ହରିବଂଶ (ପ୍ରଥମ ଖଣ୍ଡ)
ମହାପୁରୁଷ · ପ୍ରାୟ ୧୪୮୫–୧୫୭୦
- ପଢ଼ିବା ସମୟ
- ୪୦୮ ମିନିଟ୍
- ଶବ୍ଦ
- ୬୫୨୩୭
- ସ୍ଥିତି
- ସାର୍ବଜନୀନ (Public domain)
ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ।ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟ ମୃଦୀରୟେତ୍ ।ଯଂ ବ୍ରହ୍ମାବରୁଣେନ୍ଦ୍ର ରୁଦ୍ରମରୁତଃ ସ୍ତୁନ୍ୱନ୍ତି ଦିବ୍ୟେ ସ୍ତବୈର୍ବେଦୈଃ ସାଙ୍ଗପଦତ୍ରମୋପନିଷଦୈର୍ଗାୟନ୍ତି ଯଂ ସାମଗାଃ ।ଧ୍ୟାନାବସ୍ଥିତିତଦ୍ଗତେନ ମନସା ପଶ୍ୟନ୍ତି ଯଂ ଯୋଗିନୋ ।ଯସ୍ୟାନ୍ତଂ ନ ବିଦୁଃ ସୁରାସୁରଗଣାଃ ଦେବାୟ ତସ୍ମୈ ନମଃ ॥
ବ୍ୟାସଂ ବଶିଷ୍ଠନପ୍ତାରଂ ଶକ୍ତେଃ ପୌତ୍ରମକଳ୍ମଷଂପରଶରାତ୍ମଜଂ ବନ୍ଦେ ଶୁକତାତଂ ତପୋନିଧିଂ ॥
ତତୈବ ଗଙ୍ଗା ଯମୁନା ଚ ତତ୍ର ଗୋଦାବରୀ ତତ୍ର ସରସ୍ୱତୀ ଚ ।ସର୍ବାଣି ତୀର୍ଥାନି ବସନ୍ତି ତତ୍ର ଯତ୍ରାଚ୍ୟୂତୋଦାରକଥା ପ୍ରସଙ୍ଗଃ ।ବେଦେ ରାମାୟଣେ ଚୈବ ପୁରାଣେ ଭାରତେ ତଥା ।ଆଦୌ ଚାନ୍ତେ ଚ ମଧ୍ୟେ ଚ ହରିଃ ସର୍ବତ୍ର ଗୀୟତେ ॥
ବନ୍ଦନା
ବନ୍ଦଇ ଶ୍ରୀ ଗଣପତି ସୁଧାକାରଧାରୀସକଳ ବିଦ୍ୟାର ତୁମ୍ଭେ ଅଟ ଅଧିକାରୀ ।ଅରୁଣ ବର୍ଣ୍ଣ ତୁମ୍ଭର ଶୋଭା ଗଜଶିରମନୋରଥ ଆସନ ତୋ ବାହନ ଇନ୍ଦୂର ।କୁଞ୍ଜର ବଦନ ତୋର ମନୁଷ୍ୟର କାୟାଅଗୋଚର ବୁଦ୍ଧି ତୋର ବିଶ୍ୱକୂଟ ମାୟା ।ତୋର ବୁଦ୍ଧିରେ ତ୍ରିପୁର ଦୈତ୍ୟ ଗଲା ନାଶତେଣୁ ସୁସ୍ଥ ହୋଇଲା ଏ ସଂସାର ତ୍ରିଦଶ ।ଦେବଙ୍କ ଉପରେ ଦେବ ଅଟୁ ତୁହି ସ୍ୱାମୀପୂଜନ୍ତି ସଚରାଚର ତୋ ଚରଣେ ନମି ।ଅନାଦି ସ୍ୱୟମ୍ଭୁ ଲିଙ୍ଗ ଈଶ ତୋର ପିତାପରମ ଯୋଗାଧିଶ୍ୱରୀ ପାର୍ବତୀ ତୋ ମାତା ।ପରଶୁ ଅଙ୍କୁଶ କରେ ଶୋହେ ଭଗ୍ନଦନ୍ତନିରାକାର ପୁରୁଷ ତୋ ନାହିଁ ଆଦିଅନ୍ତ ।ବେଦଶାସ୍ତ୍ରେ ପରିପୂର୍ଣ୍ଣ ଅଟେ ତୋର ଦେହୀଜଗତଜନ ସୋଦର ଭକ୍ତ ଭାବଗ୍ରାହୀ ।ନବ ନାଟକ ଆଦି ଯେ ବିଦ୍ୟା ଭିନ୍ନ ଭିନ୍ନଧ୍ୟାନେ ଚିନ୍ତନ୍ତି ଯାହାକୁ ସଦା ଯୋଗୀଜନ ।ତୁମ୍ଭେ ଯେ ଅନନ୍ତକୋଟି ବ୍ରହ୍ମାଣ୍ଡକାରେଣୀଯୋଗାଧିରୂଢ଼ ପୁରୁଷ ପରଂବ୍ରହ୍ମ ସ୍ୱାମୀ ।ଅନନ୍ତ ନାଗଶୋଭିତ ତୁମ୍ଭ ଜଟାଭାଗେପରମାନନ୍ଦ ପୁରୁଷ ମନ ତୋର ଯୋଗେ ।ଏ ଜଗତ ମଧ୍ୟେ ତୁହି ଅଟୁ ଦେବଶ୍ରେଷ୍ଠଦେବ ଦେବାଙ୍ଗ ବିଦ୍ୟାରେ ଅଟୁ ତୁ ଗରିଷ୍ଠ ।