ହରିବଂଶ (ଷଷ୍ଠ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୨୮ / ୩୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଉଷାବତୀ କନ୍ୟା ହରଣ ଓ ହରିହର ଯୁଦ୍ଧ
ଏଥୁ ଅନନ୍ତରେ ଶୁଣ ପରୀକ୍ଷିତ ରାୟେଶୁକମୁନିଙ୍କ ଚରଣେ କହନ୍ତି ବିନୟେ ।ରୁକ୍ମଣ ବିନାଶ ବାଣୀ କହିଲ ହେ ମୁନିଏଥୁ ଅନନ୍ତରେ କିସ ହୋଇଲାକ ପୁଣି ।ରାଜାଙ୍କ ବିନୟ ଭାବ ଜାଣିଲେକ ଯହୁଁପୁରାଣ ପୁସ୍ତକ ଫେଡ଼ି କହିଲେକ ତହୁଁ ।ଶ୍ରୀଶୁକ ବୋଇଲେ ଶୁଣ ପରୀକ୍ଷିତ ରାୟେବଳି ରାଜାଙ୍କର ପୁତ୍ର ବାଣାସୁର ରାୟେ ।ଏମନ୍ତ ବର ମାଗଇ ସେହି ମହାରାୟେସହସ୍ରେକ ଭୁଜ ମୋର ଯେସନେକ ହୁଏ ।ତପରେ ତୋଷିଲା ସେହୁ ଦେବ ତ୍ରିପୁରାରିତାଣ୍ଡବ ନୃତ୍ୟ ରଙ୍ଗରେ ନାନାରସ କରି ।ସନ୍ତୋଷ ହୋଇଣ ସେହୁ ଜ୍ଜେବ ତ୍ରିଲୋଚନବୋଲନ୍ତି ବର ମାଗିଣ ଘେନ ତୁ ବହନ ।ସେ କଥା ଶୁଣି ବୋଇଲା ବାଣାସୁର ରାୟେଏହି ବର ମାଗୁଅଛି ହୋଇବା ସଦୟେ ।ଆହେ ସ୍ୱାମୀ ସର୍ବଦାହିଁ ଥିବ ମୋର ପୁରଏହି ବର ମାଗୁଅଛି ଆହେ ଦେବହର ।ବାଣାସୁରକୁ ଈଶ୍ୱର ପ୍ରସନ୍ନ ହୋଇଲେଶୋଣିତ ପୁରରେ ଯାଇ ସ୍ୱୟଂ ବାସ କଲେ ।ଏକମନେ ଶୁଣ ତୁହୋ ପରୀକ୍ଷ ନୃବରବଡ଼ ବଳିଷ୍ଠ ଅଟଇ ବାଣାସୁର ବୀର ।ମହା ମହା ଯୋଦ୍ଧା ଥିଲେ ତିନି ପୁରେ ଯେତେସଂଗ୍ରାମେ କେହି ନୋହିଲେ ତାର କ୍ଷତ୍ରିବୃତ୍ତେ ।ଦିଗପାଳମାନେ ସ୍ୱର୍ଗ ଛାଡ଼ି ପଳାଇଲେବାଣାସୁର ଡରେ କେହି ରହି ନ ପାରିଲେ ।ସ୍ୱର୍ଗ ମଞ୍ଚ ପାତାଳେ ତା ସମ କେହି ନାହିଁଦିନକରେ ଈଶ୍ୱରଙ୍କ ଛାମୁରେ କହଇ ।ଶିରରେ ମୁକୁଟ ତାର ସୂର୍ଯ୍ୟର ପରାୟେଈଶ୍ୱରଙ୍କ ପାଦତଳେ ଗଡ଼ଘାଲି ଶୁଏ ।ତ୍ରିଲୋଚନଙ୍କ ଛାମୁରେ ହସ୍ତ ଯୋଡ଼ି କହିଭୁଜଦଣ୍ଡର କଣ୍ଡୁ ମୁଁ ସହି ନ ପାରଇ ।ତୁମ୍ଭ ଅନୁଗ୍ରହେ ମୋତେ ଜିଣନ୍ତା କେ ନାହିଁମଧ୍ୟ ଭୁବନେ ଯୁଝିବି କାହା ସଙ୍ଗେ ମୁହିଁ ।ଏମନ୍ତ ବଚନ ଶୁଣି ଦେବ ତ୍ରିପୁରାରିସେ ମହାଦେବ ମନରେ କ୍ରୋଧ ଭାବ ଧରି ।ତହୁଁ ସେହୁ ଆଜ୍ଞା ଦେଲେ ଏହି କଟକେଣତୋହର ଶତ୍ରୁ ଜନ୍ମିବ ଧ୍ରୁବ କରି ଜାଣ ।ଏ ତୋ ରଥଧ୍ୱଜ ଭାଙ୍ଗିଯିବ ଯେଉଁଦିନସେହି ଦିନ ଶତ୍ରୁ ତୋର ହେବ ବିଦ୍ୟମାନ ।ଆମ୍ଭର ସମାନ କେହି ଜଣେକ ଆସିବତୋର ଏ ଦର୍ପ ସେହୁ ହେଳାରେ ଗଞ୍ଜିବ ।ମହାଦେବଙ୍କ ବଚନ ଶୁଣି ବାଣାସୁରଉସନ ହୋଇଲା ଶୁଣି ତାହାଙ୍କର ଗିର ।ମୋହ ସଙ୍ଗେ ଯୁଝିବାକୁ ଯେବେ କେ ଆସଇବଡ଼ ଭାଗ୍ୟବନ୍ତ ବୋଲି ମଣିବଇଁ ମୁହିଁ ।ଏମନ୍ତ ମନେ ବିଚାର କରଇ ରାଜନତାର ରଥ ଧ୍ୱଜକୁ ସେ ଚାହେଁ ପ୍ରତିଦିନ ।ଦଇବର ଘଟସୂତ୍ର ହୋଇଅଛି ଯାହାକିଏ ଅବା ଆନ କରି ପାରିବଟି ତାହା ।ବାଣାସୁରର ନନ୍ଦିନୀ ନାମ ତାର ଉଷାଅତି ସୁନ୍ଦରୀ ସେ ନାରୀ ଲକ୍ଷ୍ମୀଙ୍କ ସଦୃଶା ।ରତିଙ୍କ ସମାନ ସେହୁ ଅଟଇ ସୁନ୍ଦରତିନି ଭୁବନରେ ନାହିଁ ତାକୁ ପଟାନ୍ତର ।ଏକାକୀ ସେ ରହିଥାଇ ସଖୀଙ୍କର ମେଳେରଙ୍ଗରସେ ଦିନ ସେହୁ ହରେ କୁତୂହଳେ ।ଦିନେ ସେ କନ୍ୟା ପଲ୍ୟଙ୍କପରେ ଶୋଇଥିଲାପ୍ରଥମ ନିଦ୍ରାରେ ସେହୁ ସ୍ୱପନ ଦେଖିଲା ।ପ୍ରଦ୍ୟୁମ୍ନର ପୁତ୍ର ଅନିରୁଦ୍ଧେ ଭର୍ତ୍ତା କରିନାନା ରଙ୍ଗ ରସରେ ସେ ବିନୋଦ ଆଚରି ।ପଲ୍ୟଙ୍କରେ ଘେନି ବାଳୀ ଭୋଗ କରୁଥିଲାପୁଣି ସେ କୁମର ମଣି କେଉଁଆଡ଼େ ଗଲା ।ଅନିରୁଦ୍ଧକୁ ନ ଦେଖି ସେହି ଉଷାବତୀଆହା ପ୍ରାଣନାଥ ମୋର ଗଲୁଁ କେଉଁ କତି ।ମୋତେ ତୁହି ଛାଡ଼ି କେଣେ ଗଲୁ ପ୍ରାଣନାଥବେଗ ବେଗ ଦେଖା ତୁହି ଦିଅ ମୋ ଅଗ୍ରତ ।ତୋତେ ନ ଦେଖି ଆକୁଳ ମୋର ପଞ୍ଚଭୂତକ୍ରୋଟର ଅଗ୍ନି ପରାୟେ ଦହେ ମୋର ଚିତ୍ତ ।ସଖୀମାନଙ୍କ ବଦନ ଉଷା ଦେବୀ ଦେଖିବହୁତ ଲାଜ କରିଣ ଓହଲାଇ ଆଖି ।ତହୁଁ ସଖୀଏ ବୋଲନ୍ତି ଶୁଣ ଗୋ ସଙ୍ଗାତତୁମ୍ଭର ମନ କିପାଇଁ ଏଡ଼େ ସନ୍ତାପତି ।କିବା କାନ୍ତକୁ ମନରେ ଦେଖିଲୁ କି ସହିକି ଅବା ସାକ୍ଷାତ ଦେଖିଲୁଟି ତୁହିଁ କାହିଁ ।