ହରିବଂଶ (ଷଷ୍ଠ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୫ / ୩୩
ସମ୍ପୂର୍ଣ୍ଣ ସୂଚୀପତ୍ର
ମୀନକେତନର ଅସ୍ତ୍ରଶିକ୍ଷା ଓ ଶମ୍ବରାସୁର ପୁତ୍ରଙ୍କର ବିନାଶ
ଶୁକମୁନି ବୋଇଲେକ ଶୁଣ ମହାରାୟେହରିବଂଶ ବାଣୀ ଶୁଣି ପାପକର କ୍ଷୟେ ।ଏସନ ପ୍ରକାରେ କେତେଦିନ ଗତହେଲାମୀନକେତନ ରତିର ସଙ୍ଗତେ ରହିଲା ।ପ୍ରତିଦିନ କରେ ଯାହା ସେହି ମାୟାବତୀଶମ୍ବର ଆଗରେ ମୁଦୁସୁଲୀଏ କହନ୍ତି ।ମାୟାବତୀ ପୁରେ ମୀନକେତନ ଥାଆନ୍ତିରାତ୍ରେ ଯୁବା ଦିବସରେ ବାଳକ ହୁଅନ୍ତି ।ପତି ପତ୍ନୀ ବିନୋଦେ ସେ କରି ନାନାରଙ୍ଗଖଣ୍ଡିଲେ ବିରହ ବାଧା ଲଭି ଅଙ୍ଗ ସଙ୍ଗ ।ବେଳୁବେଳ ବର୍ଦ୍ଧମାନ ହେଲା ପୁତ୍ର ମଣିଅନ୍ତଃପୁରେ ଥିବା ଲୋକ ନ ପାରନ୍ତି ଜାଣି ।ଦିବସ ବରଷ ମାସ କ୍ଷଣେ କ୍ଷଣେ ଆନଅତୁଲାଇତ ପୁରୁଷ ତେଜ ବର୍ଦ୍ଧମାନ ।ଅନେକ ଶ୍ରଦ୍ଧା ପାଇଣ ଶମ୍ବର ଭୂପାଳକୋଟିନିଧି ମଣି ପୁତ୍ର ଧଇଲାକ କୋଳ ।ମାୟାବତୀ କନ୍ୟାବଶ ହେଲେ ନୃପମଣିକୋମଳ କରି କହଇ ସୁଧଧୂର ବାଣୀ ।ଭୋଜନ ଶୟନ ଅବକାଶ ସମୟରେରାଜାପାଶେ ପୁତ୍ରମଣି ଥାଏ ଆନନ୍ଦରେ ।ଢାଲ ଛୁରୀ ଖଣ୍ଡା ଶସ୍ତ୍ର ଶାସ୍ତ୍ର ନାନାବିଧିବିନ୍ଧାଣ ଆଦି ଶିଖାଏ ସେହି ନୃପନିଧି ।ବହୁତ ପୁତ୍ର ନାତିଏ ବନ୍ଧୁ ଅପ୍ରମାଣସବୁଠାରୁ ଶ୍ରେଷ୍ଠ ଅଟେ ସେ ମୀନକେତନ ।ଏଥୁଅନ୍ତରେ ସୁମନ୍ତ ନାମେ ମହାମୁନିଦ୍ୱାରକା ଭୁବନେ ଯାଇ ମିଳିଲେ ତକ୍ଷଣି ।ସୁଧର୍ମା ସଭାରେ ସର୍ବ ଯାଦବଙ୍କୁ ଘେନିସମ୍ଭର୍ବେ ବସିଅଛନ୍ତି ରାମ କୃଷ୍ଣ ବେନି ।ଏସନ ସମୟେ ମିଳିଲେକ ମୁନିବରସମସ୍ତ ଯାଦବ ଦେଖି କଲେ ନମସ୍କାର ।ଆସନ ପାଦାସନରେ କଲେ ତାଙ୍କୁ ପୂଜାଉଭୟ କୁଳ ବାର୍ତ୍ତାକୁ ପୁଚ୍ଛି ଦେବରାଜା ।ମୁନି ବୋଇଲେ ଭୋ କୃଷ୍ଣ ତୁମ୍ଭର ପ୍ରସାଦେସକଳ ଋଷିମାନେ ଯେ ଛନ୍ତି ଅପ୍ରମାଦେ ।ଗୋବିନ୍ଦ ବୋଇଲେ ତୁମ୍ଭ ଆଗମ କିମର୍ଥେମୁନି ବୋଇଲେକ ତବ ଦର୍ଶନ ନିମନ୍ତେ ।ଦେବଙ୍କର ଉପରେ ତୁ ଦେବଦେବ ହରିସକଳ ସଂସାର ଭାରା ଏକା ଅଛୁ ଧରି ।ଯାଗତୀର୍ଥ ବ୍ରତ ଧର୍ମ ନିୟତ ସେ ତପଚାରିଖାନି ଛପ୍ନକୋଟି କଳପ ସ୍ୱରୂପ ।ଅନନ୍ତ ମାୟାଧର ତୁ ସର୍ବ ଗୁଣମଣିସର୍ବ ଅନ୍ତର୍ଯ୍ୟାମୀ କୋଟି ବ୍ରହ୍ମାଣ୍ଡ କାରେଣୀ ।ଭୋ କୃଷ୍ଣ ଅଦ୍ଭୁତ କଥା ଦେଖିଲୁ ନେତ୍ରରେପୁତ୍ରେକ ଅବତରିଛି ମୀନର ଗର୍ଭରେ ।ଶମ୍ବର ରାଜନ ତାକୁ ପ୍ରତିପାଳି ଥାଇମୀନକେତନ ନାମ ଯେ ଦେଲା ନୃପସାଇଁ ।ଶ୍ରଦ୍ଧା କରିଣ ତାହାକୁ ପାଳେ ମାୟାବତୀରାମ ବୋଇଲେ ପ୍ରଘଟ ନ କର ହେ ଯତି ।ଦ୍ୱିତୀନାରାୟଣ ସେହୁ ରୁକ୍ମିଣୀ କୁମରନିକଟରେ ନାଶଯିବ ନୃପତି ଶମ୍ବର ।ସପ୍ତାଙ୍ଗରେ ନାଶଯିବ କୁଟୁମ୍ବ ସହିତସାରାବତୀ କଟକ ଯେ ହେବ ଭସ୍ମସାତ ।ରତିକୁ ଘେନି ପ୍ରଦ୍ୟୁମ୍ନ ଦ୍ୱାରକା ଆସିବତେବେ ସେ ପୃଥିବୀ ଭାରା ନିଶ୍ଚେ ନାଶଯିବ ।ଶୁଣ ହୋ ପରୀକ୍ଷ ରାଜା ଭଣି ଶୁକଯତିଇତିଶିରୀ ହରିବଂଶ ପୁରାଣର କୀର୍ତ୍ତି ।କୃଷ୍ଣ କାମପାଳ ଶୁଣନ୍ତେଣ ଏହି ବାଣୀଏକାନ୍ତେ ଭାଳନ୍ତି ବସି ହୋଇ ତୁନି ତୁନି ।ରୁକ୍ମିଣୀ ପ୍ରଦ୍ୟୁମ୍ନ ବାର୍ତ୍ତା ମୁନି ମୁଖୁଁ ପାଇଶୋକେ ଗଦ୍ଗଦ ଭାବରେ ଚିନ୍ତିତା ସେ ହୋଇ ।ବୋଇଲେକ ଚକ୍ରକୂଟ ଜାଣ ଭଗବାନତୁମ୍ଭ ମହିମା ମୁଖରେ କେ କରେ ବର୍ଣ୍ଣନ ।ଆପଣା ସମାନ କରି ଜାତ ତାକୁ କଲୁବାଳୁତ କାଳରୁ ପୁଣି ଦୁଃଖ ତାକୁ ଦେଲୁ ।କେବଣ ଅପ୍ରାଧ କଲି ଆହେ ଶ୍ରୀନିବାସଶତ୍ରୁଘରେ ପୁତ୍ରକୁ ମୋ ଦେଲୁ ପୁଣି ବାସ ।ଯେବେ ଧର୍ମ ପ୍ରମାଣରେ ପୁତ୍ର ଆସେ ତହୁଁନେତ୍ରେ ନ ଦେଖିବା ଯାଏ ପ୍ରତେ ଅଛି କାହୁଁ ।ଏତେ ବୋଲି ମନଦୁଃଖେ ଭୀଷ୍ମକ ନନ୍ଦିନୀଅଭିମାନେ ମଥା ପୋତି ବସେ ସୁହାଗିନୀ ।ବେନି ନୟନରୁ ଫୁଟି ବହେ ଅଶ୍ରୁଜଳକ୍ରୋଟରାଗ୍ନି ପରାୟେକ ଚିତ୍ତ ଅନ୍ତରାଳ ।ରୁକ୍ମିଣୀ ଆରତ ଦେଖି ଦେବଦେବ ହରିପଲ୍ୟଙ୍କ ଉପରେ ବସାଇଲେ କୋଳକରି ।ଆପଣା ଅଞ୍ଚଳେ ଅଶ୍ରୁ ପୋଛି ପଦ୍ମମୁଖବୋଇଲେ ଭୋ ସଖି କିପାଁ କରୁ ମନେ ଦୁଃଖ ।ଏ ଧରଣୀ ଭାରାଭାର ନିବାରିବା ପାଇଁଦ୍ୱାପରେ ଲକ୍ଷ୍ମୀରୂପରେ ଅଛ ଜାତ ହୋଇ ।ତୁମ୍ଭର ପୁତ୍ରକୁ ଅପଚୟ ନାହିଁ ସତୀରତିକୁ ସଙ୍ଗରେ ଘେନି ଆସିବ ତଡ଼ତି ।ଏହି ନିକଟରେ ଆସି ମିଳିବଟି ଆଗେତୁ ଏହା ପ୍ରତ୍ରକ୍ଷେ ଜାଣିଥାଅ ଶାସ୍ତ୍ରଯୋଗେ ।ତୁମ୍ଭେ ଯେବେ ପୃଥିବୀର ନ କରିବ କକ୍ଷାଅଶେଷ ଭାରାଭରଟି କେହ୍ନେ ହେବ ରକ୍ଷା ।ଶୁଣିଣ ସନ୍ତୋଷ ହେଲେ ସେ ଦେବୀ ରୁକ୍ମିଣୀବୋଇଲେ ତୁମ୍ଭ ଆଜ୍ଞା କେ ଭାଙ୍ଗେ ଚକ୍ରପାଣି ।ନିହନ୍ତା ବିହନ୍ତା ତୁହି ପୁଂସ ଆଦିମୂଳରୂପ ରେଖ ବର୍ଣ୍ଣ ତୁମ୍ଭ ନାହିଁ ଶୂନ୍ୟଠୁଳ ।ଶୁଭାଶୁଭ କର୍ମ ତୁହି କରିପାରୁ ଆନଏତେ ବୋଲି ରୁକ୍ମିଣୀ ଯେ ହୋଇଲେ ମଉନ ।ଅନେକ ରୂପେ ବୁଝାଇ ସେ ଦେବାଧିରାଜାରଜନୀ ପ୍ରବେଶ ହ୍ୱନ୍ତେ କରିଲେକ ଶଯ୍ୟା ।ନିଶ୍ଚେଷ୍ଟରେ ରାତ୍ରେ ନିଦ୍ରା ଗଲେ ବନମାଳୀପାଦ ମଞ୍ଚାଳନ୍ତି ବସି ଭୀଷ୍ମକ ଦୁଲାଳୀ ।ସେ ସୁମନ୍ତ କନ୍ଦମୂଳ ଭକ୍ଷଣ କରିଲେମନଯାନରେ ଚଢ଼ିଣ ଧାତିକାରେ ଗଲେ ।ଏଥୁ ଅନନ୍ତରେ ପୁଣି କେତେହେଁ କ ଦିନେମୀନକେତନ ରହିଲେ ଶମ୍ବର ଭୁବନେ ।ନିତ୍ୟେ ରତିଦେବୀ ଅଙ୍ଗେ ଘଷନ୍ତି ଯେ ଘଟିକନ୍ୟାଏ ଜାତ କରିଣ କହି ମନ୍ତ୍ରଗୋଟି ।ଅଦ୍ଭୁତ ଭାବରେକ ନ୍ୟା ହୁଏ ତହୁଁ ଜାତରାତ୍ରରେ ରଞ୍ଜଇ ଯାଇ ଶମ୍ବର ଦଇତ ।ଦିବସରେ ଉଦେ ହ୍ୱନ୍ତେ ପ୍ରଭୁ ଦିନମଣିତତକ୍ଷଣେ ଜଳନ୍ଧର ବିଦ୍ୟାକୁ ସେ ଜାଣି ।ଏସନ କଥାଗୋଟା ଯେ ନ ଜାଣନ୍ତି ଆନଚତୁର୍ମୁଖ କରିଛନ୍ତି ଯେ କଥା ଭିଆଣ ।ଦିନୁଦିନ ବଢ଼େ ମୀନକେତନ ଶରୀରଯେସନେକ ବର୍ଦ୍ଧମାନ ହୁଏ କଳାକାର ।ତେସନ ବୃଦ୍ଧି ପାଇଲେ ଗୋବିନ୍ଦଙ୍କ ବଳାସମ୍ପୂର୍ଣ୍ଣ ଭାବରେ ତେଜ ଅତି ଅନର୍ଗଳା ।ଦେଖିଣ ସନ୍ତୋଷ ହେଲା ଶମ୍ବର ନୃପତିକୁଶଳରେ ପ୍ରଜାମାନ ପାଳନ କରନ୍ତି ।ପାତ୍ର ମନ୍ତ୍ରୀ ଅମନାତ୍ୟ ଡକାଇ ସମସ୍ତଶମ୍ବର ନୃପତି ତାଙ୍କୁ ବୋଲଇ ଏମନ୍ତ ।ଦେଶ ଘୋଷ ପାଟକଙ୍କୁ ଦିଅ ନେଇ ଲେଖାସର୍ବଗୁଣେ ପରିପୂର୍ଣ୍ଣ ପୁତ୍ର ମୋର ଏକା ।ଦଣ୍ଡଛତ୍ର ସିଂହସନ ରାଜ୍ୟାଦି ସକଳମୀନକେତନାକୁ ଦେବା ନିଶ୍ଚେଁ ଅନୁକୂଳ ।ଶୁଣିଣ ସୁବୁଦ୍ଧି ମନ୍ତ୍ରୀ ଏମନ୍ତ ବୋଇଲାଜନ୍ମିତ ପୁତ୍ର ଥାଉଣୁ କେହ୍ନେ ହେବ ଭଲା ।କଥାଗୋଟା କହୁଅଛ ମନକୁ ନ ଆସେପରକୁ ମୋହର କର କେମନ୍ତ ବିଶ୍ୱାସେ ।ଏସନ ବାରତା ଯହୁଁ ଶମ୍ବର ଶୁଣିଲାହାଣରେ ମନ୍ତ୍ରୀ ବଂଶକୁ ବୋଲି ଆଜ୍ଞା ଦେଲା ।ତାହା ଶୁଣି ମନ୍ତ୍ରିବର କଲା ନମସ୍କାରତୁମ୍ଭ ବିଚାରକୁ ଗଲେ କର ନୃପବର ।ତୁମ୍ଭ ବିଚାରକୁ ଯେବେ କଥା ଯୋଗାଇଲାରାଜ୍ୟଗୋଟା ଭୋଗ କରୁ ଆମ୍ଭର କି ଗଲା ।ଏହା କହି ରାଜବିଧି ଅଣାଇ ସକଳମୀନକେତନକୁ ରାଜ୍ୟେ କଲା ମହୀପାଳ ।ଦଣ୍ଡଛତ୍ର ଧରି ସିଂହସନରେ ବସିଲେଉତ୍ତମ ସୁଖରେ ପ୍ରଜାମାନ ସେ ପାଳିଲେ ।ଆବର ଯେତେକ ପୁତ୍ର ଶମ୍ବରର ଥିଲେତେଜ ବୀର୍ଯ୍ୟ ଦେଖି ମନେ ଭୟ ସେ କରିଲେ ।ଲକ୍ଷ୍ମୀ ଯାର ମାତା ନାରାୟଣ ଯାର ପିତାରଥ ଗଜ ଅଶ୍ୱ ଆଖଡ଼ାରେ ଜଗଜ୍ଜିତା ।ମାୟାବତୀ ଭୁବନରେ ଥାଇ ପୁତ୍ରମଣିନିଜ ପୁତ୍ର ବୋଲିକରି ସର୍ବେ ଛନ୍ତି ଜାଣି ।ପରିବାରୀମାନେ ଦେଖି ବିଚାରନ୍ତି ମନଏହାଙ୍କ ଚାଲିଚଳନ ଦିଶେ ଆନୁଆନ ।ଯୁକତରେ ମାତା ପୁତ୍ର ଅଟନ୍ତି ଏ ଦୁଇକେମନ୍ତେ ମାତା ପୁତ୍ରର ଏକସଙ୍ଗ ହୋଇ ।ଆବର ବିଶେଷେ ଏହୁ ରାଜାଙ୍କର ନାରୀସବୁ ପୁତ୍ରଭାର୍ଯ୍ୟା ଛାଡ଼ି ୟାକୁ ସ୍ନେହକରି ।କେମନ୍ତେ କହିବା ଏଡ଼େ ଅପ୍ରମାଣ କଥାଲୋକ ସମାଜେ ଗଞ୍ଜଣା ଆପଣାକୁ ବ୍ୟଥା ।କେ ବୋଲଇ ଏଥି କିଛି ସନ୍ଦେହ ତ ନାହିଁପ୍ରତ୍ୟକ୍ଷ କରି ଏହା ଯେ ଦେଖିଅଛି ମୁହିଁ ।ଉଭୟ ସଂକଟ କଥା ଲାଗେ ବଡ଼ ଭୟରାଜନୀତି ବିଚାରକୁ କେ କରି ନିର୍ଣ୍ଣୟ ।