ହରିବଂଶ (ଷଷ୍ଠ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୯ / ୩୩
ସମ୍ପୂର୍ଣ୍ଣ ସୂଚୀପତ୍ର
ରେବତୀଙ୍କର ଯମଜପୁତ୍ର ଜନ୍ମ
ଏଥୁ ଅନ୍ତରେ ପରୀକ୍ଷ ନାମେ ଦଣ୍ଡଧାରୀଶୁକମୁନିଙ୍କୁ ଚାହିଁଣ ଏମନ୍ତ ପଚାରି ।କହିବା ଏ ହରିବଂଶ ପୁରାଣର ବାଣୀତଦନ୍ତେ କିସ ହୋଇଲା ଆହେ ମହାମୁନି ।ବଦୟନ୍ତି ମୁନିବର ଶୁଣ ଦଣ୍ଡଧରବିବର ଦ୍ୱାରୁଁ ଯାଦବେ ହୋଇଲେ ବାହାର ।ଥୋକାଏ ଦୂରେ ମିଳିଲେ ଗୋମତୀର ତରେଜଳରେ ଷଟକରମ ସାରିଲେ ସତ୍ୱରେ ।ଅଶ୍ୱ ଗଜେ ପାଣିଦେଇ ପାନ କଲେ ଜଳଶୌଚବନ୍ତ ହୋଇ ତହୁଁ ଚଳିଲେ ସକଳ ।ସମସ୍ତେ ମିଳିଲେ ଯାଇ ଦ୍ୱାରାବତୀ ପୁରଶ୍ରୀକୃଷ୍ଣ ପ୍ରବେଶ ହେଲେ ଆପଣା ମନ୍ଦିର ।ରେବତୀ ସଙ୍ଗରେ ରାମ ଅନ୍ତପୁର ପଶିଯଦୁକନ୍ୟାମାନେ ସର୍ବେ ମିଳିଲେକ ଆସି ।ଭୋଜବଂଶେ ଥିଲେ ଯେତେ ଅହିଅ କାମିନୀବର କନ୍ୟା ବନ୍ଦାପନା କଲେ ଅର୍ଘ୍ୟ ଘେନି ।ଋକ୍ମିଣୀ ଦେବୀ ନମିଲେ ରେବତୀ ଚରଣେଉଠ ଉଠ ସତୀ ବୋଲି ତୋଳିଲେ ସେ କ୍ଷଣେ ।ସାତବଂଶ ଯାଦବେ ଯେ ଯାହାପୁରେ ଗଲେନିତ୍ୟାଚାର କର୍ମମାନ ସକଳେ ସାରିଲେ ।ସରିଲା ଯଥାବିଧିରେ ସବୁ କର୍ମମାନବୋଲନ୍ତି ଶ୍ରୀ ଶୁକମୁନି ଶୁଣ ହେ ରାଜନ ।ଅଶେଷ ଗୁଣାକର ଏ ପୁରାଣର ବିଧିହସ୍ତରେ ସମୁଦ୍ର ବାହିବାକୁ କାର ବୁଦ୍ଧି ।ଗଙ୍ଗାବାଲି ଗଣିବାକୁ କାହାର ସାହାସନଳ କାଠିରେ ମାପିବ କେହୁଟି ଆକାଶ ।ଗଗନର ତାରା କେହୁ ମୁଖେ ଗଣିପାରେବଡ଼ବା ଅନଳ କେହୁ ଭରିବ ତୁଣ୍ଡରେ ।ଶ୍ରୀବିଷ୍ଣୁଙ୍କ ଦିବ୍ୟରୂପ ରଙ୍ଗା ଅବତାରଦିନଦିନକ ମହିମା ଅପାରୁଁ ଅପାର ।ପୃଥିବୀର ଭାରାଭର ନିବାରିବା ପାଇଁଶ୍ରୀହରି ଜାତ ହୋଇଲେ ନରଦେହ ବହି ।ଅସୁରାଦି ରାଜା ଯେତେ ତାଙ୍କ ସୈନ୍ୟବଳମୂଳ ସହିତରେ ପୁଣି ମାଇଲେ ସକଳ ।ଚକ୍ରକୂଟ ବୁଦ୍ଧି ଯାର ଅଟେ ସର୍ବଦାହିଁତାହାକୁ କିବା ଅସାଧ୍ୟ ମହୀରେ ଅଛଇ ।ଏଥୁ ଅନନ୍ତରେ ତହୁଁ କେତେକ ଦିବସେରେବତୀ ରଜୋବତୀ ଯେ ବସନ୍ତର ଶେଷେ ।ଜ୍ୟେଷ୍ଠମାସ କୃଷ୍ଣପକ୍ଷ ପୁଣି ଚନ୍ଦ୍ରବାରଶ୍ରବଣା ନାମେ ନକ୍ଷତ୍ର ଅଟେ ସେ ଦିନର ।ମକରରେ ଚନ୍ଦ୍ରସ୍ଥିତ ବୃକ୍ଷେ ରବି ରହିମଙ୍ଗଳ ଗୁରୁ ବିଛାରେ ଅଛନ୍ତି ଏ ଦୁଇ ।ସପତାଙ୍ଗ ଗଣିତରେ ସେ ଅମୃତ ବେଳାଆଦିତ୍ୟ ଉଦୟବେଳେ ହେଲେ ରଜସ୍ୱଳା ।ଶୁଭ ହୋଇଲାକ ସବୁ ଅଶୁଭ ଯେ ନାହିଁଗର୍ଭରୁ ସଚରାଚର ଅଛନ୍ତି ଭିଆଇ ।ଅନାଦି ରେବତୀ ସେହୁ ଅଟେ ସିଦ୍ଧମାତଭାରାଭର ନିମିତ୍ତରେ ହୋଇଛନ୍ତି ଜାତ ।ନିରାକାର ନିରଞ୍ଜନ ରୂପେ ସେହି ମୋହିଯୁଗ ଯୁଗାନ୍ତରୁ କନ୍ୟା ଥିଲା ଅବିବାହୀ ।ଶୁଦ୍ଧସ୍ନାନ ସାରି ସେହୁ ସପ୍ତଦିନ ଅନ୍ତେଶଯ୍ୟାରେ ବିଜେ କରିଲେ ରେବତୀ ଅନନ୍ତେ ।ନାନା କଉତୁକେ ସେହୁ କଲେ ରତି କ୍ରୀଡ଼ାମନ ମଧ୍ୟରୁ ତେଜିଣ ଦେଇ ମହାବ୍ରୀଡ଼ା ।ରେବତୀ ଦେବୀ ହୋଇଲେ ତହୁଁ ଗର୍ଭବତୀଦେଖି ସାଧୁ ସାଧୁ କଲେ ସକଳ ଯୁବତୀ ।ସର୍ବ ଯଦୁମାନେ ଦେଖି ଆନନ୍ଦିତ ଚିତ୍ତସମ୍ପୂର୍ଣ୍ଣ ଦଶମାସରେ ବେନିପୁତ୍ର ଜାତ ।କୁମ୍ଭ ଶୁକ୍ର ଦୁଆଦଶୀ ତିଥି ଅର୍କବାରପୁଷ୍ୟା ନାମରେ ନକ୍ଷତ୍ର ଅଟେ ସେ ଦିନର ।ବେଳ ପାଞ୍ଚଘଡ଼ିରେ ଯେ ପୁତ୍ର ହେଲା ଜନ୍ମପାଟ ଜଉତିଷମାନେ ଖୋଜି ଜାତ କର୍ମ ।ଦୁଇ ପୁତ୍ରଙ୍କ କର୍କଟ ରାଶି ଯେ ହୋଇଲାଆନନ୍ଦାନନ୍ଦ ବୋଲିଣ ନାମ ତାଙ୍କ ହେଲା ।ଦିନୁ ଦିନୁ ବର୍ଦ୍ଧମାନ ବଳରାମ ବଳାବିକ୍ରମସିଂହ ପରାୟେ ତେଜ ଅନର୍ଗଳା ।ପୁତ୍ରମାନଙ୍କୁ ଦେଖିଣ ହଳୀ ତୋଷ ହ୍ୱନ୍ତିଦୁଇପୁତ୍ର କୋଳେ ଧରି ମୁଖେ ଚୁମ୍ବ ଦ୍ୟନ୍ତି ।ବଢ଼ିଲେ ସେ ପୁତ୍ର ବେନି ପଦ୍ମନର ତୁଲେଦେଖିଣ ଯାଦବମାନେ ହରଷ ହୋଇଲେ ।ବଳରାମ ରେବତୀଙ୍କ ପାଦେ ମୋର ସେବାଅଚ୍ୟୁତ ଦାସ କବିକୁ ଗତି ମୁକ୍ତି ଦେବା ।
ରାମକୃଷ୍ଣଙ୍କର ଘୋଷଯାତ୍ରା ଓ ଶ୍ରୀୟା ସତ୍ୟବତୀ ସହ କୃଷ୍ଣଙ୍କର ବିଭା
