ହରିବଂଶ (ଷଷ୍ଠ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୨୨ / ୩୩
ସମ୍ପୂର୍ଣ୍ଣ ସୂଚୀପତ୍ର
କୃଷ୍ଣଙ୍କ ସହିତ ଜାମ୍ବବାନର ଯୁଦ୍ଧ
ଏଥୁଅନ୍ତେ ମନଦେଇ ଶୁଣ ପରୀକ୍ଷିତକୃଷ୍ଣ ଜାମ୍ବବାନ ଯୁଦ୍ଧ ହେଲା ଅଲୋକିତ ।ରାଜାର ଛାମୁରେ ପଡ଼ିହାରୀ କହେ ଯାଇସାବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଁ ।ଜାମ୍ବବତୀ ଖେଳୁଥିଲେ ନଗ୍ର ସିଂହ ଦ୍ୱାରେସ୍ୟମନ୍ତକ ମଣି ଥିଲା ତାହାଙ୍କ କଣ୍ଠରେ ।ଅଦ୍ଭୁତେ କାହୁଁ ଅଇଲେ ମାନବ ଯେ ବେନିକନ୍ୟାର କଣ୍ଠରୁ ମଣି ଯାଉଛନ୍ତି ଘେନି ।ଆମ୍ଭଙ୍କୁ ବୋଇଲେ କହ ରାଜା ଆଗେ ଯାଇଲେଉଟି ବାର୍ତ୍ତା ପାଇବା ଯାଏ ଥିବୁ ରହି ।ଦୁଇଗୋଟି ମାନବ ସେ ସାହସ ଅଲେଖାଏ ବିବର ମଧ୍ୟେ ପଶି କରୁଛନ୍ତି ଡକା ।ଯେବଣ ରାଜ୍ୟକୁ ଯମ କରୁଅଛି ଭୟସଂଗ୍ରାମରେ ସରି ହୋଇ କେ କରିବ ଜୟ ।କାହାକୁ ନାହିଁ ସେ ଦୁଇ ଜଣଙ୍କର ଭୟଦେବ ଦାନବ ଗନ୍ଧର୍ବେ କରିବେ ସେ ଜୟ ।ହରିହର ଦେବତାଙ୍କୁ ତିଳେ ନାହିଁ ଭୀତିଏ ରାଜ୍ୟେ ହୋଇଲା ପୂର୍ଣ୍ଣ ଏସନକ ରୀତି ।ମାନବ ଦୁଇ ଅଟନ୍ତି ଆମ୍ଭର ଯେ ଭକ୍ଷ୍ୟଏକ ଜଣେ ମଣି ଧରି ନେଉଛି ପ୍ରତ୍ୟକ୍ଷ ।ଡଗରେ ବାର୍ତ୍ତା କହିଲେ ରାଜା ଆଗେ ଯାଇଶୁଣିମା ନା ସାବଧାନେ ଋଷିକୁଳ ସାଇଁ ।ଚାରଗଣଙ୍କ ମୁଖର ଏସନକ ଶୁଣିଖଡ଼ଗ ଧରି ବୋଲନ୍ତି କୋପେ ନୃପମଣି ।ସଙ୍କେତ ମନ୍ତ୍ରୀଙ୍କୁ ଆଜ୍ଞା ଦେଲେ ବେଗେ ରାଇମଣିଚୋରକୁ ତୁ ବେଗେ ବାନ୍ଧିଆଣ ଯାଇ ।ଯୁକତେ ଅଟନ୍ତି ନରେ ଆମ୍ଭ ଭକ୍ଷ୍ୟ ବଳିସିଂହଦ୍ୱାରେ ଏଡ଼େ କର୍ମ କରେ କେଡ଼େ ଭଳି ।ରାଜାର ଆଜ୍ଞା ପ୍ରମାଣେ ମନ୍ତ୍ରୀ ଚଳିଗଲେଗଡ଼ ସିଂହଦ୍ୱାରେ ଯାଇ କୃଷ୍ଣଙ୍କୁ ଭେଟିଲେ ।ଲକ୍ଷେ ପୁର କରିଣ ଯେ ବେଢ଼ିଲେ ସଇନିସମୁଦ୍ର ଗର୍ଜ୍ଜନ ପ୍ରାୟେ ଶୁଭେ ଶଙ୍ଖଧ୍ୱନି ।ଭୟଙ୍କର ଭାଲୁଙ୍କର ବଳ ଅନର୍ଗଳାବର୍ଣ୍ଣ ଦିଶଇ ତାଙ୍କର ଅତ୍ୟନ୍ତ ଯେ କଳା ।ମହାମେଘ ପ୍ରାୟେ ଦିଶେ ତାଙ୍କ ରୋମାବଳିବିକଟ ଦନ୍ତ ବୁଦ୍ବୁଦ୍ଫେନ ପାଟି ରୁଳି ।ବଜ୍ର ଲଙ୍ଗଳ ପରାୟେ ନଖ ମୁଖା ରୁହଶସ୍ତ୍ରମାନ ନ କାଟଇ ପାଷାଣ କି ଦେହ ।କହୁଁ କହୁଁ ଋକ୍ଷବଳ ପଡ଼ୁଛନ୍ତି ମାଡ଼ିଗଜନ୍ତି ମହାବଳୀଏ ଯେହ୍ନେ ଘଡ଼ଘଡ଼ି ।