ହରିବଂଶ (ଷଷ୍ଠ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୩ / ୩୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଶମ୍ବରାସୁର ଦ୍ୱାରା ରତି ହରଣ
ଶ୍ରୀ ଶୁକ କହନ୍ତି ଶୁଣ ଆହେ ପରୀକ୍ଷିତଏଥୁ ଅନନ୍ତରେ ପୁଣି ହେଲା ଯେ ବୃତ୍ତାନ୍ତ ।ସାରାବତୀ କଟକ ଯେ ପଶ୍ଚିମ ଦେଶରେବେନିଲକ୍ଷ ଯୋଜନ ସେ ଅଟଇ ଓସାରେ ।ତହିଁରେ ଶମ୍ବର ରାଜା କରଇ ରାଜୂତିଅନେକ କାଳରେ ସେହୁ ଅଟେ ନରପତି ।ବହୁତ ମାୟା ଜାଣଇ ସେ ଦନୁଜ ଚନ୍ଦ୍ରବଳବନ୍ତ ବୁଦ୍ଧିମନ୍ତ ପଣରେ ଧୂରନ୍ଦ୍ର ।ମହା ପ୍ରଜ୍ଞାରେ ରାଜୁତି କରଇ ରାକ୍ଷସଯୁବତୀ ଅଛନ୍ତି ତାର ପୁଣି ଦଶସସ୍ର ।ସ୍ତ୍ରୀକେ ପାଞ୍ଚପୁତ୍ର ପାଞ୍ଚ ଦୁହିତା ଉତ୍ପତିପୁତ୍ରକେ ପାଞ୍ଜନାତି ଯେ ନାତୁଣୀ ଜନ୍ମନ୍ତି ।କୁବେରକୁ ଜିଣି ସେହୁ ଅଟେ ଧନବନ୍ତାଜନ୍ମ ମରଣକୁ ତାର ନାହିଁ କିଛି ଚିନ୍ତା ।ଗଣଗନ୍ଧର୍ବ ଦେବତା ତାକୁ ନାହିଁ ଭୟେଅନେକ ବିଦ୍ୟା ଜାଣଇ ସେ ଅସୁର ରାୟେ ।ରଥ ଗଜ ଅଶ୍ୱ ତାର ଅଟେ ଅପ୍ରମିତଚଉଦ କ୍ଷଉଣୀ ବଳ କେ କରିବ ଅନ୍ତ ।ଅନିବାରଣ ସେମାନେ କାକୁ ନାହିଁ ଭୀତିବ୍ରହ୍ମା ବିଷ୍ଣୁ ମହେଶ୍ୱର ସାଧି ସେ ପାରନ୍ତି ।ଅଚଳାଚଳ ସମ୍ପଦ ଭୋଗେ ନୃପମଣିଅମର ବାରସ୍ୱତୀର ପୁରକୁ ସେ ଜିଣି ।ନାନାରୂପେ ଧରଇ ସେ ମହାମନ୍ତ୍ର ବଳେସମ୍ବର ସମାନେ ରାଜା ନାହିଁ ମହୀତଳେ ।ଏସନ ପ୍ରକାରେ କେତେ ଦିନ ବହିଗଲାସମଦଣ୍ଡ ଘେନି ଦିନେ ମୃଗୟାକୁ ଗଲା ।ପାତ୍ର ମନ୍ତ୍ରି ଅମନାତ୍ୟ ଗମନ୍ତି ସଙ୍ଗରେନିଯୋଗମାନେ ଧାମନ୍ତି ଅସ୍ତ୍ର ଧରି କରେ ।ରଥୀ ମହାରଥୀ ଆଉ ଅପ୍ରମିତ ଗଜରାଜାର ବିଜୟ ଦେଖି ସର୍ବେ ହେଲେ ସଜ ।ନାନାଦି ଲୁହାର ତୀକ୍ଷ୍ଣମୁନା ଶରେ ଘେନିନୃପତି ସଙ୍ଗେ ଗୋଡ଼ାଇ ଗମନ୍ତି ସଇନି ।କଟକୁଁ ଗମିଲେ ସର୍ବେ ଦକ୍ଷିଣର ମୁଖେପୃଥ୍ୱୀ ହେଲେ ଘେନୁଅଛି ଭୟଙ୍କର ଡାକେ ।ଅଗମ୍ୟ କାନନେ ଯାଇଁ ହୋଇଲେ ପ୍ରବେଶମୃଗ ବରାହ ଲୋଡ଼ନ୍ତି ସର୍ବେ ଚଉପାଶ ।ହରିଣୀ ବାହୁଟିଆ ଯେ ଭାଲୁ ବ୍ୟାଘ୍ର ହସ୍ତୀରତ୍ନ ମଧ୍ୟରେ ପଶିଣ ଉତ୍ସୁକେ ଲୋଡ଼ନ୍ତି ।ସେହି ଦିନ ବିଧାତାଏ ଘଟସୂତ୍ର କଲେସର୍ବ ଜୀବ ଜନ୍ତୁ ଭୟେ ଦେଖି ପଳାଇଲେ ।ପକ୍ଷୀ ମୃଗ ଆଦି ଗୋଟିଏକ କେହି ନାହିଁସର୍ବେ ଆଶ୍ଚର୍ଯ୍ୟ ହୋଇଲେ ଚଉଦିଗ ଚାହିଁ ।ଏମନ୍ତେ ଅଠର ଦଣ୍ଡ ହେଲା ଆସି ବେଳଚାଲନ୍ତେ ଶ୍ରମରେ ବାଧା ପାଇଲେ ସକଳ ।ଏକେ କ୍ଷୁଧା ପିପାସାରେ ବ୍ୟାକୁଳ ହୃଦୟଘୁମାନ୍ତେ ନିଦ୍ରା ଆସିଣ ଘାରେ ନେତ୍ର ଦ୍ୱୟ ।ଚାଲି ନ ପାରି ସଇନି ରହି ବୃକ୍ଷତଳେନଦୀରେ ପଶିଣ ଜଳ ଭକ୍ଷନ୍ତି ବିକଳେ ।କେହୁ ଶୋଇଗଲେ ଭୂମିପରେ ବସ୍ତ୍ର ପାଡ଼ିଥୋକେ ଦୂରୁ ଅପସରି ଆସେ କେ ବାହୁଡ଼ି ।