ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୨୨ / ୨୫
ସମ୍ପୂର୍ଣ୍ଣ ସୂଚୀପତ୍ର
ମାଳାକାରର ମୋକ୍ଷ ଓ ତାହାର ପୂର୍ବଜନ୍ମ ବୃତ୍ତାନ୍ତ
ବଦୟନ୍ତି ଶୁକମୁନି ଶୁଣ ଦଣ୍ଡଧରସୁଧର୍ମା ନାମରେ ଥିଲା ଏକ ମାଳାକାର ।ଯାତ୍ରାରେ ବସିଥିଲା ଯେ ଫୁଲଡାଲା ଧରିନାନା ରକମର ଫୁଲମାନ ତହିଁ ଭରି ।ଚମ୍ପକ ମଲ୍ଲୀମାଳତୀ କିଆ ଛୁରୀଅନାପାଟଳୀ ପୁନ୍ନାଗ ଜବା ନାଗେଶ୍ୱର ନାନା ।କୁନ୍ଦ କାମୋଦ ବକୁଳ ଅଶୋକ ସେବତୀସୁଗନ୍ଧ କୁସୁମ ମାଳ ଅଛି ନାନା ଜାତି ।ଗଇଶ ବେଲପତ୍ରୀ ଯେ ତୁଳସୀର ମାଳପଲାଶ ପାରିଜାତକ ଆଦି ନୀଳୋତ୍ପଳ ।କଂସରାଜା ମଣ୍ଡିହୁଏ ସେ ମାଳି ପୁଷ୍ପରେତାହା ଧରି ବସିଥିଲା ଅତି ଯତନରେ ।ଧନ୍ୟ ସେ କଂସ ନୃପର ବଡ଼ିମା ଯେ ପଣଏହିରୂପେ ପୁଷ୍ପଗଭା ବହେ ଦିନୁଦିନ ।ଯେଉଁଦିନ ଯେତେ ଇଚ୍ଛା ତେତେ ଲାଗିହୋଇବାସି ହୋଇଲେ କୁସୁମ ଦିଏ ଫୋପଡ଼ାଇ ।ପ୍ରତ୍ୟକ୍ଷେ ଦେଖିଲା ମାଳୀ କୁବ୍ଜା ସ୍ୱର୍ଗେ ଗଲାକୁସୁମ ଚାଙ୍ଗଡ଼ା ଘେନି ତକ୍ଷଣେ ଉଠିଲା ।ଭକତିରେ ଥୋଇଦିଏ ରାମକୃଷ୍ଣ ଆଗେପୁଷ୍ପଦେଖି ବେନିଭାଇ ଲାଗିହେଲେ ବେଗେ ।ଭକତବତସଳ ସ୍ୱାମୀ ହଳୀ ବନମାଳୀସକଳ ଗୋପପୁଅଙ୍କୁ ପୁଷ୍ପ ଦେଲେ ତୋଳି ।କୁସୁମରେ ବାନ୍ଧିରେ ସେ ନିଜ ନିଜ ଗଭାକୃଷ୍ଣ ଆହାଲାଦେ ପୋଏ ଦିଶିଲେକ ଶୋଭା ।ଏକମାଳୀ ପସରାକେ ପୁଷ୍ପ ସମତୁଲଯେ ଯାହାର ଇଚ୍ଛାମତେ ଘେନିଲେ ସେ ଫୁଲ ।କେ ହାତରେ ବାନ୍ଧେ କେହି ଘେନଇ କାନରେକେ ଲଉଡ଼ି ଉପରେ କେ ବାନ୍ଧେ ଚୂଳପରେ ।ଅମୃତ ନୟନେ ପ୍ରଭୁ ସେ ମାଳୀକୁ ଚାହିଁବୋଲନ୍ତି ତୋଠାରୁ ପୁଣ୍ୟବନ୍ତ ନାହିଁ କେହି ।ଭକତିରେ ଆମ୍ଭଙ୍କୁ ତୁ କଲୁ ଯେଣୁ ସେବାଯେ ତୋହର ଇଚ୍ଛା ବର ମାଗ ଆମ୍ଭେ ଦେବା ।ମାଳାକାର ବୋଲେ ପ୍ରଭୁ ତୁମ୍ଭେ ସର୍ବଆତ୍ମାତୁମ୍ଭଙ୍କୁ ଅଜଣା ଅବା ଅଟେ କେଉଁ କଥା ।ସୁରସିନ୍ଧ ମୁନି ଯାକୁ କରୁଥାନ୍ତି ଲୟେସେ ପୁରୁଷ ଦେଖି ମୋର ପାପ ହେଲା କ୍ଷୟେ ।ଚର୍ମନୟନେ ଦେଖିଲି ପୁଣ୍ୟତ୍ମା ପୁରୁଷଏଥିରୁ ଅଧିକ ଭାଗ୍ୟ ଅଛି ଅବା କିସ ।ଆବର ତ କେଉଁ ବର ଦେବ ଅବା ମୋତେଏ ତୁମ୍ଭ ଶରୀରେ ଲୀନ କର ଜଗଦ୍ଭୂତେ ।ଯେ ପର୍ଯ୍ୟନ୍ତ ପୃଥିବୀରେ ଥିବେ ଚନ୍ଦ୍ର ସୂର୍ଯ୍ୟସେ ପର୍ଯ୍ୟନ୍ତ ତୁମ୍ଭ ଅଙ୍ଗେ ଥିବ ଦେବରାଜ ।ଏମନ୍ତ ଆଜ୍ଞାକୁ ମୋତେ ଦେବାଟି ଶ୍ରୀହରିସବୁ ପାତକ ଖଣ୍ଡିଲି ଦେଖି ଦଇତ୍ୟାରି ।ଆବର ଆନ ବରରେ ନାହିଁ ମୋର କାର୍ଯ୍ୟତୁମ୍ଭ ନାମ ଗୋଟି ହୃଦେ ଥାଉ ଚତୁର୍ଭୁଜ ।ରାମକୃଷ୍ଣ ବୋଇଲେକ ମାଗିଲ ହେ ଯାହାପ୍ରସନ୍ନ ହୋଇ ତୁମ୍ଭଙ୍କୁ ଯାଚିଦେଲୁ ତାହା ।ଏମନ୍ତ କହନ୍ତେ ମିଳେ ଆସି ପୁଷ୍ପରଥବିଷ୍ଣୁଗଣେ ବୋଇଲେକ ଆସ ହେ ତୁରିତ ।ଅଣାକାର ପୁରୁଷଙ୍କୁ ଲଭିଲଟି ଯେଣୁସ୍ୱଦେହରେ ବୈକୁଣ୍ଠକୁ ଯିବ ତୁମ୍ଭେ ତେଣୁ ।ତୁମ୍ଭର ଇଚ୍ଛା ସୁଖରେ ରହ ତହିଁ ଯାଇମାଳାକାର ଚଳେ ତହୁଁ ଆନନ୍ଦିତ ହୋଇ ।ଚାହୁଁ ଚାହୁଁ ଚଳିଗଲା ସେ ପୁଷ୍ପକଯାନତକ୍ଷଣେ ମିଳିଲା ଯାଇ ବୈକୁଣ୍ଠଭୁବନ ।ରତ୍ନସିଂହାସନେ ମାଡ଼ି ବସିଲାକ ଯାଇଁବସିକରି ବଦନରେ ବୃହତ୍ସାମ ଗାଇ ।ଋକ ଯଜୁ ଅଥର୍ବକୁ କରିଲା ଗାୟନକୃଷ୍ଣ ଦରଶନ ହେତୁ ଲଭେ ଏତେ ପୁଣ୍ୟ ।ଏହାଶୁଣି ପରୀକ୍ଷିତ ରାଜା ପଚାରଇଭୋ ମୁନି ଏକଥା ମୋତେ ଆଶ୍ଚର୍ଯ୍ୟ ଲାଗଇ ।ମଥୁରାର ମାଳା ସେ ତ କଂସେ ଦିଏ ଫୁଲସେ ଯାଇଁ କେସନେ ହେଲା ବିଷ୍ଣୁଲୋକେ ତୁଲ ।