ହରିବଂଶ (ଷଷ୍ଠ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୨୧ / ୩୩
ସମ୍ପୂର୍ଣ୍ଣ ସୂଚୀପତ୍ର
ସ୍ୟମନ୍ତକ ମଣି ଅନ୍ୱେଷଣେ ଶ୍ରୀକୃଷ୍ଣଙ୍କର ଯାତ୍ରା
ଏଥି ଉତ୍ତାରୁ ଯେ ପାଞ୍ଚଦିନ ବହିଗଲାଲଲାଟ ଲିଖନ ଯାହା ଦୈବ ଭିଆଇଲା ।ଏକଦିନେ ବିସିଥିଲେ ସାତବଂଶ ବଳକୃଷ୍ଣ ଶ୍ରୀରାମ ସହିତେ ଆବର ସକଳ ।ଖମ୍ବେ ଖମ୍ବେ ମାଡ଼ିବସି ଦିଶନ୍ତି ସେ ଶୋଭାଅମର ସଭା ମଧ୍ୟରେ ଯେସନେ ମଘବା ।ଦକ୍ଷିଣ ଖମ୍ବକୁ ମାଡ଼ିବସେ ଉଗ୍ରସେନଚାରିପାଖ ବେଢ଼ି ବସିଛନ୍ତି ଅନ୍ୟଜନ ।ବୋଇଲେ ଶକ୍ରାଜତକୁ ଚାହିଁ ହଳପାଣିଦେଖିବାକୁ ଶ୍ରଦ୍ଧାକଲୁ ସ୍ୟମନ୍ତକ ମଣି ।ଶ୍ରୀକୃଷ୍ଣଙ୍କୁ ଆଦିକରି ତହିଁ ଯେତେ ଥିଲେସକଳେ ମଣି ଦେଖିବା ପାଇଁ ଶ୍ରଦ୍ଧାକଲେ ।ଦେଖାଅ କିନା ସେ ମଣି ବୋଲୁଁ ଜଗନ୍ନାଥସକଳେ ବୋଇଲେ ମଣି ଆଣ ଶକ୍ରାଜିତ ।ପାତ୍ର ମନ୍ତ୍ରୀ ଯାଦବ ସେ ସଭାରେ ଯେ ଥିଲେଠାକୁରଙ୍କ ହସ୍ତେ ଦିଅ ବୋଲିଣ ବୋଇଲେ ।ଶକ୍ରାଜିତ ବୋଲେ ମଣି ମୋହଠାରେ ନାହିଁମଣିର ବାର୍ତ୍ତା ତୁମ୍ଭଙ୍କୁ ଅକ୍ରୁର ଯେ କହି ।ଜଗନ୍ନାଥ ଭଣି ଅକ୍ରୁର ତ କଲା ମାୟାଜାଣିଲେ ତାହାର ନାହିଁ ଆମ୍ଭଠାରେ ଦୟା ।ଆମ୍ଭଙ୍କୁ କପଟ କରି ଲୁଚାଇଛୁ ମଣିସଦଭାବେ କାର୍ଯ୍ୟଥିଲେ ଦିଅ ବେଗେ ଆଣି ।ଅକ୍ରୂର ବୋଇଲା ମଣି ମୋହଠାରେ ଥିଲାଅର୍ଦ୍ଧରାତ୍ରରେ ପ୍ରସନ୍ମାଜିତ ଆସି ନେଲା ।ଅଶ୍ୱେକ ଚଢ଼ି ଅଇଲା ସଙ୍ଗେ କେହି ନାହିଁମଣି ଘେନିଣ ସେ ରାତ୍ରେ ଗଲା ପୁଣି କାହିଁ ।ଶକ୍ରାଜିତ ଅକ୍ରୂରକୁ ବୋଲଇ ଏମନ୍ତଆଜକୁ ପାଞ୍ଚ ଦିବସ ହେଲା ନାହିଁ ସେ ତ ।ଘର ବାହାର ଖୋଜିଲି ସକଳ ଠାବରେବନ୍ଧୁବାନ୍ଧବଙ୍କ ଘର ଅରଣ୍ୟ କନ୍ଦରେ ।ମଣି ଘେନି ପ୍ରସନ୍ମ ମୋ କେଉଁ କତି ଗଲାନିଶ୍ଚେ ଜାଣିଲି ମୋ ଭାଇ କେଉଁଠାରେ ମଲା ।ଭୋ ଧର୍ମ ଦେବତା ତୁହି ଜାଣୁ ସିନା ଏକାଶୁଭାଶୁଭ କର୍ମ ତୁମ୍ଭ ପାଞ୍ଜିରେଣ ଲେଖା ।ଏସନକ ଖଳ ବୁଦ୍ଧି ପ୍ରସରିଲା କାହୁଁହୋଇଲା ମୋ ଜ୍ଞାନଧ୍ୱଂସ ନାଶଗଲି ତହୁଁ ।ବହୁତ ବଚନ କେବେ ଭାଙ୍ଗେ ଏକଜଣଏହିକ୍ଷଣି ଦେଖୁ ଦେଖୁ ହେଲା ଅକାରଣ ।ଉପକାର ପାଇଥାନ୍ତି ଥାନ୍ତା ଧର୍ମ ଯଶପାଆନ୍ତା ଅଜରାମର ପଦ ପଉରୁଷ ।ମଣି ନ ଦେବି ବୋଲି ମୁଁ ବିଚାରିଲି ଚିତ୍ତେକାର୍ଯ୍ୟ କାରଣ ନୋହିଲା ରହିଲି ନିସତେ ।ପୁଣି ବିଚାରିଲେ ଇଦଂ ବିଶ୍ୱକୂଟ ମାୟାଏ ସବୁ ଶ୍ରୀକୃଷ୍ଣ କଲେ ଛାଡ଼ି ମୋତେ ଦୟା ।ଏକାଳେ ଆସି ମିଳିଲେ ତହୁଁ ଚାରଗଣଦେଶାଉର ବାର୍ତ୍ତା ସ୍ୱାମୀ ସାବଧାନେ ଶୁଣ ।ଶକ୍ରାଜିତ ସାନଭାଇ ପ୍ରସ୍ମାଜିତ ବୀରସଂଗ୍ରାମେ ଶକତା ବଳବନ୍ତ ଧନୁର୍ଦ୍ଧର ।କିମ୍ଭୁତ ମାୟା ସେ ପୁଣ ଗୋଚର ନ ଗଲାଏତେ ବଡ଼ ରଥୀ ଗୋଟା ଅଖଡ଼େ ମରିଲା ।ଗିରିବର ଶିଖେ ମୃତଶବ ଅଛି ପଡ଼ିପ୍ରଭାତକାଳେ ଆସିଲୁ ଆମ୍ଭେ ତାକୁ ଛାଡ଼ି ।ପାଞ୍ଚଦିନ ହେଲା ତହୁଁ ପଡ଼ି ଅଛି ମଡ଼ାଦୁଇଫାଳ ହୋଇ ତହୁଁ ମନୁଷ୍ୟ ଯେ ଘୋଡ଼ା ।ଶୁଣି ଶକ୍ରାଜିତ ମୁର୍ଚ୍ଛାଗତ ହୋଇ ପଡ଼ିଉଚ୍ଚସ୍ୱରେ ରୋଦନ ସେ କରେ ଶିର ତାଡ଼ି ।