ହରିବଂଶ (ଷଷ୍ଠ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୬ / ୩୩
ସମ୍ପୂର୍ଣ୍ଣ ସୂଚୀପତ୍ର
ବଳରାମଙ୍କ ସହିତ ଜରାସନ୍ଧର ଯୁଦ୍ଧ ଓ ପରାଜୟ ଏବଂ ବିଭା ବେଦୀରେ ଶିଶୁପାଳର ଅପମାନ
ଏଥୁଅନ୍ତେ ଯୁଦ୍ଧକଥା ଶୁଣ ନୃପବରଯାଦବଙ୍କ ସଙ୍ଗେ ରାଜାମାନଙ୍କ ସମର ।ଚାରିଊଣା ଲକ୍ଷେରାଜା ଘେନି ଜରାସନ୍ଧଯାଦବଙ୍କୁ ଓଗାଳିଣ କଲା ଘୋରଯୁଦ୍ଧ ।ଲକ୍ଷେପୁର କରି ମନୋହର ତୋଟା ବେଢ଼ିଯୋଦ୍ଧାଏ କରନ୍ତି ଯୁଦ୍ଧ ଉପରୋଧ ଛାଡ଼ି ।ଯାଦବେ କରନ୍ତି ନାନା ଅସ୍ତ୍ର ବରଷଣରାମଙ୍କୁ ଆଗରେ ଦେଖି ଜରାସନ୍ଧ ରାଣ ।ଅରିନିବାରଣ ରଥେ ଚଢ଼ି ନୃପବରବାସ୍ତରି ଭାର ଗଦାକୁ ଘେନିଅଛି କର ।ମେଘ ଘଡ଼ଘଡ଼ି ପ୍ରାୟ କଲା ଗରଜନଶବଦେ କମ୍ପଇ ପୃଥ୍ୱୀ ପର୍ବତ କାନନ ।ଧନୁ କମାଣ ମୁଦ୍ଗର ତୀର କୁନ୍ତ ଯଷ୍ଟିଶାବେଳି ପରଶୁ ଖଣ୍ଡା ଛେଲ କୋଟି କୋଟି ।ଏମନ୍ତ ଅନେକ ଶସ୍ତ୍ର ରଥେ ଅଛି ଥୋଇକୃତାନ୍ତକ ରୂପ ଧରି ପଡ଼ିଲାକ ଧାଇଁ ।ରାମଙ୍କୁ ଚାହିଁଣ କ୍ରୋଧେ ବୋଲେ ଜରାସନ୍ଧଆରେ ରେ ଗଉଡ଼ ତୁହି ଅଟୁ ବଡ଼ମନ୍ଦ ।ତୁମ୍ଭ ସକାଶରୁ ମୋର ହେଲା ଏତେ ହାନିଛାର ଦୁଇ ଗଉଡ଼କୁ ନ ପାରିଲି ଜିଣି ।ବଳେ ମୋତେ ସରି ନୁହ ବୁଦ୍ଧି ତୁମ୍ଭ ଗାଢ଼ଅଷ୍ଟାଦଶ ଧାଡ଼ିରେ ମୁଁ ଦେଲି ଯେତେ ବେଢ଼ ।ବୁଦ୍ଧିବଳେ ମୋ ଆଗରୁ ପଳାଇଲ ବଞ୍ଚିସମୁଦ୍ର ଭିତରେ ପଶି ରହିଅଛ ଲୁଚି ।କ୍ଷତ୍ରିୟର ଧର୍ମ ଏହା ନୁହଇ ଯୁକତେଚୋର ଖଣ୍ଟ ଡକାୟତ ଲୁଚନ୍ତି ଗୁପତେ ।ପରଧନ ପରନାରୀ ଚୋରାଇଣ ଗର୍ବେମହାପାପୀ ହୋଇଲରେ ଜନ୍ମପାଇ ଭବେ ।ନାନା ଅନାଚାର କଲ ଧର୍ମ ପଥ ଲେଛିତୁମ୍ଭଙ୍କୁ ମାଇଲେ ପାପଭାଗ ନିଶ୍ଚେଁ ଅଛି ।ଗୌଡ଼ ହାଉଡ଼ ବାଉଡ଼ ତିନିନାମ ବହରାଜ୍ୟ ଛାଡ଼ି ରାଜାଙ୍କର ଆଗେ ଉଭା ହୁଅ ।ଗୋପୀଙ୍କି ହରିଲା ପ୍ରାୟେ ମଣିଲ କି ଏବେପାପ ପୁଣ୍ୟ ବିଚାରକୁ ଛାଡ଼ିଲ ସ୍ୱଭାବେ ।ଚାରି ଊଣା ଲକ୍ଷେ ରାଜା ନୟନେ ଦେଖିଲତଥାପି ଅଜ୍ଞାନ ହୋଇ ଏଡ଼େ କର୍ମ କଲ ।ଅଲଙ୍ଘିତ କର୍ମ ଯାହା ନ କରନ୍ତି କେହିଅବରଣେ ଆସି କନ୍ୟା ନେଉଛ ଚୋରାଇ ।ଜଳନ୍ତା ଅନଳେ ପଶି ପ୍ରାଣେ କର ଆଶାସିନ୍ଧୁ ଲଙ୍ଘିଯିବ କିରେ କରିଛ ଭରସା ।ଏତେ କହି ଜରାସନ୍ଧ କ୍ରୋଧରେ ଗରଜିବୋଲେ କାଳଦେବ ଆଜ ପୋଛିଲା ତୋ ପାଞ୍ଜି ।ଦଇବ ଜାଣଇ କର୍ମେ ଲେଖିଅଛି ଯାହାଜଗତେ ଅନ୍ୟଥା କରି ପାରିବେ କେ ତାହା ।ମୋ ଆଗୁ ପଳାଇଗଲ ଅଷ୍ଟାଦଶ ବେଳଆଜ କାହିଁ ଯିବୁ ତୋର ପୂରାଇବି କାଳ ।ଶତେ ପୁର ଘେର ମଧ୍ୟେ ପଡ଼ିଅଛି ଏବେନିଶ୍ଚେଁ ନାଶଗଲ ସାତବଂଶର ଯାଦବେ ।ଏକ ସ୍ଥାନେ ଆଣି ଧାତା କରିଅଛି ରୁଣ୍ଡରୁକ୍ମିଣୀ ଛଳେ ଛେଦିବି ସମସ୍ତଙ୍କ ମୁଣ୍ଡ ।