ହରିବଂଶ (ଷଷ୍ଠ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୩୦ / ୩୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଶାଲ୍ୱ ଦୈତ୍ୟ ବଧ
ଶୁକମୁନି ବୋଇଲେ ହେ ଶୁଣ ପରୀକ୍ଷିତପବିତ୍ର ଗଙ୍ଗାଜଳ ଏ ଶ୍ରୀହରି ଚରିତ ।ଶାଲ୍ୱ ରାଜାର ଅଟଇ ଶିଶୁପାଳ ପ୍ରୀତିସବୁଦିନେ କୃଷ୍ଣଠାରେ ତାହାର ଅପ୍ରୀତି ।ରୁକ୍ମିଣୀ ଦେବିଙ୍କ ବିଭାକାଳରେ ସେ ଯାଇଅନେକ ଯେ ଅପମାନ ପାଇଥିଲା ତହିଁ ।ସେ ଘେନି ଅନେକ ତପେ ଶିବ ଆରାଧିଲାତତ୍ପରେ ମହାଦେବଙ୍କୁ ପରିତୋଷ କଲା ।ଅନେକ ନିଷ୍ଠାରେ ସେହି ଉପବାସେ ରହିସୂର୍ଯ୍ୟ ଅସ୍ତ ସମୟରେ ଜଳ ଚଳେ ପିଇ ।ଏମନ୍ତ ଅନେକ ବର୍ଷ ତପସ୍ୟା ଆଚରିତହୁଁ ପ୍ରସନ୍ନ ତାହାକୁ ହେଲେ ତ୍ରିପୁରାରି ।ମୟ ବିଶ୍ୱକର୍ମାକୁ ସେ ସନ୍ନିଧିକୁ ରାଇବୋଇଲେ ଏହାକୁ ଦିଅ ପୁରେକ ଭିଆଇ ।ଶାଲ୍ୱ ନରପତିକୁ ସେ ଦେଲେ ଏକପୁରପ୍ରସନ୍ନ ହୋଇ ତାହାକୁ ଦେଲେ ବହୁ ଶର ।ଲୁହାର ପୁରେକ ଯହୁଁ ଦେଲେ ବ୍ୟୋମକେଶବାହୁଡ଼ି ଅଇଲା ଶାଲ୍ୱ ହୋଇଲା ହରଷ ।ଅନେକ କ୍ଷତ୍ରୀମାନଙ୍କୁ ଯୁଦ୍ଧେ ଜୟକରିପ୍ରବେଶ ହୋଇଲା ଆସି ଦ୍ୱାରାବତୀ ପୁରୀ ।ପାଚେରୀ ଅଟ୍ଟାଳିମାନ ସମସ୍ତ ଭାଙ୍ଗିଲାଉଦ୍ୟାନ ତୋଟା ମାନଙ୍କୁ ସେହୁ ନାଶ କଲା ।ଦ୍ୱାରାବତୀ ପୁର ମଧ୍ୟେ ପଥର ବର୍ଷିଲାବରଷାର ଧାରା ପ୍ରାୟ ଶର ବରଷିଲା ।ସମସ୍ତ କୁମରମାନେ ଧନୁଶର ଧରିବେଢ଼ିଲେ ତାହାକୁ ଯାନ ବାହନେ ଉଭାରି ।ଅନେକ ବାଣ ଘେନିଣ କୁମରେ ବିନ୍ଧିଲେଶାଲ୍ୱ ନରପତିଙ୍କୁ ସେ ସର୍ବେ ଓଗାଳିଲେ ।ଶାଲ୍ୱ ରାଜା ସେନାପତିମାନେ ଆସୁଥିଲେକୁମର ତାହାଙ୍କ ସଙ୍ଗେ ବହୁଯୁଦ୍ଧ କଲେ ।ପ୍ରଦ୍ୟୁମ୍ନ କୁମର ଶସ୍ତ୍ର ରୋଷଭରେ ମାରିଶାଲ୍ୱ ରାଜାଙ୍କର ବଳ ଦେଖି ଅପସରି ।ସେ ଶାଲ୍ୱ ରାଜାର ପୁତ୍ର ଅଟଇ ଦୁଷ୍ମନ୍ତପଦ୍ମନ ସଙ୍ଗରେ ଯୁଦ୍ଧ କଲା ଅପ୍ରମିତ ।ପଦ୍ମନ ସଙ୍ଗତେ ସେହୁ ବହୁ ଯୁଦ୍ଧ କଲାମୀନକେତନକୁ ବେଗେ ଗଦାଏ ମାଇଲା ।