ଶୁକ ବୋଇଲେ ହେ ଶୁଣ ଅଭିମନ୍ୟୁ ସୁତପବିତ୍ର ଗଙ୍ଗାଜଳ ଏ ଶ୍ରୀହରି ଚରିତ ।ଏହିରୂପେ ତହୁଁ ଜାଣ କେତେ ଦିନ ଗଲାପୁନରପି ସେହି ମାସ ପ୍ରବେଶ ହୋଇଲା ।ବ୍ରହ୍ମା ସତ୍ୟ କରିଥିଲେ ଯେବଣହି ବାଣୀଦିନ ଗଣି ଜାଣିଲେ ତା ଦେବ ଚକ୍ରପାଣି ।ସକଳ ଯାଦବମାନେ ହକାରି ଶ୍ରୀହରିଚାଲ ସର୍ବେ ଏବେ ଯିବା ଘୋଷଯାତ୍ରା କରି ।ନିରାଧାର ଆଜ୍ଞା ଦେଇଛନ୍ତି ବେଦପତିଅକ୍ଷୟ ନାମେ ତୃତୀୟା ଦିବସର ରାତି ।ଏହା କହିଣ ଘୋଷଣା ଦେଲେ ଜଗନ୍ନାଥପାଇଣ ଯାଦବମାନେ ନିଶ୍ଚୟ ବାରତ ।ରଥ ଗଜ ଅଶ୍ୱମାନ ଅରୋହି ଯେଝାରେନନ୍ଦିଘୋଷ ରଥେ ବିଜେ ଦେବ ଦାମୋଦରେ ।ରୁକ୍ମିଣୀଦେବୀ ସହିତେ କଲେ ତହିଁ କିଜେସମ୍ଭର୍ବେ ଯାତ୍ରାକୁ ଗଲେ ତହୁଁ ଦେବରାଜେ ।ପଦ୍ମନ ଅନିରୁଦ୍ଧ ଏ ପିତା ପୁତ୍ର ବେନିସଜ ହୋଇଲେ ରତିକି ସଙ୍ଗରେ ସେ ଘେନି ।ବଳରାମ ଆରୋହିଲେ ତାଳଧ୍ୱଜ ରଥରେବତୀକୁ କୋଳେ ଘେନି ବିଜୟ ତୁରିତ ।ସାତବଂଶ ଆଦିକରି ଛପ୍ନକୋଟି ବଳସଙ୍ଗହୋଇ ରଇବତେ ଚଳିଲେ ସକଳ ।କେ ଥ କେ ଗଜ କେବା ଅଶ୍ୱନ୍ତ ଆରୋହିଯେଝା ଅନୁରୂପେ ସର୍ବେ ସଜବାଜ ହୋଇ ।ନାନାଛନ୍ଦରେ ବାଜଣା ବାଜେ ଅପ୍ରମିତକମ୍ପମାନ ବସୁନ୍ଧରା ମହୀଖଣ୍ଡ ସାତ ।ଦ୍ୱାରକା ଉତ୍ତର ଦ୍ୱାରୁ ରଇବତ ଯାଏଅଠର ଯୋଜନ ବାଟ ସବୁ ସ୍ୱର୍ଣ୍ଣମୟେ ।ବେନିକୋଶ ଓସାର ଯେ ତିଳେ ବକ୍ର ନାହିଁଆପଣେ ବିଶ୍ୱକର୍ମା ତା ଅଛନ୍ତି ଭିଆଇ ।ଅମର ବୈକୁଣ୍ଠ ବାଟ ସ୍ୱର୍ଗକୁ ନିଶୁଣିଅବହେଳେ ବିଜେ ତହିଁ କୋଟି କମଳିନୀ ।ବିଚିତ୍ର ଛାୟାମଣ୍ଡପ ଅନ୍ତରୀକ୍ଷେ ରହିଆଦିତ୍ୟ କିରଣ ଅଙ୍ଗେ ନ ଲାଗଇ ତହିଁ ।ପାରୁଶରେ ଉଭା ତ୍ରୋଣା ହୋଇଛି ମଣ୍ଡଣିନାନାଦି ଶୀତଳ ଦ୍ରବ୍ୟ ବାଢ଼ିଛନ୍ତି ଆଣି ।ପାଚିଲା କଦଳୀ କାନ୍ଦି ଗୁଆ ତାଳପେଣ୍ଡାଲମ୍ବିଅଛି ଜାଈ ଯୂଇ ମଲ୍ଲୀଫୁଲ ଧଣ୍ଡା ।ଉଦ୍ଦଣ୍ଡ ଧବଳଛତ୍ର ଧ୍ୱଜ ପନ୍ତି ପନ୍ତିବିଚିତ୍ର ଚିରାଳ ଉଡ଼ି ଶୂନ୍ୟେ ଶୋଭାପାନ୍ତି ।ରଥ ଗଜ ପଦାତିକ ଅଶ୍ୱ ଅପ୍ରମାଣଫିରିଫିରା ବୀରକେନା ମେଘା ବଜ୍ରବାଣ ।ବଳରାମ ଚଳିଯାନ୍ତି ଆଗୁଆଣି ଥାଟେତାଳଧ୍ୱଜ ରଥେ ବିଜେ କରିଛନ୍ତି ହୃଷ୍ଟେ ।ଯାଦବଙ୍କ କୁଳବଧୁମାନଙ୍କୁ ଘେନାଇଁମଧ୍ୟେ ଯାନ୍ତି ବସୁଦେବ ଉଗ୍ରସେନ ଦୁଇ ।ଦେବକୀ ଯେ ପାଟବଂଶୀ ଇନ୍ଦୁମତୀ ବାମାସାତବଂଶ ଯାଦବଙ୍କ ଯେତେ ରାଜଜେମା ।ରୁକ୍ମିଣୀ ସୁଭଦ୍ରା ଆଦି ଯେତେ ନାରୀ ଥିଲେଥାଟର ଭିତରେ ପଶି ସମସ୍ତେ ଚଳିଲେ ।ଇନ୍ଦ୍ର ଦେଇଥିଲେ ଯେଉଁ ସହସ୍ରେ ଯୁବତୀରୂପଗୁଣେ ସୁଲକ୍ଷଣୀ ସକଳେ ଅଟନ୍ତି ।ସର୍ବଦା ଷୋଡ଼ଶୀ କେଭେ ନୁହନ୍ତି ସେ ବୃଦ୍ଧାଅବହେଳେ କରନ୍ତି ସେ ମଦନର ବାଧା ।ସୁବର୍ଣ୍ଣ ହାନ୍ଦୋଳା ଚଢ଼ି ଥାଟର ଭିତରେଚଳନ୍ତି କାମିନୀଗଣ ଆନନ୍ଦ ମନରେ ।ଶଙ୍ଖ ଚକ୍ର ଗଦା ପଦ୍ମ ଧରି ଦେବହରିପଛିଆଣି ଥାଟେ ବିଜେ କଲେ ଦଇତ୍ୟାରି ।ନନ୍ଦିଘୋଷ ରଥେ ପ୍ରଭୁ କରିଛନ୍ତି ବିଜେଛାମୁରେ ବିଜୟଶଙ୍ଖ ବୀରତୂର ବାଜେ ।ଦଧି ମାଛ ଅନୁକୂଳ ଦେବ ଭଗବାନଗହଣ ଲଗାଇ ଥାଟେ କରନ୍ତି ଗମନ ।ଚଉଦିଗେ ଶୁଭୁଅଛି ଜୟ ଜୟ ଧ୍ୱନିସାମଗାୟନ କରନ୍ତି ସୁର ସିଦ୍ଧମୁନି ।ଯାତ୍ରା ଉତ୍ସବରେ ଦେଖି ନାରାୟଣ ରୂପମୁକତ ହୋଇଲେ ଜନେ ଖଣ୍ଡି ସର୍ବପାପ ।ଆଗେ ଯାଏ ତାଳଧ୍ୱଜ ପଛେ ନନ୍ଦିଘୋଷହରି ହରି ଶବଦରେ ପୂରେ ଦଶଦିଶ ।ନନ୍ଦିଘୋଷେ ବସି କୃଷ୍ଣ ପ୍ରକାଶିଲେ ଶୋଭାଜଗନ୍ନାଥେ ଗୁଣ୍ଡିଚାକୁ ବିଜେ କଲେ ଅବା ।ରୈବତ ପର୍ବତେ ସର୍ବେ ମିଳିଲେକ ଯାଇବହୁ ସମ୍ଭର୍ବରେ ଯାତ୍ରାକଲେ ତହିଁ ଥାଇ ।ନବର ଆବୋରି ସର୍ବେ ରହି ଯେ ଯାହାରେହାଟ ପାଟଣା ପସରା ବାଢ଼ିଲେ ବାହାରେ ।ଦେଶାଉର ବାର୍ତ୍ତାପାଇ ଛାମୁରେ ଜଣାଏକାଖରେ ହସ୍ତ ଦେଇଣ ଦ୍ୱାରେ ଉଭାହୋଏ ।ଭୋ ଦେବ ସାବଧାନରେ ଶୁଣ ଜଗନ୍ନାଥଦେଶାଉର ବାର୍ତ୍ତା ଯାହା ଶୁଣିଲୁଟି ତଥ୍ୟ ।କାଶୀନଦୀ ତୀରେ ଅଛି ସିଂହଳ ପର୍ବତତହିଁରେ ଅଛଇ ପୁଣି ଏକ ନରନାଥ ।ସତ୍ୟବ୍ରତ ନାମଗୋଟି ଅଟଇ ତାହାରିପବିତ୍ର ପାଟବଂଶୀ ସେ ଅଛି ଅବତରି ।ବେନି ଶତେକ ଯୋଜନ ରାଜ୍ୟ ସେହୁ କରେବ୍ରହ୍ମା ହର ଇନ୍ଦ୍ର ତହିଁ ନ ପଶନ୍ତି ଡରେ ।ପଞ୍ଚବିଂଶ ଯୋଜନ ସେ ଅଟେ ମହୀସ୍ଥଳୀପାଷାଣ ହୀରା ମାରାଗେ ଦିଶେ ଭଳି ଭଳି ।ସେହି ପର୍ବତ ଉପରେ କଟକ ଶୋଭନଆଡ଼ ଦୀର୍ଘ ପ୍ରତିରେ ସେ ଶତେକ ଯୋଜନ ।ନାମ ସତ୍ୟବ୍ରତ ତାର ଅସତ୍ୟ ନ କରିପିତାମାତା ଚରଣରେ ସେବେ ଦଣ୍ଡଧାରୀ ।ଏକ ଭାରିଯା ତାହାର ନାମ ଶୋଭାବତୀବିଶେଷରେ ଗୁଣବତୀ ଅଟେ ସେ ଯୁବତୀ ।ସାବିତ୍ରୀ ପରାୟେ ପତିଭକ୍ତା ସେ ଅଟଇପାଞ୍ଚଗୋଟି ପୁତ୍ର ବେନି କନ୍ୟା ତାର ହୋଇ ।ବିଜୟ ହେ ବୀରବାହୁ ବିକ୍ରମ କେଶରୀବସୁମେଳା ବସନ୍ତଙ୍କୁ ମିଶାଇଣ କରି ।ଏହିରୂପେ ପାଞ୍ଚପୁତ୍ର ଅଟନ୍ତି ତାହାରବୁଦ୍ଧିମନ୍ତ ବଳବନ୍ତ ସର୍ବେ ଧୁରନ୍ଧର ।