ଆହା ଭାଇଗୋଟି ମୋର ଅଟୁ ପ୍ରାଣ ସରିଧନ ଜୀବନ କୁଟୁମ୍ବେ ଅଟ ଅଧିକାରୀ ।ବୁଦ୍ଧିମନ୍ତ୍ର ବିଦ୍ୟାବନ୍ତ ଗୁଣବନ୍ତ ଭାଇରୂପେ ଗୁଣେ ସୁଲକ୍ଷଣ ସର୍ବ ଗୁଣଗ୍ରାହୀ ।ବାବୁ ଏସନ ଘଟଣା କେ କଲା ନିର୍ମାଣଅଖଡ଼େ ତୋ ପରା ଭାଇ ଏବେ ଦେଲା ପ୍ରାଣ ।ଆଉ କି ତୋତେ ଭାଇରେ ପାରିବି ମୁଁ ଦେଖିକାନ୍ଦେ ଶକ୍ରାଜିତ ଲୁହ ବହେ ବେନି ଆଖି ।ଆବର ସଭାରେ ଯେତେ ଯାଦବ ହିଁ ଥିଲେଶକ୍ରାଜିତର ରୋଦନ ଦେଖି ଚିନ୍ତା କଲେ ।ଅକଣ୍ଟକ ରାଜ୍ୟ ସେହି ଦ୍ୱାରାବତୀ ପୁରୀବୈକୁଣ୍ଠ ଭୁବନ ତାକୁ ନୋହେ ସମପରି ।ଯମ ଆଦିତ୍ୟ କିରଣ ନ ପାରଇ ପଶିଏଡ଼େ କର୍ମ ଗୋଟା କେହୁ କରନ୍ତା ଭରସି ।କେମନ୍ତେ ଜାଣିବା ଏହା ହେଲା ମତିଭଙ୍ଗଏମନ୍ତେ ବୋଲି ସମସ୍ତେ ହୋଇଲେ ଆତଙ୍ଗ ।ବୋଇଲେ ସବୁ ବ୍ରହ୍ମାଣ୍ଡେ ଅଧିକାରୀ ହରିଶୁଭାଶୁଭ କର୍ମ ସବୁ ପାରେ ଆନ କରି ।ଆପେ ଆଜ୍ଞା ଦେଇ ରହି ଅଛନ୍ତି ଦ୍ୱାରକାଆପେ ଥାଉଁ ଥାଉଁ ଦେଖ ହେଉଛି ଏ ଦକା ।ତାହାଙ୍କର ନ ଜାଣି କି ହୋଇ ଏଡ଼େ କର୍ମଏକା ମଣି ଲାଗି ନାଶ ଗଲା ସବୁ ଧର୍ମ ।ଦେବ ଭଣ୍ଡାରେ ସେ ଥାଉ ସବୁରିତ ଲୋଭପୂଜନ୍ତେ ଆହୁଟ ଭାର ସୁବର୍ଣ୍ଣ ଯେ ଲାଭ ।ଏମନ୍ତ ଦ୍ରବ୍ୟ ମୁର୍ଚ୍ଛିବ କେହୁ ଦେହ ଧରିଜୀବନ୍ତେ ବଧକୁ ଭୟ କେହୁ ନାହିଁ କରି ।ଶ୍ରୀକୃଷ୍ଣ ନ ଜାଣି ଏଡ଼େ କର୍ମ କି ହୋ ହୋଇଏକଥା ଗୋଟା ନିଶ୍ଚୟ ଶକ୍ରାଜିତ କହି ।ବୋଲାବୋଲି ହେଉ ଶବ୍ଦ ଶୁଭେ ପୁରୀ ପୁରୀସମସ୍ତେ କହନ୍ତି ଏହା କଲେ ଦେବହରି ।ମଙ୍ଗଳ ବେଳେ ହୋଇଲା ଅମଙ୍ଗଳ ଶବ୍ଦଘଡ଼ିଏ ପର୍ଯ୍ୟନ୍ତ ସଭା ହେଲା ନିସ୍ତବଧ ।ଉଗ୍ରସେନ ବୋଲେ କେ ନ କହ କିପାଁ କଥାବସୁଦେବ ବୋଲେ ଲାଗେ ଆମ୍ଭଙ୍କୁ ତ ବ୍ୟଥା ।ପୋଡ଼ି ଯାଉ ଜୀବ ପୁରାତନ ହେବା ମନ୍ଦବଞ୍ଚିଥିବାରୁ ଶୁଣିଲୁ ନାନା ଅପବାଦ ।ଯାଦବଙ୍କର ଅଚଳାଚଳ ଯେ ସମୃଦ୍ଧିଏ କଥା ପାଇଁ କିପାଇଁ ହୁଅ ଏଡ଼େ କ୍ରୋଧୀ ।ଅନେକ ପରାକ୍ରମୀ ଏ ମରିବ ଅବଶ୍ୟକ୍ଷଣକ ମଧ୍ୟେ ହୋଇଲା ଦେଖ ପ୍ରାଣେ ନାଶ ।ଏମନ୍ତ ବୋଲି ସଭାରୁ ସର୍ବେ ଉଠିଗଲେଲୋକ ଅପବାଦ ବାଣୀ ଶ୍ରୀକୃଷ୍ଣ ଶୁଣିଲେ ।ସଭା ମଉଳିଲା ସର୍ବେ ଗଲେ ପୁଣି ଉଠିବଳରାମ ଆଦି ମୁଖ ନ ଚାହିଁଲେ ଟେକି ।ଲୋକ ଅପବାଦକୁ ଯେ ଭୟ କଲେ ହରିଶୁଭାଶୁଭ କର୍ମ କେହୁ ପାରେ ଆନକରି ।ଦେହବନ୍ତ ହୋଇ ପ୍ରଭୁ ପାଇଲେକ ବ୍ୟଥାଲୋକ ଅପବାଦକୁ ଯେ ଲାଗେ ବଡ଼ଚିନ୍ତା ।ଜଗବନ୍ଦନ ନାଥକୁ ଏସନ କଷଣକହନ୍ତି ହେ ଶୁକମୁନି ପରୀକ୍ଷ ହେ ଶୁଣ ।ଯାଦବେ ଯାଇ ସେ ମୃତଶବକୁ ଆଣିଲେଗୋମତୀ ନଦୀକୂଳରେ ରଖି ଦାହ କଲେ ।ଶକ୍ରାଜିତ ବୋଲେ ସର୍ବ ଯାଦବଙ୍କୁ ଚାହିଁସଭାର ଭାଷା ଶୁଣିଲେ ସମସ୍ତେ ତ ଥାଇ ।ଯେଉଁ ସ୍ୟମନ୍ତକମଣି ଦେଲେ ଦିନମଣିମଣିର ଗୁଣ କହିଲେ ନ ସରଇ ପୁଣି ।ଲୁଚାଇଥିଲି ଗୁପତ କରି ପୁଣି ଯାହାକର୍ମର ବିପାକେ ମୋତେ ନୋଇଲା ସେ ସାହା ।ଆଦ୍ୟହୁଁ ଏ କଥା ମୁହିଁ ଜାଣେ ହେତୁ କରିଏ ମଣି ମୋହର ତହୁଁ ନେବେ ଦେବହରି ।