ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ)
ଆଦିକବି · ପ୍ରାୟ ୧୪୨୦–୧୫୦୦
- ପଢ଼ିବା ସମୟ
- ୫୫୭ ମିନିଟ୍
- ଶବ୍ଦ
- ୮୯୧୮୮
- ସ୍ଥିତି
- ସାର୍ବଜନୀନ (Public domain)
ଅର୍ଜୁନଙ୍କର ମୃତ ସୈନ୍ୟ ଜୀବିତ ଓ ସଂକଳ୍ପ , ଭୈରବ , ଉଦୟଗିରି , ଉତ୍ତର କୋଶଳ ଏବଂ ନନ୍ଦିଗ୍ରାମ ରାଜାମାନଙ୍କୁ ନିମନ୍ତ୍ରଣ ଓ କଳ୍ପରାଜା ସହିତ ଯୁଦ୍ଧ
୩୯।ରୁଦ୍ରପୁର , ନିଶ୍ଟଳପୁର , ସିନ୍ଧୁମହାଦେଶ ପ୍ରଭୃତି ରାଜାମାନଙ୍କୁ ନିମନ୍ତ୍ରଣ ଏବଂ ପଶୁପାଳ ରାଜ୍ୟେ ଅର୍ଜୁନଙ୍କର ଶିବ ଦର୍ଶନ୪୦।
ପଶୁପତି ରାଜାର ସୈନ୍ୟମାନଙ୍କର ପୁନର୍ଜୀବନ ଓ ରଣସ୍ତମ୍ଭ ରାଜ୍ୟରେ ବୀରବର ରାଜା ସହିତ ଯୁଦ୍ଧ , ଅର୍ଜୁନଙ୍କର ହିଙ୍ଗୁଳାଙ୍କଠାରୁ ବରପ୍ରାପ୍ତି
୪୧।ସଭାଗୃହ ନିର୍ମାଣ ଓ ଦୁର୍ଯ୍ୟୋଧନର ମନ ଦୁଃଖ୪୨।ନକୁଳଙ୍କର ଦକ୍ଷିଣ କୋଶଳ ରାଜାମାନଙ୍କୁ ନିମନ୍ତ୍ରଣ ନିମନ୍ତେ ଗମନ , କଳିଙ୍ଗସେନ , ଯମନିକ ରାଜା ପ୍ରଭୃତିଙ୍କ ସହିତ ଖଣ୍ଡଯୁଦ୍ଧ୪୩ ।
ଶ୍ରୀଗିରି ପର୍ବତରେ ତ୍ରେତୟା ଯୁଗର ସୁଷେଣଙ୍କ ବିବରଣ , ନକୁଳର ଇଚ୍ଛାପୁର ରାଜା ସହିତ ଯୁଦ୍ଧ , ତାହାର ପଳାୟନ ଏବଂ ଅନ୍ୟାନ୍ୟ ରାଜାଙ୍କୁ ନିମନ୍ତ୍ରଣ
ଗଣେଶଙ୍କ ବନ୍ଦନା
ଜୟ ତୁ ଅମୃତାକ୍ଷ ଜୟ ତୁ ଗଣପତିପ୍ରଳୟ ଉଦ୍ଧାରଣ ନାଥ ବିଶ୍ୱମ୍ଭର ମୂରତି ।୧।ପରଶୁ ପାଶ ଅଂକୁଶ ଅମୃତ ଲଡୁଭୋଜୀକଣୟ ସୁଧାରସ ହରଷେଣ ଭୁଂଜି ।୨।ବିଘ୍ନ ନିବାରଣ ନାଥ ବିଘ୍ନଂକ ଅଇରିପ୍ରସନ୍ନେ ପରମବନ୍ଧୁ ଜୟ ତୁ ଦିଗାମ୍ବରୀ ।୩।ପ୍ରଳୟ ଉଦ୍ଧାରଣ ତୁ ନାଥ ବିଶ୍ୱବାସୀଦ୍ରଶନେ ସର୍ବସିଦ୍ଧି ଅପାଦ ଦୁଖ ଧ୍ୱଂସି ।୪।ୟେ ଶରୀରକୁ ଆପାଦ ଯେ ଅଟଇ ମହାବିଘ୍ନବିଘ୍ନରାଜ ବିହୁନେ ନାହିଂନା ମନ ଆନ ।୫।ନାଶଗଲା ପ୍ରାଣୀକି କୃତାନ୍ତେକ ଦିଅଇ ଶାସ୍ତିସେ କୃତାନ୍ତକ ଧ୍ୱଂସନକୁ ଅଭୟେ ଗଣପତି ।୬।ମରଣକଇ ମୂଳ ଯେ ଅଟଇ ଯେଉଂ ବିଘ୍ନମାନତେଣୁକରି ଯମର ଦର୍ପ ଗଂଜିଲୁ ଗଜାନନ ।୭।ଯମକଇ ଗଂଜିଲୁ ନାଥ ଯେ ସଂସାର ଦୁଖ ଦେଖିନାଶିତ ବୁଦ୍ଧି କଲୁ ତୋହୋର ଦୟା ଯେ ଉପେଖି ।୮।ବିକଳେ ନାଶକର ପଳାଇଲା ଗୋପ୍ୟେବିବରେ ପଶିଲା ଯାଇଂ ଇନ୍ଦୂର ସରୂପେ ।୯।କାଳଫାସି ଲଗାଇ ତାକୁ କଲୁସି ବନ୍ଧନତ୍ରାସେଣ ଶରଣ ତୋତେ ପଶିଲା ଜନ୍ତୁରାଣ ।୧୦।ଶରଣ ଉଦ୍ଧାରଣ ତୁ ଅଟୁ ହୋ ବିଶ୍ୱବାସୀଶରଣ ରକ୍ଷାକଲୁ ଦେବ ତାହି ପ୍ରାଣେ ନ ନାଶି ।