ହରିବଂଶ (ଷଷ୍ଠ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୫ / ୩୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଯାଦବଙ୍କ ସହିତ ରାଜାମାନଙ୍କର ଗୋଳଯୁଦ୍ଧ ଓ କୃଷ୍ଣଙ୍କଦ୍ୱାରା ରୁକ୍ମଣର ବନ୍ଧନ
ଏଥୁ ଅନନ୍ତରେ କଥା ଶୁଣ ନୃପବରପଛିଆଣି ଥାଟେ ବିଜେ କଲେ ହଳଧର ।ଜଗନ୍ନାଥ ଘେନିଗଲେ ରୁକ୍ମିଣୀଙ୍କୁ ହରିବିଜୁଳି ପରାୟେ ଗଲେ ଶୂନ୍ୟେ ଗତିକରି ।ଅର୍ଦ୍ଧଘଡ଼ି ପରିଯନ୍ତେ ସର୍ବେ ଚାହିଁଥିଲେକେହି କିଛି ନ କହିଣ ନୀରବେ ରହିଲେ ।ଥୋକେ ଚାହିଁ ନ ପାରିଲେ ଚକ୍ଷୁବେନି ଫେଡ଼ିନୃପତିମାନଙ୍କ କରୁଁ ଶସ୍ତ୍ର ପଡ଼େ ଝଡ଼ି ।ସ୍ୱପ୍ନ ପ୍ରାୟ ବିଚାରିଲେ ଥୋକେ ଦଣ୍ଡଧାରୀଥୋକାଏ କାତର ହେଲେ ଧର୍ମକୁ ସୁମରି ।ଥୋକେ ରାଜା ବୋଲୁଛନ୍ତି ଦେଉଳକୁ ଚାହିଁସମସ୍ତେ ଅଛନ୍ତି ଏଥେ ରୁକ୍ମିଣୀ ତ ନାହିଁ ।ଥୋକାଏ ବୋଲନ୍ତି ଶେଷ ହୋଇ ନାହିଁ ପୂଜାଏକ୍ଷଣି ଆସିବେ ବୋଲି କହେ କେଉଁ ରାଜା ।ଥୋକାଏ ବୋଲନ୍ତି ଦେଖ ଦେଉଳରେ ପଶିଭିତରେ ଅଛି କି ନାହିଁ କନ୍ୟା ଶୁଭ୍ରକେଶୀ ।କେ ବୋଲେ କରୁଛ କିପାଁ ଏମନ୍ତ ବିଚାରସମସ୍ତଙ୍କ ସାକ୍ଷାତରୁ ଘେନିଗଲା ଚୋର ।କେ ବୋଲଇ ଏହି କଥା ତଥ୍ୟ କରି ଘେନକହିବାକୁ ଅସମ୍ଭବ ଅତି ବିଡ଼ମ୍ବନ ।ଆମ୍ଭେମାନେ ଜାଣୁଅଛୁ ତଥ୍ୟକରି କଥାଦେଉଳ ମଧ୍ୟେ ରୁକ୍ମିଣୀ ନାହାନ୍ତି ସର୍ବଦା ।ନନ୍ଦିଘୋଷ ରଥେ ବସି କୃଷ୍ଣ ଆସିଥିଲେସମସ୍ତଙ୍କୁ ଭୁଲାଇ ସେ ହରି ଘେନିଗଲେ ।ଥୋକାଏ ନୃପ କହିଲେ ଏହା ତଥ୍ୟବାଣୀଦେଉଳ ଭିତରେ ଆଉ ନାହାନ୍ତି ରୁକ୍ମିଣୀ ।ଆଡ଼ ଉହାଡ଼ ବାଙ୍କରେ ଖୋଜି ଚଉକତିନ ଦେଖିଣ ଲଜ୍ଜା ପାଇ ସକଳ ନୃପତି ।ବୋଇଲେ ଶ୍ରୀକୃଷ୍ଣ ନିଶ୍ଚେଁ କନ୍ୟା ନେଲା ହରିଆନର ବଳେ ଏ କର୍ମ କରିତ ନ ପାରି ।ଏମନ୍ତ କହିଣ ସର୍ବେ ହୋଇ ଏକମୁଖନେଲାନେଲାନେଲା ବୋଲି ଉଚ୍ଚେ ଦେଲେ ଡାକ ।ଏକ ମୁଖରୁ ଆରେକ ଶୁଣି ଅତି ବେଗେନେଲା ନେଲା ବୋଲି ଡାକ ଉଠେ ଚଉଦିଗେ ।ସଇନ୍ୟ ମଧ୍ୟରେ ଧ୍ୱନି ଶୁଭେ କୋଳାହଳନେଲା ନେଲା ବୋଲି ଡାକ ଦିଅନ୍ତି କେବଳ ।ସ୍ତିରୀ ପୁରୁଷ ସମସ୍ତେ ହେଲେ ହାଲହୁଳିନେଲା ନେଲା କହି ସର୍ବେ ଛାଡ଼ନ୍ତି ବୋବାଳି ।କୋଳାହଳ ଧ୍ୱନି ଶୁଣି ମଗଧ ନରେଶବୋଲେ ଏ ରାଜାଙ୍କ ମଧ୍ୟେ ଗୋଳ ଉଠେ କିସ ।ଏହା ଶୁଣି କରଯୋଡ଼ି କହଇ ରୁକ୍ମଣଚାରି ଉଣା ଲକ୍ଷେ ରାଜା ସୈନ୍ୟ ଅପ୍ରମାଣ ।ଘୋଡ଼ାଙ୍କର ହ୍ରେଷାରବ ହସ୍ତୀ ଘଣ୍ଟାଧ୍ୱନିପଦାତିଙ୍କ ମୁଖରାବେ କମ୍ପଇ ମେଦିନୀ ।ରଥୀଙ୍କ ରଥଘୋଷ ବଡ଼ଇ ତରିଯାବିବାହ ଉତ୍ସବ ହେତୁ ବାଜେ ନାନାବାଜା ।ଗୀତ ଗାଇ ନାଚୁଛନ୍ତି ବାର ବିଳାସିନୀବ୍ରାହ୍ମଣେ କରନ୍ତି ଅତି ଉଚ୍ଚେ ବେଦଧ୍ୱନି ।ଭଟ ଭଟ ଦେଉଛନ୍ତି ଭାଟ ବନ୍ଦୀ ମିଳିସୁଲକ୍ଷଣୀ ନାରୀମାନେ ଦ୍ୟନ୍ତି ହୁଳହୁଳି ।କ୍ରୟ ବିକ୍ରୟ କରନ୍ତି ବଣିଜାରଗଣଘଡ଼ଘଡ଼ି ଶବ୍ଦ ଜିଣି ଫୁଟେ ବଜ୍ରବାଣ ।ଅଶ୍ୱଶାଳ ଗଜଶାଳ ଛତ୍ରଶାଳ ଲୋକେରନ୍ଧନ ଭୋଜନ ଆଦି କରୁଛନ୍ତି ଥୋକେ ।ଅସଂଖ୍ୟକ ଲୋକ ପୂରିଛନ୍ତି ଦାଣ୍ଡେ ବାଟେନାନା ଦ୍ରବ୍ୟ ଆଣି ଜନେ ବିକୁଛନ୍ତି ହାଟେ ।ଶଙ୍ଖ ମହୁରୀ ଦମାଲୁ ଟମକ ନିଶାଣବେଳୁବେଳ ଶବ୍ଦ ଉଠି ଶୁଭେ ଗରୁଟାଣ ।ଭୋଦେବ ତୋ ଭଳି ରାଜା ଯହିଁ ବିଜେକରିତହିଁ ଗୋଳ ଶବ୍ଦ ଜାତ ନୋହିବ କିପରି ।ବିବାହ ମଙ୍ଗଳଯାତ୍ରା ନଗରେ ଉତ୍ସବତେଣୁ ଗୋଳ ଶବ୍ଦ ହେବା ନୋହେ ଅସମ୍ଭବ ।ବିଶେଷରେ ହୋଇଲାଣି ବିଭାଲଗ୍ନବେଳବାଟ ବରଣାଦି କର୍ମ ସରିଲା ସକଳ ।