କେ ବୋଲଇ ତୁମ୍ଭେମାନେ ତୁନି ହୋଇ ରହନୟନେ ନ ଦେଖିଲେ କେ କରିବ ପ୍ରତ୍ୟୟ ।ଯେ ଦିନ ବେନି ଚକ୍ଷୁରେ ପ୍ରତ୍ୟକ୍ଷ ଦେଖିବାଅତ୍ୟନ୍ତ ଦେଖିଲେ ରାଜା ଆଗରେ କହିବା ।କେହି ବୋଲଇ ଆମ୍ଭେ ତ ନେତ୍ରେ ଦେଖିନାହୁଁପର ମୁଖରୁ ଶୁଣିଣ ପ୍ରତେ ଯିବା କାହୁଁ ।ସାମାନ୍ୟ କଥା ଏଥିକି ଲାଗେ ବଡ଼ଭୀତିଏସନ ବେଭାର ଦେଖା ନାହିଁ କେଉଁ କତି ।ପ୍ରତ୍ୟକ୍ଷରେ ନିଜ ପୁତ୍ର ମାତା ତୁଲେ ଲୀଳାପୁତ୍ର ହୋଇ ମାତା ସଙ୍ଗେ କରେ ପୁଣି ଖେଳା ।ଏହା ଶୁଣି ଥୋକାଏକ କରି ଉପହାସଆନକୁ ନ ବୋଲ ଏହା ଶମ୍ବରର ଦୋଷ ।ସାଉଣ୍ଟଲା ଭାର୍ଯ୍ୟାଠାରେ ବଳାଇଲା ସ୍ନେହଜାତ କରିଲା ପୁତ୍ରର ଛାଡ଼େ ମାୟାମୋହ ।ଏହି କଥାମାନ ମୋତେ ଦିଶୁନାହିଁ ଭଲନିଶ୍ଚେଁ ସମ୍ବର ରାଜାର ଅଟଇ ସେ ସଲ ।ଜାଣୁ ଜାଣୁ ଆପଣେ ଯେ କଲା ଏଡ଼େ କର୍ମସମ୍ପୂର୍ଣ୍ଣରେ ନାଶଗଲା ସାରାବତୀ ଧର୍ମ ।ଅକସ୍ମାତ ଲୋକ ଆସି ଏଡ଼େ କର୍ମ କଲାରାଜ୍ୟଭାର ସିଂହାସନ ସବୁ ତାକୁ ଦେଲା ।ଏ କଥା ଶୁଣିଲେ ଅବା କି ବୋଲିବେ ଲୋକପୋଷିଲା କୁକୁର ମୁଖେ ଦେଉଅଛି ବୋକ ।ଥୋକାଏ ବୋଇଲେ ଏହା ଅଟେ ଚମତ୍କାରମୀନ ଗର୍ଭରୁ ମାନବ ହେଲା ଅବତାର ।ଅଜ୍ଞାନ କୁଳଶୀଳକୁ ରାଜା ପ୍ରତ୍ୟେକରିକେ ବୋଲଇ ଦୋଷ କିପାଁ ବାଛ ହେ ତାହାରି ।ତା କଥା ନ ଜାଣ ତୁମ୍ଭେ କଥା ସ୍ଫୁଟ କରଜାଣିଲେ ନ ବର୍ତ୍ତିବଟି ବାଳୁତ କୁମର ।ରାଜାର ବିଶ୍ୱାସୀ ଆମ୍ଭେ ଅନ୍ତଃପୁରେ ଥାଉଁତାର ପ୍ରକୃତି ଜାଣିଣ ଦିନକାଳ ନେଉଁ ।ଏଡ଼େ ବଡ଼କଥା କେହ୍ନେ ହୋଇବ ଗୁପତଏ କଥା ଗୁପତ କଲେ ସରିବ ମହତ ।ଏମନ୍ତ ବିଚାରି ମୁଦୁସୁଲୀ ଗୁପ୍ତେ ଗଲାରାଜାଙ୍କ ଛାମୁରେ ଯାଇ ବିନୟେ କହିଲା ।ଭୋ ଦେବ ସାବଧାନେ ତୁ ଶୁଣ ନୃପନାଥଅତ୍ୟନ୍ତ ଗୁପତ ଅଟେ ଗହନ ଚରିତ ।ପ୍ରତ୍ୟକ୍ଷ କରି ନୟନେ ଦେଖୁ ଆମ୍ଭେ ଯାହାଶୁଣ ତୁହୋ ସାବଧାନେ କହଇ ମୁଁ ତାହା ।ଭୋ ଦେବ ତୋହର ଭାର୍ଯ୍ୟା ମାୟାବତୀ ରାଣୀମୀନକେତନ ନାମରେ ପୁତ୍ର ଚୂଡ଼ାମଣି ।ସେ ଦୁହେଁ ଏକ ସଙ୍ଗରେ ହୋଇଲେ ବିନଷ୍ଟପ୍ରତ୍ୟକ୍ଷେ ଦେଖିଲୁ ତାହା ନୃପଶ୍ରେଷ୍ଠ ।ଶୁଣିଣ ଶମ୍ବର ରାଜା ଉପହାସ କଲାଆଲୋ ବିଡ଼ମ୍ବିତ କଥା କହୁ କେହ୍ନେ ଭଲା ।ଆଲୋ ମାୟା ବତୀ ମୋର ଜୀବନର ମଣିତାହାର ଦୋଷ ତୁହି ଲୋ ବାଛୁ ନିଲକ୍ଷଣି ।ମୋର ବ୍ୟତିରେକେ ଅନ୍ୟେ ନ ବଳେ ତା ଚିତ୍ତସେ ଯାହା ବୋଲିବ ତାହା ମୋର ଶିରାଗ୍ରତ ।ସର୍ବଗୁଣେ ପରିପୂର୍ଣ୍ଣ ମୋ ମୀନକେତନସାରାବତୀ କଟକରେ ଅଟେ ନୃପରାଣ ।ତାହାର ଅବିଗୁଣ ତ କିଛିମାତ୍ର ନାହିଁଅକାରଣେ ଦୋଷ ତୁମ୍ଭେ ବାଛ କାହିଁପାଇଁ ।ଦାସୀ ପରିବାରୀ ତୁମ୍ଭ ଜ୍ଞାନ ଅବା କେତେଭଲମନ୍ଦ ନ ବିଚାରି କୁହ ମୋ ଅଗ୍ରତେ ।ସମସ୍ତେ ଚତୁରୀ ତୁମଅଭେ ଜଣେ ନୁହଁ ଭଲକଥା ନ ଜାଣି ଯାହାକୁ ଯେଉଁ କଥା ବୋଲ ।ଆଗେ ଆନବେଳେ ଯେବେ କୁହ ଏହି ବାଣୀଅବଶ୍ୟ ନାସା ଶ୍ରବଣ ପକାଇବି ହାଣି ।ଶୁଣିଣ ପରିବାରୀଏ ଚକିତ ହୋଇଲେମସ୍ତକରେ ହସ୍ତଦେଇ ପଛକୁ ଘୁଞ୍ଚିଲେ ।ରାଜାଭୟେ ମୁଦୁସୁଲୀ ନ କହିଲେ କଥାଧର୍ମକୁ ସାକ୍ଷୀ କରିଣ ପାଇ ମନେ ବ୍ୟଥା ।ଶୁଣ ପରୀକ୍ଷ ରାଜନ ଭଣି ଶୁକମୁନିଇତି ଶିରୀ ହରିବଂଶ ପୁରାଣର ଧ୍ୱନି ।ଏଥୁ ଅନନ୍ତରେ ପୁଣି କେତେଦିନ ଯାଏଅନ୍ତଃପୁରେ ବିଜେକଲେ ସେ ଶମ୍ବର ରାୟେ ।ଶୋଭାବତୀ ନାମରେ ଯେ ଶମ୍ବରର ରାଣୀବାଣାସୁର ନୃପତିର ଅଟେ ସେ ଦୁଲଣୀ ।ସେ ଆସିଣ ରାଜା ଆଗେ ସବୁ ଜଣାଇଲାଭୋ ଦେବ ନୃପନିଧି ତୁ ଶୁଣିବାକୁ ଭଲା ।କେତନ ମାୟାବତୀର ସ୍ନେହ ଗୁରୁତରସଂସାର ମଧ୍ୟରେ ନିନ୍ଦା ହୋଇଲା ଅପାର ।ସମରାଜ୍ୟଯାକ ସବୁ ହୋଇଲାଣି ଗୋଳପାତ୍ରମନ୍ତ୍ରୀ ଆଦିକରି ଜାଣିଲେ ସକଳ ।ମାତା ପୁତ୍ର ବୋଲିକରି ଯାହା ବୋଲୁଅଛସେ କଥାଗୋଟା ଜାଣ ତ ସବୁ ଅଟେ ମିଛ ।ଯଦ୍ୟପି ମନେ ପ୍ରତ୍ୟେ ନ କରୁଛ ଗୋସାଇଁଏକାନ୍ତରେ ଡାକିନେଇ ଦେଖାଇବି ମୁହିଁ ।ଶୁଣିଣ ଶମ୍ବର ରାଜା ହୋଇଲେ ମଉନଆପଣା ଅନ୍ତର୍ଗତରେ ବିଚାରଇ ପୁଣ ।ସପତଣୀମାନେ ସଦା ଛେଦଭେଦ କାରୀତାହାଙ୍କର ବଚନକୁ ପ୍ରତୀତ ନ କରି ।ଶୁଣିକରି ଶୋଭାବତୀ ପାଇଲାକ ଲାଜବିଚାରିଲେ ନାଶ ହେବ ନିଶ୍ଚେଁ ଏ ଦନୁଜ ।ଶମ୍ବର ବୋଇଲା ମୋତେ ନ କହିବୁ ଆଉସପତଣୀ ହିଂସା ବହି ମିଥ୍ୟାକଥା କହୁ ।ଶୁଣି କରି ମହାଦେଈ ଲଜ୍ଜାକୁ ପାଇଲେକଥା ନ ରହିଲା ବୋଲି ଭିତରକୁ ଗଲେ ।ଏସନ ପ୍ରକାରେ ତହୁଁ କେତେଦିନ ଯାଏସମରାଜ୍ୟେ ମହାଗୋଳ ଉପସ୍ଥିତ ହୁଏ ।ଶମ୍ବର ରାଜାର ଲକ୍ଷେ ଅନେଶତ ବଳାବଳବନ୍ତ ତେଜବନ୍ତପଣେ ଅନର୍ଗଳା ।ସନ୍ଦେହ ବାର୍ତ୍ତାକୁ ପାଇଥିଲେ ସେ ପୂର୍ବହୁଁଯୁକତେ ଅହନ୍ତା କରିଥିଲେ ତ ଆଗହୁ ।ଏକମୁଖି ହୋଇକରି ଚଳି ଅତିବେଗେପ୍ରବେଶ ହୋଇଲେ ଯାଇ ଶମ୍ବରର ଆଗେ ।ବୋଇଲେ ଭୋ ଦେବ ତୁମ୍ଭେ ଶୁଣ ନୃପମଣିସଂସାର ମୁଖେ ଲଭିଲା ଅପଖ୍ୟାତି ବାଣୀ ।ମୀନକେତନ ଯେ ମାୟାବତୀର ବିଷୟଅତି ଦୁରାପଦ ଅଟେ ଜାଣ ମହାରାୟ ।ଏଥିରୁ ଅଧିକ ଆଉ ଅଛି କିବା ଲାଜତୁମ୍ଭ ଆଜ୍ଞା ପାଇଲେକ କରିବୁଟି କାର୍ଯ୍ୟ ।ପୁତ୍ରଙ୍କର ବଦନରୁ ଏହି କଥା ଶୁଣିହେଠ ବଦନ ହୋଇଣ ବସେ ନୃପମଣି ।ବିସ୍ମିତ ହେବାରୁ କମ୍ପି ଉଠଇ କପାଳକାଳସର୍ପ ପ୍ରାୟେ ରାଜା କୋପେ କୋପାନଳ ।ପଞ୍ଚଭୂତ ଆତ୍ମା ମାୟାବତୀଠାରେ ଅଛିଉପ୍ରୋଧେ ତାହାକୁ ତେଣୁ କିଛି ନ ବୋଲୁଛି ।ଅନ୍ତର୍ଗତରେ ବିଚାରି ବୋଲେ ନୃପସାଇଁନୟନରେ ନ ଦେଖିଲେ ପ୍ରତେ ମୋର ନାହିଁ ।ପରିବାରୀଏ ବୋଇଲେ ଶୁଣ ମହାରାଜପ୍ରତ୍ୟକ୍ଷ କରିଣ ତୋତେ ଦେଖାଇବି ଆଜ ।ଆପଣଙ୍କୁ ଜଣାଅଛି ସମପ୍ତ ଉପାୟେଥାଅ ସ୍ଥିରଭାବେ ରାତ୍ର ପ୍ରବେଶିବା ଯାଏ ।ଯେ ଯାହାରେ ଜଗିଥିବା କାରଣକୁ ଜାଣିସମୟେ ଭେଟାଇବାକ ନେଇ ନୃପମଣି ।ଏତେ ବୋଲିଣ ସମସ୍ତେ ହୋଇଲେକ ଆଡ଼ଯେ ଯାହାରେ ଦୃଢ଼କରି ଛପି ଠଣା ବାଡ଼ ।ଏଥୁ ଅନନ୍ତରେ ଅସ୍ତ ହେଲେ ଦିନମଣିପାଞ୍ଚଦଣ୍ଡ ହୋଇଲାକ ଆସିଣ ରଜନୀ ।ଶମ୍ବର ନୃପତି ପାଶେ ମାୟାକନ୍ୟା ପେଷିଆପଣେ ସୁବେଶ ହୋଇଲେକ ଶୁଭ୍ରକେଶୀ ।ତଦନ୍ତେ ମୀନକେତନ କରାଇ ସୁବେଶକୋଟି କନ୍ଦର୍ପ ପରାୟେ ଦିଶି ରତିଈଶ ।ପଲ୍ୟଙ୍କରେ ପହୁଡ଼ିଲେ ପତି ପତ୍ନୀ ବେନିଏ ସମୟେ ଦଶଦଣ୍ଡ ହୋଇଲା ରଜନୀ ।ଦିଗନ୍ତରେ ରହିଥିଲା ଶମ୍ବର ନୃପତିଲୁଚି ଚାହିଁଲା ସେ ଜଳାକବାଟିର କତି ।ଦେଖିଲା ମୀନକେତନ ମାୟାବତୀ କୋଳେଶୋଇଛନ୍ତି ଅସାଷ୍ଟମେ ରଙ୍ଗରସ ଭୋଳେ ।ଅଙ୍ଗେ ଅଙ୍ଗକୁ ଜଡ଼ାଇ ଦୁହେଁଛନ୍ତି ଶୋଇବେନି ଜନଙ୍କର ଦେହେ ଜ୍ଞାନ ତିଳେ ନାହିଁ ।ମାଣିକ୍ୟର ଦୀପାବଳି ଜଳେ ଚଉକତିକୋଟିଏ ଚନ୍ଦ୍ରମା କିବା ଉଇଁଣ ଅଛନ୍ତି ।ପୁଣି ପୁଣି ନିରେଖିଣ ଚାହେଁ ଦଣ୍ଡଧାରୀହୋଇବ କି ନ ହୋଇବ ମନରେ ବିଚାରି ।କିବା ଜଳନ୍ଧର ମାୟା କରିଅଛି ଆଣିକିବା ହିଂସିଲେକ ମାୟାବତୀକୁ ସୌତୁଣୀ ।ଏକାବେଳେ ୟାରଠାରେ ବଳାଇଲି ଚିତ୍ତକିବା ମୋତେ ଗ୍ରାସ କଲା ଆସି ପ୍ରେତ ଭୂତ ।ପୁଣି ମନ୍ତ୍ର ମହୌଷଧି କରିଲା ବା କିଏକି ଅବା ମୋର ଆୟୁଷ ହେଲା ଆସି କ୍ଷୟେ ।ଜାଣିତ ନ ପାରେ ମୁହିଁ କେସନ ଏ କୃତ୍ୟଏହିପରି ହୃଦମଧ୍ୟେ ଭାଳେ ନୃପନାଥ ।ପ୍ରାଣରୁ ଅଧିକ ମୋର ଅଟେ ମାୟାବତୀଅସମୟ କାଳେ ହେଲା ବିପରୀତ ମତି ।ଭୋ ଧର୍ମଦେବତା ବୋଲି ଛାଡ଼ିଲା ନିଃଶ୍ୱାସବିଚଳିତ ମତି ହେଲା ବଳବୀର୍ଯ୍ୟ ନାଶ ।ଦୈବ ବିପରୀତ କଥା ହେଲା ଆସି ଏଥେମାୟାବତୀ ପ୍ରାୟେ ନାରୀ କଲା ଏ କେମନ୍ତେ ।ପୁଣି ବିଚାରିଲା କେହ୍ନେ ନ ଯିବି ପରତେଆଗହୁଁ ମୁଦୁସୁଲୀଏ କହିଛନ୍ତି ମୋତେ ।ନ ଜାଣିବା ପଣେ ମୁହିଁ ମିଥ୍ୟା ତାକୁ ମଣିପୁଣି ମୋତେ କହିଥିଲେ ଶୋଭାବତୀ ରାଣୀ ।ତାହାଙ୍କ ବଚନ ମୁହିଁ ଅବଜ୍ଞା କରିଲିଅନ୍ଧାରି ବିଜୟେ କରି ସାକ୍ଷାତେ ଦେଖିଲି ।ପୁଣି ପୁତ୍ରମାନେ ମୋତେ କହିଲେ ବିଶ୍ୱାସତାହାଙ୍କର ବଚନକୁ କଲି ଉପହାସ ।