୧୧।ଭଗତଜନ ମତ୍ସଳ ତୁ ଦେବ ଗଜାନନସେ ଯମ ଇନ୍ଦୁରକଇଂ ଦେବ କଲୁସି ବାହାନ ।୧୨।ମହାଭାରା ରୂପ ତୋର କହିତ କେ ପାରିଯମ ଯେ ଇନ୍ଦୂର ରୂପେ ବାହାନ ତୋହରି ।୧୩।ବିଘ୍ନମାନଂଙ୍କ ରାଜା ରାଜ୍ୟେ ଅଟେ ମୂଳଅତି ଦୁଷ୍ଟପଣ ଦେଖି ତାକୁ ଥୋଇଲୁ ଜାନୁତଳ ।୧୪।ମହାମନ୍ଦ ଆଚାରୀ ସେ ଅଟଇ ଦେବ ଜରାସଂସାର ନାଶକଲା ଯେ ଅମୃତାକ୍ଷ ଅସୁରା ।୧୫।ଯମ ବୋଇଲା ଦେବ ମୋତେ କୋପକଲୁଜରା ଯେ ବଡ଼ ମନ୍ଦ ତୁ ୟେହାକୁ ରଖିଲୁ ।୧୬।ପ୍ରାଣୀକୁ ନାଶ କରିବାକୁ ଜ୍ୱର ମୋହୋର ଦଣ୍ଡଶତେ ଶତେ ରୋଗ ୟେ ଅଟଇ ତ ଦୁର୍ଦ୍ଦଣ୍ଡ ।୧୭।ପ୍ରଥମ ସେନାପତି ଯେ ଅଟଇ ମୋହରିୟେହାକୁଇଂ ଘେନି ସେ ମୁଂ ପ୍ରାଣୀଂକର ଦର୍ପ ହରି ।୧୮।ଯମର ବଚନେ ଦେବ ଧଇଲୁ ଦୁଷ୍ଟ ଜରାପାଦେଣ ମାଡ଼ିଲୁ କଠାଉ ଚୂରଣ ମହାଭାରା ।୧୯।ୟେ କଳିକାଳେ ହୋଅନ୍ତା ଅନେକ ଅନୀତିଜାଣିଣ ସର୍ବଗ୍ୟଂ ନାଥ ଯେ ସବୁନ୍ତି ନିବର୍ତ୍ତି ।୨୦।ଜୟତୁ ଜୟ ତୁ ଦେବ ନିଶାକର ମଉଳିଜୟ ତୁ ଜୟ ଦେବ ପ୍ରସନ୍ନେ କପାଳୀ ।୨୧।ଜୟ ତୁ ଜୟ ଦେବ ଅନ୍ଧକ ଦର୍ପଧ୍ୱଂସାଜୟ ତୁ ଜୟ ଦେବ ଦିଗ ବସନ କଷା ।୨୨।ଜୟ ତୁ ଜୟ ଦେବ ଅଭୟେ ବରଦାତାଜୟ ତୁ ଜୟ ଦେବ ଶାସ୍ରରେ ନିର୍ଜ୍ଜିତା ।୨୩।ଜୟ ତୁ ଜୟ ଦେବ ପ୍ରସନ୍ନ ଗଣପତିଜୟ ତୁ ଜୟ ଦେବ ସୁଦୟା ଶୁଦ୍ଧ ଶାନ୍ତି ।୨୪।ଜୟ ତୁ ଜୟ ଦେବ ପ୍ରସନ୍ନ ୟେକଦନ୍ତଜୟ ତୁ ଜୟ ଦେବ ଭୋଜନ ଅମୃତ ।୨୫।ଜୟ ତୁ ଜୟ ଦେବ ପଦ୍ମ ଆସନ ମୂର୍ତ୍ତିଜୟ ତୁ ଜୟ ଦେବ ସୁଗ୍ୟାନୀ ମହାଯତି ।୨୬।ଜୟ ତୁ ଜୟ ଦେବ ପରଂବ୍ରହ୍ମ ଦେବତାଜୟ ତୁ ଜୟ ଦେବ ପ୍ରସନ୍ନେ ବରଦାତା ।୨୭।ଜୟ ତୁ ଜୟ ଦେବ ପ୍ରସନ୍ନ ଗଣପତିଜୟ ତୁ ଜୟ ଦେବ ନୀଳ ଉତ୍ପଳ ମୂରତି ।୨୮।ଜୟ ତୁ ଜୟ ଦେବ ଶରଣ ପଂଜରଜୟ ତୁ ଜୟ ଦେବ ଦୁରତି ନାଶ କର ।୨୯।ଜୟ ତୁ ଜୟ ଦେବ ପ୍ରସନ୍ନେ ବ୍ରହ୍ମଋଷିଜୟ ତୁ ଜୟ ଦେବ ନିରାକାର ଗୋପ୍ୟବାସୀ ।୩୦।ଜୟ ତୁ ଜୟ ଦେବ ତ୍ରିପୁର ଦର୍ପ ଗଂଜାଜୟ ତୁ ଜୟ ଦେବ ନାଶକର ଦର୍ପ ଭଂଜା ।୩୧।ଜୟ ତୁ ଜୟ ଦେବ ପ୍ରସନ୍ନେ ଅଭୟାଜୟ ତୁ ଜୟ ଦେବ ସାଧୁ ଶୁଦ୍ଧ କାୟା ।୩୨।ଜୟ ତୁ ଜୟ ଦେବ ମହା ବିନାୟକଜୟ ତୁ ଜୟ ଦେବ ମହା ବରଦାୟକ ।୩୩।ଜୟ ତୁ ଜୟ ଦେବ ପର ଦୁଖେ ଦୁଖୀଜୟ ତୁ ଜୟ ଦେବ ପ୍ରାପତ ସର୍ବ ସୁଖୀ ।୩୪।ମନ ବଚନ କର୍ତ୍ତବ୍ୟ ଯେ ବାଞ୍ଛା ସଂକଳ୍ପେତବ ଦ୍ରଶନେ ନାଥ ଧ୍ୱଂସ ନ ହୋନ୍ତି ଚିର ପାପେ ।