ମୁକୁଟ କୌତୁକ ସୂତ୍ର ଶିରେ କରେ ବାନ୍ଧିଶିଶୁପାଳ ବସିଅଛି ବିଭାପାଞ୍ଚି ପିନ୍ଧି ।ଅହିଅମଣ୍ଡଳେ କନ୍ୟା ନେଇଛନ୍ତି ମାତାନାନ୍ଦୀମୁଖୀ ଶ୍ରାଦ୍ଧ ବସି କରୁଛନ୍ତି ପିତା ।ଏହିକ୍ଷଣି ବିଭାହେବ ତେରଘଡ଼ି ଅନ୍ତେଏଥିରେ ସନ୍ଦେହ କିପାଁ କର ଅନିମିତ୍ତେ ।ରୁକ୍ମଣ ମୁଖରୁ ଶୁଣି ଏମନ୍ତ ବଚନଆସ୍ଥାନେ ବସିଲା ତୋଷେ ମଗଧ ରାଜନ ।ତା ପାଶରେ ବସିଛନ୍ତି ଅନେକ ନୃପତିପୁଣି ନେଲା ନେଲା ଡାକ ଶୁଭେ ଚଉକତି ।ବିଭାବେଦୀ ତଳେ ଖଟିଥିଲେ ଯେଉଁମାନେନେଲା ନେଲା ବୋଲି ଡାକିଦିଅନ୍ତି ସେମାନେ ।ନୃପତିମାନେ ଶୁଣିଲେ ଆସ୍ଥାନରେ ଥାଇନେଲା ନେଲା ବୋଲନ୍ତି ସେ ଏକମୁଖ ହୋଇ ।ନେଲା ଶବ୍ଦ ସମସ୍ତଙ୍କ ମୁଖୁଁ ବାହାରିଲାଜରାସନ୍ଧ ଶୁଣି ଆପେ ବୋଲେ ନେଲା ନେଲା ।ବେଦୀରେ ବ୍ରାହ୍ମଣେ ହୋଇ ବିଚଳିତ ମତିନେଲା ନେଲା ବୋଲି ଟେକି ଢାଳିଲେ ଆହୁତି ।ଭୀଷ୍ମକ ନୃପତି ନାନ୍ଦୀମୁଖୀ କରୁଥିଲେମନ୍ତ୍ର ଛାଡ଼ି ନେଲା ନେଲା ମୁଖେ ଉଚ୍ଚାରିଲେ ।ଶିଶୁପାଳ ବସିଥିଲେ ବରବେଶ ହୋଇଅନିମିତ୍ତେ ନେଲା ନେଲା ବୋଲି ସେ କହଇ ।ନାରୀଗଣ ନେଲା ନେଲା ବୋଲି ରାବଦ୍ୟନ୍ତିରୁକ୍ମିଣୀକି ନେଲା ବୋଲି କେହି ନ କହନ୍ତି ।ବାତୁଳ ପରାୟେ ହେଲା ସବୁଙ୍କରି ମନନେଲା ନେଲା ବ୍ୟତିରେକେ ନ କହନ୍ତି ଆନ ।ଶୁଣ ହୋ ପରୀକ୍ଷ ରାଜା ଶୁକମୁନି ଭଣିଅତିଭାଗ୍ୟେ ଭାଗବତ ପୁରାଣର ବାଣୀ ।ନେଲା ନେଲା ବୋଲି ଶବ୍ଦ ଶୁଭେ ଏ ପ୍ରମାଣଏଥିର ଚରିତ ବେଗେ ବୁଝ ହୋ ରୁକ୍ମଣ ।ଜରାସନ୍ଧ ଆଜ୍ଞାପାଇ ରୁକ୍ମଣ କୁମରବାଜଣା ବଜାଇ କଲା ସମସ୍ତଙ୍କୁ ସ୍ଥିର ।ଏମନ୍ତ ସମୟେ ତହିଁ ମିଳି ଚାରଗଣବୋଇଲେ ସକଳ ନୃପ ସାବଧାନେ ଶୁଣ ।ଯାଦବଙ୍କୁ ସଙ୍ଗେ ଘେନି କୃଷ୍ଣ ଆସିଥିଲେଦେବୀ ମନ୍ଦିରରୁ କନ୍ୟା ହରି ଘେନିଗଲେ ।ଅତିଯତ୍ନେ ଜଗିଥିଲେ ନରପତି ଗଣକାହୁଁ ଆସି ଝାମ୍ପିନେଲା ଯେସନେ ସଞ୍ଚାଣ ।ବିଜୁଳି ପରାୟେ ପଶିଗଲେ ନନ୍ଦଚାଟଦେଉଳରେ ଥାଇ କନ୍ୟା ଚାହୁଁଥିଲା ବାଟ ।ଉଭୟ ମତ ନ ଥିଲେ ପାରନ୍ତା କି ପଶିସୁମେଧା ସହିତ ଗଲେ ନନ୍ଦିଘୋଷ ବସି ।ଏମନ୍ତ ସମୟେ ଆସି କହେ ପୁଣି ଦୂତଭୋ ଦେବ ମଗଧେଶ୍ୱର ହେଲା ବିପରୀତ ।ଦେବୀ ମନ୍ଦିରରୁ କନ୍ୟା ବାହାର ହୁଅନ୍ତେକୃଷ୍ଣ ଘେନି ପଳାଇଲେ ନନ୍ଦିଘୋଷ ରଥେ ।ଶୁଣି ଜରାସନ୍ଧର ଯେ ଉଡ଼ିଲା ସାହସମୁଣ୍ଡରେ ପଡ଼ିଲା ଅବା ସହସ୍ରେ କୁଳିଶ ।ମନ ଛନ୍ନ ଛନ୍ନ ହୋଇ ଗଳେ ଶ୍ରମଝାଳକ୍ରୋଟରାଗ୍ନି ପ୍ରିୟ ଦହେ ଚିତ୍ତ ଅନ୍ତରାଳ ।ଗତଆତ୍ମ ପ୍ରିୟ ହେଲା ତେଡ଼େକ ରାଜନଓଷ୍ଠ କଣ୍ଠ ଶୁଖି ମୁଖୁଁ ନ ଆସେ ବଚନ ।ଲଲାଟରେ କରମାରି ସୁମରଇ ଧର୍ମବିଚାରି ବୋଇଲେ ଏତ ବିପରୀତ କର୍ମ ।ପୁଣି ବିଚାରଇ ମୋର ଦେହ ପ୍ରାଣଥାନ୍ତେଏଡ଼େ ବଡ଼ ଅପମାନ ସହିବି କେମନ୍ତେ ।ବାର ବାର କରି ଗୌଡ଼ ହେଲା ମୋତେ ଶଲତା ସକାଶୁ ମୋର ଆଉ ଅଛଇ କି ଭଲ ।କୌଣସି ଉପାୟେ ତାକୁ ନ ପାରିଲି ମାରିଝିଅଙ୍କ ବିକଳ ଦେଖି ତନୁ ହୁଏ ଘାରି ।ଏବେ ତ ଏଠାକୁ ଆସି ଏଡ଼େ କର୍ମ କଲାଗଉଡ଼ଙ୍କ ଯୋଗୁଁ ମୋର ସର୍ବନାଶ ହେଲା ।ଏମନ୍ତ ବୋଲିଣ ରାଜା ହୋଇ କୋପଭରଆଜ୍ଞାଦେଇ ବୋଲେ ସର୍ବେ ଗୋଡ଼ାଅ ସତ୍ୱର ।ଚାରି ଊଣା ଲକ୍ଷେ ରାଜା ଯେ ଯାହାର ଥାଟସଙ୍ଗେ ଘେନି ନିର୍ଭୟରେ ଓଗାଳିବ ବାଟ ।ବାଟ ନ ଛାଡ଼ିବ ଥାଟେ ହୋଇ ଆଗୁଆଣିସବଂଶେ ମୁଁ ଯାଦବଙ୍କୁ ପକାଇବି ହାଣି ।ଅଷ୍ଟାଦଶ ବାର ମୋତେ କରିଅଛି ଯାହାଆଗରେ ପଡ଼ିଲେ ଆଜ ପାସୋରିବି ତାହା ।