ହରିବଂଶ (ଷଷ୍ଠ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୭ / ୩୩
ସମ୍ପୂର୍ଣ୍ଣ ସୂଚୀପତ୍ର
ରେବତୀ ବିଭା
ଏଥୁ ଅନ୍ତରେ ପରୀକ୍ଷ ନାମେ ନୃପମଣିଶୁକମୁନିଙ୍କ ପଚାରେ କୋମଳରେ ବାଣୀ ।ହରିବଂଶ ପୁରାଣ ଏ ଅତି ପୁଣ୍ୟମୟେପାପାଥି ମହାପାତକ ଶୁଣି ଯିବ କ୍ଷୟେ ।ରୁକ୍ମିଣୀ ବିଭା ଶୁଣିଲି ଆହେ ତପଚାରିରେବତୀର ବିଭା ମୋତେ କହିବା ବିଚାରି ।ସେ କଥା ଶୁଣିବା ପାଇଁ ବଳେ ମୋର ଶ୍ରଦ୍ଧାଖଣ୍ଡିବି ଦୁଷ୍କୃତମାନ ଅଙ୍ଗୁ ଯିବ ବାଧା ।ଦ୍ୱାପରେ ମହାଭାରତ କରିବାର ପାଇଁହରିହର ଜାତହେଲେ ରାମ କୃଷ୍ଣ ହୋଇ ।ଲକ୍ଷ୍ମୀ ପାର୍ବତୀ ବେନି ଯେ ୟାଙ୍କ ପ୍ରିୟବତୀଦ୍ୱାପରେ ରୂପ ହୋଇଲେ ରୁକ୍ମଣୀ ରେବତୀ ।ରୁକ୍ମିଣୀ ଦେବୀ ପ୍ରତ୍ୟକ୍ଷେ ଅଟଇ ଚଞ୍ଚଳାରେବତୀ ଦେବୀ ପ୍ରତ୍ୟକ୍ଷେ ଅଟଇ ହିଙ୍ଗୁଳା ।ଆଦ୍ୟହୁଁ ବିଧାତା ଅଛି ନିରିମାଣ କରିଏତେ ବୋଲି ପ୍ରଣିପାତ ହେଲେ ଦଣ୍ଡଧାରୀ ।ରାଜାର ଅତି ନିର୍ମଳ ଜାଣିପାରି ଚିତ୍ତପୁରାଣପୁସ୍ତକ ଫେଡି ବିଜ୍ଞ ତପୋବନ୍ତ ।ବୋଇଲେକ ଶୁଣ ତୁମ୍ଭେ ଶୁଭଦ୍ରାର ନାତିଅତିଭାଗ୍ୟେ ଭାଗବତ ପୁରାଣର କୀର୍ତ୍ତି ।ରାମାୟଣ ଗ୍ରନ୍ଥ ଆଦ୍ୟକାଣ୍ଡର ଚରିତବଶିଷ୍ଠ ମୁଖରୁ ଯାହା ଶୁଣିଛୁ ଉଦନ୍ତ ।ଆଦିବଂଶେ ଜନମିଲେ ଦେବ ନାରାୟଣଆପଣା ଅଙ୍ଗକୁ ଆପେ କରିଲେ ନିର୍ମାଣ ।ଗାୟତ୍ରୀ ନାମରେ ତହୁଁ କନ୍ୟା ହେଲା ଜାତଆପଣା ଅଙ୍ଗରୁ ସ୍ୱାମୀ କରିଲେ ସମ୍ଭୂତ ।କାଳ ନାମେ ନିଦ୍ରାକୁ ସେ କଲେ ଉତପତ୍ତିବେଦମାତା କପିଳା ଯେ ତହିଁତୁ ସମ୍ଭୂତି ।କପିଳାର ତହୁଁ ଜାତ ହୋଇଲେ ନନ୍ଦିନୀଦିନୁ ଦିନୁ ସ୍ନେହ ତାଙ୍କୁ କରନ୍ତି ଜନନୀ ।ଈଶ୍ୱରଙ୍କର ବୃଷଭ କପିଳାସେ ଥିଲାତରିଯିବା ବେଳେ ନେତ୍ରେ ନନ୍ଦିନୀ ଦେଖିଲେ ।ଉଭୟଙ୍କ ଅନୁମତେ ଏକସଙ୍ଗ ହେଲେଗୋକର୍ଣ୍ଣ ମହର୍ଷି ତାଙ୍କଠାରୁ ଜନମିଲେ ।ପ୍ରଚେତା ମୁନିଙ୍କ କନ୍ୟା ନାମେ ହୈମବତୀତାହାକୁ ବିବାହ ହେଲେ ସେ ଗୋକର୍ଣ୍ଣ ଯତି ।ବୈଦେୟ ନାମରେ ଋଷି ହେଲେ ତହୁଁ ଜାତମନ୍ତ୍ରବଳେ ସାଧିଲେ ସେ ପୃଥ୍ୱୀ ନବସାତ ।ବଡ଼ ବିଚକ୍ଷଣ ସେହୁ ଅଟେ ମହାଯତିଭୂତ ଭବିଷ୍ୟତ ବାର୍ତ୍ତା ଭଲେ ସେ ଜାଣନ୍ତି ।ମୈଥିଳ ନାମରେ ଜାଣ ତାଙ୍କର ନନ୍ଦନନବଖଣ୍ଡ ମେଦିନୀରେ ଅଧିକାର ପୁଣ ।ସୂର୍ଯ୍ୟବଂଶେ ଜାତ ସୋମବଂଶ ନରପତିନବଦ୍ୱୀପ ଦାନ ଦେଲା ହୋଇ ତୋଷମତି ।ରଥ ଗଜ ଅଶ୍ୱ ଧନ ଭଣ୍ଡାର ସହିତେଦଣ୍ଡ ସିଂହାସନ ଛତ୍ର ରାଜବିଧି ଯେତେ ।ସମସ୍ତ ପୃଥିବୀ ଦାନ ଘେନି ମୁନିବରଇନ୍ଦ୍ର ପରାୟେ ସମ୍ପଦ ପାଇ ଅଗୋଚର ।ମିଥିଳା କଟକ ସେହୁ ଆପଣେ ଭିଆଇସମୟେ ନୃପତି ହେଲା ଛତ୍ରାଦି ଧରାଇ ।ମିଥିଳାର ପାଟବଂଶୀ ସ୍ତିରୀ ମାୟାବତୀତାହାଙ୍କ ଗର୍ଭୁ ଜନ୍ମିଲେ ଖାଣ୍ଡିକ ସୁମତି ।ସେହି ମିଥିଳା ନଗରେ ହେଲେ ମହାରାଜାସାଧନ୍ତି ଅଷ୍ଟାଙ୍ଗ ଯୋଗ ପାଳି ଜନ ପ୍ରଜା ।ଅଚଳାଚଳ ସମ୍ପଦ ହୋଇଲା ତାହାରିଚତୁର୍ଦ୍ଦଶ ଲୋକେ ତାଙ୍କୁ ନାହିଁ ସମସରି ।ଧର୍ମବନ୍ତ ତପୋବନ୍ତ ଗୁଣବନ୍ତ ବଳୀବ୍ରହ୍ମଲୋକ ପରିଯନ୍ତେ ମହିମା ଉଗୁଳି ।ଅଙ୍ଗୁଳି ନାମରେ ଭାର୍ଯ୍ୟା ଅଟେ ତାହାଙ୍କରଜନକ ରୈବତ ନାମେ ପୁତ୍ର ସେ ତାଙ୍କର ।ଜନକ ପ୍ରତ୍ୟକ୍ଷେ ଜାଣ ଅଟନ୍ତି ଅନାଦିରେବତ ପୁତ୍ର ସାକ୍ଷାତେ ଅଟେ ଜମ୍ଭଭେଦୀ ।ଖଣ୍ଡିକ ଋଷି ସମୟେ ଦେହ ତ୍ୟାଗ କଲେପୁତ୍ରକୁ ରାଜ୍ୟ ଦେଇଣ ସ୍ୱର୍ଗକୁ ସେ ଗଲେ ।ନବଦ୍ୱୀପ ମେଦିନୀକୁ ବାଣ୍ଟି ଦୁଇଭାଗେଦୁଇପୁତ୍ରେ ରାଜା କଲେ ଅତ୍ୟନ୍ତ ସରାଗେ ।ଜନକ ନାମେ ମହର୍ଷି ଅଟେ ଜ୍ୟେଷ୍ଠପୁତ୍ରମିଥିଳା କଟକେ ତାକୁ ଧରାଇଲେ ଛତ୍ର ।ବଡ଼ାଇ ବିଚକ୍ଷଣ ତା ଗରିଷ୍ଠ ମହିମାମେରୁର ନିକଟେ ଜାଣ ଏହାଙ୍କର ସୀମା ।ଅଷ୍ଟ ଅଇଶ୍ୱର୍ଯ୍ୟଭୋଗୀ ମହାଯୋଗଜ୍ଞାତାଅଷ୍ଟବିଧି ନାଟକର ଅଟେ ସେହୁ ବେତ୍ତା ।ଅକ୍ଷୟ ଅଜରାମର ଅଟେ ତା ଶରୀରକୋଟି କୋଟି କାମ ତାକୁ ନୁହେ ପଟାନ୍ତର ।ଲକ୍ଷେ ପଞ୍ଚାଣୋଇସସ୍ର ଜନକରସୁତସମସ୍ତେ ଧନବନ୍ତ ଯେ ମହାଶୂରବନ୍ତ ।କୋଟିଏ ଲକ୍ଷ୍ମୀ ଖଟନ୍ତି ଯାହାଙ୍କର ବୋଲେଦିବସେ ଗଣିତା ୟାକୁ କୋଟିଇନ୍ଦ୍ର ଗଲେ ।କହନ୍ତେଣ ନ ସରଇ ଜନକର ଗୁଣକଳ୍ପକଳ୍ପାନ୍ତରେ ଯାର ନାହିଁଟି ମରଣ ।ମିଥିଳା ନାମେ କଟକେ ହେଲା ସେହି ରାଜାଅତି ଆନନ୍ଦେ ଖଟିଲେ ସର୍ବ ଜନ ପ୍ରଜା ।ସମୟେକ ଯାଗକଲେ ସେହି ଦଣ୍ଡଧାରୀତହୁଁ କନ୍ୟାଏ ଜନ୍ମିଲା ଅତି ସୁକୁମାରୀ ।ରୂପ ଦେଖିଣ ସମସ୍ତେ ସନ୍ତୋଷ ହୋଇଲେସୀତାବୋଲି ସେ କନ୍ୟାର ନାମ ଗୋଟି ଦେଲେ ।ଜନକର ପଞ୍ଚଭୂତ ଆତ୍ମା ସେ କୁମାରୀଅନେକ ଯତ୍ନେ ପାଳନ କଲେ ଦଣ୍ଡଧାରୀ ।ଅଠର ମନୁ ବୟସୀ ବାଳୁତ ଯେ ଜେମାପ୍ରତ୍ୟକ୍ଷରେ ମହାଲକ୍ଷ୍ମୀ ଅଟେ ସେହି ବାମା ।ସ୍ନେହରେ ଜନକ ତାକୁ ନ କରନ୍ତି ବିଭାଖେଳଇ ବାଳୁତ କନ୍ୟା ନୋହି ନବଯୁବା ।ଶୁକ ବୋଇଲେ ହେ ଶୁଣ ପରୀକ୍ଷିତ ରାୟେଭାଗବତ ପୁରାଣ ଏ ଅତି ପୁଣ୍ୟମୟେ ।କନିଷ୍ଠ ପୁତ୍ର ରେବତୀ ନାମେ ଦଣ୍ଡଧାରୀମେରୁ ପଶ୍ଚିମ ଭାଗର ହେଲେ ଅଧିକାରୀ ।ମାହେନ୍ଦ୍ରଗିରି ନିକଟେ ରୈବତ ପର୍ବତସେହିଠାରେ ମହାରାଜା ଧରେ ଦଣ୍ଡଛତ୍ର ।ପଶ୍ଚିମ ସମୁଦ୍ର ଜିଣି ଅଟେ ସେହୁ ଭୂମିଧଇଲେକ ଦଣ୍ଡଛତ୍ର ଅଭିଷେକ ଘେନି ।