ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୨୧ / ୨୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଅର୍ଜୁନଙ୍କର ଦରଦସେନ ରାଜା ଓ ଜମାଗୋଷ୍ଠ ରାଜାଙ୍କ ସହିତ ଯୁଦ୍ଧ ଓ ଜୟ ଏବଂ ଜମାଗୋଷ୍ଠ ରାଜାର ବନ୍ଧନ
ଭରତ ମଣ୍ଡଳ ବୋଲି ୟେଇ ଦେଶ ଗୋଟିୟେତହିଂ ଯାଇଂ ପ୍ରବେଶ ହୋଇଲେ ଧନୁର୍ଜୟେ ।୧।ଭରଥ ବୋଲି କରିଣ ଯେ ସେ ରାଜ୍ୟର ନୃପତିଦ୍ରୋପଦ ରାଜାଂକର ସେହୁ ପୁତୁରା ଅଟନ୍ତି ।୨।ଅର୍ଜୁନ ଦିଗବିଜେ ବୋଲି ତାହାଂକୁ ଚାରାଗଣେ ଜଣାଇଂସମଦଣ୍ଡେ ପାଛୋଟି ଆସଇ ନରବଇ ।୩।ଅର୍ଜୁନକୁ ଦରଶନ କଲାକ ବେଗେ ଆସିନିମନ୍ତ୍ରଣ କଲେ ପାର୍ଥ ତାହା ରଜ୍ୟେ ନ ପଶି ।୪।ରାଜୁସି ଯାଗ ଯେ ହୋଇବ ମହାସଭାସମଦଣ୍ଡ ଘେନିଣ ରାଜା ବହନ ହୋଇଯିବା ।୫।ସନ୍ୟ ସମ୍ଭର୍ବେ ଦେଖା ଦରଶନି ଯେତେ ପାରୁଘେନାଇ କରି ଚଳ ବିଳମ୍ବ କିମ୍ପା କରୁ ।୬।ଅର୍ଜୁନର ବଚନେ ସେ ଚଳିଲା ଦଣ୍ଡପତିଦିଗବିଜେ କରିଣ ଅର୍ଜୁନ ଚଳଇ ଝଟତି ।୭।ଶାଖାପୁର ବୋଲିକରି ୟେକ ନଗ୍ର ଗୋଟିୟେତହିଂର ନୃପତି ଅଟେ ଜମାଗୋଷ୍ଠ ରାୟେ ।୮।ରାଜାଧି ରାଜେଶ୍ୱର ସେ ବଡାଇ ଧାର୍ମିକପ୍ରଶୁ ଚିହ୍ନ ବିରାଜଇ ତାହାର ଭୁଜେକ ।୯।ହିରଣ୍ୟକ ବଂଶରେ ହୋଇଲେ ଉତପତ୍ତିଯମ ଦେବତାହୁଂ ତାର ଆନ ନାହିଂ ଯେ ଭଗତି ।୧୦।ଲୁହାର ପ୍ରତିମା ୟେକ କରିଥାଇ ଯମମଇଂଷି ବାହାନ ତାର କାଳଦଣ୍ଡ ଅବିଶ୍ରାମ ।୧୧।ମନ୍ଦାର ପୁଷ୍ୟ ଦେଇଣ ସେ ଅନେକ କରଇ ପୂଜାରୁଧିର ପୋଡ଼ା ମାଉଂସ ଦେଉଥାଇ ବଳିଭୋଜା ।୧୨।ବାଳକାଳହୁଂ ସେ ଯେ ଯମ ଦେବତା କୁ ଭଗତିଆଇଷ ପାଇଲା ସେ ଦ୍ୱାପର ଅନ୍ତ ପ୍ରତି ।୧୩।ତିନିଲକ୍ଷ ନଉ ସହସ୍ର ବରଷେପ୍ରାଣତ୍ୟାଜ ହୋଇଣ ଗଲା ସେ ଯମ ପାଶେ ।୧୪।ନାଶକର ପଚାରଇ ରେ ମାନବ ଜନ୍ମ ହୋଇଯମ ଦେବତାକୁ ଆର୍ଧନା କରିଅଛି କି କେହି ।୧୫।ତୁ କିପେଂ ମୋତେ ରେ କରୁ ଆରାଧନାକେଉଂଣ ମନ୍ତ୍ରେ ପୂଜୁଂ ମୋତେ କହସି ମହାତମା ।୧୬।ମହାକାଳ ଶାନ୍ତିକାଳ ସ୍ତୁତି ସ୍ତୋତ୍ର ମନ୍ତ୍ରେକାଳ ସୁସଂପାଦଇ ରାଜା କାଳିଞ୍ଜନ ଗୋତ୍ରେ ।୧୭।କୃତ୍ତିକା ମନ୍ତ୍ରେ ହୋୟେ ଆୟୁର ବେଦ ପାଠେସାଧିଲା ସୁଭାଗ୍ୟ ସେ ରବି ମଣ୍ଡଳ ରାଷ୍ଟେ ।୧୮।ଯମ ଦେବତା ବୋଇଲା ତୁ ଜନ୍ମେଣ ମାନବଯମ ମନ୍ତ୍ରେ ପୂଜା କରି ଉପୁଜାଇଲୁ ଭାବେ ।୧୯।ଯାଅ ଯା ତୁ ଥାଅ ୟେବେ ମଧ୍ୟସ୍ୱର୍ଗେଯମ ପୂଜା ଭଗତେ ଥାଅ ତୁ ସେହି ଭାବେ ।୨୦।ପୁଣି ଆନନ୍ଦେ ଯମ ଦେବତା ହୋଇଲା ପ୍ରସନ୍ନଦକ୍ଷିଣ କରେ ଲେଖନ କଲେ କାଳଚକ୍ର ଚିହ୍ନ ।୨୧।ଯେ ଅବା ମଧ୍ୟସ୍ୱର୍ଗେ ହେବ ତୋତେ ଅସାଧିନାମ ଲିହି ପୋଛିଲେ ସେ ହୋଇବ ପ୍ରତକ୍ଷେ ଶିରଛେଦି ।୨୨।ନାଶକର ବଚନେ ତାର ୟେସନେକ ମହିମାଂମହୀତଳେ ନରପତି ତାକୁ ନାହିଂନା ଗାରିମା ।୨୩।ଶାଖା ମଣ୍ଡଳରେ ସେହୁ ଅଟଇ ଆଧିପତିଯମ ଦେବତାକଇଂ ଆର୍ଧନା ସେ କରଇ ଦିବା ରାତି ।୨୪।ଯମର କାଳଚକ୍ର ଚିହ୍ନ ସେ ବହଇ ଦକ୍ଷିଣ ପାଣିଇହଲୋକ ରାଜାନ୍ତ ସେ ସମରେ ନ ଗଣି ।୨୫।ବଡାଇ ଧାର୍ମିକ ସେ ଅଟଇ ମହୀପତ୍ୟେଯମର ଚିହ୍ନ ବହଇ ତାହର ବାମହାଥେ ।୨୬।ୟେସନେକ ମହିମାଂ ତାର ଦେଖିଣ ଦରଦସେନଭାଖା ମଣ୍ଡଳ ରେ ସେହୁ ଅଟଇ ରାଜନ ।୨୭।ସନ୍ଧାନ ମାଗିଲା ସେ ଦରଦସେନ ନୃପତିଚାରିଗଣ ପେଷିଲା ସେ ଭାଖାମଣ୍ଡଳ ଆଧିପତି ।୨୮।ଦରଦସେନ ଆଗ୍ୟାଂୟେ ସେ ଚଳିଲେ ମୁନିହିଂଯାମାଗୋଷ୍ଠ ରାଜା ଛାମୁରେ ବାରତା ଯାଇ କହି ।୨୯।ଦରଦସେନ ନୃପତି ଶ୍ରୀମୁଖ ଦେଇଅଛି ତୋତେସନ୍ଧାନ ଦେବୁ ତୁ ପୂର୍ବେ ଦେଉଥିଲୁ ଯେତେ ।୩୦।ୟେସନେକ ଆଗ୍ୟାଂ ସେ ଦେଲା ଦରଦସେନଆମ୍ଭର ଗୋଚରେ ରାଜା ଦେବୁ ତୁ ସନ୍ଧାନମାନ ।୩୧।ଯମାଗୋଷ୍ଠ ବୋଇଲା ରେ ଗ୍ୟାନ ତୋର ନାହିଂକେତେ ଦଣ୍ଡ ଘେନିଣ ସେ ଆସଇ କିନା ବାହି ।୩୨।ବାହୁଡ଼ି ଦେଶାଉରେ ଚଳିଲେ ନିଜ ଦେଶେବାରତା ଜଣାଇଲେ ଯାଇ ଦରଦସେନ ପାଶେ ।୩୩।ଯାମଗୋଷ୍ଠ ରାଜା ତୋତେ କଲାନି ଅମାନିନ ଦିଅଇ ସନ୍ଧାନ ବୋଇଲା ତାର ବାହୁ ଯେତକ ସନ୍ୟ ଘେନି ।୩୪।ଡଗର ମୁଖେ ବାରତା ପାଇଣ ମହାରାଜମନ୍ତ୍ରୀକି ବୋଇଲା ହୋ ଦଣ୍ଡ ମୋହର ବେଗେ ସାଜ ।୩୫।ସାଜରେ ସାଜରେ ବୋଲି ଶୁଭଇ ବିଜିଘୋଷମଣ୍ଡନ୍ତି ରହୁବର ଗଜ ଅଶ୍ୱ ସଇନି ଅଶେଷ ।୩୬।ତିନିପଦ୍ମ ରଥୀ ତାର ପାଞ୍ଚପଦ୍ମ ହାଥୀଦଶପଦ୍ମ ହୟ ଯେ ଶତ କ୍ଷଉଣୀ ପାଦାନ୍ତି ।୩୭।ସମଦଣ୍ଡ ଘେନି ବାହାର ହୋୟେ ମହାଶୟେଆକାଶ ଦିଶଇ ଯେ ଘୋର ଅନ୍ଧକାର ପ୍ରାୟେ ।୩୮।ପୃଥୀ ହେଳ ଘେନଇ ଦରଦସେନ ଯାଆନ୍ତେଉତ୍ତର ଦିଗ ହାନ୍ଦୋଳ ହୋଇଲା ନୃପତି ପଲାଣନ୍ତେ ।୩୯।ବନ ଡିଙ୍ଗର ପଶନ୍ତି ରାଜାୟେ ବାରତା ପାଇକରିନ ପୁଣ କେଉଂଣ ରାଜ୍ୟକୁ ପଡିଥାଇ ଧାଡି ।୪୦।ସକଳ ଦେଶ ରାଜ୍ୟେ ପଡିଲା ଚମକଆକାଶ ଉଛୁଳଇ ଘୋର ବାଦ୍ୟ ଡାକ ।୪୧।ସମଦଣ୍ଡ ଘେନିଣ ସେ ଭାଖା ମଣ୍ଡଳ ର ଅଧିକାରୀଶାଖାମଣ୍ଡଳ ରାଜ୍ୟକୁ ଅନମିତେ ଦିଲା ଧାଡ଼ି ।୪୨।କାର୍ତ୍ତିକ ମାସ ଶୁକୁଳପକ୍ଷ ତିଥି ଯେ ଚଉଠୀଅର୍କବାର ଜ୍ୟେଷ୍ଠା ନକ୍ଷତ୍ର ବେଳ ନବଘଟି ।୪୩।ଶାଖାମଣ୍ଡଳ ରାଜ୍ୟ ଯାଇଂ ବେଢ଼ିଲା ଦରଦସେନପୃଥୀ ଉଲୁକାପାତ ହେଉଅଛି କମ୍ପଇ ତ୍ରିଭୁବନ ।୪୪।ଆସ୍ତାନେ ବିଜେ କରିଅଛି ନୃପତି ଯମାଗୋଷ୍ଠମନ୍ତ୍ରୀକି ଦେଶାଉରେ କହିଲେ ଦେବ ପଡ଼ିଲା ବଡ଼ହିଂ ସଂକଟ ।୪୫।ଦେବ ବଡ଼ାଇ ଥାଠେକ ଘେନି ବାହିଲା ଦରଦସେନ ନୃପତିସମରାଷ୍ଟ ତୋହୋର ବେଢିଲା ନିଶାରାତି ।୪୬।ୟେକ ୟେକ ଯୋଦ୍ଧା ଦେବ ପୃଥ୍ୱୀ ପାରନ୍ତି ଜିଣିଦୁତୀ ସମୁଦ୍ର ଜାଣି ଶୁଭୁଅଛି ମୁଖରାବ ଧୁନି ।୪୭।ଜଗତୀରେ ଥାଇଂ ରାଜା ଚାହିଂଲାକ ଥାଠଚାରିଆଡେ ତିନି ତିନି ଯୋଜନ ଯିବାକୁ ନାହିଂ ବାଟ ।୪୮।ଲଂକା ଭୂବନକଇଂ ଯେହ୍ନେ ବେଢ଼ିଛି ବାରାନିଧିଶୁକଳ ଅଶ୍ୱନ୍ତ ଚଢ଼ି ବିହଡ଼ନ୍ତି ସର୍ବଯୋଧି ।୪୯।ଗଡ଼ର ବାହାରେଣ ଥିଲା ଯେତେକ ନଗ୍ର ଦେଶଚୂରକରି ଭାଙ୍ଗିଲା ରାଜା ସମସ୍ତ କଲା ଧ୍ୱଂସ ।୫୦।ଜନଜନ୍ତୁମାନନ୍ତ ପକାଇଲା ସର୍ବମାରିମୁଣ୍ଡମାନ ପକାଇଲା ପର୍ବତ ସମାନ କୂଢକରି ।୫୧।ମନ୍ତ୍ରୀ ବର ବୋଇଲା ଦେବ ଶୁଣିମା ଯମାଗୋଷ୍ଠସମରେ ସରି ନୋହିବୁ ଉହୋବଳ ଥାଠେ ଭେଟ ।୫୨।ଅମାପତ ଯୋଦ୍ଧାୟେ ତାକୁ ସମରେ ସମ ନାହିଂଯାହାର ଘାୟେ ନାଶ ଗଲା ପ୍ରଚଣ୍ଡ ବ୍ରହ୍ମଶାହୀ ।୫୩।ଆଉର ରଜ୍ୟ ତାହାକୁ ସମ ନାହିଂ ରବିତଳେଛତ୍ରୀବର ବୀରଧୂ ବୋଲାଇ ସେ ଉତ୍ତର କୋଶଳେ ।୫୪।ଗୁପତେ ଚାରଗଣ ସହସ୍ରେକ ରାଇ ରାଜାଆଗ୍ୟାଂ ଦିଲା ତୁମ୍ଭେ ରେ ଦରଦସେନ ଥାଠକୁ ଯାଅ ଯା ।୫୫।ଗୁପତେ ପଶିବ ତାହାର ଥାଠେ ଛଦ୍ରମ ରୂପ ଧରିରଥ ଗଜ ଅଶ୍ୱ ପାଦାନ୍ତି କେତେ ତାହାର ବୁଝିବ ତଥ୍ୟକରି ।୫୬।ବହନ କରିଣ ତାହାର ସମଦଣ୍ଡ କଳି ଆସଲିହି ପୋଛିବି ତାର ସମସ୍ତ ସନ୍ୟ ଯିବ ନାଶ ।୫୭।ରାଜାର ବଚନେ ଗୁପତେ ଚଳିଲେ ଚାରଗଣେଛଦ୍ରମ ରୂପ ଧରି ସେ ହୋଇଲେ ଭିକ୍ଷୁକ ବ୍ରାହ୍ମଣେ ।୫୮।ଥାଠର ଭିତରେ ଯାଇ ପଶିଲେ ମହାନିଶିମାଗନ୍ତି ଛଦ୍ରମେଣ ସେ ବ୍ରାହ୍ମଣ ଭିକ୍ଷାଶୀ ।୫୯।ରାତ୍ର ଦିବସେ ଖୋଜନ୍ତି ଅନୁବ୍ରତେକଳନା ନ ଯାଇ ତାର ରଥ ଗଜ ଅଶ୍ୱ ସଇନି ଛନ୍ତି କେତେ ।୬୦।ଭିକ୍ଷା ଆଶ୍ରେ କରି ସେ ମାଗନ୍ତି ତଣ୍ଡୁଳଦିବସେ ସେନା କଳନ୍ତି ଅନ୍ନ ରାନ୍ଧନ୍ତି ନିଶିକାଳ ।୬୧।କଇଚ୍ଛାବନ୍ତ ରାଜା ଯେ ରହିଛି ସମ୍ଭରେସହସ୍ରେ ପୁର କରି ବେଢି ରହିଛି କଟକ ବାହାରେ ।୬୨।ଯମାଗୋଷ୍ଠ ସାଂଗ୍ରାମ ତାକୁ ନ ଦିଅଇ ଓହୋମୁଖେଗଡ଼ରୁ ବାହାର ନୋହି ବାର୍ତ୍ତା ବୁଝେ ଚାରମୁଖେ ।୬୩।ସାଂଗ୍ରାମ ନ ଦିଅଇ ତାକୁ ନ ଦିଅଇ ସନ୍ଧାନଶରଣ ପଶୁ ବୋଲି ବୋଲଇ ଦରଦସେନ ।୬୪।ଡଗର ମୁଖେ ବାରତା ପାଇବା ପରିଯନ୍ତେକଟକ ବେଢ଼ିଅଛି ରାଜା ଛଡ଼ ବରଷ ୟେହିମତେ ।୬୫।ସହସ୍ର ଚାରଗଣ ପେଷି କଳନା କରଇ ଦିବାରାତିକଳି ତ ନୁଆରିଲେ ତାହାର କେତେ ରଥ ଗଜ ଅଶ୍ୱ ପାଦାନ୍ତି ।୬୬।ସାଂଗ୍ରାମ ନ ପାଇଲେ ସେ ନ ବାହୁଡଇ ନୃପମଣିଆପଣ ରାଜ୍ୟୁଂ ଅନ୍ନ ବହିଲାକ ବଳଦ ପଲାଣି ।୬୭।ଜମାଗୋଷ୍ଠ ସାଂଗ୍ରାମ ନ ଦିଅଇ ସେ ନ ଯାଇ ରାଜ୍ୟୁଂ ଘୁଞ୍ଚିନବ ବରଷ ହେଲା ସେ ଗଡ଼ ବେଢ଼ିଅଛି ।୬୮।ସନ୍ଧାନ ନ ଦିଅଇ ସେ ସନ୍ଧାନ ନ ପାଇଲେ ନ ଯାଇଚାଷ କରି ଦରଦସେନ ରହିଲା କୃଷି ଉପୁଜାଇ ।୬୯।ଆପଣା ରାଜ୍ୟ ପ୍ରାୟେକ ସେ କଲା ପରରାଷ୍ଟଅବିକଳେ ରହିଲେ ସେ ଦରଦସେନ ର ଥାଠ ।୭୦।ଦ୍ୱାଦଶ ବରଷେ ପରିଯନ୍ତେ କଟକ ବେଢ଼ିଲା ଦରଦସେନ ନୃପତିପୁଣ ପୁଣ ଜମାଗୋଷ୍ଠ ଗୁପତେ ଚାର ପେଷଇ ପ୍ରତି ପ୍ରତି ।୭୧।ବାର ବରଷେ ତାର ସନ୍ୟ ନଗଲା କଳଣରାଜା ଅଗେ ଯାଇ କହି ନୁଆରିଲେ ଚାରଗଣ ।୭୨।ସାଧୁ ସାଧୁ ମହିଂମା ହୋ ଦରଦସେନ ନୃପତିସାଧୁ ସେ ଜମାଗୋଷ୍ଠ ଦରଦସେନକଇଂ ନ କରଂ କିଛି ଭ୍ରାନ୍ତି ।୭୩।ଗଡର ଭିତରେ ରାଜା ସମସ୍ତେ ଥିଲେ ସଞ୍ଚିଦ୍ୱାଦଶ ବରଷ ପରିଯନ୍ତେ ରାଜା ସମ୍ଭରେ ରହିଅଛି ।୭୪।ଦରଦସେନ ଜମାଗୋଷ୍ଠ ଦୁଇ ରାଜାଂକର ଉଚ୍ଚବାଚ ସମୟେଶାଖାପୁର ନଗ୍ରେ ଯାଇ ବିଜୟେ ଧନୁର୍ଜୟେ ।୭୫।ଅର୍ଜୁନ ଛାମୁରେ ଜଣାଇଲେ ଦେଶାଉରେଦରଦସେନ ବେଢିଛି ଜମାଗୋଷ୍ଠ ରାଜ୍ୟରେ ।୭୬।ସ୍ୱାମୀ ଦ୍ୱାଦଶ ବରଷ ହେଲା ଦରଦସେନ ଶାଖା ନଗ୍ର ଅଛି ବେଢ଼ିଜମାଗୋଷ୍ଠ ସାଂଗ୍ରାମ ନ ଦିଅଇ ହୋ ମୁଖକରି ।୭୭।ଅମରକୂଟ ପର୍ବତେ ବଜୟେ କରିଛନ୍ତି ଫାଲଗୁନିଛାମୁରେ ଜଣାଇଲେ ଯାଇଂ ଜୟେ ବିଜୟେ ସେନାପତି ବେନି ।୭୮।ଦୁଇ ରାଜାଂକର ବଡ଼ ଉଚ୍ଚବାଚ ସମର ହୋଇବମଧ୍ୟରେ ଥାଠ ଆମ୍ଭେ ଦେଖାଇବା କି ଦେବ ।୭୯।ଅର୍ଜୁନ ବୋଇଲେ ଆହୋ ନୁହଇ ୟେମନ୍ତଅଗ୍ୟାନେ ପଶିଲେ ପ୍ରମାଦ ପଡ଼ଇ ବହୁତ ।୮୦।ସୁରେଶ୍ୱର ପ୍ରୋହିତଂକୁ ଯେ ଆଗ୍ୟାଂ ଦିଲା ପାଥଦରଦସେନ ରାଜାକଇଂ ଶ୍ରୀମୁଖ ଗୋଟିୟେ କରିବା ନିର୍ମିତ ।୮୧।ଆଗ୍ୟାଂ ପ୍ରମାଣେ ସୁରେଶ୍ୱର ମହାମୁନିଅଲିହା ତାଳପତ୍ରେକ କରେ ଲେଖନକୁ ଘେନି ।୮୨।ଚିଟାଉ ଲେଖନ ଶ୍ରୀ ଶ୍ରୀ ଶ୍ରୀ ଶ୍ରୀ ଅନାଦି ଦେବ ଚରଣେ ଶରଣଶ୍ରୀ ନିଶାକର ନାଥ ଦେବଗଣ ।୮୩।ଶ୍ରୀ ଚନ୍ଦ୍ର ଦେବତାଂକର ପୁତ୍ର ବୁଧଦେବାବୁଧଂକର ପୁତ୍ର ଯେ ଅଟଇ ପୁରୁରବା ।୮୪।ପୁରୁରବାଂକ ପୁତ୍ର ଆୟୁରଆୟୁରଂକ ପୁତ୍ର ନ ଘୋଷ ଯେ ବୀର ।୮୫।ନଘୋଷଂକ ପୁତ୍ର ଯଯାତି କ୍ଷତ୍ରୀବରଯଯାତି ଦେବଂକର ଆଗ୍ୟାଂ ଭରହ ମଣ୍ଡଳ ।୮୬।ଯାଯାତି ଦେବଂକର ପୁତ୍ର ପୁରୁ ବୀରପୁରୁଂକର ପୁତ୍ର ଯେ ରାଜନ ପ୍ରବୀର ।୮୭।ପ୍ରବୀର ନନ୍ଦନ ଯେ ମନସିବା ନୃପତିମନସିବା ପୁତ୍ର ଯେ ଅନୁପମା ଚକ୍ରବ୍ରତୀ ।୮୮।ଅନୁପମାର ପୁତ୍ର ରାଜନ ଇଳିନରଇଳିନର ପୁତ୍ର ଦୁଷ୍ୟନ୍ତ, ଦୁଷ୍ୟନ୍ତଂକ ପୁତ୍ର ଯେ ଭ୍ରଥେଶ୍ୱର ।୮୯।ଭ୍ରଥେଶ୍ୱର ଦେବ କୁଳ ପ୍ରଦୀପଶ୍ରୀ ଭ୍ରଥେଶ୍ୱରଂକର ପୁତ୍ର ଭୂମନୁ ଭୂପ ।୯୦।ଭୂମନୁଂକର ପୁତ୍ର ବିରଥ ଯେ ଦକ୍ଷବିରଥଂକର ପୁତ୍ର ଅଟଇ ବିଭୁରୁକ୍ଷ ।୯୧।ବିଭୁରୁକ୍ଷଂକର ପୁତ୍ର ଶମ୍ଭୁରାଣଶମ୍ଭୁରାଣଂକର ପୁତ୍ର କୁରୁ ନୃପ ସୁଜାଣ ।୯୨।ଶ୍ରୀ କୁରୁ ମହାରାଜା ବଂଶ ପ୍ରତିପାଳକକୁରୁଂକର ପୁତ୍ର ପାର୍ଥିବ ଗ୍ୟାନବନ୍ତ ବିବେକ ।୯୩।ପାର୍ଥିବଂକର ପୁତ୍ର ଶାୟନ୍ତନୁଶାୟନ୍ତନୁଂକର ଚିତ୍ରବୀର୍ଯ୍ୟ ଯେ ତନୁ ।୯୪।ବିଚିତ୍ରବିର୍ଯ୍ୟ ଯେ ଅବଶେଷଭୀଷ୍ମଦେବ ଗ୍ୟାନବନ୍ତ କନିଷ୍ଠ ଶିଷ ।୯୫।ଭୀଷ୍ମଦେବ ପିତୃବଚନ ପ୍ରତିପାଳନଶ୍ରୀ ବେଦବ୍ୟାସଂକର ଚରଣେ ଶରଣ ।୯୬।ଶ୍ରୀ ବେଦବ୍ୟାସ ସମ୍ଭବୀ ଭବିଷ୍ୟ କୃତୁଶ୍ରୀ ପଣ୍ଡୁ ମହାରାଜାଂକ ହେତୁ ।୯୭।ଶ୍ରୀ ସୋମବଂଶ କୁଳ ଉଦ୍ଧାରଣଶତଶୃଙ୍ଗ ଗିରି ମଣ୍ଡଣ ।୯୮।ହସ୍ତିନା ଜଇନ୍ତା ବାରୁଣା ଇନ୍ଦ୍ରପ୍ରଶସ୍ତକଯମପ୍ରଶସ୍ତ ୟେ ପଞ୍ଚୁରାଜ୍ୟ ରକ୍ଷା ପାଳକ ।୯୯।ବନାନଳ ଦର୍ପ ଚୂଡ଼ଣସମ୍ବର୍ତ୍ତକ ମେଘ ଧ୍ୱସଂନ ।୧୦୦।ଶଇଳଜାର ବଲ୍ଲଭ ଚରଣେ ବନ୍ଦନକୁମ୍ଭେକ ଦତ୍ୟ ଦର୍ପ ଚୂଡ଼ଣ ।୧୦୧।ଶବରୀ ବର ଶରଣେ ସଦାରେକପାଣ୍ଡବାସୁର ଦର୍ପ ଧ୍ୱଂସକ ।୧୦୨।ନାଶକର କାଳ କୃତାନ୍ତକରାଧାଚକ୍ର ଶହସ୍ର ସଂଘାତକ ।୧୦୩।ଲକ୍ଷେ ରାଜାଂକର ମଉଡ଼ମଣି ପ୍ରମାଣପାଞ୍ଚାଳୀର ପ୍ରାଣଗୁରୁ ସୁଜାଣ ।୧୦୪।କୃତକେଶୀର ଦର୍ପ ନିବାରଣଭାରଦ୍ୱାବଶଂକର ନନ୍ଦନ ଚରଣେ ବନ୍ଦନ ।୧୦୫।ଶତଧନୁ ଶରଣ ପଞ୍ଜରକ୍ଷତ୍ରୀବର ସୋହଡ଼ ସୁନ୍ଦର ।୧୦୬।ଗାଣ୍ଡିମ ଦୀକ୍ଷାଗୁରୁ ଅମର ସ୍ୱର୍ଗ ରାଣଅମରାଧି ନାଥ ମନ ଉଚ୍ଚାଟନ ।୧୦୭।ସଦାନନ୍ଦ ଧନୁ କୁଣ୍ଡଳୀ କୃତପିଙ୍ଗଳ ଜାଳା କାଳାନଳ ପ୍ରାଣତ୍ୟାଜ କାଳ ଜାତ ।୧୦୮।ବଶ୍ୟାନର ଅନଳ ଯେ ପଞ୍ଚଅଗ୍ନିକୁ ମଉଷଧି ନାଥମନ୍ଦାଅଗ୍ନିକି ଆରୋଗ୍ୟ ଶରୀର କୃତ ।୧୦୯।ଶୋଷେକ କାଳସର୍ପ ଅହିବଳ ମର୍ଦ୍ଦନଦ୍ୱାରକା ରକ୍ଷା ପାଳନ ।୧୧୦।ସୁଭଦ୍ରା ପ୍ରାଣଗୁରୁ ଶ୍ରୀ ରାମକୃଷ୍ଣ ହୃଦୟ ବାନ୍ଧବଦିଗ ସାଗର ପ୍ରଦୀପ ନାଥ ଦେବ ।୧୧୧।ଯଦୁବଂଶ ଭୋଜବଂଶ ବୃଷ୍ଣି ଅନ୍ଧେକ ବଂଶହଇହୟ ବଂଶ, ହାଣବଂଶ, କୁକୁର ବଂଶ, କାଦମ୍ବ ବଂଶ ।୧୧୨।ୟେ ସାତ ବଂଶର ଅଇଲି ବଳ ମର୍ଦ୍ଦନସକଳ ଦତ୍ୟ ଦାନବ ଗର୍ବ ଗଞ୍ଜନ ।୧୧୩।ଭୀଷ୍ମ ଦ୍ରୋଣ କର୍ଣ୍ଣ ଶକୁନି ଅଶସ୍ତମା ଶଲ୍ୟବାଲ୍ମୀକ ସୋମଦତ୍ତ ଭୂରିସ୍ରବା କଉରବଳ ଭରସଲ ।୧୧୪।ଧୃତିରାଷ୍ଟ ଭୟ ଭଙ୍ଗାଣକରୁଣାକର ଶରଣ ସାର୍ଥକ ପ୍ରମାଣ ।୧୧୫।ଜୟ ବିଜୟ ପ୍ରାଣଗୁରୁ କଣୟ ଗିରି ଶରୀର ଫୁଟଣଲୋହଗିରି ବଜ୍ର ପ୍ରହାରଣ ।୧୧୬।ଅଙ୍ଗାରପନ୍ନଗ ସାଧାରଣ କରଣମାଳତୀ ନଦୀ ମନ ସ୍ତମ୍ଭନ ।୧୧୭।ମନଭେଦୀ, ବ୍ରହ୍ମ, ଶହସ୍ର, ପାଶୁପତ୍ର, ଅକ୍ଷୟ ତ୍ରୋଣନୀଳବାଣ ଭୁଜବାଣ ନାରାୟଣ ଶହସ୍ର ସାଧନ ।୧୧୮।ଅଇରି ବଳ ଦର୍ପ ଗଞ୍ଜନଦୁଷ୍ଟ ବଳ ନିଶୋଧନ ।୧୧୯।ଅନାଥ ଜନ ରକ୍ଷା ପାଳକଜାରା ବିଧ୍ୱଂସ ନାୟେକ ।୧୨୦।ଶରଣ ରକ୍ଷଣ କଇଚ୍ଛା ଜଗଜ୍ଜେଠୀ ରାଣବସୁଧା ଭାରଭର ନିଶୋଧନ ।୧୨୧।ଧାନୁକୀ ଯାଗ ରକ୍ଷା ପାଳକମୋଢାସୁର ପ୍ରାଣ ହନ୍ତକ ।୧୨୨।ଆର୍ଦ୍ରାବଳୀ ମୁଷ୍ଟିକ ଚୂଡଣଶ୍ରୀ ଦୁର୍ଗାଂକର ବର ନନ୍ଦନ ।୧୨୩।ତ୍ରଇଲୋକ୍ୟ ମଣ୍ଡଳାଧି ନାୟକଜାରା ବିଧ୍ୱଂସ ଦାୟକ ।୧୨୪।ରାଜାଧି ମୁରୁଧୁନାବସୁନ୍ଧରା ଧାରଣ ।୧୨୫।ଶ୍ରୀରାମ ଅଳଙ୍କୃତରାଜାଧି ରାଜେଶ୍ୱର ତ ।୧୨୬।ଶ୍ରୀ ଅନାଦି ନିରଞ୍ଜନ ଶୁକ୍ଳାମ୍ବରୟେକଇଂ ବିଷ୍ଣୁ ବଇକୁଣ୍ଠପୁର ମଣ୍ଡନ ।୧୨୭।ଶ୍ରୀ ଯୁଝେଷ୍ଠି ଦେବଂକର ପାଦପଦ୍ମେ ସତତ ବିନୋୟୀ ନମ ।୧୨୮।ଶ୍ରୀ ପଞ୍ଚୁରାଜ୍ୟପୁର ମଣ୍ଡନଉତ୍ତର ଦିଗ ବରଗଣ ।୧୨୯।ଚାଳିଶି ସହସ୍ର ରାଜନ୍ତ ନିମନ୍ତ୍ରଣଶୂଦ୍ର ବଶ୍ୟ କ୍ଷତ୍ରୀ ବ୍ରାହ୍ମଣ ।୧୩୦।ପକ୍ଷ ପିଶାଚ ଅସୁର ଦାନବ ଦତ୍ୟରାକ୍ଷାସ ନିଷାଦ କିରାତ ଅଷ୍ଟାଦଶ ବଂଶ ଅଧିକୃତ ।୧୩୧।ତିନିଲୋକ ରାଜା ସିଂହାସନେ ଅଭିଷିକ୍ତଅର୍ଜୁନ ଫାଲଗୁନ୍ୟ ଦୁତୀକୃଷ୍ଣ କିରୀଟୀ ଶ୍ୱେତବାହିନୀ ୟେ ।୧୩୨।ବିବତ୍ସ ବିଜୟ ପାର୍ଥ ସର୍ବସାଚୀ ଧନୁର୍ଜୟେଶ୍ରୀ ଭାରଥେ ଭାରୋଇମଲ୍ଲ ଧାନୁକି ଚକ୍ର ଚୂଡାମଣି ତ ।୧୩୩।ଶ୍ରୀ ପରଶୁରାମର ମହାବିଦ୍ୟା ହୃଦଗତଶହସ୍ର ଶାହାସ୍ରେ ଉତ୍ତମ ।୧୩୪।ଶ୍ରୀ କ୍ଷେତ୍ରୀବର ମହାରଥା ଶ୍ରୀ ଅର୍ଜୁନ ଦେବ ଚରଣେ ବିନୟେ ନମଭଖାମଣ୍ଡଳ ରାଜା ଦରଦସେନକୁ ଶ୍ରୀମୁଖ ପ୍ରସାଦ ୟେହୁଶ୍ରୀମୁଖ ପଢ଼ିବା ମାତ୍ରେକ ତୋହର ଥାଠସନ୍ୟ ଯେହୁ ।୧୩୬।ଦେଖା ଦରଶନି ଧନ ଘେନିରାଜୁସି ଯାଗ ସଭାକୁ ଉଠି ଆସିବା ବହନି । ୧୩୭।ଶୂଦ୍ରମୁନି ସାରୋଳା ଦାସ ନମସ୍ତେ ନମସ୍ତେଶ୍ରୀ ହିଙ୍ଗୁଳା ଦେବୀଂକୁ ମୁଂ ଭାବଇ ହୃଦଗତେ ।୧୩୮।ଅରୁଣ ଚଞ୍ଚଳ ବୋଲି ବେନି ଦୂତପତିଶ୍ରୀମୁଦା ସନ୍ତକ ଦିଲେ ହୋଇଣ ଶାନ୍ତିମୃର୍ତ୍ତି ।୧୩୯।ଶ୍ରୀମୁଖ ଘେନିଣ ସେ ଚଳିଲେ ବେନିଦୂତେପ୍ରବେଶ ହୋଇଲେ ଯାଇଂ ଶାଖା ମଣ୍ଡଳ ପ୍ରଶସ୍ତେ ।୧୪୦।ଜମାଗୋଷ୍ଠ ରାଜ୍ୟ ବେଢିଛନ୍ତି ଦରଦସେନ ନୃପତିସମ୍ଭରେ ରହିଛି ଭାଖା ମଣ୍ଡଳ ଅଧିପତି ।୧୪୧।ଦରଦସେନ ରାଜା ବିଜେ କରିଛି ଆସ୍ତାନ ଜଗତୀତହିଂ ଯାଇଂ ପ୍ରବେଶ ହୋଇଲେ ଦୂତପତି ।୧୪୨।ସନ୍ନିଧ୍ୟେ ପଟୋଆରୀ ଅଛନ୍ତି ଅମନାତ୍ୟେତହିଂ ପ୍ରବେଶ ହୋଇଲେ ଯାଇ ଅର୍ଜୁନ ବେନିଦୂତ ।୧୪୩।ଶ୍ରୀମୁଖ ଘେନି ବୋଲିଣ ଯେ ଆଗ୍ୟଂ ଅବଧାରୀକାହାର ଶ୍ରୀମୁଖ ବୋଲି ନୃପତି ପଚାରି ।୧୪୪।ରାଜାର ଆଗରେ କହିଲେ ଡଗର ଯାଇଂଅର୍ଜୁନ ଠାକୁରେ ବିଜେକଲେ ଉତ୍ତର ଦିଗକଇଂ ।୧୪୫।ଚାଳିଶ ସହସ୍ର ରାଜା କରିବେ ନିମନ୍ତ୍ରଣପାୟୋଡ଼ା ପାଡ଼ି ରାଜା ଶ୍ରୀମୁଖ ଘେନସି ବହନ ।୧୪୬।ଆଚମ୍ବିତ ବାରତା ପାଇଣ ଦରଦକାହାର ଶ୍ରୀମୁଖ ବୋଲି ଦିଅଇ ସମ୍ପାଦ ।୧୪୭।ମନ୍ତ୍ରୀ ବୋଇଲା ଦେବ ଶୁଣିମା ସାବଧାନେସ୍ତମ୍ଭୀଭୂତ ହୋଇ କିମ୍ପା ବସିଲ ମଉନେ ।୧୪୮।ପାଣ୍ଡବ ସୁନ୍ଦର ସେ ଅଟଇ ବୀରମଣିତୁ ଦେବ ମହିଂମା ତାର ନ ଜାଣି ନ ଶୁଣି ।୧୪୯।ସଜ୍ଜନ ପାଳକ ସେ ଦର୍ଜନ ଦର୍ପଭଞ୍ଜାସରଣ ଉଦ୍ଧାରଣ ସେ ନାଶକର ଦର୍ପଗଞ୍ଜା ।୧୫୦।ଘେନ ଘେନ ଶ୍ରୀମୁଖ ରାୟ ନ କରି ତୁହି ହେଳାଜଗଦ୍ଦର୍ପ ନାଶନ ସେ ବାସବର ବଳା ।୧୫୧।ଖାଣ୍ଡବ ବନ ଦହନେ ସେହୁ ବାସବ ବିବାଦେବହନି ବ୍ୟାଧି ତୁଟିଲା ବାସବୀର ପ୍ରସାଦେ ।୧୫୨।ଶ୍ରୀ ଜଗନ୍ନାଥେ ପୀରତି ବାସବେ ବିବାଦୀପ୍ରସନ୍ନେ ନାରାୟଣ ଅଛଇ ସର୍ବସାଧି ।୧୫୩।ମନ୍ତ୍ରୀ ର ବଚନେ ସେ ଭାଖା ମଣ୍ଡଳ ଆଧିପତିବାମ ଆଣ୍ଠୁ ମାଡ଼ିଣ ସେ ହୋଇଲା କୋପମୃର୍ତ୍ତି ।୧୫୪।ଅଧର ପୁଷ୍ଠକରି ଅଧରେ ଦନ୍ତ ଚାପିଯେସନେ ନିଦ୍ରାଘ କାଳେ ଅସୁର କାମରୂପୀ ।୧୫୫।ଉତ୍ତର କୋଶଳେ ମମ ପ୍ରତଗ୍ୟାଂ ପ୍ରସିଦ୍ଧିଦଇତ ଦାନବ ମୁଂ ନକଲି କାହା ସାଧି ।୧୫୬।ଆଦିତ୍ୟ ଲୁଚାଣ ହୁଅଇ ଯାହାର ଗମନେବାରାନିଧି ସନ୍ଧାନ ଯାକୁ ଦିଅଇ ରେ ନିତ୍ୟେ ।୧୫୭।ଯେଉଂଣ ରାଜା ଦେବ ଦାନବେ ନୋହଇ ନାଶହେଳେ ନାଶକଲି ମୁହିଂ ଅସୁର ମହୀଦାସ ।୧୫୮।କେତେକ ଦୁଷ୍ଟ ମୁହିଂ ନାଶିଲି ୟେହି ମହୀସ୍ଥଳେଅରୁଣ ଗିରିବର ମୁଂ ଭାଂଜିଲି କରତଳେ ।୧୫୯।କ୍ଷତ୍ରୀବର ପଣ୍ଡିତ ମୁଂ ଭାଗ୍ୟବର ପରସାଦେୟେ ଦ୍ୱାପର ଯୁଗ ଅନ୍ତକଲି ମୁହିଂ ବିରଞ୍ଚିନାରାୟଣ ମନ୍ତ୍ରେସାଧେ ।୧୬୦।ସ୍ୱର୍ଗେ ଦେବେ କଂପନ୍ତି ରେ ଯାହାର ପଳାଣନ୍ତେଅସାଧ୍ୟ ସାଧ୍ୟ ହୋନ୍ତି ଯାହାର ନାମ ଧରନ୍ତେ ।୧୬୧।ଇହଲୋକ ରାଜାନ୍ତ ମୁହିଂ କେତେ ନ ଦିଲଇଂ ଦୁଖକେଉଣ ପାମରେ ରେ ମୋତେ ଦିଅଇ ଶ୍ରୀମୁଖ ।୧୬୨।ଆସଇ କିନା ତାର ସମଦଣ୍ଡ ସାଜିପ୍ରତଗ୍ୟାଂ କରିଣ ରାଜା ଉଠିଲା ଗଳଗାଜି ।୧୬୩।ଦୁସହ ପ୍ରତଗ୍ୟାଂ ସେ କରଇ ପୁଣ ପୁଣିଆସୁ ତାହାର ଦଣ୍ଡ ସାଜି କେତେକ ଦର୍ପ ଜାଣି ।୧୬୪।ସାଜ ସାଜ ସନ୍ୟ ବୋଲି ଆଗ୍ୟାଂ ଦିଲା ନୃପତି ଦରଦସେନତ୍ରିଭୂବନ କମ୍ପିଲା ତାର ବୀରତୂର ଶବଦେଣ ।୧୬୫।ଶ୍ରୀ ମୁଖ ନିନ୍ଦା ଶୁଣିଣ ଗଲେକ ଦେଶାଉରେପ୍ରବେଶ ହୋଇଲେ ଯାଇଂ ଅର୍ଜୁନ ଛାମୁରେ ।୧୬୬।ସ୍ୱାମୀ ଅତି ଦୁଷ୍ଟ ନୃପତି ସେ ଅଟଇ ଦୃଭାର ବଡ଼ ମନ୍ଦାନ ଘେନିଲା ଶ୍ରୀମୁଖ ଦେବ ବହୁତ କଲା ନିନ୍ଦା ।୧୬୭।ଅନେକ ପ୍ରତଗ୍ୟାଂ କରିଣ ସେ କହିଲା ମହାରାଗୀରଥ ଗଜ ଅଶ୍ୱ ସାଜି ବିଜେକଲା ବେଗି ।୧୬୮।ବଡ଼ାଇ ଅସମ୍ଭବ ଦେବ ଅସଂଖ୍ୟ ତାର ଦଣ୍ଡମୁଖରାବ ଶବଦେ କମ୍ପଇ ସପତ ବ୍ରହ୍ମାଣ୍ଡ ।୧୬୯।ଆଦିତ୍ୟ ଭୟ କରଇ ଦେବ ସନ୍ଧାନ ଦିଅଇ ସିନ୍ଧୁଉତ୍ତର କୋଶଳେ ଦେବ ପ୍ରତଗ୍ୟାଂ ତାହାର ସାଧୁ ।୧୭୦।ଦେବ ଦାନବ ଗଣ ଗନ୍ଧର୍ବେ ସେ ଅଟଇ ନିର୍ଭୟାଅସୁର କୁଳ ନୃପତି ସେ କ୍ଷଣ କ୍ଷଣକେ ମାୟା ।୧୭୧।ମୁନେହିର ମୁଖରୁ ୟେସନେକ ପ୍ରତଗ୍ୟାଂ ବାକ୍ୟ ଶୁଣିଅଧର କମ୍ପାଇ ଅର୍ଜୁନ ଉଠିଲା ଶିର ଝୁଣି ।୧୭୨।ଶୂରବର ସୁନ୍ଦର ସେ ପ୍ରତଗ୍ୟାଂ ମହାରାଗୀରଥର ପାର୍ଥିବ ଯାଇଂ ବିଜେକଲା ବେଗି ।୧୭୩।ଅକ୍ଷୟ ତ୍ରୋଣ ବେନିକନ୍ଧେ କରେଣ ଗାଣ୍ଡିମ ଧନୁପବନହୁଂ ବେଗେ ରଥ ଚଳାଇଲେ ସୁରବଇ ତନୁ ।୧୭୪।ଗୁଣ ଟଂକାର କରିଣ ସେ ସୁଭଦ୍ରାର ନାହାମାତଳିକି ବୋଇଲେ ମୋ ରଥ ବେଗେ ବାହା ।୧୭୫।ଆଗିଆଣ ଥାଠେ ସେନାପତି ଜୟେ ଯେ ବିଜୟେକ୍ଷେପନ୍ତି ତୁରଙ୍ଗମ ଯେ ଶ୍ୟାମଳ ପଚ୍ଛୀ ପ୍ରାୟେ ।୧୭୬।ଦେବଦତ୍ତ ଶଙ୍ଖ ଯେ ବଜାଇ ସର୍ବସାଚୀଲକ୍ଷେକ ବଳ ଗାଣ୍ଡିମ ଗୁଣ ଦେଇ ଆମଞ୍ଚି ।୧୭୭।ପ୍ରତଗ୍ୟାଂ ସାମରଥ ଯେ ଅଟଇ ପାଣ୍ଡବ କିରୀଟୀଅଳପ ସଇନି ଯେ ଦରଦସେନ ଥାଠ ଘୋଟି ।୧୭୮।ଶଙ୍ଖ ଗୋକ୍ଷୀର ଶ୍ୱେତ କାମପାଳ ଚାରି ହୟେଉଡ଼ନ୍ତି ଗଗନେ ଯେହ୍ନେ ଶେଣ ପଚ୍ଛୀ ପ୍ରାୟେ ।୧୭୯।ଆସ୍ତାନେଣ ଥାଇଂ ତାହା ଦେଖଇ ଦରଦସେନସୁରସାହି ମନ୍ତ୍ରୀକି ରାଜା ପୁଛଇ ବଚନ ।୧୮୦।ଆହୋ ମନ୍ତ୍ରୀ ରଥେକ ଯେ ଭ୍ରମି ଆସଇ ଅନ୍ତରୀକ୍ଷେଗଜ ଅଶ୍ୱ ସଇନି ତ ନାହିଂ ତାର ପଛେ ।୧୮୧।ରାଜାକଇଂ ଜଣାଇଲା ସେ ମନ୍ତ୍ରୀ ସୁରସାହିଦୁତୀକୃଷ୍ଣ ଅବତାର ଅର୍ଜୁନ ଅଟଇ ୟେହି ।୧୮୨।ବାସବର ନନ୍ଦନ ରଥେ ମାତଳି ବହିନୀକୋଟିକଳ୍ପ ଅଶ୍ୱ ଚାରି କ୍ଷେପନ୍ତି ଭୁବନ ତିନି ।୧୮୩।ମନ୍ତ୍ରୀ ର ବଚନେ ଯେ ଦରଦସେନ ମହାରାଜାସୁରବର ସୁନ୍ଦର ବୋଲି ସାଜି ଚଢିଲା ମତ୍ତଗଜ ।୧୮୪।ମଣ୍ଡିଲା ମହାନାଗ ଅନେକହିଂ ଆୟୁଧେସାଂଗ୍ରାମେଣ ଅଭୟା ସେ ନ ଘୁଞ୍ଚନ୍ତି ମହାଯୁଦ୍ଧେ ।୧୮୫।ଦକ୍ଷିଣ କରେ ପରିଘ ଆୟୁଧ କୁଠାର ବାମ କରେଅନ୍ଧକ ବଧକାଳେ ଯେସନେକ ବିଜେକଲେ ହରେ ।୧୮୬।ଲୁହାର ଦୁଇ ଲକ୍ଷ ନାରାଜ ଅଛି କଷିଅନ୍ତରୀକ୍ଷେ ତୀକ୍ଷମୁନା ଦିଶନ୍ତି ଆଗ୍ନି ରାଶି ।୧୮୭।ଗଦା ମୁଦୁଗର ଧନୁ ଅସିପତ୍ର କୁନ୍ତଶରେବିଜେକଲା ଅଛି ନରେନ୍ଦ୍ର ଯାଇଂ ମହାନାଗ ପିଠିରେ ।୧୮୮।ବୀରତୂର ଢୋଲ ଟମକ ନିଶାଣ ବାଜେରେ ରେ କାର ଶବଦେ ରାଜା ଆପଣେ କଲା ବିଜେ ।୧୮୯।ତିନି ସାଗର ରଥ ବତିଶ ସାଗର ନାଗପଞ୍ଚଷଠୀ ସାଗର ଯେ ଚୋଖାର ତୁରଙ୍ଗ ।୧୯୦।ଆଲମ୍ବ ପାଞ୍ଚ ଲକ୍ଷ ୟେକଲକ୍ଷୀ ମୟୂର ଝାଲି ଛତାଆକାଶେ ଅଦୃଶ୍ୟ ହୋଇଲେ କରତାର ଦେବତା ।୧୯୧।ରାଜାର ଆଗ୍ୟାଂ ପାଇ ଧାଇଂଲେ ତାହାର ବଳମହାବାଦ୍ୟ ଶବଦେ ଉଛୁଳିଲା ମହାଗୋଳ ।୧୯୨।ଡାକହାକ ଶବଦେ ଉଠିଲେ ଓହୋବଳ ସଇନିବିନ୍ଧନ୍ତି ନାରାଜ ଯେ ପବନୁଂ ବେଗ ଜାଣି ।୧୯୩।ହାଥୀଂକର ଗର୍ଜନ ଯେ ଘଣ୍ଟାରାବ ଶବଦେମହୀ ଉଛୁଳଇ ଯେହ୍ନେ ସିନ୍ଧୁ ଘୋଷ ନାଦେ ।୧୯୪।କଣକଳ୍ପ ମାତ୍ର ସିନା ଅର୍ଜୁନ ଥାଠ ଗୋଟିଦରଦସେନ ଥାଠ ରେ ରେ କାର କରି ଉଠି ।୧୯୫।ସର୍ବେ ଚାରି ଅହିବ୍ରତ ଅର୍ଜୁନ ର ସଇନିଦରଦସେନ ବେଢିଲା ସେ ବାଇଶି କ୍ଷଉଣି ବଳ ଘେନି ।୧୯୬।ସମୋଦ୍ର ଭିତରେ ଯେହ୍ନେ ଦିଶନ୍ତି ମାଛମାନେସେହି ସରୂପେ ଯେ ଦିଶନ୍ତି ପାଣ୍ଡବ ସଇନେ ।୧୯୭।ବହୁତ ସନ୍ୟ ଦେଖି ଅର୍ଜୁନ ବଳ ହୋଇଲେକ ଲୋଚିଦଣ୍ଡଭଗ୍ନ ହୋଇଣ ଭାଜିଲେ ସର୍ବେ ଘୁଞ୍ଚି ।୧୯୮।ଆରେ ରହ ରହ ଡାକଇ ବୀର ପାଥେଯେସନେକ କେଶରୀ ନ ଲେଖଇ ଗଜଯୂଥ ।୧୯୯।କରେଣ ଗାଣ୍ଡିମ ଧନୁ ଧରିଣ ସର୍ବସାଚୀଅଗଣିତା ନାରାଜ ତେଣୁ ନେଇ ଗୁଣେ ଯୋଚି ।୨୦୦।ଝଲକନ୍ତି ନାରାଜ ଯେ ସହସ୍ରେ ତୀକ୍ଷମୁନାବିନ୍ଧନ୍ତେ ନିକିଳିଲା ସେ ଛତ୍ରୀଂକର ବଜ୍ରସେହ୍ନା ।୨୦୧।ଗିରିବର ଫୁଟଇ ଜାହାର ଶରଘାତେକକଡ଼ା ବୃଷ୍ଟି ପ୍ରାୟେ ଦିଶିଲା ରଣ ପଥେ ।୨୦୨।ଅର୍ଜୁନକୁ ବେଢିଲେ ଆସି ବତିଶ ମର୍ଭୁତ ରଥୀଅକମ୍ପେକ ଅର୍ଜୁନ ୟେକସରେ ଥାଠ ମନ୍ଥି ।୨୦୩।ଦରଦର ସଇନି ନାରାଜ ବିନ୍ଧନ୍ତି ଅବିଚ୍ଛନ୍ନେସହସ୍ରେ ସହସ୍ରେ ତୀକ୍ଷମୁନା ପଡ଼ଇ ଘନେ ଘନେ ।୨୦୪।ବହୁତ ନାରାଜ ଦେଖି ଅର୍ଜୁନ କୋପାନଳମନଭେଦୀ ନାରାଜ ଯେ ଧଇଲା ମହାବଳ ।୨୦୫।ହାବୋଡ଼ା ଶରକେ ଯେ ପୂରୋଇ ଫଲଗୁନିଆଗ୍ୟାଂ ଦିଲା ଭେଦ ଯାଇଂ ଦରଦସେନ ର ଯେତେକ ସଇନି ।୨୦୬।କୁତୂହୋଳ ଯୁଦ୍ଧକୁ ମୋର ବେଳ ଅଛି କାହିଂନଉଦିନୁଂ ଦିନେ ଅଧିକ ହେଲେ ନ ବ୍ରତଇ ମୁହିଂ ।୨୦୭।ବାସବିର ଆଗ୍ୟାଂୟେ ସେ ନାରାଜ ମନଭେଦୀବାଇଶି କ୍ଷଉଣି ବଳ ସବୁରୀ ହୃଦେ ଭେଦି ।୨୦୮।ହାବୋଡ଼ା ଶର ଯେ ହାବୁଡ଼ି ସର୍ବ କାୟେପଡ଼ିଲେ ସର୍ବସନ୍ୟ ସେ ବ୍ରହ୍ମଶର ଘାୟେ ।୨୦୯।ତିନି ଯୋଜନ ମାଡ଼ି ପଡ଼ିଲେ ବଳ ଲୋଟିପୃଥୀ ଉଲୁକାପାତ ହୋଇ ରୁଧିର ହେଲା ବୃଷ୍ଟି ।୨୧୦।ଦରଦସେନ ରାଜା ର ସଇନି ଅସମ୍ଭବ ବନସ୍ତତହିଂକି ପବନ ଯେ ଅଣଚାଶ ବୀର ପାଥ ।୨୧୧।ଗଗନ ବନେ ଯେହ୍ନେ ସମସ୍ତ ବୃକ୍ଷ ଭାଞ୍ଜିଦଣ୍ଡ ଅସାଷ୍ଟମ ଦେଖି ଦରଦସେନ ଉଠିଲା ଗଳଗାଜି ।୨୧୨।ସହସ୍ରେକ ନାରାଜ ପୂରୋଇଲା ଲୋହାର ଧନୁଅର୍ଜୁନ ଆକ୍ରେଷି ବିନ୍ଧିଲା ସେ ବୃନ୍ଦାରକ ରାଜା ତନୁ ।୨୧୩।ଅର୍ଜୁନ କୋପେ ବିନ୍ଧିଲେ ଦରଦସେନ କୁ ପଞ୍ଚୁ ଶରଲୋହାର ବଜ୍ରଘୋଟ ରଥଗୋଟି ଭାଜି ହୋଇଲା ଶତେ ଚୂର ।୨୧୪।ଧନୁଶସ୍ର ଛାଡ଼ି ରାଜା ହୋଇଲା ପାଦଗତିଧାତିକାରେ ଆରୋହିଲା ରାଜା ସେ ଗଣ୍ଡାଧି ନାମେ ହାଥୀ ।୨୧୫।ବଜ୍ର ପରିଘେକ ବୁଲାଇ ଯାବନାଧିଅର୍ଜୁନର ରଥେ ନେଇ ପ୍ରହାର କଲା ଖେଦୀ ।୨୧୬।ବାବଲ ଶରେକ ଘେନି ପେଶିଲେ ଦୁତୀ ବନମାଳୀହାଥି କୁମ୍ଭସ୍ଥଳେ ପଡ଼ି ପଛକତିକି ନିକିଳି ।୨୧୭।ଘାୟେଣ ଘୁମାଇ ମହାନାଗ ପଡ଼ିଲା ଗଳଗାଜିପୁଣି ଆରୋହିଲା ମହା ବାରଣ ବାଜୀ ।୨୧୮।ଆକ୍ରେଷି ଖେଦାଇ ରାଜା ମହା ବାରଣ ଅଶ୍ୱ ପିଠିଅର୍ଜୁନ ଉପରକୁ ରାଜା ମାଇଲା ନବନିଶି କୁନ୍ତ ଯାଠି ।୨୧୯।ମାତଳି ସାରଥି ତାର ରଥେ ଥାଇଂ ବଞ୍ଚିପଶୁପତ୍ର ନାରାଜ ଯେ ବିନ୍ଧିଲେ ସର୍ବସାଚୀ ।୨୨୦।ଶର ପଡ଼ିଣ ଅଶ୍ୱ ଯେ ହୋଇଲା ବେନିଖଣ୍ଡଗୁଣ ଘୋଷ ଶବଦେ ଯେ କଂପଇ ବ୍ରହ୍ମାଣ୍ଡ ।୨୨୧।ପାଦଗତି ହୋଇ ପଳାଇଲା ଦରଦସେନ ରାୟେପଛକତି ଗୋଡ଼ାୟେ ପାଣ୍ଡବ ଧନୁର୍ଜୟେ ।୨୨୨।ୟେଡ଼େକ ଆରମ୍ଭ ତୁରେ କଲୁସି ଦରଦକାଳେଣ ନିଷତ କିଂପା ହୋଇଲୁ ରେ ଦୁଷ୍ଟ ମନ୍ଦ ।୨୨୩।ବିକ୍ରମ ସିଂଘ ଛାମୁରୁ ତୁ କେତେ ଦୂରୁ ଯାଉନିଷତ ହୋଇ ରହିବୁ ନା କେତେ ଦୂର ପଳାଉ ।୨୨୪।କମ୍ପାଇଣ ରଥ ଯେ ବାହିଲା ମାତଳି ସାରଥିଅର୍ଜୁନ ବୋଇଲା ନିଷତ ଲୋକକୁ ଗୋଡ଼ାଇଲେ ଆପଣା ଧର୍ମ ବିନଶ୍ୱତି ।୨୨୫।ପଳାଇ ଦରଦସେନ ପଶିଲା ଶାଖା ମଣ୍ଡଳ ପୁରେମୁନେହିଂ ଜାଣାଇଲା ଯାଇଂ ଜମାଗୋଷ୍ଠ ଛାମୁରେ ।୨୨୬।ସ୍ୱାମୀ ଆମ୍ଭର କଟକେ ବେଢିଥିଲା ନୃପତି ଦରଦଅଦଭୁତେ ଯୋଦ୍ଧାୟେ ଆସି ତାକୁ ଚିନ୍ତିଲା ପରମାଦ ।୨୨୭।ୟେକା ରଥିକେ ଦେବ ନାରାଜ କଲା ବୃଷ୍ଟିବାଇଶି କ୍ଷଉଣି ବଳ ପଡ଼ିଲେ ମହୀ ଲୋଟି ।୨୨୮।ୟେକା ଦରଦସେନ ନୃପତି ପଳାଇଲା ବିମୋହେଆମ୍ଭର ରାଜ୍ୟରେ ପଶିଲା ଦେବ ଶରଣ ସନ୍ଦେହେ ।୨୨୯।ଯମାଗୋଷ୍ଠ ବୋଇଲା ଯେବେ ଦରଦକୁ ପଡ଼ିଲା ଅପଚୟେଗଉରୋବ କରି ଆଣରେ ଆସୁ ବେଗେ ରାୟେ ।୨୩୦।ଯମାଗୋଷ୍ଠ ବିଜେ କରିଅଛି ଆସ୍ତାନ ଜଗତୀସନ୍ନିଧ୍ୟେ ପ୍ରବେଶ ହେଲା ଦରଦସେନ ନୃପତି ।୨୩୧।ଆସ୍ତାନୁଂ ଓହ୍ଲାଇ କରି ଆୟେ ନୃପତି ଯମାଗୋଷ୍ଠପ୍ରଣପତ୍ୟ ହୋଇଲା ଦରଦସେନ ର ପାଦପୃଷ୍ଠ ।୨୩୨।କୋଳାଗ୍ରତ କରିଣ ରାଜା ଦରଦସେନଅନ୍ତେଶ୍ୱର ପୁରେ ବିଜୟ କଲେ ବେନି ଯେ ରାଜନ ।୨୩୩।ଅନେକ ବଇକୁଲ୍ୟ ହୋଇ କହଇ ଦରଦ ନୃପମଣିବାବୁ ଅନମିତେ ହରାଇଲି ବଳ ବାଇଶି କ୍ଷଉଣୀ ।୨୩୪।ୟେ ଭୁବି ଭୁବନର ମଧ୍ୟେ ତାର ଅନେକ ମହିଂମାପ୍ରତକ୍ଷେ ନାରାୟଣ କି ସେ ଅଟଇ ବେଦବ୍ରହ୍ମା ।୨୩୫।ଅସ୍ର ଶସ୍ର ତାହାର ଶରୀରେ ନୋହେ ଭେଦୀଅଲେଖ ପୁରୁଷ ସଙ୍ଗେ ମୁଂ ନ ଜାଣି ହୋଇଲି ବିବାଦୀ ।୨୩୬।ୟେଡ଼େ ବଡ଼ ଥାଠ ମୋର ଅଖଡ଼େ ନାଶଗଲାରଣଯୋଗ କରିବାକୁ ମୋର ସତହିଂ ନ ବଳିଲା ।୨୩୭।ଜଗତୀ ରେ ବସି କଥା ହ୍ୱନ୍ତେ ବେନିରାୟେଋତୁଧ୍ୱଜ ପର୍ବତେ ବିଜୟେ ଧନୁର୍ଜୟେ ।୨୩୮।ଯମାଗୋଷ୍ଠ ରାୟେ ହକାରିଲେ ୟେକାନ୍ତେ ମୁନିହେଂଆରେ ଦେବ କି ଦାନବ ରେ ଗୁପତେ ବୁଝ ଯାଇଂ ।୨୩୯।ରଥ ଗଜ ଅଶ୍ୱ ତାର କେତେକ ପାଦାନ୍ତିସଞ୍ଚପି ଆସିଣ ମୋତେ କହନି ନିଶା ରାତି ।୨୪୦।ରାଜାର ଆଗ୍ୟାଂୟେ ଦୂତେ ଚଳିଲେ ଗୁପତେରାତ୍ରକାଳେ ପଶିଲେ ଋତୁଧ୍ୱଜ ପର୍ବତେ ।୨୪୧।ଗୁପତେ ପଶିଲେ ଯାଇଂ ଅର୍ଜୁନର ଥାଠେକଳନ୍ତି ସନ୍ୟ ତାହାର ବୁଲନ୍ତି କପଟେ ।୨୪୨।ଅର୍ଜୁନ ଆଗ୍ୟାଂ ଦିଲେ ଦୂତପତିନ୍ତ ହକାରିଆରେ ଶ୍ରୀମୁଖ ଆଗ୍ୟାଂ ଘେନି ଯାଅ ଶାଖାନଗ୍ର ପୁରୀ ।୨୪୩।ଦରଦସେନ କୁ ଘେନି ଯମାଗୋଷ୍ଠ ରାୟେବହନ ହୋଇ ଛାମୁକୁ ଆସୁ ଆଗ୍ୟାଂଦିଲେ ଧନୁର୍ଜୟେ ।୨୪୪।ଶ୍ରୀମୁଖ ଘେନିଣ ତହୁଂ ବେଗେ ଚଳିଲେ ଦୂତପତିଯମାଗୋଷ୍ଠ ରାଜ୍ୟେ ପ୍ରବେଶ ହୋଇଲେ ସାତରଥୀ ।୨୪୫।ଶାଖାପୁର ନଗ୍ର ଜିଣି ପଶିଲେ ଯେ ଦୂତମାନେଉଡ଼ନ୍ତି ତୁରଙ୍ଗମ ଯେ କ୍ଷେପନ୍ତି ପଥଶୂନ୍ୟେ ।୨୪୬।ଜଗତୀରେ ଥାଇ ତାହା ଦରଦସେନ ଦେଖିବାବୁ ଯମାଗୋଷ୍ଠ ୟେତେ ଦୂତ ମାନେ ଆସୁଛନ୍ତି ତୋହର ତହିଂକି ।୨୪୭।ଦୁଷ୍ଟି ପ୍ରମାଣେ ଯାଇଂ ପ୍ରବେଶ ହୋଇଲେ ଦୂତେଦେଖିଣ ଆଶ୍ରିଜ ହୋଇଲେ ଯମାଗୋଷ୍ଠ ପାତ୍ର ଅମାନତ୍ୟେ ।୨୪୮।ରଥରୁ ଓହ୍ଲାଇ ହାକ ଦିଅନ୍ତି ଦୂତମାନେଆହୋ ଯମାଗୋଷ୍ଠ ପାୟୋଡ଼ା ପାଡ଼ି ଶ୍ରୀମୁଖ ଘେନସ ବଦନେ ।୨୪୯।ମନ୍ତ୍ରୀ ପଚାରଇ ଆହୋ ଶୁଣ ଦୁତକାରୀକାହାର ଶ୍ରୀମୁଖ ବୋଲି ମନ୍ତ୍ରୀବର ପୁଚ୍ଛାକରି ।୨୫୦।ଦୂତ ଗଣେ କହନ୍ତି ହୋ ତୁ ନ ଜାଣୁ କି ନରେନ୍ଦ୍ରଅମରାଧି ନାଥ ଯେ ଦେବ ଅସକନ୍ଦ ।୨୫୧।ବାସେବର ସୁତ ହୋ ସେ ପାଣ୍ଡବ ଫାଲଗୁନିଖାଣ୍ଡବ ବନ ଦହନ କରି ମଉଷଧି ଦିଲା ଅଗ୍ନି ।୨୫୨।ଅଭୟେ ସୋମବଂଶୀ ଯେ ପାର୍ଥିବ ସର୍ବସାଚୀଶରେ ଶରେ ସାଗର ବାନ୍ଧେ ସେତୁବନ୍ଧ ପ୍ରାଚୀ ।୨୫୩।ହନୁମନ୍ତର ମାନ ଯେ ମର୍ଦ୍ଧିଲା କୂଟବୁଦ୍ଧିସୁଭଦ୍ରା ହରଣ ସେ ସାତବଂଶ ଯାଦବ ବଳ କଲା ସାଧି ।୨୫୪।ଶ୍ରୀ ଜଗନ୍ନାଥ ଦେବ ଯାହାର ଚରଣେ ପରିଣାମିଅଭୟେ ନିରଞ୍ଜନ ସେ ଯୁଝେଷ୍ଠି ଦେବ ସ୍ୱାମୀ ।୨୫୫।ତାହାଂକର ଅନୁଜ ଯେ କାଳେବର ଦଣ୍ଡପାଣିଭୀମସେନଂକ ଅନୁଜ ୟେ ଧାନୁକି ଚୂଡ଼ାମଣି ।୨୫୬।ସୋମବଂଶ ଆଧିପତି ପଣ୍ଡୁ ମହାରାଜାଂକର କାର୍ଯ୍ୟେଶ୍ରୀ ଅର୍ଜୁନ ଦେବ ସ୍ୱାମୀ ଉତ୍ତର ଦିଗବିଜେ ।୨୫୭।ଚାଳିଶ ସହସ୍ର ରାଜା ସାଧିବେ ୟେକା ଜଣେଦୁଷ୍ଟ ହେଲେ ନ ବ୍ରତନ୍ତି କେହୁ ରାଜାମାନେ ।୨୫୮।ବହନ ହୋଇ ଶ୍ରୀମୁଖ ଘେନ ହୋ ଶାଖା ପୁର ଅଧିକାରୀନିଉଛାଳି ହୋଇକରି ଘେନ ପ୍ରଣପତ୍ୟ ପାୟୋଡ଼ା ପାଡ଼ି ।୨୫୯।ଶୁଣିଣ କୋପକଲା ନୃପତି ଯମାଗୋଷ୍ଠୟେ ଉତ୍ତର କୋଶଳେ ମୁ ନୃପତି ପଣେ ଶ୍ରେଷ୍ଠ ।୨୬୦।ମୁହିଂ ଆନକଇଂ ଶ୍ରୀମୁଖ ଦିଅଇ ଉତ୍ତର କୋଶଳେୟେ ଉତ୍ତର ଦିଗ ରାଜା ସମ କେ ମୋତେ ରୋଳେ ।୨୬୧।କହୁଂ କହୁଂ ନୃପତି ସେ ଉଠିଲା ମହାରାଗେକେଉଂଣ ପାମର ରେ ପ୍ରତଗ୍ୟାଂ କହୁ ମୋର ଆଗେ ।୨୬୨।ଆସଇ କିନା ସେ ମୋହର ଛାମୁକୁ ଥାଠ ବାହୀନିଅ ଯା ତାହାର ଶ୍ରୀମୁଖ ବାହୁଡ଼ାଇ ।୨୬୩।ଅଧର କମ୍ପାଇଣ କହଇ ରାୟେ ଅତି କୋପେଶ୍ରୀଭୂଜେ କୃପାଣ ସେ ଧଇଲା ପରିତାପେ ।୨୬୪।ଯେତେକ ପ୍ରତଗ୍ୟାଂ ମୋ ଛାମୁରେ କହିଲୁ ରେ ବିଖଣ୍ଡରାୟେବାର ନୋହିଲେ କାଟନ୍ତି ତୋର ମୁଣ୍ଡ ।୨୬୫।ମୋହର ଛାମୁରୁ ବହନ ନହୋଇଣ ରେ ପଳାକରୁ ଆସି ସାଂଗ୍ରାମ ସେ ବୋଲଇ ମହାବଳା ।୨୬୬।ରାଜାର ବଚନେ କହନ୍ତି ଅରୁଣ ଉଲ୍ଲୋଳ ଦୂତପତିସଂପୋଡ଼େ ରାଜା ତୋହାର ବୁଡାଇବୁ ଯେତକ ବିଭୂତି ।୨୬୭।ନଶନ୍ତ କାଳେ ପ୍ରାଣୀଂକି ଯେ ବୀପରିତ ବୁଦ୍ଧିକିଞ୍ଚିତ ଦୋଷେ ରାୟେ ହରାଇଲୁ ୟେଡ଼େକ ସମ୍ପ୍ରଧି ।୨୬୮।ୟେହିମନ୍ତେ ପ୍ରତଗ୍ୟାଂ କରିଥିଲା ଦରଦକିଞ୍ଚିତ ଦୋଷେ ନାଶଗଲା ତାହାର ୟେଡ଼େକ ସମ୍ପଦ ।୨୬୯।ପ୍ରତଗ୍ୟାଂ ସାର୍ଥୁକ ସେ କଇଚ୍ଛା ଜଗଜ୍ଜେଠୀତ୍ରିଭୁବନେ ଚମକ ପଡ଼ଇ ଯାହାର ନାମଗୋଟି ।୨୭୦।ଦୁର୍ଲଭ ପ୍ରତଗ୍ୟାଂ ସେ ଦେଖିଣ ନୃପମଣିପାତ୍ରନ୍ତ ହକାରି ଆଗ୍ୟାଂଦିଲା ୟେହାନ୍ତ ପକାଅ ବେଗେ ହାଣି ।୨୭୧।ରାଜାର ଆଗ୍ୟାଂ ଯେ ଉଠିଲେ କଟୁଆଳଝାତିକାରେ ଧଇଲେ ସେହି ଦୂତପତିଂକ ବାଳ ।୨୭୨।ନଗ୍ର ବାହରେ ତାହାନ୍ତ ନେଲେ ବାଳ ଧରିବିଜେକର୍ଣ୍ଣକଟାରୀ ଧରି ଶିର ତାଂକର ଉତ୍ତାରି ।୨୭୩।ଅନନ୍ତ ଅନିରୁଦ୍ଧ ମଧୁକର ମଧୁବନ୍ତସୁର ନର ଅଞ୍ଜନ କେତୁ ୟେ ସପତ ଦୂତ ।୨୭୪।ୟେ ସାତଦୂତଂକୁ ନଗ୍ର ବାହାର ଦକ୍ଷିଣ ଦ୍ୱାରେ ଆଣିରାଜା ଆଗ୍ୟାଂ ପ୍ରମାଣେ ଦୂତଂକୁ ପକାଇଲେ ହାଣି ।୨୭୫।ଗୁପତେ ଦୂତେ ଯେ ଯାଇଥିଲେ ଅର୍ଜୁନ ଥାଠ କୁବାରତା ଜଣାଇଲେ ଆସି ଯମାଗୋଷ୍ଠ ରାଜାଂକୁ ।୨୭୬।ସ୍ୱାମୀ ସହସ୍ରେକ ରଥ ଯେ ଚାରି ସହସ୍ର ହାଥୀପାଞ୍ଚ ଅହିବ୍ରତ ତୁରଙ୍ଗମ ନବଲକ୍ଷ ପାଦାନ୍ତି ।୨୭୭।ବୀର ତୂର ଢୋଲ ଦାଉଣ୍ଡି ଯେ ଟମକ ନିଶାଣପାଟଛତ୍ର ବେନିଲକ୍ଷ ଉଦଣ୍ଡ ଲକ୍ଷେ ଜାଣ ।୨୭୮।ଗୁପତେ ଦୂତେ କହନ୍ତେ ରାଜା ଲିହଇ ଭୂମିଗତେପନ୍ତିରେ ଲେଖନ କଲା ଅର୍ଜୁନ ନାମ ସମେତେ ।୨୭୯।ମନ୍ତ୍ରୀ କି ପଚାରଇ ଯମାଗୋଷ୍ଠ ନୃପବରକେଉଂଣ ନାମ ସେ ଅଟଇ ଯୋଦ୍ଧାର ।୨୮୦।ମନ୍ତ୍ରୀ ବୋଇଲା ସେ ଦଶନାମ ବହଇପାଣ୍ଡବ ଅର୍ଜୁନ ସେ ମାନବେ ଜନ୍ମ ନୋହଇ ।୨୮୧।ଶୁଣି ଚକିତ ଯେ ହୋଇଲା ମହାରାୟେକେଉଂଣ କେଉଂଣ ନାମ କହନି ଉପାୟେ ।୨୮୨।ମନ୍ତ୍ରୀ ବୋଇଲା ଦେବ ଶୁଣିମା ସାବଧାନେଦଶନାମ ତାହାର ଯେ କହିବା ଯାତୁଧାନେ ।୨୮୩।ଅର୍ଜୁନ ଫାଲଗୁନି କୃଷ୍ଣ କିରୀଟି ଶ୍ୱେତବାହନବିବତ୍ସ ବିଜୟ ପାଥ ସର୍ବସାଚୀ ଧନଞ୍ଜୟ ।୨୮୪।ଶୁଣି ଆଶ୍ରିଜ ଯେ ଯମାଗୋଷ୍ଠ ହୋଇଲାୟେଡ଼େ ଛତ୍ରୀ କିଂପା ବିବତ୍ସ ନାମ ବହିଲା ।୨୮୫।ଯେଉଂଣ କ୍ଷତ୍ରୀମାନେ ସାଂଗ୍ରାମେ ଦିଅନ୍ତି ପିଠିତାହାକୁ ସେ ହୋଇବନା ବିବତ୍ସ ନାମ ଗୋଟି ।୨୮୬।ମହାଯୋଦ୍ଧା ଅଟଇ ସେ ପଣ୍ଡୁ ରାଜାର ବତ୍ସକେମନ୍ତେ ୟେହାର ନାମ ହୋଇବ ବିବତ୍ସ ।୨୮୭।ବିବତ୍ସ ନାମ ନୋହଇ ବୋଇଲା ଯମାଗୋଷ୍ଠନବନାମ ପଂକ୍ତିରେ ଯେ ଲିହିଲା ମହାଦୁଷ୍ଟ ।୨୮୮।କାଳଚକ୍ର ଚିହ୍ନ ଘେନି ଯେ ପୋଛିଲା ଦଣ୍ଡଧାରୀରଥ ଗଜ ଅଶ୍ୱ ପାଦାନ୍ତି ସର୍ବେ ବେନିଖଣ୍ଡେ ଛିଡ଼ି ।୨୮୯।ୟେକାମାତ୍ରକେ ରଥେ ରହିଲା ଫାଲଗୁନିଅର୍ଜୁନ ଦେଖନ୍ତେ ଛିଡ଼ିପଡ଼ିଲେ ତହାର ସମସ୍ତ ସଇନି ।୨୯୦।ଦେଖିଣ ଆଶ୍ରିଜ ଯେ ହୋଇଲେ ସର୍ବସାଚୀଥମ୍ଭୀଭୁତ ହୋଇ ରହିଲେ ନ ଫୁରଇ କିଛି ।୨୯୧।ସୁମରଇ ବାସେବି ଯେ ତୁଳସୀର ପ୍ରାଣନାହାକେଉଂଣ ଦୋଷେ ସ୍ୱାମୀ ମୋତେ ହୋଇଲୁ ଅସହା ।୨୯୨।ସମସ୍ତ କାଳେ ହରି ଆମ୍ଭନ୍ତ ରକ୍ଷାକରୁ ତୁସଂସାରେ ବଦନ୍ତି ଜଗନ୍ନାଥଂକ ପ୍ରସାଦେ ପାଣ୍ଡବଂକର ବର୍ତ୍ତ ହେତୁ ।୨୯୩।ୟେଡ଼େ ବଡ଼ ସୁଲଭ କଥା ଦେବ ହୋଇଲା ଅନୀତିଅର୍ଜୁନ ବୋଇଲେ ମୋହର ରଥ ବାହା ମାତଳି ସାରଥି ।୨୯୪।ମହାକୋପେ ଆଗ୍ୟାଂ ଦିଲେ ସୁଭଦ୍ରାର ନାହାଧିକ ଧିକ ପ୍ରତଗ୍ୟାଂ ମୋହର ଧିକ ବେନିବାହା ।୨୯୫।ରୋବଇ ଜଗୁସୋଦର ସଇନ ହତଗତେବାଂଛିଣ ଜଗନ୍ନାଥେ ୟେହାନ୍ତ ଦିଲେ ମୋତେ ।୨୯୬।ହା ହା ସୋହୋଦ୍ର ରେ ମମ କାର୍ଯ୍ୟେ ଦୁଖିଶରୀର କିଂପା ନ ତୁଟଇ ତୁମ୍ଭର କଷ୍ଟ ଦେଖି ।୨୯୭।ସୋହଡ଼ ସୁନ୍ଦର ରେ ଛତ୍ରୀଗୁଣ ଗୁଣବନ୍ତାଅଯୁଦ୍ଧେ ନାଶଗଲ ବାବୁରେ ଅଭୟେ ଶକତା ।୨୯୮।ପର୍ବତ ଡିଙ୍ଗର ତୁମ୍ଭନ୍ତ ଘେନି ମୁଂ ସାଧିଲି ସର୍ବଭୂମିତୁମ୍ଭ ପୁଣ୍ୟବଳେ ଶକତା ପୁଣ ଆମି ।୨୯୯।ମମ ପୁଣ୍ୟବଳେ ତୁମ୍ଭେ ସମରେ ଶକତାମମ ପ୍ରାକର୍ମେ ତୁମ୍ଭେ ରେ ହୋଇଲ ନାଶାଂଗତା ।୩୦୦।ଜୟନ୍ତ ଜୟସେନ ଜୟ ବିଜୟସେନ ଚନ୍ଦ୍ରଧ୍ୱଜହସ୍ତିନା ରଜ୍ୟରେ ତୁମ୍ଭେ ବରତ ଅଇଶୁର୍ଯ୍ୟ ।୩୦୧।ଶକତା ବଳବନ୍ତା କରି ମୋତେ ଶ୍ରୀ ଜଗନ୍ନାଥେ ଦିଲେ ବାଛିମମ ପାପକର୍ମେ ତୁମ୍ଭନ୍ତ ପକାଇଲି ପୋଛି ।୩୦୨।ଧିକ ଧିକ ଜୀବନ ମୋହର କ୍ଷତ୍ରୀକୁଳେ ଲାଜଅନେକ ଉପହାସ କରିବେ ମୋତେ କଉରୋବ ରାଜ ।୩୦୩।ଭୀଷ୍ମ ଦ୍ରୋଣ କର୍ଣ୍ଣ ମୁଖ ଚାହିଂବି କେମନ୍ତେଅଶସ୍ତମା ଶୁଣିଲେଟି କି ବୋଲିବେ ମୋତେ ।୩୦୪।ବୋଲିବେ ପାର୍ଥ ଗଲା ଉତ୍ତର ରାଜା ଆଣିଥାଠସନ୍ୟ ମରାଇ ଅଇଲା ଦେହ ଘେନି ।୩୦୫।ହସ୍ତିନା ସଭାରେ ଯାଇଂ ଚାହିଂବଇ କାହାମୁଖଧିକ ମୋହୋର ଜୀବନ ମରଣ ବଡ଼ ସୁଖ ।୩୦୬।ସଇନି ଗୁଣ ସୁମରି ରୋବଇ କିରୀଟୀରଥରୁ ପଡ଼ି ଭୂମିରେ ଦିଅଇ ଘୋଡ଼ାଲୋଟି ।୩୦୭।ଆତ୍ମାର ସଖାଂକର ହତଜୀବନ ଦେଖିକେଣିକି ଯିବଇଂ ମୁଂ ହୋଇଲି ନିରିମାଖି ।୩୦୮।ରେ ରେ ଯମାଗୋଷ୍ଠ ମହିମାଂ ତୋର ଧନିମୋତେ କିଂପା ଥୋଇ ନାଶକଲୁ ମୋ ସଇନି ।୩୦୯।ମାନହୀନେ ବ୍ରତିବା ଜୀବନେ କିସ କାର୍ଯ୍ୟକ୍ଷତ୍ରୀକୁଳ ମୁଖ ଚାହିଂବାକୁ ମୋର ବଡ଼ ଲାଜ ।୩୧୦।ମୋହର ନାମ ଧରି କିମ୍ପେ ରେ ନ ପୋଛିଲୁ ଯମାଗୋଷ୍ଠଜୀବନ ଥିବାଯାୟେ ମୋତେ ହୋଇଲା ବଡ଼କଷ୍ଟ ।୩୧୧।ଜୀଇଂଣ କିସ କରିବି ମୁଂ ସଂଖ୍ୟା କର ଅଭାବେସଞ୍ଚୟେ ଶରୀର ମୋର ବିସର୍ଜିବି ୟେହିଠାବେ ।୩୧୨।ଦଶଦିଶ ମୋତେ ତ ଅନ୍ଧାର ଦିଶିଲାନିଲଜ୍ଜ ଆତ୍ମା ମୋର ନ ଯାଇ କେମନ୍ତ ରହିଲା ।୩୧୩।ୟେତେକ ବିଚାରିଣ ସେ ବସିଲା ଜୀବନ ନିଆସିସୁମରଇ ମାଧବ ଯେ ଦେବ ହୃଷୀକେଶୀ ।୩୧୪।ଭଗତ ମତ୍ସଳ ନାଥ ଦୟାର ସାଗରୟେ ଦୁସହ ସଂକଟୁ ମାତେ ଉଦ୍ଧାର ଦାମୋଦର ।୩୧୫।ନୀଳେନ୍ଦୀ ଦଳ ନୟନ ନାଥ ଅଭୟ ପରଂବ୍ରହ୍ମତବ ଲୟେ ଭାବି ମୋହର ନିଆସିଲି ପଞ୍ଚୁମନ ।୩୧୬।ଜନମ ମରଣ କୁ ପ୍ରଭୁ ତୁହି ସେ ସଂପକ୍ଷକମଳାର ବଲ୍ଲଭ ମୋତେ ତ୍ରାହିକର ଶ୍ରୀବତ୍ସ ।୩୧୭।ଜଗୁଜନ ଜୀବନ ନାଥ ତୁ ଜଗତ ଅଧିକାରୀଆତ୍ମା ବିସର୍ଜୁଅଛି ଦେବ ତବ ନାମ ଲୟେକରି ।୩୧୮।ଅର୍ଜୁନ ଚିନ୍ତାକଲା ଯହୁଂ କେଶବଂକୁ ହୃଦଗତେଆସନ କଂପିଲା ସ୍ୱାମୀଂକର ସେ ଥିଲେ ନନ୍ଦନ ବନସ୍ତେ ।୩୧୯।ପରିବା ଫଳ ମାନନ୍ତ ନାବରେ ପୂରୋଇଗଙ୍ଗା ଧାରେ ଧାରେ ସେ ସମସ୍ତ ଦେଉଛନ୍ତି ଚଳାଇ ।୩୨୦।ଜାଣିଲେ ନାରାୟଣ ଯେ ଅର୍ଜୁନ ଅବସ୍ଥାଅଭିମାନେ ପ୍ରାଣତ୍ୟାଜ ହୋଉଛି ଛତ୍ରୀ ବଳବନ୍ତା ।୩୨୧।ଖଗେଶ୍ୱର ପିଠିରେ ବିଜୟେ ମଧୁରିପୁଚଳନ୍ତି ନାରାୟଣ ବେଗେ ଶାଖାନଗ୍ର ପୁରକୁ ।୩୨୨।ଆକାଶ ଭୁବନୁ ଦେବ ଅଇଲେ ୟେକଘଡ଼ିଅର୍ଜୁନ ଛାମୁରେ ଆସି ବିଜୟେ ଚକ୍ରଧାରୀ ।୩୨୩।ଉଠିଣ ଧନୁର୍ଜୟେ ଜଗନ୍ନାଥଂକ ଚରଣେ ବନ୍ଦିସ୍ୱାମୀ ସଇନିଂକ ଅବସ୍ଥା ମୋର ଦେଖ ବୋଲି ଉଚ୍ଚସ୍ୱରେ କାନ୍ଦି ।୩୨୪।ଗୋବିନ୍ଦ ବୋଇଲେ ପାର୍ଥ ତୁ କି ହୋଇଲୁ ଅଗ୍ୟାନସାଂଗ୍ରାମେ ପଶିଲୁ ଯେବେ ତୋରେ ନାଶଗଲେ ସନ୍ୟ ।୩୨୫।ହାରିବା ଜିଣିମା ୟେ ଅଟଇ ଛତ୍ରୀଂକର ମୂଳ ଧର୍ମରାବଣର ସାଂଗ୍ରାମେ ଅନେକ ଅପ୍ରାଂଜୟେ ପାଇଲେ ଶ୍ରୀରାମ ।୩୨୬।ସାଂଗ୍ରାମେ କଲେ ଅବଶ୍ୟ ପାଇଟି ଅପ୍ରାଂଜୟେତହିଂକି ଅପମାନ କିମ୍ପା ହୋ ବହିଲୁ ଧନଞ୍ଜୟେ ।୩୨୭।ଆପଣେ ବ୍ରତିଥିଲେ ହୋ ସକଳ କଥା ସୁଲଭନିଷ୍ଠାପର ଯୋଦ୍ଧା ହୋଇଣ ଦେଖିଲୁ ତ ମନ୍ଦଭାବ ।୩୨୮।କରପତ୍ର ଯୋଡ଼ିଣ ଯେ ବୋଲଇ ଫାଲଗୁନିସ୍ୱାମୀ ସାଂଗ୍ରାମେ ପଡ଼ିଲେ ହାଦେ ମୋହର ସଇନି ।୩୨୯।ଅନମିତେ ସନ୍ୟ ମୋର ନାଶ ଗଲେ ବିନା ଯୁଦ୍ଧେମୋହର ଶରୀର କିମ୍ପା ନ ତୁଟଇ ଅଭିମାନ କ୍ରୋଧେ ।୩୩୦।ସ୍ୱାମୀ ୟେ ମୋହର ଶରୀର ରହିଅଛି କେବଣ ଧର୍ମେୟେଥିର ଚରିତ ମୋତେ କହିବା ପୁରୁଷଂକ ଉତ୍ତମେ ।୩୩୧।ଗୋବିନ୍ଦେ ବୋଇଲେ ସେ ଯମାଗୋଷ୍ଠ ବୋଲିଣ ଯେବଣ ରାଜାଅନେକ କାଳରୁ ସେ ଯମ ଦେବତାକଇଂ କରଇ ପୂଜା ।୩୩୨।କରେଣ ଯବଚିହ୍ନ ଆଦିହୁଂ ଅଛଇ ତାହାରକାଳଚକ୍ର ଚିହ୍ନଗୁଣ ବହଇ ବାମକର ।