ହରିବଂଶ (ଷଷ୍ଠ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୮ / ୩୩
ସମ୍ପୂର୍ଣ୍ଣ ସୂଚୀପତ୍ର
କୁମ୍ଭ ନିକୁମ୍ଭ ବଧ
ଏଥୁ ଅନ୍ତରେ ପରୀକ୍ଷ ନାମେ ମହାରାଜାଶୁକମୁନି ଚରଣରେ କରି ଦିବ୍ୟପୂଜା ।ବୋଇଲେ ଭୋ ମୁନି କହ ମୋତେ ଆନବାଣୀତଦନ୍ତେ କରିଲେ କିସ ହଳୀ ବେଣୁପାଣି ।ଶ୍ରୀଶୁକ ବୋଇଲେ ତୁମ୍ଭେ ଶୁଣ ନରନାଥସାତବଂଶ ଯାଦବନ୍ତ ଘେନି ଜଗନ୍ନାଥ ।ବଳରାମ ସହିତରେ ତହୁଁ ଗଲେ ଚଳିଦ୍ୱାରକା ଅଭିମୁଖରେ ହୋଇ କୁତୂହଳୀ ।ବିଭାର ସାମଗ୍ରୀମାନ ଆନନ୍ଦରେ ଭୁଞ୍ଜିସମ୍ଭରବେ ସବୁଙ୍କର ମନ ଅଛି ରଞ୍ଜି ।ନାନା କଉତୁକେ ନିଦ୍ରା ଗଲେ ସର୍ବେ ରାତ୍ରେବେଭାରେ ବୈଶାଖ ମାସ ଅଟଇ ଯୁକତେ ।ଦକ୍ଷିଣା ପବନ ତହିଁ ବହେ ପରିମଳକୃଷ୍ଣଙ୍କ ପ୍ରସାଦେ ସର୍ବେ ମହା ମତୁଆଳ ।ରଥିମାନେ ନିଦ୍ରା ଗଲେ ରଥର ଉପରେଅଶ୍ୱଯୋଦ୍ଧା ଗଜଯୋଦ୍ଧା ଲୋଟନ୍ତି ଭୂମିରେ ।ଧୀରେ ଧୀରେ କରି ତହୁଁ ଚଳିଯାନ୍ତେ ଥାଟଥୋକାଏ ଆଗ ସରିଣ କଢ଼ାବନ୍ତି ବାଟ ।ଥୋକାଏ ବୃକ୍ଷ ତଳରେ ରହି ନିଦ୍ରା ଯାଇଥୋକାଏ ବସି ଶୀତଳ ଦ୍ରବ୍ୟମାନ ଖାଇ ।ଥୋକେ ଡାଳିମ୍ୱ ଭକ୍ଷନ୍ତି ଥୋକେ ପିଇ ପଣାକର୍ପୂର ବିଡ଼ିଆ ପାନ ଖାଇ ଅଗଣନା ।ଅତି ଆନନ୍ଦେ ଚଳନ୍ତି ଦିବସ ରଜନୀକେ କାହାକୁ କୋଳ କରେ ଗାଢ଼େ ଯାଇପୁଣି ।ସୁଶୀତଳ ଚନ୍ଦନ କେ ଲେପଇ ଅଙ୍ଗରେଥୋକାଏ ରୁଣ୍ଡ ହୋଇଲେ ଚଳି ଧିରେଧିରେ ।ଏସନ ପ୍ରକାରେ ତହୁଁ କେତେଦୂର ଗଲେଗନ୍ଧବତୀ ନଗରର ତୋଟାରେ ପଶିଲେ ।ଗନ୍ଧବତୀ ନାମେ ଗିରି ଅତିଶୟ ସଞ୍ଚଦ୍ୱାବଶ କୋଶ ଦୀର୍ଘ ସେ ଦଶବେନି ଉଚ୍ଚ ।ତହିଁର ପାଶେ ବିବର ଏକ ରହିଅଛିଅର୍ଦ୍ଧକୋଶ ଓସାରରେ ଗଭୀର ହୋଇଛି ।ସାନନ୍ଦମନେ ପଶିଲେ ତହିଁରେ ସକଳେରାମ ନିଦ୍ରିତ ଧରିଣ ରେବତୀକି କୋଳେ ।ବିବର ଦ୍ୱାର ଜିଣିଣ ଭିତରକୁ ପଶିପଞ୍ଚଯୋଜନ ପର୍ଯ୍ୟନ୍ତେ କିଛି ଯେ ନ ଦିଶି ।ଉଗ୍ରସେନ ବସୁଦେବ ଆଗୁଆଣି ଥିଲେପ୍ରଥମରେ ବାଟଗୋଟି ସେହୁ କଢ଼ାଇଲେ ।ଦିବସେ ସୁପଥମାନ ଦେଖାଯାଏ ଭଲାପଛ ଥାଟେ ନ ଜାଣନ୍ତି କିଏ କେଣେ ଗଲା ।ଥୋକାଏ ଦୂର ଚଳିଲେ ସୁପଥର ମାର୍ଗେନିବିଡ଼ ପାଷାଣ ପଡ଼ିଅଛି ତହିଁ ଲାଗେ ।ସେ ଗର୍ତ୍ତେ ଶତେ ଦୁଆର ଅତି ଅଗଣନାସୈନ୍ୟଯାକ ସବୁ ତହିଁ ହୋଇଲେକ ବଣା ।ସେହିବାଟେ ଚାଲିଗଲେ କେଡ଼େବଡ଼ ବଳଗର୍ତ୍ତ ମଧ୍ୟେ ପଶି ନ ପାଇଲେ ଥଳକୂଳ ।ବ୍ୟାଧ ଯେହ୍ନେ ପକ୍ଷୀମାନ ଯୋଖଇ ନଳରେମାଛ ଯେହ୍ନେ ବନ୍ଦି ହୁଏ କୈବର୍ତ୍ତ ଜାଲରେ ।ତେହ୍ନେ ଦୁର୍ଗମ ଭୂମିରେ ପଶିଲେକ ଥାଟପଶିଣ ବଣା ହୁଅନ୍ତି ନ ପାଇଣ ବାଟ ।ବିକଳେ ଦରାଣ୍ଡି ହୋଇ ବୁଲି ଚାରିଆଡ଼େଆତଙ୍ଗେ ଚାଲି ଯାଆନ୍ତେ ପଡ଼ି ବଜ୍ରବାଡ଼େ ।ଏକୁଁ ଆରେକ ପଛରେ ପଚାରନ୍ତି ରହିଚଳି ନ ପାରୁଛୁ ଆମ୍ଭେ ପଥଶ୍ରମ ପାଇ ।କେ ବୋଲଇ ଏ ତ ଅଟେ ବିପରୀତ ବାଣୀଏମନ୍ତ କଥା ଆମ୍ଭେ ସେ ଅଛୁ ପରିମାଣି ।ଦେବର ନିର୍ବନ୍ଧ କେହୁ ଜାଣେ ତଥ୍ୟକରିକେହୁ ବୋଲନ୍ତି ଏଥକୁ ଶଙ୍କା କିପାଁ ଧରି ।ରାମ କୃଷ୍ଣ ସଙ୍ଗେ ଥିଲେ କାକୁ ନାହିଁ ଡରଏଥରୁ ବଳି ସଂକଟ ଥିଲା ଯେ ଆମ୍ଭର ।ଜଗନ୍ନାଥ ପ୍ରସାଦରେ ସବୁ ଦୂର ହେଲାଏହି କିବା କଷଣଟି ହୋଇଅଛି ଭଲା ।ଶ୍ରୀକୃଷ୍ଣଙ୍କ ମାୟାଠାରୁ ନୁହେଁ ଏ ସଙ୍କଟଏହିକ୍ଷଣି ପାର ହେବା ଦିଶୁଅଛି ବାଟ ।