ଜନଙ୍କଠାରୁ ସେହି ଅଟଇ ସୁଦକ୍ଷଅକ୍ଷୟ ଅଜରାମର ପୁଣି ରଣଦକ୍ଷ ।ଧନବନ୍ତ ବଳବନ୍ତ ଧର୍ମଶୀଳ ସେହିକଳ୍ପାକଳ୍ପାନ୍ତରେ ପରଂଯୋଗୀ ରୂପଧ୍ୟାୟି ।ରାଜ୍ୟଭୋଗ କରଇ ସେ ହୋଇ ଜଗଜ୍ଜିତାଜନକ ଭାଇ ଯାହାର ଖାଣ୍ଡିକ ଯେ ପିତା ।କ୍ଷତ୍ରୀବୃତ୍ତେ ନିପୁଣ ସେ ଅଟେ ମହୀପାଳଏକା କେ ସାଧଇ ସେହୁ ସ୍ୱର୍ଗାଦି ପାତାଳ ।ଶୁକବତୀ ନାମେ ତାର ଭାରିଯା ଅଟଇସୁଲକ୍ଷଣୀ ନାରୀ ସେହୁ ତ୍ରିପୁର ମୋହଇ ।ସର୍ବଗୁଣେ ସୁଲକ୍ଷଣ ତାହାର କୁମରସମସ୍ତେ ଖଟିଥାଆନ୍ତି ନୃପତି ପାଶର ।ଯାଜନ ଯଜନ ଆଉ ଅଧ୍ୟାପନ ବିଧିଜଣେ ଜଣେ ପୁତ୍ରମାନେ କରି ସବୁ ବୁଦ୍ଧି ।ରଥ ଗଜ ଅଶ୍ୱ ପଦାତିକ ଅପ୍ରମାଣନିର୍ଘାତ ସଚିମୁନା ଯେ ଖଣ୍ଡା ବଜ୍ରବାଣ ।ରୈବତ ନରପତି ଯେ ଜନକ ପଛରେଯାଗ କରାଇଲେ ଗଙ୍ଗା ପଶ୍ଚିମ ପାଖରେ ।ଯାଗ ଦେଖିବାକୁ ରାଜା ବରେ ଋଷିଗଣସମସ୍ତେ ମୁନିମାନେ ଯେ କଲେ ଆଗମନ ।ଆଚାର୍ଯ୍ୟ ବରଣ ହେଲେ ଦକ୍ଷପ୍ରଜାପତିମହାମନ୍ତ୍ର ପାଠକରି ଦିଅନ୍ତି ଆହୁତି ।ତିଳତଣ୍ଡୁଳ ସମିଧ ଅନଳେ ପକାଇବ୍ରହ୍ମଲୋକ ପରିଯନ୍ତେ ତେଜ ବିକାଶଇ ।ସେ ଅଗ୍ନିରୁ କନ୍ୟା ଏକ ହୋଇଲା ସଂଜାତପ୍ରତ୍ୟକ୍ଷେ ହିଙ୍ଗୁଳା ସେହୁ ଜାଣ ଆଦିମାତ ।ସୁକୁମାରୀ ସୁଲକ୍ଷଣୀ ଭୁବନ ମୋହିନୀନାହିଁ ପଟାନ୍ତର ତାକୁ ସମଗ୍ର ମେଦିନୀ ।ରୈବତ ରାଜା ତାହାକୁ ସ୍ନେହରେ ପାଳିଲେରେବତୀ ବୋଲିଣ ତାର ନାମ ସେ ରଖିଲେ ।ବଡ଼ଇ ବିଚକ୍ଷଣା ସେ କନ୍ୟା ରୂପବତୀରିଗ୍ବିଜେ କରିଲେ ତାକୁ ସଙ୍ଗରେ ନିଅନ୍ତି ।ଭୋଜନ ଶୟନେ ରାଜା ଅତିସ୍ନେହ କରେପ୍ରାଣରୁ ଅଧିକ କରି ପାଳେ ଯତନରେ ।ଏସନ ପ୍ରକାରେ ବହୁଯୁଗ ବହିଯାଏରେବତୀକୁ ପାଳନ୍ତି ସେ ରଇବତ ରାୟେ ।ସମୟେକ ଦୁଇଭାଇ ହେଲେ ଭେଟାଭେଟିଦୁଇଙ୍କ କୋଳେ ଅଛନ୍ତି କନ୍ୟା ଦୁଇଗୋଟି ।ଦୁଇଭାଇ ବିଚାର ଯେ କରନ୍ତି ଏସନଦୁହିତାଙ୍କୁ କେଉଁ ଲୋକ କରିବା ପ୍ରଦାନ ।ଅନଳୁଁ ସମ୍ଭୁତ ଏ ଯେ ଲକ୍ଷ୍ମୀ ଉମା ଘେନିନାହିଁ ପଟାନ୍ତର ୟାଙ୍କୁ ସମଗ୍ର ମେଦିନୀ ।ଅନେକ କାଳ ହୋଇଲା ହେଲେ ଏ ଜନମସମାନ ବରେନ ମିଳେ ଏହାଙ୍କ କରମ ।ସ୍ତିରୀଏକ ହେଲେ ପୁଣି ପୁରୁଷେକ ଅଛିଜନମ ହୋଇଲେ ଜାଣ ମରଣ ଯେ ଗଚ୍ଛି ।ରାତ୍ରେକ ହୋଇଲେ ପୁଣି ଦିବସେକ ହୋଇପାପ ହୋଇଲେକ ପୁଣି ପୁଣ୍ୟେକ ଅଛଇ ।ଆଗହୁଁ ବିଧାତା ଏହା ନିର୍ମାଣ କରିଛିଅବଶ୍ୟ କନ୍ୟା କାହାକୁ ଦେବା ନେଇ ଯାଚି ।ଦେବେ ବାଳୁତ ଅଟନ୍ତି ଯୁବତୀ ନୁହନ୍ତିଯୁବତୀ ଦୁଷିତା ହେଲେ କୁଳ ନାଶଯାନ୍ତି ।ଝିଅ ଘିଅ ବେଭାର ତ ସମ୍ଭାଳି ନୁହଇନ ବିଚାରି କାର୍ଯ୍ୟ କଲେ ଆପେ ନାଶଯାଇ ।କେତେକାଳ ଦୁହିତାଙ୍କୁ ସମ୍ଭାଳିଣ ଥିବାସମକଛେ ବର ଖୋଜି ୟାଙ୍କୁ ବିଭା ଦେବା ।ଏସନ ବିଚାରି ଦୁହେଁ ଧାତାପାଶେ ଗଲେବିନୟେ କର ଯୋଡ଼ିଣ ଏମନ୍ତ ବୋଇଲେ ।ଭୋ ଦେବ ପିତା ତୁମ୍ଭେ ଏ ଜଗତ କରତାନିହନ୍ତା ବିହନ୍ତା ପୁଂସ ଅଟ ବିଶ୍ୱପିତା ।ପ୍ରାଣୀଙ୍କ ବେଦନା ତୁମ୍ଭେ ଆପେ ଜାଣ ଭଲେଅଘଟଣ ଘଟଣ ସେ ହୁଏ ତୁମ୍ଭ ବୋଲେ ।ଆମ୍ଭର ଏ କନ୍ୟା ଦୁଇ ସୀତୟା ରେବତୀଏହାଙ୍କ ସଦୃଶ ବର କେଉଁଠି ଅଛନ୍ତି ।ବ୍ରହ୍ମା ବୋଇଲେ ଜନକ ରୈବତକୁ ଚାହିଁକୁମ୍ଭ ଦୁହିତାର ଯୋଗ୍ୟବର ଭବେନାହିଁ ।ପ୍ରତ୍ୟକ୍ଷେ ଲକ୍ଷ୍ମୀ ପାର୍ବତୀ ଦେବୀ ଅବତାରଏହାଙ୍କ ଗର୍ଭରେ ଅଛି ବିଶ୍ୱ ଭାରାଭର ।ଅନାଦି ଦେବୀ ଏହି ଯେ ତ୍ରିଦଶର ମାତସାକ୍ଷାତରେ ଅନ୍ନପୂର୍ଣ୍ଣା ମୁକତିର ପଥ ।ତୁମ୍ଭେ ଦୁହେଁ ନିସ୍ତରିଲ ଦୁହିତାଙ୍କ ଯୋଗେଲେଉଟି ନିଜ ନବରେ ଯାଅ ଏବେ ବେଗେ ।ଆଉ ଏହାଙ୍କ ନିମନ୍ତେ ଆରତ ଯେ ନୁହଏ ତତ୍ତ୍ୱ ବାରତା ଆମ୍ଭଠାରୁ ଶୁଣି ଯାଅ ।ସ୍ୱାୟମ୍ଭୁବ ମନୁ ଏକସ୍ତରୀ ଗଣ୍ଡାଯିବତଦନ୍ତେ ସ୍ୱାରୋଚି ମନୁ ପ୍ରବେଶ ହୋଇବ ।ବୈବସ୍ୱତ ମନୁ ଏକସ୍ତରୀ ଗଣ୍ଡା ଅନ୍ତେନାରାୟଣ ଅବତାର ଏ ମଞ୍ଚ ଜଗତେ ।ବଇକୁଣ୍ଠ ପୁର ତେଜି ଦେବ ନାରାୟଣସୂର୍ଯ୍ୟବଂଶେ ଅବତାର ହୋଇବେକ ପୁଣ ।ଦଶରଥ ରାଜା ପୁତ୍ର ରାମଚନ୍ଦ୍ର ରୂପେଅଯୋଧ୍ୟାରେ ଜାତ ହେବେ ସେହୁ ଜମ୍ବୁଦ୍ୱୀପ ।ମୁନିମାନଙ୍କର ଯାଗ ରଖିବାର ପାଇଁବିଶ୍ୱାମିତ୍ର ମୁନି ରାମେ ଆଣିବେକ ଯାଇ ।ତୁମ୍ଭେ କନ୍ୟାପାଇଁ କରିଥିବ ସ୍ୱୟମ୍ବରଅବହେଳେ ଧନୁଗୋଟି ଭାଙ୍ଗିବେ ସେ ବୀର ।ସୀତା ତୁମ୍ଭର ବରିବ ତାଙ୍କୁ ମାଳା ଦେଇଏହି କଥାଗୋଟି ତୁମ୍ଭେ ଥିବଟି ଚିତୋଇ ।ତଦନ୍ତେ କେତେ କାଳରେ ହୋଇବ ଦ୍ୱାପରଗୋପେ ନନ୍ଦଗୃହେ ରାମକୃଷ୍ଣ ଅବତାର ।ହରିହର ଏକଆତ୍ମା ଅଟନ୍ତି ସେ ଦୁଇଧରଣୀର ଭାରାଭର ଉଶ୍ୱାସିବେ ସେହି ।ବଳରାମରୁପେ ଜାତ ହେବେ ପଶୁପତିତାହାଙ୍କୁ ବିଭା କରିବ ତୁମ୍ଭର ରେବତୀ ।ଶୁକ ବୋଇଲେକ ଶୁଣ ପରୀକ୍ଷିତ ରାୟେଏ ହରିବଂଶ ପୁରାଣ ଅତି ପୁଣ୍ୟମୟେ ।ପବିତ୍ର ଗଙ୍ଗାଜଳ ଏ ସୁମଧୁର ଗାଥାକଣ୍ଣପୁଟକୁ ଅମୃତ ଏ ଅଟେ ଜାଣିଥା ।ଏଥୁ ଅନ୍ତରେ ବ୍ରହ୍ମାଙ୍କ ଆଜ୍ଞାଗୋଟି ପାଇଜନକ ରୈବତ ବେନି ଆସି ତୋଷ ହୋଇ ।ସନ୍ଦେଶ ପାଇଣ ମନୁ ଫିଟିଗଲି ଭ୍ରାନ୍ତିଦୁହେଁ ଦୁହିତାଙ୍କୁ ଘେନି ପୁରେ ପ୍ରବେଶନ୍ତି ।ଏସନକ ପରକାରେ ଗଲା କେତେଦିନତ୍ରେତାଯୁଗେ ରାମଚନ୍ଦ୍ର ହେଲେ ଅବତୀର୍ଣ୍ଣ ।ଦଶରଥର ନନ୍ଦନ ଅଜରାଜ ନାତିଅମଳାନ ସୂର୍ଯ୍ୟବଂଶୀ ଶୁଦ୍ଧପୂତ ଜାତି ।କୁଳଶୀଳ ଧର୍ମଶୀଳ ଜ୍ଞାନଶୀଳ ତିନିନାମ ଧରନ୍ତେ ପାତକକ୍ଷୟ ଯାଏ ପୁଣି ।