ଦୁଷ୍ମନ୍ତର ଗଦାଘାତ ପାଇଣ ପଦ୍ମନକ୍ଷଣକାଳ ପରିଯନ୍ତେ ହେଲା ମୋହମାନ ।ସାରଥୀ ରଥ ତାହାର ଆଡ଼ କରି ନେଲାକ୍ଷଣକ ମାତ୍ରେ ପଦ୍ମନ ଚେତନା ପାଇଲା ।ଦାରୁକ ପୁତ୍ର ତାଙ୍କର ଅଟଇ ସାରଥିତାହାର ମୁଖକୁ ଚାହିଁ ପଦ୍ମନ ବୋଲନ୍ତି ।ସମର କ୍ଷେତ୍ରରେ ମୋତେ ନିନ୍ଦା କରାଇଲୁମୋହର ରଥ କିପାଇଁ ଘୁଞ୍ଚାଇ ଆଣିଲୁ ।ଦାରୁକ ପୁତ୍ର ବୋଇଲା ଶୁଣି ଧନୁର୍ଦ୍ଧରସାରଥିର ଧର୍ମ ସିନା ଅଟେ ଏ ପ୍ରକାର ।ସଂଗ୍ରାମରେ ରଥି ଯେବେ ରଥେ ମୋହ ଯାଇସାରଥି ସେଠାରୁ ରଥ ନେବ ଲେଉଟାଇ ।ସାରଥିର ମୁଖୁଁ ଏମନ୍ତ ଶୁଣିଣ ପଦ୍ମନବୋଇଲା ସେ ସଂଗ୍ରାମକୁ ବାହା ମୋର ଯାନ ।ଆପଣେ ପୁଣି ହିଁ ଦିବ୍ୟ ଅବତାର ହୋଇପଛେ କାମଧେନୁ ଧରି ଟେକିଲାକ ନେଇ ।ସେ ଦୁଷ୍ମନ୍ତ ସେନାପତି ଆଗରେ ମିଳିଲାବାଣକେ ମୀନକେତନ ତା ମୁଣ୍ଡ କାଟିଲା ।ଯହୁଁ ଶାଲ୍ୱ ନୃପତିର ସେନାପତି ମଲାସଇନ୍ୟଯାକ ତାହାର ଛିନ୍ନ ଛତ୍ର ହେଲା ।ଗୋଡ଼ାଇ ଯାଦବ ମାନେ ଅନେକ ମାଇଲେଖଣ୍ଡେ ଦୁରୁ ଶାଲ୍ୱ ରାଜା ତାହା ନିରେଖିଲେ ।ପଦ୍ମନର ସଙ୍ଗତରେ ରଣ ଘୋରତରମାୟାଶର ବୀରବର କଲାକ ଅପାର ।ଚଉକତିରେ ଯାଦବେ ଦେଖୁଛନ୍ତି ରହିଜଳ ପରବତ ପୁରିଅଛି ସବୁଠାଇଁ ।ଯେଣେ ନିରେଖିବ ତେଣେ ଅପ୍ରମିତ ସୈନ୍ୟପଦ୍ମନ କୁମାର କୁ ଯେ ବିନ୍ଧି ସର୍ବେ ବାଣ ।ଅନେକ ପ୍ରକାର ମାୟାଯୁଦ୍ଧ ସେ ରଚିଲାଏହି ପ୍ରକାରେ କୋଡ଼ିଏ ତ୍ରିଂଶଦିନ ଗଲା ।ତେତେବେଳେ କୃଷ୍ଣ ଦ୍ୱାରାବତୀରେ ନ ଥିଲେରାଜୁସି ଯାଗ ନିମନ୍ତେ ଇନ୍ଦ୍ରପ୍ରସ୍ଥେ ଥିଲେ ।ଏସନକ ସମୟରେ କୃଷ୍ଣ ଆସୁଛନ୍ତିଦୁରହୁଁ ଥାଇଁ ଦେଖିଲେ ଦ୍ୱାରକାର ଗତି ।ପାଚେରୀ ଦେଉଳ ଆଦି ପ୍ରସାଦ ସକଳସମସ୍ତହିଁ ଭାଙ୍ଗି ହୋଇଅଛି ସମତୁଲ ।ମହାଘୋର ଯୁଦ୍ଧ କରୁଅଛି ଶାଲ୍ୱବୀରପଦ୍ମନ କୁମର ସଙ୍ଗେ ସଂଗ୍ରାମ ତାହାର ।ଏମନ୍ତ ପ୍ରକାର ଯହୁଁ ଦେଖିଲେ ଶ୍ରୀପତିସାରଥି କୁ ରାଇ ଆଜ୍ଞା ବେଗେ ସେ ଦିଅନ୍ତି ।ଶାଲ୍ୱ ରାଜା ନିକଟକୁ ବାହା ବେଗେ ଯାନଶୁଣିଣ ସାରଥି ରଥ ବାହିଲା ବହନ ।