ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୫ / ୨୫
ସମ୍ପୂର୍ଣ୍ଣ ସୂଚୀପତ୍ର
କାଳୀୟ ଦଳନ
ଶୁଣ ହେ ପରୀକ୍ଷ ରାଜା କହେ ଶୁକଯତିଏ ହରିବଂଶ ପୁରାଣ ପୁଣ୍ୟମୟ କୀର୍ତ୍ତି ।ଧନସନ୍ତାନପ୍ରଦ ଏ ଅଟେ କାଳେ କାଳେଏଥୁ ଅନନ୍ତରେ କିଛିଦିନେ ଗୋପବାଳେ ।କୃଷ୍ଣଙ୍କ ସମୀପେ ମିଳି ବୋଇଲେ ଏମନ୍ତକାନନକୁ ବୁଲିଯିବା ଆସ ଗୋପୀନାଥ ।ବାଛୁରୀମାନଙ୍କୁ ନେଇଯିବା ହେ ସକଳେନାନଦି କ୍ରୀଡ଼ା କରିବା ବନେ ସଖା ମେଳେ ।ଶ୍ରୀକୃଷ୍ଣ ସେ କଥା ଶୁଣି ହୋଇଲେ ବାହାରଗୋପ ପୁଅଙ୍କ ସଙ୍ଗରେ ଗଲେ ଚକ୍ରଧର ।କାନନ ମଧ୍ୟରେ ଯାଇ ଚରାନ୍ତି ବାଛୁରୀସମସ୍ତହୁଁ ସୁନ୍ଦର ତ ପ୍ରଭୁ ନରହରି ।ହସନ୍ତି କ୍ରୀଡ଼ନ୍ତି ଖେଳା କରି ନାନାରଙ୍ଗେରାତ୍ର ଦିବା ବିହରନ୍ତି ପୁଅଙ୍କର ସଙ୍ଗେ ।ବଂଶୀ ସୁସ୍ୱରେ ବଜାଇ ମାରି କରତାଳିଧାମନ୍ତି ଯେ ଅତିବେଗେ ଛାଡ଼ନ୍ତି ବୋବାଳି ।ଫୁତ୍କାରିଣ ଅଡ଼ାନ୍ତି ସେ ବାଛୁରୀଙ୍କୁ ଯାଇଆଗ ବଳିଗଲେ ତହୁଁ ଧରନ୍ତି ଗୋଡ଼ାଇ ।କା ହସ୍ତେ ଛନ୍ଦଣି କାହା ହସ୍ତରେ ଲଉଡ଼ିକା ହସ୍ତରେ ପଘା କାର ହସ୍ତେ କେନ୍ଦୁବାଡ଼ି ।କାଇଞ୍ଚମାଳା ଲମ୍ୱାଇଅଛି କେ କଣ୍ଠରେମୟୂରପକ୍ଷୀ ଖୋସିଛି କେବା ମସ୍ତକରେ ।କଦମ୍ୱ ପୁଷ୍ପ ଶୋହଇ ମସ୍ତକେ କାହାରଡାକହାକ ଶବଦରେ କମ୍ପେ ତିନିପୁର ।ଗନ୍ଧର୍ବ ସମାନ ଦେଖାଯାନ୍ତି ଗୋପବାଳେକୃଷ୍ଣଙ୍କ ହେତୁରୁ ମନେ ଭୟ ନାହିଁ ତିଳେ ।ନାନାବିଧ ଖେଳ ଆଉ କଉତୁକ ରସେମଜ୍ଜିଲେ ଗୋପାଳପୁଏ ହାସ ପରିହାସେ ।ବୁଲି ବୁଲି ବନ ବିଲ ପରବତମାନବାଛୁରୀ ଚରାନ୍ତି ସୁଖେ କରି ଗୀତଗାନ ।ଅନୁକ୍ଷଣ ପୀତବାସ ଥାଆନ୍ତି ସଙ୍ଗତେବାଛୁରୀ ଚରାନ୍ତି ମଧ୍ୟ ପ୍ରଭୁ ସେହିମତେ ।ଆଷାଢ଼ମାସ ଶୁକଳାଷ୍ଟମୀ ଅର୍କବାରମଗା ନକ୍ଷତ୍ର ଯେ ଶୁଭ ଅଟେ ସେ ଦିନର ।ବିଷ୍ଟିନାମରେ କରଣ ଅତିଗଣ୍ଡ ଯୋଗମିଥୁନ ସଂକ୍ରାନ୍ତି ଏକାଦଶ ଦିନ ଭୋଗ ।ଏସନ ସମୟ ପୁଣ ପାଞ୍ଚଘଡ଼ି ବେଳଖେଳରସେ ପ୍ରବେଶିଲେ ଗୋମତର ତଳ ।ଗୋମାତା ରଚିଅଛଇ ଗୋଧିକା ଯେ ଘାଟକାଳିନ୍ଦୀ ନଦୀକି ବୋଲି ଫିଟିଅଛି ବାଟ ।ସଙ୍ଗରେ ଗୋଡ଼ାଇଛନ୍ତି ଗୋପଶିଶୁଗଣସେ ସ୍ଥାନରେ ପ୍ରବେଶିଲେ ଦେବ ଜନାର୍ଦ୍ଦନ ।ତହୁଁ ପୁଣ ଥୋକାଏକ ଧାମନ୍ତେ ଧସାଇକେହି କେହି ବୋଲନ୍ତି ଯେ କୃଷ୍ଣଙ୍କୁ ଅନାଇଁ ।ଭୋ ଦେବ ସାବଧାନେ ହେ ଶୁଣ ବନମାଳିମାଏ ଜାଣିଲେ ଆମ୍ଭଙ୍କୁ ନିଶ୍ଚେ ଦେବେ ଗାଳି ।ପ୍ରମାଦ ଭୂମି ଯେ ଏଥେଁ ଜନଜନ୍ତୁ ନାହିଁଏହିଠାରୁ ବତ୍ସାମାନ ନେବା ଲେଉଟାଇ ।ଅଗମ୍ୟ କନ୍ଦର ବନ ଲତାରେ ଆଚ୍ଛନ୍ନସିଂହ ବ୍ୟାଘ୍ର ହସ୍ତୀ ଭାଲୁକାମାନଙ୍କର ସ୍ଥାନ ।ହିଂସ୍ରଜନ୍ତୁମାନେ ଏଥେଁ ପୂର୍ବରୁ ଅଛନ୍ତିମନୁଷ୍ୟ ଦେଖିଲେ ସେହୁ ଗୋଡ଼ାଇ ଖାଆନ୍ତି ।ଏ ଅଟେ କାଳିନ୍ଦୀନଦୀ ବିଷମୟ ଜଳକାଳୀୟ ରହିଛି ଏଥେଁ ଘେନି ଦଳବଳ ।କଦ୍ରୂର ନନ୍ଦନ ସେ ତ ବାସୁକିର ଭାଇନ ପାରନ୍ତି ୟାର ବିଷ ସୁର ମୁନି ସହି ।ପାଞ୍ଚ ଯୋଜନ ଦୀର୍ଘ ଯେ କୋଶେକ ଓସାରଏମନ୍ତ ପଦ୍ମବନରେ ଥାଏ ନିରନ୍ତର ।ଯୋଜନ ପର୍ଯ୍ୟନ୍ତ ବିଷଜ୍ଜ୍ୱାଳା ତା ବ୍ୟାପଇମହା ମହା ବୃକ୍ଷସବୁ ଯାନ୍ତି ଭସ୍ମ ହୋଇ ।ଆକାଶରେ ପକ୍ଷୀମାନେ ଉଡ଼ି ନ ପାରନ୍ତିଦେବତା ହୋଇଲେ ମଧ୍ୟ ତା ନାମେ ଡରନ୍ତି ।ତେଣୁ ଭରସି କରି କେ ନ ଚାଲନ୍ତି ବାଟଗଲେ ନିଶ୍ଚୟ ପଡ଼ିବ ବିଷମ ସଙ୍କଟ ।