ଅନାଥଜନବାନ୍ଧବ ଜଗତ ତାରଣମହାବିଘ୍ନମାନଙ୍କର ଅଟୁ ବିନାଶନ ।ତେଣୁ ବିଘ୍ନରାଜ ନାମ ଅଟଇ ତୋହରଏ ମାୟାସଂସାରୁ ପ୍ରଭୁ ମୋତେ ତୁ ଉଦ୍ଧର ।ଏ ଘୋର ସଂସାରେ ପଡ଼ି ହେଉଛି ମୁଁ ବଣାତେଣୁ ବିଘ୍ନରାଜା ପାଦପଦ୍ମ କଲି ଠଣା ।ବିସ୍ତୁର ମଣି ମାଣିକ୍ୟ ହୃଦକୁ ତୋ ଶୋଭାବର୍ତ୍ତୁଳ ଗଜମୁକୁତା ହାର ମନଲୋଭା ।ନବରତନ ମେଖଳା ଘାଗୁଡ଼ି ଯେ ସାଜେଧୀରେ ଧୀରେ ଗମନ୍ତେ ସେ ରୁଣୁଝୁଣୀ ବାଜେ ।ପୃଥୁଳ ସୁନ୍ଦର କଳେବର ହରବଳାବୁଦ୍ଧିମନ୍ତ ଗୁଣବନ୍ତ ତେଜ ଅର୍ନଗଳା ।ଜମ୍ୱୁନଦ କଙ୍କଣ ତୋ ଶୋହେ ବେନିହସ୍ତେଜନମ ମରଣ ବାଧା ନ ଲାଗଇ ତୋତେ ।ସୁଜାଣ ଅତି ପଣ୍ଡିତ ଅଟନ୍ତି ଯେ ପ୍ରାଣୀତୋ ପାଦ ପୂଜା କରନ୍ତି ଶୁଭବେଳା ଜାଣି ।ଧର୍ମ ଅର୍ଥ କାମ ମୋକ୍ଷ ଯାର ଯେବା ବିଧିମନୋବାଞ୍ଛା ପୂର୍ଣ୍ଣ କରୁ କାର୍ଯ୍ୟ ହୁଏ ସିଦ୍ଧି ।ପୂର୍ବରେ ତୁମ୍ଭଙ୍କୁ ପୂଜା କଲେକ ବିରଞ୍ଚିତହୁଁ ସେହି ପରମେଷ୍ଠି ଜନ ଜନ୍ତୁ ସଞ୍ଚି ।ତୁମ୍ଭଙ୍କୁ ପୂର୍ବରେ ପୂଜା କଲେ ମାରକଣ୍ଡଜାଣିଲେ ପ୍ରଳୟ ଖଣ୍ଡ ଖଣ୍ଡି ଯମଦଣ୍ଡ ।ତୁମ୍ଭଙ୍କୁ ପୂର୍ବରେ ସେବା କଲେ ସୁରପତିସ୍ୱର୍ଗେ ଇନ୍ଦ୍ରପଦ ପାଇ ହେଲେ ଶଚୀପତି ।ଦିଗପାଳ ବରୁଣ ଯେ କଲେ ତୁମ୍ଭ ପୂଜାସପତ ବାରିନିଧିରେ ହେଲେ ମହାରାଜା ।ତୁମ୍ଭଙ୍କୁ ଭକ୍ତି ପୂର୍ବେ କଲେକ କୁବେରଅଷ୍ଟନିଧିରେ ରହିଲା ତାଙ୍କ ଅଧିକାର ।ଶୁକ ସନକ ବ୍ୟାସେ ଯେ ଜନକ ବଶିଷ୍ଠତୁମ୍ଭ ସେବାରେ ଖଣ୍ଡିଲେ ସକଳ ଅରିଷ୍ଟ ।ମାନବ ହୋଇ ଯେ ସେବା କରନ୍ତି ତୁମ୍ଭଙ୍କୁଜୀବ ଥିବାଯାଏ ଲକ୍ଷ୍ମୀ ନ ଛାଡ଼ଇ ତାଙ୍କୁ ।ଅଷ୍ଟ ଅଇଶ୍ୱର୍ଯ୍ୟ ନାଥ ତୁମ୍ଭେ ଦେଇପାରସଂସାରକରତା ନାଥ ମହିମା ଅପାର ।ତୁମ୍ଭେ ତ ଅନାଦି ନାଥ ତୁମ୍ଭେ ଅଟ ଆଦିଜଳ ସ୍ଥଳ ଅନଳକୁ ତୁମ୍ଭେ ପାର ଭେଦି ।ତୁମ୍ଭ ମହିମା ଅନନ୍ତ ତାର ଅନ୍ତ ନାହିଁମୁଁ କିସ କହିବି ନାଥ ନରଦେହ ବହି ।ତୁମ୍ଭେ ଦେବ ଲମ୍ୱୋଦର ସକଳ କାରେଣୀଅନୁଗ୍ରହ କର ମୋତେ ବିଜ୍ଞଶିରୋମଣି ।ତବ ପାଦପଦ୍ମେ ନିତ୍ୟ ଲାଗୁ ମୋର ସେବାଧନଦ୍ରବ୍ୟ ବିଦ୍ୟା ବର ଯାଚି ମୋତେ ଦେବା ।ସେବା କରିବା ଭାଜନ ନୁହେ ମୁହିଁ କିଛିତୁମ୍ଭ ନାମଗୋଟି ହୃଦମଧ୍ୟେ ଭାବୁଅଛି ।