ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୨୪ / ୨୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଧନୁର ପୂର୍ବ ଚରିତ
ଶୁକ ବ୍ରହ୍ମାଙ୍କ ମୁଖରୁ ଏହି ବାଣୀ ଶୁଣିକରପତ୍ର ଯୋଡ଼ି ପୁଚ୍ଛା କରେ ନୃପମଣି ।ଭୋ ମୁନି ଶୁଷ୍କ ବାଉଁଶ ଧନୁ ହୋଇଥିଲାଏଡ଼େ ବଡ଼ ଯାତ୍ରା କଂସ କାହିଁପାଇଁ କଲା ।ଦେବକାର୍ଯ୍ୟ ନିମିତ୍ତରେ ଭାଙ୍ଗିଲେ ଶ୍ରୀହରିକେଉଁ ପୁରୁଷ ତହିଁରୁ ଜାତ ଦେହ ଧରି ।ଏଥିର ତଦନ୍ତ ମୁନି କହ ମୋର ଆଗେଏ ବିଷୟେ ସନ୍ଦେହ ମୋ ଲାଗିଅଛି ଅଙ୍ଗେ ।ରାଜାର ବଚନ ଶୁଣି ବୋଲେ ବ୍ରହ୍ମବେତ୍ତାଶୁଣ ତାହା ସାବଧାନେ ଆହେ ମହାରଥା ।ଏକ ଦିନକରେ ଅଷ୍ଟବକ୍ର ମହାଋଷିପ୍ରାତଃସ୍ନାନ କରି ମଣିକର୍ଣ୍ଣିକାରେ ପଶି ।ଧୋତି ଛତା ଦଣ୍ଡ ଆଉ ତୁଳସୀର ମାଳଶ୍ରୁବ ସ୍ରୁଚ ପ୍ରୋକ୍ଷଣି ଯେ ପିଢ଼ା କମଣ୍ଡଳ ।ସକଳ ତୀରେ ଥୋଇଣ ପଶିଲେ ସେ ଜଳେତୀର୍ଥସ୍ନାନ କଲେ ମୁନି ମହାମନ୍ତ୍ର ବଳେ ।ସ୍ନାନସାରି ତରପଣେ ପିତୃଗଣ ତୋଷିପନ୍ନଗ ଗନ୍ଧର୍ବ ସେଥି ମିଳିଲାକ ଆସି ।ନଦୀକୂଳରେ ଅଛଇ ମୁନିଙ୍କର ଦ୍ରବ୍ୟଖଣ୍ଡେଦୂରେ ଥାଇ ତାହା ଦେଖିଲା ଗନ୍ଧର୍ବ ।ସନ୍ନିଧେ ମଳିଲା ଆସି ମତ୍ତଗର୍ବ ରଙ୍ଗେବ୍ରହ୍ମଦଣ୍ଡ ଗୋଟି ଗୋଡ଼େ ଫିଙ୍ଗିଦେଲା ବେଗେ ।ଗଭୀର ଜଳରେ ଯାଇ ସେ ଦଣ୍ଡ ପଡ଼ିଲାମୁନି ନ ଜାଣନ୍ତି ସେହି ସୋହତିରେ ଗଲା ।ସମୁଦ୍ର ଭିତରେ ଯାଇ ପଡ଼େ ଦଣ୍ଡଗୋଟିନିତ୍ୟକର୍ମ ସାରି ମୁନି କୂଳେ ଗଲେ ଉଠି ।ରଖିଥିବା ଦ୍ରବ୍ୟମାନ ଦେଖିଲେକ ଯାଇସମସ୍ତ ପଦାର୍ଥ ଅଛି ଦଣ୍ଡଗୋଟି ନାହିଁ ।ଧନୁ ଚକ୍ର ଜାଣି ମୁନି ଏ ଦଣ୍ଡ ଧରନ୍ତିସେ ଦଣ୍ଡ ବିହୀନେ କିଛି ସାଧି ନ ପାରନ୍ତି ।ଦଣ୍ଡ କମଣ୍ଡଳୁ ତେଣୁ ସନ୍ୟାସୀଙ୍କ ଧର୍ମକରି ନ ପାରନ୍ତି ତାର ବିନେ କିଛି କର୍ମ ।କର୍ମହୀନ ହେବି ହରାଇଲେ ଦଣ୍ଡଗୋଟିଏତେ ଭାଳି ମୁନି ତହିଁ ହୋଇଲେ କୁହାଟି ।ବେନି ଚକ୍ଷୁ ଫୁଟି ଲୁହ ପଡ଼େ ଭୂମିତଳଅଜ୍ଞାନେ ଲୋଟନ୍ତି ମୁନି ହୋଇଣ ଆକୁଳ ।