ଏତେ ବୋଲି ଆସ୍ଥାନରୁ ଉଠି ନରନାଥଆରୋହିଲା ଯାଇ ଶତ୍ରୁ ନିବାରଣ ରଥ ।ପଞ୍ଚାଶ ସହସ୍ର ବଳ ଲୁହା ଧନୁ କରେଦାବାନଳ ବାଣ ଧରି ଦକ୍ଷିଣ ଭୁଜରେ ।ବାସ୍ତରି ଭାରର ଗଦା ପାର୍ଶ୍ୱେ ଅଛି ଡେରିକୁନ୍ତ ଯଷ୍ଟି ଭିନ୍ଦିପାଳ ଖଡ଼୍ଗ ଆଦି କରି ।ରଥେ ଯୋଖିଛି ଚୋଖାର ଚାରିଗୋଟି ଅଶ୍ୱତେଇଶ କ୍ଷଉଣି ବଳ ଖଟିଛନ୍ତି ପାଶ ।ଶାଲ୍ୱ ଶିଶୁପାଳ ଦନ୍ତବକ୍ର ଆଦି ଯେତେଏହିମତି ନାନାଶସ୍ତ୍ର ଧରିଣ ସମସ୍ତେ ।ରେରେକାର କରି ଉଚ୍ଚେ ଦେଇ ସିଂହରଡ଼ିଧାଇଁଲେ ଯେସନେ ସିନ୍ଧୁ ଜଳ ଆସେ ମାଡ଼ି ।ଆପେ ଜରାସନ୍ଧ ରାଜା ଥାଟେ ଆଗୁଆଣିସମସ୍ତେ କରନ୍ତି ତାର ପଛରେ ପଲାଣି ।ମାରମାର ଧରଧର ଧ୍ୱନି ଭୟଙ୍କରଟଳମଳ ବସୁମତୀ କମ୍ପେ ଚରାଚର ।କେ ବୋଲଇ କନ୍ୟାଚୋର କାହିଁ ପଳାଇଲାକେ ବୋଲଇ ଆଜ ତାକୁ ଭଲଯୋଗ ଥିଲା ।କେ ବୋଲେ ମନକୁ ଏହା ପ୍ରତେ ଯାଉନାହିଁ ।ଜ୍ୱଳନ୍ତା ଅନଳେ କେବା ପଶିବ ଝସାଇ ।ଏଡ଼େକ ଭରସା କାର ଅଛି ରବିତଳେଲକ୍ଷେରାଜା ଆଗୁ କନ୍ୟା ହରି ନେବ ବଳେ ।ଜରାସନ୍ଧ ଆଗରୁ କେ ନେବ ଦେହ ବହିଯେ ଏହା କରିଛି ତାର ପ୍ରାଣେ ଆଶା ନାହିଁ ।ଜାଣୁ ଜାଣୁ ଗଳାରେ କା ଲଗାଇଲା ଫାଶିସ୍ୱହସ୍ତରେ ବିଷ କେହୁ ଭକ୍ଷିଲା ଭରସି ।ଜରାସନ୍ଧ ପ୍ରାୟେ ରାଜା ଜୀବନରେ ଅଛିସୈନ୍ୟ ସମୁଦ୍ରରୁ ନେଲା ସ୍ତିରୀରତ୍ନ ବାଛି ।ଇନ୍ଦ୍ରାଦି ଦେବଙ୍କୁ ଯାର ତଳେ ନାହିଁ ଶଙ୍କାରାଜାଧି ମହାରାଜା ଯେ କ୍ଷତ୍ରୀ ରଣରଙ୍କା ।ନବଖଣ୍ଡ ମେଦିନୀରେ ଯେହୁ ଚକ୍ରବର୍ତ୍ତୀଚାରି ଊଣା ଲକ୍ଷେ ରାଜା ଯାର ବଶବର୍ତ୍ତୀ ।ସେ ଜରାସନ୍ଧର ବନ୍ଧୁ ଶିଶୁପାଳ ବିଭାସମସ୍ତଙ୍କୁ ଲଜ୍ଜାଦେଇ ଭଗ୍ନ କଲା ସଭା ।ଅଭେଦ୍ୟ ସୈନ୍ୟ ଭିତରେ ଏକା ରଥେ ବସିଜୀବନକୁ ମୂର୍ଚ୍ଚିକନ୍ୟା ନିଅଇ ଭରସି ।କେ ବୋଲଇ ପଳାଇଲେ କେତେଦୂର ଯିବପଛେ ଗୋଡ଼ାଇଲେ ନିଶ୍ଚେଁ ଆଗରେ ପଡ଼ିବ ।ଏମନ୍ତ ବୋଲିଣ ସର୍ବେ ଧାଇଁ ଅତି ରାଗେଏକ ପଛକରି ଅନ୍ୟ ଚଳିଯାଏ ଆଗେ ।ତର୍ଜନ୍ତି ଗର୍ଜନ୍ତି ବୀରେ କରନ୍ତି ପହିଜବୋଲନ୍ତିରେ କନ୍ୟାଚୋର କାହିଁଯିବୁ ଆଜ ।ଲକ୍ଷେକ ନୃପତି ମୁଖେ ଲଗାଇଲୁ କାଳିମୁଣ୍ଡ କାଟି ତୋର ମାଂସ ଦେବୁ ବିଶାବଳି ।ଥୋକାଏ ବୋଲନ୍ତି କଲା କେଡ଼େ ଅନୁଚିତଶାସ୍ତ୍ର ଅନୁସାରେ କଥା ଅତି ଗରହିତ ।ଦେଖା ନାହିଁ ପୁଣି କର୍ଣ୍ଣେ ଶୁଣା ନାହିଁ କାଳେଏକର କନ୍ୟା ଆରେକ ଘେନିଯାଏ ବଳେ ।ଆବର ଶୁଣିଛୁ ଏହି ନାରୀଙ୍କର ପାଇଁବଡ଼ ବଡ଼ ଲୋକେ ପୂର୍ବେ ଛନ୍ତି ନାଶଯାଇ ।ସିନ୍ଧୁ ମଧ୍ୟେ ରାବଣର ବଡ଼ ଥିଲା ଲଙ୍କାସୀତା ହରି ପାଇଲା ସେ ମହାଘୋର ଶଙ୍କା ।ଅଜ୍ଞାନରେ କଲା ଯହୁଁ ନାରହୃତ ପାପନର ବାନରଙ୍କ ହସ୍ତେ ମଲା ତେଡ଼େ ନୃପ ।ସୁଗ୍ରୀବ ଭାର୍ଯ୍ୟାକୁ ନେଇ ବାଳିବୀର ମଲାଅହଲ୍ୟାକୁ ହରି ଇନ୍ଦ୍ର ସସ୍ରଯୋନି ହେଲା ।ଈଶ୍ୱର ପରାୟେ ଦେବ ନୋହିଲେ ନିସ୍ତାରନାରୀଯୋଗେ କଳୁଷିତ ହେଲେ ବେଦବର ।ମାନବ ହୋଇଣ କର୍ମ କରିଅଛି ଯାହାଶରୀରେ ପ୍ରାଣ ଥିଲେ କେ ସହିବଟି ତାହା ।ଥୋକାଏ ବୋଲନ୍ତି ସେହୁ ସ୍ୱୟଂ ଭଗବାନତେଣୁ ବଳେ ନେଲେ ଛାଡ଼ି ଶାସ୍ତ୍ରର ବିଧାନ ।ଏଡ଼େକ ଦୁଃସାଧ୍ୟ କର୍ମ ଆନେ ନୁହେଁ କରିପ୍ରତ୍ୟକ୍ଷରେ ଦେଖୁ ଦେଖୁ ନେଉଅଛି ହରି ।ଏମନ୍ତ କହିଣ ସର୍ବେ ଧାଇଁ ଅତିବେଗେସତ୍ୱରେ ମିଳିଲେ ମନୋହର ତୋଟା ଲାଗେ ।ସେ ତୋଟା ଭିତରେ ଥିଲେ ସମସ୍ତ ଯାଦବେଆଗୁଆଣି ଥାଟ ଆସି ମିଳିଲେ ସେ ଠାବେ ।ସମୁଦ୍ର ଲହରୀ ଜିଣି ମାଡ଼ିଆସେ ଥାଟରହ ଯେ ଯାଦବ ବୋଲି ଓଗାଳିଲେ ବାଟ ।