ବେଦଶାସ୍ତ୍ରର ଚରିତ କିପରି ପାଇଲାଏଥିର ତଦନ୍ତ ମୁନି କହ ମୋତେ ଭଲା ।ହାଳୀ ମାଳୀ ତାମ୍ୱିଳୀଏ ସିନା ନୀଚଜାତଏଡ଼େ ବଡ଼ ଅଧିକାର ପାଇଲା କେମନ୍ତ ।ଏହା କହି ରାଜା ହୁଏ ପାଦରେ ପ୍ରଣମିଏ କଥା ବିଚାରି ମୋତେ କହିବା ଯେ ସ୍ୱାମୀ ।ରାଜାବାକ୍ୟ ଶୁଣି କହୁଛନ୍ତି ତପୋଧନଶୁଣ ଏବେ ପରୀକ୍ଷିତ ଉତ୍ତରା ନନ୍ଦନ ।ଅନେକ କାଳରେ ଏତ ପୁରାତନ ବାଣୀଅଗସ୍ତି ମୁଖରୁ ଆମ୍ଭେ ପୂର୍ବେ ଥିଲୁ ଶୁଣି ।ସ୍ୱରୋଚିଷ ମନୁ ବୋଲି ଯୁଗ ଭୋଗ ଯାନ୍ତେବସୁନାମେ ସତ୍ୟଯୁଗ ହୋଇଲା ତଦନ୍ତେ ।କୋଟିବଦନ ବ୍ରହ୍ମାଙ୍କୁ ଚୌରାଶୀ ବରଷବିଷ୍ଣୁନାମେ ସମ୍ୱତ୍ସର ହୋଇଛି ପ୍ରବେଶ ।କାର୍ତ୍ତିକ ଶୁକଳ ପଉର୍ଣ୍ଣମୀ ରବିବାରକୃତ୍ତିକାନାମେ ନକ୍ଷତ୍ର ଅଟେ ସେ ଦିନର ।ବୈଧୃତି ନାମରେ ଯୋଗ ବିଷ୍ଟି ଯେ କରଣଗୋମାତା ଚରୁଥିଲେ ଯା ଗନ୍ଧର୍ବୀ ତୀରେଣ ।କପିଳା ଆଦି କରିଣ ପଞ୍ଚାଣୋଇ ବତ୍ସାମହାନନ୍ଦେ ଚରୁଥାନ୍ତି ଆପଣାର ଇଚ୍ଛା ।ଘେନିଣ ତୃଣପାଣି ସେ ବିହରନ୍ତି କୂଳେରାତ୍ରେ ବିଶ୍ରାମ କରନ୍ତି ବାଞ୍ଚା ବଟ ତଳେ ।ଏସନ କାଳେ ପ୍ରଚେତା ନାମେ ମହାମୁନିସ୍ନାନ କରିବାକୁ ଗଲେ ଶିଷ୍ୟ ସଙ୍ଗେ ଘେନି ।ଧୋତି ଉତ୍ତରୀ ଗଡ଼ୁ ଯେ ଥୋଇ ନଦୀକୂଳେମହାବାକ୍ୟ ସ୍ମରି ମୁନି ପଶିଲେ ସଲିଳେ ।ଫଳମମୂଳ ତଣ୍ଡୁଳାଦି ରଖିଣ ସଜାଡ଼ିବ୍ରହ୍ମଦଣ୍ଡ ସହିତରେ ଥୋଇ କୁଶବିଡ଼ି ।ଶ୍ରୀହରି ନାମ ସୁମରି କରିଲେ ସ୍ନାହାନଏଥୁଅନ୍ତେ ଯାହା ହେଲା ଶୁଣ ନୃରାଣ ।କପିଳା ଆଦି କରିଣ ସବୁ ବତ୍ସାମାନେଚରୁ ଚରୁ ସେ ସମସ୍ତ ଭକ୍ଷିଲେ ଅଜ୍ଞାନେ ।ବତିଶ ବାଳଖିଲ୍ୟାଙ୍କ ଯେତେ ପୂଜାଦ୍ରବ୍ୟଫଳମୂଳ କୁଶଆଦି ଭକ୍ଷିଲେକ ସର୍ବ ।ନିତ୍ୟକର୍ମ ସାରି ଋକ୍ଷ କୂଳକୁ ଚାହାନ୍ତେରଖିଥିବା ଦ୍ରବ୍ୟମାନ ନାହିଁ ଯେ କିଞ୍ଚିତେ ।ତୁଳସୀ ରୁଦ୍ରାକ୍ଷମାଳା ସ୍ରୁବ ଆଦିକରିଖଣ୍ଡେଦୂରରେ ପଡ଼ିଛି ଦେଖି ତପଚାରୀ ।ଅନଳ ପରାୟେ ତହୁଁ ଜଳିଣ ଉଠିଲେପ୍ରଚେତାକୁ ଚାହିଁ ଶିଷ୍ୟେ ଏମନ୍ତ ବୋଇଲେ ।ଗାଈଙ୍କର ଉପଦ୍ରବ ଏସବୁ ଅଟଇତିଳ କୁଶ ଆଦିକରି ଦେଲେ ସବୁ ଖାଇ ।ଈଶ୍ୱର ଦେବଙ୍କ ପୂଜା କରିବୁ ବୋଲିଣବାଲି କୁଢ଼ାଇଣ ଥିଲୁ ତୁଠ ସମ୍ମାର୍ଜିଣ ।ଖୁରର ବିଘାତେ ସବୁ କଲେ ଛାରଖାରଦଣ୍ଡ କମଣ୍ଡଳ ଆଦି ଭାଙ୍ଗିଲେ ଆବର ।ଶିଷ୍ୟେ କହିଲେକ ଯହୁଁ ଏସନକ ବାଣୀକ୍ରୋଧଭର ହେଲେ ତହୁଁ ସେ ପ୍ରଚେତା ମୁନି ।ଗୋମାତା ବଦନ ଚାହିଁ ରାଗେ ଜର୍ଜ୍ଜରିତବୋଲନ୍ତି ଗୋମାତା ତୋର ପ୍ରକୃତି ଏମନ୍ତ ।ଗାଈ ବୋଇଲୋକ ସର୍ପ ଆଉ ବାଳଶିଷ୍ୟଅବିଶ୍ୱାସୀ କରନ୍ତି ଏ ସବୁକଥା ନାଶ ।ବାଳୁତ ନ ଜାଣେ ସିନା କାହିଁ କିସ ହୋଇତୁମ୍ଭେ ଏବେ ଜାଣୁ ଜାଣୁ କେହ୍ନେହେଲ ବାଇ ।ଦେବତା ପୂଜାଦ୍ରବ୍ୟନ୍ତ ନ ଥୋଇଲ କିଛିତୁମ୍ଭର ଶରୀରେ ଆଉ କେଉଁ ପୁଣ୍ୟ ଅଛି ।ନ ଜାଣି ସେବା ତୁମ୍ଭଙ୍କୁ କରୁଥାନ୍ତି ଲୋକେବୁଲୁଥାଅ ଚତୁର୍ଦ୍ଦିଗେ ସବୁବେଳେ ଭୋକେ ।ମାଇଲେ ନ ଜାଣ ତୁମ୍ଭେ ଖାଇ ଶାନ୍ତି ନୋହିଏପରି ଅବିଗୁଣ ଯେ ତୁମ୍ଭଠି ଅଛଇ ।ଜାତିଗୁଣ ତୁମ୍ଭର ଯେ ଏଥେ ଦେଖାଇଲଆମ୍ଭର ପଦାର୍ଥ ବୋଲି ଭୀତି ନ କରିଲ ।ଏମନ୍ତ ଝିଙ୍ଗାସ କରୁଁ ବ୍ରହ୍ମାଙ୍କର ବଳାଶୁଣି କୋପ କରିଲେ ଯେ ଗୋମାତା କପିଳା ।ପ୍ରଚେତାଙ୍କୁ ଚାହିଁ ବୋଇଲେକ ମହାମାୟୀଆମ୍ଭେ ତ ଅଜ୍ଞାନୀ ଜନ୍ତୁ ଜ୍ଞାନ ଆମ୍ଭ ନାହିଁ ।