ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୯ / ୨୫
ସମ୍ପୂର୍ଣ୍ଣ ସୂଚୀପତ୍ର
ବତ୍ସାସୁରର ପୂର୍ବଜନ୍ମ ବୃତ୍ତାନ୍ତ ଏବଂ ଶ୍ରୀକୃଷ୍ଣଙ୍କର ଘାଟସଧା
ଏଥୁଅନ୍ତରେ ପରୀକ୍ଷ ନାମେ ମହାରାଜାଶୁକମୁନି ଚରଣରେ କଲେ ଦିବ୍ୟପୂଜା ।ଭୋ ମୁନି ଅପୂର୍ବ କଥା କହିଲଇଁ ମୁହିଁଏ ଦେହରେ ମୋକ୍ଷ ହେବି ହରିପାଦ ଧ୍ୟାୟି ।ବିଷ୍ଣୁଙ୍କୁ ଅପୂର୍ବ ଲୀଳା ଶିରୀ ଭାଗବତଅମୀୟ ରସ ଏହା ତ ପଞ୍ଚଦେବ ଅର୍ଥ ।ଶୁଣାଇଲ ମୋତେ ଆଣି କରି ଅନୁଗ୍ରହଏତେ ବୋଲି ପ୍ରଣିପାତ କରି ନରରାୟ ।ପଚାରେ ଭୋ ମୁନି ଅଘା ବତ୍ସା ଦୁହେଁ ମଲେପୂର୍ବ ଜନ୍ମେ କାହିଁ ସେହୁ ତପ କରିଥିଲେ ।ରାମକୃଷ୍ଣଙ୍କ ହସ୍ତରେ ହୋଇଲେ ନିଧନଏହା ଶୁଣିବାକୁ ମୋର ବଳଇ ଯେ ମନ ।ସଂକ୍ଷେପି ମୋତେ କହିବା ଆହେ ତପଚାରୀଏତେ କହି ବାରମ୍ବାର ନମେ ଦଣ୍ଡଧାରୀ ।ରାଜାର ବଚନ ଶୁଣି ବୋଲନ୍ତି ବ୍ରହ୍ମର୍ଷିଶୁଣ ସାବଧାନେ ଏବେ ଅଭିମନ୍ୟୁ ଶିଷି ।ତ୍ରିଶୂଳ ବୋଲିଣ ସତ୍ୟଯୁଗେ ଏକ ରାଜାପୁତ୍ର ପରାୟ କରିଣ ପାଳୁଥାଏ ପ୍ରଜା ।ବଡ଼ ଧାର୍ମିକ ନୃପତି ଅବନୀ ମଣ୍ଡଳେଯାଗଯଜ୍ଞ ବହୁ କଲା ରହି ରବିତଳେ ।ସମୟେ ତାହାର ଏକ ପୁତ୍ର ଉପୁଜିଲାସମବିନ୍ଦୁ ବୋଲି ରାଜା ତାର ନାମଦେଲା ।କ୍ରମେ କ୍ରମେ ବର୍ଦ୍ଧିତ ଯେ ହୋଇଲା କୁମରଯୁବା ବୟସ ହୁଅନ୍ତେ ଦେଖିଣ ପିଅର ।ରାଜ୍ୟଭାର ଦେଇ ତାକୁ ଗଲା ସ୍ୱର୍ଗପୁରେମନ ଦେଇ ଶୁଣ ରାଜା ଏଥୁ ଅନନ୍ତରେ ।ସମବିନ୍ଦୁ ବିଚାରଇ ଏକାନ୍ତରେ ବସିଅଶ୍ୱମେଧ ଯାଗକରି ହେବି ସ୍ୱର୍ଗବାସୀ ।ଏତେ ଭାବି ଋଷି ମୁନି ଡକାଇ ଆଣିଲାଇନ୍ଦ୍ର କୁବେରଙ୍କ ମତେ ଯାଗ ଆରମ୍ଭିଲା ।ଅଶ୍ୱମେଧ ଯାଗ ଗୋଟି କଲା ଅବିଘ୍ନରେସେ ଧର୍ମ ବଳରୁ ଗଲା ଅମର ନଗରେ ।