ହରିବଂଶ (ଷଷ୍ଠ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୩୩ / ୩୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଷୋଳସହସ୍ର ନାୟିକା ସହିତ ଶ୍ରୀକୃଷ୍ଣଙ୍କର ଜଳକେଳି
ଏଥୁ ଅନନ୍ତରେ ପରୀକ୍ଷ ନାମେ ମହାରାୟଶୁକମୁନିଙ୍କ ଚରଣେ କଲେକ ବିନୟ ।ଭୋ ମୁନି ବ୍ରାହ୍ମଣ ପୁତ୍ରଦାନ ମୁଁ ଶୁଣିଲିଶ୍ରୀଭାଗବତ ଶୁଣିଣ ପାପଧ୍ୱଂସ କଲି ।ତଦନ୍ତେ ଶ୍ରୀକୃଷ୍ଣ ପୁଣି କଲେ କେଉଁ କୃତ୍ୟଏହାମୋତେ ସଂକ୍ଷେପିଣ କହ ବ୍ୟାସସୁତ ।ରାଜାଙ୍କ ନିର୍ମଳ ଚିତ୍ତ ଦେଖି ଦୃଢ଼ଭକ୍ତିପୁରାଣ ପୁସ୍ତକ ଫେଇ କହି ଶୁକଯତି ।ଶ୍ରୀଶୁକମୁନି ବୋଇଲେ ଶୁଣ ପରୀକ୍ଷିତଏଥୁ ଅନନ୍ତରେ ପୁଣି ହେଲା ଯେଉଁ କୃତ୍ୟ ।ଦ୍ୱାରକାରେ କୃଷ୍ଣ ଜଳକ୍ରୀଡ଼ା ଭିଆଇଲେନରନାରୀମାନଙ୍କର ଚିତ୍ତ ସେ ମୋହିଲେ ।ସର୍ବେମିଳି ଜଳକେଳି କଲେ କଉତୁକେଜଳ ଫିଙ୍ଗାଫିଙ୍ଗି ହ୍ୱନ୍ତି ଏକକୁ ଆରେକେ ।ଷୋଳ ସହସ୍ର ଅଟନ୍ତି ଶ୍ରୀକୃଷ୍ଣ ଯୁବତୀତହିଁ ଅଷ୍ଟପାଟବଂଶୀ ପ୍ରଧାନ ଅଟନ୍ତି ।ଏମାନଙ୍କୁ ଘେନିଣ ସେ ଜଲରେ କ୍ରୀଡ଼ନ୍ତିନାନାଦି ବିନୋବେ ଦିନମାନ ସେ ହରନ୍ତି ।ଜଗତ ପ୍ରଭୁ ଅଟନ୍ତି ଦେବ ଭଗବାନଖେଳରେ ତାଙ୍କର ମନ ହୋଇ ବର୍ଦ୍ଧମାନ ।ପୁତ୍ର କନ୍ୟା ତାହାଙ୍କର ହୋଇଲା ବହୁତବନ୍ଧୁ ବାନ୍ଧବ ତାଙ୍କର ଅଟେ ଅପ୍ରମିତ ।ଅପାରୁଁ ଅପାର ପ୍ରଭୁ କଲେ ଗୃହାଶ୍ରମସେହି ପ୍ରଭୁ ଅଟନ୍ତି ତ ସର୍ବ ପୁଣ୍ୟଧାମ ।ସର୍ବଦାହିଁ ସେ ଅଚ୍ୟୁତ କେବେ ଚ୍ୟୁତ ନୋହିସକଳ ସ୍ତିରୀଙ୍କୁ ସେହୁ ଥାନ୍ତି ସୁଖେ ମୋହି ।ତାହାଙ୍କୁ ଭକତି ଭାବେ ଯେ ନର ସେବଇସଂସାରରେ ସେହୁ ଜନ୍ମ ମୃତ୍ୟୁ ନ ଲଭଇ ।ଶୁକ ବୋଇଲେ ହେ ଶୁଣ ପରୀକ୍ଷିତ ରାୟେଏକଲୟ କର ତୁମ୍ଭେ ପ୍ରଭୁଙ୍କର ପାୟେ ।