ତୁମ୍ଭେ ଅଟ ପରା ପୁଣି ବ୍ରହ୍ମାଙ୍କର ଶିଷ୍ୟଜାଣୁ ଜାଣୁ କଲ କିପାଁ ଆମ୍ଭଠାରେ ରୋଷ ।ଏହାଙ୍କର ପାଇଁ ମୋତେ ବହୁତ ନିନ୍ଦିଲଜାଣୁ ଜାଣୁ କେଉଁପରି ଅଜ୍ଞାନୀ ହୋଇଲ ।ଗୋରୁଙ୍କୁ ନିନ୍ଦା କରିଲେ ଧର୍ମ ହୁଏ କ୍ଷୟେଦେବତା ନିନ୍ଦା କରିଲେ ବଂଶ ନାଶଯାଏ ।ବ୍ରାହ୍ମଣ ନିନ୍ଦା କରିଲେ ପୁତ୍ରେ ହୁଏ ହାନିଗୁରୁନିନ୍ଦା କରିଲେ ଯେ ହୁଅନ୍ତି ଅଜ୍ଞାନୀ ।ମାତାକୁ ନିନ୍ଦାକରିଲେ ହୁଏ ମହାକ୍ଳେଶୀପିତାକୁ ନିନ୍ଦା କରିଲେ ପୁତ୍ର ହୁଏ ଧ୍ୱଂସି ।ଔଷଧ ନିନ୍ଦା କରିଲେ ହୁଏ ରୋଗ ବୃଦ୍ଧିବୈଦ୍ୟକୁ ନିନ୍ଦା କରିଲେ ନ ତୁଟଇ ବ୍ୟାଧି ।ମଇତ୍ରକୁ ନିନ୍ଦାକଲେ ହୁଏ ମହାକ୍ରୋଧୀତପୀ ନିନ୍ଦିଲେ ଅଙ୍ଗରେ ହୁଏ କୁଷ୍ଠବ୍ୟାଧି ।ରତନ ନିନ୍ଦିଲେ ହୁଏ ଦରିଦ୍ରର ବାଧାଅନ୍ନ ନିନ୍ଦା କଲେ ଦେହେ ଲାଗେ ବଡ଼କ୍ଷୁଧା ।ସୁଜନ ନିନ୍ଦା କରିଲେ ହୁଏ ଅସ୍ତ୍ରାଘାତତୀର୍ଥ ନିନ୍ଦା କଲେ ଅଙ୍ଗେ ବଢ଼ଇ ଦୁଷ୍କୃତ ।ପୁତ୍ର ନିନ୍ଦା କଲେ ପ୍ରାଣୀ ପାଇ ନର୍କଗତିଅକ୍ଷର ନିନ୍ଦା କରିଲେ ହୁଏ ମୁଖମତି ।ଜଳ ନିନ୍ଦା କଲେ ପ୍ରାଣୀ ନ ପାଏ ସଲିଳଏ ସବୁଙ୍କୁ ନିନ୍ଦାକଲେ ଏତେ ଏତେ ଫଳ ।ତୁମ୍ଭେ ପୁଣି ମହାଜ୍ଞାନୀ ନ ଜାଣ ବା କିସଭୂତ ଭବିଷ୍ୟାଦି ବାର୍ତ୍ତା ତୁମ୍ଭଙ୍କୁ ତ ଦୃଶ୍ୟ ।ତୁମ୍ଭେ ତ ହୁଡ଼ିଲ ପୁଣି ଜ୍ଞାନବନ୍ତ ହୋଇଯୁକତିରେ ଗାଈ ଆମ୍ଭେ ବୁଦ୍ଧି ଆମ୍ଭ ନାହିଁ ।ମୁହିଁ ଅବା ତାଙ୍କୁ ଗର୍ଭୁ କରିଛି ସଂଜାତଦୁଷ୍ଟପଣ କରୁଥାନ୍ତି ନୁହନ୍ତି ଆୟତ୍ତ ।ଧର୍ମ ପ୍ରମାଣରେ ଦୋଷୀ ତୁମ୍ଭେ ତ ହୋଇଲଏଣୁକରି ଅଭିଶାପ ଯୋଗ୍ୟ ଏବେ ହେଲ ।କୋଟିଏ ଜନ୍ମ ତୁମ୍ଭର ହେବ ନୀଚ ସଙ୍ଗେହାଳୀ ମାଳୀ ତାମିଳୀ ଯେ ତେଲୀ ନାନରଙ୍ଗେ ।ନାଟ ଭାଟ ଜୀବିକାରେ କାଟ ଦିନରାତିଆମ୍ଭବାକ୍ୟ ଅପୁତ୍ରକ ହେବ ମନ୍ଦଜାତି ।କଡ଼ା ଗଣ୍ଡା କ୍ରାନ୍ତେ ବୋଡ଼ିକର ନେବୁ ଧନନଟକାର ପ୍ରାୟ ଅଳ୍ପେ ତୋଷିବୁ ଯେ ମନ ।ଏସନକ ଅଭିଶାପ ପ୍ରାପ୍ତ ହେଉ ତୋତେତୁହି ଯେଣୁ ମୁନିବର ନିନ୍ଦା କଲୁ ମୋତେ ।ଗୋମାତାଙ୍କ ଅଭିଶାପ ଗୁରୁତର ଶୁଣିବିନୟେ କହନ୍ତି ତାଙ୍କୁ ସେ ପ୍ରଚେତା ମୁନି ।ଅଳପ ଦୋଷକୁ ଏଡ଼େ ଅଭିଶାପ ଦେଲଶାପୁଁ ମୁକ୍ତହେବା କଥା ଦୟାକରି ବୋଲ ।ଗୋମାତା ବୋଲନ୍ତି ତହୁଁ ଶୁଣ ତପୀମଣିଯେଉଁପରି ମୁକ୍ତ ହେବ କହିବା ସେ ବାଣୀ ।କିଛିଦିନ ଅନ୍ତେ ସ୍ୱାରୋଚିଷ ମନୁ ଯିବତହୁଁ ବୈବସ୍ୱତ ମନୁ ଭୋଗ ଯେ କରିବ ।ପୁରନ୍ଦର ନାମେ ଇନ୍ଦ୍ର ବସିଥିବେ ସ୍ୱର୍ଗେବିଷ୍ଣୁ ଅବତାର ହେବେ ସେ ଦ୍ୱାପରଯୁଗେ ।କଂସ ନିଧନ ନିମନ୍ତେ ଜନ୍ମିବେ ଶ୍ରୀହରିଅନେକ ଗୋପାଳବାଳ ଥିବେ ସଙ୍ଗେ ଧରି ।ମଥୁରା କଟକେ ତୁମ୍ଭେ ମାଳୀ ହୋଇଥିବପ୍ରତ୍ୟକ୍ଷେ ନିରଞ୍ଜନକୁ ସେଠାରେ ଭେଟିବ ।ପୁଷ୍ପଲାଗି କରନ୍ତେଣ ଯିବ ପାପମାନହରିହର ବେନିମୂର୍ତ୍ତି ଦେଖିବ ନୟନ ।ତୁମ୍ଭ ଗୁନ୍ଥାଫୁଲ ଲାଗିହେବେ ଦେବହରିବାଳ ଗୋପାଳ ଘେନିବେ ତାହା ଶ୍ରଦ୍ଧାକରି ।ମହତ୍ତ୍ୱ ନିନ୍ଦିବା ପାପ ତେବେ ଯିବ ପାରଏହା କହିଣ ଗୋମାତା ଗଲେ ବନଘୋର ।ଶୁଣ ପରୀକ୍ଷିତ ରାଜା ବଦୟନ୍ତି ଯତିଏ ଅଟେ ଶ୍ରୀଭାଗବତ ପୁଣ୍ୟମୟ କୀର୍ତ୍ତି ।ପ୍ରଚେତା ଋଷି ଏରୂପେ ଶାପ ପାଇଥିଲେଅଭିଶାପ ପାରଯାନ୍ତେ ବିଷ୍ଣୁଲୋକେ ଗଲେ ।ଶ୍ରୀଅଙ୍ଗେ ଲୀନ ହୋଇଲେ କିଛିଦିନ ଅନ୍ତେପୂର୍ବଜନ୍ମ କଥାଗୋଟି ଅଟଇ ଏମନ୍ତେ ।