ମୋ ଆଗରୁ ଜଣେ କେହି ନ ଯିବ ଉବୁରିଏତେ ବୋଲି ଜରାସନ୍ଧ ସିଂହନାଦ କରି ।ପୁଣି କ୍ରୋଧହୋଇ ବୋଲେ ଶୁଣରେ ଗୋପାଳପୂର୍ବରୁ ତ ଜଣାଅଛି ତୋତେ ମୋର ବଳ ।ଯେଉଁ କର୍ମ କଲ ତୁମ୍ଭେ ହୀନ ଜାତି ହୋଇରକ୍ତ ମାଂସ ଦେହେ ତାହା କେ ପାରିବ ସହି ।ବରଘେନି ନୃପଗଣେ କରିଛନ୍ତି ସଭାମଙ୍ଗୁଳିଲା କନ୍ୟା ନେଇ ତୁମ୍ଭେ ହେବ ବିଭା ।ଶିଶୁପାଳ ବସିଅଛି ବାନ୍ଧିଣ ମୁକୁଟକନ୍ୟାକୁ ଚୋରାଇ ନେଲା ତୋ ଭାଇ ପାପିଷ୍ଠ ।ଏଡ଼େ ବଡ଼ ଦ୍ରୋହ କର୍ମ କଲ ଅନିମିତ୍ତେଦେହେ ପ୍ରାଣ ଥିଲେ ଏହା ସହିବ କେମନ୍ତେ ।ଏତେବୋଲି ନୃପବର ଧନୁଗୁଣ ଟାଣିଲକ୍ଷେକ ବାବଲ ଶର ବସାଇଲା ଆଣି ।ବଳରାମ ଉପରକୁ ପେଷିଲା ସତ୍ୱରନାରାଚ ଆସନ୍ତେ ଦୂରୁ ଦେଖି ହଳଧର ।କତୁରି ନାରାଚ କାଢ଼ି ଧନୁମଧ୍ୟେ ସନ୍ଧିସବୁ ବାଣଯାକ ତାର ପକାଇଲେ ଛେଦି ।ଅସ୍ତ୍ରହତ ହେବା ଦେଖି ଜରାସନ୍ଧ ବୀରଧାତିକାରେ ପେଷିଲା ସେ ପାଞ୍ଚଶତ ଶର ।ଜୁଳୁଜୁଳାପୋକ ଯେହ୍ନେ ଉଡ଼େ ଶୂନ୍ୟମାର୍ଗେତେସନକ ଆସୁଥିଲେ ଉଡ଼ି ସେ ଆଶୁଗେ ।ବଳରାମ ସ୍ୱାମୀ ଦେଖି ଦର୍ହସିତ ହୋଇତୀକ୍ଷ୍ଣମୁନା ଶରେ କାଟି ଦେଲେ ଫୋପଡ଼ାଇ ।ଦେଖିଣ ମଗଧେଶ୍ୱର ମହାକୋପ କଲାପନ୍ଦର ସହସ୍ର ବାଣ ପୁଣି ସରଜିଲା ।ଆବର ସେ ଲକ୍ଷ ଲକ୍ଷ କ୍ଷୁରକାଣ୍ଡ ବିନ୍ଧିନିମିଷକେ ଯୁଦ୍ଧଦାଣ୍ଡ ପକାଇଲା ରୁନ୍ଧି ।ହସ୍ତବ୍ୟଗ୍ର ଦେଖାଇ ସେ ପୁଣି ବାଣରାଜିଧନୁର୍ବେଦ ସୁମରିଣ ବିନ୍ଧିଲା ଗରଜି ।ତରସ୍ତ ହୋଇଲେ ଭୟ ପାଇ ଯଦୁବଳସେନାଙ୍କ ଆକୁଳ ଦେଖି କ୍ରୋଧେ କାମପାଳ ।ଅଧାଚନ୍ଦ୍ର ଶତେବାଣ ବସାଇଣ ଚାପେଧନୁର୍ବେଦ ସୁମରି ତା ପେଷିଦେଲେ କୋପେ ।ସେ ବାଣେ ବିହଙ୍ଗ ପ୍ରାୟ ଆକାଶରେ ଉଡ଼ିଜରାସନ୍ଧ ବାଣ କାଟି କଲେ ଗଡ଼ିଗଡ଼ି ।ତା ଦେଖି ମଗଧ ନୃପ ଆଶ୍ଚର୍ଯ୍ୟ ହୋଇଲାଧନ୍ୟ ଧନ୍ୟ ଗଉଡ଼ ତୁ ବୋଲି ପ୍ରଶଂସିଲା ।ମୋ ସଙ୍ଗେ ଯୁଝିବା ବୀର ଜଗତରେ ନାହିଁକ୍ଷତ୍ରିୟ ତୁ ନୋହୁ କେହ୍ନେ ଦମ୍ଭେ ଅଛୁ ରହି ।ଏତେ ବୋଲି ଗୁଣନାଦ କରି ନୃପବରପର୍ବାତାସ୍ତ୍ର ବସାଇଣ ବିନ୍ଧିଲା ସତ୍ୱର ।କୋଟି କୋଟି ପର୍ବତ ସେ ଅସ୍ତ୍ରରୁ ବାହାରିପୃଥ୍ୱୀଠାରୁ ଶୂନ୍ୟଯାଏ ଘୋଟିଲେ ଆବୋରି ।ଶିଖର ଗହ୍ୱର ଦ୍ରୁମଲତା ଶାଳ ଶିଳମନ୍ତ୍ରବଳେ ଜାତ ହେଲେ ଯେହ୍ନେ ମେଘମାଳ ।ଅନ୍ଧକାର ଆଚ୍ଛାଦିଲା ନ ଦିଶିଲା ସୃଷ୍ଟିଗଗନ ମାର୍ଗରୁ ହେଲା ଶାଳ ଶିଳ ବୃଷ୍ଟି ।ଦେଖି ବଳରାମ ସ୍ୱାମୀ ବଜ୍ରଶର ପେଷିକ୍ଷଣକେ ପର୍ବତମାଳ ପକାଇଲେ ନାଶି ।ତା ଦେଖି ଅନେକ ଲଜ୍ଜା ପାଇ ସେ ନୃପତିପନ୍ନାଗ ଶର କାଢ଼ିଣ ପେଷିଲା ତଡ଼ତି ।