ଆବର ବିଶେଷେ କରେ ଶସ୍ତ୍ରଛନ୍ତି ଧରିକୋଦଣ୍ଡ ଲାଙ୍କିଆ କାଣ୍ଡ ଖଣ୍ଡା ଆଦି କରି ।ମନ୍ତ୍ରିବର ଆଜ୍ଞା ଦେଲେ ସବୁଲୋକେ ଚାହିଁପ୍ରାଣେ ଏହାଙ୍କୁ ନ ମାରି ବାନ୍ଧି ରଖ କହି ।ତାହା ଶୁଣି ଧାଇଁଲେ ସେ ସକଳ ସଇନିଜୀବନ୍ତେ ବାନ୍ଧିଣ ନେବା କରେ ରଜ୍ଜୁ ଘେନି ।ଶୁକ ବ୍ରହ୍ମା ବୋଲେ ଶୁଣ ଆହୋ ରାଜା ଦେବପାଟବଂଶୀ ବିଭା ମଣି ହରଣର ଭାବ ।ଏମନ୍ତେ ତାହାଙ୍କ ମନ ଜାଣି ଦେବ ହରିଧନୁକୁ ଯେ ଆମଞ୍ଚନ୍ତି ଗୁଣ ଦେଇକରି ।ଉଦ୍ଧବକୁ ବୋଇଲେ ମୋ ଉହାଡ଼େ ଥାଅସିକତୁରୀ ବାଣ ଗୁଣରେ ଦେଇ ବ୍ରହ୍ମରାଶି ।ରଜ୍ଜୁ ଘେନି ଆସୁଥିଲେ ଯେତେ ଋକ୍ଷବଳଧାମନ୍ତି ସକଳେ କରେ ଧରି ଶାଳ ଶିଳ ।ତାହାଙ୍କ ଆସିବା ଦେଖି ପ୍ରଭୁ ଜଗନ୍ନାଥଦୂରହୁଁ ବାଣେ ଛେଦିଲେ ତାଙ୍କ କରପତ୍ର ।ସହସ୍ର ସହସ୍ର କେତେ ତଦନ୍ତ ନ ଜାଣିନିଃଶ୍ୱାସ ମଧ୍ୟେ ସକଳ ପକାଇଲେ ହାଣି ।ଭୟଙ୍କର ଶର ଦେଖି ପଳାଇଲେ ବୀରେମନ୍ତ୍ରୀର ପଛେ ଲୁଚିଣ ରହିଲେ ସକଳେ ।ବହୁଋକ୍ଷ ବଳଙ୍କର ଛେଦନ ହୋଇଲାଘାଉଆ ହୋଇଣ ଭୟେ କିଏ କେଣେ ଗଲା ।ରକ୍ତେ କର୍ଦ୍ଦମ ହୋଇଲା ପାତାଳ ନଗରୀପ୍ରଳୟ ପ୍ରାୟ ରକତ ବହେ ବସୁନ୍ଧରୀ ।ମହାବାତରେ ଯେସନେ ଉଡ଼େ ପତ୍ରମାନଅର୍ଦ୍ଧକୋଶେ ଆୟତନ ଦ୍ୱାର ବିତପନ ।ତାଳେକ ଉତ୍ସର୍ଗ ଉଚ୍ଚ ହେଲା ମଡ଼ ବୃଷ୍ଟିମହା ମହା ରଥୀ ମାନେ ପଡ଼ି ମହୀଲୋଟି ।ଧାଇଁଲା ସେ ମନ୍ତ୍ରୀବର ଦେଖି ଅତି ବେଗେଶୂଳ କରେ ଘେନିଯାଇ ଉଭା କୃଷ୍ଣ ଆଗେ ।ଦେଖୁ ଦେଖୁ ଧାଇଁ ଆସି ମାରେ ବ୍ରହ୍ମଶରବଞ୍ଚାଇ ଆଡ଼ ହୋଇଲେ ଦେବ ଚକ୍ରଧର ।ଗର୍ଜିଣ ସେ ମହାଶର ଭୂମିରେ ନିକିଳିପାଞ୍ଚ ଯୋଜନ ଯାଏ ସେ ତଳେ ଗଲା ଗଳି ।ପୁଣି ମନ୍ତ୍ରୀବର ଧନୁ ଏକ ଧରି କରେଏକାବେଳକେ ପଞ୍ଚାଣ ବାଣ ରୋଷଭରେ ।ମାରିଣ ପୁଣି ମାଇଲା ଅମୋଘ ଯେ ଶରଦେଖି ଆଡ଼ ହୋଇଗଲେ ଦେବ ଚକ୍ରଧର ।ପୁଣି ସେ ସଙ୍କେତ ମନ୍ତ୍ରୀ ଧନୁ ଧରି କରେପଞ୍ଚାଶ ବାଣ ବିନ୍ଧିଲା ତହୁଁ ରୋଷଭରେ ।ବିନ୍ଧିଲେ ଏକ ନାରାଚ ଧରି ଦେବ ହରିଅର୍ଦ୍ଧ ବାଟେ ପକାଇଲେ ଦୁଇଖଣ୍ଡ କରି ।ପୁଣ ସନ୍ଧିଲା ସଙ୍କେତ ମନ୍ତ୍ରୀ ଶତେ ବାଣଲାଘବ ଶର ଛେଦିଲେ ପ୍ରଭୁ ନାରାୟଣ ।ମନ୍ତ୍ରୀ ମନେ ବିଚାରଇ ଧନ୍ୟ ଏ ମାନବମର୍ତ୍ତ୍ୟମଣ୍ଡଳେ ମହିମା ତୋର ଅସମ୍ଭବ ।