ଜନକ ତା ଜାଣିପାରି କଲେ ସ୍ୱୟମ୍ବରସମଦଣ୍ଡେ ବିଜେ ତହିଁ ବହୁ ନୃପବର ।ହରକୋଦଣ୍ଡ କେହି ଯେ ନ ପାରିଲେ ତୋଳିରାବଣ କୁମ୍ଭକର୍ଣ୍ଣ ଏ ସବୁ ଥିଲେ ମିଳି ।ଦେବାସୁର ସହିତରେ ଗନ୍ଧରବ ଆଦିପାତାଳପୁରେ ବାସୁକୀ ସ୍ୱର୍ଗେ ଜମ୍ଭଭେଦୀ ।ରଥ ମହାରଥୀ ଥିଲେ ବଳବନ୍ତ ମୂଳେକେହି ଭାଙ୍ଗି ନ ପାରିଲେ ଶିବଧନୁ ହେଳେ ।ଏଡ଼େ ବଡ଼ ସଭାରେ ସେ ଦୈତ୍ୟଦର୍ପ ଗଞ୍ଜିଅବହେଳେ ରାମ ଧନୁ ବେନି ଖଣ୍ଡେ ଭାଜି ।ଜନକ ମହର୍ଷି ଦେଖି ସନ୍ତୋଷ ହୋଇଲେବ୍ରହ୍ମାଙ୍କ କହିବା କଥା ଘଟିଲା ଭାଳିଲେ ।ମେଢ଼ର ଉପରେ ଥାଇ ଦେଖି ସେହି କଥାମାଳା ନେଇଣ ବରିଲେ ଜନକ ଦୁହିତା ।ବ୍ରହ୍ମଋଷି ଦେବଋଷି ରାଜଋଷି ଥିଲେଶ୍ରୀରାମ ସୀତାଙ୍କୁ ତହିଁ ବିଭା କରାଇଲେ ।ତହୁଁ କେତେକ ଦିନରେ ହୋଇଲା ଦ୍ୱାପରଯଦୁବଂଶେ ରାମକୃଷ୍ଣ ହେଲେ ଅବତାର ।ଅଷ୍ଟବର୍ଷ ପରିଯନ୍ତେ ନନ୍ଦଘରେ ଥିଲେକଂସକୁ ମାରି ଆସିଣ ମଥୁରା ରହିଲେ ।ତହିଁ କେତେଦିନ ରହି ପିତୃଭୂମି ବୋଲିରାଜାର ଭୟେ ଅଇଲେ ପୁଣ କୁଶସ୍ଥଳୀ ।ସ୍ୱର୍ଣ୍ଣମୟ ଦ୍ୱାରକାରେ ରହିଲେ ସକଳସାତବଂଶ ଯାଦବ ଯେ ଚଉରାଶୀ ବଳ ।ଅପରାପର ସମୃଦ୍ଧି କହି ତ କେ ପାରିବାରସ୍ୱତୀପୁର ତାକୁ ନୁହେ ସମସରି ।ଅଚିନ୍ତେ ଯାଦବମାନେ ଥାନ୍ତି ତହିଁ ସୁଖେଧନବନ୍ତ ବଳବନ୍ତ ବିଦ୍ୟାବନ୍ତ ଏକେ ।ବହୁ କୀରତି ଶୁଭିଲା ସକଳ ମେଦିନୀଦ୍ୱାରକାରେ ଅବତାର ରାମକୃଷ୍ଣ ବେନି ।ଦ୍ୱାରକା ପୁରର ଭାରା କରିବେ ଉଶ୍ୱାସସୁଜନଙ୍କୁ ପାଳି ଦୁଷ୍ଟ କରିବେ ବିନାଶ ।ରଇବତ ରାଜା ଏହା ପାଇଣ ବାରତାନାରଦଙ୍କୁ ପୁଚ୍ଛା କଲେ ଏକାନ୍ତର କଥା ।ନାରଦ ବୋଇଲେ ତୁମ୍ଭେ ଶୁଣ ରଇବତପନ୍ନଗ ନାରାୟଣ ଯେ ଗୋପେ ହେଲେ ଜାତ ।ଏ ତୋହର ପ୍ରିୟବତୀ ଦୁହିତା ରେବତୀସର୍ବଶୁଭେ ବିଭା ତାଙ୍କୁ କର ଶୀଘ୍ରଗତି ।ଆଗହୁଁ ବିଧାତା ତୋତେ ଯାହା ଛନ୍ତି କହିବିଚାରିଣ କାର୍ଯ୍ୟ କରେ ସେ କଥା ଚିତୋଇ ।ରୈବତ ବୋଇଲା ମୁନି ଅଛି ତାହା ଜାଣିବିଧାତା କହିଲା ଦିନୁଁ ଅଛୁଁ ଦିନ ଗଣି ।ଶଙ୍କୁନ ପୂରନ୍ତେ ଏବେ ଆସି ହେଲା ଭେଟଏତେ କାଳରେ ତୁଟିଲା ଆସିଣ ସଂକଟ ।ଏତେ ବୋଲି ରଇବତ ଭିତରେ ପଶିଲେପୁତ୍ରଙ୍କୁ ବସାଇ ସର୍ବ ବୃତ୍ତାନ୍ତ କହିଲେ ।ରେବତୀ ବିବାହ ଶୁଣି ସର୍ବେ ଆନନ୍ଦିତବଳଦେବଙ୍କୁଟି ବିଭା ହୋଇଲେ ନିୟତ ।ଯାବତ ବିଭା ଯୋଗାଡ଼ ଯେତେ ବିଧିଦ୍ରବ୍ୟପାତ୍ରମନ୍ତ୍ରୀ ବସିକରି ଭିଆଇଲେ ସର୍ବ ।ଧନ ବସ୍ତ୍ର ଅଳଙ୍କାର ଯଉତୁକ ବିଧିଦାସୀ ମୈଷୀ ଗଜଆଦି ନାନାଦି ସମୃଦ୍ଧି ।ଖଡ଼ୁଗରା ହୀରା ନୀଳା ଅଶ୍ୱାଦି ସହିତେବେଦ ଶାସ୍ତ୍ର ପ୍ରମାଣରେ ଯୋଗାଡ଼ାଦି ଯେତେ ।ସକଳ ସମ୍ଭାର ଘେନି ରଇବତ ରାୟେଦିନ ଅନୁକୂଳେ ସମଦଣ୍ଡ ଘେନି ଯାଏ ।ପାତ୍ର ମନ୍ତ୍ରୀ ପୁରୋହିତ ଦାସୀ ପରିବାରୀରାଜାଙ୍କ ସଙ୍ଗତେ ବିଜେ ହେଲେ ଯେ ଯାହାରି ।ରଥି ଅଶ୍ୱାରୋହୀ ପଦାତିକ ଅପ୍ରମାଣଫରୀ ଖଣ୍ଡା ବର୍ଚ୍ଛାଆଦି ଆଉ ବଜ୍ରବାଣ ।ବିମଳ ଫାଟଛତ୍ର ଯେ ଆଲମ୍ବ ସହିତମେଘନାଦ ଡମ୍ବରୁ ଯେ ଉଦଣ୍ଡ ବହୁତ ।ଅଶ୍ୱଙ୍କର ହ୍ରେସାରବ ଗଜଘଣ୍ଟା ଧ୍ୱନିପାଦଭରେ କମ୍ପମାନ ସକଳ ମେଦିନୀ ।ଲେଙ୍କା ଲମ୍ବହତା ଖୁଣ୍ଟିଆଦି ପଡ଼ିହାରୀଅପ୍ରମିତ ବଳ ମୁଖେ କହିତ କେ ପାରି ।ନାନାବିଧ ସମ୍ଭବରେ ଶଗଡ଼ ଉପରେଥୋକାଏ ଭରିଲେ ନେଇ ରଥର ଭିତରେ ।ବିଚିତ୍ର ହାନ୍ଦୋଳା ଅଷ୍ଟ ରତନେ ନିର୍ମାଣିମଗରମୁହିଁ ଯେ ମେରୁରତ୍ନ ଷାଠିବାନୀ ।ବେଦାଙ୍ଗ ଝୀନବସନ ଉପରଣ ଦେଇରେବତୀଙ୍କୁ ନେଇ ବିଜେ କରାଇଲେ ତହିଁ ।ଝଡ଼ା ବାହୁଟିଆ ଚାଙ୍ଗୁଡ଼ାର ମୁଦୁସୁଲୀପାରୁଶରେ ଖଟିଲେକ ସର୍ବେ ଆସି ମିଳି ।କେ ଛତ୍ର ଧରିଛି କେହୁ ଚାମର ବିଞ୍ଚଣୀକେ ରତ୍ନଝରିରେ ରଖିଛନ୍ତି ବାସପାଣି ।କେ ଗନ୍ଧନ ଚନ୍ଦନ ଘେନି କର୍ପୁର କସ୍ତୁରୀକେ ହଡ଼ପ ତାମ୍ବୁଳାଦି କରେ ଛନ୍ତି ଧରି ।କେ ଧୂପାକଠି ଚାଙ୍ଗଡ଼ାମାନ କରେ ଘେନିଅଙ୍ଗେ ଚନ୍ଦନ ଲେପିଣ କେବଣ ତରୁଣୀ ।କେହୁ ପାନିଅ ଧରିଣ ମଣ୍ଡୁଅଛି ଗଭାକେ ଆଗେ ଦର୍ପଣ ଘେନି ହୋଇଛନ୍ତି ଉଭା ।ବାସ୍ତରି ନିଯୋଗ ଯେତେ ନାନା ମନ୍ତ୍ରମାନଆଗ ପଛରେ ଧାମନ୍ତି ବହୁତ ସଇନ ।ପାଇକମାନେ ଆବୋରି ରାଉତର ବଳରାଉତେ ଆବୋରି ହୟ ଗଜାଦି ସକଳ ।ଗଜକୁ ଆବୋରି ରଥିପଣେ ଯେ ରହିଲେଶୁଣ ପରୀକ୍ଷ ରାଜନ ଶ୍ରୀଶୁକ ବୋଇଲେ ।ରୈବତ ରାଜା ସମ୍ପଦ କହି ତ କେ ପାରିକୋଟିଏକ ଇନ୍ଦ୍ରପଦ ନୁହେଁ ତାକୁ ସରି ।ନବଦ୍ୱୀପ ଭିତରେ ସେ ଏକା ମହୀପାଳଯାହା ତେଜେ ଆତଯାତ ମଞ୍ଚାଦି ସକଳ ।ଅଷ୍ଟନିଧି ନବ ନାଟକାଦି କିବା ନାହିଁଅନେକ ଶ୍ରଦ୍ଧା ରେବତୀ ନନ୍ଦିନୀର ପାଇଁ ।ବହୁଯୁଗରୁ ସାଇତି ଥିଲା ରାଜଜେମାସୁକୁମାରୀ ସୁଲକ୍ଷଣୀ ଅବିବାହୀ ବାମା ।ଦୁହିତାକୁ ଜନ୍ମକରି ସେ ମହାରାଜନଦୁଃଖିତ ମନରେ ରହିଥାଏ ରାତ୍ର ଦିନ ।ବିଧାତା କହିବାରୁ ତ ପାଇଲା ସୁଯୋଗକନ୍ୟା ପ୍ରଦାନ ନିମନ୍ତେ କରେ ଉଦଯୋଗ ।ମନ ମଧ୍ୟରେ ସେ ଶୁଭ ମଙ୍ଗଳ ବିଚାରିରଥେ ବିଜେ କଲେ କନ୍ୟା କର୍ତ୍ତା ବେଶ ଧରି ।ଅନ୍ତରୀକ୍ଷ ମାର୍ଗେ ଚଳିଯାଏ ରହୁବରସମଦଣ୍ଡ ଘେନି ରାଜା ଚଳେ ଧାତିକାର ।ବାଜଇ ଢୋଲ ଟମକ ମହୁରୀ ନିଶାଣକେ ମାରେ ଚରଖିବାଣ ବଇରଖ ବାଣ ।