ଦେଖିକରି ବ୍ରହ୍ମପୁତ୍ରେ ଉପହାସ କଲେଅମର ପୁରେ ଅଇଲୁ କିପରି ବୋଇଲେ ।ସମବିନ୍ଦୁ ବୋଲେ ଅଶ୍ୱମେଧ ମୁହିଁ କଲିଆହୁତି ଦେଇଣ ଦେବଗଣଙ୍କୁ ତୋଷିଲି ।ବ୍ରହ୍ମପୁତ୍ରେ ବୋଇଲେ ତୁ ମହାଯାଗ ଗଲୁଆମ୍ଭଙ୍କୁ ସେବି ଯାଗରେ ବରଣ ନ କଲୁ ।ତୁହି ତ ଜାଣୁ ଆମ୍ଭେ ତ ବେଦ ଅଧିକାରୀଚାରିବେଦ ଷଡ଼ଶାସ୍ତ୍ର ପୁରାଣାଦି କରି ।ଆମ୍ଭଭଳି ଲୋକମାନେ ନ ପାଇଲୁ ପୂଜାଅପ୍ରୟୋଜନ ଯଜ୍ଞ ତୋ ହେଲା ମହାରାଜା ।କେବଣ ଯାଜ୍ଞିକ ତୋର କରାଇଲା ଯାଗଏକଥ ତଥ୍ୟ କରିଣ କହ ଆମ୍ଭ ଆଗ ।ମୁଖ ନ ଚାହିଁ ତୁହି ତ ପାତକୀ ପରାଣୀନ କହିଲେ ଅଭିଶାପ ପାଇବୁ ଏକ୍ଷଣି ।ସମବିନ୍ଦୁ କହେ ଇନ୍ଦ୍ର ବରୁଣ ଏ ବେନିଅଶ୍ୱମେଧ କରାଇଲେ ଦୁର୍ବାସାଙ୍କୁ ଘେନି ।ଆକାଶଗଙ୍ଗା କୂଳରେ କରି ଯାଗକୁଣ୍ଡଆହୁତି ଦିଆଇଲେ ସେ ହୋଇ ଏକ ରୁଣ୍ଡ ।ମୁହିଁ ନ ଜାଣେ କିପରି ଯାଗର ଯେ ବିଧିଇନ୍ଦ୍ର ବରୁଣ ଏ କାର୍ଯ୍ୟ କରାଇଲେ ସିଦ୍ଧି ।ଶୁଣି ବ୍ରହ୍ମପୁତ୍ରମାନେ କଲେ ମହାକୋପଆରେ ଇନ୍ଦ୍ର ବରୁଣରେ ଏଡ଼େ ତୁମ୍ଭ ଦର୍ପ ।ଅଶ୍ୱମେଧ ଯାଗକଲା ସମବିନ୍ଦୁ ରାଜତୁମ୍ଭେ ଯାଗନିକ ଆମ୍ଭେ ହୋଇଲୁ ଅପୂଜ୍ୟ ।ପ୍ରତ୍ୟକ୍ଷେ ବ୍ରହ୍ମନିନ୍ଦୁକ ହୋଇବଟି ଯେଣୁଅନେକ ପାତକମାନ ଅରଜିଲ ତେଣୁ ।ଦୋଷ ଅନୁକ୍ରମେ ଦେଇ ତୁମ୍ଭଙ୍କୁ ଯେ ଶାସ୍ତିଅସୁର ରୂପରେ ତୁମ୍ଭେ ଜାତ ହୁଅ କ୍ଷିତି ।ଅଘା ବତ୍ସା ନାମ ବହିଥିବା ମେଦିନୀରେଭକ୍ଷିବ ଗୋରୁ ବ୍ରାହ୍ମଣ ଋଷି ମୁନି ନରେ ।ଦୁର୍ବାର ଦଇତ ତୁମ୍ଭେ ହେବ ଅନର୍ଗଳଏହିରୂପ ଧରି ତୁମ୍ଭେ ଥିବ ବହୁକାଳ ।ଶୁଣିଣ ଇନ୍ଦ୍ର ବରୁଣ ମହାଭୟ କଲେଶାପ ମୁକତି କାରଣ ବିନୟେ ପୁଚ୍ଛିଲେ ।ବ୍ରହ୍ମପୁତ୍ରେ ଦୟା କରି ବୋଇଲେ ଏମନ୍ତଗୋବିନ୍ଦ ରଙ୍ଗାବତାରେ ହେବ ତୁମ୍ଭେ ମୁକ୍ତ ।