ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୭ / ୨୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଗୋପନଗ୍ରରେ ଉତ୍ସବ
ଜୟ ଜୟ ଜଗନ୍ନାଥ ଶଙ୍ଖ ଚକ୍ରଧାରୀନୀଳ ସିଂହାସନେ ବିଜେ ମହିମା ବିସ୍ତାରି ।ଜୟ କଳ୍ପବୃକ୍ଷରୂପୀ ପୁରୁଷ ପ୍ରବରତୁମ୍ଭର ମହିମା ପ୍ରଭୁ ଦେବେ ଅଗୋଚର ।କୋଇଲି ବୈକୁଣ୍ଠେ ପୁରୁଷୋତ୍ତମ ପାଟଣାଯାହାର ଦର୍ଶନେ ପୂର୍ଣ୍ଣ ହୁଅଇ କାମନା ।କୋଣାର୍କ ତୀର୍ଥେ ମହିମା କେବା ଅନ୍ତକରିତ୍ରୈଲୋକ୍ୟନାଥ ବିରଞ୍ଚି ଯହିଁ ବିଜେକରି ।ଚନ୍ଦ୍ରଭାଗା ତୀର୍ଥରାଜ ବ୍ରହ୍ମା ବିରଚିଲାସେଠାରେ ବ୍ରହ୍ମାର ବ୍ରହ୍ମହତ୍ୟା ପାରଗଲା ।ଏକବାର ସ୍ନାନ କଲେ ଚନ୍ଦ୍ରଭାଗା ଜଳେଜନ୍ମ ଜନ୍ମାନ୍ତର ପାପ ଖଣ୍ଡଇ ତତ୍କାଳେ ।ତଦନ୍ତରେ ଅଛଇ ଯେ ଏକାମ୍ରକ ଭୂମିତହିଁ ବିଜେ କରିଛନ୍ତି ଲିଙ୍ଗରାଜ ସ୍ୱାମୀ ।ଶ୍ରୀଅନନ୍ତ ବାସୁଦେବ ରୂପେ ବହି ନାମକ୍ଷେତ୍ରାଧିପ ହୋଇଛନ୍ତି ପୁରୁଷ ଉତ୍ତମ ।ତା ମଧ୍ୟେ ବିନ୍ଦୁ ସାଗର ତୀର୍ଥଙ୍କ ପ୍ରଧାନଖଣ୍ଡଇ ସକଳ ପାପ ବାରେ କଲେ ସ୍ନାନ ।ଏକାମ୍ର ବନରେ କାମଦେବ ହେଲା ଦହିସେ ଭୂମି ମହିମା ହାଦେ କେ ପାରିବ କହି ।କୋଟିଲିଙ୍ଗ ଘେନି ଯହିଁ ବିଜେ ଦେବକାଶୀଦର୍ଶନ ମାତ୍ରକେ ଧ୍ୱଂସ ହୁଏ ପାପରାଶି ।କାର୍ତ୍ତିକେଶ୍ୱର ଜନମ ହେଲେ ଯେଉଁସ୍ଥାନେସମର୍ଥ ହୋଇବ କେବା ସେ ତୀର୍ଥ ବର୍ଣ୍ଣନେ ।ମର୍ତ୍ତ୍ୟପୁରେ କ୍ଷେତ୍ରବର ବୈତରଣୀ ତଟେଅଖଣ୍ଡେଶ୍ୱର ବିରଜା ଦେବୀଙ୍କ ନିକଟେ ।ଆପେ ବ୍ରହ୍ମା ବସାଇଣ ଥିଲେ ସେହିଗ୍ରାମଯାଜନରୁ ଜାତକରି ଯାଜପୁର ନାମ ।ପବିତ୍ର ଗଙ୍ଗା ବୋଲିଣ ବ୍ରହ୍ମା ନାଭିସ୍ଥାନକେଦାର ହେମକୁଣ୍ଡ ଯେ ସୁତୀର୍ଥ ଗୋକର୍ଣ୍ଣ ।ପ୍ରୟାଗବଟ ପାବଚ୍ଛ ଦଶାଶ୍ୱ ଯେ ଘାଟଯେବଣ ସ୍ଥାନକୁ ସ୍ୱର୍ଗ ଅଟଇ ନିକଟ ।କୋଟି ବିଷ୍ଣୁଗଣ ଘେନି ହରି ନିଜେ ତହିଁଚାମଣ୍ଡା ବିଜୟେ କୋଟିଯୋଗ୍ନୀ ସଙ୍ଗେ ନେଇ ।ଚୌରାଶୀ କ୍ଷଉଣୀ ରୁଦ୍ରଗଣ ଘେନି ସଙ୍ଗେସଦାଶିବ ଦେବ ଯହିଁ ବିଜେ ନାନାରଙ୍ଗେ ।ପବିତ୍ର ସେ ବୈତରଣୀ ନଦୀ ବେନିକୁଳପଞ୍ଚକ୍ରୋଶ ଆୟତନ କ୍ଷେତ୍ର ପରିମଳ ।ଆବର ଅନେକ ଦେବଦେବୀ ଛନ୍ତି ତହିଁଏକ ଏକ କରି କେତେ ପାରିବା ତା କହି ।ସେ ଭୂମିରେ ଏକନିଶି ହେଲେ ଉଜାଗରଶତେ ଜନ୍ମ କଳୁଷରୁ ନିଶ୍ଚେଁ ହେବାପାର ।ଗଣ୍ଡୁଷକେ ପାନ କଲେ ବୈତରଣୀ ଜଳଖଣ୍ଡନ ହୁଅଇ ଅଙ୍ଗୁ ଦୂରିତ ସକଳ ।ଦଶାଶ୍ୱମେଧ ଯଜ୍ଞରେ ଫଳ ହୁଏ ଯେତେଦଶାଶ୍ୱ ଘାଟରେ ସ୍ନାନ କଲେ ଫଳ ତେତେ ।ନଗ୍ରମାନଙ୍କର ରାଜା ଯାଜପୁର କହିଅନ୍ୟ ଦେଶ ଗ୍ରାମ ତାକୁ ସମାନ ନୁହଇ ।ଦ୍ୱାଦଶ ଯୋଜନେ ଚାରିକ୍ଷେତ୍ର ଅଛି ଯହୁଁଚଉକ୍ଷେତ୍ର ବୋଲି ନାମ ବହଇ ସେ ତହୁଁ ।ଗୋମୁଖ କେଶବ ଲୋକନାଥ ପାରେଶ୍ୱରଗ୍ରାହିତା ମାଧବ ଅଷ୍ଟଶମ୍ଭୁ ଯେ ଆବର ।ଅମରେଶ୍ୱର ଧବଳେଶ୍ୱର ମନ୍ତ୍ରେଶ୍ୱରବିଶ୍ୱେଶ୍ୱର ସ୍ୱପ୍ନେଶ୍ୱର ଆଉ ମତ୍ସ୍ୟେଶ୍ୱର ।ଜଳେଶ୍ୱର ବିଲ୍ୱେଶ୍ୱର ଯେ ବାଲୁକେଶ୍ୱରହଟେଶ୍ୱର ହଂସେଶ୍ୱର ଶମ୍ୱୁ କ୍ଷେମେଶ୍ୱର ।ଖଣ୍ଡେଶ୍ୱର ବୁଧ୍ୱେଶ୍ୱର ପୁଣି ସିଦ୍ଧେଶ୍ୱରରାମେଶ୍ୱର ଚାଟେଶ୍ୱର ଦେବ ମୁକ୍ତେଶ୍ୱର ।ଶିଶିରେଶ୍ୱର ପୁଣି ଯେ ନୀଳକଣ୍ଠେଶ୍ୱରଅମ୍ୱିକେଶ୍ୱର କୁକୁଟେଶ୍ୱର ମେଘେଶ୍ୱର ।ଯୋଗେଶ୍ୱର ଭୋଗେଶ୍ୱର ପର୍ଶୁରାମେଶ୍ୱରଲୋକେଶ୍ୱର ଶୃଙ୍ଗେଶ୍ୱର ଦାବାନଳେଶ୍ୱର ।ପାତାଳେଶ୍ୱର ଈଶାନେଶ୍ୱର ଇନ୍ଦ୍ରେଶ୍ୱରଅଲାବୁକେଶ୍ୱର ଭୀମଶ୍ୱର ଯମେଶ୍ୱର ।ଏମନ୍ତ ଦ୍ୱାଦଶଯୂଣ ମଧ୍ୟେ ଶମ୍ଭୁ ଯେତେଏକ ଏକ ନାମ ଧରି କହିବଇଁ କେତେ ।ଲେଖନ୍ତେ ତା ଅନ୍ତ କରି ନ ପାରଇ ମୁହିଁଗହନ ବିଷ୍ଣୁ ପୁରାଣ ଆଦି ଅନ୍ତ ନାହିଁ ।ସରସ୍ୱତୀ କରୁଣାରୁ ସାଧୁଜନ ହିତେଠିକଠିକ ପଦ ବାଛି କହିଗଲି କେତେ ।ସଂକ୍ଷେପି ବର୍ଣ୍ଣନା କଲି କୃଷ୍ଣଲୀଳାରସସାରଦା ପ୍ରସାଦେ କବି ମୁଁ ଅଚ୍ୟୁତ ଦାସ ।ଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃମଣିନନ୍ଦ ଯଶୋଦାର ପୂର୍ବ ଚରିତ ଏ ବାଣୀ ।