ପୂର୍ବରୁ ଏ କଥା ଜାଣିଥିଲେ ତ ଯାଦବେଯେ ଯାହା ଯାନ ବାହନେ ଆରୋହିଲେ ସର୍ବେ ।ଶସ୍ତ୍ର ଧରି ଧାଇଁଲେ ସେ ନ କରିଣ ଭୟବୋଲନ୍ତି ରେ ନୃପେ ଆଜ ଯିବ ଯମାଳୟ ।ପରସ୍ପରେ ଭେଟ ହେଲେ ଉଭୟ ସଇନୀଆଗେ ଓଗାଳନ୍ତି ଶାଲ୍ୱ ଦନ୍ତବକ୍ର ଘେନି ।ଏଗାର ସହସ୍ର ରାଜା ତାଙ୍କ ପଛ କତିରଥ ଅଶ୍ୱ ଗଜ କେତେ କଳନା ନ ଯାନ୍ତି ।ବାଜଇ ବିବିଧ ବାଦ୍ୟ ଟମକ ନିଶାଣନିର୍ଘାତ ଶବଦ ଜାଣି ପଡ଼େ ବଜ୍ର ବାଣ ।ଧମଳ ଛତ୍ର ଚାମର ଚିରାଳ ଆଲମ୍ବନୃପତିମାନଙ୍କ ଆଗେ ଦିଶଇ ଆରମ୍ଭ ।ଜରାସନ୍ଧ ଆଦେଶରେ ଶାଲ୍ୱ ମହୀପାଳସେନାପତି ହୋଇ ଆଗେ ଧାମେ ମହାବଳ ।ଅଜଗବ ନାମେ ଧନୁ ଧରିଅଛି କରେସହସ୍ରେ ନାରାଚା ସନ୍ଧି ବିନ୍ଧିଲା କ୍ରୋଧରେ ।ନାରାଚ ଆସନ୍ତେ ଦୂରୁ ଦେଖି ଉଗ୍ରସେନକତୁରି ବାଣରେ କାଟି କଲେ ଛିନ୍ନ ଭିନ୍ନ ।ତା ଦେଖି ଲଜ୍ଜିତ ହୋଇ ଶାଲ୍ୱ ମହାବୀରପୁଣି ଶତେବାଣ ଯୋଚି ବିନ୍ଧିଲା ସତ୍ୱର ।କହୁ କହୁ ପାଞ୍ଚସସ୍ର ବାଣ କରେ ଧରିହସ୍ତବ୍ୟାଗ୍ରେ ପେଷିଦେଲା ଧନୁର୍ବେଦ ସ୍ମରି ।ବାବଲ କୁନ୍ତମୁନା ଯେ ଲୌହ ସସ୍ରେ କାଣ୍ଡଓଟାରି ବିନ୍ଧିଲା କୋପେ ହୋଇଣ ପ୍ରଚଣ୍ଡ ।ସେ ବାଣେ ଆକାଶମାର୍ଗେ ହୋଇ ଏକମେଳଭୟଙ୍କର ରୂପ ଧରି ଦିଶିଲେ କରାଳ ।ସେ ବାଣ ଆସନ୍ତେ ଦୂରୁ ଉଗ୍ରସେନ ଦେଖିବାବଲ ନାମରେ ଶର ଧନୁର୍ଗୁଣେ ଯୋଖି ।ମନ୍ତ୍ର ସୁମରିଣ ତାହା ବେଗେ ଦେଲେ ଛାଡ଼ିଶାଲ୍ୱରାଜା ବାଣମାନ ପଳାଇଲେ ଉଡ଼ି ।ପୁଣି ମହା କ୍ରୋଧ ହୋଇ ଉଗ୍ରସେନ ରାଣଧନୁର୍ଗୁଣେ ପୂରାଇଲେ ପଞ୍ଚବିଂଶ ବାଣ ।ଶାଲ୍ୱରାଜା ଉପରକୁ ଆକର୍ଷିଣ ବିନ୍ଧିଧ୍ୱଜ ସାରଥି ଘୋଡ଼ାଙ୍କୁ ତିନି ତିନି ସନ୍ଧି ।ସକଳ ସୈନ୍ୟଙ୍କ ଦେହେ ବିନ୍ଧି କାଣ୍ଡେ କାଣ୍ଡେସିଂହପ୍ରାୟେ ଗରଜନ କଲେ ରଣଦାଣ୍ଡେ ।ପୁଣି ଦଶଗୋଟି ବାଣ ବିନ୍ଧି ନରପତିସମ୍ଭାଳ ସମ୍ଭାଳ ବୋଲି ଶାଲ୍ୱକୁ ବୋଲନ୍ତି ।ପୁଣି ଅର୍ଦ୍ଧ ନିମିଷକେ ଓଟାରି କୋଦଣ୍ଡଶାଲ୍ୱକୁ ବିନ୍ଧିଲେ ବାଛି ପାଞ୍ଚଦଶ କାଣ୍ଡ ।ଘୋଡ଼ାଙ୍କ ଉପରେ ଆଠ ଚକେ ଊନବିଂଶଅଖକୁ ଅଠର ପୁଣି ସାରଥିକି ଦଶ ।ପୀଢ଼କୁ ଦ୍ୱାଦଶ ବାଣ ସିଂହାସନେ ତିନିଦଣ୍ଡ ପତାକା ଧ୍ୱଜକୁ ପେଷି ବେନି ବେନି ।ଧନୁକୁ ସତର କାଣ୍ଡ ତୂଣୀରକୁ ବିଂଶହାତୀ ଘୋଡ଼ା ପଦାତିଙ୍କି ବିନ୍ଧି ଦଶ ଦଶ ।କବଚକୁ ଲକ୍ଷକରି ପଞ୍ଚଦଶ ବିନ୍ଧିଧରଣୀ ଆକାଶ ତୁଲେ ଦିଗ ଦେଲେ ରୁନ୍ଧି ।ଏକାବେଳେ ଏତେ ଶର ପେଷି ଉଗ୍ରସେନସମ୍ଭାଳରେ ଶାଲ୍ୱ ବୋଲି କରେ ଗରଜନ ।ସେ ବାଣେ ଗଗନ ପଥେ ପକ୍ଷୀପ୍ରାୟ ଉଡ଼ିଶାଲ୍ୱ ନୃପତିର ରଥେ ପଡ଼ିଲେ ଅଜାଡ଼ି ।ସାରଥି ଅଶ୍ୱ ତୂଣୀର ଧନୁ ଧ୍ୱଜ ଆଦିଚାହୁଁ ଚାହୁଁ ନିମିଷକେ ପକାଇଲେ ଛେଦି ।ସାରଥି ଅଶ୍ୱ ମରନ୍ତେ ବିରଥୀ ହୋଇଣରଥୁଁ ଡେଇଁ ତଳେ ଉଭା ହେଲେ ନରରାଣ ।ତାହା ଦେଖି ଉଗ୍ରସେନ ଅତି କ୍ରୋଧ ହୋଇହାବୋଡ଼ା କାଣ୍ଡକେ ଧରି ବିନ୍ଧିଲେ ନିଠାଇ ।ସେ ବାଣ ବାଜନ୍ତେ ଯାଇ ଶାଲ୍ୱ ବକ୍ଷସ୍ଥଳେମୂର୍ଚ୍ଛାଗତ ହୋଇ ରାଜା ପଡ଼ିଲା ଭୂତଳେ ।ଦନ୍ତବକ୍ର ଦେଖିଥିଲା ନିଜ ରଥେ ଥାଇରେରେକାର କରି ମାଡ଼ି ପଡ଼ିଲା ସେ ଧାଇଁ ।ତ୍ରିଂଶବଳ ଧନୁ ତାର ଅଛି ବାମକରେମହାମେଘ ପ୍ରାୟ ବୀର ଗର୍ଜି କୋପଭରେ ।ଶାଲ୍ୱକୁ ପଛ କରିଣ ଆଗେ ହେଲା ଉଭାପ୍ରଳୟ ଅନଳ ଜିଣି ଦିଶେ ତାର ପ୍ରଭା ।ଉଗ୍ରସେନ ମୁଖ ଚାହିଁ ମନେ ବହି ରୋଷକୂଟ କୁବଚନେ କରେ ବହୁତ ଝିଙ୍ଗାସ ।ଆରେ ଉଗ୍ରସେନ ଅଟୁ ତୁ ବଡ଼ ପାପିଷ୍ଠଆପଣା ପୁତ୍ରକୁ ଜାଣି କରାଇଲୁ ନଷ୍ଟ ।