କଂସ ସେନାପତି ହୋଇ କୃଷ୍ଣେ ମାରିଯିବବନଦଗ୍ଧ ସମୟରେ ତାହାଙ୍କୁ ଭେଟିବ ।ପାଟି ବିସ୍ତାରି ଗିଳିବ ଗୋପାଳ ପୁଅଙ୍କୁରାମ ହରି ବିନାଶିବେ ସେକାଳେ ତୁମ୍ଭଙ୍କୁ ।ଶ୍ରୀକରେ ବଧ ହୋଇଲେ ଶାପୁଁ ହେବ ମୁକ୍ତଏମନ୍ତ ରୂପେ କହିଲେ ତାଙ୍କୁ ବ୍ରହ୍ମସୁତ ।ଅଭିଶାପ ପାଇ ସେହୁ ଦୈତ୍ୟ ହୋଇଥିଲେଏବେ ରାମକୃଷ୍ଣ ହସ୍ତେ ମରି ସ୍ୱର୍ଗେ ଗଲେ ।ଶୁଣି ପରୀକ୍ଷ ନୃପତି ହୋଇଲେ ସନ୍ତୋଷବୋଇଲା ଭୋ ମୁନି ଦେଲ ଧର୍ମ ଉପଦେଶ ।ଶୁଣି ମୁଁ କୃତାର୍ଥ ହେଲି ପିଣ୍ଡକୁ ତାରିଲିହରିବଂଶ ବାଣୀ କର୍ଣ୍ଣପୁଟରେ ଶୁଣିଲି ।ଏଥୁ ଅନନ୍ତରେ କିସ କଲେ ଜନାର୍ଦ୍ଦନତାହା ମୋତେ ସଂକ୍ଷେପିଣ କହ ତପୋଧନ ।ବଦୟନ୍ତି ଶୁକ ମୁନି ଶୁଣ ତୁମ୍ଭେ ରାୟେଏଥୁ ଅନନ୍ତରେ କେତେଦିନ ଗତ ହୁଏ ।ଏକଦିନେ ବୃନ୍ଦାବନେ ଗଲେ ବନମାଳୀହାତରେ ଧରିଅଛନ୍ତି ବିରହ ମୂଲଲୀ ।ତାଳୁପରେ ଦିବ୍ୟଚୂଳ ଅତି ଶୋଭାପାଏଦକ୍ଷିଣ ଭୁଜରେ ଯଷ୍ଟି ଏକଖଣ୍ଡି ଶୋହେ ।ପାଦରେ ରତ୍ନକଠାଉ କଟୀତଟେ ବାସକର୍ଣ୍ଣରେ ରତ୍ନକୁଣ୍ଡଳ ଦିନକର ତ୍ରାସ ।କଣ୍ଠତଟେ ବ୍ୟାଘ୍ରନଖ ହରିଡ଼ାର ମାଳଶରୀର ଦିଶଇ ଯେହ୍ନେ ନୀଳଇନ୍ଦି ଦଳ ।କୋଟିଏ କନ୍ଦର୍ପ ରୂପ ଧରି ଦେବରାୟେକୁଞ୍ଜବନ ଭିତରେ ସେ କରିଲେ ବିଜୟେ ।ଏକାଳେ କଦମ୍ୱ ମୂଳେ ବିଜେ କଲେ ହରିମୋହନ ମୂରତି ଧରି ପ୍ରଭୁ ନରହରି ।ଏସନ ସମୟେ ତହୁଁ ସର୍ବ ଗୋପବାଳୀପସରାମାନ ଘେନିଣ ଯାଆନ୍ତି ସେ ଚଳି ।ପ୍ରତ୍ୟହ ଛେନା ଗୋଟିକା ଅଧାମ ଯେ ଘେନିରାଜା କଟକେ ବିକନ୍ତି ନେଇ ଗୋପାଳୁଣୀ ।ଘୃତ ଦୁଗ୍ଧ ଦହି ଘେନି ଛେନାର କାକରାଗମନ୍ତି ଧରିଣ ନବଲକ୍ଷ ଯେ ପସରା ।ସମସ୍ତେ ପସରା ନେଇ ବିକନ୍ତି ଯେ ହାଟେଗୋପପୁର ମଥୁରାକୁ ଅଛି ଏକ ବାଟେ ।