ଦୁହିତାର ନାମ ଶ୍ରୀୟା ସତ୍ୟବତୀ ଜାଣସୁକୁମାରୀ ସୁଲକ୍ଷଣୀ ଅଟନ୍ତି ସେ ପୁଣ ।ଅତି ସୁନ୍ଦରୀ ଅଟନ୍ତି ସେହି ରାଜଜେମାନାହିଁ ପଟାନ୍ତର ତାଙ୍କୁ ଦେବାକୁ ଉପମା ।ସମ୍ପୂର୍ଣ୍ଣେ ଷୋଳ ବୟସୀ ସେ ନାରୀ ଅଟଇସପ୍ତଦ୍ୱୀପ ଖୋଜି ବର ନ ପାଇଲା କାହିଁ ।କୌଣସି ପ୍ରକାରେ ରାଜା ନ ପାଇ ଉପାୟେଶତଗୋଟି ଷଣ୍ଢ ଆଣି ପୋଷି ନୃପରାୟେ ।ଯୋଜନ ଓସାରେ ଭିଆଇଛି ଏକ ଗଡ଼ପଞ୍ଚତାଳ ଉତ୍ସର୍ଗରେ ଅଟଇ ସେ ଗାଢ଼ ।ତାଳକ ଗଭୀରେ ଖଣା ଅଛି ଚୌପାଶରେକେହି ପଶିବାକୁ କ୍ଷମ ନୋହି ଜଗତରେ ।ସେ ଖଣା ଭିତରେ ଶତେ ଷଣ୍ଢ ସେ ରଖାଇଏକ ଏକ ଷଣ୍ଢକେ ଯେ ଶତେ ଶତେ ଗାଈ ।ବଡ଼ ଉଦଣ୍ଡ ସେମାନେ ବଳେ ମହାବଳଗୋଡ଼ାଇ ବିନ୍ଧନ୍ତି ସେହୁ ଉଜାଡ଼ନ୍ତି ବିଳ ।ବେଭାରରେ ଗୋରୁମାନେ ଅତିଶୟ ଦୁଷ୍ଟପୋଷା ନ ମାନନ୍ତି ସେହୁ ବହିଥାନ୍ତି ଆଣ୍ଟ ।ଶତେ ମତ୍ତହସ୍ତୀ ଏକ ଷଣ୍ଢର ଯେ ବଳଖୁଆଡ଼ ମଧ୍ୟେ ନିଶ୍ଚିନ୍ତ ବିହରି ସକଳ ।ପାଟର ଦଉଡ଼ି ଏକ ପାତି ଗଡ଼ଦ୍ୱାରେଶୁଣିଲେ ରାଜାମାକେ ଯେ ଆସିବେ ସତ୍ୱରେ ।ସହସ୍ରେକ ହାତ ଯେହୁ ରଜ୍ଜୁ ଅଟେ ଲମ୍ବଗଡ଼ଦ୍ୱାରେ ପୋତିଅଛି ସୁବର୍ଣ୍ଣର ଖମ୍ବ ।ସେ ଖମ୍ବରେ ଲେଖିଅଛି ପାଷାଣରେ ଗାରସତ୍ୟ ସତ୍ୟ ତିନିବାର ସତ୍ୟ ଯେ ମୋହର ।ଏ ରଜ୍ଜୁରେ ଶତେଷଣ୍ଢ ବାନ୍ଧି ଯେ ପାରିବବେନି କୁମାରୀଙ୍କୁ ମୋର ବିଭା ସେ ହୋଇବ ।ଏମନ୍ତ ବୋଲି ଘୋଷଣା ଦେଇ ନୃପରାୟେଶୁଣି ଶଙ୍କା ପାଇଲେକ ସ୍ୱର୍ଗେ ଦେବତାଏ ।ଏରୂପେ କେତେକ ରାଜା ମହାଲଜ୍ଜା ପାଇଷଣ୍ଢ ବାନ୍ଧିବାକୁ ତାଙ୍କ ବଳବୁଦ୍ଧି ନାହିଁ ।କେହୁ ବଳରେ ଷଣ୍ଢକୁ ସାଧି ଯେ ନ ପାରିଶୁଣି ଏହା ହାସ୍ୟ କଲେ ପ୍ରଭୁ ଚକ୍ରଧାରୀ ।ବଳରାମ ବୋଇଲେ ହୋ ଦେଖକିନା ଯାଇଉପାୟେ ଲକ୍ଷ୍ମୀ ମିଳଇ ଶାସ୍ତ୍ରେ ଅଛି କହି ।ଉଦ୍ଯୋଗ କରିଲେ ନିଶ୍ଚେଁ ଫଳେ କର୍ମଫଳତତପର ହେଲେ ଭାଇ କାର୍ଯ୍ୟ ସେ ସଫଳ ।ସଭା ମଧ୍ୟରେ ଯାଦବମାନେ ରହିଥିଲେଭୋ କୃଷ୍ଣ ବିଜେ କରନ୍ତୁ ବୋଲିଣ ରହିଥିଲେ ।ଆମ୍ଭେମାନେ ଯାଆନ୍ତୁ ବା ତୁମ୍ଭ ସହିତରେସଂଗ୍ରାମ ସଜ ନୁହେ ଏ କହେ ଯେ ରୂପରେ ।ଜଗଦ୍ବନ୍ଦନ ପୁରୁଷ ତୁମ୍ଭେ ଭାବଗ୍ରାହୀଗୋଚର ଅଗୋଚରାଦି କରି ପାର ତ୍ରାହି ।ତୁମ୍ଭରେ ସ୍ଥାପିଲା ସିନା ସର୍ବ ବସୁନ୍ଧରୀସକଳ ଅନ୍ତର୍ଯ୍ୟାମୀ ହେ ସର୍ବ ଅଧିକାରୀ ।ଯେ ତୁମ୍ଭର ବିଚାରକୁ ଆସଇ ଉଚିତତୁମ୍ଭେ ସେ ବୁଦ୍ଧି ନିର୍ମାଣ କର ଜଗଦ୍ଭୁତ ।ଶୁଣିକରି ଜଗନ୍ନାଥ ହୋଇଲେକ ଶାନ୍ତିନିଶ୍ଚୟ କନ୍ୟା ଆଣିବା ମନେ ବିଚାରନ୍ତି ।ଦାରୁକକୁ ଆଜ୍ଞା ଦେଲେ ରଥ ସଜ କରତତକ୍ଷଣେ ଦାରୁକ ଯେ ସାଜେ ରହୁବର ।ସୁବର୍ଣ୍ଣ ନିର୍ମିତ ରଥେ କପିକେତ୍ନ ଧ୍ୱଜଉଭା ତ୍ରୋଣ ମଣ୍ଡିଲା ସେ କରି ସଜବାଜ ।ଶ୍ୱେତ ଗୋକ୍ଷୀର ବର୍ଣ୍ଣର ଅଶ୍ୱ ଯୋଚା ଯହିଁମୁଁ କିସ ବର୍ଣ୍ଣି ପାରିବି ନରତନୁ ବହି ।ବିଶ୍ୱକର୍ମା ନିର୍ମାଣିଛି ଯାହାକୁ ଯତନେମନ କଲେ ସୃଷ୍ଟିଯାକ ଭ୍ରମିପାରେ କ୍ଷଣେ ।କେତେ ମୁହିଁ ବର୍ଣ୍ଣିବଇଁ ତାହାର ଯେ ଗୁଣଆପଣେ ବେଶ ହୋଇଣ ଦେବ ନାରାୟଣ ।ଯାଇ ରଥର ଉପରେ କରିଲେ ବିଜୟେଜୟ ମଙ୍ଗଳ ଭାସନ୍ତି ସ୍ୱର୍ଗେ ଦେବତାଏ ।ଉଦ୍ଧବ ଯେ ଅନାଧୃଷ୍ଟ ସାତ୍ୟକି ଅକ୍ରୂରଏ ଚାରିଙ୍କୁ ବସାଇଲେ ପାଶେ ଚକ୍ରଧର ।ମନଠାରୁ ବଳି ଯାନ ବାହଇ ସାରଥିଚାରିଜଣ ଯଦୁବୀରେ ସଙ୍ଗତେ ଅଛନ୍ତି ।ଉଡ଼ିଲେକ ଚାରିଅଶ୍ୱ ପବନହିଁ ବେଗେଦେଖନ୍ତି ଦେବତାମାନେ ଥାଇ ମଧ୍ୟ ସ୍ୱର୍ଗେ ।ବୃହସ୍ପତି ବୋଇଲେକ ଇନ୍ଦ୍ରମୁଖ ଚାହିଁଦାରୁକ ଦେଖ କେମନ୍ତେ ସ୍ୟନ୍ଦନକୁ ବାହି ।ସୂର୍ଯ୍ୟବଂଶେ ଜାତ ସତ୍ୟବ୍ରତ ନରପତିବେନି ଦୁହିତା ତାଙ୍କର ଶ୍ରୀୟା ସତ୍ୟବତୀ ।ଲକ୍ଷ୍ମୀ ଅଂଶରେ ଜନମ ମହାଚାରୁହଂସୀଶ୍ରୀକୃଷ୍ଣ ବଲ୍ଲଭୀ ସେହୁ ଜାଣ ପାଟବଂଶୀ ।ଦ୍ୱାପରେ ବିବାହ ହେବେ ଅନେକ ଯେ କନ୍ୟାଲକ୍ଷେ ବାସ୍ତରୀ ସହସ୍ର ନବତନ ଜେମା ।ଅଷ୍ଟପାଟବଂଶୀ ଅଟେ ଏ ମଧ୍ୟରେ ଶ୍ରେଷ୍ଠସମସ୍ତଙ୍କଠାରୁ ଜାଣ ରୁକ୍ମିଣୀ ଗରିଷ୍ଠ ।ଅଶେଷ ମହିମା ତାଙ୍କ ନ ଜାଣନ୍ତି ଆନଅତିଭାଗ୍ୟେ ନାମଗୋଟି ଅଟେ ଭଗବାନ ।ସତ୍ୟବ୍ରତ ନରପତି ସତ୍ୟ କରିଥିଲାଇହ ପରଲୋକେ ତାର ଜ୍ଞାନ ଉଦେ ହେଲା ।ବିଷ୍ଣୁଙ୍କ କରରେ ଦେବ ସେହି କନ୍ୟା ଦାନଶ୍ରୀହସ୍ତ ବଢ଼ାଇ ବିଭା ହେବେ ଭଗବାନ ।