ନନ୍ଦିଘୋଷ ରଥେ ବସିଛନ୍ତି ଶିରୀପତିଗରୁଡ଼ଧ୍ୱଜରେ କପିକେତନ ରାଜନ୍ତି ।ସେ ରଥ ଦେଖିଲା ଯହୁ ଶାଲ୍ୱ ମହାବୀରମହା ତେଯୋବନ୍ତ ଶକ୍ତି ଧଇଲା ହସ୍ତର ।ଅତି ବେଗେ ଦାରୁକର ଉପରେ ମାଇଲାସ୍ୱର୍ଗୁ କି ଉଲୁକା ପାତ ନିଶାର କାଳେ ହେଲା ।ଶାରଙ୍ଗ ଧନୁରେ ବାଣ ଯୋଚିଣ ଶ୍ରୀପତିଏକାବେଳେ କାଟିଲେ ଶାଲ୍ୱରାଜା ଶକ୍ତି ।ଶାଲ୍ୱରାଜା ତାହା ଦେଖି ବାଣେକ ସନ୍ଧିଲାସେ ବାଣ ଯାଇ କୃଷ୍ଣଙ୍କ କରରେ ବାଜିଲା ।ଶାରଙ୍ଗ ଧନୁ ହସ୍ତରୁ ଖସିଣ ପଡ଼ନ୍ତେତହୁଁ ମହାବିସ୍ମିତ ଯେ ହେଲେ ଜଗନ୍ନାଥେ ।ଦେଖିକରି ଶାଲ୍ୱରାଜା କୋପେଣ ଗର୍ଜଇମହାକୋପେଣ ବିଷମ ତେଜୋବନ୍ତ ହୋଇ ।ଶ୍ରୀକୃଷ୍ଣଚନ୍ଦ୍ରେ ଚାହିଁଣ ବୋଲେ ଶାଲ୍ୱ ମୁଢ଼ସେ ବେଳର ବୁଦ୍ଧି ଏବେ ଛାଡ଼ରେ ଗଉଡ଼ ।ସମସ୍ତଙ୍କୁ ମାରି ବହିଅଛୁ ମତ୍ତଗର୍ବଗୋତ୍ରସହ ଆଜି ଯମ ଭୁବନକୁ ଯିବ ।ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ରକ୍ଷ ମୁଢ଼ ବାଇରୋଷଭରେ ଗର୍ଜିଲେ କି ବଡ଼ଲୋକ ହୋଇ ।ଏସନକ ବଚନକୁ ବୋଲି ଚକ୍ରଧରକୌମୋଦିନୀ ଗଦା ନେଇ ମାଇଲେ ହୃଦର ।ଗଦାବର ବାଜି ଶାଲ୍ୱ ରାଜା ମୋହଯାଇକାମରୁପୀ ଦୈତ୍ୟ ମାୟା ବେଶେ ଅଛି ରହି ।ମାୟାବୀ ଅସୁର ମାୟା କରି ଶାଲ୍ୱ ରାଣମାୟାରେ ସେ ଦୈତ୍ୟ ଏକ ପେଷିଲାକ ପୁଣ ।କାନ୍ଦି କାନ୍ଦି ଶୋକଭରେ କୃଷ୍ଣଙ୍କୁ କହିଲାଦ୍ୱାରକାରେ ପଶି ଶାଲ୍ୱ ବହୁ ଯୁଦ୍ଧ କଲା ।ବସୁଦେବ ସହିତରେ ସବୁ ବନ୍ଦୀ କଲାକୁପବର୍ମା ସାତ୍ୟକୀକୁ ବିନାଶ କରିଲା ।ଏମନ୍ତ ବାର୍ତ୍ତା ଶ୍ରୀକୃଷ୍ଣଙ୍କୁ କହନ୍ତେ ସେ ଦୁତଶାଲ୍ୱ ଆସିଣ ମିଳିଲା ଶ୍ରୀକୃଷ୍ଣ ଅଗ୍ରତ ।ବସୁଦେବ ନାଗପାଶେ ବାନ୍ଧି ଆଣିଅଛିଡାହାଣ ହସ୍ତରେ ସେହୁ ଖଡ଼ଗ ଧରିଛି ।ମାୟାରେ ବସୁଦେବର ମସ୍ତକ କାଟିଲାସେ ମସ୍ତକ ଘେନି ଶାଲ୍ୱ ରାଜା ଚଳିଗଲା ।ଏକଥା ନୟନେ ଯହୁଁ ଦେଖିଲେ ଶ୍ରୀପତିଲୋକାଚାରେ ନ ଜାଣିଲା ପରାୟେ ହୁଅନ୍ତି ।ପୁଣି ହିଁ ନିଜ କରରେ ଶାର୍ଙ୍ଗଧନୁ ଧରିତୀକ୍ଷ୍ଣ ତୀକ୍ଷ୍ଣ ବାଣମାନ ପେଷ ବେଗକରି ।