ପ୍ରତ୍ୟକ୍ଷ କରି ଆସିଣ ଦେଖିଲି ନୟନେଏଥିକି ନାସ୍ତି ଅବା ମୁଁ କରିବି କେସନେ ।ପୁଣି ବିଚାରଇ ଅବା ପରେ ଦେବି ଦୋଷନ ଜାଣିବାପଣେ ମୁଁ ତ କଲି କାଳେ ନାଶ ।ବନସ୍ତ ଭିତରୁ ଯାହା ଆଣିଲି ସାଉଣ୍ଟିକୁଳମୂଳ ନ ଜାଣିଣ ଏ କାର୍ଯ୍ୟ କଲିଟି ।ଅଜ୍ଞାତ ଲୋକଙ୍କୁ ମୁହିଁ କଲି ଏଡ଼େ ଦୃଢ଼ପ୍ରାଣରୁ ଅଧିକ କରି ପାଳିଥିଲି ଗାଡ଼ ।ମୁହିଁ କିପାଁ ଏ କନ୍ୟାକୁ ବିଶ୍ୱାସ କରିଲିପରପୁତ୍ରକୁ ରାଜ୍ୟରେ ଅଧିକାର କଲି ।ମାୟାବତୀ ବଶେ ମୁହିଁ କଲି ଏଡ଼େ କୃତ୍ୟଆନକୁ କି ବୋଲିବଇଁ ଦେବର ବିଦିତ ।ମୋହର ବୁଦ୍ଧି ତ ମୋତେ ଅଟେ ଅଗୋଚରକାଠବୋଲି ଧରିଲଇଁ ହୋଇଲା କୁମ୍ଭୀର ।ସରିଲା କଥାରେ ଆଉ ଅଛି କିସ କାର୍ଯ୍ୟଏ ମୋହର କୁଳକୁ ଯେ ଅଟ୍ଟେ ବଡ଼ଲାଜ ।ପୁଣି ମନେ ବିଚାରିଲା କରିବଇଁ କିସଦେହ ବହିଣ ଦେଖିବି କେହ୍ନେ ଏ ଭବିଷ୍ୟ ।ସମରାଜ୍ୟ ଲୋକେ ନିଶ୍ଚେଁ କରିବେ ଧିକ୍କାରଦୁହିଙ୍କୁ ମାରିଣ ମାଂସ ଭକ୍ଷିବି ନିକର ।ନୋହିଲେ କଳ କୌଶଳ ଅବା ମୁଁ କରିବିପୁତ୍ରଙ୍କର ପାଶେ ନେଇ ଧରାଇଣ ଦେବି ।ମରାଇବି ମାଡ଼ ନାନା ପ୍ରକାରେ ଯୁକତେଜନମୁଖେ ବିଡ଼ମ୍ବନା ହୋଇଲାକ ମୋତେ ।ତଦନ୍ତେ ମାୟାବତୀକୁ କରିବଇଁ ତେଜ୍ୟାଏସନକ ବିଚାରିଲା ସେ ଶମ୍ବର ରାଜା ।ପଣ୍ଡିତଙ୍କ ଗୁଣ କହେ ସର୍ବଦା ସୁଯଶଆପଣେ ଜାଣୁ ଜାଣୁ ତ ଗଲି ମୁହିଁ ନାଶ ।ଏସନ ବିଚାର କରି ଚଳିଲା ନୃବରଏକାନ୍ତେ ପହୁଡ଼େ ଯାଇ ନିଜ ଜଗତୀର ।ନିଦ ନ ମାଡ଼ଇ ଚିତ୍ତ ହୁଏ ଛନ୍ନ ଛନ୍ନମାୟାବତୀ ପାଶେ ଖଟି ଅଛି ପଞ୍ଚମନ ।ମାତା ପିତା ବୈରୀ ଆତ୍ମାବୈରୀ ଦାରାବୈରୀବେଦ କହୁଛି ଏହାଙ୍କୁ ଦେଖିଲେଟି ମାରି ।ରାତ୍ର ପାହିଲେ ବୃତ୍ତାନ୍ତ ବୁଝିବା ଯୁକତଏସନକ ହୃଦମଧ୍ୟେ ଭାଳି ନୃପନାଥ ।ନଶୁକ ବୋଇଲେକ ଶୁଣ ପରୀକ୍ଷ ନୃମଣିଏସନ ବିଚାରନ୍ତେ ପାହିଲା ରଜନୀ ।କାକ ପିକ ରାବ ଦେଲେ ଉଠି ସର୍ବ ପ୍ରାଣୀଗଗନେ ଉଦୟ ଆସି ହେଲେ ଦିନମଣି ।ନିତ୍ୟାଚାର ବେଭାରରେ ଲାଗିଲେ ସକଳେନିତ୍ୟକର୍ମ ଶେଷକରି ତହୁଁ ମହୀପାଳେ ।ସମ୍ଭର୍ବ ଆସ୍ଥାନେ ଆସି ବସି ଶ୍ରୀଘ୍ରଗତିପାତ୍ର ମନ୍ତ୍ରୀ ଆବର ଯେ ନାତି ପଣନାତି ।ଲକ୍ଷେ ଅନେଶତ ସସ୍ର ପୁତ୍ରରେ ଉତ୍ତମଅମରାସ୍ୱର ବୋଲିଣ ଜ୍ୟେଷ୍ଠପୁତ୍ର ନାମ ।ତାକୁ ନିକଟକୁ ରାଇ ଗୁପ୍ତେ ଦଣ୍ଡଧାରୀବିଶ୍ୱାସ ବଚନ କହେ ଅତି ଦୃଢ଼କରି ।ବାବୁ ତୁମ୍ଭ ବଚନ ମୁଁ କଲଇଁ ଅନ୍ୟଥାଲୋକେ ମହା ଲାଜ ହେଲା ଆପଣାକୁ ବ୍ୟଥା ।ମନ୍ଦାଚାରି ହେଲେ ମୀନକେତୁ ମାୟାବତୀପ୍ରତ୍ୟକ୍ଷ କରି ଦେଖିଲି ମୁହିଁ ଆଜ ରାତି ।ତୁମ୍ଭେମାନେ କହିଲ ଯେ ମୋତେ ସିଦ୍ଧ କଥାମୋର ମନକୁ ପ୍ରତୀତ ଲାଗିଲା ସର୍ବଥା ।ଏବେ ସେହି କଥା ମୁହିଁ ଦେଖିଲି ନୟନେଯେସନେକ ପ୍ରଭୁ ଭାର୍ଯ୍ୟା ଭେଟ ଏକସ୍ଥାନେ ।ଏପରି ଅନ୍ୟାୟ କଥା କାହିଁ ଶୁଣାନାହିଁଜଗତରେ ଅପଯଶ ବହୁ ଭୋଗିଲଇଁ ।ଜାଣୁ ଜାଣୁ ବିଷ ମୁହିଁ କରିଲି ଭୋଜନକି କହିବି ଏହା ମୋର କପାଳ ଲିଖନ ।ବାବୁ ତୁମ୍ଭେ ପୁତ୍ରେ ମୋର ପିଣ୍ଡ ଅଧିକାରୀଏ ବିଡ଼ମ୍ବନା ଲଜ୍ଜାରୁ କର ମୋତେ ପାରି ।ବାବୁ ଯେବେ ହୃଦେ ପାଞ୍ଚ ମୋହର କୁଶଳତୁମ୍ଭର ଇଚ୍ଛାରେ ଏବେ ରକ୍ଷାକର କୁଳ ।ନାନା ଉପାୟରେ ମୀନକେତନକୁ ମାରତେବେ ନିଶ୍ଚିନ୍ତ ହୋଇବ ଲଜ୍ଜା ହେବ ପାର ।କୁମର ବୋଇଲେ ତାତ ତୋହର ପ୍ରସାଦେଗଣଗନ୍ଧର୍ବ ଦେବତା ଜିଣିପାରୁ ହାଦେ ।ଆମ୍ଭର ବାକ୍ୟ ଯଦ୍ୟପି ଆଗ କରିଥାନ୍ତଏଡ଼େବଡ଼ ହନ୍ତସନ୍ତ କିପାଇଁ ହୁଅନ୍ତି ।ଅନେକ ମନାଇଣ ଯେ କହିଲୁ ବିଶ୍ୱାସେକାଳେ ପଡ଼ିଗଲ ତୁମ୍ଭେ ମାୟାବତୀ ପାଶେ ।ଅସତ୍ୟ ଲୋକ ଗୋଟାଏ କଲା ଏଡ଼େ କର୍ମରାଜପତ୍ନୀ ହରିବାକୁ ହେଲା ସେ ଭାଜନ ।ମାୟାବତୀ ରାଣୀ ପୁଣି କେହ୍ନେ ଏହା କଲାତୋ ପରା ସ୍ୱାମୀ ଥାଉଣୁ ପୁତ୍ରେ ଆଦରିଲା ।ଏସନ ଲକ୍ଷଣ ସ୍ତିରୀଜାତ ମନ୍ଦବୁଦ୍ଧିଦଣ୍ଡକ ସୁଖ ପାଇଁକି ହରଇ ସମୃଦ୍ଧି ।ଭୋ ପିତା ସେ କଥା ବିଚାରିଲେ ହେବ କିସନିହନ୍ତା ବିହନ୍ତା ପୁଂସ ଭିଆଇଛି ଯିସ ।ଶମ୍ବର ବୋଇଲା ସେହି କଥା ଛାଡ଼ ବାବୁମୀନକେତନକୁ ନିଶ୍ଚେ ବେଢ଼ିଣ ମାରିବୁ ।ନୋହିଲେ ଆନମତରେ ପ୍ରତିକାର ନାହିଁଆଖଡ଼ା ଶାଳରେ ବେଢ଼ି ମାର ସର୍ବଭାଇ ।ଯେବେକି ସେ ପରିଘାଇ ପାଇବ ବାରତାନ କହି ପଳାଇବ ସେ ହେବ ସବୁ ବୃଥା ।ପୁତ୍ର ବୋଲେ ଆହେ ପିତା ତୁମ୍ଭ ଅନୁମତେଅବଶ୍ୟ ମୀନକେତନ ମାରିବୁ ଯୁକତେ ।ଏ କଥା ଆଗହୁଁ ଆମ୍ଭେ ଅଛୁ ସ୍ଥିରକରିକେବଳ କଥାକୁ ତୋର ଥିଲୁ ଅବଧାରି ।ଶୁଣିଣ ନୃପତି ମନେ ଆନନ୍ଦ ହୋଇଲାଶାଢ଼ୀ ସୁନାବଳା ନେଇ ଜଣେ ଜଣେ ଦେଲା ।ପିତାଙ୍କ ଆଜ୍ଞା ଘେନିଣ କୁମରେ ଚଳିଲେଆଖଡ଼ାଶାଳରେ ଯାଇଁ ସମସ୍ତେ ମିଳିଲେ ।ମୀନ ଶୁକ୍ଳପକ୍ଷ ସପତମୀ ଅର୍କବାରମୃଗଶିରା ନକ୍ଷତ୍ର ଯେ ଅଟେ ସେ ଦିନର ।ପରିଘ ନାମେ କରଣ ବିଷକୁମ୍ଭ ଯୋଗମୀନ ସଂକ୍ରାନ୍ତିକି ଏକବିଂଶ ଦିନ ଭୋଗ ।ସେହିଦିନ ବେଳ ହ୍ୱନ୍ତେ ଘଡ଼ିଏକ ମାନେଆଖଡ଼ାଶାଳେ ମିଳିଲେ ସର୍ବେ ଶୁଭମନେ ।ସତ୍ୱରେ ବାହାର ହେଲେ କେତନ କୁମରେମୟାବତୀ ମୁଖ ଚାହିଁ ବୋଲନ୍ତି ସଧୀରେ ।କୋମଳ ବଚନ କହେ ପଦ୍ମନ କୁମରଭୋ ସଖି ତୁ ସାବଧାନେ ଶୁଣ ମୋର ଗିର ।ବାମନେତ୍ର କିପାଁ ମୋର କମ୍ପେ ଘନ ଘନଉଲୁସଇ ରୋମାବଳି ଉଦବେଗ ମନ ।ଅଧର କମ୍ପୁଅଛଇ ନିରୁତ୍ସାହ ଚିତ୍ତଅବଶ୍ୟ ପ୍ରମାଦ ଆଜି ପଡ଼ିବ ସଙ୍ଗାତ ।ଶୁଣିକରି ମାୟାବତୀ ଅନ୍ତର୍ଗତେ ଗୁଣିମନମଧ୍ୟରେ ବିଚାର କରଇ ତରୁଣୀ ।ସ୍ୱାମୀଙ୍କି ଏ କଥାଗୋଟା ଜଣାନାହିଁ ଭଲେଏସନ ବିଚାରି ଗୋଷ୍ଠି ଗୋଟିଏ କାଟିଲେ ।ଶକୁନ କରିଣ ରତି କାଟିଦେଲେ କୋଷ୍ଠିଧୀରକରି ପଢ଼ିଲେ ସେ ବ୍ରହ୍ମା ମନ୍ତ୍ରଗୋଟି ।ତତକ୍ଷଣେ ସବୁ ତାଙ୍କୁ ହୋଇଲାକ ଦୃଶ୍ୟବର୍ତ୍ତମାନ ଆଗତ ଯେ ଭୂତାଦି ଭବିଷ୍ୟ ।ମାୟାବତୀ ବୋଲେ ଶୁଣ ହେ ମଦନରାଜଆଖଡ଼ାକୁ ବିଜେକର ତୁମ୍ଭେ ଦେବ ଆଜ ।ଶମ୍ବରର ପୁତ୍ର ଲକ୍ଷେ ନବଶତ ଛନ୍ତିପିତାର ବଚନେ ସର୍ବେ ମେଳ ହୋଇଛନ୍ତି ।ଅବଶ୍ୟ ପ୍ରମାଦ କରିବେଟି ତହିଁ ରହିଏମନ୍ତ ଭାଳିଣ ସର୍ବେ ମିଳିଛନ୍ତି ଯାଇଁ ।ଅସୁରେ ତ ନିରାପକ୍ଷ ନାହିଁ ତାଙ୍କ ଜ୍ଞାନଅବଶ୍ୟ ପ୍ରମାଦ ଆଜି ପଡ଼ିବଟି ଜାଣ ।ମାୟାବତୀ ବୋଲେ ଯହୁଁ ଏସନକ ବାଣୀମୀନ କେତନ ଅଳପ ହସିଲାକ ଶୁଣି ।ବୋଇଲା ଦୈତ୍ୟମାନଙ୍କୁ ନାହିଁ ମୋର ଭୟକୋଟି ଶମ୍ବର ହେଲେ ମୁଁ କରିପାରେ ଜୟ ।ତୁହି ଜାଣୁ ସତୀ ମୋର ଶୌର୍ଯ୍ୟ ବଡ଼ପଣସୁରାସୁର ହେଲେ ମଧ୍ୟ କରିପାରେ ରଣ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳେ କେ ଅଛି ସମସରିଏକା ଜଣେ ମୁହିଁ ସବୁ ପାରଇଟି ମାରି ।ମାୟାବତୀ ବୋଲେ ମୋର ବିଭୁତିଏ ଅଛିସେ ଯୋଗେ ପ୍ରମାଦ ତବ ନାହିଁ ଜାଣ କିଛି ।ଅନଳରେ ନ ପୋଡ଼ିବ ଖଡ଼୍ଗେ ନ ଛିଡ଼ିବସଂଗ୍ରାମରେ ଅପଜୟ କଦାପି ନୋହିବ ।ତିନିମନୁ ହେଲା ମୁହିଁ ଅଛଇ ସାଇତିଅନେକ ଯତନେ ଦେଇଥିଲେକ ପାର୍ବତୀ ।ଏତେବୋଲି ମାୟାବତୀ ମନର ଆତଙ୍ଗେଶ୍ରୀକରେ ବଜ୍ରବିଭୂତି ଲେପି କାମ ଅଙ୍ଗେ ।ଦିଗ ବିଜୟ ମଣିକୁ ଗର୍ଭେ ଥୋଇଥିଲେତାହା କାଢ଼ି ମୀନକେତନ ହସ୍ତରେ ଦେଲେ ।ରତି ଦେବା ମନ୍ତ୍ର ନବ ନାଟକାଦି ମୂଳେପର୍ବ ହେତୁ ଜାଣିକରି ଯୋଗ ବିଧିବଳେ ।ହୃଦୟେ ଧରନ୍ତେ ତେଜ ଦିଶେ ବର୍ଦ୍ଧମାନଦିଗବିଜେ କାମଦେବ ପୁଷ୍ପ ପଞ୍ଚବାଣ ।ଅଦ୍ଭୁତେ ଅସ୍ତ୍ରମାନ ଯେ ମିଳିଲା ତକ୍ଷଣେମୀନ କେତନର ତେଜ ବଢ଼େ ଅନୁକ୍ଷଣେ ।ରତିକୁ ଆଜ୍ଞା ମାଗିଣ ନବରୁ ବାହାରଆଖଡ଼ାଶାଳାରେ ଯାଇ ମିଳି ଧାତିକାର ।ଖଣ୍ଡେକଦୂର ଛଡ଼ା ଯେ ନଗରୁ ବାହାରଆଖଡ଼ାଶାଳାରେ ଯାଇ ମିଳି ଧାତିକାର ।ଖଣ୍ଡେକଦୂର ଛଡ଼ା ଯେ ନଗର ପ୍ରାନ୍ତରେତହିଁ ଯାଇ ପ୍ରବେଶିଲେ ଅତି ସରାଗରେ ।