ଅସ୍ଥି ଚର୍ମ ଗଳିତ ଯେ ଶ୍ଳଥ ଭୁଜଦଣ୍ଡଅଣ୍ଟାଠାରୁ ଭାଙ୍ଗିପଡ଼େ ହୋଇ ବେନି ଖଣ୍ଡ ।ଗରୁଡ଼ ପ୍ରାୟ ନାସିକା ବକ ପ୍ରାୟ ଗୋଡ଼ମଥାରେ କେଶ ବର୍ଜିତ ଭୂମେ ଲୋଟେ ଥୋଡ଼ ।ଆଣ୍ଟେ କହନ୍ତେ ଶୁଭଇ କିଣିକିଣି ଧ୍ୱନିଅତିକ୍ଷୀଣ ଶରୀର ହେ ଭଗବନ୍ତ ପ୍ରାଣୀ ।ଜଳ ପବନ ଆହାରେ ଧରନ୍ତି ଜୀବନମହାଯୋଗ ପୁରୁଷ ସେ ବେଦରେ ପ୍ରବୀଣ ।ଅନେକ କାଳର ବୃଦ୍ଧ ଦୁର୍ବଳ ଯେ ତନୁଏ ଦେହେ ଭୋଗ କଲେଣି ବହୁକଳ୍ପ ମନୁ ।ଦଣ୍ଡ ନ ଦେଖିଣ ମୁନି ଚିନ୍ତିତ ହୃଦୟେଭୂମିରେ ଲୋଟନ୍ତି ପୁଣି ଅସାଷ୍ଟମ ଦେହେ ।କର ଯୋଡ଼ିଣ ମୁନିଙ୍କି କହେ ବସୁମତୀଅକାରଣେ ଶୋକ କିପାଁ କର ମହାଯତି ।ଇନ୍ଦ୍ରଦେବ ଜ୍ୟେଷ୍ଠସୁତ ପନ୍ନଗ ଗନ୍ଧର୍ବଯୁକତେ ରାଜକୁମାର ତେଣୁ ମନେ ଗର୍ବ ।ବାଳୁତ କୁମର ଜ୍ଞାନ ନାହିଁ ପାପ ପୁଣ୍ୟଯାଉଁ ଯାଉଁ ଦେଖିଲା ସେ ତୁମ୍ଭ ଦ୍ରବ୍ୟମାନ ।ତୁମ୍ଭର ତ୍ରିଦଣ୍ଡିକି ସେ ଜଳେ ଫିଙ୍ଗିଦେଲାଗଭୀର ଜଳରେ ପଡ଼ି ଭାସିଣ ସେ ଗଲା ।ସମୁଦ୍ର ଜଳରେ ଯାଇଁ ଭାସେ ତୁମ୍ଭ ଦଣ୍ଡଶୁଣି ମହାମୁନି ହେଲେ କୋପେ ପରଚଣ୍ଡ ।ବୋଇଲେ ପନ୍ନଗ ତୁରେ ଇନ୍ଦ୍ରପୁତ୍ର ହୋଇଆମ୍ଭ ଦ୍ରବ୍ୟେ ଉପଦ୍ରବ କଲୁ କାହିଁପାଇଁ ।ଆମ୍ଭ ବ୍ରହ୍ମଦଣ୍ଡ ହରି ଅର୍ଜିଲୁ ତୁ ପାପବେଣୁ ବୃକ୍ଷ ହୋଇଥାଅ ଏଣୁ ସାତକଳ୍ପ ।ବରୁଣକୁ ଚାହିଁ କ୍ରୋଧେ ବୋଲନ୍ତି ସେ ମୁନିମୋ ତ୍ରିଦଣ୍ଡ ସୋହତିରେ ଗଲ ତୁମ୍ଭ ଘେନି ।ସମୁଦ୍ର ଜଳରେ ନେଇ ରଖିଛ ଲୁଚାଇମଙ୍ଗଳ ଥିଲେ ମୋ ଦ୍ରବ୍ୟ ଦିଅ ତ ଅଣାଇ ।ବରୁଣ ବୋଲେ ସ୍ୱାମୀ ଏ କଥା ଆଗୁଁ ଜାଣିତ୍ରିଦଣ୍ଡ ଗୋଟି ଛାମୁକୁ ଅଛି ଏବେ ଆଣି ।ମୋର ବଳେ କାହିଁ ରଖି ହୋଇବ ବା ତାହାଇନ୍ଦ୍ର କୁମର ପାଇଁକି ଘଟିଲାଟି ଏହା ।ଏତେ ବୋଲି ବରୁଣ ଯେ ମୁନିଙ୍କର ଆଗେଦଣ୍ଡ ଥୋଇ ପାୟେ ପଡ଼ି ଶୋଏ ଅତିବେଗେ ।ତ୍ରିଦଣ୍ଡ ପାଇଣ ମୁନି ହେଲେ ମହାତୋଷପନ୍ନଗ ଯେ ଶାପ ଶୁଣି ବୋଲେ କ୍ଷମ ଦୋଷ ।ମୁନି ବୋଇଲେ ଅଜାଣେ ଅରଜିଲୁ ପାପତୋତେ ଆମ୍ଭେ ଅନ୍ତର୍ଗତେ ଦୟାଥାଏ ବାପ ।ତୁହି ଆମ୍ଭଠାରେ ଭକ୍ତି କରୁ ଯେଣୁ ବତ୍ସତେଣୁ କରି ଦୟା ହୁଏ ଆମ୍ଭରଟି ସ୍ୱଚ୍ଛ ।