ଅଖାଦ୍ୟ ହୋଇଲା ତେଣୁ ଏଡ଼େ ପୁଣ୍ୟଜଳକାଳୀୟ ନାଗ ନିରତେ ଛାଡ଼ଇ ଗରଳ ।ଶୁଣିଣ ଗୋପପୁଅଙ୍କ ମୁଖରୁ ଏସନଅଳପ ଅଳପ ହସି ପ୍ରଭୁ ଭଗବାନ ।ବୋଇଲେ କେଉଁଠି ଅଛି ସେ କାଳୀୟ ନାଗଅତିବେଗେ ଦେଖାଇଣ ଦିଅ ମୋତେ ଆଗ ।ପୋଏ ବୋଇଲେ ଆମ୍ଭେ ଯେ ସଙ୍ଗତରେ ଯିବୁକିପରି କାଳୀୟ ନାଗ ତାହାକୁ ଦେଖିବୁ ।ଶ୍ରୀକୃଷ୍ଣ ବୋଇଲେ ପଛେ ପଛେ ମୋର ଆସୟା କହି ବେଗେ ଧାଇଁଲେ ଜଗତ ନିବାସ ।କାଳନ୍ଦୀର ନିକଟରେ ପ୍ରବେଶିଲେ ଯାଇଦେଖି ବାଳକେ ବୋଲନ୍ତି ମନେ ଭୟ ପାଇ ।ଆହେ କୃଷ୍ଣ ସେହିଠାରୁ ଲେଉଟିଣ ଆସଜଗଜ୍ଜନ ମୋହନ ତୁ ଅଟୁ ପୀତବାସ ।ଅନାଥବାନ୍ଧବ ନାଥ ଏକଇର ବଳାଅତି ଅଗୋଚର କାଳୀୟର ବିଷଜ୍ଜ୍ୱଳା ।ସାହାସ କରିଣ ଏଥେ ଆସିଲୁ ଯେ ଧାଇଁଆମ୍ଭର ପାଟି ଶୁଣିଣ ନ ପୁଣ ଆସଇ ।ବହନ ଚାଲ ଏଠାରୁ ଯିବା ହୋ ପଳାଇନିମିଷେ କୋଟି ବ୍ରହ୍ମାଣ୍ଡେ ଘୋଟିପାରେ ସେହି ।କର୍କୋଟକ ମହାପଦ୍ମ ଶଙ୍ଖ କାଳାନଳକୁଣ୍ଡଳୀ କପାଳ କଣ୍ଠନାଦ କଣ୍ଠବଳ ।କପିଳାନ୍ତକ କଳ୍ପାନ୍ତ ନାଗ ଆଦି କରିଏକାଦଶ ସର୍ପେ ଥାନ୍ତି କାଳୀୟ ଆବୋରି ।ଏକେ ଏକେ ବ୍ରହ୍ମାଣ୍ଡକୁ ପାରନ୍ତି ସେ ଦହିକାଳୀୟ ସଙ୍ଗେ ଥାଆନ୍ତି ଅନେକା ଯେ ଅହି ।ଏ କାଳୀୟ ନାଗ ପୂର୍ବେ ବୈକୁଣ୍ଠରେ ଥିଲାଗରୁଡ଼ ଭୟରେ ତହିଁ ରହି ନ ପାରିଲା ।ପୂର୍ବ ଶାପରୁ ଗରୁଡ଼ ଏଠାକୁ ନ ଆସେକାଳିନ୍ଦୀରେ ରହିଅଛି ନିଶ୍ଚିନ୍ତେ ତେଣୁ ସେ ।ତୋତେ ଆମ୍ଭର ଶପଥ ଫେର ଗୋପୀନାଥଜୀବନେ କି ରହିବେ ୟା ଶୁଣି ତାତ ମାତ ।ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ନ ହୁଅ କାତରଦେଖିବା କାଳୀୟର ତ କେତେକ ଚାତର ।ଏଡ଼େ ପବିତ୍ର ଭୂମିକି କଲା ଅପବିତ୍ରତାର ଭୟେ ଲୋକମାନେ ନ ଚାଲନ୍ତି ପଥ ।ନିଶ୍ଚୟ କହୁଛି ତାର ନାଶିବି ଗରବକାଳ କାଳକୁ ଏ କଥା ଗୋଟା ରହିଥିବ ।ନୋହିଲେ ତାହାକୁ ଜଳୁଁ ଦେବି ଘଉଡ଼ାଇଏଡ଼େ ପାପିଷ୍ଠ ଜନ୍ତୁ ଏ ଥିବ କାହିଁପାଇଁ ।ଏଡ଼େ ପ୍ରମାଦ ଏଠାରେ ଆଉ ଯେ ନ ଥାଉକୁଟୁମ୍ୱଙ୍କୁ ଘେନି ଏଥୁ ବେଗେ ସେ ପଳାଉ ।ନୋହିଲେ ସବୁରି ଆଜ କରିବଇଁ ନାଶଶ୍ରୀମୁଖେ ଏମନ୍ତ ଆଜ୍ଞା ଦ୍ୟନ୍ତେ ହୃଷୀକେଶ ।ଶୁଣିକରି ଗୋପପୁଏ ମଣିଲେ ତା ଟାହିବୋଇଲେ ବାଳୁତ ଅଟେ ନିଶ୍ଚୟ କହ୍ନାଇ ।ଚାଲ ଏଥୁଁ ବହନ ହୋ ଯିବା ଆମ୍ଭେ ଭଲେସମସ୍ତେ ବିନାଶ ହେବା ନାମ ୟା ଜାଣିଲେ ।ବଳଦେବ ଆଦିକରି ସଙ୍ଗରେ କେ ନାହିଁକେବଣ ଦଇବ ଏଥେ ଆଣିଲା କଢ଼ାଇ ।କିସ କରିବୁ ଆମ୍ଭେ ହୋ କହ ଦେବରାୟେତୋ ଯୋଗୁଁ ଅଇଲୁ ସିନା ଏତେ ଦୂରଯାଏ ।ଶ୍ରୀକୃଷ୍ଣ ବଇଲେ ତୁମ୍ଭେ ଅଧଇର୍ଯ୍ୟ ନୁହକାଳୀୟ ଦର୍ପ ଦଳିବି ସର୍ବେ ଦେଖୁଥାଅ ।କେବଣଠାରେ ରହିଛି ସେ କାଳିଅ ଅହିବୃକ୍ଷରେ ଉଠିଣ ସ୍ଥିର କରେ ମୁହିଁ ଯାଇ ।ତୁମ୍ଭେମାନେ ତଳେ ଥାଅ ନିଶ୍ଚିନ୍ତ ଭାବରେଠିଆ ହୋଇଥିବ ଭୟ ନ କରି ମନରେ ।ଏତେ ବୋଲି ସଜବାଜ ହୋଇ ଦେବରାୟେବୃକ୍ଷ ଉପରେ ଉଠିଲେ ଚାହିଁଛନ୍ତି ପୋଏ ।ସେ କଦମ୍ୱତରୁ ଗୋଟି ଅତ୍ୟନ୍ତ ସୁସଞ୍ଚକୃଷ୍ଣଙ୍କ ଆଜ୍ଞାରେ ବୃକ୍ଷ ହୋଇଗଲା ଉଚ୍ଚ ।ନୂତନ ପତ୍ର ପୁଷ୍ପରେ ଦିଶେ ମନୋହରଆଗରୁ ରୋପିଛି ତାକୁ ଆଣି ବେଦବର ।ଶୁଣ ହୋ ପରୀକ୍ଷ ରାଜା କହେ ଶୁକବ୍ରହ୍ମାକହନ୍ତେ ନ ସରଇ ସେ କଦମ୍ୱ ମହିମା ।ତହିଁ ଉପରେ ଉଠିଲେ ପ୍ରଭୁ ଦେବରାୟେତଳେ ଥାଇଣ ଦେଖନ୍ତି ସର୍ବ ଗୋପପୋଏ ।