ହରିବଂଶ (ଷଷ୍ଠ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୭ / ୩୩
ସମ୍ପୂର୍ଣ୍ଣ ସୂଚୀପତ୍ର
କୃଷ୍ଣଙ୍କୁ ଜିଣିବାପାଇଁ ରୁକ୍ମଣର ତପସ୍ୟା
ଏଥୁଅନ୍ତେ ମନ ଦେଇ ଶୁଣ ମହୀପାଳକୁଣ୍ଡୀନଗ୍ରେ ଅପମାନ ପାଇ ଶିଶୁପାଳ ।ମନ ଛନ୍ନ ଛନ୍ନ ଆତ୍ମା ହୁଅଇ ଅସ୍ଥିରବେଦୀରୁ ଓହ୍ଲାଇ ଅଶ୍ୱ ଚଢ଼ି ଧାତିକାର ।ନବରୁ ବାହାରିଲା ଯେ ବଦନ ନୁଆଁଇପଳାଏ ହସନ୍ତି ଲୋକେ କରତାଳି ଦେଇ ।ଚାରିଊଣା ଲକ୍ଷେ ରାଜା ସଙ୍ଗେ ଆସିଥିଲେଯେଝାବାଟେ ଖୋଜି ସର୍ବେ ପଳାଇଣ ଗଲେ ।ଜରାସନ୍ଧ ଯାଇ ନିଜ ରାଜ୍ୟେ ପରବେଶଚେଦିଦେଶେ ଚଳିଗଲା ନୃପ ଦମଘୋଷ ।ଅନେକ ସଇନ୍ୟ ଅଶ୍ୱ ଗଜ ପଏକାରଯାଦବଙ୍କ ବାଣେ ମରି ଗଲେ ଯମପୁର ।ବଳରାମ ସ୍ୱାମୀ ବଳେ ଜୟ କରି ରଣକୁଣ୍ଡୀ ନଗ୍ରେ ବାହାରିଲେ ଶଙ୍ଖ ବଜାଇଣ ।ଚୌରାଶୀ କୋଟି ଯାଦବ ଘେନାଇ ସଙ୍ଗରେଦ୍ୱାରାବତୀ ଭୁବନକୁ ଚଳିଲେ ତ୍ୱରିତେ ।ପାଦୁକାମନ୍ତ୍ର ସୁମରି ଗଲେ ପଥ ବାହିରବି ଅସ୍ତେ ଦ୍ୱାରକାରେ ପ୍ରବେଶିଲେ ଯାଇ ।ଯେ ଯାହା ଘରକୁ ଗଲେ ଯାଦବ ସକଳଆପଣା ନବରେ ଯାଇ ବିଜେ କାମପାଳ ।କୃଷ୍ଣଙ୍କୁ କହିଲେ ସ୍ୱାମୀ ସକଳ ବାରତାସଂଗ୍ରାମରେ ହୋଇଥିଲା ଯେତେ ଯେତେକଥା ।ଶ୍ରୀକୃଷ୍ଣ ବୋଇଲେ ସ୍ୱାମୀ ମୋ ସଙ୍ଗେ ରୁକ୍ମଣବହୁତ ସମର କଲା ବାଟରେ ଭେଟିଣ ।ରୁକ୍ମିଣୀକି ନେବେ ବୋଲି ଆସି କୋପଚିତ୍ତେଅନେକ ଭର୍ତ୍ସନା କରି ଗାଳି ଦେଲା ମୋତେ ।ବଡ଼ ଦୁଷ୍ଟ ଅଟଇ ସେ ରୁକ୍ମଣ ପାମରନାନା ଶସ୍ତ୍ର ପେଷି କଲା ମୋ ସଙ୍ଗେ ସମର ।ମୁଁ ତାହାର ଦୁଷ୍ଟପଣ ଦେଖି କ୍ରୋଧ ଚିତ୍ତେନାଗପାଶେ ଧରିଆଣି ବାନ୍ଧିଦେଲି ରଥେ ।ଖଡ଼୍ଗ ଟେକି ମୁଣ୍ଡ ତାର ଦେଉଥିଲି ହାଣିବହୁତ ବିନୟେ ମୋତେ କହିଲେ ରୁକ୍ମିଣୀ ।ତାଙ୍କ କଥା ଘେନିଣ ମୁଁ ଜୀବନେ ନ ମାରିଦ୍ୱାରକାକୁ ଆଣିଅଛି ରଥେ ବାନ୍ଧିକରି ।ସାତବେଣ୍ଟି କରିଅଛି କେଶ କାଟି ତାରଅଦ୍ୟାପି ରଥରେ ବନ୍ଧା ହୋଇଛି ପାମର ।ଏହାଶୁଣି ମନ୍ଦହାସ କରି ବଳଦେବବୋଇଲେ କିପାଇଁ ଦେଲ ଏତେ ପରାଭବ ।ଭୀଷ୍ମକ ରାଜାର ଜ୍ୟେଷ୍ଠପୁତ୍ର ଅଟେ ସେହିପୁଣି ତୁମ୍ଭ ନିଜ ଶଳା ରୁକ୍ମିଣୀର ଭାଇ ।ତାକୁ ଏତେ ଦଣ୍ଡ ଦେବା ନୁହଇ ଉଚିତନ ଜାଣିବାପଣେ ସେହୁ କଲା ମନ୍ଦକୃତ୍ୟ ।ଦୁଷ୍ଟବୁଦ୍ଧି ଧରେ ଲୋକ ଅଜ୍ଞାନ ବିହ୍ୱଳେଆମ୍ଭେ ଏହା ନ ସହିଲେ ନିନ୍ଦିବେ ସକଳେ ।ଯୁକତେ ତୁମ୍ଭ ଶ୍ୱଶୁର ଭୀଷ୍ମକ ରାଜନତାହାଙ୍କର ଜ୍ୟେଷ୍ଠପୁତ୍ର ଅଟଇ ରୁକ୍ମଣ ।ରୁକ୍ମିଣୀ ଉପ୍ରୋଧେ ଏହା ଦୋଷ କ୍ଷମାକରଜାଣୁ ଜାଣୁ ହେବା କେହ୍ନେ ବଇରୀ ତାହାର ।ଶଳାକୁ ବାନ୍ଧିଛି ବୋଲି ସମସ୍ତେ କହିବେଜନମୁଖେ ଅପବାଦ ହେବ ଠାବେ ଠାବେ ।ଦୋଷ ଅନୁରୂପ ଦଣ୍ଡ ପାଇଲାଣି ସେହୁବନ୍ଧନରୁ ଫେଡ଼ିଦିଅ ପିତା ପାଶେ ଯାଉ ।ରାମଙ୍କ ମୁଖରୁ ଏହା ଶୁଣି ଚକ୍ରଧରରୁକ୍ମଣକୁ ବନ୍ଧନରୁ ଫିଟାଇ ସତ୍ୱର ।ବୋଇଲେ ତୋ ଦୋଷ ଦେଖି ବାନ୍ଧି ରଖିଥିଲୁରୁକ୍ମିଣୀ ଉପ୍ରୋଧ ତୋତେ ଫିଟାଇଣ ଦେଲୁ ।ବଳରାମ ସ୍ୱାମୀ ତୋତେ କଲେ ଅନୁରାଗତେଣୁ ଆମ୍ଭେ ଛାଡ଼ିଦେଲୁ ଥିଲା ଯେତେ ରାଗ ।ଆପଣା ରାଜ୍ୟକୁ ଯାଅ ଛାଡ଼ି ଦୁଷ୍ଟବୁଦ୍ଧିସତ୍ୱରେ ଘେନାଇ ଆସ ବିଭା ସଞ୍ଚାବିଧି ।ରୁକ୍ମଣ ରାମଙ୍କ ଯୋଗେ ଫିଟି ବନ୍ଧନରୁତତକ୍ଷଣେ ପଳାଇଲା ଦ୍ୱାରକା ନବରୁ ।ବନ୍ଧନରୁ ଫିଟି ମନେ ପାଇ ଘୋର କଷ୍ଟବିଚାରଇ ସବୁକାର୍ଯ୍ୟ ଗଲା ମୋର ନଷ୍ଟ ।ମୋ କପାଳେ ଏହା ଲେଖି ରଖିଥିଲା ବିହିଏତେ ଚିନ୍ତି ଶୋକ କଲା ଆକୁଳିତ ହୋଇ ।କ୍ରୋଟରାଗ୍ନି ପ୍ରାୟେ ଚିତ୍ତ ହେଲା ଅନ୍ତରାଳବେନି ନୟନରୁ ଫୁଟି ବହେ ଅଶ୍ରୁଜଳ ।ପୁଣି ବିଚାରଇ ମୋର କର୍ମ ଏଡ଼େ ହୀନରାଜପୁତ୍ର ହୋଇଣ ମୁଁ ହେଲି ହୀନିମାନ ।ଯାହା ମନେ ପାଞ୍ଚିଥିଲି ତା ନୋହିଲା ସିଦ୍ଧିତୁଟିଲା ମୋ ବଳବୀର୍ଯ୍ୟ ଗଲା ବିଦ୍ୟାବୁଦ୍ଧି ।ଗୁରୁଜନ ବାକ୍ୟ ଲଙ୍ଘି କଲି ଅନୁକୁଳମାନହାନି ହେଲା କାର୍ଯ୍ୟ ନୋହିଲା ସଫଳ ।କା ଆଗେ କହିବି ଏହା କର୍ମଦୋଷ ମୋରଜୀଇଁବାଠାରୁ ମରଣ ଅଟେ ଶ୍ରେୟସ୍କର ।କ୍ଷତ୍ରିପୁତ୍ର ହୋଇଣ ମୁଁ ହେଲି ସାତବେଣ୍ଟିଛାର ଗଉଡ଼ ମୋହର କାଟୁଥିଲା ତୋଟି ।ଏତେ ପରପଞ୍ଚ ମୋତେ କଲା ପୁଣି ସେହିଅନଳେ ଝାସିବି ଆଉ ପ୍ରାଣେ କାର୍ଯ୍ୟ ନାହିଁ ।ରାଜ୍ୟେ ଗଲେ କାହା ମୁଖ ଚାହିଁବି କିପରିକି ବୋଲିବେ ଲୋକେ ମୋତେ ଏହା ଦେଖିକରି ।