ହରିବଂଶ ପୁରାଣ ମୋ କହିବାକୁ ଇଚ୍ଛାଆହେ ଗଣନାଥ ଦିଅ ପ୍ରସନ୍ନେ ଏ ଦୀକ୍ଷା ।ତେବେ ମୋର ବାଞ୍ଛା ପ୍ରଭୁ ହୋଇଯିବ ସିଦ୍ଧିମୋହର କଣ୍ଠେ ବସିଣ କହିଦିଅ ବୁଦ୍ଧି ।ତୁମ୍ଭରି ପ୍ରସନ୍ନେ ନାଥ କହି ଦିବ୍ୟବାଣୀମହାପାତକ ବିନାଶ ହେବ ତାହା ଶୁଣି ।ତୁମ୍ଭେ ସ୍ୱାମୀ ଜାଣ ମୋର ଗତଜନ୍ମ କଥାମାନବ ଜନ୍ମ ଲଭି ମୁଁ ପାଇଲି ଅବସ୍ଥା ।ବିଷୟାଦ୍ୱନ୍ଦେ ପଡ଼ି ମୁଁ ପାଇଲଇଁ ଦୁଃଖଶାପରୁ ତାରଣ ମୋତେ କର ଗଜମୁଖ ।ହରିବଂଶ ଲେଖିବି ମୁଁ ପୂର୍ବେ ଯା ବଖାଣିସାନୁଗ୍ରହେ ଆଜ୍ଞା ମୋତେ ଦେବା ପାଶପାଣି ।ଭକ୍ତଜନ ଉଦ୍ଧାରନ୍ତା ସ୍ୱାମୀ ଚିନ୍ତାମଣିଲାଭ ହାନି କର୍ତ୍ତା ନାଥ ଦେବଙ୍କ ଅଗ୍ରଣୀ ।ଭକ୍ତ ଜନଙ୍କର ନାଥ ଅଟୁ ପ୍ରାଣନାହାପ୍ରସନ୍ନେ ପୂରଣ କର କଲି ବାଞ୍ଛା ଯାହା ।ଜୟ ସର୍ବ ମଙ୍ଗଳା ଗୋ ଅଟୁ ମାୟାରୂପୀଅନନ୍ତ କୋଟି ବ୍ରହ୍ମାଣ୍ଡଯାକ ଅଛୁ ବ୍ୟାପି ।ଯେଉଁ ନାମ ସୁମରନ୍ତେ ହୁଏ ବାଞ୍ଛା ସିଦ୍ଧିସୁନ୍ଦର ଶ୍ୟାମଳବର୍ଣ୍ଣ ଭାବନାର ନିଧି ।ଶୁଦ୍ଧ କର୍ମଦାନୀ ତୁ ଗୋ ଶୁଦ୍ଧ ତୋର କାୟାଅଖିଳ ବ୍ରହ୍ମାଣ୍ଡ ମଧ୍ୟେ ଖେଳେ ତୋର ମାୟା ।ସ୍ଥାବର ଜଙ୍ଗମ ମୂଳେ କୀଟାଦି ପତଙ୍ଗଅବିକାର ବ୍ରହ୍ମ ତୁ ଗୋ ସକଳ ତୋ ଅଙ୍ଗ ।ପୃଥ୍ୱୀ ଆପ ତେଜ ବାୟୁ ଆବର ଆକାଶଏ ପଞ୍ଚଭୂତ ତୋ ଦେହୁଁ ହୁଅନ୍ତି ପ୍ରକାଶ ।ସ୍ୱେଦଜ ଅଣ୍ଡଜ ଆଦି ପ୍ରାଣୀ ଚାରିଖାନିପଞ୍ଚଭୂତ ସଂଯୋଗରେ ରଚିଲୁ ଗୋ ପୁଣି ।ପଞ୍ଚରୂପୀ ପିତା ତୁ ଗୋ ମାତା ରଜୋରୂପୀଦିବସରେ ଜ୍ୟୋତି ତୁ ଗୋରାତ୍ରେ ତମୋରୂପୀ ।ଅସୁରଙ୍କ ଗର୍ବ ତୁ ଗୋ ଆପଣେ ନିବାରୁପ୍ରକୃତି ରୂପରେ ତୁ ଗୋ ନାନା ରୂପ ଧରୁ ।ଜୟ ଜୟ ହରି ତବ ଅଗୋଚର ବୁଦ୍ଧିମୂଳମନ୍ତ୍ର ଆଦ୍ୟେ ତୁମ୍ଭ ନାମ ମହୌଷଧି ।ଅକଳିତ ମାୟା ତବ କଳନା ନୁହଇଅବ୍ୟାହତ ଅଣାକାର ଅଟେ ତୁମ୍ଭ ଦେହୀ ।ଋକ ଯଜୁ ସାମାଥର୍ବ ଏହି ଚାରି ବେଦଓଁ କାର ସୁଷୁମ୍ନା ଜୀବ ପରମର ଭେଦ ।ବ୍ରହ୍ମବିଦ୍ୟା ଅଜପା ତୁ ଜପା ଯୋଗମୟବେଦ ମଧ୍ୟରେ ଓଁ କାର ଅଟେ ତୋର କାୟ ।ରୂପ ରେଖ ଆଦି ବର୍ଣ୍ଣ ତୋହର ତ ନାହିଁଅବତାର ମହୀଭାର ଉଦ୍ଧାରିବା ପାଇଁ ।ନାମ ବହିଲେ ଅବଶ୍ୟ ରୂପେକ ପ୍ରକାଶରୂପ ବହିଲେ ଅବଶ୍ୟ ହେବ ଯାଇ ନାଶ ।ତୁହି ପ୍ରଭୁ ଆଣାକାର ରୂପ ଆପେ ଧରୁସଂସାର କଳ୍ପନା କରି ଆତଯାତ କରୁ ।