ଗରୁଡ଼ାସ୍ତ୍ର ବରଷିଲେ ଦେଖି କାମପାଳଭୟପାଇ ଉଡ଼ିଗଲେ ଦେଖି ନାଗବଳ ।ଦେଖି ଜରାସନ୍ଧ ରାଜା କୋପାନଳ ହୋଇମେଘାସ୍ତ୍ର ପ୍ରୟୋଗ କଲା ଗୁଣରେ ବସାଇ ।ଲକ୍ଷେପଦ୍ମ ମେଘ ହୋଇ ସେ ଅସ୍ତ୍ରରୁ ଜାତଘୋର ଗରଜନ କରି ଘୋଟିଲେ ଜଗତ ।ଜଳବ୍ୟାଜେ କରନ୍ତି ସେ ଶରଧାରା ବୃଷ୍ଟିଘଡ଼ଘଡ଼ି ଶବଦରେ କମ୍ପେ ନବସୃଷ୍ଟି ।ଝଟକି ବିଜୁଳି ଘୋଟି ମାରେ ଘନ ଘନହୁଂକାର ନାଦେ ବହଇ ପ୍ରଚଣ୍ଡ ପବନ ।ତା ଦେଖି ଅତ୍ୟନ୍ତ କୋପ କରି କାମପାଳପବନାସ୍ତ୍ର ପେଷି ଉଡ଼ାଇଲେ ମେଘମାଳ ।ଅସ୍ତ୍ରହତ ହେବା ଦେଖି ଜରାସନ୍ଧ ନୃପଅଗ୍ନିବାଣ ବରଷିଲା ଓଟାରିଣ ଚାପ ।ଉଠିଲା ପ୍ରଚଣ୍ଡ ବହ୍ନି ଜ୍ୟୋତି ସପ୍ତଶିଖାଝଲକି ଅନଳ କଣା ପଡ଼ଇ ଅଲେଖା ।ଦାଉ ଦାଉ ଦିଶି ଉଠେ ଜ୍ୱଳନ୍ତା ଅନଳପରିଘାଇ ଯୁଦ୍ଧ କରେ ସଙ୍କୋଚନ ବାଳ ।ଦେଖି ସର୍ବ ଜୀବଜନ୍ତୁ କଲେ ହାହାକାରସ୍ୱର୍ଗପୁରେ ଦେବଗଣ ହୋଇଲେ ଅସ୍ଥିର ।ଜଗତ ଦହିଲା ପ୍ରାୟ ଦିଶଇ ଅନଳଦେଖି ଜଳଧାରା ଶର ଧରି କାମପାଳ ।ଗୁରୁଦତ୍ତ ମନ୍ତ୍ର ପଢ଼ି ଛାଡ଼ିଦେଲେ ଟାଣିମୂଷଳ ଧାରା ପ୍ରମାଣେ ବରଷିଲା ପାଣି ।ଜଳଧାରା ଅସ୍ତ୍ରେ ଯହୁଁ ଲିଭିଲା ଅନଳଦେଖି ଉଚ୍ଚେ ସିଂହନାଦ କଲେ ଯଦୁବଳ ।ଇତି ଶ୍ରୀ ଏ ହରିବଂଶ ପୁରାଣ ଆଖ୍ୟାନଶୁକ ବୋଲନ୍ତି ହେ ଶୁଣ ପରୀକ୍ଷ ରାଜନ ।ବେଳୁବେଳ ବୃଦ୍ଧି ହେଲା ଦୁହିଙ୍କ ସମରଦେବଙ୍କୁ ଦୁର୍ଲ୍ଲଭ ଯାହା ନରେ ଅଗୋଚର ।ନୃପତିମାନଙ୍କ ଆଗେ ମିଳିଣ ଯାଦବେନାନାଶସ୍ତ୍ର ମାରି ଯୁଦ୍ଧ କରୁଛନ୍ତି ସର୍ବେ ।ରଥୀଙ୍କ ଆଗରେ ରଥ ଯୋଟାଇଲେ ରଥୀଗଜେ ଗଜ ପରିତାଳ ମାହୁନ୍ତେ କରାନ୍ତି ।ଅଶ୍ୱାରୋହୀ ଆଗେ ମିଳି ଅଶ୍ୱାରୋହୀ ଗଣପଦାତିଏ ପଦାତିଙ୍କି ଡାକି କଲେ ରଣ ।ବେଳୁବେଳ ବଢ଼ି ଯୁଦ୍ଧ ହେଲା ଭୟଙ୍କରନାନା ଶସ୍ତ୍ର ଧରି ବୀରେ କରନ୍ତି ପ୍ରହାର ।ଛେଲ ଚକ୍ରକୁନ୍ତ ଭାଲି ଗୁରୁଜ ଶକତିଶାବେଳି ତୋମର ଗଦା କୋପେ ପ୍ରହାରନ୍ତି ।ରଣେ ଉନମତ୍ତ ହୋଇ ବଡ଼ ବଡ଼ ଭେଣ୍ଡାଝାମ୍ପିଣ ହାଣନ୍ତି କରେ ଉଞ୍ଚାଇଣ ଖଣ୍ଡା ।କର ଚରଣ ସହିତେ ମୁଣ୍ଡ ପଡ଼େ ଛିଡ଼ିଜାନୁଭଗ୍ନ ହୋଇ ଥୋକେ ପଡ଼ିଲେ ଅଜାଡ଼ି ।କାହାର ଛିଡ଼ିଲା ପାଦ ଛିଡ଼େ କାହା ମୁଣ୍ଡଅଣ୍ଟାଠାରୁ ଛିଡ଼ି ଥୋକେ ହେଲେ ବେନିଖଣ୍ଡ ।ଗୁରୁଜ ବାଜନ୍ତେ କାର ଛିଡ଼େ ଆଣ୍ଠୁ ଗଣ୍ଠିପ୍ରାଣ ଭୟେ କେ ପଳାଏ ରଣେ ଦେଇ ପିଠି ।କାର ବାହୁ ଛିଡ଼ିପଡ଼େ ବାଜି କାଣ୍ଡ ଖଣ୍ଡାଗଦାଘାତେ ଥୋକେ ପଡ଼ି ହେଲେ ମସୀଗୁଣ୍ଡା ।ତୀକ୍ଷ୍ଣଶର ବାଜି ଅଙ୍ଗୁ ବହନ୍ତେ ରୁଧିରଗେରୁବୋଳା ଗିରି ପ୍ରାୟ ଦିଶଇ ଶରୀର ।ଚାରିଊଣା ଲକ୍ଷେ ରାଜା ଚତୁରଙ୍ଗ ବଳଯାଦବଙ୍କ ବାଣେ ସର୍ବେ ହୋଇଲେ ଆକୁଳ ।