ମଥାରେ ପସରା ବହି ଯାନ୍ତି ବେଗେ ଚଳିରୁହ ରୁହ ବୋଲି ଆଗେ ଶ୍ରୀହରି ଓଗାଳି ।ଗୋପୀନାଥ ବୋଲନ୍ତିରେ ବାବୁ କିସ ପାଇଁଶ୍ରୀକୃଷ୍ଣ ବୋଇଲେ ଯିବ ଘାଟ ଦାନ ଦେଇ ।ବିଡ଼ିଆ ଲାଗି ରାଜାଙ୍କ ପଡ଼ିଛି କଉଡ଼ିପସରାକେ କଡ଼ାଏ ଯେ କରମାନ ଚଢ଼ି ।କାଲି ଏ କଥା ନୂତନ କରି ଭିଆଇଲେବେପାରିବିଶୋଇପଣେ ମୋତେ ଶାଢ଼ୀ ଦେଲେ ।ବୋଝକେ ଚିନାଏ ଭାରେ ମାଢ଼ ଏକ ହୋଏଏମନ୍ତ ଘାଟ ଦାନ ଯେ ହୋଇଛି ଉପାୟେ ।ଗୋପୀଏ ବୋଇଲେ ବାବୁ ଶୁଣ ଚକ୍ରପାଣିକଅଁଳା ପୁଅ ତୁ କହ ଅସମ୍ଭବ ବାଣୀ ।ଚାହୁଁ ଚାହୁଁ କଥା ବାବୁ କହୁ ଏଡ଼େ ଆଣ୍ଟକେବଣଠାରୁ ଆଣିଣ ଦେବୁ ଆମ୍ଭ ଘାଟ ।ଗୋବିନ୍ଦ ବୋଇଲେ ଆଗେ ଶୁଣ ଗୋପାଙ୍ଗନାତୁମ୍ଭର ପାଦ ନୂପୁର ସସ୍ରେ ମାଢ଼ ସିନା ।ବିଦ ମୁଦି କଙ୍କଣ ଯେ ନାସାମଣି ଝଟଏସବୁ ଲେଖନ୍ତି ହେବ ବେନିମାଢ଼ ଘାଟ ।ନାସା ନାକଚଣା ଆଉ କଣ୍ଠ ମୁକ୍ତାମାଳିଏଥକୁ ଲେଖିଲେ ଯିବ ମାଢ଼େକ ଉଗୁଳି ।କର୍ଣ୍ଣେ କର୍ଣ୍ଣପତ୍ର ଆଉ ମୁକୁତା ତଡ଼କୀଏଥକୁ ଘାଟ ଯେ ପୁଣି ସସ୍ରମାଢ଼ ଲେଖି ।କଟୀତଟରେ ଯେ ଶୋଭାପାଏ ରତ୍ନହାରଏଥକୁ ଲେଖିଲେ ହେବ ଘାଟ ଯେ ଅପାର ।ନେତ ପତନି ସିନ୍ଧୁଆ ପିନ୍ଧିଅଛ ଭିଡ଼ିଶତେ ମାଢ଼ ସୁନା ଏକା ଏହୁ ପାଟ ଶାଢ଼ୀ ।ନୟନରେ ତୁମ୍ଭର ଯା ବିରାଜେ କଜ୍ଜ୍ୱଳିଏଥକୁ ଲେଖିଲେ ତିନି ମାଢ଼ ଯେ ଉଗୁଳି ।ସୁକୁମାରୀ ସୁଲକ୍ଷଣୀ ଅଟ ନବଯୁବାତ୍ରୈଲୋକ୍ୟ ମୋହିନୀ ରୂପ ଅତିଶୟ ଶୋଭା ।ମୁଖରେ ତାମ୍ୱୁଳ ପୁଣି ଚରଣେ ଅଳତାଅଣ୍ଡିର କୋକିଳ ପ୍ରାୟ ସୁଲଳିତ କଥା ।ସମ୍ପୂର୍ଣ୍ଣ ଚନ୍ଦ୍ରବଦନ ଦିଶେ ଝଟ ଝଟଏଥେ ଲେଖିଲେ ଅପାର ହୋଇବ ତ ଘାଟ ।ସମସ୍ତ ଘାଟ ଲେଖନ୍ତେ ମନେ ଖଙ୍ଖ ପାଅଏତେ ଦ୍ରବ୍ୟ ଘେନି ତୁମ୍ଭେ ଚୋରଣାରେ ଯାଅ ।