କେହୁ ବୋଲଇ ଏହାତ ଦଇବ କଷଣଶୁଭକାଳରେ ଅଶୁଭ କରାଏ ଘଟଣ ।ଏଡ଼େଭଳି ସଙ୍କଟ ତ ନୁହେଁ କେଭେ ଭଲଗଣଗନ୍ଧର୍ବ ଦେବତା ହୋଇଥିଲେ ମେଳ ।ଭାଙ୍ଗିଯାନ୍ତେ ନିଦ୍ରାସବୁ ଲାଗେ ମହାଭୀତିଧରାପରା ହୋଇକରି ଧାମନ୍ତି ଚୌକତି ।ମହାସଙ୍କଟ ବ୍ୟୁହ ଯେ ଦୁରଗମ ବାଟତହିଁରେ ପଶିବା ପାଇଁ ବଡ଼ାଇ ସଙ୍କଟ ।ସେ ଗଡ଼ ମଧ୍ୟେ ଉଆସ ଅତିଶୟ ସଞ୍ଚନାହିଁ ପଟାନ୍ତର ତାକୁ ସ୍ୱର୍ଗଆଦି ମଞ୍ଚ ।ପୂର୍ବେ ନିର୍ମାଣିଲା ମୟନାମେ ବିଶ୍ୱକର୍ମାକୁମ୍ଭକ ପାଟଣା ବୋଲି କଟକ ମହିମା ।ଅତ୍ୟନ୍ତ ଗୁଣବନ୍ତ ସେ ଭୁମି ବିତପନଦିର୍ଘପ୍ରତି ତାର ବିଂଶ ଦଶ ଆୟତନ ।ଅଷ୍ଟରତନ ନିର୍ମିତ ଅଟଇ ସେ ପୁରସଂଗ୍ରାମେ ଜୟ କରି ନ ପାରି ଦେବାସୁର ।କୁମ୍ଭକ ନାମରେ ତହିଁ ଅଟଇ ମହାରାଜମଧୁ ନାମରେ ଦାନବ ଅଟେ ତା ତନୁଜ ।ବସୁ ସତ୍ୟଗୁଗେ ସେହୁ ପୂଜିଲା ଶଙ୍କରସନ୍ତୋଷରେ ମହାଦେବ ଦେଲେ ତାକୁ ବର ।ଅନେକ କାଳରୁ ସେହୁ ଅଛି ଦେହ ବହିସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଜିଣନ୍ତା କେ ନାହିଁ ।ବଡ଼ାଇ ପ୍ରତାପୀ ସେହି ଦୈତ୍ୟ ରଣରଙ୍କାସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ନିତ୍ୟ କରେ ଡକା ।ଇନ୍ଦ୍ର ବଜ୍ରରେ ଅତୁଟ ଅଟେ ତାର ଅଙ୍ଗଭୟଙ୍କର ଯୋଦ୍ଧାଗଣ ରଖିଥାଇ ସଙ୍ଗ ।ଭୁଜକେ ଶତେକ ଇନ୍ଦ୍ର ଜିଣିପାରେ ରଣେନବଖଣ୍ଡ ମେଦିନୀରୁ ଡାକି ଜଣେ ଜଣେ ।ଦେବ ଇନ୍ଦ୍ର ଆଦିକରି କରୁଥାନ୍ତି ଭୟେପାତାଳ ସ୍ୱର୍ଗ ଆଦିକି କରିପାରେ ଜୟେ ।କୁମ୍ଭର ଯେ ସାନ ଭାଇ ନିକୁମ୍ଭ ଦଇତଅନିର୍ବାର ଯୋଦ୍ଧା ସେହୁ ଦୈତ୍ୟବଳବନ୍ତ ।ଯମ କୁବେର ନୈର୍ଋତ ଯାହାନାମେ ଡରିସ୍ୱର୍ଗପୁରେ ପଶି ଯେହୁ କଲେ ହୁରି ଜୂରି ।ଦୁଇଭାଇ ରାଜ୍ୟ କରୁଥାନ୍ତି ଅପ୍ରମାଦେଦେବେନ୍ଦ୍ର ବାସୁକି ଜିଣି ପାରନ୍ତି ବିବାଦେ ।ଅନେକ କୂଟ କପଟମାନ ସେ ଆଚରିଯେ ଦିନ ଯାଦବେ ଗଲେ ରଇବତ ଗିରି ।ଯିବାବେଳେ କୁମ୍ଭକ ସେ ବାର୍ତ୍ତା ଥିଲା ପାଇଗୁପତ ଭାବରେ ଏତେ କପଟ ଭିଆଇ ।ଗଡ଼ଦ୍ୱାର ମାଡ଼ିଯାଇ ବସିଲା ଆପଣେବାଘମୁହୀଁ କଙ୍ଗୋଲାକୁ ଧରି ଜଣେ ଜଣେ ।ଯୁକତରେ ଗୋ ବ୍ରାହ୍ମଣ ଅଟଇ ଯା ଭକ୍ଷବୁଦ୍ଧିବଳେ କଉଶଳେ କରିଲେ ପ୍ରତ୍ୟକ୍ଷ ।ଜାଲ ବସାଇ କୈବର୍ତ୍ତ ଯେହ୍ନେ ଥାଇ ଜଗିମାନବ ରକତ ପାଇଁ ତେହ୍ନେ ସେହୁ ଜାଗି ।ଲୌହ ତୀକ୍ଷ୍ଣ ଶର ପାଶୁପତ ଗୁପ୍ତିକାତିଛୁରୀ ଯମଦାଢ଼ ବହୁ ସମ୍ପାଦି ଅଛନ୍ତି ।କୋଦଣ୍ଡ କାଣ୍ଡ ଖଣ୍ଡା ଯେ ଧନୁ ବାରକନତୀର କମାଣ ଶସ୍ତ୍ରନ୍ତ ଶକ୍ତି ଶୂଳନାନା ।ଭିତରେ ଯାଦବ ସୈନ୍ୟ ହେଲେବେଗେ ଯାଇପାଞ୍ଚ ଯୋଜନ ବ୍ୟୁହ ସେ ଅଛି ନିର୍ଭା ହୋଇ ।ଏକଦ୍ୱାର ଆବୋରିଣ କୁମ୍ଭକ ଯେ ବସିଯାଦବମାନେ ବିକଳ ହ୍ୱନ୍ତି ତହିଁ ପଶି ।ଏସନ ସଞ୍ଜାତ ଜାଣିପାରି ଦେବହରିକେବଣ ଉପାୟ ବୋଲି ଚିତ୍ତରେ ବିଚାରି ।ଏଡ଼େ ହରଷ କାଳରେ ହେଲା ଏଡ଼େ ମନ୍ଦନିଶ୍ଚୟ ଜାଣିଲୁ ଆଜ ଘଟିବ ପ୍ରମାଦ ।ବଡ଼ ଗରିଷ୍ଠ ଦାନବ ଅଟନ୍ତି ଏ ବେନିୟାଙ୍କନାମେ କମ୍ପମାନ ସମଗ୍ର ମେଦିନୀ ।ଭାଙ୍ଗି ସ୍ୱର୍ଗ ଭୁବନ ଏ କଲେ ଲୁଟପାଟଇନ୍ଦ୍ର ଗଙ୍ଗାଧରଙ୍କୁ ଏ କରନ୍ତି ଉଚ୍ଚାଟ ।ଗୋରୁ ବ୍ରାହ୍ମଣ ମଇଁଷି କରନ୍ତି ଆହାରପାପ ପୁଣ୍ୟ କରମକୁ ନାହିଁ ନା ବିଚାର ।ଆକୁଳ ହୋଇବା ଦେଖି ଯାଦବ ସଇନିଜଗନ୍ନାଥ ମନ ମଧ୍ୟେ କରନ୍ତି ଭାଳେଣି ।