ସୁରଭି ଶାପରୁ ବ୍ରହ୍ମା ଗୋପାଳ ହୋଇଲେନନ୍ଦନାମ ବହି ରାମକୃଷ୍ଣଙ୍କୁ ପାଳିଲେ ।ମହତ ଲୋକେ ଘେନନ୍ତି କଲେ ଅଳ୍ପ ଗୁଣତେଣୁ ନନ୍ଦପୁତ୍ର ହେଲେ ଶ୍ରୀରାମ ଲକ୍ଷ୍ମଣ ।ଯେ ସେ ଲକ୍ଷ୍ମଣ ଯେ ବଳରାମ ରୂପେ ଜାତକୃଷ୍ଣ ହୋଇ ହୋଇଛନ୍ତି ଆପେ ରଘୁନାଥ ।ରାମ ଅବତାରେ କଷ୍ଟ ପାଇଲେ ଲକ୍ଷ୍ମଣବାରବର୍ଷ ଛାଡ଼ି ନିଦ୍ରା ମୈଥୁନ ଭୋଜନ ।ପ୍ରତ୍ୟକ୍ଷରେ ଦେଖି ରାମ ତାଙ୍କ କଷ୍ଟ ଜାଣିଦ୍ୱାପରରେ ଜ୍ୟେଷ୍ଠଭ୍ରାତା କରାଇଲେ ଆଣି ।ପରୀକ୍ଷ ବୋଇଲେ ମୁନି ଶୁଣିଲି ଏ ରସଏଥି ଉତ୍ତାରୁ ଯେ ପୁଣି ହେଲା କହ କିସ ।ତାହା ସଂକ୍ଷେପିଣ ମୋତେ କହିବା ହେ ମୁନିଲଭିବି ପୁଣ୍ୟଗତି ମୁଁ ହରିବଂଶ ଶୁଣି ।ଏତେ ବୋଲି ନରପତି ପ୍ରଣିପାତ କଲେଆସନାଦି ଦେଇ ଯଥାବିଧିରେ ପୂଜିଲେ ।ଲକ୍ଷେ ସ୍ୱର୍ଣ୍ଣମୁଦ୍ରା ନେଇ ଥୋଇ ପାଦତଳେପ୍ରଣିପାତ ହୋଇ ରାଜା ପୟରେ ଶୁତିଲେ ।ରାଜାଙ୍କର ଭକ୍ତିଭାବ ଦେଖି ମୁନିବରପୁସ୍ତକକୁ ଫେଡ଼ି ତହୁଁ ବୋଲନ୍ତି ଏ ଗିର ।ଶୁଣ ତୁହୋ ସାବଧାନେ ସୁଭଦ୍ରାର ନାତିଗୁପତେ ଗୋପନଗରେ ବିଜେ ଶିରୀପତି ।ଅନେକ ଗୋପାଳ ମେଳେ ହୋଇଥାନ୍ତି ମେଳିବୃନ୍ଦାବନେ ବତ୍ସା ରଖି ରାମ ବନମାଳୀ ।ଗୋପନଗ୍ରେ କ୍ରୀଡ଼ା ସ୍ୱାମୀ କରି ଅବଲୀଳେବିହରନ୍ତି ଅନୁକ୍ଷଣେ ଗୋପଶିଶୁ ତୁଲେ ।ନବଲକ୍ଷ ଗୃହ ଅଛି ସେହି ଗୋପପୁରେଅଚଳାଚଳ ସମ୍ପଦ ସବୁଙ୍କରି ଘରେ ।ରତ୍ନାକର କଟକ କି କୁବେର ନଗରଅମର ନଗର କିବା ବଇକୁଣ୍ଠ ପୁର ।ପ୍ରତ୍ୟକ୍ଷରେ ନାରାୟଣ ବିଜେକରି ଯହିଁପଟାନ୍ତର ତାହାଙ୍କୁ ଯେ ଚୌଦପୁରେ ନାହିଁ ।ଏକ ଏକ ଘରେ ଅଟେ ଦଶ ବିଂଶ ଖୁଆସମୁଦ୍ର ଗର୍ଜନ ପ୍ରାୟ ଶୁଭେ ଦହିମୁହାଁ ।ଅପ୍ରମିତ ଅଗଣିତ କେତେ ଗାଈ ତହିଁବରଡ଼ିଆ ଷଣ୍ଢ କେତେ ତାର ସଂଖ୍ୟା ନାହିଁ ।ଯମୁନା କୂଳରେ ପାଞ୍ଚ ଯୋଜନକୁ ମାଡ଼ିଚରନ୍ତି ଗୋଧନ ବନ ପର୍ବତରେ ଚଢ଼ି ।ଅପ୍ରମିତେ ଗୃହାଳ ଯେ ସଂଖ୍ୟା କେ କରିବଗୋଷ୍ଠମାନଙ୍କର ସଂଖ୍ୟା ମୁଖେ କେ କହିବ ।ଯେତେବେଳେ ଗାଈମାନ ପ୍ରଭାତୁଁ ଦୁହନ୍ତିପ୍ରଥମ କ୍ଷୀର ବସୁଧା ଉପରେ ପକାନ୍ତି ।ସେ ଚିତ୍ତ ଦୁଧ ଅମୃତ ପରାୟେକ ହୋଇପାଞ୍ଚଘଡ଼ି ପରିଯନ୍ତେ ନଦୀରୂପେ ବହି ।ଗୋକ୍ଷୀରେ ମିଶଇ ଯାଇ ଯମୁନାର ଜଳେଅଗମ୍ୟ ନଦୀ ସେହି ତ ବହେ ସବୁକାଳେ ।ନଦୀ ବେନିକୁଳ ଅତି ପବିତ୍ର ଯେ ସ୍ଥାନତାକୁ ପଟାନ୍ତର ନାହିଁ ଚଉଦ ଭୁବନ ।ନନ୍ଦନନ୍ଦନ ଯେ କୁଞ୍ଜବନ ରୁଦ୍ରବନଅମ୍ୱିକା ବନ ଯେ ମଧୁବନ ତାଳବନ ।ଏ ଷଡ଼ ବନ ମଧ୍ୟରେ କ୍ରୀଡ଼ନ୍ତି ଶ୍ରୀହରିଗୋପବାଳ ବତ୍ସା ଆଦି ବିହରନ୍ତି ହେରି ।ଏକେ ତ ପ୍ରଭୁ ଧରନ୍ତି ଅନେକ ମୂରତିଯେମନ୍ତ ଯେ ଲୋଡ଼େ ଯାକୁ ତେମନ୍ତେ ଦିଶନ୍ତି ।ନନ୍ଦ ଯଶୋଦା ମଣନ୍ତି ସାତବର୍ଷ ପ୍ରାୟେଗୋପପୁଅଙ୍କୁ ଦିଶନ୍ତି ଖେଳଶିଶୁ କି ଏ ।ଗୋପୀମାନଙ୍କୁ ଦିଶନ୍ତି ଅଭିନବ ମୂର୍ତ୍ତିସାକ୍ଷାତେ କି କାମଦେବ ରୂପେ ବିରାଜନ୍ତି ।ଭକତକୁ ଦେଖାଯାନ୍ତି ଭକ୍ତି ବଜ୍ରସେହ୍ନାଉଦାସୀ ଲୋକଙ୍କୁ ଦିଶି ମାୟାମୂର୍ତ୍ତି ନାନା ।ଦେବତାଙ୍କୁ ଦେଖାଯାନ୍ତି ପ୍ରଭୁ ଚତୁର୍ଭୁଜଅସୁରଙ୍କୁ ଦେଖାଯାନ୍ତି କାଳଯମ ତେଜ ।ଯୋଗୀଜନେ ଦେଖାଯାନ୍ତି ମନ୍ତ୍ରର ସମାନବେଦାନ୍ତି ପ୍ରାୟେ ମଣନ୍ତି ସର୍ବ ବିପ୍ରଗଣ ।ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଚାରିଖାନିଚଉରାଶୀ କୋଟି ଜନ୍ତୁ ଯେତେ ଛନ୍ତି ପୁଣି ।ଅନ୍ତର୍ଯ୍ୟାମୀ ନାରାୟଣ ସବୁ ମନ ଜାଣିଯାହାକୁ ଯେମନ୍ତେ ଦୃଶ୍ୟ ହୁଅନ୍ତିଟି ପୁଣି ।ଜଳ ସ୍ଥଳ ଅନଳ ଯେ ବାୟବ୍ୟାଦି କରିସବୁଠାରେ ମହାପ୍ରଭୁ ଥାଆନ୍ତି ଯେ ପୂରି ।ବଦୟନ୍ତି ଶୁକମୁନି ଶୁଣ ପରୀକ୍ଷିତଅସମ୍ଭବଲୀଳା ପ୍ରଭୁ କରନ୍ତି ତହିଁ ତ ।ଏଥୁ ଅନନ୍ତରେ କିଛିଦିନ ଗତ ହେଲାମନଦେଇ ଶୁଣ ଏବେ ଅଭିମନ୍ୟୁ ବଳା ।ବିଛାମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିଜ୍ୟେଷ୍ଠା ନାମରେ ନକ୍ଷତ୍ର ଅଟଇ ଯୁକତି ।