ସଖିଙ୍କି ମଧ୍ୟେ ଉତ୍ତମ ଅଟେ ଚିତ୍ରରେଖାମହାବିଶ୍ୱାସୀ ତାହାର ଅଟେ ପ୍ରାଣ ସଖା ।କୁଭାଣ୍ଡକ ମନ୍ତ୍ରି ଝିଅ ଅଟଇଟି ସେହିଆଗତ ଭବିଷ୍ୟ କଥା ସମସ୍ତ ଜାଣଇ ।ଏମନ୍ତ ପ୍ରକାରେ ସେହୁ ପୁଚ୍ଛିଲା ଉଷାକୁସ୍ୱପନ ଗେ ସଖି ଗୋ ଦେଖିଲୁ କାହାକୁ ।ଉଷା ବୋଲଇ ଶୁଣ ଗୋ ମୋହର ଯୋ ପତିଦିବ୍ୟ ପୁରୁଷ ଦେଖିଲି ମୁହିଁ ଆଜ ରାତି ।ଅତ୍ୟନ୍ତ ସୁନ୍ଦର ସେହୁ ଶ୍ୟାମଳ ଶରୀରପଦ୍ମପୁଷ୍ପ ପ୍ରାୟ ଚକ୍ଷୁ ବିରାଜେ ତାହାର ।କଟି ଯୋଗେ ଶୋଭା ପାଉଅଛି କଳେବରରୂପ ଦିଶେ ଯେହ୍ନେ କାମଦେବର ଭଣ୍ଡାର ।ସୁରଙ୍ଗ ଅଧରୁ ତାର ସୁଧାପନ ଦେଲାଦେଖୁ ଦେଖୁ ପ୍ରାଣନାଥ ଅନ୍ତର୍ଦ୍ଧାନ ଗଲା ।ଚିତ୍ରରେଖା ବୋଇଲେ ଯେ ତାର ବୋଲ ଶୁଣିନିଶ୍ଚୟ ତାହାକୁ ମୁହିଁ ଦେବି ତୋତେ ଆଣି ।ଚିତ୍ରପଟ ଚିତ୍ରରେଖା ଲେଖି ସବୁକୁହିଁମହାଯୋଗିନୀ ମନ୍ତ୍ରରେ ସିଦ୍ଧ ସେ ଅଟଇ ।ସ୍ୱର୍ଗ ଭୁବନରେ ଯେତେ ପୁରୁଷ ଅଛନ୍ତିଚିତ୍ରପଟରେ ଲେଖନ କଲାକ ସବୁନ୍ତି ।ଦେବଗଣ ଗନ୍ଧରବ ଆଉ ଦିନକରଯକ୍ଷ କିଂପୁରୁଷମାନେ ପୁଣି ବିଦ୍ୟାଧର ।ସମସ୍ତ ଲେଖି ଉଷାକୁ ନେଇ ଦେଖାଇଲାନିରୀକ୍ଷଣ କରି ବୋଲ ତାହାକୁ ବୋଇଲା ।ଉଷା ବୋଲଇ ସଖି ଗୋ ନାହାନ୍ତି ଏଥିହିଁତାହାଙ୍କର ପ୍ରାୟେ ଏଥେ ଜଣେ କେହି ନାହିଁ ।ପୁଣି ପାତାଳ ପୁରର ଲୋକଙ୍କୁ ଦେଖିଲାସେହି ଚିତ୍ରପଟ ଉଷା ଆଗେ ଦେଖାଇଲା ।ତହିଁରେ ମଧ୍ୟ ନ ଦେଖି ଉଷା ନାସ୍ତି କରିମଧ୍ୟପୁର ଲୋକଙ୍କୁ ସେ ଦେଲା ଚିତ୍ରକରି ।ସବୁ ଦେଶରେ ଲୋକଙ୍କୁ ଦେଲାକ ସେ ଲିହିଉଷାଦେବୀ ଦେଖିକରି ବୋଲେ ଏଥେଁ ନାହିଁ ।ପୁଣି ବସୁଦେବଙ୍କୁ ସେ ପ୍ରଥମେ ଚିତ୍ରିଲାଅନ୍ୟ ଅନ୍ୟ ଯାଦବଙ୍କୁ ତହିଁରେ ଲେଖିଲା ।ତଦନ୍ତରେ ରାମକୃଷ୍ଣେ ତଦନ୍ତରେ ଲେଖିତହିଁରେ ତାଙ୍କର ପୁତ୍ର ନାତିଙ୍କୁ ଯେ ଆଙ୍କି ।ତାହା ଆଣି ଦେଖାଇଲା ଉଷାର ନିକଟେଅନିରୁଦ୍ଧ ରୂପ ଉଷା ଦେଖି ଚିତ୍ରପଟେ ।ବୋଇଲା ଗୋ ସଖି ଏହି ରୂପ ମୁଁ ସ୍ୱପନେଦେଖିଲା ବେଳକୁ ଘାରି ହେଉଥିଲି ମନେ ।ଯେବେ ତୁ ଏହାକୁ ଆଣଇ ଦେବୁ ମୋତେ କହନୋହିଲେ ମୁଁ ବିଷ ଖାଇ ଛାଡ଼ିବି ଏ ଦେହ ।ଚିତ୍ରରେଖା ବୋଲେ କାମଦେବ ପୁତ୍ର ସେହୁଏହାଙ୍କ ପାଇଁକି କିଛି ନ ଭାଳ ଗୋ ସହି ।ତୋହରି ପାଇଁ ସଖି ଗୋ ଦ୍ୱାରକା ମୁଁ ଯିବିତାହାଙ୍କୁ ମୁଁ ଖୋଜିକରି ଅବଶ୍ୟ ହିଁ ଦେବି ।ଏତେ ବୋଲି ଚିତ୍ରଲେଖା ବେଗେ ଚଳିଗଲାସବୁକଥା ସିଦ୍ଧ କରିପାରେ ଯୋଗବଳା ।ଗୋପନେ ଦେଖିଲା ସେହି ଅନିରୁଦ୍ଧେ ଯାଇପଲ୍ୟଙ୍କେ ଦେଖିଲା ଅଛି ନିଦ୍ରାରେ ସେ ଶୋଇ ।ପଲ୍ୟଙ୍କ ସହିତ ତାକୁ ତହୁଁ ଘେନି ଗଲାବେଗୁଁ ବେଗ ଶୂନ୍ୟମାର୍ଗେ ଯାଇ ବିକ୍ରମିଲା ।ଗୋପନେ ଶୋଣିତପୁରେ ପ୍ରବେଶିଲା ଯାଇଉଷାର ଶୟନ ଗୃହେ ଶୁଆଇଲା ନେଇ ।ଅନିରୁଦ୍ଧକୁ ଦେଖିଣ ରାଜାର କୁମାରୀମଦନର ପଞ୍ଚଶର ହେଲା ତନୁ ଘାରି ।ଅନିରୁଦ୍ଧ ପାଦପଦ୍ମେ ପ୍ରଣିପାତ କଲାଅନେକ ମତେ ପୂଜାର ବିଧି ମନାଇଲା ।ଅପୂର୍ବ ଦେବାଙ୍ଗ ବସ୍ତ୍ର ତାହାଙ୍କୁ ପିନ୍ଧାଇନାନାବିଧି ଅଳଙ୍କାରେ ସୁବେଶ କରାଇ ।ସୁସ୍ୱାଦୁ ପଦାର୍ଥମାନ ଭୁଞ୍ଜାଇ ଯୁବତୀଅନେକ ପ୍ରିୟ ଭାବରେ ବଢ଼ାଇଲା ପ୍ରୀତି ।ଏସନକ ପରକାରେ ପୁର ମଧ୍ୟେ ଥାଇଉଷା ଅନିରୁଦ୍ଧ ପ୍ରୀତି କ୍ରମରେ ବଢ଼ାଇ ।ଥୋକାଏକ ଦିନ ବହିଗଲା ଏହି ମତେଏକଦିନେ ପ୍ରହରୀଏ ଦେଖିଲେକ ରାତ୍ରେ ।ଦେଖିକରି ସେହିମାନେ ମନେ ବିଚାରିଲେରାଜାଙ୍କ ଛାମୁରେ ଯାଇ ସବୁ ଜଣାଇଲେ ।ସାବଧାନ ହୋଇ ଏବେ ଶୁଣିମାକ ତୁମ୍ଭେଉଷା କନ୍ୟାକୁ ନିର୍ବନ୍ଧେ ଜଗିଥାଉ ଆମ୍ଭେ ।ପୁରୁଷ ପଶିଲା ପ୍ରାୟ ଦିଶଇ ମନ୍ଦିରଦୁହିତା ତୁମ୍ଭର ଦିଶୁ ଅଛଇ ଅସାର ।ପ୍ରହରୀମାନଙ୍କ ମୁଖୁ ବାଣାସୁର ଶୁଣିକନ୍ୟା କଥା ବୁଝିବାକୁ ଗଲା ସେହିକ୍ଷଣି ।ଦୁହିତା ମନ୍ଦିରେ ଯାଇ ହୋଇଲା ପ୍ରବେଶଦେଖିଲା ତହିଁ ବସିଛି କାମଦେବ ଶିଷ୍ୟ ।ମର୍କତ ପ୍ରାୟ ଅଟଇ ନୀଳମଣି କାୟେପଦ୍ମବନେ ଯେସନକ ଭୃଙ୍ଗ ଶୋଭାପାଏ ।