ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୫ / ୨୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଶ୍ରୀକୃଷ୍ଣଙ୍କର ପୁନର୍ବାର ରାସଲୀଳା ଓ ବିଷ୍ଣୁମାୟାରେ ନାରଦଙ୍କର ସ୍ତ୍ରୀ ଯୋନି ପ୍ରାପ୍ତ
ପୁନରପି କରଯୋଡ଼ି ପୁଚ୍ଛେ ଦଣ୍ଡଧରଏଥୁଅନ୍ତେ କିସ ହେଲା କୁହ ମୁନିବର ।ହରିବଂଶ ବାଣୀ କହି କର ମୋତେ ମୋକ୍ଷଆପଣ ଅଟନ୍ତି ମୁନିମାନଙ୍କର ମୃଖ୍ୟ ।ତେଣୁ ପଚାରଇ ମୋତେ କହ ତପଚାରିତବ ମୁଖୁଁ ଶୁଣି ମୁହିଁ ଭବୁଁ ହେବ ପାରି ।ବଦୟନ୍ତି ତପୋଧନ ଶୁଣ ହେ ରାଜନହରିବଂଶର ଚରିତ ଅସୀମ ତ ଜାଣ ।ଠିକ ଠିକ କରି କିଛି କହିବା ତୁମ୍ଭଙ୍କୁକାଳେ ହିତ ହୋଇବ ସେ ସଂସାର ଲୋକଙ୍କୁ ।ଏଥୁଅନ୍ତେ କିଛି ଦିନ ଅତିକ୍ରମି ଗଲାରାସଲୀଳାରେ କୃଷ୍ଣଙ୍କ ମାନସ ବଳିଲା ।ଦିନେ ମରଲୀ ଘେନିଣ ପ୍ରଭୁ ଦଇତ୍ୟାରିକୁଞ୍ଜବନର ଭିତରେ ମିଳିଲେ ମୁରାରି ।ଯମୁନାନଦୀ ତଟରେ ସେ କୁଞ୍ଜକାନନବୃକ୍ଷରୂପେ ରହିଛନ୍ତି ଯହିଁ ଦେବଗଣ ।ଅବସନ୍ତରେ ବସନ୍ତ ଯେ ବନେ ବହଇଫଳପୁଷ୍ପେ ତରୁଗଣେ ଯହିଁ ଶୋଭାପାଇ ।ଖାଣ୍ଡବ ବନ ପରାୟେ ସେ କାନନ ଶୋଭାବୃଦ୍ଧ ବ୍ୟକ୍ତି ଯେଉଁଠାରେ ହୁଏ ନବଯୁବା ।ଅତ୍ୟନ୍ତ ପବିତ୍ର ଭୂମି ନାହିଁ ପଟାନ୍ତରବିଶ୍ୱକର୍ମା ଗଢ଼ିଅଛି ଯେ କାନନ ସାର ।ଯେଉଁଠାରେ ଖେଳରସ କରନ୍ତି ମୁରାରିତାର ସଙ୍ଗେ ଅନ୍ୟ ବନ ହୋଇବ କି ସରି ।ବିଶେଷେ ଯମୁନାତୀରେ କଦମ୍ୱର ମୂଳପବନର ଆହାଲାଦେ ଦିଗ ପରିମଳ ।ସେ ବୃକ୍ଷ ମୂଳରେ ଉଭା ଯଶୋଦା କୁମରବିରହ ମୁରଲୀ ଘେନି ପ୍ରଭୁ ଦକ୍ଷକର ।ନାନାବାସ ପୁଷ୍ପ ଫୁଟି ଅମୋଦ କରନ୍ତିମତ୍ତଭରେ ମଧୁକରେ କୁସୁମେ କ୍ରୀଡ଼ନ୍ତି ।ଶୁକ ପିକ କୋକିଳଙ୍କ କୋଳାହଳ ବାଣୀଭ୍ରମରଙ୍କର ହୁଅଇ ଗୁଣୁ ଗୁଣୁ ଧ୍ୱନି ।ସେ ବନେ କଦମ୍ୱମୂଳେ ପ୍ରଭୁ ହୋଇ ଠିଆବିରହ ବଂଶୀ ବଜାନ୍ତି ଭାବ ବିନୋଦିଆ ।ଶୁଣି ସକଳ ପ୍ରାଣୀଏ ହେଲେ ମୋହମାନଗୋପୀଙ୍କ କର୍ଣ୍ଣରେ ଯାଇ ସମ୍ଭାଏ ସେ ସ୍ୱନ ।ଷୋଳସସ୍ର ନାୟିକା ଯେ ଚଉଷଠି ବାଳୀସସ୍ତଙ୍କୁ ଉଚ୍ଚାଟ ଯେ କଲେ ବନମାଳୀ ।ଛାଡ଼ିଲେ ଘର ବର ସେ କୁଳକଲେ ତେଜ୍ୟାମାତା ପିତା ଭର୍ତ୍ତାଙ୍କୁ ଯେ ନ କରିଲେ ଲଜ୍ଜା ।କେଶ ବାସ ଅସମ୍ଭାଳେ ଧାଇଁଲେ ଗୁଆଳୀଦୂତୀର ମନ୍ଦିରେ ଯାଇ ମିଳି ସର୍ବ ବାଳୀ ।ବିରହ ବଂଶୀ ଧ୍ୱନିରେ ଛନ୍ନ ଛନ୍ନ ଚିତ୍ତକୋଟରାନଳ ପରାୟେ ଦହେ ପଞ୍ଚଭୂତ ।ଆରତେ ବୋଲନ୍ତି ତାଙ୍କୁ ସର୍ବ ଗୋପାଳୁଣୀଏ ବିରହ ବାଧାରୁ ଗୋ ରଖ ତୁ ମିତଣି ।ଶ୍ରବଣ ସ୍ଥିର କରିଣ ଆମ୍ଭ ଗିର ଶୁଣକୁଞ୍ଜବନରେ ବଇଁଶୀ ବଜାଏ ମୋହନ ।ନିଶ୍ଚେଁ ଜାଣିଲୁ ଆମ୍ଭର ପ୍ରାଣେ ଆଶା ନାହିଁସ୍ତିରୀହତ୍ୟା ଦୋଷ ନେବ ମୁରଲୀ ବଜାଇ ।