ତ୍ରେତାଯୁଗେ ହନୁମନ୍ତ ସଙ୍ଗେ ମୁହିଁ ସରିରାମାୟଣ ଯୁଦ୍ଧେ ଯୋଦ୍ଧାମାନେ ଗଲେ ହାରି ।ଦ୍ୱାପରେ ତୁ କେଡ଼େ ଲୋକ ମିଳିଲୁ ମୋ ଆଗେକଥା ରୁହାଇଲୁ ତିନିଲୋକେ ଯୁଗେ ଯୁଗେ ।ସମ୍ଭାଳ ସମ୍ଭାଳ ଏବେ ଅସ୍ତ୍ର ମୁହିଁ ପେଷିଶରଜାଳାରେ ଅଦୃଶ୍ୟ ପଥ ହିଁ ନ ଦିଶି ।ପେଶିଲେ ବାବଲ ପଞ୍ଚାବାଣ ଚକ୍ରଧରଦୁଇ ଦୁଇ ଖଣ୍ଡ ହୋଇ ପଡ଼ିଲେ ସେ ଶର ।ଦେଖିଣ ସେ ମନ୍ତ୍ରୀବର କୋପେ ପରଜ୍ଜ୍ୱଳିବଞ୍ଚାଇ ବାଣ ସହସ୍ରେ ପେଷି ମହାବଳୀ ।ଶାଳ ଶିଳା ପର୍ବତ ଯେ ତରୁଲତା ମାଳଉଡ଼ି ଆସୁଛନ୍ତି ମନ୍ତ୍ରବଳେ ଏ ସକଳ ।ଦେଖିଣ ଶ୍ରୀଜଗନ୍ନାଥ ପବନାସ୍ତ୍ର ପେଷିଉଡ଼ି ସେ ଆକାଶେ ପଥେ ପଡ଼ି ଦଶ ଦିଶି ।ବେଳୁଁ ବେଳ ମନ୍ତ୍ରୀ ବାଣ ହୋଇ କୋପାନଳକାଳାନ୍ତର ଶର ଯେହ୍ନେ ପ୍ରଚଣ୍ଡ ଅନଳ ।ତେସନେ ବାଣ ଘୋଟିଲା ଆସି ଚଉକତିଅଦୃଶ୍ୟ ଯେ ଦଶଦିଗ ମେଘେ ମିତ୍ର ଜ୍ୟୋତି ।ପୂର୍ବେ ଏ ଶର ପାର୍ବତୀ ଦେବି ତହିଁ ଥିଲାକପିଳାସ କନ୍ଦରେ ତା ନନ୍ଦୀ ଯେ ପାଇଲା ।ସେ ବାଣ ଆଣି ସନ୍ଧାନ କଲା ଏତେକାଳେଧାଇଁ ସେହି ମହାଶର ମିଳି କୃଷ୍ଣ ତୁଲେ ।ଶ୍ରୀକୃଷ୍ଣେ ପେଷିଲେ ମନ୍ତ୍ରୀ ମହାରୁଦ୍ର ଶରକହୁଁ କହୁଁ ଘୋଟିଲା ସେ ଆସି ଧାତିକାର ।ସୁଦର୍ଶନ ଚକ୍ରକୁ ସେ ବୋଇଲେ ଗୋସାଇଁଅନିର୍ବାର ରୁଦ୍ରଶକ୍ତି ନିବାର ତୁ ଯାଇ ।ଆଜ୍ଞା ପ୍ରମାଣେ ଚଳିଲା ଚକ୍ର ଅତି ବେଗେଦୁହେଁ ଏକା ହୋଇ ତହୁଁ ଗଲେ ଅନୁରାଗେ ।ଦେଖିଣ ସଙ୍କେତ ମନ୍ତ୍ରୀ ମନ ଛନ ଛନଆପଣାର ମନ ମଧ୍ୟେ ବିଚାରେ ଏସନ ।ମାନବ ନୁହଇ ଏହୁ ପ୍ରତ୍ୟକ୍ଷେ ଦେବତାଲାଗିଲା ତ ଅଗୋଚର ପ୍ରାୟେ ଏହି କଥା ।ରୁଦ୍ର ଶକତି ବଞ୍ଚାଇ ଈଷତ ମାର୍ଗରେଶସ୍ତ୍ରମାନ କାଟିବ କି ଏହାଙ୍କ ଅଙ୍ଗରେ ।ଏତେକ ବିଚାରି ମନ୍ତ୍ରୀ ଅପଶରି ଗଲାଜାମ୍ବବ ଛାମୁରେ ଯାଇ ସର୍ବ ଜଣାଇଲା ।ଶୁଣି କୋପଭର ହେଲା ଜାମ୍ବବ ନୃପତିବୋଇଲା ଜିଣି ପାରଇ ମୋତେ ଶିରୀପତି ।ପାତ୍ର ମନ୍ତ୍ରୀ ପୁରୋହିତ ସୈନ୍ୟ ଯେ ଯାହାରଅଙ୍ଗ ବଳ ଘେନି ରାଜା ହୋଇଲା ବାହାର ।କିଳିକିଳା ରେରେକାର ଭୟଙ୍କର ଧ୍ୱନିପାଦଭରେ କମ୍ପୁଅଛି ପୃଥ୍ୱୀ ଖଣ୍ଡ ତିନି ।ବତିଶ ସହସ୍ର ତାର ନାତି ପଣନାତିସମଦଣ୍ଡ ଘେନିକରି ଧାଇଁଲା ନୃପତି ।