୩୫।ନିରାଲମ୍ବ ପୁରୁଷ ବଚନେ ସର୍ବକଳ୍ପିକଳିକାଳ ଧ୍ୱଂସି ନାଥ ରକ୍ଷଣ ସର୍ବତପୀ ।୩୬।ଶ୍ରୀ ତୁଳୁସାର ବଲ୍ଲଭ ଚରଣ ଧରି ଶିରେସର୍ବପାପ ହରୁ ନାଥ ବିନାୟକ ଅବତାରେ ।୩୭।ଦୟାକଇଂ କାରଣ ତୁ କାରଣକଇଂ ସାଧୁମମ ପାତକ ବିଧ୍ୱଂସନ୍ତା ଜଗତ ଜନ ବନ୍ଧୁ ।୩୮।ମୁହିଂତ ମୂର୍ଖ ଦେବ ଅଟଇ ଅଗ୍ୟାନତବ ଲୟେ ଗ୍ୟାନ ମୋତେ ହୋଇବା ପ୍ରସନ୍ନ ।୩୯।ଶ୍ରୀ ବିଘ୍ନରାଜଂକ ଚରଣେ ଶତେ ସହସ୍ର ଦଣ୍ଡ ପ୍ରଣମ୍ୟତେଣୁକରି ଶୂଦ୍ରମୁନି ସାରୋଳ ଦାସ ମୋର ନାମ ।୪୦।ଜଙ୍ଖେରପୁର ବାସୀ ଯେ ଅଭୟେ ଅପର୍ଣ୍ଣାସେ ମୋହୋର ଶରୀରକୁ ଅଟଇ ବଜ୍ରସେନ୍ହା ।୪୧।କୃପାଜଳ ନନ୍ଦିନୀ ଚରଣେ ସର୍ବଦା ଚିତ୍ତତବ ପ୍ରସନ୍ନେ କହିବି ଗୋ ଶ୍ରୀ ମହାଭାରଥ ।୪୨।ତୃତୀୟଖଣ୍ଡ ଆଖ୍ୟାନ ୟେ ସଭାପର୍ବ ରୀତି ବାଣୀତୋହୋର ପ୍ରସନ୍ନେ ଗୋ କହିବି ଠାକୁରାଣୀ ।୪୩।ହୁଅସି ପ୍ରସନ୍ନ ମୋତେ ଅଭୟେ ହିଙ୍ଗୁଳାପ୍ରସନ୍ନେ ବଞ୍ଚାଇଲେ ଯାହା ସେ ସିଦ୍ଧ ସାରୋଳା ।୪୪।କୁମ୍ଭଋଷି ନନ୍ଦନ ଯେ ଅଗସ୍ତିଂକ ପାଦତଳେତହିଂ ମୋର ଚିତ୍ତ ଯେ ଥାଉ ସର୍ବ କାଳେ ।୪୫।ଯେଉଂଣ ମୁନି ବିନୋଦ କଲେ ବାଳଲୀଳେକ୍ଷୀରୋଦ୍ର ଗଣ୍ଡୂଷ କଲେ ଖେଡ଼ର କୂତୋହୋଳେ ।୪୬।ସେ ମୁନି ପାଦପଦ୍ମେ ସର୍ବଦା ମୁହିଂ ଦାସର ଦାସବଦନ୍ତି ସାରୋଳ ଦାସ ଜନ୍ମେ ଅଭ୍ୟାସ ।୪୭।ବଳରାମଙ୍କ ନିକଟରେ ଶ୍ରୀକୃଷ୍ଣଙ୍କର ଯମପୁର ଦର୍ଶନ ବର୍ଣ୍ଣନ ଓ ନାରଦଙ୍କ ଠାରୁ ଯୁଧିଷ୍ଟିରଙ୍କର ପାଣ୍ଡୁରାଜାଙ୍କ ଦୁର୍ଦ୍ଦଶା ଶ୍ରବଣବିଲଂକ ଦେଶର ରାଜା ବଇବସୁତ ମନୁପାଦ୍ୟ ଅର୍ଘ୍ୟ ଦେଇ ପୂଜାକଲା ସେ ଘଟଋଷିର ତନୁ ।୧।ବସନ କୁଣ୍ଡଳ ରତ୍ନମାଳ ଧୂପଦୀପ ନଇବିଦ୍ୟପଞ୍ଚୁଲକ୍ଷ୍ୟ ହିରଣ୍ୟ ଦେଇଣ ପୂଜିଲା ମୁନିଂକ ପଦ୍ମପାଦ ।୨।ଭୋ ବ୍ରହ୍ମଋଷି ତବ ଚରଣେ ମୋର ସେବାୟେ ସଭାପର୍ବ କଥା ମୋତେ ବିଶେଷି କହିବା ।୩।ବୋଇଲା ଯେ ଆଦିପର୍ବେ ପଣ୍ଡୁରାଜା କୟେ ବ୍ରହ୍ମହତ୍ୟାକେମନ୍ତେ ପଣ୍ଡୁ ବ୍ରହ୍ମହତ୍ୟା ଧ୍ୱଂସନ ଗଲା ବ୍ରହ୍ମବେତ୍ତା ।୪।ୟେହା ମହାତମା ମୋତେ କହିବା ଅଗିସ୍ତିୟେବଂଶେ ବ୍ରହ୍ମହତ୍ୟା ଥିଲେ କେମନ୍ତେ ନିଭ୍ରାନ୍ତି ହୋଇବ ମୁନିହେ ।୫।ବଦନ୍ତି ଅଗସ୍ତି କଳପି ମହାତମାପ୍ରତକ୍ଷେ ନାରାୟଣ ସେ ଅନାଦି ସିଦ୍ଧବ୍ରହ୍ମା ।୬।ତୁଳମାସ ଶୁକଳ ପକ୍ଷ ଦଶମୀ ଗୁରୁବାରଧନିଷ୍ଠା ନାମେ ନକ୍ଷତ୍ର ଅଟଇ ସେ ଦିନର ।