ଡରୁଥିଲି ପଡ଼ିଲି ମୁଁ କର୍ମର ଅବଳେପ୍ରାଣକୁ ଭୟ ପଡ଼ିଲା ଆସି ଏତେକାଳେ ।ଭାଇ ମୋର ମଲା ପୁଣି ଦ୍ରବ୍ୟ ନାଶଗଲାଆବର ଦ୍ୱାରକାପୁରେ ମୋତେ କି ନୋହିଲା ।ପୁଣି ସମୟେକ ମୁହିଁ ହେବି ଭାଗ୍ୟବନ୍ତପୁଣି ସେବା କରିବି ମୁଁ ଛାୟାଦେବୀ କାନ୍ତ ।ଆଲୋକିତ ବର ନେବି କହି ହୃଦବ୍ୟଥାଯାବତ ଚନ୍ଦ୍ରାର୍କେ ରହିଥିବି ସେହି କଥା ।ପୁଣି ହିଁ କହୁଛି ଯାହା ଯାଦବେ ହେ ଶୁଣକପଟେ ମାଇଲେ ଭାଇ ମୋର ନାରାୟଣ ।ଦ୍ରବ୍ୟେ ଲୋଭ କଲେ ଏଡ଼େ ବଡ଼ ପ୍ରଭୁ ହୋଇଯାଦବେ ଆଉ ବିଶ୍ୱାସ ଯିବେ ତାଙ୍କୁ କାହିଁ ।ଭଲେ ନ ଭାଗିଲେ କିପାଁ ମୋତେ ଲଜ୍ଜା ଛାଡ଼ିଏଡ଼େବଡ଼ କର୍ମ କଲେ ଉପରୋଧ ଏଡ଼ି ।ବୋଇଲେ ବୈକୁଣ୍ଠ ହେବ ଦ୍ୱାରକା ଭୁବନପ୍ରତ୍ୟକ୍ଷେ ଦେବତା ଏଥେ ଜାଣ ସର୍ବଜନ ।ଯମ ଦର୍ପ ନାହିଁ ନାହିଁ ଅଗ୍ନିର ଯେ ଭୟଶତେକ ଯୋଜନ ଭୂମି ସବୁ ସ୍ୱର୍ଣ୍ଣମୟ ।ବାର ମାମରେ ବସନ୍ତ ବହେ ଧୀର ଧୀରଆଦିତ୍ୟ ତେଜ ଯହିଁ ନ ଲାଗଇ ପ୍ରଖର ।ସେ ରାଜ୍ୟେ ହୋଇଲା ଆସି ମୋତେ ଏଡ଼େ କର୍ମଏଥେ ବାସକରି ରହି ନ ଯୋଗାଇ ଧର୍ମ ।ଏହା ଭାବି ଶକ୍ରାଜିତ ରୋଦନ ଯେ କରିଯାଦବ ସଭାରୁ ଉଠିଗଲେ ଯେ ଯାହାରି ।ବସୁଦେବ ଉଗ୍ରସେନ ଯାଦବ ସହିତେରାଜ୍ୟଯାକ ଗୋଳ ବାଜେ ସ୍ଥକିତ ସମସ୍ତେ ।ଇତି ଶିରୀ ହରିବଂଶ ପୁରାଣର ଧନିଶୁଣ ପରୀକ୍ଷ ରାଜନ ଭଣି ଶୁକମୁନି ।ଯାଦବ ସଭାରେ ଜଗନ୍ନାଥ ପାଇ ଲଜ୍ଜାଲୋକ ଅପବାଦକୁ ଯେ ଡରି ଦେବରାଜା ।ମନି ଜାଣଇ ହୃଦରେ ଥାଇ ଯେଉଁ କଥାଶ୍ରୀମୁଖ ମଉଳି ଗଲା ନ ଟେକିଲେ ମଥା ।ମାନବ ଦେହ ଆପଣେ ଅଛନ୍ତି ଯେ ବହିଶୁଭାଶୁଭ କଥା ପୁଣି ମେଣ୍ଟିଯିବ କାହିଁ ।ସିଂହ ଶୁକଳ ଚଉଠୀ ଜାଣ ସେହି ଦିନଜଳର ଭିତରେ ଜ୍ୟୋତ୍ସା ଚାହିଁ ଭଗବାନ ।ଅଷ୍ଟମେ ଶନି ମଙ୍ଗଳ ରାହୁ ପାପରିଷ୍ଟଗ୍ରହ ପୀଡ଼ା କରନ୍ତି ଏ ଗ୍ରହ ବଡ଼ ଦୁଷ୍ଟ ।ଅପବାଦ ଶବ୍ଦ ରାଜ୍ୟେ ଶୁଭେ ମନ୍ଦବାଣୀସ୍ୱାମୀକୁ ଦୁର୍ଧ୍ୱଂସବାଣୀ ବୋଲି ଦୁଷ୍ଟେ ପୁଣି ।ଶୁଣ ପ୍ରାଣୀଏ ସଂସାରେ ଥାଇ ଯେତେ ମାୟାଅଜରାମର ନୁହଇ ରକ୍ତ ମାଂସ କାୟା ।ଯାହାକୁ ଯେବଣ ଯୋଗ ଅଛି ଜନ୍ମକାଳେଅବଶ୍ୟ ଫଳଇ ଫଳ ଜାଣ ଯଥାକାଳେ ।ନାରାୟଣ ଭଳି ଲୋକ ନ ଗଲା ଯେ ପାରଜ୍ୟୋତି ବିବରଣେ ଯେହ୍ନେ ଶାସ୍ତ୍ରର ବିଚାର ।ଯେ ଯାହା ଆପଣେ କରି ଅଛନ୍ତି ନିର୍ମାଣତା ଲଙ୍ଘିଲେ ଦେବଶାସ୍ତ୍ର ହେବ ଅକାରଣ ।ଆବର ବେଦ ଶାସ୍ତ୍ରରେ ରଚି ଏହି ଯୋଗତେଣୁ କରି କର୍ମ ଆପେ କରିଛନ୍ତି ଭୋଗ ।ରାମାବତାରେ ରାବଣ ନେଲା ସୀତା ହରିକେତେ ଦୁଃଖ ନ ପାଇଲେ ବନେ ରହି କରି ।ସେ ପ୍ରଭୁ ଭିଆଇଛନ୍ତି କରୁଛନ୍ତି ଭ୍ରମସେହି ଯେ ଜାଣଇ ସିନା ଯାର ଯେଉଁ କର୍ମ ।ସଂସାର ଜନକୁ ଭ୍ରମ କରାଇବା ପାଇଁଅଜ୍ଞାନ ଯେ ଅପବାଦ ଆପେ ଅଛି ପାଇ ।ସଭାରେ ଲାଜ ପାଇଲେ ଯହୁଁ ଦେବରାଜେନିଜ ନବରକୁ ଆଉ ନ କଲେ ସେ ବିଜେ ।ସାତ୍ୟକି ଅନାଧୃଷ୍ଟ ଯେ ଉଦ୍ଧବ ଅକ୍ରୂରଚାରିଜଣକୁ ପାଶକୁ ଡାକି ଚକ୍ରଧର ।ତୁମ୍ଭେ ଚାରିଜଣ ଅଟ ଆମ୍ଭ ପ୍ରାଣସରିଏଡ଼େବଡ଼ ଲାଜ କଥା କହି ତ କେ ପାରି ।