ଅଶେଷ କୋଟି ବ୍ରହ୍ମାଣ୍ଡେ ଯାର ଅଧିକାରତାହାଙ୍କୁ କାଳିଆ ନାଗ କେତେକ ମାତର ।ମନ କଲେ ଯେଉଁ ପ୍ରଭୁ ସୃଷ୍ଟି ନାଶିପାରେପୁଣି ସରଜି ପାରଇ କ୍ଷଣକ ମଧ୍ୟରେ ।ତାହାଙ୍କୁ ଅଛପାହୋଇ ଅଛି କେଉଁକଥାସଚରାଚର ବ୍ରହ୍ମାଣ୍ଡେ ଯେ ପ୍ରଭୁ କରତା ।କଦମ୍ୱ ତରୁ ଡାଳରେ ବସନ୍ତେ ଶ୍ରୀହରିଚାହୁଁ ଚାହୁଁ ବଢ଼ିଗଲା ଶାଖାକୁ ବିସ୍ତାରି ।ବରଷାକାଳେ ଆଚ୍ଛାଦେ ଯେହ୍ନେ ମେଘମାଳତେସନ ପ୍ରାୟେ ବଢ଼ିଲା କଦମ୍ୱର ଡାଳ ।ଦେଖିକରି ନାଗମାନେ ଚାହାନ୍ତି ତରାଟିଦେଖିଲେ ଡାଳେ ବସିଛି ଶିଶୁପୁଅ ଗୋଟି ।ନିର୍ମଳ ଇନ୍ଦୁ ପରାୟେ ବିରାଜଇ ତନୁନିର୍ମଳ ଗଗନେ ଯେହ୍ନେ ଶୋହେ ଇନ୍ଦ୍ରଧନୁ ।ଅପୂର୍ବ ପରାୟେ ମଣି ଚାହାନ୍ତି ସେ ନାଗେନିଶ୍ଚିନ୍ତରେ ବସିଛନ୍ତି ପ୍ରଭୁ ତରୁଭାଗେ ।ତାହାଙ୍କୁ ଦେଖିଣ ଦେବ ହୋଇଲେ ଉଷତଡାଳେକ ଭାଙ୍ଗିଣ ତହୁଁ ପ୍ରଭୁ ଯଦୁନାଥ ।ପଦ୍ମବନ ଉପରକୁ ପଡ଼ିଲେକ ଡେଇଁବିକ୍ରମ କେଶରୀ ଶୂନ୍ୟୁ ଖସି କି ପଡ଼ଇ ।ପାଦ ଲାଗନ୍ତେ ଦଳିତ ହେଲା ପଦ୍ମବନସୁବାସ ଚହଟି ଉଠେ ତହୁଁ ଘନ ଘନ ।ବିହରନ୍ତେ ପଦ୍ମବନେ ଦେବ ହୃଷୀକେଶିସସ୍ରେପୁର କରି ନାଗେ ବେଢ଼ିଗଲେ ଆସି ।ଶ୍ରୀହସ୍ତେ କଦମ୍ୱ ଡାଳ ଘେନି ଯଦୁସାଇଁଅଚିନ୍ତଭାବରେ ତହିଁ ଛନ୍ତି ଉଭାହୋଇ ।ଫୁଫୁକାର ଧ୍ୱନି କରି ଗରଜନ୍ତି ସର୍ପେଖର ନିଃଶ୍ୱାସ ତେଜନ୍ତି ଅତିଶୟ ଦର୍ପେ ।ପ୍ରଳୟ ପରାୟେ ସର୍ବେ ଛାଡ଼ନ୍ତି ଗର୍ଜନଲହ ଲହ ଜିହ୍ୱା କରି ଟେକି ଫଣାମାନ ।କାହାର ମୁଖ ବାଟରୁ ଧୂମ୍ର ବାହାରଇବିଜୁଳି ପରାୟେ କେହି ମୁଖକୁ ହଲାଇ ।ଶଙ୍ଖ ଗୋକ୍ଷୀର କାଳିଆ ଧଳା ରଙ୍ଗ ଜାତିନାନବର୍ଣ୍ଣେ ନାଗମାନେ ଶୋଭାପାଉଛନ୍ତି ।କୋଶେ ଯୋଜନ ଅଟଇ ନାଗଙ୍କର କାୟେବିଶ୍ୱରୂପ ଧରି ଦେଖାଯାନ୍ତି ଗିରିପ୍ରାୟେ ।ରଟମଟ ଦନ୍ତପନ୍ତି ବିକ୍ରମ ମୂରତିଚକ୍ର ପରାୟେ ନୟନମାନଙ୍କୁ ବୁଲାନ୍ତି ।ଲକ୍ଷେ କୋଟିଏ ସରପ ମିଳି ଅକଳନାପଦ୍ମବନକୁ ଭାଙ୍ଗିଣ କଲେ ସବୁ ଚୂନା ।ପାତାଳଭେଦି ଯହିଁରୁ ବାହାରୁଛି ଜଳକ୍ଷୀର ପରାୟେ ଅଟଇ ସେ ଅତି ନିର୍ମଳ ।ବିଷଜ୍ୱଳାରେ ସେ ସବୁ ହେଲା କୃଷ୍ଣବର୍ଣ୍ଣଗରଳ ତେଜନ୍ତି ଅନୁକ୍ଷଣେ ସର୍ପଗଣ ।ମହାପ୍ରଳୟରେ ଯେହ୍ନେ ଗରଜନ୍ତି ମେଘେସର୍ପଙ୍କର ଫୁଫୁକାର ଶବଦ ସେ ବାଗେ ।ହେଳେଣ କମ୍ପି ଉଠଇ ସ୍ୱର୍ଗଆଦି ମଞ୍ଚନିଶ୍ଚିନ୍ତରେ ରହିଛନ୍ତି ପ୍ରଭୁ ଶିରୀବତ୍ସ ।ଏମନ୍ତ ରୀତି ତାଙ୍କର ଦେଖି ବନମାଳୀକଦମ୍ୱ ଡାଳ ବୁଲାଇ ଧାମନ୍ତି କୁରୁଳି ।ହୁଂକାର ଶବଦ କରି ଦେବ ରୋଷଭରେଧାତିକାରେ ପିଟିଲେକ ସର୍ପଙ୍କ ଉପରେ ।ବାମ ଡାହାଣେ ବୁଲାଇ ସେ ଡାଳକୁ ପିଟିମରି ପଡ଼ିଗଲେ ସର୍ପ ତହିଁ କୋଟି କୋଟି ।କାହାକୁ ଚାପୋଡ଼େ ମାରି କାହାକୁ ବା ନାତେକାହାକୁ ବଜ୍ର ବିଧାଏ ମାରନ୍ତି ନିର୍ଘାତେ ।ପଦ୍ମନାଡ଼େକ ଘେନିଣ କାହା ପରେ ପିଟିକୋଟି କୋଟି ହୋଇ ସର୍ପ ମରନ୍ତି ଲେଉଟି ।କେତେ ତହୁଁ ପଳାଇଲେ ଜୀବନ ବିକଳେକାଳୀୟ ଆଗେ ଗୁହାରି କରନ୍ତି ଆକୁଳେ ।ସାବଧାନେ ହୋଇ ତୁମ୍ଭେ ଶୁଣ ନାଗପତିଅଖଡ଼ରେ ନାଶଗଲା ତୁମ୍ଭର ସମ୍ପତ୍ତି ।ବାଳକପୁତ୍ର କାହୁଁ ଯେ ଅଇଲା ସରାଗେକାଳିନ୍ଦୀନଦୀ କୂଳରେ ପହଞ୍ଚିଲା ବେଗେ ।କରେ କଦମ୍ୱ ଡାଳେକ ଧରିଣ ଧାଇଁଲାପାଦରେ ପଦ୍ମବନକୁ ଦଳି ପକାଇଲା ।