ବ୍ରହ୍ମା ରୁଦ୍ର ଇନ୍ଦ୍ର ଆଦି ଦେବ କୋଟି କୋଟିଭୂଲୋକ ସ୍ୱର୍ଲୋକ ଆଦି ତୁହି କରୁ ସୃଷ୍ଟି ।ପଞ୍ଚାଶ ଅକ୍ଷର ପୁଣି ମାତ୍ରା ବାରଗୋଟିଶାସ୍ତ୍ର ମୂଳଭିତ୍ତି ରୂପେ କରିଅଛୁ ସୃଷ୍ଟି ।ଚାରି ବେଦ ଷଡ଼ ଶାସ୍ତ୍ର ପୁଣି ବ୍ୟାକରଣକରୁ ତୁ ଜ୍ୟୋତିଷ ଗ୍ରନ୍ଥ ସକଳ ପୁରାଣ ।ଜ୍ୟୋତିଙ୍କର ଜ୍ୟୋତି ତୁମ୍ଭେ ଅଭାବର ଭାବପ୍ରାଣୀଙ୍କର ପ୍ରାଣରୂପେ ସଂସାରେ ସମ୍ଭବ ।ଅନୁଭବ ନାଥ ଆପେ କରୁ ସର୍ବସିଦ୍ଧିଏଥୁ ବାହାରି ନ ଯାଏ ତୋର ମନ ବୁଦ୍ଧି ।ସକଳ ପ୍ରାଣୀଙ୍କୁ ପ୍ରଭୁ ହେଲେ ନିର୍ଭାକଲଅଣାକାର ହୋଇ ତୁମ୍ଭେ ଜଗତେ ରହିଲ ।ତୋହର ମହିମା ନାଥ ଜାଣୁ ସିନା ତୁହିରୁଦ୍ର ବ୍ରହ୍ମା ଆଦିକରି ନ ଜାଣନ୍ତି କେହି ।ଅନେକ ମୁରତି ତୁମ୍ଭେ ଏ ସଂସାରେ ଧରପ୍ରକୃତି ଭେଦେ ପ୍ରାଣିଙ୍କି ଭିନ୍ନ ଭିନ୍ନ କର ।ତୁମ୍ଭଠାରୁ ଏ ସଂସାରେ ନାହିଁ ଭିନ୍ନ କାୟାକୀଟଠାରୁ ବ୍ରହ୍ମଯାଏ ସବୁ ତୁମ୍ଭ ମାୟା ।ଇନ୍ଦ୍ର ଆଦି ମହୀଧର ବାସୁକୀ ଦେବତାତେତ୍ରିଶ କୋଟି ରୂପେ ତୁ ଜଗତ କରତା ।କିଞ୍ଚିତ ମାତ୍ର ତୁମ୍ଭଙ୍କୁ ନ ପାରିଲେ ଜାଣିମୋହପରି ଅକିଞ୍ଚନ ପାରିବ କି ଜାଣି ।ଅନେକ ବୟସ ଗଲା ଚଞ୍ଚଳ ମୋ ମତିକିଛି ନ ଜାଣିଲି ପାଠଶାଠ ବିଦ୍ୟାରୀତି ।ନ ପଢ଼ିଲି କାବ୍ୟ ଶାସ୍ତ୍ର ନ ଜାଣେ ପୁରାଣଜନ୍ମାନ୍ତର ବିଦ୍ୟା ମାତ୍ର ହୋଇଲା ସ୍ମରଣ ।ସୁଜନ ଗୋଷ୍ଠିରେ ସଙ୍ଗ ନାହିଁ ମୋର ଜାଣମାନବ ଯୋନିରେ ପୁଣି ଲଭିଛି ଜନମ ।ପୂର୍ବଜନ୍ମ ହେତୁ ମୋତେ ହେଲା ଯହୁଁ ଦୃଶ୍ୟତେଣୁ ଗ୍ରନ୍ଥ କରିବାକୁ ବଳିଲା ସାହସ ।ସିଦ୍ଧ ବାକ୍ୟ ଶୁଣିବାରୁ ବଳିଲା ଶରଧାପ୍ରଭୁ ଦୟା କଲେ ମୋର ଘୁଞ୍ଚିଯିବ ବାଧା ।ଗୁରୁଜନମାନଙ୍କର ଚରଣେ ମୋ ସେବାପଦ ଯତି ହୁଡ଼ିଲେ ମୋ ଦୋଷ ନ ଧରିବା ।ଅଗାଧ ସମୁଦ୍ରେ ମୁହିଁ ଲୋଡ଼ୁ ଅଛି ଝାସିକେତେ କଥା ଦୃଶ୍ୟ ମୋତେ ହେଉଥିବ ଆସି ।ପଦ ପଦକେ ଅମୃତ ହୁଏ ଦିବ୍ୟ ବାଣୀପଣ୍ଡିତ ଲୋକଙ୍କଠାରୁ ଯାହା ଅଛି ଶୁଣି ।ଦେବନନ୍ଦିନୀ ଶାରଦା ଦେବୀ ମହାମାୟାସେହି ଯେବେ ମୋତେ କିଛି କରିବେ ସୁଦୟା ।ବିଷ୍ଣୁର ବଲ୍ଲଭୀ ତୁ ଗୋ ଅଟୁ ମାହେଶ୍ୱରୀସକଳ ବିଦ୍ୟାରେ ତୁହି ଅଟୁ ଅଧିକାରୀ ।କାବ୍ୟ ଯେ ନାଟକ ନ୍ୟାୟ ଶାସ୍ତ୍ର ବିଦ୍ୟମାନବେଦ ବେଦାଙ୍ଗ ରଚନା ଆଦି ଯେତେ ଜାଣ ।