ତାଡ଼କାସୁରୀ ମାରିଛି ତ୍ରେତୟା ଯୁଗରେପୁତନା ମାଇଲା ଏଥେ ଦେଖିଲୁଁ ନେତ୍ରରେ ।ପ୍ରତ୍ୟକ୍ଷେ ମଦନାବତୀ ଏହାଯୋଗୁଁ ମଲାଏତେ ସ୍ତିରୀହତ୍ୟା ଦୋଷ ନିଶ୍ଚୟ ସେ ନେଲା ।ଏକେ ସୁନ୍ଦରପଣକୁ ପଟାନ୍ତର ନାହିଁଦ୍ୱିତୀୟେ ବିରହ ବଂଶୀ କୁଞ୍ଜରେ ବଜାଇ ।ଭୋ ସଖି ଦୂତୀ ଗୋ ଚାଲ ବେଗେ ଏଥୁ ଯିବାବୃନ୍ଦାବନ ମଧ୍ୟରେ ଯେ କୃଷ୍ଣଙ୍କୁ ଭେଟିବା ।ଯାହା ଶ୍ରୀମୁଖ ଦେଖିଲେ ତୁଟେ ସର୍ବବାଧାଏତେବୋଲି ବାହାରିଲେ ଘେନି ସଙ୍ଗେ ରାଧା ।ଦୂତୀର ଭୁଜ ଧରିଣ ରାଧିକା ସୁନ୍ଦରୀଶୀଘ୍ର ଚାଲିଯାଏ ବାମା ସିଂହଠାଣି କରି ।ରାଧିକା ପଛେ ଯାଆନ୍ତି ସର୍ବ ଗୋପାଳୁଣୀଗୋପୀଏ ଗମନ୍ତେ ଶୋଭା ପାଉଛି ଧରଣୀ ।ଧାତିକାରେ ମଲିଲେକ କଦମ୍ୱର ତଳେକୃଷ୍ଣଙ୍କୁ ଭେଟିଲେ ଯାଇ ମାହେନ୍ଦ୍ରର ବେଳେ ।ଜଗମୋହନ ସ୍ୱରୂପ ଧରି ଦେବରାୟେନୀଳେନ୍ଦି ଦଳ ପରାୟେ ବିରାଜଇ କାୟେ ।ଜାଜ୍ୱଲ୍ୟମାନ ତେଜ ଯେ ଅତିଶୟ ଶୋଭାକନ୍ଦର୍ପ ରୂପ ପରାୟେ ଦିଶେ ଦେହ ଆଭା ।ଦୂତିକା ଆଦି କରିଣ ସର୍ବ ଗୋପନାରୀଶ୍ରୀକୃଷ୍ଣଙ୍କୁ ବେଢ଼ିଲେ ସେ ଶତେପୁର କରି ।କେ ବୋଲେ ଶ୍ରୀକୃଷ୍ଣ ଆମ୍ଭ ଅବସ୍ଥାକୁ ଦେଖତୁମ୍ଭ ବେଣୁ ଶବ୍ଦ ଶୁଣି ହୋଇଲୁ ନିରେଖ ।ତୁମ୍ଭର ବେଣୁ ଶବଦେ ଭସ୍ମ ଅଙ୍କୁରିବଶୁଷ୍କ କାଠର ଭିତରୁ ଗଜା ବାହାରିବ ।ଅନେକ ବିନୟ କରି କହିଲେ ବହୁତଦୂତିକା ମଧ୍ୟ ବୋଇଲେ ଶୁଣ ଯଦୁନାଥ ।ସଂକଟ ବେଳେ ଲୋକଙ୍କୁ ହୁଅ ବଜ୍ରସେହ୍ନାଆମ୍ଭର ଏ କଷ୍ଟ ପ୍ରଭୁ ବେଗେ ଫେଡ଼ କିନା ।ମୃଗୁଣୀ ଗଜେନ୍ଦ୍ର ପୂର୍ବକାଳେ ଆର୍ତ୍ତବେଳେଡାକିଲେ ସେ ଡାକ ପ୍ରଭୁ ଶୁଣିଥିଲ ଢାଳେ ।ଏବେ କାହିଁପାଇଁ ଆମ୍ଭ ଆରତ ନ ଶୁଣପରମଦୟାଳୁ ତୁମ୍ଭେ ଅଟ ନାରାୟଣ ।ଏହି ସର୍ବ ଗୋପୀମାନେ ତୁମ୍ଭ ମନୋହାରୀଗୋପୀନାଥ ନାମଗୋଟି ବହ ତେଣୁକରି ।ଚାରିବେଦ ଅଷ୍ଟାଦଶ ପୁରାଣାଦି ଯେତେଗୋପୀଜନବଲ୍ଲଭ ସେ ବୋଲନ୍ତି ସମସ୍ତେ ।ଏଡ଼େ ବଡ଼ ନାମ ପ୍ରଭୁ ଅକାରଣ ନୋହୁଗୋପୀଗଣେ ଅନୁଗ୍ରହ କର ମହାବାହୁ ।ଦୂତୀର ବଚନେ ହରି ପ୍ରସନ୍ନ ହୋଇଲେମନ୍ଦ ମନ୍ଦରେ ଅଳପ ଅଳପ ହସିଲେ ।ଅନନ୍ତରୂପ ପ୍ରକାଶ କଲେ ନରହରିଯେତେ ଗୋପୀ ତେତେ ରୂପ ଧରିଲେ ମୁରାରି ।ସମସ୍ତଙ୍କ ଚିତ୍ତ କୁଞ୍ଜବନେ ମୋହକଲେଗୋପୀକେ ଶ୍ରୀକୃଷ୍ଣ ଏକ ସେଠାରେ ହୋଇଲେ ।ଅତି ଗହନ କୁଞ୍ଜ ସେ ଯମୁନାର କୂଳଦକ୍ଷିଣା ପବନ ତହିଁ ବହେ ପରିମଳ ।ଫଳପୁଷ୍ପେ ଦରୁଗଣେ ପାଉଛନ୍ତି ଶୋଭାବୃକ୍ଷ ଶିଖକୁ ଚାହିଁଲେ ଖସେ ଶିର ଗଭା ।ରତ୍ନାକର କଟକ ତି ଅମର ଭୁବନକୁବେର ଆଳୟ କିବା ବିଧାତା ସଦନ ।ଗହନ ବିଶାଳ ନବ ନବ ଲତାମାଳଆକାଶ ମାର୍ଗକୁ ତାଙ୍କ ବ୍ୟାପିଅଛି ଡାଳ ।