ଶତହସ୍ତୀ ପରାକ୍ରମ ବହିଛନ୍ତି ଷଣ୍ଢଏକୁଁ ଏକ ସମସ୍ତେ ଯେ ଅତ୍ୟନ୍ତ ଉଦ୍ଦଣ୍ଡ ।ସୁବର୍ଣ୍ଣ ଖମ୍ବରେ ଯେହୁ ତାହାଙ୍କୁ ବାନ୍ଧିବରାଜା ସତ୍ୟ କରିଅଛି କନ୍ୟା ତାକୁ ଦେବ ।ମୋହର ମୁରଲି ବଜାଇବେ ନାରାୟଣଛାଡ଼ିବେ ଦୁଷ୍ଟପଣ ସେ ଶୁଣିଣ ଶ୍ରବଣ ।ଶକଟାସୁର ଯାମଳା ବଧି ଦେବହରିତାହାଙ୍କୁ ଏ ଷଣ୍ଢମାନେ କେତେବେଳେ ସରି ।ଏକ୍ଷଣି ଦେଖିବା ଲକ୍ଷ୍ମୀ ନାରାୟଣ ଭେଟଦୁଷ୍ଟ ରାଜାମାନେ ଦେଖି ପାଇବେ ଉଚ୍ଚାଟ ।ଏସନ ବିଚାର ଦେବେ କରି ସ୍ୱର୍ଗପୁରୀଚଳିଯାନ୍ତି ନନ୍ଦିଘୋଷ ଆରୋହି ଶ୍ରୀହରି ।କେତେଦୂରେ ବେଣୀଭଦ୍ରା ତଟେ ପ୍ରବେଶିଲେଅଞ୍ଜନ ପର୍ବତ ତଳେ ଯାଇ ବିଶ୍ରାମିଲେ ।ଉଦ୍ଧବ ମୁଖକୁ ଚାହିଁ ଭଣି ହୃଷୀକେଶୀଯାଦବେ ଚାରିହେଁ ତୁମ୍ଭେ ଏଠାରେ ଥାଅସି ।ନନ୍ଦିଘୋଷ ନିଶ୍ଚିନ୍ତରେ ଥିବ ତୁମ୍ଭେ ରହିଏଥିରେ ଥିଲେ ଜନମ ମୃତ୍ୟୁ ବାଧା ନାହିଁ ।କ୍ଷୁଧା ତୃଷା ନିଦ୍ରା ବିବର୍ଜିତ ଏଥି ତିନିପ୍ରଳୟ କାଳେସଂହରେ ସମଗ୍ର ମେଦିନୀ ।ତୁମ୍ଭେମାନେ ନିଶ୍ଚିନ୍ତରେ ଏଥେ ବସିଥିବକୌଣସି କଥାକୁ ମନେ ଶଙ୍କା ନ କରିବ ।ସତ୍ୟବ୍ରତ କରିଅଛି ଏହି ଦୃଢ଼ବ୍ରତଚାରିଊଣା ଲକ୍ଷେରାଜା ହୋଇ ଏକତ୍ରିତ ।କାର ଶକ୍ତି ନାହିଁ ଷଣ୍ଢମାନ ବାନ୍ଧିବାରେକନ୍ୟା ନେବାକୁ ଆରମ୍ଭ କରି ଯେ ଯାହାରେ ।ଆମ୍ଭେ ଯାଇ ତଥ୍ୟଭାବେ ବୁଝିବା ନା ତାହାଏହା ବୋଲି ବିଜେ କଲେ ତହୁଁ ଚଉବାହା ।ସତ୍ୟବ୍ରତ କଟକରେ ମିଳି ତତକ୍ଷଣିଲକ୍ଷେରାଜା ସଭାକରି ବସିଛନ୍ତି ପୁଣି ।ଦେଖିଲେ ଉତ୍ସବ ଲାଗିଅଛି ଘରେ ଘରେନେତର ଚିରାଳ ଉଡ଼େ କଳସ ଉପରେ ।ମେଲା କାଠର ମଣ୍ଡଣି ତ୍ରୋଣା ପନ୍ତି ପନ୍ତିହିଙ୍ଗୁଳ ହରିତାଳରେ ଶୋଭାକୁ ପାଆନ୍ତି ।ଗଜଦନ୍ତର ସୁରଙ୍ଗ ପିତୁଳିର ଛନ୍ଦେଲତାପୁଞ୍ଜର ପୁଲକେ ଚଉରାଶୀ ବନ୍ଧେ ।ଅମରାବତୀ ପରାୟେ ଦିଶେ ଶୋଭମାନଅଶ୍ୱଶାଳ ଗଜଶାଳ ଅତି ବିତପନ ।ରୁକ୍ମଣ ଦନ୍ତବକ୍ର ଯେ ଶାଲ୍ୱ ଶିଶୁପାଳସମ୍ଭର୍ବେ ବସିଛି ଜରାସନ୍ଧ ମହୀପାଳ ।ଅନେକ ରଥ ପଦାତି ଗଜ ଅପ୍ରମିତରଥୀ ମହାରଥୀ ମିଳି ଅଛନ୍ତି ସମସ୍ତ ।ସମସ୍ତ ଆର୍ଦ୍ଦୋଳି ସହେ ସତ୍ୟବ୍ରତ ରାୟେସବୁଙ୍କୁ ଲେଖି ଦିଅଇ ଯାହା ଯେହୁ ଚାହିଁ ।ମେଢ଼ର ଉପରେ ରହିଛନ୍ତି କନ୍ୟା ବେନିମେଢ଼ ତଳରେ ଅଛନ୍ତି ସକଳ ସଇନି ।ସମସ୍ତ ନୃପତିଙ୍କର କନ୍ୟା ନେବା ମନଷଣ୍ଢେ ବାନ୍ଧିବାକୁ କେହି ନୁହନ୍ତି ଭାଜନ ।ସତ୍ୟବ୍ରତ କରିଅଛି ଏହ୍ନେ ସତ୍ୟବିଧିଷଣ୍ଢେ ଯେ ବାନ୍ଧିବ ଦେବ କନ୍ୟାରତ୍ନ ନିଧି ।ଅବଜ୍ଞା କରିଣ ଯେବା କନ୍ୟା ନେବ ବଳେମୂର୍ଦ୍ଧା ଫାଟି ପ୍ରାଣ ତାର ଯିବ ମେଢ଼ ତଳେ ।ତେଣୁ କେହି ଲୋକ ପୁଣି ଭରସି ନ ପାରିତଥ୍ୟ ଜାଣିବା ପର୍ଯ୍ୟନ୍ତେ ଛନ୍ତି ଅବଧାରୀ ।ରାଜା ମହାରାଜା ଆଉ ଛତିଶ ପାଟକଶୂରବନ୍ତପଣେ ମିଳି ରାଜାର କଟକ ।ସବୁରି ଆଗେ ଜଣାଇଅଛି ଦଣ୍ଡଧରଷଣ୍ଢ ବାନ୍ଧି କନ୍ୟା ନିଅ ବଳ ଅଛି ଯାର ।ଶୁକ ବୋଇଲେ ହେ ଶୁଣ ପରୀକ୍ଷିତ ରାୟେଭାଗବତ ପୁରାଣ ଏ ଅତି ପୁଣ୍ୟମୟେ ।ଏସନବେଳେ ମିଳିଲେ ପ୍ରଭୁ ଦେବହରିଶୁକ୍ଳାମ୍ବର ପୁରୁଷ ସେ ବିଶ୍ୱରୂପ ଧରି ।ନୀଳ ଇନ୍ଦିବର ପ୍ରାୟେ ବିରାଜଇ ବପୁଧୀରେ ଗମନ କରନ୍ତି ଦାଣ୍ଡେ ମଧୁରିପୁ ।ଲମ୍ବିତ ଜୁଡ଼ା ହସ୍ତରେ ଶୋହେ ତମ୍ବାଗଡ଼ୁଧୋତି ଉତ୍ତରୀ ରୁଦ୍ରାକ୍ଷମାଳା କରେ ଖଡ଼ୁ ।ଜାଜ୍ଜ୍ୱଲ୍ୟମାନ ତେଜରେ ଶୋହେ ଦିବ୍ୟତନୁନୀଳମେଘେ ବିରାଜଇ ଯେହ୍ନେ-ଇନ୍ଦ୍ରଧନୁ ।ଅପୂର୍ବ ପରାୟେ ମଣି ଚାହିଁ ସର୍ବଜନମୋହିଲେ ସକଳ ଜନ ଦେବ ଜନାର୍ଦ୍ଦନ ।ନୟନ ସ୍ଥିର କରିଣ ସର୍ବେ ଛନ୍ତି ଚାହିଁବୋଇଲେ ଧନ୍ୟ ହୋଇଲୁ ନରତନୁ ବହି ।ଏକ ଏକ ଗୁଣ ୟାଙ୍କ ବାହୁନିବା କେତେଅଶେଷ କୋଟି ପୃଥ୍ୱୀରେ ଜୀବଜନ୍ତୁ ଯେତେ ।ସବୁଙ୍କରି ତହୁଁ ୟାଙ୍କ ରୂପ ଦିବ୍ୟଶୋଭାମାୟାରୂପେ ନାରାୟଣ ଅଇଲେ କି ଅବା ।ଅଗୋଚର ପଣ କରିଅଛି ଦଣ୍ଡଧରଶତେଷଣ୍ଢ ବନ୍ଧା ହେବ ଏକ ଦଉଡ଼ିର ।ଏକ ଷଣ୍ଢର ପ୍ରାକର୍ମଶତ ହସ୍ତୀ ବଳଷଣ୍ଢକରେ ଶତେଗାବ ବେଢ଼ିଛି ଗହଳ ।ଏରୂପେ ଶତେ ଷଣ୍ଢରେ ଶହେ ପଲ ଗାବକିଏ ସେ ଜୀବନ ମୂଚ୍ଛ ଷଣ୍ଢଙ୍କୁ ବାନ୍ଧିବ ।ଏମଞ୍ଚ ମଣ୍ଡଳ ଗୋଟା ନିନ୍ଦା ପୁଣ ପାଇକେବଣ ଦେବ ଆସେ ଏ ନରତନୁ ବହି ।ସମସ୍ତଙ୍କର ମନକୁ ଗଲା ଏହି କଥାଷଣ୍ଢ ବାନ୍ଧିଣ କନ୍ୟା ଏ ନେବ ଯେ ସର୍ବଥା ।