ପୁରାଣ ଆବର ନାନା ଶାସ୍ତ୍ର ଜଉତିଷଆଗମ ନିଗମ ତନ୍ତ୍ର ମନ୍ତ୍ରହିଁ ଅଭ୍ୟାସ ।ଯେପରି ହୋଇବ ଏହି ବିଦ୍ୟାମାନ ସାଧିକର ଅନୁଗ୍ରହ ମୋତେ କୃପାଜଳ ନିଧି ।ବୀଣାଯନ୍ତ୍ର ଆଦି ବାଦ୍ୟ ଶୋଭିତ ତୋ କରେଧ୍ୱନି କରନ୍ତି ଗାନ୍ଧାରରାଗେ ଦିବ୍ୟସ୍ୱରେ ।ଫରହର ଅଙ୍ଗେ ରଙ୍ଗେ ମୋହୁ ମହାମାୟାବିଦ୍ୟାଦାନ କର ମାତ କରି ମୋତେ ଦୟା ।ଧବଳ ଅଙ୍ଗେ ଶୋଭିତ ଚାରୁ କୃଷ୍ଣ କେଶନାନା କୁସୁମେ ମଣ୍ଡିତ ଗଭା ଚଉପାଶ ।ଚାଚର ଶୋଭିତ କେଶେ ଧନ୍ୟ ତୋ କବରୀସିଦ୍ଧ ଅଣାକାର କାୟା ଅଟ ମାହେଶ୍ୱରୀ ।ବିଷ୍ଣୁ ଦେବ ପ୍ରଭୁଙ୍କର ଅଟୁ ତୁ ଗୋ ଜାୟାଧବଳୀଅଙ୍ଗୀ ଜନନୀ ସର୍ବଦା ନିର୍ମାୟା ।ମୋହାର ମାଗୁଣି ମାଗୋ ଏତିକି ତୋ ପାୟେସୁପ୍ରସନ୍ନ ବର ମୋତେ ଦିଅ ମହାମାୟେ ।ମୋହର କଣ୍ଠେ ବସିଣ ପଦ ଦିଅ କହିଭାଷା ପ୍ରବନ୍ଧେ ରଚିବି ହରିବଂଶ ମୁହିଁ ।ତୁମ୍ଭେ ସୁପ୍ରସନ୍ନ ଯେବେ ହେବ ଜଗଦ୍ଧାତ୍ରୀସବୁ ବାଧା ଚାଲିଯିବ ଲଭିବ ସୁଖ୍ୟାତି ।ଘୋର ଅନ୍ଧାର ସଂସାର ମାୟାମୋହେ ବଦ୍ଧନିରତେ ପାପ କରନ୍ତି ପ୍ରାଣୀମାନେ ମନ୍ଦ ।ଅପବାଦ ଅହଙ୍କାର ହିଂସା ମନ୍ଦକର୍ମନିୟତ କରନ୍ତି ଜନେ ଭୁଲି ସାର ଧର୍ମ ।ତୁମ୍ଭେ ପ୍ରସନ୍ନ ହୋଇଲେ ବରୁଣର ଜେମାକହିବି ମୁଁ ହରିବଂଶ ପୁରାଣ ମହିମା ।କ୍ଲେଶ ଖଣ୍ଡି ଯଶ ଶିରୀ ଦିଅ ସଦଗତିଦୟା କରି ଖଣ୍ଡ ମୋର ଏ ଭବ ଦୁର୍ଗତି ।ମାନବ ଜନମ ମୁଁ ତ ଛାଡ଼ି ନ ପାରଇତେଣୁ ଏମାନ ମୁଁ ତୋତେ କହୁଛି ବୁଝାଇ ।ଯେ ଅବା ପଣ୍ଡିତ ବିଜ୍ଞ ପୁଣି ଭାଗ୍ୟବନ୍ତମୋହରେ ଜଡ଼ିତ ବୋଲି ଜାଣନ୍ତି ଜଗତ ।ଅକର୍ମ ସୁକର୍ମ ପାପ ପୁଣ୍ୟ ମୁଁ ଜାଣିଲିସଂସାର ଅନିତ୍ୟ ବୋଲି ତେଣୁ ମୁଁ ମଣିଲି ।ଜାଣିଲି ନାମର ବଳେ ଯାଏ ପାପରାଶିପାଇଲି ପରମ ଗତି ହରିନାମ ଘୋଷି ।ଜ୍ଞାନୀଏ ଜାଣନ୍ତି ସିନା ଏଥିର ଯେ ସିନ୍ଧିବିଷୟ ବନ୍ଧନେ ସେହି କେବେନୋହେ ବନ୍ଦୀ ।ସୁଜ୍ଞଜନମାନଙ୍କର ଅଟେ ମୁହିଁ ଦାସବାଳକମତି ମୋହର ନ ଘେନିମା ଦୋଷ ।ଜାଣି ନ ଜାଣି କହିବି ମୁହିଁ ହରିବାଣୀଅନେକ ଜନ୍ମ ପାତକ ଦଗ୍ଧ ହେବ ଶୁଣି ।ବିଷ୍ଣୁର ଚରିତ ଅବା କେ କହି ପାରିବଭୁଜ ପରାକ୍ରମେ କେବା ସମୁଦ୍ର ତରିବ ।ଅକଳିତ ମହିମା ଏ ହରିବଂଶ ବାଣୀସୁରାସୁରେ ନ ପାରନ୍ତି ସମ୍ପୂର୍ଣ୍ଣ ବଖାଣି ।