ବାଳବ ନାମେ କରଣ ମାହେନ୍ଦ୍ର ଯେ ଯୋଗତାର ଚନ୍ଦ୍ର ବେଳା ଯେ ରୋହିଣୀ ଘରେଭୋଗ ।ସେଦିନ ଗୋପର ଲୋକେ ହେଲେ ସର୍ବେମେଳଗୋପପୁରେ ଯାତ୍ରା ବୋଲି ପଡ଼ିଲା ଚହଳ ।ନନ୍ଦର ମନ୍ଦିରେ ଯାଇ ହେଲେ ସର୍ବେ ମେଳିହସ୍ତେ ଘେନି କେନ୍ଦୁବାଡ଼ି ମତ୍ତେ ମତୁଆଳୀ ।ଗୁଞ୍ଜରାମାଳ ଗଳାରେ ବର୍ହିପୁଚ୍ଛ ଚୂଳଏକକୁ ଆରେକ ବଳି ଧାମନ୍ତି ଗୁଆଳ ।କାଠର ବନ୍ଦିଆ କାହା କାନେ ସାଲକଢ଼ିକାଇଁଚ କଙ୍କଣ ହସ୍ତେ ଧରିଛି କେ ବାଡ଼ି ।ପର୍ବତର ରଙ୍ଗମାଟି ଲେପା କାହାଅଙ୍ଗେଦଶ ପଞ୍ଚାଶ ମେଳରେ ଧାମନ୍ତି ସରାଗେ ।ଢଗ ଢମାଳି ଗାଇଣ କରନ୍ତି ସେ ନାଟବଣିକ ପସରା ଜୁରି ଭାଙ୍ଗଦ୍ୟନ୍ତି ହାଟ ।ଗନ୍ଧ ଚନ୍ଦନ କସ୍ତୁରୀ ଗଦନ୍ଧ ଫୁଲ ଯେତେଆନନ୍ଦରେ ଘେନନ୍ତି ଯେ ଛାଡ଼ଇ ସମସ୍ତେ ।ଶଙ୍କ ମର୍ଦ୍ଦଳ ମହୁରି ଉପାଙ୍ଗ ଦୋସରିନାନା ବାଦ୍ୟ ବାଜିବାରେ କମ୍ପେ ଗୋପପୁରୀ ।କେହୁ ନେତ ପତନୀ କେ ସିନ୍ଧୁଆକୁ ପିନ୍ଧିଧାମଇଁ କଟିରେ ଘଣ୍ଟି ଘାଗୁଡ଼ିକୁ ବାନ୍ଧି ।ମେଘାଡମ୍ୱରୁ କେହୁ ବା ଶ୍ୱେତ ପାଟଛତ୍ରୀଧରି ଛୁରି ଯମଦାଢ଼ ଆଗପଛ ହ୍ୱନ୍ତି ।କେ ରାଉତ କେ ମାହୁନ୍ତ ରୂପେ ହେଲେ ସଜକେ ଅଶ୍ୱ ଉପରେ ବସେ କେହି ଚଢ଼େ ଗଜ ।କେ ଖୁଣ୍ଟିଆ ପଡ଼ିହାରୀ କେହୁ ଜନ ପ୍ରଜାସର୍ବ ବିଚାରରେ କୃଷ୍ଣଚନ୍ଦ୍ର କଲେ ରାଜା ।ଆଗରେ ଚହଟଇ ଅଗୁରୁ ଧୂପକାଠିଟମକ ନିଶାଣ ତହିଁ ବାଜେ କୋଟି କୋଟି ।ଛାମୁରେ ମଣିମା ଡାକ ଶୁଭେ ଅନୁକ୍ଷଣଆନନ୍ଦରେ କରେ କେବା ସ୍ତବାଦି ପଠନ ।ହୁଳହୁଳି ଶବଦରେ ପୃଥିବୀ ଲେଉଟିଅପୂର୍ବ ଶୋଭାବନ ଯେ ଦିଶେ ନବସୃଷ୍ଟି ।ମଙ୍ଗଳ ଗାୟନ ତହିଁ କରନ୍ତି ଯେ ଭାଟସୁଖାସନେ ବିଜେକଲେ ନନ୍ଦ ବେନିଚାଟ ।କେ ବୀଣା ବଇଁଶୀ ବାଏ କେବା ଯନ୍ତ୍ରବେଣୀଏମନ୍ତ ବେଶେ ବୁଲନ୍ତି ଗୋପେ ଚକ୍ରପାଣି ।ଗୋପାଳେ ଦେଖି ହୋଇଲେ ଆନନ୍ଦିତ ମନଅନଙ୍ଗ ଶରେ ଆରତ ହେଲେ ଗୋପୀଗଣ ।ଗୋପସୁତ ଦେଖୁଛନ୍ତି ନିରେଖି ନୟନେଦେଖ ଭାଇ ରାମକୃଷ୍ଣ ଦିଶନ୍ତି କେସନେ ।ଧାଡ଼ିଧାଡ଼ି ପଟୁଆର ମଧ୍ୟରେ ଶ୍ରୀହରିକେହୁ କରେ ବେତ ଘେନି ଲୋକନ୍ତ ନିବାରି ।ନନ୍ଦ ଉପନନ୍ଦ ଆଉ ବସୁନନ୍ଦ ମୂଳେପଛ ପଟୁଆରେ ଛନ୍ତି ଅତି କୁତୂହଳେ ।ଗୋବିନ୍ଦ ଏପରି ବିଜେ ବାର୍ତ୍ତା ଇନ୍ଦ୍ରପାଇଐରାବତ ଆରୋହିଣ ଅଇଲେକ ଧାଇଁ ।ଅନେକ ବିଦ୍ୟାଧର ଯେ ସଙ୍ଗତରେ ଘେନିଗୋବିନ୍ଦଙ୍କ ଶିରେ ପୁଷ୍ପ ବରଷିଲେ ଆଣି ।ନବଲକ୍ଷ ଡମ୍ୱରୁ ଯେ ବଜାଇଣ କାଶୀବୃଷଭ ଆରୋହି ବିଜେ କଲେ ତହିଁ ଆସି ।ଅନେକ ରୁଦ୍ରଗଣ ଯେ ରହିଛନ୍ତି ସଙ୍ଗେଗଙ୍ଗାଦେବୀ ଗଉରୀ ଯେ ବିଜୟେ ଅର୍ଦ୍ଧାଙ୍ଗେ ।ନନ୍ଦୀ ଭୃକୁଟୀ ଏ ବାମ ଡାହାଣେ ଅଛନ୍ତିଜୟନ୍ତ ଅଜୟନ୍ତ ଏ ସଙ୍ଗେ ସଙ୍ଗେ ଛନ୍ତି ।ନାଗାର୍ଜ୍ଜୁନ ବିନାୟକ କାର୍ତ୍ତିକ ଆବରଚଉଷଠି ସିଦ୍ଧ ସାଧ୍ୟ ଗନ୍ଧର୍ବ କୁମର ।ଏମାନଙ୍କ ସହିତରେ ମିଳି ଶୂଳପାଣିଆକାଶେ ଥାଇ ବାଇଲେ ଶିଙ୍ଗା ଆଉ ବେଣୀ ।କୁଶବଟୁ ଭୁବନରୁ ବ୍ରହ୍ମା ବିଜେ କଲେଗୋବିନ୍ଦ ଉତ୍ସବ ବାର୍ତ୍ତା ତେଣୁ ସେ ପାଇଲେ ।ସର୍ବ ବ୍ରହ୍ମଚାରୀମାନେ ଘେନିଣ ସଙ୍ଗରମରାଳ ବାହନେ ବସି ମିଳି ବେଦବର ।ବାରତା ପାଇ ଅଇଲେ କୁବେର ଦେବତାବରୁଣ ଯେ ନିଶାକର ଆବର ସବିତା ।ଏରୂପେ ତେତିଶ କୋଟି ଦେବତା ଅଇଲେଶ୍ରୀକୃଷ୍ଣଙ୍କ ମୁଖ ଚାହିଁ ସ୍ତୁତିମାନ କଲେ ।ଗୋପୀ ଗୋପାଳ ଯେ ରାମକୃଷ୍ଣ ଘେନି ସଙ୍ଗେଗୋପ ନଗରେ ବୁଲନ୍ତି ନାନାବିଧ ରଙ୍ଗେ ।ସୁବର୍ଣ୍ଣ ଥାଳିମାନଙ୍କେ ଅଷ୍ଟରତ୍ନ ଭରିକାହ୍ନୁ ରାମେ ବନ୍ଦାବନ୍ତି ସର୍ବ ଗୋପନାରୀ ।ମର୍ତ୍ତେ ମତୁଆଳ ହୋଇ ସର୍ବ ଗୋପଗୋଈସୁଲଳିତ ହୁଳହୁଳି ପଞ୍ଚମରେ ଦେଇ ।ଏହିରୂପେ ଯାତ୍ରା ଗୋଟି ହୋଇଗଲା ଶେଷରାମକୃଷ୍ଣ ଲେଉଟିଣ ମନ୍ଦିରେ ପ୍ରବେଶ ।ଗୋପୀ ଗୋପାଳ ସକଳେ ଗୃହେ ଫେରିଗଲେଦେବତାମାନେ ଅମର ଭୁବନେ ଚଳିଲେ ।ଯେଝାର ନିତ୍ୟକର୍ମରେ ଲାଗିଲେ ସମସ୍ତେଅଚ୍ୟୁତାନନ୍ଦ ଭଜିଲା ହରିନାମ ଚିତ୍ତେ ।
କେଶୀ ଓ କଦମ୍ୱାସୁର ବଧ