ସମସ୍ତେ ଜଣନ୍ତି ମୋର ବୀର ଶୂରପଣକର୍ମ ଅବଳକୁ ସବୁ ହେଲା ଅକାରଣ ।ଯୁଗ ଯୁଗାନ୍ତର ଯାଏ ଥିବ ଏହି କଥାଜନମୁଖେ ଅପବାଦ ନ ଯାଏ ସର୍ବଥା ।ଏତେ ବୋଲି ଏଣେ ତେଣେ ଚାହିଁଣ ଲେଉଟିକପାଳରେ କର ମାରେ ଊର୍ଦ୍ଧ୍ୱେ ଦେଇ ଦୃଷ୍ଟି ।ଚାଲନ୍ତେ ଚରଣ ବେନି ନ ପଡ଼ଇ ତଳେଭୟପାଇ ପଛଆଡ଼େ ଚାହେଁ ବେଳେ ବେଳେ ।ପୁଣି କୃଷ୍ଣ ଆସି ବାଟୁ ବାନ୍ଧିନେବା ଭୟେଖାଲ ପର୍ବତ ଡିଙ୍ଗର ମାଡ଼ି ଚାଲିଯାଏ ।ବାଇ ବାତୁଳ ପରାୟେ ଛନ୍ନ ଛନ୍ନ ଚିତ୍ତେକି ଉପାୟ କରିବି ମୁଁ ଭାଳେ ପଞ୍ଚଭୂତେ ।ଏ ଛାର ଜୀବନ ଘେନି ଯେବେ ମୁଁ ବଞ୍ଚିବିରାଜାମାନେ ପଚାରିଲେ କି ବୋଲି କହିବି ।ବିଷ ଖାଇ ଦେହତ୍ୟାଗ କରିବି ଯଦ୍ୟପିଆତ୍ମଘାତୀ ଦୋଷରେ ତ ହେବି ମହାପାପୀ ।ପୁଣି ଭାବେ ପ୍ରାଣ ଥିଲେ ସବୁ ଅର୍ଜିପାରିଶରୀର ଛାଡ଼ିଲେ ଶତ୍ରୁ ସାଧିବି କିପରି ।ବ୍ରହ୍ମଚର୍ଯ୍ୟ ଦୀକ୍ଷା ଘେନି ବିଚାରି ସଂକଳ୍ପଈଶ୍ୱରଙ୍କୁ ମନାଇବି କରି ଘୋରତପ ।ଆହାର ବିହାର ଆଦି ଯେତେ ଭୋଗ ଅଛିତପ ସିଦ୍ଧି ହେବାଯାଏ ସବୁ ଦେବି ମୂର୍ଚ୍ଛି ।ଯଦ୍ୟପି ପ୍ରସନ୍ନ ମୋତେ ହେବେ ଦିଗମ୍ବରରାମକୃଷ୍ଣ ଜିଣିବାକୁ ମାଗିବଇଁ ବର ।ଯେବେ ତପକରି କିଛି ଫଳ ନ ପାଇବିଶିବଙ୍କର ପରେ ହତ୍ୟାଦେଇ ମୁଁ ମରିବି ।ଏମନ୍ତ ନିଶ୍ଚୟ କରି ଆପଣା ମନରେପ୍ରବେଶ ହୋଇଲା ଯାଇ ନର୍ମଦାର ତୀରେ ।ନଦୀଜଳେ ସ୍ନାନକରି କଷାବାସମୁଣ୍ଡେ ଜଟା ବାନ୍ଧି ଅଙ୍ଗେ ବୋଳି ହେଲା ଭସ୍ମ ।ପୂଜାବିଧି ଉପଚାର ଭିଆଇ ସକଳବେନି କର୍ଣ୍ଣ ପିନ୍ଧିଲା ସେ ତମ୍ବାର କୁଣ୍ଡଳ ।ପ୍ରୋକ୍ଷଣି ପବିତ୍ର ସ୍ୱାହା ସ୍ୱଧା କୁଶବିଡ଼ିକୁଶାସନ କମଣ୍ଡଳୁ ତୁଲେ ଆଶାବାଡ଼ି ।ନାନାଦି ସୁଗନ୍ଧ ପୁଷ୍ପ ନାନାସ୍ୱାଦୁ ଫଳଯତନେ ଥୋଇଲା ପୂଜା ବିଧାନ ସକଳ ।ପବିତ୍ର ଆସନେ ବସି ମାଳା ଧରି କରେମୃତ୍ତିକା ଶଙ୍କର ପୂଜା କଲା ଭକ୍ତିଭରେ ।କାମ କ୍ରୋଧ ମୋହଆଦି ଛାଡ଼ି ବାହ୍ୟଜ୍ଞାନମନ ପବନକୁ ଛନ୍ଦି ଲଗାଇଲା ଧ୍ୟାନ ।ଲାଗିଲାକ ଭେଦମୁଦ୍ରା କଲା ଘୋରତପକୃଷ୍ଣଙ୍କୁ ଜିଣିବା ପାଇଁ କରିଛି ସଂକଳ୍ପ ।ଶୁକ ବୋଲନ୍ତି ହୋ ରାୟେ ପରୀକ୍ଷିତ ଶୁଣଇତି ଶ୍ରୀ ଏ ହରିବଂଶ ରୁକ୍ମିଣୀ ହରଣ ।ଶ୍ରବଣେ ଶୁଣିଲେ ହୁଏ ମହାପାପ ଧ୍ୱଂସକହଇ ଅଚ୍ୟୁତାନନ୍ଦ କୃଷ୍ଣଲୀଳା ରସ ।
ବ୍ରହ୍ମାଦି ଦେବଗଣଙ୍କର ଦ୍ୱାରକା ପ୍ରବେଶ ଓ ରୁକ୍ମିଣୀ ବିଭା
ଏଥୁଅନ୍ତେ ରାମକୃଷ୍ଣ ଦ୍ୱାରକା ଭୁବନେଯାଦବଙ୍କୁ ସଙ୍ଗେ ଘେନି ବସିଲେ ଆସ୍ଥାନେ ।ଅନ୍ତଃପୁରେ ବାସ କଲେ ରୁକ୍ମିଣୀ ସୁମେଧାତୁଟିଲା ମନରୁ ଭ୍ରାନ୍ତି ଗଲା ସବୁ ବାଧା ।ଯେତେ ନାରୀ କରିଥିଲେ ଅନ୍ତଃପୁରେ ବାସରୁକ୍ମିଣୀଙ୍କ ରୂପ ଦେଖି ସର୍ବେ ହେଲେ ତୋଷ ।ସଭାଭଙ୍ଗ କରି ଗଲେ ଉଗ୍ରସେନ ରାୟେଅନ୍ତଃପୁରେ ବିଜେ କଲେ ରାମକୃଷ୍ଣ ଦୁହେଁ ।ଯେ ଯାହାର ନିତ୍ୟକର୍ମେ ଲାଗିଲେ ଯାଦବେସବୁରି ମନ ପୂରିଛି ଆନନ୍ଦ ଉତ୍ସବେ ।ଏଥୁ ଅନନ୍ତରେ କଥା ଶୁଣ ପରୀକ୍ଷିତରୁକ୍ମିଣୀଙ୍କୁ ହରିନେଲେ ଯହୁଁ ଗୋପୀନାଥ ।କୁଣ୍ଡୀ କଟକରେ ହେଲା ଅତ୍ୟନ୍ତ ଚହଳଭୀଷ୍ମକ ନୃପତି ଦେଖି ଏ କଥା ସକଳ ।ଚାରି କୁମରଙ୍କୁ ଡାକି ଅଣାଇଲେ ପାଶସତ୍ୟବତୀ ରାଣୀ ଆସି ହୋଇଲେ ପ୍ରବେଶ ।ପାତ୍ର ଅମନାତ୍ୟ ମନ୍ତ୍ରୀ ପୁରୋଧା ସହିତେଗୋଟି ଗୋଟି ହୋଇ ଆସି ମିଳିଲେ ସମସ୍ତେ ।ସମସ୍ତଙ୍କୁ ଚାହିଁ ନୃପ ବୋଲନ୍ତି ଏ ବାଣୀକି ବୁଦ୍ଧି କରିବି ଏହା କଲା ମୋ ରୁକ୍ମିଣୀ ।କୌଣସି ପ୍ରକାରେ କାର୍ଯ୍ୟ ନୋହିଲା ମୋହରଅକାରଣେ ବୃଥା ହେଲା ଏଡ଼େକ ସମ୍ଭାର ।କେବଣ ଯୋଗେ ଦୁହିତା ହେଲା ମୋର ଜନ୍ମକାହିଁ ଦେଖି ନ ଥିଲି ମୁଁ ଅନ୍ୟାୟ କର୍ମ ।କେତେ ଧନ୍ଦି ହେଲି ମୁହିଁ ତାହାର ନିମନ୍ତେଲକ୍ଷେରାଜା ଅଗ୍ରେ ନିନ୍ଦା ହୋଇଗଲା ମୋତେ ।ଯେବେ କୃଷ୍ଣପ୍ରତି ତାର ବଳିଥିଲା ମନସ୍ୱୟମ୍ବର କାଳେ କିପାଁ ନ କଲା ବରଣ ।ଆରେକ ଦୋଷ ତାହାର ଶୁଣ ବିପରୀତଗୁପତରେ ଦ୍ୱାରକାକୁ ପଠାଇଲା ଦୂତ ।ଆମ୍ଭେ ପିତାମାତା ଅଟୁ ତାର ଅଧିକାରୀଆମ୍ଭଙ୍କୁ ନ କହି ଦୂତ ପେଷିଲା କିପରି ।ଯେବଣ ଦୁହିତା ଅଟେ ଦାରିଦ୍ର୍ୟ ଭଞ୍ଜନୀପ୍ରତ୍ୟକ୍ଷରେ କମଳା ସେ ଜଗତ ଜନନୀ ।ଯା ନାମ ଧରନ୍ତେ ହୁଏ ମହାପାପ କ୍ଷୟରୋଗ ଶୋକ ନାଶଯାଏ ଖଣ୍ଡି ସର୍ବଭୟ ।