ତାହା କହିବାକୁ ମୋର ବଳିଲା ମନୀଷାଚଞ୍ଚଳ ଚିତ୍ତରେ ମୁହିଁ କରିଛି ଭରସା ।ଅଟନ୍ତି ଯେ ଭାଗ୍ୟବନ୍ତ ପୁଣ୍ୟବନ୍ତ ପ୍ରାଣୀମୁକତି ବାଟ ଫିଟିବ ହରିବଂଶ ଶୁଣି ।ଯୁକତେ ହରିର ନାମ ପାପ କରେ କ୍ଷୟଯମଦଣ୍ଡ ବାଧାକୁ ନ ଥିବ ଆଉ ଭୟ ।ଅନନ୍ତ କୋଟି ବ୍ରହ୍ମାଣ୍ଡେ ଯେତେ ଛନ୍ତି ଅବାବିଷ୍ଣୁଙ୍କର ପଦାମ୍ୱୁଜେ କରି ସର୍ବେ ସେବା ।ସବୁର ଜୀବତ୍ମା ସେହି ଶ୍ରୀହରି ଅଟଇହରି ନିର୍ଦ୍ବନ୍ଦ୍ୱେ ସବୁରି ହୃଦୟରେ ଥାଇ ।ହରିନାମରେ ପ୍ରାଣୀର ଦୁର୍ଗତି ତୁଟଇହରି ନାମ ସୁମରିଲେ ଯମ ନ ଭେଟଇ ।ହରି ଏକା ନିର୍ଦ୍ୱନ୍ଦ୍ୱ ଯେ ସବୁ ଅଟେ ଦ୍ୱନ୍ଦ୍ୱତାକୁ ଆଶ୍ରା କଲା ପ୍ରାଣୀ ଛେଦେ କୂଟ ଛନ୍ଦ ।ଅବିଦ୍ୟା ବିଦ୍ୟାକୁ କରିଅଛି ଯେ ସଂସାରେହରିନାମ ବିନା ସେହି ସଂସାରୁ ନ ତରେ ।ସଂସାରରେ ହରି ନାମଗୋଟି ସାରସ୍ୱତହରି ଏହି ସଂସାରର ଅଟେ ତାତ ମାତ ।ଦେବଙ୍କ ଉପରେ ଦେବ ଅଧିଦେବ ହରିଯାଗ ଯଜ୍ଞ ପ୍ରଭୃତିରେ ଆଗ ତାଙ୍କୁ ବରି ।ସକଳ ପାପ ପୁଣ୍ୟକୁ ହରି ଅଟେ ସାକ୍ଷୀହରିର ନାମ ଜପଇ କପୋତ ଯେ ପକ୍ଷୀ ।ସେ ନାମ ଜପିଲେ ପ୍ରାଣି ତରିବେ ସଂସାରୁଏହି ହରିବଂଶ ହରିନାମ କଳ୍ପତରୁ ।କର୍ମଫଳ ଅନୁକ୍ରମେ ହରେ ପାପ ବ୍ୟାଧିଏହି ସଂସାରକୁ ହରିନାମ ମହୌଷଧି ।କୁବୁଦ୍ଧି ଅହନ୍ତା ମନ୍ଦପଣ ପାପକର୍ମଏହା ଯେ ଆଚରଣନ୍ତି ସେ କରନ୍ତି ଅଧର୍ମ ।ଘୋର ଅନ୍ଧାର ତିମିର ଜାଣ ମହାଗରୁହରି ନାମଗୋଟି ଅଟେ ତହିଁ କଳ୍ପତରୁ ।ସୁତ ବିତ୍ତାଦି ବିଷୟ ରସେ ସଦା ରସିପ୍ରାଣୀମାନେ ଧାଉଁଛନ୍ତି ନାହିଁ ଦିବାନିଶି ।ମହାରଜ୍ଜୁ ବନ୍ଧନରେ ଆବଦ୍ଧ ସକଳରକ୍ତମାଂସ ଦେହ ଏ ନଥିବ ଚିରକାଳ ।ବୃଷ୍ଟି ହେଲେ ଦିଶେ ଯେହ୍ନେ ଜଳବିମ୍ୱ ଗୋଟିତେସନ ପ୍ରକାରେ ଏହି ପଞ୍ଚପ୍ରାଣ ଘୋଟି ।ବହୁତ କଷ୍ଟରେ ଜାଣ ଛାଡ଼ିବ ଏ ପ୍ରାଣହରିନାମ ନ ଧଇଲେ ହେବ ଅକାରଣ ।ଜାଣୁ ଜାଣୁ ପ୍ରାଣୀମାନେ ହେଉଛନ୍ତି ଗଞ୍ଜିଯମ ସେହି ଯାତନାକୁ ଲେଖି କରେ ପାଞ୍ଜି ।ଅବସାନ କାଳେ ଜାଣ ହରିନାମ ସଖାଯମ ଧର୍ମ ବିଚାରିଣ କାଳେ ଥିବ ଏକା ।ଜୀବ ଯିବାଯାଏ ପ୍ରାଣୀ ଅର୍ଜିଥିଲେ ଯାହାପୁଣି ଅବଶ୍ୟ ଜନମି ଭୁଞ୍ଜଇ ନା ତାହା ।ମାୟା ମୋହେ ପଡ଼ି ଲୋଭ ମୋହଗ୍ରସ୍ତେ ଜଡ଼ିଯଥାକାଳରେ ସେ ଏକା ଯାଏ ସବୁ ଛାଡ଼ି ।