନ କା ଲାଗି ସୁଭଦ୍ରା ?ଅସ୍ତ ହେଲେ ରବି, ଯଥା ଲୁଚନ୍ତି କୁଲାୟେଶିଷ୍ଟ ବିହଙ୍ଗମକୁଳ- ଶୁକ ପିକ ଆଦି,ପେଚକ, ଘୁଟୁରୁଘୁମା, ଅମଙ୍ଗଳ ପକ୍ଷୀଜୀବଘାତୀ, ଧରାତଳେ କରନ୍ତି ରାଜତ୍ୱ,ଦେଖି ତଥା କ୍ଷୀଣ, ମ୍ଳାନ, ଧର୍ମ-ଦୀପଶିଖା,କରୁଛନ୍ତି ଅତ୍ୟାଚାର ଦୁଷ୍ଟ ନୃପଗଣ ।ଶିଷ୍ଟେ ଭୟେ ନତଶିର, ଯନ୍ତ୍ରଣାଜର୍ଜର,ମଲେ ଦୁଷ୍ଟେ, ଧର୍ମରାଜ୍ୟ ହେବ ସଂସ୍ଥାପିତ ।ନ ଦେଲେ ଉପାଡ଼ି କ୍ଷେତ୍ରୁ ବାଳୁଙ୍ଗା ସମୂଳେ-ଧାନ୍ୟଶତ୍ରୁ, ଧାନଗଚ୍ଛ ଲଭିବ କି ବୃଦ୍ଧି ?’’‘‘ଏହା କି ଅର୍ଜ୍ଜୁନଦ୍ୱାରା ସାଧିବେ ଅଗ୍ରଜ ?’’-ପୁଚ୍ଛିଲେ ବିସ୍ମୟେ ଭଦ୍ରା, ‘‘ହଁ, ଅର୍ଜ୍ଜୁନଦ୍ୱାରା,’’ଉତ୍ତରିଲେ ସତ୍ୟଭାମା, ତହୁଁ ଯଦୁ-କନ୍ୟାଦ୍ୱିଗୁଣ ବିସ୍ମୟ ଲଭି ଭାଷିଲେ ଏସନ-‘‘ଭ୍ରାତାରୁପୀ ନାରାୟଣ ସର୍ବଶକ୍ତିମାନ,ତାଙ୍କର ସହାୟ ଲୋଡ଼ା, ଅସମ୍ଭବ ଅତି,ଧର୍ମରାଜ୍ୟ ସଂସ୍ଥାପନ ତାହାଙ୍କ ଶକ୍ତିରଅସାଧ୍ୟ କି ଦେବି ?’’ ‘‘ନୁହେଁ ଅସାଧ୍ୟ ସୁଭଦ୍ରା’’ସସ୍ମିତେ କହିଲେ ଦେବୀ, ବୀଣାନିନ୍ଦୀ ସ୍ୱରେ-‘‘ନ ମିଶିଲେ ନୀତିସଙ୍ଗେ ଶୌର୍ଯ୍ୟ, ହେବ ନାହିଁସତ୍ୟର ଉଦ୍ଧାର, ସଖି, ଶୁଣ ଅବହିତେ,ବସନ୍ତ, ବସନ୍ତସଖା-ମଳୟ ଅନିଳଦୁହିଙ୍କ ଶକ୍ତିରେ ସିନା ଜନ୍ମେ ପିଚୁମର୍ଦ୍ଦେବିଶୁଦ୍ଧ ଶୀତଳ ସ୍ନିଗ୍ଧ ସୁରଭି ଚନ୍ଦନ,ନଷ୍ଟ ହୁଏ ଉଗ୍ର ତୀବ୍ର ନିମ୍ୱକାଷ୍ଠଗନ୍ଧ ।ଶଳିତା ଅନଳ ବେନି ସଂଯୋଗରେ ହୁଏଗୃହଗର୍ଭ ଆଲୋକିତ, ଅନ୍ଧକାର ଦଗ୍ଧ,ବୃଷ୍ଟିବିନ୍ଦୁ, ପୃଷ୍ୟାଯୋଗ, ଉଭୟେ ଫଳାନ୍ତିଶକ୍ତିଗର୍ଭେ ମୁକ୍ତାଫଳ, ବୁଝ ମୁକ୍ତାଦନ୍ତି !ରହିଛି ଏକାଧିପତ୍ୟ ଜାତିବିଶେଷରଧର୍ମରାଜ୍ୟେ, ଧର୍ମଶାସ୍ତ୍ର ଅସ୍ପୃଶ୍ୟ ଅନ୍ୟର,କି ଆଶ୍ଚର୍ଯ୍ୟ କଥା, ଆହୋ ମୂଳଲକ୍ଷ୍ୟ ଯାହାନର ଜୀବନର, ସେହି ଧର୍ମରୁ ସେ ହାୟରହିବ ବଞ୍ଚିତ ସଦା, କି ସ୍ୱାର୍ଥପରତା !ହୋଇପାରେ ଧର୍ମଶାସ୍ତ୍ର ନିଷିଦ୍ଧ ବ୍ୟବସ୍ଥାଅଯୋଗ୍ୟ ପକ୍ଷରେ, ମାତ୍ର ଯୋଗ୍ୟ ପକ୍ଷେ କିପା ?