ତିନିଶତ ବଖରା ଯେ ଘରଗୋଟି ଭଲାନିବିଡ଼ ପାଷାଣେ ବିଶ୍ୱକର୍ମା ତା ରଚିଲା ।ସେ ପୁରରେ ରାଜସୁତେ କରନ୍ତି ସାଧନଢାଲ ଛୁରିକା କଟାରି ନାନା ଦିବ୍ୟମାନ ।ସକଳ କୁମରେ ତହିଁ କରନ୍ତି ସାଧନାସେଠାରେ ଖେଳନ୍ତି ମୀନକେତନ ସେ ଜେନା ।ପ୍ରଭାତରୁ ନିତ୍ୟକର୍ମ ସାରି ରାଜବାଳବେଳ ସାତଘଡ଼ିରେ ସେ ଏକତ୍ରରେ ଠୂଳ ।ନିତ୍ୟ ଅଭ୍ୟାସ ବିଦ୍ୟାକୁ ସାଧନା ସେ କରିସିଂହାସନ ମାଡ଼ିବସି ଯାଇଁ ଯେ ଯାହାରି ।ଧନ୍ୟ ସେ ସମ୍ବର ରାଜା ଆଖଡ଼ାର ବିଧିଯାହା ବାଞ୍ଛାକରେ ତତକ୍ଷଣେ ହୁଏ ସିଦ୍ଧି ।ନାନା ବ୍ୟଞ୍ଜନ ପ୍ରଭୃତି ଶତୀଳର ବିଧିରୋଷଘରେ ରାନ୍ଧଣାକୁ କରି ତିନି ଯୋଗୀ ।ରସାଣିଲା ସୁବର୍ଣ୍ଣର ପ୍ରାୟେ ଖମ୍ବମାନବଖରାମାନ ଦିଶଇ ଆନୁଅନ ବର୍ଣ୍ଣ ।ତହିଁରେ ମିଳଇ ଶମ୍ବର ନବସସ୍ର ସୁତମନେ ବିଚାରନ୍ତି ଏବେ କରିବା କି କୃତ୍ୟ ।ଯେମନ୍ତେ ନ ଜାଣିବ ସେ ମାରିବା ବିଶ୍ୱାସିଏମନ୍ତ ପାଞ୍ଚି ମନରେ ବିଚାରିଲେ ବସି ।ଜ୍ୟେଷ୍ଠନନ୍ଦନ ଅମର ଅସୁର ବୋଇଲାଯେବେ ନ ପାରିବ ତୁମ୍ଭେ ମୋ ଭାଗ ରହିଲା ।ମାଲ ବିନ୍ଧାଣ ବେଳରେ ବେକ ମାଡ଼ି ଧରିଅସ୍ଥି ମାଂସ ସହିତରେ ଦେବି ତୂଳାକରି ।କେଉଁ କାଳୁ ତାକୁ ମୁହିଁ କରନ୍ତିଣି କ୍ଷୟେକେବଳ ରାଜାଙ୍କୁ ମନେ କରୁଥିଲି ଭୟେ ।ସେହି ଯେବେ ଶ୍ରୀମୁଖରେ ଦେଲେ ପରମାଣକିଞ୍ଚିତ ମାତ୍ରକେ ତାର ଘେନିବି ପରାଣ ।ଈଷତେ ଯମ ସଦନେ ଦେବି ପଠିଆଇଭୀମାବର ନାମେ ପୁଣି ଥିଲାକ ତନୟି ।ସେ ବୋଲେ ମୀନକେତନ ନାହିଁ ମୋର ଭୟରାଜା ଆଜ୍ଞା କରିବାକୁ କରିଥିଲି ଲୟ ।ଏକ ନାରାଚେକ ତାକୁ କରିପାରେ କ୍ଷୟଇନ୍ଦ୍ର କୁବେର ବ୍ରହ୍ମାଦି ରକ୍ଷାକରି ନୁହେଁ ।ଅଭୟ ଭଇରବ ଯେ ଅଗ୍ନି କାଳ ନଳଏ ଚାରିପୁତ୍ରଙ୍କୁ ଧନୁ ଷାଠିସସ୍ର ବଳ ।ସ୍ୱର୍ଗ ମର୍ତ୍ତ୍ୟ କ୍ଷଣକରେ ସାଧି ସେ ପାରନ୍ତିସୁର ଅସୁରଆଦି ତାକୁ ତିଳେ ନାହିଁ ଭୀତି ।ରାଜାଙ୍କ ଅତ୍ୟନ୍ତ ପ୍ରିୟ ଅଟନ୍ତି ଏ ଚାରିପାଟ ମହାଦେଈ ପୁତ୍ର ରାଜ୍ୟେ ଅଧିକାରୀ ।କାଳେ ମୀନକେତନକୁ ନ କରନ୍ତି ଶଙ୍କାଅନିବାରଣ ଯୋଦ୍ଧାଏ ସର୍ବେ ରଣରଙ୍କା ।ସେମାନେ ବୋଇଲେ ତୁମ୍ଭେ ସର୍ବେ ହୁଅ ସ୍ଥିରପିତା ବଇରୀ ଆମ୍ଭର ଅଟେ ସେ ପାମର ।ଆମ୍ଭେ ଯେ ମାରିବା ଆମ୍ଭ ପିତାର ବଇରୀଏସନ ପ୍ରତିଜ୍ଞା ବୀର କର ଯେ ଯାହାରି ।କେହୁ ବୋଲନ୍ତି ମୁହିଁ ତ ଆଡ଼ ହୋଇଥିବିଆଖଡ଼ାକୁ ଗଲାବେଳେ ଚୋଟ ବସାଇବି ।କେହୁ ବୋଲନ୍ତି ଯେ ଏହୁ କଥାମାନ ଛାଡ଼ଦଶବିଂଶ ଏକତ୍ରରେ ଚୋବାଇବା ହାଡ଼ ।କେହୁ ବୋଲେ ବିଷଦେଇ ତାହାକୁ ମାରିବାକେ ବୋଲେ ଖଣ୍ଡା ଦାଢ଼ରେ ତାକୁ ବିନାଶିବା ।କେହୁ ବୋଲଇ ହେ ଭାଇ ଧର୍ମ ଯିବ ନାଶକ୍ଷତ୍ରିୟ ପୁତ୍ର ହୋଇଣ ଦେବା କିପାଁ ବିଷ ।ଥୋକାଏ ପଣ୍ଡିତପଣେ ବୋଲନ୍ତି ବିଚାରିଏହା କିମ୍ଭୁତମାୟା ଯେ ଜାଣିତ ନ ପାରି ।ଶୁଣିବାପାଇଁ ଦୁର୍ଲ୍ଲଭ ଅଟେ ଅଗୋଚରମୀନଗର୍ଭରୁ ମାନବ ହେଲା ଅବତାର ।ଏଡ଼େ ଚମତ୍କାର କଥା ରାଜା ପ୍ରତେ କଲାଧନ ଭଣ୍ଡାର ପ୍ରଭୃତି ସବୁ ସମର୍ପିଲା ।ଏଡ଼େ ବଡ଼କର୍ମ ପୁଣି କଲା ଆସି ସେହିନିଶ୍ଚୟ ଜାଣ ଏଥିରେ ଭଲଗତି ନାହିଁ ।ଏସନକ ଅନ୍ୟୋଅନ୍ୟେ ସମସ୍ତ ବିଚାରିଟୋପ ଖୋଳିଲେ ସେ ତାଳେ ଗଭୀର ଯେ କରି ।ତଥିମଧ୍ୟେ ସୋଲଖଟ ଏକଗୋଟି ପାଡ଼ିଚାରିକୋଣ ଚାରିଜଣ ବସିବାକ ମାଡ଼ି ।ଗୌରବେ ମୀନକେତନେ ମଝିରେ ବସାଇଏକାବେଳେ ଟେକୁଁ ଟୋପେ ପଡ଼ିବେ ସେ ଯାଇ ।ଏସନ ବିଚାର କରି ସର୍ବେ ବସି ଜଗିଯମ ପରାୟେ ମୀନକେତନ ମିଳେ ବେଗି ।ଆଗହୁଁ ସମସ୍ତ କଥା ଜାଣିଛି ସେ ଭଲେସକଳ ବୃତ୍ତାନ୍ତ ରତିଦେବୀ କହିଥିଲେ ।ପାବଚ୍ଛରେ ଗୋଡ଼ ଦେଇ ଉଠିଲେ ଉପରେତରବାରୀ ଖଣ୍ଡାକୁ ସେ ଧରିଅଛି କରେ ।କୃତାନ୍ତ ପରାୟେ ଦିଶେ ଭୟଙ୍କର ଜ୍ୟୋତିସବୁରି ଭିତରେ ବୀର ପଶିଲାକ ଧାତି ।ଏମନ୍ତ ରୀତି ଦେଖିଣ ଶମ୍ଭର କୁମରେଜଣେକ ମୂର୍ତ୍ତି ଲେଖାଏଁ ଧରି ଯେ ଯାହାରେ ।କେ ଚକ୍ଷୁ ବୁଜିଛି କାର ଉପରକୁ ଦୃଷ୍ଟିବିଶ୍ୱରୂପ ବହିଲେ ସେ ହୋଇ ଏକ ଗୋଷ୍ଠୀ ।ଅମରାସୁର ବୋଲିଣ ଶମ୍ବର ଦୁଲାଳମୟାବୀ ଅସୁର ସେହୁ ତେଜେ ଅନର୍ଗଳ ।ମୀନକେତନକୁ ଚାହିଁ ବୋଲେ କଟୁବାଣୀଆରେ ମୀନକେତନ ତୁ ବଡ଼ଦୁଷ୍ଟ ପ୍ରାଣୀ ।ମାୟାବତୀର ନନ୍ଦନ ରାଜା ଜ୍ୟେଷ୍ଠସୁତତୋ ଭଳି ଲୋକ କେସନେ କଲା ଏଡ଼େ କୃତ ।ତୋ ହେତୁ ସଂସାରେ ଶୁଭିଲା ଯେ ନିନ୍ଦାବାଣୀକ୍ଷୀର ଭିତରେ କ୍ଷାର ତୁ ଭରିଲୁରେ ଆଣି ।ଜନ ମୁଖରେ ଶୁଭିଲା ଅପବାଦ କଥାଏକା ଜଣକରେ ତୁହି ଦିଆଇଲୁ ବ୍ୟଥା ।ବିଶ୍ୱାସଘାତକ ତୁରେ ଅଟୁ ମହାପାପୀବିଚାରିଲେ ମୁଖ ତୋର ନ ଚାହିଁ କଦାପି ।ବିଡ଼ମ୍ବନ ଜନ୍ମ ତୁହି ମୀନଗର୍ଭେ ଥିଲୁକୌତୁକ ଜନ ପରାୟେ ମାନବ ହୋଇଲୁ ।ସାଉଣ୍ଟା ମାଇପ ଗୋଟା ଆଣିଲେ ନୃପତିକାଳବଳେ ତାହା ସଙ୍ଗେ ବଢ଼ାଇଲେ ପ୍ରୀତି ।ସେ ମୂଢ଼ ନିଲକ୍ଷଣୀ ଯେ ହେଲା ବିଡ଼ମ୍ବନଯେ ଯହିଁକି ଭାଜନ ତା ଦେଖାଇଲା ଗୁଣ ।ପୋଷା କୁକୁର ଭାବରେ ଆଣିଲେ ସେ ତୋତେଦେଖୁ ଦେଖୁ ପତ୍ନୀକି ତା ହରିଲୁ କେମନ୍ତେ ।ସୁରାସୁର ମାନବେ ଯା ଅଟେ ଅଗୋଚରମୂଢ଼ପଣେ ସେହି କଥା କରିଲୁ ପାମର ।ପୋଷିଲା କୁକୁର ମୁଖେ ଦେଲୁ ତୁରେ ଭୋକସଂସାର ଧିକ୍କାର ତୋତେ କଲେଣି ଅନେକ ।ଏହା କହି ମେଘ ପ୍ରାୟେ ଗର୍ଜି ମହାବଳବନକୁ ଯେସନେ ମାଡ଼ି ବସଇ ଶ୍ୟାମଳ ।ଆରେ ଆରେ ମୂଢ଼ ତୋର ଏଡ଼େ ବଡ଼ ଦର୍ପଅଙ୍ଗୁଳି ଟିପିଣ ଚଳାଇଲୁ କାଳସର୍ପ ।ଆବର ଜୀବନ୍ତେ ଏଥୁ ଯିବୁ କି ବାହୁଡ଼ିଭାଇଙ୍କୁ ଆଜ୍ଞା ଦେଲାକ ମାର ୟାଙ୍କୁ ବେଢ଼ି ।ଏ ମୂଢ଼ ମଲେ ଆମ୍ଭର ସରିଯିବ ସଲଏତେ ବୋଲିଣ ସମସ୍ତେ ହେଲେ ଏକମେଳ ।ଦିହୁଡ଼ି ତେଜେ ପତଙ୍ଗ କୀଟ ଯେହ୍ନେ ପଡ଼ିମୀନକେତନକୁ ସେହି ପରାୟେକ ବେଢ଼ି ।ସାବେଳି ଛୁରିକା ଯମଦାଢ଼ ଧରି କାତିଭାଲ ଖଣ୍ଡା କାଣ୍ଡ ଲୌହଶର ନାନାଜାତି ।ଦଶବିଂଶ ପଞ୍ଚାଶତ କରେ ଶସ୍ତ୍ର ଧରିଯେ ଯାହାର ଅନୁରୂପେ ପ୍ରହାର ସେ କରି ।କକଡ଼ା ମାସରେ ଯେହ୍ନେ କରେ ଜଳବୃଷ୍ଟିଉଲୁକାପାତ ପରାୟେ ଦିଶେ ନବସୃଷ୍ଟି ।ରୁଣୁଝୁଣୁ ଶବଦ ଯେ ଶୁଭେ ମହାଗୋଳଶସ୍ତ୍ରରେ ଶସ୍ତ୍ର ବାଜିଣ ହେଲେ ସମତାଳ ।ଝଟଝଟ ଶବଦ ଯେ ଶୁଭେ ଘୋରଧ୍ୱନିହେଳାରେ ଘେନୁ ଅଛଇ ବ୍ରହ୍ମାଣ୍ଡ ସେ ତିନି ।ଇଦଂ ପ୍ରତିବାକ୍ୟ ବଦୟନ୍ତି ଶୁକଯତିଶୁଣ ତୁହୋ ସାବଧାନେ ପଣ୍ଡୁପଣ ନାତି ।ଅବିନାଶୀ ପୁରୁଷଙ୍କ ଯେବଣ ନନ୍ଦନଅଶେଷ କୋଟି ବ୍ରହ୍ମାଣ୍ଡେ ଅଟନ୍ତି କାରଣ ।ସଂସାର ଭିତରେ ଯାର ଜନ୍ମ ମୃତ୍ୟୁ ନାହିଁସକଳ ବିଦ୍ୟାରେ ଯେହୁ ସଦା ଗୁଣଗ୍ରାହୀ ।ରତି ବିଭୂତି ଲଗାଇଛନ୍ତି ଯାର ଦେହେସବୁ ଶରମାନ ପଡ଼ି ଭାଙ୍ଗିଯାଏ କାୟେ ।ପାଷାଣରେ ବାଜି ବାଣ ଯେସନେ ଉପୁଡ଼ିତେସନ ପ୍ରକାରେ ଶସ୍ତ୍ରମାନ ଯାଏ ପଡ଼ି ।ଡରେ ଥରହର ହୋଇ କମ୍ପଇ ଅବନୀଗଗନ ପଥେ ଅଦୃଶ୍ୟ ହେଲେ ଦିନମଣି ।ବେନି ଯୋଜନ ପର୍ଯ୍ୟନ୍ତେ ଦିଶେ ଧୂମମୟେଅଲଙ୍ଘିତ ଯୁଦ୍ଧକରି ଶମ୍ବରର ପୋଏ ।ମେରୁ ମନ୍ଦର ପରାୟେ ମୀନକେତୁ ଉଭାପୌର୍ଣ୍ଣମୀ ଚନ୍ଦ୍ରମା ପ୍ରାୟେ ଦିଶେ ତନୁପ୍ରଭା ।ନାନାଶସ୍ତ୍ରମାନ ଅଙ୍ଗେ ବାଜୁଅଛି ଯାଇତହିଁକି କାମଦେବର ଭୟ ତିଳେ ନାହିଁ ।ମନରେ ବିଚାର କଲା ମନମଥ ବୀରମରଣ ସମୟ ଆ ହୋଇଲା ଏଥର ।ଏତେବେଳେ ଉପ୍ରୋଧରେ ହେବ ବଡ଼ମନ୍ଦଯେବେ ଆସିଣ କଲେଣି ଏମାନେଟି ଛନ୍ଦ ।ଏସନ ବିଚାର କରି ସେ ମୀନକେତନଦିଗବିଜେ ଧନୁକୁ ସେ ଧଇଲେ ବହନ ।ଯେବଣ ଧନୁରେ ତିନିପୁର ହୁଏ କିଣିସେପରି ଧନୁଏ ଧାତା ସମର୍ପିଲେ ଆଣି ।ଦେଖିକରି ସାନନ୍ଦିତ ହୋଇଲା ମନ୍ମଥଖଡ଼ଗ ସଂହାରି ଧନୁ ଧଇଲାକ ହସ୍ତ ।ଧନୁ ଟଙ୍କାର କରିଣ ଆମଞ୍ଚନ କଲେନାରାଚ ପୂରାଇ ମନେ ଗୁରୁଙ୍କୁ ସ୍ମରିଲେ ।ଗୁରୁଙ୍କୁ ଓଳଗି କରି ପୁଣ ଧନୁ ଧରିଅଭିମନ୍ତ୍ରଣ କରିଣ ବାଣ ଗୋଟା ଚାରି ।