ହରିବଂଶ (ଷଷ୍ଠ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୪ / ୩୩
ସମ୍ପୂର୍ଣ୍ଣ ସୂଚୀପତ୍ର
ବଳରାମଙ୍କ ସହିତ ଯାଦବମାନଙ୍କର କୁଣ୍ଡିନଗ୍ରେ ପ୍ରବେଶ ଓ କୃଷ୍ଣଙ୍କ କର୍ତ୍ତୃକ ରୁକ୍ମିଣୀ ହରଣ
ଏଥୁ ଅନନ୍ତରେ ଶୁଣ ପରୀକ୍ଷିତ ରାୟେଦ୍ୱାରକାରେ ଉଗ୍ରସେନ ଆସ୍ଥାନେ ବିଜୟେ ।ବଳରାମ ଆଦି ଯେତେ ଯଦୁବଂଶ ବୀରେସୁଧର୍ମା ସଭାରେ ଆସି ବସିଲେ ସତ୍ୱରେ ।ସମସ୍ତେ ଅଇଲେ ଏକା କୃଷ୍ଣ ନ ଦିଶନ୍ତିକାହିଁଗଲେ ବୋଲି ସର୍ବେ ବିସ୍ମୟ ହୁଅନ୍ତି ।ଏମନ୍ତ ସମୟେ ତହିଁ ଆସିଣ ଡଗରସଭାମୁଖେ ଜଣାଇଲା ଯୋଡ଼ି ବେନିକର ।ଭୋ ମଣିମା ଉଗ୍ରସେନ ସାବଧାନେ ଶୁଣରଥେ ବସି ଦ୍ୱାରକାରୁ ଗଲେ ନାରାୟଣ ।କାହୁଁ ଏକ ବୃଦ୍ଧବିପ୍ର ଲେଖାଦେଲା ଆଣିନନ୍ଦିଘୋଷ ଚଢ଼ି ବିଜେ କଲେ ସେହିକ୍ଷଣି ।ଏକା ହୋଇ ଯାଇଛନ୍ତି କେହି ନାହିଁ ସାଥେକେବଳ ସେ ବୃଦ୍ଧବିପ୍ର ବସିଥିଲେ ରଥେ ।ଏସନକ ବାର୍ତ୍ତା ଯହୁଁ କହିଲା ଡଗରଯାଦବେ ବିସ୍ମୟ ହୋଇ କରନ୍ତି ବିଚାର ।କେମନ୍ତେ ଜାଣିବା କାହିଁ ଗଲେ ଚକ୍ରପାଣିକାହାକୁ ଏ କଥା ଆମ୍ଭେ ପଚାରିବା ପୁଣି ।ଯାର ମାୟା ନ ଜାଣନ୍ତି ଦେବତା ଦାନବକେ ତାହା ନିର୍ଣ୍ଣୟ କରି ଆମ୍ଭଙ୍କୁ କହିବ ।ଏମନ୍ତ ବିଚାର ସର୍ବେ କରୁଥିଲେ ବସିସେଠାରେ ପ୍ରବେଶ ହେଲେ ନାରଦ ମହର୍ଷି ।ଶୂନ୍ୟୁ ଖସି ମୁନିବର ମିଳନ୍ତେ ସଭାରେଯାଦବ ଉଠିଣ କର ନିବେଶିଲେ ଶିରେ ।ଉଗ୍ରସେନ ନରପତି ସିଂହାସନ ଛାଡ଼ିବହୁତ ବିନୟ ହେଲେ ମୁନିପାଦେ ପଡ଼ି ।ସମସ୍ତଙ୍କୁ ସୁକଲ୍ୟାଣ କରି ସେ ନାରଦଆସନେ ବସିଲେ ମନେ ହୋଇଣ ଆନନ୍ଦ ।ମୁନିଙ୍କୁ ମୁଖକୁ ଚାହିଁ ପ୍ରଭୁ ସଙ୍କର୍ଷଣବୋଇଲେ କୃଷ୍ଣଙ୍କୁ ଦେଖିଅଛ କି ଆପଣ ।ବହୁତ ବିସ୍ମୟ ଆମ୍ଭେ ହେଉଥିଲୁ ବସିସନ୍ଦେହ ପଡ଼ିବାକାଳେ ପ୍ରବେଶିଲେ ଆସି ।ତିନିକାଳ କଥା ତୁମ୍ଭେ ଜାଣ ପରିମାଣିଆମ୍ଭଙ୍କୁ ନ କହି କେଣେ ଗଲେ ଚକ୍ରପାଣି ।ସେ କଥା ସଂକ୍ଷେପ କରି କହ ମୁନିବରଶୁଣିଲେ ସଂଶୟ ମନୁ ହୋଇଯିବ ଦୂର ।ବଳରାମ ମୁଖୁଁ ଏହା ଶୁଣି ଦେବଋଷିଦଣ୍ଡ ଟେକି ନୃତ୍ୟ କଲେ ଟହ ଟହ ହସି ।ବୋଲନ୍ତି ନ କହି ଯେବେ ଗଲେ ଯଦୁସାଇଁସେ ଅବା ଭଣ୍ଡିବେ ତୁମ୍ଭେ ଯାଅ ବେଗ ହୋଇ ।କୁଣ୍ଡୀନଗରକୁ ସର୍ବେ ଅତିଶୀଘ୍ରେ ଚଳସେଠାରେ ହୋଇବ ନିଶ୍ଚେଁ ଭୟଙ୍କର ଗୋଳ ।ଭୀଷ୍ମକ ରାଜାର କନ୍ୟା ଅଟଇ ରୁକ୍ମିଣୀତାକୁ ହରି ଆଣିବାକୁ ଗଲେ ଚକ୍ରପାଣି ।ତା ପାଇଁରେ ଶିଶୁପାଳ ହୋଇଅଛି ବରବରଜାତି ହୋଇଛନ୍ତି ଲକ୍ଷେ ନୃପବର ।ସୈନ୍ୟ ଘେନି ଆସିଅଛି ଆପେ ଜରାସନ୍ଧସର୍ବଦା କୃଷ୍ଣଙ୍କ ନାଶ ବିଚାରେ ସେ ମନ୍ଦ ।କନ୍ୟା ଆଣିବାକୁ କୃଷ୍ଣ ଯାଇଛନ୍ତି ଏକାସଂଗ୍ରାମର କଥା ତହିଁ କେ କରିବ ସଂଖ୍ୟା ।ତୁମ୍ଭେମାନେ ସଙ୍ଗତରେ ଚତୁରଙ୍ଗ ବଳଘେନାଇଁ ଯେ ଯାହାମତେ ବେଗହୋଇ ଚଳ ।ଶୁଣିଣ ଯାଦବମାନେ ବଜାଇ ନିଶାଣରଥ ଗଜ ଘୋଟକରେ କଲେ ଆରୋହଣ ।ରଥ ଚଢ଼ି ଆଗଭର ହେଲେ କାମପାଳତାଙ୍କ ପଛେ ଗୋଡ଼ାଇଲେ ଚତୁରଙ୍ଗ ବଳ ।ବାଜିଲା ଟମକ ଭେଣୀ ବୀରତୂର ବାଦ୍ୟଗଗନ ଉଛୁଳି ଘୋଟେ ଭୟଙ୍କର ନାଦ ।ଯାଦବଙ୍କ ପାଦଭରେ ପୃଥ୍ୱୀ ଟଳମଳପାଦୁକା ମନ୍ତ୍ର ସୁମରି କ୍ଷେପିଗଲେ ବଳ ।ମନ ପବନରୁ ବେଗ ହୋଇଣ ସେ ଗଲେଦୁର୍ବାସା ଆଶ୍ରମ ପାଶେ କୃଷ୍ଣଙ୍କୁ ଭେଟିଲେ ।ବେଣୀ ନଦୀତୀରେ ତୋଟା ଅତି ମନୋହରସେଠାରେ ବିଶ୍ରାମ କରିଥିଲେ ଚକ୍ରଧର ।ଅନ୍ତର୍ଯ୍ୟାମୀ ନାରାୟଣ ଜାଣନ୍ତି ସକଳମନେ ବିଚାରିଲେ ଏବେ ହେଲା ବିଭାବେଳ ।ଏମନ୍ତ ସମୟେ ରାମ ହୁଅନ୍ତେ ପ୍ରବେଶଦୂରୁ ଦେଖି ନମସ୍କାର କଲେ ହୃଷୀକେଶ ।ରାମଙ୍କ ସଙ୍ଗରେ ଥିଲେ ଯେତେକ ଯାଦବସମସ୍ତଙ୍କୁ ଯଥାମାନ୍ୟ କଲେ ବାସୁଦେବ ।ଶ୍ରୀକୃଷ୍ଣଙ୍କୁ କୋଳାଗ୍ରତ କରି ହଳଧରବୋଇଲେ କିପାଁଇ କଲୁ ଏଡ଼େ ଅବିଚାର ।ସକଳ ବୋଲନ୍ତି ତୋତେ ସର୍ବ ଗୁଣନିଧିସର୍ବଜ୍ଞ ହୋଇଣ କିପାଁ ହରାଇଲୁ ବୁଦ୍ଧି ।ଖେଳ ଖେଳୁଥିଲୁ ଯେହ୍ନେ ବାଳକ ସ୍ୱଭାବେତେସନ ସ୍ୱଭାବ ତୁହି ନ ଛାଡ଼ିଲୁ କେଭେ ।ଦୁଷ୍ଟପଣେ ଉପଦ୍ରବ କରି ଗୋପପୁରେଲବଣୀ ଚୋରାଇ ଖାଉ ପଶି ଘରେ ଘରେ ।ଆଜଯାଏ ନ ଛାଡ଼ିଲୁ ସେହି ବାଳମତିଏକା ହୋଇ ଅଇଲୁ ତୁ ଏ ତୋର କି ରୀତି ।