ଭାଗବତର ପରମ ଚରିତ ଅଟେ ଏଦଶମସ୍କନ୍ଧ ଚୌତ୍ରିଂଶ ଅଧ୍ୟା ଶେଷହୋଏ ।ଜୟ ଜୟ ଗୋପୀନାଥ ଗୋପେ ଅବତାରବିଶ୍ୱକୂଟ ମାୟା ପ୍ରଭୁ ଅଟଇ ତୁମ୍ଭର ।ଯୋଗୀଜନମାନଙ୍କର ଅଟ ମୂଳମନ୍ତ୍ରଅଦଭୂତେ ଘଟଣ ଯେ କରିଛି ଜଗତ ।କଦମ୍ୱତରୁ ଶିଖରେ ବଇଁଶୀ ବଜାଇଗୋପୀଙ୍କୁ ମୋହିଲ ତୁମ୍ଭେ ପ୍ରଭୁ ଭାବଗ୍ରାହୀ ।ପୂତନା ଶକଟା ଷଣ୍ଢାସୁରେ କଲ ନାଶକାଳିନ୍ଦୀର ଜଳ ଯାଇ କରିଲ ନିର୍ବିଷ ।ଅଷ୍ଟମଲ୍ଲ ଆଦିକରି କେଶୀ ନିସୂଦନବାଳୁତ ରୂପରେ ବତ୍ସା ଚରାଇଲ ବନ ।ନୀଳେନ୍ଦୀଦଳ ପରାୟେ ଶୋହେ ଯାର ତନୁଯୋଗୀଜନମାନଙ୍କର ହୃଦେ ପୂର୍ଣ୍ଣ ଭାନୁ ।ଉଶ୍ୱାସିଲ ପୃଥ୍ୱୀଭାରା ନବରୂପ ଧରିସ୍ଥାବର ଜଙ୍ଗମ କୀଟ ସବୁଠାରେ ପୂରି ।ପୃଥ୍ୱୀ ଆପ ତେଜ ବାୟୁ ଆକାଶ ବିଶେଷସବୁସ୍ଥାନେ ତୁମ୍ଭେ ପ୍ରଭୁ କରିଅଛ ବାସ ।ଅହଙ୍କାର ବିବର୍ଜ୍ଜିତ ଅଟେ ତୁମ୍ଭ କାୟଅକ୍ଷୟ ଅମର ତୁମ୍ଭେ ପ୍ରଭୁ ଦେବରାୟ ।ତୁମ୍ଭେ ଦେବ ଆଦି ପୁଣି ଅଟ ଯେ ଅନାଦିଧାତୁବାଦ୍ୟ ପୁରୁଷ ତୁ ସବୁ ପାରୁ ସାଧି ।ଏଣୁକରି ସୁଘଟନ ଅଟେ ତୁମ୍ଭ ତନୁବାଞ୍ଚା କଳ୍ପତରୁ ପ୍ରଭୁ ଯେହ୍ନେ କାମଧେନୁ ।ଜନ୍ମ ମୃତ୍ୟୁ ବିବର୍ଜିତ ଅଟେ ତୁମ୍ଭ କାୟାବ୍ରହ୍ମା ରୁଦ୍ର ଇନ୍ଦ୍ରଙ୍କୁ ଯା ଅଗୋଚର ମାୟା ।ଆଦ୍ୟ ଅନ୍ତ ମଧ୍ୟ ନାହିଁ ନାହିଁ ତୁମ୍ଭ ସଖାସଂସାରରେ ମହାଯୋଗୀ ଅଟ ତୁମ୍ଭେ ଏକା ।ଯାହା ତୁମ୍ଭେ ନ କରିବ ସେ କିଛି ନୋହିବଯାହା ତୁମ୍ଭେ କରିବ ସେ ନିଶ୍ଚୟ ହୋଇବ ।ନମସ୍ତେ ହେ ଗୋପୀନାଥ ସଂସାର କାରେଣିନମସ୍ତେ ହେ ଗୋପୀନାଥ ସର୍ବ ଚିନ୍ତାମଣି ।ନମସ୍ତେ ହେ ଗୋପୀନାଥ ଗୋପୀହୃଦ ଇନ୍ଦୁନମସ୍ତେ ହେ ଗୋପୀନାଥ କୃପାଜଳ ସିନ୍ଧୁ ।ନମସ୍ତେ ହେ ଗୋପୀନାଥ ଗୋବର୍ଦ୍ଧନଧାରୀନମସ୍ତେ ହେ ଗୋପୀନାଥ ଗୋପୀ ମନୋହାରୀ ।ନମସ୍ତେ ହେ ଗୋପୀନାଥ ଅକରମ ଦାନୀନମସ୍ତେ ହେ ଗୋପୀନାଥ ସର୍ବ ଅନ୍ତର୍ଯ୍ୟାମୀ ।ନମସ୍ତେ ହେ ଗୋପୀନାଥ ତ୍ରିଭଙ୍ଗ ମୂରତିନମସ୍ତେ ହେ ଗୋପୀନାଥ ଦେବକୀ ସନ୍ତତି ।ନମସ୍ତେ ହେ ଗୋପୀନାଥ ଶଙ୍ଖଚକ୍ରପାଣିନମସ୍ତେ ହେ ଗୋପୀନାଥ ଶିଖିପୁଚ୍ଛ ବେନି ।ନମସ୍ତେ ହେ ଗୋପୀନାଥ ବୃନ୍ଦାବନ ପତିନମସ୍ତେ ହେ ଗୋପୀନାଥ ନଟବର ମୂର୍ତ୍ତି ।ନମସ୍ତେ ହେ ଗୋପୀନାଥ ଶ୍ରୀରାମ ସୋଦରନମସ୍ତେ ହେ ଗୋପୀନାଥ କାଳୀଦର୍ପ ହର ।ନମସ୍ତେ ହେ ଗୋପୀନାଥ ଜଗଜ୍ଜନବନ୍ଧୁନମସ୍ତେ ହେ ଗୋପୀନାଥ ନନ୍ଦହୃଦଇନ୍ଦୁ ।ଯଦୁକୁଳ ଚନ୍ଦ୍ରମା ହେ ଲକ୍ଷ୍ମୀଦେବୀ ପତିଭୃତ୍ୟଙ୍କର ଅଭିମାନେ ଧର ନାନାମୂର୍ତ୍ତି ।ଦକ୍ଷିଣ ସିନ୍ଧୁତଟରେ ଯେଉଁ ନୀଳଗିରିଚତୁର୍ଦ୍ଧା ମୂର୍ତ୍ତିରେ ତହିଁ ଅଛ ବିଜେକରି ।ରେଖ ରୂପ ଚିହ୍ନ ବର୍ଣ୍ଣ ଭେଦ ଯାର ନାହିଁକପଟେ ଦାରୁରୂପେ ରହିଛ ଦେହ ବହି ।ବିଚିତ୍ର ଚରିତ ନାଥ ଅଟେ ଅକଳନାପରାପର ନାହିଁ ତୋର ସକଳ ଆପଣା ।ଭକ୍ତଜନଙ୍କର ବାଞ୍ଛା କରୁଅଛ ପୂର୍ଣ୍ଣକପଟରେ ଦାରୁରୂପେ ବିଜୟ ଆପଣ ।ଶତ ଶତ କୋଟି କୋଟି ମହାପାପୀମାନେପୁଣ୍ୟାତ୍ମା ହୁଅନ୍ତି ପ୍ରଭୁ ତବ ଦରଶନେ ।ଅକ୍ଷୟ ବଟମୂଳରେ ରତ୍ନ ସିଂହାସନଶତେଚନ୍ଦ୍ର ଜିଣି ରୂପ ଦିଶଇ ଶୋଭନ ।ଦକ୍ଷିଣରେ ବଳଭଦ୍ର ମଧ୍ୟରେ ସୁଭଦ୍ରାଯୋଗ ଆସନରେ ପ୍ରଭୁ ଛେଦ ଭେଦ ମୁଦ୍ରା ।ଯେଉଁ ପ୍ରଭୁ ଦରଶନେ ସର୍ବପାପ ଧ୍ୱଂସଝଲମଲ ଦିବ୍ୟଜ୍ୟୋତି ସୁବର୍ଣ୍ଣ ସଦୃଶ ।ସେ ଦେବ ପାଦରେ ରହୁ ସର୍ବଦା ମୋ ସେବାକବି ଅଚ୍ୟୁତ ଦାସକୁ ଗତି ମୁକ୍ତି ଦେବା ।