ବେନି କର୍ଣ୍ଣରେ ଶୋହଇ ମର୍କତ କୁଣ୍ଡଳକଣ୍ଠ ତଟେ ଶୋଭା ପାଉଅଛି ମୁକ୍ତାମାଳ ।କଟୀରେ ପୀତ ଅମ୍ବର ଶୋଭା ପାଉଛଇକାମିନୀଏ ଦେଖିକରି କାମେ ହେବେ ମୋହି ।ବସିକରି ପଶା ସେହୁ ଖେଳେ ଉଷା ସଙ୍ଗେକ୍ରୀଡ଼ା କରୁଛନ୍ତି ବଚନରେ ନାନାରଙ୍ଗେ ।ବାଣାସୁର ନୃପତିକି ଦେଖି ଅନିରୁଦ୍ଧବାମ ହସ୍ତେ ସାଉଣ୍ଟିଣ ଧଇଲା ଆୟୁଧ ।ଆରହସ୍ତେ ଘେନିଲାକ ଲୁହା ଲଉଡ଼ିଏମହାକୋପେ ନିରେଖଇ ଯମଦେବ ପ୍ରାୟେ ।ରାଜାଙ୍କର ସଙ୍ଗତରେ ଯେତେ ଲୋକ ଥିଲେଅନିରୁଦ୍ଧେ ଧରିବାକୁ ସର୍ବ ମନ କଲେ ।ଲୁହାର ଲଉଡ଼ି ଘେନି ଗୋଡ଼ାଇ ପିଟିଲାସମସ୍ତଙ୍କୁ ମାରିଣ ସେ ଏକ କୁଢ଼ କଲା ।ଏମନ୍ତ ଦେଖିଲା ଯହୁଁ ବାଣାସୁର ବୀରମନେ ବିଚାରେ ଏ ବଡ଼ ଲୋକର କୁମର ।ଏହାକୁ ବନ୍ଦୀ କରିଣ ବାନ୍ଧି ଥୋଇଥିବାପଛରେ କିସ ହୋଇବ ତଦନ୍ତ ବୁଝିବା ।ଏତେ ବୋଲି ବାଣାସୁର ବଳେ ତାକୁ ଧରିକାରାଗୃହେ ବନ୍ଦୀ କଲା ଜଗାଇ ପ୍ରହରୀ ।ଏ କଥା ଯହୁଁ ନାରଦ ଧ୍ୟାନରେ ଜାଣିଲେଦ୍ୱାରାବତୀ ପୁରକୁ ସେ ବେଗେ ଚଳିଗଲେ ।ବାରତା କହିଲେ ଯାଇ ଶ୍ରୀକୃଷ୍ଣ ଛାମୁରଶୋଣିତପୁରେ ନାତିକି ଦେଖିଲୁ ତୋହର ।ବନ୍ଧନ କରି ଅଛଇ ବାଣାସୁର ରାୟତହିଁକି ତୁମ୍ଭେ କିଛି ତ ନ କଲ ଉପାୟ ।ଏମନ୍ତ ବଚନ ଯହୁଁ ଶ୍ରୀକୃଷ୍ଣ ଶୁଣିଲେଯାଦବ ସୈନ୍ୟଙ୍କୁ ଘେନି ତକ୍ଷଣେ ସାଜିଲେ ।ସାତ୍ୟକି ଅକ୍ରୂର ମୂଳେ ଶ୍ରୀକୃଷ୍ଣ ପ୍ରଦ୍ୟୁମ୍ନସମକକ୍ଷ ଯୋଦ୍ଧା ଥିଲେ ଯେତେକ ନନ୍ଦନ ।ହଳ ମୂଷଳ ଧରିଣ ଧାଇଁ ହଳପାଣିସଜ ହୋଇଲେକ ବଳ ତୈଶି ଅକ୍ଷୌହିଣୀ ।ଶୋଣିତପୁରକୁ ବେଗେ ସଇନ୍ୟ ବାହିଲେଶତେକ ପୁର କରିଣ ଗଡ଼ ବେଢ଼ାଇଲେ ।ବିଧି ଯୋଗେ ବିପରୀତ ଏମନ୍ତ ଘଟିଲାଅଦ୍ଭୁତେ ବାଣର ରଥୁଁ ଧ୍ୱଜ ଛିଡ଼ିଗଲା ।ଅଜେୟ ଅଟଇ ତାର ଅଟ୍ଟାଳିକାମାନସମସ୍ତ ଭାଙ୍ଗି ସେମାନେ ସବୁ କଲେ ଚୂର୍ଣ୍ଣ ।ଏମନ୍ତ ବାର୍ତ୍ତା ପାଇଲା ବାଣାସୁର ରାୟେସୈନ୍ୟମାନଙ୍କୁ ପେଷିଲା ସିଂହଦ୍ୱାର ଯାଏ ।ତାହା ଦ୍ୱାର ଜଗିଥାନ୍ତି ଦଶକ୍ଷୌଣୀ ବଳତାଙ୍କ ସଙ୍ଗେ ଯୁଝନ୍ତେଣ ହେଲା ମହାଗୋଳ ।ଏମନ୍ତ ବାରତା ଯହୁଁ ମହେଶ ପାଇଲେଶ୍ରୀକୃଷ୍ଣ ସଙ୍ଗତେ ଆସି ଯୁଦ୍ଧ ଆରମ୍ଭିଲେ ।ଈଶ୍ୱର ସଙ୍ଗତେ ଅଛି କାର୍ତ୍ତିକ କୁମରଆବର ରୁଦ୍ରଗଣ ଯେ ଅଛନ୍ତି ଅପାର ।ଅତି ହିଁ ବେଗେ ଯାଇଁଣ କାର୍ତ୍ତିକ କୁମରପ୍ରଦ୍ୟୁମ୍ନ ସଙ୍ଗେ ସମର କଲା ମହାଘୋର ।ବାଣାସୁରର ମନ୍ତ୍ରୀ ଯେ ଅଟନ୍ତି ଦ୍ୱିଜଣକୁଭାଣ୍ଡକ ମହାବୀର ମନ୍ତ୍ରୀ କୃପକର୍ଣ୍ଣ ।ରାମଙ୍କ ସଙ୍ଗତେ ଯାଇ ଯୁଦ୍ଧ ଲଗାଇଲେବହୁତ ପ୍ରତିଜ୍ଞା କରି ଶସ୍ତ୍ର ପ୍ରହାରିଲେ ।ଯାଦବଙ୍କ ବୀରଶ୍ରେଷ୍ଠ ସାତ୍ୟକି କୁମରତାହାଙ୍କ ସଙ୍ଗେ ଯୁଝିଲା ବାଣାସୁର ବୀର ।ଏମନ୍ତ ବାରତା ଯହୁଁ ଦେବତା ପାଇଲେବ୍ରହ୍ମାଙ୍କୁ ମୁଖ୍ୟ କରିଣ ସମସ୍ତେ ଅଇଲେ ।ସେମାନେ ଆସି ଦେଖିଲେ ହରିହର ରଣରୋମେ ରୋମେ ଭେଦୁଅଛି ତାହାଙ୍କର ବାଣ ।ମହାକୋପରେ ମହେଶ ବାୟବ୍ୟାସ୍ତ୍ର କଲେପର୍ବତାଶର ପେଷିଣ ଶ୍ରୀକୃଷ୍ଣ ନାଶିଲେ ।ତାହା ଦେଖିଣ ଈଶ୍ୱର ବ୍ରହ୍ମଶର କରିନାରାୟଣ ଅସ୍ତ୍ର ତାହା ଶ୍ରୀକୃଷ୍ଣ ନିବାରି ।ବେଗେଣ ଅଗ୍ନି ଶରକୁ ପେଷି ତ୍ରିଲୋଚନମେଘାଶର ପେଷି ନିବାରିଲେ ଭଗବାନ ।ମହାରୋଷ ପ୍ରାପ୍ତ ହୋଇ ପାର୍ବତୀ ରମଣତତକ୍ଷଣେ ପ୍ରହାରିଲେ ପାଶୁପତ ବାଣ ।ଦୁରହୁଁ ଦେଖିଣ ତାହା ଦେବ ଚକ୍ରଧରତ୍ୱରିତେ ବିନ୍ଧିଲେ ଧରି ନାରାୟଣ ଶର ।ବ୍ରହ୍ମଶର ପୁନରପି ପେଷି ଭାବଗ୍ରାହୀଅଚେତନରେ ଈଶ୍ୱର ପଡ଼ି ମୋହଯାଇ ।କାର୍ତ୍ତିକ କୁମର ସଙ୍ଗେ ପ୍ରଦ୍ୟୁମ୍ନ ଯୁଝିଲେମହାଘୋର ସଂଗ୍ରାମରେ କେହି ନ ଘୁଞ୍ଚିଲେ ।ମହାବେଗେ ନାରାଚକୁ ବିନ୍ଧି କୋପଭରିବାଣ ତେଜେ ସୈନ୍ୟମାନେ ପଳାଇଲେ ଡରି ।କୁଭାଣ୍ଡକ କୃପକର୍ଣ୍ମ ଯୁଦ୍ଧ କରୁଥିଲେସୌନନ୍ଦ ମୂଷଳ ଘେନି ରାମ ପ୍ରହାରିଲେ ।ପ୍ରଭୁ ବଳରାମଙ୍କର ଶସ୍ତ୍ରାଘାତ ପାଇଦୁହେଁଯାକ ଯମପୁର ଦେଖିଲେକ ଯାଇ ।ଏମନ୍ତ ଚରିତ ଦେଖି ବାଣାସୁର ବୀରଶ୍ରୀକୃଷ୍ଣଙ୍କ ଅଗ୍ରତରେ ମିଳେ ଧାତିକାର ।