ଥୋକେ ମଲେ ଥୋକେ ଶସ୍ତ୍ର ନ ମାରନ୍ତି ଧରିଯାଦବଙ୍କୁ ନିଜ ତେଜ ଦେଇଛନ୍ତି ହରି ।ତେଣୁ ସେ ଯାଦବ ବଳ ସମରେ ଦୁର୍ଜ୍ଜୟଗୋଡ଼ାଇ ମାରନ୍ତି ମନେ ନାହିଁ ତାଙ୍କ ଭୟ ।ଏକ ଏକ ପ୍ରହାରକେ ଶତ ଶତ ମାରିପଡ଼ନ୍ତେ ମଡ଼ାରେ ପୂର୍ଣ୍ଣ ହେଲା ବସୁନ୍ଧରୀ ।ବିଷମ ଶସ୍ତ୍ରାଘାତରେ ହାତୀ ଘୋଡ଼ା ଛିଡ଼ିକୁଢ଼ କୁଢ଼ ଗଦା ହେଲେ ରଣଦାଣ୍ଡେ ପଡ଼ି ।ବହିଲା ରକତ ନଦୀ ରଣରଙ୍ଗ ସ୍ଥାନେଶୁଷ୍କକାଷ୍ଠ ପ୍ରାୟ ଭାସିଯାନ୍ତି ମଡ଼ାମାନେ ।ଲକ୍ଷ ଲକ୍ଷ କବନ୍ଧ ଯେ ନୃତ୍ୟ କଲେ ଉଠିପର୍ବତ କାନନ ତୁଲେ କମ୍ପେ ନବସୃଷ୍ଟି ।ଶୃଗାଳ ବାୟସ ଶ୍ୱାନ ଶ୍ୟେନ ଗୃଧ୍ର ପକ୍ଷୀକୋଳାହଳ ଧ୍ୱନି କଲେ ରକ୍ତ ମାଂସ ଭକ୍ଷି ।ଭୈରବୀ ଚାମଣ୍ଡା ରଣଚଣ୍ଡୀ ଭଦ୍ରକାଳୀଯୋଗିନୀ ବିଜୟା ଜୟା କଙ୍କାଳୀ ବେତାଳୀ ।ଶ୍ମଶାନବାସିନୀ ଭୂତ ପ୍ରେତଗଣ ସଙ୍ଗେମେଦ ମେଦା ଖାଇ ନୃତ୍ୟ କଲେ ନାନାରଙ୍ଗେ ।କିଳିକିଳା କୁହୁ କୁହୁ ଭୟଙ୍କର ଧ୍ୱନିନାଚନ୍ତି ଉଲଗ୍ନ ହୋଇ ଶ୍ମଶାନ ବାସିନୀ ।ବିକଟବଦନୀ ମୁକ୍ତକେଶୀ ଦିଗମ୍ବରୀଲହ ଲହ ଜିହ୍ୱାକରେ କାତି ଖଣ୍ଡା ଧରି ।ମେଦ ମାଂସ ଭୋଜନରେ ହୋଇ ମତୁଆଳିକ୍ଷଣେ ନୃତ୍ୟକରି କ୍ଷଣେ ଦ୍ୟନ୍ତି ହୁଳହୁଳି ।ନିରନ୍ତରେ ପଡ଼ୁଅଛି ଯାଦବଙ୍କ ବାଣକୋଟି କୋଟି ହୋଇ ସେନା ମଲେ ଅପ୍ରମାଣ ।ରଥାରୋହୀ ଅଶ୍ୱାରୋହୀ ଗଜାରୋହୀମାନେରଣଯୋଗ କରିଗଲେ ଶମନ ଭୁବନେ ।ମଡ଼ାର ଉପରେ ମଡ଼ା ପଡ଼ିଲେ ନିଘଞ୍ଚେବହିଲା ରକତନଦୀ ବେନିତାଳ ଉଚ୍ଚେ ।ଲକ୍ଷେ ରାଜାଙ୍କର ସଙ୍ଗେ ଥିଲେ ଯେତେ ବଳଯାଦବଙ୍କ ଶରାଘାତେ ଲୋଟିଲେ ସକଳ ।ଦମଘୋଷ ତୁଲେ ରଣ କଲେ ଶକ୍ରାଜିତରୁକବାହୁ ଉଦ୍ଧବର ଯୁଦ୍ଧ ଅପ୍ରମିତ ।ଜୟଦ୍ରଥ ନାମେ ସିନ୍ଧୁଦେଶ ନରପତିଆଠସସ୍ର ରାଜା ଥାନ୍ତି ତାର ପଛକତି ।ତାହାଙ୍କୁ ଆବୋରି ଏକା ସୁରଥ କୁମରଆଗଭର ହୋଇ ସେହୁ କରଇ ସମର ।ଦିଗପାଳ ସମାନେ ସେ ଅତି ବଳବାନଏକାଳେ ଜିଣିଲା ସେହୁ ତିନିଲକ୍ଷ ସୈନ୍ୟ ।ଜରାସନ୍ଧ ସୁତ ଅଟେ ସହଦେବ ଜେନାତା ସଙ୍ଗେ ସହସ୍ରେ ରାଜା ସୈନ୍ୟ ଅକଳନା ।ତୋଟା ପୂର୍ବଭାଗେ ସେହୁ ରହିଥିଲା ବେଢ଼ିଉଗ୍ରସେନ ସଙ୍ଗେ ଯୁଦ୍ଧ କଲା ନିଶ ମୋଡ଼ି ।ଯାଦବଙ୍କୁ ବିଷ୍ଣୁ ତେଜ ଦେଇଛନ୍ତି ହରିଯୁଝନ୍ତି ଯାଦବ ତେଣୁ ଶଙ୍କା ଦୂର କରି ।ଆପେ ଜରାସନ୍ଧ ରାଜା ଆସିଅଛି ବାହିଦୁଷ୍ଟ ରାଜାଏ ଯୁଝନ୍ତି ଆଗଭର ହୋଇ ।ସାଧୁ ଶାନ୍ତ ନୃପମାନେ ଅପସରି ଗଲେସମର ଉପେକ୍ଷି ଯେଝା ସ୍ଥାନରେ ରହିଲେ ।ବେଳୁଁ ବେଳ ସଂଗ୍ରାମ ଯେ ହେଲା ହାଲହୋଳମେଦ ରକତେ ପଙ୍କିଳ ଦିଶେ ମହୀତଳ ।ଚୌରାଶୀ କୋଟି ଯାଦବେ ବେଢ଼ ମଧ୍ୟେ ଥାଇସଂଗ୍ରାମ କରନ୍ତି ମନେ ଭୟ କିଛି ନାହିଁ ।