ତହୁଁ କଉମୋଦୀ ଗଦା ଧରି ଭାବଗ୍ରାହୀଶାଲ୍ୱରାଜା ଲୌହଶର ଭାଙ୍ଗିଣ ପକାଇ ।ତଦନ୍ତରେ ଶାଲ୍ୱରଥ ଭାଙ୍ଗି ପକାଇଲେରଥଭଗ୍ନ କରି ସେ ବିକ୍ରମ ମୂର୍ତ୍ତି ହେଲେ ।ବିରଥୀ ହୋଇଣ ଗଦା ଘେନି ଶାଲ୍ୱବୀରମହାକୋପରେ ଧାଇଁଲା ଶ୍ରୀକୃଷ୍ଣ ଉପର ।କୃଷ୍ଣ ପାଶୁପତ ଅସ୍ତ୍ର ଧଇଲେକ ପୁଣିଗଦା ସହିତରେ ଭୁଜ ପକାଇଲେ ହାଣି ।ସୁଦର୍ଶନ ଚକ୍ରଗୋଟି ଧରି ଦେବରାୟେଯେସନେ ଉଚ୍ଚରେ ଦେଖାଯାଏ ସୂର୍ଯ୍ୟପ୍ରାୟେ ।ହସ୍ତୁ ବେଗେ ସୁଦର୍ଶନ ଚକ୍ର ଛାଡ଼ିଦେଲେଶାଲ୍ୱ ରାଜା ମୁଣ୍ଡ କାଟି ତଳେ ପକାଇଲେ ।ତାହାର ଯେତେକ ବଳ ଥିଲେ ଉବୁରିଣହାହାକାର କରି ସର୍ବେ କଲେ ପଳାୟନ ।ଦେବଗଣମାନେ ସର୍ବେ ଲଭିଲେକ ତୋଷଆନନ୍ଦେ ଦେବତାମାନେ କଲେ ଜୟଘୋଷ ।କୃଷ୍ଣଙ୍କ ଚରିତ ଏହୁ ଅତ୍ୟନ୍ତ ପବିତ୍ରଶୁଣିବା ମାତ୍ରକେ ଦେହୁଁ ଛାଡ଼ଇ ଦୁଷ୍କୃତ ।କୃଷ୍ଣଙ୍କ ଅଶେଷ କୀର୍ତ୍ତି ଅଟେ ଭାଗବତଇଦଂଶାଲ୍ୱ ରାଜା ବଧ ହେଲା ସମାପତ ।ସନ୍ତୋଷ ଚିତ୍ତେ କହନ୍ତି ବ୍ୟାସଙ୍କ ନନ୍ଦନସାବଧାନେ ଶୁଣ ତୁମ୍ଭେ ପରୀକ୍ଷ ରାଜନ ।ଶାଲ୍ୱ ନରପତି ମରିବାର ବାର୍ତ୍ତା ଶୁଣିକ୍ରୋଧରେ ଧାଇଁଲା ଦନ୍ତବକ୍ର ନୃପମଣି ।ବେନି ହସ୍ତେ ତାର ବେନି ଗଦା ଶୋଭାପାଇବୀର ମୂର୍ତ୍ତିରେ ଧାଇଁଲା ପାଦଗତି ହୋଇ ।ପ୍ରଥମେ ଯାଇଣ ସେହୁ କୃଷ୍ଣଙ୍କୁ ଭେଟିଲାଦନ୍ତବକ୍ର ବୋଲେ ମୋର ବାଞ୍ଛା ସିଦ୍ଧ ହେଲା ।ସଖା ସୋଦର ମୋହର ଶାଲ୍ୱ ଶିଶୁପାଳଏ ଗଉଡ଼ ହସ୍ତେ ତାଙ୍କ ପୁରିଲାକ କାଳ ।ଏହି ଗଉଡ଼ ସଙ୍ଗତେ ଆଜ ମୁଁ ଯୁଝିବିଗଦାର ପ୍ରହାରେ ୟାର ଜୀବନ ହାରିବି ।ଦନ୍ତବକ୍ରର ବଚନ ଶୁଣି ଲକ୍ଷ୍ମୀସାଇଁକୌମୋଦକି ଗଦା ଘେନି ପଡ଼ିଲେକ ଡେଇଁ ।ଶ୍ରୀକୃଷ୍ଣ ମିଳିଲେ ଯାଇଁ ଦନ୍ତ ବକ୍ର ଆଗେଦେଖିକରି ଦଇତ୍ୟ ଯେ ଧାଏଁ ଅତି ବେଗେ ।ଶ୍ରୀକୃଷ୍ଣଙ୍କ ଅଙ୍ଗରେ ଗଦା ବାଜିକରିଉପୁଡ଼ି ପଡ଼ିଲା ଗଦା ଶରୀରେ ଉଭାରି ।କୃଷ୍ଣ ହସ୍ତେ ଥିଲା କୌମୋଦକୀ ଗଦାବରଦନ୍ତ ବକ୍ରର ବୁକୁରେ ମାଇଲେ ସତ୍ୱର ।