ସ୍ୟମନ୍ତକର ଚରିତ ନ ଜାଣୁ ଯେ କିଛିଯାଦବମାନେ ଆମ୍ଭଙ୍କୁ ଅକାରଣେ ବାଛି ।ଆମ୍ଭ ମନ ଜ୍ଞାନେ ଯେବେ ଜାଣୁ ଏହି କଥାଲୋକ ଅପବାଦକୁ ଯେ ପାଉଁ ବଡ଼ ବ୍ୟଥା ।ଦୁଃଖ ପାଇବ ଯେ ତୁମ୍ଭେମାନେ ଆମ୍ଭପାଇଁସ୍ୱର୍ଗ ମଞ୍ଚ ପାତାଳରେ ଖୋଜିବା ନା ଯାଇ ।ଆମ୍ଭଙ୍କୁ ଯେ ଅପବାଦ ଦେଲେ ପୁଣି ଦୋଷଖୋଜି ଭେଟ ନ ପାଇଲେ ସର୍ବେ ଯିବେ ନାଶ ।ତୁମ୍ଭେମାନେ ଅଟ ପୁଣି ଆମ୍ଭ ପ୍ରିୟ ସଖାପରମ ବୈଷ୍ଣବଙ୍କର ସଙ୍ଗତରେ ଲେଖା ।ଜାଣିବ ସିନା ତୁମ୍ଭେ ଏ କଥାର ତଦନ୍ତଅଦୋଷରେ ଦୋଷ ଯେବେ ଦେଲେଣି ଆମ୍ଭନ୍ତ ।ଉଦ୍ଧବ ବୋଲେ ଏମନ୍ତ କିପାଁ ଦେବ କହୁଅଶେଷ କୋଟି ବ୍ରହ୍ମାଣ୍ଡେ ତୁମ୍ଭେ ମହାବାହୁ ।ଅଲେଖ ପୁରୁଷ ତୁମ୍ଭ ରୂପରେଖ ନାହିଁଅକାରଣ ପୁରୁଷ ତୋ ପାପପୁଣ୍ୟ କାହିଁ ।ତୁମ୍ଭେ ମହାପ୍ରଭୁ ଆମ୍ଭେମାନେ ତୁମ୍ଭ ଭୃତ୍ୟଅଶେଷ କୋଟି ବ୍ରହ୍ମାଣ୍ଡ ତୁମ୍ଭର ଯେ କୃତ୍ୟ ।ଲକ୍ଷ୍ମୀର ବଲ୍ଲଭ ତୁମ୍ଭେ ଦେବ ଦେବରାଜାବ୍ରହ୍ମା ଇନ୍ଦ୍ର ଦେବରାଜ କରି ପାଦ ପୂଜା ।ଶୁଭାଶୁଭ କର୍ମ ତୁହି ପାରୁ ଆନକରି ।ତୁମ୍ଭ ମାୟାରୁ ଉବୁରି ପାରଇ କେ ହରି ।ପ୍ରାଣୀର ପ୍ରାଣ ସବୁରି ପ୍ରାଣ ତୁହି ଜାଣୁଭୂତ ଭବିଷ୍ୟତ ବର୍ତ୍ତମାନ ପରମାଣୁ ।ତୁମ୍ଭେ ଯେବେ ଶ୍ରଦ୍ଧା କଲ ମଣି ଆଣି ଲୋଡ଼ିଆମ୍ଭେମାନେ କି ତୁମ୍ଭଙ୍କୁ ପାରିବୁ ଯେ ଛାଡ଼ି ।ତୁମ୍ଭେ ଗଲେ ଆମ୍ଭେମାନେ ଥିବୁ ତୁମ୍ଭ କତିତୁମ୍ଭର ଯେ ଗତି ଜାଣ ଆମ୍ଭର ସେ ଗତି ।ଦ୍ୱାରକାରୁ ବାହାରିଲେ ହୋଇ କୋପମୂର୍ତ୍ତିମଣି କାହିଁ ନ ପାଇଲେ ଖୋଜି ଦିବାରାତି ।ଅନେକ ଦୂର ପର୍ଯ୍ୟନ୍ତ ଗଲେ ପଥ ବାହିବଳଦେବ ଆଦିଙ୍କୁ ଏ ଗୋଚର ଯେ ନାହିଁ ।ରୁକ୍ମିଣୀ ଆଦି କରିଣ ନ ଜାଣନ୍ତି କିଛିମଣିର ଉଦ୍ଧେଶ୍ୟ ତୁମ୍ଭଁ ଗଲେ ନନ୍ଦବତ୍ସି ।ମନେ ମନେ ସନ୍ତାପିତ ପ୍ରଭୁ ପାଇ ଲଜ୍ଜାସର୍ବ ସୁଖଭୋଗ ହରି କଲେ ପରିତ୍ୟଜ୍ୟା ।ଯାନ ବାହାନ ନ ଚଢ଼ି ପାଦରେ ଗମନଲପଲକ୍ଷ୍ୟ ଚାରିଆଡ଼େ ବୁଲି ଭଗବାନ ।ଆଡ଼ତି କନ୍ଦର ବକ୍ର ପର୍ବତ ଯେ ମାଳଦେଶେ ଦେଶେ ପଶି ଦେବ ଖୋଜନ୍ତି ସକଳ ।ପ୍ରଥମେ ପ୍ରବେଶ ହେଲେ ସ୍ୱର୍ଗପୁରେ ଯାଇଇନ୍ଦ୍ରେ କହିଲେ ବାରତା ତହୁଁ ପ୍ରଭୁ ପାଇ ।ଷଢ଼ ଅର୍ଘ୍ୟେ ପୂଜା କଲେ ତହିଁ ସର୍ବମୁନିକିମର୍ଥେ ଅଇଲ ବୋଲି ପଚାରନ୍ତି ପୁଣି ।ଆବର ପ୍ରଭୁଙ୍କୁ ପଚାରିଲେ ବଜ୍ରପାଣିସମସ୍ତ କୁଶଳଟିକି କହ କମ୍ବୁପାଣି ।ଗୋବିନ୍ଦ ବୋଇଲେ ତୁମ୍ଭେ ଶୁଣ ହେ ମଘବାଶକ୍ରାଜିତ କଲେ ଦେବ ବିରଞ୍ଚିର ସେବା ।ସ୍ୟମନ୍ତକ ମଣି ତାକୁ ଦେଲେ ଦିନକରପୂଜନ୍ତେ ନିତ୍ୟ ମିଳଇ ସ୍ୱର୍ଣ୍ଣ ଶତେଭାର ।ପ୍ରସନ୍ନାଜିତ ହିଁ ମଲା ସେ ମଣି ହଜିଲାସର୍ବ ଯାଦବେ ବୋଇଲେ କୃଷ୍ଣ ଏହା କଲା ।ତହିଁର ନିମନ୍ତେ ଆମ୍ଭ ସର୍ବେ ଆସିଅଛୁଜାଣ କିଏ ମଣି ନେଲା ତୁମ୍ଭଙ୍କୁ ପୁଚ୍ଛୁଛୁ ।ଗୋବିନ୍ଦଙ୍କ ମୁଖ ଶୁଣି ଏସନ ବଚନଅମରପୁର ଖୋଜିଲେ ଦେବ ମଘବାନ ।କୁବେର ବୋଇଲେ ମଣି ସ୍ୟମନ୍ତକ ନାହିଁକପିଳାସ କନ୍ଦରକୁ ଚଳ ଶୀଘ୍ର ହୋଇ ।ଈଶ୍ୱରଙ୍କୁ ପଚାର ସେ ମଣିର ସନ୍ଦେଶତହିଁ ମଣି ନ ପାଇଲେ ପ୍ରଭୁ ହୃଷୀକେଶ ।