ଏ କୁଣ୍ଡୀନଗ୍ରେ ଭୀଷ୍ମକ ନାମେ ନୃପବରରୁକ୍ମଣ ନାମରେ ଅଛି ତା ଜ୍ୟେଷ୍ଠ କୁମର ।ସବୁକାଳେ ଆମ୍ଭ ସଙ୍ଗେ କରଇ ସେ ଦ୍ୱନ୍ଦ୍ୱଆବର ଆସିଛି ସୈନ୍ୟ ଘେନି ଜରାସନ୍ଧ ।ଚାରିଊଣା ଲକ୍ଷେରାଜା ତାର ଅନୁଗତସଙ୍ଗତରେ ଆଣିଛନ୍ତି ବଳ ଅପ୍ରମିତ ।ଅଷ୍ଟାଦଶ ବାର ଦେଲା ଜରାସନ୍ଧ ଧାଡ଼ିତା ଭୟରେ ପଳାଇଲେ ମଥୁରାରୁ ଛାଡ଼ି ।ସଙ୍ଗେ ନାହିଁ ରଥ ଗଜ ନାହିଁ ସୈନ୍ୟ ସଖାଶତ୍ରୁରାଜ୍ୟେ ପରବେଶ ହେଲୁ ଆସି ଏକା ।ଏ କଥା ଲାଗଇ ମୋତେ ଅତି ଅଗୋଚରସୈନ୍ୟ ଘେନି ଆସିଅଛି ଜରାସନ୍ଧ ବୀର ।ସବୁନୃପେ ସୈନ୍ୟ ଘେନିଛନ୍ତି ତାର ତୁଲେବାରତା ପାଇଲେ ଛାଡ଼ି ଦେବେ କି ସେ ଭଲେ ।ବହୁବାର ଗୋଡ଼ାଇ ଯେ ଥିଲା ଦୁଷ୍ଟପଣେତା ସଙ୍ଗେ ଯୁଝିବ କିଏ ଏକାହୋଇ ଜଣେ ।ଏ କଥା ବିଚାର ମନେ ନ କଲୁ ତୁ ହରିଆବର ବିଶେଷ ଆମ୍ଭେ ସବୁରି ବଇରୀ ।ଦୁଷ୍ଟବୁଦ୍ଧି ଅଟେ ତୋର ନ ଜାଣିବା ପଣଏ ବୁଦ୍ଧିରୁ ଲଜ୍ଜା ଆମ୍ଭେ ପାଇବାଟି ଜାଣ ।ଉଗ୍ରସେନ ଏହିରୂପେ କହିଲା ମଣାଇପୁଣି ମନ୍ଦହାସ କଲେ ଲକ୍ଷ୍ମୀଦେବୀ ସାଇଁ ।ବଳରାମଙ୍କ ଛାମୁରେ ଯୋଡ଼ି କରପତ୍ରପ୍ରତିଜ୍ଞା କରି କହିଲେ ପ୍ରଭୁ ପଦ୍ମନେତ୍ର ।ଆହେ ସ୍ୱାମି ଆପଣଙ୍କ ପ୍ରସାଦରୁ ମୁହିଁକୋଟି ଜରାସନ୍ଧ କୀଟ ପରାୟେ ମଣଇ ।ତିନି ଭୁବନରେ ବୀର ଅଛନ୍ତି ବା ଯେତେଏକତ୍ରିତ ହେଲେ ଜିଣି ନ ପାରିବେ ମୋତେ ।ଏଥକୁ ଶୋଚନା କିପାଁ କର ହଳପାଣିବିଚାରିଲେ ତ୍ରିଭୁବନ ପାରଇ ମୁଁ ଜିଣି ।ରୁକ୍ମିଣୀ ନାମରେ ଅଛି ଭୀଷ୍ମକର ଜେମାପ୍ରତ୍ୟକ୍ଷେ ସେ ମହାଲକ୍ଷ୍ମୀ ରୂପେ ଅନୁପମା ।ଶିଶୁପାଳକୁ ବରଣ କରିଛି ତା ଭାଇପିତାମାତା ଦୁହିତାଙ୍କ ମନ ପାଉନାହିଁ ।ବରଯାତ୍ରୀ ହୋଇ ଜରାସନ୍ଧ ଆସିଅଛିଶିଶୁପାଳ ବରବେଶ ହୋଇଣ ବସିଛି ।ତେରଘଡ଼ିବେଳେ ବିଭା ଶେଷ ହେବ ଆଜକୁଶ ବନ୍ଧାଇଲେ ନାଶଯିବ ସବୁକାର୍ଯ୍ୟ ।ତେଣୁ ମୁଁହି ଏ ଚରିତ କାହାକୁ ନ କହିଏକା ବସିଅଛି କନ୍ୟା ହରିନେବା ପାଇଁ ।ବଦନ୍ତି ଯେ ଇଦଂ ପ୍ରତିବାକ୍ୟ ନାରାୟଣଭୋ ଦେବ ଦ୍ୱାରକାଲକ୍ଷ୍ମୀ ରୁକ୍ମିଣୀ ଯେ ଜାଣ ।ଆପେ ଯେ ରୁକ୍ମିଣୀ ଦୂତ ଥିଲେ ପଠିଆଇଆମ୍ଭେ ନ ଆସିଲେ ନିଶ୍ଚେଁ ମରିଥାନ୍ତେ ସେହି ।ଏମନ୍ତ କହିଲେ ଯହୁଁ ପ୍ରଭୁ ହୃଷୀକେଶବଳରାମ ଆଦି ସର୍ବେ ହୋଇଲେ ହରଷ ।ସେ ତୋଟାରେ କୃଷ୍ଣ ସଙ୍ଗେ ରହି ଯଦୁବଳଭୁଞ୍ଜିଲେ ଯେ ଯାହା ମୋତେ ସ୍ୱାଦୁ ଫଳମୂଳ ।ଅଶ୍ୱଗଜ ସୁସ୍ଥ ହେଲେ ଜଳ ପାନକରିଯାଦବ ଗୋଷ୍ଠିରେ ବିଜେ କଲେ ଚକ୍ରଧାରୀ ।ଯାଦବେ ଆସିବା ବାର୍ତ୍ତା ଚାରିଗଣ ଜାଣିଭୀଷ୍ମକ ଆଗରେ ଯାଇ କହିଲେ ସେକ୍ଷଣି ।ସାବଧାନ ହୋଇ ତୁମ୍ଭେ ଶୁଣ ନରନାହାଗୁପତ ସନ୍ଦେସ ଆମ୍ଭେ ପାଇଅଛୁ ଯାହା ।ନଗ୍ରୁ କିଛିଦୂର ଛଡ଼ା ବେଣୀ ନଦୀତୀରେକୃଷ୍ଣ ବିଜେ କଲେ ଆସି ରାମଙ୍କ ସଙ୍ଗରେ ।ଉଗ୍ରସେନ ଆଦି ଯଦୁ ଭୋଜବଂଶୀ ଯେତେସାତ୍ୟକି ସହସ୍ରାଜିତ ଉଦ୍ଧବ ସହିତେ ।ରଥୀ ମହାରଥୀ ଗଜ ଅଶ୍ୱ ପଦାତିକଚତୁରଙ୍ଗ ସେନା ଆସିଛନ୍ତି ଅସଂଖ୍ୟକ ।ବୀରବେଶ ହୋଇ ସର୍ବେ କରନ୍ତି ପଲାଣିଏଥକୁ ଉଚିତ କାର୍ଯ୍ୟ କର ନୃପମଣି ।ଡଗରା ମୁଖରୁ ଶୁଣି ଏସନ ବାରତାଭ୍ରମେ ଭୀଷ୍ମକ ରାଜା ଯେ ମନେ କଲେ ଚିନ୍ତା ।ବହୁତ ବିସ୍ମୟ ହୋଇ କରନ୍ତି ବିଚାରଏଥକୁ ଅଇଲେ କିପାଁ ରାମ ଚକ୍ରଧର ।ନିମନ୍ତ୍ରଣ ନାହିଁ ତାଙ୍କୁ କିପାଁ ଅନିମିତ୍ତେସୈନ୍ୟ ଘେନି ଆସିଛନ୍ତି ଜାଣିବା କେମନ୍ତେ ।ଆମ୍ଭର ତ ଲାଗିଅଛି ବିଭାଘର କାର୍ଯ୍ୟଜାଣି ଶୁଣି ନ ଲୋଡ଼ିଲେ ଉପୁଜିବ ଲାଜ ।ଶତ୍ରୁ ହେଉ ପଛେ ଆସି ଉତ୍ସବ କାଳରେଯେ ମିଳଇ ଗଣି ତାଙ୍କୁ ବନ୍ଧୁଙ୍କ ସଙ୍ଗରେ ।ଏ କଥା ବିଚାରି ତେବେ ଆଣିବି ମୁଁ ବରିଶୁଣିଲେ କୋପିବ ନିଶ୍ଚେଁ ଜରା ଦଣ୍ଡଧାରୀ ।ପରମ ଶତ୍ରୁ ତାଙ୍କର ଜରାସନ୍ଧ ରାୟେସଙ୍କଟ ପଡ଼ିଲା ଏବେ କରେ କି ଉପାୟ ।ଅଷ୍ଟାଦଶ ବେଳ ଯାଏ ଦେଲା ସେହି ଧାଡ଼ିତା ଭୟରେ ମଥୁରାରୁ ପଳାଇଲେ ଛାଡ଼ି ।ଚାରିଊଣା ଲକ୍ଷେ ରାଜା ଏକୁଁ ଏକ ବଳୀଉଭୟ ଭେଟରେ ନିଶ୍ଚେଁ ଉପୁଜିବ କଳି ।ଏହା ଜାଣୁ ଜାଣୁ କିପାଁ ଏଥକୁ ଅଇଲେପୂର୍ବ ପ୍ରାଣପୀଡ଼ା କି ସେ ମନୁ ପାସୋରିଲେ ।ନାନାମାୟା ଜାଣିଛନ୍ତି କୃଷ୍ଣ କାମପାଳସବୁବେଳେ ଲୋଡ଼ ତାଙ୍କୁ ହୁଅଇ କନ୍ଦଳ ।ପୁଣି ବିଚାରଇ ତାଙ୍କ ମହିମା ଅପାରମାନବ ସୃଷ୍ଟିରେ ଯାହା ନୁହଇ ଗୋଚର ।