୭।ତଇତିଳ ନାମେ କରଣ ବୃଦ୍ଧି ନାମେ ଯୋଗତୁଳ ସଂକରାନ୍ତିକି ପାଞ୍ଚଦିନ ଭୋଗ ।୮।ବିଜୟେ ନାରାୟଣ ଦେବ ନୀଳାମ୍ବରେକାମପାଳେ ପୁଚ୍ଛାକଲେ ଗୋବିନ୍ଦଂକ ଛାମୁରେ ।୯।ଭାବେଣ କଥାୟେ ପୁଚ୍ଛାକଲେ ଦେବରାଜେଯମର ସଂଜୀବନୀ ପୁରକୁ ହରି କରିଥିଲୁ ବିଜେ ।୧୦।ଗୁରୁ ପଞ୍ଚପୁତ୍ରନ୍ତ କଲୁଟି କେମନ୍ତଖୋଜି ପାଇଲୁନା ହୋ କହ ଦେବ ଜଗଭୂତ ।୧୧।ବଦନ୍ତି ଜଗନ୍ନାଥେ ଶୁଣିମା ଦେବ କାମପାଳେଯମର ସଭାକୁ ମୁଂ ଗଲି ଯେତେବେଳେ ।୧୨।ଦେଖିଣ ଅନେକ ପାପୀ ହୋଇଲେ ମୁକତନାଶକର ଅନେକ ଶାସ୍ତି ଯେ ଦେଉଥିଲେ ମନୁଷ୍ୟନ୍ତ ।୧୩।ମୋହୋର ଦ୍ରଶନେ ଅନେକ ପାପୀଜନେପାଇଲେ ପରମ ଗତି ଯେ ବସିଲେ ସ୍ୱର୍ଗସ୍ଥାନେ ।୧୪।ଗୁରୁଂକ ପଞ୍ଚପୁତ୍ର ମୁଂ ଯାଉଥିଲି ଲୋଡିଯମଗଣେ ମାରୁଥିଲେ ଅନେକ ପାପୀଂକି ବିହଡି ।୧୫।ମୋତେ ଦେଖିକରି ଭୟେ ପଳାଇଲେ ତାହାନ୍ତ ଛାଡିବହୁତ ପାତେକୀମାନେ ନର୍କକୁଣ୍ଡେ ଥିଲେ ପଡି ।୧୬।ମମ ଦ୍ରଶନେ କରି ପାରିଲେ ମୋକ୍ଷଗତିଦେଖିଣ ତ୍ରାସିଲା କୃତାନ୍ତକ ଆଧିପତି ।୧୭।ସୁବର୍ଣ୍ଣ ଥାଳିରେ ଦୁର୍ବାକ୍ଷତ ଅର୍ଘ୍ୟ ଘେନିମମ ପାଦ ପୂଜାକଲେ ଯେ ନାଥ ସଂଜୀବନୀ ।୧୮।ଅନେକ ତ୍ରାସେଣ ସେ ବହୁତ ବିନୟେପ୍ରଣପତ୍ୟ କରି ସେ ବସାଇଲେ ସଭାୟେ ।୧୯।ଛାମୁରେ କରପତ୍ର ଯୋଡିଣ ନାଶକରନିସ୍ତରିଲି ସ୍ୱାମୀ ଆଜ ଅନେକ ଭାଗ୍ୟ ମୋହୋର ।୨୦।ୟେ ସଂଜୀବନୀ ପୁରେ ପଡିଲା ୟେ ତୋହୋର ପାଦରଜବହୁତ ଅପ୍ରାଧୀ ପାପୀ ତ୍ରାହିକଲୁ ଦେବରାଜ ।୨୧।ମୋତେ ଅନୁଗ୍ରହ କି ତବ କାର୍ଯ୍ୟ ଅର୍ଥେନାଶକର ପୁରକୁ ସ୍ୱାମୀ ହେ ବିଜୟେ କି ନିମନ୍ତେ ।୨୨।ବୋଲନ୍ତି କେଶବ ତୁମ୍ଭେ ଶୁଣ ହୋ ଜନ୍ତୁପତିଅଳପ କାର୍ଯ୍ୟେ ଆମ୍ଭେ ଅଇଲୁ ତୋହୋର ୟେଥି ।୨୩।ଶାନ୍ତିପନୀ ପଣ୍ଡା ଯେ ଆମ୍ଭର ବିଦ୍ୟାଗୁରୁତାହାଂକର ପୁତ୍ରକୁ ତୁ କିମ୍ପାଇ ହାଦେ ହରୁ ।୨୪।ଆମ୍ଭଂକୁ ଦକ୍ଷିଣା ସେ ମାଗିଲେ ହାଦେ ଗୁରୁଗ୍ୟାନ ପାଇଲେ ସେ ଆମ୍ଭର ଶାସ୍ର ପଢ଼ୁ ।୨୫।ମୃତ ପଞ୍ଚୁପୁତ୍ର ମାଗିଲେ ବହୁତ କଟାଳେତଦ ଅର୍ଥେ ଅଇଲୁଂ ତୋର ସଂଜୀବନୀ ମଣ୍ଡଳେ ।୨୬।ସେ ଗୁରୁପୁତ୍ରମାନେ ଅଟନ୍ତି ମୋର ଧର୍ମଭ୍ରାଥତାହାନ୍ତ ଦିଲେ ଆମ୍ଭନ୍ତୁ ବିଦ୍ୟା ହୋଇବ ପ୍ରାପତ ।୨୭।ସ୍ୱାମୀ ଅନେକ ତ୍ରାସ ମୋତେ କରିଥିଲା ଜନ୍ତୁରାୟେୟେ କଥା ଶୁଣିଣ ଥୋକାୟେ ହୋଇଲା ନିର୍ଭୟେ ।୨୮।