ଗଡ଼ଦ୍ୱାରେ ଯୋଦ୍ଧାମାନେ ଥିଲେକ ଅନାଇଁଯାଦବ ସଇନି ଦେଖି ବାହାସ୍ଫୋଟ ଦେଇ ।ନିରେଖି ଚାହିଁଲେ ତାଙ୍କୁ ଦେବ ଚକ୍ରଧରଦେଖିଲେ ଦୈତ୍ର ଆବୋରିଛନ୍ତି ଗଡ଼ଦ୍ୱାର ।କରରେ ଶସ୍ତ୍ର ଧରିଣ ଦୈତ୍ୟେ ବିକରାଳରେରେକାଳ ଧ୍ୱନିରେ ସେ କରନ୍ତି ଚହଳ ।କୁମ୍ଭକ ରାକ୍ଷସ ତହୁଁ ଅଶ୍ୱେକ ଆରୋହିରେରେକାର କରି ବେଗେ ଧାଇଁ ସେ ପଡ଼ଇ ।କୁମ୍ଭକ ପଛେ ନିକୁମ୍ଭ ହୋଇଲା ବାହାରପାରିଦଣ୍ଡ ଆବୋରିଣ ଛନ୍ତି ଗଡ଼ଦ୍ୱାର ।ପାତ୍ର ମନ୍ତ୍ରୀ ଅମନାତ୍ୟ ଗଜଅଶ୍ୱ ରଥଗାଢ଼ଭାବେ ଆବୋରିଲେ ଗଡ଼କୁ ତୁରିତ ।ମେଘ ଗଡ଼ଘଡ଼ି ଛିଟିକିଣି ବଜ୍ରବାଣନାନାବିଧ ଶସ୍ତ୍ରମାନ ପେଷି ଅପ୍ରମାଣ ।ଭୟଙ୍କର ଦିଶୁଛନ୍ତି ଦୈତ୍ୟ ମହାବଳୀନାଚନ୍ତି ମନ୍ଦିରାପାନେ ଦେଇ ହୁଳହୁଳି ।ବିକଟ ବଦନ କାର ଫୁରୁ ଫୁରୁ କେଶମନ୍ଦାର ଆଭରଣ କେ ଭୟଙ୍କର ବେଶ ।କହୁଁ କହୁଁ ଦୈତ୍ୟମାନେ ପଡ଼ୁଛନ୍ତି ମାଡ଼ିଯାଦବ ଦେଖିଣ ତାହା ଭୟେ କରଯୋଡ଼ି ।କେଣିକି ଯିବା ଏବେ ହେ ବାଟ ଦିଶୁନାହିଁଅସୁର ଦ୍ୱାରେ ଆବୋରି ଉପରକୁ ଚାହିଁ ।ଓଷ୍ଠ କଣ୍ଠ ତାଳୁକା ଯେ ଶୁଖେ ବିକରାଳଅଖଡ଼େ ପଡ଼ିଲୁ ଆସି ଶେଷ ଆମ୍ଭ କାଳ ।କାହିଁ ଆମ୍ଭେ ଥିଲୁ କାହିଁ ହେଲୁ ଏଥେଁ ଆସିନ ଜାଣି କେଉଁ ସ୍ଥାନକୁ ଯିବୁ ଅବା ପଶି ।ବରଜାତିପଣେ ଆସି ଭୁଞ୍ଜିଲୁ ଏ ଯୋଗକେହୁ ବୋଲନ୍ତି ଅଟଇ ଆମ୍ଭ ମନ୍ଦ ଭାଗ୍ୟ ।ଭୟମନରେ ଯାଦବ ସୈନ୍ୟ ରୁଣ୍ଡହୋଇପାଞ୍ଜ ଯୋଜନ ବ୍ୟୂହରେ ପଶନ୍ତି ଧସାଇ ।ଏସନ ବାରତା ଗୋଟି ଜାଣି ଦେବ ହରିକେଉଁ ଉପାୟ କରିବା ଚିତ୍ତରେ ବିଚାରି ।ଏଡ଼େ ହରଷ ସମୟେ ଘଟେ ଆସି ମନ୍ଦନିଶ୍ଚୟ ଜାଣିଲୁ ଆଜ ଦେବ ପରମାଦ ।ଗରିଷ୍ଠ ଦାନବ କୁମ୍ଭ ନିକୁମ୍ଭ ଏ ବେନିୟାଙ୍କନାମେ କମ୍ପମାନ ସମଗ୍ର ମେଦିନୀ ।ନ୍ୟାୟ ଅନ୍ୟାୟ ବିଚାର ନାହିଁ ନା ୟାଙ୍କରଅଜ୍ଞାନ ଦୈରାତ୍ମ୍ୟମାନ କରନ୍ତି ଅପାର ।ଏହାଙ୍କୁ ନ ମାଇଲେ ତ ଭଲ ଦଶା ନାହିଁଖଣ୍ଡିବି ଧରଣୀଭାର ଆଜି ନିଶ୍ଚେ ମୁହିଁ ।ଏତେ ଭାଳିଣ ସାରଙ୍ଗ ଧନୁ ଧରି କରେଦକ୍ଷିଣ ହସ୍ତରେ ଶସ୍ତ୍ର ବିନ୍ଧନ୍ତି ସତ୍ୱରେ ।ବାଛିଣ ଶରମାନ ସେ ଆକର୍ଷିଣ ବିନ୍ଧିଯାଦବ ମାନେ ଯେଝାରେ ଶରମାନ ସନ୍ଧି ।ନାରାଚ ଆସନ୍ତେ କୁମ୍ଭ ଦଇତ ଅନାଇବାବଲ ପଞ୍ଚବାଣ ସେ ସନ୍ଧେ ବେଗେ ନେଇ ।ମଧ୍ୟସ୍ଥଳେ ଦୁଇ ଶର ହୋଇ ଭେଟାଭେଟିଦୁଇ ଦୁଇ ଖଣ୍ଡ କରି ପକାଇଲେ କାଟି ।ପୁଣି ସହସ୍ରେକ ବାଣ ପେଷି ଦେବ ହରିଆକାଶ ପଥରେ ଶର ଚଳେ ବେଗକରି ।ଦୂରହୁଁ ଦେଖିଲା ତାହା ସେ କୁମ୍ଭ ଅସୁରତାମସ ସହସ୍ର ବାଣ ପେଷି ଧାତିକାର ।ନାରାଚେ ନାରାଚ ବାଜି ହୋଇ ସମତୁଲଉଠିଲା ପ୍ରଚଣ୍ଡ ବହ୍ନି ହୋଇ ବିକରାଳ ।ଦେଖି ପ୍ରଶଂସା କଲେ ତାକୁ ଦେବହରିଧନ୍ୟରେ କୁମ୍ଭ ଅସୁର ତୋତେ କେବା ସରି ।କୁମ୍ଭର ସାନଭାଇ ଯେ ନିକୁମ୍ଭ ଅସୁରବଳରାମ ପାଶେ ରଥ ଟେକେ ଧାତିକାର ।ବାସୁଦେବ ଉଗ୍ରସେନ ଅନାଧୃଷ୍ଟ ଯୋଗୀକୃତବର୍ମା ସାତ୍ୟକି ଯେ ଉଦ୍ଧବ ଏ ଆଦି ।ଶକ୍ରାଜିତ ସସ୍ରାଜିତ ପଦ୍ମନ କୁମରସଂଗ୍ରାମ ଆବୋରି ଯୁଦ୍ଧ କଲେ ଯେ ଯାହାର ।ଅନିର୍ବାର ଯୋଦ୍ଧା ସେହୁ ବଳେ ମହାବଳୀମନକଲେ ପରବତ ପାରନ୍ତି ସେ ଟାଳି ।ପଞ୍ଚଜନ୍ୟ ଶଙ୍ଖ ଶବ୍ଦ କରନ୍ତେ ଶ୍ରୀହରିସର୍ବ ଯାଦବେ ଧାଇଁଲେ ଶବ୍ଦ ଅନୁସରି ।