ପାଞ୍ଚଶତ ଭୁଜେ ପାଞ୍ଚଶତ ଧନୁ ଧରିବିନ୍ଧିଲାକ ବାଣାସୁର ଅତି ଯତ୍ନକରି ।ବାଣାସୁର ପରେ କୃଷ୍ଣ ବାଣ ପ୍ରହାରିଲେପାଞ୍ଚଶତ ଧନୁ ତାର କୋଟି ପକାଇଲେ ।ପୁଣି ଦେବ କୃଷ୍ଣଚନ୍ଦ୍ର ବହୁଶର ଧରିବାଣାସୁରର ଉପରେ ବିନ୍ଧି ରୋଷ ଭରି ।ସେ ବାଣାସୁରର ରଥ ଅଶ୍ୱ ଆଦିକରିତ୍ୱରିତେ କାଟିଲେ ତାହା ଦେବ ଦଇତ୍ୟାରି ।ଧାଇଁଛନ୍ତି ପ୍ରାଣେ ନାଶ କରିବେ ତାହାକୁତାହାର ମାତା ତ୍ୱରିତେ ଆସେ ଯୁଝିବାକୁ ।ଉଲଗ୍ନ କେଶପାଶ ଯେ ମୁକୁଳିତ କେଶଶ୍ରୀକୃଷ୍ଣ ଅଗ୍ରତେ ଆସି ହୋଇଲା ପ୍ରବେଶ ।ଦେଖିଣ ଶିର ପୋତିଲେ ଦେବ ଚକ୍ରଧରତହୁଁ ବେଗେ ପଳାଇଲା ବାଣାସୁର ବୀର ।ଦେବ ମହେଶ୍ୱର ତହିଁ ମୋହ ଯାଇଥିଲେଜ୍ଞାନପ୍ରାପ୍ତ ହୋଇଣ ସେ ସଚେତ ହୋଇଲେ ।ମହେଶ ଦେଖିଣ ବାଣାସୁର ବିପତ୍ତିତତକ୍ଷଣେ ପେଷିଲେ ସେ ଜ୍ୱର ସେନାପତି ।ତିନିଗୋଟି ଶିର ତାର ଷଢ଼ଭୁଜ ହୋଇବେଗେ ଶ୍ରୀକୃଷ୍ଣ ଉପରେ ପଡ଼ିଲାକ ଧାଇଁ ।ଜ୍ୱର ସେନାପତିକି ଯେ ଦେଖି ଚକ୍ରଧରଜାତକଲେ ଶରୀରରୁ ବେଗେ ବିଷ୍ଣୁଜ୍ୱର ।ବିଷ୍ଣୁଜ୍ୱର ଅତିବେଗେ ତାକୁ ଗୋଡ଼ାଇଲାମହେଶ୍ୱର ଜ୍ୱର ଦେଖି ବେଗେ ପଳାଇଲା ।ରହିବାକୁ ତାର ତ୍ରିଭୁବନେ ଠାବ ନାହିଁବିଷ୍ଣୁ ଦୋରେହା ପଳାଇ ରହିବ ବା କାହିଁ ।ପୁଣି ହିଁ ଲେଉଟି ସେହି ଠାବକୁ ଅଇଲାଶ୍ରୀକୃଷ୍ଣଙ୍କ ପାଦତଳେ ଶରଣ ପଶିଲା ।ସେ ସେନାପତି ଡାକିଲା ରଖ ନାରାୟଣବାରେକ ରଖିବା ମୁହିଁ ପଶିଲି ଶରଣ ।ନିରାକାର ପୁରୁଷ ତୁ ଅଛୁ ସବୁଠାଇଁବ୍ରହ୍ମା ବିଷ୍ଣୁ ମହେଶ୍ୱର ସବୁ ଅଟୁ ତୁହି ।ତ୍ରିଭୁବନେ ଛନ୍ତି ଯେତେ ଯେତେ ଦେବତାଏତୋର ତେଜ ଘେନି ସର୍ବେ ହୁଅନ୍ତି ଉଦୟେ ।ସବୁଠାରୁ ଶ୍ରେଷ୍ଠ ପୁଣି ଅଟେ ଇନ୍ଦ୍ର ଗଣଚାଲିବାକୁ ବଳ ଦେଉଅଛୁ ନାରାୟଣ ।କାହାରି ଆୟତ୍ତ ତାହା ନୁହଇ ଗୋସାଇଁତୁହି ଯାହା ଭିଆଇଛୁ କାଳେ ତା ଫଳଇ ।ତୁମ୍ଭର ଦେହରୁ ଯେଉଁ ଜ୍ୱର ଯାତ ହେଲାମୋତେ ପୀଡ଼ା ଦେବାପାଇଁ ପଛେ ଗୋଡ଼ାଇଲା ।ତୁହି ପ୍ରଭୁ ମୋତେ ଏବେ ଉଦ୍ଧରିଣ ଧରଶରଣ ରକ୍ଷଣ ବାନା ଅଟଇ ତୁମ୍ଭର ।କାକୁସ୍ଥ ବଚନ ତାର ଶୁଣି ଜନାର୍ଦ୍ଦନବିଷ୍ଣୁ ଜ୍ୱରକୁ ହକାରି ବୋଲନ୍ତି ବଚନ ।ଆହୋ ଜ୍ୱର ଶୁଣ ତୁମ୍ଭେ ମୋହର ବିଚାରଏକମନ ହୋଇ ମୋତେ ସ୍ମରିବ ଯେ ନର ।ମୋର ପାଦପଦ୍ମେ ଯେଉଁ ନର ଦୃଢ଼କରିନ ଯିବୁ ତା ପାଶ ଆସିବୁଟି ଅପସରି ।ତାହାର ଦେହରେ କେଭେ ପୀଡ଼ା ନ କରିବୁ ।ଆମ୍ଭର ବଚନ ତୁହି ପ୍ରତିପାଳି ଥିବୁ ।ଶ୍ରୀକୃଷ୍ଣର ତହୁଁ ଏସନକ ଆଜ୍ଞା ପାଇହରଷ ହୋଇଣ ଜ୍ୱର ସେନାପତି ଯାଇ ।ତେଣେ ଦେଖିଲାକ ଦୈତ୍ୟପତି ବାଣାସୁରଶ୍ରୀକୃଷ୍ଣଙ୍କ ନିକଟକୁ ଧାଏଁ ଧାତିକାର ।ତାହାଙ୍କ ଆଗରେ ଆଣ ରଥ ରୁହାଇଲାବେଳକୁ ବେଳ ସଂଗ୍ରାମ ଘୋରତର ହେଲା ।ମହାକୁନ୍ତ ଶାବେଳି ଯେ ଆୟୁଧାଦି କରିସହସ୍ର ଭୁଜିରେ ନାନା ଶସ୍ତ୍ରମାନ ଧରି ।ଶ୍ରୀକୃଷ୍ଣଙ୍କର ଅଙ୍ଗରେ ପ୍ରହାରିଲା ନେଇବାବଲ ଶରରେ ନିବାରିଲେ ଭାବଗ୍ରାହୀ ।ସୁଦର୍ଶନ ଚକ୍ରଧରି ଦେବ ନାରାୟଣବେଗେଣ କାଟିଲେ ବାଣାସୁର ଭୁଜମାନ ।ବୃକ୍ଷର ଡାଳ କାଟିଲେ ଯେ ପ୍ରକାର ହୋଇଭୁଜ କାଟନ୍ତେ ସେ ବାଣା ତେମନ୍ତ ଦିଶଇ ।ଦୁରେ ଥାଇଣ ସଂଗ୍ରାମ ଛାଡ଼ି ତ୍ରିପୁରାରିକୃଷ୍ଣ ମୁଖ ନିହାରିଣ ବହୁ ସ୍ତୁତି କରି ।ଜୟ ତୁହି ଜଗନ୍ନାଥ ଅନାଦି ଅଚ୍ୟୁତଜୟ ତୁହି ଜଗନ୍ନାଥ ଜଗଜ୍ଜନହିତ ।ଜୟ ତୁହି ଜଗନ୍ନାଥ ମୋକ୍ଷର କାରଣତୋହର ନାମ ଧରିଣ କରୁଥାନ୍ତି ଧ୍ୟାନ ।ଜୟ ଜଗନ୍ନାଥ ବିଷ୍ଣୁରୂପ ଅଟୁ ତୁହିଶ୍ରୀକୃଷ୍ଣଙ୍କ ଗୁଣାଗୁଣ କେ ପାରିବ କହି ।ତୋହର ନାମକୁ ନାଥ ଆକାଶ ବୋଲନ୍ତିତୋହର ନାମକୁ ନାଥ ଅନଳ କହନ୍ତି ।ଭୋ ସ୍ୱାମୀ ପ୍ରାଣ ତୋହର ନିଶ୍ଚେଁ ଅଟେ ମୁହିଁତୋହର ବୁଦ୍ଧି ବଳେଣ ଦମ୍ଭ ଅଛି ହୋଇ ।ଇନ୍ଦ୍ରଦେବ ତୋହର ତ ଅଟେ ଭୁଜମାନରୋମମାନେ ଅଉଷଧ ବୃକ୍ଷମାନେ ଗୁଣ ।ତୋହର ବିନୁ ସଂସାରେ ଆନ ନାହିଁ କେହିସ୍ଥାବର ଜଙ୍ଗମ କୀଟ ପତଙ୍ଗ ଯେ ତୁହି ।