ଇଷ୍ଟ ବନ୍ଧୁ କୁଟୁମ୍ୱ ଯେ ଭାରିଯା ସନ୍ତତିଅବସାନ କାଳେ କେହି ନ ଥିବେ ତା କତି ।ଯେ ଯାହାର ସେ ତାହାର ଆନ ନ ଭୁଞ୍ଜଇମିଛ ମୋହେ ପଡ଼ି ମହାଭାଗକୁ ବହଇ ।ଭଲମନ୍ଦ ଯେତେକ ସେ ଅର୍ଜ୍ଜଇ ସଂଯୋଗେଆପେ ତାହା ଏକା ଭୁଞ୍ଜେ କେହି ନାହିଁ ସଙ୍ଗେ ।ଏ କଥା ବିଚାର ଯେହୁ ଧର୍ମେ କରେ ଲୟଖଣ୍ଡିଏ ମହାପାତକ ହୋଏ ପୁଣ୍ୟମୟ ।ହରିଙ୍କର ନାମ ବିନା କେହି ନାହିଁ ସଖାମହାନଦୀ ତରଣିକୁ ନାମହିଁ ନଉକା ।ହରିନାମ ଗୋଟି ଜାଣ ଅଟେ ଗଣ୍ଠିଧନହରିନାମ ସୁମରନ୍ତେ ମିଳେ ପୁଣ୍ୟମାନ ।ହରିନାମ ସୁମରନ୍ତେ ପୁଣ୍ୟ ହୋଇ ଯେତେଜାଣିକରି ହରିନାମ ଉଚ୍ଚାରୁଛି ଚିତ୍ତେ ।ଶୁଣ ସର୍ବ ବିଜ୍ଞଜନେ ହୋଇ ଏକଚେତାଅଷ୍ଟାଦଶ ପୁରାଣ ଯେ କଲାକ ବିଧାତା ।ଦେବଙ୍କର ଅର୍ଥତତ୍ତ୍ୱ ଦେବଙ୍କର କଥାପବିତ୍ର ହୁଅନ୍ତି ତାର ବକତା ଯେ ଶ୍ରୋତା ।ପୁରାଣ ଭିତରେ ଶ୍ରେଷ୍ଠ ବିଷ୍ଣୁର ମହିମାଶୁଣନ୍ତେ ଯମ ଲଙ୍ଘି ନ ପାରେ ତାର ସୀମା ।ହରିବଂଶ ଶ୍ରୋତା ଯମ ଅର୍ଗଳି ଭାଙ୍ଗଇଯେ ପାପ ହୃଦରେ ଥାଇ ସକଳ ଖଣ୍ଡଇ ।ହରିବଂଶ ଶୁଣ ନରେ ଖଣ୍ଡିବ ଯେ ମୃତ୍ୟୁହରିବଂଶ ଶୁଣ ନରେ ମନେ କରି ହେତୁ ।ଧର୍ମ ଅର୍ଥ କାମ ମୋକ୍ଷ ଚଉବର୍ଗଧାରୀହରିକଥା ଶୁଣ ଭବୁ ଯିବ ଯେ ଉଦ୍ଧରି ।ହରିବଂଶ ଶୁଣ ଦିଶିଯିବ ସବୁ ବୁଦ୍ଧିହରିବଂଶ ଶୁଣ ନରେ ବାଞ୍ଛା ହେବ ସିଦ୍ଧି ।ରାଜଭୟ ଅଗ୍ନିଭୟ ଆଦି ସର୍ବ ଭୟହରିବଂଶ ଶୁଣି ନରେ କର ସବୁ କ୍ଷୟ ।ଶତକୋଟି ବାର ମଣି କର୍ଣ୍ଣିକାକୁ ଗଲେସମାନ ନହେବ ହରିବଂଶ ଶ୍ରୋତା ତୁଲେ ।ବ୍ରହ୍ମାଣ୍ଡରେ ବୁଲି ଯେତେ ବ୍ରତ ତୀର୍ଥକରିକେହି ହରିନାମ ଶ୍ରୋତା ସଙ୍ଗେ ନୋହେସରି ।ଏହା ବିଚାରିଣ ନରେ ହରିବଂଶ ଶୁଣଧନପୁତ୍ର ବଢ଼ିବ ଯେ ଲଭିବ କାରଣ ।ହରିନାମ ବେନି ବର୍ଣ୍ଣ ବେଦାନ୍ତ ଅଟଇସଂସାର ମାୟାବନ୍ଧନ ଶୁଣନ୍ତେ ତୁଟଇ ।ଅଚ୍ୟୁତାନନ୍ଦ ଦାସ ମୁଁ ସ୍ମରେ ଦୀନବନ୍ଧୁକର ଅନୁଗ୍ରହ ମୋତେ କୃପାଜଳସିନ୍ଧୁ ।ମହାପ୍ରଳୟର ବର୍ଣ୍ଣନଶୁଣ ଆହେ ସୁଜ୍ଞଜନେ ସୁଧାରସ ବାଣୀଶୁକକୁ ଯେ ପଚାରିଲେ ପରୀକ୍ଷ ନୃପମଣି ।ଭୋ ମୁନିବର ହେ ତୁମ୍ଭେ ପରଂବ୍ରହ୍ମବେତ୍ତାଭୂତ ଭବିଷ୍ୟତ ବର୍ତ୍ତମାନ କାଳଜ୍ଞାତା ।ଅଶେଷ ଶାସ୍ତ୍ର ପୁରାଣେ ପବିତ୍ର ତୋ ଅଙ୍ଗଜୀବ ପରମ ଆତ୍ମାକୁ କର ଏକସଙ୍ଗ ।