କେହୁ ବୋଲେ ରାଜକନ୍ୟା ନେଉ ଏହୁ ପଛେଷଣ୍ଢବନ୍ଧନ କଥାକୁ ଦେଖିବା ପ୍ରତ୍ୟକ୍ଷେ ।ରାଜାମାନେ ସଭାମଧ୍ୟେ ସର୍ବେଛନ୍ତି ବସିକେହି ଜଣେ ସେ କଥାକୁ ନ ପାରି ଭରସି ।ଥୋକାଏ ବୋଇଲେ କିବା ଜାଣେ ମହୌଷଧିଏହା ଘେନିଣ ସଂସାର ହେଉଅଛି ସାଧି ।କାହାର ଶରୀରେ ଅଛି କେବଣ ଯେ ଗୁଣଜାଣି ନ ପାରିଲେ ଏହା ବିଧାତା ଘଟଣ ।ସୂତାରେ ହୁଅଇ କାହିଁ ଗଜର ବନ୍ଧନନବସୃଷ୍ଟି ଘୋଟିବାକୁ ଏକା କରେ ମନ ।ଏକା ଦିନକରେ କରେ ତ୍ରୈଲୋକ୍ୟ ଆଲୋକଏକା ଅନଳରେ ଦଗ୍ଧ ସର୍ବ ବନଯାକ ।ଏକା ମେରୁ ଧରିଅଛି ଚରାଚର ମହୀଏକା ବାସୁକୀ ବହିଛି ଏ ସମଗ୍ର ଭୂଇଁ ।ଏକା ପବନ ତ୍ରୈଲୋକ୍ୟଯାକେ ଅଛି ବ୍ୟାପିଏକା ଅଗସ୍ତି ସପତସିନ୍ଧୁ ଗର୍ଭେ କ୍ଷେପି ।ଏକା ହନୁମନ୍ତ ଦଗ୍ଧ କଲା ଲଙ୍କାପୁରଗଙ୍ଗାକୁ ଆଣିଲେ ଏକା ଭାଗୀରଥ ବୀର ।ଏକା କାମ କରୁଅଛି ଜଗତକୁ ଜୟେଏକା ହରିନାମେ ପାପମାନ ଅଙ୍ଗୁକ୍ଷୟେ ।ଏକାକେ ଏ ତିନିପୁର କରିପାରେ ବଶନେଉ କନ୍ୟା ଗୋଟି ୟାକୁ ପ୍ରାପ୍ତ ହେଉ ଯଶ ।ଜରାସନ୍ଧ ଆଦିକରି ଯେତେ ରାଜା ଥିଲେସମସ୍ତେ ବିଚାର କରି ମଉନେ ରହିଲେ ।ଏମନ୍ତ ସମୟେ ଯାଇ ଦେବ ଭଗବାନସଭାର ତଳରେ ତହୁଁ ମିଳିଲେ ବହନ ।ସତ୍ୟବ୍ରତ ରାଜାକୁ ସେ ପୁଚ୍ଛନ୍ତି ସନ୍ଦେଶବାନ୍ଧିବା ଷଣ୍ଢକୁ ତୋର ଆହେ ନୃପଈଶ ।ରାଜା ବୋଇଲା ମୋହର ସେହି ଦୃଢ଼ବାଣୀପ୍ରତ୍ୟକ୍ଷେ ଦେଖିଲେ କନ୍ୟା ଦେବି ଏହିକ୍ଷଣି ।ଅନେକ କାଳରୁ ମୁହିଁ ସତ୍ୟ କଲି ଯାହା ।ଦଇବବଳେ ସୁଯୋଗେ ଘଟାବଲା ତାହା ।ଏ ତ ପୁଣ୍ୟ ପୁରୁଷ ଯେ ଦିଶୁଅଛି ଭଲାମହତ ଭେଟ ଆଣିଣ ଧାତା ବେଗେ କଲା ।ଦୁର୍ବାସା ଋଷି କହିଣ ଥିଲେ ମୋ ନିକଟଅବଶ୍ୟ ବିଷ୍ଣୁଙ୍କର ତୁ ପାଇବୁଟି ଭେଟ ।ଏହି ସେ ବିଷ୍ଣୁ ଗୁପତ ରୂପେ ଛନ୍ତି ଆସିନୋହିଲେ ଏମନ୍ତ କେହୁ କହନ୍ତା ଭରସି ।ସାମାନ୍ୟ ଲୋକ କହନ୍ତା କିବା ଏହା କଥାଏସନ ବିଚାରି ସତ୍ୟବ୍ରତ ମହାରଥା ।କର ଯୋଡ଼ିଣ କହଇ ସଭାକୁ ସେ ଚାହିଁକିସ ବୋଲଇ ବ୍ରାହ୍ମଣ ଶୁଣ ତୁମ୍ଭେ ରହି ।ରଥୀ ମହାରଥୀମାନେ ଅଛ ବହୁ ଯୋଧୀଷଣ୍ଢ ବାନ୍ଧିବାକୁ ତୁମ୍ଭ ଅଛଇ କି ବୁଦ୍ଧି ।ଏତେ କାଳଯାଏ କେହୁ ଷଣ୍ଢକୁ ନ ବାନ୍ଧନିଶ ଫୁଲାଇ ବସିଛ ହୋଇଣ ମଦାନ୍ଧ ।ଏ କଥାମାନ ନ ରୁଚେ ମୋହର ମନକୁଛାତି ଫୁଲାଇ ବସିଛ ଆସିଛ ତୁଚ୍ଛାକୁ ।ଦୃଢ଼ କରିଅଛି ମୁହିଁ ଯେବଣ ବଚନଶରୀରରେ ପ୍ରାଣ ଥିଲେ ନ ହୋଇବ ଆନ ।ଏତେ ବୋଲି କର ତାଳି ଦେଲା ନରପତିପାରିଲେକ ରାଜାମାନେ ଉଠ ହୋ ଝଟତି ।ଅଥବା ବଳ ଶରୀରେ ଯେବେ ତୁମ୍ଭ ନାହିଁଉଠିଯାଅ ସଭାମଧ୍ୟୁ ବସିଛ କିପାଇଁ ।କ୍ଷତ୍ରିୟଠାରୁ ଛତିଶ ପାଟକର ଯାଏଯାର ବଳ ଅଛି ବେଗେ କରସି ଉପାୟେ ।ଷଣ୍ଢକୁ ବାନ୍ଧି ଖମ୍ବରେ ଖଟାଅ ଯେ ଆଣିଅଧେ ରାଜ୍ୟ ସହିତରେ ଦେବଇଁ ଦୁଲଣୀ ।ଆବର କଥାଏ ତୁମ୍ଭେ ଶୁଣ ହେ ଉଦନ୍ତଜରାସନ୍ଧ ସହିତରେ ଅଛ ନୃପଯୂଥ ।ଯାହାର ବଳ ଅଛଇ ଦେଖା ପରାକ୍ରମଲାଭ କର କନ୍ୟା ରତ୍ନ ଉଦେ ହେଉ ଧର୍ମ ।ଯେତେ ରାଜାମାନେ ତହିଁ ମଧ୍ୟେ ବସିଥିଲେସମ୍ମତ କରିଣ ଏକେ ଏକେ ଯେ ଉଠିଲେ ।ଜଣେ ଜଣେ ହୋଇ ଷଣ୍ଢ ପାଖରେ ମିଳନ୍ତିଗର୍ଜ୍ଜନ ନାଦ ଶୁଣିଣ ଦୂରୁ ପଳାବନ୍ତି ।ଧରି ନ ପାରି ରାଜାଏ ଲାଜ ପାଇ ବସିଶୁଣି ପରୀକ୍ଷିତ ଭଣି ଶକୁ ମହାଋଷି ।ଏଥୁ ଅନ୍ତରେ ସେ ଦେବ ନାରାୟଣ ସ୍ୱାମୀଗୋଶାଳାଦ୍ୱାରେ ଯାଇଣ ମିଳି ଅନ୍ତର୍ଯ୍ୟାମୀ ।ଦେଖିଲେ ଦ୍ୱାର ନିକଟେ ସୁବର୍ଣ୍ଣର ଖମ୍ବରଜ୍ଜୁଏ ଖଞ୍ଜା ହୋଇଛି ସସ୍ରେ ହାତ ଲମ୍ବ ।ଧାତିକାରେ ତାହା ଘେନି ଦେବ ଲକ୍ଷ୍ମୀସାଇଁଶ୍ରୀକରେ କବାଟ ଫେଇ ଭିତରକୁ ଚାହିଁ ।କବାଟ ଫିଟନ୍ତେ ଶବ୍ଦ ହେଲା ମହାରଡ଼ିଶୁଣିଣ ଷଣ୍ଢମାନେ ଯେ ଧାଇଁଲେ ତଡ଼୍ବଡ଼ି ।ଗର୍ଜ୍ଜୁଛନ୍ତି ଧାଇଁଛନ୍ତି ଦେଇଣ କୁହାଟିଷଣ୍ଢଙ୍କର ପଛେ ପଛେ ଯାନ୍ତି ଜଗଜ୍ଜେଠି ।କବାଟ ଫେଡ଼ନ୍ତେ ଗାଭୀମାନେ ଆକରଷିହମ୍ବାରାବ କରି କୃଷ୍ଣଚନ୍ଦ୍ରେ ବେଢ଼ି ଆସି ।ଧାମନ୍ତି ଚାରିଆଡ଼ରୁ ଚଣ୍ଡୀରୂପ ଧରିନିର୍ଘାତ କରିଣ ସେହି ଖୂରାନ୍ତ ଉଭାରି ।ଗୋରୁଏ ଧାମନ୍ତେ ଧୂଳି ଉଡ଼େ ଶୂନ୍ୟମାର୍ଗେଅନ୍ଧାର ନିଶି ପରାୟେ ଦିଶେ ଦଶଦିଗେ ।ସଭାର ମଧ୍ୟରେ ରାଜାମାନେ ବସିଥିଲେପ୍ରମାଦ ପଡ଼ିଲା ବୋଲି ମନରେ ଭାଳିଲେ ।