ଦେଇବର ଆୟତରୁ ହେଲା ଏତେଦୂରତୋର ଅଭିଶାପ ବାବା ଅଳ୍ପେ ହେବ ପାର ।ବ୍ରହ୍ମାଙ୍କ ଦିବସେ ଦୁଆଦଶ ଦିନଯାଏବିନ୍ଧ୍ୟଗିରିରେ ହୋଇବୁ ବେଣୁ ବୃକ୍ଷଟାଏ ।ପୁରୁରବା ରାଜା ମୃଗୟାର୍ଥେ ବନେ ଯିବସେ ବଣୁବୃକ୍ଷକୁ ଯତ୍ନେ କଟାଇ ଆଣିବ ।ମୂଳ ଖଣ୍ଡିକରେ ତାର କରିଣ କାର୍ମୁକସେ ଧନୁ ଘେନି ଜିଣିବ ମର୍ତ୍ତ୍ୟପୁର ଯାକ ।ମାନ୍ଧତା ନାମରେ ପୁତ୍ର ହେବେ ତାହାଙ୍କରପୁରୁରବା ଅନ୍ତେ ଧନୁ ବହିବ ସେ କର ।ମାନ୍ଧାତା ସୁତ ନହୁଷ ନାମେ ମହାରାୟେଇନ୍ଦ୍ରାଦି ଦେବେ କମ୍ପିବେ ସ୍ୱର୍ଗେ ତାର ଭୟେ ।ସେ ଧନୁକୁ ପୂଜିବ ସେ ନଗ୍ରେ ଯାତ୍ରାକରିଯଯାତି ନାମରେ ପୁତ୍ର ହୋଇବ ତାହାରି ।ପିତା ଆଜ୍ଞାରେ ଧନୁ ସେ ବହିଥିବ ଭଲେଭଣ୍ଡାରେ ରହିବ ଧନୁସ୍ୱର୍ଗକୁ ସେ ଗଲେ ।ସେଠାରୁ ଧନୁକୁ ଆଉ ନ ବହିବେ କେହିପିତାର୍ଜିତ ବୋଲି ଯତ୍ନେ ରଥିଥିବେ ଥୋଇ ।ସୋ ଭୋଜବଂଶରେ କଂସ ହେବ ପୁଣି ଜାତସେକାଳେ ସେ ଧନୁଗୋଟି ହୋଇବ ଉଦିତ ।କଂସ ବଳବନ୍ତପଣେ ଧନୁ କରେ ବହିଉତ୍ସବ ଯାତ୍ରା କରିବ ସେ ଧନୁର ପାଇଁ ।ଗୋପପୁର ଗୋବିନ୍ଦ ଯେ ଯିବେ ସେହିଠାକୁଅବହେଳେ ଦେଖିକରି ଭାଙ୍ଗିବେ ତାହାକୁ ।ତେବେ ଯାଇ ଅଭିଶାପୁ ହୋଇବୁ ମୁକତିଗୋବିନ୍ଦଙ୍କ କର ଲାଗି ହେବୁ ସ୍ୱର୍ଗପ୍ରାପ୍ତି ।ଶୁଣ ଆହେ ପରୀକ୍ଷିତ ବଦୟନ୍ତି ମୁନିଏସନ ଅଟଇ ସେହି ଧନୁର କାହାଣୀ ।ଇନ୍ଦ୍ରସୁତ ଧନୁରୂପେ ତହିଁ ରହିଥିଲାଗୋବିନ୍ଦଙ୍କ କର ଲାଗି ଶାପୁ ମୁକ୍ତ ହେଲା ।ସେ ଗୋବିନ୍ଦ ପାଦତଳେ ରଖି ଦୃଢ଼ମତିଗୀତରେ ଲେଖିଲା ଏହା ଅଜ୍ଞାନୀ ଅଚ୍ୟୁତ ।କୁବଳୟା ସୁନାସ ବଧବୋଲନ୍ତି ଯେ ଶୁକମୁନି ଶୁଣ ଦଣ୍ଡଧରଏଥୁ ଅନନ୍ତରେ ରଙ୍ଗ ସଭାର ବିଚାର ।ଧନୁ ଭଗ୍ନ କରି ବିଜେ କାହ୍ନୁ ସଂକର୍ଷଣସଙ୍ଗତରେ ରହିଛନ୍ତି ଗୋପଶିଶୁଗଣ ।ଯାତ୍ରାଲୋକେ ଚକିତ ଯେ ହେଲେ ତାହା ଦେଖିଶ୍ରବଣ ଛୁଇଁଣ ସର୍ବେ ବୁଜିଲେକ ଆଖି ।କଂସ ଆଶ୍ରିତ ଯେତେକ ଦୈତ୍ୟରାଜା ଥିଲେଶ୍ରୀକୃଷ୍ଣ ଆସିବା ଶୁଣି ମନେ ଭୟ କଲେ ।