ଆକର୍ଣ୍ଣ ପରିଯନ୍ତେ ସେ ଓଟାରି ଆଣିଲେଅଧର ପୁଷ୍ଟ କରିଣ କ୍ରୋଧରେ ବିନ୍ଧିଲେ ।ଦେବଶର ତତକ୍ଷଣେ ଗଲା ତହୁଁ ଚଳିଛିଣ୍ଡାଇ ପକାଇଲେ ସେ ପଞ୍ଚାଶ ମଉଳି ।ପୁଣି ସହସ୍ରେ ନାରାଚ ମନ୍ତ୍ରି କରେ ଧରିକୋପ ହୋଇଣ ବିନ୍ଧିଲେ ହୁଁ କାରକୁ କରି ।ପୁନରପି କୌତୁକରେ ଧରି ସସ୍ରେ ଶରଚକ୍ଷୁ ପିଛଡ଼ା ମାତ୍ରକେ ପେଷି ଧାତିକାର ।ବେଳକୁବେଳ ତାଙ୍କର କ୍ରୋଧ ଉଠେ ଜଳିସାତସସ୍ର ବାଣ କରେ ଧରି ମହାବଳୀ ।ପୁଣି ପୁଣି କୋପଭରେ କରନ୍ତି ପେଷଣଶୂନ୍ୟେ ଅଦୃଶ୍ୟ ହୋଇଲା ରବିର କିରଣ ।ଜୁଳୁଜୁଳା ପୋକ ଯେହ୍ନେ ଆକାଶେ ଉଡ଼ନ୍ତିଅସ୍ତ୍ରମାନେ ସେହିପରି ଶୋଭାକୁ ପାଆନ୍ତି ।କହିବା ମାତ୍ରକେ ବାଣ ଚଳିଯାନ୍ତି ଖରେଯାଇଣ ପଡ଼ିଣ ଦୈତ୍ୟମାନଙ୍କ ଉପରେ ।ଏକ ଏକ ନାରାଚକେ ଦଶବିଂଶ ଛିଡ଼ିତାଳଫଳ ପରାୟେକ ଭୂତଳରେ ପଡ଼ି ।ଅନିବାରଣ ଯୋଧୀ ସେ ଲକ୍ଷ୍ମୀଦେବୀ ସୁତପରିଘାଇ ଶସ୍ତ୍ରମାନ ବିନ୍ଧେ ଅପ୍ରମିତ ।କାହାର କନ୍ଧ ଛିଡ଼ଇ ଛିଡ଼ଇ କା ଜାନୁଶରଜାଳରେ ଅସ୍ଥିର ହୁଅଇ କା ତନୁ ।କଟିଭାଗଠାରୁ କାରେ ହେଲା ଦୁଇଖଣ୍ଡବେନିଫାଳ ହୋଇକରି ପଡ଼େ କାର ମୁଣ୍ଡ ।ପଡ଼ିଣ ଭେଟିଲେ ସର୍ବେ ହାବୋଡ଼ାର ଘାଏମୋହିତ ହୋଇଲା କେହୁ ପଡ଼ି ସେହିଠାଏ ।ଏସନ ପ୍ରକାରେ ଯେତେ ଶମ୍ବରର ଶିଷ୍ୟମୀନକେତନ ବାଣରେ ହେଲେ ସର୍ବେଧ୍ୱଂସ ।ଏକ ଆରକରେ କେହୁ ନ ପାରି ସମ୍ଭାଳିରଥୀ ମହାରଥୀ ସର୍ବେ ପଡ଼ିଲେକ ଢଳି ।ପ୍ରଚଣ୍ଡ ପବନେ ଯେହ୍ନେ ଲୋଟେ ରମ୍ଭାବନଛିଡ଼ିଣ କନ୍ଧୁ ମସ୍ତକ ଦିଶିଲା ତେସନ ।ମଡ଼ାର ଉପରେ ମଡ଼ା ପଡ଼ିଲେକ ମାଡ଼ିଥୋକେ ବୀର ପଳାଇଲେ ଧନୁଶର ଛାଡ଼ି ।ବହିଲା ରକତ ନଦୀ ରଣରଙ୍ଗ ସ୍ଥାନେଶୁଖିଲା କାଠ ପରାୟେ ଭାସି ମଡ଼ାମାନେ ।ଚିଲ ସଞ୍ଚାଣ ଶୃଗାଳ ଆଉ ଗୃଧ୍ରପକ୍ଷୀବୁଭୁକ୍ଷତ ହୋଇଣ ସେ ରକ୍ତମାଂସ ଭକ୍ଷି ।ଅଲୋକିତ ଯୁଦ୍ଧ କଲା ସେ ମୀନକେତନଜୟ ଜୟ ଉଚ୍ଚାରିଲେ ସ୍ୱର୍ଗେ ଦେବଗଣ ।ଲକ୍ଷେ ଅନେଶତସସ୍ର ସୁତ ସେ ରାଜାରଏକା ଘଡ଼ିକେ ସମସ୍ତେ ହୋଇଲେ ସଂହାର ।ଜୟ ଜୟ ଜଗନ୍ନାଥ ନୀଳାଚଳ ପତିଅଚ୍ୟୁତ ଦାସକୁ ଭବୁଁ କରିବା ମୁକତି ।ଶମ୍ବରାସୁର ବଧଶୁଣ ପରୀକ୍ଷ ବଦନ୍ତି ଶୁକ ମହାଯତିବଡ଼ ସଂଗ୍ରାମ କରିଲା ମାୟାବତୀ ପତି ।ଜଣେକ ଉବୁରି ତହୁଁ ଗଲାକ ପଳାଇରାଜାର ଅଗ୍ରତେ ବାର୍ତ୍ତା ଜଣାଇଲା ଯାଇ ।ଭୋ ଦେବ ସାବଧାନେ ତୁ ଶୁଣ ନୃପନିଧିଅକାରଣେ ହରାଇଲୁ ଏଡ଼େକ ସମୃଦ୍ଧି ।ଅସମ୍ଭବ କ୍ଷତ୍ରିୟ ମୀନକେତନ ବୀରଅନେକ ମାୟା ସମର ଜାଣେ ସେ ପାମର ।ଲକ୍ଷେ ଅନେଶତସସ୍ର ଆପଣଙ୍କ ବଳାଏକକୁ ଆରେକ ସର୍ବେ ରଣେ ଅନର୍ଗଳା ।ସମସ୍ତଙ୍କ ସଙ୍ଗେ ସେହୁ କରିଲା ସମରଅର୍ଦ୍ଧ ଘଡ଼ିକେ ସବୁଙ୍କୁ କରିଲା ସଂହାର ।ବିକୋତି ମାଇଲା ସେହୁ ଆଶ୍ଚର୍ଯ୍ୟ ମାରେଣିସର୍ବେ ଲୋଟିଲେ କଦଳୀ ତରୁ ପ୍ରାୟେ ଜାଣି ।ଗୁଣବନ୍ତ ପୁତ୍ରେ ତୋର ଅଖଡ଼େ ମରିଲେସେଥି ନିମନ୍ତେ ଆଗହୁଁ ଜନ୍ମ ହୋଇଥିଲେ ।ଏସନ ସମୟେ ଆସି ଅନ୍ୟ ଜଣେ ମିଳିଆସ୍ଥାନ ତଳେ କହଇ ଶିରେ ତରତୋଳି ।ମଣ୍ଡଳ ପର୍ବତାଠାରୁ ଆଖ୍ଡ଼ା ଶାଳଯାଏତାଳେକ ଉଚ୍ଚରେ ମଡ଼ା ପଡ଼ି ସବୁଠାଏଁ ।ଆରେକ ଦୂତ ବୋଇଲା ଆସିଣ ଏମନ୍ତମୀନକେତନ ଅଖଡ଼େ କଲା ସବୁ ହତ ।ଏଡ଼େ ବଡ଼ ରାଜ୍ୟଗୋଟା ଜାଣି ନାଶକଲକିମ୍ଭୁତ ମାୟାକୁ ତୁମ୍ଭେ ଜାଣି ନ ପାରିଲ ।ବଡ଼ ଅସମ୍ଭବ କଥା ଦେଖିଲୁ ନୟନେଏତେ ଲୋକ ନାଶକଲା ହୋଇ ଏକା ଜଣେ ।ଦୂତଠାରୁ ବାର୍ତ୍ତାପାଇ ଶମ୍ବର ନୃପତିସିଂହାସନୁ ଢଳିପଡ଼େ ଅଚେତନ କ୍ଷିତି ।ପୁତ୍ରଙ୍କର ଗୁଣମାନ କରି ସୁମରଣଘଡ଼ିକେ ଚେତନା ଲଭି କରଇ କାରୁଣ୍ୟ ।ଆରେ ଆରେ ପୁତ୍ର ମୋର ସର୍ବ ଗୁଣଜ୍ଞାତାରଥୀ ମହାରଥୀ ତୁମ୍ଭେ ରଣେ ଜଗଜ୍ଜିତା ।କେବଣ ବିଧାତା ମୋତେ ଦେଲା ଏଡ଼େ ଶାପଏବେ ଲାଗିଲା ଆସିଣ ପୁତ୍ରଙ୍କର ତାପ ।କହନ୍ତେ ନ ସରେ ଏକା ପୁତ୍ରଙ୍କର କଷ୍ଟଅନେକ ପୁତ୍ର ମୋହର ହେଲେ ପ୍ରାଣଭ୍ରଷ୍ଟ ।କେଉଁ ପ୍ରକାରେ ମୂର୍ଚ୍ଛିବି ତାହାଙ୍କର ଗୁଣସଂସାରେ ରହିଥିବା ମୋ ହେଲା ଅକାରଣ ।ଏତେ ବୋଲି ଉଚ୍ଚସ୍ୱରେ ରୋଦନ ସେ କରିବେନି ନୟନୁ ଫୁଟିଣ ବହେ ଅଶ୍ରୁ ବାରି ।କ୍ରୋଟରାଗ୍ନି ପରାୟେକ ବହେ ପଞ୍ଚଭୂତବାଇ ବାତୁଳ ପରାୟେ ହୁଅଇ ମୂର୍ଚ୍ଛିତ ।ଧାଈ ମୁଦୁସୁଲୀ ଯାଇ କହି ଅନ୍ତଃପୁରେଶୁଣି ନାରୀଏ ରୋଦନ କରି ଯେ ଯାହାରେ ।କେଶବାସ ଅସମ୍ଭାଳ ହେଲେ ସର୍ବବାଳୀ ।ପୁତ୍ର ଭର୍ତ୍ତା ସୁମରିଣ କାନ୍ଦନ୍ତି ହମ୍ବାଳି ।ଏତେବୋଲି ରାଣୀମାନେ କରନ୍ତି ରୋଦନଉଚ୍ଚସ୍ୱରେ ତେସନେ କାନ୍ଦଇ ନୃପରାଣ ।ସୁବୁଦ୍ଧି ମନ୍ତ୍ରୀ ବୋଲଇ ରାଜା ମୁଖ ଚାହିଁଅକାରଣେ କାହିଁପାଇଁ କାନ୍ଦୁ ନରସାଇଁ ।ତୁହି ତ ମହାପଣ୍ଡିତ ବଳେ ବଳବନ୍ତାଧରସି ଧଇର୍ଯ୍ୟା ସ୍ୱାମି ଛାଡ଼ି ମନୁ ବ୍ୟଥା ।ଆପେ ଅତୁଟରେ ଥିଲେ ସବୁ ଅର୍ଜିପାରିଆପଣାର ଅନ୍ତେ କେହି ନୁହଇ କାହାରି ।କିଏ କାହାର କୁମର କିଏ କାର ପିତାକିଏ କାହାର କୁଟୁମ୍ବ କିଏ କାର ମାତା ।ଲଲାଟ ଲିଖନ କିଏ ଅନ୍ୟଥା କରିବଯେତେଦିନ ଆସିଥିବ କେତେଦିନ ଯିବ ।ତହିଁକି ଶୋଚନା କଲେ ହେବ ଆଉ କିସଯାହା ଭିଆଣ କରିଛି ବିଧାତା ପୁରୁଷ ।ଏବେ ମୋହର ବଚନ ଶୁଣ ନିରାଧାରକୃତାନ୍ତ ହେଲା ତୋର ମୀନକେତନ ବୀର ।ଅଜ୍ଞାତ କୁଳଶୀଳରେ କରିଲୁ ତୁ ସ୍ନେହକାର୍ଯ୍ୟ କାରଣ ନୋହିଲା ଉପୁଜିଲା କୋହ ।ଏବେ ଏଥିକି ତୋହର ଅଛି କି ଉପାୟପୁତ୍ରମାନେ ନାଶଗଲେ ଲାଗେ ତୋତେ ଭୟ ।କାଠ ବୋଲିଣ ଧଇଲୁ ହେଲା ସେ କୁମ୍ଭୀରମୋହର ମନକୁ ଏହା ଲାଗେ ଚମତ୍କାର ।ଛାଡ଼ ପରିତାପ ଏବେ ଆହେ ନରପତିଆପେ ରକ୍ଷା ପାଇବାର କରିକାକ ମତି ।ଶମ୍ବର ନୃପତି ବୋଲେ ମନ୍ତ୍ରୀମୁଖ ଚାହିଁମୀନକେତନ ନ ମାରୁ ଭଲଗତି ନାହିଁ ।ମନ୍ତ୍ରୀ ବୋଇଲା ଆଗହୁଁ ଜାଣଇ ଏ କଥାତାକୁ ମାଇଲେ ସରବେ ପାଇବାକ ବ୍ୟଥା ।ମନ୍ତ୍ରୀର ବଚନ ରାଜା କର୍ଣ୍ଣେ ନ ଶୁଣିଲାସାଜ ସାଜ ସମଦଣ୍ଡ ବୋଲି ଆଜ୍ଞା ଦେଲା ।କୋପେଣ ଗର୍ଜଇ ରାଜା ମତ୍ତନାଗ ପ୍ରାୟେମୀନକେତନର ମୁଣ୍ଡ କରିବଇଁ କ୍ଷୟେ ।ପଞ୍ଚାଣୋଇ ସସ୍ର ବଳ ଧନୁ ଧରି କରେବୀରବେଶ ହୋଇ ରାଜା ବସିଲା ରଥରେ ।ସୈନ୍ୟଙ୍କୁ ଆଜ୍ଞାଦେଲା ସେ ହୁଅ ସଜବାଜଚୋଖାର ତୁରଙ୍ଗ ଚଢ଼ି ମହା ମତ୍ତଗଜ ।ରଥ ଆରୋହି ରହିଲେ ରଥୀ ଆଗସରିସାରଥି ଆଗରେ ଅଶ୍ୱବାଗକୁ ଯେ ଧରି ।ପଞ୍ଚାଣୋଇ ଖର୍ବ ଅଶ୍ୱ ସାଜି ବାଜିପାଳସୁବର୍ଣ୍ଣ କଳଶ ପରେ ନେତର ଚିରାଳ ।ଗଜାରୋହୀ ମାହୁନ୍ତେ ଯେ ଧାଇଁ ଅତିବେଗେଆଢ଼ଣ ଅଙ୍କୁଶମାନ ସାଜିଣ ସରାଗେ ।ଝରଝର ହୋଇ ଗଣ୍ଡସ୍ଥଳୁଁ ବହେ ଝାଳଧାଇଁଲେକ ମହାବୀରେ କରି କୋଳାହଳ ।ରଥୀଙ୍କ ପଛେ ରାଉତେ ରହିଲେ ଆବୋରିତୀକ୍ଷ୍ଣକୋନ୍ତ ଶାବେଳି ସେ କୋନ୍ତ ମାନଧରି ।ଖଣ୍ଡା ଅସିପତ୍ର କୋନ୍ତ ତୀକ୍ଷ୍ଣ ଧନୁର୍ବାଣନାନାବିଧ ଶସ୍ତ୍ରମାନ କରି ସେ ଧାରଣ ।ଗମନ୍ତି ମହାରୋଷରେ ଆଗ ପଛ ହୋଇପଶ୍ଚିମ ମୂର୍ତ୍ତିରେ ତହୁଁ ଗଲେ ପଥବାହି ।ପୁତ୍ରଙ୍କ ମରଣେ ରାଜା ଅତ୍ୟନ୍ତ ବିକଳପ୍ରତିଜ୍ଞା କରିଣ ରୋଷେ ଚଳେ ମହୀପାଳ ।ତର୍ଜ୍ଜନ୍ତି ଗର୍ଜ୍ଜନ୍ତି ବୀରେ କରନ୍ତି ପହିଜବୋଲନ୍ତି ମୀନକେତନ କେଣେ ଯିବୁ ଆଜ ।ରାଜାରେ ଦ୍ରୋହ କରମ କଲା ତୋହଭଳିମାଂସ କାଟି ନିଶ୍ଚେଁ ତୋତେ ଦେବୁ ବିଷାବଳି ।ନ ଜାଣୁ ଶମ୍ବର କଥା ଅଟେ ଅଗୋଚରଅବହେଳେ ଜିଣିପାରେ ସେହୁ ତିନିପୁର ।ସେ ତୋତେ ପ୍ରତିପାଳିଲା ଅତି ଯତ୍ନକରିତାକୁ ବଶ୍ୱାସଘାତତା କଲୁ ନ ବିଚାରି ।ମାୟାବତୀର ଉପ୍ରୋଧେ ରାଜା ଜ୍ଞାନ ପାଇତେଣୁ ଏତେବେଳେ ଯାଏ ଅଛୁ ତୁରେ ଜୀଇଁ ।ଆଜ ଜାଣିବାରେ ତୋର କେଡ଼େ ବଡ଼ପଣକାଳ ସମାପତ ହେଲା ମରିବୁ ଏକ୍ଷଣ ।ଶମ୍ବର ରାଜନ ସୈନ୍ୟମାନଙ୍କୁ ସଜାଡ଼ିତୋହର ପାଇଁ ଯାଆନ୍ତି ରଥଗୋଟି ଚଢ଼ି ।ଏସନରୂପେ ଯାଇଣ ମିଳିଲେ ସକଳମୀନକେତନକୁ ମାର ବୋଲେ ମହୀପାଳ ।