୩୩୩।ଦକ୍ଷିଣ କରେ ଲିହି ଯେବେ ବାମ କରେ ପୋଛିଛିଡ଼ନ୍ତି ବେନିଖଣ୍ଡ ହୋଇ ଯେ ନ ରହନ୍ତି କିଛି ।୩୩୪।ମାତଳି ସାରଥି ତ ମଂଚଲୋକନ୍ତ ଅଦୃଶ୍ୟତେଣୁ କରି ରକ୍ଷା ହୋଇଲା ନ ଗଲା ସେହୁ ନାଶ ।୩୩୫।ତୋହର ନାମ ଧରି ପୋଛିଲା ଧନଞ୍ଜୟେତୋ ଦଶନାମ ନ ଜାଣଇ ଯମାଗୋଷ୍ଠ ରାୟେ ।୩୩୬।ଦଶନାମ ଯାକ ଯେବେ ସେ ତୋହର ଜାଣନ୍ତାତେବେ ସେ ଅର୍ଜୁନ ହୋ ତୋହର ଶରୀର ଛିଡ଼ନ୍ତା ।୩୩୭।କରପତ୍ର ଯୋଡ଼ିଣ ଯେ କହଇ ଫାଲଗୁନିତୋହର ଆଗ୍ୟାଂୟେ ହୋଇଲି ୟେତକ ମାନହାନି ।୩୩୮।ସ୍ୱାମୀ ରାଜାନ୍ତ ନ ମାରିବି ବୋଲି ଯେ ଆପଣେ ଦିଲୁ ଆଗ୍ୟାଂତୋହର ବଚନେ କେହ୍ନେ ମୁଂ କରିବି ଅବଗ୍ୟାଂ ।୩୩୯।ତେଣୁକରି ତ୍ରାସ ସ୍ୱାମୀ ଲାଗିଲାକ ମୋତେନୋହିଲେକ ଯମାଗୋଷ୍ଠ ବ୍ରତଇକି ୟେତେବେଳ ପରିଯନ୍ତେ ।୩୪୦।ସ୍ୱାମୀ ମାରିବି ଯମାଗୋଷ୍ଠ ତୋତେ ଯେ ପଚାରିସୁବର୍ଣ୍ଣ ରାଜାୟେ ଦେବଇଂ ତୋର ଥାଠ ସନ୍ୟ ଆଦି କରି ।୩୪୧।ଅର୍ଜୁନ ବଚନେ ଯେ ବଦୟନ୍ତି ଚକ୍ରପାଣିକରନ୍ତି ଅନେକ ଦୋଷ ଅଗ୍ୟାନେ ନୃପମଣି ।୩୪୨।ଦୋଷ ଧରି ଯେବେ ମାରିବୁ ଅନେକ ରାଜାଂକୁବ୍ରହ୍ମହତ୍ୟା ଦୋଷ ପାର ଯିବ କି ପଣ୍ଡୁ ଯେ ରାଜାଂକୁ ।୩୪୩।ବଦୟନ୍ତି ଜଗନ୍ନାଥ ଯମାଗୋଷ୍ଠେ ନ କର ତୁ କୋପଆପାଣାର କାର୍ଯ୍ୟ ଅର୍ଥେ ତାହାକୁ ଛାଡ଼ିବୁ ନା ପରିତାପ ।୩୪୪।ଯଦ୍ୟପି ଦୋଷ କଲା ହୋ ଯମାଗୋଷ୍ଠ ନୃପତିରାଜୁସି ଯାଗ ସରିଲେ ପଛେ ଦେବ ସିନା ଶାସ୍ତି ।୩୪୫।ରାଜା ଗୋଟିୟେ ଯେବେ ମାରିବୁ ଦୋଷ ବିଚାରିସମସ୍ତ ରାଜାୟେ ପଳାଇବେ ତୋତେ ତ୍ରାସକରି ।୩୪୬।ଅର୍ଜୁନ ବଚନେ ବଦୟନ୍ତି ପୁଣ ଚକ୍ରପାଣିଶୁଣ ହୋ ଧନୁର୍ଜୟେ ଧର୍ମଶାସ୍ର ବାଣୀ ।୩୪୭।କାର୍ଯ୍ୟର ନିମନ୍ତେ ଦୋଷ ସହିବାର ଅଛିତୋହୋର କୋପକଲେ କାର୍ଯ୍ୟ ନୋହଇଟି କିଛି ।୩୪୮।ସମସ୍ତେହେଂ ମୂର୍ଖ ବାବୁ ତୁହି ସେ ପଣ୍ଡିତତୁ ଆପଣେ ରାଗି ହୋଇଲେ ନାଶଯିବ ସମସ୍ତ ଧର୍ମକୃତ ।୩୪୯।କ୍ଷଣକେ ବିଶ୍ରାମ ତୁ ନ କର ଦିବା ଯେ ରୟଣୀବହନ ପ୍ରବେଶ ହୁଅ ତୁ ଉତ୍ତର ଦିଗ ରାଜାମାନନ୍ତ ଘେନି ।୩୫୦।ପଚ୍ଛିମ କୋଶଳରୁ ଅଇଲେନି ଅନେକ ଯୋଧୀରାଜନ୍ତ ନିମନ୍ତ୍ରଣ କଲାନି ବ୍ରିକୋଦର ସର୍ବ ସାଧି ।୩୫୧।ପଡ଼ିଲା ସଇନିଂକି କିଂପେ ତୁ ହୋଉ ବଇରାଗୀପୃଥୀ ଭାରାଭର ନିବାରଣ କରିବା ନାହିଂକି ଆମ୍ଭେ ବେଗି ।୩୫୨।ଆହୋ ଯମାଗୋଷ୍ଠ ରାଜାକୁ ତୁ କୋପେ ଶାନ୍ତିକରମୋହର ଶପଥ ତୋତେ ଆନ ଯୁଝେଷ୍ଠି ଠାକୁରଂକର ।୩୫୩।ତୁ ବହନ ହୋଇ ଯାଅ ଆମ୍ଭେ ଯାଉଛୁଂ ୟେହିକ୍ଷଣଦୁସହ ଭାରାୟେ ପଶିଲାଇଂ ସର୍ବେ ଛଡ଼ଜଣ ।୩୫୪।ଅର୍ଜୁନ ବୋଇଲା ସ୍ୱାମୀ ଆମ୍ଭେ କି ତାହା ଜାଣୁରାଜୁସି ଯଗ୍ୟଂ କେମନ୍ତଟି ତାହା ଆମ୍ଭେ ଶ୍ରବଣେ ନ ଶୁଣୁ ।୩୫୫।ତୋହୋର ପ୍ରସାଦେ ଆମ୍ଭେ ଜଗତେ ପାଉଂ ପୂଜାଅଭଗତେ ଆମ୍ଭନ୍ତ ପ୍ରାପତ ହୋଇଲୁ ଦେବରାଜା ।୩୫୬।ଅନେକ ତିଆରିଣ ତାକୁ କହିଲେ ଦେବ ଯେ ଅଚ୍ୟୁତେଚଳିଲେ ଜଗୁସୋଦର କଟକ ବାରୁଣବନ୍ତେ ।୩୫୭।ମାତଳିକି ହକାରି ବୋଇଲେ ଫାଲଗୁନିଯମାଗୋଷ୍ଠ ଛାମୁକୁ ଯାଅସି ମୋତେ ଘେନି ।୩୫୮।ବାସେବିର ଆଗ୍ୟାଂୟେ ଯେ ମାତଳି ସାରଥୀଉଡ଼ାନ୍ତି ତୁରଙ୍ଗମ ଯେ ପବନୁଂ ବେଗ ଗତି ।୩୫୯।ଆସ୍ତାନେ ବିଜେ କରିଅଛି ଯମାଗୋଷ୍ଠ ରାୟେଅର୍ଜୁନ ରଥ ଯାଇଂ ଭେଟିଲା ଅନ୍ତର୍ଦ୍ଧାୟେ ।୩୬୦।ଝାତିକାରେ ଛାମୁରେ ଟେକିଲା ନେଇ ରଥଦେଖିଣ ଆଶ୍ରିଜ ବଡ଼ ହୋଇଲା ନରନାଥ ।୩୬୧।ଯମାଗୋଷ୍ଠ ପୁଛାକଲା ମକରନ୍ଦ ମନ୍ତ୍ରୀକିୟେ କେବଣ ଯୋଦ୍ଧା ବାହିଲା ମୋହର ତହିଂକି ।୩୬୨।ରାଜାର ଆଗ୍ୟାଂୟେ ଯେ କହିଲା ମନ୍ତ୍ରୀମଣିତୋହର ତହିଂକି ବାହିଲା ଦେବ ଦୁତୀୟ ଚକ୍ରପାଣି ।୩୬୩।ଯମାଗୋଷ୍ଠ ବୋଇଲା ମୁଂ ଲିହିଲି ତାହାର ନାମ ଧରିପୋଛିଲି ନ ମଲା ୟେ କେଉଣ ଚରିତ ୟେହାରି ।୩୬୪।ମନ୍ତ୍ରୀ ବୋଇଲା ଯେ ନ ଜାଣିଲୁ ନାମତେଣୁ ସେ ନ ମଲା ଯେ କ୍ଷେତ୍ରୀୟ ଉତ୍ତମ ।୩୬୫।ଦଶନାମ ଲିହି ଯେବେ ପୋଛନ୍ତୁ ନରନାଥନିଚୟେ ପାଣ୍ଡବ ହାଦେ ହୁଅନ୍ତେ ପ୍ରାଣେ ହତ ।୩୬୬।ମୋହର ବଚନ ନ କଲେ ମହାରାୟେନିଚୟେ ନାଶଗଲୁ ପାଣ୍ଡବର ଭୟେ ।୩୬୭।ରାଜା ମନ୍ତ୍ରୀ ଦୁହେଂ କଥା ହୋଇବାର ସମୟେସନ୍ନିଧ୍ୟରେ ରଥ ଟେକିଲା ବାସବର ତନୟେ ।୩୬୮।ଅଦଭୁତେ ଦେଖି ତାକୁ ଯମାଗୋଷ୍ଠ ରାୟେଆସ୍ତାନ ତେଜ୍ୟାକରି ପଳାଇଲା ମହାଭୟେ ।୩୬୯।କୁମ୍ଭ ନିକୁମ୍ଭ ବୋଲି ବେନିପୁତ୍ର ଥିଲେ ତାର କତିଝାତିକାରେ କେଶ ଧଇଲେ ବିଚିତ୍ରବୀର୍ଯ୍ୟର ନାତି ।୩୭୦।ବେନି କୁମରଂକ କେଶ ଧଇଲେ ବାମ କରେବିଜେକର୍ଣ୍ଣକଟାର ପ୍ରହାର କଲାକ ଉପରେ ।୩୭୧।ବେନି କୁମରଂକ ଶିର ପଡ଼ିଲାକ ଯେହୁଂ ଛିଡ଼ିପଳାଵନ୍ତେ ନୃପତି ଜଗତୀରୁ ପଡ଼ିଲା ମୁହଂ ମାଡ଼ି ।୩୭୨।ରଥରୁ ଡେଇଂ ପଡ଼ିଲା ସେ ବାସବର ନାନଯମାଗୋଷ୍ଠ କେଶ ଯାଇଂ ଧଇଲା ଅର୍ଜୁନ ।୩୭୩।ବାମକରେ କେଶଧରି ରାଗେଣ ପରଚଣ୍ଡାଦକ୍ଷିଣ କରେ ଅର୍ଜୁନ ଧଇଲେ ବେଗେ ଖଣ୍ଡା ।୩୭୪।ବୁଲାଇ ଅସିପତ୍ର ପ୍ରାହାର କରନ୍ତେମାତଳି ସାରଥି ଧଇଲା ଅର୍ଜୁନର ବେନିହାଥେ ।୩୭୫।ରହରହ ଅର୍ଜୁନ ତୁ କାହାକୁ ହେଉ ରାଗୀନାରାୟଣଂକର ଆଗ୍ୟାଂ କିଂପା କରୁ ପରିତ୍ୟାଗୀ ।୩୭୬।ଆଉର ବିଶେଷେ ତୁ ରାଜୁସି ଯାଗ ତୋହୋର ପିତା ପଣ୍ଡୁଂକର କାର୍ଯ୍ୟଅନେକ ତିଆରି ତୋତେ କିହିଗଲେ ଦେବରାଜ ।୩୭୭।ମାତଳି ସାରଥି ବଚନେ ଅର୍ଜୁନ ହୋଇଲାକ ପରମ ଶାନ୍ତିଯମାଗୋଷ୍ଠ କେଶଧରି ରଥେ ବସିଲା ତତକ୍ଷଣାନ୍ତି ।୩୭୮।ପାଟଡୋରେକ ଘେନି ତାକୁ ବାନ୍ଧିଲାକ ରଥେତ୍ରାସେ ପଳାଇଲେ ତାର ପାତ୍ର ଅମାନତ୍ୟେ ।୩୭୯।ମକରନ୍ଦ ବୋଲି ଯମାଗୋଷ୍ଠର ମନ୍ତ୍ରୀୟେପଳାବନ୍ତେ ସଇନିକି ସମାର୍ଜନା କୟେ ।୩୮୦।ସମସ୍ତ ପାରିଦଣ୍ଡ ରାଜାୟେ ରୁଣ୍ଡକରିମନ୍ତ୍ରୀ ବର ପଚାରଇ ସବୁନ୍ତି ତିଆରି ।୩୮୧।ଆହୋ ରାଜା ଯେବେ ବନ୍ଦୀ ପଡ଼ିଲା ଆମ୍ଭରଆମ୍ଭର ପଳାଇଯିବା ୟେ କେଉଣ ବେଭାର ।୩୮୨।ଦୟା ଉପୁଜାଇ ପାରିଲେ ସେ ସମସ୍ତ ଉଦ୍ଧାରିନଉଚେତ କୋପକଲେ ସବୁନ୍ତି ନାଶକରି ।୩୮୩।ରାଜ୍ୟର କାରଣି ରାଜାର ବେନି ପୁତ୍ର ନାଶଗଲାୟେତେ ବଡ଼ ରାଜାତ ଆପଣେ ବନ୍ଦି ହେଲା ।୩୮୪।ମନ୍ତ୍ରୀର ବଚନେ ସମସ୍ତ ପାରିଦଣ୍ଡ ରାୟେଗଳାରେ କୋଠାର ଦନ୍ତେଣ ତିରଣ ଲାୟେ ।୩୮୫।ଦଶଲହ ମୁଖେ ଭରି ସମସ୍ତ ସଇନିସ୍ୱାମୀ ତ୍ରାହି ତ୍ରାହି ବୋଲି ଶୁଭଇ ମୁଖଧୁନି ।୩୮୬।ତୁ ଦେବ ସକଳ ଭୁବନ ଅଧିକାରୀୟେ ଯମାଗୋଷ୍ଠ ନୃପତି ତୋତେ ନ ଜାଣି ଦ୍ରୋହକରି ।୩୮୭।ତୁ ଦେବ ଜଗତ ଇଶ୍ୱର ପରଲୋକ ବନ୍ଧୁୟେ ଭୁବି ଭୁବନ ମଧ୍ୟେ ମହିଂମା ତୋହର ସାଧୁ ।୩୮୮।ଶରଣ ପଞ୍ଜର ସ୍ୱାମୀ ଛତ୍ରିଂକର ଚୂଡ଼ାମଣିଅନେକ ଦ୍ରୋହ ତୋତେ ନ ଜାଣି କଲୁ ମୂଢପ୍ରାଣୀ ।୩୮୯।କେଉଂଣ ଦେଶେ ବିଜେ କଲୁ ତୁହି ମହାତମାଦଶଦୋଷ ଅପ୍ରାଧ ଆମ୍ଭର କରିବାକ କ୍ଷମା ।୩୯୦।ରୋବନ୍ତି ସଇନି ମୁଖେ ଅଙ୍ଗୁଳି ଲାଇ କ୍ରୋଧେରାଜା ଆମ୍ଭର ନାଶ ଗଲା ଅଗ୍ୟାନ କରି ଯୁଦ୍ଧେ ।୩୯୧।ସ୍ୱାମୀ ଦାନ ଆମ୍ଭନ୍ତ ଦେବାକ ଦେବ ସ୍ୱାମୀଅନେକ କ୍ରୋଧ କରି ସଇନ୍ୟେ ଶୁତିଲେ ପରିଣାମି ।୩୯୨।ସଇଂନକର କଷ୍ଟ ଦେଖି ଅର୍ଜୁନଂକର ତିଆରଇ ମାତଳିଶରଣ ପଞ୍ଜର ବୀରଧୁ ତୁ ଭଗତେ ପରିପାଳି ।୩୯୩।ରାଗକରି କିଂପେ ଦେବ ମଉନବ୍ରତେ ବସିସଂସାର ଜନ କଷ୍ଟ ତୁ କରିବୁ ନା ସମ୍ଭାଷି ।୩୯୪।ସାରଥିର ବଚନେ ଯେ ବୋଲଇ ଧନୁର୍ଜୟେସୋମବଂଶର ଆଧିପତି ହୋ ପଣ୍ଡୁ ମହାରାୟେ ।୩୯୫।ତାହାଂକର ନନ୍ଦନ ଧର୍ମ ଯୁଝେଷ୍ଠି ଦେବ ନୃପତିରାଜୁସି ଯାଗକଇଂ ସେ ବଳାଇଲେ ମତି ।୩୯୬।ଲକ୍ଷେ ରାଜାନ୍ତ ନିମନ୍ତ୍ରମ କରିବା ନିମନ୍ତେଜରାସନ୍ଧକୁ ବଧକଲୁ ମଗଧ ଦେଶ ପ୍ରଶସ୍ତେ ।୩୯୭।ଛାୟାଣୋଇ ସହସ୍ର ରାଜା ଥିଲେ ବନ୍ଦୀ ହୋଇଜରାସନ୍ଧକୁ ମାରି ତାହାନ୍ତ ବନ୍ଦୀରୁ ମୁକୁଳାଇ ।୩୯୮।ୟେବେ ସମସ୍ତ ରାଜାନ୍ତ କରୁଛୁଂ ନିମନ୍ତ୍ରଣେୟେ ମୋହର ସଇନି କିଂପା ନାଶକଲାକ ଅକାରଣେ ।୩୯୯।କି ଅବା ଆମ୍ଭେ ୟେହାର ଅଟୁ ହୋ ବଇରିଅକ୍ଷତ ଭୋଜନ ଦେବୁ ରାଜୁସି ଯାଗ କରି ।୪୦୦।ୟେଥକୁ ଆମ୍ଭର ତୁଲେ ହୋଇଲେ ବିବାଦୀଅଦଭୁତେ ଯୁଦ୍ଧ କରନ୍ତି ଅକାରଣେ ହୋନ୍ତି ବନ୍ଦୀ ।୪୦୧।ଦରଦସେନ ରାଜା ଯେ ମୋତେ ନୁଆରିଲେ ଚିହ୍ନିଅଦୋଷେ ନାଶଗଲା ତାହାର ସମସ୍ତ ସଇନି ।୪୦୨।ୟେ ମୋହର ସଇନି ମାଇଲା ଅଦଭୁତେଯମାଗୋଷ୍ଠ ରାଜାକୁ ମୁଂ ସହିବି କେମନ୍ତେ ।୪୦୩।ଦରଦସେନ ରାଜା ଯେ ଅଇଲା ପଳାଇତାହାକୁ ଛାମୁକୁ ଆଣ ସେ ଲୁଚିଅଛି କାହିଂ ।୪୦୪।ଅର୍ଜୁନର ବଚନେ ସେ ବୋଇଲା ମନ୍ତ୍ରୀବରୟେହିକ୍ଷଣି ଦରଦସେନ ହୋଇବ ଛାମୁର ।୪୦୫।ଅର୍ଜୁହନ ଆଗ୍ୟାଂ ଦିଲେ ଶୁଣ ହୋ ସର୍ବସିଦ୍ଧିଆଗହୁଂ ରାଜାଂକୁ କିମ୍ପେ ନ କହିଲେ ୟେ ବୁଦ୍ଧି ।୪୦୬।ଆଗ୍ୟାଂ ପ୍ରମାଣେ ଚଳନ୍ତି ପାତ୍ର ଅମାନତ୍ୟେଦରଦସେନ ରାଜାଂକୁ ଆଣିଲେ ଅର୍ଜୁନ ଅଗ୍ରତେ ।୪୦୭।ରାଜା ଆସେ ଶତେକ ତାର ପାଣିଦ୍ରବ୍ୟ ଘେନିଛାମୁକୁ ଆଣିଲା ସେ ଯେ ଦେଖା ଦରଶନି ।୪୦୮।ଅନେକ ଦୂରୁହୁଂ ସେ ଦରଦସେନ ନୃପତିନିଉଛାଳି ହୋଇ ପ୍ରଣପତ୍ୟ ହୋଇଲାକ ଝାତି ।୪୦୯।ଦଶନହ ମୁଖେ ଭରି ଯେ ଶୁତିଲା ଦଣ୍ଡଲାଇଜଗୁଜନ ସୋଦର ନାଥ କରିବା ମୋତେ ତ୍ରାହି ତ୍ରାହି ।୪୧୦।ଅର୍ଜୁନ ବୋଇଲେ ତୋର କିଛିହିଂ ନାହିଂ ଦୋଷବିନା ଅପରାଧେ ତୋର ଥାଠ କଲୁ ଧ୍ୱଂସ ।୪୧୧।ଦରଦସେନ ବୋଇଲା ତୁ ସ୍ୱାମୀ କଇଚ୍ଛା ଜଗଜ୍ଜେଠୀତୋର ଅନଗୃହେ ମୋର ଦୁର୍ଗତି ଯିବ ଫିଟି ।୪୧୨।ପ୍ରତକ୍ଷେ ନାରାୟଣ ମୁଂ ଦେଖିଲି ନୟନେସ୍ୱାମୀ ତୋତେ ଦ୍ରୋହ କଲି ନ ଜାଣି ଅଗ୍ୟାଂନେ ।୪୧୩।ନିର୍ଦୟାକରି ସ୍ୱାମୀ ମୋହୋର ସନ୍ୟ କଲୁ ନାଶଅନୁଗ୍ରହ କରି ନାଥ ମୋତେ କ୍ଷମା କର ଦୋଷ ।