ଶୁଣ ପରୀକ୍ଷିତ ରାଜା ବୋଲେ ମୁନିବରଗୋପନଗ୍ରେ ବୁଲୁଥିଲେ କଂସର ଡଗର ।ବାରତା ଘେନିଣ ତହୁଁ ଧାତିକାରେ ଗଲେକଂସର ଛାମୁରେ ଯାଇ ତୁରିତେ ମିଳିଲେ ।କରଯୋଡ଼ି ବୋଇଲେକ ଆଗେ ଉଭାହୋଇସାବଧାନେ ଶୁଣିବା ହେ ଭୋଜ ନରସାଇଁ ।ଅତି ଅସମ୍ଭବ ଅଟେ ଗୋପନଗ୍ର ବାର୍ତ୍ତାକହନ୍ତେଣ ନ ସରଇ ରାମକୃଷ୍ଣ କଥା ।ପ୍ରୋହିଣୀ ତ କ୍ଷୀର ଦେବା କାଳରେ ମରିଲାବାଳପୁଅଙ୍କୁ ହାତରେ ତୃଣାବର୍ତ୍ତ ମଲା ।ଅନେକ କାଳୁ ଯାମଳା ହୋଇଥିଲା ବୃକ୍ଷଦଉଡ଼ିଲେ ନନ୍ଦନାରୀ ବାନ୍ଧିଲା ପ୍ରତ୍ୟକ୍ଷ ।ପାଦ ଚାଳନାରେ ତାକୁ ବିନାଶ କରିଲେଦେଖୁ ଦେଖୁ ଶକଟାର ପ୍ରାଣକୁ ଘେନିଲେ ।କାଳୀୟ ନାଗ କାଳିନ୍ଦୀହ୍ରଦେ ଥିଲା ରହିପାଦେ ମର୍ଦ୍ଦି ତାକୁ ତହିଁ ଦେଲେ ଘଉଡ଼ାଇ ।ବନଦାହ କାଳେ ବତ୍ସା ଅଘା ବିନାଶିଲେଷଣ୍ଢା ବକାର ଜୀବନ କ୍ଷଣକେ ହରିଲେ ।ବଳାତ୍କାରେ ଇନ୍ଦ୍ରପୂଜା କରିଲେ ଭଗନବଜ୍ରମାରି ଥକିଗଲା ସେ ଇନ୍ଦ୍ର ରାଜନ ।ବାମକରେ ଗୋବର୍ଦ୍ଧନ ଧଇଲେକ ଟେକିସାମାନ୍ୟ ଲୋକେ ଏ କଥା କରି ପାରଇ କି ।ଦେବକୂଟେ ଗୋପେ ଜାତହେଲେ ନରହରିବଡ଼ ଅସମ୍ଭବ କଥା କହିତ କେ ପାରି ।ଯାବତ ଅସାଧ୍ୟ ସାଧ୍ୟ କରନ୍ତି ଯୁକତେତାଙ୍କ ସମ ଜଣେ କେହି ନାହିଁ ଏ ଜଗତେ ।ଶୁରି କଂସରାଜାକୁ ଯେ ଲାଗେ ବଡ଼ ଭୟେଅସାଷ୍ଟମ ହୋଇ ରାଜା ପଡ଼ି ମୂର୍ଚ୍ଛାଯାଏ ।ପ୍ରଖର ନିଃଶ୍ୱାସ ତାର ବହେ ଘନ ଘନବନାନଳ ପରାୟେକ ପୋଡ଼େ ପଞ୍ଚମନ ।ସାଷ୍ଟମ ହୋଇଣ ଉଠି ବସି ମହୀପାଳହା ଦଇବ ବୋଲି କର ତାଡ଼ଇ କପାଳ ।ବାଳକ ଭାବେ କହଇ ଇନ୍ଦୁମତୀ ବଳାବେନି ନୟନରୁ ଅଶ୍ରୁ ବହେ ଅସଙ୍ଖଳା ।ମନ ଛନ୍ନ ଛନ୍ନ ନ ଦିଶଇ ଦଶଦିଶକେଶୀ ମୁଖ ଚାହିଁ ବୋଲେ କରିବା ହୋ କିସ ।ଏଡ଼େ ସମ୍ପଦ ଅଖଡ଼େ ଏବେ ନାଶଗଲାକର୍ମ ଅବଳକୁ ଆସି ଏ କଥା ଘଟିଲା ।ମହା ମହାବୀରମାନେ ଥିଲେ ମୋର ରହିସାମାନ୍ୟ ଶିଶୁ ହାତରେ ପ୍ରାଣ ଦେଲେ ସେହି ।ସ୍ୱର୍ଗମଞ୍ଚ ପାତାଳ ମୁଁ କ୍ଷଣେ ପାରେ ସାଧିଗୋପପୁର ଭାଙ୍ଗିବାକୁ ନ ଖଟଇ ବୁଦ୍ଧି ।ମୁହିଁ ଗୋପପୁରକୁ ତ ନ ପାରଇ ଯାଇଆପଣାର କାର୍ଯ୍ୟ କାହିଁ ପରହାତେ ହୋଇ ।କାହ୍ନୁ ସଂକର୍ଷଣେ ଯେହୁ ଦ୍ୟନ୍ତା ଆଣିଧରିଏ ପୁରେ କରନ୍ତି ମୁହିଁ ତାଙ୍କୁ ଅଧିକାରୀ ।ପିତା ମୋର ଉଗ୍ରସେନ ମାତା ଇନ୍ଦୁମତୀଦିକ୍ପାଳ ଚୂଡ଼ାମଣି ମୁଁ ଭବେ ଚକ୍ରବର୍ତ୍ତୀ ।କେଉଁ ପାତକରୁ ମୋତେ ଗୋପାଳେ ଗଞ୍ଜିଲେସେ କଥାଗୋଟା ମୁଁ ଜାଣି ନ ପାରଇ ଭଲେ ।ନଗ୍ରେ ଛନ୍ତି ମୋର ଚୌରାଅଶୀ କୋଟିବୀରରଥୀ ମହାରଥୀ ଏକେ ଏକେ ଧନୁର୍ଦ୍ଧର ।ଏମାନେ ଥାନ୍ତେ ବିପଦ ପଡ଼ୁଅଛି ମୋତେଏଥିରୁ ଅଧିକ ଅବା ଅର୍ଜିବଇଁ କେତେ ।ଏସନକ ବ୍ୟାକୁଳ ସେ ହ୍ୱନ୍ତି ନୃପମଣିକରଯୋଡ଼ି କେଶୀ ଦୈତ୍ୟ ପହିଜରେ ଭଣି ।ହୃଦୟରୁ ଚିନ୍ତା ଏବେ ଛାଡ଼ ଦେବରାୟେମୁହିଁ ଥାଆନ୍ତେ ତୁମ୍ଭର କାହାକୁ ବା ଭୟେ ।ନାନାରଙ୍ଗେ ସମର ମୁଁ ଜାଣେ ବହୁମାୟାଜଳେ ବୁଡ଼ି ନମରେ ମୁଁ ନପୋଡ଼େ ମୋକାୟା ।ଦେବାସୁର ହେଲେ ମଧ୍ୟ ସାଧ୍ୟ କରିପାରିଛାର ଗଉଡ଼କୁ ମୁହିଁ ମଣେ ତୃଣ ପରି ।ଆଜଯାଏ ଗୋପପୁରେ ନ ପେଷିଲ ମୋତେରାମ କୃଷ୍ଣ ଆଣିଦ୍ୟନ୍ତି ଯାଇଣ କିଞ୍ଚିତେ ।ବୃଦ୍ଧି ହରାଉଛି ରାଜା କାଳ ଅବଶେଷେଆଜ୍ଞାଧାରୀ ହୋଇ ଦାସ ରହିଅଛି ପାଶେ ।ଯାଅ ବୋଲି ଆଜ୍ଞା ମୋତେ ନ ଦିଅ କିଞ୍ଚିତେଜାଣୁ ଜାଣୁ ସଖାମାନେ ମଲେ ଗୌଡ଼ହାତେ ।ସଂଗ୍ରାମର ଭେଦମୁଦ୍ରା ନ ଜାଣନ୍ତି କେହିବୁଦ୍ଧିବଳ ହରାଇଣ ନାଶ ହେଲେ ସେହି ।ଗତ କଥାରେ ଶୋଚନା କରିଲେ କି ହେବଅନୁଗ୍ରହେ ଆଜ୍ଞା ମୋତେ ଦିଅନ୍ତୁ ଭୋଦେବ ।ଝିଣ୍ଟିକା ପରାୟେ ରାମ କୃଷ୍ଣେ ଦେବି ଆଣିନିଶ୍ଚିନ୍ତରେ ଥାଅ ଏବେ ଭୋଜ ନୃପମଣି ।ଅବଶ୍ୟ ତୁମ୍ଭର କାର୍ଯ୍ୟ କରିବ ସାଧନଅନ୍ୟଥା ନୁହଇ କେଭେ କେଶୀର ବଚନ ।ସେ ଗୋପ ନଗରଯାକ ଦେବି ଭସ୍ମକରିଭେଡ଼ିଙ୍କ ବେକ ମୋଡ଼ିବି ଗୋଟି ଗୋଟି କରି ।କେଶୀର ଟାଣ ବଚନ ଶୁଣି ଦୈତ୍ୟରାଣପୁଲକିତ ରୋମାବଳି ଆନନ୍ଦିତ ମନ ।ତତକ୍ଷଣେ ସିଂହାସନୁ ପଡ଼ିଲାକ ଡେଇଁଅନେକ ଚାଟୁ କହଇ କେଶୀକି କୁଣ୍ଢାଇ ।