ଗୋବିନ୍ଦ ବଚନ ଶୁଣି ଗୋପୀ ସ୍ତମ୍ଭୀଭୂତଏକୁଁ ଆରେକ ଚାହିଁଣ ହୋଇଲେ ଚକିତ ।ମୁଖରେ ହସ୍ତ ଦେଇଣ ହସନ୍ତି ଗୁଆଳୀବୋଇଲେ ବାଳୁତ ହୋଇ କରଇ ଢମାଳି ।ଅନ୍ତୁଡ଼ିଶାଳେ ତୋହର କାଟିଅଛୁ ଲାହିକଅଁଳା ପୁଅ ହୋଇଣ ଏଡ଼େ ତୋର ଚାହି ।ତୁଚ୍ଛା ଅନର୍ଥରେ ଆସି ମାଗୁଅଛୁ ଘାଟଲେଖାରେ କେ ଖୁଡ଼ୀ ମଉଳାଣୀ ନନ୍ଦଚାଟ ।ଗୁରୁ ଗୌରବୀମାନଙ୍କୁ ଏ ରୂପରେ ବୋଲୁଜାଣୁ ଜାଣୁ ଯଶ ଶିରୀ କ୍ଷୟ ତୁ କରିଲୁ ।ଶ୍ରୀକୃଷ୍ଣ ବୋଇଲେ ଆଉ ନ କୁହ ଏମାନଯିବାକୁ ଇଚ୍ଛା ଥିଲେ ତ ଲେଖି ଦିଅ ଦାନ ।ଉଚିତ ପ୍ରମାଣେ ଦାନ ଯାର ଯେତେ ହୋଇଯେ ଯାହାରେ ଦାନ ଦେଖି ଦେଇଯାଅ ଗୋଈ ।ଗୋପୀ ବୋଇଲେ ଆମ୍ଭଙ୍କୁ ବନେଦେଖି ଏକାବନସ୍ତ ଭିତରେ ପଶି କରୁଅଛୁ ଡକା ।ଗୋପାଳେ ଜାଣିଲେ ତୋତେ ବୋଲିବେଟି ମନ୍ଦବିଛୁଆତି ଘେନି ପିତା ପିଟିବଟି ନନ୍ଦ ।ଯଶୋଦା ଆଗରେ ଆମ୍ଭେ କହିଲେଟି ଯାଇଘରୁ ବାହାର କରିଣ ଦେବ ଘଉଡ଼ାଇ ।ଏ କଥା ଜାଣିବ ଯେବେ କଂସରାଜା ବାବୁଅଖଡ଼ରେ ଅକାଳରେ ମରଣ ଲଭିବୁ ।ଏକୋଇର ବଳା ତୁ ଯେ ଅଟୁ ହୃଷୀକେଶପାତକ କରିଲେ କ୍ଷୟ ହୋଇବ ଅଯଶ ।ଧର୍ମରେ ହୋଇବ ହାନି ଲୋକରେ ଅକୀର୍ତ୍ତିଆଉ ବାରେ ବଦନରେ ନ ବୋଲ ଏମନ୍ତି ।କୃଷ୍ଣ ବୋଇଲେ କଂସକୁ ନାହିଁ ମୋର ଡରରାଜାଙ୍କ ବିଡ଼ିଆ ଲାଗି ସାଧୁଅଛି କର ।ଅନ୍ୟାୟ କହିସେ ସିନା ହୋଇବ ଅଯଶରାଜାଙ୍କର ଆଦେଶ ମୁଁ କରିବଇଁ କିସ ।ବାଳକ ଦେଖିଣ ମୋତେ ଭୁଲାଇ ଲୋଡ଼ୁଛବେଭାରେ ପସରାଇତି କରୁଅଛ ମିଛ ।ତୁମ୍ଭର ଚରିତ ମୁହିଁ ଜାଣଇ ଗୁଆଳୀହାଟ ହାଟୁଆଣୀ ତୁମ୍ଭେ ବାଟ ବାରୁଆଳୀ ।ସେ କଥାମାନ ପଛକୁ ପକାଇଣ ଦିଅଯେଝା ବଡ଼ପଣ ଥୋଇ କୌଡ଼ି ଗଣି ଯାଅ ।ତୁମ୍ଭର ଗୁହାରିକି ଯେ ନାହିଁ ମୋର ଡରଅନ୍ୟାୟ କଲେ ମୋ ଦୋଷ ହେବ ନା ସଂସାର ।