ଏତେ ଗୁଣ ଥାଇ ଯେବେ କଲା ସେ ଅକର୍ମବିଚାର ଏ କଥା ତାର ଅଟଇ କି ଧର୍ମ ।ଭୋ ଧର୍ମ ହୋଇଲି ମୁହିଁ ଅକାରଣେ କଷ୍ଟୀରୁକ୍ମିଣୀ ଯୋଗରେ ହେଲା ଏସନ ଅରିଷ୍ଟି ।ଏଡ଼େକ ସମ୍ଭାର ମୋର ହୋଇଲା ବିଅର୍ଥକିଏ କନ୍ୟା ହରିନେଲା ନ ଜାଣଇ ତଥ୍ୟ ।ମୁହିଁ ନେତ୍ରେ ଦେଖିନାହିଁ କୃଷ୍ଣ ନେଲେ ବୋଲିଏତେବେଳେ ଯାଏ ତଥ୍ୟ ବାର୍ତ୍ତା ନ ପାଇଲି ।କାହାକୁ ପୁଚ୍ଛିବି ଏହା କେ କହିବ ମୋତେଏମନ୍ତ କହିଣ ଶୋକ କଲେ ବିହ୍ୱଳିତେ ।ଗର୍ଭକଷ୍ଟ ସହି ମାତ କରିଥିଲା ଜାତକେମନ୍ତେ ସମ୍ଭାଳି ହୋଇ ରହିବ ତା ଚିତ୍ତ ।ଜନମୁଖେ ଅପବାଦ ନିଜମନେ ବ୍ୟଥାଚନ୍ଦ୍ରସୂର୍ଯ୍ୟ ଥିବାଯାଏ ଥିବ ଏହି କଥା ।ପାଞ୍ଚପୁତ୍ର ମଧ୍ୟେ ମୋର ଦୁହିତା ଗୋଟିଏତା ଲାଗି ହୋଇଲି ମୁହିଁ ଏତେ ସରିଯାଏ ।ବେଦୀରେ ବସାଇ ବିଭା କରି ନ ପାରିଲିକାର୍ଯ୍ୟ କାରଣ ନୋହିଲା ବିଡ଼ମ୍ବିତ ହେଲି ।ରୁକ୍ମିଣୀ ଚିନ୍ତାରେ ଥୟ ନୁହଇ ମୋ ଦେହକି ବୁଦ୍ଧି କରିବି ସର୍ବେ ବିଚାରିଣ କହ ।ଏମନ୍ତ ବିଚାର ସର୍ବେ କରୁଛନ୍ତି ବସିରୁକ୍ମଣର ବାର୍ତ୍ତା ଘେନି ଡଗରେକ ଆସି ।କରଯୋଡ଼ି ଜଣାଇଲା ଶୁଣ ନୃପବରଆଜର ଚରିତ ହେଲା ଅତି ଅଗୋଚର ।ଦେବୀ ମନ୍ଦିରେ ରୁକ୍ମିଣୀ ପୂଜା କରୁଥିଲେସେଠାରୁ ଶ୍ରୀକୃଷ୍ଣ ତାଙ୍କୁ ହରି ଘେନିଗଲେ ।ରୁକ୍ମଣ ତା ଜାଣିପାରି ଏକା ରଥେ ବସିପଛେ ପଛେ ଗୋଡ଼ାଇଲେ କରେ ଧନୁ କଷି ।ଥୋକେ ଦୂରଯାନ୍ତେ ବାଟେ ହେଲେ ଭେଟାଭେଟିରୁକ୍ମଣଙ୍କୁ ଦେଖି କୃଷ୍ଣ ରହିଲେ ପାଲଟି ।ବହୁତ ଝିଙ୍ଗାସି ତାଙ୍କୁ କହିଲେ ରୁକ୍ମଣପରସ୍ପରେ କଲେ ଦୁହେଁ ଭୟଙ୍କର ରଣ ।କୃଷ୍ଣଙ୍କୁ ସମରେ ହାରି ରୁକ୍ମଣ ରହନ୍ତେତୁମ୍ଭ ପୁତ୍ର ପ୍ରାଣ ଘେନୁଥିଲେ ଜଗନ୍ନାଥେ ।ରୁକ୍ମିଣୀ କହିଲେ କାନ୍ଦି ପାଦତଳେ ଲୋଟିଜୀବନେ ନ ମାରି ତେଣୁ କଲେ ସାତବେଣ୍ଟି ।ନନ୍ଦିଘୋଷ ରଥେ ବାନ୍ଧି ଦ୍ୱାରକାକୁ ନେଲେବଳରାମ କହିବାରୁ ବନ୍ଧନ ଫେଡ଼ିଲେ ।ଅପମାନ ପାଇ ପୁତ୍ର ନ ଆସେ ଘରକୁତାପସ ବେଶରେ ଗଲେ ତପ ସାଧିବାକୁ ।ସୁମେଧା ରୁକ୍ମିଣୀ ଦୁହେଁ କୃଷ୍ଣ ସଙ୍ଗତରେନିଶ୍ଚିନ୍ତେ ରହିଲେ ଯାଇ ଦ୍ୱାରାବତୀ ପୁରେ ।ମୋତେ ରାଇ ଆଜ୍ଞା ଦେଲେ ପ୍ରଭୁ ହୃଷୀକେଶଶ୍ୱଶୁରଙ୍କ ଆଗେ ଯାଇ କହିବୁ ସନ୍ଦେଶ ।ବିଭାର ସାମଗ୍ରୀ ଘେନି ଦ୍ୱାରକାକୁ ଆସିକନ୍ୟାଦାନ କରନ୍ତୁ ସେ ବେଦୀପରେ ବସି ।ଏହାଶୁଣି ନୃପ ହର୍ଷ ବିସ୍ମୟେ ବୋଲନ୍ତିମନର ଭ୍ରାନ୍ତି ମୋହର ଫିଟିଲା ଏ ଘାନ୍ତି ।ରୁକ୍ମିଣୀର ଯେବେ ଶୁଭ ବାରତା ପାଇଲିପାତକ ଧ୍ୱଂସନ କରି କୃତାର୍ଥ ହୋଇଲି ।ଲକ୍ଷ୍ମୀ ନାରାୟଣ ଦୁହେଁ ଏକମେଳ ହେଲେସମସ୍ତେ ଆନନ୍ଦ ହେବେ ଏ କଥା ଶୁଣିଲେ ।ଯହିଁର ନିମନ୍ତେ କନ୍ୟା କରିଥିଲି ଜାତଏବେ ମୋର ପୂର୍ଣ୍ଣ ହେଲା ସେହି ମନୋରଥ ।ଆବର ଶୁଣିଲି ଯାହା ରୁକ୍ମଣର କଥାବିଚାରିଲେ ଶୁଭ ମୋର ଅଟେ ସେହି ବାର୍ତ୍ତା ।ମୂର୍ଖପଣେ ଅରଜିଲା କୃଷ୍ଣଠାରେ ଦୋଷଏଡ଼େ ବଡ଼ ଯୁଦ୍ଧେ ତାକୁ ନ କଲେ ସେ ନାଶ ।ଅଶେଷ ବ୍ରହ୍ମାଣ୍ଡ ଯେହୁ କ୍ଷଣକେ ସଂହାରିଯା ଗର୍ଭରେ ଚରାଚର ସୃଷ୍ଟି ଅଛି ପୂରି ।ତାଙ୍କଠାରେ ଦ୍ରୋହ କର୍ମ କରି ମୋର ସୁତଜୀବନେ ବଞ୍ଚିଲା ଏହା ବଡ଼ ଆଚମ୍ବିତ ।ଯେବେ କୃଷ୍ଣ ଦୟା କଲେ ନ ମାରି ଜୀବନେଦେହେ ପ୍ରାଣ ଥିଲେ ନିଶ୍ଚେଁ ଆସିବ ସେଦିନେ ।ଭୀଷ୍ମକ ନୃପତି ମୁଖୁଁ ଏ ବଚନ ଶୁଣିସନ୍ତୋଷ ହୋଇଲେ ସର୍ବେ ସୁଧା ପ୍ରାସେ ମଣି ।ବୋଇଲେ ଭୋ ଦେବ ତୁମ୍ଭେ ଅଟ ମହାଜ୍ଞାତାପ୍ରତ୍ୟକ୍ଷେ ଲକ୍ଷ୍ମୀ ହୋଇଲେ ତୁମ୍ଭର ଦୁହିତା ।ପଦ୍ମରାଗ ମଣି ତୁମ୍ଭେ ରଖିଥିଲ ଘରେକାର୍ଯ୍ୟ କାଳେ ଲାଗିଲା ସେ ଦେବତାଙ୍କ ଶିରେ ।ଗଭୀର ପଙ୍କରେ ଥାଏ ପଦ୍ମନାଡ଼ ଗୋଟିକେଶର ଅଙ୍କୁର ସାତତାଳ ଜଳ ଫୁଟି ।ବାହାରେ ଭିତରେ ବାସ ଚହଟଇ ତାରତା ଜାଣନ୍ତେ ଉଡ଼ିଆସି ଚୁମ୍ବେ ମଧୁକର ।ପଦ୍ମିନୀ ଜାତି ନାୟିକା ଅଟଇ ରୁକ୍ମିଣୀତେଣୁ ସେ ନାୟକ ବର ନେଲେ ତାହା ଜାଣି ।କୃଷ୍ଣ ନାରାୟଣ ଲକ୍ଷ୍ମୀ ତୁମ୍ଭର ଦୁହିତାଆଗହୁଁ ଘଟାଇ ଏହା ରଖିଥିଲା ଧାତା ।ରୁକ୍ମିଣୀ ଦେବୀ ନିରତେ ଲୋଡ଼ୁଥିଲା ଯାହାସୌଭାଗ୍ୟବେଳକୁ ବିହି ଘଟାଇଲା ତାହା ।ଜଗନ୍ନାଥ ପ୍ରଭୁ ହେଲେ ତୁମ୍ଭର ଜାମାତାଏଥିରୁ ଅଧିକ ଆଉ ଅଛି କେଉଁ କଥା ।ଶୁଣି ସେ ଭୀଷ୍ମକ ନୃପ ହୋଇଣ ଉସତବୋଇଲେ ଏ କଥା କେବେ ମିଥ୍ୟା ନୁହଇ ତ ।