ପଳାଇ ଲୁଚିଲେ ଯାଇଁ ବୃକ୍ଷଙ୍କ ଉପରେକରେ ବାଡ଼ି ଘେନିକରି ରହି ଯେ ଯାହାରେ ।ଷଣ୍ଢଙ୍କ ପଛେ ଗୋରୁଏ ପଡ଼ିଲେକ ମାଡ଼ିଅଣ୍ଡିରା ବତ୍ସା ଧାମନ୍ତି ହୋଇ ତଡ଼ିବଡ଼ି ।ରାଜାମାନେ ଦେଖିକରି ଲଭିଲେ ବିଷାଦବୋଇଲେ ପଳାଇ ଯିବା ପଡ଼ିବ ପ୍ରମାଦ ।ଗୋ ବ୍ରାହ୍ମଣ ଋଷି ସଦା ଅବଧ୍ୟ ଜଗତେଏହାଙ୍କର ସଙ୍ଗେ ଆମ୍ଭେ ଲାଗିବା କେମନ୍ତେ ।ଏହାଙ୍କ ସଙ୍ଗେ ଲାଗିଲେ ନିଶ୍ଚେ ଯିବା ମରିୟାଙ୍କ ପାଶୁଁ ଅପସରି ଯିବା ତେଣୁ କରି ।ସତ୍ୟବ୍ରତ ନୃପ ମିଛେ ଗଲା ୟାଙ୍କୁ ପ୍ରତେନ ଜାଣିବା ପଣେ ଏହୁ ମରିବ ଯୁକତେ ।ଭିକ୍ଷୁକ ବ୍ରାହ୍ମଣ ଏତ ଅଳପ ବୟସଜାଣୁ ଜାଣୁ ସଂପୁଟରେ ଯିବ ନିଶ୍ଚେ ନାଶ ।ଥୋକାଏ ବୋଇଲେ ଏତ ଜାଣି ନ ପାରିଲାବଡ଼ିମାପଣ ଦେଖାଇ ଆପେ ନାଶ ଗଲା ।ଥୋକାଏ ବୋଇଲେ ପୂର୍ବୁ ଅର୍ଜିଅଛି ଯାହାକେ ଆନ କରିବ ଧାତା ଭେଟାଇଛି ତାହା ।ନିଶ୍ଚେଁ ଏ ବ୍ରାହ୍ମଣ ମଲା ସତ୍ୟବ୍ରତ ଯୋଗେଏତେବୋଲି ରାଜାଗଣେ ଅତ୍ୟନ୍ତ ଉଦ୍ବେଗେ ।ଏସନ ବିଚାର ଯହୁଁ ଜାଣିଲେ ଶ୍ରୀହରିଗୋ ମୋହନ ମୁରଲୀକି ଧୀରେ ଚୁମ୍ବ କରି ।ଗୁଣ୍ଡକେରୀ ରାଗିଣୀରେ କରନ୍ତେ ବାଦନସେ ନାଦେ ମୋହିତ ହେଲେ ତିନିପୁର ଜନ ।ଗୋରୁଙ୍କ କର୍ଣ୍ଣେ ଶୁଭିଲା ସେ ଅମୃତ ନାଦଶ୍ରବଣ ପାତି ଶୁଣିଲେ ବେଣୁର ଶବଦ ।ଷଣ୍ଢ ଗାଈ ବତ୍ସାମାନେ ରହି ଯେଝାଠାବେସ୍ତମ୍ଭୀଭୂତ ହୋଇ ନାଦ ଶୁଣିଲେ ସରବେ ।ଆକାଶ ମାର୍ଗରେ ଘୋଟି ଉଡ଼ୁଥିଲା ଧୂଳିକ୍ରମେ ସ୍ଥିର ହୋଇ ଦେଖାଗଲେ ଅଂଶୁମାଳି ।ଷଣ୍ଢ ଗାଈ ବତ୍ସାଙ୍କର ଶବ୍ଦ ଆଉ ନାହିଁଚକିତ ହୋଇଲେ ତାହା ଦେଖି ସର୍ବେ ତହିଁ ।ଯେବଣ କାଳେ ଥିଲେ ଶ୍ରୀକୃଷ୍ଣ ଗୋପପୁରେଗୋମୋହନ ବେଣୁଧ୍ୱନି ଜାଣନ୍ତି ସେ ଭଲେ ।ଗୋବତ୍ସା ହରିବାକାଳେ ଧାତା ଯାହା ଦେଇଅଧର ନାସା ପୁଟରେ ଶ୍ରୀକୃଷ୍ଣ ତା ବାଇ ।ଅପାନ ବନ୍ଦିରେ ପ୍ରାଣ ପବନକୁ ଛନ୍ଦିମନ ପବନ ବିନ୍ଦୁକୁ କଲେ ନେଇ ବନ୍ଦି ।ଯଜୁର୍ବେଦ ପରାୟେକ ଶୁଭେ ବେଣୁଧ୍ୱନିପଞ୍ଚସ୍ୱରେ ଫୁଙ୍କନ୍ତି ଯେ ଦେବ ଚକ୍ରପାଣି ।ମୋହନ ମୂରଲୀସ୍ୱନେ ହେଲେ ସର୍ବେ ବଶସମସ୍ତେ ମିଳିଲେ ଆସି ଶ୍ରୀକୃଷ୍ଣଙ୍କ ପାଶ ।କରେ ରଜ୍ଜୁ ଘେନି ହରି ପକାଇଲେ ଗଣ୍ଠିଅଣାବଣା ଯେବାଥିଲେ ହେଲେ ଏକ ଗୋଷ୍ଠି ।ଗୋପଳୀଳା ପରି ବାମହସ୍ତେ ରଜ୍ଜୁ ଟାଣିଧୀର ଧୀର କରି ସ୍ୱର୍ଣ୍ଣଖମ୍ବେ ବାନ୍ଧି ଆଣି ।ସଭାମଧ୍ୟୁ ରାଜାମାନେ ଯାଇଥିଲେ ଉଠିଅଗୋଚର କର୍ମ ଦେଖି ସକଳେ ଲେଉଟି ।ଦେଖିଲେ ଦଉଡ଼ି ଧରିଅଛନ୍ତି ବ୍ରାହ୍ମଣମୁରଲୀ ସ୍ୱନକୁ ଗୋରୁ ପାତିଛନ୍ତି କର୍ଣ୍ଣ ।ଯେସନେ ମାଳୀ ଗୁନ୍ଥଇ ପୁଷ୍ପ ପନ୍ତି ପନ୍ତିକୈବର୍ତ୍ତ ଯେଉଁ ପ୍ରକାରେ ଗୁନ୍ଥେ ମାଛଲେନ୍ତି ।ଶତେ ଷଣ୍ଢଙ୍କୁ ବାନ୍ଧିଲେ ସେହି ପରକାରେଜୟଧ୍ୱନି ଉଚ୍ଚାରଲେ ସ୍ୱର୍ଗରେ ଅମରେ ।ରାଜାଗଣେ ସଭା ମଧ୍ୟେ ବସିଣ ଯେ ଥିଲେହୋଇଲା ହୋଇଲା ବୋଲି ସକଳେ ଉଠିଲେ ।ସର୍ବ ନୃପତି ବୋଇଲେ ସତ୍ୟବ୍ରତେ ଚାହିଁଦିଅ ତୁମ୍ଭେ ଦୁହିତାଙ୍କୁ ଏବେ ନରସାଇଁ ।ଆମ୍ଭେମାନେ ଥାଇ ଆଉ କରିବାଟି କିସଅଲଙ୍ଘିତ କର୍ମ କଲେ ଧର୍ମ ଯିବ ନାଶ ।ଏହା କହି ରାଜାମାନେ ରାଜ୍ୟେ ଚଳିଗଲେଶୁଣ ହୋ ପରୀକ୍ଷ ରାଜା ଶ୍ରୀଶୁକ ବୋଇଲେ ।ଷଣ୍ଢମାନଙ୍କୁ ଖମ୍ବରେ ବାନ୍ଧି ଜଗନ୍ନାଥତ୍ରିଭଙ୍ଗି ଛନ୍ଦରେ ଉଭା ଖମ୍ବେଦେଇ ହସ୍ତ ।ଅନେକ କାଳରୁ ଗୋପନଗ୍ରେ ରହିଥିଲେଗୋପୀ ଗୋପାଳଙ୍କ ସଙ୍ଗେ ବହୁ କ୍ରୀଡ଼ାକଲେ ।କଦମ୍ବ ଗଛେ ଆଉଜି ତ୍ରିଭଙ୍ଗିରେ ଉଭାଏବେ ସେହିମତି ପ୍ରଭୁ ଦିଶିଲେକ ଶୋଭା ।ଗୌପାଶେ ବେଢ଼ି ଅଛନ୍ତି ଷଣ୍ଢ ଗାବ ବତ୍ସତ୍ରିଭଙ୍ଗି ଗୋପାଳରୂପ ଦିଶନ୍ତି ପ୍ରତ୍ୟକ୍ଷ ।ସର୍ବେ ବିସ୍ମୟ ହୋଇଲେ ସେ ରୂପକୁ ଚାହିଁବୋଇଲେ ଏମନ୍ତ ରୂପ ନେତ୍ରେ ଦେଖା ନାହିଁ ।ବଳବନ୍ତ ରାଜାମାନେ ନ ପାରି ଯା କରିଏ ଷଣ୍ଢକୁ ଆଣିଲେକ ବଳାତ୍କାରେ ଧରି ।କେବଣ ଦେବତା ଏଥେ ଆସିଣ ଗୁପତେଏକଦୃଷ୍ଟି ଦେଇକରି ଦେଖନ୍ତି ସମସ୍ତେ ।ରୂପ ଦେଖିଣ ସକଳେ କରିଲେ ପ୍ରଶଂସାଜଗତ୍ବନ୍ଦନ ପୁରୁଷ ମୋହିଲେ ମନୀଷା ।ମେଢ଼ର ଉପରେ ବସି ଦେଖି କନ୍ୟା ବେନିଧାତିକାରେ ଓହ୍ଲାଇଲେ ବରମାଳା ଘେନି ।ପାରୁଶରେ ଖଟିଛନ୍ତି ବହୁ ପରିବାରୀଛତ୍ର ଚାମର ବିଞ୍ଚଣି ହଡ଼ପକୁ ଧରି ।ପଡ଼ିହାରୀ ଲୋକାନେ କରି ସୈନ୍ୟ ଦୂରମଙ୍ଗଳ ମହୁରୀ ଶଙ୍ଖ ବାଜେ ବୀରତୂର ।