ଗୁଣାନୁବାଦ କରନ୍ତି ସର୍ବ ମୁନିଜନଶ୍ରୀକୃଷ୍ଣ ପଦାରବିନ୍ଦ କରନ୍ତି ଭଜନ ।ଏହି ଭବ ସମୁଦ୍ରରୁ ନିଶ୍ଚିନ୍ତେ ତରନ୍ତିନିଃସନ୍ଦେହେ ଯେଉଁ ପ୍ରାଣୀ କୃଷ୍ଣଙ୍କୁ ଭଜନ୍ତି ।ଯେବେ ତରିବାକୁ ଇଚ୍ଛା ଭବଭୟ ବନ୍ଧଏକଲୟ କରି କୃଷ୍ଣପାଦେ ଚିତ୍ତ ଛନ୍ଦ ।ଏ ଭବସମୁଦ୍ରେ ଆନ ଉପାୟ ତ ନାହିଁଏଥିରୁ ଶ୍ରୀକୃଷ୍ଣ ନିଶ୍ଚେଁ କରିବେଟି ତ୍ରାହି ।ଦଶମସ୍କନ୍ଦରେ ଉକ୍ତ ଯେବଣ ଚରିତଆଦ୍ୟ ପ୍ରାନ୍ତ ମଧ୍ୟ ତୁମ୍ଭେ ଶୁଣ ପରୀକ୍ଷିତ ।ଯେହୁ ଏହା ଏକଚିତ୍ତେ ପଢ଼ଇ ଶୁଣଇବିଷ୍ଣଙ୍କର ପ୍ରୀତିଅର୍ଥେ ଶ୍ରଦ୍ଧା ଯୁକ୍ତ ହୋଇ ।ବଇକୁଣ୍ଠ ଭୁବନରେ ବସଇ ସେ ଜନଯେ ଜନ ତାହାକୁ ନିତ୍ୟେ କରୁଥାଇ ଧ୍ୟାନ ।ସଂକଳ୍ପ କରିଣ ଯେହୁ ପୂର୍ଣ୍ଣକରି ଶୁଣିବାଞ୍ଛା ସିଦ୍ଧ ତାହାର ଟି ହୁଏ ନୃପମଣି ।ଅପୁତ୍ରୀ ପୁତ୍ରଲାଭ ଯେ ଅନ୍ଧ ଚକ୍ଷୁଦାନଚତୁବର୍ଗ ଫଳପ୍ରାପ୍ତି ହୁଅଇ ସେ ଜନ ।ସଂସାର ଜନଙ୍କ ହିତେ କଲଇଁ ପ୍ରକାଶଅଚ୍ୟୁତକୁ ଉଦ୍ଧରିବେ ଦେବ ପୀତବାସ ।ସନ୍ଥଜନମାନଙ୍କର ପାଦତଳେ ପଡ଼ିପ୍ରଣିପାତ କରଇ ମୁଁ କରପତ୍ର ଯୋଡ଼ି ।ମୁର୍ଖ ଅପଣ୍ଡିତ ମୁହିଁ ନ ଜାଣଇ କିଛିଗୋପୀନାଥଙ୍କ ପ୍ରସାଦେ ମୁଁ ଏହା କହୁଛି ।କୃଷ୍ଣ ପାଟବଂଶୀ ବିଭା ହୋଇଲା ସଂପୂର୍ଣ୍ଣକୃଷ୍ଣ ପାଦତଳେ ଥାଉ ଅଚ୍ୟୁତର ମନ ।ଯାର ମାୟା ଅଟେ ଦେବ ଦୈତ୍ୟେ ଅଗୋଚରସେ ପ୍ରଭୁ ହୋଇଲେ ଆସି ମର୍ତ୍ତ୍ୟେ ଅବତାର ।ଦୁଷ୍ଟ ଦୈତ୍ୟ ବଧକରି ସାଧୁଜନ ହିତେନାନା ଅଦଭୁତ କର୍ମ କଲେ ସେ ଜଗତେ ।ସେ ଦିବ୍ୟ ଚରିତ ଯେହୁ ଶ୍ରବଣେ ଶୁଣଇସଂସାର ବନ୍ଧନୁ ତରି ବୈକୁଣ୍ଠେ ବସଇ ।ସବୁଛାଡ଼ି ସାଧୁଜନେ ଘୋଷ କୃଷ୍ଣନାମଶ୍ରୀହରି କୃପାରୁ ଅନ୍ତେ ଯିବ ମୋକ୍ଷଧାମ ।ହରିବଂଶ ଷଷ୍ଠଖଣ୍ଡ ଶେଷ ହେଲା ଏଥେକୃଷ୍ଣଙ୍କୁ ଭେଟିବେ ଜନେ ଚଳ ଏହିପଥେ ।