ଯେତେବେଳେ ସଂସାରରେ ଧର୍ମ ହେଲା ଗୋପ୍ୟତେତେବେଳରେ ଭୋସ୍ୱାମୀ ଦେଖିଲି ତୋ ରୁପ ।ଜଗତଯାକ ଗର୍ଭରେ ଭରିଅଛୁ ତୁହିଏସନ ଚରିତମାନ ନ ଜାଣନ୍ତି କେହି ।ତୁମ୍ଭ ତେଜୋମୂର୍ତ୍ତି ମୁହିଁ ଦେଖିଲି ଶ୍ରୀଧରସମସ୍ତେ ହିଁ ସେହି ମୂର୍ତ୍ତ ଦେଖିଲେ ଆବର ।ଭଲ ହେଲା ବାଣାସୁର ଦେଖିଲା ଆବରଏହାକୁ ଭୋ ନାଥ ଏବେ ପ୍ରତିକାର କର ।ତୋହର ଦାସର ଦାସ ପ୍ରହ୍ଲାଦର ବଂଶଏହାକୁହିଁ ତୁମ୍ଭେ ରକ୍ଷାକର ପୀତବାସ ।ଈଶ୍ୱରଙ୍କର ବଚନ ଶୁଣି ଚକ୍ରପାଣିପ୍ରସନ୍ନ ହୋଇ ତାହାଙ୍କୁ ବୋଳୁଛନ୍ତି ବାଣୀ ।ତୁମ୍ଭର ପ୍ରସାଦେ ଯେହୁ ପାଇଅଛି ବରଆମ୍ଭର ସେ କଥା ନିଶ୍ଚେଁ ଅଟଇ ସ୍ୱୀକାର ।ପୃଥିବୀର ମହାଭାର ଉଶ୍ୱାସିବା ପାଇଁଏହାର ବହୁତ ଭୂଜ ଛେଦିଲଇଁ ମୁହିଁ ।ଏବେ ୟାର ଚାରିଗୋଟି ଭୂଜ ରହିଥାଉସର୍ବଦା କାଳରେ ଚିରଜୀବୀ ହୋଇ ରହୁ ।ତୁମ୍ଭର ନାମଗୋଟିକ ଭଜୁଥାଉ ଏହିସଂସାରେ ରହୁ ଅଜରାମର ତନୁ ବହି ।ଏମନ୍ତ ଶୁଣିଲା ଯହୁଁ ବାଣାସୁର ଦୈତ୍ୟଶ୍ରୀକୃଷ୍ଣଙ୍କ ପାଦତଳେ କଲା ପ୍ରଣିପାତ ।ଶୋଣିତପୁରକୁ ସେହୁ ବେଗେ ଚଳିଗଲାଅନିରୁଦ୍ଧ କୁମରକୁ ସଜାଇ ଆଣିଲା ।ଊଷା ଦୁହିତାକୁ ବେଗେ ସଜ କରାଇଣବର କନ୍ୟା ଆଣିଦେଲା କୃଷ୍ଣ ଛାମୁରେଣ ।ଅଙ୍ଗବଳ ତାହାର ଯେ ଦେଲା କ୍ଷଉଣିଏଅନେକ ଉତ୍ସବ କଲା ବାଣାସୁର ରାୟେ ।ଏମାନ ସମସ୍ତ ଘେନି ପ୍ରଭୁ ଚକ୍ରଧରସମ୍ଭର୍ବେ ବିଜୟ କଲେ ଦ୍ୱାରାବତୀ ପୁର ।ଦ୍ୱାରାବତୀ ପୁରେ ପଶି କଲେକ ଉତ୍ସବଆନନ୍ଦ ହୋଇଲେ ତହିଁ ସମସ୍ତ ଯାଦବ ।ଏକମନ ହୋଇ ଶୁଣ ହରିବଂଶ ପଦକାହାକୁ ହିଁ କିଛି ହିଁ ନ ଲାଗିବ ବିରୋଧ ।ସର୍ବଦା କାଳେ ତାହାର ଜୟଲାଭ ହେବଏହା ଯେହୁ ନିରନ୍ତରେ ମନରେ ସ୍ମରିବ ।ନୃଗରାଜା ମୋକ୍ଷଣଏଥୁଅନ୍ତରେ ପରୀକ୍ଷ ନାମେ ନୃପସାଇଁବିନୟ ଭାବରେ ଶୁକମୁନିଙ୍କୁ ପୁଛଇ ।ଭୋ ମୁନି ବୋଲଇ ବାଣାସୁର ଯୁଦ୍ଧ କଥାଭାଗବାତ ଶୁଣି ମୋର ମନୁ ଗଲା ବ୍ୟଥା ।ଏଥୁଅନ୍ତେ କେଉଁ କୃତ୍ୟ କଲେ ଦେବହରିତହିଁର ଚରିତ ମୋତେ କହିବା ବିସ୍ତାରି ।ଶୁକମୁନି ବୋଇଲେକ ହେ ପରୀକ୍ଷ ରାୟେହରିବଂଶ ଶୁଣି ମହାପାପ କର କ୍ଷୟେ ।ପଦ୍ମନର ମୂଳେ ଯେତେ ଶ୍ରୀକୃଷ୍ଣ ନନ୍ଦନବନ ଭ୍ରମଣ ନିମନ୍ତେ ଗଲେ ଏକଦିନ ।ଅନେକ ଦୁର ଗମନ୍ତେ କୁମରେ ଫୁଟିଲେଜଳ ଲୋଡ଼ିଣ ଯାଇଣ ତୃଷାର ବିକଳେ ।ଖଣ୍ଡେ ଦୁରରେ ଦେଖିଲେ ଏକକୁପ ଯାଇଗୋପନେ ପଡ଼ିଅଛଇ କୃକଲାସ ତହିଁ ।ଦେହ ଗୋଟିକ ତାହାର ବଡ଼ ପୁଷ୍ଠକରିଏଣ୍ଡୁଅର ରୁପଗୋଟି ବୀର ଅଛି ଧରି ।ତାହାକୁ ହିଁ ଶ୍ରୀକୃଷ୍ଣର ନନ୍ଦନ ସଭିଏଁକୁପରୁ କାଢ଼ିବା ପାଇଁ କରନ୍ତି ଉପାୟେ ।ଗ୍ରନ୍ଥି କରିଣ ଚର୍ମର ପାଶ ଲଗାଇଲେକେବେହେଁ ତହିଁ ଭିତରୁ ଆଣି ନ ପାରିଲେ ।ଲେଉଟି କହିଲେ ଯାଇ ଶ୍ରୀକୃଷ୍ଣର ପୋଏଭୋ ଦେବ କୂପ ଭିତରେ ପଡ଼ିଛି ଜନ୍ତୁଏ ।ଉଠାଇବାକୁ ବହୁତ ଉଦଯୋଗ କଲୁକୌଣସି ପ୍ରକାରେ ତାକୁ ଆଣି ନ ପାରିଲୁ ।ପୁତ୍ରଙ୍କ ବଚନ ଶୁଣି ଶ୍ରୀକୃଷ୍ଣ ଉଠିଲେକୂପର ସନ୍ନିଧେ ଯାଇ ସମସ୍ତେ ମିଳିଲେ ।ଦେଖିଲେ ଜନ୍ତୁ ଗୋଟିଏ ପଡ଼ିଅଛି ତହିଁଆଗହୁଁ ଜାଣନ୍ତି ତାହା ପ୍ରଭୁ ଭାବଗ୍ରାହୀ ।ହସ୍ତ ବଢ଼ାଇ ତାହାକୁ ଶ୍ରୀକୃଷ୍ଣ ଧଇଲେଓଟାରି ତାକୁ ଉପରେ ନେଇ ପକାଇଲେ ।କୃଷ୍ଣହସ୍ତ ଯହୁଁ ତାର ଦେହରେ ଲାଗିଲାତାହା ନିଜ ରୁପଗୋଟି ପ୍ରକାଶ ହୋଇଲା ।ସ୍ୱର୍ଗର ଦେବତା ପ୍ରାୟ ହେଲା ଦିବ୍ୟବେଶତତକ୍ଷଣେ ହୋଇଲା ସେ ଉତ୍ତମ ପୁରୁଷ ।ଶୁଦ୍ଧସ୍ୱର୍ଣ୍ଣ ପରାୟକ ତାର ରୁପକାନ୍ତିଅନେକ ଆଭରଣ ସେ ଦେହେ ଘେନିଛନ୍ତି ।ମୁକୁଟ ଦିଶୁଅଛଇ ସୂର୍ଯ୍ୟତେଜ ପ୍ରାୟେସୁଗନ୍ଧ ପୁଷ୍ପର ମାଳା ଅଛଇ ଗଳାଏ ।ଉତ୍ତମ ବେଣ ଭୁଷଣ ଯେଣୁ ସେ ଧଇଲାତତକ୍ଷଣେ ଶ୍ରୀକୃଷ୍ଣଙ୍କ ଆଗରେ ମିଳିଲା ।ବେଶ ଦେଖିଣ ଶ୍ରୀକୃଷ୍ଣ ପଚାରନ୍ତି ତାକୁଏମନ୍ତ ବେଶେ ଅଇଲୁ କିମ୍ପା ଆମ୍ଭଠାକୁ ।କିଏ ତୁହି ଅଟୁ ମୋତେ ଆଦିଅନ୍ତ କହକେବଣ ପାପ ଅର୍ଜିଣ ପାଇଲୁ ଏ ଦେହ ।