ରାମ କୃଷ୍ଣଙ୍କ ଆସିବା ଶୁଣି କଂସର ଭୟ
ଏଥୁ ଅନ୍ତରେ ପରୀକ୍ଷ ନୃପତିର ଆଗେକହନ୍ତି ଯେ ଶୁକମୁନି କଥାର ପ୍ରସଙ୍ଗେ ।ଶୁଣ ତୁମ୍ଭେ ସାବଧାନେ ପଣ୍ଡୁ ପଣନାତିସୋମବଂଶର ଅଧିପ ମହାବିଜ୍ଞମତି ।ବିଷ୍ଣୁର ବାଲ୍ୟଲୀଳା ଏ କଉତୁକ ବାଣୀଅନେକ ଜନ୍ମର ପାପ ଧ୍ୱଂସ ଏହା ଶୁଣି ।କୋଟିଯଜ୍ଞ କୋଟିତୀର୍ଥ କୋଟିଦାନ ଯେତେଗୋବିନ୍ଦ ନାମ ଧରନ୍ତେ ମିଳେ ତା ତୁରିତେ ।ଏ ଅଟେ ଶ୍ରୀଭାଗବତ ଗୋବିନ୍ଦଙ୍କ କୀର୍ତ୍ତିସଂକଳ୍ପ କରି ଶୁଣିଲେ ନିର୍ବାଣ ମୁକତି ।ଧନ ଧାନ୍ୟ ପୁତ୍ର ଦାରା ମିଳଇ ସମ୍ପଦଶତ୍ରୁ ଉପଦ୍ରବ ନୁହେଁ ଅପମୃତ୍ୟୁ ଭେଦ ।ରାଜା ଅଗ୍ନି ଚୌର୍ଯ୍ୟ ପୁଣି ଗ୍ରହପୀଡ଼ା ଯେତେଏମାନ ନ ବାଧେ ହରିବଂଶକୁ ଶୁଣନ୍ତେ ।ପବିତ୍ର ଆଖ୍ୟାନ ବ୍ୟାସ ବଦନୁ ନିଃସୃତତୁମ୍ଭର ଆଗେ କହୁଛି ଶୁଣ ଦେଇ ଚିତ୍ତ ।ରାମକୃଷ୍ଣ ଆଜ୍ଞାପାଇ ଅକ୍ରୂର ଚଳିଲେକଂସ ନିକଟରେ ଯାଇ ପ୍ରବେଶ ହୋଇଲେ ।ଆସ୍ଥାନେ ବିଜୟ ବୀର ଉଗ୍ରସେନ ଚାଟସୁନାସ ଅଛଇ ତହିଁ କଂସର କନିଷ୍ଠ ।ସକଳ ଯାଦବମାନେ ଆୟୁଧକୁ ଧରିତଳ ପାବଚ୍ଛରେ ଠିଆ ଆଜ୍ଞା ଅବଧାରୀ ।ହଂସ ଡିମ୍ୱ ବୋଲିକରି କଂସ ପୁତ୍ର ଦୁଇରାଜାର ବେନି ପାରୁଶେ ଛନ୍ତି ଉଭା ହୋଇ ।ସାତ୍ୟକି ଉଦ୍ଧବ ଅନାଧୃଷ୍ଟ ଆଦି ଯେତେପ୍ରାଙ୍ଗଣରେ ଉଭା ସର୍ବେ ଯେ ଯାହାର ମତେ ।ସହସ୍ରେ ଶିଷ୍ୟ ଘେନିଣ ଗାର୍ଗ୍ୟ ମହାମୁନିକଂସର ଛାମୁରେ ଉଭାକରେ ଶସ୍ତ୍ର ଘେନି ।କୃପବ୍ରହ୍ମା ଶକ୍ରାଜିତ ଆଦି ପୁରୁରବାଭାରତୀ ଭୀମନାଦ ଏ ଯେତେକ ଯାଦବା ।ପାତ୍ରମନ୍ତ୍ରୀ ଅମନାତ୍ୟ ଲମ୍ୱହତା ଘେନିରାଜାର ପାରୁଶେ ଛନ୍ତି ସକଳ ସଇନି ।ଆସ୍ଥାନ ମଞ୍ଚପରେ ଯେ ଚନ୍ଦ୍ରାତପ ଟଣାସୁବର୍ଣ୍ଣର ଖମ୍ୱମାନ ଅତି ସୁଘଟଣା ।ଅପୂର୍ବ ଝୀନବସନ ରାଜେ ଖମ୍ୱେ ଖମ୍ୱେକେବଣ ଖମ୍ୱରେ ମୁକ୍ତା ହୀରାମାଳ ଲମ୍ୱେ ।ଇନ୍ଦ୍ରଗୋବିନ୍ଦ ଚାନ୍ଦୁଆ ଅତି ମନୋରମସୁଗନ୍ଧ କୁସୁମ ମାଳମାନ ଲମ୍ୱେ ସମ ।ଯେବଣ କଂସ ନୃପତି ତ୍ରିଭୁବନେ ରାଜାଦେବାସୁର କରନ୍ତି ଯା ପାଦତଳେ ପୂଜା ।ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ଜିଣିଲା ଯେ ହେଳେଦେବ ଭଣ୍ଡାର ପୂରିଲା ନିଜ ଭୁଜବଳେ ।ତିନି ଭୁବନେ ପଡ଼ଇ ତା ନାମେ ଚମକଅନୁକ୍ଷଣେ ବାଜେ ବୀର ମର୍ଦ୍ଦଳ ଟମକ ।ଯାର ପାଦଭାରା ସହି ନ ପାରଇ ମହୀତିନିପୁର କଣ୍ଟକ ଯେ ଦେବାରି ଅଟଇ ।ବାରିନିଧି ତୁଲ୍ୟ ଯେହୁ ବୀର ଚୂଡ଼ାମଣିତାହାକୁ ଅପୂର୍ବ ଅବା କିସ ଦ୍ରବ୍ୟପୁଣି ।ଶୁଣ ପରୀକ୍ଷିତ ରାଜା ବଦୟନ୍ତି ଶୁକକଂସ ସଭାରେ ଅଛନ୍ତି ଅନେକ ଯେ ଲୋକ ।ରାତ୍ର ପ୍ରହରେକ ଥାଉଁ ବିଜେ ନରସାଇଁଅକ୍ରୂର ଆସିବାକୁ ସେ ପଥ ଅଛି ଚାହିଁ ।ବାମେ ଯମଦାଢ଼ ଦକ୍ଷିଣରେ ପାଟଖଣ୍ଡାତୁଳିକା ଶେଯରେ ବସି ଅଛଇ ପ୍ରଚଣ୍ଡା ।ଦେବଦଳନ ଖଡ଼ଗ ଅମୋହ ଯେ ଗଦାଶତ୍ରୁମାନଙ୍କୁ ଯହିଁରେ କରିଦିଏ ପଦା ।ସେ ମଧ୍ୟ ପାଖେ ଅଛଇ ଯତ୍ନ ସହକାରେମଣିମା ମଣିମା ଡାକ ପଡ଼େ ନିରନ୍ତରେ ।ଚୌରାଶୀ କୋଟି ଯାଦବ ସାତବଂଶ ଲୋକଏକେ ଏକେ ନାମ ଧରି କହିବି କେତେକ ।ପଞ୍ଚାଣୋଇ ସସ୍ର ରାଜା ପଞ୍ଚାଶ ଉଗୁଳିଛତ୍ର ଚାମରାଦି ଅଛି ଭଳିକି ଯେ ଭଳି ।ହାତୀ ରଥୀ ଅଶ୍ୱ ତହିଁ କେ କରେ ଗଣନାନିଶାଣ ଟମକ ଆଦି ବାଜେ ଅକଳନା ।ଶଙ୍ଖ ମହୁରୀ ଭେରୀ ସେ ଉପାଙ୍ଗ କାହାଳୀଦାଉଣ୍ଡି ଯେ ବିଜିଘୋଷ ବାଜେ କରତାଳି ।