ପଣ୍ଡିତମାନଙ୍କ ମଧ୍ୟେ ଅଟୁ ତୁହି ଶ୍ରେଷ୍ଠଅନାହତ ବ୍ରହ୍ମବେତା ଆପେଣେ ଗରିଷ୍ଠ ।ଯତିକୁଳମଣ୍ଡନ ତୁ ବିଦ୍ୟାଗୁଣମନ୍ତତୋ ଠାରୁ ଭୋ ମୁନି ସିନା ସକଳ ସିଦ୍ଧାନ୍ତ ।ଭୋ ମୁନି ହେ ମୋତେ ତୁମ୍ଭେ ଅନୁଗ୍ରହ କରକହିବା ଯେ ହରିବଂଶ ପୁରାଣର ସାର ।ଅପୂର୍ବ କଥା ଗୋଟାଏ ଭୋ ମୁନି ପଚାରିପୁଣ୍ୟ କୀର୍ତ୍ତି ଆହେ ମୁନି କହିବ ବିସ୍ତାରି ।ଭୋ ବ୍ୟାସନନ୍ଦନ ମୋର ସନ୍ଦେହକୁ ଫେଡ଼ତୁମ୍ଭର ପ୍ରସାଦେ ମୋର ଫିଟୁ କର୍ମ ଜଡ଼ ।ଯେ ବିଷ୍ଣୁ ମାୟାରେ ଅଛି ସଂସାର ସକଳଆଦିଅନ୍ତ ମଧ୍ୟେ ତାର ନାହିଁ ଥଳକୂଳ ।ଏ ସାରସ୍ୱତ ପୃଥ୍ୱୀକି କରନ୍ତି ଭିଆଣକାହାଯୋଗେ କିବା ସେହି କହ ବିସ୍ତାରିଣ ।କାହୁଁ ଅଇଲା ସେ ଜୀବ କାହିଁ ଯାଏ ଅନ୍ତେଜାଣିବି ତଦନ୍ତ ମୁହିଁ ତୁମ୍ଭର କହନ୍ତେ ।ପାତାଳ ଯେ ମଧ୍ୟଲୋକ ସ୍ୱର୍ଗଲୋକ ତିନିସ୍ୱର୍ଲୋକ ଯେ ମହଲ୍ଲୋକ ଜନଲୋକ ଘେନି ।ସ୍ଥାବର ଜଙ୍ଗମ ଆଦି ଜୀବ ଚାରିଖାନିକୀଟୁ ବ୍ରହ୍ମ ପରିଯନ୍ତେ ଭିଆଣ ଧରଣୀ ।ନାଗଗଣ ଦେବଗଣ ଦିଗପାଳ ମୂଳେବନ କନ୍ଦର ଯେ ଗରି ମେରୁ ଏ ସକଳେ ।ଅନନ୍ତକୋଟି ବ୍ରହ୍ମାଣ୍ଡେ ଛନ୍ତି ଯେତେ ଜୀବକାହୁଁ ଆସିଥିଲେ ପୁଣି କାହୁଁ ସଂହରିବ ।ଏଥିର ଯା ଆଦିଅନ୍ତ କହ ତପୋଧନହୋଇବି କୃତାର୍ଥ ଶୁଣି ତୁମ୍ଭର ବଚନ ।ଏତେ କହି ମୁନିଙ୍କି ସେ ପାଦାସନ ଦେଲେନବରତ୍ନ ମାଳା ନେଇ କଣ୍ଠେ ଲମ୍ୱାଇଲେ ।ଧୂପ ଦୀପ ଗନ୍ଧପୁଷ୍ପ ସ୍ୱର୍ଣ୍ଣପାତ୍ରେ ଭରିଯଥା ବିଧିମତେ ପୂଜାକଲା ଦଣ୍ଡଧାରୀ ।ଶ୍ରୀଖଣ୍ଡ ଚନ୍ଦନ ଅଗ୍ରୁ ଧୂପ ଦୀପମୂଳେଅନେକ ପୂଜାକରି ସେ ମୁନି ପାଦତଳେ ।କରପତ୍ର ଯୋଡ଼ି ପୁଣି ଉଠି ଉଭାହୋଇବହୁତ ବିନୟ ଭାବେ ସମସ୍ୟା ସେ ଦେଇ ।ରାଜା ଭକ୍ତିଭାବ ଦେଖି ଶୁକମତିଯତିପ୍ରସନ୍ନରେ କହନ୍ତି ସେ ଶକତିର ନାତି ।ଶୁଣ ହେ ପରୀକ୍ଷ ତୁମ୍ଭେ ପଚାରିଲ ଯାହାଅନୁଗ୍ରହେ ତୁମ୍ଭଙ୍କୁ ମୁଁ କହିବଇଁ ତାହା ।ଅଶେଷ ବ୍ରହ୍ମାଣ୍ଡେ ଛନ୍ତି ଯେବଣ ହିଁ ଜନହରି ଅଟନ୍ତି ସକଳ ପ୍ରାଣୀଙ୍କ ଜୀବନ ।ହରିର ବଂଶ ପୁରାଣ ଅତି ପୁଣ୍ୟମୟଶୁଣନ୍ତେ ପଞ୍ଚପାତକଯାକ ଯାଏ କ୍ଷୟ ।
ସମ୍ବନ୍ଧିତ ରଚନା
ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ
ହରିବଂଶ (ପଞ୍ଚମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି