ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୧୩ / ୨୩
ସମ୍ପୂର୍ଣ୍ଣ ସୂଚୀପତ୍ର
କର୍ଣ୍ଣକେଶରୀ ଓ ରାମଚନ୍ଦ୍ର ରାଜାଙ୍କ ନିମନ୍ତ୍ରଣ
କୋଶଳ ଦେଶୁଂ ଭୀମସେନ ଥାଠକୁ ଚଳାଇକନେକ ଦେଶରେ ବୀର ପ୍ରବେଶ ହେଲା ଯାଇଂ ।୧।ମଳୟ ବସନ୍ତ ବୋଲି ୟେକଇ ପର୍ବତେଦଣ୍ଡ ଘେନି ପ୍ରବେଶ ଯେ ପବନର ସୁତେ ।୨।ବୀରତୁର ବିଜିଘୋଷ ଢୋଲ ବୀର କାହାଳୀଘୋର ଶବଦ ବାଦ୍ୟେ ବ୍ରହ୍ମାଣ୍ଡ ଉଛୁଳି ।୩।କଣୟଭାଗୀ ବୋଲି ସେ ୟେକଇଂ ନଦୀଗୋଟିସୁବର୍ଣ୍ଣଭଦ୍ରାଉଂ ସେ ବହି ଆସଇ ଫୁଟି ।୪।ସେ ନଦୀର ଉତ୍ତର ଭାଗେ କର୍ଣ୍ଣଦେଶ ବସଇକର୍ଣ୍ଣକେଶରୀ ବୋଲି ସେ ରାଜାର ନାମ ଅଟଇ ।୫।ବଡାଇ ପ୍ରତାପୀ ରାଜା ସେ କର୍ଣ୍ଣକେଶରୀଚାରିଶତ ପାରିଦଣ୍ଡ ଉପରେ ଅଧିକାରୀ ।୬।ଚଉଦ କ୍ଷଉଣୀ ବଳ ତାହାକଇଂ ଖଟଇଅନୁବ୍ରତେ ରାଜା ବଳ ସାଜିଥାଇ ପରରାଷ୍ଟ ପାଇଂ ।୭।ଗହଳ ନିଶାଣ ଟମକ ମହୁରୀ ବାଜେବିଜୟେ ବ୍ରିକୋଦର ଯାଇଂ ସେ କର୍ଣ୍ଣକେଶରୀ ରାଜ୍ୟେ ।୮।ସମଦଣ୍ଡ ଘେନି ରାଜା ପଶିଅଛି ବେଣ୍ଟ ବିନୋଦେଚାରଗଣକଇଂ ରାଇ ପଚାରଇ ରାଜା କାହିଂର ବାଦ୍ୟ ଶବଦେ ।୯।କରପତ୍ର ଯୋଡ଼ି ତାକୁ କହିଲେ ମୁନେହିସ୍ୱାମୀ କେଉଂଣ ଦେଶର ରାଜା ଆସୁଛି ଦଣ୍ଡ ବାହି ।୧୦।ରଥ ଗଜ ଅଶ୍ୱ ଆଦି ସଇନି ପାଦାନ୍ତିବହୁତ ଦୂରରୁ ସେ ଅଟଇ ମହାରଥୀ ।୧୧।ମହାପ୍ରତାପ ତାହାର ବହୁତ ପ୍ରତଗ୍ୟାଂପଚ୍ଛିମ କୋଶଳ ରାଜା ତାହାନ୍ତ ନୋହନ୍ତି ଅବଗ୍ୟାଂ ।୧୨।ବହୁତ ରାଜ୍ୟ ଦେବ ଆସୁଛି ସାଧିକରିଯୋଉଂ ରାଜା ଗାଢ କରଇ ତାହାର ରାଜ୍ୟ ଦିଅଇ ଉଜାଡ଼ି ।୧୩।ଶୁଣିକରି କୋପକଲା ସେ କର୍ଣ୍ଣକେଶରୀଯୋଦ୍ଧାନ୍ତ ରାଇ ଆଗ୍ୟାଂ ଦିଲା ତାହାକଇଂ ଆଗ ଧରି ।୧୪।ରାଜାର ଆଗ୍ୟାଂୟେ ସେହୁ ଶୂରସେନ ମନ୍ତ୍ରୀସାଜିଲା ଦଣ୍ଡଯାକ ତାହାର ବତିଶଲକ୍ଷ ରଥୀ ।୧୫।ମହାମତ୍ତ ଦନ୍ତା ସେ ପାଞ୍ଚଗୋଟି ମହାନାଗଚାରିଖର୍ବ ଚୋଖାର ସେ ସାଜିଲା ତୁରଙ୍ଗ ।୧୬।ବିଶାଶତେ ଖର୍ବ ତାହାର ସାଜିଲେ ସଇନିବାହାରିଲେ ଶୂରସେନ ରାଜାର ଆଗ୍ୟାଂ ଘେନି ।୧୭।ଭୀମସେନ ରହିଅଛନ୍ତି ମଳୟବସନ୍ତ ପର୍ବତେଦଣ୍ଡ ଘେନି ଶୂରସେନ ଆସି ଭେଟିଲା ତୁରିତେ ।୧୮।ଗିରିବର ଶିଖକୁ ଉଠନ୍ତେ ବେଗେ ଧାଇଂକରରେ କୁନ୍ତ ଖଡ଼ଗ ଯେ ମୂଷଳ ବୁଲାଇ ।୧୯।ଡାକ ହାକେ କମ୍ପଇ ଯେ ବନସ୍ତ ମହାଘୋରରେ ରେ କାର ଶବଦେ ଡାକନ୍ତି ବିସ୍ତାର ।୨୦।ପର୍ବତେ ଘୋଟିଲେ ସେ ଯେ ମହାମତ୍ତ ହାଥୀପ୍ରତଗ୍ୟାଂ କରି ଯୋଦ୍ଧାୟେ ପର୍ବତକଇଂ ଉଠି ।୨୧।କେବଣ ଦେଶର ତୁ ଅଟୁସି ହୋ ରାୟେସଂହାଥେ ଲୋଡିଲୁ କିମ୍ପେ ମରଣ ଉପାୟେ ।୨୨।ବିନା ବାରତାୟେ କିମ୍ପେ ପଶିଲୁ ରାଜ୍ୟେ ବାହିକର୍ଣ୍ଣକେଶରୀ ରାଜା ତୋର ଶୁଣିଲା କି ନାହିଂ ।୨୩।ରାଜାଧି ରାଜେଶ୍ୱର ସେ କଇଚ୍ଛା ଜଗଜ୍ଜେଠୀପଚ୍ଛିମ ଦିଗେ ଚମକ ପଡ଼ଇ ଯାହାର ନାମ ଗୋଟି ।୨୪।ଦେଶାଉରେ ବାରତ କି ନ କହିଲେ ତୁକୁମଗଧେଶ୍ୱର ପଶି ନୁଆରିଲା ୟେ କର୍ଣ୍ଣିକା ଦେଶକୁ ।୨୫।କେବଣେ ସାହସେ ତୁ ପଶିଲୁ ଝସାଇଶୁତିଲା ସିଂହକୁ ତୁ ଚାଳୁଛୁ କିମ୍ପାଇଂ ।୨୬।ପ୍ରାଣେ କାର୍ଯ୍ୟ ଥିଲେ ଆସି ପଶ ହୋ ଶରଣନୋହିଲେ ନିଚୟେ ତୋର ହୋଇଲାମରଣ ।୨୭।ସମରକଇଂ ଇଚ୍ଛା ଯେବେ ଅଛଇ ତୋର ମନେକଣକଳ୍ପ ସଇନି ଘେନି ପରରାଷ୍ଟକୁ ଅଇଲୁ କେସନେ ।୨୮।ରଥ ଗଜ ଅଶ୍ୱ ନାହିଂ ଅଳପ ପାଦାନ୍ତିୟେକା ଯୋଦ୍ଧାୟେ ତୋହୋରି ସବୁନ୍ତି ଯେ ନାଶ କରିଣ ପାରନ୍ତି ।୨୯।ପୁଣ ପୁଣ ପ୍ରତଗ୍ୟାଂ କରନ୍ତି ଧର୍ମ ଛାଡ଼ିବ୍ରହ୍ମାଣ୍ଡ ଉଛୁଳି ଅଛି ହାଥୀଂକ ଘଣ୍ଟାରବ ରଡ଼ି ।୩୦।ଅନେକ ପ୍ରତଗ୍ୟାଂ ଶୁଣିଲେ ଯହୁଂ କଥାପାଣ୍ଡବ ବଳ ସଇନି ହୋଇଅଛନ୍ତି ମୟେମତ୍ତା ।୩୧।କାଳକୃତାନ୍ତକ ବୋଲି ଭୀମସେନର ବେନି ସେନାପତିଗିରିବର ଉପରୁ ସେ ଡେଇଂ ପଡ଼ିଲେକ ଝାତି ।୩୨।କନ୍ୟକା ଦେଶ ସଇନି ରେ ରେ କାର କରି ଉଠିଦେଖି କର୍ଣ୍ଣକେଶରୀ ସନ୍ୟ କଲେକ ଶରବୃଷ୍ଟି ।୩୩।ଯେହେନେକ ଜଳବୃଷ୍ଟି ହୋଅଇ ଗଗନେପର୍ବତ ଉପରୁ ତେହ୍ନେ ପଡ଼ିଲେ ଶରମାନେ ।୩୪।କୁହୁକା ଶର ମାଇଲା କର୍ଣ୍ଣକେଶରୀ ସେନାପତିଦିବସେ ଘୋର ଅନ୍ଧାର ଯେ ଦିଶିଲାକ ପୃଥୀ ।୩୫।କୂଟଯୁଦ୍ଧ ଦେଖିଣ ସେ ପବନର ବଳାଗିରିବର ଉପରୁ ଡେଇଂ ପଡ଼ିଲା ରଣ ମନ୍ଥନ ମହାବୀରା ।୩୬।ସାଂଗ୍ରାମ ଦେଖିଲେ ଯେ ମଣଇ ଅମୃତ ଆପ୍ୟାନ ପ୍ରାୟେରଣେ ଅନିର୍ବାରଣ ସେ ଗିରିବର ତତ୍ତୁଲ କାୟେ ।୩୭।ସୋହୋଡ଼ ସୁନ୍ଦର ସେ ଯେ ପାଣ୍ଡବ ବଳବନ୍ତାଓହୋବଳ ସାଂଗ୍ରୋମେ ତାହାକଇଂ ନାହିଂ କେ ଜିଣନ୍ତା ।୩୮।ପିଙ୍ଗଳ ବଦନ କାଳଚକ୍ର ପ୍ରାୟେ ବୁଲାଇଣ ବେନିଆଖିକେଶରୀ ଉଠିଲାକ ମତ୍ତଗଜ ପଲ ଦେଖି ।୩୯।ଫେରୁ ବିସ୍ତାର କରି ଯେହ୍ନେ ଗର୍ଜଇ ଉଡ଼ଙ୍ଗଖଗେଶ୍ୱର ଦେଖି ଯେହ୍ନେ ପଶନ୍ତି ବିମ୍ବର ମାର୍ଗ ।୪୦।ତେସନେକ ପାଣ୍ଡବ ଉଠିଲା ଗଳଗାଜିପଳାବନ୍ତି କର୍ଣ୍ଣକେଶରୀ ବଳ ବିକଳେଣ ଭାଜି ।୪୧।କାଳଦଣ୍ଡ ଘେନି ଯେହ୍ନେ ବିଜୟେ ନାଶକରସେହି ରୂପେ ଭୀମସେନର ତେଜ ପରଖର ।୪୨।ଗଦା ବୁଲାବନ୍ତେ ପୃଥିବୀ ଉଲୁକାପାତ ପ୍ରାୟେଦେଖିଣ ଭାଜିଲେ ଯେ ସମସ୍ତ ପାରିଦଣ୍ଡ ରାୟେ ।୪୩।ପଳାବନ୍ତେ ଭୀମସେନ ଗୋଡ଼ାଇଣ ଗଦା ଘେନି ପ୍ରହାରିରଥଗଜ ଅଶ୍ୱ ପାଦାନ୍ତି ହୋଉଛନ୍ତି ସର୍ବଚୂରି ।୪୪।ରଣମନ୍ଥାନ ସୋହୋଡ଼ ପାଣ୍ଡବ ବୀର ୟେକାପଶିଲା ସାଂଗ୍ରାମେ ବେଗେ ହୋଇଣ ନିଶଂକା ।୪୫।ଲେଉଟି ଯୋଦ୍ଧାୟେ ଯେ ପ୍ରହାରନ୍ତି ଶରଶ୍ରାବଣ ମାସରେ ଯେହ୍ନେ ବରଷଇ ଜଳଧାର ।୪୬।ବାମଅଙ୍ଗ ପାତିଲା ଯେ ପାଣ୍ଡବ ମହାବଳୀଯୋଦ୍ଧାଂକ ଶହସ୍ରମାନ ପଡ଼ି ହୁଅନ୍ତି ଧୂଳି ।୪୭।ଧାଇଂଣ ବ୍ରିକୋଦର ଯେ ମାଇଲା ବଜ୍ରମୁଥେପଡ଼ିଲେକ ସଇନି ଯେ ଦୃଭାର ଦଣ୍ଡଘାତେ ।୪୮।ଶହସ୍ରମାନ ଭେଦନ୍ତା ନୋହୋଇ ଯାହାର କାୟେଯାହାର କୋପିଲେ କୃତାନ୍ତେକ କରଇ ଭୟେ ।୪୯।ମାନବ ମାତ୍ରକ ତାହାର ଛାମୁରେ କେହୁ ରହୁକାଳାନ୍ତେକ ମୂରତି ଦେଖି କେ ତାହା ସହୁ ।୫୦।ଜାତ ଅନଳ ପ୍ରାୟେ ବିକାଶଇ ତାର ତେଜବ୍ରିକୋଦର ମୂରତି ଦେଖି କେ ଯୋଦ୍ଧାୟେ ହୋଇଲେ ଦହିଜ ।୫୧।ସମୁଦ୍ର ଗଣ୍ଡୁଷ ଯେହ୍ନେ କଲେକ ଅଗସ୍ତିସାଂଗ୍ରାମେ ପ୍ରତଗ୍ୟାଂ ଯାର ଅନୁବ୍ରତେ ନୋହୋଇ ଶାନ୍ତି ।୫୨।ଅନେକ ସଇନି ତାର ପ୍ରହାର କଲାକ ଗୋଡାଇବେନି ଯୋଜନ ପରିଯନ୍ତେ ବିଶ୍ରାମିତ ଠାବ ନାହିଂ ।୫୩।ଲକ୍ଷେକ ରହୁବର ଯେ ଦୁଇଲକ୍ଷ ହାଥୀଚାରିଲକ୍ଷ ଅଶ୍ୱ ତିନି ମେଚ୍ଛବ ପାଦାନ୍ତି ।୫୪।ୟେତେକ ସନ୍ୟ ଘେନି ଅଇଲା ପାତ୍ର ଜୟସେନମହାଯୁଦ୍ଧ କରି ସମସ୍ତେ ହୋଇଲେ ନିଧନ ।୫୫।ସନ୍ୟଭରା ଦେଖି ତାର ବିଚାରଇ ମହାମନ୍ତ୍ରୀଦଶନହ ମୁଖେ ଭରି ଶରଣ ଫୁକାରଇ ତତକ୍ଷଣାନ୍ତି ।୫୬।ଶରଣ ଶରଣ ବୋଲି ଯେ ଫୁକାରଇ ନିସତେଧାଇଂଣ ବ୍ରିକୋଦର ତାର କେଶ ଧଇଲା ବାମହାଥେ ।୫୭।ଦକ୍ଷିଣ ହାଥେ ବୀର ଚାପୋଡେକ ମାରିପଡ଼ିଲା ଯେ ମନ୍ତ୍ରୀବର ରୋଧିର ଉଦୁଗାରି ।୫୮।ରାଜାର ଛାମୁରେ ଯାଇ କହନ୍ତି ଚାରଗଣେସ୍ୱାମୀ ଦଣ୍ଡଘେନି ମନ୍ତ୍ରୀ ତୋର ପଡିଲେକ ରଣେ ।୫୯।ଶୁଣି ବିରସ ଯେ କର୍ଣ୍ଣକେଶରୀ ନୃପତିହା ହା ମନ୍ତ୍ରୀ ବୋଲି ରାଜା ପଡ଼ିଲାକ କ୍ଷିତି ।୬୦।ରାଜାର କ୍ରୋଧ ଦେଖି ତାହାର ନନ୍ଦନଜ୍ୟେଷ୍ଠପୁତ୍ର ନାମଗୋଟି ଅଟଇ ରତୁପନ୍ନ ।୬୧।ରାଜାକଇଂ ସମାର୍ଜି ଚଳଇ ପ୍ରତଗ୍ୟାଂ କରି ବାଳମୋହୋର ଥାଆନ୍ତେ ପିତା କାହିଂକି ତୁମ୍ଭେ ଭାଳ ।୬୨।ୟେକା ରଥୀକେ ନାଶକଲା ତୋହୋର ଯେ ଥାଠମରାଇଲୁ ସମଦଣ୍ଡ ନ ଜାଣିଲୁ ଯୁଦ୍ଧବାଟ ।୬୩।ସାଷ୍ଟାମ ହୋଇଣ ୟେବେ ବସ ହୋ ନୃପମଣିଆଗ୍ୟାଂ ଦେବାକ ମୋତେ ପରଥାଠ ଆସଇ ହାଦେ ଜିଣି ।୬୪।ଅନେକ ପ୍ରତଗ୍ୟାଂ କରି ସେ କୁମର ରତୁପନ୍ନଆଗ୍ୟାଂଦିଲା ମୋହୋର ବେଗେ ସାଜରେ ସଇନ ।୬୫।ସମଦଣ୍ଡ ସାଜଇ କର୍ଣ୍ଣକେଶରୀର ଚାଟରେ ରେ କାର କରିଣ ପଶିଲା ଭୀମସେନର ଥାଠ ।୬୬।ରାଜାର ସଇନି ବେଗେ ହୋଇଲେ ବାହାରଓହୋବଳ ଭେଟାଭେଟି ହେଲେ କଟେକ ଭିତର ।୬୭।କୃତାନ୍ତେକ ମନ୍ତ୍ରୀ ଯେ ପଚାରଇ କୁମାରକୁୟେତେ ଥାଠ ମରାଇ ଆପଣେ ଆସୁଛୁ ମରିବାକୁ ।୬୮।ଦେଶାଉରେ ବାରତ କି ନ କହିଲେ ତୋତେଭୀମସେନ ଠାକୁରେ ପଚ୍ଛିମ ଦିଗବିଜେ ରାଜୁସି ଯାଗ ଅର୍ଥେ ।୬୯।ଜରାସନ୍ଧ ବିଧ୍ୱଂସ କଲା ଯେ ମାଲଯୁଦ୍ଧ ସାଂଗ୍ରାମେଯମର ଉପରେ ଯେ ବୋଲାଇ ଦୁତୀଯମେ ।୭୦।ଦୁଷ୍ଟ ନିସୂଦନ ଯେହୁ ଶରଣ କଇଚ୍ଛା ସାଧୁଜଗତଜନ ମତ୍ସଳ ସେ ସଂସାର ଜନ ବନ୍ଧୁ ।୭୧।ଗ୍ୟାନ ଥାଉଂ ଥାଉଂ ନାଶ ରେ ଯିବୁଟି କେମନ୍ତେବାହୁଡିଣ କହ ଯାଇଂ ତୋହୋର ପିଅର ଅଗ୍ରତେ ।୭୨।କୃତାନ୍ତକ ମୁଖୁଂ ୟେହେନେକ ବାକ୍ୟ ଶୁଣିସୁବେଳେ ମଣିଲା ସେ ଅମୃତ ରସ ବାଣୀ ।୭୩।ରଥ ତେଜି ପାଦେ ଚାଲି ଆସଇ କୁମରମଣିଦନ୍ତରେ ତିରଣ ଗଳାରେ କୋଠାର ଲାଇ ଲମ୍ବିତ ପୁଣ ପୁଣି ।୭୪।ଭୀମସେନ ଠାକୁରେ ରଥେ କରିଛନ୍ତି ବିଜେକୁମର ପ୍ରଣପତ୍ୟ ହୋଇଲା ଭୀମସେନଂକର ପାଦ ପଂକଜେ ।୭୫।ବିନୟ ଦେଖିଣ ଶାନ୍ତି ହୋଇଲା ମାରୁତିକୋଳରେ ବସାଇ କୁମରକୁ ତୋଷମତି ।୭୬।ପିତାକଇଂ ତୋହୋର ବଧ କରିବଇଂ ରଣେୟେ ରାଜ୍ୟେ ତୋତେ ଥାପିବି ମୁଂ ଠାକୁରପଣେ ।୭୭।ୟେ ପଚ୍ଛିମ କୋଶଳେ ତୁ ହୋଇବୁ ମଉଡମଣିକୁମରକଇଂ ସମାର୍ଜି ଥାଠ ଚଳାଇଲା ପୁଣି ।୭୮।ମହା ବିଶ୍ୱରୂପ କୁମାର ପରିଣାମିମୋହୋର ଭଗତେ ପିତାର ଦୋଷ କ୍ଷମା କରିବାକ ଦେବସ୍ୱାମୀ ।୭୯।ପିତାର ଛାମୁକୁ ମୁଂ ଯିବଇଂ ୟେହିକ୍ଷଣିଆଗ୍ୟାଂ ପ୍ରମାଣେ ପିତାକୁ ହକାରି ଆଣଇ ପୁଣି ।୮୦।ଭୀମସେନକଇଂ ସମାର୍ଜିଣ ସେ ଚଳଇ ରତୁପନ୍ନପିତାର ଛାମୁରେ ଯାଇଂ କଲାକ ଦରଶନ ।୮୧।ଆସ୍ତାନ ତେଜ୍ୟାକର ହେ କର୍ଣ୍ଣକେଶରୀଭୀମସେନ ଠାକୁରଂକୁ ଚାଲିଯିବା ଦରଶନ କରି ।୮୨।ଜରାସନ୍ଧକଇଂ ବଧକଲେ ଯେ ସଂସାର ଜନହିତେୟେବେ ପଚ୍ଛିମ ଦିଗବିଜେ କଲେ ସେ ରାଜୁସି ଯାଗ ଅର୍ଥେ ।୮୩।ଭଗତ ଜନ ମତ୍ସଳ ଶରଣପଞ୍ଜର ନାହାକାଳଦଣ୍ଡ ଧାରଣ ଦେବ ଜଗନ୍ନାଥ ଯାହାକଇଂ ସାହା ।୮୪।ଚାଳିଶ ସହସ୍ର ରାଜା ଆସିଲେଣି ସାଧିପାଣ୍ଡବଂକ ତୁଲେ ଆମ୍ଭେ କିଂପେ ହୋଇବା ବିରୋଧୀ ।୮୫।ପଚ୍ଛିମ କୋଶଳେ ଜରାସନ୍ଧହୁଂ ନାହିଂ ବଳବନ୍ତାଯେ ତାହାକଇଂ ବଧକଲା କେ ତାହାକୁ ଅଛଇ ଶକତା ।୮୬।ବାରାନିଧି ସମାନେ ଯାହାର ବଡ଼ିମାପଣବନ୍ଧୁବର୍ଗ ଘେନି ଚାଲ ପଶିବା ଶରଣ ।୮୭।ପୁତ୍ରର ବଚନ ଶୁଣି ସେ ରାଜା କର୍ଣ୍ଣକେଶରୀଆସ୍ତାନ ତେଜ୍ୟାକରି ଆସଇ ଦଣ୍ଡଧାରୀ ।୮୮।ସଙ୍ଗତେ ଘେନିଅଛଇ ତାର ପଚିଶ ଭାରିଯାଶରଣ ଶରଣ ବୋଲି ଫୁକାରି ସେ ଆସଇ ମହାରାଜା ।୮୯।ଗଳାରେ କୋଠାର ଲାଇ ଦନ୍ତେ ଘେନିଣ ତିରଣଜନ୍ମେ ଜନ୍ମେ ସ୍ୱାମୀ ମୁହିଂ ଅଟଇ ତୋହୋରେ ଶରଣ ।୯୦।ମୁହିଂ ଅଗ୍ୟାନ ଦେବ ବୁଦ୍ଧି ମୋହୋର କିସଭଗତ ମତ୍ସଳ ନାଥ ନ ଧରିବା ମୋର ଦୋଷ ।୯୧।ଅଗ୍ୟାନେଣ ଦୋଷ ଯେ କଲାଇଂ ମୁହିଂ ଅବାଅନେକ ଦୋଷ ମୋହୋର କ୍ଷମା ଯେ କରିବା ।୯୨।ଆନନ୍ଦେ ଅଶ୍ରୁଜଳ ରାଜାର ବହଇ ବେନିନେତ୍ରପୁଣ ପୁଣ ପ୍ରଲମ୍ବିତ ଭୀମସେନର ପାଦାଗ୍ରତ ।୯୩।ମରୁତ ସାରଥି ତହୁଂ ଭୀମସେନକୁ କହଇ ବାରତବାବୁ ପଚ୍ଛିମ ଦିଗ ରାଜା ମଧ୍ୟରେ ୟେହୁ ସେ ଅଟଇ ମହତ ।୯୪।ମତିହୀନ ବାକ୍ୟହୀନ କ୍ରିୟାହୀନ ପ୍ରତଗ୍ୟାଂକିଞ୍ଚିତ ଦୋଷେ ବହୁତ କରନ୍ତି ଅବଗ୍ୟାଂ ।୯୫।ପଣ୍ଡିତ ଜନେ ୟେହାନ୍ତ କରନ୍ତି ଉପେକ୍ଷାକାର୍ଯ୍ୟର କାରଣେ ୟେହାକୁ କରିବୁ ନା ରକ୍ଷା ।୯୬।ମରୁତ ସାରଥି ବଚନେ ଭୀମସେନ ହୋଇଲା ପରମ ଶାନ୍ତିଉଠ ହୋ କର୍ଣ୍ଣକେଶରୀ ତୋର ଫିଟିଲା ମନ ଭ୍ରାନ୍ତି ।୯୭।ଆଗ୍ୟାଂ ପ୍ରମାଣେ ସେ ଉଠିଲା ନୃପମଣିସନ୍ନିଧ୍ୟେ ଭୀମସେନ ଆଶ୍ୱାସି ତାହାକଇଂ ହକାରିଣ ଆଣି ।୯୮।ଅକ୍ଷତ ଗୁଆ ଯେ ତାକୁ ଦିଲେକ ବ୍ରିକୋଦରସନ୍ୟ ଘେନି ୟେହିକ୍ଷଣି ହୁଅସି ବାହାର ।୯୯।ରାଜୁସି ଯାଗକଇଂ ଅଇଲୁ ରାଜାନ୍ତ ନିମନ୍ତିବାକୁଥାଠ ସନ୍ୟ ଘେନି ଯାଅ ତୁ ଇନ୍ଦ୍ରପ୍ରଶସ୍ତକୁ ।୧୦୦।ଆଗ୍ୟାଂ ପ୍ରମାଣେ ସେ ଚଳଇ ନୃପତିଦେଖା ଦରଶନି ଧନ ଘେନି ବିଜେ ତତକ୍ଷଣାନ୍ତି ।୧୦୧।ତହୁଂ ଚଳଇ ସେ ଯେ ପାଣ୍ଡବ ପଞ୍ଚାଣସନ୍ୟ ଘେନି ଚଳେ ସେ କର୍ଣ୍ଣାଟ ଦେଶେଣ ।୧୦୨।ସେ ଦେଶର ରାଜା ରାମଚନ୍ଦ୍ର ଚକ୍ରବ୍ରତୀବଡ଼ାଇ ପ୍ରତାପୀ ରାଜା ସେ ବିଷ୍ଣୁବଂଶେ ଆଧିପତି ।୧୦୩।ମାନିନୀ ନଦୀତୀରେ କଟକ ତାହାରବଡ଼ାଇ ସମ୍ପଦ ରାଜା ସେ ପଚ୍ଛିମେ ବୀରବର ।୧୦୪।ତିନିଶତ ନୃପତି ତାକୁ ଖଟନ୍ତି ପାରିଦଣ୍ଡବେନିଶତ ଯୋଜନ ମାଡ଼ି ତାହାର ରାଜ୍ୟଖଣ୍ଡ ।୧୦୫।ଭୀମସେନ ବିଜେକଲେ ମାନିନୀ ନଦୀକୂଳେସେ ନଦୀରେ ସ୍ରାହାନ କରନ୍ତି ଆହାର୍ଣ୍ଣିକ ବେଳେ ।୧୦୬।ଶବଦ ଯେ ବାଜଇ ବିଜିଘୋଷ ମର୍ଦ୍ଦଳ ବୀରତୂରମେଦିନୀ ଉଛୁଳଇ ଯେ ବ୍ରହ୍ମାଣ୍ଡ ଦୁରୁଦୁର ।୧୦୭।ସମଦଣ୍ଡ ଘେନି ରାଜା ଆସ୍ତାନେ କରିଅଛି ବିଜେମନ୍ତ୍ରୀକି ପଚାରଇ ରାଜା କିସ ଶବଦ ବାଜେ ।୧୦୮।ମନ୍ତ୍ରୀ କହଇ ରାଜା ଶୁଣ ଦେବ ଶ୍ରୀରାମଛତ୍ରୀବର ସୋହୋଡ଼ ସୁନ୍ଦର ସେ ପାଣ୍ଡବ ବୀର ଭୀମ ।୧୦୯।ଜରାସନ୍ଧ ରାଜାକୁ ସାଂଗ୍ରାମେ ଯେ କଲାକ ନିବାରଣରାଜୁସିଯାଗ ନିମନ୍ତେ ପଚ୍ଛିମ ଦିଗ ବରଣ ।୧୧୦।ମହାସଭା ହୋଇବ ଦେବ ମିଳିବେ ଲକ୍ଷେ ରାଜାଅମରଗଣ ଘେନିଆସି ବିଜେ କରିବେ ବିଡୋଜା ।୧୧୧।ଅନେକ ମହିମା ଉପୁଜିବ ଯେ ବହୁତ ଅପୂରୁବସାତବଂଶ ଘେନି ବିଜେ କରିବେ ବାସୁଦେବ ।୧୧୨।ସୁପଣ୍ଡିତ ମନ୍ତ୍ରୀ କହିଲା ସୁବାଣୀବଚନେଣ ବୋଧ ହୋଇଲେ ଶ୍ରୀରାମ ନୃପମଣି ।୧୧୩।ଆସ୍ତାନୁ ଓହ୍ଲାଇ ଅଭିନବ ଚକ୍ରବ୍ରତୀର ବଳାରୂପେଣ ସୁନ୍ଦର ସେ ବିଷ୍ଣୁ ବର୍ଣ୍ଣେ କଳା ।୧୧୪।ମନ୍ତ୍ରୀ ଅମନତ୍ୟଗଣ ସଙ୍ଗେ ଘେନିଣ ନୃପତିକଟକରେ ପାୟେଡ଼ା ରାଜା ପାଡ଼ିଲା ତତକ୍ଷଣାନ୍ତି ।୧୧୫।ମେଢ ମଣ୍ଡୋପ ଯେ ଜଗତୀ ଅଟାଳୀସୁବର୍ଣ୍ଣେ ରାଜାର ଲକ୍ଷେକ ପୁରୁଶାଳୀ ।୧୧୬।ବହୁତ ଉଚ୍ଛବ କରାଇଲା ନୃପମଣିତୁଲେ ଘେନିଲା ରାଜା ନୀଳା କମଳା ବେନିରାଣୀ ।୧୧୭।ହାଥେ ଚାମରେ ଚାମରେ ଘେନି ବେନି ଭାରିଯାଆପଣେ ପାଟଛତ୍ର ଘେନି ଆସଇ ଶ୍ରୀରୀମଚନ୍ଦ୍ର ରାଜା ।୧୧୮।ଆହାର୍ଣ୍ଣିକ ସାରି କଟକେ ବିଜୟେ ମାରୁତିସନ୍ନିଧ୍ୟେ ଭେଟିଲା ଯାଇଂ ଶ୍ରୀରାମ ଚକ୍ରବ୍ରତୀ ।୧୧୯।ଭୀମସେନ ରଥ ଦିଶିଲା ଯେତେ ଦୂରୁଂଶ୍ରୀରାମ ଘୃମ ଗଳଇ ରାଜା ନିଉଛାଳି କରୁ କରୁ ।୧୨୦।ବିନୟ ଭାବ ହୋଇ ରାଜା ଅନେକ ତୁସ୍ତି ବୋଲିଶତେ ସହସ୍ର ଦଣ୍ଡଲାଇ ଶୁତିଲା ଗଡ଼ଘାଲି ।୧୨୧।ସୋମବଂଶ ମଉଡ଼ମଣି ଦେବ ଦୁଷ୍ଟ ନିବାରଣଅଭୟେ ବରଦାତା ତୁ ଶରଣ ରକ୍ଷଣ ।୧୨୨।ପାୟେ ଆସି ନିଉଛାଳି କରଇ ନୃପମଣିଶ୍ରୀକରେ ଚାମର ଢାଳନ୍ତି ରାଜାର ବେନିରାଣୀ ।୧୨୩।ଆପଣେ ପାଟଛତ୍ର ଧରିଣ ସନ୍ନିଧ୍ୟେଣକିଂକର ପ୍ରାୟେ ରାଜା ବିନୟେ ଭୀମସେନ ।