ଯମୁନାର ବେନିକୂଳେ ରାଜାଙ୍କ ସଇନିଯେ ଯାହାରେ ରହିଛନ୍ତି ସମ୍ଭାରାଦି ଘେନି ।ଅମର ବିଳାସିନୀଏ କରୁଛନ୍ତି ନୃତ୍ୟତାଳଲୟେ ସୁସ୍ୱରରେ ଗାଉଛନ୍ତି ଗୀତ ।ଭାଟ କୟେବାର ଆଦି ମଙ୍ଗଳାଷ୍ଟ ପଢ଼ିରାଜା ଆଗେ ଉଭା କେହୁ ବେନି କରଯୋଡ଼ି ।କୋପନୟନେ ନୃପତି ଦିଏ ଯେବେ ଦୃଷ୍ଟିନିଉଛାଳି ଓଳଗି ଯେ ପଡ଼େ କୋଟି କୋଟି ।ସ୍ୱର୍ଗପୁର ପରି ସଭା ପାଉଅଛି ଶୋଭାବିଜୟେ କରିଛି ରାଜା ଯେସନେ ମଘବା ।ଶତେନଳ ଆୟତନ ସୁବର୍ଣ୍ଣ ମଣ୍ଡପତହିଁ ବିଜେ କରିଅଛି କଂସ ନରାଧିପ ।ଧନ୍ୟ ସେହି କଂସରାଜା ଯାହା ଯାହା କଲାଉପରେ ହେବ କି ନାହିଁ ତଳେ ନ ଦେଖିଲା ।ଜାନୁଘଣ୍ଟ ପୁରୁରବା ନହୁଷାଦି କରିଏପରି କରଣୀ କେବେ ନ ଥିଲା କାହାରି ।ଖୁଣ୍ଟିଆ ଚୂହାଣ ଆଉ ଲମ୍ୱହତା ଲେଙ୍କାସଭାରେ ବସି ଅଛନ୍ତି ବହୁ ରଣରଙ୍କା ।ଏ ସମୟରେ ଅକ୍ରୂର ମିଳିଲାକ ଯାଇଖଣ୍ଡଦୂରୁ ଅକ୍ରୁରକୁ କଂସ ଦେଲା ଚାହିଁ ।ଆସ ଆସ ଅକ୍ରୁର ହୋ ମୋ ପ୍ରାଣର ହିତଯହିଁଙ୍କି ଯାଇଥିଲ ତା କଲେ ହେ କେମନ୍ତ ।ପଞ୍ଚଭୂତ ଆତ୍ମା ମୋର ଶୁଣି ହେଉ ଶାନ୍ତିଧାତିକାରେ କହ ମୋର ଫିଟୁ ମନୋଭ୍ରାନ୍ତି ।ଚାତକ ପକ୍ଷୀ ପରାୟ ବସିଅଛି ମୁହିଁତୁମ୍ଭର ଆସିବା ପାଇଁ ପଥ ଅଛି ଚାହିଁ ।ଅକ୍ରୁର ବୋଇଲା ମୁଁ ଯେ ଧାତିକାରେ ଗଲିରାତ୍ର ଦଣ୍ଡେ ଥାଉଁ ଗୋପେ ପ୍ରବେଶ ହୋଇଲି ।ଅଯୋଗେ ଦେଖିଲି ରାମ କୃଷ୍ଣ ବେନିଭାଇଗୋଗୋଷ୍ଠ ଭିତରେ ଦୁହେଁ ଦୁହିଁଥିଲେ ଗାଈ ।ମୋତେ ଦେଖିଣ ଗୋପାଳେ ରୁଣ୍ଡହେଲେ ଆସିକହନ୍ତେ ଶ୍ରୀମୁଖ ନେଇ ମଥାରେ ନିବେଶି ।ତୁମ୍ଭର ବଚନ ଦେବ ପାଳନ କରିଲେଶୁଣିମା ମାତ୍ରକେ ମୋର ସଙ୍ଗରେ ଅଇଲେ ।ଯେଉଁ ରୂପରେ ଦୋହନ କରୁଥିଲେ ଗାଈସେହି ସଜେ ବାହାରିଲେ ସଙ୍ଗେ ବେନିଭାଇ ।ଗୋରସ ଘେନିଣ ଆସିଛନ୍ତି ଗୋପବୃନ୍ଦଆପଣେ ସଜ ହୋଇଣ ଆସୁଅଛି ନନ୍ଦ ।ସତ୍ୟକଥା ଜଣାଇଲି ଆସି ପ୍ରଭୁ ଆଗେସେମାନେ ଆସୁଅଛନ୍ତି ମିଳିବେ ଏ ଲାଗେ ।ଏହିପରି କଥା ଶୁଣି କଂସ ହର୍ଷ ହୁଏପୁଲକିତ ରୋମାବଳି ଉତ୍କଣ୍ଠିତ କାୟେ ।ବିଚାରି ବୋଇଲା ଏବେ କାର୍ଯ୍ୟ ହେଲା ସିଦ୍ଧିଆଗହୁଁ ଯା ନ କରିଲି ଏ ପ୍ରକାରେ ବୁଦ୍ଧି ।ଅଖଡ଼ରେ ମହା ମହା ସେନା ମରାଇଲିଦଇବ ବଳରୁ ପ୍ରତିଭ୍ରମରେ ପଡ଼ିଲି ।ଆଗହୁଁ ଏ ବୁଦ୍ଧି ମୋତେ ନ ଦେଲା ତ କେହିଅକ୍ରୂର ସକାଶେ ମୋର ପ୍ରାଣ ରହିଲାଇଁ ।ଏହାର ହେତୁରୁ ମୁହିଁ ଲଭିଲି କାରଣଜୀବ ଥିବାଯାଏ ୟାର ଶୁଝିବି କି ଋଣ ।ଅଷ୍ଟମଲ୍ଲଙ୍କର କଷ୍ଟ ଯିବଟି ଆଜହୁଁଅଦଦ୍ଭୂତେ କୋପ ବଢ଼ି ଉଠେ ଚାହୁଁ ଚାହୁଁ ।କେତେ ଦୂରେ ଛାଡ଼ି ତାଙ୍କୁ ଅଇଲ ଅକ୍ରୁରସଙ୍ଗେ ସଙ୍ଗେ ନ ଆଣିଲ କିପାଇଁ ହେ ବୀର ।ନ ପୁଣ ଅଧବାଟରୁ ପଳାବନ୍ତି ଡରେଅନେକ କାର୍ଯ୍ୟ ଅଛଇ ତାହାଙ୍କ ଯୋଗରେ ।ତୁମ୍ଭେ କି ନ ଜାଣ ମୁହିଁ କହିବଇଁ କିସଗଉଡ଼ଙ୍କ ହେତୁ ମୋର ସବୁ ଗଲା ନାଶ ।ଏସନକ ଅକ୍ରୁରକୁ କହୁଛି ନୃପତିଏକାଳେ ମିଳିଲା ଆସି ଚାରେକ ତଡ଼ତି ।କରପତ୍ର ଯୋଡ଼ି ଶିରେ ବଚନ ପ୍ରକାଶିଶୁଣ ସାବଧନେ ଦେବ ନୃପ ଭୋଜବଂଶି ।ଗୋପାଳଙ୍କ ସଙ୍ଗେ କାହ୍ନୁ ଶ୍ରୀରାମ ଅଇଲେବସ୍ତ୍ରମାନ ବଳାତ୍କାରେ ଧୋବା ତୁଠୁଁ ନେଲେ ।ରାଜାଙ୍କର ମଢ଼ିଆଳ ନେଲେ ଛୋଟଜାତିହାଟ ବାଟ ପସରାନ୍ତ ଭାଙ୍ଗିଲେ ବିକୋତି ।ଡଗରା ମୁଖରୁ କଂସ ଏ ବଚନ ଶୁଣିଉପହାସ କଥା ପରି ମଣେ ନୃପମଣି ।