ଉଦ୍ଦଣ୍ଡ ଧବଳ ଛତ୍ର ଏକ ଲକ୍ଷ ମାଥେପ୍ରଚଣ୍ଡ ଖଡ଼ଗ ରାଜା ଧରିଅଛି ହାତେ ।ସକଳ ସଇନି ପଛେ ଅଛନ୍ତି ଗୋଡ଼ାଇଶ୍ରୀକୃଷ୍ଣ ଛାମୁରେ ଯାଇ ମିଳି ଶୀଘ୍ର ହୋଇ ।ଖଣ୍ଡେ ଦୂରୁ ଦେଖିଣ ସେ ହୋଇ କୋପଭରବୋଇଲେ ଚୋରରେ ଏଡ଼େ ଭରସା ତୋହର ।ସିଂହର ଦ୍ୱାରେ ଶୃଗାଳ ପଶି କରୁ ଡକାଆବର ଧ୍ୱଂସିଲୁ ମୋର ବନ୍ଧୁବର୍ଗ ସଖା ।ଏ ମୋର ମହିମା କି ରେ ଶୁଣିଲା ତୋ ନାହିଁଆବର କି ପ୍ରାଣ ଘେନି ଯିବୁ ଆଜ କାହିଁ ।କୃତାନ୍ତକ ଦେବତାରେ ପୋଛିଲା ତୋ ପାଞ୍ଜିବିଷ୍ଣୁ ବିନା କେହି ତୋତେ ନ ରଖିବେ ଆଜି ।ଏତେ ବୋଲି ପ୍ରହାରିଲା ଖଡ଼୍ଗ ବହି ରାଗଦେଖି ମହାବାହୁ ତାହିଁ ଢାଳିଲେ ଶ୍ରୀଅଙ୍ଗ ।ବଜ୍ରାଘାତ ଜାଣି ଭୂମିପରେ ପଡ଼ି ବେଗିଖଡ଼ଗ ବିଅର୍ଥ ହେବା ଦେଖି ରାଜା ଭାଙ୍ଗି ।ଲୁହାର ଯେ ଧନୁ ଏକ ଧଇଲା ନୃପତିଗୁଣ ଚଢ଼ାଇ ଝିଙ୍କାରି ଅଇଲା ଝଟତି ।ସେ ଧନୁ ଗୋଟିକ ପୁଣ ଧରି ବାମକରେସହସ୍ର ନାରାଚ ଯୋଚି ଦକ୍ଷିଣ ହସ୍ତରେ ।କର୍ଣ୍ଣମୂଳ ଯାଏ ଆଣି ବେଗେ ଦେଲା ଛାଡ଼ିଗର୍ଜିଣ ନାରାଚମାନେ ଆସୁଛନ୍ତି ଉଡ଼ି ।ପେଷିଲେ ଯେ ଅଧାଚନ୍ଦ୍ର ବାଣ ନାରାୟଣଶତେ ଖଣ୍ଡ କରି କାଟ ପକାଇଲେ ବାଣ ।ପୁଣ ଶତେ ବାଣ ଗୁଣ ବସାଇ ଜାମ୍ବବହୁକାର କରି ମାରଇ ଅତି ଅସମ୍ଭବ ।କଙ୍କପକ୍ଷ ତୀକ୍ଷ୍ଣମୁନା ବେନି ଶର ଘେନିକହିଲା ମାତ୍ରେ ପେଷିଲେ ପ୍ରଚଣ୍ଡ ବହନି ।ଶବ୍ଦ କରନ୍ତେ କତୁରୀ ଶତସସ୍ର ବାଣଧନୁର୍ବେଦ ସୁମରିଣ ପେଷି ନାରାୟଣ ।ବେନିଶର କାଟି ଶୂନ୍ୟେ ଖଣ୍ଡ ଖଣ୍ଡ କଲେଶର ବେନିର ବିଅର୍ଥ ହେବାର ଦେଖିଲେ ।ତ୍ରେତାଯୁଗେ ମଲ୍ଲ ସେହି ଜାମ୍ବବାନ ମନ୍ତ୍ରୀବ୍ରହ୍ମା ଇନ୍ଦ୍ର ଶିବଙ୍କୁ ତ ନାହିଁ ତାର ଭୀତି ।ପୂର୍ବେ ରାମଚନ୍ଦ୍ର ତାକୁ ଦେଇଛନ୍ତି ବରକଳ୍ପ କଳ୍ପାନ୍ତରେ ହୋଇଥିବେ ସେ ଅମର ।ପୁତ୍ର ପଉତ୍ର କୁଟୁମ୍ବ ଆଦି ପଣନାତିସ୍ୱର୍ଗ ମଞ୍ଚ ପାତାଳରେ ହେବ ମହାକ୍ଷତ୍ରୀ ।ଗତ ଆଗତ ମାନ ସେ ଜାଣଇ ସକଳଅନେକ କାଳର ବୃଦ୍ଧ ସେହି ମହାମଲ୍ଲ ।ସର୍ବଗୁଣେ କୁଶଳ ସେ ମନ୍ତ୍ରୀ ବୁଦ୍ଧିମନ୍ତସ୍ୱର୍ଣ୍ଣପୁର ଲଙ୍କା ହେଲା ଯାହାରେ ଧୂମାନ୍ତ ।ଅକଳିତ ବାରିଧିରେ ରାବଣର ଯୁଦ୍ଧଅମର କଟକ ଯାହା ବୁଦ୍ଧିବଳେ ସାଧ୍ୟ ।