ଶ୍ରୀକୃଷ୍ଣ ପୁଛନ୍ତେ ଏହା ଶୁଣି ସେ ପୁରୁଷକରଯୋଡ଼ି ଜଣାଇଲେ ପୂର୍ବର ସନ୍ଦେହ ।ତୁମ୍ଭେ ପ୍ରଭୁ ନାରାୟଣ ସର୍ବ ଅନ୍ତର୍ଯ୍ୟାମୀଆପଣେ ଭିଆଇ ମୋତେ ପୁଛ କିପାଁ ସ୍ୱାମୀ ।ସୂର୍ଯ୍ୟବଂଶୀ ରାଜା ମୁହିଁ ନାମ ମୋର ନୃଗକର୍ମର ଅବଳେ କଲି ପାପଦଶା ଭୋଗ ।ସତ୍ୟଯୁଗେ ରାଜା ହୋଇ ପ୍ରଜା ପାଳୁଥିଲିକ୍ଷତ୍ରୀଧର୍ମେ ଥାଇ କେତେ ଯଜ୍ଞ ଦାନ କଲି ।ବତ୍ସାର ସହିତ ଗାଭି ନିତ୍ୟ ଦିଏ ମୁହିଁସୁବର୍ଣ୍ଣର ଚାରିଖୁରା ଅଟେ ଶିଙ୍ଗ ଦୁଇ ।ଏ ପ୍ରକାରେ ଗାଇମାନେ ଲକ୍ଷ ଲକ୍ଷ କରିଦେଉଥାଇ ନିତ୍ୟ ମୁହିଁ ବ୍ରାହ୍ମଣଙ୍କୁ ବରି ।ଏକ ବ୍ରାହ୍ମଣ ଅଇଲା ମୋର ନିଜପୁରୀଦରିଦ୍ର ଭିକ୍ଷୁକ ସେହୁ ଅଟେ ସଦାଚାରୀ ।ଏମନ୍ତ ବ୍ରାହ୍ମଣ ଦେଖି ଗାଭିଏ ଦେଲଇଁଯେସନ ପ୍ରକାରେ ଗାଇ ନିତ୍ୟ ମୁଁ ଦିଅଇ ।ଦଇବର ସଂଯୋଗରେ ଜାଣ ଏକଦିନେଏମନ୍ତ ଘଟଣା ଏକ କଲଇଁ ବିଧାନେ ।ବ୍ରାହ୍ମଣକୁ ଦେଇଥିବା ଦାନ ଗାଇଗୋଟିସେହୁ ଆମ୍ଭର ଗୋଷ୍ଠରେ ପଶିଲା ଲେଉଟି ।ଗୋରୁମାନଙ୍କ ସଙ୍ଗରେ ଥିଲା ସେହି ଗାଈଦଇବେ ତାହା ନ ଜାଣି ଦାନ ଦେଲି ମୁହିଁ ।ପୂର୍ବେ ଯେଉଁ ବିପ୍ର ତାକୁ ନେଇଥିଲେ ଦାନସେ ଆସି ଦେଖିଲେ ସେହି ଗାଈ ଚିହ୍ନ ବର୍ଣ୍ଣ ।ଆପଣାର ଧେନୁ ବୋଲି ବାନ୍ଧିଲେକ ଯହୁଁତା ଛାଡ଼ି ନ ଦେଲେ ପଛେ ନେଇଥିଲେ ଯେହୁ ।ସେ ଗାଈପାଇଁ ବ୍ରାହ୍ମଣ ମହାଗୋଳ କଲେମୋ ଛାମୁକୁ ଧରାଧରି ହୋଇଣ ଆସିଲେ ।ସେହି କଥାଗୋଟି ଯହୁଁ ଶୁଣିଲଇଁ ମୁହିଁଭୟରେ ମୋହର ଦେହ କମ୍ପିଲା ଗୋସାଇଁ ।ସେ ବ୍ରାହ୍ମଣ ଦୁହିଙ୍କୁ ମୁଁ ବହୁ ବୁଝାଇଲିଲକ୍ଷେ ଗାଈ ଦେବା ପାଇଁ ଦୁହିଙ୍କୁ କହିଲି ।କୌଣସି ପ୍ରକାରେ ବୋଧ ନୋହିଲାକ ପୁଣସେହି ଗାଈଗୋଟି ଛାଡ଼ିଗଲା ସେ ବ୍ରାହ୍ମଣ ।ଦୈବଯୋଗେ ମୃତୁ ମୋର ହେଲା ସେ ଦିନରକୃତକର୍ମ ଫଳ ମୁହିଁ ଭୁଞ୍ଜିଲି ଶ୍ରୀଧର ।ଯମଦୁତମାନେ ଆସି ମୋତେ ଘେନିଗଲେଯମର ଛାମୁରେ ନେଇ ଉଭା କରାଇଲେ ।ମୋତେ ନୟନେ ଦେଖିଣ ବୋଲେ ଜନ୍ତୁପତିମନ୍ଦ କର୍ମ କରିଅଛୁ ମଞ୍ଚର ନୃପତି ।ମଞ୍ଚପୁରେ ବହୁପୁଣ୍ୟ କରିଅଛୁ ତୁହିକିଞ୍ଚିନ୍ମାତ୍ର ପାପକର୍ମ ତୋହର ଅଛଇ ।ମୋ ଆଗେ କହ କେବଣ ଭୋଗ ତୁ ଭୁଞ୍ଜିବୁଶୁଣିଲେ ଆମ୍ଭେ ତାହାର ବିଧାନ କରିବୁ ।ଯମ ତହୁଁଏସନକ ବଚନ ମୁଁ ଶୁଣିବିଚାର କଲଇଁ ଏହା ମନେ ମନେ ଗୁଣି ।ସୁଖର ଉପରେ ଦୁଃଖ ଯଦ୍ୟପି ହୁଅଇମୋର ପକ୍ଷରେ ସେକଥା କେବେ ଭଲ ନୋହି ।ମୋର ପାପ ଫଳ ମୁହିଁ ଆଗେ ଭୁଞ୍ଜି ବଇଁଯମ ଛାମୁରେ ଏକଥା ପ୍ରକାଶ କଲଇଁ ।ତତକ୍ଷଣେ ମୋତେ ସେହୁ କୃକଲାସ କଲେକୂପେ ପକାଇବା ପାଇଁ ଦୂତଙ୍କୁ ବୋଇଲେ ।ତଦନ୍ତେ ବୋଇଲେ ମୋତେ ସେହି ଜନ୍ତୁପତିମୁକତିର କଥା ତୁମ୍ଭେ ଶୁଣ ହୋ ନୃପତି ।ଯେବଣ ଦିନେ ତୁ ଜଗନ୍ନାଥଙ୍କୁ ଭେଟିବୁନିଶ୍ଚିନ୍ତ ହୋଇଣ ତୁହି ସ୍ୱର୍ଗକୁ ଗମିବୁ ।ଏବେ ଘଟସୁତ୍ର ହେଲା ଧର୍ମ ପ୍ରସ୍ତାବରେଶୁଭବେଳେ ଭେଟିଲି ମୁଁ ତୁମ୍ଭର ପାଦରେ ।ଯୋଗିଏ ଯେତେ ଅଷ୍ଟାଙ୍ଗ ଯୋଗମାନ କରିଅନୁବ୍ରତେ ଥାଆନ୍ତି ସେ ଶୁଦ୍ଧଚିତ୍ତେ ଧରି ।ତେବେହେଁ ତୋତେ ସେମାନେ ଧରି ନ ପାରନ୍ତିପୂର୍ବ ପୁଣ୍ୟଫଳେ ମୁହିଁ ଦେଖିଲି ଏ ମୁର୍ତ୍ତି ।ଭୋ ପ୍ରଭୋ ଏମନ୍ତ ଆଜ୍ଞା ମୋର ପ୍ରତି ହେଉଯେସନେ କି ମନ ବୁଦ୍ଧି ତୁମ୍ଭ ତହିଁ ଥାଉ ।ଯେଣୁକରି ନୃପନାଥ ଆଜ୍ଞାପ୍ରାପ୍ତ ହେଲେପୁଷ୍ପକ ବିମାନେ ଚଢ଼ି ସ୍ୱର୍ଗପୁରେ ଗଲେ ।ଏସନ ଚରିତ ମାନ ଦେଖି ଶିରୀପତିସବୁ ଯାଦବ ମାନଙ୍କୁ ହକାରି ବୋଲନ୍ତି ।ବ୍ରହ୍ମସ୍ୱ ହରଣ କଲେ ଏମନ୍ତ ହୁଅଇବ୍ରାହ୍ମଣଙ୍କ ହାସ୍ୟ କଲେଏହି ଫଳ ପାଇ ।ଅଜ୍ଞାନେ ହେଉ କି ଅବା ଜ୍ଞାନେ ପାପ କଲେସେ ପାପରୁ କେବେ ନୋହିବଟି ଭଲେ ।ମହାପାପ କରିଥିଲେ ଷାଠିସସ୍ର ବର୍ଷରଉରବ ନରକରେ ହୁଅଇ ପ୍ରବେଶ ।ଯେଉଁପ୍ରାଣୀ ବ୍ରାହ୍ମଣଙ୍କୁ ହାସ୍ୟ କରିଥାଇରୌରବ ନର୍କରେ ସେହୁ କୃମିପୋକ ହୋଇ ।ମୋ ବଚନ କେତେବେଳେ ଅନ୍ୟଥା ନୋହିବବ୍ରାହ୍ମଣଙ୍କୁ ପ୍ରତିଦିନ ସେବା କରୁଥିବ ।