ଥୋକେ କନ୍ଦମୂଳ ଖାନ୍ତି ସେହିଠାରେ ରହିଥୋକାଏ ରାଜା ପଛରେ ଅଛନ୍ତି ଗୋଡ଼ାଇ ।ତହୁଁ ଥୋକାଏକ ଦୂର ଗମନ୍ତେ ଭୂପାଳପ୍ରବେଶ ହୋଇଲେ ଯାଇଁ ବ୍ରହ୍ମନଦୀ କଳ ।ନୃପତି ଆଜ୍ଞା ଦେଲେକ ପାତ୍ର ମନ୍ତ୍ରୀ ରାଇନଦୀର କୂଳରେ ତୁମ୍ଭେ ସର୍ବେ ଥାଅ ରହି ।ନଦୀପାରି ହୋଇଗଲେ ଆମ୍ଭ ଭଲ ହେବତେବେ ଜୀବ ଜନ୍ତୁ ଭେଟ ନିଶ୍ଚୟ ପଡ଼ିବ ।ତୁମ୍ଭେମାନେ ସମସ୍ତେ ହୋ ନଦୀକୂଳେ ଥାଅନୋହିଲେ ନିଜ ଦେଶକୁ ବାହୁଡ଼ିଣ ଯାଅ ।ଏତେକ ବୋଲିଣ ତହିଁ ରୁହାଇ ସଇନିନଦୀ ପାରି ହୋଇଗଲେ ଏକା ନୃପମଣି ।ଗନ୍ଧର୍ବ ବନେ ପ୍ରବେଶ ହୋଇଣ ତଡ଼ତିଦେଖିଲା ସେ ବନଶୋଭା ବୁଲି ଚଉକତି ।ଅବସନ୍ତରେ ବସନ୍ତ ବହେ ଧୀରଧୀରଧାତୁ ମାତୁର ଯୋଗରେ ପୁଲକେ ଶରୀର ।ପିକ ଝିଙ୍କାରିଏ ତହିଁ କରି ନାନା ଧ୍ୱନିରତି ଆହ୍ଲାଦରେ ପଲ୍ଲବିତ ତରୁଶ୍ରେଣୀ ।ଶମ୍ବର ନରପତିର ଉଲୁସଇ କାୟଖଣ୍ଡିଗଲା ମନ ଦୁଃଖ ଆନନ୍ଦ ହୃଦୟ ।ତହୁଁ ଥୋକାଏକ ଦୂର ଯାଏ ନରପତିଧର୍ମପୁରରେ ଯାଇଣ ମିଳେ ବ୍ୟଗ୍ରଗତି ।ଥୋକାଏ ଦୂରେ ଦେଖଇ ଗନ୍ଧରବ ନଦୀମନେ ମନେ ବିଚାରଇ ରାଜା ଗୁଣନିଧି ।ଦେଖେ ଭୈରବ ଗିରିରୁ ଜଳ ବହି ବ୍ୟଗ୍ରେଝର ଝର ହୋଇକରି ଆସୁଛି ସରାଗେ ।ବୃକ୍ଷଙ୍କର ଆହ୍ଲାଦରେ ସୁଶୀତଳ ଜଳଶରଦେ ବସନ୍ତ ବାୟୁ ବହେ ପରିମଳ ।ନୟନରେ ଦେଖିକରି ତାହା ନୃପବରତୃଷାରେ ଆର୍ତ୍ତ ହୋଇଣ ମିଳେ ନଦୀତୀର ।କନ୍ଧରୁ ଧନୁକୁ କାଢ଼ି ଥୋଇ ନଦୀକୂଳେଧାତିକାରେ ଜଳପାନେ ପଶିଲା ସଲିଳେ ।ପେଟ ଭରିଣ ଆତୁରେ ପିଇଲା ସେ ଜଳଆତ୍ମା ସନ୍ତୋଷ ହୋଇଣ ହୋଇଲା ଶୀତଳ ।କୂଳରେ ଉଠି ନିଃଶ୍ୱାସ ଛାଡ଼େ ନରପତିଲେଉଟିଣ ଧନୁଶର ଧଇଲା ତଡ଼ତି ।କିଛି ଦୂରେ ଦେଖେ ଏକ ପରବତ ଅଛିତାଉରଙ୍ଗ ଗଛ ତଳେ କନ୍ୟାଏ ବସିଛି ।ମରକତ ପରାୟେକ ଶୋଭଇ ଶରୀରନୀଳମେଘରେ ଯେସନେ ଶଶୀ ଶୋଭାକାର ।ତପସ୍ୱିନୀ ପ୍ରାୟ ଦେଖାଯାଏ ଦେହ ଜ୍ୟୋତିସାଗର ମଧ୍ୟରୁ କିବା ଲକ୍ଷ୍ମୀ ଉତପତ୍ତି ।ସର୍ବଗୁଣେ ପରିପୂର୍ଣ୍ଣ କାମର ଘରଣୀରୂପେ ପଟାନ୍ତର ତାକୁ କିସ ଦେବା ପୁଣି ।ଏକ ଏକ ଗୁଣ ତାର କି କହିବା ଜାଣିଗଢ଼ିଛି ଯତନେ ବିଶ୍ୱକରମା ବିନ୍ଧାଣି ।ପଦ୍ମିନୀ ସୁକୁମାରୀ ସେ ଅଟେ ଶୁଦ୍ଧଜାତିକନ୍ଦର୍ପ ଅଟଇ ଯାହାରଟି ନିଜ ପତି ।ଲମ୍ବମାନ ଦୀର୍ଘ ଜୂଡ଼ା ଚାମର ଚିକୁରକୌଷେୟ ବସନ ପରିଧାୟିନୀ ଆବର ।ନିବେଶି ଗଙ୍ଗାମୃତ୍ତିକା ଲଲାଟପଟରେବିରାଜଇ ବେଣୀ ଗୋଟି ଯା ପୃଷ୍ଠ ଦେଶରେ ।ବିସ୍ତାର ଦୀର୍ଘ ନୟନ ନୀଳବର୍ଣ୍ଣ ଡୋଳାପଦ୍ମକେଶରେ ଭ୍ରମର କରେ କିବା ଖେଳା ।ହେଠ ବଦନରେ ବସି ଭୂମିପରେ ଦୃଷ୍ଟିଭ୍ରୁଭଙ୍ଗିରେ ମୋହୁଅଛି ଚରାଚର ସୃଷ୍ଟି ।କଣ୍ଠ ତଟରେ ଲୁଳଇ ମର୍କତ କୁଣ୍ଡଳନୀଳମେଘେ ଶୋହେ ଯେହ୍ନେ ଆଦିତ୍ୟ ମଣ୍ଡଳ ।