ବ୍ୟୁହମଧ୍ୟେ ପଶି ଯେଟି ବଣା ହୋଇଥିଲେଶଙ୍ଖ ଶବ୍ଦ ଶୁଣି ସେହୁ ଏକରୁଣ୍ଡ ହେଲେ ।ସବୁ ପାସୋରିଲେ ଶ୍ରୀହରିଙ୍କ ମୁଖ ଦେଖିହୃଦୟ ମଧ୍ୟରେ ଭୟ ନାହିଁ କାହାରିକି ।ଯୁଦ୍ଧ ଆରମ୍ଭ କରିଲେ ଶସ୍ତ୍ର ଧରି କରେଅଧରକୁ ପୁଷ୍ଟକରି ଯୁଝନ୍ତି ଯେଝାରେ ।କୋଦଣ୍ଡ ଅସିପତ୍ର ଯେ ଲାଙ୍କିଆଦି ବାଣତୀକ୍ଷ୍ଣମୁନା ସାତମୁନା ବର୍କନା ଏ ଜାଣ ।ଗଦା ମୁଦୁଗର ଆଉ ଭୁଷଣ୍ଡି ତୋମରଅସଂଖ୍ୟବାଣ ମାରନ୍ତି ହୋଇ କୋପଭର ।ରଟମଟ ଶବ୍ଦ ବିକଟାଳ ଦାନ୍ତପାଟିଏକମୁଖ ନାରାଚ ସେ ବିନ୍ଧି କୋଟି କୋଟି ।ରଣ ଝଣ ଶବଦ ସେ ଶୁଭେ ବିକରାଳିଗଗନ ପଥେ ଅଦୃଶ୍ୟ ହେଲେ ଅଶୁଂମାଳୀ ।ହସ୍ତୀଙ୍କର କଣ୍ଠଧ୍ୱନି ଅଶ୍ୱ ହ୍ରେଷାରବଗଜଙ୍କ ଘଣ୍ଟି ଘାଗୁଡ଼ି ଶୁଭେ ଅସମ୍ଭବ ।କୋଦଣ୍ଡ କାଣ୍ଡର ରାବ କଙ୍କ ତଡ଼ମଡ଼ିନିର୍ଘାତ ଶବ୍ଦ କି ହୁଏ ମେଘେ ଘଡ଼ଘଡ଼ି ।ପାଦଘାତେ ଥରହର ହୁଏ ବସୁମତୀନିରନ୍ତର ବିଦ୍ୟୁନ୍ମାଳା ଝଟକେ ଚୌକତି ।ଶ୍ରାବଣମାସରେ ମେଘ ବରଷିଲା ପରିବାଣମାନ ପଡ଼ୁଛହି ଶୂନ୍ୟୁ ସେହିପରି ।ରଥୀର ସଙ୍ଗେ ରଥୀର ଯୁଦ୍ଧ ଅପ୍ରମିତଯୋଦ୍ଧାଅଙ୍ଗେ ଯୋଦ୍ଧାଶର ମାରଇ ବହୁତ ।ଯେଝା ଅନୂରୂପ ସର୍ବେ ସମର କରନ୍ତିଗଜଯୂଥ ସଙ୍ଗେ ଗଜ ଉଭାରି ଅଛନ୍ତି ।ମାହୁନ୍ତ ମାନଙ୍କ ହସ୍ତେ ଅଛି ପୁଣି କୋନ୍ତଅସୁରେ ଅଶ୍ୱ ଚଢ଼ିଣ ମାରନ୍ତି ବହୁତ ।ଉଡ଼ନ୍ତା ପର୍ବତପ୍ରାୟ ଦିଶନ୍ତି ସକଳଅଶ୍ୱ ଆରୋହି ରାଉତେ ଯାନ୍ତି ଦଳ ଦଳ ।ବତିଶ ଆଢ଼େଣୀ ସଜ ହେଲେ ଯେ ଯାହାରେସେ କାଳେ ସମର କେହୁ ମୁଖେ କହିପାରେ ।ବାସ୍ତରି ବିନ୍ଧାଣେ ଲୁହାଶରେ ଶର ଛନ୍ଦିପଦାତି ଅଙ୍ଗେ ପଦାତି ଶରମାନ ବିନ୍ଧି ।ଅଗୋଚର ସମର ଯେ ନାହିଁ ତିନି ପୁରୀଜଣ ଜଣକେ ଯାଦବ ବିଷ୍ଣୁରୂପ ଧରି ।ଆପଣାର ତେଜ ଦେଇଛନ୍ତି ଦେବରାୟେଗୁପତେ ଜନମିଛନ୍ତି ଧରି ନରକାୟେ ।ଅସୁର କାମରୂପୀ ଯେ ଜାଣି ବହୁମାୟାସମରରେ ଧରନ୍ତି ସେ ପରପଞ୍ଚ କାୟା ।ଲହଲହ ଜିହ୍ୱା ବିକରାଳ ମୂର୍ତ୍ତି ନାନାରୂପ ଭୟଙ୍କର ଛନ୍ଦ ଜାଣନ୍ତି ସେ କିନା ।ମୁଦ୍ଗର ଲୌହ ସାବେଳି ଭୈରବ କଟାରକିଳିକିଳା ନାଦ ଦେଇ ଧାଇଁ ବିକରାଳ ।ମଦିରା ଖାଇକରି ନାଟି ଖେମଟା ନାଟଲହ ଲହ ବିକରାଳ ଦୀର୍ଘ ଥନ୍ତଲ ପେଟ ।ମାଇଲେ ନ ମରନ୍ତି ସେ ଜୀଅନ୍ତା ଲେଉଟିଛିଣ୍ଡିଲା ମୁଖ ଗର୍ଜନ୍ତି ନୟନ ତରାଟି ।ନିର୍ଭୟରେ ଦୈତ୍ୟସୈନ୍ୟ ପଡ଼ୁଛନ୍ତି ମାଡ଼ିଯାଦବଙ୍କ ବାଣେ ଦଶ ବିଂଶଯାନ୍ତି ଛିଡ଼ି ।ଯେସନେକ ପକ୍ୱଫଳ ବୃକ୍ଷୁ ଝଡ଼ିପଡ଼େସେ ରୂପେ କୋଟି କବନ୍ଧ ଭୂତଳରେ ଗଡ଼େ ।ଦୁର୍ବାର ଦାନବ ବଳ ନାହିଁ କାକୁ ଶଙ୍କାମଡ଼ାନ୍ତ ମାଡ଼ିଣ ଆଗ ହ୍ୱନ୍ତି ରଣରଙ୍କା ।ଦୈତ୍ୟଙ୍କ ବାଣ ନ ଲାଗେ ଯାଦବଙ୍କ ଅଙ୍ଗେବିଷ୍ଣୁଙ୍କ ତେଜରେ ବିହରନ୍ତି ନାନାରଙ୍ଗେ ।ବସୁଦେବ ଉଗ୍ରସେନ ଅନାଧୃଷ୍ଟ ବୀରରଥୀ ମହାରଥୀ ଜେନା ପାଇକ ଆବର ।ଉଦ୍ଧବ ଶକ୍ରାଜିତ ଯେ ଆଉ କୃପବ୍ରହ୍ମାକହନ୍ତେଣ ନ ସରଇ ଏହାଙ୍କ ମହିମା ।ସାତବଂଶ ଯାଦବ ଚୌରାଶୀକୋଟି ବଳଯେଝା ଅନୁରୂପେ ଦୈତ୍ୟ ମାରନ୍ତି ସକଳ ।କଂସ ରାଜାର ସାନୁଜ ସୁନାସର ସୁତଉଗ୍ରସେନ ନାତି ନାମ ଅଟଇ ସୁରଥ ।ଯଦୁବଂଶ ଟୀକାୟତ ଜ୍ୟେଷ୍ଠପୁତ୍ର ଯେନାମହାରଥୀ ସଙ୍ଗେ ସେହୁ ଅଟଇ ଗଣନା ।ରାମ କୃଷ୍ଣ ସହ ଶାନ୍ତିପନି ପୁରେ ଗଲେଯନ୍ତ୍ର ମନ୍ତ୍ର ଆଦି ସର୍ବ ବିଦ୍ୟାନ୍ତ ଶିଖିଲେ ।