ଧନୁଭଗ୍ନ ହୋଇବାର ଦେଖି ମହୀପାଳେପ୍ରାଣଭୟେ ପଳାଇଲେ ନ କହି ସେ ସ୍ଥଳେ ।ଭାଳିଲା ମହାଯାତ୍ରା ଯେ ହେଲା ରଣଭଣବେପାରି ପଳାଇଗଲେ ହୋଇ ଛନ୍ନ ଛନ୍ନ ।ସାମ୍ରାଜ୍ୟରେ ହୁରି ଜୁରି ଲାଗିଗଲା ଗୋଳନଗ୍ର ଉଜାଡ଼ିଲେ ବୋଲି ଗୋପାଳ ସକଳ ।ଚାରମୁଖୁ ଏସନକ ବାର୍ତ୍ତାମାନ ପାଇସେବକମାନେ କଂସକୁ ଜଣାଇଲେ ଯାଇ ।ଭୋ ଦେବ ସାବଧାନେ ହେ ଶୁଣ ଭୋଜପତିଧନୁଗୋଟି ଭାଙ୍ଗି ଦେଲେ ସେ ନନ୍ଦସନ୍ତତି ।ଶୁଣିକରି କଂସରାଜା ମୂର୍ଚ୍ଛାଗତ ହେଲାଚେତି ଉଠି ପୁନରପି ମନରେ ଭାଳିଲା ।ସପ୍ତଦ୍ୱୀପ ପୃଥିବୀକି ସାଧିଲଇଁ ରୋଳେବାଳକ ଶତ୍ରୁ ନ ଜିଣି କର୍ମରେ ଅବଳେ ।ପାଞ୍ଚଲକ୍ଷ ବଳଧନୁ ଭାଙ୍ଗିଲା କେମନ୍ତେମାନବ ନୁହଇ ସେହୁ ଜାଣିଲି ନିଶ୍ଚିତେ ।ବାଳକର କାହୁଁ ହେବ ଏଡ଼େକ ସାହସଦେଖୁ ଦେଖୁ କରିଲା ସେ ମୋର ସର୍ବନାଶ ।କେଉଁଠାରେ ଗୋପ୍ୟ ହୋଇ ରଖିବି ମୋ ଦେହୀତ୍ରିଭୁବନ ମଧ୍ୟେ ମୋତେ ରଖନ୍ତା କେ ନାହିଁ ।ପୁଣି ବିଚାରଇ ମନେ ଅବଶ୍ୟ ମରିବିଅଙ୍ଗଭଙ୍ଗ ହେଉ ପଛେ ସଂଗ୍ରାମ କରିବି ।କ୍ଷତ୍ରୀ ହୋଇ ମରଣକୁ କିପାଇଁ ନିସତଯାହା ଯୋଗ ଥିବ ତାହା ହୋଇବ ନିୟତ ।ଛାର ଗଉଡ଼ ଟୋକାଙ୍କୁ କିପାଇଁ ମୋ ଡରସିଂହ ସଙ୍ଗେ ଯୁଝିପାରେ କାହୁଁ ଶଶା ଛାର ।ସାନଲୋକ ସଙ୍ଗେ ପୁଣି ସଂଗ୍ରାମ କରିଲେଯଶ ନ ମିଳଇ କୋଟିବାର ତ ଜିଣିଲେ ।ଏକାବେଳେ ମାଇଲେ ତ ସେ ସାନଲୋକଙ୍କୁମରଣୁ ଅଧିକ ଲାଜ ହେବ ଜଗତକୁ ।ଏହି କଥାମାନ ମୁହିଁ ମନରେ ବିଚାରିଏତେକ ଦୂରେ ରହିଲା ଆସି ଅପସରି ।ଏଥକୁ ବିଧାତା ମୋତେ କରୁଛି କଟାଳଏତେ ଭାଳି ହୃଦମଧ୍ୟେ ହୁଅଇ ବିକଳ ।ସେବକଙ୍କୁ ବୋଲେ ତୁମ୍ଭେ ଯାଅ ଏହିକ୍ଷଣିକୁବଳୟା ଆଗେ କହ ମୋ କହିବା ବାଣୀ ।ତାର ଯେତେ ପରାକ୍ରମ ଅଛଇ ମୁଁ ଜାଣିସେ ଅଟେ ମୋହର ପଞ୍ଚଭୂତର କାରେଣି ।ମୋର ଦୋଷୁଁ ନାଶ ଜାଣ ଗଲେ ଅଷ୍ଟସଖାକେବଳ ତାକୁ ଆଶ୍ରୟ କରିଛି ମୁଁ ଏକା ।ପ୍ରାଣସମ କରି ପୁର ଆବୋରିଣ ଥାଉଉପାୟ କରି ଗୋପାଳ ଗୋପକୁ ପଠାଉ ।ଏ ଆଜ୍ଞା ଦେଇ ଜଗତୀ ଉପରେଣ ଥାଇତଳେ ଅନାଇଲା ଜଳା କବାଟିକି ଫେଇ ।