ମୁଁ ମଧ୍ୟ ପୂର୍ବରୁ ଜାଣେ ଥୋକେ ତାଙ୍କ ଗୁଣଥୋକାଏ ବୋଲନ୍ତି ସେହୁ ସ୍ୱୟଂ ନାରାୟଣ ।ରୁକ୍ମିଣୀ ବହୁତ ଆଶା ତାହାଙ୍କୁ କରିଛିବେଳ କାଳ ଜାଣି ଅବା ଧାତା ଅଣାଇଛି ।ବିବାହ ସମୟ ଆସି ହୋଇଲା ନିକଟକାକତାଳ ନ୍ୟାୟରେ ସେ ଆସି ହେଲେ ଭେଟ ।କାର୍ଯ୍ୟକାଳ ସମତୁଲ ହେଲା ଆସି ସର୍ବଦଇବ ଜାଣଇ ସିନା ଏ କଥାର ଭାବ ।ଏମନ୍ତ ବିଚାରି ରାଜା କ୍ଷଣେ ମୌନ ହୋଇପୁଣି ବିଚାରିଲେ କିଛି ଜଣାଯାଉ ନାହିଁ ।ବନ୍ଧୁପଣେ ଆଣିଥିବେ ଅବା ଦମଘୋଷଆମ୍ଭେ ଡାକି ନ ଆଣିଲେ ପଛେ ହେବ ଦୋଷ ।ଶିଶୁପାଳ ଅଟେ ତାଙ୍କ ମାଉସୀର ପୁଅଉତ୍ସବରେ ଲୋଡ଼ିଥିବେ ଛାଡ଼ିଣ ଅପ୍ରିୟ ।କାର୍ଯ୍ୟ ଗ୍ରାହୀ ଅଟେ ମୁହିଁ ଅନ୍ନ ଦେବି ଡାକିନ ଜାଣି ଆଗହୁଁ ଶଙ୍କା କରିବି କାହିଁକି ।ଏମନ୍ତ ବିଚାର କରି ଭୀଷ୍ମକ ରାଜନଶ୍ରୀକୃଷ୍ଣ ଛାମୁରେ ଯାଇ ମିଳିଲେ ବହନ ।କୁଶଳ ପଚାରି ତାଙ୍କୁ ଗଉରବ କଲେଅକ୍ଷତ ତାମ୍ବୁଳ ଗୁଆ ଗନ୍ଧମାଲ୍ୟ ଦେଲେ ।ଯଥାବିଧି ପାଦପୂଜା କରି ନୃପବରବୋଇଲେ ପ୍ରତିଷ୍ଠା ଆଜ ହେଲା ମୋ ନବର ।ତୁମ୍ଭ ପାଦରଜ ଯେଣୁ ମୋ ରାଜ୍ୟେ ପଡ଼ିଲାଜାଣିଲି ମୋ ପୂର୍ବ ଭାଗ୍ୟ ଆସି ଉଦେ ହେଲା ।ଦେବଙ୍କ ଉପରେ ଦେବ ତୁମ୍ଭେ ବିଶ୍ୱମୟଚାରିଖାନି ସୃଷ୍ଟି ତୁମ୍ଭ ଗର୍ଭରୁ ଉଦୟ ।ଯା ପାଦେ ପୂଜନ୍ତି ବ୍ରହ୍ମା ବାସବ ଶଙ୍କରସେରୂପ ଦେଖି ପବିତ୍ର ହେଲା ଚକ୍ଷୁ ମୋର ।ଯୁକତେ କନ୍ୟାକୁ ବିଭା କରୁଅଛି ଆଜମୋ ପୁରେ ବିଜୟ କର ଆହେ ଦେବରାଜ ।ଭୀଷ୍ମକ ନୃପତି ମୁଖୁଁ ଏସନକ ଗିରଶୁଣିଣ ପରମ ତୋଷ ହେଲେ ଦାମୋଦର ।ବୋଇଲେ ରାଜନ ତୁମ୍ଭେ ସର୍ବଗୁଣେ ସାଧୁବିଚାରରେ ପର ନୁହଁ ଆମ୍ଭ ଇଷ୍ଟ ବନ୍ଧୁ ।ଉଗ୍ରସେନ ନୃପତିର ଭାର୍ଯ୍ୟା ଇନ୍ଦୁମତୀପାଟବଂଶୀ ଅଟଇ ସେ ସୁପବିତ୍ର ଜାତି ।ତା ଗର୍ଭରୁ ଜାତ ବେନି କନ୍ୟା ଅନୁପମଦେବକୀ ଦୈବକୀ ବୋଲି ଦୁହିଁଙ୍କର ନାମ ।ଦେବକୀ ଗର୍ଭରୁ ଆମ୍ଭେ ହୋଇଅଛୁଁ ଜାତଶିଶୁପାଳ ଜେନାମଣି ଦୈବକୀର ସୁତ ।ଧର୍ମରେ ମାଉସୀପୁଅ ଆମ୍ଭର ସେ ଭାଇଦମଘୋଷ ନରପତି ମଉସା ଅଟଇ ।ନ ଜାଣି କୋପ କରନ୍ତି ଜରାସନ୍ଧ ରାଜାଦମଘୋଷର ଖୁଡ଼ୁତା ଆମ୍ଭର ସେ ଅଜା ।ଯିବା ଆସିବା ନୋହିଲେ ବନ୍ଧୁ ହୁଏ ପରତେଣୁ ଆମ୍ଭର ଆସିବା ଅଟଇ ବେଭାର ।ମଉସା ଏ କଥା କହି ନାହାନ୍ତି କିଞ୍ଚିତେବାଟେ ଯାଉ ଦଇବରେ ପହଞ୍ଚିଲୁ ଏଥେ ।ଯୁକତେ ଦ୍ୱାରକାପୁରେ ବହୁଦୂର ବାଟଚଳି ନ ପାଇଲୁ ଏଥେ ପାଇ ଘୋରକଷ୍ଟ ।ଆବର ଶୁଣିଲୁ ତୁମ୍ଭ ଘରେ ହେବ କାର୍ଯ୍ୟଉତ୍ସବ ଦେଖିବା ପାଇଁ ରହିଗଲୁ ଆଜ ।କୃଷ୍ଣଙ୍କ ମୁଖରୁ ଶୁଣି ଏସନ ଭାରତୀଅତ୍ୟନ୍ତ ଆନନ୍ଦେ ହେଲେ ଭୀଷ୍ମକ ନୃପତି ।ସଙ୍ଗେ ଡାକିନେଇ ଦିବ୍ୟ ଘରେ ରଖାଇଲେଜଣ ଜଣପ୍ରତିରେ ସେ ବହୁ ମାନ୍ୟ କଲେ ।ରନ୍ଧନ ଭୋଜନ ଦ୍ରବ୍ୟ ଦଶଗୁଣ କରିଯୋଗାଇଲେ ପରିବାରୀମାନଙ୍କୁ ହକାରି ।ଚନ୍ଦନ କର୍ପୂର ରତ୍ନ ବସ୍ତ୍ର ସମର୍ପିଲେରାଜଯୋଗ୍ୟ ଉପଚାର ମାନ ଯୋଗାଇଲେ ।ଅନେକ ଗୌରବ ପାଇ ରହିଲେ ଶ୍ରୀହରିବଳଦେବ ତୁଲେ ଉଗ୍ରସେନ ଆଦିକରି ।ସମସ୍ତ ଯାଦବ ରହି ସନ୍ତୋଷେ ଭୁଞ୍ଜିଲେଚନ୍ଦନ ବୋଲିଣ ଅଙ୍ଗେ ପୁଷ୍ପ ମଣ୍ଡି ହେଲେ ।ଅତିବେଗେ ଜଗନ୍ନାଥେ ସାରିଲେ ମଣୋହିପଞ୍ଚଭୂତ ଆତ୍ମା ଅଛି ରୁକ୍ମିଣୀର ତହିଁ ।ଭୋଜନରୁ ଉଠି ପ୍ରଭୁ ଆଚମନ କରିବିଚାରନ୍ତି କନ୍ୟା ଆଜ ପାଇବି କିପରି ।ମନେ ଉଦବେଗେ ହୋଇ ତାମ୍ବୁଳ ଭୁଞ୍ଜିଲେବସନ ଭୂଷଣ ପିନ୍ଧି ସୁବେଶ ହୋଇଲେ ।ଅମଳାନ ପୀତବସ୍ତ୍ର ତ୍ରିକଚ୍ଛରେ ପିନ୍ଧିଲୋଟଣି ଛନ୍ଦରେ ଗଭା ମସ୍ତକରେ ବାନ୍ଧି ।ଶରଦ ଚନ୍ଦ୍ରମା ତୁଲ୍ୟ ଦିଶେ ମୁଖଗୋଟିଅର୍ଦ୍ଧବିକଶିତ ହୋଇ କମଳ କି ଫୁଟି ।ପାଦେ ଲାଗି ହେଲେ ସ୍ୱାମି ରତନ କଠାଉମଣିରତ୍ନ କିରଣରେ ଦିଶେ ଦାଉ ଦାଉ ।ଉତ୍ତରୀ ବସନ ଗୋଟି କନ୍ଧେ ବେଢ଼ାଇଲେଉଦ୍ଧବକୁ ସଙ୍ଗେ ଘେନି ବାହାର ହୋଇଲେ ।ପଦଗାମୀ ହୋଇ ବିଜେ କଲେ ଲୀଳାଗତିଥୋକାଏ ଯାଦବ ବେଢ଼ିଛନ୍ତି ଚଉକତି ।କୁଣ୍ଡୀନଗ୍ର ଦାଣ୍ଡେ ଦାଣ୍ଡେ କରନ୍ତି ଗମନଆଶ୍ଚର୍ଯ ହୋଇଲେ ଦେଖି ପୁରବାସୀ ଜନ ।ଅପୂର୍ବ ମୋହନ ରୂପ ଦେଖି ନରନାରୀଏକୁ ଆରେକ ଧାମନ୍ତି ଆଗରେ ଉଭାରି ।ଶତେପୁର ଘେରି ସର୍ବେ ଦେଖି ପଦ୍ମମୁଖବୋଲନ୍ତି ଖଣ୍ଡିଲୁ ଆଜ ଥିଲା ଯେତେ ଦୁଃଖ ।