ଶାଢ଼ୀ ନେଇ ମସ୍ତକରେ ବାନ୍ଧେ ନିଜ କରେକର୍ପୂର ଚନ୍ଦନ ପାନ ଦେଲା ସମାଦରେ ।ହାତ ଧରି ବିନୟରେ ବୋଲେ ଦଣ୍ଡଧାରୀଏ ଶୋକ ସାଗରୁ ମୋତେ କର ବାରେ ପାରି ।ଆଉ ଅଧିକ ବିଷୟ କି କହିବି ତୋତେଆଶାକରି ବସିଥିବି ଚାତକର ମତେ ।ଶତ୍ରୁ ମାରି ମାନ ରଖ ଆରେ ବୀରମଣିତୋ ବାହାକୁ ଆଶ୍ରା ଏବେ କରିଲଇଁ ପୁଣି ।ରାଜା ଆଶ୍ୱାସନା ବାକ୍ୟ ଶୁଣି କେଶୀବୀରନମସ୍କାର କରି ପାଶୁଁ ଗଲା ତତପର ।ଏକମୁଖା ହୋଇକରି ଚଳେ ଗୋପପଥେନୀଳବର୍ଣ୍ଣ ମଞ୍ଜରୀକି ଦେଖଇ ଅଦ୍ଭୂତେ ।ବାମ ନାସା ସ୍ଫୁରେ ଡିଏଁ ପୁଣି ବାମ ଆଖିଆକାଶ ପଥରେ ଉଡ଼ା ଦିଏ ଗୃଧ୍ରପକ୍ଷୀ ।ଶୁକମୁନି ବୋଇଲେକ ପୀରୀକ୍ଷ ଆଗରଏ ଶକୁନ ଦେଖି କେଶୀ ହୋଇଲା ବାହାର ।ଅସୁର କାମରୂପୀ ସେ ଜାଣେ ବାହୁମାୟାଉଲୁକ ମନ୍ତ୍ର ସୁମରି ଗୁପ୍ତ କଲା କାୟା ।ମତି ଉଦ୍ବେଗରେ ବୀର ଚଳିଲା ବହନଗୋମତ ଗିରିର ତଳେ ମିଳିଲା ଯାଇଣ ।ଅପଟାନ୍ତର ଭୂମି ଯେ କାଳିନ୍ଦୀର କୂଳବିଚିତ୍ର କୁଞ୍ଜବନେ ଯେ ଦିଶେ ପରିମଳ ।ବାରମାସରେ ବସନ୍ତ ବହେ ଘନ ଘନମନ୍ଦେ ମନ୍ଦେ ବହେ ତହିଁ ଦକ୍ଷିଣା ପବନ ।ଦେଖିଣ ସେ ସ୍ଥାନ କେଶୀ ଆନନ୍ଦିତ ହୋଇବହୁତ ପ୍ରଶଂସା କରି ରହିଲାକ ତହିଁ ।ରାମକୃଷ୍ଣ ଆସିବାକୁ ପଥ ଅନୁସରିଲତା ଅଭ୍ୟନ୍ତରେ ରହେ କାୟା ଗୋପ୍ୟ କରି ।ପରିଘାଇ ଆସିଅଛି କଂସ ରାଜା ଛଳେରାମ କୃଷ୍ଣ ଧରିନେବ ତା ଭୁଜ ଯୁଗଳେ ।ଏଥୁ ଅନନ୍ତରେ ତହୁଁ କେତେଦିନ ପରେରାମକୃଷ୍ଣ ଗୋପବାଳ ଘେନି ସଙ୍ଗତରେ ।ବସ୍ତ୍ରାଙ୍କୁ ଅଡ଼ାଇ ସର୍ବେ ପଶିଲେ କାନନେବନ ପର୍ବତେ ଚରନ୍ତି ଗାଈ ବତ୍ସାମାନେ ।ରଙ୍ଗ ଶୁକ୍ଳ କୃଷ୍ଣ ବତ୍ସା ଅଣ୍ଡିରା ଯେ ମାଈକହରା କଷରା କେହୁ ପାଟଳିଆ ହୋଇ ।ଆନନ୍ଦରେ ଘାସମାନ ଚରନ୍ତି ବନରେରାମକୃଷ୍ଣ ଜଗିଛନ୍ତି ତାଙ୍କୁ ଆକଟରେ ।କାଳିନ୍ଦୀର ପାଖେ ଅଛି ଗିରି ଚିତ୍ରକୂଟଗୋଧିକା ଘାଟକୁ ସେହି ଅଟଇ ନିକଟ ।ଗୋମତ ଚିତ୍ରକୂଟର ଦୁହିଙ୍କର ମଧ୍ୟେଗୋଷ୍ଠୀ କରୁଥିଲେ ତହିଁ ପୂର୍ବେ ଦେବବୃନ୍ଦେ ।ଯମୁନା କୂଳକୁ ଏକ କ୍ରୋଶ ଛଡ଼ା ସେହିତା ପାଞ୍ଚକୋଶେ ଭାଣ୍ଡୀର ବନ ଯେ ଅଟଇ ।ସେ ବନ ମଧ୍ୟେ ପଶିଲେ ସର୍ବେ ଯାଇକରିଗୋପାଳପୁଏ ଗୋବତ୍ସା ଅଛନ୍ତି ଆବୋରି ।କେଶୀ ସେହି ବନେ ଅଛି ଗୁପ୍ତଭାବେ ରହିରାମ କୃଷ୍ଣ ଦୁହିଙ୍କି ସେ ଅଛି ବାଟ ଚାହିଁ ।ଅସୁର କାମରୂପୀ ଯେ ନାନ ରୂପ ଧରିବିଚାରେ ଏଠାକୁ କେବେ ଆସିବ ଶ୍ରୀହରି ।ଯୋଗେ ଭେଟିଲେ ମୁଁ କାର୍ଯ୍ୟସାଧିବି ଏଠାରପ୍ରତିଜ୍ଞା କରି ଅଛଇ ନୃପତି ଛାମୁର ।ପର୍ବତ ଉପରେ ଉଠି ଦୈତ୍ୟ ଚାହୁଁଥିଲାମୁଖରଡ଼ି ଖଣ୍ଡେ ଦୂରୁ ତାହାକୁ ଶୁଭିଲା ।ବିଚାରଇ ରାମକୃଷ୍ଣ ଏବେ ଅଇଲେ କିପର୍ବତ ଉପରେ ଥାଇ ଅସୁର ନିରୀକ୍ଷି ।ଗିରି ଉପରକୁ ବତ୍ସାମାନେ ଗଲେ ଚରିଥୋକେ ଗୋପପୁଅ ଘେନି ତଳେ ରହି ହରି ।ଥୋକେ ପୁଅ ଲାଗିଲା ଯେ ଖେଳ କୁତୂହଳେବୃକ୍ଷରେ ଚଢ଼ିଲେ ଯାଇ ତହୁଁ କେତେବାଳେ ।ଫଳ ଫୁଲ ଆନନ୍ଦରେ ତୋଳନ୍ତି କେତେକଯମୁନା ଜଳରେ ପଶେ ହୋଇ କେ ଉତ୍ସୁକ ।କେହୁ ବା ନାଚନ୍ତି କେହୁ ଗାଉଥାନ୍ତି ଗୀତକେ ବୋଲେ ସଙ୍ଗାତ କେହୁ ବୋଲେ ଆସ ମିତ ।କେ ବୋଲଇ ଭାଇ କେହୁ ବୋଲୁଅଛି ନନାକେହୁବୋଲେ ଗୋପୀନାଥ କେବୋଲଇ କହ୍ନା ।କେ ବୋଲେ ହରି ତୋହର ଏଡ଼େକ ଦିମାକମନେ ଗର୍ବ ବହି ଶୁଣୁନାହୁଁ ମୋର ଡାକ ।ଭାଣ୍ଡୀର ବନ ମଧ୍ୟରେ ଏସନକ ପ୍ରାୟେଯେ ଯାହା ଅନୁରୂପରେ ଖେଳନ୍ତି ଯେ ପୋଏ ।ବୃକ୍ଷ ଉପରକୁ ପୁଣି ଚଢ଼ିଲେ ଶ୍ରୀହରିଆଉ ଗୋପାଳ ପୋଏ ଯେ ଖେଳନ୍ତି ଯେଝାରି ।ଶୁକମୁନି ବୋଇଲେକ ଶୁଣ ତୁହୋ ରାୟେହରିବଂଶ ଶୁଣିକରି ପାପ କର କ୍ଷୟେ ।ଶ୍ରୀକୃଷ୍ଣଙ୍କ ବାଳଲୀଳା ପବିତ୍ର କାହାଣୀଯମଦଣ୍ଡ ନ ବାଧିବ ଯା ଶୁଣିଲେ ପ୍ରାଣୀ ।ପର୍ବତ ଉପରେ ରହିଥିଲା ବୀର କେଶୀକଦମ୍ୱାସୁର ଏକାଳେ ତା ପାଶେ ପ୍ରବେଶି ।ଖଣ୍ଡ ଦୂରରୁ କେଶୀକି ନମସ୍କାର କଲାଉଚ୍ଚସ୍ୱରେ କାନ୍ଦି କେଶୀ ଆଗରେ କହିଲା ।