୪୧୪।ଅର୍ଜୁନ ବୋଇଲେ ନିମନ୍ତ୍ରଣ ଯୋଗାଡ଼ନ୍ତ ଦେଇରାଜୁସି ସଭା କୁ ତୁ ଯାଅସି ବେଗ ହୋଇ ।୪୧୫।ଦରଦସେନ ବୋଇଲା ମୁଂ ବିବାଦୀ ଜଗତେଥାଠ ସନ୍ୟ ନାହିଂ ମୋର ମୁଂ ଯିବଇଂ କେମନ୍ତେ ।୪୧୬।ଅର୍ଜୁନ ବୋଇଲା ଯେ ଓଗାଳଇ ତୋତେ ପଥେସମସ୍ତେ ତ୍ରାସିବେ ତୋତେ ତୁ ମୋର ନାମ ଧରନ୍ତେ ।୪୧୭।ଯେ ଅବା ପଥରେ ତୋତେ ଲଂଘିବଟି ରାୟେସେହିଠାରେ ଶିରଚ୍ଛେଦନ ହୋଇବ ମୋହୋର ଶର ଘାୟେ ।୪୧୮।ଦରଦସେନ ବୋଇଲା ସ୍ୱାମୀ ମୋହର ଜୀବନ ସୁଫଳଜଗବନ୍ଦନ ନାଥଂକୁ ମୁଂ ଭେଟିଲି ହୋଇବିକି ନିଷ୍ଫଳ ।୪୧୯।ଯେତେକ ସଇନି ମୋର ମାଇଲୁ ଫାଲଗୁନ୍ୟମୋହର ଭଗତେଣ ସମସ୍ତକୁ ଦେବୁ ଜୀବଦାନ ।୪୨୦।ଅର୍ଜୁନ ବୋଇଲେ ତୋର ପଡ଼ିଲେ ସଇନିକେ ତାହାନ୍ତ ଜିଆଂଇବ ମହାମନ୍ତ୍ର ଘେନି ।୪୨୧।ଦରଦସେନ ବୋଇଲା ସ୍ୱାମୀ ବ୍ରତିବେ ତୁମ୍ଭର ବୋଇଲେସମସ୍ତେ ବ୍ରତିବେ ତୋହୋର ମୋତେ ପ୍ରସନ୍ନ ହୋଇଲେ ।୪୨୨।ୟେ ମଧ୍ୟସ୍ୱର୍ଗେ ଉପୁଜିବ ବହୁତ ସାଧୁ ଧୁନିଅମୃତ ଦୃଷ୍ଟିରେ ତୁ ଚାହାଂ ମୋର ବ୍ରତନ୍ତୁ ସଇନି ।୪୨୩।ରାଜାର କଟାଳନ୍ତେ ପାଣ୍ଡବ ବିବତ୍ସଅର୍ଜୁନ ଚାହିଂଲେ ସେ ମାତଳି ସାରଥୀ ର ମୁଖ ।୪୨୪।ମାତଳି ବୋଇଲା ତୁ ହୋ ଜାଣୁ ସର୍ବବୁଦ୍ଧିଖାଣ୍ଡବ ବନ ଦହନେ ଅଗ୍ନି ଦେବତାୟେ ଦେଉଛନ୍ତି ମଉଷଧି ।୪୨୫।ହାବୋଡ଼ା ଶରଘାୟେ ଯେ ପଡିଛନ୍ତି ସଇନିଦରଦସେନ ଅନେକ ବିକଳେ କରୁଛନ୍ତି ସଇନି ।୪୨୬।ସାରଥିର ବଚନେ ଅର୍ଜୁନ ପରମ ଶାନ୍ତିଜୀବନ୍ୟାସ ଶର ତ୍ରୋଂଣୁ କାଢିଲେ ତତକ୍ଷଣାନ୍ତି ।୪୨୭।ଦରଦସେନ ରାଜାର ସନ୍ୟକଇଂ ବିନ୍ଧିଅବିଚ୍ଛନ୍ନେ ଶରୁଂ ଧାରାବୃଷ୍ଟି ହୋଇଲାକ ଅମୃତ ମଉଷଧି ।୪୨୮।ମୋହନ ଶରଘାୟେ ଯେ ପଡ଼ିଥିଲେ ସକଳ ସଇନିଚେତନା ପାଇଣ ସେ ଉଠିଲେ ନିଜ ପ୍ରାଣ ଘେନି ।୪୨୯।ବାହାନାଦ କରିଣ ଯେ ଉଠିଲେ ସର୍ବବଳମୁଖରାବ ଶବଦ ଯେ ଶୁଭଇ ମହାଗୋଳ ।୪୩୦।ବାଇଶି କ୍ଷଉଣୀ ବଳ ତହିଂ ପଡ଼ିଥିଲେଚେତନା ଶରେ ଅର୍ଜୁନ ସବୁନ୍ତି ଜୀଆଂଇଲେ ।୪୩୧।ଦନ୍ତେ ତିରଣ ଘେନିଣ ସମସ୍ତ ପାତ୍ର ମନ୍ତ୍ରୀତ୍ରାହି ତ୍ରାହି ବୋଲିଣ ଆସ୍ତାନର ତଳେ ସର୍ବେ ପ୍ରଣପତ୍ୟ ହୁଅନ୍ତି ।୪୩୨।ଦୁର୍ଗତିତାରଣ ନାଥ ଗାଣ୍ଡିମ ଦିକ୍ଷା ଗୁରୁଭଗତବତ୍ସଳ ନାଥ ଶରଣ ରକ୍ଷାକରୁ ।୪୩୩।ଜୟ ଜୟ ମଙ୍ଗଳ ଯେ ଶୁଭିଲା ବହୁତର ଧୁନିଦରଦସେନ ନୃପତି ପ୍ରଣପତ୍ୟ ହୋଇଲା ଅମାନତ୍ୟନ୍ତ ଘେନି ।୪୩୪।ଅନେକ ବିନୋୟୀ ବୋଲଇ ଭାଖାମଣ୍ଡଳ ଅଧିକାରୀପୁଣ ପୁଣ ପଚାରଇ ବିନୟେ କରପତ୍ର ଯୋଡ଼ି ।୪୩୫।ତୁ ଦେବ ଭଗତଜନ ମତ୍ସଳ ପ୍ରଚଣ୍ଡ ନାଥ ସ୍ୱାମୀଯମାଗୋଷ୍ଠ ରାଜାକୁ ମାଗୁଛୁଂ ହୋଇଣ ପରିଣାମି ।୪୩୬।ବନ୍ଧନ ଫେଡ଼ ସ୍ୱାମୀ ଯମାଗୋଷ୍ଠକୁ କରରକ୍ଷାୟେ ଭୁବି ଭୁବନ ମଧ୍ୟେ ରହୁ ତୁମ୍ଭ କକ୍ଷା ।୪୩୭।ଅର୍ଜୁନ ବୋଇଲେ ତୁ ୟେହାପାଇଂ ନ ବୋଲ ଦରଦୟେ ଭୁବି ଭୁବନ ମଧ୍ୟେ ମୋତେ ୟେ ଚିନ୍ତିଲା ପରମାଦ ।୪୩୮।ପ୍ରାଣେ ନ ମାରି ୟେହାକୁ ବନ୍ଧନ କରି ନେବିରାଜୁସି ଯାଗ ସଭାରେ ଭୀମସେନ ଠାକୁରଂକ ଗୋଚରେ ନେଇ ଦେବି ।୪୩୯।ସେ ୟେହାନ୍ତ ବିଚାରି ଯେ ଛାଡ଼ିବେ ସଭାୟେକୋପେ ଦଣ୍ଡନ୍ତୁ କି କରନ୍ତୁ ସଦୟେ ।୪୪୦।ଅର୍ଜୁନର ବଚନେ ଯେ ଯମାଗୋଷ୍ଠ ପାତ୍ରମନ୍ତ୍ରୀମକରନ୍ଦ ମାଗଇ ସ୍ୱାମୀ ରାଜା କୁ କୋପକର ଶାନ୍ତି ।୪୪୧।ବିଚାରେ ବ୍ରିକୋଦର ଯେ ପ୍ରତଗ୍ୟାଂ କାଳେବରଜରାସନ୍ଧ ନାଶଗଲା ଯାହାର କୁତୂହୋଳ ସମର ।୪୪୨।ତାହାର ବିଚାରନ୍ତେ କି ୟେ ବ୍ରତଇ ନୃପମଣିସ୍ୱାମୀ ଯେବେ ଦୟା ନ କରିବୁ ତାକୁ ନାଶକର ୟେହିକ୍ଷଣି ।୪୪୩।ଅର୍ଜୁନ ବୋଇଲେ ମନ୍ତ୍ରୀ ନୋହଇ ୟେମନ୍ତୟେ ଯେ ନାଶକଲା ମୋହର ସଇନି ସମସ୍ତ ।୪୪୪।ମୁହିଂ ୟେହାଂକୁ ବାନ୍ଧିଥିବି ୟେ ମୋହର ରଥେଲକ୍ଷେରାଜା ଦେଖିବେ ଯେ ସଭାର ମଧ୍ୟଗତେ ।୪୪୫।ୟେହାକୁ ପ୍ରମାଦ ନାହିଂ ମୋହର ସତ୍ୟ ସତ୍ୟ ତିନିବାରସନ୍ୟ ଘେନି ଯାଅ ତୁମ୍ଭେ କିଛିହିଂ ନ ବିଚାର ।୪୪୬।ନିମନ୍ତ୍ରଣ ଯୋଗାଡ଼ ଯେ ଦିଲାକ ଫାଲଗୁନିଦରଦସେନ ଘେନିଗଲା ଓହୋବଳ ସଇନି ।୪୪୭।ଶାଖାପୁର ଭାଖାପୁର ଜିଣି ସର୍ବସାଚୀହିରଣଗର୍ଭ ପୁରେ ପ୍ରବେଶ ହୋଇଲେ ଯହିଂ ବିଜୟେ ଦେବୀ ହିରଣାକ୍ଷୀ ।୪୪୮।ଶୁମ୍ଭ ନିଶୁମ୍ଭ ବୋଲି ବେନି ପର୍ବତ ଗୋଟିସେ ଦୁଇ ପର୍ବତ ମଧ୍ୟୁଂ ବହଇ ସରସ୍ୱତୀ ଧାରା ଫୁଟି ।୪୪୯।ସେ ନଦୀରେ ସ୍ରାହାନ ନିତ୍ୟକର୍ମ ସାରିବିଜୟେ ଫାଲଗୁନି ଯାଇଂ ଶୁମ୍ଭ ନାମେ ଗିରି ।୪୫୦।ସେ ପର୍ବତ ଉପରେ ଯେ ବିଜୟେ ହିରଣାକ୍ଷୀଦ୍ରଶନ କଲା ଅର୍ଜୁନ ଅଭୟେ କାମାକ୍ଷୀ ।୪୫୧।ଚଣ୍ଡ ମୁଣ୍ଡ ବଧକଲୁ ଗୋ କଥାରେ ସଂପୋଡ଼େଶୁମ୍ଭ ନିଶୁମ୍ଭ ନାଶିଲୁ ଗୋ ନୃତ୍ୟରଂଗ ଖେଡ଼େ ।୪୫୨।ପଡ଼ିଲେ ଦାନବେ ମାଗୋ କଥାର କୁତୂହୋଳେକାମସେଣା ମୃର୍ତ୍ତି ଧରି ନାଶିଲୁ ତାଂକୁ ହେଳେ ।୪୫୩।ଶୁମ୍ଭ ନିଶୁମ୍ଭ ନାଶିଲୁ ଗୋ ଅସୁରକୁଳ ଧ୍ୱଂସିମହିଷାସୁର ଦାନବେ ଗୋ ନାଶିଲୁ ବକ୍ଷସ୍ଥଳେ ମାଡ଼ିବସି ।୪୫୪।ଶୁମ୍ଭ ନିଶୁମ୍ଭ ର ମୁଣ୍ଡ ୟେ ବେନି ପରବତଅନେକ ଦୂର ବିସ୍ତାରି ସେ ଯୋଜନେ ଶତେଶତ ।୪୫୫।ପୁଣ ପୁଣ ବ୍ରତନ୍ତି ବୋଲି ଅସୁର ମହାବଳୀଦୁଇପାଦେ ଦୁଇମୁଣ୍ଡ ମାଡ଼ି ବସିଲୁ ମତ୍ତଭୋଳୀ ।୪୫୬।ଆପଣେ ଦୁଖୀ ହୋଇଲୁ ଦେବତାଂକ କାର୍ଯ୍ୟେତବ ନାମ ଧରନ୍ତେ ଭୟେ ପଳାନ୍ତି ଦନୁଯେ ।୪୫୭।ଦେବତାଂକୁ ଅଭୟେ କଲୁ ଗୋ ଅସୁର ବଳ ଭାଂଜିଭଗତଜନ ମତ୍ସଳୀ ଗୋ କୃତାନ୍ତେକ ଦର୍ପ ଗଂଜି ।୪୫୮।ପାତେକ ଦୁରାନ୍ତେକ ପଳାନ୍ତି ମାଗୋ ତୋ ନାମ ଧରନ୍ତେଫିଟଇ ଦୁର୍ଗତି ମାଗୋ ତୋହର ନାମ ସୁମରନ୍ତେ ।୪୫୯।ଡାକି ଡମ୍ବରୁ ଗୋ ଡିବି ଡିବି ବାଦ୍ୟ ବାଇଶମଶାନ କ୍ଷେପଣୀ ଗୋ ଭରହରଷ ଗୀତ ଗାଇ ।୪୬୦।କଣ୍ଠେ ମୁଣ୍ଡମାଳ ଗୋ ମନ୍ଦାର କୁସୁମେଣ ପୂଜାବିହଡ଼ ଦାଢି ବକ୍ରନୟନୀ ଗୋ ଅଭୟା ଶଇଳଜା ।୪୬୧।ରକ୍ତ ବସ୍ର ପରିଧାପନୀ ଗୋ ପାଦକେ ଗଗନ କ୍ଷେପିଅଭୟେ ହିଙ୍ଗୁଳା ମାଗୋ ପ୍ରସନ୍ନେ କାମରୂପୀ ।୪୬୨।ମର୍ଦ୍ଧଳ ତାଳ କଂସାଳ କମ କଢା କାହାଳି ବାଦ୍ୟେଚଞ୍ଚପୁଟ ଚାଞ୍ଚପୁଟ ଉଦଘଟିତ ମଦିରା ରସ ଖାଦ୍ୟେ ।୪୬୩।ରୁଧିର ବିଲେପନୀ ମାଗୋ ପୋଡ଼ା ମାୟେଂସ ଭୋଜିଶ୍ରୋଣେହା ପିଚାଶୁଣୀ ଗୋ ପ୍ରେତ ଭୂତ ତୁଲେ ମଜ୍ଜି ।୪୬୪।ଲହ ଲହ ରସନା ରଟମଟ ଦଶନର ଅସ୍ଥିଖଣ୍ଡସ୍ୱର୍ଗ ମଞ୍ଚ ବେନି ଭୁବନ ଘୋଟଇ ଯାହାର ତୁଣ୍ଡ ।୪୬୫।ସୁରବର ସୁନ୍ଦରୀ ଗୋ ମଧୁ ପିଙ୍ଗଳାକ୍ଷୀହୁଂକାର ଶବଦେଣ ଯେ ଗର୍ଜନ୍ତି ଘୋର ରାଖୀ ।୪୬୬।ରେ ରେ କାର ଶବଦେଣ ଗୋ କହ କହ ଭାଷିଝମ ଝମ ଝମକ ଗୋ ଝୁମାଣ ପ୍ରକାଶି ।୪୬୭।ଦଲ ଦଲିତ ମେଦିନି ଗୋ ଟଳ ଟଳିତ ଅଚଳାମତ୍ତାରଙ୍ଗ ନାଟେ ସେ ଖେଳଇ ମେଖଳା ମହାଖଳା ।୪୬୮।ସରୂପ ସିଦ୍ଧାଙ୍ଗୀ ଗୋ କାମାକ୍ଷୀ ସଉଭାଗୀଶିଷୁମୁନା ବେଦ ସାଧନୀ ଗୋ ସୁରସାଙ୍ଗୀ ମାତାଙ୍ଗୀ ।୪୬୯।ବିଚତ୍ର କୁତୂହୋଳେ ଗୋ ଉର୍ଦ୍ଧପାଦ ଗତାଧବଳାଙ୍ଗୀ ପାଦୁକା ଅଭିଷେକ କଲା ପିତାମହ ଦେବତା ।୪୭୦।ଯା ଯା ଧାଆଂ ଧାଆଂ ଧର ଧର ବୋଲି ଡାକିମାର ମାର ଭକ୍ଷ ଭକ୍ଷ ବୋଲି ଉଚ୍ଛଳନ୍ତି ଉଚ୍ଚବାକି ।୪୭୧।ଶଂକର ଅର୍ଧାଙ୍ଗୀ ଗୋ ଶୁଭାଙ୍ଗୀ ଶୁଦ୍ଧମୁଦ୍ରାବିପୁଳ ପୁଲକ ବୃନ୍ଦାରିକା ଗୋ କାମାକ୍ଷୀ ମନ୍ତ୍ର ମୁଦ୍ରା ।୪୭୨।ଭବାନୀ ଭଇରୋବୀ ଗୋ ଭୟଂକରୀ ଘୋରରୂପାଚାମୁଣ୍ଡା ଚଣ୍ଡ ମୁଣ୍ଡ ଚଣ୍ଡଘଣ୍ଟ ମହାତପା ।୪୭୩।ପଟ୍ଟିଶ ଶକତି ମାଗୋ କୃପାଣ ଗଦା ମୁଦୁଗରଛେଲ ଚକ୍ର ଗୁରୁଜ କୋନ୍ତେ ବିଜେ କର୍ଣ୍ଣକଟାର ।୪୭୪।ଅକ୍ଷୟେ ତୂଣ କଷଣୀ କୋଦଣ୍ଡ ପିନାକୀକ୍ଷଣକେ ତ୍ରଇଲୋକ୍ୟେ ମୋହିନୀ ଗୋ କ୍ଷଣକେ ସର୍ବବ୍ୟାପୀ ।୪୭୫।ରଣରଙ୍ଗ କୁତୂହୋଳେ ଗୋ ବକ୍ଷେଣ ମୁଣ୍ଡମାଳୀରୋଧିର ସ୍ରାହାନୀ ମାଗୋ ଶବଦ କିଳି କିଳି ।୪୭୬।କମଳା ଚଞ୍ଚଳା ଗୋ ଡାକିନୀ ଡାକେଶ୍ୱରୀଭଗତ ଜନ ମତ୍ସଳୀ ଗୋ ଦୁଷୁକୃତ ଅପହରି ।୪୭୭।ମାଳତୀ ମାନିନୀ ମାଗୋ ମାଳିନୀ ମାୟା କୁଣ୍ଡଳୀମହା ନିଶାୟେ ଭ୍ରମଣି ଗୋ ବହୁତ ହୁଳ ହୁଳି ।୪୭୮।ଅଭୟେ ବରଦାୟିନୀ ଗୋ ଶ୍ରୀ ସର୍ବମଙ୍ଗଳେଶରଣ ଉଦ୍ଧାରିଣୀ ମାଗୋ ତାରିଣୀ ସର୍ବକାଳେ ।୪୭୯।ନାମୋ ଭୁବନେଶ୍ୱରୀ ଗୋ ୟେକାକ୍ଷର ମନ୍ତ୍ରେ ମାତବ୍ରହ୍ମା ବିଷ୍ଣୁ ମହେଶ୍ୱର ଗୋ ତୋହର ଗର୍ଭରୁ ସମ୍ଭୁତ ।୪୮୦।ପୃଥୀର ଭାରା ତୁ ଯେ ଖେଚରୀ ରୂପେ ଧଇଲୁମହାଖଳା ଦେଖାଇ ତୁ ଅସୁରନ୍ତ ମାଇଲୁ ।୪୮୧।ପରମ ସାଧବୀ ତୋତେ ସର୍ବଦା ଉଚ୍ଛବେ ପୂଜାଭଗତିଭାବ ଘେନି ଗୋ ଭଜିଲୁ ଦେବରାଜା ।୪୮୨।ମଙ୍ଗଳେ ସର୍ବ ମଙ୍ଗଳେ ଗୋ ସର୍ବକାର୍ଯ୍ୟ କରୁ ସିଦ୍ଧିମଙ୍ଗଳ ସର୍ବେସ୍ୱରୀ ଗୋ ଭବାନୀ ଭାତରୁଦ୍ଧି ।୪୮୩।ପ୍ରସନ୍ନେ ଯୋଗେଶ୍ୱରୀ ଗୋ କଳିକାଳ ଦର୍ପଧ୍ୱଂସିଲୋକିତ ଲୋକେଶ୍ୱରୀ ଗୋ ହିମଗିରି ବାସୀ ।୪୮୪।ମଙ୍ଗଳ ପରମବ୍ରହ୍ମ ସ୍ୱରୂପା ଗୋ ସୟଳ ଜନ ଚିନ୍ତାଦୁଖୀଜନ ଉଦ୍ଧାରିଣୀ ସମସ୍ତ ସୁଖଦାତା ।୪୮୫।ସଦା ସମ୍ପଦ ଦାୟିନୀ ଗୋ ସର୍ବମଙ୍ଗଳେଚଣ୍ଡୀକାର ସ୍ତୋତ୍ର ମୁଂ ଭାବଇଂ ବକ୍ଷସ୍ଥଳେ ।୪୮୬।ଅପର୍ଣ୍ଣା ଅନ୍ନପୂର୍ଣ୍ଣା ମାଗୋ ଅଟୁ ଜଗତଧାତ୍ରୀକାଳାନ୍ତକୀ କୃତାନ୍ତକା କାଳିକା କାଳରାତ୍ରି ।୪୮୭।ଟହ ଟହ ହାସିନୀ ଗୋ ପ୍ରସନ୍ନେ ଚନ୍ଦ୍ରମୁଖିଦୁଷୁକୃତ ମେଣ୍ଟଣୀ କାନ୍ତାନୀ ଗୋ ଅଟୁ ସର୍ବସାକ୍ଷୀ ।୪୮୮।ଅନୀତି ସଂସାର ୟେ ଲୋଭ ମୋହ ମହାଗୁରୁଧନହାନୀ କ୍ରୋଧଚିନ୍ତା ମାଗୋ ସର୍ବମଙ୍ଗଳା ପାରି କରୁ ।୪୮୯।ଇତିଶ୍ରୀ ମହାଭାରଥେ କାଳିକା ପୁରାଣ ମତେମୁହିଂ ୟେହା ବାଞ୍ଛାଇଲି ସଂସାର ଜନ ହିତେ ।୪୯୦।ସଦା ଭଗତି ମୋହୋର ଭ୍ରଥଖଣ୍ଡ ମଣ୍ଡଳେମାନବରୂପେ ଜନ୍ମ ବଢିଲି ସର୍ବମେଳେ ।୪୯୧।କିଛୁ ପ୍ରସନ୍ନ ମୋତେ ହୋଇଲେ ସର୍ବମଙ୍ଗଳା ଅଭୟାଜଙ୍ଖେରପୁର ବାସିନୀ ଗୋ କ୍ଷମାକର ବିଜୟା ।୪୯୨।ପରଲୋକ ସୋଦର ଗୋ ଇହଲୋକ ବରଦାତ୍ରୀଇହଲୋକେ ପରଲୋକକଇଂ ତୁହି ସେ ସର୍ବ ସ୍ଥିତି ।୪୯୩।ଶ୍ରୀ ଚଣ୍ଡୀ ସାରୋଳା ଦେବୀ ଚରଣେ ବିନୟେଶୂଦ୍ରମୁନି ସାରୋଳା ଦାସ ଭଗତି ୟେକଲୟେ ।୪୯୪- ୫୪୩୦।