ଉଦଣ୍ଡ ଏକଲକ୍ଷ ଯେ ଲମ୍ବେ ପନ୍ତି ପନ୍ତିଧବଳ ଛତ୍ର ପତାକାମାନେ ଶୋଭାପାନ୍ତି ।ଆପେ ସତ୍ୟବ୍ରତ ରାଜା ପୁତ୍ର ସଙ୍ଗେ ଘେନିଶ୍ରୀକରେ ଧରନ୍ତି ବେନି କନ୍ୟାଙ୍କର ପାଣି ।ଅନେକ ସାନନ୍ଦାମନା ହୋଇ ନରପତିଯାନ ବାହନ ତେଜିଣ ଯାଏ ପାଦଗତି ।ଯେଉଁଠାରେ ଜଗନ୍ନାଥେ କରିଛନ୍ତି ବିଜେସେଠାରେ ମିଳିଲେ ଯାଇ ସତ୍ୟବ୍ରତ ରାଜେ ।ରାଜାଏ ଦେଖିଲେ ତାଙ୍କୁ ସଭା ମଧ୍ୟେ ଥାଇଦୁହିତା ବେନି ଘେନିଣ ମିଳେ ରାଜା ଯାଇ ।ଷଣ୍ଢ ଦଉଡ଼ି ହସ୍ତରେ ଧରି ଗୋପୀନାଥତ୍ରିଭଙ୍ଗି ଛନ୍ଦରେ ଉଭା ପ୍ରଭୁ ଜଗନ୍ନାଥ ।ଏସନ ସମୟେ ଯାଇ ଶ୍ରୀୟା ସତ୍ୟବତୀକୃଷ୍ଣଙ୍କ ଗଳାରେ ମାଳା ଲମ୍ବାଇଲେ ଧାତି ।ଶ୍ରୀଖଣ୍ଡ ଚନ୍ଦନ ନେଇ ଲେପିଲେ ଶ୍ରୀଅଙ୍ଗେନବତନ ଦିବ୍ୟବସ୍ତ୍ର ପିନ୍ଧାଇଲେ ଅଙ୍ଗେ ।ଶୁଭିଲାକ ଜୟ ଜୟ ଶବ୍ଦ ଦିବ୍ୟଧ୍ୱନିବନ୍ଦାପନା କରିଲେକ ଅହିଅ କାମିନୀ ।ବ୍ରାହ୍ମଣେ ବେଦ ପଢ଼ିଲେ ରାଗ ରାଗିଣୀରେଅପ୍ରାଜିତା ଚଣ୍ଡୀପାଠ କଲେ ଦେବାଗାରେ ।ବିଚିତ୍ର ଛାୟାମଣ୍ଡପେ ସୁବର୍ଣ୍ଣର ବେଦୀତା ଉପରେ ଚନ୍ଦ୍ରାତପ ଅଛଇ ଆଚ୍ଛାଦି ।ଆପେ ଜଗନ୍ନାଥ ଦେବ ବରରୂପ ଧରିପୂର୍ବ ମୁଖେ କଟାସନେ ବସି ଦେବହରି ।ବରଣ ବାକ୍ୟ ଅନ୍ତରେ ସତ୍ୟବାକ୍ୟ କଲେଦେଶକାଳ ବାକ୍ୟେ କୃଷ୍ଣନାଥଙ୍କୁ ବରିଲେ ।ବେନି ଦୁହିତା ପାଶରେ ବସାଇ ନୃପତିଆପଣେ ବ୍ୟାସ ଆସିଣ କରମ କରନ୍ତି ।ଉଭୟ କୁଳ ଗୋତ୍ରକୁ କରି ଉଚ୍ଚାରଣମାହେନ୍ଦ୍ର ବେଳାରେ କୁଶଗଣ୍ଠି ବାନ୍ଧି ପୁଣ ।ପୂର୍ବ ବରୁଣ ଦୁହିତା ହେଲେ ଯେହ୍ନେ ବିଭାତେସନ ପ୍ରକାରେ ସେହୁ ପାଇଲେକ ଶୋଭା ।ଶ୍ରୀୟା ସତ୍ୟବତୀ ଦେବୀ ଆଦି ବୃଦ୍ଧମାତସମୁଦ୍ରମଧ୍ୟୁ ଏମାନେ ହୋଇଛନ୍ତି ଜାତ ।ଲକ୍ଷ୍ମୀଙ୍କ ସମାନେ ଜାଣ ଏହି ଆଠଜଣଶ୍ରୀବିଷ୍ଣୁ ଦେବ ବଲ୍ଲଭୀ ଅଟନ୍ତି ଏ ପୁଣ ।ଏହାଙ୍କରେ ସରଜିଲା ସକଳ ମେଦିନୀକଳ୍ପ କଳ୍ପାନ୍ତରେ ଏହୁ ଥାନ୍ତି ଦେହ ଘେନି ।ଯେଉଁଠାରେ ନାରାୟଣ ହ୍ୱନ୍ତି ଅବତାରସର୍ବଦା ରହି ଥାଆନ୍ତି ଏମାନେ ସଙ୍ଗର ।ଏମନ୍ତ ଚରିତ କେହି ନ ଜାଣନ୍ତି ଆନଅନ୍ତର୍ଯ୍ୟାମୀ ପୁରୁଷ ତା ଜାଣି ଭଗବାନ ।ଶ୍ରୀକରେ କର ଛନ୍ଦିଣ ହୋଇଲେ ଯେ ବିଭାତାଙ୍କ ମହିମା ବିଶେଷି କେ କହିବ ଅବା ।ଅପ୍ରମିତ ଜଉତୁକ ଦେଲା ନରପତିଏକଶତ ଅଶ୍ୱ ଆଉ ଏକ ଶତ ହସ୍ତୀ ।ମଇଁଷୀ ଦଶଲକ୍ଷ ଯେ ଗାବ ବେନିଲକ୍ଷଅତୁଲାଇତ ବସନ ଦିଅଇ ପ୍ରତ୍ୟକ୍ଷ ।ପୁନରପି ସତ୍ୟବାକ୍ୟ ପଢ଼ି ଦଣ୍ଡଧାରୀଅର୍ଦ୍ଧେରାଜ୍ୟ ସମର୍ପିଲା କୋଟିଏକ ନାରୀ ।କୋଟିଭାର ପାଣିଦ୍ରବ୍ୟ ଦେଲା ତଦନ୍ତରେହୀରା ମାଣିକ୍ୟ ବୈଦୁର୍ଯ୍ୟ ଗୋମେଦ ସଙ୍ଗରେ ।ବିଦ ମୁଦି କଙ୍କଣାଦି ଏକକୋଟି ଦେଇଚାଟୁପଟଳ ବଚନ ବିନୟରେ କହି ।ଫିଟିଲାକ କୁଶଗ୍ରନ୍ଥି ଲାଜା ହୋମ କଲେଚରୁ ବାଢ଼ ତହୁଁ ପୁଣ ଘୃତ ଅନ୍ନ ଦେଲେ ।ଗୋବିନ୍ଦ ବାମ ଡାହାଣେ ବସି କନ୍ୟା ବେନିନାରାୟଣ ବିଜେ କିବା ଲକ୍ଷ୍ମୀ ବାଣୀ ବେନି ।ତହିଁକି ପଟାନ୍ତର ମୁଁ ଦେବଇଁ ବା କିସବଦୟନ୍ତି ଶୁକମୁନି ଶୁଣ ନୃପଈଶ ।ଅତି ଭାଗ୍ୟେ ଭାଗବତ ଶ୍ରୀମୁଖ ବଚନଏସନକ ମାୟା କରିଛନ୍ତି ଜନାର୍ଦ୍ଦନ ।ନାରାୟଣ ବୋଲି କେହୁ ନ ପାରିଲେ ଚିହ୍ନିଚିତ୍ରପଟ ପରାୟେକ ଦେଖି ସର୍ବ ପ୍ରାଣୀ ।ରାଜାମାନେ ବିଚାରନ୍ତି ଏ ଅଟେ ବ୍ରାହ୍ମଣଷଣ୍ଢ ବାନ୍ଧି କନ୍ୟା ନେଲା ନିଶ୍ଚେ ବଡ଼ପଣ ।ଜାରାସନ୍ଧ ଆଦିକରି ଭାଳନ୍ତି ଏମନ୍ତମାୟା ଲଗାଇ ଅଛନ୍ତି ଦେବ ଜଗନ୍ନାଥ ।ସତ୍ୟବ୍ରତ ବୋଲେ ଶୁଣ ଆହେ ଅନ୍ତର୍ଯ୍ୟାମୀଯେ ତୁମ୍ଭର ଇଚ୍ଛା ତାହା କର ଦେବ ସ୍ୱାମୀ ।ଭୋଦେବ ତୁମ୍ଭଙ୍କୁ ମୁହିଁ କହିବଇଁ କିସଅଶେଷ କୋଟି ବ୍ରହ୍ମାଣ୍ଡ ଅଟ ଜଗଦୀଶ ।ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଚାର୍ଖାନିପଚିଶ ପ୍ରକୃତି ତୁମ୍ଭେ ଭିଆଇଛ ପୁଣି ।ଆଦିମୂଳ ପୁରୁଷ ତୁ ଅନାଦି ଅନନ୍ତମ୍ଳେଚ୍ଛାଦି ନାଶ ନିମନ୍ତେ ମର୍ତ୍ତ୍ୟେ ହୁଅ ଜାତ ।ବାରମ୍ବାର ପୃଥ୍ୱୀ ତୁମ୍ଭେ ଥାଅ ରକ୍ଷାକରିଭକ୍ତଜନ ଉଦ୍ଧାରଣ ବାନା ଥାଅ ଧରି ।ତୁମ୍ଭେ ଦେବ ସଞ୍ଚିଅଛ ଏହି ପୃଥ୍ୱୀକୁହିଁଆତ୍ମା ପରମ ପୁରୁଷ ସର୍ବ ଗୁଣଗ୍ରାହୀ ।ଅଛିଦ୍ର ଭାବରେ ତୁମ୍ଭେ ସର୍ବଠାରେ ବ୍ୟାପିଚତୁର୍ଦ୍ଦଶ ବ୍ରହ୍ମାଣ୍ଡରେ ତୁମ୍ଭେ ବିଶ୍ୱରୂପୀ ।