ତଳଭୂମିଯାକ ସବୁ ସୂକ୍ଷ୍ମ ବାଲିମୟେକର୍ପୂର ଗୁଣ୍ଡି ତହିଁରେ ମଧ୍ୟ ମିଶିଥାଏ ।ସେ କାନନ ମଧ୍ୟେ ଯେଣୁ ବିହରନ୍ତି ହରିତେଣୁକରି ତାଙ୍କ ନାମ ସେ କୁଞ୍ଜବିହାରୀ ।ଗୋପୀନାଥଙ୍କର ବଶ ସକଳ ଗୁଆଳୀଦୂତିକା ଆଦି କରିଣ ଯେତେ ଗୋପବାଳୀ ।ଶୁଣ ହୋ ପରୀକ୍ଷ ରାଜା ଶୁକ ଯେ କହିଲେଗୋପୀଘେନି ଗୋପୀନାଥ କୁଞ୍ଜରେ ରହିଲେ ।ଏସନକ ସମୟରେ ନାରଦ ମହର୍ଷିକୃଷ୍ଣ ଦେଖିବା ନିମନ୍ତେ ପ୍ରବେଶିଲେ ଆସି ।ଗୋପରେ ଖୋଜି ମିଳିଲେ ଯମୁନାର କୂଳେମହାମନ୍ତ୍ର ସୁମରିଣ ସ୍ନାନ କଲେ ଜଳେ ।ସନ୍ଧ୍ୟା ତର୍ପଣାଦି ମୁନି ଆହ୍ନିକାଦି ସାରିଜଗନ୍ନାଥ ଦରଶନ କଲେ ବ୍ରହ୍ମଚାରୀ ।ଆସନ ପାଦାସନାଦି ଅର୍ଘ୍ୟେ ପୂଜା କଲେନାରଦ ଗୌରବ ପାଇ ସନ୍ତୋଷେ ବସିଲେ ।ଜଗନ୍ନାଥ ବୋଇଲେ କି କାର୍ଯ୍ୟେ ଆଗମନଋଷି ବୋଇଲେ ଆସିଲି ଦର୍ଶନ କାରଣ ।ଦେବାଧିଦେବ ତୁମ୍ଭେ ତ ଅଟ ଦେବରାଜାବ୍ରହ୍ମାଦି ଦେବେ କରନ୍ତି ତବ ପାଦ ପୂଜା ।ପରମାନନ୍ଦ ପୁରୁଷ ତୁମ୍ଭେ ବିଶ୍ୱରୂପୀଅକ୍ଷୟ ଅବ୍ୟୟ ନାଥ ସର୍ବ ହୃଦବ୍ୟାପୀ ।କଦମ୍ୱ ତରୁତଳରେ ବିଜେ ଚକ୍ରପାଣିଚଉପାଶେ ବେଢ଼ିଛନ୍ତି ଗୋପାଳ ରମଣୀ ।କେ ଛତ୍ର ଚାମର ଧରିଅଛି ଧୂପକାଠିକା ହସ୍ତେ ଗନ୍ଧଚନ୍ଦନ ସୁବାସେ ଚହଟି ।କେବା ଗାନ୍ଧାର ଭାଗରେ ଗାଉଛନ୍ତି ଗୀତକେହୁ ଆଗେ ଠିଆ ହୋଇ କରୁଅଛି ନୃତ୍ୟ ।କର୍ପୂର ତାମ୍ୱୁଳ ଧରିଅଛି କେ ସୁଦନ୍ତୀକେ ବୀଣା ବାଦ୍ୟ ବଜାଏ କେହୁ କରେ ସ୍ତୁତି ।କେ ବିଡ଼ିଆ ଗୁଆପାନ ମୁଖେ ଦ୍ୟନ୍ତି ଆଣିଯେ ଯାହା ଲାଗି କରନ୍ତି ଗୋପର ତରୁଣୀ ।ହାସ ପରିହାସ ନାନା କରତୁକ ରଙ୍ଗେବିହରନ୍ତି ଗୋପିକାଏ କୃଷ୍ଣଙ୍କର ସଙ୍ଗେ ।ଏ ସମୟରେ ନାରଦ ହେଲେ ଉପସ୍ଥିତଦେଖିକରି ନମସ୍କାର କରିଲେ ଅଚ୍ୟୁତ ।ତୁମ୍ଭର ସ୍ଥାପନା ପ୍ରଭୁ ଚରାଚର ମହୀତୁମ୍ଭ ବିନୁ ସଂସାରେ କେ ନାହିଁ ଦେହ ବହି ।କଳ୍ପାନ୍ତ ପୁରୁଷ ତୁମ୍ଭେ କାମି କାମନିଧିବାଞ୍ଛା କଳ୍ପତରୁ ନାଥ ବାଞ୍ଛାକର ସିଦ୍ଧି ।ସର୍ବଜ୍ଞ ପୁରୁଷ ତୁମ୍ଭେ ନାମ ଜଗଦୀଶମୁଁ କିସ କହିବି ତୁମ୍ଭେ ନ ଜାଣ ବା କିସ ।ମୁହିଁ ତ ବ୍ରହ୍ମାନନ୍ଦନ ଅଟେ ବ୍ରହ୍ମଚାରୀବେଦ ବିଦ୍ୟାରେ ଜ୍ଞାନ ତ ଅଛଇ ମୋହରି ।ଏବେ ରମଣୀ ଗୋଟିକେ ବଳିଲା ଶରଧାତୁମ୍ଭେ ତ ସେଥିରେ ପ୍ରଭୁ ଅଟ ସର୍ବସିଦ୍ଧା ।ବେଶି କି କହିବି ନାଥ ତୁମ୍ଭେ ସବୁ ଜାଣଯେପରି କାମର ପୀଡ଼ା ଭୋଗିଛି ଆପଣ ।ଯାହା ମାଗିଲଇଁ ତାହା ଦିଅ ଏବେ ମୋତେଅନ୍ତର୍ଯ୍ୟାମୀ ନାରାୟଣ ଦୟାକରି ଚିତ୍ତେ ।ବାଛି ବାଛି ଏକଗୋଟି କନ୍ୟା ମୋତେ ଦେବରୂପ ଗୁଣମାନଙ୍କରେ ପରିପୂର୍ଣ୍ଣ ଥିବ ।ଷୋଳସସ୍ର ନାରୀ ଚଉଷଠିସସ୍ର ବାଳୀସମସ୍ତଙ୍କର ପୁରରେ ବିଜେ ବନମାଳୀ ।ତହିଁରୁ ଗୋଟି କନ୍ୟା ଦିଅ ବାଛିକରିଏତିକି ମାଗୁଣି ମୋର ଆହେ ଦେବହରି ।