ଜନ୍ମେ ଜନ୍ମେ ହୋଇଥାଉ ରୁକ୍ମିଣୀ ମୋସୁତାନାରାୟଣ ସ୍ୱାମୀ ତାର ହେଉଥାନ୍ତୁ ଭର୍ତ୍ତା ।ଏତେ ବୋଲି ଅତି ହୃଷ୍ଟ ହୋଇ ନରପାଳଜାଣିଲେ ରୁକ୍ମିଣୀ ଜନ୍ମ ହୋଇଲା ସଫଳ ।ଘୋଷଣା ଦିଆଇ କଲେ ସମସ୍ତଙ୍କୁ ସ୍ଥିରବୋଇଲେ ଯୋଗାଡ଼ମାନ ବେଗେ ସଜ କର ।ସକଳ ସମ୍ଭାର ଘେନି ଦ୍ୱାରକା କୁ ଯିବାକୃଷ୍ଣ ତୁଲେ ରୁକ୍ମିଣୀକୁ ବିଭା କରାଇବା ।ଏସନକ ଆଜ୍ଞାଦେଇ ଭୀଷ୍ମକ ନୃପତିସଜ ହୋଇ ବାହାରିଲେ ଚଢ଼ି ମତ୍ତହସ୍ତୀ ।ଅପ୍ରମିତ ରଥ ଗଜ ବହୁତ ଘୋଟକକୋଟିଏ ପଦାତି ଘେନି ଅୟୁତ ପାଇକ ।ବିବିଧ ଛନ୍ଦରେ ତହିଁ ବାଜିଲା ବାଜଣାଢୋଲ ଦମାଲୁ କଂସାଳ ଭେରୀ ବେଣୁ ବୀଣା ।ଯୋଡ଼ାଶଙ୍ଖ କରତାଳ ମଙ୍ଗଳ ମହୁରୀଉପାଙ୍ଗ ଅଧାଟି ବୀର କାହାଳି ଦୋସରୀ ।ଉଦ୍ଦଣ୍ଡ ଏକଲକ୍ଷ ଯେ ସୁବର୍ଣ୍ଣର ଛତିଏତେ ଏତେ ବୋଲି କେବା କରିବା ଗଣତି ।ନଟ ଭାଟ ଜଉତିଷ ବନ୍ଧୁ ଦ୍ୱିଜଗଣିକା ଗୁଣିକା ଆଦି ସର୍ବେ ହେଲେ ସଜ ।କେ ବୋଲେ ଦେଖିବା ଆଜି ନୟନେ ଶ୍ରୀହରିଏହାହୁଁ ଅଧିକ ପୁଣ୍ୟ ଅରଜି ନ ପାରି ।ବିଷ୍ଣୁଙ୍କ ବିଭାରେ ଆମ୍ଭେ ହେବା କନ୍ୟାଜାତିଯଜ୍ଞଅନ୍ନ ଭୁଞ୍ଜିକରି ଲଭିବା ସଦ୍ଗତି ।କେ ବୋଲେ ବିଳମ୍ବ ଆଉ କରୁଛ କିପାଇଁଯେ ଯାହାରେ ଉଠ ସର୍ବେ ଯିବା ବେଗହୋଇ ।ଏତେ ବୋଲି ରଥ ଗଜ ଘୋଟାକରେ ଚଢ଼ିବିଭାଘର ଦ୍ରବ୍ୟମାନ ବୁହାଇଲେ କାଢ଼ି ।ପାତ୍ର ମନ୍ତ୍ରୀ ଅମନାତ୍ୟ ବନ୍ଧୁ ଗୁରୁଜନଧାଈ ପରିବାରୀ ସଙ୍ଗେ ଘେନାଇ ରାଜନ ।ଲକ୍ଷକୋଟି ନବତନ ପାଟ ଯେ ସିନ୍ଧୁଆଝୋଲା ସାହାଲା ବସନ୍ତ ପତନୀ ଖଣ୍ଡୁଆ ।ଫଳ ପୁଷ୍ପ ଦୁର୍ବାକ୍ଷତ ଚନ୍ଦନ ସହିତେବିବାହକୁ ଉପଚାର ବିଧି ଲୋଡ଼ା ଯେତେ ।ଯୌତୁକ ସମ୍ଭାର ନାନାଦ୍ରବ୍ୟନ୍ତ ଘେନାଇଯୌତୁକ ସମ୍ଭାର ବିଜେ କଲେ ନରସାଇଁ ।ଲକ୍ଷ୍ମୀ ନାରାୟଣ ବିଭା ହରିବଂଶେ ବାଣୀପାପାଧିପାତକ ଧ୍ୱଂସ କର ଏହା ଶୁଣି ।ବିଭାବିଧି ଉପଚାର ଘେନାଇ ସଙ୍ଗରେଭୀଷ୍ମକ ଯେ ମିଳେ ଯାଇ ଦ୍ୱାରାବତୀ ପୁରେ ।ଦେଖିଣ ପରମ ତୋଷ ହେଲେ ଚକ୍ରପାଣିବିଶ୍ୱକର୍ମା ରାଇ ଆଜ୍ଞା ଦେଲେ ସେହିକ୍ଷଣି ।ବୋଇଲେ ଦ୍ୱାରକା ନଗ୍ର ମଣ୍ଡାଅ ତ୍ୱରିତେବିବାହ ମଣ୍ଡପ ଆଦି ପୁର ଅଛି ଯେତେ ।ଯେ ଆଜ୍ଞା କହିଣ ବିଶ୍ୱକର୍ମା ଚଳିଗଲେପୁରେ ପୁରେ ନାନାଚିତ୍ର କରି ସେ ମଣ୍ଡିଲେ ।ନଗ୍ର ଦେଖି ଅତିହୃଷ୍ଟ ହୋଇଣ ଭୀଷ୍ମକମଣ୍ଡପେ ରଖିଲେ ନେଇ ବିଭା ବିଧିଯାକ ।ବାର୍ତ୍ତାପାଇ ବଳରାମ ଉଗ୍ରସେନ ରାଜାଭୀଷ୍ମକଙ୍କୁ ଘେନି ଗଲେ କରି ପାଦପୂଜା ।କାମଧେନୁ ରାଇ ଆଜ୍ଞା ଦେଲେ ଭଗବାନଚତୁର୍ବିଧ ଖାଦ୍ୟପେୟ କର ସମ୍ପାଦନ ।ସୈନ୍ୟ ଗଜ ଅଶ୍ୱଆଦି ଯାକୁ ଯେତେ ଅଣ୍ଟିଦଶଗୁଣ କରି ଦ୍ରବ୍ୟ ଦେଉଥିବ ବାଣ୍ଟି ।ଆଜ୍ଞାପାଇ କାମଧେନୁ ନିଜ କଳ୍ପନାରୁନାନାଦ୍ରବ୍ୟ ଜାତ କଲେ ଆପଣା ସ୍ତନରୁ ।ଇନ୍ଦ୍ର ସମ୍ପଦରୁ ବଳି ଦିଶିଲା ଦ୍ୱାରକାକାହିଁ କେତେ ଦ୍ରବ୍ୟ ତାହା କେ କରିବ ସଂଖ୍ୟା ।ଲକ୍ଷ୍ମୀ ନାରାୟଣ ଦୁହେଁ ଯହିଁ ହେବେ ବିଭାସେ ଭୁବନ ଶୋଭା ବର୍ଣ୍ଣିକ କେ କହିବ ଅବା ।ଚରାଚର ପୃଥ୍ୱୀପତି ଯେଉଁ ବିଶ୍ୱବାସୀଅଶେଷ କୋଟିଦ୍ରବ୍ୟ ସେ କ୍ଷଣକେ ବିଳସି ।ସେହି ସ୍ୱାମୀ ଦେହବନ୍ତ ହୋଇଛନ୍ତି ଯହିଁତାଙ୍କର ମହିମା କିଏ ପାରିବଟି କହି ।ଅଦୃଷ୍ଟ ଅଶ୍ରୁତ ଅଗୋଚର ସେହୁ କଥାଲକ୍ଷ୍ମୀ ନାରାୟଣଙ୍କର ବିବାହ ବ୍ୟବସ୍ଥା ।ବ୍ରହ୍ମଲୋକେ ଏ ବାରତା ପାଇ ବେଦବରସାବିତ୍ରୀ ଦେବୀଙ୍କୁ ଘେନି ହୋଇଲେ ବାହାର ।ମରାଳ ପୃଷ୍ଠରେ ବସି ଦ୍ୱାରକା ଭୁବନେପ୍ରବେଶ ହୋଇଲେ ଆସି ଆନନ୍ଦିତ ମନେ ।ବ୍ରହ୍ମାଙ୍କ ଆଗମ ଜାଣି ସକଳ ମହର୍ଷିଦ୍ୱାରାବତୀ ଭୁବନରେ ପ୍ରବେଶିଲେ ଆସି ।ବଶିଷ୍ଠ ଯେ ବିଶ୍ୱାମିତ୍ର ଆବର ବାଲ୍ମୀକଗୌତମ ପୌଲସ୍ତ୍ୟ ଶତାନନ୍ଦ ବିଭାଣ୍ଡକ ।ସନକାଦି ସପ୍ତଋଷି ଭୃଗୁ ପରାଶରଚ୍ୟବନ ଲୋମଶ ଅଷ୍ଟାବକ୍ର ମୁନିବର ।କପିଳ ସୌନକ ଦତ୍ତାତ୍ରେୟ ବେଦବ୍ୟାସଜମଦଗ୍ନି ଋଷ୍ୟଶୃଙ୍ଗ ପ୍ରଚେଷ୍ଟା ବିପାଶ ।ନାରାଦାଦି ଦେବଋଷି ବ୍ରହ୍ମଋଷି ଯେତେରାଜଋଷି ଶିଷ୍ୟ ଉପଶିଷ୍ୟଙ୍କ ସହିତେ ।ଦ୍ୱାରକା ଭୁବନେ ଆସି ମିଳିଲେ ସକଳେବ୍ରହ୍ମାଙ୍କୁ ଦେଖିଣ କୃଷ୍ଣ ନମି ପାଦତଳେ ।ସମସ୍ତ ଋଷିଙ୍କୁ ପୁଣି ନମସ୍କାର କଲେପାଦ୍ୟ ଅର୍ଘ୍ୟ ଦେଇ ତାଙ୍କ ମନକୁ ରଞ୍ଜିଲେ ।