ସହସ୍ରେ ପୁର କରିଣ ବେଢ଼ିଲୁ ତା ଦେଖିଆମ୍ଭଙ୍କୁ ଦେଖି ବାଳକ ନ ଗଲା ଉପେକ୍ଷି ।ଏକା ହନୁମନ୍ତ ଯେହ୍ନେ ଲଙ୍କା କଲା ଜୟସେହି ରୂପେ ନାଗଙ୍କୁ ସେ କରିଦେଲା କ୍ଷୟ ।ଏକାକେ ଛଡ଼ା ତାହାର ସଙ୍ଗେ କେହି ନାହିଁପାରିଲେ ନାଗକୁଳକୁ ରକ୍ଷା କର ଯାଇ ।ପର୍ବତ ପରାୟେ ନାଗ ମଲେ କୋଟି କୋଟିବିଚାରିଲେ ନିର୍ମୂଳ ସେ କରିପାରେ ସୃଷ୍ଟି ।ଏକା ବାଳୁତପୁଅ ସେ ଏଡ଼େ କର୍ମ କଲାଶୁଣିଣ କାଳୀୟନାଗ ସ୍ତମ୍ଭୀଭୂତ ହେଲା ।ଏମନ୍ତ ସମୟେ ଆସି ଅନ୍ୟ ନାଗେ କହିଭୋ ଦେବ ଶୁଣିମା ହେଉ ଆମ୍ଭେ ବାକ୍ୟ ତୁହି ।କାହୁଁ ଗୋଟାଏ ମାନବ ପଦ୍ମବନେ ପଶିଏକାଳେ ନାଗବଳଙ୍କୁ ପକାଇଲା ଧ୍ୱଂସି ।ଏବେ ପାରିଲେ ଭୋ ସ୍ୱାମୀ ଯାଇ ରକ୍ଷା କରନୋହିଲେ ଯାହା କର୍ତ୍ତବ୍ୟ କର ତା ବିଚାର ।ଶୁଣିଣ କାଳୀୟ ହେଲା କୋପାନଳ ମୂର୍ତ୍ତିନିର୍ଧୂମ ଅନଳ ପ୍ରାୟେ ବିକାଶିଲା ଜ୍ୟୋତି ।ଆକାଶ ମଣ୍ଡଳେ ଫଣା ଲାଗିଲାକ ଯାଇଏକାବେଳେ ଗର୍ଭପାତ କରିବ କି ମହୀ ।ମେଘ ଗରଜନ ପ୍ରାୟେ କରେ ଗରଜନଦେଖିକରି ଦେବଗଣେ ଭୟେ ଛନ୍ନଛନ୍ନ ।ପ୍ରଚଣ୍ଡ ଅନଳ ପ୍ରାୟେ ନୟନର ଜ୍ୟୋତିନିଃଶ୍ୱାସ ତେଜଇ ଯେହ୍ନେ ଅଣଚାଶ ମୂର୍ତ୍ତି ।ଗରଜନ ଶବ୍ଦେ କମ୍ପି ଉଠେ ତିନିପୁରମୁଖ ବିସ୍ତାରି ଧାମଇ କରି ଫୁଫୁକାର ।ମହୀ ପ୍ରଳୟ ହୋଇବ କିବା ଅକସ୍ମାତେଭାଙ୍ଗି ପଡ଼ୁଛନ୍ତି ମେରୁ ମନ୍ଦର ସହିତେ ।ସ୍ୱର୍ଗେ ଏକଫାଳ ପାଟି ମଞ୍ଚେ ଏକଫାଳଧାମଇ ସେ ଗଳଗାଜି ହୋଇ କୋପନଳ ।ଭୟଙ୍କର ମୁଖ ତାର ବିକଟ ଦଶନଯୋଜନ ପର୍ଯ୍ୟନ୍ତ ବିଷ କରେ ବରଷଣ ।ଶ୍ରାବଣ ବରଷା ଯେହ୍ନେ ବର୍ଷେ ଗଳଗାଜିତେସନେ କାଳୀୟ ମୁଖୁଁ ଗରଳ ଉପୁଜି ।ଜୁଳୁଜୁଶା ପୋକ ପ୍ରାୟେ ଦିଶେ ତେଜଶ୍ରେଣୀଆକାଶେ ଦେଖା ନ ଗଲେ ଭୟେ ଦିନମଣି ।ଗୋପପୁଏ ଦେଖିଲେ ତା ଦୂରେ ରହିକରିବରଡ଼ା ପତର ପ୍ରାୟେ ଦେହ ଉଠେ ଥରି ।ଭୟଙ୍କର ରୂପ ଦେଖି ରହି ନ ପାରିଲେପ୍ରାଣର ବିକଳେ ତହୁଁ ସର୍ବେ ପଳାଇଲେ ।ଆତଙ୍କରେ ପୁଅମାନେ ପଳାନ୍ତି ଯେ ଉଠିପଛକୁ ଚାହୁଁ ଅଛନ୍ତି ଭୟରେ ଲେଉଟି ।କେଶବାସ ଅସମ୍ଭାଳେ ପ୍ରବେଶିଲେ ପୁରେକହିଲେ ସେ କଥା ନନ୍ଦ ଯଶୋଦା ଆଗରେ ।ଭୋ ନାଥ ସାବଧାନେ ତୁ ଶୁଣ ବ୍ରଜନାହାପ୍ରତ୍ୟକ୍ଷ ବାରତା ଶୁଣ ଦେଖିଲୁଟି ଯାହା ।ସମସ୍ତେ ଗୋପାଳପୁଏ ବତ୍ସା ରଖିଥିଲୁକଦମ୍ୱ ତରୁତଳରେ ଯାଇ ପ୍ରବେଶିଲୁ ।ଗୋମତ ପର୍ବତ ତଳେ ଗୋଧିକା ଯେ ଘାଟକାଳିନ୍ଦୀ ନଦୀକୁ ତହିଁ ଫିଟିଅଛି ବାଟ ।ଗେଲ ଗେଲ ହୋଇ ତହୁଁ ଖଣ୍ଡେଦୂର ଗଲୁକାଳିନ୍ଦୀନଦୀ ନିକଟେ ପ୍ରବେଶ ହୋଇଲୁ ।କୃଷ୍ଣଙ୍କୁ ସକଳ କଥା କହିଲୁ ବୁଝାଇକାଳୀୟନାଗ ଏଠାରେ ପୂର୍ବୁରୁ ଅଛଇ ।ଆସ ଆସ ଫେରିଯିବା ଆହେ ବନମାଳୀଶୁଣିଲେ ଯେ ପିତାମାତା ଦେବେ ବହୁଗାଳି ।ଆମ୍ଭର ବଚନ ସେହୁ ତିଳେ ନ ମାନିଲାଆମ୍ଭଙ୍କୁ ତିଆରି ସେହିଠାକୁ ଘେନିଗଲା ।ବୋଇଲା ତୁମ୍ଭେ ଏଠାରେ ଥାଅ ନିର୍ଭୟରେଏତେ କହି ଚଢ଼ିଗଲା କଦମ୍ୱ ବୃକ୍ଷରେ ।ହସ୍ତରେ ଡାଳେକ ଘେନି ଜଳେ ଡେଇଁପଡ଼ିଦେଖିକରି ନାଗଗଣେ ଅଇଲେ ଦଉଡ଼ି ।ସହସ୍ରେପୁର କରିଣ କୃଷ୍ଣଙ୍କୁ ବେଢ଼ିଲେକୃଷ୍ଣ ତାହାଙ୍କୁ କ୍ଷଣକେ ବିନାଶ କରିଲେ ।କେତେକ ତହୁଁ ଉବୁରି ପକାଇଲେ ଡରେବାରତା କହିଲେ ଯାଇ କାଳୀୟ ଆଗରେ ।କୋପରେ କାଳୀୟ ନାଗ ଉଠିଲା ପ୍ରଜ୍ଜ୍ୱଳିଚତୁର୍ଦ୍ଦଶ ବ୍ରହ୍ମାଣ୍ଡକୁ ଦେବ କିବା ଗିଳି ।