ନାରଦ ବଚନ ଶୁଣି ବୋଲନ୍ତି ଅଚ୍ୟୁତତୁମ୍ଭର ଆଜ୍ଞା ଅବଜ୍ଞା କେ କରିପାରେ ତ ।ତୁମ୍ଭେ ଯେ ନାରୀରେ ମନ ବଳାଇଲ ମୁନିତାହାକୁ ନିଶ୍ଚୟ ଆମ୍ଭେ ଦେବୁ ତତକ୍ଷଣି ।କିନ୍ତୁ କଥା ଗୋଟାଏକ ଅଛି ତପୋଧନଯୁଗଳମୂର୍ତ୍ତି ଯେ ପୁରେ ନ ଦେଖିବ ଜାଣ ।ସେହି କନ୍ୟାଗୋଟି ତୁମ୍ଭେ ନେବ ନିର୍ଭୟରେଶୁଣିଣ ପରମାନନ୍ଦ ହେଲେ ମୁନିବରେ ।କୃଷ୍ଣ ଛାଡ଼ି କୁଞ୍ଜବନେ ପଶିଲେ ଝସାଇଏଣେ ମାୟା ବିରଚିଲେ ଜଗତ ଗୋସାଇଁ ।ନାରଦ ରାଧିକାକୁଞ୍ଜେ ପ୍ରବେଶ ହୋଇଲେସେଠାରେ ଯୁଗଳମୂର୍ତ୍ତି ନୟନେ ଦେଖିଲେ ।ପଲ୍ୟଙ୍କ ଉପରେ ରାଧାକୃଷ୍ଣ ଶୋଇଛନ୍ତିଦେଖି ସଙ୍କୋଚ ମନରେ ମୁନି ବାହୁଡ଼ନ୍ତି ।ତହୁଁ ଆନ କନ୍ୟାଘରେ ପଶିଲେ ତଡ଼୍ବଡ଼ିପଲ୍ୟଙ୍କ ପରେ ଯୁଗଳ ମୂରତି ପହୁଡ଼ି ।ତହିଁ ଲଜ୍ଜାପାଇ ମୁନି ଶୀଘ୍ର ବାହୁଡ଼ିଲେଆରକନ୍ୟା ଘରେ ଯାଇ ସେଠାରେ ମିଳିଲେ ।ତହିଁ ଦେଖିଲେ ସେପରି ଯୁଗଳ ମୂରତିବିରସ ମନେ ଫେରିଲେ ବିଧାତା ସନ୍ତତି ।ଆରକନ୍ୟା ଘରେ ଯାଇ ଯେପରି ମିଳିଲେଯୁଗଳ ମୂରତି ଦେଖି ତହୁଁ ବାହୁଡ଼ିଲେ ।ଏହିରୂପେ ଗୋପୀକରେ ଗୋବିନ୍ଦ ଗୋଟିଏଦେଖି ଦେଖି ଫେରିଯାନ୍ତି ବିଧାତା ତନୟେ ।ଧାତିକାରେ ଲଜ୍ଜାପାଇ ହୁଅନ୍ତି ବାହାରଅନ୍ତର୍ଯ୍ୟାମୀ ନାରାୟଣ ପୂରି ସର୍ବଠାର ।କାହିଁ ନୃତ୍ୟ ଗୀତ କାହିଁ ବାଜେ ତାଳବେଣିକେବଣଠାରେ କେ ସେବା ପୂଜାରେ ଖଟଣି ।ନାରଦ ଭାଳିଲେ ଏତ ଅସମ୍ଭବ ମାୟାଏକା ଜଣକ କରିଛି ଏତେ ଏତେ କାୟା ।ଯେତେଠାରେଦେଖେ କୃଷ୍ଣ ତେତେଠାରେ ପୂରିଏହାର ମହିମା ବାକ୍ୟେ ନୁହେଁ ଶେଷକରି ।ଏଥିର ଭିତରେ କାର୍ଯ୍ୟ କିଛି ନୁହେଁ ସିନାଦୂତିକାର ମନ୍ଦିରକୁ ଥରେ ଯାଏ କିନା ।ବିଶେଷେ ମାନନୀୟା ସେ ବୟସରେ ବୃଦ୍ଧାତାଠାରେ କୃଷ୍ଣର ଅବା ନ ଥିବ ଶରଧା ।ତାହାର ପୁରରେ ଯେବେ ନ ଥିବେଟି ହରିବାହାରେ ବାହାରେ ତାକୁ ନେବା ପୁଣି ଧରି ।ଏତେ ଭାଳି ମହାମୁନି ଚଳିଲେକ ବେଗେତକ୍ଷଣେ ମିଳିଲେ ଯାଇ ଦୂତିକାର ଆଗେ ।ଦେଖିଲେ ଶ୍ରୀକୃଷ୍ଣ ସଙ୍ଗେ ଦୂତୀ ଅଛି ବସିକଥାବାର୍ତ୍ତା ହେଉଛନ୍ତି ଦୁହେଁ ଖୁସିବାସି ।ଆବର ଦେଖିଲେ ଦୁଇପୁତ୍ର ଦୂତୀ କୋଳେନାରଦ ଦେଖଣ ମନ ମଧ୍ୟରେ ୟା ଭାଳେ ।ଧନ୍ୟ ଧନ୍ୟ ଗୋପୀନାଥ ତୁମ୍ଭ ମାୟାମୋହଦୂତିକା ଉପରେ ତୋର ଏଡ଼େ ବଡ଼ ସ୍ନେହ ।ଏତେ ଭାଳି ମହାମୁନି ପାଇ ବଡ଼ଲଜ୍ଜାସେଠାରୁ କୁଞ୍ଜବନକୁ କଲେ ପରିତ୍ୟଜ୍ୟା ।ଥୋକାଏ ଦୂର ଯାଇଣ ଭାଳନ୍ତି ସେ ପୁଣିଅତିଶୟ ବିଡ଼ମ୍ୱନ କଲେ ଚକ୍ରପାଣି ।ଷୋଳସସ୍ର ନାରୀ ଚଉଷଠିସସ୍ର ବାଳୀସମସ୍ତଙ୍କର ପୁରରେ ବିଜେ ବନମାଳୀ ।ଏତେ ମତେ ତାହାଙ୍କର ନୋହିଲା ସନ୍ତୋଷଦୂତୀ ଛାର ଦାସୀଠାରେ ପୁଣି ହେଲେ ବଶ ।