ତହୁଁ ପାଦଗତି ହୋଇ ଧାତିକାରେ ଗଲେବ୍ରହ୍ମାର ଛାମୁରେ ଯାଇ ତକ୍ଷଣେ ମିଳିଲେ ।ସଂକ୍ଷେପି ପଚାରିଲେ ସେ ମଣିର ବାରତାପିତାମହ ବୋଲେ ଆମ୍ଭେ ନ ଜାଣୁ ସେ କଥା ।ତହୁଁ ବାହାର ହୋଇଲେ ପାଇ ବଡ଼ ବ୍ୟଥାମଣି କାହିଁଗଲା ଆମ୍ଭେ ପାଇଲୁ ଅବସ୍ଥା ।ଚନ୍ଦ୍ର ସୂର୍ଯ୍ୟ ନକ୍ଷତ୍ର ଯେ ଲୋକ ଆଦିକରିପବନ ନୈଋତ ଯମ ବେଶ୍ୱାନର ପୁରୀ ।ଗୋଲୋକକୁ ଆଦିକରି ବଇକୁଣ୍ଠ ଯାଏମଣି ଖୋଜି ନ ପାଇଲେ ପ୍ରଭୁ ଦେବରାୟେ ।ମନ ପବନ ଆରୋହି ତହୁଁ ଭଗବାନମଞ୍ଚେ ପ୍ରବେଶ ହୋଇଲେ ଚଢ଼ି ମନଯାନ ।ପାଞ୍ଚେହେଁ ମନ ପବନେ ଚଢ଼ିଗଲେ ଚଳିପ୍ରବେଶ ହୋଇଲେ ମଞ୍ଚପୁରେ ବନମାଳୀ ।ଜମ୍ବୁଦ୍ୱୀପ ନବଖଣ୍ଡ ଆୟତନ ପୃଥ୍ୱୀଅଭିଷେକୀ ଛୟାଣୋଇ ସମ ରାଜା ଛନ୍ତି ।ସବୁଙ୍କୁ ପୁଚ୍ଛିଲେ ଜଣେ ଜଣେ ନନ୍ଦ ବତ୍ସିମଣିର ବାରତା ପ୍ରଭୁ ନ ପାଇଲେ କିଛି ।ଅଗମ୍ୟ ଅଟଇ ପୁଣି ଗିରିଲତା ମାଳନିର୍ଝର ଡିଙ୍ଗର ଖାଲ ଖୋଲ ନଦୀକୂଳ ।କଳିଙ୍ଗ ଗଉଡ଼ ଅଙ୍ଗ ବଙ୍ଗ ମରହଟ୍ଟକାଞ୍ଚୀ କାବେରୀ କାଶ୍ମୀର କାଶୀ ସଉରାଷ୍ଟ୍ର ।ମାଳବ ଖଣ୍ଡ ଅଯୋଧ୍ୟା ଆଦି ନାନା ଦେଶଉଜାଣି ପ୍ରଖର ଚେଦୀ କନାଉଜ ମତ୍ସ୍ୟ ।ବିଦର୍ଭ ପଞ୍ଚାଳ ମଗ ମହାରଣ୍ୟ ମଘମାଳୀ ଗୁଆଳୀ କୋଣାର୍କ ମାଲ୍ୟାବନ୍ତ ରଙ୍ଗ ।କୁରୁ ନିଷଧ କଳହ ଚଉରା ପାଟଣଏମନ୍ତ ବୁଲିଲେ ଚାରିଆଡ଼ ଜଗଜ୍ଜିଣା ।ଝମ୍ପାର ଝଙ୍କାର ଚମ୍ପା ଚୋଡ଼ ରଣସ୍ତମ୍ଭସଉରେଖ ସେତୁବନ୍ଧ ବ୍ରହ୍ମାମୂଳ ଖମ୍ବ ।ଉପାହଳ ତହୁଡ଼ି ଯେ ଓଡ୍ର ବ୍ରହ୍ମଦେଶଅବନ୍ତୀ କୋଶଳ ରାଜ୍ୟ କାମାକ୍ଷୀ ମହେଶ ।ମଗଧ ମଥୁରା ଆଦି ଯେତେକ ପାଟଣାଖେଚର ଭୂତର ଖୁରସାରି କୁମ୍ଭରଣା ।କର୍ଣ୍ଣାଞ୍ଚଳ ଅଞ୍ଚଳ ଯେ ହଇହୟ ସଖାଯେତେ ନୃପତି ଅଛନ୍ତି କେ କରିବ ଲେଖା ।ସନ୍ଧୁ ଯବନ ଅସୁର ଯକ୍ଷ ରକ୍ଷ ପୁରଦିବାରାତ୍ର ଖୋଜନ୍ତି ଯେ ପ୍ରଭୁ ଚକ୍ରଧର ।କ୍ଷୁଧା ତୃଷା ବିବର୍ଜିତ ପାଦୁକାର ମନ୍ତ୍ରେନିମିଷେ ବୁଲନ୍ତି ଚର ଅଚର ଜଗତେ ।ଖୋଜନ୍ତି ଯେ ପାଞ୍ଚ ଏକ ହୋଇ ଅନୁକ୍ଷଣେମଣିର ଯେ ବର୍ଣ୍ଣ ଚିହ୍ନ ନ ପାଇ ବିଷର୍ଣ୍ଣେ ।କେତେକ ଦୂର ପଶ୍ଚିମ ଦିଗ ସିନ୍ଧୁତଟେଜୟନ୍ତୀ ନଗର ଜମ୍ବୁ ନଦୀର ନିକଟେ ।ତହୁଁ ଆଉ ଜୀବ ଜନ୍ତୁଙ୍କର ଗମ୍ୟ ନାହିଁନୈର୍ଋତ କୋଣ ଛାଡ଼ିଣ ପଥେକ ଅଛଇ ।ସେ ପଥକୁ ଅନୁସରି ବହୁଦୂର ଗଲେସେ ପର୍ବତ ତଳେ ଏକ ବିବର ଦେଖିଲେ ।ସପ୍ତପାତାଳ ପର୍ଯ୍ୟନ୍ତେ ସେ ବିବର ଗୋଟିଈଶାନେ ବକ୍ର ହୋଇଣ ଉତ୍ତରକୁ ଫୁଟି ।ସେ ଦ୍ୱାରେ ଅଛଇ ଜାଣ ଅକ୍ଷୟ ଯେ ବଟତାର ପରସାଦେ ଦେହ ହୁଅଇ ଅତୁଟ ।ସେ ବଟର ମୂଳେ ଅଛି ସୁବର୍ଣ୍ଣ ଚଉରାଅଷ୍ଟରତ୍ନରେ ନିର୍ମାଣ ଦିବାକର ତୋରା ।ପୂର୍ବକାଳେ ସେ ଚଉଁରା ଲଙ୍କାଗଡ଼େ ଥିଲାକେତୁକା ନାମେ ରାକ୍ଷସୀ ସେଠାରୁ ଆଣିଲା ।ଜାମ୍ବବ ରାଜା ଗୋଚରେ ଦେଲା ତାହା ଆଣିସେ ଆଣି ଏଥେ ରଖିଲେ ଶ୍ରଦ୍ଧାଦ୍ରବ୍ୟ ଜାଣି ।ସେ ଚଉଁରା ପାଶେ ବିଜେକଲେ ଚକ୍ରପାଣିନୀଳ ଉତ୍ପଳ ଡୋଳାରୁ ବହେ ଶ୍ରମପାଣି ।