ମହାନ୍ତ ପୁସ୍ତକ ପୁଣି ମନ୍ତ୍ର ସଞ୍ଜିବନୀଏକା ବାଣକରେ ଜିଣି ପାରଇ ମେଦିନୀ ।ବେଳୁଁ ବେଳ ଋକ୍ଷରାଜ ହେଲା କୋପଭରଚକ୍ଷୁ ପିଛାଡ଼ିବା ମାତ୍ରେ ବିନ୍ଧେ ବହୁଶର ।ଆକାଶ ମାର୍ଗେ ଚଳିଲେ ବାଣମାନ ଘୋଟିକନ୍ଦର ଜଳ ଯେସନେ ଆସଇ ଲେଉଟି ।ରଟମଟ ରଣଝଣ ଶବ୍ଦ ଚଉକତିଗଗନ ମାର୍ଗରେ ବାଣମାନ ଝଟକନ୍ତି ।ଯେସନେ ଶ୍ରାବଣ ମାସେ ପଡ଼େ ଜଳାଧାରକୋଟି କୋଟି ଲକ୍ଷ ଲକ୍ଷ ପଡ଼ୁଅଛି ଶର ।ବାଣକୁ ବାଣ ସେ ବିନ୍ଧି ଶତଗୁଣ କରିବିନ୍ଧନ୍ତେ ରାଜାର ଶର ନ ଆସଇ ଫେରି ।ଦୁଇବାଣଙ୍କର ମଧ୍ୟେ ହେଲା ଭେଟା ଭେଟିଘୋର ବିକରାଳ ଶବ୍ଦ ଶୁଭେ ବଜ୍ରଘୋଟି ।ଅନଳ ଜ୍ୱାଳାବଳି ଯେ ଶବଦ ପ୍ରଚଣ୍ଡକମ୍ପିଲା ସପ୍ତ ବ୍ରହ୍ମାଣ୍ଡ ପୃଥ୍ୱୀ ନବଖଣ୍ଡ ।ଦେଖିଣ ଜାମ୍ବବ ରାଜା ସ୍ତମ୍ଭୀଭୂତ ହେଲାଧନ୍ୟରେ ମାନବା ବୋଲି ପ୍ରଶଂସା ସେ କଲା ।ମୋହର ଛାମୁରେ ତୁ ଯେ ରହି କରୁ ରଣସାମାନ୍ୟ ମାନବ ନୋହୁ ଅଟୁ ବଡ଼ ଜଣ ।ଏତେ ବୋଲି ଧନୁରେ ସେ ବସାଇଲା ଶରରେରେକାର କରି ପୁଣି ବିନ୍ଧି ଧାତିକାର ।ଚଳିଲା ବ୍ରହ୍ମ ଶକତି କହିବାର ବ୍ୟଗ୍ରେକହୁଁ କହୁଁ ମିଳିଲା ସେ ଗୋବିନ୍ଦର ଆଗେ ।ତହିଁକି ପେଷିଲା ରୁଦ୍ରଶକ୍ତି ବନମାଳୀବାଣେ ବାଣ ବାଜି ଦୁଇବାଣ ଗଲେ ଜଳି ।ମହାଘୋର ଶବଦ ଯେ ଉଲ୍କାପାତ ତୁଲେହୁତାଶନ ଜଳଇ କି ଗଗନ ମଣ୍ଡଳେ ।ପୁଣି ଜାମ୍ବବ ପନ୍ନଗାଶର ଏକ ପେଷିଗରୂଡ଼ାଶର ତା ନିବାରିଲେ ବ୍ରହ୍ମରାଶି ।ବେଗରେ ପର୍ବତାଶର ପେଷିଲେ ଜାମ୍ବବବଜ୍ରଶରେ ନିବାରିଲେ ତାହା ବାସୁଦେବ ।ପୁଣି ଜାମ୍ବବ ପେଷିଲା ମେଘାଶର ଧରିପବନାଶରେ ତା ନିବାରିଲେ ଦଇତ୍ୟାରି ।ପେଷିଲେ ଅନଳ ବାଣ ପୁଣ ଋକ୍ଷପତିଜଳଧାରା ବାଣେ ନିବାରିଲେ ଯଦୁପତି ।ବେଳକୁବେଳ ଜାମ୍ବବ ହୋଇ କୋପଭରସୈନ୍ୟଙ୍କୁ ଆଜ୍ଞାଦେଲେ ସେ ବେଢ଼ି ବେଗେ ମାର ।ରାଜାର ଆଜ୍ଞାରେ ଧାଇଁଗଲେ ଋକ୍ଷବଳନାନାଦି ଶସ୍ତ୍ର ମାରନ୍ତି ବେଢଞି ହୋଇ ଠୁଳ ।ଛେଲ ଚକ୍ର ନାରାଚ ଯେ ତୀକ୍ଷ୍ଣମୁନା ଯାଠିଲାଙ୍କିଆ ଶାବେଳି କୁନ୍ତ ତୀର କୋଟି କୋଟି ।ଗୁରୁଜ କୋଦଣ୍ଡ ଅସିପତ୍ର କାଣ୍ଡ ଖଣ୍ଡାବୃକ୍ଷ ଉପାଡ଼ି ଧାମନ୍ତି ଭାଲୁଏ ପ୍ରଚଣ୍ଡା ।କେ ଶିଳା ଧରି ଧାମନ୍ତି ହୋଇ କୋପମୂର୍ତ୍ତିକୃତାନ୍ତ ଦେବତା ପ୍ରାୟ ବିରାଜଇ ଜ୍ୟୋତି ।