ନ ରହେ ଆବଦ୍ଧ ଧର୍ମ ଜାତିବିଶେଷରେକିମ୍ୱା ବ୍ୟକ୍ତିବିଶେଷରେ, ସାଧାରଣ ସେ,କେ କହିବ ବାୟୁ ମୋର, କେ କହିବ ଜ୍ୟୋସ୍ନାମୋହପାଇଁ ସୃଷ୍ଟ ଏକା, ଯାହା ଦୈବଦାନ,ଭୋଗେ ତାହା କିଏ ଦେବବାଧା ! ନିଜେ ହୋଇମାନବ, ମାନବତ୍ୱ ଯେ ହରେ ଅପରର,କେଉଁ ଧର୍ମ ତାର, ତାହା ତାକୁ ହିଁ ଗୋଚର ।ସମୁଦାର ନୀତିବନ୍ତ ମାନବ ସମାଜସମଭାବେ ଅଧିକାର ପ୍ରଦାନେ ସକଳେ,ଅନ୍ୟଥା ସଂକୀର୍ଣ୍ଣ ସେହି ସମାଜ ସର୍ବଥା ।ଉଠିବ ଏ ଅତ୍ୟାଚାର ଅଦୂର ଭବିଷ୍ୟେ,ଧର୍ମ-ସୁଧା, ଶାସ୍ତ୍ର-ମଧୁ ପିଇବେ ମାନବେନିଜ ହସ୍ତେ ମହାନନ୍ଦେ ଜାତିନିର୍ବିଶେଷେ,ଅର୍ଜୁନ ସହାୟ ଏକା ଏ କାର୍ଯ୍ୟ ସାଧନେ ।’’ନୀରବନ୍ତେ ସତ୍ୟଭାମା-ଅଷ୍ଟାପାଟବଂଶୀ,କହିଲେ ସୁଭଦ୍ରା-‘‘ଧନ୍ୟ ଅର୍ଜୁନ ଜୀବନ,ଯାହାର ସାହାଯ୍ୟପ୍ରାର୍ଥୀ ସ୍ୱୟଂ ନାରାୟଣନର ନୁହେଁ, ଦେବି, ସେହୁ, ଛଦ୍ମରୁପୀ ଦେବ,ତା ପଦଦର୍ଶନ ତୀର୍ଥଦର୍ଶନ ସଦୃଶ ।’’‘‘ସେ ତୀର୍ଥରେ ବୁଡ଼ିବାକୁ ଇଚ୍ଛା କି ସୁଭଦ୍ରା?’’କହି ଏହା ସତ୍ୟଭାମା ପରିହାସ ଛଳେଲୀଳାକୁବଳୟ କରେ ଶ୍ୟାମଳି ସଧୀରେବିଶୃଙ୍ଖଳ ନୀଳକେଶ, ଚାହିଁଲେ ବଦନେ,ଅନ୍ଧାରେ ଆଡ଼େଇ ଦେଇ ଦେଖିଲା କି ଜ୍ୟୋସ୍ନାସୁନ୍ଦରୀ ଧରଣୀ ମୁଖ । ଆଦରେ ଆବରକହିଲେ-‘‘ତୁହି ତ ଭଦ୍ରା, ପତିପାବନୀପୁଣ୍ୟତରଙ୍ଗିଣୀ ଗଙ୍ଗା, ମହାତୀର୍ଥରୂପା,କେଉଁ ସିନ୍ଧୁସଙ୍ଗେ ମିଶି, ହରି ତା କଟୁତା,କରିବୁ ମଧୁର ତାକୁ, ଶୀତଳ, ପାବନ,ସେ ବରେଣ୍ୟ, ଭାଗ୍ୟଧନ୍ୟ, କେଉଁ ସିନ୍ଧୁ ଭଦ୍ରା?’’ପ୍ରକାଶି ମଧୁର କ୍ରୋଧ ସୁମଧୁର ଲଜ୍ଜା,କହିଲେ ସୁଭଦ୍ରା ତହୁଁ-‘‘ନ ଗଲା ବାଳକପରିହାସପ୍ରିୟାଙ୍କର ଛଳ, ପରିହାସ ।’’ହସି ହସି ସତ୍ୟଭାମା ହାସକୌତୁକିନୀ,ସୁଭଦ୍ରା ଚିବୁକ ଧରି କହିଲେ ସୁଆଗେ,‘‘ଥାଉ ତେବେ ପରିହାସ ଏବେ ଜେମାମଣିଆସିବ ସୁଦିନ ଯେବେ, କରିବି ସେଦିନଆଶାପୂରା ପରିହାସ, ଆସନ୍ନ ସେ ଦିନ ।’’ଏହିରୁପେ ରସାଭାଷେ ଅତିକ୍ରମ ପଥମିଳିଲେ ଉଭୟେ ଯାଇ ପ୍ରମୋଦ ଭବନେ ।
ସମ୍ବନ୍ଧିତ ରଚନା
ସୁରଙ୍ଗୀ କାବ୍ୟ
ଚିନ୍ତାମଣି ମହାନ୍ତି
ପ୍ରଣୟ-ଚିଟାଉ
ଚିନ୍ତାମଣି ମହାନ୍ତି
ଶେଷବ୍ରତ
ଚିନ୍ତାମଣି ମହାନ୍ତି
ବିକ୍ରମାଦିତ୍ୟ
ଚିନ୍ତାମଣି ମହାନ୍ତି