ଅତିବୃଦ୍ଧା ତନୁ ବଳ ନାହିଁ ତାର ତିଳେତା ନିକଟେ ବସିଛନ୍ତି କେଉଁରୂପେ ଭୋଳେ ।ବୃଦ୍ଧା ରମଣୀକୁ ସିନା ଯୋଗ୍ୟ ବୃଦ୍ଧପୁଂସବୃଦ୍ଧାକୁ ବାଳକ ହେଲେ ଲାଗେ ବଡ଼ଦୋଷ ।ଦୂତୀର ପଚାଶ ବର୍ଷ ବୟସ ଅଟଇଷଡ଼ ବରଷ ପୁଅକୁ କେମନ୍ତେ ରସଇ ।ବାଳକ ହୋଇଣ କୃଷ୍ଣ ଲାଜ ନାହିଁ ଚିତ୍ତେଦୂତିକା ବୃଦ୍ଧା ସଙ୍ଗତେ ବସିଛି କେମନ୍ତେ ।ଚଳନ୍ତି ମହାମୁନି ଯେ ଏ କଥା ବିଚାରିଅନ୍ତର୍ଯ୍ୟାମୀ ନାରାୟଣ ତାହା ଜାଣିପାରି ।ସର୍ବଗୁଣେ ପରିପୂର୍ଣ୍ଣ ଲକ୍ଷ୍ମୀଦେବୀ ନାହାତାଙ୍କ ପକ୍ଷେ ଅସମ୍ଭବ ନୁହଇ ତ ତାହା ।ଗରବଗଞ୍ଜନ ବାନା ବହି ଚକ୍ରପାଣିଦେଖୁ ଦେଖୁ ବିଷ୍ଣୁ ମାୟା ପ୍ରକାଶିଲେ ଆଣି ।ନାରଦଙ୍କ ମନକଥା ଜାଣି ଗଦାଧରମାୟାପଟଳକୁ ପୁଣି କରିଲେ ବିସ୍ତାର ।ଛତା ପିଢ଼ା କୃଷ୍ଣାଜିନ କଳିମୁଣି ମୂଳେଘେନି ଯାଉଥିଲେ ମୁନି ଯମୁନାର କୂଳେ ।ଦେଖିଲେ ଯମୁନା ନୀର ଅତ୍ୟନ୍ତ ନିର୍ମଳବହିଯାଉଅଛଇ ସେ ହୋଇ କଳ କଳ ।ସ୍ନାହାନ କରିବା ପାଇଁ ହେଲା ତାଙ୍କ ମନବେଦ ପୋଥି କଳିମୁଣି ପିନ୍ଧିବା ବସନ ।ତୁଳସୀ ରୁଦ୍ରାକ୍ଷମାଳ ଥୋଇଦେଇ କୂଳେଅତି ଆନନ୍ଦେ ପଶିଲେ ଯାଇଁ ନଦୀକୂଳେ ।ମହାମନ୍ତ୍ର ସୁମରିଣ ପଶିଲେକ ପେଲିଜଳେ ସ୍ନାନ କଲେ ଗଙ୍ଗା ନାରାୟଣ ବୋଲି ।ନଦୀ ମଧ୍ୟରେ ନାରଦ ପଶନ୍ତେ ଝସାଇ ।ବିଷ୍ଣୁ କାଞ୍ଚି କଟକରେ ମିଳିଲେକ ଯାଇ ।ବେଦମନ୍ତ୍ର ସନ୍ଧ୍ୟା ଆଦି ପାସୋରିଲେ ପୁଣଚାହୁଁ ଚାହୁଁ ଦିବ୍ୟନାରୀ ହେଲେ ତପୋଧନ ।ମସ୍ତକେ ସୁସଞ୍ଚ ଖୋସା ହସ୍ତେ ଶଙ୍ଖାବାହିନାସିକାରେ ନାକଚଣା ଗୋଟି ଶୋଭାପାଇ ।ବେନି ନୟନେ କଜ୍ଜ୍ୱଳ ଦିଶେ ଦାଉ ଦାଉଶରୀରରେ ଶୋଭାକଥା ମୁଖେ କେବା କହୁ ।କଣ୍ଠତଟେ ମୋତିହାର ଅତ୍ୟନ୍ତ ସୁନ୍ଦରଦେଖି ମୋହ ହୋଇଯିବେ ସୁର ଆଦି ନର ।ବିଦ୍ୟାଧରୀ ପ୍ରାୟେ ଦେଖାଯାଏ ସେ ନାୟିକାତ୍ରିପଥରେ ବସିକରି କାନ୍ଦିଲା ସେ ଏକା ।ଶ୍ରୀହରି ମାୟାରେ ମୁନି ହୋଇଲେ ରମଣୀଅନାଥ ହୋଇ କାନ୍ଦିଲେ ପଥେ ବସି ପୁଣି ।ଅପୂର୍ବ ଲୋଚନ ଫାଟି ବହିଯାଏ ବାରିହୃଦୟ ଫଟାଇ ଉଚ୍ଚେ କାନ୍ଦଇ ସୁନ୍ଦରୀ ।ମାତା ପିତା ଭାଇ ଯେଣୁ କେହି ସାହା ନାହିଁତେଣୁ ସଧୀରେ କାନ୍ଦଇ ତୁହାଇ ତୁହାଇ ।ଏକାଳେ କୈବର୍ତ୍ତ ଜଣେ ଧରି ଜାଲବିଡ଼ାଦିବାକର ନାମ ତାର ଅତିଶୟ ବୁଢ଼ା ।ଜୀବିକା ଅର୍ଥରେ ଯାଇଥିଲା ଜଳଘଟେପୁରେ ବାହୁଡ଼ି ଆସନ୍ତେ ସୁନ୍ଦରୀକି ଭେଟେ ।ଏକେ ତ ସୁନ୍ଦରୀ ସେ ତ ଦୂଜେ ନବଯୁବାରମ୍ଭା ଉର୍ବଶୀ ମେନକା ପ୍ରାୟ ଦିଶେ ଶୋଭା ।କନ୍ୟାକୁ ଚାହିଁ କେଉଟ ହେଲା ମହାଖୁସିବୋଲେ କାହିଁପାଇଁ କାନ୍ଦୁଅଛ ଶୁଭ୍ରକେଶୀ ।କେବଣ କୁଳରେ ଜାତ ନାମ ତୋର କିସପିତାମାତା ଅଛି କିନା କେଉଁ ଗ୍ରାମେ ବାସ ।