ଆଖଡ଼ାଶାଳେ ମୀନକେତନ ବସିଥିଲେଶମ୍ବର ସୈନ୍ୟମାନଙ୍କୁ ଦୂରରୁ ଦେଖିଲେ ।ମାୟାବତୀ ମନ୍ତ୍ରଗୋଟି କଲେ ସୁମରଣପାଇଲେ ସେ ଦିଗବିଜେ ଶୋଷକ ଯେ ବାଣ ।ପୁଷ୍ପକେତୁ ରଥ ଘେନି ବସନ୍ତ ସାରଥିଆକଶ ମଣ୍ଡଳୁଁ ଖସି ପଡ଼ିଲାକ ଧାତି ।କାମଦେବର ଗୋଚରେ ନେଇ ସମର୍ପିଲାପ୍ରଦକ୍ଷିଣ କରି ବୀର ତହିଁରେ ବସିଲା ।ବାମକରରେ ଧରିଣ ସେ ବିଜୟା ଧନୁସଇନିମାନଙ୍କୁ ଚହିଁ କମ୍ପାଏ ସେ ତନୁ ।ରଥରେ ଥାଇଣ ତାହା ଦେଖିଲା ଶମ୍ବରପୁତ୍ରଙ୍କର ଶିରମାନ ଗଡ଼େ ଭୂତଳର ।ରକତେ କର୍ଦ୍ଦମ ହୋଇଅଛି ମହିସ୍ଥଳପୁତ୍ରଙ୍କୁ ଚାହିଁ ବିକଳ ହୁଏ ମହାବଳୀ ।ସଇନିଙ୍କୁ ଚାହିଁକରି ବୋଲେ ନୃପବରମରୁ ମୀନକେତନରେ ଧାତିକାରେ ମାର ।ରାଜାର ମୁଖୁଁ ଏସନ ଆଜ୍ଞାଗୋଟି ପାଇଚତୁରଙ୍ଗ ବଳସବୁ ପଡ଼ିଲେଖ ଧାଇଁ ।ପ୍ରହାରନ୍ତେ ନାନାଶସ୍ତ୍ର ସର୍ବେ ଆଗଭରିଛେଲ ଚକ୍ର ଖଣ୍ଡା ବର୍ଚ୍ଛା ଶସ୍ତ୍ରମାନ ଧରି ।ଛତିଶ ଲୌହଶର ଯେ ଲାଙ୍କିଆର ମୂଳେହୁଂକାର ନାଦ କରିଣ ଧାମନ୍ତି ସକଳେ ।ଶସ୍ତ୍ରରେ ଶସ୍ତ୍ର ବାଜିଣ ହୁଏ ପରିତାଳଉଠଇ ପ୍ରଚଣ୍ଡ ତେଜ ଜଳନ୍ତା ଅନଳ ।ଶ୍ରାବଣ ମାସରେ ଯେହ୍ନେ ହୁଏ ଜଳବୃଷ୍ଟିଦିବସରେ ଅନ୍ଧାକାର ଦିଶେ ନବସୃଷ୍ଟି ।ଯେହ୍ନେ ଜୁଳୁଜୁଳା ପୋକ ଉଡ଼ନ୍ତି ଚୌକତିବଢ଼ିଲାକ ରଣଗୋଳ ବେଳୁଁ ବେଳ ଅତି ।ସନ୍ଧି ନ ଦିଶଇ ଅପ୍ରମିତ ବଳ ଥାଟତିଳେହେଁ ପିମ୍ପୁଡ଼ି ଯିବାପାଇଁ ନାହିଁ ବାଟ ।ଏକା ମୀକେତନକୁ ବାଣ ସେ ମାରନ୍ତିଦେବତାମାନେ ଆକାଶେ ଥାଇଣ ଦେଖନ୍ତି ।ବଦୟନ୍ତି ଶୁକମୁନି ଶୁଣ ମହାରାୟେଏ ହରିବଂଶ ପୁରାଣ ଅତି ପୁଣ୍ୟମୟେ ।ଅଶୀ ଅର୍ବୁଦ ସଇନି ଯୁଦ୍ଧେ ଆସିଥିଲେଏକା ମୀନକେତନକୁ ସଳେ ବେଢ଼ିଲେ ।ଅହୋବଳ ସଂଗ୍ରାମରେ କିଛି ନାହିଁ ଚିନ୍ତାନିସ୍ତବ୍ଧ ଭାବେ କୁମାର ହୋଇଛି ଅଚିନ୍ତା ।ଯେତେ ଶସ୍ତ୍ରମାନ ଦୈତ୍ୟମାରେ କୋପଭରେସବୁ ଭଗ୍ନ ହୋଇଯାଏ କ୍ଷଣକ ମଧ୍ୟରେ ।ମାୟାବତୀ ବିଭୂତି ସେ ଶରୀରେ ବୋଳିଛିତେଣୁକରି ଅସ୍ତ୍ରେ ଅଙ୍ଗେ ନ ଭେଦଇ କିଛି ।ଥୋକାଏ ବାଣ ବାଜିଣ ପଡ଼ଇ ଉପୁଡ଼ିଥୋକାଏ ବାଣମାନେ ଯେ ଗଲେ ଶୂନ୍ୟେଉଡ଼ି ।ଥୋକାଏକ ବାଣମାନ ହାବୋଡ଼ି ଶରୀରଥୋକାଏ ଉପୁଡ଼ି ପୁଣି ପଡ଼ନ୍ତି ତଳର ।ଦେଖିଣ ମୀନକେତନ କୋପେ ପରଜ୍ୱଳିରଥର ଉପରେ ଯାଇ ବସେ ମହାବଳୀ ।ବାମକରେ ଧନୁ ଧରି ଗୁଣ ଟଙ୍କାରିଲାଦେଖି ଯୋଦ୍ଧାମାନଙ୍କର ହୃଦୟ କମ୍ପିଲା ।କଙ୍କପକ୍ଷ ତୀକ୍ଷ୍ଣମୁନା ବାବଲ ଯେ ଶରଅଭିମନ୍ତ୍ର କରି ଗୁଣେ ବସାଏ ସତ୍ୱର ।କର୍ଣ୍ଣମୂଳ ପରିଯନ୍ତେ ଓଟାରିଣ ଆଣିଗୁରୁଙ୍କୁ ସୁମରି ତାହା ବିନ୍ଧେ ତତକ୍ଷଣି ।ଭାଲ ଛୁରା ଅର୍ଦ୍ଧଚନ୍ଦ୍ର ଆଉ ତୀକ୍ଷ୍ଣ ମୁନାକହିବା ମାତ୍ରେ ପେଷଇ ମୀନକେତ୍ନ ଜେନା ।ନିର୍ଘାତ ଶବଦ ଯେହ୍ନେ ମେଘ ଘଡ଼ଘଡ଼ିମେରୁ ମନ୍ଦର ପର୍ବତ ପଡ଼ିଲାକ ଝଡ଼ି ।ଉଲୁକାପାତ ପରାୟେ ଦିଶେ ନବସୃଷ୍ଟିଗଗନ ମଣ୍ଡଳୁଁ ଯେହ୍ନେ କରେ ଜଳବୃଷ୍ଟି ।ବାଣର ଜ୍ୱାଳାମାନ ଯେ ଦିଶଇ ପ୍ରଚଣ୍ଡରଥ ଗଜ ଅଶ୍ୱସବୁ ହେଲେ ଖଣ୍ଡ ଖଣ୍ଡ ।ଯେସନେ କଦଳି ବନ ଭାଙ୍ଗେ ବାତାଘାତେରଥୀ ମହାରଥୀ ସବୁ ପଡ଼ିଲେ ତେମନ୍ତେ ।ତଥାପି ମୀନକେତନ ନୁହେ ଶାନ୍ତି ମନଅଭିମନ୍ତ୍ରଣ କରିଣ ବିନ୍ଧି ତୀକ୍ଷ୍ଣ ବାଣ ।ଦଶବିଂଶ ପଞ୍ଚାଶତ ଶସ୍ତ୍ରମାନ ଧରିକହୁଁ କହୁ କ୍ଷେପଇ ସେ ମନେ କ୍ରୋଧକରି ।ଅଣଞ୍ଚାଶ ଦେବବାଣ ବିନ୍ଧଇ ମନ୍ମଥଏକାଜଣକୁ ବେଢ଼ିଲେ ରଥୀଏ ଅର୍ବୁଦ ।ରଥ ଗଜ ପଦାତିକ କେ ପାରିବ ଗଣିପାଦଭରେ ଟଲଟଳ ହୁଅଇ ଧରଣୀ ।ବହେ ରକତର ନଦୀ ସାଗର ପରାୟେମଡ଼ାମାନେ ଭାସିଯାନ୍ତି ସୋଲ ଭେଳା ପ୍ରାୟେ ।ମାରମାର ଧରଧର ଶବ୍ଦ ବିକରାଳନାଚନ୍ତି କବନ୍ଧମାନେ ହୋଇ ମାଳମାଳ ।ଶ୍ମଶାନବାସିନୀ ଦେବୀ ରକ୍ଷିଣୀ ଭକ୍ଷିଣୀଅନନ୍ତକୋଟି ଚାମୁଣ୍ଡା କରନ୍ତି ଭ୍ରମଣି ।ଯୋଗିନୀ ବାସେଳି ଚଣ୍ଡୀ ମାତଙ୍ଗିନୀ କାଳୀମେଦମେଦା ମାଂସ ଖାଇ ହେଲେ କୁତୁହଳି ।ଟହଟହ କୁହୁକୁହୁ କଳିକିଳା ନାଦଥୋକାଏ ନାଚନ୍ତି ମନେ ହୋଇଣ ଆନନ୍ଦ ।ଲହଲହ ଜିହ୍ୱା କରେ ଖପର ଯେ ଖଣ୍ଡାଦିଗମ୍ବରୀ ମୁଣ୍ଡକେଶା ନାଚନ୍ତି ଚାମୁଣ୍ଡା ।ଅସୁରଙ୍କ ମୁଣ୍ଡ ଛିଡ଼ି ପଡ଼ଇ ଧରଣୀଉପରୁ ଝାମ୍ପନ୍ତି ତାହା ଦେଖି ପିଶାଚୂଣୀ ।କେ ମୁଣ୍ଡମାଳ ଗୁନ୍ଥିଣ ଲମ୍ବାଏ ଗଳାରେକେ ଅନ୍ତପୁଟା କାଢ଼ିଣ କଣ୍ଠେ ହାର କରେ ।ଏକ ମୀନକେତନ ଯେ ବହୁସୈନ୍ୟ ମାରିନିମିଷ ମାତ୍ରେ ଭକ୍ଷନ୍ତି ଦେବୀ ଶାକମ୍ଭରୀ ।ଏପରି ଶମ୍ବର ରାଜା ଦଳ ଅପ୍ରମାଣଘଡ଼ିକେ ବିନାଶ କଲା ସେ ମୀନକେତନ ।ଭୟ ସୈନ୍ୟେ ପଳାଇଲେ ଶମ୍ବରକୁ ଛାଡ଼ିକୃତାନ୍ତକ ଦେବପ୍ରାୟେ ଦିଏ ସେହୁ ଧାଡ଼ି ।ବ୍ୟାଘ୍ରକୁ ଦେଖି ପଳାନ୍ତି ଯେସନେ ଛାଗଳମାର୍ଜ୍ଜାରୀକୁ ଦେଖି ମୂଷା ଯେସନେ ବିକଳ ।ସଞ୍ଚାଣ ଦେଖିଣ ଯେହ୍ନେ ଶ୍ୟେନ ଚାଲିଯାଏତେସନେ ସଇନିମାନେ ପଳାନ୍ତି ଯେ ଭୟେ ।ଗୁଣଘୋଷ ମନ୍ତ୍ରୀ ଏହା ଦେଖି ଦୂରେ ଥାଇରହ ରହ ବୋଲି ସୈନ୍ୟ ଓଗାଳିଲା ଯାଇ ।ବୋଲେ ମୁଁ ଜୀବନେ ଥାନ୍ତେ କାକୁକର ଭୀତିନିଭ୍ରାନ୍ତ ହୋଇଣ ରହୁ ମୋର ପଛକତି ।ଏତେ ବୋଲି ଧନୁ ଏକ ଧରି ବାମକରେରଥ ଟେକିଲା ନେଇଣ କନ୍ଦର୍ପ ଛାମୁରେ ।ବୋଇଲେ ମୀନକେତନ ଏଡ଼େ ତୋ ଭରସାହୋଇଲୁ ମହାପାପୀ ତୁ ହୁଡ଼ି ଜୀବ ଆଶା ।ଜାଣୁ ନା ଶମ୍ବର ରାଜା ତୋର ଉପକାରୀତାର ତୁଲେ ଶତ୍ରୁ ତୁହି ହେଲୁ କେଉଁପରି ।ଶମ୍ବର ରାଜାର ଧନ ଭଣ୍ଡାର ସହିତେଏକାବେଳକରେ ସବୁ ସମର୍ପିଲା ତୋତେ ।ତୁ ଏଡ଼େ ବିଶ୍ୱାସଘାତୀପଣ ଆଚରିଲୁଜାଣି ଶୁଣି ଜନୀନକୁ କେମନ୍ତେ ହରିଲୁ ।ଗୁରୁ ଗଉରବ ଛାଡ଼ିଦେଲୁ ଜାତି ଲଜ୍ଜାଧର୍ମ କର୍ମଆଦି ସବୁ କଲୁ ପରିତେଜ୍ୟା ।ଆବର ବିନାଶ କଲୁ ତାର ନାତି ପୁତ୍ରଅମନାତ୍ୟ ସହିତରେ ମିତ୍ର ବନ୍ଧୁ ଗୋତ୍ର ।ରଥ ଗଜ ଆଦିକରି ଚତୁରଙ୍ଗ ବଳନାଶ କଲୁ ଅପ୍ରମିତ ସଇନି ସକଳ ।ମାରନ୍ତେଣ ତୋତେ କିଛି ପ୍ରୟୋଜନ ନାହିଁଆପଣେ ଶମ୍ବର ରାଜା ଆସିଅଛି ବାହି ।ଏହିକ୍ଷଣି ତାଙ୍କ ପାଶେ ଦେବି ତୋତେ ଧରିମାଂସକୁ କାଟିବେ ତୋର ଛିନ୍ନଭିନ୍ନ କରି ।ପାପିଷ୍ଠ ମୂର୍ଖ ତୁହିରେ କି ନ ବିଚାରୁମୋର ଛାମୁରେ ସଇନିମାନଙ୍କୁ ତୁ ମାରୁ ।ଏତେ ବୋଲି ଧନୁକୁ ସେ ଧରି ବାମକରେମନ୍ତ୍ରି ବସାଇଲା ନେଇ ସହସ୍ରେକ ଶରେ ।କର୍ଣ୍ଣମୂଳ ପରିଯନ୍ତେ ଓଟାରିଣ ଶରହୁଂକାର ନାଦ କରିଣ ବିନ୍ଧେ ଧାତିକାର ।ତା ଦେଖି ପାଞ୍ଚଟି ବାଣ ବିନ୍ଧି କୃଷ୍ଣବଳାଅଧବାଟୁ ଶରସବୁ ବେନିଖଣ୍ଡ କଲା ।ପୁଣିହିଁ ମନ୍ତ୍ରୀ ପେଷିଲା ତିନିଶତ ବାଣବାବଲ ତୀକ୍ଷ୍ଣ ମୁନା ଯେ ଶାବେଳି କମାଣ ।କତୁରୀ ଆଦି କରିଣ ବାଣମାନ ମାରିମୀନକେତନର ଅଙ୍ଗେ ବିନ୍ଧେ ଯତ୍ନ କରି ।ମୀନକେତନ ତାହାକୁ କରି ପ୍ରତିଅସ୍ତ୍ରକାଟି ପକାଇଲେ ପୁଣି ସେ ବାଣ ସମସ୍ତ ।ପୁନରପି ଶତେବାଣ ଗୁଣରେ ବସାଇହୁଁ କାର ନାଦ କରିଣ ତୁହାଇ ବିନ୍ଧଇ ।ମନ୍ତ୍ରୀର ସଙ୍ଗରେ ଯେତେ ସୈନ୍ୟ ସଖା ଥିଲେସେହି ଶରରେ ସମସ୍ତେ ନାଶଗଲେ ଭଲେ ।ରଥ ଗଜ ଅଶ୍ୱ ପଦାତିକ ଅପ୍ରମିତମୀନକେତନ ବାଣରେ ସର୍ବେ ହେଲେ ହତ ।ଏସକ କର୍ମଗୋଟା ଦେଖି ଦଣ୍ଡଧାରୀସୈନ୍ୟଙ୍କୁ ପଛ କରିଣ ଯାଏ ଆଗସରି ।ଅଶ୍ୱଙ୍କର ବାଗ ଧରି ସାରଥି ଯେ ବସିଝଟକା ବିଜୁଳି ପରି ମିଳେ ଆଗେ ଆସି ।ବୋଲେରେ ମୀନକେତନ ଅଟୁ ବଡ଼ ଦୁଷ୍ଟଜାଣୁ ଜାଣୁ ମହାପାପ ଅର୍ଜିଲୁ ପାପିଷ୍ଠ ।ପୁତ୍ରହୋଇ ମାତାଠାରେ ଯେବେ କାମବଶଯଶ କି ଆୟୁଷ ତାର ସବୁ ଯାଏ ନାଶ ।ଏହିପରି ଉଚ୍ଚବାଚ ହୋଇଣ ସେ ଦୁଇରେ ରେ କାର କରି ରାଜା ପଶିଲା ଧସାଇ ।ପଞ୍ଚାଣୋଇସସ୍ର ବଳ ଧନୁ ଧରି କରେରଥ ଟେକେ ନେଇ ମୀନକେତନ ଛାମୁରେ ।ବୋଇଲେ ପାପିଷ୍ଠତୋତେ ଉପ୍ରୋଧ ଯେ ନାହିଁସର୍ବଦୋଷ ଉପେକ୍ଷିଲି ମାୟାବତୀ ପାଇଁ ।ଅଚଳାଚଳ ସମ୍ପଦ ସମର୍ପିଲି ତୋତେତୁହି ଦୁର୍ବିଚାର ପଣ କରୁଥିଲୁ ମୋତେ ।