ଗଉଡ଼ ବାଉଡ଼ ସେହୁ ବନ ପଶୁପତିନ ଜାଣନ୍ତି ଧର୍ମ କର୍ମ ସଦା ପାପମତି ।ତୁ ତାଙ୍କୁ ଆବୋରି ଅଛୁ ଆମ୍ଭନ୍ତ ଯେ ଛାଡ଼ିସପଥ ଛାଡ଼ିଣ ଯାଉ କୁପଥରେ ମାଡ଼ି ।ବିଚାରିଲେ ରାମ କୃଷ୍ଣ ତୋର ବଡ଼ ଦୋଷୀକପଟରେ ବଂଶ ତୋର ପକାଇଲେ ନାଶି ।ଦିଗପାଳ ସମ ପୁତ୍ର କଂସ ଅଟେ ତୋରଯା ନାମ ଶୁଣିଲେ ସ୍ୱର୍ଗେ କମ୍ପେ ପୁରନ୍ଦର ।ଭୁଜବଳେ ସାଧ୍ୟ କରି ପୃଥ୍ୱୀ ନବଖଣ୍ଡଅମର ସମ୍ପଦ ଆଣି କରିଥିଲା ରୁଣ୍ଡ ।ତା ପରା ପୁତ୍ରକୁ ତୋର ବଧିଲା ଶ୍ରୀହରିଷଣ୍ଢା ଶକଟା ଚାଣୁର କେଶୀ ଆଦିକରି ।ହଂସ ଡିମ୍ବ ବେନି ନାତି ଥିଲେ ତୋର କୁଳେବୁଡ଼ାଇ ମାଇଲା ତାଙ୍କୁ ଯମୁନାର ଜଳେ ।ସେହିହେତୁ ଜରାସନ୍ଧ କ୍ରୋଧରେ ସେ ମଜ୍ଜିଅଷ୍ଟାଦଶ ବାର ଧାହି ଦେଲା ସୈନ୍ୟ ସାଜି ।ତା ଭୟେ ମଥୁରାଗଡ଼େ ନ ପାରିଲେ ରହିସମୁଦ୍ରରେ ଲୁଚିଛନ୍ତି ପ୍ରାଣ ରକ୍ଷା ପାଇଁ ।ଜରାସନ୍ଧ ରାଜାର ତୁ କରିନାହୁଁ ଦୋଷଗଉଡ଼ଙ୍କୁ ସ୍ନେହକରି ଆପେ ଯାଉ ନାଶ ।ଯୁକତେ ସମୁଧି ତୋର ଜରାସନ୍ଧ ରାୟେଛାମୁକୁ ନେବି ତାହାର ନ କର ତୁ ଭୟେ ।ତୁ ଯଦ୍ୟପି ଅପରାଧ କରିଛୁ ନ ଜାଣିତାହା ସବୁ ଉପେକ୍ଷିବେ ଜରା ନୃପମଣି ।ମୁର୍ଖପଣେ ନ ଘେନିବୁ ଯେବେ ମୋର କଥାତୋ ପାଞ୍ଚି ପୋଛିବ ଆଜି କୃତାନ୍ତ ଦେବତା ।ଏକା ଜଣକର ପାଇଁ ସର୍ବେ ନାଶଯିବେପୃଥ୍ୱୀରେ ଯାଦବ ହୋଇ ଗୋଟିଏ ନ ଥିବେ ।ଦନ୍ତବକ୍ର ମୁଖୁଁ ଶୁଣି ଏମନ୍ତ ବଚନକୋପେ ଚକ୍ଷୁ ରଙ୍ଗ କରି ରାଜା ଉଗ୍ରସେନ ।ବୋଇଲେ ରେ ଦନ୍ତବକ୍ର ତୋର ଏଡ଼େ ଦର୍ପବିଷ୍ଣୁ ନିନ୍ଦା କରି ଦୁଷ୍ଟ ଅରଜିଲୁ ପାପ ।ତୋ ଭଳି ପାପୀଙ୍କି ନାଶ କରିବାର ପାଇଁନାରାୟଣ ଜନ୍ମିଛନ୍ତି କୃଷ୍ଣନାମ ବହି ।ତୁ ଏହା ନ ଜାଣି ତାଙ୍କୁ କହୁ ନିନ୍ଦାକରିସର୍ବେ ନାଶଯିବ ହେଲେ କୃଷ୍ଣଙ୍କ ବଇରୀ ।ଶ୍ରୀକୃଷ୍ଣ ପ୍ରସାଦେ ମୋର ନାହିଁ କିଛି ଭୟଯାଦବେ ଅଟନ୍ତି ତିନି ଭୁବନେ ଦୁର୍ଜ୍ଜୟ ।କାଳ ଆସି ତୋର ବାଳ ଧଇଲାଣି ଭିଡ଼ିତେଣୁ ବିଷ୍ଣୁ ନିନ୍ଦା କରୁ ଅଜ୍ଞାନରେ ବୁଡ଼ି ।ଜୀବନରେ ଆଶା ଥିଲେ ଏଥୁ ଯାଅ ଘୁଞ୍ଚିକୃଷ୍ଣ ପାଇ ରୁକ୍ମିଣୀଙ୍କୁ ଧାତା ଅଛି ସଞ୍ଚି ।ସମର କରିବ ଯେବେ ମୋ କହିବା ଛାଡ଼ିଦେହ ଘେନି ଜଣେ କେହି ନ ଯିବେ ବାହୁଡ଼ି ।ଲକ୍ଷେ ନୃପ ଜଗିଥିଲ କରେ ଶସ୍ତ୍ର ଧରିସମସ୍ତଙ୍କ ଆଗେ କୃଷ୍ଣ କନ୍ୟା ନେଲେ ହରି ।ତେତେବେଳେ ବୀରପଣ ନ ଥିଲା କି ଅଙ୍ଗେଏବେ ଟାଣି ହେଉଅଛ କିପାଁ ମୋର ଆଗେ ।ପ୍ରାଣ ଘେନି ଏଥୁଁ ସର୍ବେ ଯାଅ ଯେଝା ଘରେଶିଶୁପାଳ ବିଭା ହେଉ ପୁଣି ଅନ୍ୟଠାରେ ।ଏମନ୍ତ ପ୍ରକାରେ ଦୁହେଁ ହ୍ୱନ୍ତି କୁହାକୁହିଜରାସନ୍ଧ ଶୁଣୁଥିଲା ଖଣ୍ଡେ ଦୂରେ ଥାଇ ।ବୋଲଇ ପାପିଷ୍ଠ ତୁରେ ଅଟୁ ମନ୍ଦମତିପୁତ୍ରହନ୍ତା ଶତ୍ରୁ ତୁଲେ କରୁଛୁ ପୀରତି ।ଧିକ ତୋର କର୍ମଫଳ ଧିକ ତୋ ଜୀବନଶତ୍ରୁ ପାଦତଳେ ଖଟି ହରୁଅଛୁ ଦିନ ।କହୁଁ କହୁଁ ପ୍ରଜ୍ୱଳିତ ହୋଇ ସେ କ୍ରୋଧରେଶାରଦ ବାରିଦ ପରି ଗରଜନ କରେ ।ବାମେ ଗଦାବର ଟେକି ଦକ୍ଷେ ମୋଡ଼ି ନିଶବୋଲେ ଉଗ୍ରସେନ ଛାଡ଼ ଜୀବନର ଆଶ ।ସୋମବଂଶୀ ନୃପ ହୋଇ ବନ୍ଧୁବର୍ଗ ଛାଡ଼ିଜାତି କୁଳ ହରାଇଲୁ ଗୌଡ଼ ସଙ୍ଗେ ପଡ଼ି ।ଅଲାଜୁକ ପୁରୁଷ ତୁ ଅଛୁ ଦେହ ବହିତୋ ବଂଶ ନାଶିଲେ ରାମକୃଷ୍ଣ ବେନି ଭାଇ ।ତୁ ତାହାଙ୍କୁ ସେବା କରୁ ମୁଖେ ନାହିଁ ଲାଜଦେଖିବା କିପରି ତୋତେ ରଖିବେ ସେ ଆଜ ।ଶତ୍ରୁ ସଙ୍ଗେ ମିତ୍ର ହେଉ ସ୍ୱଭାବେ ତୁ ହୀନଜନମହୁଁ ଅଲକ୍ଷଣେ ଗଲା ତୋର ଦିନ ।ଆପେ ହାରିଲେ ପରକୁ କରୁଥାଉ ସାକ୍ଷୀପିତା ଅର୍ଜିଲା ମଥୁରା ନ ପାରିଲୁ ରଖି ।