ଦୀର୍ଘନଖ ଦଶନର ରଟମଟ ଶବ୍ଦଖଡ଼ଗ ଧ୍ୱନି ଆବର ମୁଖରାବ ନାଦ ।କଳାମେଘ ପ୍ରାୟେ ଦିଶେ ସର୍ବାଙ୍ଗ ଯେ କଳାକେ ଶଙ୍ଖଗୋକ୍ଷୀର ପ୍ରାୟ କେହି କଳା ଧଳା ।ଲକ୍ଷ କି କୋଟି ଅର୍ବୁଦ ତଦନ୍ତ ନ ଜାଣିଦେଖି ଉଦ୍ଧବ କହଇ ଶୁଣ ଚକ୍ରପାଣି ।ଉଦ୍ଧବ ବୋଲଇ ତୁମ୍ଭେ ଶୁଣ ଦେବ ହରିଅସମ୍ଭବ ହେଲା ଚାଲ ଯିବା ଅପସରି ।କେଶରୀ ଶାର୍ଦ୍ଦୂଳ ହସ୍ତୀ ବରାହଙ୍କ ମେଳମାନବଙ୍କ ବଇରୀ ସେ ଅଟନ୍ତି ସକଳ ।ବେଭାରେ ବନସ୍ତ ଜନ୍ତୁ ଦନ୍ତୟାଙ୍କ ବିଷଏହାଙ୍କ ସଙ୍ଗେ ବିବାଦ ପ୍ରୟୋଜନ କିସ ।ପୋଡ଼ୁ ପୋଡ଼ୁ ସ୍ୟମନ୍ତକ ମଣି କାର୍ଯ୍ୟ ନାହିଁସର୍ବ ଯାଦବ ଘେନିଣ ଆସିବା ନା ବାହି ।ଜଗନ୍ନାଥ ବୋଇଲେ ଏ ନୁହଇ ଉଚିତକାର୍ଯ୍ୟ କାରଣ ନୋହିବ ହୋଇବା ନିସତ ।ଯାଦବ ସଭାରେ ଯାଇ ଚାହିଁବା କା ମୁଖଅପବାଦ ଶବଦଟି ମରଣହୁଁ ଦୁଃଖ ।ଏତେ ବୋଲିଣ ଧନୁରେ ସନ୍ଧି ଶତେ ବାଣକର୍ଣ୍ଣମୂଳ ପରିଯନ୍ତେ ଓଟାରି ତକ୍ଷଣ ।ବିନ୍ଧନ୍ତେ ଋକ୍ଷଙ୍କ ଶିରେ ଧାତିକାରେ ପଡ଼ିଯେସନେ ବୃକ୍ଷରୁ ପକ୍ୱଫଳ ପଡ଼େ ଝଡ଼ି ।ଦଶ ବିଂଶ ବାଣ ଯାଇ ଏକାବେଳେ ପଡ଼ିତାଳଫଳ ପ୍ରାୟେ ଶିର ପଡ଼େ ତଳେ ଛିଡ଼ି ।ବହିଲା ରକତ ନଦୀ ରାଜ ସିହଂଦ୍ୱାରେଏକତାଳ ଉଚ୍ଚ ବେନିତାଳ ଯେ ଓସାରେ ।ଚଳାଚଳ ପ୍ରାୟେ ସୈନ୍ୟମାନେ ଛିଡ଼ିପଡ଼ିକହନ୍ତି ଉଦ୍ଧବ କୃଷ୍ଣଙ୍କର ଆଗ ବଢ଼ି ।ପାରୁଶେ ବେଢ଼ିଅଛନ୍ତି ଦେଖ ଋଷ ସୈନିଅପ୍ରମିତ କଳନା ତ ନାହିଁ ତାର ପୁଣି ।ବହୁତ ଶର ପେଷିଲେ ତହିଁ ଦେବହରିଅନେକ ସୈନ୍ୟ ମାଇଲେ ନିଶୋଧନ କରି ।ବତିଶ ସହସ୍ର ପୁତ୍ର ନାତି ପଣନାତିସମସ୍ତଙ୍କୁ କୃଷ୍ଣଚନ୍ଦ୍ର ମାଇଲେ ବିକୋତି ।ଭୟପାଇ ଭାଲୁବଳ ପଳାଇଲେ ଭାଜିକେଶବାସ ଅସମ୍ଭାଳ ରୋଷେ ଗଳଗାଜି ।କର ଚରଣ ନାସିକା ଛିଡ଼ିଲାକ ଅଙ୍ଗକଟି ଭଗ୍ନହୋଇ କେହି କାର ଜାନୁଭଙ୍ଗ ।ଏମନ୍ତ ସୈନ୍ୟ ପଡ଼ିଲେ କୃଷ୍ଣ ବାଣଘାତେପ୍ରଚଣ୍ଡ ପବନ ଯେହ୍ନେ ରମ୍ଭାବନ ପାତେ ।ମହାଭୟ ପାଇ ତହୁଁ ପଳାଇ ସଇନିବୋଇଲେ ବିଷମ ଶର ମାରନତି ଏ ବେନି ।ନିକଟେ ଚାହିଁ ତାହାଙ୍କୁ ଜାମ୍ବବ ନୃପତିକୋପାନଳ ହୋଇ ଧାଇଁ ଆସେ ଶୀଘ୍ରଗତି ।ରହ ରହ ବୋଲି ସୈନ୍ୟ ଓଗାଳିଲେ ଆଗେଐରାବତ ରହିଲା କି ମେରୁ ଗିରି ଲାଗେ ।ତେସନ ସୈନ୍ୟ ରହନ୍ତେ କହେ ନୃପବରକ୍ଷତି ବୃତ୍ତି ଛାଡ଼ି କିପାଁ ଅଧାଯୁଦ୍ଧ କର ।