ମୁହିଁ ତୋତେ କରୁଥିଲୁ କେତେ ପଉରୁଷଉଭୟ କୁଳଧର୍ମକୁ କରିଲୁ ବିନାଶ ।ଯେବେ ଦୋଷକଲୁ ତୋତେ ସବୁଦେଲି କ୍ଷମାଭଣ୍ଡାର ସହିତେ ସମର୍ପିଲିରେ ଜାଣିମା ।ତୁହି ମୁର୍ଖପଣ କଲୁ ନ ଜାଣିବା ପଣେବାଳୁତ ଦୋଷକୁ ସହି ପାରନ୍ତି ସୁଜନେ ।ତୁହି ସେ ନାଶ କରିଲୁ ଏଡ଼େକ ବିଭୂତିସଂସାର ମୁଖରେ ଲଭିଲୁଟି ଅପକୀର୍ତ୍ତି ।ତୁ ମୋହର ପଞ୍ଚଭୂତ ଆତ୍ମାର କାରେଣିକୁଳକୁ ମୋହର ନାଶକଲୁ ଜାଣି ଶୁଣି ।ଶୁଣ ହୋ ପରୀକ୍ଷ ରାଜା ଭଣି ଶୁକଯତିଇତି ଶିରୀ ହରିବଂଶ ଗୋବିନ୍ଦ କୀରତି ।ମୀନକେତନେ ଏସନ ବୋଲି ମହାରାୟେମାରିବାପାଇଁକି ତାକୁ କରଇ ଉପାୟେ ।ଜାଣି ମୀନକେତନ ତା ଆଗହୁଁ ତର୍କିଲାରଥ ବାହାବୋଲି ସାରଥିକୁ ଆଜ୍ଞାଦେଲା ।ଅର୍ଦ୍ଧ ଆକାଶରେ ରଥଗୋଟି ନେଇ ଟେକିସ୍ୱର୍ଗେ ସାଧୁ ସାଧୁ କଲେ ଦେବତାଏ ଦେଖି ।ପୁଣି ସନ୍ନିଧେ କରିଲା ଆରି ରହୁବରଦେଖିଣ ସାଧୁ ସାଧୁ ଯେ କରିଲା ଶମ୍ବର ।ଧନ୍ୟରେ ମୀନକେତନ ତୋର ବାପା ମାଏଏ ତୋର କୂଟକୁ ମୋର ନାହିଁ ନା ଉପାୟେ ।ବହୁବିଦ୍ୟା ଶିକ୍ଷା କଲୁ ରହି ମୋର ଦେଶେବିଶ୍ୱାସେ ବିଷ ଭରିଲୁ ମୋରେ ଅବଶେଷେ ।କାହାକୁ କହିବି ମୁହିଁ ଏହା ତ ଅର୍ଜିଲିଅଜ୍ଞାତ କୁଳଶୀଳକୁ ବିଶ୍ୱାସ ଯା ଗଲି ।ମଥାର ଗଭା କୁସୁମ ହେଲା କାଳସର୍ପସଂପୁଟରେ ନାଶଗଲି ବଂଶ ମୋର ଲୋପ ।କେବଣ ପ୍ରକାରେ ଶତ୍ରୁ ହୋଇଲ ବିନାଶଏସନ ବିଚାର ଗୋଟାକରେ ହୃଦ ଦେଶ ।ପୁଣି ବିଚାରେ ଉପ୍ରୋଧ କେଭେ ନ କରିବିକୁଳକଳଙ୍କ ଶତ୍ରୁକୁ କପଟେ ମାରିବି ।ଏତକେ ବିଚାରି ବାମକରେ ଧନୁ ଧରିମୀନକେତନ ଉପରେ ବିନ୍ଧେ ରୋଷଭରି ।ମନ୍ତ୍ର ସୁମରି ନାରାଚମାନଙ୍କୁ ତିଆରେମୀନକେତନର ଶିର କାଟରେ ସତ୍ୱରେ ।କର୍ଣ୍ଣମୂଳ ପରଯନ୍ତେ ଓଟାରିଣ ଶରସମ୍ଭାଳ ମୀନକେତନ ବୋଲେ ଧାତିକାର ।ଗୁଣରୁ ଫିଟିଣ ବାଣ ଧାଏଁ ଅତିରୋଶେବିଜୁଳି ଜ୍ୟୋତି ପରାୟେ ତେଜକୁ ପ୍ରକାଶେ ।ନାରାଚ ଆସିବା ଦେଖି ସେ ମୀନକେତନଆକର୍ଷିଣ ପେଷିଦେଲା ପାଞ୍ଚଗୋଟା ବାଣ ।ଆକାଶ ମାର୍ଗରେ ଶର ହେଲେ ଭେଟାଭେଟିଶମ୍ୱର ନାରାଚ ସବୁ ପକାଇଲା କାଟି ।ଦେଖିକରି ନରପତି ପାଇ ଅପମାନପୁଣି ପଞ୍ଚସସ୍ର ବାଣ କରଇ ସନ୍ଧାନ ।କର୍ଣ୍ଣମୂଳ ପରିଯନ୍ତେ ଓଟାରି ସେ ଆଣିକୋପେ କୋପାଳନ ହୋଇ ପେଷେ ନୃପମଣି ।ପୁଣି କହୁଁ କହୁଁ ଗୁଣ ଟଙ୍କାର ସେ କରିଲକ୍ଷେକୋଟି ଏକ ଦଶ ବିନ୍ଧେ ରୋଷଭରି ।ଦିବସେ ପୃଥିବୀ ଦେବୀ ଦିଶେ ଅନ୍ଧକାରଶରେ ଉହାଡ଼ ହୋଇଲେ ପ୍ରଭୁ ଦିବାକର ।ଝଲକଇ ତୀକ୍ଷ୍ଣ ମୁନ ବାଣଙ୍କର ତେଜଜୁଳୁଜୁଳା ପୋକ ପରି ଦିଶନ୍ତେ ନାରାଜ ।ଶସ୍ତ୍ରେ ଶସ୍ତ୍ର ବାଜିବାରୁ ରଣଝଣ ବାଜିସିନ୍ଧୁଲହରୀ ପରାୟେ ଉଠେ ଗଳଗାଜି ।ଦେଖିଣ ମୀନକେତନ ଦିବ୍ୟଶର ମାରିସମସ୍ତ ବାଣ ଛେଦିଲା ଖଣ୍ଡ ଖଣ୍ଡ କରି ।ଅନଳ ବାଣ ପୁଣିହିଁ ଶମ୍ବର ମାଇଲାମୀନକେତନ କ୍ଷଣକେ ତାହା ବିନାଶିଲା ।ଦେଖି ପ୍ରଶଂସା ତାହାକୁ କରଇ ଶମ୍ବରଧନ୍ୟ ଧନ୍ୟ ବୀର ତୁହି ମହାବଳୀୟାର ।ଅନେକ ଯୁଗ ପର୍ଯ୍ୟନ୍ତେ ମୁହିଁ ଦେହ ବହିମୋର ସମ ଯୋଦ୍ଧା ତିନିଭୁବନରେ ନାହିଁ ।ଏକା ନାରାଚେ ତ୍ରୈଲୋକ୍ୟ ପାରେ ମୁହିଁ ଜିଣିଗଣ ଗନ୍ଧର୍ବଦେବଙ୍କୁ ନଜରେ ନ ଆଣି ।କିନ୍ତୁ ପୂର୍ବୁ ରହିଅଛି ଏସନ ଭବିଷ୍ୟପରିଚାର ହସ୍ତରେ ମୁଁ ହେବି ପ୍ରାଣେ ନାଶ ।ଏସନ ମୀନକେତନେ ବୋଇଲେ ନୃପତିଶୁଣ ପରୀକ୍ଷରାଜନ ଭଣି ଶୁକଯତି ।ଏହା ଶୁଣି ରତିପତି ମନେ କୋପ କଲେଏକାବେଳେ ତିନିଶତ ବାଣ ସେ ପେଷିଲେ ।ରଥକୁ ପଚିଶ ବାଣ କଲଶକୁ ଦଶଚାଳକୁ ଦ୍ୱାବିଂଶ ବତାକୁ ଯେ ପଞ୍ଚବିଂଶ ।ଗଣ୍ଠିକୁ କୋଡ଼ିଏ ଲେଖାମଣ୍ଡଳକୁ ତ୍ରିଂଶଖମ୍ୱକୁ ଦ୍ୱାଦଶ ବାଣ ପେଷେ ବହି ରୋଷ ।ଚକକୁ ଯେ ତିନିତିନି ଅଖକୁ ପନ୍ଦରଅତି ରୋଷରେ ପେଷଇ ରୁକ୍ମିଣୀ କୁମର ।ଝୁରାକୁ ନରଚା ପୁଣି ପେଷେ ଏକବିଂଶଆଡ଼ିକେ ବାର ବାର ଯେ ଗଜକେ ଚାଳିଶ ।ଅଶ୍ୱକେ ଅଠର ସାରଥିକୁ ଚାରିଶରଗୁଣକୁ ଚାରି ନାରାଚ ଧନୁକୁ ଏଗାର ।କ୍ରୋଣାଖମ୍ୱେ ଶତେ ଶର ବେଠି ପଞ୍ଚବାଣସିଂହାସନେ ଆଉଜିବା ପଚିଶ ପ୍ରମାଣ ।ବିଶ୍ୱକର୍ମାରେ ନିର୍ମିତ ଶମ୍ବରର ରଥନିମିଷକେ ଲଙ୍ଘିପାରେ ସ୍ୱର୍ଗଆଦି ମର୍ତ୍ତ୍ୟ ।ଅଷ୍ଟ ରତନେ ନିର୍ମାଣ ଅପୂର୍ବ ମଣ୍ଡଣିଖଣ୍ଡ ବିଖଣ୍ଡ କରିଣ ଛିଣ୍ଡାଇଲା ପୁଣି ।ଭାଙ୍ଗିଗଲା ରଥ ଗୋଟା ହୋଇ ଶତେଚୂରଶବଦରେ କମ୍ପମାନ ପୃଥ୍ୱୀ ଚରାଚର ।ଅଶ୍ୱ ସହିତେ ସାରଥି ପଡ଼ି ଏକଠାଇଁଅସ୍ତ୍ରଙ୍କ ତେଜରେ କିବା ଅନଳ ଜଳଇ ।ବିରଥ ହୋଇଣ ସେହି ଶମ୍ବର ନୃପତିଆରେକ ରଥ ଚଢ଼ିଣ ମିଳେ ଶୀଘ୍ରଗତି ।ଅନେକ ପ୍ରତିଜ୍ଞାମାନ କରି ନୃପରାଣମନ୍ତ୍ରି ବସାଏ ଧନୁରେ ଏକବିଂଶ ବାଣ ।କର୍ଣ୍ଣମୂଳ ପରିଯନ୍ତେ ଆଣିଣ ଓଟାରିକନ୍ଦର୍ପର ଉପରକୁ ବିନ୍ଧେ ରୋଷଭରି ।ଗର୍ଜି ଆସନ୍ତେଣ ମୀନକେତନ ତା ଦେଖିବାବଲ ଶତେକ ବାଣ ପେଷଇ ତହିଁକି ।କଙ୍କପକ୍ଷ ତୀକ୍ଷ୍ଣମୁନା ମଧ୍ୟେ ହେଲେ ଭେଟନିର୍ଘାତ ଶବଦ ଶୁଭେ ଯେହ୍ନେ ରଟମଟ ।ନିର୍ଘାତ ଅଗ୍ନି ଯେସନେ ପୋଡ଼େ ମହାବନବାଣେ ବାଣ ବାଜିକରି ଦିଶଇ ତେସନ ।ଦେଖି କୋପଭର ହୋଇ ଶମ୍ବର ନୃପତିପର୍ବତାଶର ଧନୁରେ ବସାଇଲା ଧାତି ।ଅଭିମନ୍ତ୍ରଣ କରିଣ ଅତି ଭକତିରେପେଷିଲା ସେ ବାଣଗୋଟି କନ୍ଦର୍ପ ଉପରେ ।ନିର୍ଘାତ ଶବଦ ପ୍ରାୟେ କରି ଘୋରଧ୍ୱନିସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ଘୋଟେ ତତକ୍ଷଣି ।ଦେଖି ରତିପତି ସନ୍ଧେ ଅମୋଘ ଶକତିତତକ୍ଷଣେ ବାଣମାନେ ହେଲେ ବିନଶ୍ୟତି ।ପର୍ବତଙ୍କ ପରେ ଯେହ୍ନେ ହୁଏ ହୁଏ ବଜ୍ରପାତକମ୍ପମାନ ବସୁନ୍ଧରୀ ମହୀ ଖଣ୍ଡ ସାତ ।ଭାଙ୍ଗିଗଲେ ଗିରିମାନେ ହୋଇ ମସିଗୁଣ୍ଡାଉଡ଼ିଲେ ଗଗନମାର୍ଗେ କରିଣ ପ୍ରଚଣ୍ଡା ।ଧାତିକାରେ ପୁଣି ଧରି ଜଳଧରା ଶରକନ୍ଦର୍ପର ଉପରକୁ ବିନ୍ଧଇ ଶମ୍ବର ।ପବନ ଶର ତହିଁକି ପେଷି ରତିସାଇଁସମସ୍ତ ଶରମାନଙ୍କୁ ଦେଲେ ସେ ଉଡ଼ାଇ ।ପୁଣି ଶମ୍ବର ରାଜନ ହୋଇ ଅତିରାଗପନ୍ନଗାସ୍ତ୍ରକୁ ପେଷଇ ତହୁଁ ଅତି ବେଗ ।ଲହଲହ ଜିହ୍ୱା ସେହୁ କରିଣ ଧାମନ୍ତିଝରଝର ବିଷମାନ ମୁଖୁ ଉଦ୍ଗାରନ୍ତି ।ଗରୁଡ଼ ଶର ପେଷିଣ ସେ ମୀନକେତନପ୍ରତିଅସ୍ତ୍ର ନିମିତ୍ତରେ କରଇ କ୍ଷେପଣ ।ଗରୁଡ଼ ବିଶ୍ୱମୂରତି ଦେଖି ନାଗବଳଛିନ୍ନଛତ୍ର ହୋଇକରି ପଳାଇ ସକଳ ।ସ୍ୱର୍ଗେ ଦେବଗଣ ଦେଖି ହୋଇଲେ ତୃପତିଧନ୍ୟ କାମଦେବ ବୋଲି ପ୍ରଶଂସା କରନ୍ତି ।ଦେଖିକରି ଶମ୍ବରର ବୁଦ୍ଧି ନ ସ୍ଫୁରିଲାଧନ୍ୟ ମୀନକେତନ ତୁ ବୋଲି ପ୍ରଶଂସିଲା ।ସମ୍ମୁଖ ସମରେ ରାଜା ନ ପାରିଲା ଜିଣିମାୟାଯୁଦ୍ଧ ଆରମ୍ଭିଲା ଆଣି ତତକ୍ଷଣି ।ବ୍ୟାଘ୍ର ଭଲ୍ଲୁକ ହସ୍ତୀ ଯେ ଗୟଳ କୁକୁରସିଂହ ଶାର୍ଦ୍ଦୁଳ ଶଶକ ଆବର ଶୁକର ।ଗୃଧ ପକ୍ଷୀ ଗୋଧିକା ଯେ ସଞ୍ଚାଣାଦି କରିପ୍ରଚଣ୍ଡ ମୂର୍ତ୍ତି ଧରିଣ ଧାଇଁ ରୋଷଭରି ।ଥୋକାଏ ଦୂର ପଶିଲା ଅନଳର ଜ୍ୟୋତିଥୋକାଏ ଦୂରେ ସମୁଦ୍ର ମାଡ଼ିଣ ଆସନ୍ତି ।ଥୋକେ ଦୂରେ ଦେଖାଯାଏ ଗହନ ବିପିନଥୋକାଏ ଦୂରେ କେବଳ ଦିଶେ ରଙ୍ଗବର୍ଣ୍ଣ ।ଏରୂପେ ମାୟା କରନ୍ତି ଶମ୍ବର ନୃପତିକେଉଁଠାରେ ରଥମାନେ ଉଡ଼ିଣ ଯାଆନ୍ତି ।ଜଳନ୍ଧର ମାୟାରେ ଯେ ଦିଶେ ଅନ୍ଧକାରଚନ୍ଦ୍ର ସୂର୍ଯ୍ୟ ଆଦିକରି ନୁହନ୍ତି ଗୋଚର ।ବହୁକାଳର ବୃଦ୍ଧ ସେ ଶମ୍ବର ନୃପତିବୁଦ୍ଧି ମନ୍ତପଣେ ନାହିଁ ବଳି ତାକୁ କ୍ଷିତି ।ନାନାକୂଟ କପଟ ସେ ଜାଣେ ଯୁଦ୍ଧସନ୍ଧିଉର୍ଣ୍ଣନାଭ ସୂତାରେ ସେ ମତ୍ତଗଜ ବାନ୍ଧି ।ମାୟା ପ୍ରବଞ୍ଚନାମାନ କନ୍ଦର୍ପେ ଦେଖାଇଆପଣା ମନ୍ଦିରେ ରାଜା ପ୍ରବେଶିଲା ଯାଇ ।ରାଣୀମାନଙ୍କୁ ନିକଟେ ଆଣିଲା ହକାରିଜେନା ଜେନାମଣି ନାତି ପୁତ୍ରଆଦି କରି ।ଦେଖିଲା କଟକଯାକ ପଡ଼େ ହାଲହୋଳିନିରନ୍ତର ଚୌକତିରୁ ଉଠଇ ବୋବାଳି ।