ବହୁ ଦୟା କରିଥାନ୍ତି ରାମ ଚକ୍ରପାଣିମଧୁବନ କଟକେ ସେ ଟୀକାୟତ ପୁଣି ।ବଡ଼ଇ ଶୂରବନ୍ତ ସେ ଯଦୁବଂଶ ବଳାରେରେକାର କରି ରଥ ଚଢ଼ି ଅନର୍ଗଳା ।ପଞ୍ଚାଶ ସହସ୍ର ବଳ ଧନୁ ଧରି କରେଅଭିମନ୍ତ୍ରି ଶରମାନ ବିନ୍ଧେ ରୋଷଭରେ ।ରଥ ଗଜ ଅଶ୍ୱ ପଦାତିକ ବଳ ଘୋଟିଦଶ ବିଂଶ ପଞ୍ଚାଶତ ବାଣକରେ ଲୋଟି ।ମହାବାତେ ରମ୍ଭାବନ ଭାଙ୍ଗଇ ଯେସନେଭୂତଳରେ ଯୋଦ୍ଧାମାନେ ଲୋଟନ୍ତି ତେସନେ ।ବହିଲା ରକତନଦୀ ସମର ମଣ୍ଡଳେକ୍ରୀଡ଼ନ୍ତି ଯେ ଯୋଦ୍ଧାମାନେ ଅତି କୂତୁହଳେ ।ଲକ୍ଷେକ କବନ୍ଧ ନାଚି ରଣରଙ୍ଗେ ଉଠିଗର୍ଜିଣ ଧାମନ୍ତି ସେହୁ ଜୀଇଣ ଲେଉଟି ।ଗର୍ଭରୁ ମୁଣ୍ଡମାନ ଯେ ହୁଅଇ ବାହାରଛିଡ଼ିଗଲା ମୁଣ୍ଡ ପୁଣି ଲାଗଇ କାନ୍ଧର ।ପୂର୍ବରୁ ଦଇତ୍ୟେ କରିଛନ୍ତି ଶିବସେବାସନ୍ତୋଷେ ବର ତାହାକୁ ଦେଲେ ମହାଦେବା ।ତ୍ରିବାର ସତ୍ୟ କରିଣ ବୋଇଲେ ଧୂର୍ଜ୍ଜଟୀତ୍ରିବାର ଛିଡ଼ିଲେ ମୁଣ୍ଡ ଲାଗିବ ଲେଉଟି ।ମୁଣ୍ଡମାନ ଉପୁଜଇ ତେଣୁ ଉଦରରୁପୁଣି କାଟିଦ୍ୟନ୍ତେ ଛିଡ଼ି ପଡ଼ଇ କନ୍ଧରୁ ।ରଥ ଗଜ ପଦାତିକ ଅଶ୍ୱ ବଳବାନସମସ୍ତଙ୍କୁ ଏହି ବର ଦେଲେ ତ୍ରିଲୋଚନ ।ତେଣୁ ଅସୁରେ ମାଇଲେ କେବେ ନ ମରନ୍ତିତ୍ରିବାର ଛିଡ଼ିବାଯାଏ କନ୍ଧରେ ଲାଗନ୍ତି ।ଯାଦବେ ମଣନ୍ତି ତାହା ଅପୂରୁବ ଚାହିଁନିରନ୍ତରେ ଶସ୍ତ୍ର ଧରି ମାରନ୍ତି ନିଠାଇ ।ଏକ ନାରାଚକେ ଦଶବିଂଶ ଛିଡ଼ିପଡ଼େଅପ୍ରମିତ କନ୍ଧମାନ ଭୂତଳରେ ଗଡ଼େ ।ନଦୀ ପରକାରେ ରକ୍ତଧାର ବହିଯାଏମଡ଼ା ଭାସନ୍ତି ଶୁଖିଲା କାଠର ପରାୟେ ।କଂସର ପୁତୁରା ଏକ ମାରେ ବହୁ ସୈନିସାଧୁ ସାଧୁ ସ୍ତୁତିକରି ସୁରସିଦ୍ଧ ମୁନି ।ଭାଙ୍ଗିଣ ରାକ୍ଷସବଳ ଯାନ୍ତି ଏଣେ ତେଣେପକ୍ଷିଏ ବାସ ଲଗ୍ନରେ ପଳାନ୍ତି ଯେସନେ ।ରକତନଦୀ ପ୍ରଖର ସ୍ରୋତରେ ବହଇଦନ୍ତେ ତିରଣ କାମୋଡ଼ି ବୋଲେ ରଖ ଭାଇ ।ଶସ୍ତ୍ରକୁ ପକାଇ କେହୁ ପଶଇ ଶରଣରକ୍ଷାକର ରକ୍ଷାକର ବୋଲେ କେ ଉଚ୍ଚେଣ ।କାହାର ଆଣ୍ଠୁ ଯେ ଛିଡ଼େ ଛିଡ଼େ କାର ମୁଣ୍ଡଶରାଘାତେ କାର ମୁଣ୍ଡ ହୁଏ ଖଣ୍ଡ ଖଣ୍ଡ ।କାର ଚରଣ ଛିଡ଼ଇ ଛିଣ୍ଡେ କାର କରକାହାର ନୟନ ବେନି ହୋଇ ନାରଖାର ।କାହାର ଗୋଡ଼ ଛିଣ୍ଡଇ ଭାଙ୍ଗେ କାର ପିଠିକାକୁ ରଥ ମାଡ଼ିଗଲା ନ ପାରଇ ଉଠି ।ମଡ଼ାର ଉପରେ ମଡ଼ା ପଡ଼ି ଅତି ସଞ୍ଚଦେଖିଣ ସନ୍ତୋଷ ହେଲେ ସ୍ୱର୍ଗପୁର ମଞ୍ଚ ।ଶୁକମୁନି ବୋଇଲେକ ଶୁଣ ନୃପମଣିବଳକୁ ବେଳ ହୋଇଲା ମହତ ଆରେଣି ।ବୀଣା ବଜାଇ ନାଚନ୍ତି ନାରଦ ମହର୍ଷିଆକାଶରେ ଥାଇ ଉଚ୍ଚ ଜୟ ଜୟ ଭାଷି ।ଲାଗୁ ଲାଗୁ ବୋଲି ଆଣ୍ଟ କରିଣ ବୋଇଲେକଳି ଧୋକଡ଼ି ମୁଣିରୁ ବିଭୂତି ଫିଙ୍ଗିଲେ ।ଚାହୁଁ ଚାହୁଁ ମହାଦ୍ୱନ୍ଦ ଲାଗେ ଗାଢ଼ଭରେଭାଙ୍ଗିଲେ ଅସୁର ସୈନ୍ୟ ଯାଦବଙ୍କ ଡରେ ।ମେଘାସୁର ବୋଲି କରି ବ୍ରହ୍ମାସୁର ବଳାବଳବନ୍ତ ଦୈତ୍ୟ ସେହୁ ଯୁଦ୍ଧେ ଅନର୍ଗଳା ।ଈଶ୍ୱରଙ୍କୁ ସେବା କରି ପାଇ ରହୁବରଲକ୍ଷେ ପରାକ୍ରମ ଅଙ୍ଗେ ବହଇ ଅସୁର ।ପାଞ୍ଚସସ୍ର ଲୁହାଧନୁ ବାମକରେ ଧରିବେଗେଣ ଧାମଇ ସେହୁ ରେରେକାର କରି ।ରହ ରହ ସୈନ୍ୟ ବୋଲି ଓଗାଳିଲା ଆଗେଅସମ୍ଭବ ଯୁଦ୍ଧ ସେହୁ ଜାଣେ ଅତି ବାଗେ ।ବନ୍ଧକୁ ଆବୋରି ଯେହ୍ନେ ରହେ ବନ୍ଧଜଳତେସନେକ ଆବୋରିଲେ ସେ ଅସୁର ବଳ ।ଗୁଣସାଗର ମନ୍ତ୍ରୀ ଯେ ଅଛି ତାର ତୁଲେସ୍ୱର୍ଗ ମର୍ତ୍ତ୍ୟ ପାତାଳ ସେ ଜିଣିପାରେ ବଳେ ।