ଚୋର ହୋଇଣ ଏହାର ଏଡ଼େକ ଭରସାଶୁତିଲା ସିଂହକୁ ଆସି ଖଣ୍ଡି ଆଳି ଶଶା ।ମୋ ଆଗେ ପଡ଼ିଅଛୁ ତୁ ଯିବୁ ଆଜ କାହିଁନିଶ୍ଚେଁ ପାଞ୍ଜି ପୋଛିଲାଣି ତୋର ଜନ୍ତୁସାଇଁ ।ଏ ମୋହର ସିଂହଦ୍ୱାରେ ଏଡ଼େକ ତୋ ଡକାଅଶ୍ୱଗଜ ପଦାତି ତୋ ନାହିଁ କେହି ସଖା ।ଏକା ଜଣକେ ଏଡ଼େକ କଟାଳ ତୁ କଲୁଇଷ୍ଟବନ୍ଧୁ କୁଟୁମ୍ବ ମୋ ସୋଦର ମାଇଲୁ ।ସତେ କି ସୈନ୍ୟ ମୋହର ମଲେ ତୋର ବାଣଅଜ୍ରାମର ତ୍ରିଜୀବୀ ଏ ଜାଣେ ଜଣେ ଜଣେ ।ଏହିକ୍ଷଣି ସମସ୍ତେ ଏ ବର୍ତ୍ତିବେ ଲେଉଟିଅବଶ୍ୟ ତୋ ଶିର ଗୋଟା ପକାଇବେ କାଟି ।ଶ୍ରୀରାମର ମନ୍ତ୍ରୀ ମୁହିଁ ତ୍ରୈଲୋକ୍ୟ ପ୍ରସିଦ୍ଧିବଞ୍ଚାଇ ପାରିବି ଜାଣ ଅଛି ମୋର ବୁଦ୍ଧି ।ମହାମନ୍ତ୍ର ପୋଥିଗୋଟା ମୋର ଅଛି ତହିଁପୁସ୍ତକ ପ୍ରସାଦେ ମୋର ଜନ୍ମ ମୃତ୍ୟୁ ନାହିଁ ।ଯେତେବେଳେ ଲକ୍ଷ୍ମଣର ହେଲା ଶକ୍ତିଭେଦଶଙ୍କା କରିଣ ବସିଲେ ପ୍ରଭୁ ରାମଚନ୍ଦ୍ର ।ପୁସ୍ତକ ଫେଡ଼ି କହିଲି ମୁହିଁ ଦୃଢ଼ବାଣୀବଞ୍ଚିଲେ ହନୁ ଆଣିଲା ବିଶଲ୍ୟକରଣୀ ।ଦଧିଚି ମହର୍ଷି ଇନ୍ଦ୍ର ଆଗେ ସତ୍ୟ କଲେଶରୀରୁ ଷୋଳଡମ୍ବରୁ କାଡ଼ି ପୁଣି ଦେଲେ ।ଏ ପୁସ୍ତକ କାଢ଼ି ମୁହିଁ କଲି ମନ୍ତ୍ରଧ୍ୱନିପୁନରପି ଦେହ ଘେନି ବର୍ତ୍ତି ମହାମୁନି ।ପଉଲସ୍ତ୍ୟ ଶାପେ ଜାଣ ବିଶ୍ୱେଦେବା ମଲେଏ ପୁସ୍ତକ ପ୍ରସାଦେ ସେ ଶରୀର ପାଇଲେ ।ଇନ୍ଦ୍ରଙ୍କ ଦେହରେ ହେଲା ସହସ୍ରେକ ଯୋନିସେହି ବ୍ୟାଧି ନାଶ କଲି ଏ ପୁସ୍ତକ ଘେନି ।ଏହି ମନ୍ତ୍ର ପୋଥିକି ମୁଁ କରନ୍ତେ ପ୍ରକାଶଗଳିତ କୁଷ୍ଠ ଯମର ଦେହୁ ଗଲା ନାଶ ।ଯମ ଦେବତାର ଦନ୍ତ ହୋଇଲା ବିକଟଅଗ୍ନି ଦେବତାର ବଢ଼ି ଯାଇଥିଲା ପେଟ ।ଏ ପୁସ୍ତକ ଚାହିଁ ମନ୍ତ୍ର ପଢ଼ି କଲି ଭଲମୁଣ୍ଡ କାଟନ୍ତେ ନ ମଲା ଦଶାନନ ମଲ୍ଲ ।ଏ ପୁସ୍ତକ ଚାହିଁ ମୁହିଁ କହିଲି ଏ କଥାନାଭି କମଳରେ ଜୀବ ଅଛି ଦଶମଥା ।ତା ଶୁଣି ଦ୍ୱାଦଶ ବାଣ ରାମ ପୁଣ ଧରିଛେଦିଲେ ନାଭିକମଳ ମଲା ଦଶଶିରୀ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ମନ୍ତ୍ର ମଉଷଧିବିଚାର ବିଧାତା ପୂର୍ବେ ବିହିଲା ଏ ବିଧି ।ଦେଖ ଏ ପୁସ୍ତକ ବୋଲି ବାଣେ ଦେଲା ଛାଡ଼ିଜଳଧାରା ବାଣେ ମୃତ ସଞ୍ଜୀବନୀ ପଢ଼ି ।