ନିସ୍ତବଧ ବସୁନ୍ଧରୀ ଉଲ୍କାପାତମୟେସମସ୍ତଙ୍କୁ ଲାଗିଅଛି କନ୍ଦର୍ପର ଭୟେ ।ବନ୍ଧୁଜନ ଦୁହିତାଏ କରନ୍ତି ରୋଦନକ୍ରୋଟରାନଳ ପରାୟେ ଦହେ ସର୍ବମନ ।ଏସନ ସମୟେ ତହିଁ ମିଳି ମହୀପାଳନବର ମଧ୍ୟେ ଦେଖିଲା ସର୍ବ ଅମଙ୍ଗଳ ।ବେନି ନୟନ ଫୁଟିଣ ଅଶ୍ରୁଜଳ ବହିଅତି ଚିନ୍ତାଭର ହୋଇ ନବରେ ମିଳଇ ।ମାୟାବତୀ ନିକଟରେ ମିଳି ନୃପବରତାକୁ ଦେଖି ହୃଦୟରେ ଧଇଲା ଅନ୍ତର ।ଖଣ୍ଡେ ଦୂରରୁ ରତିକୁ ଦେଖିଣ ବୋଇଲାଏହାର ହେତୁରୁ ମୋର ସର୍ବନାଶ ହେଲା ।ଆଲୋ ତୋ ଯୋଗରୁ ମୋର ହେଲା ସର୍ବନାଶସଂସାରେ ଅପକୀରତି ଲଭିଲି ଅଯଶ ।କେବଣ ଦଇତୁଣୀ ତୁ ଅଛୁ ମୋ ନଗରେଏ ତୋହର ମାୟା ମୁହିଁ ଜାଣି ତ ନ ପାରେ ।ତୁ ମୁଢ଼ା ପାପିଷ୍ଠୀ ଆଲୋ ଅଟୁ ମନ୍ଦଜାତିପୁତ୍ରକୁ ଭର୍ତ୍ତା କରିଲୁ ଏସନକ ରୀତି ।ସବୁ ଛାଡ଼ି ତୋର ସଙ୍ଗେ ବଳାଇଲି ମନକାଳସର୍ପ ହୋଇ ମୁଖେ ଦେଲୁ ତୁ ଚୁମ୍ବନ ।କର୍ମ ବିପାକ ବେଳକୁ ତୋତେ ପ୍ରତେ ଗଲିକୂଳମୂଳ ନ ଜାଣିଣ ଏ ଦଶା ଲଭିଲି ।ଦେଖକନ୍ୟା ରାଜକନ୍ୟା ମୋହର ଭାରିଯାତୋହର ନିମନ୍ତେ ମୁହିଁ ସବୁ କଲି ତେଜ୍ୟା ।ବିଶ୍ୱାସଘାତକୀ ତୁହି ଅତି ପାପମତିତୋହର ମୁଖ ଚାହିଁଲେ ନାହିଁଟି ନିଷ୍କୃତି ।ସ୍ରୋତେ ଭାସି ଯାଉଥିଲୁ କୂଳରେ ଲାଗିଲୁବାଟେ ସାଉଁଟି ଆଣନ୍ତେ ଏଡ଼େ କର୍ମ କଲୁ ।କ୍ଷଣେ ରଖିବାର ତୋତେ ନୁହଇ ଯୁକତିମାଉଁସ କାଟିଣ ବଳି ଦେବି ମୁଁ ଘାନ୍ତି ।ତୋହର ଜୀଅନ୍ତେ ମୋର କିଛି ନାହିଁ ଭଲଏ ମୋହର ବଂଶକୁ ତ ହେଲୁ ଆସି ସଲ ।ତୋତେ ନାଶ କଲେ ସରିଯିବ ସବୁ ଲଜ୍ଜାଅପବାଦ ଭୟେ କରିଥିଲି ସବୁ ତେଜ୍ୟା ।ତୋତେ ବିନାଶିଲେ ମୋର ନାହିଁ କିଛି ପାପଏତେ ବୋଲିଣ କରରେ ଧଇଲାକ ଚାପ ।ଅଧର ପୃଷ୍ଟ କରିଣ ଧାଏଁ ନୃପମଣିବୋଇଲା ଲୋ ମାୟାବତୀ ପକାଇବି ହାଣି ।ବେଳୁଁ ବେଳୁଁ ପ୍ରଜ୍ଜ୍ୱଳିତ ଅଧିକରେ କୋପକ୍ରୋଧଭରେ ହୋଇକରି କରେ ବହୁତାପ ।ଅହି ଗରଜିଲା ପରି ଧାମଇଁ ସେ ରୋଷେପ୍ରତିଜ୍ଞା କରି ମିଳଇ ମାୟାବତୀ ପାଶେ ।ଶୁଣ ହୋ ପରୀକ୍ଷ ରାଜା ଭଣି ଶୁକଯତିଅତିଭାଗ୍ୟେ ଶୁଣ ଏବେ ଭାଗବତ କୀର୍ତ୍ତି ।ଶମ୍ବର ଶରୀରେ ଯେତେ ରାଜକଳା ଥିଲାସତୀର ଝିଙ୍ଗାସେ ସବୁ ବିନଷ୍ଟ ହୋଇଲା ।ସରିଗଲା ଧର୍ମସବୁ ପାପ ବର୍ଦ୍ଧମାନଗଳିଲା ତ୍ରିପଣ୍ଡ ଝାଳ ହେହ କମ୍ପମାନ ।ଅଧର ଓଷ୍ଠ ତାଳୁକା ଶୁଖି ପଡ଼େ କାଳିବଳବୀର୍ଯ୍ୟ ତୁଟିଗଲା କମ୍ପିଲା ମଉଳି ।ପରମ ମାହେଶ୍ୱରୀ ସେ କାମଦେ ନାରୀଝିଙ୍ଗାସନ୍ତେ ମହାରାଜା ହେଲା ହତଶିରୀ ।କେଶ ଧରିବା ପାଇଁକି ବିଚାରନ୍ତେ ମତିଆକ୍ରୋଶି ବାମକରକୁ ବଢ଼ାଏ ନୃପତି ।ଦେବ କିନ୍ନରମାନେ ଯେ ଅନ୍ତରୀକ୍ଷେ ଥିଲେଶମ୍ବର ହସ୍ତ ଧରିଣ ଫୋପଡ଼ାଇ ଦେଲେ ।ଉତ୍ତାନଶାୟୀ ହୋଇଣ ପଡ଼ିଲା ପ୍ରଚଣ୍ଡାଆପଣାର ଅଙ୍ଗେ ପୁଣି ବାଜେ ନିଜ ଖଣ୍ଡା ।ଝରଝର ଶୋଣିତ ଯେ ବହଇ ନିରତବେଳୁଁବେଳ ପ୍ରଜ୍ଜ୍ୱଳିତ ହୁଏ ଦୈତ୍ୟନାଥ ।ପୁଣି ବଇରାଗେ ରାଜା ଧାତିକାରେ ଉଠିକେଶ ଧରିବା ପାଇଁକି ଧାମଇଁ ଲେଉଟି ।ଦେଖି ରତି ଉଚ୍ଚସ୍ୱରେ କରଇ ରୋଦନଭୋ ସ୍ୱାମି କାମଦେବ ହେ କରିବା କାରଣ ।ଏତେବେଳେ ନାଥ ଯେବେ କରିବ ନିରାଶରାକ୍ଷସ ଦୁର୍ମତି ମୋତେ ମାରିବ ଅବଶ୍ୟ ।ଏମନ୍ତ ସମୟେ ଯୁଦ୍ଧେ କାମଦେବ ଥିଲାମାୟା ଛାଡ଼ନ୍ତେ ରାଜାକୁ ନେତ୍ରେ ନ ଦେଖିଲା ।ବିଚାରିଲା ରାଜା ଅବା ଗଲା ଅନ୍ତଃପୁରେଏହା ବିଚାରିଣ ସେହି ବିନ୍ଧେ ଶର ଖରେ ।ବେଗେ ଶର ଯାଇ ବାଜେ ଶମ୍ବର ଦେହରେଶର ବାଜି ମୁଣ୍ଡ ତାର ପଡ଼େ ଭୂତଳରେ ।ପୁଣି ସେ ପଞ୍ଚାଶ ବାଣ ନିଜ କରେ ଧରିକର୍ଣ୍ଣମୂଳ ପରିଯନ୍ତେ ଆଣିଲା ଓଟାରି ।ମନ୍ତ୍ର ସୁମରି ନାରାଚ ପେଷ କୃଷ୍ଣବଳାଶମ୍ବର ପୁରକୁ ନାଶ କର ଯା ବୋଇଲା ।ସେ ପୁରେ ବାସ କରନ୍ତି ଯେତେ ନରନାରୀସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି କରି ।ରଥ ଗଜ ପଦାତିକ ଯେତେ ଅଗ୍ରଲେଖାମହାସତୀ ଝିଙ୍ଗାସରେ ସବୁ ଛେଦିପକା ।ଯାବତ ସମ୍ପଦମାନ ତାର ନାଶଯାଉଲକ୍ଷେ ପରିବାରୀ ଘେନି ମାୟାବତୀ ଥାଉ ।ଏତେ ବୋଲି ନାରାଚକୁ ପେଷେ ଅତିବେଗେକୋଟିଗୁଣ ହୋଇଯାଏ ଯେ ଆକାଶେ ମାର୍ଗେ ।ଜୀବଜନ୍ତୁ ଆଦିକରି ଯେତେ ତହିଁ ଥିଲେକାମ ଶରାଘାତେ ସର୍ବେ ବିନାଶ ହୋଇଲେ ।ପ୍ରଚଣ୍ଡ ପବନେ ଯେହ୍ନେ ଝଡ଼େ ପକ୍ୱଫଳତେସନ ସଞ୍ଜାତେ ସର୍ବେ ପଡ଼ି ମହୀତଳ ।ରକତରେ କରଦମ ହେଲା ବସୁନ୍ଧରୀଜୟନାଦ କଲେ ଦେବେ ଥାଇ ସ୍ୱର୍ଗପୁରୀ ।ବାଳବୃଦ୍ଧ ତରୁଣାଦି ହେଲେ ସବୁ କ୍ଷୟେଚାହିଁଲେ ସେ ଚଉକତି ସବୁ ମଡ଼ାମୟେ ।ଅନଳ ବାଣକୁ ପୁଣି ପେଷିଲେ ତଡ଼ତିଘରଦ୍ୱାର ଚାଳି ଗଳି ସବୁ ପୋଡ଼ିଯାନ୍ତି ।ଲାଗିଲା ଯେ ହୁତାଶନ ମହାଧୂମମୟେଶମ୍ବର ନଗରଯାକ କରିଦେଲା କ୍ଷୟେ ।ଉଲୁକାପାତ ପରାୟେ ହେଲା ସମରାଷ୍ଚ୍ରସଗୋତ୍ର ସହିତେ ରାଜା ହେଲା ହତପାଟ ।ଅଣଚାଶ ପବନ ଯେ ବହେ ପରଖରଚାହୁଁ ଚାହୁଁ ପୋଡ଼ିଗଲା ସବୁ ଘରଦ୍ୱାର ।ଅଯୋନିସମ୍ଭୂତା ସେହୁ ଦେବୀ ମହାସତୀତାର କୋପେ ପୁରଗୋଟା ହେଲା ବିନଶ୍ୟତି ।ଏସନ ରୀତି ଦେଖିଣ ସ୍ୱର୍ଗେ ଶଚୀସାଇଁଏକାନ୍ତେ ବୃହସ୍ପତିଙ୍କୁ ପୁଚ୍ଛା ସେ କରଇ ।ବୋଇଲା ଭୋ ଗୁରୁ ଅଗ୍ନିଜଳେ ମଞ୍ଚପୁରେଏଥିର ତଥ୍ୟ ବାରତା କହ ମୋ ଆଗରେ ।କି ଅଵା ତହିଁକି କେଉଁ ଶତ୍ରୁ ଦେଲା ଧାଡ଼ିସତର୍କ ହୋଇ ନ ପାରି ରାଜ୍ୟ ଗଲା ପୋଡ଼ି ।ଏଥିର ତଦନ୍ତ ମୋତେ କହିବାକ ଗୁରୁଶୁଣିଣ ସରୁ ମୋହର ଭ୍ରାନ୍ତି ଯେ ମନରୁ ।ଇଦଂ ପ୍ରତିବାକ୍ୟ ବଦୟନ୍ତି ବୃହସ୍ପତିସାବଧାନ ହୋଇ ତୁମ୍ଭେ ଶୁଣ ଶଚୀପତି ।ଅନେକ କାଳର ଏହା ପୁରାତନ ବାଣୀତିନି ମନ୍ୱନ୍ତର କଥା ଆମ୍ଭେ ଅଛୁ ଜାଣି ।ସ୍ୱର୍ଗକୁ ଲାଗିଲା ଯହୁଁ ତାରକାର ଭୟତାକୁ ବଧିବାକୁ ଦେବେ ରଚିଲେ ଉପାୟ ।ହର କୋପେ କାମଦେବ ଭସ୍ମ ହୋଇଥିଲାସେ ଆସି ରୁକ୍ମିଣୀ ଗର୍ଭେ ଜନମ ଲଭିଲା ।ବାଲ୍ୟକାଳରୁ ଶମ୍ବର ନେଲା ତାକୁ ହରିସମୁଦ୍ର ଫିଙ୍ଗିଦେଲା ସ୍ୱକରେ ନ ମାରି ।ସାଗରେ ଯାଇଣ ସେହୁ ତକ୍ଷଣେ ପଡ଼ିଲାଆଧାର ନିମନ୍ତେ ତାକୁ ମୀନ ଗିଳିଦେଲା ।କୈବର୍ତ୍ତ ଜାଲରେ ସେହୁ ହୋଇଲା ବନ୍ଧନଶମ୍ବର ନୃପତି ପାଶେ ଦେଲା ସେ ନେଇଣ ।ରାଜାର ଆଜ୍ଞାରେ ମୀନ ଅନ୍ତଃପୁରେ ନେଲେମୀନକୁ କାଟନ୍ତେ ତହୁଁ ପୁତ୍ରେକ ପାଇଲେ ।ଅନେକ ଯତନେ ତାହା ପାଳିଲେ ନୃପତିଅନ୍ତଃପୁରେ ରହିଥାଏ ମାୟାବତୀ କତି ।କାଳେ ପତି ପତ୍ନୀ ବେନି ହେଲେ ଏକମେଳଜାଣିଣ କୋପ କରିଲା ଶମ୍ଭର ଭୂପାଳ ।ପୁତ୍ରକୁ ବୋଇଲା ୟାକୁ ନାଶ କର ଯାଇଁଆଗହୁଁ ମୀନକେତନ ଥିଲେ ତା ଚିତ୍ତୋଇ ।ଲକ୍ଷେ ଅନେଶ୍ୱତ ପୁତ୍ର ଶମ୍ବରର ଥିଲେପ୍ରଦ୍ୟୁମ୍ନ ଶସ୍ତ୍ରାଘାତରେ ସବୁ ନାଶଗଲେ ।ପୁତ୍ରଙ୍କ ଶୋକରେ ରାଜା ବହୁ ଯୁଦ୍ଧ କଲାପ୍ରଥମ ସମରେ ଅପଘାତ ସେ ପାଇଲା ।ଜଳନ୍ଧର ମାୟାକୋଟା ରଚି ବୀରମଣୀବାହୁଡ଼ି ନିଜ ମନ୍ଦିରେ ପ୍ରବେଶିଲା ପୁଣି ।ମହାସତୀକୁ ଝିଙ୍ଗାସ କଲା ଅନିମିତ୍ତେସତୀଙ୍କୁ ମାରିବାପାଇଁ ନପତି ବସନ୍ତେ ।ତାହା ଜାଣିପାରି ମୀନକେତନ ଯେ ବୀରଶମ୍ବରକୁ ଏକବାଣେ କରିଲେ ସଂହାର ।ରତିର ଗର୍ଭ ଆସିଣ ହେଲା ଚାରିମାସଅନିରୁଦ୍ଧ କୁମର ଯେ ହୋଇବ ପ୍ରକାଶ ।ଶୁଣି କୃତକୃତ୍ୟ ହେଲା ଦେବୀ ଶଚିନାଥପୁଷ୍ପ ବୃଷ୍ଟିକଲେ ମୀନକେତନର ମାଥ ।ଶୁକ ବୋଇଲେକ ଶୁଣ ହେ ପରୀକ୍ଷ ରାୟେଏସନ ରୂପେ ଶମ୍ବର ପୁର ହେଲା କ୍ଷୟେ ।ଅଷ୍ଟବକ୍ର ଶମ୍ବରକୁ କରିଥିଲେ କୋପଉପହାସ କଲା ବୋଲି ଦେଲେ ଅଭିଶାପ ।କୋପେ କୋପାନଳ ହୋଇ ସେହି ବ୍ରହ୍ମଋଷିବୋଇଲେକ ସମରାଜ୍ୟ ହେଉ ତୋର ଧ୍ୱଂସି ।ତାଙ୍କର ବଚନ କିବା ଅନ୍ୟଥା ହୋଇବଆଗହୁଁ ଭିଆଣ ଯାହା କରିଛି ଦଇବ ।ଇତି ଶିରୀ ହରିବଂଶ ବେଦାନ୍ତର ବିଧିଧର୍ମ ଅର୍ଥ କାମ ମୋକ୍ଷ ହୋଏ ଏଥେ ସିଦ୍ଧି ।ପବିତ୍ର ଗଙ୍ଗାଜଳ ଏ ଅତି ପୁଣ୍ୟମୟେଏଥେ ଛବିଶ ଅଧ୍ୟାୟ ସମାପତ ହୋଏ ।