ଶରଦ ଚନ୍ଦ୍ର ପରାୟେ ଦିଶଇ ତୋ ତନୁନେତ୍ର କାମ ପଞ୍ଚବାଣ ଭ୍ରୁଲତା ତୋ ଧନୁ ।ଅପଟାନ୍ତର ନାୟିକା ଅଟୁ ସୁଲକ୍ଷଣୀଅଣ୍ଡିର କୋକିଳ ପ୍ରାୟେ ଶୁଭୁଅଛି ବାଣୀ ।ଅରକ୍ଷିତ ପ୍ରାୟେ କାନ୍ଦୁ କେବଣ ନିମତ୍ତେପ୍ରକୃତ କଥାଯାକ ତୁ କହ କିନା ମୋତେ ।ଦିବାକରଠାରୁ ଏହି ବଚନକୁ ଶୁଣିରୋଦନ ବନ୍ଦ କରିଣ କହେ ସୁଲକ୍ଷଣୀ ।ଶୁଣ ହେ କେଉଟ ପୁଅ ପଚାରିଲ ଯାହାକିଏ ମୋର ମାତା ପିତା ନ ଜାଣଇ ଏହା ।ଏହିପରି ବୁଲୁଛି ମୁଁ ଅପର୍ଥାନି ମତେକେମନ୍ତେ ଜୀବ ଧରିବି କୁହ କିନା ମୋତେ ।ସ୍ତିରୀର ତ ତିନିଦଶା ନିର୍ମାଣିଛି ଧାତାବାଳୁତ କାଳେ ପାଳନ କଲେ ପିତାମାତା ।ତଦନ୍ତେ ଯୌବନକାଳେ ଭରତା ପୋଷଇବୃଦ୍ଧକାଳେ ପୁତ୍ରପୌତ୍ରୀ ଯୋଗେ ସେ ବଞ୍ଚଇ ।ଏପରି ଧାତା ସ୍ତିରୀଏ ତିନିଦଶା ଦେଲାବାଳୁତ କାଳରୁ ଦଶା ମୋତେ ତ ପଡ଼ିଲା ।ଦେଖୁ ଦେଖୁ ହୋଇଲଇଁ ଏବେ ନବଯୁବାଏ ଦଶା ନିଷ୍ଫଳ ହେଲା ହୋଇନାହିଁ ବିଭା ।ଭରତା ନ ଥିଲେ ପୁତ୍ରପୌତ୍ରୀ ହେବ କାହୁଁଯୁବା ବୟସ ନିଷ୍ଫଳ ହୁଏ ଚାହୁଁ ଚାହୁଁ ।ଦିବାକରବୋଲେ ତୋର ଯେବେ କେହିନାହିଁଯୋଗାଇଲେ ଥାଅ କିନା ମୋର ଘରେ ରହି ।ଜାତିରେ କୈବର୍ତ୍ତ ମୁଁ ଯେ ଅଟଇ ଯୁକତେଜୀବ ବଧ କରେ ନିତି ଜଠର ନିମନ୍ତେ ।ଦୁହିତାଙ୍କ ସଙ୍ଗେ ମୋର ଜଣେ ହୋଇଥିବୁଦୁଃଖ ସୁଖେ ଦିନ ନେବୁ ମାଛ ଗୋ ବିକିବୁ ।ପୁତ୍ର ଭାରିଯା ମୋହର କେହି ଗୋ ନାହାନ୍ତିବୟସରେ ବୃଦ୍ଧ ମୁହି କଇବର୍ତ୍ତ ଜାତି ।ଯେବେ ତୋହର ମନକୁ ରୁଚେ ସୁବଦନିତ୍ରିବାର ସତ୍ୟ ମୋହର ଯିବି ତୋତେ ଘେନି ।ଜୀବଥିବାଯାଏ ଅନ୍ନ ବସ୍ତ୍ରେ ମୁଁ କାରେଣିମୋର ଭାଗ୍ୟବଳେ ଧାତା ଘଟାଇଲା ଆଣି ।ଗୋରୁ କନ୍ୟା ଧନ ଧାନ୍ୟ ଅତି ଭାଗ୍ୟେ ପାଇକର୍ମରେ ନ ଥିଲେ କାହୁଁ ମିଳିବେଟି ଏହି ।ମୁଁ କୈବର୍ତ୍ତ ଜାତି ବେଳେ କରେ ସୁରାପାନମୋ ସଙ୍ଗେ ଆସ ରୁଚଇ ଯେବେ କି ତୋ ମନ ।ସୁନ୍ଦରୀ ସ୍ତିରୀ ତୁମ୍ଭେ ତ ଶରଚ୍ଚନ୍ଦ୍ର କାନ୍ତିଆସ ମନ୍ଦିରେ ଯିବା ଗୋ ନ କର ଯେ ଭ୍ରାନ୍ତି ।ପୁଣି ପଚାରଇ ତୁମ୍ଭ ନାମ ଅଟେ କିସକୁଳ ମୂଳ ନ ଜାଣିଲେ ଜାତି ହେବ ଧ୍ୱଂସ ।କନ୍ୟା ବୋଲଇ ମୁହିଁ ତ ଜାତିରେ ଉତ୍ତମବୃହନ୍ନାରଦ ବୋଲିଣ ଅଟେ ମୋର ନାମ ।ଚାରିବେଦ ବ୍ରହ୍ମଭାଗ ଜାଣିଥିଲି ମୁହିଁଦୈବଯୋଗେ ନାରୀ ଏବେ ଏଥେଁ ହୋଇଲଇଁ ।ସ୍ତିରୀଜନ୍ମ ଲଭିଲି ମୁଁ ଅତି ପାପ କରିକା ଆଗେ କହିବି ଏହା କରମ ମୋହରି ।ସ୍ତିରୀ ଏକା ମୁହିଁ ଏଥେ ପୁଂସ ତୁମ୍ଭେ ହୋଇଇଷ୍ଟ ବନ୍ଧୁ କୁଟୁମ୍ୱ ତ ମୋର କେହି ନାହିଁ ।କେ ମୋତେ ତୁମ୍ଭ ହସ୍ତରେ କରିବ ପ୍ରଦାନକେମନ୍ତେ ଏ ରୂପ ହେଲି ନାହିଁ ମୋର ଜ୍ଞାନ ।