ଲକ୍ଷ୍ମୀ ନାରାୟଣ ବିଭା ଦେଖିବା ମାନସେଆସନେ ବସିଲେ ସର୍ବ ଋଷିଏ ହରଷେ ।ସ୍ୱର୍ଗପୁରେ ଏ ବାରତା ପାଇ ଦେବରାୟେଐରାବତ ପୃଷ୍ଠେ ବସି କରିଲେ ବିଜୟେ ।ଗଣଗନ୍ଧର୍ବ ଦେବତା ସ୍ୱର୍ଗ ବିଦ୍ୟାଧରୀଅଷ୍ଟାବସୁ ବିଶ୍ୱଦେବା ଅପ୍ସରା କିନ୍ନରୀ ।ଯମ କୁବେର ବରୁଣ ବାୟୁ ବୈଶ୍ୱାନରଗ୍ରହତିଥି ତାର ବାର ଚନ୍ଦ୍ର ଦିବାକର ।ଚାରି ମେଘ ଚାରି ଯୁଗ ନୈର୍ଋତ ସହିତେଯେ ଯାହା ଯାନରେ ଚଢ଼ି ଅଇଲେ ସମସ୍ତେ ।ଦ୍ୱାରାବତୀ ଭୁବନରେ ପ୍ରବେଶ ହୁଅନ୍ତିକୈଳାସ କନ୍ଦରେ ବାର୍ତ୍ତାପାଇ ପଶୁପତି ।ବୃଷଭ ବାହନେ ବସି କଲେ ଆଗମନଚଉପାରୁଶରେ ବେଢ଼ିଛନ୍ତି ଶିବଗଣ ।ଡମ୍ୱରୁ ଡିଣ୍ଡମ ଢକା ବାଜେ ନବକୋଟିବାମ ଡାହାଣରେ ବିଜେ ନନ୍ଦି ଭୁରୁକୁଟି ।କୁମାର ଗଣେଶ କାଳ ବିକାଳ ସହିତେଦ୍ୱାରକା ଭୁବନେ ଆସି ମିଳିଲେ ତ୍ୱରିତେ ।ଈଶ୍ୱରଙ୍କ ଆଗମନ ଦେଖି ନାରାୟଣଯଥାବିଧି ପୂଜାକରି ନେଲେ ତତକ୍ଷଣ ।ଇନ୍ଦ୍ରାଦି ଦେବଙ୍କୁ ପୂଜା କଲେ ବିଧିମତସମ୍ଭାବନା ପାଇ ସର୍ବେ ହେଲେ ହରଷିତ ।ସତ୍ୟଲୋକେ ବାସ କରି ଯେତେ ପ୍ରାଣୀ ଥିଲେଲକ୍ଷ୍ମୀ ନାରାୟଣ ବିଭା ଶୁଣି ସେ ଅଇଲେ ।ଅଷ୍ଟରତ୍ନ ବିମାନରେ ଚଢ଼ି ନବରଙ୍ଗେଅଠର ମେବଚ୍ଛ ସୈନ୍ୟ ଛନ୍ତି ତାଙ୍କ ସଙ୍ଗେ ।ସତ୍ୟବାଦୀ ପୁରୁଷ ସେ ନ ଜାଣନ୍ତି ମାୟାଶୁକ୍ଲମ୍ୱର ବିଷ୍ଣୁପ୍ରାୟେ ଦିଶେ ତାଙ୍କ କାୟା ।କରେ ଜପାମାଳୀ ଧରି ଜଟା ବାନ୍ଧି ଶିରେପ୍ରବେଶ ହୋଇଲେ ଆସି ଦ୍ୱାରାବତୀ ପୁରେ ।ଯାଦବଙ୍କ ବନ୍ଧୁ ଯେତେ ମର୍ତ୍ତ୍ୟପୁର ରାଜାଗହଣ ଲଗାଇ ସର୍ବେ ବଜାଇଲେ ବାଜା ।ଦ୍ୱାରକା ଭୁବନେ ଆସି ମିଳିଲେ ବହନହସ୍ତିନାରୁ ବିଜେ କଲେ ରାଜା ଦୁର୍ଯ୍ୟୋଧନ ।ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଆଦି ଷଡ଼ରଥୀଅଷ୍ଟାଦଶ କ୍ଷୌଣୀ ବଳ ସଙ୍ଗତେ ଅଛନ୍ତି ।ଯୁଧିଷ୍ଠିର ଭୀମାର୍ଜ୍ଜୁନ ନକୁଳ ସହିତେସହଦେବ ତୁଲେ ପଣ୍ଡୁରାଜା ପାଞ୍ଚସୁତେ ।ସାତ ଅକ୍ଷୌହିଣୀ ବଳ ସଙ୍ଗତେ ଘେନାଇଦ୍ୱାରାବତୀ ଭୁବନରେ ମିଳିଲେ ସେ ଯାଇ ।ପଞ୍ଚାଳ ଦେଶରେ ଆସି ଦ୍ରୁପଦ ରାଜନମତ୍ସ୍ୟ ଦେଶରୁ ବିରାଟ କଲେ ଆଗମନ ।ଏମନ୍ତେ ଅଇଲେ ତହିଁ ଯେତେ ମିତ୍ରରାଜାସମସ୍ତଙ୍କୁ ଉଗ୍ରସେନ ଆପେ କଲେ ପୂଜା ।କୃଷ୍ଣ ପାଶେ ପରବେଶ ପାଣ୍ଡବ ଅର୍ଜ୍ଜୁନଆନନ୍ଦ ହୋଇଲେ ତାଙ୍କୁ ଦେଖି ଭଗବାନ ।ଅନେକ ଉତ୍ସବ ହେଲା ଦ୍ୱାରକା ନଗରେବିଚିତ୍ର ମଣ୍ଡଣି ହୋଇଅଛି ପୁରେ ପୁରେ ।ଆପେ ବିଶ୍ୱକର୍ମା ଯାହା କରିଛି ନିର୍ମାଣମର୍ତ୍ତ୍ୟପୁରେ ଦୁର୍ଲ୍ଲଭ ସେ ଅପୂର୍ବ ଘଟଣ ।ହୀରା ଲୀଳା ବଇଡୁର୍ଯ୍ୟ ଶୋଭେ ପନ୍ତି ପନ୍ତିମାଣିକ୍ୟର ଝରା ଝୁମ୍ପା ଲମ୍ୱେ ଚଉକତି ।ରସାଣିଲା ପାନପତ୍ର ଶତେବାନି ହେମଗଜଦନ୍ତ ପିତୁଳାରେ ରତନର କମ ।ସୁବର୍ଣ୍ଣ କଳସ ପରେ ଚିରାଳ ଉଡ଼ଇଧନ୍ୟ ସେ ଦ୍ୱାରକା ପୁର ପଟାନ୍ତର ନାହିଁ ।ଆପେ ଲକ୍ଷ୍ମୀ ବିଜେ କରିଛନ୍ତି ଯେଉଁପୁରେଶଙ୍ଖନିଧି ପଦ୍ମନିଧି ଖଟନ୍ତି ପୟରେ ।କୃଷ୍ଣରୂପେ ନାରାୟଣ ଅବତାର ଯହିଁସେ ପୁର ମହିମା ଅବା କେ ପାରିବ କହି ।ଶୁଣ ହେ ପରୀକ୍ଷ ରାଜା କାମଧେନୁ ବିଧିଆପେ ସେ ଗାୟତ୍ରୀ ଦେବୀ ପାକ କରେ ସିଦ୍ଧି ।ଷଡ଼ରସ ବ୍ୟଞ୍ଜନ ଯେ ନାନା ପିଠାପଣଦିବ୍ୟଶାଳି ଅନ୍ନ ଖାଦ୍ୟପେୟ ଅକଳନା ।ଇନ୍ଦ୍ରାଦି ଦେବତାଗଣ ସିଦ୍ଧ ସାଧ୍ୟ ଯେତେହର ବ୍ରହ୍ମା ଦେବଋଷି ବ୍ରହ୍ମର୍ଷି ସହିତେ ।ମର୍ତ୍ତ୍ୟାଦି ରାଜା ଯେତେ ବନ୍ଧୁ ମିତ୍ର ଜନଯେ ଯାହା ଇଚ୍ଛାରେ ବସି କରନ୍ତି ଭୋଜନ ।କାମଧେନୁ ପ୍ରସାଦରୁ ଅପୂର୍ବ ବା କିସଦଧି ଦୁଗ୍ଧ ଆଦି କରି ଅନେକ ଗୋରସ ।ନବାତ ସାକର ଖଣ୍ଡ ସାରି ସରଫେଣାଅମୃତପାଣି କଦଳୀ ଇକ୍ଷୁ ସାର ପଣା ।ଆମ୍ବ ପଣସ ଖଜୁରି ଗୁଆ ନଟୀକାଳଦାରାକ୍ଷ କମଳା ଆଦି ନାନା ସ୍ୱାଦୁ ଫଳ ।କର୍ପୂର ସୁବାସ ପୁଷ୍ପ ସୁଗନ୍ଧ ଚନ୍ଦନଲବଙ୍ଗ ହରିଡ଼ା ଜାତି ଫଳ ଗୁଆ ପାନ ।ପଞ୍ଚ ଇନ୍ଦ୍ରିୟର ଭୋଗ ଯେ ଯାହାର ଇଚ୍ଛାବିଚାରିବା ମାତ୍ରେ ପୁରେ ତାର ମନୋବଞ୍ଛା ।କାମଧେନୁ ପ୍ରସାଦରୁ ତୁଷ୍ଟ ବରଜାତିଯେ ଯାହା ଯୋଗାଡ଼ ମାନ ଭିନ୍ନ ଭିନ୍ନ ପ୍ରତି ।ଜଣ ଜଣ ପ୍ରତି ଚର୍ଚ୍ଚା କରି ଲକ୍ଷ୍ମୀକାନ୍ତଆପଣେ ଭୁଞ୍ଜିଲେ ସ୍ୱାମୀ ହୋଇ ମୂର୍ତ୍ତିମନ୍ତ ।ଦେବତା ମାନବେ ମେଳ ହୋଇଛନ୍ତି ଆସିଆନନ୍ଦେ ଦେଖନ୍ତି ସର୍ବେ ପୁରେ ପୁରେ ପଶି ।