ଗୋପାଳେ ଅଛନ୍ତି କନ୍ଦି ବିକନ୍ଦିରେ ପୂରିବିଷ୍ଣୁ ମାୟାଜାଲ ଗୋଟି ଅଛନ୍ତି ବିଚାରି ।ଆଦ୍ୟରୁ ମନରେ ଶଙ୍କା ରାଜା ଅଛି ଘେନିଦେଖି ଭୟେ କବାଟକୁ କିଳେ ଉଗ୍ରସେନୀ ।ଚିତ୍ତ ଛନ୍ନ ଛନ୍ନ ତାର ଭୟେ ଅନ୍ତାରାଳପଞ୍ଚଭୂତ ଆତ୍ମାଗୋଟି ହୁଅଇ ବ୍ୟାକୁଳ ।ଘନ ଘନ ନିଃଶ୍ୱାସ ତା ଅଣଚାଶ ଜାଣିନର୍ଘାତ ଶବଦ ପ୍ରାୟ କଣ୍ଠତଟ ବାଣୀ ।ଏଥୁ ଅନନ୍ତରେ ତହୁଁ କୃଷ୍ଣ ହଳଧରଧନୁ ଭାଙ୍ଗି ସେ ସ୍ଥାନରୁ ହୋଇଲେ ବାହାର ।ଅବନୀରେ ଲୀଳା ଗତି କରି ଦେବସ୍ୱାମୀକୁବଳୟା ନିକଟରେ ମିଳି ଅନ୍ତର୍ଯ୍ୟାମୀ ।ଅତିଅନ୍ତ କ୍ରୋଧବହି ହେଲେ ମହାତେଜସିଂହଦ୍ୱାର ଆବୋରିଣ ରହିଅଛି ଗଜ ।ଅସୁର ସ୍ୱରୂପ ସେ ତ ଜାଣେ ମହାମାୟାମେରୁ ମନ୍ଦର ପରାୟ ବିକାଶିଛି କାୟା ।ଭୟଙ୍କର ରୂପ ଧରି ଉଭା ହୋଇଅଛିଆକାଶମାର୍ଗରେ ଶିର ଯାଇ ତା ଲାଗୁଛି ।ହେଠମାଥ ହୋଇଣ ଯେ ଗର୍ଜେ ମହାବଳଚକ୍ରପ୍ରାୟ ଥୋରହସ୍ତ ଭ୍ରମେ ଅନ୍ତରାଳ ।ଦମଦମ ହୃଦୟ ତା ନିଃଶ୍ୱାସ ବହଇକି ଜାଣି ବାତବେଦନା ଉପସ୍ଥିତି ହୋଇ ।ପୁଣି ଗର୍ଜି ଭୂତଳରେ କରେ ପଦାଘାତକମ୍ପଇ ବ୍ରହ୍ମାଣ୍ଡଯାକ ରତ୍ନାକର ସାତ ।ଅତି ବିକରାଳ ତାର ଦିଶେ ଦନ୍ତବେନିଅବହେଳେ ଟାଳିପାରେ ସମଗ୍ର ମେଦିନୀ ।ହସ୍ତୀପରେ ନେତା ସାଜେ ତା ପରେ ମାହୁନ୍ତହସ୍ତରେ ସେ ଧରିଅଛି ନବନିଶି କୁନ୍ତ ।ସକଳ ଶସ୍ତ୍ରମାନଙ୍କୁ ରଖିଣ ସଜାଡ଼ିସୁନାସ ବୀର ବସିଛି କରେ ନିଶ ମୋଡ଼ି ।ଉଗ୍ରସେନ ନନ୍ଦନ ସେ କଂସ ସାନଭାଇଦେବତାଙ୍କୁ ମଧ୍ୟ ତାର ମନେ ଭୟ ନାହିଁ ।କୁବଳୟା କନ୍ଧପରେ ଅଛି ବିଜେକରିବୀରବେଶ ହୋଇ କରେ କମାଣକୁ ଧରି ।ବେନି ପାରୁଶେ ଅଛନ୍ତି ଅର୍ବୁଦେକ ଗଜସର୍ବେ ରଣଦୀକ୍ଷାରେ ସେ ହୋଇଛନ୍ତି ସଜ ।କଂସ ଆଜ୍ଞା ଭାଙ୍ଗିବ କେ ମର୍ତ୍ତ୍ୟେ ଦେହବହିଆପଣେ ସୁନାସବୀର ବସିଣ ଅଛଇ ।ସିଂହଦ୍ୱାର କବାଟକୁ ଦେଇ ବୀର ଷଣ୍ଢାଗଜ ଆବୋରି ବସିଛି କରେ ଧରି ଖଣ୍ଡା ।ଇନ୍ଦ୍ର ବସିଛି କି ଐରାବତକୁ ଆରୋହିସେହିରୂପେ ଶୋଭାପାଏ କଂସ ସାନଭାଇ ।ଚତୁରଙ୍ଗ ବଳ ସଙ୍ଗେ ଅଛନ୍ତି ତାହାରକରେ ଅସ୍ତ୍ରଶସ୍ତ୍ର ଧରି କରି ରେରେକାର ।