କୋଟି କନ୍ଦର୍ପକୁ ଜୟ କରେ ରୂପରାଶିକେମନ୍ତେ ଗଢ଼ିଲାଧାତା କେତେକାଳ ବସି ।ଏମନ୍ତ ଅପୂର୍ବ ରୂପ ଦେଖିଲା ତ ନାହିଁକେ ବୋଲେ ପବିତ୍ର ହେଲି ନୟନରେ ଚାହିଁ ।କେ ବୋଲଇ ଏ ରୂପକୁ କି ବୋଲି ବର୍ଣ୍ଣିମାତିନି ଭୁବନରେ ଖୋଜି ନ ମିଳେ ଉପମା ।ମସ୍ତକେ ବରହି ପୁଚ୍ଛ ଦିଶଇ ସୁନ୍ଦରନଖ ଦନ୍ତ ରୋମାବଳି ଅତି ମନୋହର ।ନୟନର ଶୋଭା ଯେହ୍ନେ ନୀଳୋତ୍ପଳ ଫୁଟିଯେଣୁକରି ମୋହୁଛନ୍ତି ଚରାଚର ସୃଷ୍ଟି ।ଗଣ୍ଡ ମଣ୍ଡଳରେ ଶୋହେ ମର୍କତ କୁଣ୍ଡଳଆକାଶେ ଉଦୟ ଯେହ୍ନେ ଆଦିତ୍ୟ ମଣ୍ଡଳ ।ଅମୃତ ଦୃଷ୍ଟିରେ ପୁଣି ଚାହାନ୍ତି ଅପାଙ୍ଗେପୁଷ୍ପବାଣ ପ୍ରାୟ ବାଜେ କାମିନୀଙ୍କ ଅଙ୍ଗେ ।ବିମ୍ବାଧରେ ମନ୍ଦହାସ କରିଣ ସେ କଥାକହନ୍ତେ ଯୁବତୀଗଣ ପାଉଛନ୍ତି ବ୍ୟଥା ।ନାସା ଫୁଲାଇଣ ଚାହିଁ ଦିଅନ୍ତି ସେ ଟେକିଗଜ ମୁକୁତାର ତେଜ ଦିଶଇ ଝଲକି ।ଇନ୍ଦ୍ର ନୀଳମଣି ତୁଲ୍ୟ ବିରାଜଇ କାୟବଦନରୁ ଗଳିପଡ଼େ ସତେ କି ଅମିୟ ।ଚନ୍ଦ୍ରମା ପରାୟେ ମୁଖ ଦିଶଇ ଚହଟିହର ଡମ୍ବରୁକୁ ଜିଣି ଶୋଭା ପାଏ କଟି ।ବିସ୍ତାରିତ ବକ୍ଷସ୍ଥଳ ଦୀର୍ଘ ବେନି ବାହୁମଦନଦେବର ପ୍ରତିମୂର୍ତ୍ତି କିବା ଏହୁ ।ଉଲଟ ରମ୍ଭା ପରାୟେ ଶୋହେ ଜାନୁ ବେନିଚାଲିଯାନ୍ତେ ଶୋଭାବତୀ ଦିଶଇ ମେଦିନୀ ।ସଂସାର ଭିତରେ ଯେତେ ଶ୍ରେଷ୍ଠଗୁଣ ଥିଲାତା ଆଣି ବିଧାତା ଅବା ଏକଠୁଳ କଲା ।ଏହାଙ୍କ ଶରୀରେ ସବୁ ପୂରାଇଛି ଆଣିମତ୍ସ୍ୟ ଚାପ ଅଙ୍କୁଶରେ ଶୋହେ ପାଦ ପାଣି ।ବଳିଲା ସୁବର୍ଣ୍ଣ ପ୍ରାୟ ଦିଶଇ ଅଙ୍ଗୁଳିସେବତୀ ପାଖୁଡ଼ା ପରି ନଖ ଦିବ୍ୟ ଝଳି ।ତ୍ରିକଚ୍ଛ ଖୋଷିଣ ପୀତବସ୍ତ୍ର ପିନ୍ଧିଛନ୍ତିଏହା ଦେଖି ମୁରୁଛିବ କେବଣ ଯୁବତୀ ।ଥୋକାଏ ବୋଲନ୍ତି କେଭେ ଏ ମାନବ ନୁହେଏକାଜଣେ ସମସ୍ତଙ୍କ ମନ ମୋହି ନିଏ ।ଆବର ବୋଲନ୍ତି ତହିଁ ଥୋକାଏ ଯୁବତୀରୁକ୍ମିଣୀଙ୍କ ଅନୁରୂପ ଅଟନ୍ତି ଏ ପତି ।ନ ଜାଣି ରୁକ୍ମଣ ଶିଶୁପାଳକୁ ବରିଲାନ ଖୋଜି ନ ବୁଝି କିପାଁ ମତିଭ୍ରମ ହେଲା ।ଏହାକୁ ରୁକ୍ମିଣୀ ଯେବେ ହୋଇଥାନ୍ତେ ବିଭାଲକ୍ଷ୍ମୀ ନାରାୟଣ ପରି ଦିଶିଥାନ୍ତେ ଶୋଭା ।ନିଶ୍ଚେଁ ଯେବେ ବେଦଶାସ୍ତ୍ର ହୋଇଥିବ ସତରୁକ୍ମିଣୀକୁ ଏହି ବର ହେବ ପରାପତ ।ଶିବଙ୍କ ମସ୍ତକେ ଯେହ୍ନେ ଶୋହେ ଗଙ୍ଗାନୀରରତନେ ଜଡ଼ିତ ଯେହ୍ନେ ଶୁଦ୍ଧ ସ୍ୱର୍ଣ୍ଣହାର ।ତେସନ ପ୍ରକାରେ ଦୁହେଁ ପାଇଥାନ୍ତେ ଶୋଭାନ ଜାଣି ରୁକ୍ମଣ କରେ ଶିଶୁପାଳେ ବିଭା ।ଏମନ୍ତ ଭାଳେଣି କରି ନଗ୍ର ନରନାରୀଦେଖନ୍ତି ଉତ୍ସୁକ ହୋଇ ଚଉପାଶେ ଘେରି ।କୁଳବଧୂମାନେ ଲଜ୍ଜା ଛାଡ଼ିଦେଇ ଦୂରେଦେଖିବାପାଇଁକି ଆସି ମିଳନ୍ତି ଦାଣ୍ଡରେ ।ଜଗତମୋହନ ରୂପ ନୟନରେ ଦେଖିଚଳି ନ ପାରିଣ ଚାହିଁ ରହନ୍ତି ନିରେଖି ।କୃଷ୍ଣ କୃଷ୍ଣ ବୋଲି ବାଣୀ ଶୁଭେ ଚଉଦିଗେଶୁଣିଣ ଡଗରା ମିଳି ଜରାସନ୍ଧ ଆଗେ ।କରଯୋଡ଼ି ବୋଲେ ଶୁଣ ମଗଧ ଈଶ୍ୱରକଥାଏ ଦେଖିଲେ ଆଜ ବଡ଼ ଚମତ୍କାର ।ଉଗ୍ରସେନ ଆଦି ସବୁ ଯାଦବଙ୍କୁ ଘେନିକୁଣ୍ଡୀନଗ୍ରେ ବୁଲୁଛନ୍ତି ରାମକୃଷ୍ଣ ବେନି ।ସ୍ନାହାନ ଭୋଜନ ଆଦି ନିତ୍ୟକର୍ମ ସାରିଦାଣ୍ଡରେ ବୁଲନ୍ତି ସର୍ବେ ପାଦଗତି କରି ।ନଗ୍ର ନରନାରୀ ଦେଖି ହୋଇଣ ଉଚ୍ଚାଟଦାଣ୍ଡେ ହାଟେ ପୂରିବାରୁ ନ ମିଳଇ ବାଟ ।ବ୍ରାହ୍ମଣ କ୍ଷତ୍ରିୟ ଆଦି ଛନ୍ତି ଯେତେ ଜାତିକୃଷ୍ଣ ରୂପ ଦେଖି ସର୍ବେ ମୋହିତ ହୁଅନ୍ତି ।କି କାରଣେ ଆସିଛନ୍ତି ସେମାନେ ଏଠାକୁସିଂହଦ୍ୱାର ନିକଟରେ ଦେଖିଲି ମୁଁ ତାଙ୍କୁ ।ଡଗର ମୁଖରୁ ଶୁଣି ଜରାସନ୍ଧ ରାୟେକୋପଭରେ ଗରଜିଲା କାଳସର୍ପ ପ୍ରାୟେ ।ଉଲ୍ଲସଇ ରୋମାବଳୀ ନୟନ ଚଞ୍ଚଳରଟ ମଟ ଦନ୍ତପାଟି ବଦନ କରାଳ ।ନିଃଶ୍ୱାସ ପବନ ଯେହ୍ନେ ଅଣଚାଶ ବାତଗଦାଧରି ଆସ୍ଥାନରୁ ଡେଇଁଲା ତ୍ୱରିତ ।ରେ ରେ କାର କରି ବୀର ଧାଏଁ ଶୀଘ୍ରଗତିକୋଳକରି ଓଗାଳିଲା ଚେଦି ନରପତି ।ଶିରେ କରପତ୍ର ଯୋଡ଼ି ବୋଲେ ଦମଘୋଷଭୋ ଦେବ ମୋ କଥା ଘେନି ଛାଡ଼ି ମନୁରୋଷ ।ପୃଥିବୀରେ ବଳବନ୍ତ ତୁମ୍ଭେ ମହାତେଜାଚାରି ଊଣା ଲକ୍ଷେ ନୃପ ତୁମ୍ଭର ପରଜା ।ବଳବନ୍ତ ବିଦ୍ୟାବନ୍ତ ସର୍ବ ଗୁଣନିଧିସାନଲୋକ ପ୍ରାୟ କିପାଁ ହେଉଅଛ କ୍ରୋଧୀ ।କ୍ରୋଧ ହେଲେ ନାଶ ଯିବ ଏଡ଼େକ ସମ୍ଭାରବିଭା ଶେଷ ହେବାଯାଏ ମନେ ଧୈର୍ଯ୍ୟଧର ।