ଧନ୍ୟ ସେ ଦ୍ୱାରକାପୁରୀ ପବିତ୍ର ସୁସଞ୍ଚନାହିଁ ପଟାନ୍ତର ସ୍ୱର୍ଗ ପାତାଳ ଯେ ମଞ୍ଚ ।କୋଇଲି ବୈକୁଣ୍ଠ ତୁଲ୍ୟ ଅତ୍ୟନ୍ତ ସୁଷମାଅସଂଖ୍ୟକ ଅଗୋଚର ଶ୍ରୀକୃଷ୍ଣ ମହିମା ।ଦେବତା ଗନ୍ଧର୍ବ ନର ଯକ୍ଷ ଦିଗପାଳପୁରେ ପୁରେ ବୁଲି ବୁଲି ଦେଖନ୍ତି ସକଳ ।ମେଢ଼ ମଣ୍ଡପ ଜଗତି ଅଛଇ ଅଲେଖାଚଉପାଶେ ବେଢ଼ିଅଛି ସମୁଦ୍ର ପରିଖା ।ଊର୍ଦ୍ଧ୍ୱଭାଗେ ବୁଲୁଅଛି ଚକ୍ର ସୁଦର୍ଶନକପଟେ ଶତ୍ରୁ ପଶନ୍ତେ କରଇ ଛେଦନ ।ସମସ୍ତଙ୍କୁ ଅପୂର୍ବ ସେ ଦ୍ୱାରକା ନଗରୀବାରସ୍ୱତୀ ପୁରୀ ତାକୁ ନୋହେ ସମସରି ।ଆବର ସୁଧର୍ମା ସଭା ଅଛି ସେ ଭୁବନେଯାଦବେ ଦିଶନ୍ତି ତହିଁ ଦେବତା ସମାନେ ।ଅପୂର୍ବ ମଣ୍ଡଣି ପୁର ଦେଖି ଦେବତାଏଶ୍ରୀକୃଷ୍ଣ ପ୍ରସାଦେ ତହିଁ ସର୍ବ ପୁଣ୍ୟମୟେ ।ଆନନ୍ଦ ମନରେ ବୁଲି ଦେଖନ୍ତି ଅମରେଶୁଣ ହେ ପରୀକ୍ଷ ରାଜା ଏଥୁ ଅନନ୍ତରେ ।ବିଭାବେଦୀ ମଣ୍ଡପରେ ମିଳି ଦେବରାୟେଅଷ୍ଟରତ୍ନ ଆସନରେ କରିଲେ ବିଜୟେ ।ବେଦୀର ପଶ୍ଚିମଭାଗେ ବିଜେ ହୋଇ ହରିପୂର୍ବମୁଖେ ବସିଲେ ସେ ମଙ୍ଗଳା ସୁମରି ।ବାମ ଦକ୍ଷିଣରେ ବଳରାମ ଉଗ୍ରସେନପାରୁଶେ ବସିଲେ ବେଢ଼ି ଯଦୁ ବୀରଗଣ ।ସାତ୍ୟକି ସହସ୍ରାଜିତ ଅକ୍ରୂର ଉଦ୍ଧବପାର୍ଥ କୃତବର୍ମା ଶକ୍ରାଜିତ ବସୁଦେବ ।ବେଦୀର ଉତ୍ତର ଭାଗେ ବସିଲେ ଏମାନେଆବର ବସନ୍ତି ସର୍ବେ ଯେ ଯାହାର ସ୍ଥାନେ ।ବେଦୀର ଐଶାନ୍ୟ କୋଣେ ଭୀଷ୍ମକ ନୃପତିକମଳାସନେ ବସିଲେ ପଶ୍ଚିମ ମୂରତି ।ନୈର୍ଋତ କୋଣେ ବିଜୟ କଲେକ ବରୁଣଇନ୍ଦ୍ରକୁବେର ବସିଲେ ଅଇଶାନ୍ୟ କୋଣ ।ଆଗ୍ନେୟ କୋଣରେ ବିଜେ ହେବ ବୈଶ୍ୱାନରବାୟବ୍ୟ କୋଣେ ବିଜୟେ ପବନ ଶଙ୍କର ।ବୁଧ ବୃହସ୍ପତି ଆଦି ସକଳ ଦେବତାସଙ୍ଗେ ଘେନି ଦକ୍ଷିଣରେ ବିଜେ କଲେ ଧାତା ।ବିଶ୍ୱକର୍ମା ନିର୍ମାଣ ସେ ନବରତ୍ନ ବେଦୀଅତୁଲ୍ୟ ଶୋଭା ଯହିଁରେ ରଖିଛି ସମ୍ପାଦି ।ସେ ବେଦୀ ଉପରେ ବିଜେ କଲେ ଦେବରାୟେବେଢ଼ିଣ ବସିଲେ ତାଙ୍କୁ ସର୍ବଦେବତାଏ ।ଯତନରେ ବିଶ୍ୱକର୍ମା ବେଦୀ ଅଛି ଗଢ଼ିଯେତେ ବସୁଥିଲେ ତେତେ ସ୍ଥାନ ଯାଏ ବଢ଼ି ।ସୁବର୍ଣ୍ଣମୟ ଦ୍ୱାରକା ଶତେଯୂଣ ପ୍ରତିଯହିଁକି ଚାହିଁଲେ ତହିଁ ଛନ୍ତି ବରଜାତି ।ଆପେ ବରବେଶ ହେଲେ ପ୍ରଭୁ ଚକ୍ରଧରବରଣ ପାଞ୍ଚି ପିନ୍ଧିଲେ ବଟୁ ଘେନି କର ।ରାଜୀବନେତ୍ର କଜ୍ଜ୍ୱଳ ଦିଶେ ଅତିଶୋଭାକ୍ଷୀର ସମୁଦ୍ରରେ ଯେହ୍ନେ ନୀଳନାଗ ପ୍ରଭା ।ଗଣ୍ଡ ମଣ୍ଡଳରେ ଲୁଳେ ମକର କୁଣ୍ଡଳତେଜରେ ସେ ନିନ୍ଦା କରେ ଆଦିତ୍ୟ ମଣ୍ଡଳ ।ଶ୍ରୀଅଙ୍ଗେ ହଳଦୀ ଶୋହେ ପାଦରେ ଅଳତାଭୁଜରେ ବାନ୍ଧିଲେ ପ୍ରଭୁ ଅସରଳା ସୂତା ।ଲଲାଟେ ଚନ୍ଦନ ପାଟି ଦିଶେ ଝଟଝଟଗଳାରେ କୁସୁମହାର ମସ୍ତକେ ମୁକୁଟ ।ଏସନକ ବରବେଶ ହେଲେ ବନମାଳୀସୁଲକ୍ଷଣୀ ନାରୀମାନେ ଦ୍ୟନ୍ତି ହୁଳିହୁଳି ।ମଙ୍ଗଳ ମହୁରୀ ବାଜେ ଯୋଡ଼ା ଶଙ୍ଖଭେରୀସାତ ବଳିତାରେ ବାଜେ ବନ୍ଦାଇଲେ ଅହ୍ୟନାରୀ ।ଦ୍ୱାରକା ଭୁବନେ ହେଲା ହରିଦ୍ରାର କ୍ରୀଡ଼ାଦେବ ଗନ୍ଧର୍ବ ହୋଇଲେ ହଳଦିରେ ବୁଡ଼ା ।ଅତି ଆନନ୍ଦେ କହନ୍ତି ଶୁକ ମହାମୁନିଶୁଣ ହୋ ପରୀକ୍ଷ ରାଜା ହରିବଂଶ ଧ୍ୱନି ।ବ୍ରାହ୍ମଣଙ୍କୁ ସଙ୍ଗତରେ ଘେନି ବେଦବରମୃଗଚର୍ମ ଆସନରେ ବସିଲେ ସତ୍ୱର ।ଦେବଋଷି ରାଜଋଷି ବ୍ରହ୍ମଋଷି ଘେନିଆଚାର୍ଯ୍ୟ ବରଣେ ବସି ଆପେ ପଦ୍ମଯୋନି ।ହସ୍ତେ ଜଳେ କମଣ୍ଡଳୁ ପାତ୍ରୀ କୁଶବିଡ଼ିବେଦ ପୋଥି ଶ୍ରୁବ ଶ୍ରୁବ ପ୍ରୋକ୍ଷଣି ସଜାଡ଼ି ।କନ୍ଧେ ଯଜ୍ଞ ଉପବୀତ ଉତ୍ତରୀୟ ପାଟତୁଳସୀ ରୁଦ୍ରାକ୍ଷମାଳା ଶୋହେ କଣ୍ଠତଟ ।କରେ ଜପାମାଳି ବେଦପୋଥି ଧରି ଧାତାଶ୍ରୀଅଙ୍ଗରେ ଘେନିଛନ୍ତି ଦୁଆଦଶ ଚିତା ।ଚାରିମୁଖେ ବେଦମନ୍ତ୍ର ପଢ଼ି ବେଦବରଆଚାର୍ଯ୍ୟ ବରଣ ଘେନି ବସିଲେ ବେଦୀର ।କୃଷ୍ଣାଜିନ ବ୍ୟାର୍ଘଚର୍ମ କମ୍ୱଳ ଆସନେଆବର ସକଳ ଋଷି ବସିଲେ ସୁମନେ ।ବାଟେ ବାଟବରଣର ବିଧାନ ଯେତେକଆପଣେ କରିଲେ ତାହା ନୃପତି ଭୀଷ୍ମକ ।କଳସରେ ଗଣେଶାଦି ପଞ୍ଚ ଦେବତାଙ୍କୁପୂଜାକରି ପୂଜିଲେ ସେ ମାତୃକାଗଣଙ୍କୁ ।ନାନ୍ଦିମୁଖୀ ଶ୍ରାଦ୍ଧ ସାରି ବସୋର୍ଦ୍ଧାରା ଦେଇରୁକ୍ମିଣୀଙ୍କୁ ଅଣାଇଲେ ସୁବେଶ କରାଇ ।ନିଜ କୋଳେ ବସାଇଲେ ଭୀଷ୍ମକ ନୃମଣିବ୍ରହ୍ମା ଇଚ୍ଚାରିଲେ ବାକ୍ୟ ଦେଶକାଳ ଭଣି ।ଇଦଂ ପ୍ରତିବାକ୍ୟମାନ ଋଷିଏ କହନ୍ତିଶୁଣ ହୋ ପରୀକ୍ଷ ରାଜା ପୁଣ୍ୟମୟ କୀର୍ତ୍ତି ।