ବିସ୍ତାରିତ ନେତ୍ରଦ୍ୱୟ କପୋଳ ସୁସଞ୍ଚନାହିଁ ପଟାନ୍ତର ତାକୁ ସ୍ୱର୍ଗଆଦି ମଞ୍ଚ ।ଅଧର ଶୋଭିତ ବିମ୍ବ ଫଳର ଆକୃତିଲଲାଟ ସିନ୍ଦୂର ଟୋପି ଦିଶେ ଦିବ୍ୟଜ୍ୟୋତି ।ହସ୍ତୀ ଥୋରହସ୍ତ ପ୍ରାୟେ ବାହୁ ବେନି ଦିଶେବିକ୍ରମ ସିଂହ ପରାୟେ କଟିତଟ କି ସେ ।ପଦ୍ମ ଆସନରେ ବସି ମହାମନ୍ତ୍ର ରଟିଏସନ ବେଳେ ପଡ଼ିଲା ରାକ୍ଷସର ଦୃଷ୍ଟି ।କନ୍ୟାର ସମୀପେ ଯାଇ ଖଣ୍ଡେ ଦୂର ମିଳିରୂପ ନିରୋପଇ ପାଶେ ଯାଇ ମହାବଳୀ ।ଆପଣା ଅନ୍ତର୍ଗତରେ ବିଚାରେ ନୃବରବଡ଼ଇ ଦୁର୍ଲ୍ଲଭ କଥା ଅଟେ ଅଗୋଚର ।ଏମନ୍ତ ସୁନ୍ଦରୀ ନାରୀ ନେତ୍ର ଦେଖିନାହିଁଯୁବତୀରତ୍ନ ନିଧି ଏ ଜଗତେ ଅଟଇ ।ବିଧାତା ନିର୍ମାଣ କଲା କେତେକାଳ ବସିପାଦକୁ ସରି ନୋହିବା ରମ୍ଭା ଉରୁବଶୀ ।ସଂସାର ମଧ୍ୟରେ କେତେ ଗୁଣମାନ ଥିଲାଏହାର ଅଙ୍ଗରେ ଧାତା ସମସ୍ତେ ଥୋଇଲା ।ସ୍ଥାବର କୀଟ ପତଙ୍ଗ ଯେତେ ଦେହଧାରୀଏହାକୁ ଦେଖିଲେ କେବେ ମୁରୁଛି ନ ପାରି ।ବୃକ୍ଷ ପାଷାଣ ମୃତ୍ତିକା ଯେତେକ ଅଜୀବେଏହାକୁ ଦେଖିଲେ କାମଜଳେ ବୁଡ଼ିଯିବେ ।ଇଷ୍ଟବନ୍ଧୁ ସୋଦର ୟା ଜଣେ କେହି ନାହିଁଏ ଅରଣ୍ୟ ମଧ୍ୟରେ ଏ ଏକାକୀ ଅଛଇ ।ସ୍ତିରୀଲିଙ୍ଗ ହୋଇ ୟାର ତପସ୍ୱୀର ବେଶକେବଣ କୂଳରେ ଜାତ ନାମ ୟାର କିସ ।ପିତା ମାତା ଭର୍ତ୍ତା କିବା ୟାର କେହି ନାହିଁକେବଣ କାର୍ଯ୍ୟରେ ଏଥେ ବସିଛି କିପାଇଁ ।ଏହାକୁ ଦେଖିଣ ଅଙ୍ଗେ ଲାଗେ କାମାବାଧାବେଳୁଁ ବେଳୁଁ ବଳୁଅଛି ଅତ୍ୟନ୍ତ ଶରଧା ।ତଦନ୍ତ କରିଣ ୟାର ବୁଝିବା ସନ୍ଦେଶଚାଟୁ ବଚନରେ ପୁଣି କରାଇବା ତୋଷ ।ଏତେମତେ କାର୍ଯ୍ୟଗୋଟା ଯେବେ ନୋହେ ସିଦ୍ଧିଏହାର ପାଇଁ ଛାଡ଼ିବି ନିଶ୍ଚେଁ ରାଜବିଧି ।ଅସୁରୀର ମାୟା ଗୋଟି ଭଲେ ଅଛି ଜାଣିମଣିମନ୍ତ୍ର ମହୌଷଧି ଅଛଇ ପ୍ରମାଣି ।ଏମନ୍ତେ କାର୍ଯ୍ୟ ନୋହିବ ଯେବେଟିକି କାଳେମୁହିଁ ମହାରାଜା ନେଇ ପାରଇଟି ବଳେ ।ନୋହିଲେ କହିଲେ ମୁହିଁ ଦେବି ବହୁଧନଦାସ ପଣରେ ଏହାର ରଞ୍ଜିବଇଁ ମନ ।ନୋହିଲେ ସକଳ ଦ୍ରବ୍ୟ କରି ଉପହାରଚାକର ପରାୟେ ଖଟିଥିବି ନିରନ୍ତର ।ଏସନ ବିଚାର କରେ ରାଜା ମନେ ମନକହୁଁ କହୁଁ ଅସାଷ୍ଟମ ହୋଇଲା ତକ୍ଷଣ ।ତହୁଁ ସଧୀରେ ମିଳିଲା ଯାଇଁ ବୃକ୍ଷତଳେନବଯୁବା ସ୍ୱରୂପକୁ ଧରି ମହୀପାଳେ ।ଅସୁର କାମରୂପୀ ସେ ଜାଣେ ବହୁମାୟାମୀନକେତନ ପରାୟେ ଧରି ନିଜ କାୟା ।ବାମକରେ ଦିବ୍ୟଧନୁ ଦକ୍ଷିଣରେ ଶରପ୍ରତ୍ୟକ୍ଷ କନ୍ଦର୍ପ ପରି ଦିଶଇ ଶମ୍ବର ।ଲଜ୍ଜା ଛାଡ଼ି ରତିଦେବୀ ପାଶେ ଉଭା ହୋଇଧୀରେ ଧୀରେ ପଚାରଇ ଦୈତ୍ୟକୁଳ ସାଇଁ ।କାହାର ଦୁହିତା ତୁହି କାର ମନୋହରୀଏ ବନେ ତପସ୍ୟା କିପାଁ କରୁ ଗୋ ସୁନ୍ଦରୀ ।