ରାମ କୃଷ୍ଣ ଆସିବାରୁ କରିଅଛ ରୋଷମୁଁ ଯାହା କହୁଛି ଏବେ ଶୁଣ ନୃପଈଶ ।ପୃଥିବୀରେ ଯାଦବଙ୍କୁ ରଖନ୍ତା କେ ନାହିଁତୁମ୍ଭ ସଙ୍ଗେ ଯୁଦ୍ଧେ ସେହୁ କରିବେଟି କାହିଁ ।ଅଷ୍ଟାଦଶ ବେଳ ଧାଡ଼ି ହେବାରୁ ଭୟରେମଥୁରା ଛାଡ଼ି ରହିଲେ ସମୁଦ୍ର ଭିତରେ ।ସେ ଯେବେ ଏଠାକୁ ଆସି ଅଛନ୍ତି ନ ଜାଣିଏହିକ୍ଷଣି ପଳାଇବେ ତୁମ୍ଭ ନାମ ଶୁଣି ।ନୋହିଲେତ ସର୍ବ ରାଜା କରିଥାଇ ସଭାଶରଣ ପଶିବା ପାଇଁ ଆସିଥିବା ଅବା ।ଜନମ ଲଭିଲେ ନିଶ୍ଚେଁ ମରଣ ହୁଅଇକଳିଦ୍ୱନ୍ଦ୍ୱ ଉପୁଜିଲେ ସମାଧାନ ଥାଇ ।ଦମଘୋଷ କଥା ଶୁଣି ବୋଲେ ଜରାସନ୍ଧବଡ଼ ଦୁଷ୍ଟ ଗଉଡ଼ ସେ କରିପାରେ ଦ୍ୱନ୍ଦ୍ୱ ।ତାଠାରେ କଦାଚ ମୋର ବିଶ୍ୱାସ ନୁହଇକେତେଥର ପଳାଇଛି ମୋତେ ଲଜ୍ଜାଦେଇ ।ଏକା ଜଣକରେ ମୋର କରଇ ସେ ହାନିସେ ଏବେ ଆସିଛି ସଙ୍ଗେ ଯାଦବଙ୍କୁ ଘେନି ।ବଡ଼ ମାୟାଧର ଅଟେ ସେ ଗୋପୀ ଲମ୍ପଟଜାଗ୍ରତ ନୋହିଲେ ନିଶ୍ଚେଁ କରିବ ଅନିଷ୍ଠ ।ସବୁ ନୃପେ ଠୁଳ କରି ସେ ଯାହା ସଇନିସାବଧାନ ହୋଇ ଥାଅ ଅସ୍ତ୍ର ଶସ୍ତ୍ର ଘେନି ।ଦମଘୋଷ ବୋଲେ ସେହୁ ପଡ଼ିଛି ସଙ୍କଟେଯାଦବଙ୍କୁ ଘେନି ଆସି ପଶିଅଛି ଥାଟେ ।ଏଣୁ ସେ ବାହାର ହୋଇ କେଉଁବାଟେ ଯିବଦୁଷ୍ଟପଣ କଲେ ନିଶ୍ଚେଁ ପ୍ରାଭବ ପାଇବ ।ଜୀବନ୍ତା ଧରିବି ତାଙ୍କୁ ତୁମ୍ଭେ ଆଜ୍ଞା ଦେଲେକାର୍ଯ୍ୟହାନି ହେବ ଆଗ ଆମ୍ଭେ ଗୋଳକଲେ ।ଦ୍ୱାବିଂଶତି ଦଣ୍ଡ ବେଳ ହୋଇଲାଣି ଆସିବରଯାତ୍ରୀ ହୋଇ ସବୁ ନୃପେ ଛନ୍ତି ବସି ।ବାଟ ବରଣାଦି କାର୍ଯ୍ୟ ସରିଲା ସକଳବେନିଦଣ୍ଡ ଗଲେ ହେବ ଶୁଭଲଗ୍ନ ବେଳ ।ହାତଗଣ୍ଠି ପଡ଼ି ବିଭା ଶେଷ ହେବାଯାଏସ୍ଥିର ହୋଇ ବସ ପଛେ କରିବ ଉପାୟେ ।ଶୁଣି ଜରାସନ୍ଧ କୋପ ଛାଡ଼ି ତୋଷମନେବାହୁଡ଼ି ବସିଲା ଯାଇ ଆପଣା ଆସନେ ।ବ୍ରାହ୍ମଣମାନଙ୍କୁ ଡାକି ବୋଲେ ନୃପବରବିଭାଲଗ୍ନ ବେଳ ଧରି ମହାବାକ୍ୟ କର ।କନ୍ୟା ଦାନ ବିଧାନର ପୂଜା ସାର ବେଗେସୁବେଶ ହୋଇଣ କନ୍ୟା ଆସୁ ଏହି ଲାଗେ ।ଏହା ଶୁଣି ଦ୍ୱିଜଗଣ କର୍ମ ଆରମ୍ଭିଲେଆଜ୍ଞା ପାଇ ଦାସୀମାନେ ଭିତରକୁ ଗଲେ ।ଅହ୍ୟ ମଣ୍ଡଳେ ପ୍ରବେଶି କନ୍ୟାକୁ ବସାଇଦ୍ୱାଦଶ ତୀର୍ଥ ଜଳରେ ସ୍ନାହାନ କରାଇ ।ତିଳ ଅଏଁଳାର ଘଟୀ ଅଙ୍ଗରାଗ ବୋଳିହଳଦୀ ଲେପନ କଲେ ମିଳି ସର୍ବ ଆଳୀ ।ଝୀନବସନରେ ପୁଣି ଅଙ୍ଗ ଦେଲେ ପୋଛିଅମଳୀନ ନୂଆ ଶାଢ଼ୀ ପିନ୍ଧାଇଲେ ବାଛି ।ମେଘାଡମ୍ବରୁ ବସନ ଉପରାଣ କଲେଶ୍ରୀଅଙ୍ଗେ କର୍ପୂର ଚୂଆ ଚନ୍ଦନ ଲେପିଲେ ।ସୁଗନ୍ଧ ତଇଳ କେଶ ସମ୍ମାର୍ଜନ କରିକୁସୁମ ସଜାଇ ଯତ୍ନେ ଖୋଷିଲେ କବରୀ ।ଗଳାରେ ମର୍କତ ହାର କର୍ଣ୍ଣେ ରତ୍ନ କାପବଳୟ କଙ୍କଣ ବିଦ ଶତେସରି ଚାପ ।ରତନ ଚର୍ଚ୍ଚିତ ଶୁଦ୍ଧ ସୁବର୍ଣ୍ଣର ଗୁଣାତିଳ ଫୁଲ ନାସିକାରେ ଦିଶଇ ସେ ଜିଣା ।ଚନ୍ଦ୍ରମା ବଦନ ତେଣୁ ଦିଶେ ଦିବ୍ୟ ଶୋଭାପୂର୍ବଦିଗେ ଗୁରୁ ଶୁକ୍ର ଉଇଁଛନ୍ତି ଅବା ।ରାଜୀବ ନେତ୍ରେ ରଞ୍ଜିଲେ କଜ୍ଜ୍ୱଳର ରେଖାଲଲାଟ ପଟରେ ଦେଲେ ସିନ୍ଦରର ଟିକା ।ତ୍ରୈଲୋକ୍ୟ ମୋହିଲା ତେଣୁ ସେ ଅପୂର୍ବ ମୁଖସହଚରୀମାନେ ଦେଖି ପାସୋରିଲେ ଦୁଃଖ ।ତାଡ଼ ତୋଡ଼ର ବାହୁଟି ସୁବର୍ଣ୍ଣ କଙ୍କଣଖଞ୍ଜିଣ ପ୍ରେୟସୀମାନେ ଦେଖାନ୍ତି ଦର୍ପଣ ।କଟିରେ ଚିତ୍ର ମେଖଳା ରତ୍ନ ଓଢ଼ିଆଣୀଅତିକ୍ଷୀଣ ମଝା ହର ଡମ୍ବରକୁ ଜିଣି ।ରକ୍ତପଦ୍ମ ଚରଣରେ ନୂପୁର ବିରାଜେସଧୀରେ ଚାଲିଣ ଯାନ୍ତେ ରୁଣୁଝୁଣୁ ବାଜେ ।ଚମ୍ପକ କଳିକା ପ୍ରାୟ ଦିଶଇ ଅଙ୍ଗୁଳିଚନ୍ଦ୍ରମା ନିକଟେ ଯେହ୍ନେ ତାରାଗଣ ମିଳି ।ରସାଣିଲା ସୁନାପ୍ରାୟ ଦିଶେ ଦେହକାନ୍ତିଝଟକ ବିଜୁଳି ଜିଣି ଚହଟଇ ଜ୍ୟୋତି ।ନାରାୟଣ ସ୍ୱାମୀଙ୍କର ଅଟନ୍ତି ବଲ୍ଲଭାକ୍ଷୀର ସମୁଦ୍ରର ଆସି ବିଜେ କଲା ଅବା ।ଜନକ ଭୁବନେ ଯେହ୍ନେ ସୀତାଦେବୀ ଥିଲେରାମଙ୍କୁ ବରିବା ପାଇଁ ମେଢ଼ରୁ ଅଇଲେ ।ତେମନ୍ତ ପ୍ରକାରେ ଶୋଭା ଦିଶିଲା ସେକାଳେରୁକ୍ମିଣୀ ପ୍ରବେଶ ହେଲେ ଅହିଅ ମଣ୍ଡଳେ ।ପାରୁଶରେ ବେଢ଼ିଛନ୍ତି ଲକ୍ଷେ ପରିବାରୀକେହୁ ଛତ୍ର କେ ଚାମର କେ ଆଲଟ ଧରି ।ବିଞ୍ଚିଣି ସୁବାସ ନୀର ଧୂମ ଧୂମକାଠିଥୋକାଏ କରନ୍ତି ଆଗ ପଛେ ପୁଷ୍ପବୃଷ୍ଟି ।ସୁବର୍ଣ୍ଣ ହାନ୍ଦୋଳା ପରେ ବିଜୟ ରୁକ୍ମିଣୀପାରୁଶେ ସୁମେଧା ସଖୀ ଖଟେ ମନ ଜାଣି ।