ଦନ୍ତବକ୍ର ନରପତି ରକ୍ତ ଉଦ୍ଗାରିଲାଏକା ପ୍ରହାରକେ ସେହୁ ପ୍ରାଣ ବିସର୍ଜିଲା ।କୃଷ୍ଣର ଅଙ୍ଗରେ ତାର ପ୍ରବେଶିଲା ତେଜଶାଲ୍ୱରାଜା ପରି ସେହୁ ହୋଇଲା ଦହିର୍ଯ୍ୟ ।ଐରୀଭାବେ ଶିଶୁପାଳ ପାଇଲାକ ଯାହାଦୁଷ୍ଟ ଦନ୍ତବକ୍ର ରାଜା ପାଇଲାକ ତାହା ।ତାହାର ସଙ୍ଗତେ ପୁଣି ବିଦ୍ୟୁରଥ ଥିଲାଦୁରେ ଥାଇଣ ଭାଇର ମରଣ ଦେଖିଲା ।ଡାହାଣେ ଖଡ଼ଗ ବାମେ ଢାଲ ଗୋଟା ଧରିବିକ୍ରମ ଗତିରେ କୃଷ୍ଣ ଛାମୁରେ ଉଭାରି ।ସୁଦର୍ଶନ ଚକ୍ରବର ଧରି ଚକ୍ରଧରବେଗେ କାଟି ପକାଇଲେ ବିଦ୍ୟୁରଥ ଶିର ।ସାବଧାନ ହୋଇ ଶୁଣ ପରୀକ୍ଷ ରାଜନଆଗେ ନେଇଥିଲେ ପ୍ରଭୁ ପୂତନାର ପ୍ରାଣ ।ତଦନ୍ତରେ ଦନ୍ତବକ୍ର ସାନ ଭାଇ ମଲାଦୁଷ୍ଟ ଦୈତ୍ୟଙ୍କର ମୃତ୍ୟୁ ସମୁଳେ ହୋଇଲା ।ଦଇତ୍ୟକୁ ମାରି ବିଜେ ଦ୍ୱାରକାରେ ହରିରତ୍ନ ମଣ୍ଡିତ ହୋଇଛି ସବୁଙ୍କର ପୁରୀ ।ତାହା ଦେଖି ଜଗନ୍ନାଥେ ହୋଇଲେ ହରଷକହଇ ଅଚ୍ୟୁତାନନ୍ଦ ଗୀତେ ହରିବଂଶ ।
ବଳରାମଙ୍କ ତୀର୍ଥ ଭ୍ରମଣ
ଏଥୁ ଅନନ୍ତରେ ନୃପ ଶୁଣ ଦିବ୍ୟରସଦ୍ୱାରକା ଭୁବନେ କୃଷ୍ଣ ହୋଇଣ ପ୍ରବେଶ ।ବସୁଦେବ ବଳଦେବ ଉଗ୍ରସେନ ପାଦେଯଥାବିଧି ପୂଜା କରି ରହିଲେ ଆନନ୍ଦେ ।ଏହିପରି ଗତହେଲା ତହୁଁ କିଛି ଦିନକୁରୁ ପାଣ୍ଡବ ସମର ଶୁଣି ଭଗବାନ ।ବାରୁଣାବନ୍ତରେ ଯାଇ ପ୍ରବେଶ ହୋଇଲେଅର୍ଜ୍ଜୁନ ରଥରେ ଆପେ ସାରଥି ସେ ହେଲେ ।ଶ୍ରୀବଳରାମ ଠାକୁର ଯୁଦ୍ଧକୁ ନ ଯାଇତୀର୍ଥ ଭ୍ରମଣ କରିଲେ ବଇରାଗ ପାଇ ।ସରସ୍ୱତୀ ନଦୀତୀରେ ପ୍ରବେଶ ହୋଇଣସ୍ନାହାନ ସାରିଲେ ତହିଁ ହୋଇ ତୋଷମନ ।ତଦନ୍ତରେ ଯମୁନାରେ ସ୍ନାହାନ ସାରିଣପ୍ରବେଶ ହୋଇଲେ ତହୁଁ ନୈମିଷା ଅରଣ୍ୟ ।ସାନ ବଡ଼ ହୋଇ ତହିଁ ଯେତେ ଋଷି ଥିଲେବଳରାମଙ୍କୁ ଦେଖିଣ ସକଳେ ଉଠିଲେ ।ତାଙ୍କୁ ଦେଖି ପ୍ରଣମନ୍ତି ସର୍ବ ଋଷିମାନେପାଦପୂଜି ବସାଇଲେ ଉତ୍ତମ ଆସନେ ।ସମସ୍ତ ଋଷିମାନେ ଯେ ମିଳି ସବୁଦିନଶ୍ରବଣେ ଶୁଣନ୍ତି ହରିବଂଶ ଯେ ପୁରାଣ ।ସୁତମୁନି ପୌରାଣିକ ପୁରାଣ କହନ୍ତିସକଳ ଋଷିଏ ମିଳି ପୁରାଣ ଶୁଣନ୍ତି ।