ବଦନ୍ତି ଯେ ଇଦଂ ପ୍ରତିବାକ୍ୟ ଶୁକଯତିସାବଧାନ ହୋଇ ଶୁଣ ପଣ୍ଡୁ ପଣନାତି ।କ୍ଷଣକେ ସଂଗ୍ରାମ ତହିଁ ହୋଇଲେକ ଯେତେସଂକ୍ଷେପ କରିଣ ତାହା କହିବଇଁ କେତେ ।ଚାରିଊଣା ଲକ୍ଷେରାଜା ଅପ୍ରମିତ ବଳଚୌରାଶୀକୋଟି ଯାଦବେ ହୋଇଛନ୍ତି ଠୁଳ ।କେ କେତେ ମାଇଲେ ତାର ତଦନ୍ତ ନ ଜାଣିନିରନ୍ତର ମଡ଼ା ପଡ଼ି ପୂରିଲା ଧରଣୀ ।ସୈନ୍ୟ ଘେନି ନୃପେ ଥିଲେ ଯାଦବଙ୍କୁ ବେଢ଼ିବିକଳରେ ପ୍ରାଣ ଘେନି ପଳାଇଲେ ଛାଡ଼ି ।ସଂଗ୍ରାମରେ ପିଠିଦେଇ ଜୀବନ ବିକଳେଜରାସନ୍ଧ ପଛେ ଯାଇ ରହିଲେ ସକଳେ ।ସୈନ୍ୟ ଭଙ୍ଗ ହେବା ଦେଖି ଜରାସନ୍ଧ ବୀରରଥରୁ ଡେଇଁଣ ଗଦା ଘେନି ଧାତିକାର ।ଚକ୍ରାକାର କରି ଗଦା ଶୂନ୍ୟରେ ବୁଲାଇବଳରାମଙ୍କ ଉପରେ ପିଟିଲା ନିଠାଇ ।ତାଳଧ୍ୱଜ ରଥଦଣ୍ଡେ ବାଜି ଗଦାବରନିର୍ଘାତ ପରାୟେ ଶବ୍ଦ ହେଲା ଭୟଙ୍କର ।ବଜ୍ରେ ବଜ୍ର ବାଣ ବାଜି ଯେହ୍ନେ ପରିତାଳଉଠିଲା ବହନିଶିଖା ହୋଇଣ କରାଳ ।ଦେଖି ଜରାସନ୍ଧ ରାଜା ମନେ ଲଜ୍ଜାପାଇଆବର ବେଳେକ ଗଦା ପିଟିଲା ଉଞ୍ଚାଇ ।ରାମଙ୍କ ସାରଥି ତାହା ଦେଖି ଅତିବେଗେରଥକୁ ଘୁଞ୍ଚାଇ ନେଲା ନ ରଖିଣ ଆଗେ ।ତଳେ ବାଜି ତିନିତାଳମହୀ ହେଲା ଖୋଳିପୁଣି ଧାତିକାରେ ଗଦା ଧଇଲା ସେ ତୋଳି ।ତିନିଥର ବୁଲାଇଣ ଉପରକୁ ଟେକିମଲୁରେ ଗଉଡ଼ ବୋଲି ପ୍ରହାରିଲା ଡାକି ।ଦେହେ ନ ବାଜୁଣୁ ତାହା ଦେଖି କାମପାଳବାମଭୁଜେ ଛାଟି ଗଦା ପକାଇଲେ ତଳ ।ତିନିବେଳ ବ୍ୟର୍ଥ ଯହୁଁ ହେଲା ଗଦାତାରରାମ ବିଚାରରେ ବଳ ସରିଲା ଏହାର ।ପୁଣି ଜରାସନ୍ଧ ଗଦା ତୋଳି ଧରୁ ଧରୁକତୁରୀ ବାଣରେ ରାମ କାଟିଲେ ମଧ୍ୟରୁ ।ଦେଖି ଜରାସନ୍ଧର ଯେ ନ ସ୍ଫୁରଇ କିଛିଭଗ୍ନଗଦା ପକାଇଣ ସଂକୋଚନ ବତ୍ସି ।ତୀକ୍ଷ୍ଣଧାରା ଖଡ଼୍ଗ କରେ ଧରି ଧାତିକାରଗରଜନେ କମ୍ପାଇଲା ପୃଥ୍ୱୀ ଚରାଚର ।ପଦାଘାତେ ବସୁମତୀ ହେଲା ଟଳମଳଦେଖନ୍ତି ଦେଖଣାହାରୀ ହୋଇ ବେନିବଳ ।ଦେଖି ବଳରାମ ସ୍ୱାମୀ କୋପେ ପରଚଣ୍ଡଶର ମାରି ଖଡ଼୍ଗ ତାର କଲେ ଦୁଇଖଣ୍ଡ ।ତତକ୍ଷଣେ ରୁଦ୍ରତେଜ ଧରି ସଂକର୍ଷଣମନ୍ତ୍ରପଢ଼ି ବସାଇଲେ ପାଶୁପତ ବାଣ ।କର୍ଣ୍ଣମୂଳ ପରିଯନ୍ତେ ଧନୁର୍ଗୁଣ ଟାଣିଆଜ୍ଞାଦେଲେ ଜରାସନ୍ଧ ମୁଣ୍ଡ ପକା ହାଣି ।କାଳାନ୍ତକ ବାଣ ସେହି ଭୟଙ୍କର ମୂର୍ତ୍ତିପ୍ରଳୟ ସମର ସମ ଦିଶେ ତାର ଜ୍ୟୋତି ।କୋପେ ମହାରୁଦ୍ର ରୂପ ଧରିଛନ୍ତି ହଳୀସ୍ୱର୍ଗମଣ୍ଡଳ ପର୍ଯ୍ୟନ୍ତେ ଘୋଟିଛି ମଉଳି ।ଶୁକ୍ଳାମ୍ବର ବିଷ୍ଣୁ କୁନ୍ଦ ଇନ୍ଦୁ ପ୍ରାୟ ସଭାକ୍ଷୀରସିନ୍ଧୁ ଉଛୁଳିଲା ପ୍ରାୟ ତାଙ୍କ ଶୋଭା ।ଲହ ଲହ ଜିହ୍ୱା ଶିରେ ଶୋହେ ସପ୍ତଫେଣୀମଧ୍ୟାହ୍ନ ଆଦିତ୍ୟ ଜାଣି ଦିଶେ ନେତ୍ରବେନି ।