ବାଜିଲା ମଙ୍ଗଳ ଶଙ୍ଖ ଉପାଙ୍ଗ ମହୁରୀହୁଳହୁଳି ଦେଉଛନ୍ତି କୁଳବତୀ ନାରୀ ।ସଖୀଏ ଚାଳନ୍ତି କରେ ଟେକିଣ ଚାମରନାନାବାଦ୍ୟ ଶବଦରେ କମ୍ପେ ତିନିପୁର ।ଶ୍ୱେତଛତ୍ର ଟେକିଛନ୍ତି ପରିବାରୀଗଣେଦେବୀ ମନ୍ଦିରକୁ ଜେମା ବିଜୟେ ଗହଣେ ।କେବଣ ସଖୀ ଆଲଟ ଧରି ଧୀରେ ବିଞ୍ଚିପନୀର ପିଚିକା ପାଣି କେ ପକାଏ ସିଞ୍ଚି ।ଦେବୀ ପୂଜା ଉପହାର ଧରିଛନ୍ତି ଥୋକେଦେଖିବା ପାଇଁ ଜନ୍ତାଜନ୍ତି ହ୍ୱନ୍ତି ଲୋକେ ।କୁଣ୍ଡୀନଗ୍ର ମଧ୍ୟେ ଯେତେ ନର ନାରୀ ଥିଲେରୁକ୍ମିଣୀଙ୍କୁ ଦେଖିବାକୁ ସମସ୍ତେ ଧାଇଁଲେ ।ଅହ୍ୟ ମଣ୍ଡଳୀରେ ବିଜେ କଲେକ ରୁକ୍ମିଣୀଆନନ୍ଦରେ ହୁଳହୁଳି ଦିଅନ୍ତି ତରୁଣୀ ।ନଗର ଈଶାନକୋଣେ ଦେବୀଙ୍କ ଦେଉଳବର୍ଣ୍ଣେ ନିର୍ମିତ ହୋଇଣ ଦିଶେ ପରିମଳ ।ମହିଷମର୍ଦ୍ଦିନୀ ଚଣ୍ଡୀ ଧରି ଦିବ୍ୟକାୟାସେ ଦେଉଳେ ବିଜେ କରିଛନ୍ତି ମହାମାୟା ।ଭକ୍ତି ନମ୍ର ହୋଇ ତାଙ୍କୁ ଦର୍ଶନ ଯେ କରେଅଚିରେ ସକଳ ମନୋବାଞ୍ଛା ତାର ପୂରେ ।ସେ ଦେବୀଙ୍କ ପାଦପଦ୍ମେ ଲଗାଇଣ ଧ୍ୟାନରୁକ୍ମିଣୀ ଚଳନ୍ତି କୃଷ୍ଣଠାରେ ଦେଇ ମନ ।ଏସନକ ସମୟରେ ଜରାସନ୍ଧ ରାୟେଚାରିଊଣା ଲକ୍ଷେରାଜା ଡାକି ଆଜ୍ଞା ଦିଏ ।ଦେବୀ ମନ୍ଦିରକୁ ବିଜେ କରୁଛି ରୁକ୍ମିଣୀତୁମ୍ଭେ ସର୍ବେ ଯାଇ ରକ୍ଷା କର ସୈନ୍ୟ ଘେନି ।ଚଉପାଶେ ଜଗିଥିବ ଘେନି ଯେଝାବଳବିଳମ୍ବ ନ କରି ସର୍ବେ ଏହିକ୍ଷଣି ଚଳ ।ନନ୍ଦ ଗଉଡ଼ର ପୋଏ ଜାତିଗୁଣେ ମନ୍ଦଟିକେ ଛିଦ୍ର ପାଇଲେ ସେ ଆଚରିବେ ଦ୍ୱନ୍ଦ୍ୱ ।ଅହିଅମଣ୍ଡଳୁଁ କନ୍ୟା ଆସିବା ପର୍ଯ୍ୟନ୍ତେଦୃଢ଼ଭାବେ ଜଗି ରକ୍ଷା କରିବେ ସମସ୍ତେ ।ଜରାସନ୍ଧ ଆଜ୍ଞା ପାଇ ନୃପତି ସକଳତତକ୍ଷଣେ ଗଲେ ଘେନି ଚତୁରଙ୍ଗ ବଳ ।ଯେ ଯାହା ଯାନରେ ବସି ସକଳ ନୃପତିରୁକ୍ମିଣୀର ଚଉପାଶେ ବେଢ଼ିଣ ଚାଲନ୍ତି ।ତାଙ୍କ ପଛେ ବେଢ଼ାଇଲେ ଚତୁରଙ୍ଗ ଥାଟସୂଚିମୁନି ଭେଦିବାକୁ ନ ରହିଲା ବାଟ ।ବିବାହ ବେଦୀରେ ଜରାସନ୍ଧ ଅଛି ବସିଲଗ୍ନ ତେରଘଡ଼ି ବେଳ ପ୍ରବେଶିଲା ଆସି ।ଦେବୀଙ୍କ ମନ୍ଦିରେ ବିଜେ ଭୀଷ୍ମକ କୁମାରୀଚଉପାଶେ ଘେରିଛନ୍ତି ନୃପ ଶସ୍ତ୍ର ଧରି ।ହେଠ ବଦନରେ ଜେମା ଲଭି ମନେ ତାପଅନୁବ୍ରତେ କରୁଛନ୍ତି କୃଷ୍ଣ ନାମ ଜପ ।ନୃପତିଙ୍କ ଘେର ଦେଖି କଲେ ମହାଭୟେପ୍ରତେ ନାହିଁ ଶ୍ରୀକୃଷ୍ଣଙ୍କୁ ଭେଟିବାର ଯାଏ ।ପୁଣି ବିଚାରନ୍ତି ବିପ୍ର ଭଣ୍ଡିଲେ କି ମୋତେଧନଲୋଭୀ ହୋଇ ଅବା କରାଇ ସମ୍ପ୍ରତେ ।ଦେବୀଙ୍କ ଛାମୁରେ ଦୁଃଖ ଜଣାଇବି ଯାଇଏଥୁ ଗଲେ ଆଉ ଉପାୟତ ନାହିଁ ।ନିଶ୍ଚେଁ ଦୁଷ୍ଟଭାଇ ମୋର ଶିଶୁପାଳେ ଦେବଅକାଳ ମରଣ ମୋତେ ଖଞ୍ଜିଲା ଦଇବ ।ରଥ ଗଜ ଅଶ୍ୱ ଚଢ଼ି ସକଳ ନୃପତିରୁକ୍ମିଣୀଙ୍କ ଦିବ୍ୟରୂପ ନିରୋପି ଦେଖନ୍ତି ।ଯୁକତେ ସେ ରାଜକନ୍ୟା ଯୁବତୀ ବୟସବିବାହ ସମୟ ଜାଣି ହୋଇଛନ୍ତି ବେଶ ।ପାଶେ ବୋ କରୁଛନ୍ତି ଦାସୀ ପରିବାରୀଦେଖିଣ ମୋହିତ ହେଲେ ସର୍ବ ଦଣ୍ଡଧାରୀ ।କେ ବୋଲଇ ଧନ୍ୟ ବିହି ଗଢ଼ିଥିଲା ୟାକୁତିନିପୁରେ ନ ମିଳଇ ଉପମା ଦେବାକୁ ।କେ ବୋଲଇ ଏ କନ୍ୟାକୁ ନୁହଇ ଏ ବରତେଣୁ ହୃଦୟରେ ଚିନ୍ତା କରୁଛି ଅପାର ।ନୋହିଲେ କିପାଁଇ ମୁଖ ମଳିନ ଦିଶନ୍ତାଏଣୁ ଲକ୍ଷ୍ୟ ହେଉଅଛି କରୁଛି ଏ ଚିନ୍ତା ।ଶ୍ରୀକୃଷ୍ଣଙ୍କଠାରେ ୟାର ମନ ବଳିଥିଲାନ ବୁଝି ରୁକ୍ମଣ ଶିଶୁପାଳକୁ ବରିଲା ।ଏହାର ବିଚାରେ ସିଦ୍ଧ ନୋହିଲା ତ କାର୍ଯ୍ୟତେରଘଡ଼ିଠାରେ ବିଭା ହେବ ନିଶ୍ଚେଁ ଆଜ ।କେ ବୋଲଇ କୃଷ୍ଣ ଆସିଥିଲେ ଏହାପାଇଁକି ଜାଣି କର୍ମରେ ଧାତା କି ରଖିଛି ଲିହି ।କେ ବୋଲେ ସାକ୍ଷାତେ ଲକ୍ଷ୍ମୀ ଅଟେ ଏହିନାରୀଜଗତ ଜନର ମାତା ବିଷ୍ଣୁ ମନୋହାରୀ ।ନାରାୟଣ ବିନା ଆନ କେ ଏହାକୁ ନେବନିଶ୍ଚୟ କଥାରେ ସନ୍ଧି ରଖିଛି ଦଇବ ।ମୂର୍ଖପଣରେ ରୁକ୍ମଣ ଅବିଚାର କଲାଏ କନ୍ୟା ନିମନ୍ତେ ଶିଶୁପାଳକୁ ବରିଲା ।ମହତ ବଚନ ବେଦଶାସ୍ତ୍ର ଯେବେ ସତଏ କନ୍ୟାକୁ ବାସୁଦେବ ହ୍ୱନ୍ତୁ ପରାପତ ।ଥୋକାଏ ବୋଲନ୍ତି ଏହି କଥା ଆନ ନୋହୁରୁକ୍ମଣର ଦର୍ପ ହରୁ ବର ଫେରିଯାଉ ।ଜଗତ ମୋହିନୀରୂପ ଧରି ଜନ୍ମ ହୋଇଦ୍ୱାପର ଯୁଗର ଲକ୍ଷ୍ମୀ ଅଟନ୍ତିଟି ଏହି ।ନାରାୟଣ ବିନା ୟାଙ୍କ ନୁହେ ଆନବରକୃଷ୍ଣକୋଳେ ବସିଲେ ଏ ଦିଶିବ ସୁନ୍ଦର ।