ବ୍ୟାଘ୍ର ଭଲ୍ଲୁକ ଶାର୍ଦ୍ଦୁଳ ଛନ୍ତି ବନହସ୍ତୀଅବଶ୍ୟ ଲେଉଟି ତୋତେ ଭକ୍ଷିବେ ଏଘାନ୍ତି ।ନୋହିଲେ ଅସୁର ଯେବେ ପାଇବେଟି ଲୋଡ଼ିସୁରା ସଙ୍ଗତରେ ମାଂସ ଭକ୍ଷିବେ ତ ପୋଡ଼ି ।ମାତା ପିତା ଇଷ୍ଟବନ୍ଧୁ ସଙ୍ଗେ କେହି ନାହିଁଏକାକୀ ବସିଛୁ କିପାଁ କେଉଁ ମନ୍ତ୍ର ଧ୍ୟାୟି ।ସୁକୁମାରୀ ସୁଲକ୍ଷଣୀ ଅଟୁ ତୁ ନାୟିକାଏ ଯୁବା ବୟସ ଦେଖି ହେଲି ମୁହିଁ ଥକା ।କେ ତୋହର ନିଜ ଭର୍ତ୍ତା କହ ଫେଡ଼ିକରିକନ୍ଦମୂଳ ଭକ୍ଷି କିପାଁ ହେଲୁ ବନଚାରୀ ।କିବା ଦୋଚାରୀ ହୋଇଣ ଛାଡ଼ିଲୁ ତୁ ଲଜ୍ଜାସ୍ୱଇଚ୍ଛାରେ କୁଳମୂଳ କଲୁ କିବା ତେଜ୍ୟା ।କିବା ବ୍ୟାଧି ବଶେ ତୁହି ହୋଇଲୁ ପାଗଳଥୟକରି କହିଦିଅ ମୋତେ ଥଳକୁଳ ।କି ଅବା ମୃତ ହୋଇଲା ତୋର ନିଜପତିଏମାନ ସଂକ୍ଷେପି ମୋତେ କହ ଗୋ ଯୁବତୀ ।ସ୍ତିରୀଙ୍କର ମଧ୍ୟେ ତୁହିଁ ଅଟୁ ଶିରୋମଣିଏ ଯୁବା ବୟସ ଗୋଟା ସାରୁ ଜାଣି ଶୁଣି ।ଶମ୍ବର ନୃପତି ମୁହିଁ ସପ୍ତଦ୍ୱୀପ ରାଜାସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ପାଏ ପାଦପୂଜା ।ଅନେକ ଧନ ରତନ ଦେବି ଉପହାରମୋହର ସଙ୍ଗେ ବିଳସ ଆଗୋ ରାମାବର ।ଅନ୍ତଃପୁରେ ରହିବୁ ତୁ ସ୍ତିରୀଙ୍କ ସଙ୍ଗତେପରିବାରୀ ପଣେ ସେବା କରିବେ ସମସ୍ତେ ।ପାତ୍ର ମନ୍ତ୍ରୀ ପୁରୋହିତ ସର୍ବ ବିଦ୍ୱଜ୍ଜନପାରୁଶରେ ଖଟିଥିବେ ତୋର ରାତି ଦିନ ।ପୁତ୍ର ଭାରିଯା ମୋହର ନାତି ପଣନାତିସମରାଜ୍ୟ ଲୋକ ତୋତେ କରିବେ ଭକତି ।ତୋର ବଚନକୁ ମୁହିଁ ନ ଲଙ୍ଘି ସର୍ବଥାଅନୁକ୍ଷଣେ ପାଳୁଥିବି ମୁଁ ତୋହର କଥା ।ଯେତେକାଳ ପରିଯନ୍ତେ ପିଣ୍ଡେ ଥିବ ପ୍ରାଣତେତେକାଳ ପରିଯନ୍ତେ ଖଟିଥିବି ଜାଣ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ହେବୁ ଠାକୁରାଣୀଏକାଙ୍ଗ ମହାଦେଈ ତୁ ସଂସାର କାରେଣୀ ।ଲାବଣ୍ୟ ପରି ସୁନ୍ଦର ଅଟେ ତୋର ଦେହୀବୁଡ଼ିଲା କାମଜଳରୁ ଜଳ ମୋତେ ତ୍ରାହି ।ଏ ତୋହର ରୂପ ଦେଖି ମତି ମୋର ଛନ୍ନକର ପ୍ରତିକାର ମୋତେରେ ନାରୀ ରତନ ।ବଦନ ତୋଳିଣ ଦିଅ ଅପାଙ୍ଗରେ ଦୃଷ୍ଟିଯାଉ ବିରହସନ୍ତାପ କାମବାଧା ତୁଟି ।କୋମଳ କରିଣ ମୋତେ କହ କଥାଟିଏତୁଟୁ କନ୍ଦରପ ବାଧା ଯାଇ କାମଭୟେ ।ଶୁକମୁନି ବୋଇଲେକ ଶୁଣ ନୃପମଣିଇତି ଶିରୀ ଭାଗବତ ପୁଣ୍ୟତମ ବାଣୀ ।ଏସନ ପ୍ରକାରେ ତହିଁ ଶମ୍ବର ନୃପତିଚାଟୁ ବଚନରେ ତୋଷ କଲା ରତି ମତି ।ଶୁଣିକରି ରତିଦେବୀ ହେଲେ ତୋଷମନବୋଇଲା ଘଟିଲା ଅନୁସୂୟାରେ ବଚନ ।ପୂର୍ବହେତୁ କଥା ମୋତେ ବ୍ରହ୍ମା ଛନ୍ତି କହିପାର୍ବତୀଙ୍କ କଥା ଗୋଟି ଅଛଇ ଚିତୋଇ ।ଏତେକାଳେ ଆସିଣ ସେ ହୋଇଲାକ ଭେଟତିନି ମନୁର ଅନ୍ତରେ ଫିଟିବ ସଙ୍କଟ ।ଏତେ ଭାଳି ମଥାଟେକି ଚାହିଁଦେଲେ ରତିଆଗରେ ଉଭା ହୋଇଛି ଶମ୍ବର ନୃପତି ।