ଯାଦବଙ୍କୁ ବୁଝାଇଲେ ଏହା ନାରାୟଣନାରାୟଣ ପଦେ ନମେ ଶ୍ରୀଅଚ୍ୟୁତ ଦୀନ ।ଶ୍ରୀକୃଷ୍ଣଙ୍କ ଦ୍ୱାରା ପୁଣ୍ଡରୀକ ବାସୁଦେବ ଓ କାଶୀରାଜା ବଧ ଏବଂ ବଳରାମଙ୍କ ଦ୍ୱାରା ତ୍ରୀବିଦ ବାନରର ମୃତ୍ୟୁଏଥୁ ଅନ୍ତରେ ପରୀକ୍ଷ ନାମେ ମହାରାଜାଶୁକମୁନି ଚରଣରେ କଲେ ଦିବ୍ୟ ପୂଜା ।ଦାନ ହରଣର କଥା ଆମ୍ଭଙ୍କୁ ବୋଇଲଏଥୁଅନ୍ତେ ଯାହାହେଲା ବିଚାରିଣ ବୋଲ ।ଶ୍ରୀକୃଷ୍ଣ ବିଜୟେ କରିଛନ୍ତି ଦ୍ୱାରକାରେସେ କାଳେ ଯେ କଥାହେଲା ଶୁଣ ନୃପବରେ ।ଦୁରାତ୍ମା ଦୃଷ୍ଟବୁଦ୍ଧି ଯେ ଅଟେ ପୁଣ୍ଡରୀକଏକଦିନେ ଦ୍ୱାରକାକୁ ପଠାଇଲା ଦୁତ ।ଶ୍ରୀକୃଷ୍ଣ ବିଜୟେ କରିଅଛନ୍ତି ସଭାରପ୍ରବେଶ ହୋଇଲା ଦୁତ ଯାଇ ସେହିଠାର ।ପୁଣ୍ଡରିକ ବାସୁଦେବ କହିଥିଲା ଯାହାଶ୍ରୀକୃଷ୍ଣ ଆଗରେ ଦୁତ କହିଲାକ ତାହା ।ବିରବର ବାନା ମୋର ବାସୁଦେବ ଚିହ୍ନସେ ରୁପ ଧରଇ କିପାଁ ନନ୍ଦର ନନ୍ଦନ ।ଜଗତ ଜନର ଜନ୍ମ ମରଣ ନିମନ୍ତେଉତ୍ପତ୍ତି ହୋଇଛୁଁ ଆମ୍ଭେ ମହାଭାରା ଅର୍ଥେ ।ସେ କିପାଁ ଆମ୍ଭର ଶଙ୍ଖ ଚକ୍ର ଅଛି ଧରିଇଛଇ ସେ ହୋଇବାକୁ ଆମ୍ଭ ସଙ୍ଗେ ସରି ।ସେହୁ ଯେବେ ରଖିବାକୁ ଚାହେଁ ବଡ଼ପଣବେଗେ ଆସି ଆମ୍ଭ ଠାରେ ପଶୁ ସେ ଶରଣ ।ବେଗୁଁ ବେଗ ଛାଡ଼ୁ ଶଙ୍ଖ ଚକ୍ର ଦୁଇଆମ୍ଭରି ସଙ୍ଗତେ ସରି କେବେହେଁ ନୁହଇ ।ଏମନ୍ତ ବଚନ ଯହୁଁ ଯାଦବେ ଶୁଣିଲେଟହଟହ ହୋଇକରି ସେମାନେ ହସିଲେ ।ତହୁଁ ଶ୍ରୀକୃଷ୍ଣ ବୋଇଲେ ଶୁଣ ଆରେ ଦୁତତାହାର ଆଗରେ ଯାଇ କହିବୁ ସମସ୍ତ ।ଆମ୍ଭେ ବିଜେକରି ତାର ସନ୍ନିଧିକୁ ଯିବୁସୁଦର୍ଶନ ଚକ୍ରଗୋଟା ପଛେ ଛାଡ଼ିଦେବୁଁ ।ଏମନ୍ତ ଶୁଣିଣ ସର୍ବେ ହାସ୍ୟ କଲେ ତାକୁସେ ଦୁତ ବାହୁଡ଼ି ଗଲା ପୁଣ୍ଡରୀକ ଠାକୁ ।କ୍ରୋଧେଣ କହିଲା ଯାଇ ସମସ୍ତ ବାରତାକୃଷ୍ଣଙ୍କର କଥାମାନ ସକଳ ବ୍ୟବସ୍ଥା ।ପୁଣ୍ଡରୀକ ରାଜାଦୁତ ଗଲାକ ଉତ୍ତାରେବେଗେଣ ସଜ ହୋଇଲେ ଦେବ ଚକ୍ରଧରେ ।ସଙ୍ଗେ ପ୍ରଭୁ ତିନି ଅକ୍ଷୌହିଣି ସୈନ୍ୟ ଘେନିପୁଣ୍ଡରୀକର ଦେଶକୁ ଗଲେ ଚକ୍ରପାଣି ।ଏଣେ ପୁଣ୍ଡରୀକ ରାଜା ସଇନ ସଜାଇଯୁଦ୍ଧାରମ୍ଭ କଲାଆସି ବେଗୁଁ ବେଗ ହୋଇ ।ମହା ପ୍ରତିଜ୍ଞା କରିଣ ଗରୁଡ଼ରେ ଚଢ଼ିହସ୍ତରେ ଶଙ୍ଖ ଚକ୍ରକୁ ଅଛି ସେହୁ ଧରି ।ଶ୍ରୀବତ୍ସ ଚିହ୍ନ ଗୋଟିଏ ଅଛି ତା କାଖରେପୀତାମ୍ବର ଶୋଭାପାଏ ତା କଟିଭାଗରେ ।ମର୍କତ କୁଣ୍ଡଳଦ୍ୱୟ ଶୋଭଇ କର୍ଣ୍ଣରକିରୀଟ ମୁକୁଟ ଶୋହେ ତାର ଶିରପର ।ଏମନ୍ତ ପ୍ରକାରେ ବେଶ ଅଛି ରାଜା ଧରିଶ୍ରୀକୃଷ୍ଣ ଛାମୁରେ ରଥ ବେଗେଣ ଉଭାରି ।ରହୁବରକୁ ଉଭାରି ଅଛି ପୁଣ୍ଡରୀକତାହାର ସଙ୍ଗେ ଅଛନ୍ତି ସୈନ୍ୟବଳ ଲୋକ ।ଖଣ୍ଡେଦୂରେ ଥାଇ ତାହା ଦେଖିଲେ ଶ୍ରୀବତ୍ସିଆପଣାର ବେଶ ପୁଣ୍ଡରୀକ ଧରିଅଛ ।ପୁଣ୍ଡରୀକର ମୂର୍ତ୍ତିକୁ ଶ୍ରୀକୃଷ୍ଣ ଚାହିଁଲେଯାଦବ ବଳଙ୍କୁ ତହୁଁ ବେଗେ ଆଜ୍ଞା ଦେଲେ ।କୋନ୍ତ ଶାବେଳି ଲାଙ୍କିଆ ଆଦି ତୀକ୍ଷ୍ଣ ବାଣଯଦୁପୁତ୍ରେ ତାହାଙ୍କୁ ହେ ବିନ୍ଧି ଅପ୍ରମାଣ ।ବେଢ଼ିକରି ସେମାନେ ଯେ ବହୁ ଶସ୍ତ୍ରକଲେମହା ମହା କ୍ଷତ୍ରିଙ୍କର ପ୍ରାଣ ବିନାଶିଲେ ।ସଙ୍ଗେଥିଲା ତାର ଦଶ ଅକ୍ଷୌହିଣୀ ବଳଯାଦବଙ୍କ ଶରେ ସର୍ବେ ଗଲେ ଯମଆଳ ।ସୁଦର୍ଶନ ଚକ୍ର ଧରି ପ୍ରଭୂ ଚକ୍ରଧରତକ୍ଷଣେ ଛେଦିଲେ ପୁଣ୍ଡରୀକ ରାଜା ଶିର ।ଯେମନ୍ତ ବେଶ ଧରିଣ ଯୁଦ୍ଧ କରୁଥିଲାସେହି ବେଶ ଧରିଣ ସେ ବୈକୁଣ୍ଠକୁ ଗଲା ।ପୁଣ୍ଡରୀକ ନୃପତିକୁ ଚକ୍ରେ ଦେବ ହାଣିକାଶିରାଜାକୁ ନାରାଚ ବିନ୍ଧିଲେକ ଟାଣି ।ପାଶୁପତ ବାଣ ତାକୁ ବେଗେଣ ବିନ୍ଧିଲେତାହାର ମୁଣ୍ଡ ଗୋଟିକ କାଟି ପକାଇଲେ ।ହାବୋଡ଼ା ଶର ବିନ୍ଧିଲେ ପୁଣିହିଁ ନିଠାଇକାଶି ରାଜାର ମସ୍ତକ ଦେଲେକ ଉଡ଼ାଇ ।କାଶୀ ନୃପତିର ସିଂହ ଦୁଆରେ ଯାଇଣଉଡ଼ିଯାଇ ତାର ଶିର ପଡ଼ିଲା ତକ୍ଷଣ ।ଯେତେକ ତାହାର ବଳ ମାଇଲେ ଶ୍ରୀପତିଲେଉଟି ଶ୍ରୀକୃଷ୍ଣ ବିଜେ କଲେ ଦ୍ୱାରାବତୀ ।ଏଥୁ ଅନନ୍ତରେ ଶୁଣ ପରୀକ୍ଷ ରାଜନକାଶୀ ନୃପତିର ଥିଲା ଜ୍ୟେଷ୍ଠ ଯେ ନନ୍ଦନ ।