ଶିଙ୍ଗା ବୀରକାହାଳି ଯେ ଉପାଙ୍ଗ ମହୁରୀଢାଳ କଂସାଳ ମୃଦଙ୍ଗ ପଟ୍ଟହ ଦୋସରି ।ଏମାନ ବଜାଇ ସେହୁ ଯାଆନ୍ତି ସକଳେମେଷମାସ କୃଷ୍ଣପକ୍ଷ ଅର୍କବାର ବେଳେ ।ମୂଳା ନାମରେ ନକ୍ଷତ୍ର ଅଟେ ସେ ଦିନରଚଳିଯାନ୍ତି ସମାରୋହେ ସଇନି ରାଜାର ।ପାଦଭରେ କମ୍ପମାନ ହୁଏ ବସୁନ୍ଧରୀପାଦୁକା ମନ୍ତ୍ରବଳରେ ଚଳନ୍ତି ଯେଝାରି ।ପ୍ରଥମ ଦିବସେ ପ୍ଳକ୍ଷଦ୍ୱୀପରେ ରହିଲେରନ୍ଧନ ଭୋଜନ ସାରି ରାତ୍ରେ ନିଦ୍ରା ଗଲେ ।ତହୁଁ ପ୍ରଭାତ ସମୟେ ଚଳାଇଲେ ଥାଟଜମ୍ବୁଦ୍ୱୀପରେ ଯାଇଣ ହୋଇଲେକ ଭେଟ ।ଯମୁନା ନଦୀ ସେଠାରେ ଯାଉଅଛି ବହିଯୋଜନ ଯାଏ ଉତ୍ତରବାହିନୀ ସେ ହୋଇ ।ସେଦିନ ରହିଲେ ଯାଇ ସର୍ବେ ନଦୀକୂଳେଆନନ୍ଦ ମନ ହୋଇଣ ଅତ୍ୟନ୍ତ ନିଶ୍ଚଳେ ।ଶ୍ୱେତଗିରି ବୋଲି କରି ପର୍ବତେକ ସଞ୍ଚଦଶଯୋଜନ ପ୍ରତି ସେ ଅତିଶୟ ଉଚ୍ଚ ।ତହିଁ ତଳରେ ଅମର ନାମେକ କାନନଆଡ଼ ଦୀର୍ଘପ୍ରତିରେ ସେ ଶତେକ ଯୋଜନ ।ଅପୂର୍ବ ତରୁଏ ଛନ୍ତି ତୋଟାର ଭିତରେନନ୍ଦନ କାନନୁ ଧାତା ରୋପିଛି ଯତ୍ନରେ ।ଫଳିତ ତରୁବରର ଅତିଅନ୍ତ ଶୋଭାବୃକ୍ଷ ଅଗ୍ରକୁ ଚାହିଁଲେ ଖସିପଡ଼େ ଗଭା ।ଧାଡ଼ି ଧାନି ରେଖ ରେଖ ହୋଇ ପନ୍ତି ପନ୍ତିଲଳିତ ଲବଙ୍ଗଲତା ଶୋଭାକୁ ପାଆନ୍ତି ।ଋତୁ ପ୍ରସଙ୍ଗ କାଳରେ ବୃକ୍ଷଙ୍କ ଉପରେନାନା ପକ୍ଷୀଏ କ୍ରୀଡ଼ନ୍ତି ଅତି ମତ୍ତଭରେ ।ପର୍ବତର ତଳେ ନଦୀତୀରେ ଦିବ୍ୟତୋଟାଲକ୍ଷେ ମାଢ଼ ସ୍ୱର୍ଣ୍ଣେଗଢ଼ା ଚୌରା ଗୋଟାଗୋଟା ।ସେହି ତୋଟାରେ ରହିଲେ ରଇବତ ରାୟେସ୍ୱର୍ଗରେ ଥାଇ ଦେଖନ୍ତି ସର୍ବ ଦେବତାଏ ।ଏସନ ସମୟେ ଯାଇ ଦ୍ୱାରାବତୀ ପୁରେନାରଦ ପ୍ରବେଶ ହେଲେ ସୁଧର୍ମା ସଭାରେ ।ହସ୍ତେ ଦଣ୍ଡ କମଣ୍ଡଳୁ କାଖେ କୁଶବିଡ଼ିସ୍ୱାହା ବେଦକାଣ୍ଡି ଧୋତି ଉତ୍ତରୀୟ ପଡ଼ି ।ମନପବନ ଯାନରେ ଚଢ଼ି ମହାମୁନିରୁଦ୍ରାକ୍ଷ ମାଳା ଭୂଷମ ସ୍ୱାହା ଯେ ପ୍ରୋକ୍ଷଣି ।ମଥାରେ ପିଙ୍ଗଳଜଟା କର୍ଣ୍ଣରେ କୁଣ୍ଡଳନିର୍ମଳ ଗଗନେ ଯେହ୍ନେ ଚନ୍ଦ୍ରମା ମଣ୍ଡଳ ।ଅଙ୍ଗରେ ଶୋଭେ କପିଳା ମଳର ବିଭୂତିଆବର ଶୋଭାବନ ଯେ କୌଷୟେର ଧୋତି ।ଏସନ ସଂଜାତେ ଆସି ମିଳି ମୁନିବରଦେଖିକରି ରାମ କୃଷ୍ଣ କଲେ ନମସ୍କାର ।ଉଗ୍ରସେନ ଆଦିକରି ସର୍ବ ଯଦୁବଳମୁନି ପାଦେ ନମସ୍କାର କରିଲେ ସକଳ ।ସୁବର୍ଣ୍ଣ ସିଂହାସନରେ ବସାଇଲେ ନେଇକଲ୍ୟାଣ ବାଞ୍ଛା କରନ୍ତି ମହା ତପୀସାଇଁ ।ସମାବେଦ ପଢ଼ି ମୁଖେ କଲ୍ୟାଣ କରିଲେଏକଗୋଟି ବାର୍ତ୍ତା ଆମ୍ଭେ ପାଇଲୁଁ ବୋଇଲେ ।ଭୋ ଦେବ କାମପାଳ ତୁ ପ୍ରଭୁ ଅନ୍ତର୍ଯ୍ୟାମୀତୁହି କି ନ ଜାଣୁ ତୋତେ କହିବା କି ସ୍ୱାମୀ ।ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଚୌଖାନିବିଶ୍ୱ ସଂସାରକୁ ତହିଁ ସୃଜିଅଛୁ ପୁଣି ।ନିହନ୍ତା ବିହନ୍ତା ନାଥ ପୁଂସ ଆଦିମୂଳରୂପ ରେଖ ବିବର୍ଜିତ ନାହିଁ ଶୂନ୍ୟ ଠୁଳ ।ପଶ୍ଚିମ ଦେଶେ ରୈବତ ନାମରେ ରାଜନଜନକର ଭ୍ରାତା ସେହି ଧାର୍ମିକ ସୁଜାଣ ।ରେବତୀ ନାମେ ଦୁହିତା ତାର ଏକ ଅଛିସୁକୁମାରୀ ସୁଲକ୍ଷଣୀ ସୁନ୍ଦରୀ ମୃଗାକ୍ଷି ।ଅନେକ ଯୁଗ ଯୁଗାନ୍ତ ପୁଣି ବହିଗଲାସ୍ନେହଭରେ ପିତା ତାକୁ ବିବାହ ନ ଦେଲା ।ନ ପାଇଲା ବର ଅନୁରୂପେ ସପ୍ତଦ୍ୱୀପେସନ୍ଦେଶ ବାର୍ତ୍ତା ପାଇଲା ବ୍ରହ୍ମାଙ୍କ ସମୀପେ ।ସେଦିନୁ ଜାଣି ରହିଲା ଦିନ ଗଣି ଚାହିଁଯତ୍ନେ ପ୍ରତିପାଳିଅଛି ତୁମ୍ଭ ବିଭାପାଇଁ ।ଜ୍ୟେଷ୍ଠ ଭାଇର ଦୁହିତା ସୀତା ନାମେ ଥିଲାତ୍ରେତୟା ଯୁଗେ ତାହାକୁ ରାମ ବିଭା ହେଲା ।ଏବେ ଦୁଆପର ଯୁଗ ହେଲା ଉପଗତବେଦ ହିଁ ବୋଲୁଛି ତୁମ୍ଭେ ରେବତୀର ନାଥ ।ଦୁହିତାକୁ ସଙ୍ଗେ ଘେନି ସମଦଣ୍ଡ ବାହିଥାଟଙ୍କୁ ଘେନିଣ ଥୋକେ ଦୂରେ ଅଛି ରହି ।ତୁମ୍ଭେ ରାମ ରେବତୀକୁ ବିବାହ ଯେ ହୁଅପୃଥିବୀର ଭାରାଭର ନିଶ୍ଚେଁ ହେବ କ୍ଷୟ ।ଏମନ୍ତ କହି ନାରଦ ଛନ୍ତି ତହିଁ ବସିରଇବତ ରାଜା ଚାର ମିଳିଲାକ ଆସି ।ଗଳାରେ ଶ୍ରୀହସ୍ତ ପତ୍ର ଲମ୍ବାଇଣ ଚାରସୁଧର୍ମା ସଭା ମଧ୍ୟରେ ମିଳି ଧାତିକାର ।ହରି ବଳରାମଙ୍କୁ ସେ ପ୍ରଣାମ କରିଲାନାରଦ ମୁନିଙ୍କ ପାଦେ ତହୁଁ ପ୍ରଣମିଲା ।ଉଗ୍ରସେନ ନୃପତିଙ୍କୁ ନିଉଛାଳି କରିଶ୍ରୀହସ୍ତପତ୍ର ଦେଇଣ କହେ ପୁରଃସରି ।ଗୋବିନ୍ଦ ବୋଇଲେ କାହୁଁ ଅଇଲ ହେ ଦୂତଚାର ବୋଇଲାକ ମୋତେ ପେଷିଲେ ରୈବତ ।ରେବତୀ ନାମରେ ତାଙ୍କ ଦୁହିତାଏ ଅଛିସୁକୁମାରୀ ସୁଲକ୍ଷଣୀ ଅଟଇ ମୃଗାକ୍ଷି ।ରାଜାଙ୍କ ପଞ୍ଚମାତ୍ମା ସେ ସୁନ୍ଦରୀ ଅଟଇଚତୁର୍ଦ୍ଦଶପୁରେ ତାକୁ ବର ନ ଘଟଇ ।ଅନେକ କାଳର ସେହୁ ଅବିବାହୀ ବାମାବହୁକାଳୁଁ ପିତାଘରେ ଅଛି ରାଜଜେମା ।କନ୍ୟା ଘେନି ପିତା ବ୍ରହ୍ମଲୋକେ ଯାଇଥିଲାବ୍ରହ୍ମାଙ୍କ ମୁଖରୁ ରାଜା ବାରତା ପାଇଲା ।ଏବେ ସେ କନ୍ୟାକୁ ବିଭା କରାଇବା ପାଇଁପାତ୍ର ମନ୍ତ୍ରୀ ସମଦଣ୍ଡ ଗେନି ଆସେ ବାହି ।ଶ୍ୱେତଗିରି ନିକଟରେ ଅମର କାନନତହିଁ ଆସି ରହିଛନ୍ତି ରୈବତ ରାଜନ ।ତୁମ୍ଭ ତହିଁକି ପେଷିଲେ ମୋତେ ଦେଖାଦେଇମୁଁ ଅଇଲି ତୁମ୍ଭ ପାଶେ ଜଣାଇବା ପାଇଁ ।ଆପଣେ ନାରଦ କରେ ଘେନି ଲେଖାଗୋଟିମୁଦଭାଙ୍ଗି ପଢ଼ିଲେକ ଦେଇ ସୁଧାଦୃଷ୍ଟି ।ପ୍ରଥମେ ଉଭୟକୂଳ ପ୍ରତି ସମ୍ଭାଷଣତହିଁପରେ ଲେଖିଛନ୍ତି ଯଥା ବିଧି ମାନ୍ୟ ।ତଦନ୍ତେ ପାଠ କରିଲେ କାର୍ଯ୍ୟ ଉପଦେଶଲେଖିଅଛନ୍ତି ରୈବତ ପର୍ବତେ ମୋ ବାସ ।