ବୋଲେ ମଧୁକୈଟଭର ଅଟେ ପଣନାତିବୈଲୋଚନୀ ମୋର ମାତା ଜାଣ ମହାମତି ।ଗୋମତ ପର୍ବତ ମୋର ପିତାମହ ଭୂଇଁରାମ କୃଷ୍ଣ ଭୟେ ଏଥେ ରହି ନ ପାରଇ ।ମୁଁ ତୋତେ ବିନୟ କରି କହୁଛି ଏତିକିକିପରି ଶତ୍ରୁ ମୋହର ହୋଇବେ ନିପାତି ।ସ୍ଥାନଭ୍ରଷ୍ଟ ହୋଇଣ ମୁଁ ବୁଲୁଅଛି ଏକାଇଷ୍ଟବନ୍ଧୁ ସୋଦର ମୋ କେହି ନାହିଁ ସଖା ।ମଧ୍ୟଭୁବନ କଟକେ ତୁମ୍ଭେ ଅଧୀକାରୀବଳବନ୍ତପଣେ ପୁଣି କେହି ନୋହେ ସରି ।ତୁମ୍ଭର ଚରଣେ ମୁହିଁ କରୁଅଛି ସେବାପିତା ଭୂମି ଲାଗି ରାମ କୃଷ୍ଣଙ୍କୁ ମାରିବା ।କଦମ୍ୱାର ବାଣୀ ଶୁଣି କେଶୀ ଅଳ୍ପହସିବୋଇଲା ମୁହିଁ ତ ସେଥିପାଇଁ ଅଛି ଆସି ।ରାଜାଙ୍କ ଆଗେ ଆସିଛି ପ୍ରତିଜ୍ଞା ମୁଁ କରିତେଣୁ ଏତ୍ରିଛକ ପଥ ବସିଛି ଆବୋରି ।ଏ ରୂପେ ଆଜ୍ଞା ଦେଇଛି କଂସ ଦଣ୍ଡଧାରୀଜୀବନ୍ତା ରାମକୃଷ୍ଣଙ୍କୁ ନେବି ମୁହିଁ ଧରି ।ଅନେକ କାଳରୁ ତେଣୁ ଏଥେଁ ଅଛି ବସିକିପରି ଭେଟ ପଡ଼ିବେ ସେ ଗଉଡ଼ ଶିଷି ।ସନ୍ଧାନ ନ ପାଇ ବହୁଦିନ ଗଲା ଗଢ଼ିଆଜ ତ କାହିଁକି ଯିବ ଅଛି ଭେଟ ପଡ଼ି ।କଂସ ନୃପତିର ପୁଣ୍ୟ ଆଜ ବିକାଶିଲାଏହା କହି କେଶୀଦୈତ୍ୟ ନିଶେ ହାତ ଦେଲା ।କଦମ୍ୱା ବୋଲେ ମୁଁ ଆନ ନ ଲୋଡ଼ଇ କାହାକେବଳ ମାତ୍ରକ ମୋତେ ହୋଇଥିବ ସାହା ।ତୁମ୍ଭ ବଳବନ୍ତ ପଣ ଅଛି ମୋତେ ଜଣାଯମ ଦେବତାର କରିପାର ବୁଦ୍ଧିବଣା ।ଛାର ଗଉଡ଼ ଟୋକାଏ କେତେକ ମାତରମନ କଲେ ମେରୁ ଗିରି କରିପାର ଚୂର ।ଦୁଇଜଣ ହେଲେ ପୁଣି ମାଲ ମଧ୍ୟ ହାରିକେଶୀବୋଲେ ଜଣେ ତୁ ପାରିବୁ ଆବୋରି ।ସେହୁ ବୋଲେ ଜଣେ ତେବେ ରହିଲା ମୋ ଭାଗେଯାହାକୁ ଇଚ୍ଛା ତୁମ୍ଭର ଦିଅ ମୋତେ ବେଗେ ।ଶୁଣିଣ ସନ୍ତୋଷ ତହୁଁ ହେଲା ବୀର କେଶୀବୋଲେ ବଳରାମ ତୁଲେ ତୋର କସାକସି ।ବଡ଼ଇ ମାୟାଧର ଯେ ଅଟଇ ଶ୍ରୀହରିମାୟାବଳେ ତାକୁ ମୁହିଁ ସାଧ୍ୟ କରିପାରି ।କାଦମ୍ୱରୀ ପାନେ ରାମ ଅଛି ମତ୍ତ ହୋଇକଦମ୍ୱତରୁ ତଳରେ ସୁଖେ ଅଛି ଶୋଇ ।ଏପରିବେଳେ କେବେ କି ତାକୁ ପାରୁ ମାରିକଂସ ରାଜ୍ୟେ କରିବଇଁ ତୋତେ ଅଧିକାରୀ ।ତୋ ନିଜ ଭୁଜବଳେ ତୁ ଶତ୍ରୁକର ସାଧ୍ୟକେତେ ବଳ ବା ତାଙ୍କର ଏକେତ ନିର୍ବୋଧ ।କଳ କଉଶଳେ ଯେବେ କରିବା ବିନାଶକଂସ ରାଜା ଶୁଣି ନିଶ୍ଚେଁ କରିବ ପୌରୁଷ ।ଏଥିରୁ ଭଲ ସମୟେ ପାଇବା ତ କାହିଁମାରି ନ ପାରିଲେ ଭାଇ ଆବୋରିଥା ରହି ।ନିଶ୍ଚୟ ମୁହିଁ ଶତ୍ରୁଙ୍କୁ କରିଣ ବିନାଶପୁନରପି ପାଇବୁ ତୁ ତୋର ନିଜ ବାସ ।ଏତେ କହି କଦମ୍ୱାକୁ ରାମଠାକୁ ପେଷିଅଶ୍ୱରୂପେ କୃଷ୍ଣପରେ ମାଡ଼ିବସେ କେଶୀ ।ବିକଟାଳ ହୋଇ ରୂପ ଦିଶେ ଭୟଙ୍କରଆକାଶ ମଣ୍ଡଳେ ଯାଇ ଲାଗିଅଛି ଶିର ।ଭୂମିରେ ଚାରି ଚରଣ ଅତ୍ୟନ୍ତ ବିଶାଳପ୍ରଚଣ୍ଡ ଆଦିତ୍ୟ ପ୍ରାୟ ଚକ୍ଷୁ ଅନ୍ତରାଳ ।ମେରୁ ସମାନରେ ବିରାଜଇ ରୋମାବଳିପ୍ରଚଣ୍ଡ ନିଃଶ୍ୱାସ ଛାଡ଼େ ଦୀର୍ଘେ ମହାବଳୀ ।ଦେଖିକରି ଦେବତାଏ ମହାଭୟ କଲେଅମରପୁର ତେଜିଣ ମେରୁରେ ଲୁଚିଲେ ।କୃଷ୍ଣ ଉପରକୁ ମାଡ଼ି ପଡ଼େ ରଣ ରଙ୍କାବସୁଧା ମାତା ଦେଖିଣ ପାଏ ମନେ ଶଙ୍କା ।ଏସନକ ବିଶ୍ୱରୂପ ଗୋପ ପୋଏ ଦେଖିଯେ ଯାହାର ପଳାଇଲେ କୃଷ୍ଣଙ୍କୁ ଉପେକ୍ଷି ।ଘୋର ରାବ କରି ଦୈତ୍ୟ ଧାଏଁ ଅତି ରାଗେଆଗେ ଯେ ପଡ଼ଇ ତାକୁ କ୍ଷେପିଦିଏ ଗର୍ଭେ ।ଘୋର ଗର୍ଜନ ଘାତରେ କମ୍ପେ ତ୍ରିଭୁବନପୃଥିବୀକି ଗିଳିଦେବ କିବା ଦୈତ୍ୟ ରାଣ ।ରଟମଟ ଦନ୍ତ କରି କଟମଟ ଆଖିଉସତ ମନରେ ଧାଏଁ କୃଷ୍ଣଙ୍କୁ ସେ ଦେଖି ।ପିମ୍ପୁଡ଼ି ଉପରେ ଯେହ୍ନେ ଗିରି ପଡ଼େ ମାଡ଼ିସେହିରୂପେ କେଶୀ ଦୈତ୍ୟ କୃଷ୍ଣେ ଦିଏ ଧାଡ଼ି ।କେଶୀର ବିଶ୍ୱମୂରତି ଦେଖି ଦେବରାୟେବିଚାରନ୍ତି କେଉଁପରି ଦୈତ୍ୟ ଯିବ କ୍ଷୟେ ।ନୃସିଂହ ସ୍ୱରୂପ ତହୁଁ ଧରି ନରହରିକେଶୀର ତୁଣ୍ଡ ଭିତରେ ହସ୍ତ ନେଇ ଭରି ।ପଞ୍ଚଦଶ ଯୁଣଯାଏ ବଢ଼ିଲାକ ଭୁଜଭୟଙ୍କର ସ୍ୱରୂପକୁ ଧରି ଦେବରାଜ ।ମୂଷଳ ପଶିଲା କିବା ଦଇତ୍ୟ ଗର୍ଭରେତେମନ୍ତ ମଣି ରଡ଼ିଏ ଦେଲା ଉଚ୍ଚସ୍ୱରେ ।ରୁଧିର ଉଦ୍ଗାରି ବୀର ପଡ଼ିଲାକ ଢଳିଶତେ ଭେଡ଼ା ପାତାଳେ ଯେ ପଶେ ମହୀସ୍ଥଳୀ ।