ସୁତ ପୁରାଣ ପୁସ୍ତକ ବସି କହୁଥିଲେବଳରାମଙ୍କୁ ଦେଖିଣ କେବେ ନ ଉଠିଲେ ।ସୁତ ପୌରାଣିକ ଯହୁଁ ମାନନା ନ କରିଦେଖିକରି ବଳରାମ ମନରେ ବିଚାରି ।ଅଜ୍ଞମତି ସୁତ ମୋତେ ଦେଖି ନ ଉଠିଲାମୋତେ ମାନ୍ୟଧର୍ମ ସେହୁ କିଛିହିଁ ନ କଲା ।ସମସ୍ତ ବ୍ରାହ୍ମଣମାନେ ଛନ୍ତି ଉଭା ହୋଇଏକମାତ୍ର ଆସନରେ ବସିଅଛି ଏହି ।ଧର୍ମ ବିଚାରେ ଅଧର୍ମ ଅଟେ ଏହି କଥାବାଳୁତ ପୁଅର ଅଟେ ଏସନ ବ୍ୟବସ୍ଥା ।ଧର୍ମ ସ୍ଥାପିଣ ଅଧର୍ମ ନାଶିବା ନିମନ୍ତେଆମ୍ଭେମାନେ ଜନ୍ମ ଲଭିଅଛୁ ଏ ଜଗତେ ।ବଳରାମ ମନ ମଧ୍ୟେ ଏମନ୍ତ ଭାଳିଲେଡାହାଣ ହାତକୁ ସେହୁ ଛିଞ୍ଚାଡ଼ିଣ ଦେଲେ ।ବଳରାମ ହସ୍ତେ ଯେଉଁ କୁଶବଟୁ ଥିଲାକୁଶ ବାଜି ପୌରାଣିକ ମୁଣ୍ଡ ଛିଡ଼ିଗଲା ।ଦେଖିକରି ଋଷିମାନେ ବଚନ ବୋଲନ୍ତିଭୋ ରାମ ଅର୍ଜିଲୁ ତୁହି ବହୁ ଅପକୀର୍ତ୍ତି ।ରାମଙ୍କ ଆଗେ ମିଳିଲେ ସର୍ବ ଋଷିଗଣବୋଲନ୍ତି ସମସ୍ତେ ଥାଇ ବରିଛୁ ବ୍ରାହ୍ମଣ ।ବ୍ୟାସ ମହାଋଷିଙ୍କର ତନୟ ଅଟଇତାହାକୁ ଭୋ ରାମ ତୁମ୍ଭେ ମାଇଲ କିପାଇଁ ।ନିଶ୍ଚୟ ବ୍ରହ୍ମହତ୍ୟା ଯେ କଲ ରାମ ତୁମ୍ଭେତଥ୍ୟ ବଚନ ଗୋଟା ତ କହିଲୁ ଯେ ଆମ୍ଭେ ।ବଳରାମ ବୋଇଲେକ ଶୁଣ ଋଷିଗଣଏ ପୁତ୍ର ଗୋଟିକ ଆମ୍ଭେ ନ ଜାଣୁ ବ୍ରାହ୍ମଣ ।ବର୍ତ୍ତମାନ ପ୍ରାୟଶ୍ଚିତ ଆମ୍ଭଙ୍କୁ କରାଅଆଉ ଆମ୍ଭେ କି କରିବୁ ସେହି କଥା କହ ।ମୁନିଏ ବୋଇଲେ ଯେବେ ଏ ରୂପରେ କରଏ ବନେ ପଶି ବକୁଳ ଦଇତ୍ୟକୁ ମାର ।ସକଳ ଋଷିଏ ଆମ୍ଭେ ଯାଗ କରୁ ଥାଇଁପ୍ରତ୍ୟହ ପାମର ଆସି ଅମେଧ୍ୟ ପକାଇ ।ମୃତ ପୁରୁଷ ମାନଙ୍କୁ କାହୁଁ ବହି ଆଣିଯାଗକୁଣ୍ଡ ମଧ୍ୟେ ତାଙ୍କୁ ପୋଡ଼ିଦିଏ ପୁଣି ।ତାହାଙ୍କୁ ତୁମ୍ଭେ ଯଦ୍ୟପି ମାରିବ ଗୋସାଇଁତେବେ ସିନା ଯାଗ କର୍ମ ଭଲେଣ ହୁଅଇ ।ଆହୁରି କଥା ଗୋଟିଏ ଅବଶ୍ୟ କରିବସୂତପୁତ୍ର ପୌରାଣିକ ପୁରାଣ ପଢ଼ିବ ।ଆବର କଥା ଗୋଟିଏ ତୁମ୍ଭେ ଏବେ ଶୁଣବର୍ଷେ ପରିଯନ୍ତେ ତୁମ୍ଭେ କରିବ ଭ୍ରମଣ ।ଅନେକ ତୀର୍ଥରେ ବୁଲି ଧର୍ମ ଆଚରିବବ୍ରହ୍ମହତ୍ୟା ଗୋଟି ତେବେ ତୁମ୍ଭ ପାର ଯିବ ।