ଦକ୍ଷକରେ ମୁଦ୍ରା ବାମ କର୍ଣ୍ଣରେ କୁଣ୍ଡଳବେନି ଭୁଜେ ଶୋଭାପାଏ ଲଙ୍ଗଳ ମୂଷଳ ।କୋଟିକାମ ଜିଣି ରୂପ ଦିଶେ ଶୋଭାବନଅତିକୋପେ କୋପାନଳ ହେଲେ ସଂକର୍ଷଣ ।ସ୍ୱର୍ଗ ମଞ୍ଚ ପାତାଳରେ ବିକାଶିଲା ତେଜବୃହସ୍ପତି ସହିତରେ ଦେଖି ଦେବରାଜ ।ଭୟ ପାଇ ଦେବଗଣ କଲେ ନାନାସ୍ତୁତିଜୟ ଜୟ କାମପାଳ ଅଣାକାର ମୂର୍ତ୍ତି ।କ୍ଷିତି ଆପ ତେଜ ପୁଣି ବାୟୁ ଯେ ଆକାଶଏ ପଞ୍ଚଭୂତାତ୍ମା ତବ ଶରୀରୁ ପ୍ରକାଶ ।ଅକ୍ଷୟ ଅଜରାମର ତୁମ୍ଭେ ଆଦିମୂଳନିରଞ୍ଜନ ନିରାକାର ଅଟୁ ଶୂନ୍ୟଠୁଳ ।କାଳ କାମ ନିଦ୍ରା ବଞ୍ଚାଇଲ ଯୋଗ ସାଧିଅଷ୍ଟାଙ୍ଗ ଯୋଗକୁ ଆପେ କରିଅଛ ସିଦ୍ଧି ।ସ୍ଥାବର ଜଙ୍ଗମ ଜୀବଜନ୍ତୁ ଚାରିଖାନିତୁମ୍ଭେ ଭିଆଇଲ ଚରାଚର ଏ ମେଦିନୀ ।ପୃଥ୍ୱୀର ବିକଳ ସ୍ୱାମୀ ନ ପାରିଲ ସହିଭାରା ନିବାରଣେ ଜନ୍ମିଅଛ ଦେହ ବହି ।ତୁମ୍ଭେ ଯେବେ ଅସୁରଙ୍କୁ ନ ମାରନ୍ତ ବଳେନିଶ୍ଚୟ ପଡ଼ନ୍ତା ପୃଥ୍ୱୀଦେବୀ ରସାତଳେ ।ସ୍ଥାପକ ନାଶକ ତୁମ୍ଭେ ସଂସାର କରତାନମସ୍ତେ ହେ କାମପାଳ ତିନିଲୋକ ପିତା ।ପୁରାଣ ପୁରୁଷ ତୁମ୍ଭେ ଅଟ ବିଶ୍ୱମୟସର୍ବଦା କାଳରେ ଦେବଗଣଙ୍କ ଆଶ୍ରୟ ।ଦେବ ଦେବ ମହାଦେବ ପରଂବ୍ରହ୍ମରୂପୀସାଧକେ ଜପନ୍ତି ହୃଦ – କମଳରେ ଜପି ।ସନକାଦି ସିଦ୍ଧଗଣ ବସି ଯୋଗାସନେଯେଉଁରୂପ ଧ୍ୟାନ କରୁଛନ୍ତି ଅବିଚ୍ଛିନ୍ନେ ।ସେ ରୂପ ଦର୍ଶନ କଲୁ ଆମ୍ଭେ ଦେବଗଣସୃଷ୍ଟି ନାଶଯିବ ରୂପ କର ସଂହରଣ ।ବଳରାମ ବଳଭଦ୍ର ବଳୀ ଗୁଣଗ୍ରାହୀଅଚ୍ୟୁତ ଦାସକୁ ସ୍ୱାମୀ ଭବୁଁ କର ତ୍ରାହି ।ଏସନକ ସ୍ତୁତି ଯହୁଁ କଲେ ଦେବଗଣଶୁଣିଣ ସନ୍ତୋଷ ହେଲେ ପ୍ରଭୁ ସଂକର୍ଷଣ ।ଦେବେ ଜଣାଇଲେ ସ୍ୱାମି କୋପ କର ଶାନ୍ତିଏ ଜରାସନ୍ଧକୁ ବଧ ନ କର ଏ ଘାନ୍ତି ।ତୁମ୍ଭ କୋପ ସହିବାକୁ ଏ ନୁହେଁ ଭାଜନସମୟେକ ବଞ୍ଚିଥାଉ ଦିଅ ଜୀବଦାନ ।ଯୁଧିଷ୍ଠିଙ୍କ ରାଜସୂୟ ଯାଗ ପରିଯନ୍ତେଏହାକୁ ନ ମାରି ରକ୍ଷା କର ଦୟାଚିତ୍ତେ ।ଏହାଯୋଗେ ଦେବକାର୍ଯ୍ୟ ହୋଇବ ବହୁତତୁମ୍ଭେ କି ନ ଜାଣ ପ୍ରଭୁ ଏଥିର ତଦନ୍ତ ।ଦେବଙ୍କ ବଚନେ ତୁଷ୍ଟ ହୋଇ ସଂକର୍ଷଣସଂହରି ରଖିଲେ ତୂଣେ ପାଶୁପତ ବାଣ ।ଜରାସନ୍ଧ ମୁଖ ଚାହିଁ ବୋଇଲେକ ହଳିତୋ ପରାୟେ ରାଜା ଆସି ହେଲୁ ଏତେ ଭଳି ।ଅନେକ ପ୍ରତିଜ୍ଞା କରି ରଣେ ପଶିଥିଲୁକିଞ୍ଚିତ ନାରାଚ ମୋର ସହି ନ ପାରିଲୁ ।ବେଳେ ତୋତେ ଛାଡ଼ିଦେଲି ପ୍ରାଣଦାନ ଦେଇବଳଥିଲେ ରଥେ ବସି ଯୁଝ ପରିଘାଇ ।ବଳଦେବ କଥା ଶୁଣି ହସି ଉଗ୍ରସେନବୋଇଲେରେ ଜରାସନ୍ଧ ପଳା ତୁ ବହନ ।ବିଶ୍ୱରୂପ ଧରିଛନ୍ତି କୋପେ କାମପାଳତା ସମ୍ଭାଳି ପାରିବାକୁ ନାହିଁ ତୋର ବଳ ।