ତହୁଁ କିଛିଦୂରେ ଅଛି କଂସ ମହାରାୟେରଙ୍ଗସଭା ଲାଗିଅଛି ସିଂହଦ୍ୱାର ଯାଏ ।ତା ମଧ୍ୟରେ ପଶିବାକୁ ବୀର କେହି ନାହିଁସ୍ୱର୍ଗପ୍ରାୟ ଦିଶୁଅଛି ନେତ୍ରେ ଦେଲେ ଚାହିଁ ।ଉପରେ ଛାୟାମଣ୍ଡପ ସାତତାଳ ଉଚ୍ଚନାନା ଝୀନବସ୍ତ୍ର ଶୋଭା ଅତ୍ୟନ୍ତ ସୁସଞ୍ଚ ।ମୁକୁତାମାଳ ଲମ୍ୱଇ ହୋଇ ପନ୍ତି ପନ୍ତିପୋହଳା ପାନପତ୍ରି ଯେ ଶୋଭାପାନ୍ତି ଅତି ।ବେଭାରେ କଂସ ଅଛଇ ଧନୁଯାତ୍ରା କରିବିଶ୍ୱକର୍ମା ଜାଣେ ଏଥେ ଆସିବେ ଶ୍ରୀହରି ।ତେଣୁ ସଭା ଦିଶୁଅଛି ଅତ୍ୟନ୍ତ ସୁସଞ୍ଚନାହିଁ ପଟାନ୍ତର ତାକୁ ସ୍ୱର୍ଗଆଦି ମଞ୍ଚ ।ବାଳଲୀଳା ସ୍ୱରୂପରେ ଗୋପାଳନ୍ତ ଘେନିମଥୁରା ପହଣ୍ଡି ବିଜେ ରାମକୃଷ୍ଣ ବେନି ।ବେଡ଼ିଣ ଚାହାନ୍ତି ଲୋକ ହୋଇଣ ଆନନ୍ଦପୁତ୍ରକୁ ଆଗେ ଚଳାଇ ପଛେ ଚାଲେ ନନ୍ଦ ।ଭୟ ପାଏ ନନ୍ଦ ମହାଉପଦ୍ରବ ଦେଖିମନେ ମନେ କରୁଥାଏ ଧର୍ମକୁ ସେ ସାକ୍ଷୀ ।ମଥୁରା ବିଜେ ଗୋବିନ୍ଦ ପୃଥ୍ୱୀଦେବୀ ଶୋଭାଗୁଣ୍ଡିଚା ପହଣ୍ଡେ ବିଜେ ଜଗନ୍ନାଥ କିବା ।ଶ୍ରୀପୟରେ ବିଜେ ସ୍ୱାମୀ ଅତିଅନ୍ତ ବେଗେଧାତିକାରେ ପ୍ରବେଶିଲେ ସିଂହଦ୍ୱାର ଲାଗେ ।ବେନି ପର୍ବତ ଏକତ୍ରେ ହେଲେ କିବା ଭେଟଐରାବତ ମିଳିଲା କି ବିନ୍ଧ୍ୟାଦି ନିକଟ ।ଦେଖିଣ ସୁନାସବୀର ଧୂଆଇଁଲା ହସ୍ତୀରାମକୃଷ୍ଣଙ୍କର ଛାମୁରେ ମିଳିଲା ତଡ଼ତି ।ଆରେ ଆରେ ଗଉଡ଼େ ରେ ଆଜ ଯିବ କାହିଁବ୍ରହ୍ମା ଇନ୍ଦ୍ର ରୁଦ୍ର ହେଲେ ରଖନ୍ତା କେ ନାହିଁ ।ଖଣ୍ଡ ଖଣ୍ଡ ଚିରାଇବି ହସ୍ତୀଥୋର ହସ୍ତେଦେଖୁ ଦେଖୁ ଭିତରକୁ ପଶରେ କେମନ୍ତେ ।ପ୍ରାଣେ ଆଶା ଥିଲେ ଫେର ରାଜାଙ୍କର ରାଣଆଣ୍ଟପଣ କଲେ ନିଶ୍ଚେଁ ଯିବଟି ପରାଣ ।ଏତେ ବୋଲି ହସ୍ତୀଟେକି ଧୀରେ ଧୀରେ ଚାଲିଧାଇଁ ହସ୍ତୀର ଦନ୍ତକୁ ଧରି ବନମାଳୀ ।ଅଶେଷ ବଳବନ୍ତା ଯେ ଅଟନ୍ତି ଅଚ୍ୟୁତଆଣ୍ଟେ ଜାକିଣ ଧରିଲେ ହସ୍ତୀ ଦୁଇଦନ୍ତ ।ଗଳଗାଜି କୁବଳୟା ପଡ଼ିଲାକ ତଳେବଳଦେବ ଧଇଲେକ ସୁନାସକୁ ବଳେ ।ଚକ୍ରପ୍ରାୟ ଫିଙ୍ଗିଦ୍ୟନ୍ତେ ଉଡ଼ିଲା ଶୂନ୍ୟରେଭ୍ରମି ଭ୍ରମି ପଡ଼ିଲା ସେ ସମୁଦ୍ର ମଧ୍ୟରେ ।