ନିଶେ ହାତ ଦେଇ ମନେ ଗର୍ବ ବହି ତାରବୋଲେ ମୃତ୍ୟୁକାଳେ ପ୍ରାଣୀକରେ ଏ ବେଭାର ।ଏହି କଥା କଲେ କିବା ହୋଏ ଲୋକେ ଯଶମଲା ପ୍ରାଣୀଙ୍କର ଆଉ କି ଘେନିବା ଦୋଷ ।ଅନେକ ପ୍ରସ୍ତାବେ ନୃପ କହେ କଥା ଯୋଗେକେଉଁ ଭାଗ୍ୟେ ମିଳିଲେ ଯେ ଆସି ମୋର ଆଗେ ।ଅଖଡ଼େ ନାଶିଲେ କେଡ଼େକେଡ଼େ ମୋ ସେନାଙ୍କୁଶଲ୍ୟପରି ହୋଇଛନ୍ତି ମୋ ହୃଦସ୍ଥଳକୁ ।କେହି କିଛି ନ ବୋଲ ସେ ହୁରୁଡ଼ିଣ ଯିବେଶତ୍ରୁକୁ ମୁହିଁ ତ ସାଧି ନ ପାରିବି କେବେ ।ଏସନ କାଳେ ମିଳିଲା ଅନ୍ୟ ଡଗରାଏମସ୍ତକରେ କରଯୋଡ଼ି ରାଜାଙ୍କୁ ଜଣାଏ ।ଭୋ ଦେବ ମିଳିଲେ ନନ୍ଦ ଗଉଡ଼ କୁମରତାଙ୍କ କଥା ଅସମ୍ଭବ ଲୋକେ ଅଗୋଚର ।ଗଉଡ଼ ବାଉଡ଼ ସେହୁ ଅରକ୍ଷିତ ପ୍ରଜାଅନେକ ସେ ଉପଦ୍ରବ କରନ୍ତି ହେ ରାଜା ।ନିଷ୍କଣ୍ଟକ ରାଜ୍ୟଯାକ କଲେ ନାରଖାରହାଟ ବାଟ ପାଟଣାକୁ ଏବେ ରକ୍ଷାକର ।ପ୍ରଥମେ ସୀମା ନ ମାଡୁ ବସ୍ତ୍ର ଜୂର କଲେଭୟଙ୍କର ରୂପ ଧରି ରାଜ୍ୟରେ ପଶିଲେ ।ଏକ ଏକ ଗଉଡ଼ଙ୍କ କୋଟି ସ୍ୱର୍ଯ୍ୟତେଜଦେଖିଲେକ ମହାଭୟ ଲାଗେ ମହାରାଜ ।ଗନ୍ଧ ନିଯୋଗ ଘେନିଣ କୁବୁଜା ଆସନ୍ତେକାହ୍ନୁ ସଂକର୍ଷଣ ଦେଖି ସିଂହଦ୍ୱାର ପଥେ ।ଚନ୍ଦନ ଛଡ଼ାଇ ବୋଳି ହୋଇଲେ ସେ କାୟେତକ୍ଷଣେ ମିଳିଲା ଆସି ବିମାନ ଗୋଟାଏ ।କୁବୁଜା ରୂପକୁ ତେଜି ବିଦ୍ୟାଧରୀ ହେଲାବିମାନରେ ବସିକରି ସ୍ୱର୍ଗପୁରେ ଗଲା ।ଯାତ୍ରୀମାନେ ଚକିତ ଯେ ହେଲେ ତାହାଦେଖିଥୋକାଏ ବୋଇଲେ ଏହୁ ସ୍ୱୟଂ ଶ୍ରୀବିଷ୍ଣୁ କି ।ସୁଧର୍ମାମାଳୀ ନେଇଣ ପୁଷ୍ପ ଯୋଗାଇଲାସୁବର୍ଣ୍ଣ ରଥ ଚଢ଼ିଣ ସ୍ୱର୍ଗକୁ ସେ ଗଲା ।ଜଗମୋହନ ସ୍ୱରୂପ ଧରିଛନ୍ତି ବେନିମନୁଷ୍ୟ ନୁହନ୍ତି କେବେ ସେ ତ ନୃପମଣି ।ସମସ୍ତ ଲୋକକୁ ସେହୁ କରନ୍ତି ଉଚ୍ଚାଟସବୁଆଡ଼େ ତାହାଙ୍କର ପୂରିଅଛି ଥାଟ ।ଏଥକୁ ଉପାୟ ଶୀଘ୍ର କର ନୃପନିଧିନାଶଗଲା ଆଜୁଁ ତୁମ୍ଭ ମଥୁରା ସମୃଦ୍ଧି ।ନ ହୁଅନ୍ତି ଲୋକମାନେ ପଥେ ଆତଯାତକବାଟ କିଳିଣ ଭୟେ ପଶିଲେ ସମସ୍ତ ।ବଜାନ୍ତି କଡ଼ା ଘୁମୁରା ନାଚନ୍ତି ଖେମଟାମତ୍ତେ ମତୁଆଳ ଗୌଡ଼େ ମାରି ଆଖିଛଟା ।କାହାକୁ ଧରି ତା ମୁଣ୍ଡେ ପିଟୁଛନ୍ତି ବାଡ଼ିବିକଳେ ପଳାଉଛନ୍ତି ପସରାନ୍ତ ଛାଡ଼ି ।ଯେବଣ ପୁରରେ ପୁଣି ଯମଦଣ୍ଡ ନାହିଁକାଳରୂପେ ଗଉଡ଼େ ଯ ପ୍ରବେଶିଲେ ତହିଁ ।ଯେବଣ ପୁରରେ ରବି କିରଣ ନ ପଡ଼େଯେବଣ ପୁରେ ପାଷାଣ ବାଡ଼ମାନ ବେଢ଼େ ।ସଦା ବସନ୍ତ ପବନ ବହେ ଧୀର ଧୀରସ୍ୱର୍ଗଠାରୁ ଶତଗୁଣେ ବଳି ଯେଉଁ ପୁର ।ସେ ପୁରରେ ପଶି ଏହା କରନ୍ତି ଗୋପାଳେଏହି କଥା ଶୁଣାଗଲା ଆସି ଦୈବବଳେ ।ଏହା ହନୁମନ୍ତ ଯେହ୍ନେ ବିଧ୍ୱଂସିଲା ଲଙ୍କାସେପରି ଲାଗୁଛି ମୋତେ ଗଉଡ଼କୁ ଶଙ୍କା ।ବେନିପୁତ୍ର ଆଗକରି ଚଳାଇଛି ନନ୍ଦପଛେ ଗୋଡ଼ାଇ ଅଛନ୍ତି ସର୍ବ ଗୋପବୃନ୍ଦ ।କହୁଁ କହୁଁ ସିଂହଦ୍ୱାରେ ପ୍ରବେଶିଲେ ଆସିବିଚାରିଣ କାର୍ଯ୍ୟକର ଆହେ ନୃପଶଶି ।ନ ପୁଣ ନବରେ ଦେବ ପଶନ୍ତି ନ ପେଲିବିଚାରିଣ କାର୍ଯ୍ୟକର ସମସ୍ତ କହିଲି ।ମାନବ ପରାୟେ ମୋତେ ନ ଦିଶନ୍ତି କେହିଜଣେ ଜଣେ ଅଟନ୍ତି ସେ ନିଶ୍ଚେଁ ପୁଣ୍ୟଦେହୀ ।ସାମାନ୍ୟ ଭରସା ଏଥେଁ କରନ୍ତି ସେ ଡକାସେବକ ହୋଇ ପ୍ରଭୁଙ୍କୁ ମାରୁଛନ୍ତି ଟେକା ।ଅନେକ ପ୍ରମାଦମାନ ପୂର୍ବୁଛନ୍ତି କରିତେଣୁକରି ତାଙ୍କ ନାମ ଶୁଣି ସର୍ବେ ଡରି ।ଷଣ୍ଢା ଶକଟା ପୂତନା ଯାମଳା ମାଇଲେଏହାଙ୍କର ଯୋଗୁଁ ସିନା କେଶୀ ନାଶଗଲେ ।