ସଙ୍ଗେ ଚତୁରଙ୍ଗ ବଳ ସୈନ୍ୟ ଅଗଣିତାଧାତିକାରେ ଧାଏଁ ସେହି ଗଣେ ମହାମତ୍ତା ।ଅଶୀ ସହସ୍ର ଧନୁରେ ଗୁରାଇଣ ବାଣକର୍ଣ୍ଣମୂଳଯାଏ ଟାଣି ବିନ୍ଧେ ତତକ୍ଷଣ ।ପୁଣି ଶହେବାଣ ଗୁଣେ ବସାଇ ସରାଗେହୁଂକାର ଧ୍ୱନି କରିଣ ବିନ୍ଧେ ଅତିବେଗେ ।ପୁଣି କହିବା ମାତ୍ରକେ ସସ୍ରେ ବାଣ ଧରିଯାଦବଙ୍କ ଉପରକୁ ବିନ୍ଧେ ରୋଷଭରି ।ମେଘାସୁର ବାଣମାନ ବିନ୍ଧେ ସେହିମତେଯେଝାରେ ବାଣ ବିନ୍ଧନ୍ତି ଯେଝା ଅନୁମତେ ।ଚଳିଯାନ୍ତି ବାଣଗଣେ ଆକାଶକୁ ଘୋଟିଆଖି ପିଛଡ଼ାମାତ୍ରକେ ପେଷି କୋଟି କୋଟି ।ମହୁପୋକ ଗର୍ଜି ଯେହ୍ନେ ଉପରକୁ ମାଡ଼ିଝଟଝଟ ବିଦ୍ୟୁତ୍ ଯେହ୍ନେ ଆକାଶରେ ପଡ଼ି ।ଦୂରରୁ ଦେଖିଣ ତାହା ଉଗ୍ରସସେନ ନାତିବାବଲ ଶତେକ ବାଣ ପେଷି ଶୀଘ୍ରଗତି ।ଶରେ ଶର ପରିତାଳ ହେଲା ଏକାବେଳେଉଡ଼ିଲେ ନାରାଚମାନେ ଆକାଶ ମଣ୍ଡଳେ ।ଦେଖିକରି ମେଘାସୁର କୋପେ ପରଜ୍ଜଳିପର୍ବତ ଶରକୁ ପୁଣି ପେଷେ ମହାବଳୀ ।ଉଡ଼ିଣ ପର୍ବତମାନେ ରହିଲେ ଆକାଶେଦିନକର ଅଦୃଶ୍ୟ ଯେ ସେ ତେଜର ତ୍ରାସେ ।ଶାଳ ଶିଳ ବନଲତା ଯେତେ ଗିରିବରମନ୍ତ୍ରବଳେ ବାଣତେଜେ ହୋଇଲେ ବିସ୍ତାର ।ବ୍ରଜଶର ବେଗେ ପେଷୁ ସେ ସୁରଥ ଜେନାଭାଙ୍ଗିକରି ଗିରିମାନେ ହୋଇଗଲେ ଚୂନା ।ପୁଣି ପନ୍ନଗାଶରକୁ ପେଶିଲା ଅସୁରଗରୁଡ଼ ଶର ପେଷଇ ସେ ସୁରଥ ବୀର ।ବ୍ରହ୍ମଶର ପେଷେ ପୁଣି ସେ ଅସୁର ଈଶନିବିଡ଼ ଘୋର ଯାମିନୀ ଘୋଟେ ଦଶଦିଶ ।ସୂର୍ଯ୍ୟଶର ପେଷିଦ୍ୟନ୍ତେ ସୁନାସ କୁମରଘୋଟିଗଲା ସୂର୍ଯ୍ୟତେଜ ଛାଡ଼ିଲା ଅନ୍ଧାର ।ଶୁଣି ଜଳଧାରା ଶର ପେଷେ ଦ୍ୱୈତମଣିପବନା ଶରେ ସୁରଥ ପକାଇଲା ହାଣି ।ବେଳକୁ ବେଳ ସମର ବଢ଼େ ଅନୁକ୍ଷଣସମରେ ନିଃଶଙ୍କ ସେହି ସୁନାଶ ନନ୍ଦନ ।ସୁରଥ କ୍ରୋଧେ ବୋଲଇ ଅସୁରଙ୍କୁ ଚାହିଁଅକାରଣେ ବୈରି ତୁମ୍ଭେ ହେଲ କାହିଁପାଇଁ ।ଅଶେଷ କୋଟି ବ୍ରହ୍ମାଣ୍ଡେ ଯେହୁ ଅଧିକାରୀକୁଟୁମ୍ବ ଅଟୁ ସକଳେ ଆମ୍ଭେ ଯେ ତାଙ୍କରି ।ତାହାଙ୍କ ଆଶ୍ରିତେ ବର୍ତ୍ତିଅଛୁ ଯଦୁବଳସେ ଆମ୍ଭର ଧନ ଧର୍ମ ଦରିଦ୍ର ସମ୍ବଳ ।ତାହାଙ୍କ ପ୍ରସନ୍ନେ ଆମ୍ଭେ ଜଗଜ୍ଜିତା ଅଟୁଏକା ନିଃଶ୍ୱାସକେ ତିନିପୁରଯାକ ଘୋଟୁ ।ଅଇଲୁ କେଉଁ ବାଟରେ ପଶିଲୁ ଯେ କାହିଁଏତେ ଦ୍ୱନ୍ଦ ହେବ ବୋଲି ଜଣା ନ ଥିଲା ହିଁ ।ଆମ୍ଭ ଭଳି ଲୋକ ସଙ୍ଗେ ଲଗାଇଣ କଳିସାମାନ୍ୟ ନୁହଁ ତୁମ୍ଭେ ତ ଅଟ ମହାବଳୀ ।ଗଣ ଗନ୍ଧର୍ବ ଦେବତା ହାରିଯିବେ ଭଲେଏମନ୍ତ କୂଟ କପଟ କର ଯେ ଶୟଳେ ।ଗୋ ବ୍ରାହ୍ମଣ ଦେବ ଋଷିଙ୍କର ଦର୍ପ ହରିଏଡ଼େ ଅନ୍ୟାୟ ବେଭାର ଅଟଇ ତୁମ୍ଭରି ।ତୁମ୍ଭକୁ ନ ମାରୁ କାହିଁ ମହୀ ରହେ ଭଲେଏଡ଼େ ବଡ଼ ସଙ୍କଟ ତ ଲଭି ତୁମ୍ଭ ତୁଲେ ।ଏତେ ବୋଲି ତୀକ୍ଷ୍ଣମୁନା ବାଣ କରେ ଧରିଗୁଣରେ ବସାଇ ଶର ପେଷି ବେଗ କରି ।କର୍ଣ୍ଣମୂଳ ପରିଯନ୍ତେ ଆକର୍ଷିଣ ଟାଣିସମ୍ଭାଳ ମେଘାସୁରରେ ବୋଲି ଉଚ୍ଚେ ଭଣି ।ଅନିବାରଣ ଶର ଯେ ଚଳେ ଅତି ବେଗେକୃତାନ୍ତ ପରାୟେ ସେହୁ ରହେ ଅଧାସ୍ୱର୍ଗେ ।ଦେଖିକରି ମେଘାସୁର ନୟନ ବୁଜିଲାତତକ୍ଷଣେ ବାଣ ପାଇଁ ଶରୀରେ ଭେଦିଲା ।ଗଳାଠାରୁ ବେନିଖଣ୍ଡ ହୋଇଯାଏ ଛିଡ଼ିରଥର ଉପରୁ ବେଗେ ତଳେ ଗଡ଼ ଗଡ଼ି ।ଛିଡ଼ିଯିବା ମୁଣ୍ଡଗୋଟା ପଡ଼ନ୍ତେ ଭୂମିରଗର୍ଭରୁ ଆରେକ ମୁଣ୍ଡ ହୋଇଲା ବାହାର ।ପୁନରପି ସେହୁ ଧନୁ ଧରି ବାମକରେନାରାଚ ପୂରାଇ ମନ୍ତ୍ରୀ ପେଷଇ ବେଗରେ ।