ଉଦ୍ଧବ ସାତ୍ୟକି ଅନାଧୃଷ୍ଟ ଆଦିକରିଚାରିପାଖରେ ବସିଲେ ଏ ଯାଦବ ଚାରି ।ଶରୀରୁ ବହଇ ଶ୍ରମଝାଳ ଝର ଝରଭ୍ରମି ଭ୍ରମି ଅଶକତ ସବୁରି ଶରୀର ।ଦକ୍ଷିଣ ପବନ ଲାଗି ପୁଲକିତ ଗାତ୍ରପଥଶ୍ରମେ ନିଦ୍ରା ଆସି ଘାରେ ତାଙ୍କ ନେତ୍ର ।ପାଞ୍ଚେହେଁ ରାତ୍ରେ ଶୁତିଲେ ଚଉଁରା ମଣ୍ଡଳେକାଳ ଯାମିନୀ ଘୋଟିଲା ଆସିଣ ଶୟଳେ ।ଶ୍ରୀହରିବଂଶ ପୁରାଣ ପୁଣ୍ୟମୟ ଧ୍ୱନିଶୁଣ ହୋ ପରୀକ୍ଷ ରାଜା କହେ ଶୁକମୁନି ।ଉପରେ କଳପବଟ ସୁବର୍ଣ୍ଣ ବେଦୀଅଷ୍ଟରତ୍ନେ ନିର୍ମାଣ ତା ଜ୍ୟୋତି ଶୁନ୍ୟଭେଦୀ ।ନନ୍ଦନ ବନେ ସେ ବେଦୀ ପୂର୍ବକାଳେ ଥିଲାଦିଗବିଜେ କାଳେ ତାହା ରାବଣ ଆଣିଲା ।ଲଙ୍କାଗଡ଼େ ଥୋଇଲା ତା ନେଇ ଅତି ଯତ୍ନେସେଠାକୁ ଗମନ୍ତେ ଦିଗପାଳେ ଦିବାରାତ୍ରେ ।କେତୁକା ରାକ୍ଷସୀ ତାହା ଶ୍ରଦ୍ଧାରେ ଆଣିଲାଜାମ୍ବବ ଛାମୁରେ ନେଇ ଯାଚିକରି ଦେଲା ।ବିଶିଷ୍ଟ ମୁନି ଗୁପତେ ଜାମ୍ବବକୁ କହିଏ ବେଦୀରେ ନାରାୟଣ ବିଜେ ଦେହ ବହି ।ସେ କଥା ଜାମ୍ବବ ରାଜା ଥିଲା ଅନୁସରିବାଟ ମଧ୍ୟେ ସ୍ଥାପିଅଛି ସୁବର୍ଣ୍ଣ ଚଉଁରୀ ।ବିବରଦ୍ୱାରେ ମିଳିଲେ ସୂର୍ଯ୍ୟ ଅସ୍ତବେଳେସୁସ୍ଥାନ ପାଇ ରହିଲେ ଆସି ରାତ୍ରକାଳେ ।ସୁବର୍ଣ୍ଣ ଚଉରା ପରେ ଅଛି କଳ୍ପବଟତ୍ରିଜଗତ ବାରିନିଧି ପର୍ବତ ନିକଟ ।ଏଥିମଧ୍ୟେ ବିରରେକ ଅଛି ତହିଁ ଫୁଟିଜ୍ୟୋତି ବିକାଶୁ ଅଛଇ ତ୍ରିଜଗତ ଘୋଟି ।ତୁମ୍ଭେ ଯାଦବ ତିନିହେଁ ଏହିଠାରେ ଥିବଆମ୍ଭ ସଙ୍ଗତେ ଏକାକୀ ଏ ଉଦ୍ଧବ ଯିବ ।ଏହି ବିବର ଭିତରେ ଖୋଜି ଅନୁସରିପାଉ କି ନ ପାଉ ଆମ୍ଭେ ଆସୁକିନା ଫେରି ।ତିନିଦିନ ପରିଯନ୍ତେ ଏଥେ ଥିବ ବସିଏସନ ମଧ୍ୟେ ପ୍ରବେଶ ହେବୁ ଆମ୍ଭେ ଆସି ।ତିନିଦିନ ମଧ୍ୟେ ଯେବେ ଭେଟ ନ ପାଇବନିଶ୍ଚୟ ଆମ୍ଭଙ୍କୁ ମୂର୍ଚ୍ଛି ଦ୍ୱାରକାକୁ ଯିବ ।ଏହା ବ୍ୟତିରେକେ ତୁମ୍ଭେ ନ କରିବ ଆନଉଦ୍ଧବ ଘେନି ଚଳିଲେ ପ୍ରଭୁ ଭଗବାନ ।ତିନି ଯାଦବେ ରହିଲେ ବେଦୀପରେ ବସିଉଦ୍ଧବ ଶ୍ରୀଜଗନ୍ନାଥ ଭିତରକୁ ପଶି ।ରାତ୍ର ବେନିଦଣ୍ଡ ଥାଉଁ ଗର୍ତ୍ତରେ ପଶିଲେବେନି ଯୋଜନ ବାୟବ୍ୟକୋଣେ ମାଡ଼ିଗଲେ ।ଦେଖିଲେ ଥୋକାଏ ଦୂର ଯାଇ ଦିବ୍ୟପୁରଅମର ବାରସ୍ୱତୀ ଯେ ନୋହେ ପଟାନ୍ତର ।ଦଶସହସ୍ର ଯୋଜନ ଆୟତନ ସ୍ଥଳୀଅମୃତ ଦ୍ରବ୍ୟ ବିକନ୍ତି ବଣିକାରେ ମିଳି ।ମେଢ଼ ମଣ୍ଡପ ଦେଉଳ ଚଗତୀ ଅଟ୍ଟାଳୀଅଶ୍ୱ ଗଜଶାଳ ସକ୍ରଶାଳ ଭଳି ଭଳି ।ଚଉରାଶୀ ସସ୍ର ଘର ଅଛି ସେହିଠାରେଏକୁ ଏକ ତହିଁ ପୁଣି ଅଛନ୍ତି ସମ୍ଭାରେ ।ରଥୀ ମହାରଥୀ ଏ ଯେ ସଂଗ୍ରାମେ ନିଃଶଙ୍କାତ୍ରେତା ଯୁଗରେ ଏମାନେ ବିଧ୍ୱଂସିଲେ ଲଙ୍କା ।ରାବଣ ଦର୍ପ ଧ୍ୱଂସିଲେ ରାମ ପାଶେ ଥାଇଅଜର ଅମର ବର ପାଇଛନ୍ତି ସେହି ।ଜାମ୍ବବ ପ୍ରସାଦେ ନାହିଁ କାହାକୁ ଯେ ଭୟତ୍ରିଜୀବ ବର ପାଇଣ ସମସ୍ତେ ଅଜେୟ ।ସେ ପୁରେ ଯାଇଁ ପ୍ରବେଶ ହେଲେ ଲକ୍ଷ୍ମୀସାଇଁନଗ୍ରେ ବୁଲନ୍ତେ ଉଦ୍ଧବ ପଛରେ ଗୋଡ଼ାଇ ।ଆପଣେ ଶ୍ରୀ ଜଗନ୍ନାଥ ଅଛନ୍ତି ଯେ ରହିପୁରେ ପୁରେ ଖୋଜନ୍ତି ସେ ମଣି ଭାବଗ୍ରାହୀ ।ନଗ୍ରଲୋକ ଦେଖି ଅପୁରବ ପ୍ରାୟ ମଣିପ୍ରଶଂସା କରନ୍ତି ଜଣେ ଜଣେ ଚକ୍ରପାଣି ।