ଥୋକାଏ ବୋଲନ୍ତି ଏହୁ ଯୁବତୀ ରତନଅନେକ ଯତନେ ଧାତା କରିଛି ଗଠନ ।ଅପାଦ ମସ୍ତକ ଆଙ୍ଗ ପ୍ରତିଅଙ୍ଗ ଯେତେଏକ ଏକ କରି ଗୁଣ ବର୍ଣ୍ଣ ଅବା କେତେ ।ଧନ୍ୟ ଧନ୍ୟ ମାତାପିତା କରି କେତେ ଧର୍ମମାନବ ଶରୀରେ କଲେ କମଳାଙ୍କୁ ଜନ୍ମ ।ଧନ୍ୟ ଏ ବିଦର୍ଭ ଦେଶ ଧନ୍ୟ ପ୍ରଜାଜନବରୁଣ ନୃପତି ସମ ଭୀଷ୍ମକ ରାଜନ ।ଏ ଦୁହିତା ପାଇଁ ପୂର୍ବେ ସ୍ୱୟମ୍ବର କରିଚାରିଊଣା ଲକ୍ଷେରାଜା ଆଣିଲେ ହକାରି ।ଅନେକ ଆର୍ଦ୍ଦୋଳି ସହି ଆଠମାସ କାଳକଷ୍ଟ ସାର ହେଲା ମାତ୍ର ନ ପାଇଲେ ଫଳ ।ବହୁତ ସମ୍ଭାରେ ଏବେ କରାଅନ୍ତି ବିଭାଲକ୍ଷେକ ନୃପତି ବସି ମଣ୍ଡିଛନ୍ତି ସଭା ।ବ୍ରାହ୍ମଣ କ୍ଷତ୍ରିୟ ଆଦି ଚଣ୍ଡାଳ ପର୍ଯ୍ୟନ୍ତେଅମୃତ ଯୋଗାଡ଼ ଖଞ୍ଜି ଦେଉଛନ୍ତି ନିତ୍ୟେ ।ହାତୀ ଘୋଡ଼ା ଆଦିକରି ଚତୁରଙ୍ଗ ସେନାଆନନ୍ଦରେ ବିହରନ୍ତି ପାଇ ସମ୍ଭାବନା ।କୁବେର ସମାନ ଧନୀ ଭୀଷ୍ମକ ନୃପତିମର୍ତ୍ତ୍ୟପୁରେ ସମୟାଙ୍କୁ ନୁହେଁ ସୁରପତି ।ଏମନ୍ତ ବିଚାର ମନେ କରନ୍ତି ସକଳେରୁକ୍ମିଣୀ ପଶିଲେ ଯାଇ ଦେବୀଙ୍କ ଦେଉଳେ ।ଜଗତଜନନୀ ଦୁର୍ଗା ତହିଁ ଛନ୍ତି ବସିଛାମୁରେ ମିଳିଲେ ତହିଁ ଯାଇ ଶୁଭ୍ରକେଶୀ ।ସ୍ୱହସ୍ତରେ ପୂଜା କଲେ ଗନ୍ଧ ପୁଷ୍ପ ଦେଇଅନେକ ସ୍ତୁତି କରନ୍ତି ପାୟେ ପଡ଼ି ଶୋଇ ।ଜୟ ତୁ ଚଣ୍ଡିକା ମାଗୋ ହିମଗରି ସୁତାସଂକଟତାରିଣୀ ଦୁର୍ଗା ଈଶ୍ୱର ବନିତା ।ବ୍ରହ୍ମା ଇନ୍ଦ୍ର ଆଦିକରି ଦିଗପାଳ ଯେତେବିପଦ କାଳରେ ଆଶ୍ରା କରିଥାନ୍ତି ତୋତେ ।ତୁ ଦେବୀ ଅନାଦି ପୁଣି ତୁ ଯେ ଅଟୁ ଆଦିକଳ୍ପନାରୁ ଜାତ କରୁ ସର୍ବକାମ ସିଦ୍ଧି ।ରକ୍ଷଣୀ ଭକ୍ଷଣୀ ଚଣ୍ଡି ଚାମୁଣ୍ଡା ତୁ କାଳୀଭୈରବୀ ରୂପରେ କରୁ ଶ୍ମଶାନରେ କେଳି ।କିଳିକିଳା କୁହୁ କୁହୁ ଭୟଙ୍କର ଡାକଏକ ଶରୀରେ ବ୍ୟାପୁ ଚରାଚର ଯାକ ।ହବି ହୋମ ଯାଗ ଜପ ସବୁ ଅଟୁ ତୁହିତେଣୁ ତୋର ନାମଗୋଟି ମହାମାୟା କହି ।ଆପଣା ଗର୍ଭରୁ ଜାତକରି ଚରାଚରସମୟେକ ପାଳି ପୁଣି କରୁଛୁ ସଂହାର ।ଶୁଭାଶୁଭ କର୍ମ ତୁହି କରିପାରୁ ଆନଯେ ତୋତେ ଭଜଇ ତାଙ୍କୁ ଦେଇ ଦିବ୍ୟଜ୍ଞାନ ।ଚାରିଖାନି ଚାରବାନି ତୋର ମୂଳମନ୍ତ୍ରଯୋଗ୍ନୀ ଯୋଗମାୟା ତୁହି ବ୍ୟାପିଛୁ ଜଗତ ।ତୋ ନାମ ଧରନ୍ତେ ଘୋର ବିପଦରୁ ରଖୁଯାଠାରେ ତୁ କୋପକରୁ ଆପେ ତାକୁ ଭକ୍ଷୁ ।ମହାମେଘ ପ୍ରାୟେ ଆସି ଘୋଟେ ତୋରମାୟାଚତୁର୍ଦ୍ଦିଗ ବ୍ରହ୍ମାଣ୍ଡରେ ପୂରିଛି ତୋ କାୟା ।ସୃଷ୍ଟି ସ୍ଥିତି ଧ୍ୱଂସକାରୀ ବ୍ରହ୍ମା ବିଷ୍ଣୁ ଶିବତୋ ଗର୍ଭରୁ ପୁତ୍ରରୂପେ ହୋଇଲେ ଭଦ୍ଭବ ।ତେଣୁ ବେଦ ଭଣେ ତୋର ନାମ ଆଦିଶକ୍ତିତୋ ପାଦେ ଶରଣ ବାରେ ଘେନ ମୋ ବିନତି ।ସଦାଶିବ ଭାରିଯା ତୁ ଅଟୁ ଆଦିନାରୀତୋ ପ୍ରସାଦେ ପରାପତ ହେବେ ମୋତେହରି ।ମହାଭୟ ଲାଗିଅଛି ଆସି ମୋତେ ଏବେମୁଁ ଏଠାରୁ ଗଲେ ଶିଶୁପାଳେ ବିଭା ଦେବେ ।ଯେବେ ଶ୍ରୀକୃଷ୍ଣଙ୍କୁ ଦେଖି ନ ପାରିବି ଡୋଳେଏଠାରୁ ବାହାର ହେଲେ ପଶିବି ଅନଳେ ।ତୁ ମାତ ଆଗହୁଁ ମୋତେ ଦେଇଅଛୁ ବରସମୟ ଯାଉଛି ଏବେ ବାଞ୍ଛା ପୂର୍ଣ୍ଣକର ।ଏସନ ସମୟେ ସ୍ତୁତି କରନ୍ତେ ରୁକ୍ମିଣୀପରମ ସନ୍ତୋଷ ହେଲେ ଭଗବତୀ ଶୁଣି ।ନିଜରୂପ ଧରି ଉଭା ହୋଇଣ ଅମ୍ବିକାବୋଇଲେ ରୁକ୍ମିଣୀ କିପାଁ କରୁଅଛୁ ଶଙ୍କା ।ଏହିକ୍ଷଣି ଭେଟିବୁଁ ତୁ ଦେବ ଚକ୍ରଧରଛାଡ଼ ମନୁ ଚିନ୍ତା ମାଗୋ ନୁହସି କାତର ।ମୋ ଛାମୁରୁ ଗଲେ ତୋତେ ନେଇ ବନମାଳୀସବୁ ରାଜାଙ୍କର ମୁଖେ ଲଗାଇବେ କାଳି ।ସେ ତୋତେ ହରିନିଅନ୍ତେ ହେବ ଘୋରଯୁଦ୍ଧଅନେକ ସୈନ୍ୟ ମରିବେ ନାଚିରେ କବନ୍ଧ ।ରଣଚଣ୍ଡୀ ରୂପେ ମୁହିଁ ଘେନି ଯୋଗ୍ନୀଗଣମେଦା ମେଦ ଖାଇ ସୁଖେ ବିହରିବି ଜାଣ ।ରଥେ ଜୟକରି ତୋତେ ନେବେ ଚକ୍ରପାଣିଦ୍ୱାରାବତୀ ଭୁବନରେ ହେବୁ ଠାକୁରାଣୀ ।ଏତେ କହି ଭଗବତୀ ଅନ୍ତର୍ଦ୍ଧାନ ହେଲେରୁକ୍ମିଣୀ ମନରୁ ଭୟ ଭ୍ରାନ୍ତି ଦୂର କଲେ ।ଏଥୁ ଅନ୍ତରେ ନୃପ ଶୁଣ ଦିବ୍ୟରସକୁଣ୍ଡୀନଗ୍ରେ ଭ୍ରମୁଥିଲେ ପ୍ରଭୁ ପୀତବାସ ।ଅନ୍ତର୍ଯ୍ୟାମୀ ନାରାୟଣ ଜାଣନ୍ତି ସକଳମନେ ବିଚାରିଲେ ଏବେ ହେଲା ବିଭାବେଳ ।ଦେବୀ ମନ୍ଦିରକୁ ବିଜେ କରିଛି ରୁକ୍ମିଣୀସେଠାରୁ ହରଣ କରି ନେବି ଏହିକ୍ଷଣି ।ଏମନ୍ତ ବିଚାରି ପ୍ରଭୁ ନନ୍ଦିଘୋଷେ ବସିଉଦ୍ଧବକୁ ରାଇ ଆଜ୍ଞା ଦେଲେ ବ୍ରହ୍ମରାଶି ।