ଅର୍ଜୁନଙ୍କର ମୃତ ସୈନ୍ୟ ଜୀବିତ ଓ ସଂକଳ୍ପ, ଭୈରବ, ଉଦୟଗିରି , ଉତ୍ତର କୋଶଳ ଏବଂ ନନ୍ଦିଗ୍ରାମ ରାଜାମାନଙ୍କୁ ଓ କଳ୍ପ ରାଜା ସହିତ ଯୁଦ୍ଧ
ବଦୟନ୍ତି ଅଗସ୍ତି ଯେ କୁମ୍ଭ ଋଷିଂକର ବାଳେକ୍ଷୀରୋଦ୍ର ଗଣ୍ଡୁଷ କଲେ ବାଳୁତ କୁତୂହୋଳେ ।୧।ସେ ମୁନି ପ୍ରସନ୍ନେ ବିଷ୍ଣୁ ପୁରାଣର ବାଣୀଦୁରାନ୍ତକ ପାତକ ଖଣ୍ଡଇ ଯେଉଂଣ ଶାସ୍ର ଶୁଣି ।୨।କଳିକାଳ ଧ୍ୱଂସିବାକୁ ଯେ ଅମୃତ କଲେ ବୃଷ୍ଟିସଂସାର ସାଗର ତରିବାକୁ ବୁହାଇଲେ ୟେ ଧର୍ମନାବ ଗୋଟି ।୩।ଯମର ଅର୍ଗଳି ଭାଞ୍ଜିବାକୁ ଯେଉଂଣ ମହାତ୍ମା କଲା ଇଚ୍ଛାଖଣ୍ଡିଲା ଯମର ଅର୍ଗଳି ୟେ ଯୁଗାନ୍ତକ କାଳ ବଞ୍ଛା ।୪।ଆହୋ ଅର୍ଜୁନ ସ୍ତୁତି କଲା ଅଭୟେ ହିରଣାକ୍ଷୀପ୍ରସନ୍ନ ହୋଇ ବୋଇଲେ କିସ ତୋ ମନେ ଇଚ୍ଛି ।୫।କେଶରୀ ବାହନେ ଯେ ବିଜୟେ ଶାକାମ୍ଭେରୀଦେଖିଣ ଧନୁର୍ଜୟେ ଶତେ ସହସ୍ର ଦଣ୍ଡ ପ୍ରଳମ୍ବିତ କରି ।୬।ତୁ ଯେବେ ପ୍ରସନ୍ନ ମୋତେ ହୋଇଲୁ ଗୋ ହିଙ୍ଗୁଳେମମ ବାଞ୍ଛା ସିଦ୍ଧ ଯେହ୍ନେ ହୋଇବ ସର୍ବକାଳେ ।୭।ମାଗୋ ଯମାଗୋଷ୍ଠ ବୋଲି ଶାଖାମଣ୍ଡଳ ଆଧିପତିସେ ମୋହୋର ସନ୍ୟସବୁ କଲାକ ବିନଶ୍ୟତି ।୮।ଲିହି ପୋଛନ୍ତେ ମୋହର ସକଳ ସନ୍ୟ ଗଲେ ନାଶୟେକସରେ ବୁଲାଇ ମାଗୋ ହୋଇଣ ନିରାଶ ।୯।ବାଛିଣ ବାସୁଦେବ ଯେତେ ସନ୍ୟ ଦିଲେ ମୋତେଭୀମସେନ ଠାକୁରଂକ କୋପ ମୁଂ ବଞ୍ଚାଇବି କେମନ୍ତେ ।୧୦।ତିନିଭାଇ ଆସିବେ ଯେ ଯାହା ଥାଠ ଘେନିମୁହିଂ କେମନ୍ତେ ୟେକା ହୋଇ ରାଜ୍ୟକୁ ଯିବି ମରାଇ ସଇନି ।୧୧।ଯେବେ ସର୍ବମଙ୍ଗଳେ ଗୋ ମହିମାଂ ତୋର ସତମୃତୁ ସନ୍ୟଗୁଡିକ ମୋର ଜୀଆଇଂ ଦେବୁ ଜଗତ ମାତ ।୧୨।ଶୁଣିଣ ଦୟା ଯେ ବସିଲା ହିରଣାକ୍ଷୀଆହୋ ଅର୍ଜୁନ ତୁ ଦୁସହ ବର ବାଞ୍ଛି ।୧୩।ଅର୍ଜୁନ ବୋଇଲା ମାଗୋ ତୋହୋରେ ହୋଇ ସିଦ୍ଧିମୃତୁ ଜୀବନ୍ୟାସୀ ତୁହି ଅକ୍ଷୟେ କଳ୍ପ ବୁଦ୍ଧି ।୧୪।ଗୋସାମଣି ବୋଇଲେ ତୁ ଶୁଣ ଧନୁର୍ଜୟେତୋହୋର ସନ୍ୟ ସାରିକ୍ଷେ ରଂଚ ଯେ ଚିତ୍ରପଟଳ ଗୋଟିୟେ ।୧୫।କରେଣ ଲେଖନ ଯେ ଧଇଲା ଅର୍ଜୁନଭୂମିରେ ଚିତ୍ରପଟ ସେ କରଇ ଲେଖନ ।୧୬।ସହସ୍ରେକ ରଥ ଦୁଇ ଅହିବ୍ରତ ହାଥୀଆଠ ଅହିବ୍ରତ ଅଶ୍ୱ ଯେ ବେନିଲକ୍ଷ ପାଦାନ୍ତି ।୧୭।ଚିତ୍ର ଲେଖନ କରି ଲିହିଲା ସର୍ବସାଚୀସେ ଚିତ୍ର ପିତୁଳି ଉପରେ ମଉଷଧି ନେଇ ଛିଞ୍ଚିଲେ ହିରଣାକ୍ଷୀ ।୧୮।ଉଠରେ ବୋଲି ମହା ମନ୍ତ୍ରେଣ ଡାକ ଦିଲେ ଶାକାମ୍ଭେରୀଜୀବନ ପାଇଣ ସନ୍ୟ ଉଠିଲେ ବାହାନାଦ କରି ।୧୯।ଅର୍ଜୁନକୁ ଚିହ୍ନିଲେ ସେ ସକଳ ସଇନିପୂର୍ବରୁ ଭଗତିଭାବେ କରନ୍ତି ଯାଇଂ ମାନି ।୨୦।ଅର୍ଜୁନ ଦେଖିଲେ ଯେ ଯାହାର ସରୂପପ୍ରିୟଭାବ କୁଟୁମ୍ୱ ଯେ ଯାହାର ପୂର୍ବ ଅନୁରୂପ ।୨୧।ତର୍ଜନ୍ତି ଗର୍ଜନ୍ତି ଯାନ ବାହାନ ଚଂପାଇଯେ ଯାହାର ଶସ୍ର ଘେନି ଅଛନ୍ତି ବୀରେ ରହି ।୨୨।ଆପଣାର ସଇନି ପାଇଣ ଧନୁର୍ଜୟେଝାତିକାରେ ଗୋସାମଣି ତହୁଂ ହୋଇଲେ ଅନ୍ତର୍ଧ୍ୟାୟେ ।୨୩।ଆପଣା ସଇନି ଘେନି ବିହଡ଼ଇ ବୀର ପାଥବିଜୟେ ସର୍ବସାଚୀ ଶାକଲ୍ୟ ବନସ୍ତ ।୨୪।ସର୍ବେଶ୍ୱର ବୋଲିକରି ୟେକଇଂ ପର୍ବତେଶାକଲ୍ୟ ଦ୍ୱୀପ ବୋଲିକରି ସାରଗତି ବନସ୍ତେ ।୨୫।ସେ ଶାକଲ୍ୟ ଦେଶେ ଯାଇଂ ବିଜୟେ ଫାଲଗୁନିରଥ ଗଜ ଅଶ୍ୱ ଚମ୍ପାଇ କଟକେ ପଶିଲେ ସଇନି ।୨୬।ସେ ଦେଶର ରାଜା ଅଟଇ ଶାଲୁ ଯେ ନୃପତିଗଜ ଅଶ୍ୱ ନାହିଂ ତାର ସଇନି ପାଦାନ୍ତି ।୨୭।କୋଟିୟେ ରଥ ଘେନି ଶାଲୁ ଚଳଇ ଅନ୍ତରୀକ୍ଷେଗନ୍ଧର୍ବ ରାଜା ସାରିକ୍ଷେ ଅଟଇ ସେ ପ୍ରତକ୍ଷେ ।୨୮।ଅର୍ଜୁନ ବିଜୟେ କଲେ ଶାଲୁ ରାଜାର ରାଜ୍ୟେବୀରତୂର ଦମା ନିଶାଣ ଢୋଲ ଚମକ ଘୋର ବାଜେ ।୨୯।କାହିଂରରେ ଶବଦ ଉଲୁକାପାତ ଜାଣିପରାୟୁଧ ନାମେ ମନ୍ତ୍ରୀ ପଚାରଇ ଶାଲୁ ନୃପମଣି ।୩୦।ମନ୍ତ୍ରୀ ବୋଇଲା ସ୍ୱାମୀ ରାଜୁସି ଯାଗ କାର୍ଯ୍ୟେପାଣ୍ଡ ଅର୍ଜୁନ ସେ ଉତ୍ତର ଦିଗବିଜେ ।୩୧।ଆଗ୍ୟାଂ ଦେଇଛନ୍ତି ତାକୁ ଚଞ୍ଚଳା ବଲ୍ଲଭମୁହିଂ ଜାଣଇ ସେ ଅର୍ଜୁନ ପ୍ରତକ୍ଷେ ବାସୁଦେବ ।୩୨।ମନ୍ତ୍ରୀବର ବୋଇଲା ଦେବ ତାହାର ଅସଂଖ୍ୟ ମହିମାଧନୁର୍ଦ୍ଧର ଶିରୋମଣି ସେ ଅଭୟେ ମହାତ୍ମା ।୩୩।ରାଜାଧି ରାଜେଶ୍ୱର ସେ ଉତ୍ତର ଦିଗ ମଧ୍ୟେଯମାଗୋଷ୍ଠ ରାଜାକଇଂ କେହି ଜିଣନ୍ତା ନାହିଂ ଯୁଦ୍ଧେ ।୩୪।ତାହାକଇଂ ବନ୍ଧନ ସେ କରିଛି ଦେବରଥେଆବର ରାଜାୟେ କି ବ୍ରତିବେ ଅର୍ଜୁନର ଅଭଗତେ ।୩୫।ସମଦଣ୍ଡ ଘେନି ଦେବ ପାଛୋଟି ଚାଲ ଯିବାବିନୟ ଭଗତି ହୋଇ ଅର୍ଜୁନକୁ ଆଣିବା ।୩୬।ମନ୍ତ୍ରୀବର ବଚନେ ସେ ସାନନ୍ଦ ମହାରାୟେସମଦଣ୍ଡ ଘେନିଣ ନୃପତି ପାଛୋଟି ବେଗେ ଆୟେ ।୩୭।ବହୁତ ସମ୍ଭର୍ବେ ସେ ଶାଲୁ ମହାରାଜାଅର୍ଜୁନର ପାଦପଦ୍ମେ ସେ କରଇ ଦିବ୍ୟ ପୂଜା ।୩୮।ପୁତ୍ର କୁଟୁମ୍ୱ ଘେନି ସେ ଶାଲୁ ଆଧିପତିପୁଣ ରପଣ ନିଉଛାଳି କରଇ ତୋଷ ମତି ।୩୯।ରାଜାର ଭଗତିଭାବ ଦେଖିଣ ବୀର ପାଥରଥୁଂ ଓହ୍ଲାଇ ଅର୍ଜୁନ ତାକୁ କଲାକ କୋଳାଗ୍ରତ ।୪୦।ଅନେକ ଭାବେଣ ଯେ ବଢାଇଲେ ପୀରତିପୁରେକ ଉତ୍ସବ କରାଇଲା ଶାଲୁ ନରପତି ।୪୧।ଅର୍ଜୁନ ବିଜୟେ କଲେ ଚନ୍ଦ୍ରଶାଳା ଭୁବନେଶାଲୁକଇଂ ନିମନ୍ତ୍ରଣ ସେ କଲେକ ଫାଲଗୁନ୍ୟେ ।୪୨।ବାରୁଣାବନ୍ତକୁ ଯାଅ ରାଜା ତୋର ଥାଠ ସନ୍ୟ ଘେନିବହନ ହୋଇ ଚଳ ଦିବା ଯେ ରୟଣୀ ।୪୩।ଶାଲୁ ବୋଇଲା ତୁ ଅଭୟେ ନିରାକାରଆଜକ ରହିବା ସ୍ୱାମୀ ମୋହୋର ରାଜ୍ୟର ।୪୪।ଅର୍ଜୁନ ବୋଇଲେ ନ ପାରୁଂ ଆମ୍ଭେ ରହିବିଳମ୍ୱ କରିବାକୁ ଆମ୍ଭର ଆଉ ଦିନ ନାହିଂ ।୪୫।ପଞ୍ଚାଶ ଦିବସ ଆଉ ଅଛଇ ସର୍ବେ ପୁଣଅନେକ ଛନ୍ତି ହୋ ଆଉ ଦୁଷ୍ଟ ରାଜାମାନ ।୪୬।ଶାଲୁରାଜା ପ୍ରଣପତ୍ୟ ସେ ଅର୍ଜୁନର ପାଦ ତଳେସ୍ୱାମୀ ଯମାଗୋଷ୍ଠ ବନ୍ଧନ ହୋଇଲା ମନ୍ଦବୁଦ୍ଧି ବଳେ ।୪୭।ଯାହା ଅରଜିଲା ତାହା ସେ ପାଇଲା ଯୁଗତେୟେହାକୁ ବନ୍ଧନରୁ ମୁକତ କର ମୋହୋର ଅଗ୍ରତେ ।୪୮।ମୁଂ ୟେହାକୁ ଘେନିଯିବି ହସ୍ତିନା ରାଜ୍ୟକୁୟେହାର ଅନୀତି ହୋ ଲାଗଇ ଦେବ ହାଦେ ମୁକୁ ।୪୯।ଅର୍ଜୁନ ବୋଇଲେ ତୁ ମହାରାଜା ଅଟୁ ଶାଲୁଯମାରୋଷ୍ଠି ରାଜା ପାଇଂ ତୁ ଆମ୍ଭନ୍ତ କିଂପେ ବୋଲୁ ।୫୦।ୟେ ମୋହୋର ସନ୍ୟ ନାଶକଲା ଅନମିତେମୁଂ ୟେହାର ବନ୍ଧନ ହୋ ଫେଇବି କେମନ୍ତେ ।୫୧।ତୁ ୟେବେ ଚଳିଯାଅ ବାରୁଣାବନ୍ତକଇଂଅବଶ୍ୟ ଯମାଗୋଷ୍ଠକୁ ବନ୍ଧନ କରିନେବି ହସ୍ତିନାକୁ ମୁହିଂ ।୫୨।ଶାଲୁକୁ ଚଳାଇଣ ଯେ ୟେଣେ ଚଳଇ ଧନୁର୍ଜୟେଦଣ୍ଡ ଘେନି ଶାଲୁରାଜା ହସ୍ତିନା ରାଜ୍ୟେ ଆୟେ ।୫୩।ତହୁଂ ବୀର ଅରଜୁନ ଗଲେ ଥାଠ ଯେ ଚଳାଇଭଇରୋବ ଦେଶରେ ବିଜୟେ କଲେ ଦେବ ଯାଇଂ ।୫୪।ଭଇରୋବ ଦେଶରେ ମହାଭଇୋବ ନୃପତିରୁଦ୍ର ଦେବତାକଇଂ ଖଟି ସେ ଅଟଇ ମହାଯତି ।୫୫।ଯେତେକ ଲୋକ ବସଇ ତାହାର ରାଜ୍ୟେସବୁକୁହିଂ ୟେକପାଦେ ପ୍ରସନ୍ନ ଦେବରାଜେ ।୫୬।ଶୁକ୍ଲାମ୍ୱର ଶରୀର ମାଥେ ଜଟା ଭାରିଭସ୍ମ ବିଲେପନ ସେ ଯେ କରେଣ ଶୂଳଧାରୀ ।୫୭।କଟିରେ କାଛେଟି ଯେ କଣ୍ଠେଣ ଚିର୍କୁଟିସାଧନ୍ତି ଯୋଗରୁଦ୍ର ମନ୍ତ୍ର ସେ ପ୍ରକଟି ।୫୮।ବିଶ୍ୱନାଥ ସ୍ୱରୂପଟି ସେ ଅଟନ୍ତି ମହାଯୋଗୀଚତୁର୍ଭୁଜେ ଡମ୍ୱରୁ ଯେ ଘନ ଘନ ବାଜି ।୫୯।ରଥ ଗଜ ଅଶ୍ୱ ତାହାର ବାହାନ ନାହିଂ କିଛିଯେକ ଚରଣେ ଗମନ୍ତି ସେ କନ୍ଦମୂଳ ଭକ୍ଷି ।୬୦।ଅର୍ଜୁନ ବିଜୟେ କଲେ ଭଇରୋବ ଦେଶେଦେଶାଉରେ ଜଣାଇଲେ ମହା ଭଇରୋବ ରାଜା ପାଶେ ।୬୧।ଶୁଣ ଦେବ ସାବଧାନେ ସମ୍ଭାଳ ତୋର ରାଷ୍ଟକେଉଂଣ ଦେଶରୁ ଦେବ ପଶିଲା ଆସି ପର ଥାଠ ।୬୨।ଦେଶାଉରେ ମୁଖୁଂ ଯହୁଂ ଶୁଣିଲା ବାରତଦଣ୍ଡ ଘେନି ମହା ଭଇରୋବ କଟକୁଂ ଆଗତ ।୬୩।ଆସନ୍ତେ ଅର୍ଜୁନକୁ ବାଟେ ଭେଟିଲା ଭଇରୋବେଅର୍ଜୁନ ସଇନି କ୍ଷେପନ୍ତି ଅତି ବେଗେ ।୬୪।ଭଇରୋବ ଡାକ ଦିଅନ୍ତି ନିଜ ରଥେ ବସିଅଦଭୁତେ କଟକେ ମୋହୋର ପଶିଲୁ କାହୁଂ ଆସି ।୬୫।ପର ରାଷ୍ଟ ଥାଠ କି ପ୍ରୀତିପଣେ ଆସୁଉତ୍ତହୋଳ ବାଦ୍ୟକରି କଟକେ କିଂପେ ମୋର ପଶୁ ।୬୬।ଆଗିଆଣି ଥାଠେ ଠିଲେ ଜୟ ଯେ ବିଜୟେଆହୋ ଭଇରୋବ ତୁ ଶୁଣ ମହାରାୟେ ।୬୭।ପାଣ୍ଡବ ସୋମବଂଶେ ଯୁଝେଷ୍ଠି ଦେବରାୟେତାହାଂକ ସୋହୋଦ୍ର ୟେ ବୀର ଧନୁର୍ଜୟେ ।୬୮।ରାଜୁସିଯାଗ କରିବେ ପଣ୍ଡୁ ରାଜାଂକର କାର୍ଯ୍ୟେରାଜାନ୍ତ ନିମନ୍ତ୍ରଣେ ପାଥେ ଉତ୍ତର ଦିଗବିଜେ ।୬୯।ଶୁଣିଣ ଭଇରୋବ ଦୂରୁଂ ହୋଇଲା ପରିଣାମିତ୍ରାସେଣ ବୋଇଲା ନିସ୍ତରିଲି ନିସ୍ତରିଲି ଦେବସ୍ୱାମୀ ।୭୦।ରଥରେ ଦେଖିଲା ଯମାଗୋଷ୍ଠ ରାଜା ବନ୍ଦିଦେଖିଣ ବିସ୍ମୟ ଯେ ହୋଇଲେ ସର୍ବଯୋଧୀ ।୭୧।ତ୍ରାସେଣ ନୃପତି ଯମାଗୋଷ୍ଠ ମହାବଳୀବନ୍ଧନ ହୋଇ ରାୟେ ମନେ ମନେ ଭାଳି ।୭୨।ଭଇରୋବ ପ୍ରଣପତ୍ୟ ଅର୍ଜୁନର ପାଦତଳେମୁହିଂ ତୋର ଚରଣେ ଶରଣ ପଶଇ ସର୍ବକାଳେ ।୭୩।ସ୍ୱାମୀ ଅଗ୍ୟାନେ ଯମାଗୋଷ୍ଠ କଲାକ ଯେବେ ଦୋଷଶରଣମତ୍ସଳ ତୋହୋର ନାମ ଯେ ବିବତ୍ସ ।୭୪।ମୋହୋର ଗୋଚରେ ଦେବା ଯମାଗୋଷ୍ଠ ରାଜାକୁମୁହିଂ ଘେନିଯିବି ୟେହାଂକୁ ବାରୁଣାବନ୍ତ ସଭାକୁ ।୭୫।ଅର୍ଜୁନ ବୋଇଲେ ଶୁଣ ହୋ ଭଇରୋବଉତ୍ତରଦିଗ ସାଧ୍ୟ ପରିଯନ୍ତେ ୟେ ମୋହୋର ରଥେ ବନ୍ଧନହୋଇଥିବ ।୭୬।ଭଇରୋବ ଭକ୍ତି ଦେଖି ଦୁଇ ସେନାପତିକୋଳକରି ଛାମୁରେ ଭେଟାଇଲେ ତତକ୍ଷଣାନ୍ତି ।୭୭।ଦେଖିକରି ଶ୍ରୀକରେ ବାସେବି ଯେ ଘେନିଣ ରତ୍ନମାଳାହୃଦେ ଲମ୍ୱାଇଲେ ନେଇ କୋଇନ୍ତା ଦେବୀର ବଳା ।୭୮।