ବିଶୋଇ ପଣରେ ମୁଁ ତ ପାଇଅଛି ଶାଢ଼ୀତେଣୁ ଉଚିତେ ସାଧଇ ବସିଣ କଉଡ଼ି ।କୃଷ୍ଣଙ୍କ ବଚନ ଶୁଣି ବୋଲନ୍ତି ଗୁଆଳୀଅସମ୍ଭବ କଥା କିପାଁ କହୁ ବନମାଳୀ ।କଅଁଳାପୁଅ କଥାରେ ନୋହେ ତୋତେ ଜିଣିଦାନ ମାଗିଲେ ନିଶ୍ଚୟ ଦେବୁ ଲେଉଟାଣି ।ଏବେ ଆମ୍ଭମାନେ ଜାଣ କୌଡ଼ି ଆଣିନାହୁଁହରକତ ନ କର ତୁ ଆଣିବା ନା କାହୁଁ ।ଏ ବେଳକ ପ୍ରତେ କରି ଛାଡ଼ ହୃଷୀକେଶଅପରତେ କରୁ ଯେବେ ରଖ ତୁ ଜିନିଷ ।ଆମ୍ୱିଳ ହେବ ଗୋରସ ବିକିବୁ ନା ଯାଇଲେଉଟାଣି ବେଳେ ବନ୍ଧା ନେବୁ ମୁକୁଳାଇ ।କୃଷ୍ଣ ବୋଇଲେ ଆଜି ମୋ ଅନୁକୂଳ କୌଡ଼ିଏକ୍ଷଣି ନ ପାଇଲେ ମୁଁ ଦେବଇଁ ଛାଡ଼ି ।ଗୋପୀଏ ବୋଇଲେ ଆମ୍ଭେ ଗୃହେ ଫେରିଯିବୁଉଚିତ ହୋଇଲେ ଏହିକ୍ଷଣି ଆଣିଦେବୁ ।ଗୋବିନ୍ଦ ବୋଇଲେ ଗୋପୀହେଲକିବା ବାଇହସ୍ତୁ ଫିଟିଲେ ଭେଟ କି ତୁମ୍ଭର ବା ପାଇଁ ।ପ୍ରଥମେ ପଡ଼ିଆ କଲେ ନ ହୋଇବ କାର୍ଯ୍ୟଘାଟ ନ ପାଇଲେ କିଏ ଛାଡ଼ୁଅଛି ଆଜ ।କହୁଁ କହୁଁ ବେଳ ହେଲା ପ୍ରହର ଯେ ତିନିକ୍ଷୁଧାରେ ବ୍ୟାକୁଳ ହେଲେ ସକଳ କାମିନୀ ।ପସରା ଗୋରସମାନ ରଖି ଯେ ଯାହାରେତହୁଁ ଗୋପୀଏ ବୋଲନ୍ତି ଅତି କୋପଭରେ ।କେତେ ଜଞ୍ଜାଳ ଆମ୍ଭଙ୍କୁ କରୁ ଦାମୋଦରବେଳ ଉଛୁର ହୋଇଲା ଝଗଡ଼ା ନ କର ।ଛାଡ଼ିଦିଅ ବାଟ ବାବୁ ଯିବା ମଧୁପୁରପ୍ରହରକ ମଧ୍ୟରେ ଯେ ଫେରିବୁ ସତ୍ୱର ।ଆହେ ଗୋପୀନାଥ ମାନ ଆମ୍ଭର ଯେ ବୋଲଖଣ୍ଟପଣ କରିବାର ନୋହେ କିଛି ଭଲ ।ଆମ୍ଭେ କୁଳବଧୂ ଅଟୁ ଷୋଳସସ୍ର ବାଳୀଆମ୍ଭ ସଙ୍ଗତରେ କିପାଁ କରୁ ଖଣ୍ଡିଆଳି ।ତୁମ୍ଭେ ଆମ୍ଭଙ୍କୁ ତ ଜାଣ ଆମ୍ଭେତୋତେ ଜାଣୁମାଗଣା କଥାରେ ଗଞ୍ଜୁଅଛୁ ଜାଣୁ ଜାଣୁ ।ବାବୁ କଉଣସି କାଳେ ନାହିଁ ଏଥେ ଘାଟତୁଚ୍ଛାକୁ ଗୋଳ ଲଗାଉ ଆରେ ନନ୍ଦଚାଟ ।