ସୁରଥ ବୋଇଲା ଏତ ବଡ଼ ବିପରୀତମଲା ଲୋକ ପୁଣି ଜୀଇଁ ଉଠଇ କେମନ୍ତ ।ମାଇଲେ ଏ ନ ମରନ୍ତି ଧରି ପୁଣି କାୟାନୋହିଲେ କି ଆମ୍ଭଠାରେ କଲେ ଏଡ଼େମାୟା ।ଏମନ୍ତ ବିଚାର ମନେ କରନ୍ତେ ସୂରଥଅଦ୍ଭୁତେ ଆକାଶପଥୁଁ ଶୁଭଇ ଏମନ୍ତ ।ହେ କୁମରମଣି ତୁମ୍ଭେ ଶୁଣସି ଉତ୍ତରପୂର୍ବେ ଈଶ୍ୱରଙ୍କୁ ସେବା କରିଲା ଅସୁର ।ବର ମାଗ ବୋଲି ଆଜ୍ଞାଦେଲେ ଦେବକାଶୀଚିରାୟୁ ବର ମାଗିଲା ତହୁଁ ଦୈତ୍ୟଶିଷି ।ମାଇଲେ ମୁଁ ନ ମରିବି ଜୀଇବି ଲେଉଟିଦିଗପାଳ ଦେବତାଏ ଥିବେ ମୋତେ ଖଟି ।କରିବଇଁ ରାଜ୍ୟଭୋଗ ବର୍ତ୍ତି ଚିରକାଳଛିଡ଼ିଲା ମୁଣ୍ଡ ପାଲଟି ଲାଗିବ ତ୍ରିବେଳ ।ରଥଗଜ ଅଶ୍ୱ ପଦାତିକ ଆଦିକରିଏ ପ୍ରକାରେ ବର ତାଙ୍କୁ ଦେଲେ ତ୍ରିପୁରାରି ।ତିନିବାର ମୁଣ୍ଡ ତାର ଛିଣ୍ଡିବା ବା ନିୟତତେବେ ସେ ମରିବେ ଜାଣ ଦାନବ ସମସ୍ତ ।ସମସ୍ତ ଯାଦବ କର୍ଣ୍ଣେ ଶୁଭନ୍ତେ ଏ କଥାଅସୁର ମରିବା ଛିଦ୍ର ପାଇ ସେ ବାରତା ।ଯେ ଯାହା ଅନୁକ୍ରମରେ ମାରନ୍ତି ସଇନିମହାପବନେ ଯେସନେ ବୃକ୍ଷ ଲୋଟେ ଭୂମି ।ଶରେ ଶର ପରିତାଳ ହ୍ୱନ୍ତେ ମହାଗୋଳସମରଭୂମି ମଧ୍ୟରେ ଉଠଇ ପ୍ରବଳ ।ସଂଗ୍ରାମରେ ମହାରଥୀ ସୁନାସର ବଳାଅଂଶାବତାର ଯେହୁ ସେ ବହେ ବିଷ୍ଣୁ କଳା ।ଶରେ ଶର ବାଜିକରି ଶୁଭଇ ଶବଦଅସଂଖ୍ୟ ପ୍ରମାଣେ ତହିଁ ନାଚନ୍ତି କବନ୍ଧ ।ସନ୍ଦେଶ ବାରତା ଗୋଟି ପାଉ ପୁତ୍ରମଣିକନ୍ଧରୁ ମୁଣ୍ଡ ଗୋଟିକ କାଟି ତତକ୍ଷଣି ।ଛିଡ଼ି ମୁଣ୍ଡ ଭୂତଳରେ ପଡ଼ିଲା ଲେଉଟିପୁଣି ହିଁ ଆରେକ ବେଳ ପକାଇଲେ କାଟି ।ଶିର କାଟନ୍ତେ ଆରେକ ଶିର ପୁଣି ଲାଗିପୁଣି ସେ ଶିର ସୁରଥ କାଟିଦିଏ ବେଗି ।ପଡ଼ିଗଲା ମେଘାସୂର ରଥପରୁଁ ଢଳିଗଗନପଥେ ଅଦୃଶ୍ୟ ହେଲେ ଅଂଶୁମାଳୀ ।ଜାଜ୍ଜ୍ୱଲ୍ୟମାନ ତେଜ ଯେ ଦିଶେ ସ୍ୱର୍ଗପୁରୀଗଣ ଗନ୍ଧର୍ବ ଦେବତା ଜୟ ଜୟ କରି ।ଗୁଣସାଗର ମନ୍ତ୍ରୀ ଯେ ଥୋକେ ଦୂରେ ଥିଲାରାଜାର ପଡ଼ିବା କଥା ନୟନେ ଦେଖିଲା ।ଅଭିମନ୍ତ୍ରି ବାଣ ବେଗେ ଗୁଣରେ ବସାଇସୁରଥର ଉପରକୁ ପେଷଇ ତୁହାଇ ।ବାଣ ଆସନ୍ତେ ଦୂରରୁ ଦେଖି ଅସୁରରଏକବାଣ ପେଷି କାଟିଦେଲା ତାର ଶିର ।ରଥପରୁ ଢଳିପଡ଼େ ସେ ଦୁର୍ଦ୍ଧାନ୍ତ ଦୈତ୍ୟଦେଖିକରି ଦେବଗଣେ ହେଲେ ଆନନ୍ଦିତ ।ଏହି ଅନୁକ୍ରମରେ ସେ ଯାଦବ ସକଳଶର ପେଶି କ୍ଷୟ କଲେ ସେ ଦନୁଜ ବଳ ।ବଳରାମଙ୍କ ସଙ୍ଗରେ ଯୁଦ୍ଧ ମହାଘୋରକହନ୍ତେଣ ନ ସରଇ ଅସଂଖ୍ୟ ସମର ।ବଡ଼ ବଳବନ୍ତ କୁମ୍ଭ ନିକୁମ୍ଭ ଅସୁରରାବଣ ପରାୟେ ସେହୁ ମହାବଳୀୟାର ।ଦୁର୍ଦ୍ଦାନ୍ତ ଦଇତ ଦିଗପାଳ ଚୂଡ଼ାମଣିଏକଶରେ ତିନିପୁର ପାରନ୍ତି ସେ ଜିଣି ।ତ୍ରେତାଯୁଗେ ରାମଚନ୍ଦ୍ର ଲଙ୍କା କଲେ ଜୟଏ ଗଡ଼ ଅଜେୟ ଥିଲା ଏତେକାଳ ଯାଏ ।ଦ୍ୱୈବ ଜାଣି ହେଲା ଆସି ବିପରୀତ ଧାଡ଼ିମରଣକୁ ଆଣିଲେ ଏ ନିଜସୁଖେ ଲୋଡ଼ି ।ଜଗବନ୍ଧୁ ନାଥଙ୍କୁ ସେ ଦ୍ୱୈତ କଟାଳିଲେତେଣୁ ଦାନବଙ୍କୁ ସେହି କାଳପ୍ରାୟ ହେଲେ ।ଅକ୍ଷୟ ଅଜରାମର ପ୍ରଭୁ ନିରଞ୍ଜନନାହିଁ ରୂପରେଖ ତାଙ୍କ ନାହିଁ ଚିହ୍ନ ବର୍ଣ୍ଣ ।ଅବ୍ୟକତ ନିରାକାର ଜ୍ୟୋତି ଅଗ୍ନିପ୍ରାୟେଅନାଦି ପୁରୁଷ ମର୍ତ୍ତ୍ୟେ ଆସିଣ ବିଜୟେ ।ଅସୁର ବାଣ ତାଙ୍କର କରିବ ବା କିସଯୁଗଯୁଗାନ୍ତେ ଶରୀର ନୁହେଁ ଯାର ନାଶ ।ମୂଷଳ ବୁଲାଇ ରୋଷଭରେ ହଳପାଣିନିକୁମ୍ଭ ପରେ ପିଟିଲେ ନିରିଘାତ ଜାଣି ।