ସୂର୍ଯ୍ୟମଣ୍ଡଳର ପ୍ରାୟେ ବିକାଶିଲା ଜ୍ୟୋତିମହାବିଶ୍ୱରୂପେ ଧାଏଁ ହୋଇ କୋପମୂର୍ତ୍ତି ।ଚଉଦାଢ଼େ ବିଷ ତାର ଅଟେ ମହାବଳୀକୃଷ୍ଣ ସମୀପରେ ଯହୁଁ ଆସିଗଲା ମିଳି ।ପ୍ରାଣ ବିକଳରେ ଆମ୍ଭେ ଅଇଲୁ ପଳାଇତାହାର ନିକଟେ କେହି ଜଣେ ମାତ୍ର ନାହିଁ ।ପ୍ରତ୍ୟକ୍ଷେ ଦେଖି ଅଇଲୁ ନାହିଁ ମିଥ୍ୟା ଏଥେତାହା ମୁଖରୁ ଶ୍ରୀକୃଷ୍ଣ ବର୍ତ୍ତିବ କି ସତେ ।ପୁଅଙ୍କ ବଦନୁ ନନ୍ଦ ଏ ବଚନ ଶୁଣିଢଳିପଡ଼େ ମୂର୍ଚ୍ଛାଗତ ହୋଇଣ ଧରଣୀ ।ଆହା ଆହା ପୁତ୍ର ବୋଲି ଭୂତଳରେ ଗଡ଼େବେନି ନୟନରୁ ତାର ଲୁହ ବହିପଡ଼େ ।ଗୋବିନ୍ଦଙ୍କ ରୂପ ଗୁଣ ବାହୁନେ ବସିଣକ୍ରୋଟ ଅନଳ ପରାୟେ ଦହେ ପଞ୍ଚମନ ।କେବଣ ଦେବତା ମୋତେ ଏତେ କୃତ୍ୟ କଲାଅଗାଧ ସମୁଦ୍ରେ ମୋର ଭେଳା ବୁଡ଼ାଇଲା ।ବୃଦ୍ଧାକାଳେ ବେନିପୁତ୍ର ପାଇଥିଲି ଭାଗ୍ୟେଅଖଡ଼ରେ ହରାଇଲି କର୍ମର ଅଯୋଗେ ।କାହାର ଆଗେ କହିବି ହୃଦର ବେଦନାଭୋ ଧର୍ମଦେବତା ମୋତେ ଉଦ୍ଧରୁ ତୁ କିନା ।ଯାବତ ସୁଖ ମୋହର ରାମକୃଷ୍ଣ ଥିଲେରାମ କୃଷ୍ଣ ଅଭାବରେ ବଞ୍ଚିବି କି ଭଲେ ।ଏମନ୍ତ ବୋଲିଣ ନନ୍ଦ ହୁଅଇ କୁହାଟିମୂର୍ଦ୍ଧନା ମୋର ଏକ୍ଷଣି ଯାଉ ପଛେ ଫାଟି ।ଧନ ଜନ ସମ୍ପଦରେ ନାହିଁ ପ୍ରୟୋଜନଧିକ ଧିକ ନ ଯାଏ ଯାଏ ନିର୍ଲ୍ଲଜ ପ୍ରାଣ ।କି କରିବି ଚତୁର୍ଦ୍ଦିଗ ଅନ୍ଧାର ଦିଶଇଭୋ ଧର୍ମଦେବତା ପୁତ୍ରେ କର ବାରେ ତ୍ରାହି ।ଆରେ ଆରେ କହ୍ନାଇଁ ତୁ କାହିଁପାଇଁ ଗଲୁଅଖଡ଼ରେ ପଡ଼ି ଏବେ ବୁଦ୍ଧି ହରାଇଲୁ ।ଆରେ ବାପଧନ ତୋତେ ରଖନ୍ତୁ ଶ୍ରୀହରିତ୍ରାହି କରନ୍ତୁ ବିପଦୁଁ ତୋତେ ଦିଗମ୍ୱରୀ ।ଏମନ୍ତ ବୋଲିଣ ବସି ଗୁଣ ବାହୁନଇମସ୍ତକରେ ବେନି କର ଦେଇଣ ତାଡ଼ଇ ।ଯଶୋଦା ବିକଳ ମୁଖେ କେହୁ କହିପାରେକେଶ ବାସ ଅସମ୍ଭାଳ ଲୋଟଇ ମହୀରେ ।ଆହା ବାବୁ କହ୍ନାଇରେ ମୋ ନେତ୍ରପିତୁଳାଜାଣୁ ଜାଣୁ କେଉଁପରି କାଟିଲୁ ତୁ ଗଳା ।ଦୁଃଖୀଧନ ଗୁଣମଣି ମୋ କଳାମାଣିକଆଜିଠାରୁ ବୁଡ଼ାଇଲୁ ମୋ ସଂସାର ସୁଖ ।କିଏ ଆଉ ମାଆ ମାଆ ବୋଲି ଡାକଦେବକିଏ ମୋ ପଣନ୍ତ ଧରି ଅଳି ବା କରିବ ।ଦୁଧ ଲବଣୀ କିଏ ସେ ଖାଇବରେ ଆଉଅଗାଧ ସିନ୍ଧୁରେ ଭେଳା ବୁଡ଼ାଇଲା କେହୁ ।ବୁଢ଼ାକାଳେ ପାଇଥିଲି ତୋତେ ଆରେ ଧନକେମନ୍ତେ ମୂରୁଛି ଦେଉ ମୋତେରେ ନନ୍ଦନ ।କାହାର ବା କେଉଁ ଦୋଷ କରିଥିଲି ପୂର୍ବେହରାଇ ବସିଲି ଅସମୟେ ତୋତେ ଏବେ ।ଧିକ ଧିକ ଏ ଜୀବନେ ନାହିଁ ପ୍ରୟୋଜନଗରଳ ଖାଇ ମୁଁ ତ୍ୟାଗ କରିବି ଜୀବନ ।ରାଜ୍ୟ ବାଡ଼ି ଧନ ଆଦି ପଛେ କେ ନିଅନ୍ତାଏହିକ୍ଷଣି ତୋତେ ଆଣି ମୋ ପାଶେ କେ ଦ୍ୟନ୍ତା ।କେଉଁଠି ଅଛି ନନ୍ଦନ ନେଇଯାଅ ମୋତେବାରେ ମାତ୍ର କୁମରକୁ ଦେଖିଥାଏଁ ନେତ୍ରେ ।ଏ ନନ୍ଦବୁଢ଼ା କାହାର କେଉଁ ଦୋଷ କଲାତେଣୁକରି କୁମର ମୋ ବିପଦେ ପଡ଼ିଲା ।ଏତେ କହି ଅଚେତନେ ପଡ଼ିଲା ଭୂତଳେଚେତି ଶିରେ କର ତାଡ଼େ ହୃଦୟ ବ୍ୟାକୁଳେ ।ଗୋପ ଗୋପାଳୁଣୀ ସର୍ବେ ବାହୁନନ୍ତି ବସିରାଧିକା ସହିତେ ଯେତେ ବାମା ଚାରୁହାସୀ ।ବସୁନନ୍ଦ ସୁନନ୍ଦ ଯେ ଚନ୍ଦ୍ରସେଣା ସହଗୁଣ ବାହୁନି କାନ୍ଦନ୍ତି ବହିଯାଏ ଲୁହ ।ବଳଦେବ ବୋଇଲେକ ନନ୍ଦ ମୁଖ ଚାହିଁଭୋ ପିତା ଏଡ଼େ ବ୍ୟାକୁଳେ କାନ୍ଦୁ କାହିଁପାଇଁ ।ଗୁଣବନ୍ତ ପୁତ୍ର ତୋର ଅଟଇ ଶ୍ରୀବତ୍ସିସେହି ପୁତ୍ରକୁ ପ୍ରମାଦ କାହିଁ ଅବା ଅଛି ।