ନମସ୍ତେ ଶ୍ରୀନାରାୟଣ ହେ ଅନନ୍ତଶାୟିଅଛିଦ୍ର ପୂର୍ଣ୍ଣାନନ୍ଦ ହେ ପ୍ରଭୁ ଭାବଗ୍ରାହୀ ।ନମସ୍ତେ ଶ୍ରୀ ନାରାୟଣ ଯୋଗାଧି ପୁରୁଷତୁମ୍ଭର ସଞ୍ଚିଲା ସିନା ପୃଥିବୀ ଅଶେଷ ।ଲେଖନ୍ତେଣ ନ ସରଇ ତୁମ୍ଭ ଗୁଣମାନଅଚ୍ୟୁତ ନାମ ଗୋଟିକ କହ ହେ ଆପଣ ।ଏତେ ବୋଲି ରାଜା ସ୍ତୁତି ବହୁମତେ କରିନୃପତିର ପଞ୍ଚମନ ଜାଣି ନରହରି ।ଦର୍ହସିତରେ ବୋଲନ୍ତି ତୁମ୍ଭେ ପିତା ତୁଲବେନିକନ୍ୟାଙ୍କୁ ତୁମ୍ଭେ ତ ମୋତେ ଯାଚି ଦେଲ ।ନୃପତି ବୋଇଲା କିପାଁ କହ ଏହି ବାଣୀଦେବତାଙ୍କ ପରେ ତୁମ୍ଭେ ଦେବ ଶିରୋମଣି ।ତୁମ୍ଭର ପଦାର୍ଥ ସିନା ନେଇ ଯଥାକାଳେକେବଳ କାରେଣୀ ମାତ୍ର ମୁହିଁ ଏ ଶୟଳେ ।ଏମନ୍ତ ବିଚାରବେଳେ ଆସି ନନ୍ଦିଘୋଷଶ୍ରୀକୃଷ୍ଣଙ୍କ ସମୀପରେ ହୋଇଲା ପ୍ରବେଶ ।ଚାରିଗୋଟି ଯଦୁବୀର ଅଛନ୍ତି ତହିଁରେସେମାନେ ବସିଅଛନ୍ତି ଆନନ୍ଦ ମନରେ ।ବିଜୁଳି ପ୍ରାୟେ ଆକାଶୁଁ ଖସି ଆସି ବେଗେଉପସ୍ଥିତ ହୋଇଲାକ ଗୋବିନ୍ଦଙ୍କ ଆଗେ ।ଚମତ୍କାର ହୋଇ ଦେବେ ଚାହାନ୍ତି ଗଗନେଶଙ୍କା ପାଇଲେକ ତହିଁ ଦୁଷ୍ଟ ରାଜାମାନେ ।ସର୍ବେ ଜାଣିଲେ ନିଶ୍ଚେଁ ଏ ଅଟନ୍ତି ଶ୍ରୀହରିନୋହିଲେ କି ଆନଲୋକ ଏଡ଼େ କର୍ମ କରି ।ଏମନ୍ତେ ବିଚାର କରି ଥୋକେ ନରପତିଭକତ ରାଜାମାନେ ଯେ ହେଲେ ବଶବର୍ତ୍ତୀ ।ବୋଇଲେ ଆମ୍ଭ ଜୀବନ ହୋଇଲା ସଫଳଦେଖିଲୁ ଶ୍ରୀନିରାକାର ମଦନ ଗୋପାଳ ।ନନ୍ଦିଘୋଷକୁ ଦେଖିଣ ଦେବ ଜଗନ୍ନାଥଧାତିକାରେ ବିଜେ କଲେ ଯାଇ ସେହି ରଥ ।ଯୌତୁକ ଯା ଦେଇଥିଲେ ଉପହାରମାନସଂକଳ୍ପ କରି ବ୍ରାହ୍ମଣେ କରିଲେ ପ୍ରଦାନ ।ସତ୍ୟବ୍ରତେ ଅନାଇଣ ପ୍ରଭୁ ପୀତବାସବୋଲନ୍ତି ଦ୍ୱାରକାପୁରେ ଯିବ ନୃପଈଶ ।ତୁମ୍ଭେ ଆମ୍ଭ ପିତା ନନ୍ଦ ବସୁଦେବ ସରିପବିତ୍ର ପାଟବଂଶୀ ଏ ତୁମ୍ଭର କୁମାରୀ ।ଭୀଷ୍ମକ ନୃପତି ତୁଲ୍ୟ ଅଟ ନରନାଥକହୁଁ କହୁଁ ଆକାଶରେ ଚଳିଯାଏ ରଥ ।ପବନହିଁ ଅତିବେଗେ ଚଳେ ନନ୍ଦିଘୋଷଗଗନ ପଥେ ଧାମନ୍ତି ଚାରିଗୋଟି ଅଶ୍ୱ ।ଶୁଣ ପରୀକ୍ଷ ବଦନ୍ତି ଶୁକ ମହାମୁନିଇତିଶରୀ ହରିବଂଶ ପୁରାଣର ଧ୍ୱନି ।ଶାଲ୍ୱ ଶିଶୁପାଳ ଦମଘୋଷ ଯେ ରୁକ୍ମଣଜରାସନ୍ଧ ଅଗ୍ରତରେ ମିଳଇ ତତକ୍ଷଣ ।ବୋଇଲେ ଦେଖିଲେ କୃଷ୍ଣ କେଡ଼େ ମାୟା କଲାବେଣ୍ଟକାରପଣେ ଆସି କନ୍ୟା ହରି ନେଲା ।ଭେଳିଳି ଦେଖାଇ ଭଣ୍ଡିକରି ଗଲା ଯେତେତାହା ତ ଜାଣି ନ ପାରି କେହି ଯେ କିଞ୍ଚିତେ ।ବହୁବିଧ ମୟାଗୋଟି ଜାଣେ ପୀତବାସସମୟେ କରିବ ସେହୁ ସକଳ ବିଧ୍ୱଂସ ।ଜରାସନ୍ଧ ବୋଲେ କାହିଁ ନ କଲା କି କର୍ମଅପାର ବେଳ ଧାଡ଼ିରୁ ରଖେ ତାଙ୍କୁ ଧର୍ମ ।ଆବର ଯେ କଥାଗୋଟି ଭାବିଲେ କି ହେବକଥା ସରିଗଲା ଏବେ ଚାଲ ଯେଝା ଠାବ ।ଦନ୍ତବକ୍ର ବୋଲେ ତାଙ୍କୁ ଧରିବା ହୋ ଆସରୁକ୍ମଣ କହେ ସପ୍ତାଙ୍ଗେ ଯିବ ନିଶ୍ଚେଁ ନାଶ ।ରୁକ୍ମିଣୀ ବିଭା ସମୟେ ହେଲା ଏହି ମତିଚେତି ନ ପାରିଣ ମୁହିଁ ପାଇଲଇଁ ଶାସ୍ତି ।ଶାଲ୍ୱ ବୋଇଲା ତୁହି ତ କ୍ଷତ୍ରୀଅଂଶୀ ନୋହୁଶତ୍ରୁର ପୌରୁଷ ଆମ୍ଭ ଆଗେ ଆସି କହୁ ।ବନ୍ଧୁତା ଥିବାରୁ ତୁହି କହୁଛୁ କେତେହେଁକେତେ କେତେ ଅବସ୍ଥାକୁ ପାଇବା ଏ ଦେହେ ।ଏଥିର ନିମନ୍ତେ ପଛେ ଯାଉ ଆମ୍ଭ ପ୍ରାଣକୃଷ୍ଣର ସହିତେ ନିଶ୍ଚେଁ କରିବାଟି ରଣ ।ଜରା ବୋଲେ ସେ କଥାରେ କିଛି କାର୍ଯ୍ୟ ନାହିଁଯିବଣି ବହୁଦୂର ସେ ଭେଟିବା ଯେ କାହିଁ ।ଏତେ ବିଚାରି ସକଳେ ଯେଝାପୁରେ ଗଲେଶୁଣ ପରୀକ୍ଷ ନୃପତି ଶ୍ରୀଶୁକ ବୋଇଲେ ।ବହୁରାଜା ଆସି ତହିଁ ହୋଇଥିଲେ ମେଳିସତ୍ୟବ୍ରତ ରାଜା ସହେ ସବୁଙ୍କ ଆର୍ଦ୍ଦୋଳି ।ଭକ୍ଷ ଭୋଜନ ଅକ୍ଷତ ଉପହାର ଦେଲେସରିସମେ ରାଜା ଗଣେ ଗଉରବ କଲେ ।ଏଥୁ ଅନନ୍ତରେ ତେଣେ ସେ ଦେବାଧିରାୟେଚଳିଯାନ୍ତି ନନ୍ଦିଘୋଷେ କରିଣ ବିଜୟେ ।ଦକ୍ଷିଣ ଦିଗୁଁ ବସନ୍ତ ବହେ ଧୀର ଧୀରବେନି କନ୍ୟା ଘେନି ରଥେ ଯାନ୍ତି ଦାମୋଦର ।ବୈଶାଖ ଶୁକ୍ଳ ସପ୍ତମୀ ଅଟେ ଶୌରିବାରପୁଷ୍ୟା ନାମରେ ନକ୍ଷତ୍ର ଅଟେ ସେ ଦିନର ।ଥୋକାଏ ଦୂର ଯାଇଣ ଶୂନ୍ୟୁ ରଥ ଖସିଯମୁନା ନଦୀକୂଳରେ ମିଳିଲେକ ଆସି ।କାଳିନ୍ଦୀ ନାମେ ପର୍ବତ ଅଛି ତହିଁ ସଞ୍ଚଅତି ପୁଣ୍ୟତର ଭୂମି ନାହିଁ ସ୍ୱର୍ଗ ମଞ୍ଚ ।ବତିଶ ଯୋଜନ ଦୀର୍ଘ ଏକକୋଶ ପ୍ରତିବେନି ଯୋଜନ ଉଚ୍ଚ ସେ ଏ ରୂପରେ ସ୍ଥିତି ।ସେଠାରେ ପ୍ରବେଶ ଯାଇ ହେଲା ନନ୍ଦିଘୋଷଭଣଇ ଅଚ୍ୟୁତାନନ୍ଦ କୃଷ୍ଣ ଲୀଳାରସ ।