ପିତୃବୈରୀ ମାତୃବୈରୀ ପୁତ୍ରବୈରୀ ତିନିଆତ୍ମବୈରୀ ସମାନରେ ଏହାଙ୍କୁଟି ଘେନି ।ଏ କଥା ଜାଣଇଁ ହୀନ ମୂର୍ଖ ଜାତି ହେଲେତୁ କେହ୍ନେ ପୀରତି କଲୁ ରାମକୃଷ୍ଣ ତୁଲେ ।ତୁ ପାପିଷ୍ଠ ନାଶ ଗଲେ ଯିବ ସବୁ ଶଲନପୁଂସକ ପୁରୁଷ ତୁ କେବେ ନୋହୁ ଭଲ ।ତିଳ ପ୍ରମାଣରେ ଆଜ କାଟିବି ତୋ ମାଂସଜନମୁଖେ ହେଉ ପଛେ ନିନ୍ଦା ଅପଯଶ ।ଇତି ଶ୍ରୀ ଏ ଭାଗବତ ପବିତ୍ର ପୁରାଣଶୁକ ବୋଲନ୍ତି ହୋ ରାୟେ ପରୀକ୍ଷିତ ଶୁଣ ।ଏତେ କହି ସଇନ୍ୟଙ୍କୁ ମଗଧ ଈଶ୍ୱରଆଜ୍ଞା ହେଲା ଶତେ ପୁର କରି ତୋଟା ଘେର ।ଉଚ୍ଚବାଚ କରିବାରେ ନାହିଁ କିଛି କାର୍ଯ୍ୟକନ୍ୟା ଘେନି ଲେଉଟିଲେ ଯିବ ଆମ୍ଭ ଲାଜ ।ଆଜ୍ଞାପାଇ ଚାରିଉଣା ଲକ୍ଷେ ଦଣ୍ଡଧାରୀତୋଟାକୁ ବେଢ଼ିଲେ କରେ ନାନା ଶସ୍ତ୍ରଧାରୀ ।ଜରାସନ୍ଧ ଆଦି ସର୍ବେ ଏକମୁଖ ହୋଇମହାଭୟଙ୍କର ଯୁଦ୍ଧ ଆରମ୍ଭିଲେ ତହିଁ ।ଗଜଙ୍କ ସହିତେ ଗଜ ହେଲେ ଭେଟାଭେଟିଅଶ୍ୱାରୋହୀ ଯୁଦ୍ଧକଲେ ଅଶ୍ୱ ସଙ୍ଗେ ଯୋଟି ।ପଦାତି ସଙ୍ଗେ ପଦାତି ଲାଗି କଲେ ରଣରଥୀଙ୍କି ଆବୋରି ରଥୀ ବରଷିଲେ ବାଣ ।ମାର ମାର ଧର ଧର ବୋଲି ଦ୍ୟନ୍ତି ରଡ଼ିଗର୍ଜ୍ଜନ ଘାତରେ ଗିରିଶୃଙ୍ଗ ପଡ଼େ ଝଡ଼ି ।ଘୋଡ଼ାଙ୍କର ହ୍ରେଷାରବ ଗଜ ଘଣ୍ଟାଧ୍ୱନିବୀରଙ୍କର ସିଂହନାଦେ କମ୍ପିଲା ଅବନୀ ।ନିରନ୍ତର ପଡ଼ୁଅଛି ଶର ମାଳମାଳକକଡ଼ା ମାସରେ ଯେହ୍ନେ ବରଷଇ ଜଳ ।ତେସନକ ଆକାଶରୁ ହେଲା ଶରବୃଷ୍ଟିନ ପଡ଼ିଲା ସୂର୍ଯ୍ୟ କର ନ ଦିଶଇ ସୃଷ୍ଟି ।ଛୟାଣୋଇ ସସ୍ର ରାଜା ହୋଇଲେକ ରୁଣ୍ଡଯାଦବଙ୍କ ଶରାଘାତେ ହେଲେ ଖଣ୍ଡ ଖଣ୍ଡ ।ବୈଷ୍ଣବୀ ମାୟାରେ ଗୁଣ ନ ଜାଣନ୍ତି କେହିଉଗ୍ରସେନ ନରପତି ମନେ ବିଚାରଇ ।ରାମକୃଷ୍ଣ ରୂପେ ବିଷ୍ଣୁ ସ୍ୱୟଂ ଅବତାରତାହାଙ୍କୁ ଜିଣିବା ପାଇଁ ସାମର୍ଥ୍ୟ କାହାର ।ରଥ ଗଜ ପଦାତିକ ଅଶ୍ୱ ଆଦିକରିସମସ୍ତଙ୍କୁ ନିଜ ତେଜ ଦେଇଛନ୍ତି ହରି ।ତେଣୁ ଯାଦବଙ୍କ ମନେ ନାହିଁ କିଛି ଶଙ୍କାଗୋଡ଼ାଇ ମାରନ୍ତି ସର୍ବେ ହୋଇ ରଣରଙ୍କା ।ବାଜଇ ଟମକ ଭେରୀ ମୁରଜ ନିଶାଣମର୍ଦ୍ଦଳ ଘୁମୁରା କଡ଼ା ଢୋଲ ବଜ୍ରବାଣ ।ନାଚନ୍ତି ଧାମନ୍ତି ରୋଷେ ରଣେ ପରଚଣ୍ଡାକରେ ଫଳା ଆଢ଼େଣୀ ଯେ କୁନ୍ତ ଫରୀଖଣ୍ଡା ।କାଟନ୍ତି ପିଟନ୍ତି ରୋଷେ କେହୁ ଆଗେ ବଢ଼ିମଡ଼ାର ଉପରେ ମଡ଼ା କୁଢ଼ ହେଲେ ଛିଡ଼ି ।ପରିଘାଇ ଯଦୁବୀରେ କରୁଛନ୍ତି ରଣସଂଗ୍ରାମ ଭିତରେ ଆସି ପଶିଲା ରୁକ୍ମଣ ।ସମରକୁ ଶଙ୍କା ନ କରିଣ ଅତି କୋପେକେଉଁଠି ରୁକ୍ମିଣୀ ଅଛି ବୋଲି ଖୋଜେ ଆପେ ।ଏମନ୍ତ ସମୟେ ତାର ପାଶେ ଚାରଗଣଜଣାଇଲେ କନ୍ୟା ଘେନି ଗଲେ ନାରାୟଣ ।ଭୋଦେବ ରୁକ୍ମଣ ତୁମ୍ଭେ ବିଚାରୁଛ କିସଅପୂର୍ବ ଘଟଣା ଏଥେ ହୋଇଲା ତ ଦୃଶ୍ୟ ।ଦଇବର କୃତ୍ୟ ସିନା ଏକଥା ବୋଲିବାଗଉଡ଼ର ପୁତ୍ରେ ହେବେ ରାଜକନ୍ୟା ବିଭା ।ଆରେକ ଚାର ଆସିଣ କହିଲା ବିନୟୀଗୋଡ଼ାଇଲେ ତା ପଛରେ ଭେଟ ହେବାଯାଇ ।ଆରେକ ଦୂତ ବୋଇଲା ଦେଖିଲି ମୁଁ ଆଗେଏକା ହୋଇ ଯାଉଅଛି କେହି ନାହିଁ ସଙ୍ଗେ ।କୃଷ୍ଣ ବେଣୀ ନଦୀତୀରେ ତଳେ ରହୁବରଅକ୍ରୂର ସାରଥି ରଥ ବାହେ ଧୀର ଧୀର ।ଡଗର ମୁଖରୁ ଶୁଣି ଏମନ୍ତ ବଚନସାରଥିକି ଚାହିଁ ବୋଲେ ଭୀଷ୍ମକନନ୍ଦନ ।ରୁକ୍ମିଣୀକି ଘେନି କୃଷ୍ଣ ଯାଏ ଯେଉଁମାର୍ଗେସେହିମାର୍ଗେ ରଥ ମୋର ବାହା ଅତିବେଗେ ।ଆବର ସକଳ କଥା ମନୁ ଦୂର କରକନ୍ୟା ନ ଆଣିଲେ ଚିତ୍ତ ଅଥୟ ମୋହର ।କେତେ ଦୂର ଯିବ ମୋର ଆଗୁଁ ସେ ଗଉଡ଼ମୁଁ ତାକୁ ବଧିବାଯାଏ ପ୍ରାଣ କଲି ପୀଢ଼ ।