ଯମ ପଚାରିଲା ଚିତ୍ରଗୁପତକଇଂ ହକାରିଆହୋ ଶାନ୍ତିପନୀ ବ୍ରାହ୍ମଣର ପୁତ୍ରେ ଅଛନ୍ତି କେଉଣ ଯେ ପୁରୀ ।୨୯।ଯମର ବଚନେ ଚିତ୍ରଗୁପତେ ପରିଣାମିପଛିମ କୋଶଳେ ଯେ କଶୀଦେଶ ଅଛି ସ୍ୱାମୀ ।୩୦।ଶିବ ପାଦ ଗଙ୍ଗା ଉତ୍ତରାଂକୁର ନଦୀକୁଳେଦତ୍ତାତ୍ରିକ ନାମେ ଲିଙ୍ଗ ଅଛି କଉଶିକ ବଟତଳେ ।୩୧।ସେ ନଗ୍ରେ ପଞ୍ଚୁପୁତ୍ରେ ହୋଇଛନ୍ତି ଜନ୍ମବ୍ରତନ୍ତି ହେତୁରେ ଯେ ତାହାଂକର ଚଉର୍ଯ୍ୟପଣ ।୩୨।ଅନେକ ଦ୍ରବ୍ୟନ୍ତ ସେ ଆଣନ୍ତି ବାଟପଡିସେ ଦ୍ରବ୍ୟ ବାଣ୍ଟନ୍ତି ସେ ବେନିଭାଗ କରି ।୩୩।ରୁଦ୍ର ଦେବତାଙ୍କୁ ସେ ଦିଅନ୍ତି ଅଧେ ଧନଅର୍ଦ୍ଧେକ ଧନ ଘେନି ବଞ୍ଚନ୍ତି ପଞ୍ଚୁଜନ ।୩୪।ଶୁଣିଣ ଆଗ୍ୟାଂଦିଲା ଯେ ଜନ୍ତୁ ଅଧିକାରୀପାପପୁଣ୍ୟ ତାହାଂକର ଅଟଇ ଅଇରି ସରି ।୩୫।ଚିତ୍ରଗୁପ୍ତଂକ ବଚନେ ନାଶକର ଆଖଣ୍ଡଳସନ୍ନିଧ୍ୟେ ହକରାଇଲେ କାଳ ଯେ ବିକାଳ ।୩୬।କାଳ ବିକାଳଂକୁ ବୋଇଲା ଜନ୍ତୁପତିକୋଶଳ ଦେଶକୁ ତୁମ୍ଭେ ଯିବରେ ତଡିତି ।୩୭।ଶାନ୍ତିପନୀ ବ୍ରାହ୍ମଣର ପଞ୍ଚୁ ଯେ ନନ୍ଦନତାହାନ୍ତ ଯାଇଂରେ ବହନ କରି ଆଣ ।୩୮।ଆଗ୍ୟାଂ ପ୍ରମାଣେ ଯେ ଗଲେ ବେନି ଦୁଷ୍ଟେଚଉର୍ଯ୍ୟ କୁମାରନ୍ତ ହୋଇଲେ ଯାଇଂ ଭେଟେ ।୩୯।ପ୍ରାତସ୍ରାନ କରନ୍ତେ ପାଞ୍ଚହେଂ ରୁଦ୍ର ପାଦଗଙ୍ଗା ଜଳେଧାତିକାରେ ଗଭୀରେ ବୁଡାଇଲେ କାଳ ଯେ ବିକାଳେ ।୪୦।ନାଶକର ବୋଇଲା ତୁମ୍ଭେ ଶୁଣିମା ମଧୁହାରୀଭ୍ରାଥମାନେ ହୋଇଲେନି ତୋହର ଜଳ ଯେ ଅନ୍ଧାରି ।୪୧।କାଳେ ଜଳେ ବୁଡ଼ିମଲେ ଜଳେ ହୋଇଲେ ଜାତଗୁରୁଂକୁ ନେଇ ସମର୍ପଣ କର ହୋ ଜଗନ୍ନାଥ ।୪୨।ନାଶକର ବଚନେ ମୁଂ ନେଇଣ ସମର୍ପିଲି ।୪୩।ଦେଖିଣ ବେନିଜନେ ହୋଇଲେ ସନ୍ତୋଷତଦନ୍ତରେ ମୁଂହି ଯେ ଅଇଲି ନିଜ ବାସ ।୪୪।କହନ୍ତି ବାସୁଦେବ ଶୁଣିମା କାମପାଳେପଣ୍ଡୁଂକୁ ଦେଖିଲି ଦେବ ଯମର ସଭାତଳେ ।୪୫।ଯହିଂ ସେ କୃତାନ୍ତେକର ପଡଇ ପାଦରଜତହିଂ ତିନିପାବଚ୍ଛର ତଳେ ଦେଖିଲି ଉଭା ପଣ୍ଡୁ ମହାରାଜ ।୪୬।ସ୍ୱାମୀ ୟେକସ୍ତରି ବରଷ ଗଲାନି ପଣ୍ଡୁ ପ୍ରାଣତ୍ୟାଜ ହୋଇଲାଆସ୍ତାନ ତଳେ ଉଭା ହୋଇଛି ଯମ ବସ ବୋଲିନ ବୋଇଲା ।୪୭।ପୁଣ୍ୟଲୋକମାନେ ବସନ୍ତି ଯେ ଆସ୍ତାନ ଉପରେତାହାଂକର ପାଦରଜ ପଡଇ ପଣ୍ଡୁରାଜାର ମଥାରେ ।୪୮।ଜଗନ୍ନାଥଂକ ମୁଖରୁ ୟେସନିକ ବାକ୍ୟ ଶୁଣିଥମ୍ବୀଭୂତ ପ୍ରାୟେ ହୋଇ ବସିଲେ ହଳପାଣି ।୪୯।ବଦନ୍ତି କାମପାଳେ ଶୁଣ ହୋ ଶ୍ରୀବତ୍ସିକେଉଣ ଦୋଷେ କୃତାନ୍ତେକ ପଣ୍ଡୁଂକୁ ୟେଡେ ଶାସ୍ତି ଦେଉଅଛି ।