ଏହି ତିନିକାର୍ଯ୍ୟ ତୁମ୍ଭେ କର ବଳୀବରଶୁଶି ହେଉ ବୋଲି ବୋଇଲେକ ହଳଧର ।ନିଜ ଆତ୍ମାରୁ ଜନମ ଲଭି ଯେଉଁ ପୁତ୍ରସେ ସିନା ଆତ୍ମଜ ବୋଲି ଅଟଇ ବିଖ୍ୟାତ ।ସୂତପୁତ୍ର ପୌରାଣିକ ହେଉ ଏବେ ଆସିହରିବଂଶ ପୁରାଣ ଯେ ପଢ଼ୁଥାଉ ବସି ।ବକୁଳ ଦୈତ୍ୟକୁ ଆମ୍ଭେ ଅବଶ୍ୟ ମାରିବୁବର୍ଷେ ପରିଯନ୍ତେ ନିଶ୍ଚେଁ ତୀର୍ଥରେ ବୁଲିବୁ ।ଏମନ୍ତ ବଚନ ଋଷି ମାନଙ୍କୁ ବୋଇଲେଯଜ୍ଞ କରିବା ନିମନ୍ତେ ରାମ ଆଜ୍ଞା ଦେଲେ ।ସୈନ୍ୟ ସଜକରି ଦୈତ୍ୟ ଅଇଲା ସେ ପୁଣିଯାଗ କରୁଥିବା କଥା ଦୁତମୁଖୁଁ ଶୁଣି ।ଆକାଶେ ଥାଇ ପାଉଁଶ ମେଞ୍ଚା ଉଡ଼ାଇଲାଅମେଧ ପଦାର୍ଥ ଯଜ୍ଞଶାଳେ ବରଷିଲା ।ଦୈତ୍ୟ ଆସନ୍ତେ ପୃଥିବୀ ଦଲଦଲ ହୋଇମହା ଭୟଙ୍କର ରୂପ ତାହାର ଦିଶଇ ।ଏସନକ ରୂପଯହୁଁ ଦୈତ୍ୟର ଦେଖିଲେହଳ ମୁଷଳକୁ ରାମ ବେଗେ ଧ୍ୟାନ କଲେ ।ତକ୍ଷଣେ ହଳ ମୁଷଳ ହସ୍ତରେ ପ୍ରବେଶିଆଣ୍ଟରେ ତାହାକୁ ରାମ ଧଇଲେ ଆକ୍ରୋଶି ।ବେଗେ ବଳରାମ ତାର ହୃଦରେ ପିଟିଲେରକ୍ତବାନ୍ତି କଲା ଦୈତ୍ୟ ପଡ଼ିଣ ଭୁତଳେ ।ଦାନବର ହୃଦ ଯେଣୁକରି ଫାଟିଗଲାଦେଖୁଦେଖୁ ସେହିକ୍ଷଣି ପ୍ରାଣ ବିସର୍ଜିଲା ।ମହାଋଷିମାନେ ତହୁଁ ହରଷ ଲଭିଲେଧନ୍ୟ ବଳରାମ ବୋଲି ସର୍ବେ ପ୍ରଶଂସିଲେ ।ସେଠାବରୁ ବଳରାମ ବିଜେ କରିଗଲେସରଯୂ ନଦୀରେ ଯାଇଁ ସ୍ନାହାନ ସାରିଲେ ।ତଦନ୍ତେ ଗଣ୍ଡୁକୀ କୁଳେ ସ୍ନାନ କଲେ ଯାଇଚିତ୍ରୋତ୍ପଳା ନଦୀକୂଳେ ବଳରାମ ହୋଇ ।ତହୁଁ ପାର୍ବତୀ ତୀର୍ଥକୁ ବେଗେ ଚଳିଗଲେତହିଁ ପ୍ରବେଶ ହୋଇଣ ସ୍ନାହାନ ସାରିଲେ ।ସେ ତୀର୍ଥକୁ ଜିଣି ରାମ ବେଗେ ଚଳିଗଲେଯାଆନ୍ତେ ପର୍ଶୁରାମଙ୍କୁ ପଥରେ ଭେଟିଲେ ।ତହିଁ ରାମ ଚଳିଲେକ ତୀର୍ଥ କୃଷ୍ଣବେଣୀବ୍ୟାସ ସରୋବରେ ଯାଇ ପ୍ରବେଶିଲେ ପୁଣି ।କାବେରୀ ନଦୀରେ ପଶି ସ୍ନାହାନ ସାରିଲେଶ୍ରୀରାମନାଥଙ୍କୁ ତହିଁ ଦରଶନ କଲେ ।ତହୁଁ ବଳରାମ ସେତୁବନ୍ଧ ଯାଇଁ ହୋଇଅପୂର୍ବ ଫଳମାନ ସେ ଲକ୍ଷେ ଦାନ ଦେଇ ।ଆବର ଅପାର ତୀର୍ଥ ଭ୍ରମଣ କରିଲେପ୍ରଭାସ ତୀର୍ଥରେ ରାମ ଯାଇଣ ମିଳିଲେ ।