ତୁମ୍ଭ କି ନ ଜାଣ ମୁହିଁ କହିବିଇଁ କିସଏହାଙ୍କର ଯୋଗୁଁ ଆମ୍ଭେ ସର୍ବେ ଯିବା ନାଶ ।ଆଗରୁ ତାର ଉପାୟ କର ନୃପଈଶଶୁଣି ଶୁଣି ବୀର କଂସ ଛାଡ଼ଇ ନିଃଶ୍ୱାସ ।ଆସିବା କଥା ଶୁଣିଣ ସନ୍ତୋଷ ସେ ଥିଲାଡଗରା କହନ୍ତେ ମନେ ମହାଭୟ କଲା ।ଦକ୍ଷିଣ କରରୁ ଖଡ଼୍ଗ ପଡ଼ିଲାକ ଖସିବାମଚକ୍ଷୁସ୍ଫୁରେ ଆଗେ ପେଚା ରାବେ ବସି ।ଛାମୁରେ ମାର୍ଜ୍ଜାର ଯୁଦ୍ଧ କରେ ପୁଣି ଆସିଶିରରୁ ମୁକୁଟ ଅଦଭୂତେ ପଡ଼େ ଖସି ।ଚଞ୍ଚଳ ଚିତ୍ତେ ରାଜାର ଛନ୍ନ ଛନ୍ନ ମତିଇନ୍ଦ୍ରଜାଲ ବିଦ୍ୟା ଯେହ୍ନେ ଘୋଟେ ଚଉକତି ।ମନହିଁ ଜାଣଇଁ ସିନା କରମର ବାଟମୃତ୍ୟୁ ନିକଟେ ପ୍ରାଣୀଙ୍କି ଲାଗଇ ଉଚ୍ଚାଟ ।ବୃଦ୍ଧିହତ ହ୍ୱନ୍ତେ ରାଜା ହେଲା ଅଚେତନମନ ବୁଦ୍ଧି ଆଦି ତାର ସବୁ ହେଲା ଆନ ।ପୁଣି ସାଷ୍ଟାମ ହୋଇଣ ବସେ ନୃପମଣିବୋଲେ ତାତ ଶୁଣିଲ କି ଗଉଡ଼ଙ୍କ ବାଣୀ ।ଶୁଣି ନ ଶୁଣିଲା ପରି ବସିଅଛ ପିତାଏବେ ତୋର ସମ୍ପଦ ତ ହେଲା ଆସି ବୃଥା ।ଉଗ୍ରସେନ ବୋଲେ ବାବୁ ସବୁ ତ ଜାଣଇଁତୋ ଛାମୁରେ କହିବାକୁ ଭୟ ତ ଲାଗଇ ।ତୋ ଛାମୁରେ ସତ କହି ରହିବ କେ ପରାଯେସନେ ପୋରୁହ ହଳେ ଆପେ ହ୍ୱନ୍ତି ସାରା ।କଂସ ବୋଇଲା ତୁ ମୋର ଅଟୁ ପରଂଗୁରୁଯେବେ ବେଳେକ ଆପଦୁଁ ଉଦ୍ଧରି ତୁ ପାରୁ ।ତେବେ ମୋହର ସକଳ ହୋଇବ ସାଧନନିଶ୍ଚିନ୍ତେ ଭୋଗ କରିବି ମଥୁରା ଭୁବନ ।ବିଜୁଳି ମୁଖରୁ ଶୁଣିଥିଲି ଯେଉଁ ବାଣୀପ୍ରତ୍ୟକ୍ଷରେ ଘଟଣା ତା ଧାତା କଲା ଆଣି ।ଯହିଁକି ଡରଇ ଧାତା ତାହା ଘଟାଇଲାଲାଭ ପାଖେ ପାଖେ ପୁଣି ହାନି ଉପୁଜିଲା ।ସ୍ୱର୍ଗ ମଞ୍ଚ ପାତାଳ ମୁଁ ଜିଣିଲଇଁ ହେଳେଦିଗପାଳ ଚୂଡ଼ାମଣି ହେଲି ରବିତଳେ ।ଦେବଙ୍କୁ ଜିଣିଲି ବଳେ ସ୍ୱର୍ଗ କଲି ଜୂରରାଜାଙ୍କୁ ଜିଣିଣ ଧନ ଆଣିଲି ଅପାର ।ଏଡ଼େ ସମ୍ପଦ ଅର୍ଜିଲି ତାତ ତବ ପୁଣ୍ୟେଦେବ ବିଡ଼ମ୍ୱନା ଆସି କରେ ଏତେ ଦିନେ ।ଅନେକ ଭୟ ଜନମ ହେଉଛି ମୋ ମନେହୃଦୟ କଥା କହିଲି ତୋର ସନ୍ନିଧାନେ ।ଉଗ୍ରସେନ ବୋଲେ ବାବୁ ନ ଭାଳ ତୁ କିଛିଉପାୟ କରିଣ ଶତ୍ରୁ କବଳରୁ ବଞ୍ଚି ।ଚିନ୍ତା କଲେ ଶରୀରରେ ଲାଗେ ପୁଣି ପ୍ରାସଶରୀରେ ପ୍ରାସ ଲାଗିଲେ ବୃଦ୍ଧି ହୁଏ ନାଶ ।ଆପଣେ ଯାହା ଅର୍ଜିବ କର୍ମବୋଲି ତାହାତୁହି ମହାପଣ୍ଡିତ ତ ନ ଜାଣୁ ବା କାହା ।ଶୁଣିଲା କଥାରେ କିପାଁ ଏଡ଼େକ କାତରକୋଟି ଇନ୍ଦ୍ରପଦ ୟାକୁ ଈଷତ ମାତର ।ବୀରହୁଁ ମହାବୀର ତୁ ଅଟୁ ଜଗଜ୍ଜିଣାଦେବତାମାନଙ୍କ ବୁଦ୍ଧି କରିଦେଲୁ ବଣା ।ନୁହସି କାତର ବାବୁ ହିଆ ଦୃଢ଼ କରତିନିପୁରରେ ଅଛଇ କାହାକୁ ତୋ ଡର ।ଏସନକ ବିଚାରନ୍ତି ପିତାପୁତ୍ର ବେନିପୁଣି ଏକ ଡଗରା ଯେ ବାର୍ତ୍ତାଦିଏ ଆଣି ।ଭୋ ଦେବ ରାଜାଧିରାଜ ବୀରବର ରାୟେଗଡ଼ଦ୍ୱାରେ ମିଳିଲେକ ଆସି ଗୋପପୋଏ ।ଏହିକ୍ଷଣି ନଗ୍ରମଧ୍ୟେ ପଶିବେ ଝସାଇରହ ବୋଲିଣ ବୋଲନ୍ତା ଜଣେ କେହି ନାହିଁ ।କହନ୍ତେ ନ ସରଇ ସେ ଗୋପାଳଙ୍କ କଥାଚାଟୁ ବଚନ ବୋଲନ୍ତେ ମାରନ୍ତି ଗଳଥା ।ଯାହାଠାରେ ଯା ଦେଖନ୍ତି ଘେନନ୍ତି ଉଛୁଡ଼ିରାଜାଗଣ ପଳାଇଲେ ପିଟନ୍ତି ସେ ବାଡ଼ି ।କଂସ ବୋଲେ ପିତା ମୋତେ ହେଲାବଡ଼ ଭୟେପ୍ରତିକାର କହ କିସ କରିବା ଉପାୟେ ।ଛାତି ଦକ ଦକ ହୁଏ ନେତ୍ରୁ ବହେ ନୀରବଞ୍ଚିବା ଉପାୟ ବେଗେ କହ ହେ ପିଅର ।ଏହା କହି କପାଳରେ ମାରେ ବେନି ହାତଶ୍ରୀହରି ସୁମରି ଏହା ଲେଖଇ ଅଚ୍ୟୁତ ।