ଆଉ ଦୁଃଖ ନ ଦିଅ ଯେ ବେଗେ ଦିଅ ଛାଡ଼ିଯେଝା ମନ୍ଦିରକୁ ଆମ୍ଭେ ଯିବୁରେ ବାହୁଡ଼ି ।ଅପାର ବୋଲଣା ଆସି ହେଲା ଅଲୋକିତଜାଣନ୍ତା ହେଲେ ଗୋପାଳେ କରିବୁ କେମନ୍ତ ।ଶ୍ରୀକୃଷ୍ଣ ବୋଇଲେ ଯେବେ ଲୋଡ଼ୁଅଛ ଯାଇକଥାଏ ମାଗିବି ତୁମ୍ଭେ ପାରିବ କି ଦେଇ ।ଗୋପୀଏ ବୋଲନ୍ତି ତୁହି ମାଗିବୁରେ ଯାହାତ୍ରିବାର ସତ୍ୟ ଆମ୍ଭର ଦେବୁ ନିଶ୍ଚେଁ ତାହା ।ଗୋପୀଙ୍କର ନିଷ୍ଠା ବାକ୍ୟ ଶୁଣି ଭଗବାନବୋଇଲେ ପ୍ରୀତିଦାନରେ ମୋର ପ୍ରୟୋଜନ ।ସର୍ବଦା ରହିବ ତୁମ୍ଭ ଆମ୍ଭର ପୀରତିକଉଡ଼ିରେ କାର୍ଯ୍ୟ ନାହିଁ ମୋର ରୂପବତୀ ।ଗୋପିକା ଭାଳିଲେ ଯାହା କର୍ଣ୍ଣେ ଶୁଣାନାହିଁବାଳ କଅଁଳା ପୁଅର ସଙ୍ଗେ ସଙ୍ଗ କାହିଁ ।ଶୁଣିବାକୁ ବିଡ଼ମ୍ୱନ କହନ୍ତେ ଭବିଷ୍ୟଅଜ୍ଞାନ ବାଳୁତ ପୁଅ ବୋଲେ ଯିସ ତିସ ।ତ୍ରିଦଶ ଦେବତା ପ୍ରାୟେ ଦିଶଇ ଯା ଅଙ୍ଗକେ ଜାଣି ଗୋପରେ ଜାତ ହୋଇଛି ଅନଙ୍ଗ ।ଗୋବିନ୍ଦ ବୋଇଲେ ତୁମ୍ଭେ କି କଥା ବିଚାରତୁମ୍ଭର ପାଇଁକି ସିନା ମୋର ଅବତାର ।ସ୍ତମ୍ଭୀଭୂତ ହେଲେ ଗୋପୀ କୃଷ୍ଣବାକ୍ୟ ଶୁଣିଏକଇ ବଦନ ଚାହିଁ ଆରେକ ଯେ ଭଣି ।ଉପହାସ କଥା ଏ ଗୋ କିସ ଯେ କରିବାଯଶୋଦାର ମୁଖ ଆଉ କେମନ୍ତେ ଚାହିଁବା ।ଲୋକେ ଶୁଣିଲେ ଆମ୍ଭଙ୍କୁ ହେବ ଉପହାସବାତୁଳ ପ୍ରାୟ ବାଳୁତ ବୋଲେ ଯିସ ତିସ ।ଥୋକାଏ ବୋଇଲେ ଆଉ କେତେ ହେବା ଦହିକ୍ଷୁଧାରେ ବଇକୁଲ୍ୟ ତ ହେଲା ଆମ୍ଭ ଦେହୀ ।ମାଗଣା କଥାରେ କେତେ ଦହ୍ୟ ହେବା ଆଜସମ୍ମତ କରି ଭଣ୍ଡିବା ତେବେ ହେବ କାର୍ଯ୍ୟ ।ବାଳୁତ ବାଇକୁ ଅଳପକେ ଭଣ୍ଡିପାରିସମ୍ମତ କରିଣ ଗୃହେ ଯିବା ଗୋ ବାହାରି ।ଏକା ଜଣେ ଆମ୍ଭର ଗୋ କିସ କରିପାରିଆମ୍ଭେ ନବସସ୍ର ବାଳୀ ଧରଷି ନ ପାରି ।ଯେବେ ଧରପଗଡ଼ ଗୋ କରେ ବଳାତ୍କାରେଗାଲ ଭାଙ୍ଗିଦେବା ତାର ବିଧା କହୁଣୀରେ ।