ବୃଥାରେ ଶୋକ କରୁଛ ବସି ତାତ ମାତତା ପକ୍ଷେ କାଳୀୟନାଗ କେତେ ଅବା ମାତ୍ର ।ଏବେ ଚାଲ ସମସ୍ତହିଁ ସେହିଠାକୁ ଯିବାକେମନ୍ତେ ଅଛଇ କୃଷ୍ଣ ନୟନେ ଦେଖିବା ।ଏହା ଶୁଣିଣ ଗୋପାଳ ସବୁ ସଜ ହେଲେନନ୍ଦ ଉପନନ୍ଦ ବସୁନନ୍ଦ ଯେତେ ଥିଲେ ।ବଳଦେବ ଆଦିକରି ମାତା ଯଶୋବନ୍ତୀଭାଇ ବନ୍ଧୁ ଜ୍ଞାତି ମିତ୍ର ସମସ୍ତେ ଧାମନ୍ତି ।ଗୋପପୁଅମାନ ପଥ କଢ଼ାନ୍ତି ଯେ ତହିଁତାହାଙ୍କ ପଛରେ ସର୍ବେ ଅଛନ୍ତି ଗୋଡ଼ାଇ ।ସତ୍ୱରେ ମିଳିଲେ ଯାଇ କାଳନ୍ଦୀର କୂଳେଦେଖନ୍ତି ଭୁଜଙ୍ଗମାନେ ଭାସୁଥାନ୍ତି ଜଳେ ।ଖଣ୍ଡଦୂରେ ଦେଖାଯାଏ କାଳୀୟର କାୟେଫଣା ଲାଗିଅଛି ତାର ମଞ୍ଚୁ ସ୍ୱର୍ଗଯାଏ ।ଆକାଶରେ ଏକ ପାଟି ମଞ୍ଚେ ଏକେ ପାଟିଗର୍ଜନେ ବ୍ରହ୍ମାଣ୍ଡ କିବା ପଡ଼ିବ ଲେଉଟି ।ଝର ଝର ବଦନରୁ ବହଇ ଗରଳଏକାବେଳେ ମହୀକୁ କି କରିବ କବଳ ।ନାଗବଳମାନେ ଛନ୍ତି ଚଉପାସେ ବେଢ଼ିଫୁଫୁକାର ଶବଦରେ ଦ୍ୟନ୍ତି ଘୋରରଡ଼ି ।ଦେଖିଣ ଶଙ୍କା କରିଲେ ସର୍ବଗୋପବୃନ୍ଦଯମୁନା କୂଳେ ଯାଇଣ ଉଭାହେଲେ ନନ୍ଦ ।କେହି କେହି ବୃକ୍ଷପରେ ଯାଇଣ ଚଢ଼ନ୍ତିଅପଲକେ କାଳୀୟକୁ ନିରେଖି ଚାହାନ୍ତି ।ଜଳର ଭିତରେ ଶବ୍ଦ ଶୁଭଇ ଉଛୁଳିପ୍ରତିଜ୍ଞା କରି କୃଷ୍ଣଙ୍କୁ ଦିଏ ବହୁଗାଳି ।କାଳୀୟ ବୋଲେ ବାଳକ ଏଡ଼େ ତୋ ଭରସାଶୋଇଥିବା ବ୍ୟାଘ୍ରକୁ କି ଖର ଦିଏ ଶଶା ।ମୋର ମହିମା କି ତୋର କର୍ଣ୍ଣେ ଶୁଣା ନାହିଁଅକାରଣେ ନାଗବଳ ମାଇଲୁ କିପାଇଁ ।ଆରେରେ ଅଜ୍ଞାନ ତୋତେ କଲା କେହୁ ବାଇନ ଜାଣି ମୋହର ହ୍ରଦେ ପଶିଲୁ ଝସାଇ ।ଦେବ ଦାନବେ କରନ୍ତି ମୋତେ ଆରେ ଭୀତିଅବହେଳେ ଦହିପାରେ ଚରାଚର ପୃଥ୍ୱୀ ।ମାନବ ହୋଇଣ ଆସି କଲୁ ଏଡ଼େ କର୍ମତୋତେ ବିନାଶ କରିଲେ ନୋହିବ ଅଧର୍ମ ।ବାଳକ ବଧ କରିଲେ ଯଶ କିଛି ନାହିଁତଥାପି ମୋର ପରମ ବଇରୀରେ ତୁହି ।ଛାର ବାଳୁତ ହଇଣ ଏଡ଼େକ ଗାରିମାବ୍ରହ୍ମା ରୁଦ୍ର ହେଲେ ଯାର ନ ଲଘଂନ୍ତି ସୀମା ।ଏଡ଼େ ଅକୀର୍ତ୍ତି କରିଣ କି ଫଳ ପାଇଲୁଏ କୋମଳ ଅଙ୍ଗ ଅକାରଣେ ହରାଇଲୁ ।ମୋ ଲାଙ୍ଗୁଳ ଦନ୍ତ ଲାଗି ଗିରି ହୁଏ ପାଣିଚଉଦାଢ଼ ବିଷଦନ୍ତେ ଦଂଶିବି ଏକ୍ଷଣି ।ନିଃଶ୍ୱାସ ଘାତେ ପାଉଁଶ କରିବି ତୋ ଦେହକେବଳ ସୁନ୍ଦର ରୂପ ଅଟଇ ତୋ କାୟ ।ତେଣୁକରି ଆରେ ଶିଶୁ ନ ବଳଇ ଚିତ୍ତସଉନ୍ଦର୍ଯ୍ୟ ରୂପ ଦେଖି ହୋଇ ବିମୋହିତ ।କେତେକାଳ ବିହି ତୋତେ ଗଢ଼ିଥିଲା ବସିଅକଥନୀୟ ଅଟଇ ତୋର ରୂପରାଶି ।ବାଇ ବାଳୁତ ଏ ବେନି ଅଟନ୍ତି ସେ ଏକତେଣୁ ଦୋଷ ନ ଧରନ୍ତି ତାଙ୍କୁ ବିଜ୍ଞଲୋକ ।ଏସନ ବଚନ ଯହୁଁ ବୋଇଲା କାଳିଆଶୁଣ ଦର୍ହସିତ ହେଲେ କାଇଁଞ୍ଚମାଳିଆ ।ପୁଣି କ୍ରୋଧଭରେ କହେ ସେ କାଳୀୟ ନାଗଆରେ ରେ ବାଳକ ଦୋଷ କଲୁ ଜାଣି ଆଗ ।ଆରେ ବାଳକ କାହାର ପାଇଛୁ ଭରସାଏହି ପୃଥିବୀ ମଧ୍ୟରୁ ତେଜ ଜୀବ ଆଶା ।ଆରେ ରେ ବାଳକ ତୁହି ମରିବୁ ଏକ୍ଷଣିଆରେ ରେ ବାଳକ ତୋର ପିତା କେ ଜନନୀ ।ଆରେ ରେ ବାଳକ ଚିହ୍ନି ନାହୁଁକିରେ ମୋତେବାପ ମାଆ ଜାଣୁ ଜାଣୁ ଛାଡ଼ିଲେ କେମନ୍ତେ ।ନିଶ୍ଚୟ ମରିବୁ ପୁତା ନ ଯିବୁରେ ବର୍ତ୍ତିସୁମର ସୁମର ଇଷ୍ଟଦେବ ତୋର ମତି ।ଏମନ୍ତ ପ୍ରତିଜ୍ଞା ଯହୁଁ କରିଲା ଅପାରହସି ବୋଲନ୍ତି ତାହାକୁ ଦେବ ଚକ୍ରଧର ।ମୁଁ ଯେଉଁ ବଚନ କହେ ଶୁଣ ରେ କାଳିଆବ୍ରହ୍ମାଣ୍ଡେ କେ ଅବିବେକ ନାହିଁ ତୋ ଭଳିଆ ।ନିଶ୍ଚୟ ଜାଣିଲି ତୁ ତ ହୋଇଲୁ ଯେ ବାଇମିଞ୍ଜାସ ହୀନ କି ଅବା ଖାଇଛୁ ଗଞ୍ଜାଇ ।