ରୁକ୍ମିଣୀ ବିବାହ କଥା ସୁଧାରସ ବାଣୀଅବହେଳେ ତରିଯିବୁ କର୍ଣ୍ଣପଥେ ଶୁଣି ।ଆପେ ବ୍ରହ୍ମା ବିଷ୍ଣୁଙ୍କର ଗୋତ୍ର ଉଚ୍ଚାରିଲେଲକ୍ଷ୍ମୀ ନାରାୟଣ ହସ୍ତ କୁଶରେ ବାନ୍ଧିଲେ ।ଡାହାଣା ବର୍ତ୍ତକ ଶଙ୍ଖେ ତୀର୍ଥଜଳ ଭରିଗୁବାକ ଅକ୍ଷତ ଗନ୍ଧ ପୁଷ୍ପଆଦି କରି ।ଭୀଷ୍ମକ ନୃପତି ମୁଖ ଚାହିଁ କୁଶଧରଆଜ୍ଞାଦେଲେ ବାକ୍ୟ ପଢ଼ି କନ୍ୟାଦାନ କର ।ଆବର ଏ କନ୍ୟାଦାନ ସାଙ୍ଗ ତା କରିଣଯେତେ ଇଚ୍ଛା ଯଉତୁକ ଦିଅ ନାରାୟଣ ।ବ୍ରହ୍ମାଙ୍କ ବଚନ ଶୁଣି ଭୀଷ୍ମକ ନୃପତିଆନନ୍ଦରେ ଜଳ ଟେକି ଯୌତୁକ ଦିଅନ୍ତି ।କୋଟିଏ ସୁବର୍ଣ୍ଣମୁଦ୍ରା ସହସ୍ରେକ ଗାଈନାନାରତ୍ନ ଅଭରଣ ସଂଖ୍ୟା ତାର ନାହିଁ ।ହୀରା ନୀଳା ବଇଦୁର୍ଯ୍ୟ ମାଣିକ୍ୟ ମୁକୁତାଉଦ୍ଦଣ୍ଡ ଧବଳଛତ୍ର ଲକ୍ଷେ ପାଟଛତା ।ଦାସ ଦାସୀ ମୁଦୁସୁଲୀ ରଥ ଅଶ୍ୱ ଗଜସହସ୍ର ସହସ୍ର ସଂଖ୍ୟା ଦେଲେ ମହାରାଜ ।ସୁନା ରୂପା ପାତ୍ରଆଦି ଯଉତୁକ ଯେତେକେ କହିବ ତାହା ସଂଖ୍ୟାକରି ଏତେ ଏତେ ।କହିଲେ ନ ସରେ ଲକ୍ଷ୍ମୀ ନାରାୟଣ ବିଭାଦେବଗଣ ବସିକରି ମଣ୍ଡିଛନ୍ତି ସଭା ।ତିନିବାର ସତ୍ୟକରି ଭୀଷ୍ମକ ରାଜନକୁଳଗୋତ୍ର ଉଚ୍ଚାରିଣ ଦେଲେ କନ୍ୟାଦାନ ।ଧନ୍ୟ ସେ ଭୀଷ୍ମକ ରାଜା କେତେ ପୁଣ୍ୟ କଲେବିଷ୍ଣଙ୍କ ଜାମାତା ପାଇ କନ୍ୟାଦାନ ଦେଲେ ।ଶଙ୍କରଙ୍କୁ ଆଦି ଯେତେ ଦେବେ ଥିଲେ ତହିଁଯେ ଯାହାରେ ଯଉତୁକ ଦେଲେ ପ୍ରୀତହୋଇ ।ଶଙ୍ଖେ ତୀର୍ଥୋଦକ ଭରି ଦେବତା ସକଳଲକ୍ଷ୍ମୀ ନାରାୟଣ କରେ ଢାଳନ୍ତି ସେ ଜଳ ।ଧନ୍ୟ ଧନ୍ୟ ଯେତେପ୍ରାଣୀ ଦେଖିଲେ ସେ ବିଭାପୂର୍ବରେ ସେ କେତେ ତପ କରିଥିଲେ ଅବା ।ଈଶ୍ୱରଙ୍କୁ ସେବା ପୂଜା କରିଥିଲେ କେତେକି ଅବା ସେ ଝାସ ଦେଇଥିଲେ ମହାତୀର୍ଥେ ।ଲକ୍ଷ୍ମୀ ନାରାୟଣ ବିଭା ତ୍ରୈଲୋକ୍ୟ ଦୁର୍ଲ୍ଲଭତେଣୁ ସେ ଦେଖିଲେ ନେତ୍ରେ ଏଡ଼େକ ସୁଲଭ ।ଋଷିପତ୍ନୀ ଦେବସ୍ତିରୀ ଇନ୍ଦାଣୀ ସର୍ବାଣୀସାବିତ୍ରୀ ସହିତେ ଅର୍ଘ୍ୟ ବନ୍ଦାଇଲେ ଆଣି ।ସାତବଂଶ ଯାଦବଙ୍କ କୁଳବଧୂ ଯେତେରାଣୀ ଇନ୍ଦୁମତୀ ମାତା ଦେବକୀ ସହିତେ ।ଅର୍ଘ୍ୟ ବନ୍ଦାଇଲେ ସର୍ବେ ବେଦୀପରେ ମିଳିସୁଲକ୍ଷଣୀ ନାରୀମାନେ ଦ୍ୟନ୍ତି ହୁଳହୁଳି ।ଅପସରୀ ବିଦ୍ୟାଧରୀ କଲେ ପୁଷ୍ପବୃଷ୍ଟିଆନନ୍ଦରେ ପରିପୂର୍ଣ୍ଣ ହେଲା ନବସୃଷ୍ଟି ।ବାଜଇ ଦୁନ୍ଦୁଭିବାଦ୍ୟ ସପ୍ତସ୍ୱର ବୀଣାମୁରୁଜ କଂସାଳଧ୍ୱନି ଏକୁଁ ଏକ ଜିଣା ।ନାଚିଲେ ଅପ୍ସରାଗଣ ଟେକି ତାନ ମାନଗନ୍ଧର୍ବେ ଲଳିତସ୍ୱରେ କରନ୍ତି ଗାୟନ ।ବୃହତ୍ସାମ ଉଚ୍ଚାରିଣ ନାରଦ ମହର୍ଷିବୀଣାବାଦ୍ୟ ବଜାଇଲେ ନୃତ୍ୟରଙ୍ଗେ ପଶି ।ଅଠାଶୀ ସହସ୍ର ଋଷି କଲେ ବେଦଧ୍ୱନିଆନନ ରସରେ ପୁରି ଉଠିଲା ମେଦିନୀ ।ହସ୍ତଗ୍ରନ୍ଥି ଫିଟାଇଲେ ବ୍ରହ୍ମା ମନ୍ତ୍ର ପଢ଼ିଉଠିଲେ ଭୀଷ୍ମକ ରାଜା ଆସନକୁ ଛାଡ଼ି ।ବେଦୀପରେ ଉଭା ହୋଇ ଶିରେ ଯୋଡ଼ି କରବୋଇଲେ ଏଠାରେ ଅଛ ସକଳ ଅମର ।ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ଦେବ ବ୍ରହ୍ମଋଷିସମସ୍ତେ ବିଜୟ ଏଥେ କରିଅଛ ଆସି ।ମୁଁ ଯାହା କରୁଛି ସର୍ବେ ଦୟାକରି ଶୁଣକନ୍ୟାଦେଇ କୃଷ୍ଣପାଦେ ପଶିଲି ଶରଣ ।ସଂସାର କରତା ଏହି ନାରାୟଣ ସ୍ୱାମୀସବୁରି ମନ ଜାଣନ୍ତି ପ୍ରଭୁ ଅନ୍ତର୍ଯ୍ୟାମୀ ।ଶୁଭାଶୁଭ କର୍ମକରି ପାରନ୍ତି ସେ ଆନଚରାଚର ସୃଷ୍ଟି ଏହି ପ୍ରଭୁଙ୍କ ଅଧୀନ ।ପୃଥିବୀର ଭାରାଭର ନିବାରିବା ଅର୍ଥେଦ୍ୱାପରେ ମାନବରୂପ ଧରିଛନ୍ତି ଏଥେ ।ଯାହାଙ୍କୁ ଯୋଗୀଏ ବସି କରୁଥାନ୍ତି ଧ୍ୟାନସେ ପ୍ରଭୁ ଶ୍ରୀକରେ ମୁହିଁ କଲି କନ୍ୟାଦାନ ।ଅନେକ ଜନ୍ମର ତପ ହେଲା ମୋର ସିଦ୍ଧିମନ ଜାଣି ମୋତେ ଦୟା କଲେ କୃପାନିଧି ।ରୁକ୍ମିଣୀ ହେତୁ ଉଦ୍ଧାର ହେଲା ମୋର ବଂଶଯେତେ ପାପ ଥିଲା ମୋର ସବୁ ହେଲା ଧ୍ୱଂସ ।ମୁଁ ଛାର ମାନବୀ ଦେହୀ ମର୍ତ୍ତ୍ୟପୁର ରାଜାମୂର୍ତ୍ତିମନ୍ତ ବିଷ୍ଣୁଙ୍କର ପାଦ କଲି ପୂଜା ।ଯା ଧୋଇ ନ ପାରି ବ୍ରହ୍ମା ଲଭିଥିଲେ ଖେଦଏବେ ମୁହିଁ ସ୍ୱହସ୍ତରେ ଧୋଇଲି ସେ ପାଦ ।ଯେବଣ ପାଦରୁ ଗଙ୍ଗା ହୋଇଲେ ଉଦ୍ଭବଯେଉଁ ପାଦୋଦକ ଶିରେ ବହିଛନ୍ତି ଶିବ ।ଯେଉଁ ପାଦରଜ ଲାଗି ଅହଲ୍ୟା ମୁକତିଯେଉଁ ପାଦ ଅଶ୍ରେକରି ବଳୀ ହନୁମନ୍ତ ।ଯେଉଁ ପାଦେ ଚାପିଛନ୍ତି ବଳିକୁ ପାତାଳେଦେବଗଣ ଖଟିଛନ୍ତି ଯେଉଁ ପାଦତଳେ ।