ପ୍ରାଣ ଯାଆନ୍ତେ ଅସୁର ଛାଡ଼େ ଘୋର ରଡ଼ିମେରୁ ମନ୍ଦର ଗିରି କି ପଡ଼ିବ ଉପୁଡ଼ି ।ଦେଖି ପୋଏ ପଳାନ୍ତି ଯେ ମହାଭୟ ପାଇକେ ଗିରି ବାହାରେ ଲୁଚେ କେ ବନରେ ଯାଇ ।ଏରୂପେ କେଶୀକି ପ୍ରଭୁ କରନ୍ତେ ସଂହାରଆନନ୍ଦରେ ପୁଷ୍ପବୃଷ୍ଟି କରିଲେ ଅମର ।ଶୁକମୁନି ବୋଇଲେକ ଶୁଣ ନୃପସାଇଁନିଶ୍ଚେଷ୍ଟେ କଦମ୍ବ ତଳେ ରାମ ଥିଲେ ଶୋଇ ।କଦମ୍ୱା ଧାଇଁଲା ବଳଦେବ ସନ୍ନିଧ୍ୟାନେଦେଖିଣ ଶଙ୍କା କରିଲେ ବୁବୁଧାଦିମାନେ ।ମୁକୁଳିତ କେଶ ରଟମଟ ଦନ୍ତପନ୍ତିନିର୍ଧୂମ ଅନଳ ପ୍ରାୟେ ବିରାଜଇ ଜ୍ୟୋତି ।ଲହ ଲହ ଜିହ୍ୱା କରି ଧାଏଁ ଅନ୍ତରାଳେଚରଣ ଭୂମିରେ ମୁଣ୍ଡ ଆକାଶ ମଣ୍ଡଳେ ।ପ୍ରଳୟ କାଳ ପରାୟେ ଦୀର୍ଘରଡ଼ି ଦେଇମହାକୋପେ ରାମ ଉପଲକ୍ଷିଣ ଧାମଇଁ ।ହସ୍ତେ ଗଦା ଏକ ଘେନି ଦୈତ୍ୟ ମହାବଳୀରାମଙ୍କ ଉପରେ ପିଟେ କ୍ରୋଧେ ପରଜ୍ୱଳି ।ଅଚେତନେ ଶୋଇଥିଲେ ପ୍ରଭୁ ହଳଧାରୀଗଦା ବାଜିବାରୁ ନିଦ୍ରା ଭାଙ୍ଗିଲା ତାଙ୍କରି ।ପଚାରନ୍ତି ବେନିଚକ୍ଷୁ ମଳି ଉଠି ବସିକିଏ ରେ ଗଦା ପ୍ରହାର କରୁ ମୋତେ ଆସି ।ତକ୍ଷଣେ ବସନ ପ୍ରଭୁ ଭିଡ଼ି ମାଲବନ୍ଧେଧୂଳିକରେ ଘଷି ଉଭା ହୋଇଲେ ଆନନ୍ଦେ ।ରେରେକାର କରି ଉଚ୍ଚେ ବେନିବାହା ମୋଡ଼ିନୟନ ତରାଟି ଦନ୍ତମାନଙ୍କୁ ରଗଡ଼ି ।ଧାଇଁଣ କଦମ୍ୱାସୁରେ ଧଇଲେକ ଯାଇବିରାଡ଼ି ମୂଷାକୁ ପାଇ ଯେରୂପେ ହୁଅଇ ।ଯେହ୍ନେ ଭୁଜେ ଭୁଜ ଭିଡ଼ି ମୁଣ୍ଡେ ମୁଣ୍ଡ କୋଡ଼ିପାଦରେ ପାଦକୁ ଛନ୍ଦି ବୁକେ ବୁକୁ ଭିଡ଼ି ।ପଡ଼ି ଉଠି ଭୂତଳରେ ଦ୍ୟନ୍ତି ଲଟକାଳିଏରୂପେ କଦମ୍ୱା ସଙ୍ଗେ ଯୁଝନ୍ତି ଯେ ହଳୀ ।କେ ତଳେ ପଡ଼ଇ କେହୁ ବସଇ ଉପରେମହାକ୍ରୋଧେ ବଜ୍ରମୁଷ୍ଟି ମାରେ କେ ଛାତିରେ ।ଦୁହେଁ ତ ମହାବଳିଷ୍ଠ ନୁହନ୍ତି କେ ଊଣାଦେଖିକରି ଦେବତାଙ୍କ ବୁଦ୍ଧି ହେଲା ବଣା ।ପାଦଭରେ କମ୍ପମାନ ହୁଏ ମହୀସ୍ଥଳୀବେନି ଷଣ୍ଢ ମାଲବନ୍ଧେ କରନ୍ତି କି କଳି ।ବେଳୁବେଳ ସମର ଯେ ହେଲା ଗୁରୁଟାଣଖାଲ ଉଚ୍ଚ ଭୂମିସବୁ ହୋଇଲା ସମାନ ।ବଡ଼ସିରେ ଲାଗି ମୀନ ଯେସନେ ଖେଳଇତେସନେ ରାମଙ୍କ ସଙ୍ଗେ କଦମ୍ୱା ଲଢ଼ଇ ।ଏହିପରି ଘଡ଼ିଏକ ଲାଗିଲା ସମରଘାଏ କାମପାଳ ସ୍ୱାମୀ ହୋଇ କୋପଭର ।ଅବହେଳେ ଅସୁରକୁ ତଳରେ କଚାଡ଼ିବିଜ୍ରମସିଂହ ପରାୟେ ବସିଲେକ ମାଡ଼ି ।ବକର ଉପରେ ଯେହ୍ନେ ବସଇ ଶ୍ୟାମଳବାମ ଆଣ୍ଠୁରେ ମାଡ଼ିଲେ ଦୈତ୍ୟ ବକ୍ଷସ୍ଥଳ ।ଆକ୍ରୋଶି ଉପାଡ଼ିଦେଲେ ତାର ଭୁଜଦଣ୍ଡମୋଡ଼ି ପକାଇଲେ ତହୁଁ କଦମ୍ୱାର ମୁଣ୍ଡ ।ଦୀର୍ଘରଡ଼ି ଦେଇ ଦୈତ୍ୟ ଛାଡ଼ିଲା ଜୀବନବଳରାମ କରେ ମରି ପାଇଲା କାରଣ ।ସର୍ବ ଦେବମାନେ ଥିଲେ ଅଧାସ୍ୱର୍ଗେ ରହିଅଦ୍ଭୁତେ ବେନି ପୁରୁଷ ବିମାନ ଆରୋହି ।ସ୍ୱର୍ଗେ ପ୍ରବେଶ ହୋଇଲେ ଅତି ଉତ୍ସାହରେପୂଜା ପାଇଲେକ ବସି ଦେବଙ୍କ ପାଶରେ ।ଏହିରୂପେ ବୈନିଦୈତ୍ୟ ହୁଅନ୍ତେ ବିନାଶଗୋଟି ଗୋଟି ମିଳିଲେକ ଆସି ଗୋପଶିଷ୍ୟ ।ଦେଖିଲେ ପର୍ବତ ପ୍ରାୟେ ପଡ଼ିଛନ୍ତି ଦୈତ୍ୟଭୟପାଇ ରାମ କୃଷ୍ଣେ ପୁଚ୍ଛନ୍ତି ଏମନ୍ତ ।ଆଉ ଏ ବନକୁ ଆମ୍ଭେ ଆସିବା ତ ନାହିଁଅସୁରଙ୍କ ଉପଦ୍ରବେ କେ ପାରିବ ରହି ।କେ ବୋଲଇ ଦୈତ୍ୟମୋତେ ଆଜି ଖାଇଥାନ୍ତାକେ ବୋଲଇ ଆମ୍ଭ ପ୍ରାଣ ରଖିଲା ବିଧାତା ।କେ ବୋଲଇ କଂସାସୁର କରିଅଛି ରୋଷରାମକୃଷ୍ଣ ଲାଗି ଆମ୍ଭେ ହୋଇବା ବିନାଶ ।ପିଲାକାଳୁଁ ଏ ଦୁହେଁ ତ ହେଲେ ମହାଦୁଷ୍ଟନନ୍ଦରାଜା ଏହାଙ୍କୁ ତ ନ କଲା ଆକଟ ।ଚାଲ ଆଜି ଏହି କଥା କହିବା ନନ୍ଦଙ୍କୁସମ୍ଭାଳି ରଖନ୍ତୁ ଘରେ ଏ ଦୁଇ ପୁଅଙ୍କୁ ।ୟାଙ୍କ ଯୋଗେ ଆମ୍ଭେ କିପାଁ ଯିବା ଦୈତ୍ୟମୁଖେଏହିରୂପେ କଥାବାର୍ତ୍ତା ହ୍ୱନ୍ତି ଏକେ ଏକେ ।ଶୁଣି ରାମକୃଷ୍ଣ ତାହା ଅଳ୍ପେ ଅଳ୍ପେ ହସିପ୍ରବୋଧ ବଚନେ ଗୋପଶିଶୁଙ୍କୁ ଆଶ୍ୱାସି ।ବତ୍ସାନ୍ତ ବନରୁ ଖୋଜି ଆଣିଲେ ଅଡ଼ାଇପାଣି ପେଇ ଯେ ଯାହାର ପୁରେ ଲେଉଟାଇ ।ଆନନ୍ଦରେ ଗୋପପୁରେ ହୋଇଲେ ପ୍ରବେଶଏଥୁ ଅନନ୍ତରେ ରାଜା ଶୁଣ ଆନରସ ।ଯେତେବେଳେ ଦୈତ୍ୟଦୁଇ ବିନାଶ ହୋଇଲେକଂସର ଡଗରା ତାହା ଲୁଚି ଦେଖୁଥିଲେ ।