ଭାଙ୍ଗି ରଥଗୋଟା ତାର ହେଲା ଶତେଚୂରଲହରୀ ପ୍ରାୟ ଅନଳ ଉଠଇ ପ୍ରଖର ।ଚାରିଅଶ୍ୱ ସାରଥୀ ଯେ ଗଲେ ସର୍ବେ ନାଶରଥର ଉପରୁ ଡେଇଁ ପଡ଼ିଲା ରାକ୍ଷସ ।ଲୌହପିଣ୍ଡକୁ ପିଟିଲା ବଳେ ଅଙ୍ଗେ ଆଣିପିଟନ୍ତେ ମୂଷଳ ମୁଣ୍ଡ ପାତି ହଳପାଣି ।ତତକ୍ଷଣେ ସେହି ଦଣ୍ଡଗୋଟି ଗଲା ଭାଜିଶତେଖଣ୍ଡ ହୋଇକରି ତେଜ ହେଲା ଗଞ୍ଜି ।ପୁନରପି ତୂଣୀରରୁ କାଢ଼ି ବେଗେ ଖଣ୍ଡାଫେରଦେଇ ଚିରାମାରି ସେ ଦ୍ୱୈତ୍ୟ ପ୍ରଚଣ୍ଡା ।ପିଟନ୍ତେ କାମପାଳଙ୍କ ଶରୀରେ ନେଇବିଶ୍ୱରୂପକୁ ଧଇଲେ ତହୁଁ ହଳସାଇଁ ।ମନ୍ତ୍ର ପଢ଼ି ମୂଷଳକୁ ବୁଲାଇ ପିଟିଲେଶିରକମଳ ତାହାର ଦ୍ୱିଖଣ୍ଡ କରିଲେ ।ବେକଠାରୁ ମୁଣ୍ଡ ପୁଣି ହେଲା ତା ବାହାରକରେ ବାଣ ଧରି ସେହୁ ବିନ୍ଧେ ଧାତିକାର ।ପୁନରପି ତିନିବାଣ ମାରି ହଳସାଇଁଏକାବେଳେ ମୁଣ୍ଡ ତାର ଦେଲେକ ଛିଡ଼ାଇ ।ଛିଡ଼ିଣ ମୁଣ୍ଡ ତାହାର ପଡ଼େ ଭୂତଳରେଆମରେ ଦୁନ୍ଦୁଭି ଶବ୍ଦ କଲେ ଆନନ୍ଦରେ ।ଶୁଣ ପରୀକ୍ଷ ରାଜନ ଭଣି ଶୁକମୁନିଅତିଭାଗ୍ୟେ ଭାଗବତ ପୁରାଣର ଧ୍ୱନି ।ଶ୍ରୀଜଗନ୍ନାଥଙ୍କ ସଙ୍ଗେ କୁମ୍ଭାସୁର ଭେଟମେରୁ ମନ୍ଦର ଦୁଇ କି ହେଲେ ଏକଯୋଟ ।ମହାଦର୍ପିଷ୍ଠ ଦାନବ ବଳେ ବଳବନ୍ତାସମ୍ମୁଖ ସମରେ ତାର କେ ହେବ ଶକତା ।ଯୁଗାନ୍ତ ପୁରୁଷ ସଙ୍ଗେ ଦୈତ୍ୟବର ଭେଟିଅତିଶୟ ଶୋଭମାନ ଦିଶେ ନବସୃଷ୍ଟି ।ବହୁଯୋଦ୍ଧା ଘେନି କୁମ୍ଭାସୁର ମହାବଳୀନିର୍ବନ୍ଧେ କୃଷ୍ଣଙ୍କ ସଙ୍ଗେ ଆରମ୍ଭିଲା କଳି ।ସ୍ୟନ୍ଦନ ଗୋଟିକ ଆଗେ ଟେକିଅଛି ନେଇକୃତାନ୍ତ ଦେବତା ପ୍ରାୟେ ରୂପ ତା ଦିଶଇ ।ପୁତ୍ର ନାତି ସହୋଦର ସବୁ ଗଲେ ନାଶକିପାଁଇ ଏହାଙ୍କ ସଙ୍ଗେ କଲି ଅମରଷ ।ଏତେ ଭାଳି ନାରାଚକୁ ଧନୁରେ ସେ ବାନ୍ଧିଲକ୍ଷକୋଟି ପରମାଣେ ଆକାଶ ନିରୋଧି ।ଈଶ୍ୱର ଦେବଙ୍କୁ ସେହୁ ପୂର୍ବରୁ ମନାଇନାନାବିଧ ଅସ୍ତ୍ରଶସ୍ତ୍ର ପାଇଥିଲା ସେହି ।ରାବଣହୁଁ ବଳବନ୍ତ ଅଟେ ସେ ଦଇତମାୟାକୂଟ ପ୍ରମାଣରେ ଯୁଝେ ଅପ୍ରମିତ ।ତତକ୍ଷଣେ ଆଜ୍ଞା ଦେଲେ ଦେବ ଚକ୍ରପାଣିଯାଅ ବାଣେ କୁମ୍ଭକର ପକା ଶିର ହାଣି ।ଏ ଆଜ୍ଞା ପାଇଣ ଶର ଗଲା ତତକ୍ଷଣକୁମ୍ଭକ କଣ୍ଠରେ ବାଣ ପଡ଼ିଲା ଯାଇଣ ।କନ୍ଧଠାରୁ ଦୁଇଖଣ୍ଡ କରିଦେଲା ହାଣିହାଣନ୍ତେ କାନ୍ଧରୁ ଶିର ଉପୁଜେ ତକ୍ଷଣି ।ନିଠାଇ ପିଟନ୍ତେ ପୁନରପି ତିନିଶରସାରଥି ସହିତେ ଦୈତ୍ୟ ଗଲା ଯମପୁର ।ପଡ଼ିଲେ ଦାନବମାନେ ଗଲା ପୃଥ୍ୱୀଭାରାମଥା ଟେକିଣ ନିଃଶ୍ୱାସ ଛାଡ଼େ ବସୁନ୍ଧରା ।ଇନ୍ଦ୍ରାଦି ଦେବତାମାନେ କଲେ ଜୟ ଜୟକୁମ୍ଭକ ଦ୍ୱୈତ୍ୟକୁ ଆମ୍ଭେ କରିଥିଲୁ ଭୟ ।ତୁମ୍ଭେ ଏବେ ଅବହେଳେ ମାଇଲ ତାହାକୁଏବେତ ଆମ୍ଭର ଭୟ ନାହିଁଟି କାହାକୁ ।ଗୋଡ଼ାଇ ଯାଦବ ମାରି ଅସୁରଙ୍କ ବଳରଥୀ ମହାରଥୀ ତହିଁ ପଡ଼ିଲେ ସକଳ ।ନାନା ସମର କରିଣ ବହୁକାଳୁଁ ବର୍ତ୍ତିଯେଉଁମାନେ ଥିଲେ ସେହୁ ହେଲେ ବିନଶ୍ୟତି ।ମଡ଼ା କୁଢ଼କୁଢ଼ ହୋଇ ପଡ଼ିଲେକ ସଞ୍ଚପର୍ବତ ପରାୟେ ଦେଖାଯାଏ ଅତି ଉଚ୍ଚ ।ତିନିତାଳ ଗଭୀରରେ ବହେ ରକ୍ତନଦୀମଡ଼ାପରେ ମଡ଼ାମାନ ହୋଇଲେକ ଲଦି ।ରକ୍ଷଣୀ ଭକ୍ଷିଣୀ ଦେବୀ ମାତା ଭଦ୍ରକାଳୀମଦ ମାଂସ ଭକ୍ଷିଣ ସେ ହେଲେ ମତୁଆଳୀ ।ଯେତେ ଭଗ୍ନବଳ ସବୁ ପଳାଇଣ ଥିଲେଅନୁସରିଣ ଯାଦବେ ସକଳ ମାଇଲେ ।ପାଞ୍ଚଜନ୍ୟ ଶଙ୍ଖଗୋଟି ଫୁଙ୍କିଲେ ଶ୍ରୀହରିସର୍ବ ଯାଦବେ ମିଳନ୍ତି ଶବ୍ଦ ଅନୁସରି ।