ଅକଳିତ ବଳ ତହିଁ ଯେତେ ମରିଥିଲେଲେଉଟି ସେ ଶସ୍ତ୍ର ଧରି ସମରେ ପଶିଲେ ।ଜଗନ୍ନାଥ ବୋଇଲେକ ବଡ଼ ଅସମ୍ଭବତ୍ରେତା ଯୁଗରେ ଚରିତ ଦ୍ୱାପରେ ଦୁର୍ଲ୍ଲଭ ।ଏତେ ବୋଲି ଧଇଲେ ସେ ଧନୁ ଆଣ୍ଟକରିମାଇଲେ ସେ କୋପଭରେ ବାଣ ଆର୍ଦ୍ରାବଳି ।ଦୁଇଖଣ୍ଡ କରି ତାହା ପକାଇଲା କାଟିଶ୍ରୀହରିର ଶ୍ରୀହସ୍ତେ ସେ ଲାଗଇ ପାଲଟି ।ପ୍ରାଣ ଛାଡ଼ି ପଡ଼ିଲେ ସେ ପୁଣି ମହୀଲୋଟିଜାମ୍ବବ ମନ୍ତ୍ରୀର ମନ୍ତ୍ର ଜୀଇଁଲେ ଲେଉଟି ।ତିନିବାର ପକାଇଲେ ହରି ତାଙ୍କୁ କାଟିମନ୍ତର ବଳେ ଜୀବନ ପାଇଲେ ଲେଉଟି ।ବାହୁଡ଼ି ଘୋର ସମର କଲେ ଋକ୍ଷ ଯୋଧିଧନ୍ୟ ସେ ଶ୍ରୀରାମ ମନ୍ତ୍ରୀ ଧନ୍ୟ ତା ମୌଷଧି ।ଛେଦି ପକାଇଲେ ଶତେବଳ ତାଙ୍କ ଶିରଜାମ୍ବବ ମନ୍ତ୍ରୀ ଜୀଆଇଁ ଦେଲେ ଶତେବାର ।ଜାମ୍ବବ କାଟିଲା ସାତବାର ଶାର୍ଙ୍ଗଧନୁ ।ଘୋର ସଂଗ୍ରାମ ଦେଖିଣ କମ୍ପେ ଶତଧନୁ ।ଅକ୍ଷୟ ଅଜରାମର ସେ ଧନୁ ତ୍ରିଜୀବୀଅଦୃଶ୍ୟ ଅତୁଟ କଳେ କାଳ ଅପ୍ରାଭବୀ ।କୋଟିବାର ଛେଦିଲେ ସେ ହୁଏ ଦୁଇଖଣ୍ଡହସ୍ତ ଲାଗନ୍ତେ ହୁଅଇ ପୁଣି ଏକରୁଣ୍ଡ ।ବିଶ୍ୱକର୍ମା ଗଢ଼ିଣ ସେ ଧନୁହୁଳ ଗୁଣସର୍ବଜୟ ଧନୁଗୋଟି ଧରେ ନାନା ବର୍ଣ୍ଣ ।ଶତବାର ପରିଯନ୍ତେ ଜାମ୍ବବ ତା କାଟିଶ୍ରୀହରିର ଶ୍ରୀହସ୍ତେ ସେ ଲଗାଇ ପାଲଟି ।ଅଗୋଚର ସଂଗ୍ରାମ ସେ ନୁହଇ ଗୋଚରଦେଖଇ ଆଶ୍ଚର୍ଯ୍ୟ ହୋଇଲେ ଦେବ ଚକ୍ରଧର ।ତାହା ଦେଖିଣ ଉଦ୍ଧବ ହୋଇଲା କାତରନିଃଶଙ୍କେ ଶ୍ରୀକୃଷ୍ଣ ପଛେ ରହେ ଧାତିକାର ।ଶ୍ରୀଜଗନ୍ନାଥ ପ୍ରସାଦେ ତାର ନାହିଁ ଭୀତିନିଃଶଙ୍କେ ଉଦ୍ଧବ ଅଛି କୃଷ୍ଣ ପଛକତି ।ବହିଲା ରକତନଦୀ ପାତାଳ ବୈକୁଣ୍ଠଲହରୀ ଉଠେ ବିବର ଦ୍ୱାର ସନ୍ନିକଟ ।ଚଉଦ ଦିବସ ଯାଏ ଲାଗିଲା ଆରେଣିଏକକୁ ଆରେକ କେହି ନ ପାରିଲେ ଜିଣି ।ଶସ୍ତ୍ର ଦେହେ ଶସ୍ତ୍ର ବାଜି ହୁଏ ପରିତାଳବଞ୍ଚନ୍ତି ଜାମ୍ବବ ପରସାଦେ ଋକ୍ଷବଳ ।ଶିର ଛେଦନ୍ତେ ରୁଧିର କେତେ ବହିଗଲାପୁରି ତହିଁରେ ରୁଧିର ପଡ଼ଇ ସେ ଭଲା ।ଶ୍ରାବଣ ମାସେ ଉଲ୍ଲୋଳ ହୋଇ ବହେ ନଦୀପାତାଳୁଁ ଶୂନ୍ୟ ମଣ୍ଡଳ ଯାଏ ଅଛି ଭେଦି ।ଶୁଣ ପରୀକ୍ଷ ରାଜନ ଶୁକମୁନି ଭଣିଇତି ଶିରୀ ହରିଂବଶ ପୁରାଣର ବାଣୀ ।ପଢ଼ି ଶୁଣ ସାଧୁଜନେ ଭବୁଁ ହୁଅ ପାରଅଚ୍ୟୁତ କହଇ ଦୋଷ ନ ଘେନି ମୋହର ।