୫୦।ଜଗନ୍ନାଥେ ବୋଇଲେ ପଣ୍ଡୁ ବ୍ରହ୍ମହତ୍ୟା କଲାଅଗ୍ନିକା ମହାଋଷିଂକି ସେ ନାରାଜେ ମାଇଲା ।୫୧।ପଣ୍ଡୁ ଶାସ୍ତି ପାଉଅଛି ଯେବଣ ଦୋଷ କରିସେ ହତ୍ୟା ଦୋଷ ତାଂକୁ ନୋହିଲା ଅପହାରି ।୫୨।ବଳରାମେ ହସିଲେ ଯେ ଜଗନ୍ନାଥଂକେ ବଚନେତୁ ସେ ବୋଇଲୁ ନା ମୋତେ ଦେଖି ମୋକ୍ଷ ହୋଇଲେ ଅନେକ ପାପୀଜନେ ।୫୩।ହରି ନାନା ପାତେକ ମୋଚନ ହୋଇଲା ତୋତେ ଦେଖିପଣ୍ଡୁର କଥାକୁ ହରି ନୋହିଲୁ କିଂପେ ସାଖୀ ।୫୪।ଗୋବିନ୍ଦେ ବୋଇଲେ ସ୍ୱାମୀ ଅପାର ପାତେକବ୍ରହ୍ମହତ୍ୟା ପାତେକ ଦେବ ବଡାଇ ଦୁରାନ୍ତେକ ।୫୫।ବଳରାମେ ବୋଇଲେ ହରି ଯୁଝେଷ୍ଠିଂକି ତୋର ମାୟାୟେବେ ସେ ଜାଣିଲି ବାବୁରେ ପାଣ୍ଡେବଂକୁ ନାହିଂ ତୋର ଦୟା ।୫୬।ଯଥାର୍ଥ ହୋଇଣ ଯେବେ ତୋହୋର ଚିତ୍ତରେ ଶୁଦ୍ଧ ଥାନ୍ତାଯମର ଦର୍ପରେ କାହିଂ ପଣ୍ଡୁଂକୁ ୟେଡେ ଶାସ୍ତି ଦିଅନ୍ତା ।୫୭।କରପତ୍ର ଯୋଡିଣ ଜଗନ୍ନାଥେ ବୋଇଲେଈଶ୍ୱର ଦେବତା ପୂର୍ବେ ବ୍ରହ୍ମହତ୍ୟା କଲେ ।୫୮।ସେହି ଅନେକ କଷ୍ଠୋରେ ପାରକରି ନୁଆରିଲେବ୍ରହ୍ମାର କପାଳ ଘେନି ତ୍ରଇଲୋକ୍ୟ ବୁଲିଲେ ।୫୯।ବ୍ରହ୍ମହତ୍ୟା ଦୋଷରେ ସେ ପାତାଳେ ପଶିଲେପାତାଳେ ହଟକେଶ୍ୱର ରୂପରେ ରହିଲେ ।୬୦।ମୁଂ କି ସାମରଥ ପଣ୍ଡୁର ହତ୍ୟାଦୋଷ ମୋଚନ କରିବାକୁୟେ ହତ୍ୟାଦୋଷ ପାର ନ ଗଲା ଈଶ୍ୱରଦେବତାଂକୁ ।୬୧।ବଳରାମେ ବୋଇଲେ ଯେବେ ତୁ ଦେଖିଲୁ ଦେବହରିଯୁଝେଷ୍ଠିଂକର ଛାମୁରେ ୟେହା କହିବୁ ନା ନିର୍ଣ୍ଣେକରି ।୬୨।ଭାଗୀରଥୀ ବୋଲି ପୁତ୍ରେକ ସୂର୍ଯ୍ୟବଂଶେ ଥିଲାସଗର ରାଜାର ଷାଠିୟେ ସହସ୍ର ପୁତ୍ରନ୍ତ ମୁକତ କଲା ।୬୩।ଦିଗପାଳ ସମାନେ ପଣ୍ଡୁର ଅଛନ୍ତି ପଞ୍ଚପୁତ୍ରେପିତାର ପାତକ ସେ ଖଣ୍ଡରୁ ଜଗନ୍ନାଥେ ।୬୪।କରପତ୍ର ଯୋଡିଣ ଯେ ବୋଲନ୍ତି ଦେବରାୟେୟେ କଥା ଯୁଝେଷ୍ଠିଂକି କହିତେ କରଇ ମୁହିଂ ମହାଭୟେ ।୬୫।ବଳରାମେ ବୋଇଲେ ତୁ ଯେବେ ନ କହିବୁ ତାହାଂକୁଆନ କେ ବାରତ ଦେବ ଯୁଝେଷ୍ଠି ଦେବଂକୁ ।୬୬।ୟେମନ୍ତେ ତ ଜଗନ୍ନାଥ ପଣ୍ଡୁ ନାଶଗଲାଯୁଝେଷ୍ଠି ପରାୟେ ପୁତ୍ର ଥାଉଂ ପଣ୍ଡୁ ନର୍କଗତି ପାଇଲା ।୬୭।ବଳରାମଂକୁ ତୁଲେ କଥା ହୁଅନ୍ତେଣ ଦେବହରିୟୋଗଲୟ କରି ଦେବ ନାରଦେ ସୁମରି ।୬୮।ବଦରିକା ଆଶ୍ରମେ ଯେଥିଲେ ମୁନିବରଯୋଗବଳେ ଜାଣିଲେ ମୋତେ ଚିନ୍ତିଲେ ଜଗତ ଈଶ୍ୱର ।୬୯।