ରାଜ୍ୟ ପରିମଳ ଦେଖି କେତେଦୂର ଗଲେନବବର ସିଂହଦ୍ୱାରେ ପ୍ରବେଶ ହୋଇଲେ ।ଏମନ୍ତ ସମୟେ ପାଞ୍ଚଦଣ୍ଡ ହେଲା ବେଳଶୁକ ବୋଇଲେ ହେ ଶୁଣ ପରୀକ୍ଷ ଭୁପାଳ ।ପୂର୍ବହୁଁ ବିଧାତା ଏହା କରିଛି ନିର୍ମାଣସେହି କି ଆନର ବଳେ ହୋଇବ ମେଣ୍ଟଣ ।ଜାମ୍ବବ ଦୁହିତା ଜାମ୍ବବତୀ ତାର ନାମସୁକୁମାରୀ ସୁଲକ୍ଷଣୀ ସୁନ୍ଦରୀ ସୁଷମା ।ରାଜାଙ୍କର ଦୁହିତା ସେ ଅବିବାହୀ ଜେମାଲକ୍ଷ୍ମୀଙ୍କର ଅଂଶେ ଜାତ ଅଟଇ ସେ ବାମା ।ସହସ୍ରେକ ପରିବାରୀ ଘେନି ସଙ୍ଗତରେକଉତୁକେ ରାଜଜେମା ଖେଳେ ସିଂହଦ୍ୱାରେ ।ମୁଦୁସୁଲୀ ପୋଇଲୀ ଯେ ଧାଈ ପରିବାରୀସେବା କରୁଛନ୍ତି ମନ ଜାଣି ଯେ ଯାହାରି ।ରାକ୍ଷରାଜର ବତିଶ ସହସ୍ର ଯୁବତୀତାଙ୍କ ଗର୍ଭରୁ ପଞ୍ଚାଶ ସହସ୍ର ସନ୍ତତି ।ଏକା ଦୁହିତା ଗୋଟିଏ ନାମ ଜାମ୍ବବତୀସେ ଦୁହିତା ସବୁବେଳେ ବିଷ୍ଣୁର ଭକତି ।ତ୍ରେତାଯୁଗରେ ସେ ପୁଣି ହୋଇଲାକ ଜାତଇନ୍ଦ୍ର ନନ୍ଦିନୀ ଅଇନ୍ଦ୍ରୀ ଅଟେ ଯାର ମାତ ।ମାତା ଅଂଶ ଘେନି ହେଲା ସେ ଦୁହିତା ଜନ୍ମସୁକୁମାରୀ ସୁଲକ୍ଷଣ ସୁନ୍ଦର ତା ବର୍ଣ୍ଣ ।ଇନ୍ଦ୍ରଙ୍କର ନାତୁଣୀ ସେ ଜାମ୍ବବ ଦୁହିତାତା ସଦୃଶେ ନ ପାଇଲା ବର ତାର ପିତା ।ଅବିବାହୀ ବାଳିକା ସେ ପିତା ଘରେ ଥାନ୍ତିଦୁଇଯୁଗ ବହିଗଲା ବିଭା ନ ହୁଅନ୍ତି ।ପଦ୍ମବନରେ କି କରେ ରାଜହଂସୀ କେଳିସଖୀ ସଙ୍ଗେ ଖେଳୁଥାଇ ଜାମ୍ବବ ଦୁଲାଳୀ ।ମଥା ଚାରୁବେଣୀ ଲମ୍ବିପଡ଼େ କଟି ଭାଗେମଧୁକର କ୍ରୀଡ଼ଇ କି ପୁଷ୍ପ ଅନୁରାଗେ ।ଖଣ୍ଡ ଇନ୍ଦୁ କି କପାଳେ ଭ୍ରୂଲତା କି ଧନୁରସାଣିଲା ସ୍ୱର୍ଣ୍ଣମୟ ବିରାଜଇ ତନୁ ।ଆରକ୍ତ ମଧୁକ ପୁଷ୍ପ ବିମ୍ବଫଳ କାନ୍ତିସୁରଙ୍ଗ ମଧୁଫେଣା କି ଅଧର ଶୋଭନ୍ତି ।ଆଲୋକ କର୍ଣ୍ଣର ମୂଳେ ତଡ଼କିଆ ବେଣୀଶିରଭୂଷଣ ଉପମା କି ଦେବାଟି ପୁଣି ।ଅପାଙ୍ଗ ଚାରୁଲୋଚନ କଟାକ୍ଷ ଚାହାଣିଗଙ୍ଗାଧର ବ୍ରହ୍ମାଙ୍କୁ ସେ ହେଳେ ପାରେ ଜିଣି ।ବିସ୍ତାର ଯେ ବକ୍ଷସ୍ଥଳ କ୍ଷୀଣ ମଝାଗୋଟିସୁରଙ୍ଗ ଝୀନ ବସନ ପରିଧାନ କଟି ।ଉଲଟ କଦଳି ପ୍ରାୟ ଦିଶେ ତାର ଜାନୁସୁରେଖ ମଣ୍ଡଳ ଯେହ୍ନେ ନିଷ୍କଳଙ୍କ ଭାନୁ ।ଅଙ୍ଗୁଳିର ଶୋଭାବର୍ଣ୍ଣ ଅଟେ ଚମ୍ପାକଢ଼ିଲିଖିତ ଅଳତା ଲକ୍ଷ୍ୟ ଫୁଲର ପାଖୁଡ଼ି ।ରୂପଗୁଣେ ଅନିନ୍ଦିତା ଅପୂର୍ବ ସୁନ୍ଦରୀସ୍ୱର୍ଗ ମେନକା ଉର୍ବଶୀ ରୂପେ ନୁହେ ସରି ।ସର୍ବରତ୍ନ ଅଳଙ୍କାରେ ଭୂଷଣ ତରୁଣୀରୂପ ଅତିଶୋଭା ତାର ଗଳେ ଅଛି ମଣି ।ଏହାର ନିମନ୍ତେ ଆମ୍ଭେ ପାଇଲୁ ଏ କଷ୍ଟଅପବାଦ ହିଁ ସହିଲୁ ହୋଇ ଗୃହଭ୍ରଷ୍ଟ ।ଏବେ ବିଧାତା ଖଣ୍ଡିଲା ଆମ୍ଭର ଏ କଷ୍ଟକାର୍ଯ୍ୟ ସଫଳ ହୋଇଲା ପାଇ ମଣି ଭେଟ ।ସୁଧର୍ମା ସଭାରେ ଆମ୍ଭେ ଅଛୁ ଲାଜ ପାଇଯାଦବଙ୍କ ଛାମୁରେ ଯେ ଦେବୁ ଏହା ନେଇ ।ଏତେ ବୋଲି ଧଇଲେ ଯେ କନ୍ୟା ଭୁଜ ତୋଳିଦକ୍ଷିଣ କରେ କାଢ଼ିଲେ ତାର ଗଳା ମାଳି ।ଶ୍ରୀହସ୍ତେ ଧିଲେ ଦେବ ମାଳ ଫେଡ଼ି ମଣିଉଚ୍ଚେ ରୋଦନ କରଇ ରାଜାର ଦୁଲଣୀ ।ମୃଦୁସୁଲୀ ପରିବାରୀ ପୋଇଲୀ ଏ ଥିଲେଶତେପୁର କରି ଆସି କୃଷ୍ଣଙ୍କୁ ବେଢ଼ିଲେ ।