ଜନକ ମହାଋଷି ଯେ ଅଟନ୍ତି ମୋ ଭାଇପବିତ୍ର ପାଟବଂଶୀ ମୁଁ ଯୁକତେ ଅଟଇ ।ସହସ୍ରେ ଚୌରାଶୀ ପୁତ୍ର ଅଟନ୍ତି ମୋହରସଂଗ୍ରାମରେ ଶକତା ସେ ମହା ଧୂରନ୍ଧର ।ଆମ୍ଭର ଦୁହିତା ନାମ ରେବତୀ ଅଟଇତାହା ସଦୃଶରେ ବର ନ ପାଇଲି କାହିଁ ।ସାଇତି ରଖିଥିଲି ମୁଁ ବହୁଯୁଗ ଯାଏବ୍ରହ୍ମାଙ୍କ ନିକଟୁଁ ବାର୍ତ୍ତା ପାଇଲି ଜାଣ ହେ ।ଜନକ ଦୁହିତା ସୀତା ରାମଚନ୍ଦ୍ରେ ଦେଲେସେଦିନୁ ସପତ ଋଷି ମୋତେ କହିଥିଲେ ।ଦୁଆପରେ ଜନମିବେ ଦେବ ହଳଧାରୀତୁମ୍ଭେ ଦୁହିତାକୁ ସମର୍ପିବ ଶୁଦ୍ଧଶାଳୀ ।ଏ ମୋହର ସତ୍ୟ ସତ୍ୟ ଅଟେ ଦୃଢ଼ବାଣୀସମଦଣ୍ଡେ ବରବେଶେ ଆସିବ ଏ କ୍ଷଣି ।ଗଣ ଗନ୍ଧର୍ବ ଦେବତା ଘେନି ଯଦୁବଳବିଳମ୍ବ ନ କରି ଆସିବଟି ତତକାଳ ।ଲେଖାର କଥା ଶୁଣିଣ ପ୍ରଭୁ ଚକ୍ରଧରନାରଦ ସହିତେ ହେଲେ ଆନନ୍ଦ ଅପାର ।ମୁନି ବୋଇଲେ ଏ ଅନୁକୂଳେ ଚାଲ ଯିବାବଳରାମ ରେବତୀଙ୍କୁ ବିଭା କରାଇବା ।ସାଜ ସମଦଣ୍ଡ ବୋଲି ଆଜ୍ଞା ଦେଲେ ହରିସାତବଂଶ ଯାଦବନ୍ତ ଯେଝାରେ ବାହାରି ।ବସୁଦେବ ଉଗ୍ରସେନ ସାତ୍ୟକି ଅକ୍ରୂରଉଦ୍ଧବ ଯେ ଅନାଧୃଷ୍ଟ ସସ୍ରାଜିତ ବୀର ।ବୃହଦ୍ଧ୍ୱଜ କୃପବର୍ମା ବୃକ୍ଷଧ୍ୱଜ ମୂଳେସୁରଥ ଆଦି କରିଣ ଯାଦବ ସକଳେ ।ଏସନେ ଯାଦବ ବୀରେ ରଥନ୍ତ ଆରୋହିବରଜାତି ବେଶଧରି ଉଭାରି ସେ ଯାଇ ।ନନ୍ଦିଘୋଷ ଆରୋହଣ କରି ଦେବ ହରିମନଯାନେ ଯାନ୍ତି ନାରଦ ଯେ ତପଚାରୀ ।ତାଳଧ୍ୱଜ ଆରୋହିଣ ବଳଦେବ ସ୍ୱାମୀଆଗୁଆଣି ଥାଟଗୋଟା ଚଲାଇ ତକ୍ଷଣି ।ମୀନକେତନ ଆରୋହି ପୁଷ୍ପକେତୁ ଯାନକରେ ପଞ୍ଚଶର ଧନୁ ଅଛି ବିଦ୍ୟମାନ ।କୋଟି ମଙ୍ଗଳ ମହୁରୀ କୋଟି ଶଙ୍ଖଧ୍ୱିନିହୁଳହୁଳି ଶବଦରେ କମ୍ପଇ ମେଦିନୀ ।ନାନାଛନ୍ଦେ ବାଦ୍ୟମାନ ବାଜେ ଅକଳନାସାତବଂଶ ଯାଦବ ଯେ ଏକୁଁ ଏକ ଜିଣା ।ଚୌରାଶୀ କୋଟି ଯାଦବେ ଏକୁଁଆରେ ସଜଦିନକର ରଥପରି ଦିଶେ ତାଳଧ୍ୱଜ ।ଦ୍ୱରାକାପୁରୁଁ ବାୟବ୍ୟ ମୁଖରେ ଚଳିଲେଗୋମତୀ ଦକ୍ଷିଣ କୂଳେ ଥାଟ ଚଳାଇଲେ ।ମୋହନ ପର୍ବତ ତଳେ ସୁବିସ୍ତୃତ ବନରୁଦ୍ରବାରିଣୀ ପୋଖରୀ ତହିଁ ବିଦ୍ୟମାନ ।ସେ ସରୋବର ପାରୁଶେ ପାଞ୍ଚଯୂଣେ ଯାଏଅନେକ ଦୀର୍ଘ ପ୍ରତିରେ ଅଛଇ ପଦାଏ ।କଣ୍ଟାଝୁଣ୍ଟା ବିବର୍ଜିତ ସେହି ଭୂମିଖଣ୍ଡିକୁଟା ତୃଣ ନାହିଁ ବାଲି ଶୁଦ୍ଧ ସ୍ୱର୍ଣ୍ଣଗୁଣ୍ଡି ।ବିଶ୍ୱଶମ୍ଭୁ ନାମେ ତହିଁ ଛନ୍ତି ଲିଙ୍ଗରାଜାପୂର୍ବେ ତାଙ୍କୁ ଶଚୀଦେବୀ କରିଥିଲେ ପୂଜା ।ଦୁର୍ବାସା ମହର୍ଷି ବାସ କରିଥିଲେ ତହିଁସେଠାରୁ ଗୋମତୀ ନଦୀ ଆସୁଅଛି ବହି ।ସମସ୍ତ ଯାଦବ ସୈନ୍ୟ ସେଠାରେ ମିଳିଲେରଇବତ ନରପତି ତେଣୁ ଆସୁଥିଲେ ।ତିନିଯୁଣ ଯାଏ ବାଦ୍ୟ ଶୁଭେ ଅପ୍ରମାଣମଙ୍ଗଳ ମହୁରୀ ଶଙ୍ଖ ଟମକ ନିଶାଣ ।ଲହରୀ ଉଠନ୍ତେ ଯେହ୍ନେ ଶୁଭେ ସିନ୍ଧୁଜଳତେସନ ଶୁଭଇ ଦୂରୁ ସୈନ୍ୟ ମୁଖଗୋଳ ।ନିକଟରେ ଦୁଇବଳ ଭେଟାଭେଟି ହେଲେଯେ ଯାହାରେ ମାନ୍ୟକରି ରଥୁଁ ଓହ୍ଲାଇଲେ ।ପରସ୍ପରେ ପୁଚ୍ଛାପୁଚ୍ଛି ହୋଇଲେ କୁଶଳବନ୍ଧୁ ସମ୍ଭାବନା ବିଧି କରନ୍ତି ସକଳ ।ବିଶ୍ୱକର୍ମା ରାଇ ଆଜ୍ଞା ଦେଲେ ଚକ୍ରଧରନବର ମଣ୍ଡିଣ ବିଭାବେଦୀ ନିର୍ଭା କର ।ଆଖେଡ଼ା ରାନ୍ଧେଣୀ ଘର ଅଶ୍ୱ ରାଜଶାଳବାଣ ବଣିଜାର ହାଟ ପାଟଣା ସକଳ ।ବିଭାର ନିମନ୍ତେ ଲୋଡ଼ା ଯେତେ ଯେତେ ବିଧିକାମଧେନୁକୁ ଘେନିଣ କରାଇବ ସିଦ୍ଧି ।ଆଜ୍ଞାପାଇ ବିଶ୍ୱକର୍ମା ରଚିଲେ ସକଳବିଚିତ୍ର ଉଆସ ଘୋଡ଼ା ହାତୀଙ୍କର ଶାଳ ।ରଇବତ ରାଜାଙ୍କର ସୈନ୍ୟ ବଳ ଯେତେଯାଦବଙ୍କ ଆଦି ତହିଁ ରହିଲେ ସମସ୍ତେ ।ରଥ ଗଜ ପଦାତିକ ଅଶ୍ୱ ଅପ୍ରମିତସକଳେ ରହିଲେ ତହିଁ ହୋଇଣ ଯେ ସୁସ୍ଥ ।ବିଚିତ୍ର ମଣ୍ଡଣି ପୁରେ ପୁରେ ଶୁଦ୍ଧ ହେମହୀରା ନୀଳା ବଇଡୁର୍ଯ୍ୟ ଦେବାଙ୍ଗ ବସନ ।ଉପରେ ସ୍ୱର୍ଣ୍ଣ କଳସ ଚିତ୍ରଧ୍ୱଜ ଉଡ଼େଆକାଶ ମଣ୍ଡଳୁଁ କିବା ତାରା ଖସିପଡ଼େ ।ଲମ୍ବନ୍ତି ଶ୍ୱେତଚାମର ଗଜଦନ୍ତ ହୀରାସୁବର୍ଣ୍ଣ ନିର୍ମାଣ ହେତୁ ଦିଶେ ଅତିତ୍ୱରା ।ଗନ୍ଧ ଚନ୍ଦନ କର୍ପୂର ପନୀରର ପାଣିସେବତୀ ପାଖୁଡ଼ାମାନ ସିଞ୍ଚନ୍ତି ସେ ଆଣି ।ନିରନ୍ତର ମନ୍ଦଗନ୍ଧବହ ତହିଁ ବହେସୁରଙ୍ଗ ପାଟ ଝୁମ୍ଫାରେ ପୁର ଶୋଭା ପାଏ ।ହୀରାପଗଡ଼େ ହିଙ୍ଗୁଳ ରାଜେ ମାଳ ମାଳଗଜଦନ୍ତର ପାତିଆ ଝଲକେ ସୁଢ଼ଳ ।ଅପୂର୍ବ ଓଳି ଦୁଆର ଅପୂର୍ବ ଗହଣାଅମର ବାରସ୍ୱତୀକୁ ନିନ୍ଦେ ସେ ପାଟଣା ।ଭିକ୍ଷୁକ ଆଦି କରିଣ ମହା ମହାରାୟେସେ ଯେଡ଼େ ଭାଜନ ସେହି ତେଡ଼େ ଘରପାଏ ।ଶୁଣ ପରୀକ୍ଷ ରାଜନ ଭଣି ଶୁକମୁନିଅତିଭାଗ୍ୟେ ଭାଗବତ ପୁରାଣର ଧ୍ୱନି ।ଅମୃତ ରାନ୍ଧଣାମାନ ରାନ୍ଧି ସୂପକାରେଲୋକମାନଙ୍କୁ ବରଚା କରନ୍ତି ଯେଝାରେ ।ବହୁକ୍ଷତ୍ରି ବୈଶ୍ୟ ଶୂଦ୍ର ଚାରିଜାତି ମୂଳେଷଡ଼ରସରେ ଭୋଜନ ଭୁଞ୍ଜନ୍ତି ସକଳେ ।ଜର ଜଣକରେ ସଞ୍ଚା ଯେ ଯାହାକୁ ଲାଗିକାମଧେନୁ ପ୍ରସାଦରେ ଯୋଗାନ୍ତି ତା ବେଗି ।ସବୁଙ୍କରି ଭୋଜନକୁ ସ୍ୱର୍ଣ୍ଣପାତ୍ରମାନବିଶ୍ୱକର୍ମା ନିର୍ମିତ ସେ ଅତ୍ୟନ୍ତ ଘଟଣ ।କହନ୍ତେଣ ଅଗୋଚର ଅତି ଅକଳନାନାନା ଛନ୍ଦରେ ବାଜଇ ନାନାଦି ବାଜଣା ।ଅନେକ ଯୁଗରେ ରଇବତ ମହାରାୟେଯୁଗ ଅନୁରୂପେ ତାର ବର୍ଦ୍ଧମାନ କାୟେ ।ସତ୍ୟଯୁଗେ ଲୋକଙ୍କର ଏସନ ବେଭାରଅଠେଇଶ ହାତ ଉତ୍ସର୍ଗରେ କଳେବର ।