କୋଟି କନ୍ଦର୍ପ ପରାୟେ ବିରାଜଇ ତନୁଆଦ୍ରାବଳୀର ଭିତରେ ଯେହ୍ନେ ରାଜେ ଭାନୁ ।ଦେଖିକରି କାମନାରୀ ହେଲେ ମୋହ ପ୍ରାପ୍ତବୋଇଲେ ଏ କାମଦେବ ଅଟଇ ନିୟତ ।ଏତେ ବିଚାରି ମଦନେ ହେଲେ ଅସାଷ୍ଚମହସି କଥା କହୁ କହୁ ହେଲା ମତିଭ୍ରମ ।ପୁଣି ଦଣ୍ଡକ ଉତ୍ତାରୁ ପାଇ ଦିବ୍ୟ ହେତୁସୁମରିଲେ ପିତା ମନ୍ତ୍ର ଗୋଟି କରି ତତ୍ତ୍ୱୁ ।ଗୋପନ ମହା ମନ୍ତ୍ରକୁ କହି ମୋର ପିତାସେହି ମନ୍ତ୍ର ସୁମରିଣ ଲଭିଲେକ ଚିନ୍ତା ।ସ୍ମରିବା ମାତ୍ରକେ ତୁଟିଗଲା କାମବାଧାଆନନ୍ଦ ହୋଇଲେ ରତି ମନେ ପାଇ ଶ୍ରଦ୍ଧା ।ସଲଜ୍ଜିତେ ବଚନକୁ କହଇ ସୁନ୍ଦରୀସାବଧାନେ ବାକ୍ୟ ମୋର ଶୁଣ ଦଣ୍ଡଧାରି ।ମୋ ସମାନ ହୀନାନାରୀ ସଂସାରରେ ନାହିଁଇଷ୍ଟବନ୍ଧୁ ସଖା ଲୋଡ଼ି ପାଇବଇଁ କାହିଁ ।ସମୟେ ମୁଁ ପିତାଘରେ ନିଶ୍ଚିନ୍ତରେ ଥିଲିମନଇଚ୍ଛା ଭର୍ତ୍ତା ପୁଣ୍ୟବଳରେ ପାଇଲି ।ତାହା ବ୍ୟତିରେକେ ମୋର ଆନେ ନାହିଁ ଗତିମୁଁ ତାହା ଭାରିଯା କାଳେ କାଳେ ମହାମତି ।ସେ ମୋହର ପଞ୍ଚଭୂତ ଆତ୍ମାର କାରେଣିତାହା ଯୋଗ୍ୟ ତ୍ରଇଲୋକ୍ୟ ପାରେ ମୁହିଁ ଜିଣି ।ବିଚକ୍ଷଣ ସ୍ୱାମୀ ମୋର ସୌନ୍ଦର୍ଯ୍ୟ ବାରିଧିନିସତ କାଳକୁ ଧାତା ଦେଲା ଏ ଦୁର୍ବୁଦ୍ଧି ।ମୋ ବଚନକୁ ଅବଜ୍ଞା କରିଣ ସେ ଗଲେସତ୍ୟଭଗ୍ନ ନୋହି ପରିକାର୍ଯ୍ୟେ ପ୍ରାଣ ଦେଲେ ।ମୋହର ଦେଖନ୍ତେ ଭର୍ତ୍ତାହେଲେ ପ୍ରାଣେ ନାଶସେ ଦିନୁ ମୁଁ ଧଇଲଇଁ ତପସ୍ୱିନୀ ବେଶ ।ଶାଶୁ ଶ୍ୱଶୁର ଘରକୁ ନ ଗଲଇଁ ଲାଜେକରିବଇଁ ବାରବ୍ରତମାନ ସ୍ୱାମୀ କାର୍ଯ୍ୟେ ।ଅତି ଅଭାଗିନୀ ମୁହିଁ ଅଟେ ନିଲକ୍ଷଣୀସ୍ୱାମୀପାଇଁ ତପ କରେ ଏଥି ବସି ପୁଣି ।ଆବର ବଚନ ତୁମ୍ଭେ ଶୁଣ ଦଣ୍ଡଧରବହୁଦୂର ମୋର ମାତା ପିତାଙ୍କର ଘର ।ସଖୀଜନ ସଙ୍ଗତରେ ମୋହର କେ ନାହିଁଦିଗ ବାଟ ନ ଦିଶଇ ଯିବି ଅବା କାହିଁ ।ଏକେ ସ୍ତିରୀଜାତି ମୁହିଁ ଅଟେ ମହାପାପୀଏ ଜନମ ଅକାରଣ ହେଲା ମୋ ଅଦ୍ୟାପି ।ମାତା ପିତା ଭ୍ରାତା ମୁହିଁ କାହାକୁ ନ ପାଇଅରଣ୍ୟ ମାଳତୀ ପ୍ରାୟ ଭାସିଣ ଗଲଇଁ ।ଏତେ ବୋଲି ମହାସତୀ ରୋଦନକୁ କରିବେନି ଲୋଚନ ଫାଟିଣ ବହେ ଅଶ୍ରୁବାରି ।ଶମ୍ବର ବୋଇଲା ତୁ ଗୋ ଶୁଣ ସୁଲକ୍ଷଣିମୋ ମାଗ୍ୟେ ତୋତେ ବିଧାତା ଘଟାଇଲା ଆଣି ।ଆଜ ସରିଗଲା ଦୁଃଖ ତୋହର ନିୟତଜିଣନ୍ତା କେ କାହିଁ ଜାଣେ ମୋତେ ତ୍ରିଜଗତ ।ଭୋଗିବୁ ଅଚଳାଚଳ ବିଭୂତିକୁ ତୁହିଧର ଧଇର୍ଯ୍ର ତୁ ଛାଡ଼ ମନର ଖେଦ ହିଁ ।ରତି ବୋଇଲା ମୁଁ ବଡ଼ଲୋକର ଦୁହିତାହେଲେ କି ହେବ କର୍ମେ ଯା ଲେଖିଥିବ ଧାତା ।ସ୍ତିରୀ ସଂସାରକୁ ଏତ ନୁହଇ ବେଭାରଜନ ମୁଖରେ ଝିଙ୍ଗାସ ପାଇବି ଅପାର ।ଏଡ଼େ ଅକର୍ମ କାହାର ବଳରେ ହୁଅଇସଂସାରରେ ଜାତ ହେଲେ ଅବଶ୍ୟ ମରଇ ।