ଖଡ଼ୁମୁଷା ମାରି ତାର ପିଠି ଭାଙ୍ଗିଦେବାଯାଇଣ ନନ୍ଦରାଜାକୁ ସକଳ କହିବା ।ଏମନ୍ତ ବିଚାରି ସର୍ବେ ହ୍ୱନ୍ତେ ମହାରୋଷମାୟାରେ ମୋହିଲେ ହରି ଗୋପୀଙ୍କ ମାନସ ।କିଛି କହିଣ ଗୋପୀ ସନମତ କଲେଶ୍ରୀକୃଷ୍ଣଙ୍କୁ ଘେନି କୁଞ୍ଜବନରେ ମିଳିଲେ ।ଷୋଳସସ୍ର ନାୟିକା ସେ ସର୍ବେ ଗୋପବାଳୀଆପଣେ ତେତେ ସ୍ୱରୂପ ଧରି ବନମାଳୀ ।ମଦନମୋହନ ରୂପ ଧଇଲେ ମୁରାରିଦେଖିଣ ମୋହ ହୋଇଲେ ସର୍ବ ଗୋପନାରୀ ।କୃଷ୍ଣ ଗୋପୀଙ୍କର ତହିଁ ଏକତ୍ରେ ମିଳନନୀର କ୍ଷୀର ପରାୟେକ ହୋଇଲା ଅଭିନ୍ନ ।ତଦପରେ ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଚାହିଁବୋଇଲେ କିସ କହିବୁ ବେଶୀ ଭାବଗ୍ରାହୀ ।ତୁମ୍ଭେ ଛାଡ଼ିଲେ ଆମ୍ଭଙ୍କୁ ନ ଛାଡ଼ୁ ତୁମ୍ଭଙ୍କୁଅନୁଗ୍ରହ କରିଥିବ ସର୍ବଦା ଆମ୍ଭଙ୍କୁ ।ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଶୁଣ ଗୋପୀମାନେତୁମ୍ଭପାଇଁ ଜନ୍ମିଲି ମୁଁ ଏ ଗୋପଭୁବନେ ।ତୁମ୍ଭପରି ନାୟିକା ତ ବଡ଼ ଭାଗ୍ୟେ ପାଇତୁମ୍ଭଛଡ଼ା ମୋହର ତ ଅନ୍ୟ ନାରୀ ନାହିଁ ।ଏହିରୂପେ କହି ବୋଧ ଦେଲେ ଭଗବାନଶୁଣିଣ ସନ୍ତୋଷ ହେଲେ ସର୍ବ ଗୋପୀଗଣ ।ଯେଝାର ପସରାମାନ ଧରି ଯେଝା ଶିରେହରଷରେ ଚଳିଗଲେ ନିଜ ନିଜ ପୁରେ ।ଗୋବିନ୍ଦ ମଧ୍ୟ ଆପଣା ଗୃହକୁ ଚଲିଲେଯାଇ ମାତା ନିକଟରେ ପ୍ରବେଶ ହୋଇଲେ ।ଦୁଧ ସର ଲବଣୀ ଯେ କରିଲେ ଭୋଜନଘାଟସଧା ଏହିଠାରେ ହୋଇଲା ସମ୍ପୂର୍ଣ୍ଣ ।ଗୋପୀ ଗୋବିନ୍ଦଙ୍କର ଏ ରାସକ୍ରୀଡ଼ା ବାଣୀପରୀକ୍ଷ ଆଗେ କହିଲେ ଶୁକ ମହାମୁନି ।ଦଶମସ୍କନ୍ଧର ଏହୁ ଅଟଇ ଚରିତଇଦଂ ଅଷ୍ଟାବିଂଶ ଅଧ୍ୟା ହେଲା ସମାପତ ।ସେ ଗୋପୀନାଥଙ୍କ ପାଦେ ସଦା ମୋର ସେବାଅଚ୍ୟୁତ ଦାସ କବିକି ଗତି ମୁକ୍ତି ଦେବା ।