କନ୍ୟାଦେଇ ସେ ପାଦକୁ ପୂଜା କଲି ମୁହିଁକେତେ ପୁଣ୍ୟ କରିଥିଲେ ଏ ଭାଗ୍ୟ ମିଳଇ ।ବ୍ରହ୍ମା ଇନ୍ଦ୍ର ରୁଦ୍ର ବସି କରିଛନ୍ତି ସଭାଏଥିରୁ ଅଧିକ ପୁଣ୍ୟ କେ ପାଇବ ଅବା ।ସୁଦୟା କରନ୍ତୁ ମୋତେ ପ୍ରଭୁ ନାରାୟଣଆବର ସନ୍ତୋଷ ହୁଅ ସର୍ବ ଦେବଗଣ ।ଏମନ୍ତ କହିଣ ନୃପ କନ୍ୟାକର ଧରିକୃଷ୍ଣ କରେ ସମର୍ପିଲେ ମଙ୍ଗଳ ସୁମରି ।ବ୍ରହ୍ମା ଶବଆଦି ଦେବେ କଲେ ଜୟଧ୍ୱନିଆନନ୍ଦ ହୋଇଲେ ଦେଖି ସୁର ସିଦ୍ଧ ମୁନି ।ଭୀଷ୍ମକ ମୁଖକୁ ଚାହିଁ ବୋଲନ୍ତି ଶ୍ରୀହରିପ୍ରତ୍ୟକ୍ଷ ଲକ୍ଷ୍ମୀଙ୍କୁ ତୁମ୍ଭେ ଅଛ ଜନ୍ମ କରି ।ମାନବ ହୋଇ ତୁମ୍ଭେ ଦିଗପାଳ ସମଆବର ସକଳ ଗୁଣ ଅଟେ ଅନୁପମ ।ଆମ୍ଭଙ୍କୁ ପାଇଲ ତୁମ୍ଭେ ପୂର୍ବ ତପବଳେଦେହାନ୍ତେ ବସିବ ଯାଇ ବଇକୁଣ୍ଠ ଆଳେ ।ଏତେ କହି ଆସନରୁ ଉଠି ଜଗନ୍ନାଥଭୀଷ୍ମକ ନୃପତି ପାଦେ କଲେ ପ୍ରଣିପାତ ।ଲେଉଟି ଭୀଷ୍ମକ ତାଙ୍କୁ କଲେ ନମସ୍କାରଅନନ୍ତ ଦୁହିତାପତି ବୋଲନ୍ତି ସଂସାର ।ଭୀଷ୍ମକ ବୋଇଲେ ପ୍ରଭୁ କହିବି ମୁଁ କିସସନାତନରୂପୀ ତୁମ୍ଭେ ଜଗତ ନିବାସ ।ମୁଁ ଛାର ମାନବ ଅବା କହିବଇଁ କେତେଏତିକି ସୁଦୟା ପ୍ରଭୁ ରଖିଥିବ ଚିତ୍ତେ ।କେତେ ଯତ୍ନେ ରୁକ୍ମିଣୀକି ପାଳିଥିଲି ମୁହିଁଲକ୍ଷେ ରାଜା ଅଣାଇଲି ପୂର୍ବେ ତାର ପାଇଁ ।ସ୍ୱୟମ୍ବର କରୁଥିଲି ଲୋକାଚାର ମତେକୃଷ୍ଣ ବିନୁ ଆନେ ଦେବା ନ ଥିଲା ମୋ ଚିତ୍ତେ ।ଏତେ ଦିନେ ସୁପ୍ରସନ୍ନ ହେଲେ ଜଗନ୍ନାଥସନ୍ତାପ ଛାଡ଼ିଲି ପୂର୍ଣ୍ଣ ହେଲା ମନୋରଥ ।ମୋ ପୁତ୍ର କୁଳକଳଙ୍କ ନ ଜାଣଇ ଏହାକା କଥା ନ ମାନି କରେ ତାର ମନ ଯାହା ।ନିର୍ବାଣ ମୁକତି ଛାଡ଼ି ଆପେ ଆଶ୍ରେକରିଜଗତନାଥଙ୍କ ସଙ୍ଗେ ହୋଇଲା ବଇରୀ ।ତା ପାଇଁ ମୁଁ ମାଗୁଅଛି ବିନୟ ହୋଇଣରୁକ୍ମଣର ଦୋଷ କ୍ଷମା କରିବେ ଆପଣ ।ଏହା ଶୁଣି ଜଗନ୍ନାଥ ହୋଇ ଦର୍ହସିତଭୀଷ୍ମକ ରାଜାକୁ ଉଠି କଲେ କୋଳାଗ୍ରତ ।ବଳଦେବ ବସୁଦେବ ରାଜା ଉଗ୍ରସେନବନ୍ଧୁପଣେ ଭୀଷ୍ମକଙ୍କୁ କଲେ ସନମାନ ।ଶୁଣ ପରୀକ୍ଷ କହନ୍ତି ଶୁକ ମହାମୁନିଅତିଭାଗ୍ୟେ ଭାଗବତ ପୁରାଣର ଧ୍ୱନି ।ସରିଲା ବିବାହ ବିଧ୍ୱ ବେଦୀପରେ ବସିଅର୍ଜ୍ଜୁନକୁ କୋଳକଲେ ଧରି ହୃଷୀକେଶୀ ।କୋଳରେ ବସାଇ ମୁଖେ ଦିଅନ୍ତି ଚୁମ୍ବନଶରୀର ଆଉଁଷି ପୁଣି କଲେ ଆଲିଙ୍ଗନ ।ଦକ୍ଷିଣେ ରୁକ୍ମିଣୀ ଦେବୀ ଛନ୍ତି ବିଜେ କରିବାମଭାଗେ ଅରଜୁନ ମଧ୍ୟରେ ଶ୍ରୀହରି ।ଦୁର୍ଯ୍ୟୋଧନ ରାଜା ସେହିଠାରେ ବସିଥିଲାଅପମାନ ପାଇ ଭୀଷ୍ମ ଦ୍ରୋଣଙ୍କୁ ଚାହିଁଲା ।କର୍ଣ୍ଣ ଅଶ୍ୱଥିାମା ଭୂରିଶ୍ରବା ଦୁଃଶାସନବିଚାରନ୍ତି ଆମ୍ଭଙ୍କୁ ଏ ଦେଲା ଅପମାନ ।ଯେ ଯାହା ମନରେ ସର୍ବେ କରନ୍ତି ବିଚାରଚିତ୍ତେ ଆମ୍ଭଠାରେ ହିଂସା କଲେ ଚକ୍ରଧର ।କିଞ୍ଚିତ କୋପରେ ନାଶଗଲା ବୀରକଂସଆବର କି ରକ୍ଷା ହେବେ କଉରବ ବଂଶ ।ଏମନ୍ତ ବିଚାରି ଯହୁଁ ସର୍ବେ କଲେ ଭୟଶକୁନି ବୋଇଲା ଅଛି ଏଥକୁ ଉପାୟ ।କୃଷ୍ଣଠାରୁ ବଳରାମ ବଳିଷ୍ଠ ଅଟନ୍ତିତାଙ୍କୁ ଆଶ୍ରେକଲେ ଆମ୍ଭେ ନ ପାଇବା ଭୀତି ।ବେଭାରେ ବିମାତା ପୁତ୍ର ପ୍ରଭୁ ସଙ୍କର୍ଷଣତେଣୁ କୃଷ୍ଣ କଥାରେ ସେ ନ ଭୁଲିବେ ଜାଣ ।ଶକୁନିର ଏ ବଚନ ଶୁଣି କୁରୁନାଥବୋଇଲେ ଏ ମିଥ୍ୟା ନୁହେଁ ଅଟଇ ଯଥାର୍ଥ ।ଆମ୍ଭେ ଯେବେ ବଳରାମ ଆଶ୍ରୟରେ ଥିବାସହସ୍ରେ ପାଣ୍ଡବ ହେଲେ କିପାଇଁ ଡରିବା ।ସେ ମୋହର ବିଦ୍ୟାଗୁରୁ ଅଟନ୍ତି ଯୁକତେମୋ ପାଇଁ ସେ ପାଣ୍ଡବଙ୍କୁ ଛାଡ଼ିବେ କିଞ୍ଚିତେ ।ନାନା ନଟ କୂଟ କୃଷ୍ଣ କରନ୍ତି ଭିଆଣସମସ୍ତେ ତ ଜାଣିଅଛ ତାହାଙ୍କର ଗୁଣ ।ପାଣ୍ଡବେ ଜାରଜାତକା ଜାତି କୁଳ ନାହିଁମୋତେ ଛାଡ଼ି ତାଙ୍କୁ ଆବୋରନ୍ତି କିସ ପାଇଁ ।ଏମନ୍ତ ବିଚାର କରେ ରାଜା ଦୁର୍ଯ୍ୟୋଧନଅନ୍ତର୍ଯ୍ୟାମୀ ନାରାୟଣ ଜାଣି ତାର ମନ ।ବିଚାରିଲେ ଦୁର୍ଯ୍ୟୋଧନ କଲାଣି କପଟଏଥର ଭାରତ ଯୁଦ୍ଧ ହୋଇଲା ନିକଟ ।ଶୁଣ ହେ ପରୀକ୍ଷରାଜା ଏଥୁ ଅନନ୍ତରେବିଭା ଶେଷହେଲା ଦେବେ ଗଲେ ଯେଝାପୁରେ ।ଦୁର୍ଯ୍ୟୋଧନ ଆଦି ଯେତେ ନରପତିଗଣଯେ ଯାହା ରାଜ୍ୟକୁ ଗଲେ ଲଗାଇ ଗହଣ ।ତିନିଭାଇ ସଙ୍ଗେ ଘେନି ଯୁଧିଷ୍ଠିର ଗଲେଅର୍ଜ୍ଜୁନ କୃଷ୍ଣଙ୍କ ସଙ୍ଗେ ଦ୍ୱାରକା ରହିଲେ ।ବର କନ୍ୟା ବନ୍ଦାଇଲେ ଅନ୍ତଃପୁର ନାରୀଚନ୍ଦ୍ରଶାଳାପୁରେ ବିଜେ ରୁକ୍ମିଣୀ ଶ୍ରୀହରି ।ସେ ଦୁହିଁଙ୍କ ପାଦପଦ୍ମେ ନିବେଶି ମାନସକହଇ ଅଚ୍ୟୁତାନନ୍ଦ ଗୀତ ହରିବଂଶ ।