ଧନ ଜୀବନ ଯୌବନ ଜଳବିମ୍ବ ମତକହୁଁ କହୁଁ ଛାଡ଼ିଯିବ ଆତ୍ମା ପଞ୍ଚଭୂତ ।ସଂସାରରେ ଜାତ ହେଲେ ଅମର କେ ନାହିଁକୀର୍ତ୍ତି ଅପକୀର୍ତ୍ତି ପାପପୁଣ୍ୟ ରହିଥାଇ ।ତୁହି ତ ମହାରାଜନ ଅଟୁ ଜଗଜ୍ଜିତାଜାଣୁ ଜାଣୁ କେମନ୍ତେ ତୁ କହୁ ଏହି କଥା ।ପର ଯୁବତୀକୁ ନେଇ ଭାରିଯା କରିବୁପୁରାତନ ରାଜା ହୋଇ ଧର୍ମକୁ ଛାଡ଼ିବୁ ।ଆହେ ନୃପତି ଯଦ୍ୟପି କରିବୁ ତୁ ବଳସମୁଦ୍ର ହୋଇଣ ଯେବେ ଲଙ୍ଘିବଟି କୂଳ ।ମେଘମାନେ ମହୀପରେ ନ କରିବେ ବୃଷ୍ଟିକୃଷି ସୁଲଭରେ କାହିଁ ଉପୁଜିବେ ସୃଷ୍ଟି ।ମଇତ୍ର ହୋଇଣ ଯେବେ ହେବ ଅଣହିତକନ୍ୟାକୁ ଧନଲୋଭରେ ବିକିବଟି ତାତ ।ମାତା ହୋଇଣ ପୁତ୍ରକୁ ଯେବେ ଦେବ ବିଷକାହାକୁ ଲାଗିବ କହ ଜାଣି ସେହୁ ଦୋଷ ।ସମ୍ବର ବୋଇଲା ମୁହିଁ ନ ଜାଣେ ଏମାନଏ ତୋହର ମୁଖ ଦେଖି ହରାଇଛି ଜ୍ଞାନ ।ବହନ୍ତା ନଦୀରେ ସୋଲଭେଳା ମେଲି ଦେଇବାଇକୁ ତିଆରି ଲୋଡ଼ୁ ଧର୍ମଶାସ୍ତ୍ର କହି ।କାଲ ଆଗରେ ବଜାଇ ନେଇ ସପ୍ତସ୍ୱରମର୍କଟ ଗଳେ ଲମ୍ବାଉ ମାଣିକ୍ୟକର ମାଳ ।ଯେତେ କହିଲୁ ମୋତେ ତୁ ନ ରୁଚଇ କିଛିପଞ୍ଚଭୂତ ଆତ୍ମା ମୋର ତୋର ତହିଁ ଅଛି ।ଦର୍ହସିତ ବଦନରେ କଥା ମୋତେ କହଛାଡ଼ୁ ମୋର ମନରୁ ଯେ କାମବାଧା ମୋହ ।ଯେବେ ନାସ୍ତି କରିବୁଟି ଆରେ ନାରୀରାଜନିଶ୍ଚେଁ ତୋତେ ବଳେ ମୁହିଁ ଘେନିଯିବ ଆଜ ।ଉଠରେ ସୁନ୍ଦରି ମୋର କଟକକୁ ଯିବାଭୃତ୍ୟର ଭୃତ୍ୟପଣରେ କରିଥିବି ସେବା ।ଏ ଜନ୍ମ ସଫଳ ମୋର ହେବ ତୋର ଯୋଗେକାଳବେଳ ସଂଯୋଗରେ ଭେଟିଲୁ ସୁଭାଗ୍ୟେ ।ଅଥବା ଯଦ୍ୟପି ମୋତେ କରିବୁ ନିରାଶଅବଶ୍ୟ ଲଭିବୁ ହାଦେ ପୁଂସହତ୍ୟା ଦୋଷ ।ରତି ବୋଇଲା ତୁ ଶୁଣ ଆହେ ନୃପମଣିତୁମ୍ଭେ ଅନ୍ୟାୟ କରିଲେ ନ ସହି ଧରଣୀ ।ପରସ୍ତ୍ରୀ ହରଣେ ପରଲୋକେ ବହୁଦୋଷପରସ୍ତ୍ରୀ ହରି ରାବଣ ବଂଶ ହେଲା ଧ୍ୱଂସ ।ଇନ୍ଦ୍ର ଦେବତା ହରିଲେ ଗୌତମ ରମଣୀଗୁରୁଙ୍କ ଶାପରେ ସେହୁ ହେଲେ ସସ୍ରଯୋନି ।ଲୌହାସୁର ସୁତ ନାମ ମହିଷ ଅସୁରଦୁର୍ଗା ଦୃଷ୍ଟିରେ ବିନଷ୍ଟ ହୋଇଲା ପାମର ।ଶମ୍ବର ବୋଇଲା ଏହା ନ କହ ମୋ ଆଗେସାରାବତୀ କଟକକୁ ଚାଲ ଯିବା ବେଗେ ।କଲି ଦୃଢ଼ବ୍ରତ ମୋତେ ଏମାନ ନ କହତୋତେ ନ ନେଲେ ତେଜିବି ନିଶ୍ଚେଁ ମୋରକାୟ ।ଏଥିରୁ ଅଧିକ ମୁହିଁ କହିବଇଁ କେତେପ୍ରାଣତେଜ୍ୟା ହେଉ ଆଉ ନ ଛାଡ଼ିବି ତୋତେ ।ମୋହର ନିମନ୍ତେ ଯେବେ କଲ ଏଡ଼େ ବ୍ରତବିଚାରିଣ କାର୍ଯ୍ୟ କର ଆହେ ନରନାଥ ।ନିଶ୍ଚେଁ ମୁହିଁ ଯିବି ଯେବେ ତୋହର ସଙ୍ଗତେବଚନରେ ସତ୍ୟ ତୁହି କର ହେ ଯୁକତେ ।ଶମ୍ବର ବୋଇଲା ତୁ ଗୋ କହୁଥିବୁ ଯାହାତ୍ରିବାର ସତ୍ୟ ମୋହର କରିବଇଁ ତାହା ।ଅନେକ ବିୟନ ଭାବେ କହେ କରଯୋଡ଼ିକିସ ମାଗୁ ମୋତେ କିପାଁ ନ କହୁ ତୁ ଫେଡ଼ି ।