୧୨୪।ଶ୍ରୀରାମଚନ୍ଦ୍ର ରାଜାର ବହୁତ ବିନୟ ଶୁଣିଦୟା ବସିଲାକ ଯେ କାଳଦଣ୍ଡ ପାଣି ।୧୨୫।ଭୀମସେନ ପ୍ରଶଂସଇ ମହିମା ତୋହୋର ଧନିଦିଗମ୍ବର ରାଜା ହୋଇ ପାରିଲୁ ଆମ୍ଭନ୍ତ ଚିହ୍ନି ।୧୨୬।ନ ଜାଣି ନାଶଗଲେ ଅନେକ ନୃପତିକେହ୍ନେ ନିର୍ଭୟେ ତ ହୋଇଲୁ ୟେଡେକ ନିଭ୍ରାନ୍ତି ।୧୨୭।ସ୍ୱାମୀ ଜରାସନ୍ଧ ଆମ୍ଭନ୍ତ ସବୁନ୍ତି ନେଲା ବାନ୍ଧିନିଅଳ ପିନ୍ଧାଇ ଦେଇ ପଞ୍ଚତିରିଶ ବରଷ ପରିଯନ୍ତେକରିଥିଲା ବନ୍ଦୀ ।୧୨୮।ସ୍ୱାମୀ ସଂସାର ଜନହିତେ ଜାରା ଦର୍ପ ଧ୍ୱଂସିତୁ ସେ ସର୍ବ ଉଦ୍ଧାରଣ ମୁକତି ଗତି ଦେସି ।୧୨୯।ସ୍ୱାମୀ ଅଶ୍ୱମେଧ ଯାଗ ଯେ କରିଥିଲୁ ଆମ୍ଭେ ପୂର୍ବେତୋହୋର ପାଦରଜ ଆସି ପଡ଼ିଲା ଆମ୍ଭ ରାଜ୍ୟେ ।୧୩୦।ରାଜ୍ୟର ଦୁଷୁକୃତ ଆମ୍ଭର କଲାକ ଧ୍ୱଂସନନୟନେ ଦେଖିଂଲୁ ସ୍ୱାମୀ ଦୁତୀ ନିରଞ୍ଜନ ।୧୩୧।ଭୀମସେନେ ବିଜେକଲେ କର୍ଣ୍ଣାଟ ମଣ୍ଡଳେଶ୍ରୀରାମେଶ୍ୱର ଲିଙ୍ଗ ଦେଖିଲେ ମାନିନୀ ନଦୀତୀରେ ।୧୩୨।କରପତ୍ର ଯୋଡ଼ି କହଇ ଶ୍ରୀରାମ ଚକ୍ରବ୍ରତୀଦେବ ତ୍ରେତୟା ଯୁଗେ ସୀତୟାଂକର ମାନ ଫିଟିଲାକ ୟେଥି ।୧୩୩।ମୁଣୋହିର ସଞ୍ଚା କରାଇଲା ନୃପମଣିଅନେକ ଯୋଗାଡ଼ ରାଜା ଛାମୁରେ ଦିଲା ଆଣି ।୧୩୪।ଅହିବ୍ରତେକ ସୂପକାର ଥାଇ ଭୀମସେନର ତୁଲେରୋଷାଇ ନବରେ ପଶି ମୁଣୋହି ନିବାଣିଲେ ।୧୩୫।ଦୋହୋରା ପ୍ରସନ୍ନ ହୋଇଅଛନ୍ତି ଯାହାକୁନିମିଷେକ ମଧ୍ୟେ ମୁଣୋହି ହୋଇଲା ଫକୁ ।୧୩୬।ମୁଣୋହିର ବିଜେ ଶୂରବର ସୋହଡାମୁଣୋହି ସମାପତେ ସେ କାଳଦଣ୍ଡ ମହାବୀରା ।୧୩୭।ନିତି ଷାଠିୟେ ପଉଟି ଅନ୍ନ ଯେ ମେଞ୍ଜନମାନତ୍ରିପୁତି ହୋଇଣ ଭୋଜନ କରଇ ଭୀମସେନ ।୧୩୮।ମୁଣୋହି ସାରି ସେ ଆଂଚୋବନେ ବିଜେସମସ୍ତ ସନ୍ୟଂକୁ ତ୍ରିପୁତ ଭୋଜନ ଦିଜେ ।୧୩୯।ବାଜିଲା ଟମକ ସଜାଉ ନିଶାଣଶ୍ରୀରାମଚନ୍ଦ୍ର ରାଜାଂକୁ ଭୀମସେନ କଲେ ନିମନ୍ତ୍ରଣ ।୧୪୦।ଯେତେ ଅଛନ୍ତି ରାଜା ତୋର ପାରିଦଣ୍ଡ ସଇନିଇନ୍ଦ୍ରପ୍ରଶସ୍ତକୁ ଯାଅ ଦେଖା ଦରଶନି ଧନ ଘେନି ।୧୪୧ । ୩୩୪୬।