ତପତ ସିନ୍ଧୁରେ ପଡ଼ି ଝଡ଼ିଲା ତା ଅଙ୍ଗହସ୍ତୀକୁ ନାତେ ପୁଣି ସେ ମାଇଲେ ଶ୍ରୀରଙ୍ଗ ।କୁମ୍ଭସ୍ଥଳେ ନାତ ବାଜି ମୂର୍ଦ୍ଧାଗଲା ଫାଟିତତକ୍ଷଣେ କୁବଳୟା ପଡ଼େ ମହୀ ଲୋଟି ।ଯାତ୍ରୀଲୋକେ ଦେଖିକରି ହେଲେ ଚମତ୍କାରଅଦ୍ଭୂତ ପୁରୁଷେ ତହୁଁ ହୋଇଲା ବାହାର ।ସୁବର୍ଣ୍ଣ ବିମାନେ ବସି ଗଲା ଶୂନ୍ୟମାର୍ଗେଦେଖୁ ଦେଖୁ ମିଳିଲାକ ଯାଇକରି ସ୍ୱର୍ଗେ ।କୁବଳୟା ହତ ଦେଖି ସର୍ବ ଯୋଦ୍ଧାମାନେଯେ ଯାହାରେ ପଳାଇଲେ ଅତି ଭୀତମନେ ।ରଥ ତେଜି ରଥୀମାନେ ହେଲେ ପାଦଗାମୀଗଜ ଛାଡ଼ିଣ ମାହୁନ୍ତେ ପଳାଇଲେ ଭୂମି ।ରାମକୃଷ୍ଣ ଆସିବାର ପଡ଼ିଗଲା ହୁରିଅଚ୍ୟୁତ ଦାସକୁ ରଖ ଆହେ କଂସଅରି ।କୁବଳୟା ଓ ସୁନାସର ପୂର୍ବଜନ୍ମ ବୃତ୍ତାନ୍ତଏହା ଶୁଣି ପରୀକ୍ଷିତ ନୃପତି ପୁଚ୍ଛଇବଡ଼ ଅସମ୍ଭବ କଥା କହିଲ ଗୋସାଇଁ ।କୁବଳୟା ଗଜ ହରି ହସ୍ତରେ ମରିଲାକେବଣ ପୁରୁଷ ତହୁଁ ବାହାର ହୋଇଲା ।ସମୁଦ୍ର ଭିତରେ ଯାଇ ସୁନାସ ପଡ଼ିଲାତପ୍ତଜଳ ଲାଗି ଅସ୍ଥି ଚର୍ମ ମିଳାଇଲା ।ଏଥିର ତଦନ୍ତ ମୋତେ କହ ମହାଗୁରୁଭାଗବତ ଶୁଣି ଭ୍ରାନ୍ତି ତୁଟିବ ମନରୁ ।ରାଜା ବଚନ ଶୁଣିଣ କହନ୍ତି ଯେ ଶୁକଏକମନେ ଶୁଣ ସୋମବଂଶର ତିଳକ ।ମତ୍ସ୍ୟ ପୁରାଣରେ ଉକ୍ତ ଏ ପବିତ୍ର ବାଣୀଶୁଣ ତୁମ୍ଭେ ସାବଧାନେ ନୃପ ଶିରୋମଣି ।ବସୁ ବାସୁକୀର ଚୌରାଅଶୀ କୋଟି ଫଣାଫଣାକେ ବ୍ରହ୍ମାଣ୍ଡ ଭାରା ବହେ ଅକଳନା ।ଏହିରୂପେ ବହିଯାଏ ଅବନୀର ଭାରକଳ୍ପନାରୁ ଅଷ୍ଟପୁତ୍ର ହୋଇଲେ ବାହାର ।ସାଧକ ଅନନ୍ତ ଆଉ କର୍କୋଟ ତକ୍ଷକନୀଳ ମହାନୀଳ ଶଙ୍ଖ ଆବର ପଦ୍ମକ ।ଅନନ୍ତ ବୋଲି କରିଣ ଯେଉଁ ପୁତ୍ରଗୋଟିସପ୍ତଦ୍ୱୀପ ସପ୍ତସିନ୍ଧୁ ବହିପାରେ ସେଟି ।ପାତାଳ ବୈକୁଣ୍ଠେ ଅଟେ ତାର ବାସସ୍ଥାନଗୋଲୋକ ପଦ୍ମ ନାମରେ ତା ବେନି ନନ୍ଦନ ।ତାଙ୍କ ପୁରେ ଦିନେ ବିଜେ କପିଳା ମହର୍ଷିହସ୍ତେ ପଦ୍ମଦଣ୍ଡ ଶିରେ ଜଟା ଶୋଭା ଦିଶି ।ଅଙ୍ଗରେ ହୋଇ ଅଛନ୍ତି ଭସ୍ମ ବିଲେପନଅନଳ ପରାୟେ ଋଷି ଅତି ତେଜୀୟାନ ।କର୍ଣ୍ଣରେ ତମ୍ୱା କୁଣ୍ଡଳ ରୁଦ୍ରାକ୍ଷ ତୁଳସୀଏରୂପେ ମୁନି ମିଳିଲେ ହରିନାମ ଘୋଷି ।