ରତି ବୋଇଲା ତୁମ୍ଭେ ହୋ ଶୁଣ ନୃପବରପୂର୍ବେ ଯାର ସଙ୍ଗେ ମୁହିଁ କରିଥିଲି ଘର ।ସେ ମୋହର ବଚନକୁ ନ କରଇ ଭଙ୍ଗଦିବସରେ ତାର ମୋର ନାହିଁ ରତିରଙ୍ଗ ।ତୁମ୍ଭେ ପୁଣି ସେହି କଥା ପ୍ରତିପାଳ ଯେବେନିଶ୍ଚୟ ତୁମ୍ଭର ସଙ୍ଗେ ଯିବଇଁ ମୁଁ ତେବେ ।ଆବର ବଚନ ମୋର କରିଥିବି ନିଷ୍ଠାନ ଭକ୍ଷିବି ଉଚ୍ଛିଷ୍ଟ ମୁଁ ନ ଛଇଁ ପାଲଟା ।ସମୟେ ତୁମ୍ଭ ସଙ୍ଗରେ ଯିବି ଦିନ ବହିରାତ୍ରରେ ସଙ୍ଗ ହୋଇବ ଦିନେ ଭେଟ ନୋହି ।ମୋହର ଗର୍ଭରୁ ହେବ ଯେବଣ ତନୁଜତାହାର ଗୋଚରେ ଦେବୁ ତୋର ସମରାଜ୍ୟ ।ଯେତେ ଭାରିଯା ତୋହର ଛନ୍ତି ପ୍ରିୟବତୀନ ଚାହିଁବି ମୁଖ ତାଙ୍କ ନ ଯିବଇଁ କତି ।ଯେତେବେଳେ ବୋଲିବଇଁ ତୋତେ ମୁହିଁ ଯାହାନ ଲଙ୍ଘି କରିବୁ ସେହି କଥା ନରନାହା ।ଶମ୍ବର ବୋଇଲା ସଖି ଧରୁଛି ତୋ ପାଦପୁଣ ପୁଣ ଆକଟ ତ ନ କର ବିଷାଦ ।ଏ ମୋହର ସତ୍ୟ ସତ୍ୟ ତିନିବାର ସତ୍ୟଶରୀରେ ଜୀବ ଥିଲେ ପାଳିବି ନିୟତ ।ତୋହର ବ୍ୟତିରେକେ ମୋ ଆନେ ନାହିଁ ଗତିଆସ ଆସ ମୋ ରାଜ୍ୟକୁ ଯିବାରେ ଯୁବତି ।ଇଦଂ ପ୍ରତିବାକ୍ୟ ବଦୟନ୍ତି ମୁନିବରଶୁଣ ଆହୋ ସାବଧାନେ ପରୀକ୍ଷ ନୃବର ।ଶମ୍ବର ବଚନେ ତୋଷ ହେଲେ ଦେବୀରତିବିଧାତା ସୁମରି ଚଳିଗଲେ ଶୀଘ୍ରଗତି ।ଆଗେ ଯାଇ ରତି ପଛେ ଶମ୍ବର ରାଜନସାରାବତୀ ପୁର ମାର୍ଗେ ଚଳିଲେ ବହନ ।କାମରୂପ ଅସୁର ଯେ ଜାଣେ ନାନାମାୟାପାଦୁକା ମନ୍ତ୍ର ସୁମରି ବଢ଼ାଇଲା କାୟା ।ପରମ ସନ୍ତୋଷେ ଦୁହେଁ ଚଳିଗଲେ ଖରେତକ୍ଷଣେ ମିଳିଲେ ଯାଇ ସାରାବତୀ ପୁରେ ।ଚତୁରଙ୍ଗ ସେନା ତାର ଅଧ ବାଟେ ଥିଲେନୃପତି ଯିବାର ଦେଖି ପଛେ ଗୋଡ଼ାଇଲେ ।ନିଜ ନବରେ ପ୍ରବେଶ ହୋଇଲା ଶମ୍ବରରତିକୁ ରଖିଲା ନେଇ ଅନ୍ତଃପୁରେ ତାର ।ପାତ୍ର ମନ୍ତ୍ରୀ ଅମନାତ୍ୟ ଯେଝାପୁରେ ଗଲେଯେ ଯାହା କାର୍ଯ୍ୟରେ ଲାଗି ନିତ୍ୟକର୍ମ କଲେ ।ଏଥୁ ଅନନ୍ତରେ ଶୁଣ ପରୀକ୍ଷ ନୃମଣିଆଦିତ୍ୟ ଅସ୍ତ ଯାଆନ୍ତେ ପ୍ରବେଶ ରଜନୀ ।ରତିର କଥାକୁ ରାଜା ଥିଲାକ ଚିତ୍ତୋଇରବି ଅସ୍ତ ହେବାକୁ ସେ ଥିଲା ବାଟ ଚାହିଁ ।ପ୍ରଥମ ସନ୍ଧ୍ୟା ଘଡ଼ିକ ହୋଇଲା ଅତୀତକାମରେ ଅସ୍ଥିର ରାଜା ଚିତ୍ତ ବିହ୍ୱଳିତ ।ଆପଣେ ସୁବେଶ ହୋଇ ଶମ୍ବର ନୃପତିନାନା ଅଳଙ୍କାର ଅଙ୍ଗେ ଭୂଷଣ ହୁଅନ୍ତି ।ଅଗ୍ରୁ ଚନ୍ଦନ କର୍ପୂର କସ୍ତୁରୀ ପନିରଆପଣେ ଲେପନ ହୋଇ ଅଙ୍ଗେ ନୃପବର ।ସୁବାସିତ କୁସୁମକୁ ମାଥେ ବାନ୍ଧି ଗଭାମଞ୍ଚପୁରେ ଇନ୍ଦ୍ରପ୍ରାୟେ ପାଇଲାକ ଶୋଭା ।ମୃଦୁସୁଲୀ ପଠାଇଲା ରତିକୁ ହକାରିପଲ୍ୟଙ୍କ ଉପରେ ବିଜେ ପଥ ଅନୁସରି ।ଏଥୁ ଅନନ୍ତରେ କଥା ଶୁଣ ଦିବ୍ୟରୀତିଅନ୍ତଃପୁର ଭିତରେ ସେ ଥିଲେ ଦେବୀ ରତି ।ଛାମୁରେ ପ୍ରବେଶ ହେଲା ଯାଇ ମୁଦୁସୁଲୀଧାତିକାରେ ଜଣାଏ ସେ ନୃପଆଜ୍ଞା ବୋଲି ।