ସେଠାରେ ରାମଙ୍କ ଆଗେ ବ୍ରାହ୍ମଣେ କହନ୍ତିକୁରୁ ପାଣ୍ଡବ ସମର ଯେ ପ୍ରକାର ରୀତି ।ଭୀଷ୍ମ ଦ୍ରୋଣ ରଥୀ ମହାରଥୀ ଆଦିକରିଅଷ୍ଟାଦଶ କ୍ଷୌଣୀବଳ ପାଣ୍ଡବେ ସଂହାରି ।ଏବେ ଭୀମସେନ ସଙ୍ଗେ ରାଜା ଦୁର୍ଯ୍ୟୋଧନଯୁଦ୍ଧ କରୁଅଛି ଗଦା ହସ୍ତରେ ଘେନିଣ ।ବ୍ରାହ୍ମଣଙ୍କଠାରୁ ରାମ ଏହି କଥା ଶୁଣିକୁରୁ କ୍ଷେତ୍ର ମଣ୍ଡଳକୁ ବିଜେ କଲେ ପୁଣି ।ଦୁରହୁଁ ଦେଖିଲେ ସେହୁ ଲକ୍ଷ୍ମୀଦେବୀ ପତିପାଣ୍ଡବ ଚାରିଭାଇଙ୍କୁ ସଙ୍ଗେ ଘେନିଛନ୍ତି ।ସଙ୍ଗରେ ଅଛନ୍ତି ଧର୍ମ କ୍ଷଉଣୀଏ ବଳମାନଗୋବିନ୍ଦଙ୍କୁ ବେଢ଼ି ଅଛନ୍ତି ସକଳ ।ବଳରାମଙ୍କୁ ନୟନେ ସମସ୍ତେ ଦେଖିଲେପ୍ରଣାମ କରିଣ ପାଦ ତଳରେ ନମିଲେ ।ସବୁରି ଚିତ୍ତ ମଧ୍ୟରେ ଭୟ ଯେ ପ୍ରବେଶିବଳରାମ ଦେବ କିପାଁ ମିଳିଲେକ ଆସି ।ବଳରାମ ଦେଖିଲେ ଯେ ଦୁର୍ଯ୍ୟୋଧନ ଭୀମଗଦା ଘେନିଣ କରରେ କରନ୍ତି ସଂଗ୍ରାମ ।ଗଦାକୁ ଘେନିଣ ବାମ ଦକ୍ଷିଣେ କରନ୍ତିଏକକୁ ଆରେକ ବୀରେ ଡାକିଣ ପିଟନ୍ତି ।ପୂର୍ବର ଦୋଷ ମାନଙ୍କୁ ହୃଦେ ଛନ୍ତି ଧରିକୋପେଣ ପିଟନ୍ତି ବୀରେ ଉପ୍ରୋଧ ନ କରି ।ରାମ ଦେଖିଣ ଭାଳିଲେ ଦୁହେଁ ସମତୁଲଉଭୟ ଯୁଦ୍ଧ ବିଦ୍ୟାରେ ଅଟନ୍ତି କୁଶଳ ।ଗଦା ବିଦ୍ୟାରେ ଅଧିକ ଅଟେ ଦୁର୍ଯ୍ୟୋଧନବଳବନ୍ତ ପଣେ ଏକ ଏହି ଭୀମସେନ ।ଏହିକ୍ଷଣି ଯୁଦ୍ଧ ମୁହିଁ ପାରନ୍ତି ରୁହାଇଶ୍ରୀକୃଷ୍ଣଙ୍କର ତହିଁରେ ସୀଉକାର ନାହିଁ ।ବଳରାମ ମନେ ମନେ ଏହା ବିଚାରିଲେଦ୍ୱାରକାପୁରକୁ ବେଗେ ତହୁଁ ଚଳିଗଲେ ।ରେବତିକୁ ସଙ୍ଗତରେ ଘେନି ଚଳିଯାଇପୁଣି ନୈମିଷାରଣ୍ୟରେ ପ୍ରବେଶ ସେ ହୋଇ ।ସେଠାରେ ରହିଣ ରାମ ଯାଗକର୍ମ କଲେଋଷିମାନଙ୍କୁ ହସ୍ତରେ ଦକ୍ଷିଣା ସେ ଦେଲେ ।ବଳରାମ ସେହିଠାରେ ସର୍ବକାର୍ଯ୍ୟ ସାରିରେବତୀ ଘେନି ଦ୍ୱାରକାପୁରେ ବିଜେ କରି ।ବଳରାମ ଚରିତ ଯେ ଶ୍ରବଣେ ଶୁଣଇଏହି ଭବ ସମୁଦ୍ରରୁ ସେହୁ ତରିଯାଇ ।ଶ୍ରୀବଳରାମଙ୍କ ପଦ ଅରବିନ୍ଦ ନିତ୍ୟେଅଚ୍ୟୁତ ଦାସ ଶରଣ ପଶେ ଏକଚିତ୍ତେ ।