ତୁହି କି ନ ଜାଣୁ ଅତି ବଳେ ବଳରାମଯା ଦେହରେ କୋଟି କୋଟି ସିଂହ ପରାକ୍ରମ ।ଲକ୍ଷେ ଜରାସନ୍ଧ ଯେବେ କରିବେ ଆରେଣିତଥାପି ଏହାଙ୍କୁ ଯୁଦ୍ଧେ ନ ପାରିବେ ଜିଣି ।ମର୍ତ୍ତ୍ୟ ମଣ୍ଡଳରେ ତୁ ଯେ ଅଟୁ ମହାରାଜାସୁଖେ ରାଜ୍ୟ ଭୁଞ୍ଜିବୁ ତୁ ପ୍ରାଣ ଘେନି ଯା ଯା ।ଉଗ୍ରସେନ ବାକ୍ୟ ଶୁଣି ମଗଧ ନୃପତିବଳରାମ ରୂପ ଦେଖି ମନେ କରି ଭୀତି ।ଅତ୍ୟନ୍ତ ଭୟରେ ରାଜା ହୋଇଲା କାତରବାତେ ରମ୍ଭାବନ ପ୍ରାୟେ କମ୍ପେ କଳେବର ।ରଥ ଗଜ ଅଶ୍ୱ ଆଦି ଯାନ କରି ତ୍ୟଜ୍ୟାପାଦଗତି କରି ଲାଜେ ପଳାଇଲେ ରାଜା ।କୁଣ୍ଡୀ କଟକରେ ନ ପଶିଲା ମାନଭଙ୍ଗେବାହାରେ ପଳାଏ ନୃପଗଣ ଘେନି ସଙ୍ଗେ ।ପଡ଼ିଲେ ଅନେକ ସୈନ୍ୟ ରଣେ ହୋଇ ହତଏତେ ତେତେ ବୋଲି ସଂଖ୍ୟା କେ କରିବ ଅନ୍ତ ।ସନ୍ତପନ୍ତ ହୋଇ ରାଜା ଅତ୍ୟନ୍ତ କାତରେଭଗ୍ନବଳି ଘେନି ଯାଇ ମିଳିଲା ରାଜ୍ୟରେ ।ବଦୟନ୍ତି ଶୁକମୁନି ଶୁଣ ପରୀକ୍ଷିତକୁଣ୍ଡୀନଗ୍ରେ ପରବେଶ ହେଲା ଯାଇ ଦୂତ ।ଶିଶୁପାଳ ବସିଅଛି ବରବେଶ ହୋଇଗୁପତେ କହିଲା ଦୂତ ବେଦୀ ପରେ ଯାଇ ।ଆହେ ଯୁବରାଜ ତୁମ୍ଭେ ସାବଧାନେ ଶୁଣଏଡ଼େ ବଡ଼ କାର୍ଯ୍ୟ ସବୁ ହେଲା ଅକାରଣ ।ଯାଦବମାନଙ୍କୁ ଘେନି କୃଷ୍ଣ ଆସିଥିଲେଦେବୀମନ୍ଦିରରୁ କନ୍ୟା ହରି ଘେନିଗଲେ ।ଚାରି ଊଣା ଲକ୍ଷେ ରାଜା ଘୋର ଯୁଦ୍ଧ କରିଯାଦବଙ୍କୁ ନ ପାରିଣ ପଳାଇଲେ ଡରି ।ରଥ ଅଶ୍ୱ ପଦାତିକ ମଲେ କୋଟି କୋଟିବୀରଗଣ ପଡ଼ିଛନ୍ତି ଧରଣୀରେ ଲୋଟି ।ଜରାସନ୍ଧ ନୃପତିକି ରାମ ଜିଣି ରଣେଶିରଶ୍ଛେଦ କରୁଥିଲେ ପାଶୁପତ ବାଣେ ।ଦେବକାର୍ଯ୍ୟ ପାଇଁ ଇନ୍ଦ୍ର କହିଲେ ବହୁତତେଣୁ ନ ମାରିଣ ଛାଡ଼ିଦେଲେ ହଳହସ୍ତ ।ମନେ ମହା ଲଜ୍ଜାପାଇ ମଗଧ ଭୂପାଳନିଜ ରାଜ୍ୟେ ପଳାଇଲେ ଘେନି ଭଗ୍ନବଳ ।ସବୁ ନୃପେ ଚାଲିଗଲେ ଯେ ଯାହା ରାଜ୍ୟକୁକେହି ଜଣେ ନାହିଁ ଆଉ ଏଥେ ଦେଖିବାକୁ ।ମହତ ମର୍ଯ୍ୟାଦା ସବୁ ହୋଇଲାତ ନାଶତୁମ୍ଭେ ଏଥେ ଥାଇ ଆଉ କରିବଟି କିସ ।ଏସନକ ଉପହାସ ଦେଖା ଶୁଣା ନାହିଁମଙ୍ଗୁଳିଲା କନ୍ୟା ଆନ ବିଭା ହେଲା ନେଇ ।ଛୟାଣୋଇ ସସ୍ରରାଜା ଜଗି ରହିଥିଲେଭେଳିକି ଲଗାଇ କୃଷ୍ଣ କନ୍ୟା ଘେନି ଗଲେ ।ଦୂତମୁଖୁ ଏ ବଚନ ଶୁଣି ଶିଶୁପାଳଗରଳ ଭକ୍ଷିଲା ପ୍ରାୟ ହେଲା ଅନ୍ତରାଳ ।ଓଷ୍ଠ କଣ୍ଠ ଶୁଖି ହେଲା ଚିତ୍ତ ଛନ୍ନ ଛନ୍ନତୁଟିଲା ଯେ ବଳବୁଦ୍ଧି ହତ ହେଳା ଜ୍ଞାନ ।ମନେ ମନେ ବିଚାର ସେ କଲା ଗୁଣି ଗୁଣିଭୋ ବିଧାତା ମୋତେ ଏହା କରାଇଲୁ ଆଣି ।କେଉଁ ପାପ ଅର୍ଜିଥିଲି ଦେଲୁ ଏତେ ଦୁଃଖକେମନ୍ତେ ଚାହିଁବି ଆଉ ମୁଁ କାହାର ମୁଖ ।ମରଣୁ ଅଧିକ ବାଧା ଘଟିଲା ତ ମୋତେନିର୍ଲଜ ଜୀବନ ଧରି ରହିବି କେମନ୍ତେ ।