ସାବଧାନ ହୋଇ ତୁମ୍ଭେ ଶୁଣ ଠାକୁରାଣୀଠାକୁରଙ୍କ ଆଜ୍ଞା ହେଲା ଯିବ ଏହି କ୍ଷଣି ।ଶମ୍ବର ନୃପତିଙ୍କର ବଡ଼ ଅନୁରାଗଦୁଃଖ ପାଇଗଲା ତୋର ଦିଶିଲା ସୁଭାଗ୍ୟ ।ନିଅବକାଶ ମନ୍ଦିରେ ଛନ୍ତି ବାଟ ଚାହିଁବିଳମ୍ବ ନ କରି ଶୀଘ୍ରେ ଚଳରେ ସୁମୁହିଁ ।ଶୁଣିକରି ରତିଦେବୀ ବୋଲେ ଧର୍ମ ଧର୍ମଭୋ ଦୈବପୁରୁଷ ମୁହିଁ ଅର୍ଜିଲି ଏ କର୍ମ ।ଯଦ୍ୟପି ଚାରିଚକ୍ଷୁରେ ଭେଟିବି ଅନଙ୍ଗଅପର ସଙ୍ଗରେ କାହିଁ ହେବ ଅଙ୍ଗସଙ୍ଗ ।ଶମ୍ବର ରାଜା ଯଦ୍ୟପି ବଳାଇଛି ଆଶପିତା ମନ୍ତ୍ରବଳେ ତାକୁ କରାଇବି ତୋଷ ।ଏତେ ବୋଲିଣ ଘେନିଲେ ସେ ଚନ୍ଦନ ଘଟିତକ୍ଷଣେ ଅଙ୍ଗରୁ ଛଡ଼ାଇଲେ ମଳକୁଟି ।ନଖ ପାଦ ନାସିକା ଯେ କର ପାଦ ସଞ୍ଚରତି ସଦୃଶେ ପ୍ରତିମା ଗଢ଼ିଣ ସୁସଞ୍ଚ ।ତାର କର୍ଣ୍ଣେ ମନ୍ତ୍ର କହି ଜୀବନ୍ୟାସ କରିକନ୍ୟାଏ ଜାତ କରିଲେ ନବଯୁବା ସରି ।ସମ୍ପୂର୍ଣ୍ଣେ ଷୋଳବୟସୀ ଅତୁଲାଇ ବାମାରମ୍ଭା ମେନକା ଉର୍ବଶୀ ନୁହଁନ୍ତି ଉପମା ।ସର୍ବ ଅଳଙ୍କାରେ ତାକୁ କରିଣ ସୁବେଶବୋଇଲେ ତୁ ଶମ୍ବରର ଯାଇ ମନ ତୋଷ ।ରାତ୍ରି ପାହିଲା ପର୍ଯ୍ୟନ୍ତେ ଥିବୁ ତାର କତିଦିବସେ ମାୟା କରିଣ ଯିବ ଶୀଘ୍ର ଗତି ।ଶୁକ ବୋଇଲେକ ଶୁଣ ପରୀକ୍ଷ ରାଜନକେହି ନ ଜାଣନ୍ତି ଏହୁ ଗୁପ୍ତ କଥା ମାନ ।ବିଶ୍ୱାସୀ ହୋଇଣ ମୁଦୁସୁଲୀ ଆସିଥିଲେଏସନ ଚରିତମାନ କେହି ନ ଜାଣିଲେ ।ମଣିମା ମଣିମା ଡାକ ପଡ଼େ ଚଉକତିଗମ୍ଭୀରୀ ମଧ୍ୟୁ ବାହାର ହେଲେ ମାୟାବତୀ ।ଉଲ୍ଲୁକ ମନ୍ତ୍ରବଳରେ ଗୋପ୍ୟ କଲେ କାୟାଅନାଦି ସ୍ତିରୀ ସେ ଧାତା ନିର୍ମାଣିଛି ଯାହା ।ରାତ୍ର ଘଡ଼ିକ ସମୟେ ଶମ୍ବରର କତିନିଅବକାଶ ମନ୍ଦିରେ ମିଳେ ମାୟାବତୀ ।ଶମ୍ବର ଦେଖିଣ ମାୟାବତୀକି ଯେ ଭୋଳଆସ ସୁନ୍ଦରୀ ବୋଲିଣ ବସାଇଲା କୋଳ ।ପ୍ରେମରସରେ ସେ ଦିନ ପୁହାଇଲା ରାତିସୂର୍ଯ୍ୟ ଉଦୟ ହୁଅନ୍ତେ ହୋଇଲା ପ୍ରଭାତି ।ଶମ୍ବର ପାରୁଶେ ମାୟାବତୀ ରହିଥିଲାଆଦିତ୍ୟ ତେଜ ଦେଖିଣ ମୋହ ସେ ହୋଇଲା ।ଆଦ୍ୟହୁଁ ରତିକୁ ଏହା ବ୍ରହ୍ମା ଥିଲେ କହିସେଦିନୁ ପଥ ଚାହିଁ ସେ ଦିନ ଗୁଣ ଥାଇ ।ନିତ୍ୟକର୍ମ ସାରି ରାଜା ବିଜୟେ ଆସ୍ଥାନେରତି ବ୍ୟତିରେକେ ତାକୁ ନ ରୁଚଇ ଆନେ ।ଯାବତ ରାଜ୍ୟ ସୁଖକୁ ତେଜେ ନରପତିସତ୍ୟ ମଣାଇଣ ଥିଲା ଯେଣୁ ପୂର୍ବୁ ରତି ।ଏସନକ ମାୟାକଥା ନ ଜାଣନ୍ତି ଆନମାୟା ମୋହେ ବଶୀଭୂତ ଶମ୍ବର ନୃରାଣ ।ଇଦଂ ପ୍ରତିବାକ୍ୟ ବଦୟନ୍ତି ଶୁକଯତିଅତିଭାଗ୍ୟେ ଭାଗବତ ପୁରାଣର ରୀତି ।ଶୁକ ବୋଇଲେକ ଶୁଣ ପରୀକ୍ଷ ନୃମଣିଏସନକ ସମୟରେ ପାହିଲା ରଜନୀ ।ଅତିଶୟ ଗହନ ଏ ଅଟେ ହରିବଂଶପାପାଧିପାତକ ଶୁଣି ହୋଇଯିବ ଧ୍ୱଂସ ।ତୁମ୍ଭେ ପୁଚ୍ଛିଲ ପ୍ରଦ୍ୟୁନ ଜନମ ବାରତାଏସନ ପ୍ରକାରେ ଅଛି ପୂର୍ବର ଯେ କଥା ।