ବୋଇଲେ ହୋ ମହାତମା ହେଲ କିପାଁ ବାଇଏଡ଼େ ବଡ଼ ଭରସା ତୁ କରୁଛୁ କିପାଇଁ ।ଜାମ୍ବବ ଏଥିରେ ରାଜା ଶୁଣିଲ କି ନାହିଁକାର୍ଯ୍ୟ କାରଣ ନୋହିବ ମରି ଦୁଃଖ ପାଇ ।ରାଜାର ସିଂହଦୁଆରେ ଆସି ଡକା କରୁରାଜାର କନ୍ୟାକୁ ଛୁଇଁ ଅଙ୍ଗୁ ମଣି ହରୁ ।ଏଡ଼େ ନଷ୍ଟ କରି ତୋତେ ଗଢ଼ିଅଛି ବିହିଏପରି ଅନୀତି ଲୋକେ ଦେଖିବାରେ ନାହିଁ ।ମଣି ରଖି ପଳାଇ ଯା ଏଥୁ ଧାତିକାରେଜୀବନଠାରୁ ଅଧିକ ନାହିଁ ଏ ସଂସାରେ ।ସୁଲକ୍ଷଣ ସୁକୁମାର ସୁନ୍ଦର ତୋ ରୂପସରି ନୋହିବେ ତୁମ୍ଭଙ୍କୁ କୋଟିଏ କନ୍ଦର୍ପ ।ତୋର ମନ୍ଦହାସେ ବଶ ହେବେ ତିନିପୁରୀଏଣୁ କହୁଛୁ ତୁମ୍ଭଙ୍କୁ ପଳା ବେଗକରି ।ନବର ଲୋକେ ଯଦ୍ୟପି ଶୁଣିବେ ଏ କଥାବହୁତ ଦଣ୍ଡ ଦଣ୍ଡିବେ ଦେଇଣ ଅବସ୍ଥା ।ତୋ ରୂପ ଦେଖି ଆମ୍ଭର ବସିଲା ସୁଦୟାଅକାରଣେ ନ ନାଶ ତୋ ସୁକୁମାର କାୟା ।ନ କର ବିଳମ୍ବ ଆଉ ପଳା ରଖି ମଣିନୃପତି ଜାଣିଲେ ନିଶ୍ଚେଁ ମରିବୁ ଏକ୍ଷଣି ।ତ୍ରେତାଯୁଗରେ ଶ୍ରୀବିଷ୍ଣୁ ରାମ ଅବତାରେଏହି ଋକ୍ଷରାଜ ଜାମ୍ବବାନ ମନ୍ତ୍ରଣାରେ ।ରାବଣ ବଂଶ ନାଶିଲେ ଏ ଜାମ୍ବବ ବଳେପୋଥି ଏକ ଅଛି ବ୍ରହ୍ମା ପୂର୍ବେ ଦେଇଥିଲେ ।ସେ ପୋଥିରୁ ଏ ଔଷଧ ବାଛି ଦେଲା କହିଶ୍ରୀରାମ ଲକ୍ଷ୍ମଣ ତେଣୁ ପ୍ରାଣ ଛନ୍ତି ପାଇ ।ପରିବାରୀଙ୍କର ମୁଖୁଁ ଏ ବଚନ ଶୁଣିଧୀର ଧୀର କରି ପ୍ରଭୁ କହି ମଧୁବାଣୀ ।ରାଜାର ଆଗେ ନ କୁହ ଜାଣି ବା ନ ଜାଣିଗୁପତ କରଇ କଥା ସୁମହତ ପ୍ରାଣୀ ।ତୁମ୍ଭେମାନେ ଯାହା ଯାହା ବୋଲଇ ନିୟତକର୍ମର ବଳେ ହୁଅନ୍ତି ପ୍ରାଣୀ ଆତଯାତ ।ଯେବଣ ପ୍ରାଣୀଙ୍କୁ ପୂର୍ବୁ ଅଛି ଯେଉଁ ଯୋଗକେ ଆନ କରିବ ତାହା କରିବ ସେ ଭୋଗ ।ଏ ମଣି ଯୋଗୁଁ ପାଇଲୁ ଆମ୍ଭେ ବଡ଼ ବ୍ୟଥାଶୁଣିଲୁ ଯେ ଅପବାଦ ଲୋକନିନ୍ଦା କଥା ।ସ୍ୱର୍ଗ ମଞ୍ଚ ପାତାଳାଦି ଅଇଲୁଣି ଖୋଜିଅବଟୀ ଡିଙ୍ଗର ଖାଲ ଖୋଲ ଗିରିରାଜି ।ଦେବଲୋକ ନାଗଲୋକ ହୁଅନ୍ତି ଆକୁଳଦେବ ଭଣ୍ଡାର ପ୍ରଭୃତି ଖୋଜିଲୁ ସକଳ ।ବହୁଦୂର ଖୋଜି କାହିଁ ନ ପାଇଲୁ ମଣିଏଠାରେ ଧାତା ଆମ୍ଭଙ୍କୁ ଭେଟାଇଲା ଆଣି ।ତୁଟିଲା ଦୁଃଖ ଆମ୍ଭର ଫିଟିଲା ସନ୍ଦେହଗୁପତ ନ କରି ତୁମ୍ଭେ ରାଜା ଆଗେ କହ ।ଆମ୍ଭର ପଦାର୍ଥ ଆମ୍ଭେ ଘେନିଲୁ ଛଡ଼ାଇବିଳମ୍ବ ନ କର ରାଜା ଆଗେ କହ ଯାଇ ।ନ କହି ନେବା ଆମ୍ଭର ନୁହଇ ପ୍ରମାଣକହି ନେଉଅଛି ତୁମ୍ଭେ ସମସ୍ତେ ଗୋ ଶୁଣ ।ଆବର ଅନେକ ଦ୍ରବ୍ୟ ଅଛି କନ୍ୟା ତହିଁସେ ରତ୍ନମାନଙ୍କେ ଆମ୍ଭ ପ୍ରୟୋଜନ ନାହିଁ ।ଏତେ ବୋଲି କରେ ମଣି ଘେନି ଦେବହରିଡକା ହେଲା ଡକା ହେଲା ବୋଲି ପରିବାରି ।ଉଚ୍ଚେ ରୋଦନ କରନ୍ତି କନ୍ୟା ଜାମ୍ବବତୀକହୁଁ କହୁଁ ମହାଗୋଳ ହେଲ ଚଉକତି ।ମାର ମାର ଧର ଧର ଶବ୍ଦ ଅସମ୍ଭାଳସମରାଜ୍ୟ ହାଲହୋଳି ମୁଖରାବ ଗୋଳ ।ଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃପତିଇତି ଶ୍ରୀ ଏ ହରିବଂଶ ଶ୍ରୀହରି କୀରତି ।ଶ୍ରବଣେ ଶୁଣିଲେ ହୁଏ ମହାପାପ ଧ୍ୱଂସଅଚ୍ୟୁତ କହଇ ଜନେ ହରିନାମ ଘୋଷ ।