ପିତା ଶିର ଯେଣୁକରି ନୟନେ ଦେଖିଲାମହାକଷ୍ଟ ପାଇଣ ସେ ବହୁଶୋକ କଲା ।ପିତାର ନିମନ୍ତେ ସେହୁ ମହାଶୋକ କରିନିର୍ଭୟେ ସେବିଲା ଯାଇ ଦେବ ତ୍ରିପୁରାରି ।କଠୋର ସେବାରେ ହର ପ୍ରସନ୍ନ ହୋଇଲେବର ମାଗ ବୋଲି କୁମରକୁ ଆଜ୍ଞା ଦେଲେ ।ଯେବେ ମୋତେ ସୁପ୍ରସନ୍ନ ହେଲ ବର ଦିଅତୁମ୍ଭର ବର ପାଇଲେ ହୋଇବି ନିର୍ଭୟ ।ମୋହର ପିତାର ବୈରୀ ବିନାଶ କରିବିତୁମ୍ଭର ପ୍ରସାଦେ ମୁହିଁ ଜଗଜ୍ଜୟୀ ହେବି ।ଶିବ ବୋଇଲେ ବ୍ରାହ୍ମଣ ପୂଜି ଭକତିରେତାହାଙ୍କୁ ପୂଜିଲେ ଯଶ ରହିବ ମହିରେ ।ଏହିପରି ବର ଯହୁଁ କୁମର ପାଇଲାବ୍ରାହ୍ମଣଙ୍କୁ ଅକ୍ଷତସେ ଦେଇଣ ବରିଲା ।ବ୍ରାହ୍ମଣମାନେ ହୋମରେ ମହାମନ୍ତ୍ର ସ୍ମରିହୋମ ଭିତରୁ କୃତିହା ପୁରୁଷ ବାହାରି ।ତତକ୍ଷଣେ ଜାତହେଲା କୃତିହା ପୁରୁଷତପ୍ତତମ୍ବା ପରାୟେକ ଦିଶେ ତାର ବେଶ ।ନିର୍ଧୂମ ଅନଳ ଜିଣି ଦେହ ଦିଶେ ପୁଣିକ୍ରୋଧେ ବହିଛି ସ୍ଫଟିକ ତେଜକୁ ସେ ଜାଣି ।ହସ୍ତରେ ସେ ଘେନିଅଛି ଅଗ୍ନି ଜ୍ୟୋତି ଶୁଳତାହାକୁ ବୋଇଲେ ତୁହି ଦ୍ୱାରକାକୁ ଚଳ ।ଦ୍ୱାରକାକୁ ଯାଇଣ ସେ ଭୟ ଦେଖାଇଲାଯାଦବମାନେ ଦେଖନ୍ତେ ଶଙ୍କା ଉପୁଜିଲା ।ସତ୍ୟଭାମା ତୁଲେ କୃଷ୍ଣ ପଶା ଖେଳୁଥିଲେଆର୍ତ୍ତହୋଇ ଯଦୁଗଣେ ସର୍ବ ଜଣାଇଲେ ।ମୁର୍ତ୍ତିମନ୍ତ ହୋଇ ଅଗ୍ନିଦେବ ଆସିଛନ୍ତିଦ୍ୱାରକାପୁରକୁ ପୋଡ଼ିଦେବ ସେ ଏ ଘାନ୍ତି ।ଯାଦବଙ୍କ ମୁଖୁ ଏହା ଶୁଣି ହୃଷୀକେଶଅନ୍ତର୍ଯ୍ୟାମୀ ଜାଣିଲେ ସେ କୃତିହା ପୁରୁଷ ।ସୁଦର୍ଶନ ଚକ୍ରେ ଚାହିଁ ବେଗେ ଆଜ୍ଞା ଦେଲେଏହି ଉତ୍ପାତ ବହନ ନିବାର ବୋଇଲେ ।ଆଜ୍ଞାପାଇ ବେଗେ ବେଗେ ଗଲା ସୁଦର୍ଶନତେଜ ବିକାଶିଲା କୋଟି ସୂର୍ଯ୍ୟର କିରଣ ।ପ୍ରଚଣ୍ଡ ମୁରତି ଧରି ତ୍ୱରିତ ଅଇଲାକୃତିହା ପୁରୁଷ ଦେଖି ବେଗେ ପଳାଇଲା ।ସେହିକ୍ଷଣି ଲେଉଟିଣ ଗଲାକ ପଳାଇକାଶିପୁରେ ପ୍ରବେଶିଲା ଅତି ତ୍ୱରା ହୋଇ ।କାଶୀପୁରେ ସେ କାଶୀନନ୍ଦନ ରାଜାକୁକୁଟୁମ୍ବର ସହିତରେ ନାଶିଲା ତାହାକୁ ।ହୋମଠାରେ ଯେଉଁମାନେ ଥିଲେ ଆଚାର୍ଯ୍ୟସବୁ ବ୍ରାହ୍ମଣଙ୍କୁ ଧରି କଲାକ ଦହିର୍ଯ୍ୟ ।ସୁଦର୍ଶନ ଚକ୍ର ପଛେ ଗୋଡ଼ାଇଣ ଥିଲାକାଶୀପୁର ଘରଯାକ ସବୁ ପୋଡ଼ିଦେଲା ।ଏହାକୁ ଯେ ଏକଚିତ୍ତେ ପଢ଼ଇ ଶୁଣଇମହାପାତକ ତା ପାଶେ କେବେହେଁ ନ ଯାଇ ।ଶୁକମୁନି ବୋଲନ୍ତି ହୋ ଶୁଣ ନୃପବରନାରକାର ଥାଟେ ଦେଶ ଦ୍ୱିବନ୍ଦ ବାନର ।ଅନେକ ଅନେକ ଦେଶ ଅଇଲା ଉଜାଡ଼ିସକଳ ରାଜା ପଳାଇ ଗଲେ ଦେଶ ଛାଡ଼ି ।ବନ ପର୍ବତ ମାନଙ୍କୁ ମୁଣ୍ଡେ ବୋହିନେଇପ୍ରଜାମାନଙ୍କୁ ମାରଇ ରୋଷଭର ହୋଇ ।ମହାକୋପ କରିଣ ସେ ସିନ୍ଧୁ ଭିତରେଣପାଣି ତୋଳିଣ ଆଣଇ ହୁଂକାର କରିଣ ।ସମୁଦ୍ର କୁଳରେ ଥିଲେ ଯେଉଁ ଯେଉଁ ଦେଶଜଳ ବୃଷ୍ଟି କରି ସେହୁ ସବୁ କଲା ନାଶ ।ଉତ୍ତମ ସ୍ତିରୀମାନଙ୍କୁ ଅନ୍ତରୀକ୍ଷେ ନେଇପର୍ବତ ଖୋଲି ଭିତରେ ପୂରାଇ ରଖଇ ।ତାହାଙ୍କ ଉପରେ ସେହୁ ଘୋଡ଼ାଇ ପର୍ବତତହିଁ ମଧ୍ୟରେ ରଖିଣ ହରଇ ସମସ୍ତ ।ଏସନକ ପରକାରେ ସବୁ ନାଶ କଲାଏହି ପ୍ରକାରେ ସକଳ ଦେଶ ଉଜାଡ଼ିଲା ।ତଦନ୍ତେ ଆସିଣ ଉପବନ ପ୍ରଦେଶରେପଡ଼ିଲାକ ଆସି ବଳରାମଙ୍କ ଭେଟରେ ।ଅତି ବଳବନ୍ତ ସେହୁ ରେବତୀର ସାଇଁସେ ଉପବନ ଭିତରେ କ୍ରୀଡ଼ନ୍ତି ସେ ଯାଇଁ ।ଏମନ୍ତ ସ୍ୱରୂପେ ଯହୁଁ ଦ୍ୱିବିଦ ଦେଖିଲାରାମ ମୁଖ ଦେଖିଣ ସେ ଖତାଇ ହୋଇଲା ।ସେ ବନ ମଧ୍ୟରେ ଯେତେ ଶାଳଶିଳା ଥିଲାତା ସବୁ ଉପାଡ଼ି କପି ରାମଙ୍କୁ ଫିଙ୍ଗିଲା ।ବକ୍ରଗତି କରି ରାମ ତାହା ବଞ୍ଚାଇଲେମୁଷଳ ଧରିଣ ସେହୁ ନିର୍ଭୟେ ରହିଲେ ।କ୍ରୋଧଭର ହୋଇକରି ବାନର ଧାଇଁଲାରାମଙ୍କ ଉପରେ ଦୁଷ୍ଟ ବିଧାଏ ମାଇଲା ।ବଳରାମ ତା ସଙ୍ଗରେ ବହୁ ଯୁଦ୍ଧ କଲେବଜ୍ର ସମାନରେ ମୁଥ ତାହାକୁ ମାଇଲେ ।ରାମଙ୍କ ହସ୍ତେ ମହାଆଘାତକୁ ପାଇଯମ ମନ୍ଦିର ଦ୍ୱିବିଦ ଦେଖିଲାକ ଯାଇ ।ସେହି ବାନରକୁ ବଳରାମ ବଧ କଲେଦ୍ୱାରକା ପୁରକୁ ରାମ ବେଗେ ଚଳିଗଲେ ।ବଳରାମ ପ୍ରଭୁଙ୍କର ପାଦପଦ୍ମ ତଳେଦୀନ ଅଚ୍ୟୁତ ନମଇ ଅତି ଭାବଭୋଳେ ।