ଦୁଃଖିତ ମନରେ ତହୁଁ ଗଲେ ସେ ଲେଉଟିଯାଇ କଂସ ନୃପତିକୁ ଆସ୍ଥାନରେ ଭେଟି ।ପାତ୍ର ମନ୍ତ୍ରୀ ଘେନି ରାଜା ବସିଛି ସଭାରେମଣିମା ମଣିମା ଡାକ ଶୁଭେ ନିରନ୍ତରେ ।ବୀର ମହାବୀରମାନେ ଆୟୁଧକୁ ଧରିବସିଛନ୍ତି ପଟୁଆରେ ସର୍ବେ ବେଢ଼ିକରି ।ଗହ ଗହ ଶବଦରେ ପୂରିଅଛି ସଭାତାହାକୁ କି ପଟାନ୍ତର ଆନ ସଙ୍ଗେ ଦେବା ।ଚଉଦ ଭୁବନ ରାଜା ଯେଉଁ କଂସାସୁରଯାହାର ନାମ ଶୁଣିଲେ କମ୍ପେ ବଜ୍ରଧର ।ତା ସଭା ମହିମା ମୁଖେ ବର୍ଣ୍ଣି କେବା ପାରେଡଗରା ମିଳିଲେ ଯାଇ ଏମନ୍ତ ବେଳରେ ।ଶିରେ କରଯୋଡ଼ି ଖଣ୍ଡଦୂରେ ଉଭା ହୋଇବୋଇଲା ଶୁଣିମା ହେଉ ଭୋଜ ନରସାଇଁ ।ଗୋରପୁରର ବାରତା ଅତି ଶୋଚନୀୟଆପଣଙ୍କ ପାଶୁଁ କେଶୀ ହୋଇଲା ବିଦାୟ ।ଉଲୁକ ମନ୍ତ୍ରରେ ନିଜ କାୟା ଗୋପ୍ୟକରିଗୁପତେ ରହିଲା ଯାଇ ସେ ଗୋମତ କରି ।ରାମକୃଷ୍ଣେ ମନେ ମନେ ଲୋଡ଼ୁଥାଏ ନିତ୍ୟଏକାଳେ ମିଳିଲା ଆସି କଦମ୍ୱା ଦଇତ୍ୟ ।ବୋଇଲା ସେ ରାମକୃଷ୍ଣ ମୋହର ବଇରିନିଶ୍ଚେଁ ତାଙ୍କୁ ବିନାଶିବା ଦୁହେଁ ମିଳିକରି ।ଏମନ୍ତ କହିଣ ସେହୁ ରହିଲା ତା ପାଶେସେ ମଧ୍ୟ କାୟାକୁ ଗୁପ୍ତ କଲା ମନ୍ତ୍ରବଶେ ।କିଛିଦିନ ପରେ ରାମକୃଷ୍ଣ ବେନି ଭାଇକୁଞ୍ଜବନକୁ ଅଇଲେ ବାଛୁରୀ ଚରାଇ ।ଗୋପାଳ ପୁଅଙ୍କୁ ଘେନି କାନନେ ବିହରିକେଶୀ କଦମ୍ୱା ଧାଇଁଲେ ତାଙ୍କୁ ଦେଖିକରି ।ରାମକୃଷ୍ଣ ସଙ୍ଗତରେ କରିଲେ ସମରଶେଷେ ଯମପୁରେ ଗଲେ ତେଡ଼େବଡ଼ ବୀର ।କି କହିଲ କି କହିଲ ବୋଲି କଂସରାଣଆସ୍ଥାନୁ ଢଳି ପଡ଼ିଲା ହୋଇ ଅଚେତନ ।ମୂର୍ଚ୍ଛାଗତ ହୋଇ ତଳେ ପଡ଼େ ବୀରମଣିଉଗ୍ରସେନ ଧାଇଁଯାଇ କୋଳେ ଧରିଆଣି ।ମୁଖରେ ନୀର ସିଞ୍ଚିଣ କରିଲେ ସଚେତଘଡ଼ିକ ପରେ ଚେତନା ପାଇଲା ଦଇତ୍ୟ ।କେଶି କେଶି ବୋଲି ଉଚ୍ଚେ ରୋଦନ କରଇତୋହପରି ସଖା ମୁଁ ରେ ପାଇବଇଁ କାହିଁ ।ସବୁ ବୀରମାନେ ମୋର ଦେଖୁ ଦେଖୁ ଗଲେକାହାକୁ ଘେନିଣ ରାଜ୍ୟ କରିବଇଁ ଭଲେ ।ଗୋପାଳ କୁମରେ ମୋର ହୋଇଲେ କଣ୍ଟକଏହା ସିନା ଭିଆଇଲେ ମିଳି ଦେବଲୋକ ।ନୋହିଲେ କି ଶଶାହାତେ ସିଂହ ନାଶଯାନ୍ତିଯେଉଁ ଦଇତ୍ୟେ ମନୁଷ୍ୟମାନଙ୍କୁ ଖାଆନ୍ତି ।ସେ ପୁଣ ରାକ୍ଷସବଳ କରନ୍ତି ସଂହାରକା ଆଗେ କହିବି ଏହା କର୍ମଦୋଷ ମୋର ।କାହାକୁ ଘେନିଣ ଏବେ କରିବଇଁ ସଭାକେ ମୋତେ ସଦୁପଦେଶ ଦେବ ଆଉ ଅବା ।ବଡ଼ଲୋକ ହାତେ ଯେବେ ପାଆନ୍ତି ପ୍ରାଭବସେଥିକି ଶୋଚନା ମନେ ନୁହନ୍ତା ଯେ ଲବ ।ଛେଳିଙ୍କ ହାତରେ ଏବେ ପ୍ରାଭବ ପାଇଲିଯାହାଙ୍କୁ କୋପେ ଚାହିଁଲା ମାତ୍ରେ ଯିବେ ଜଳି ।ଗଉଡ଼ ବାଉଡ଼ ସେହୁ ହାଉଡ଼ିଆ ଜାତିବନରେ ବୁଲିଣ ସଦା ଗାଈ ରଖିଥାନ୍ତି ।ଦୁଧ ଦହିବିକାଙ୍କର ଏଡ଼ିକି ସାହସଦେଖୁ ଦେଖୁ ଅଷ୍ଟମଲ୍ଲ ମୋର କଲେ ନାଶ ।କହିଲେ ଏ କଥା ମୋତେ ଲଜ୍ଜା ଉପୁଜଇଏତେ ବୋଲି କପାଳରେ କର ମାରେ ନେଇ ।ରାଜାର ବିମୁଖ ଦେଖି କହେ ଉଗ୍ରସେନକିପାଇଁ ବୃଥା ଭାବନା କରୁରେ ନନ୍ଦନ ।ତୋର ସମ ବୀର ନାହିଁ ଚଉଦ ଭୁବନନାମ ଶୁଣି ଭୟ ପାଏ ସହସ୍ର ନୟନ ।ମନ କଲେ ପୃଥିବୀକୁ କ୍ଷଣେ ସାଧିପାରୁଛାର ଗଉଡ଼ଙ୍କ ପାଇଁ ଏତେ ଚିନ୍ତା କରୁ ।ବୀର ମହାବୀରମାନେ ରହିଛନ୍ତି ଏଥେଯାହାକୁ ଆଜ୍ଞାଦେବୁ ସେ ଧରିଦେବେ ତୋତେ ।ସମସ୍ତ ଯାଦବମାନେ କହନ୍ତି ଆଶ୍ୱାସିଇନ୍ଦୁମତୀ ରାଣୀ ମଧ୍ୟ ବୋଧଦିଏ ଆସି ।ଉଗ୍ରସେନ ବୋଲେ ପୁତ୍ର ଶୁଣ ମୋର ବାଣୀଗୋପପୁରକୁ ଯାଆନ୍ତୁ ଦୂତ ଏହିକ୍ଷଣି ।ଅକ୍ରୁରକୁ ପଠାଇବା ଯାଉ ଲେଖା ଘେନିଧନୁଯାତ୍ରା ଉତ୍ସବେକ ଭିଆଇବା ପୁଣି ।ସେ ଯାତ୍ରା ଦେଖିବାପାଇଁ ଆଣୁ ରାମହରିଆୟତ୍ତ ହେଲେ ମାରିବା ତାଙ୍କୁ ଘେରିକରି ।ଏମନ୍ତ କହି କଂସକୁ କରାଇଲେ ତୋଷଶୁଣିଣ ଆନନ୍ଦମନା ହୋଇଲା ରାକ୍ଷସ ।ଆସ୍ଥାନ ମଉଳି ତହୁଁ ଅନ୍ତଃପୁରେ ଗଲାଏ ଅଟଇ ବିଷ୍ଣୁଙ୍କର ବାଲ୍ୟକାଳ ଲୀଳା ।ପଦ ପଦକେ ଅମୃତ ଅଛି ଏଥେ ପୂରିପାନକରି ସଂସାରରୁ ତର ନରନାରୀ ।ଆହେ ବିଜ୍ଞଜନେ ମୋର ନ ଧରିବ ଦୋଷଦୀନ ଅଚ୍ୟୁତ ଶ୍ରୀହରି ପାଦତଳେ ଦାସ ।