ଏକେ ଗରଳଜ୍ୱଳାରେ ତୋ ଦେହ ଅସ୍ଥିରବୃଥାରେ ବଡ଼ିମା କିପାଁ କରୁ ବାରମ୍ୱାର ।ଜାଣିଥା କାଳିଆ ଏହା ନିରାଧାର ବାଣୀପବିତ୍ର ଅଟେ କାଳିନ୍ଦୀ ନଦୀରେ ଯେ ପାଣି ।କୋଟି ମନୁ ବସି ବ୍ରହ୍ମା ଅଛି ଯା ସମ୍ପାଦିଅଗାଧ ଗଭୀର ଅଟେ ଏହି ମହାନଦୀ ।ଗଣ୍ଡୁଷମାତ୍ର ଭକ୍ଷିଲେ ପାପ କ୍ଷୟ ଯାଏଏଡ଼େ ବଡ଼ ପୁଣ୍ୟତୀର୍ଥ କଲୁ ବିଷମୟେ ।ଏଥିରୁ ବହନ ତୁହି ବାହୁଡ଼ିଣ ଯା ଯାଲେଉଟି ଏ ଜଳ ପାଉ ପୂର୍ବରୂପେ ପୂଜା ।ତୁ ଏବେ ଜାଣିନାହୁଁ କି ଏ କଥା ଅଦ୍ୟାପିଧର୍ମ ତୀର୍ଥ ଲଘିଂ ପ୍ରାଣୀ ହୋନ୍ତି ମହାପାପୀ ।ଜାଣୁ ଜାଣୁ ଅନ୍ୟାୟ ତୁ କରୁ ଅବିଚାରେମହାତୀର୍ଥ ନାଶି ଦୋଷୀ ହୋଇଲୁ ସଂସାରେ ।ଜୀବନର ଆଶା ଥିଲେ ବାହାରିଣ ଯାସିଏହିରୂପେ ଆଜ୍ଞାଦ୍ୟନ୍ତେ ପ୍ରଭୁ ହୃଷିକେଶୀ ।ଶୁଣିଣ କାଳୀୟ ନାଗ କୋପେ ଅନ୍ତରାଳବୋଇଲା ଆରେ ବାଳକ ପୂରିଲା ତୋ କାଳ ।ଲାବଣ୍ୟରୂପ ଦେଖି ମୁଁ କରୁଥିଲି ଦୟାକାଳ ସମାପତ ହେଲା ଦଇବ ଦୋରେହା ।ଲେଉଟି ନିନ୍ଦା ବଚନ ବୋଲୁଛି ତୁ ମୋତେସ୍ୱର୍ଗ ମର୍ତ୍ତ୍ୟ ପାତାଳେ କେ ରଖୁ ଆଜ ତୋତେ ।ଏକ ନିଃଶ୍ୱାସକେ ତୋତେ ଭସ୍ମ କରିଦେବିସକଳ ନାଗମାନଙ୍କ କଷ୍ଟ ପାସୋରିବି ।ଶ୍ରୀକୃଷ୍ଣ ବୋଇଲେ ତୁ ନ ପାରୁ ମୋତେ ଦଂଶିଜୀବନର ଆଶା ଥିଲେ ବାହାରି ତୁ ଯାସି ।ଅଖାଦ୍ୟ ହୋଇଲା ଏଡ଼େ ପୁଣ୍ୟଜଳ ଢାଳେକ୍ରୀଡ଼ା କିରବୁଁ ଏଥିରେ ଗୋପାଳଙ୍କ ମେଳେ ।ସ୍ୱରୂପ କହିଲି ଏଥେ ନାହିଁ ମୋର ଦୋଷନ ଗଲେ ଭଲେ ଜୀବନ ନାଶିବି ଅବଶ୍ୟ ।ଶୁଣିଣ କାଳିଆ ନାଗ କଲା ଅତି ରୋଷବୋଇଲା ମାନବ ତୋରା ଏଡ଼ିକି ସାହସ ।ସମ୍ଭାଳ ବୋଲି ଉପରେ ପଡ଼ଇ ସେ ମାଡ଼ିକାଳାନ୍ତକ କାଳେ ଯେହ୍ନେ କୃତାନ୍ତକ ଧାଡ଼ି ।ଝରଝର ହୋଇ ତୁଣ୍ଡୁ ବହଇ ଗରଳବୁଲାଏ ସେ ଲହଲହ ଜିହ୍ୱା ଅନ୍ତରାଳ ।କୋପେ କୋପାନଳ ହୋଇ ଧାଏଁ ଅତି ରାଗେଲାଙ୍ଗୁଡ଼ରେ କୃଷ୍ଣଙ୍କୁ ଯେ ଗୁଡ଼ାଇଲା ବେଗେ ।ଗୋପାଳେ ଭାବିଲେ କୃଷ୍ଣ ଗଲା ଏବେ ନାଶକାଳସର୍ପ ବଦନରେ ଏଡ଼େକ ସାହସ ।ସେ ସର୍ପକୁ ସ୍ୱର୍ଗେ ଦେବେ କରୁଥାନ୍ତି ସ୍ତୁତିତା ଘାଉଡ଼ି ଲାଗନ୍ତେ କି ଶିଶୁପୁଅ ବର୍ତ୍ତି ।ସପତାଙ୍ଗେ ଗୋପଲକ୍ଷ୍ମୀ ଆଜୁଁ ଗଲା ନାଶନନ୍ଦ ଯଶୋଦା ବୋଇଲେ ଆମ୍ଭେ ଦେବୁ ଝାସ ।ଗୋବିନ୍ଦ ପରାୟେ ପୁତ୍ର ପାଇବୁ ବା କାହୁଁଆମ୍ଭର ଜୀବନେ ଆଶା ନାହିଁ ତିଳେ ଆଉ ।ଆହା ଆହା ପୁତ୍ର ବୋଲି କରନ୍ତେ ରୋଦନନୟନରୁ ଅଶ୍ରୁଜଳ ବହେ ଘନ ଘନ ।କେଶବାସ ଅସମ୍ଭାଳେ କାନ୍ଦନ୍ତି ସେ ଲୋଟିଅନାଥ ବାନ୍ଧବ ଗୁଣବନ୍ତ ପୁତ୍ର ତୁ ଟି ।କାହାର ଆଗେ କହିବୁ ହୃଦରେ ବେଦନାଭୋ ଧର୍ମଦେବ ସହାୟ ଆସି ହୁଅ କିନା ।ନନ୍ଦ ଯଶୋଦା ବିକଳେ ଗୋପାଳ ସକଳକପାଳେ କର ତାଡ଼ିଣ ହୁଅନ୍ତି ବ୍ୟାକୁଳ ।ଗୋବିନ୍ଦର ରୂପ ଗୁଣ ବାହୁନନ୍ତି ବସିସମୁଦ୍ରେ ଭେଲା ବୁଡ଼ାଇଦେଲୁ ହୃଷୀକେଶୀ ।ଆମ୍ଭଙ୍କୁ ଛାଡ଼ିବାପାଇଁ କେହ୍ନେ ହେଲା ଚିତ୍ତପ୍ରତ୍ୟେକ୍ଷେ ହୋଇଲୁ ବାବୁ ପଥୁକୀର ମତ ।ସମୁଦ୍ର ପରାୟେ କରିଥିଲୁ ଯେ ଭରସାକୁସୁମ ପରାୟେ ଆମ୍ଭେ ବୁଡ଼ାଇଲୁ ଆଶା ।ତୋହର ବିହୁନେ ଦିନ ବଞ୍ଚବୁ କେସନେନ ରହିବୁ ଗୋପନଗ୍ରେ ତୋହର ବିହୁନେ ।ହାର ଚିକୁର ଛିଣ୍ଡାଇ କାନ୍ଦନ୍ତି ଗୋପିକାଆମ୍ଭଙ୍କୁ ତେଜିଣ କୃଷ୍ଣ ଚାଲିଗଲୁ ଏକା ।