ବଳରାମ ସ୍ୱାମୀଙ୍କୁ ତୁ କହ ବେଗେ ଯାଇକନ୍ୟା ଘେନି ଯାଉଅଛୁ ଆମ୍ଭେ ବେଗ ହୋଇ ।ସୈନ୍ୟ ଘେନି ତୁମ୍ଭେମାନେ ହୁଅ ସଜବାଜଭୟଙ୍କର ରଣଗୋଳ ହୋଇବଟି ଆଜ ।ଏମନ୍ତ କହିଣ କୃଷ୍ଣ ରଥ ଚାଳି ବେଗେପ୍ରବେଶ ହୋଇଲେ ଦେବୀ ଦେଉଳର ଲାଗେ ।ଚାରିଊଣା ଲକ୍ଷେରାଜା ଅପ୍ରମିତ ବଳଚଉପାଶେ ଘେର ଦେଇ ଅଛନ୍ତି ସକଳ ।ରଥ ଗଜ ପଦାତିକ ଅଶ୍ୱ ଅକଳନାନିର୍ବନ୍ଧେ ଜଗିଅଛନ୍ତି ଚତୁରଙ୍ଗ ସେନା ।ସମୁଦ୍ର ଘୋଟିଲା ପ୍ରାୟେ ଦିଶଇ ସେ ଥାଟପଶିବାକୁ ନ ମିଳଇ ତିଳେ ଛିଦ୍ରବାଟ ।ଜଗନ୍ନାଥ ପଚାରିଲେ ଅକ୍ରୂରକୁ ଚାହିଁନିଘଞ୍ଚରେ ବେଢ଼ିଛନ୍ତି ତିଳେ ବାଟ ନାହିଁ ।ଅକ୍ରୂର ବୋଇଲେ ଆଜ୍ଞା ଦେବ ଯେବେ ହରିଆକାଶ ମାର୍ଗରେ ରଥ ନେବି ବହିକରି ।ଶ୍ରୀକୃଷ୍ଣ ବୋଇଲେ ଏହା ହେବ ଚୌରକର୍ମବଳେ ହରିନେବା ଅଟେ କ୍ଷତ୍ରିୟର ଧର୍ମ ।ଏ ସୈନ୍ୟ ଭିତରେ ରଥ ବେଗକରି ବାହାକେ ଆସିବ ସଂଗ୍ରାମକୁ ଦେଖିବା ନା ତାହା ।ଆଜ୍ଞା ପ୍ରମାଣେ ଅକ୍ରୂର ଚଳାଇଲେ ରଥତା ଦେଖି ନୃପତିଗଣ ହୋଇଲେ ଚକିତ ।ଗରୁଡ଼କୁ ଦେଖି ଯେହ୍ନେ ଦୂର ହୁଏ ସର୍ପମାର୍ଜ୍ଜାର ଦେଖିଲେ ଯେହ୍ନେ ମୂଷା ଛାଡ଼େ ଦର୍ପ ।ସିଂହକୁ ଦେଖି ଯେସନେ ଭୟ କରେ ଗଜବ୍ୟାଘ୍ରକୁ ଦେଖନ୍ତେ ଛାଗ ଯେହ୍ନେ ହୀନବୀର୍ଯ୍ୟ ।ଚନ୍ଦ୍ରମାକୁ ଦେଖି ଯଥା ସାଙ୍କୁଡ଼େ କମଳତେସନେ ସେ ରାଜାମାନେ ହେଲେ ହୀନବଳ ।ଧାଡ଼ିଦେଇ ପାଇଛନ୍ତି ସର୍ବେ ପରାଜୟତେଣୁ ଆଗେ ରହିବାକୁ କଲେ ମହାଭୟ ।ଯେ ଯାହାର ଆଡ଼ହୋଇ ଗଲେ ସର୍ବଥାଟସିଂହଦ୍ୱାର ପରିଯନ୍ତେ ଫିଟିଗଲା ବାଟ ।ସେ ମାର୍ଗେ ଅକ୍ରୂର ବାହି ନନ୍ଦିଘୋଷ ଯାନଦେବୀଙ୍କ ଦେଉଳ ଦ୍ୱାରେ ମିଳିଲେ ବହନ ।ଚମତ୍କାର ହୋଇ ଚାହିଁ ଅଛନ୍ତି ସଭିଏଁନନ୍ଦିଘୋଷ ଚଳିଗଲା ବିଜୁଳି ପରାୟେ ।ଅର୍ଦ୍ଧ ନିଃଶ୍ୱାସକେ ମିଳେ ଦେଉଳ ଦୁଆରେରୁକ୍ମିଣୀ ଜାଣିଲେ ତାହା ଥାଇଣ ଭିତରେ ।ଲକ୍ଷ୍ମୀନାରାୟଣ ଦୁହେଁ ହେଲେ ଭେଟାଭେଟିମନରୁ ବେଦନା ଛାଡ଼ି ହେଲେ ମହାତୁଷ୍ଟି ।ନନ୍ଦିଘୋଷ ରଥେ ବସିଛନ୍ତି ଚକ୍ରଧରଦେଉଳ ଭିତରୁ ଦେବୀ ହୋଇଲେ ବାହାର ।ସିଂହାସନେ ବିଜେ କରିଛନ୍ତି ଜଗନ୍ନାଥଲଜ୍ଜାରେ ରୁକ୍ମିଣୀ ନମ୍ର କଲେ ନିଜ ମାଥ ।ମନେ ମନେ ଆନନ୍ଦିତା ହେଲେ ଠାକୁରାଣୀସୂର୍ଯ୍ୟଙ୍କୁ ଦେଖିଲେ ଯେହ୍ନେ ବିକଶେ ନଳିନୀ ।ଦରିଦ୍ରକୁ ନିଧି ଆସି ପ୍ରାପତ କି ହେଲାକି ଅବା ଜନ୍ମାନ୍ଧ ଲୋକ ନୟନ ପାଇଲା ।ମୃତ ଶରୀରରେ ପ୍ରାଣ ପଶିଲା କି ଆସିକିବା ମର୍ତ୍ତ୍ୟେ ଜନ୍ମପାଇ ହେଲା ସ୍ୱର୍ଗବାସୀ ।ତେସନ ଆନନ୍ଦ ମନେ ହୋଇଲେ ରୁକ୍ମିଣୀଆଗେ ନନ୍ଦିଘୋଷ ରଥେ ବିଜେ ଚକ୍ରପାଣି ।ଶ୍ରୀହସ୍ତ ଯୋଡ଼ି ରୁକ୍ମିଣୀ କଲେ ନମସ୍କାରସୁମେଧା ନାମରେ ସଖୀ ଅଛି ସଙ୍ଗତର ।ଜଗନ୍ନାଥ ବିଚାରନ୍ତି ସିଦ୍ଧି ହେଲା କାର୍ଯ୍ୟବିଳମ୍ବ ହୋଇଲେ ଆଉ ନ ମିଳଇ ସଜ ।ଏତେ ଚିନ୍ତି କର ବଢ଼ାଇଲେ ବନମାଳୀତା ଦେଖି ରୁକ୍ମିଣୀଦେବୀ ହସ୍ତଦେଲେ ତୋଳି ।ତକ୍ଷଣେ ତାହାଙ୍କ ହସ୍ତ ଧରି ଦେବହରିସୁମେଧା ସଖୀର ହସ୍ତ ବାମଭୁଜେ ଧରି ।ଦୁଇଜଣଯାକୁ ତୋଳି ଆଣି ଏକାବେଳେରୁକ୍ମିଣୀଙ୍କୁ ବସାଇଲେ ଆପଣାର କୋଳେ ।ସୁମେଧା ଦାସୀକୁ ବାମ ପାରୁଶେ ବସାଇଅକ୍ରୂରକୁ ଆଜ୍ଞା ଦେଲେ ରଥ ନିଅ ବାହି ।ଅକ୍ରୂର ବାହିଲେ ରଥ ପବନହୁଁ ବେଗେଚଳିଲା ସେ ନନ୍ଦିଘୋଷ ଉଠି ଶୂନ୍ୟମାର୍ଗେ ।ଚକିତ ହୋଇଣ ଚାହିଁଛନ୍ତି ସର୍ବଜନରାମଙ୍କ ଛାମୁରେ ଯାଇ ମିଳିଲେ ବହନ ।ଉଗ୍ରସେନ ଆଦି ସର୍ବେ ଛନ୍ତି ତହିଁ ମିଳିନନ୍ଦିଘୋଷ ରଥୁଁ ଓହ୍ଲାଇଲେ ବନମାଳୀ ।ରୁକ୍ମିଣୀ ସହିତ କୃଷ୍ଣ ଉଗ୍ରସେନ ପାଦେନମସ୍କାର କଲେ ଯାଇ ହର୍ଷ ଗଦଗଦେ ।ତଦନ୍ତେ ବନ୍ଦିଲେ ଯାଇ ରାମଙ୍କ ପୟରବଳରାମ ବୋଇଲେ ତୁ ଶୁଣ ଚକ୍ରଧର ।ଯେବଣ ସ୍ଥାନରେ ଜୟ ହୁଏ ସେ ଭୂମିରେକ୍ଷଣେ ନ ରହିବ ତହୁଁ ପଳାଇବ ଖରେ ।ଏଣୁ କନ୍ୟା ଘେନି ତୁମ୍ଭେ ଯାଅ ବେଗହୋଇପଛିଆଣି ଥାଟ ଆମ୍ଭେ ନେଉଛୁ ଚଳାଇ ।ଅନେକ କାଳ ହୋଇଲା ନାହିଁ ଯେ ସମରଜରାସନ୍ଧ ଦର୍ପ ଆଜି କରିବି ମୁଁ ଚୂର ।ରାମଙ୍କ ମୁଖରୁ ଆଜ୍ଞାପାଇ ଚକ୍ରପାଣିରୁକ୍ମିଣୀଙ୍କୁ ରଥେ ଘେନିଗଲେ ସେହିକ୍ଷଣି ।ଅଚ୍ୟୁତ ଦାସ ତାଙ୍କର ପଛେ ଗୋଡ଼ାଇଲାକାହିଁଗଲେ ଆଜଯାଏ ଭେଟ ନ ପାଇଲା ।