ଆଜ୍ଞା ପାଇ ସୂତ ତାର ବାହିଲା ସ୍ୟନ୍ଦନପବନୁ ବେଗରେ ରଥ କରଇ ଗମନ ।ସୁଗନ୍ଧ ନାମରେ ବନ ଚୂଡ଼ଙ୍ଗ ଦେଶରେଧର୍ମ ଗିରି ନାମେ ଏକ ପର୍ବତ ସେଠାରେ ।ସେ ଗିରି ଦକ୍ଷିଣ କୋଣେ ଜଳଣି ଡିଙ୍ଗରଦେଖିଲେ ଯାଉଛି ନନ୍ଦିଘୋଷ ରହୁବର ।ବିଜୁଳି ସମାନେ ତାର ବିରାଜଇ ଜ୍ୟୋତିଚୋଖାର ତୁରଙ୍ଗମାନେ ଖେପୁଛନ୍ତି ଧାତି ।ରୁକ୍ମଣ ଦେଖି ଡାକିଲା ରଥପରେ ଉଠିଆରେ ଆରେ କନ୍ୟାଚୋର ରହରେ ପାଲଟି ।ଆପେ ଯାହା ଅର୍ଜିଅଛୁ ଭୁଞ୍ଜିବୁ ସେ ଫଳସରିଲା ତୋ ଯଶ ଶିରୀ ପୂରିଲା ତୋ କାଳ ।ଗୋପପୁରେ ଗୋପନାରୀମାନଙ୍କୁ ଭୁଲାଇହରିବା କଥା ଏଠାରେ କଲୁ କିରେ ବାଇ ।ଆଜ ତାର ପ୍ରତିଫଳ ଦେବି ମୁହିଁ ତୋତେଆଗରେ ପଡ଼ିଛୁ ଆଉ ଯିବ କିରେ ସତେ ।ମିଛେ ମିଛେ ନାରାୟଣ ବୋଲାଉଛୁ ତୁହିତୁ ପାପୀର ସବୁ କଥା ଜାଣିଅଛି ମୁହିଁ ।କଂସ ଡରେ ବସୁଦେବ ଚୋରାଇଣ ନେଲାନନ୍ଦ ଗଉଡ଼ର ଘରେ ତୋତେ ଛାଡ଼ିଦେଲା ।ଗଉଡ଼ର ଅନ୍ନ ଖାଇ ହରାଇଲୁ ଜାତିନନ୍ଦସୁତ ବୋଲି ତୋତେ ସମସ୍ତେ ବୋଲନ୍ତି ।ରାଜହତ୍ୟା ଗୋରୁହତ୍ୟା ସ୍ତିରୀହତ୍ୟା କଲୁଆବର ଅନେକ ପାପ ତହିଁ ଅରଜିଲୁ ।ମଥୁରା ରାଜ୍ୟ ତୋ ଯୋଗୁଁ ହୋଇଲା ବିଧ୍ୱଂସନିର୍ଲ୍ଲଜ ମୁଖରେ ତୋର ଲାଜ ନାହିଁ ଲେଶ ।ଯାଦବେ ଭଣ୍ଡିଲା ପ୍ରାୟ ମଣିଅଛୁ ମୋତେମାଂସ କାଟି ବିଶାବଳି ଦେବି ଆଜ ତୋତେ ।ତୋ ସମାନେ ଅଲାଜୁକ ଜଗତରେ ନାହିଁଅବରଣେ ଆସି କନ୍ୟା ନେଉଛୁ ଚୋରାଇ ।ଏଡ଼େ ମହାସଭାରେ ତୁ କରାଇଲୁ ଲାଜତୋତେ ବଧ କଲେ ମୋର ସିଦ୍ଧ ହେବକାର୍ଯ୍ୟ ।ଏମନ୍ତ ବୋଲି ସେ ରଥ ଧୂଆଇଁଲା ବେଗେକହୁଁ କହୁଁ ଓଗାଳିଲା କୃଷ୍ଣଙ୍କର ଆଗେ ।ରୁକ୍ମିଣୀକୁ ବୋଇଲା ତୁ ମୂଢ଼ ବଡ଼ନଷ୍ଟାକୁଳରେ କଳଙ୍କ ଲଗାଇଲୁ ତୁ ପାପିଷ୍ଠା ।ଗୁପତରେ ଲେଖା ଦେଇ ବିପ୍ରକୁ ପଠାଇକଣ୍ଟ କରିଣ ବାଟକୁ ରହିଥିଲୁ ଚାହିଁ ।ତୋତେ କି ବୋଲିବି ଏହା କରିଛି ସୁମେଧାସେ ପାପିନୀ ଘରେ ଥାଇ ଦେଲା ଏଡ଼େ ବାଧା ।ଏହିକ୍ଷଣି ସମସ୍ତଙ୍କୁ ପୋଡ଼ିବି ମୁଁ ବାଣେକେ ରକ୍ଷା କରିବ ଆସି ଛିଡ଼ା ହେଉ ରଣେ ।ଏତେ ବୋଲି ବୀରମଣି ଧନୁ ଧରି କରେମନ୍ତ୍ର ସୁମରି ନାରାଚ ପେଷିଲା ସତ୍ୱରେ ।କର୍ଣ୍ଣମୂଳ ପରିଯନ୍ତେ ଟାଣି ଧନୁ ଗୁଣଅର୍ବୁଦେ ନାରାଚ ସନ୍ଧି ପେଷିଲା ସେ ପୁଣ ।ସହସ୍ରେ ବେନି ବିଶିଖ ତୀକ୍ଷ୍ଣ ମୁନା ବାଛିହସ୍ତ ବ୍ୟଗ୍ରେ ବିନ୍ଧିଲା ସେ ଭୀଷ୍ମକର ବତ୍ସି ।ଅର୍ଦ୍ଧ ନିମିଷକେ ସନ୍ଧି କୋଟି କୋଟି ଶରବିନ୍ଧନ୍ତେ ମଣ୍ଡଳାକାର ଦିଶେ ଧନୁ ଦାର ।ଅନିବାର ଯୋଦ୍ଧା ସେହୁ ଅଟଇ ରୁକ୍ମଣକହୁଁ କହୁଁ ସରଜିଲା ଅସ୍ତ୍ର ଅପ୍ରମାଣ ।ଭୂଷଣ୍ଡୀ ତୀକ୍ଷ୍ଣ ମୁନା ଯେ ଆବର ଶାବେଳିତୋମର ଗୁରୁଜ ଗଦା ପେଷେ ମହାବଳୀ ।ବଜ୍ରପାତ ହେଲା ପ୍ରାୟ ଶୁଭେ ଗୁଣନାଦଭୟେ ଚରାଚର ପ୍ରାଣୀ ହୋଇଲେ ସ୍ତବଧ ।ଥରହର ବସୁନ୍ଧରା କମ୍ପେ ନବସୃଷ୍ଟିଦଶଦିଗଯାକେ ବାଣ ଆଚ୍ଛାଦିଲା ଘୋଟି ।କକଡ଼ା ମାସରେ ଯେହ୍ନେ ବୃଷ୍ଟି କରେ ଘନତେସନ ବାଣ ବରଷା କରଇ ରୁକ୍ମଣ ।ଦିବସରେ ଅନ୍ଧକାର ନ ଦିଶଇ ପଥଶରବ୍ରାତେ ନ ଚଳିଲା ନନ୍ଦିଘୋଷ ରଥ ।ରଟମଟ କଟକଟ ଭୟଙ୍କର ନାଦଦେବଗଣ ଦେଖି ସ୍ୱର୍ଗେ ଲଭିଲେ ବିଷାଦ ।ରୁକ୍ମଣର ପରାକ୍ରମ ଦେଖି ଚକ୍ରପାଣିଶାରଙ୍ଗ ଧନୁରେ ଗୁଣ ଦେଇ ସେହିକ୍ଷଣି ।ମନଭେଦୀ ନାରାଚକୁ ବାଛି କରେ ଧରିବିନ୍ଧିଲେ ଆକର୍ଣ୍ଣ ଯାଏ ଗୁଣକୁ ଓଟାରି ।ସେ ବାଣ ବିଜୁଳି ପ୍ରାୟ ଗଗନରେ ଘୋଟିରୁକ୍ମଣର ବାଣମାନ ପକାଇଲା କାଟି ।