ଯେ ମୋତେ ପୋଷି ପାରିବ ଅନ୍ନ ବସ୍ତ୍ର ଦେଇତାହାର ସଙ୍ଗରେ ମୁହିଁ ନିଶ୍ଚୟ ଯିବଇଁ ।ମୋର ଜାତି କୁଳେ ଅବା କିସ ପ୍ରିୟୋଜନଚାଣ୍ଡାଳ ହେଲେ ତା ଘରେ ରହିବଇଁ ଜାଣ ।ଏତେ ବୋଲି କଇବର୍ତ୍ତ ଦକ୍ଷଭୁଜ ଧରିତ୍ରିବାର ସତ୍ୟ କରିଲା ହେବି ପରିଚାରୀ ।ଶୁଣ ପରୀକ୍ଷିତ ରାଜା କହେ ଶୁକମୁନିସେ ଦିବାକର ବୋଇଲା ଯିବି ତୋତେ ଘେନି ।ସମ୍ମତ କରିଣ ଦୁହେଁ ସେଠାରୁ ଚଳିଲେକଇବର୍ତ୍ତ ପୁରେ ଯାଇଁ ପ୍ରବେଶ ହୋଇଲେ ।ପତି ପତ୍ନୀ ରୂପେ ତହିଁ କଟାଇଲେ କାଳବିଷ୍ଣୁଙ୍କର ମାୟାଚକ୍ର ଦେଖ ମହୀପାଳ ।ତେଡ଼େ ବଡ଼ ମୁନି ହେଲେ କୈବର୍ତ୍ତ ଘରଣୀପଞ୍ଚବିଂଶ ବରଷରେ ଗର୍ଭ ହେଲେ ପୁଣି ।ସନ୍ତାନ ଗୋଟିଏ ତହୁଁ ହୋଇଲା ସଂଜାତଏହିରୂପେ ଚାରି ପୁତ୍ର ବେନି କନ୍ୟା ଜାତ ।ସଂସାର ମାୟାରେ ପଡ଼ି ପାଳନା କରିଲେକ୍ରମେ କ୍ରମେ ପୁତ୍ର ପୁତ୍ରୀ ବର୍ଦ୍ଧିତ ହୋଇଲେ ।ଥୋକାଏ ଦିନେ କୈବର୍ତ୍ତ ପ୍ରାଣେ ହେଲା ନାଶପତ୍ନୀ ଭାଳେ ପତି ସଙ୍ଗେ ଦେବଇଁ ମୁଁ ଝାସ ।ଚାରିପୁତ୍ର ବେନି କନ୍ୟା ଏହାଙ୍କର ପାଇଁପୁତ୍ର କନ୍ୟାମାନଙ୍କରେ କିଛି କାର୍ଯ୍ୟ ନାହିଁ ।ସ୍ୱାମୀକି ଛାଡ଼ିଣ କିପାଁ ରହିବଇଁ ବୃଥାସ୍ୱାମୀ ପତ୍ନୀର ଅଟଇ ଇଷ୍ଟ ଯେ ଦେବତା ।ସ୍ୱାମୀ ସଙ୍ଗେ ଅନଳରେ ଦିଏ ଯେହୁ ଝାସଉଭୟ କୁଳ ଉଦ୍ଧାରି ସ୍ୱର୍ଗେ କରେ ବାସ ।ଜଗତ ମଧ୍ୟରେ ସତୀ ସାଧବୀ ବୋଲାଇଏ ସୁଯୋଗ କି ସୁଭଗା ତେଜିଣ ପାରଇ ।ଆବର କାହାର ସଙ୍ଗେ କରିବି ମୁଁ ଘରକେଉଁ ସୁଖ ଅଛଇ ବା ଜୀବନେ ମୋହର ।ପୁତ୍ର ଦୁହିତାଙ୍କୁ ପାଖେ ବସାଇ ତିଆରିସ୍ୱାମୀ ସଙ୍ଗେ ଯିବାପାଇଁ ବାହାରେ ସୁନ୍ଦରୀ ।ଆତ୍ମଘାତ ପାପଭୟେ ବ୍ରାହ୍ମଣଙ୍କ ହସ୍ତେଶଏମାଢ଼ ସୁନା ଦାନ କଲା ତୋଷଚିତ୍ତେ ।କାବେରୀ କୂଳରେ ଅଗ୍ନି ଆରୋପଣ କରିସ୍ୱାମୀକି ପୋଡ଼ିବାପାଇଁ ବସନ୍ତେ ଆବୋରି ।ଏ ସମୟେ ପତ୍ନୀ ତହୁଁ ତରତରେ ଗଲାସ୍ନାନ କରିବାକୁ ଜଳେ ଯାଇଣ ପଶିଲା ।ଲୋକମାନେ ଚାହିଁଛନ୍ତି ପଶିଲାକ ଜଳେଲେଉଟି ମିଳିଲେ ମୁନି କଦମ୍ୱର ତଳେ ।ସହସ୍ରେ ଯୋଜନ ପଥ ସେଠାରୁ ଅଟଇମୂହର୍ତ୍ତେକ ମିଳିଲେକ ଯାଇ ମୁନି ତହିଁ ।କୂଳେ ଅଛି ଦଣ୍ଡ କମଣ୍ଡଳୁ ଧୋତି ପୀଢ଼ାରତନ ପାଦୁକା ଛତା ଆଉ କୁଶବିଡ଼ା ।ସେ ଦିନ ସେହି ମୁହୂର୍ତ୍ତ ସେହି ତାର ବାରସେ ସ୍ଥାନ ଦେଖିଣ ମୁନି ହୋଇଲେ କାତର ।ଗର୍ବ କରିବାରୁ ମୁନି କଲେ ହରି ମାୟାଗରବଗଞ୍ଜନ ବାନା ବହନ୍ତି ଚୌବାହା ।ବୁଡ଼ି ଉଠିବା ମାତ୍ରକେ ଏତେ କୃତ୍ୟ ହେଲାନିମିଷକେ ମୁନି ଜନ୍ମ ମରଣ ସାରିଲା ।ନାରଦ ପରାୟେ ମୁନି ହେଲା ବିହ୍ୱଳିତପ୍ରତ୍ୟକ୍ଷରେ କଇବର୍ତ୍ତ ନାରୀ ହେଲା ସେ ତ ।ଚାରିପୁତ୍ର ବେନି କନ୍ୟା ଗର୍ଭୁ ଜାତକଲାସ୍ୱାମୀ ମରିଲା ବୋଲିଣ ଝାସ ଦେଉଥିଲା ।