ତ୍ରେତୟାରେ ମାନବ ଯେ ଚୌଦହାତ ଉଚ୍ଚଦ୍ୱାପରେ ସପତହାତ ଅତ୍ୟନ୍ତ ସୁସଞ୍ଜ ।ପାପ କରମରୁ ନରମାନେ କଳିଯୁଗେଦ୍ୱାଦଶ ଅଙ୍ଗୁଳି ଜାଣ ହୋଇବେ ଉତ୍ସର୍ଗେ ।ବଦୟନ୍ତି ଶୁକମୁନି ଶୁଣ ନରନାଥକୃଷ୍ଣ ବଳଦେବ ସହ ଯାଦବ ସମସ୍ତ ।ମନୋହର କାନନରେ ରହି ଯେ ଯାହାରେଭୋଜନ ଆଦି କରିଲେ ଅତି ହରଷରେ ।ସାତବଂଶ ଯାଦବେ ଯେ ଅତି ମହାବଳଏକୁଁ ଏକ ବଳବନ୍ତ ଅଟନ୍ତି ସକଳ ।ବଳଦେବଙ୍କ ବିଭାରେ ସର୍ବେ ବରଜାତିଅମୃତ ଭୋଜନ ପାଇ ହେଲେ ତୋଷମତି ।ବଳରାମ ବିଭାବାର୍ତ୍ତା ପାଇ ପଦ୍ମଯୋନିତକ୍ଷଣେ ମିଳିଲେ ଆସି ବ୍ରାହ୍ମଣଙ୍କୁ ଘେନି ।କପିଳାସେ ବାରତାକୁ ପାଇ ଦେବ ହରପାର୍ବତୀ ସହିତେ ଆସି ମିଳି ଧାତିକାର ।ବୃଷଭରେ ଆରୋହିଣ ସେ ଦେବ ଧୂର୍ଜ୍ଜଟୀସଙ୍ଗେ ଛନ୍ତି ରୁଦ୍ରଗଣ ଛୟାଣୋଇ କୋଟି ।ବିନାୟକ ନନ୍ଦିଆଦି ଭୃକୁଟି ସହିତେଏକାଦଶ ରୁଦ୍ରଗଣ କାର୍ତ୍ତିକ ସମେତେ ।ଶତକୋଟି ଅନ୍ତରୀକ୍ଷେ ଡମ୍ବରୁ ବାଜଇଫୁଫୁକାରେ ସର୍ପମାନେ ଗରଜିଣ ଧାଇଁ ।ଅନେକ ସମ୍ଭର୍ବେ ସ୍ୱାମୀ ପାର୍ବତୀ ରମଣଶ୍ରୀହରି ସନ୍ନିଧେ ଆସି ମିଳି ତତକ୍ଷଣ ।ଯମ ନଇର୍ଋତ ଆଉ ବରୁଣ କୁବେରପବନ ଦିନକର ଯେ ଚନ୍ଦ୍ର ବୈଶ୍ୱାନର ।ତାର ବାର ନକ୍ଷତ୍ରାଦି କରଣର ମୂଳେବୁଧ ଶୁକ୍ର ବୃହସ୍ପତି ଗନ୍ଧରବ ମେଳେ ।ଶଚୀ ଆଦିକରି ଚନ୍ଦ୍ରଦେବ ହେଲେ ସଜମିଳିଲେ ସେ ଚଢ଼ି ଐରାବତ ମହାଗଜ ।ଭୃଗୁ ଭାର୍ଗବ ଗୌତମ ମୁନି ପରାଶରସନକ ଯେ ସନାତନ ଜୈମିନୀ ଅଙ୍ଗିର ।କଉସ୍ତୁଭ ଉର୍ଦ୍ଧ୍ୱରେ ତା ଯୁଗଆଦି ମନୁବାଳଖିଲ୍ୟା ମରୀଚି ଯେ ଆଉ ଶାୟନ୍ତନୁ ।ଯମଦଗ୍ନି ବୈବସ୍ୱତ ଅଙ୍ଗରାଦି ମୁନିଅନେକ ଶିଷ୍ୟ ତାହାଙ୍କ ସଙ୍ଗେ ଛନ୍ତି ଘେନି ।ବୃହତ ସାମ ଗାୟନ କରି ବଦନରେପ୍ରବେଶ ହୋଇଲେ ଆସି ସର୍ବେ ସେ ସ୍ଥାନରେ ।ମୁନିମାନଙ୍କର କରେ କମଣ୍ଡଳୁ ଅଛିଅସ୍ତୁ କଲ୍ୟାଣ କରନ୍ତି ବ୍ରହ୍ମାଙ୍କର ବତ୍ସି ।ହସ୍ତେ କୁଶବଟୁ ପୋଥି ମାଥେ ଭସ୍ମଚିତାଅତିଶୟ ତେଜୋବନ୍ତ ଯୋଗେ ମହାଜ୍ଞାତା ।ବଳଦେବ ରେବତୀର ବିଭାବାର୍ତ୍ତା ପାଇଗୋବିନ୍ଦ ସମୀପେ ସର୍ବେ ପ୍ରବେଶିଲେ ଯାଇ ।ଜଣ ଜଣକେ ମାନନା କରି ଦେବ ହରିବ୍ରହ୍ମା ରୁଦ୍ର ଚନ୍ଦ୍ର ସୂର୍ଯ୍ୟ ଋଷଆଦି କରି ।ଯାହାକୁ ଯେସନ ରୂପେ କରି ଯେଉଁ ବିଧିଜଣ ଜଣକେ ଚରଚା କରି ସର୍ବସିଦ୍ଧି ।ଦେଶ ବିଦେଶ ରାଜାଏ ଖବରକୁ ପାଇସମସ୍ତେ ସେହି ସ୍ଥାନକୁ ଅଇଲେ ଚଳାଇ ।ହସ୍ତିନାଧିପତି ମାନଗୋବିନ୍ଦ ନୃପତିଲୋହିତ ପିଙ୍ଗଳବର୍ଣ୍ଣ ନାରାୟଣ ଜ୍ୟୋତି ।ଭୀଷ୍ମଦ୍ରୋଣ ସହିତରେ ଆସିଲେ ସେ ବାହିଅନେକ ଉପହାର ସେ ସଙ୍ଗତରେ ନେଇ ।ବରୁଣା ନୃପତି ଯୁଧିଷ୍ଠିର ନରପତିଅନେକ ଆନନ୍ଦେ ତହିଁ ପ୍ରବେଶ ହୁଅନ୍ତି ।ଭୀମ ଅର୍ଜ୍ଜୁନ ନକୁଳ ସହଦେବ ଚାରିରଥେ ରଥେ ଚଢ଼ିଣ ସେ ଗଲେ ଯେ ଯାହାରି ।ବିଦର୍ଭ ଦେଶ ନୃପତି ଭୀଷ୍ମକ ରାଜନଅନେକ ଯୌତୁକ ଘେନିଯାଏ ସେ ବହନ ।ରଥେ କଉଶିକ କାଳିଞ୍ଜନ ଭଗଦତ୍ତସମଦଣ୍ଡ ଘେନି ଆସି ମିଳିଲେ ତୁରିତ ।ମଥୁରା ଠକୁରା ଉଗ୍ରସେନଙ୍କର ନାତିସୁନାସ ସୁତ ସୁରଥନାମେ ସେନାପତି ।ବଡ଼ଇ ବିଚକ୍ଷଣ ସେ ରାଜା ପୁଣ୍ୟଦେହୀରାମକୃଷ୍ଣ ସଙ୍ଗେ ବିଦ୍ୟା ପଢ଼ିଥିଲେ ସେହି ।ବଳଦେବଙ୍କ ବିଭାରେ ମିଳି ଶୀଘ୍ରଗତିନାନା ଉପହାର ଦ୍ରବ୍ୟ ଘେନିଣ ଆସନ୍ତି ।ଯେଝା ଅନୁରୂପେ ଗଉରବ ମାନ୍ୟ କଲେନବରକୁ ଆବୋରିଣ ରାଜାଏ ରହିଲେ ।ରଥ ଗଜ ଅଶ୍ୱମାନ କେ କରେ ଗଣିତାଶୁକ ବୋଇଲେ ଶୁଣ ହେ ନୃପ ମହାରଥା ।ଦେବଋଷି ରାଜଋଷି ଆଦି ଶତମନୁଗୋମାତା ସଙ୍ଗେ ଅଛନ୍ତି ଶତେ କାମଧେନୁ ।ଏକ ଧେନୁରୁ ମହିମା ବହୁ ପୁଣ୍ୟବିଧିଯେତେ କଳ୍ପନା କରଇ ହୁଏ ତେତେ ସିଦ୍ଧି ।ସଭାର ମଧ୍ୟରେ ପୁଣି ସୁବର୍ଣ୍ଣର ବେଦୀତା ଉପରେ ଛାମୁଡ଼ିଆ ଆକାଶକୁ ଭେଦି ।ସ୍ଫଟିକର ବେଦୀ ପାଞ୍ଚକୋଶ ଆୟତନମଣି ମାଣିକ୍ୟରେ ସେହୁ ଦିଶେ ତେଜିୟାନ ।ଧାଡ଼ି ଧାଡ଼ି ରେଖ ରେଖ ପନ୍ତି ପନ୍ତି ଖଞ୍ଜାଗଜମୋତି ପୋହଳା ଯେ ଦିଶେ ପୁଞ୍ଜାପୁଞ୍ଜା ।ହୀରାର ଚଉରା ପୁଣି ରାଜେ ଚଉପାଶମଧ୍ୟାହ୍ନ ସମୟେ ଯେହ୍ନେ ଆଦିତ୍ୟ ପ୍ରକାଶ ।ସହସ୍ରେ ବଖରା ପୁର ନିର୍ମାଣ ହୋଇଛିକୁରୁବିନ୍ଦର କଳଶ ଶୋଭା ପାଉଅଛି ।ସପ୍ତପାତାଳ ଉତ୍ସର୍ଗ ଲାଗେ ହେମପନ୍ତିଆକାଶ ମାର୍ଗରେ ଯେହ୍ନେ ଦିଶେ ଚନ୍ଦ୍ରଜ୍ୟୋତି ।ନନ୍ଦାବର୍ତ୍ତ କମ ଗଜଦନ୍ତର ପିତୁଳିହିଙ୍ଗୁଳି ହରିତାଳ ଯେ ନାନା ବର୍ଣ୍ଣେ ଝଳି ।ଦେବାଙ୍ଗ ଝୀନବସନ ଉଭାତ୍ରୋଣା ଲମ୍ବେଚନ୍ଦ୍ରବିନ୍ଦୁ ଚିହ୍ନ ବସିଥାଇ ଖମ୍ବେ ଖମ୍ବେ ।ଗଜମୋତି ମାଣିକ୍ୟର ରେଖ ପନ୍ତି ପନ୍ତିମନୋହର ମନ୍ଦିର ଯେ ଅତି ଶୋଭା ପାନ୍ତି ।ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ବଖରା ମୂଳରେଚାହିଁବା ମାତ୍ରକେ ଯୋଗୀଜନ ମନ ହରେ ।ଆପଣେ ଯା ବିଶ୍ୱକର୍ମା ନିର୍ମାଣିଲା ବସିବାରସ୍ୱତୀ ପୁର ପରି ଦିଶେ ଶୋଭାରାଶି ।ଧନ୍ୟ ସେ ବଳରାମଙ୍କ ବିବାହର ବିଧିକହିଲେକ ନ ସରଇ କୋଟି ଯୁଗାବଧି ।ଛାୟା ମଣ୍ଡପରେ ବିଜେକଲେ ମଞ୍ଚରାୟେଅନ୍ତରୀକ୍ଷ ମାର୍ଗେ ରହି ସର୍ବଦେବତାଏ ।ପାଣ୍ଡବଙ୍କ ସଙ୍ଗତରେ ଆସନ୍ତେ ଅର୍ଜୁନଖଣ୍ଡେ ଦୂରରୁ ତାହାଙ୍କୁ ଦେଖି ଭଗବାନ ।ମଣିମୟ ସିଂହାସନେ ବସାଇଲେ ନେଇଅର୍ଜୁନଙ୍କୁ ଘେନି ବିଜେ ନନ୍ଦର ତନୟୀ ।