ତକ୍ଷଣେ ବ୍ରହ୍ମା ନନ୍ଦନ ମନଦଣ୍ଡକୁ ଆରୋହିଦ୍ୱାରକା ଭୁବନ ମୁନି ପ୍ରବେଶ ହୋଇଲେ ହାଦେ ଯାଇଂ ।୭୦।ଦେବର୍ଷିଂକି ଦେଖି ଜଗନ୍ନାଥେ କଲେ ପୂଜାଜଗନ୍ନାଥେ ବୋଇଲେ ୟେହିକ୍ଷଣି ନାରଦ ତୁମ୍ଭେ ହସ୍ତିନାକୁ ଯାଅ ଯା ।୭୧।ଆସ୍ତାନର ମଧ୍ୟେ ଯାଇଂ ତୁମ୍ଭେ ବିଜୟେ କରିବଯୁଝେଷ୍ଟି ପଚାରିଲେ ସଂଜୀବନି ପୁରେ ଥିଲୁ ବୋଲିଣ କହିବ ।୭୨।ଯୁଝେଷ୍ଠି ଦେବେ ପଚାରିବେ ଯେବେ ପିତାର ବାରତାଆମ୍ଭର ପାଇଂ ମୁନି ହେ କହିବ ତୁମ୍ଭେ ମିଥ୍ୟା ।୭୩।ବିଚାରି କହିବ ତୁମ୍ଭେ ଯୁଝେଷ୍ଠି ଦେବଂକୁଯମର ତିନି ପାବଚ୍ଛ ତଳେ ଦେଖିଲୁ ତୋ ପିତା ପଣ୍ଡୁଂକୁ ।୭୪।ସେ ପଚାରିବେ ମୁନିହେ ପିତା ମୋର କଲେ କେଉଂଣ ପାପବ୍ରହ୍ମହତ୍ୟା ଦୋଷ ବୋଲି କହିବ ସରୂପ ।୭୫।ଆନ କଥା କିଛି ନ କହିବ ଯୁଝେଷ୍ଠି ଦେବଂକୁନାରାୟଣ ଆଗ୍ୟାଂ ଦିଲେ ମହଋଷି ନାରଦଂକୁ ।୭୬।ଆଗ୍ୟାଂ ପ୍ରମାଣେ ସେ ଚଳିଲେ ମହଋଷିହସ୍ତିନା ପୁରେଣ ସେ ମିଳିଲେ ବେଗେ ଆସି ।୭୭।ଛତଉତ୍ତର ଶତେଭ୍ରାଥ ବିଜୟେ ଆସ୍ଥାନେସଭାରେ ଧାତିକରେ ବିଜୟେ ମହାମୁନ୍ୟେ ।୭୮।ନାରଦଂକୁ ଦେଖିଣ ସର୍ବେ ଉଠିଲେ ଧାତିକାରେଯୁଝେଷ୍ଠି ପ୍ରଣପତ୍ୟ ନାରଦଂକ ପୟରେ ।୭୯।ଶ୍ରୀହସ୍ତରେ ଅର୍ଘ୍ୟେକ ଘେନିଣ ଯେ ଦେବରାଜାମୁନିଂକ ପୟର ତଳେ କଲେ ଦିବ୍ୟ ପୂଜା ।୮୦।ବସନ କୁଣ୍ଡଳ ଧୂପ ଦୀପ ନଇବେଦ୍ୟସୁବର୍ଣ୍ଣ ଥାଳୀରେ ଅର୍ଘ୍ୟ ଦିଲେ ଯେ ମାନଗୋବିନ୍ଦ ।୮୧।ପ୍ରଣପତ୍ୟ ହୋଇ ଶୁତିଲେ ଛଡଉତ୍ତର ଶତେ ଭାଇକନେକ ସିଂଘାସନେ ମୁନିଂକି ବସାଇଲେ ନେଇ ।୮୨।କୁଶହାଥ ହୋଇଣ ବଦନ୍ତି ଦେବଋଷିଆରୋଗ୍ୟ ଆପାଦମାନ ଖଣ୍ଡଣହୋଉ ବାବୁ ପରମ କଲ୍ୟାଣହୋଅସି ।୮୩।ନାରଦେ ବୋଇଲେ ବାବୁ ଅଛନା ସର୍ବେ କ୍ଷମେଶତ୍ରୁ ଉପଦ୍ରବ ତୁମ୍ଭନ୍ତ ନାହିଂନା ସାଂଗ୍ରାମେ ।୮୪।ପୁତ୍ର ପଉତ୍ରୀ ସୋଦର ଆବର କୁଟୁମ୍ବ ଭାରିଯାସମସ୍ତେ କୁଶଳେକ୍ଷମେ ଅଛନ୍ତିନା ହୋ ମହାରାଜା ।୮୫।ତପୀଜନେ ଉପଦ୍ରପ ନ କରନ୍ତିନା କଉଣୋପେପୂର୍ବ ବିଧାନେ ଖଟିଛନ୍ତିନା ପାରିଦଣ୍ଡ ସର୍ବ ନୃପେ ।୮୬।ଦଇତ ଦାନବ ଉପଦ୍ରବ ନାହିଂନା ତପବନେହବିର୍ଭାଗେ ଅଛନ୍ତିନା ତପୋଧନମାନେ ।୮୭।ସୁବିଧାନେ ମେଘମାନେ କରନ୍ତିନା ବୃଷ୍ଟିଶସ୍ୟ ଫଳ ସର୍ବଦା ଦେଉଛନ୍ତିନା ସୃଷ୍ଟି ।୮୮।ସୋଦରେ ଅନ୍ୟୋଅନ୍ୱି ନାହିଂନା ତୁମ୍ଭର ଦ୍ୱନ୍ଦରାଜ୍ୟେ ଜନମାନେ ହୋଇଅଛନ୍ତି ନା ପରମ ସାନନ୍ଦ ।୮୯।