ମୁନିଙ୍କୁ ଦେଖି କୁମରେ ଉପହାସ କଲେଆସନ ପାଦାସନାଦି କିଛିହିଁ ନ ଦେଲେ ।ବସ ବୋଲି ନ ବୋଇଲେ ମତ୍ତଗର୍ବ ବହିମୁନି ମହାକୋପ କଲେ ତାଙ୍କ ମୁଖ ଚାହିଁ ।ସେ ମୁନି ସିଦ୍ଧପୁରୁଷ ମହାବ୍ରହ୍ମବେତ୍ତାଯୋଗବଳରେ ଜାଣନ୍ତି ତିନିପରୁ ବାର୍ତ୍ତା ।ତାଙ୍କ ତୁଲ୍ୟ ଋଷି ଜଣେ ନାହିଁ ତିନିପୁରେଉପହାସ କରିବାରୁ ସେ ବେନି କୁମରେ ।କୋପଭର ହୋଇଲେକ ସେ କପିଳ ଯତିବୋଇଲେରେ ସୁତେ ତୁମ୍ଭେ ଅଟ ମନ୍ଦମତି ।ମତ୍ତଗର୍ବ ବହି କଲ ଯେଣୁ ଉପହାସସେଥିଯୋଗୁ ଯିବ ତୁମ୍ଭେ ସଂପୁଟରେ ନାଶ ।ଗୁରୁ ପରେ ମହାଗୁରୁ ପରଂଗୁରୁ ଆମ୍ଭେଜାଣୁ ଜାଣୁ ଜ୍ଞାନଧ୍ୱଂସ ହୋଇଲରେ ତୁମ୍ଭେ ।ଜାଣି ଶୁଣି ତୁମ୍ଭେ ଯେଣୁ କଲ ଦୁଷ୍ଟବୁଦ୍ଧିଅସୁର ରୂପରେ ଜାତ ହୁଅରେ ଦୁର୍ବୁଦ୍ଧି ।ଗଜବପଦନ ତୁମ୍ଭର ହେବରେ ପାମରମର୍ତ୍ତ୍ୟେ ଜାତ ହୁଅ ଗଜରୂପେ ଶତେବାର ।ଶୁଣି ମହାଭୟ କଲେ ସେ ନାଗର ଶିଷ୍ୟଶାପର କାରଣ କହ ଆହେ ମୁନିଈଶ ।ମହତ ପୁରୁଷ ତୁମ୍ଭେ ପୃଥ୍ୱୀ ପ୍ରଳେକାରୀଏ ତୁମ୍ଭ ଶାପ ସ୍ୱାମୀ କେ ଆନପାରେ କରି ।ମୁନି ବୋଇଲେ ଯଦ୍ୟପି ମାଗିଲ କାରଣଶାପ ପାର ଯିବ ଯେହ୍ନେ ଶୁଣ ସେ ବଚନ ।ଦ୍ୱାପରେ କଂସ ନୃପତି ହେବ ରବିତଳେତାର ପାଶେ ରହିଥିବ ତୁମ୍ଭେ ବେନି ବାଳେ ।କୁବଳୟା ସୁନାସ ଏ ନାମ ଦୁଇ ବହିଅସୁରରୂପେ ରହିବ ଜାଣ ବେନି ଭାଇ ।କଂସର ଦର୍ପକୁ ସହି ନ ପାରନ୍ତେ ପୃଥ୍ୱୀମର୍ତ୍ତ୍ୟରେ ଜନମ ହେବେ ପ୍ରଭୁ ଜଗଜ୍ୟୋତି ।ରାମକୃଷ୍ଣରୂପେ ଥିବେ ଗୋପ ଭୁବନରେକିଛିଦିନେ ମିଳିବେ ସେ ମଥୁରା ନଗରେ ।ତାଙ୍କ କରେ ମରି ତୁମ୍ଭ ହେବ ମୋକ୍ଷପ୍ରାପ୍ତଶାପକୁ କାରଣ ଏହା କହିଲୁ ତୁମ୍ଭନ୍ତ ।ଏସନକ ଶାପଦେଇ ଚଳିଗଲେ ମୁନିଦୈତ୍ୟରୂପେ ଜନମିଲେ ସେ ଦିନୁ ବେନି ।ରାମକୃଷ୍ଣ କରେ ଦୁହେଁ ହୋଇଲେ ବିନାଶଅଭିଶାପ ପାର ଗଲା ଲଭି ସ୍ୱର୍ଗବାସ ।ଶୁକମୁନି ବୋଇଲେକ ଶୁଣ ନୃପମଣିହରିବଂଶ ଚରିତ ଏ ଅତି ପୁଣ୍ୟଧ୍ୱନି ।ତୁମ୍ଭ ଆଗେ କହିଲଇଁ ଯେ ତଥ୍ୟ ବଚନଅଚ୍ୟୁତ ଦାସ ଭଜଇ ପ୍ରଭୁ ଭଗବାନ ।