ନିସ୍ତରିଲି ନିସ୍ତରିଲି ବୋଲି କଲେ କୋଳଏହି ଅନୂରୁପେ ମାନ୍ୟକରି ସେ ସକଳ ।ଏସନ ରୀତି ଦେଖିଣ ଦୁର୍ଯୋଧନ ରାୟେକୋପେଣ କୋପାନଳ ଯେ କମ୍ପେ ତାର କାୟେ ।ମନରେ ଅନେକ ଲଜ୍ଜାପାଇ ମହାବଳୀଓଷ୍ଠ କଣ୍ଠ ତାଳୁ ଶୁଖି ପଡ଼ିଯାଏ କଳି ।ଭୀଷ୍ମ ଦ୍ରୋଣ ଅଶ୍ୱଥିାମା ଦେଖି ସେହି କଥାଯେ ଯାହାର ଅନୁରୂପରେ ପାଇଲେକ ବ୍ୟଥା ।ଏସନ ସମୟେ ଦୂତ ଆସି ଜଣାଇଲାଭୋଦେବ ବିଭାର ବେଳ ନିକଟ ହୋଇଲା ।ବୈଶାଖ ଶୁକ୍ଳତୃତୀୟା ତିଥି ବୁଧବାରରୋହିଣୀ ନକ୍ଷତ୍ର ନାମ ଅଟଇ ଆଜର ।ଶୁଭ ନାମେ ଯୋଗ ନାଗ ନାମରେ କରଣଆଜି ବିଭା ମଙ୍ଗଳ ଯେ ହୋଇବ ଆପଣ ।ବେଳ ପଞ୍ଚଦଣ୍ଡେ ମିଥୁନର ଲଗ୍ନଯୋଗରେବତୀ ବଳଦେବଙ୍କ ବିଭାର ସଂଯୋଗ ।ବିଭାରେ ବ୍ରହ୍ମା ଆଚାର୍ଯ୍ୟ ହୋଇଲେ ଆପଣବେଦୀରେ ବିଜୟେ ଯାଇ କଲେ ଋଷିଗଣ ।ସଙ୍ଗେ ସପ୍ତଋଷି ବାଳଖିଲ୍ୟା ମହାଯତିଆସନେ ବସିଲେ ବେଦୀ ଦକ୍ଷିଣର ଜାତି ।ବସୁଦେବ ଉଗ୍ରସେନ ସକଳ ସଇନିବେଦୀ ଉତ୍ତର ଭାଗରେବ ସି ମାନ୍ୟଘେନି ।ବଳରାମ ବସିଲେକ ପଶ୍ଚିମ ଭାଗରେଜଗନ୍ନାଥ ବିଜେକଲେ ପାର୍ଥ ସହିତରେ ।ରଥ ଗଜ ପଦାତିକ ଯେ ଯାହାର ମୂଳେସର୍ବେ ରୁଣ୍ଡ ହୋଇ ବସିଲେକ ବେଦୀତଳେ ।ଏସନ ସମୟେ ରଇବତ ନରପତିପ୍ରବେଶ ହୋଇଲେ ଆସି ବେଦୀ ପୂର୍ବକତି ।ରେବତୀ ଦୁହିତାକୁ ସେ କରି ସଜବାଜବେଦୀରେ ବିଜେ କରିଲେ ଯାଇଁ ମହାରାଜ ।ସତ୍ୟଯୁଗର ମାନବ ଅତ୍ୟୁତ୍ସର୍ଗ କାୟେଶିର ଲାଗିଅଛି ଅର୍ଦ୍ଧ ଆକାଶର ଯାଏ ।ଅଷ୍ଟବିଂଶ ହାତ ବୁରୁଶାଳ କଳେବରପର୍ବତ ପରାୟେ ଦେଖାଯାନ୍ତି ଭୟଙ୍କର ।ସେହି ସଦୃଶ ରେବତୀ ଦେବୀ ପୁଣି ଦିଶିପିତା କନ୍ୟା ଦୁହେଁ ଛନ୍ତି ଏକତ୍ରରେ ବସି ।ବେଦୀରେ ପୂର୍ବଭାଗରେ ବସନ୍ତେ ସେ ଯାଇଁଦେଖିଣ ନେତ୍ର ବୁଜିଲେ ସର୍ବେ ଶଙ୍କାପାଇ ।ଥୋକେ ଉପହାସ କଲେ ଥୋକେ ଗଲେ ଉଠିଥୋକାଏ ରୂପ ବାହୁନି ଦେଖି ଏକ ଦୃଷ୍ଟି ।ଥୋକାଏ ବୋଇଲେ ଏହା ଦେଖିଲାତ ନାହିଁକେହୁ ବୋଲେ ଅବା ଗଛ ଅଟନ୍ତି କି ଏହି ।ଏ ସଂସାରୁ ବାହାର ତ ଏହାଙ୍କର କାୟଥୋକାଏ ଲୋକ ଦେଖିଣ କଲେ ପୁଣି ଭୟ ।ଥୋକାଏ ପଣ୍ଡିତପଣେ ଯେହୁ ସୁବୁଦ୍ଧିଟିବୋଇଲେ ସତ୍ୟଯୁଗର ଲୋକ ଏସନଟି ।ଯୁଗ ଅନୁରୂପେ ଏହି ଆଚରନ୍ତି ସତ୍ୟପରଧନେ ଲୋଭ ନାହିଁ ପରନାରୀ ରତ ।ହିଂସା ଅପବାଦ କାମକ୍ରୋଧ ଲୋଭ ମୋହବୃଦ୍ଧଜନେ ପ୍ରିୟଭାବ ସଦା ସୁଃଖ ସ୍ନେହ ।ଶତେକ ସହସ୍ର ବର୍ଷ ଏହାଙ୍କ ଆୟୁଷକଳି କଳ୍ମଷ ନ ପଶେ ଏହାଙ୍କର ପାଶ ।ଅନ୍ଧ ଦରିଦ୍ର ଭିକ୍ଷୁକ କେହୁ ଜଣେ ନାହିଁଶ୍ରେଷ୍ଠ ମନୁଷ୍ୟ ବୋଲିଣ ପୁରାଣରେ ଲିହି ।ବହୁପୁଣ୍ୟ କରିଥିଲେ ୟାଙ୍କ ଭେଟ ପାଇଶୌଚ ଉତ୍ସର୍ଗ ନିର୍ମଳ ପୁରୁଷ ଯେ ଏହି ।ଆବର ବିଶେଷ ଏହୁ ଅଟନ୍ତି ନୃପତିସପ୍ତସିନ୍ଧୁ ମଧ୍ୟରେ ଏ ଅଟେ ଅଧିପତି ।ଅକ୍ଷୟ ଅଜରାମର ଅନାଦି ପୁରୁଷମହାକଳ୍ପାନ୍ତରେ ଏହୁ ନ ଯାନ୍ତି ବିନାଶ ।ଅଷ୍ଟାଙ୍ଗ ଯୋଗ ସାଧିଣ ଦେହେ ସର୍ବସିଦ୍ଧିନିରଞ୍ଜନ ଦେବ ଏହୁ କାଳ କଳ୍ପନିଧି ।କରଞ୍ଜଦ୍ୱୀପେ କଟକ ୟାଙ୍କ ବିତପନଅଷ୍ଟବସୁ ସଙ୍ଗତରେ ହୋଇଛନ୍ତି ଜନ୍ମ ।ଜନକ ଭ୍ରାତା ୟାଙ୍କର ଅଟଇ ଯୁକତେଅଶେଷ ବ୍ରହ୍ମାଣ୍ଡ ଜିଣିପାରି କ୍ଷଣମାତ୍ରେ ।ଏହି ଦୁହିତାର ପୁଣି ବିବାହ କାରଣେବ୍ରହ୍ମାଙ୍କ ତହିଁକି ପୂର୍ବେ ଗଲେ ବେନି ଜନେ ।ବିଧାତା ଏହାଙ୍କୁ କହିଲେକ ସର୍ବକଥାସେ ଆସି ଏତେ କାଳରେ ଭେଟିଲେ ସର୍ବଥା ।ଜନକ ଦୁହିତା ସୀତାଦେବୀ ନାମ ଥିଲେତ୍ରେତୟାରେ ରାମଚନ୍ଦ୍ର ତାଙ୍କୁ ବିଭାହେଲେ ।ପ୍ରତ୍ୟକ୍ଷେ ପୁରାଣେ ଶୁଣୁଥିଲୁ ଯେଉଁ ବାଣୀପ୍ରତ୍ୟକ୍ଷେ ଧାତା ସେ କଥା ଭେଟାଇଲା ଆଣି ।ଆଗହୁଁ ଦଇବ ଏହା କରିଅଛି ସିଦ୍ଧିଅନନ୍ତ ବିଭା ଦେଖିବା ଯଥାକର୍ମ ବିଧି ।ଥୋକାଏ ବୋଲନ୍ତି ଏତ ଅସମ୍ଭବ କଥାଏସନ କନ୍ୟାର ବିଭା ଅଛି କି ବ୍ୟବସ୍ଥା ।ଥୋକାଏ ବୋଇଲେ ୟାଙ୍କୁ ନିର୍ମାଣିଛି ବିଧିଆଗହୁଁ ଦଇବ ଯାହା କରିଅଛି ସିଦ୍ଧି ।ଅନେକ କାଳର କନ୍ୟା ଅବିବାହୀ ଥିଲାଏତେକାଳେ ଧାତା ବିଭାଯୋଗ ଘଟାଇଲା ।କାହିଁ କରଞ୍ଜ ଦ୍ୱୀପ ଯେ କାହିଁ ଜମ୍ୱୁଦ୍ୱୀପଅଇଲେ ଅନେକ ଦୂରୁଁ କାର୍ଯ୍ୟର ସ୍ୱରୂପ ।ମହାବିଚକ୍ଷଣ ରଇବତ ଦଣ୍ଡଧାରୀଭୂତ ଭବିଷ୍ୟତ ବାର୍ତ୍ତା ଜାଣେ ତଥ୍ୟକରି ।ପୃଥିବୀର ଭାରାଭର ନିବାରଣ ପାଇଁହରିହର ଜାତ ମର୍ତ୍ତ୍ୟେ ନରତନୁ ବହି ।ଏହି ବଳରାମ ପ୍ରତ୍ୟକ୍ଷରେ ଶୂଳପାଣିଯେ ରେବତୀ ସେ ପ୍ରତକ୍ଷେ ଉମା ଠାକୁରାଣୀ ।ଶୁଣ ପରୀକ୍ଷ ରାଜନ ଭଣି ଶୁକଯତିଇତି ଶିରୀ ହରିବଂଶ ପୁରାଣର କୀର୍ତ୍ତି ।ଏଥୁ ଅନନ୍ତରେ ଯାଇ ବେଦୀର ଉପରେରେବତୀଙ୍କୁ ଘେନି ରଇବତ ନୃପବରେ ।ବାଜଇ ଲକ୍ଷେ ମହୁରୀ ଲକ୍ଷେ ଶଙ୍ଖଧ୍ୱନିଗାବନ୍ତ ମଙ୍ଗଳ ଗୀତ ଅହିଅ କାମିନୀ ।ବ୍ରହ୍ମାଏ ସାମ ଗାୟନ କରି ଉଚ୍ଚସ୍ୱରେଚଣ୍ଡୀ ନୃସିଂହ କବଚ ପଢ଼ି ଯେ ଯାହାରେ ।ଗନ୍ଧରବେ ନୃତ୍ୟ ଗୀତକରି ମୋଦ ବହିଉପାଙ୍ଗ କଂସାଳ ଅଳାବେଣୀ ବାଦ୍ୟ ବାଇ ।ଇନ୍ଦ୍ରଆଦି କରିଣ ଯେ ସର୍ବ ଦେବତାଏରାଜବର୍ଗ କ୍ଷତ୍ରକୁଳ ମର୍ତ୍ତେ ଯେତେ ରାୟେ ।ବିଭା ସମ୍ଭାର ଦେଖିଣ ହୋଇ ତୋଷଚିତ୍ତଯେ ଯାହାର ପରଶଂସା କରନ୍ତି ବହୁତ ।କଳ୍ପ କଳ୍ପାନ୍ତରେ ଯାହା ଶୁଣିଲା ତ ନାହିଁପ୍ରତ୍ୟକ୍ଷେ ନୟନେ ତାହା ଦେଖିଲୁ ଆମ୍ଭେ ହିଁ ।