ତୋର ପାଇଁ ତ୍ୟାଗ କଲୁ ଜାତି କୁଳ ଲଜ୍ଜାଘର ବର କୁଟୁମ୍ୱଙ୍କୁ କଲୁ ପରିତ୍ୟଜ୍ୟା ।ତୁମ୍ଭେ ଆମ୍ଭଙ୍କୁ ନିରାଶ କରିଲ ଶ୍ରୀବତ୍ସିନଷ୍ଫଳ ହୋଇଲା କାର୍ଯ୍ୟ ନୋହିଲା ତ କିଛି ।ଏପରି ବ୍ୟାକୁଳ ହ୍ୱନ୍ତି ସର୍ବ ଗୋପାଙ୍ଗନାଶରୀରରେ କାହାର ଯେ ନ ରହେ ଚେତନା ।ଗୋପରେ ସ୍ତିରୀ ପୁରୁଷ ବସନ୍ତି ଯେ ଜନହୃଦୟ ଫଟାଇ ସର୍ବେ କରନ୍ତି ରୋଦନ ।କୃଷ୍ଣଙ୍କ ଦେହେ କାଳୀୟ ହୋଇଛି ଗୁଡ଼ାଇନିଶ୍ଚିନ୍ତେ ଉଭା ସଲିଳ ମଧ୍ୟରେ କହ୍ନାଇ ।ଏ ସମୟେ ପାଶେ ଯାଇ ବିଜେ କାମପାଳସ୍ଫଟିକ ପରାୟେ ତନୁ ଅତ୍ୟନ୍ତ ନିର୍ମଳ ।ମସ୍ତକ ଉପରେ ଶୋଭାପାଏ ସପ୍ତଫଣିପିଙ୍ଗଳ ବରନ ଜଟା ଯେହ୍ନେ ଶୂଳପାଣି ।ହଳମୂଷଳ ଅଙ୍କିତ ହସ୍ତେ ପଦ୍ମ ଶୋଭାଯୋଗାନନ୍ଦ ପୁରୁଷ ସେ ସଦା ନବଯୁବା ।କଟିତଟେ ଶୋଭାପାଏ ନୀଳ ଝୀନବାସରକତବର୍ଣ୍ଣ ଲୋଚନ ଦିନକର ତ୍ରାସ ।ନାନ ମଣି ରତନରେ ବିରାଜଇ ତନୁପୂର୍ବ ପଶ୍ଚିମରେ ଯେହ୍ନେ ଉଦେ ଇନ୍ଦ୍ରଧନୁ ।ଯୋଗୀଜନମାନେ ତାକୁ କରୁଥାନ୍ତି ଲୟେନିରଞ୍ଜନ ଆସ୍ୟ ବଳଦେବ ରୂପୀ ହୁଏ ।ପୃଥ୍ୱୀ ଭାରାଭର ନାଶଅର୍ଥେ ବ୍ରହ୍ମରାଶିଗୋପନଗରେ ବଢ଼ନ୍ତି ସ୍ୱଲୀଳା ପ୍ରକାଶି ।ଏମନ୍ତ ସେ କାମପାଳ ଶ୍ରୀକୃଷ୍ଣଙ୍କ ପାଶେବିଜୟ କରିଲେ ଯାଇ ଅତ୍ୟନ୍ତ ହରଷେ ।ନିଦାଘକାଳ ଆଦିତ୍ୟ ତେଜର ସମାନଅତିଶୟ ତେଜୀୟାନ ପ୍ରଭୁ ସଂକର୍ଷଣ ।କାଳୀୟ ନାଗର ଦେଖି ଦୌରାତ୍ମ୍ୟ ନୟନେଜ୍ୱଳନ୍ତା ଅନଳ ପ୍ରାୟେ ଚାହାନ୍ତି ସଘନେ ।ବଳରାମ ଯିବା ଦେଖି ଗୋପାଳେ ଧାମନ୍ତିନିଜ ନିଜ କରେ କେନ୍ଦୁବାଡ଼ି ଧରିଛନ୍ତି ।ଚନ୍ଦ୍ରମା ନିକଟେ ଯେହ୍ନେ ଶୋଭା ତାରାପନ୍ତିତାହାଙ୍କ ସଙ୍ଗରେ ତେହ୍ନେ ପୋଏ ଶୋଭାପାନ୍ତି ।ଗୋପାଳଙ୍କ କୋପ ଦେଖି ରାମ କ୍ରୋଧଭରଭୟରେ କାଳୀୟ କୃଷ୍ଣେ ଛାଡ଼େ ଧାତିକାର ।କାମପାଳ ମୂର୍ତ୍ତି ଦେଖି ମହାଭୟ ପାଇଅପସରି ଖଣ୍ଡେଦୂରେ ଉଭା ହେଲା ଯାଇ ।ବିଷର ଜ୍ୱାଳା ଲାଗିଣ ସ୍ୱାମୀ ଶିରୀରଙ୍ଗନିଃଶ୍ୱାସ ମାତ୍ର ବହଇ ଜ୍ଞାନ ନାହିଁ ଅଙ୍ଗ ।ଗୋପାଳଙ୍କ ସଙ୍ଗେ ତହିଁ ପ୍ରବେଶିଲେ ହଳୀଦେଖୁ ଦେଖୁ ନାରାୟଣ ପଡ଼ିଲେକ ଢଳି ।ମଧୁ କଇଟଭ ଦୈତ୍ୟ ନାଶିବା କାଳରେବିଷ୍ଣୁ ଯେହ୍ନେ ଶୋଇଥିଲେ ଅନନ୍ତ ଶଯ୍ୟାରେ ।ସନକାଦି ଋଷିମାନେ କରୁଥିଲେ ସ୍ତୁତିତେସନ ପଦ୍ମବନରେ ଢଳିଣ ପଡ଼ନ୍ତି ।ପ୍ରଳୟ କାଳରେ ଯେହ୍ନେ ବଟପୁଟେ ହରିତେସନ ଶୋଭା ପାଆନ୍ତି ସେ ମୁରଲୀଧାରୀ ।କୋଇଲି ବୈକୁଣ୍ଠେ ପ୍ରଭୁ ଗଲେ କିବା ନିଦ୍ରାଅନନ୍ତ ଶଯ୍ୟାରେ କିବା ଲାଗେ ଯୋଗମୁଦ୍ରା ।ତେସନ ପ୍ରକାରେ ଦେବ ହେଲେ ମୋହମାନକାଠର ପିତୁଳା ପ୍ରାୟ ହେଲେ ଅଚେତନ ।ଦେଖିକରି ବଳରାମ ଚିନ୍ତାଭର ଅତିକି କରିବି ବୋଲିକରି ମନରେ ଭାଳନ୍ତି ।କୃଷ୍ଣଙ୍କୁ କୋଳରେ ଧରି ସିଞ୍ଚନ୍ତି ସେ ପାଣିଏକାନ୍ତେ କର୍ଣ୍ଣରେ ଦେବ କହନ୍ତି ଏ ବାଣୀ ।କିରେ କହ୍ନାଇ ହୋଇଲୁ ଏଥେ ଜ୍ଞାନଧ୍ୱଂସତୁ ଏମନ୍ତ ହେଲେ କେହ୍ନେ ମରିବଟି କଂସ ।ଛିଦ୍ର ପାଇକରି ଶତ୍ରୁ ଦାଉ ଯେ ସାଧିବସାମାନ୍ୟରେ ଅଚେତନ ହୋଇଲୁ ମାଧବ ।ଏ ସମୟେ ପ୍ରବେଶିଲେ ଦୁର୍ବାସା ମହର୍ଷିଦେଖିଲେକ ଶ୍ରୀକୃଷ୍ଣଙ୍କୁ କାଳସର୍ପ ଦଂଶି ।ଜଇମିନି ସୁମନ୍ତକ ଭରଦ୍ୱାଜ ମୁନିଗାର୍ଗବ ଗଉତମ ଯେ ବିଭାଣ୍ଡକ ଜ୍ଞାନୀ ।ବଇଶମ୍ପାୟନ ଭୃଗୁ ଭାର୍ଗବ ଅଗସ୍ତିକ୍ରମରେ ମିଳିଲେ ଆସି ଶ୍ରୀକୃଷ୍ଣଙ୍କ କତି ।ଦୂରରେ ଥାଇଣ ବଳଦେବଙ୍କୁ କହନ୍ତି