ସକଳ ସୁବିଧାନେ ବ୍ରତିଅଛୁନା ମହାରାଜାକୁଶଳେ ବ୍ରତନ୍ତିଟି କି ତୁମ୍ଭର ଜନପ୍ରଜା ।୯୦।ଅନକୂଳେ କାର୍ଯ୍ୟ ତୋର ହେଉଛିନା ସିଦ୍ଧିକୃଷିକାରୀମାନନ୍ତ ନାହିଂନା ଅବିଧି ।୯୧।ଦେଶାଉରେ ବାରତା ତୋତେ କହନ୍ତିଟି କି ଭଲେଧାର୍ମିକ ଦେଖି ବରଗିବୁ ଦଣ୍ଡ ପରରାଷ୍ଟ୍ର ପଡିଲେ ।୯୨।ଦ୍ରିଯୋଧନ ବୋଇଲା ସର୍ବ କୁଶଳ ମହାମୁନ୍ୟେସକଳ ସୁବିଧାନ ମୁନି ତୋହର ପରସନ୍ନେ ।୯୩।ଭୋ ମହାମୁନି ତୁମ୍ଭେ କେଉଂଣ ପୁରେ ଥିଲକେଉଣ ଭୁବନେ କେଉଣ ଉପାଧି ଦେଖିଲ ।୯୪।ନାରଦ ବୋଇଲେ ତୁମ୍ଭେ ଶୁଣ ହୋ ଧୃତିରାଷ୍ଟିସଂଜୀବନୀପୁରେ ଥିଲୁ ୟେହିକ୍ଷଣି ନିକଟି ।୯୫।ଯୁଝେଷ୍ଟି ବୋଇଲେ ଥିଲ ଯେବେ ସଂଜୀବନୀ ପୁରୀପିତା ପଣ୍ଡଂକୁ ମୋର ଦେଖିଲ କି ବ୍ରହ୍ମଚାରୀ ।୯୬।ଯୁଝେଷ୍ଟିଙ୍କ ବଚନେ ଯେ ନାରଦେ ବୋଇଲେପିତା ପ୍ରାଣତ୍ୟାଜ ତୋହୋର ୟେକସ୍ତରି ବରଷ ହୋଇଲେ ।୯୭।ଯହିଂ ଯମରାଜର ପଡଇ ପାଦରଜତହିଂତଳେ ଦେଖିଲୁ ତୋର ପିତା ପଣ୍ଡୁରାଜ ।୯୮।ଯୁଝେଷ୍ଟିଂ ପଚାରିଲେ ଶୁଣିମା ତପୋଧନିଯମ ୟେତେ ଶାସ୍ତିଦିଲା ପିତାଂକୁ ମୋହୋର କେଉଣଦୋଷ ଘେନି ।୯୯।ନାରଦେ ବୋଇଲେ ପୂର୍ବେ ପିତା ତୋହୋର ବ୍ରହ୍ମହତ୍ୟା ଦୋଷ କଲାଅଗ୍ନିକା ମହାଋଷିଂକି ସେ ନାରାଜେ ମାଇଲା ।୧୦୦।ସେ ଦୋଷ ବିଚାରି ଶାସ୍ତି ବିହିଲା ଜନ୍ତୁନାଶମହା ଦୁରାନ୍ତେକ ୟେ ବ୍ରହ୍ମହତ୍ୟା ପାପ ଦୋଷ ।୧୦୧।କର୍ଣ୍ଣବୀର ହସିଲା ଯେ କରତାଳ ଦେଇଦ୍ରିଯୋଧନ ଉପହାସ୍ୟ କଲା ଛିଦ୍ର କଥା ପାଇ ।୧୦୨।ୟେକେ ଗୋଳକୁଣ୍ଡା ଦିଜେ ୟେ ଜାର ଜାତକଆବର ବିଶେଷେ କଲେ ପିତା ବ୍ରହ୍ମହତ୍ୟା ପାତେକୟେହାଂକର ମୁଖ ଆବର ଚାହିଂବା କେମନ୍ତେଉପହାସ୍ୟ କରି ଆସ୍ତାନୁ ଉଠିଲା କୁରୁନାଥେ ।୧୦୪।ଯୁଝେଷ୍ଠି ମୃଚ୍ଛାଗତ ନାରଦଂକ ବଚନ ଶୁଣିଅର୍ଜୁନକୁ ରାଇ ଆଗ୍ୟାଂ ଦିଲେକ ନୃପମଣି ।୧୦୫।ୟେହିକ୍ଷଣି ଯାଅସି ବାବୁ ଦ୍ୱାରକା ଭୁବନକୁବହନ ଘେନିଣ ଆସ ଶ୍ରୀ ଜଗନ୍ନାଥ ଦେବଂକୁ ।୧୦୬।ପରମାନନ୍ଦ ନାଥ ସେହି ସେ ମୋତେ ସାହାବିଚାର କରିବା ହରି ଆଗ୍ୟାଂ ଦେବେ ଯାହା ।୧୦୭।
ସମ୍ବନ୍ଧିତ ରଚନା
ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ
ସାରଳା ମହାଭାରତ ବନପର୍ବ ( ପ୍ରଥମ ଖଣ୍ଡ )
ସାରଳା ଦାସ
ସାରଳା ମହାଭାରତ ବିରାଟପର୍ବ
ସାରଳା ଦାସ
ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