କରଞ୍ଜ ଦ୍ୱୀପ ଲୋକେ ଯେ ସତ୍ୟଯୁଗେ ଜାତସେ ଆସିଣ ଏତେ ଦୂରେ ହେଲେ ଉପଗତ ।ଆଚାର୍ଯ୍ୟ ବରଣେ ବ୍ରହ୍ମା ବେଦୀପରେ ବସିଏ ସମୟେ ଏତାଦୃଶ ଦଣ୍ଡବେଳ ଆସି ।ଉଭୟ ଗୋତ୍ର କରିଲେ ଧାତା ଉଚ୍ଚାରଣକୁଶ ଘେନି ବେନିକର କରିଲେ ବନ୍ଧନ ।ମହାମନ୍ତ୍ର ଉଚ୍ଚାରିଣ ବାନ୍ଧି କୁଶଗଣ୍ଠିଶଙ୍ଖେ ଜଳ ତିଳେନେଇ ଦେଲେ ପରମେଷ୍ଠି ।ତିଳ ତୁଳସୀ ସଙ୍ଗରେ ଭରି ଗଙ୍ଗାଜଳପୁନରପି ଉଚ୍ଚାରଣ କଲେ ବେନିକୁଳ ।ଅନେକ ଯୌତୁକ ଦେଲେ ରଥ ଗଜ ଅଶ୍ୱସୁବତ୍ସା ସହିତେ ଧେନୁ ଦେଲେକ ଅଶେଷ ।ଦାସୀ ପରିବାରୀ ଗାଈ ସୁନା ରୂପା ତୁଲେରୈବତ ରାଜ ଯୌତୁକ ମୋଦଭରେ ଦେଲେ ।ମଞ୍ଚରୁ ଯେତେକ ଆସିଥିଲେ ଦଣ୍ଡଧାରୀନାନାବିଧ ଯଉତୁକ ଦେଲେ ଯେ ଯାହାରି ।ଯଦୁବଂଶ ନାରୀମାନେ ଅର୍ଘ୍ୟ ବନ୍ଦାଇଲେସନକ ସନାତନାଦି ସ୍ତୁତିପାଠ କଲେ ।ଗଣ ଗନ୍ଧର୍ବ ଦେବତା କଲେ ଜୟଧ୍ୱନୀସ୍ତୁତି କଲ୍ୟାଣ କରିଲେ ନାରଦ ଯେ ମୁନି ।ଇଦଂ ବାକ୍ୟ ବଦୟନ୍ତି ଶୁକ ପୁଣ୍ୟତମାହେ ରାଜା ଏ ବଳରାମ ରେବତୀ ମହିମା ।ରେବତୀ କାୟା ଉତ୍ସର୍ଗ ହୋଇଥିଲା ଜାଣିବଳରାମ ଦେଲାଗି କ୍ଷୁଦ୍ର ହେଲା ପୁଣି ।ସମସ୍ତେ ଆଶ୍ଚର୍ଯ୍ୟ ହେଲେ ଦେଖିକରି ତାହାବୋଇଲେ ହୋଇଲା କେହ୍ନେ ଏହିରୂପେ ଏହା ।ଅସୁର ଅଶଂରେ ଯେହୁ ହୋଇଥିବ ଜାତଶରୀର ଅଟଇ ତାର ଅଠେଇଶ ହାତ ।ଏଡ଼େ ଆଲୋକିତ କଥା ନ ଦେଖି ନୟନବଳରାମ ଦେହଲାଗି ହୋଇଗଲା ସାନ ।ଅବିବାହୀ କନ୍ୟା ଏ ତ ଚନ୍ଦ୍ରପ୍ରାୟେ ଦିଶିଦେଖିକରି ମୋହମାନ ହେଲେ ବ୍ରହ୍ମଋଷି ।ଭଲ କନ୍ୟାଏ ପାଳିଣ ଥିଲେ ରଇବତଯାହାକୁ ଯାହା ଘଟଣା କରିଛି ବିଧାତ ।ତ୍ରିଭୁବନ ମୋହିନୀ ଏ ଅତୁଲାଇ ବାମାପରମ ମାହେଶ୍ୱରୀ ଏ ଅଟେ ରାଜଜେମା ।ଏ ଯେବେ ସେହି ସ୍ୱରୂପ ଧରିଣ ଥାଆନ୍ତା ।ଏହାକୁ କେବଣ ଲୋକ ବିବାହ ହୁଅନ୍ତା ।ମହା ପର୍ବତ ପାରୁଶେ ଯେହ୍ନେ ଗିରି ଶୋଭାତେସନ ଏ ଦୁହିଁଙ୍କର ଅଟଇ ଯେ ଆଭା ।କହୁଁ କହୁଁ ରୂପଗୋଟା ହୋଇଗଲା ଆନଦେବତାଙ୍କ ମାୟା ଏ ତ ଅଟଇ ପ୍ରମାଣ ।ଗଣ ଗନ୍ଧର୍ବ ଦେବତା ଯେତେ ତହିଁ ଥିଲେମଞ୍ଚପୁର ରାଜାମାନେ ସମସ୍ତେ ଦେଖିଲେ ।ସାତବଂଶ ଚଉରାଶୀ କୋଟି ଯଦୁବଳବରଷକେ ଏହି ସ୍ଥାନେ ଆସିବେ ସକଳ ।ବଦୟନ୍ତି ଶୁକମୁନି ଶୁଣ ପରୀକ୍ଷିତକୁଶଗ୍ରନ୍ଥିକୁ ଫେଇଲେ ତହୁଁ ଚଉମାଥ ।ଲାଜାହୋମ ଅନ୍ତେ ସୂର୍ଯ୍ୟଦେବ ଅର୍ଘ୍ୟଦେଲେଷଡ଼ରସ ଭୋଜନକୁ ସକଳ ଭୁଞ୍ଜିଲେ ।ବ୍ରହ୍ମା ଆଜ୍ଞାଦେଲେ ସର୍ବ ଦେବତାଙ୍କୁ ଚାହିଁସ୍ୱର୍ଗ ମର୍ତ୍ତ୍ୟଲୋକ ଆସି ବାହନ ଆରୋହି ।ରୈବତ ନୃପତି ଅଟେ ମହାଗୁରୁହଂସୀସତ୍ୟଯୁଗ ମନୁଷ୍ୟ ଏ ଅଟେ ବିଶ୍ୱବାସୀ ।ବହୁଦୂରରୁ ଆସିଛି କନ୍ୟାଗୋଟି ଘେନିକୀର୍ତ୍ତି ରହୁ ଏହାଙ୍କର ସକଳ ମେଦିନୀ ।ଅମରପୁର ପରାୟେ ଏହୁ ଶୋଭାବନରୈବତ ପାଟଣା ନାମେ ହେଉ ଏ ପ୍ରମାଣ ।ବଳରାମଙ୍କୁ ଚାହିଁଣ ଭଣି ବେଦବରଭୋ ସ୍ୱାମି ତୁମ୍ଭେ ଶୁଣିମା ବାକ୍ୟ ନୀଳାମ୍ୱର ।ଏ ପର୍ବତ ଗୋଟି ତବ ଅଟେ ଉପକାରୀରୈବତ ନାମ ଆଜହୁଁ ହେଉ ଯେ ଏହାରି ।ସାତବଂଶ ଚଉରାଶୀ କୋଟି ଯଦୁବଳବରଷକେ ଏହି ସ୍ଥାନେ ଆସିବେ ସକଳ ।ତୁମ୍ଭର ସଖା ସୋଦର ପାରିଷଦ ଲୋକଘୋଷଯାତ୍ରାକୁ ବିଜୟେ କରିବେ ଏତେକ ।ଗଣ ଗନ୍ଧର୍ବ ଦେବତା ସଙ୍ଗେ ଶଚୀପତିଏହି ଯାତ୍ରାକୁ ଆସିବେ ହେ ରେବତୀ ପତି ।ବଳରାମ ସନମତ କଲେ ସେ କଥାକୁସର୍ବ ଦେବତାଙ୍କ ଶ୍ରଦ୍ଧା ବଳିଲା ଯାତ୍ରାକୁ ।ସରିଲା ଚଉଠି ଅଷ୍ଟମଙ୍ଗଳାର ବିଧିଯେ ଯାହା ପୁରକୁ ଗଲେ ସର୍ବ ନୃପନିଧି ।ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ଦେବତାଙ୍କ ମୂଳେଯେ ଯାହା ଯାନ ଚଢ଼ିଣ ଗମିଲେ ସକଳେ ।କୃଷ୍ଣ ବଳରାମ ଯଦୁବଳ ସଙ୍ଗେ ଧରିଦ୍ୱରକାପୁରେ ବିଜୟେ ଶୀଘ୍ର ଯାଇକରି ।କନ୍ୟା ସମର୍ପଣ କରି ରଇବତ ରାୟେଆପଣା ରାଜ୍ୟକୁ ତହୁଁ ସମଦଣ୍ଡ ଯାଏ ।ପାଦୁକା ମନ୍ତ୍ରବଳରେ ରଥେକ ଆରୋହିକରଞ୍ଜ ଦ୍ୱୀପେ ପ୍ରବେଶ ହୋଇଲେକ ଯାଇ ।ଦୁହିତାକୁ ବିଭାଦେଇ ରାଜା ହୃଷ୍ଟଚିତ୍ତଏଠାରୁ ରେବତୀ ବିଭା ହୋଇଲା ସମାପ୍ତ ।ଇତିଶିରୀ ହରିବଂଶ ପୁରାଣର ବାଣୀଅଠଷଠି ଅଧ୍ୟା ଏଥେ ସମାପତ ପୁଣି ।ଜୟ ଜୟ କାମପାଳ ରେବତୀର ବନ୍ଧୁଅପାର ମହିମା ତବ କୃପାଜଳ ସିନ୍ଧୁ ।ଯୁଗ ଯୁଗପତି ତୁମ୍ଭେ ପରମ ପୁରୁଷଯା ନାମ ଧରନ୍ତେ ଅଙ୍ଗୁ ହରଇ କଳ୍ମଷ ।ଧବଳ ମୂରତି ତବ ଶ୍ୱେତବର୍ଣ୍ଣ କାୟେଜନ୍ମ ମରଣ ବର୍ଜିତ କଳ୍ପାନ୍ତର ଯାଏ ।ମସ୍ତକରେ ଶୋଭାପାଏ କୋଟି ସପ୍ତଫେଣିଚାମର ଚିକୁର କେଶ ଶୋଭା ଦିବ୍ୟବେଣୀ ।ଦକ୍ଷିଣ କର୍ଣ୍ଣରେ ମୁଦ୍ରା ବାମରେ କୁଣ୍ଡଳନୀଳବର୍ଣ୍ଣ ମେଘରେ କି ରବିର ମଣ୍ଡଳ ।କଟିରେ ଝୀନବସନ କରେ ହଳ ସାଜେଅଷ୍ଟାଙ୍ଗ ଯୋଗ ଜିତା ଯେ ଦେବ ଦେବରାଜେ ।କୋଟି କନ୍ଦର୍ପ ସ୍ୱରୂପ କାମ କଳ୍ପନିଧିଅବହେଳେ ସାଧିପାରେ ଯେହୁ ଅଷ୍ଟସିଦ୍ଧି ।ରେଖ ରୂପ ବିବର୍ଜିତ ଅଟଇ ଯାହାରଅନନ୍ତ ମାୟାଧର ଯେ ପ୍ରଭୁ ବିଶ୍ୱମ୍ୱର ।କଳ୍ପତରୁ ସ୍ୱରୂପରେ ବିଜେ ସିଂହାସନନାନା ରତନେ ଝଟକ ରାଜେ ତେଜବର୍ଣ୍ଣ ।ବାଞ୍ଛା କଳ୍ପତରୁ କୂଟେ ଯେ ଦାରୁଣରୂପୀସ୍ଥାବର ଜଙ୍ଗମ କୀଟ ପତଙ୍ଗରେ ବ୍ୟାପି ।ଅଶେଷ ମହିମା ଯାର କହୁ ନ ସରଇମୁଁ କିସ କହିବି ତାହା ନରଦେହ ବହି ।ସେ ବଳରାମ ଚରଣେ କୋଟି ନମସ୍କାରଅଚ୍ୟୁତ ଦାସକୁ ଭବୁଁ କରିବା ଉଦ୍ଧାର ।