ଏମନ୍ତ ବିଚାରି ଶୋକ କଲା ଶିଶୁପାଳବେନି ନୟନରୁ ଫୁଟି ବହେ ଅଶ୍ରୁଜଳ ।ଧାଈ ମୁଦୁସୁଲୀମାନେ ଅନ୍ତଃପୁରେ ଥିଲେମୁଖେ ବାସ ଦେଇ ହସି ଉପହାସ କଲେ ।ଶିଶୁପାଳ ମୁଖ ଚାହିଁ କେ ବୋଲଇ ହସିକନ୍ୟା ତ ଗଲାଣି ତୁମ୍ଭେ କି କରିବ ବସି ।କେ ବୋଇଲେ ପାଞ୍ଚି ପିନ୍ଧି ବାନ୍ଧିଛ ମୁକୁଟତା କାଢ଼ି ଦେବାକୁ କେହ୍ନେ ନ ଲାଗିବ କଷ୍ଟ ।କେ ବୋଲେ ଏତିକି ମାତ୍ର ଏଥୁ ହେଲାଫଳପାଦରେ ଅଳତା ନେତ୍ରେ ଲାଗିଲା କଜ୍ଜଳ ।କେଉଁ ଧାଈ ବୋଲେ ବାଟ ବରଣରେ ଶୋଭାଭାବୁଥିଲେ ଲାଗୁଥିବ ହେଲାପରି ବିଭା ।କେ ବୋଲେ କିପାଇଁ ଏତେ କରୁଅଛ ଥଟ୍ଟାରୁକ୍ମିଣୀ ଗୁଣରୁ ସିନା ହେଲା ହଟହଟା ।କେ ବୋଲେ ରୁକ୍ମିଣୀ କଲା କହ କେଉଁଦୋଷତା ଭାଇ ରୁକ୍ମଣ ଯୋଗୁଁ ହେଲା ଏ ଭବିଷ୍ୟ ।ସେ ଯେବେ କୃଷ୍ଣଙ୍କୁ ବରି ଆଣିଥାନ୍ତା ଆଗରୁକ୍ମିଣୀ କିପାଇଁ ମନେ ବହିଥାନ୍ତା ଖଙ୍ଗ ।କୋଟି କାମ ଜିଣି ଦିଶେ କୃଷ୍ଣଙ୍କ ମୂରତିତେଣୁ ଶିଶୁପାଳେ ତାର ନ ବଳିଲାମତି ।ଏହା ଜାଣି ନଗ୍ରଲୋକ ଥିଲେ ଯେତେ ତହିଁବୋଇଲେ ଯଥାର୍ଥ ଅଟେ ଏ ଯାହା କହଇ ।ଭୀଷ୍ମକ ନୃପତି କରିଥିଲେ ସ୍ୱୟମ୍ବରରୁକ୍ମିଣୀ ତା ଇଚ୍ଛାମତେ କରିଥାନ୍ତା ବର ।ରୁକ୍ମଣ ଗର୍ବିତ ପଣେ ଅଗ୍ରସର ହେଲାଏହାପରା କୁମରକୁ ବିଡ଼ମ୍ବନ କଲା ।କେ ବୋଲେ ଜୀଇଁବାଠାରୁ ମୃତ୍ୟୁ ଶ୍ରେୟସ୍କରପାଦରେ ଅଳତା ପୁଣି କପୋଳେ ସିନ୍ଦୂର ।ଅସରଳା ସୂତା ବାନ୍ଧି ବସିଅଛି ଏହିୟାଠାରୁ ନିର୍ଲ୍ଲଜ ଆଉ ଜଗତେ କେ ନାହିଁ ।କୃଷ୍ଣଙ୍କୁ ଏ କେଉଁଗୁଣେ ସମ ହେବ ଅବାବେଦୀରେ ବସିଛି ସତେ ହେଲା ପରି ବିଭା ।କେ ବୋଲେ ରୁକ୍ମଣ କୋପେ ଯୁଝିବାକୁ ଗଲାକୃଷ୍ଣଙ୍କୁ ମାରିଣ କନ୍ୟା ଆଣିବ ବୋଇଲା ।କନ୍ୟା ଦେବ ବୋଲି ୟାକୁ ରଖିଛି ବସାଇଏ ନିର୍ଲ୍ଲଜ ବସିଅଛି ସତ ବୋଲି ଚାହିଁ ।ଟେଳା ମାର ଯେବେ ଏଥୁଁ ନ ଗଲା ଏ ଉଠିଏତେବୋଲି ଧରି ପକାଇଲେ ତାର ପିଠି ।ତା ଦେଖିଣ ଶିଶୁପାଳ ପାଇ ଘୋରଲଜ୍ଜାବିଚାରିଲା ପ୍ରାଣ ନିଶ୍ଚେଁ କରିବଇଁ ତେଜ୍ୟା ।ହାତୁ ଅସରଳା ସୁତା ପକାଇଲା ଫେଇଗୋଡ଼ରୁ ଅଳତା ପୋଛି ମୁକୁଟ ଛିଣ୍ଡାଇ ।ସିନ୍ଦୂର ଲିଭାଇ ପୁଣି ଫିଙ୍ଗିଦେଲା ମୁଦିପୁରୁଣା ବସନ ପିନ୍ଧି ପାଲଟିଲା ଖଦି ।ବେଦୀର ଉପରେ ଯେଉଁ ଦ୍ୱିଜେ ବସିଥିଲେଏସନ ରହସ୍ୟ ଦେଖି ଯେଝା ଘରେ ଗଲେ ।ପଣ୍ଡିତ ଜ୍ୟୋତିଷ ନଟ ଭାଟ ଆଦିକରିବିଫଳ ଆଶା ହୋଇଣ ପଳାଇଲେ ଫେରି ।ଇତି ଶ୍ରୀ ହରିବଂଶ ପୁରାଣର କୀର୍ତ୍ତିପରୀକ୍ଷ ଆଗେ କହନ୍ତି ଶୁକ ବ୍ରହ୍ମଯତି ।ଅତି ଭାଗ୍ୟେ ଭାଗବତ କୃଷ୍ଣଲୀଳା ରସଅଚ୍ୟୁତ କହଇ ଜନେ ଶୁଣି ହୁଅ ତୋଷ ।