କାୟା ବିଶୁଦ୍ଧ ନିମନ୍ତେ ପଶି କାବେରୀରେପୁନରପି ମିଳିଲେକ ଗୋଧିକା ଘାଟରେ ।ନିମିଷକ ମଣିଲା ସେ ବହୁ ଯୁଗ ସରିଏପରି ମାୟାକରନ୍ତି ପ୍ରଭୁ ଦଇତ୍ୟାରି ।ତାଙ୍କ ମାୟାରୁ କେହି ଉବୁରିଣ ଯିବଶୁଣ ଆହେ ପରୀକ୍ଷିତ କହେ ଶୁକଦେବ ।ପୁନରପି ମୋହେ ପଡ଼ି ସେ ନାରଦ ମୁନିପୁତ୍ର ଦୁହିତାଙ୍କୁ ଲୋଡ଼େ ହୋଇ ମହାଜ୍ଞାନୀ ।ପୁଣି ବିଚାରଇ ଅବା ଦେଖିଲି ସ୍ୱପନବୁଡ଼ି ଉଠିବା ମାତ୍ରକେ ପୁରୁଷ ଲକ୍ଷଣ ।ଏତେ ଭାଳି ମୁନି ମନଯାନକୁ ଆରୋହିଶବଦାହ ନିକଟରେ ପ୍ରବେଶିଲେ ଯାଇ ।ଦେଖିଲେ ଲୋକ ସେଠାରେ ହ୍ୱନ୍ତି କଥାବାର୍ତ୍ତାକେ ବୋଲଇ କେଉଁଆଡ଼େ ଗଲା ସେ ବନିତା ।କେ ବୋଲଇ ନିଶ୍ଚେଁ ତାକୁ କୁମ୍ଭୀର ଖାଇଲାକେ ବୋଲଇ ପାଣି ସ୍ରୋତେ ଭାସିଣ ସେ ଗଲା ।କେ ବୋଲଇ ଏହିକ୍ଷଣି ଉଠିବ ସେ ଭାସିକେ ବୋଲଇ ଖୋଜିଆଣ ସେହି ଶୁଭ୍ରକେଶୀ ।ଏହାର ସଙ୍ଗତେ ତାକୁ ଅଗ୍ନିକୁଣ୍ଡେ ଦେବାତେବେ ଯାଇ ଯେ ଯାହାର ଗୃହେ ଫେରିଯିବା ।କାନ୍ଦନ୍ତି କୁଟୁମ୍ୱଯାକ ସ୍ନେହଗୁଣ ଘେନିଏସନକ ପ୍ରତ୍ୟକ୍ଷରେ ଦେଖି ମହାମୁନି ।ମନମଧ୍ୟେ ଅତିଶୟ ପାଇଲେକ ଲାଜବୋଇଲେ ସମସ୍ତ ମାୟା କଲେ ଦେବରାଜ ।ଏତେ ବୋଲି ମୁନି ତହୁଁ ଲେଉଟି ଅଇଲେଚେତା ପାଇଣ ଶ୍ରୀହରି ପାଶରେ ମିଳିଲେ ।ମସ୍ତକରେ କରଯୋଡ଼ି କରିଲେ ସେ ସ୍ତୁତିଜୟ ଜୟ ଗୋପୀନାଥ ଅନନ୍ତ ମୂରତି ।ଜୟ ଜୟ ଗୋପୀନାଥ କରୁଣାବାରିଧିଜୟ ଜୟ ଗୋପୀନାଥ ଅନନ୍ତ ଅନାଦି ।ଜୟ ଜୟ ଗୋପୀନାଥ ଗୋପୀ ପଞ୍ଚଭୂତଜୟ ଜୟ ଗୋପୀନାଥ ଅଚ୍ୟୁତ ଅବ୍ୟକ୍ତ ।ନମସ୍ତେ ନମସ୍ତେ ଗୋପୀନାଥ ରମାଧବନମସ୍ତେ ନମସ୍ତେ ଗୋପୀନାଥ ହେ ମାଧବ ।ନମୋ ନମୋ ଗୋପୀନାଥ ବିଦ୍ୱଜନ ପ୍ରିୟନାମୋ ନମୋ ଗୋପୀନାଥ ସରଳ ହୃଦୟ ।ନମୋ ନମୋ ଗୋପୀନାଥ ଆଦ୍ୟନ୍ତ ବିର୍ଜିତନମୋ ନମୋ ଗୋପୀନାଥ ବସୁଦେବ ସୁତ ।ଅପାର ମହିମା ତବ ଅନ୍ତ ତାର ନାହିଁକୀଟରୁ ବ୍ରହ୍ମ ପର୍ଯ୍ୟନ୍ତେ ଅଛ ସର୍ବଦେହୀ ।ମାୟାଜାଲ ପାତିଅଛି ଏ ଭବସାଗରେସେ ମାୟା ଜାଲରୁ କ୍ଷଣେ କେହି ନ ଉବୁରେ ।ଏମନ୍ତ ସ୍ତୁତି କରନ୍ତେ ସେ ନାରଦ ମୁନିଅଳପ ଅଳପ ହସି ପ୍ରଭୁ ଚକ୍ରପାଣି ।ବୋଇଲେ ନ ଜାଣି ମୁନି ମନେ ଗର୍ବ କଲତେଣୁକରି ଏହି ଦଣ୍ଡ ତୁମ୍ଭେ ତ ଭୋଗିଲ ।ଯାଅ ଏବେ ନିଶ୍ଚିନ୍ତରେ ନିଜପୁରେ ଥାଅଏହି ଆଜ୍ଞା ଦ୍ୟନ୍ତେ ତାଙ୍କୁ ପ୍ରଭୁ ଦେବରାୟ ।ପ୍ରଣାମ କରି ତକ୍ଷଣେ ସେଠାରୁ ସେ ଗଲେଆପଣା ଭୁବନେ ଯାଇ ପ୍ରବେଶ ହୋଇଲେ ।ଏ ଅଟେ ଶ୍ରୀ ଭଗବତ ପୁଣ୍ୟମୟ ବାଣୀଚଉବର୍ଗ ଲଭ ଜନେ ଏହା ପଢ଼ି ଶୁଣି ।ଗଙ୍ଗାଜଳ ସମ ଏହି ଶାସ୍ତ୍ର ଯେ ଅଟଇଦଶମ ତେତିଶ ଅଧ୍ୟା ଏଥେଁ ପୂର୍ଣ୍ଣ ହୋଇ ।ଯା ମାୟାରେ ପଡ଼ି ଭ୍ରମ ହୋଇଲେ ନାରଦଭଜଇ ଅଚ୍ୟୁତ ଦାସ ସେହି ପଦ୍ମପାଦ ।