ପୁଣି କତୁରୀ ନାରାଚ ପୂରାଇ ଧନୁରେରୁକ୍ମଣର ହସ୍ତରୁ ଧନୁ ଛେଦିଲେ ସତ୍ୱରେ ।କଙ୍କପକ୍ଷ ତୀକ୍ଷ୍ଣ ମୁନା ବାଣ ପେଷି ପୁଣିସାରଥି ସହିତେ ଚାରିଅଶ୍ୱ ଦେଲେ ହାଣି ।ବିରଥ ହୋଇଣ କୋପେ ଭୀଷ୍ମକର ବଳାରଥରୁ ଡେଇଁଲା କରେ ଧରି ଖଡ଼୍ଗଫଳା ।ବିକ୍ରମ ସିଂହ ପରାୟେ ଧାଇଁ ଅତିବେଗେକ୍ଷଣକେ ମିଳିଲା ଯାଇ ନନ୍ଦିଘୋଷ ଆଗେ ।ବିଚିତ୍ର ମଣ୍ଡଳ ଦେଇ କଲା ପାଦଗତିତା ଦେଖି ମନ୍ଦହାସ କରି ଲକ୍ଷ୍ମୀପତି ।ହାବୋଡ଼ା ଶରେକ ସନ୍ଧି ପେଷିଲେ ତକ୍ଷଣଭୟଙ୍କର ଧ୍ୱନିକରି ଚଳିଲା ସେ ବାଣ ।ବାଜନ୍ତେ ସେ ଶର ଯାଇ ତାର ବକ୍ଷସ୍ଥଳେତକ୍ଷଣେ ପଡ଼ିଲା ମୂର୍ଚ୍ଛା ହୋଇ ଭୂମିତଳେ ।ପୁଣି ପାଶୁପତ ଶର ପେଷି ଚକ୍ରଧରବିଚାରିଲେ ଛେଦି ଦେବି ନିଶ୍ଚେଁ ଏହା ଶିର ।ଏତେ ବୋଲି ବାଣ ଗୁଣେ ବସାନ୍ତେ ସେ ଆଣିକରପତ୍ର ଯୋଡ଼ି ତାଙ୍କୁ କହିଲେ ରୁକ୍ମିଣୀ ।ଭୋ ଦେବ ହେ ଜଗନ୍ନାଥ ପ୍ରଭୁ ଦେବରାଜାତ୍ରିଭୁବନ ପ୍ରାଣୀମାନେ ତୁମ୍ଭର ପରଜା ।ଶୁଭାଶୁଭ କର୍ମ ତୁମ୍ଭେ କରିପାର ଆନଭକତ ଜନଙ୍କ ବନ୍ଧୁ କରୁଣା ନିଧାନ ।ଅଶେଷ କୋଟି ବ୍ରହ୍ମାଣ୍ଡ ତୁମ୍ଭେ ଜାତ କରପ୍ରଳୟ କାଳରେ ପୁଣି ଗର୍ଭରେ ସଂହର ।ନିହନ୍ତା ବିହନ୍ତା ତୁମ୍ଭେ ସ୍ୱୟଂ ଭଗବାନନାମ ସୁମରନ୍ତେ ପାପ ହୁଅଇ ଖଣ୍ଡନ ।କୀଟୁଁ ଆଦି ବ୍ରହ୍ମଯାଏ ପୂରିଛି ଜଗତେଶତ୍ରୁମିତ୍ର ଭାବ ପୁଣି ନାହିଁ ଯାର ଚିତ୍ତେ ।ସର୍ବଘଟେ ପୂରିଅଛି ହୋଇ ଏକରୂପଅହିଂସା ଶରୀରେ କିପାଁ ଧରୁଅଛ କୋପ ।ଜଗତ ଜନ ସୋଦର ତୁମ୍ଭେ ବିଶ୍ୱବାସଏଛାର ପାପୀର ବାରେ କ୍ଷମା କର ଦୋଷ ।ବିଷ୍ଣୁ ନିନ୍ଦାକରି ଆପେ ହୋଇଅଛୁ ପାପୀଆପଣା ପାପରେ ନାଶଯିବ ଏ ଅଦ୍ୟାପି ।ବାରେକ ଏହାକୁ ରକ୍ଷା କର ଦେବ ସ୍ୱାମୀଏତେ ବୋଲିଣ ରୁକ୍ମିଣୀ ସସ୍ର ପରଣାମି ।ଭୋଦେବ ନ ଜାଣି ମନ୍ଦ କର୍ମ କଲା ମୂର୍ଖଶରଣ ପଞ୍ଜର ନାଥ ବାରେ ୟାକୁ ରଖ ।ଏ ତୁମ୍ଭଙ୍କୁ ବନ୍ଧୁପଣେ କେବେ ନୁହେଁ ଯୋଗ୍ୟଆପେ ଯାହା ଅର୍ଜିଅଛି କରିବ ସେ ଭୋଗ ।ଏହାର ଦୋଷକୁ ଦଣ୍ଡ ଅଟଇ ମରଣତୁମ୍ଭେ ବଧ କଲେ ନିନ୍ଦା ପାଇବି ମୁଁ ଜାଣ ।ବୋଲିବେ ରୁକ୍ମିଣୀ ଭାଇ କରାଇଲା ନାଶଏଥିରୁ ଲାଗିବ ମୋତେ ଭ୍ରାତୃହତ୍ୟା ଦୋଷ ।ଜନ ଅପବାଦ ତୁମ୍ଭେ ନ ଜାଣି କି ହରିଲୋକାପବଦାରୁ ମୋତେ ବାରେ କର ପାରି ।ରୁକ୍ମିଣୀ ବିନୟ ଶୁଣି ତୋଷେ ପୀତବାସସାତବେଣ୍ଟି କରାଇଲେ ରୁକ୍ମଣର କେଶ ।କତୁରୀ ନାରାଚ ପୁଣି ପେଷିଲେ ବାହୁଡ଼ିଅଧେନିଶ ରଖି ତାର ଲଣ୍ଡାଇଲେ ଦାଢ଼ି ।ପୁଣି ନାଗପାଶ ବାଣ ପେଷି ଚକ୍ରଧରନନ୍ଦିଘୋଷ ରଥେ ତାକୁ ବାନ୍ଧିଲେ ସତ୍ୱର ।ଜୀବନରେ ନ ମାରିଣ ମଲାପ୍ରାୟ କରିରଥେ ବାନ୍ଧି ଦ୍ୱାରକାକୁ ବିଜେ କଲେ ହରି ।କୁଶସ୍ଥଳୀ ଦ୍ୱାରକାରେ ମିଳିଲେ ବହନରୁକ୍ମିଣୀ ଦେବୀଙ୍କ ଧରି ଭଗବାନ ।ସୁମେଧା ସହିତେ ରଥୁ ଓହ୍ଲାଇଣ ଗଲେପହଣ୍ଡ ମଣାଇ ଆଗେ ଅକ୍ରୂର ଚଳିଲେ ।ଅନ୍ତଃପୁରେ ମିଳି ମାତା ପିତାଙ୍କ ଚରଣେଭକ୍ତିଭରେ ନମସ୍କାର କଲେ ବେନି ଜନେ ।ପୁତ୍ର ସଙ୍ଗେ ପୁତ୍ରବଧୂ ଦେଖି ମାତା ପିତାଆନନ୍ଦ ହୋଇଲେ ମନୁ ଛାଡ଼ି ସବୁ ଚିନ୍ତା ।ଇନ୍ଦୁମତୀ ଆଦି ଅନ୍ତଃପୁର ନାରୀଗଣହୁଳହୁଳି ଦେଇ ନେଲେ କନ୍ୟା ବନ୍ଦାଇଣ ।ସୁମେଧା ରୁକ୍ମିଣୀ ଦୁହେଁ ଦ୍ୱାରକା ରହିଲେଶୁଣ ହେ ପରୀକ୍ଷ ରାଜା ଶୁକମୁନି ବୋଲେ ।ନନ୍ଦିଘୋଷ ରଥେ ବନ୍ଧା ହୋଇଛି ରୁକ୍ମଣରୁକ୍ମିଣୀଙ୍କି ପାଇ ତୋଷ ହେଲେ ନାରାୟଣ ।ସେ ପ୍ରଭୁଙ୍କ ପାଦପଦ୍ମେ ସଦା ମୋର ସେବାଅଚ୍ୟୁତ ଦାସକୁ ସ୍ୱାମୀ ଗତି ମୁକ୍ତି ଦେବା ।