ନିମନ୍ତ୍ରଣ ଯୋଗାଡମାନ ଦିଲେକ ସର୍ବସାଚୀରାଜୁସିଯାଗ ସଭାକୁ ବହନ ତୋର ଦଣ୍ଡ ଘେନି ଯାଅସି ।୭୯।ଭଇରୋବ ବୋଇଲା ଆଗ୍ୟାଂ ପ୍ରମାଣେ ମୁଂ ଯିବି ୟେହିକ୍ଷଣସ୍ୱାମୀ ଆଜକ ରହିଯିବା ମୋହୋର ଭୁବନ ।୮୦।ମୁଣୋହି ଯୋଗାଡ଼ ଦେବି ଯେତେମାନ ପାରଇବନ୍ଧୁବର୍ଗ ଘେନି ତୋର ଚରଣେ ସେବଇ ।୮୧।ଅର୍ଜୁନ ବୋଇଲେ ହୋ ଅନେକ ଦୁର୍ଗମ ଅଛି ମୋତେଭୋଜନକଇଂ ଇଚ୍ଛାନାହିଂ ରାଜାନ୍ତ ନିମନ୍ତ୍ରଣ ପରିଯନ୍ତେ ।୮୨।ଦଣ୍ଡ ଘେନି ଯାଅ ଯା ହସ୍ତିନା ଭୁବନକୁଦଣ୍ଡେକ ବିଶ୍ରାମ ନାହିଂ ତୋର ପୁରେ ରହିବାକୁ ।୮୩।ଅର୍ଜୁନ ନିମନ୍ତ୍ରଣ ଯୋଗାଡ଼ନ୍ତ ଘେନିଅଶୀ ସହସ୍ର ବଳ ପୁରୋଇଲା ଦେଖା ଦରଶନି ।୮୪।ଚଳଇ ଭଇରୋବ ନୃପତି ତାର ଥାଠ ଯେ ପଲାଣିଅନେକ ଶବଦେ ବାଜଇ ବୀରତୂର ଧୁନି ।୮୫।ଭଇରୋବକୁ ଚଳାଇତହୁଂ ଚଳଇ ଅର୍ଜୁନଉଦୟେ ମଣ୍ଡଳେ ପ୍ରବେଶ ହୋଇଲା ଯାଇଂ ବାସବର ନାନ ।୮୬।ଉଦୟଗିରି ବୋଲିଣ ତହିଂ ୟେକଇଂ ପର୍ବତ ଗୋଟିୟେସେ ପର୍ବତେ ବିଜେକଲେ ଯାଇଂ ଧନୁର୍ଜୟେ ।୮୭।ବାଜଇ ବୀରତୂର ଦେବଗଣ ଦୁନ୍ଦୁଭିଆକାଶ କମ୍ପିଲା ଟଳମଳ ମହୀଦେବୀ ।୮୮।ସେ ଉଦୟ ମଣ୍ଡଳ ରାଜା ସୁମନ୍ତକ ନୃପତିରାମ ବେଣ୍ଟବିନୋଦେ ସେ ବୁଲଇ ନିଶାରାତି ।୮୯।ତାରେଣୀ ନଦୀକୂଳେ ସେ ଜଗିଣ ପାଣିଘାଟିଦେଖିଲେ ଯୋଦ୍ଧାୟେ ସେ ମାରନ୍ତି ଜୀବଗୋଟି ।୯୦।ବୀରତୂର ଦାଉଣ୍ଡି ଶବଦ ଶୁଭିଲା ଉଦୟଗିରି ପର୍ବତେଦେଖିଣ ନୃପତି ଯେ ରହିଲା ଥମ୍ଭୀଭୂତେ ।୯୧।ମନ୍ତ୍ରୀକି ରାଇଣ ପଚାରଇ ନୃପମଣିବନସ୍ତେ କିସ ଶବଦ ଶୁଭଇ ଉଲୁକାପାତ ଜାଣି ।୯୨।ରାଜାର ଆଗ୍ୟାଂୟେ ସେ ଧଆଇଂଲେ ଚାରଗଣେଭେଟିଲେ ବନସ୍ତରେ ଯାଇଂ ପାଣ୍ଡବ ପଞ୍ଚାଣେ ।୯୩।ଚାରଗଣେ ପଚାରିଲେ ତୁମ୍ଭେ କେଉଂଣ ଦେଶର ରାଜାପରରାଜ୍ୟେ ପଶି କିଂକେ ବୀରତୂର ବଜା ।୯୪।ଶୁଣ ହୋ ଚାରଗଣେ ବଦୟନ୍ତି ସେନାପତିୟେ ସେ ବୀର ଧନୁର୍ଜୟେ ପାଣ୍ଡବ ମହାଛତ୍ରୀ ।୯୫।ଉତ୍ତର ଦିଗ ବିଜୟେ ରାଜାନ୍ତ ନିମନ୍ତ୍ରଣେଉତ୍ତର କୋଶଳର ଯେବେ ସମସ୍ତ ରାଜାଗଣମାନେ ।୯୬।ରାଜୁସିଯାଗ ସଭାରେ ଥିବେ ଷୋଳହ ଦିବସ ପରିଯନ୍ତେଉତ୍ସବ ସାରି ଆସିବେ ସକଳ ନରପତ୍ୟେ ।୯୭।ସେନାପତିଂକର ମୁଖୁଂ ୟେସନେକ ବାକ୍ୟ ଶୁଣିବାରତା କହିଲେ ଯାଇଂ ସୁମନ୍ତକ ନୃପମଣି ।୯୮।ଶୁଣ ହୋ ସାବଧାନେ ଉଦେମଣ୍ଡଳ ଅଧିକାରୀଅର୍ଜୁନ ଠାକୁର ସେ ଉତ୍ତର ଦିଗ ରାଜାନ୍ତ ନିମନ୍ତ୍ରଣ କରି ।୯୯।ଚାଳିଶ ସହସ୍ର ରାଜାନ୍ତ ନିମନ୍ତିବେ ରାଜୁସିଯାଗ ଅର୍ଥେଯମାଗୋଷ୍ଠ ରାଜାକୁ ବନ୍ଧନ କରିଛନ୍ତି ରଥେ ।୧୦୦।ୟେସନେକ ବାରତା ଶୁଣି ଉଦେମଣ୍ଡଳ ଅଧିକାରୀବୋଇଲା ପରରାଷ୍ଟ ଭୂମିରେ ପଶିଲେ ସେ କେହ୍ନେକ ବିଚାରି ।୧୦୧।ରାଜାର ବଚନେ ସେ କହଇ ମନ୍ତ୍ରୀବରସ୍ୱାମୀ ଦୁତୀକୃଷ୍ଟ ଅବତାର ସେ ପ୍ରତକ୍ଷେ ଦାମୋଦର ।୧୦୨।ପ୍ରୀତି ହୋଇଲେ ତାକୁ ପାଇବା କାରଣଦୁଷ୍ଟ ହୋଇଲେ ଦେବ ସେ ଅବଶ୍ୟ କରଇ ନିବାରଣ ।୧୦୩।ସ୍ୱାମୀ ସନ୍ଧାନ ଯୋଗାଡନ୍ତି ଚାଲ ଘେନିଯିବା ମହୀପତ୍ୟେୟେ ମହାରାଜ୍ୟ ଧ୍ୱଂସ ନ କରାଅ ଅର୍ଜୁନର ହାଥେ ।୧୦୪।ଦ୍ରଶନେ ପ୍ରସନ୍ନ ହେଲେ ପାଇବା ପରମ ଗତିଅସାଧ୍ୟ ହୋଇଲେ ଅବଶ୍ୟ ସାଧିବ ସବୁନ୍ତି ।୧୦୫।ମନ୍ତ୍ରୀର ବଚନେ ରାଜା ପରମ ସାନନ୍ଦେଚଳଇ ନରେନ୍ଦ୍ର ସେ ଘେନିଣ ସନ୍ୟବୃନ୍ଦେ ।୧୦୬।ସହସ୍ରେକ ଭାର ରାଜା ଘେନଇ ପାଣିଦ୍ରବ୍ୟଅର୍ଜୁନର ଛାମୁକୁ ଆସଇ ନୃପଦେବ ।୧୦୭।ଦ୍ରଶନ କଲା ଆସି ଉଦେଗିରି ପର୍ବତେଆହାନିକ ସାରିବାବେଳେ ଆସି ହୋଇଲା ପ୍ରଣପତ୍ୟେ ।୧୦୮।ଦୂତପତିମାନେ ବୋଇଲେ ତୁ ହୋ ଥାଅସି ଦଣ୍ଡଧରେଦ୍ରଶନ କରାଇବା ପ୍ରସନ୍ନବେଳେ ମୁଣୋହି ଉତ୍ତାରେ ।୧୦୯।ଅନ୍ତର ହୋଇଣ ସେ ରହିଲେ ନୃପମଣିଆହାନିକ ସାରି ଅର୍ଜୁନସୁମରଇ ଚକ୍ରପାଣି ।୧୧୦।ମୁଣୋହିରେ ବିଜୟେ ବେଗେ କଲେକ ଅରଜୁନବେଗେଣ ସାରିଲେ ସେ ଅମୃତ ରସ ଭୋଜନ ।୧୧୧।ମୁଣୋହି ସାରିଣ ସେ ଆଂଚୋବନେ ବିଜେବିଜିଘୋଷ ଦେବଦତ୍ତ ଶଙ୍ଖ ଛାମୁରେଣ ଘନ ଘନ ବାଜେ ।୧୧୨।ଆଂଚୋବନ ସାରିଣ ବିଜୟେ ସିଂଘାସନେଯମାଗୋଷ୍ଠ ମୁଣୋହି କଲା ତାହା ନିତ୍ୟକର୍ମ ବିଧାନେ ।୧୧୩।ସନ୍ନିଧ୍ୟେ ବସାଇ ତାକୁ ବାସବର ସୁତକ୍ରପୂର ତାମ୍ୱୁଳ ଯେ ଭୁଂଜନ୍ତି ତୋଷଚିତ୍ତ ।୧୧୪।ସୁଖାସନେ ବିଜୟେ କୃଷ୍ଣ ଅବତାରେସୁମନ୍ତକ ନୃପତି ଆସି ଦ୍ରଶନ କଲାକ ଛାମୁରେ ।୧୧୫।ଛାମୁରେ ଜଣାଇଲେ ଯାଇଂ ଜୟ ବିଜୟ ସେନାପତିଦ୍ରଶନ କରୁଅଛି ଦେବ ଉଦେମଣ୍ଡଳ ଆଧିପତି ।୧୧୬।ଆସ୍ତାନେ ବସିଣ ପାଥ ଆଗ୍ୟାଂ ଅବଧାରିସନ୍ନିଧ୍ୟକୁ ଆସି ହୋ ଉଦୟମଣ୍ଡଳ ଅଧିକାରୀ ।୧୧୭।ନିରାଧାର ବଚନ ସେ କହିଲେ ଫାଲଗୁନିରାଜୁସି ଯାଗକୁ ଚଳ ତୁ ଦିବା ଯେ ରୟଣୀ ।୧୧୮।ଅକ୍ଷତ ଗୁଆ ତାକୁ ଦିଲେକ ଫାଲଗୁନିରାଜୁସି ଯାଗକୁ ଚଳ ହୋ ତୋହୋର ଥାଠ ସନ୍ୟ ଘେନି ।୧୧୯।ରାଜାଂକର ମେଳେ ତୁ ଥାଅ ବାରୁଣାବନ୍ତେରାଜାମାନନ୍ତ ଘେନି ମୁଂ ବାହୁଡ଼ିବା ପରିଯନ୍ତେ ।୧୨୦।ସୁମନ୍ତେକ ବୋଇଲା ସ୍ୱାମୀ ମୋହୋର ବଡ଼ ଭାଗ୍ୟଯେଉଂଣ ଯାଗ ଦେଖନ୍ତେ ହୋ ପ୍ରାପତ ହୋୟେ ସ୍ୱର୍ଗ ।୧୨୧।ପୂର୍ବର ତପ ଯାହାର ଅଛଇ ଅରଜିଲାଦ୍ରଶନେ ଇହଜନ୍ମର ପାତେକ କ୍ଷୟଗଲା ।୧୨୨।ଶୁଣନ୍ତେ ଅନେକ ଜନ୍ମ ପାତେକ ହୋଇ ହତଦ୍ରଶନେ ବଇକୁଣ୍ଠ ଯେ ମିଳଇ ସରୂପ ।୧୨୩।ଅନେକ ସାନନ୍ଦେଣ ସୁମନ୍ତେଣ ନରପତିବହୁତ ସମ୍ଭରେ ରାଜା ଚଳଇ ତଡତି ।୧୨୪।ତହୁଂଣ ପୟାଣେ ଚଳଇ ଅର୍ଜୁନ ମହାବୀରବିଜୟମଣ୍ଡଳ ବୋଲି ୟେକଇଂ ନଗର ।୧୨୫।ସେ ରାଜ୍ୟେ ଭିତରେ ଯାଇଂ ପଶିଲେ ସଇନିବାରତା ପାଇଣ ରାଜା ଆସଇ ସନ୍ୟ ଘେନି ।୧୨୬।ବିଜୟକେତନ ବୋଲି ସେ ନୃପତିର ନାମଅର୍ଜୁନ ଛାମୁରେ ଆସି କରଇ ପରଣାମ ।୧୨୭।ରାଜା ହୋଇଲା ସ୍ୱାମୀ ଧନ୍ୟ ୟେହୁ ମୋହୋର ବେନି ଆଖିଶ୍ରବଣେ ଯାହା ଶୁଣିଥିଲି ତାହା ଚକ୍ଷୁରେଣ ମୁହିଂ ଦେଖି ।୧୨୮।ଦୂତୀ ନିରଞ୍ଜନ ତୁ ହୋ ଆସି ବିଜୟ ମୋର ପୁରୀଜନ୍ମର ପାତକ ଖଣ୍ଡନ୍ତୁ ଦେଖିଣ ମୋହୋର ନଗ୍ର ନରକାରୀ ।୧୨୯।ଆପଣେ ଚାମର ଧରି ଢାଳଇ ନରପତିବହୁତର କୁତୂହୋଳେ ରାଜା ନଗରେ ପଶନ୍ତି ।୧୩୦।ବିଜୟମଣ୍ଡଳ ରାଜ୍ୟରେ ପଶନ୍ତେଣ ଶୋହିଲାଆକାଶ ତେଜିଣ କି ବାସେବ ବିଜେକଲା ।୧୩୧।କେଶବାସ ଅସମ୍ଭାଳେ ଧାମନ୍ତି ସର୍ବଜନେଗୁରୁ ଗଉରୋବ ଉପେଖି ଧାମନ୍ତି ସର୍ବ ନାରୀଗଣମାନେ ।୧୩୨।ମୋହେ ବଶ ହୋଇଲେ ଦୁତୀକୃଷ୍ଣ ମୁଖ ଚାହିଂପ୍ରତକ୍ଷେ ଅନଙ୍ଗ ୟେହାକୁ ସରିସମ ନୋହଇ ।୧୩୩।ଅର୍ଜୁନ ବିଜେକଲେ ଯାଇଂଣ ଜଗତୀ ଉପରେଶତେକ ଭାରିଯା ଘେନିଣ ରାଜା ଖଟଇ ପୟରେ ।୧୩୪।ଆଲଟ ଚାମର ଯେ ଢାଳଇ ନୃପତିସ୍ୱାମୀ ସଦା ଅନୁଗ୍ରହ ମୋତେ ହୋଇଥିବା ସୁତ କୋନ୍ତୀ ।୧୩୫।ସୁବର୍ଣ୍ଣର କଳସ ସେ ପାତାଙ୍ଗ ଦିବ୍ୟ ଚିହ୍ନଉତ୍ସବ କରାଇଲା ରାଜା ଆପଣା ଭୁବନ ।୧୩୬।ନିମନ୍ତ୍ରଣ ଦିଲେ ତାହାକୁ ସୁଭଦ୍ରାର ନାହାହସ୍ତିନା ରାଜ୍ୟକୁ ରାଜା ଦଣ୍ଡ ଘେନି ବହନ ହୋଇ ଯା ଯା ।୧୩୭।ସ୍ୱାମୀର ଆଗ୍ୟାଂ ନିରାଧାର ଶଇରେ ଘେନିତକ୍ଷଣେ ଅନକୂଳ ଘେନି ରାଜା ସାଜିଲା ସଇନି ।୧୩୮।ଆପଣେ ଥାଇଂ ତାହାକୁ ଚଳାଇ ଅର୍ଜୁନଦଣ୍ଡଘେନି ବିଜେକଲା ବିଜୟ କେତନ ।୧୩୯।ଚଳଇ ବାସବି ଯେ ଘେନିଣ ନିଜ ଥାଠସେ ରାଜ୍ୟ ଜିଣି ପ୍ରବେଶ ହୋଇଲେ ସଉରାଷ୍ଟ ।୧୪୦।ସେ ରାଜ୍ୟର ରାଜା ନାମ ଅଟଇ କୃତ ଯେ କେଶରୀଅନେକ ରାଜ୍ୟ ଜିଣି ସେ ପ୍ରତାପେ ରାଜ୍ୟକରି ।୧୪୧।ଅନେକ ରାଜାଂକର ତୁଲେ ସେ ଅନୁବ୍ରତେ ବିବାଦୀପ୍ରତାପକେଶରୀ ସେ ବହୁତ ଦେଶ ସାଧି ।୧୪୨।ଅନୁବ୍ରତେ ସେ ନୃପତି ପଲାଣି ଥାଇ ଥାଠଉତ୍ତର କୋଶଳେ ସେ ବୀର ଅଟଇ ମହା ଆଣ୍ଟ ।୧୪୩।ଗଙ୍ଗା ଯମୁନା ନଦୀର ମଧ୍ୟେ ତାର ରାଜ୍ୟବଡାଇ ଧାର୍ମିକ ନୃପତି ସେ ରାଜ୍ୟଲୋକେ ବ୍ରତନ୍ତି ଅଇଶୁର୍ଯ୍ୟ ।୧୪୪।ପନ୍ଦର କ୍ଷଉଣୀ ତାକୁ ସନ୍ୟବଳ ଖଟଇପଞ୍ଚୁଧାରା ପର୍ବତ ବେଢି ରାଜ୍ୟ ତାର ଅଟେ ।୧୪୫।ପଞ୍ଚଦଶ ପାରିଦଣ୍ଡ ଖଟଇ ନୃପତିଉତ୍ତର କୋଶଳେ ସେ ଅଟଇ ବଡ଼ାଇ ବିଖ୍ୟାତି ।୧୪୬।ବାସେବି ପ୍ରବେଶ ଯାଇଂ ହୋଇଲା ତାର ରାଜ୍ୟେବୀରତୂର ଶବଦ ଯେ ଗହନ ଢୋଲ ବାଜେ ।୧୪୭।ଦେଶାଉରେ ବାରତା ଜଣାଇଲେ କୃତକେଶୀ ନୃପମଣିଅର୍ଜୁନ ତୋହୋର ରାଜ୍ୟେ ପଶେ ଥାଠ ପଲାଣି ।୧୪୮।ସକଳ ରାଜ୍ୟର ରାଜା ଦେବ ଆସୁଅଛି ସାଧିଯମାଗୋଷ୍ଠ ରାଜାକୁ ସେ ରଥରେ ଅଛି ବାନ୍ଧି ।୧୪୯।ଛତ୍ରୀବର ସୋହତ ସେ ବଡାଇ ପ୍ରତାପୀସାଂଗ୍ରାମେ ଜଗୁଜିତା ସେ ଅଟଇ ମହାକୋପୀ ।୧୫୦।ଦେଶାଉର ବଚନେ ରାଜା କୋପେଣ ପରଚଣ୍ଡସନ୍ନିଧ୍ୟେ ହକାରିଲା ରାଜା ଚାରିଶତ ପାରିଦଣ୍ଡ ।୧୫୧।ଆରେ କେଟି ପଶିଲା ମୋର ରାଜ୍ୟେ ନ ବିଚାରିବେଗକରି ମୋ ଛାମୁକୁ ଆମ ତାକୁ ଧରି ।୧୫୨।ପ୍ରାଣେ ନ ମାଗି ରେ ତାକୁ ବନ୍ଧନ କରି ଆଣକେବଣ ଦେଶୁଂ ଆସିଛି ତାହା ତଦନ୍ତ କରି ଜାଣ ।୧୫୩।ରାଜାର ବଚନେ ପାରିଦଣ୍ଡ ରାଜାମାନେସମଦଣ୍ଡ ସାଜିଣ ସେ ଧାମନ୍ତି କୋପମନେ ।୧୫୪।ରଥ ଗଜ ଅଶ୍ୱ ପାଦାନ୍ତି ନ ଯାଇ କଳନବେଢ଼ିଣ ସଇନି ଯାଇଂ ପ୍ରହାରିଲେ ବଜ୍ରବାଣ ।୧୫୫।ଆଗିଆଣି ଥାଠେ ଅନେକ ବଳ ଦେଖିଗହଳ ସଇନି ଭାଜିଲେ ସାଂଗ୍ରାମ ଉପେଖି ।୧୫୬।ଥାଠ ଭାଜନ୍ତେ ଜୟେ ବିଜୟେ ସେନାପତିଧନୁରେ ନାରାଜ ପୂରୋଇ ଉଗାଳିଲେ ଝାତି ।୧୫୭।ଦେଖିଣ କୋପାନଳ ଯେ କୃତକେଶୀର ସଇନିଆକ୍ରେଷିଣ ନାରାଜ ଯେ ବିନ୍ଧନ୍ତି କୋପେ ଘେନି ।୧୫୮।ଶହସ୍ର ବିଘାତେଣ ଗଗନ ଅନ୍ଧକାରମୟେପଡ଼ନ୍ତି ନାରାଜମାନେ କକଡ଼ା ବୃଷ୍ଟି ପ୍ରାୟେ ।୧୫୯।ଅବିଚ୍ଛନ୍ନେ ନାରାଜ ପଡ଼ନ୍ତେ କେହୁ ତା ପରିମାଣିଆକାଶେ ଅଦୃଶ୍ୟ ହୋଇଲେ ଗଗନ ଚୂଡ଼ାମଣି ।୧୬୦।ଘୋର ଯୁଦ୍ଧ ଦେଖିଣ ଉଠିଲେ ବୀର ପାଥଲକ୍ଷେ ଦଳ ଗାଣ୍ଡିମ ଧନୁ ଶୋଭିତ ବାମହାଥ ।୧୬୧।ଅକ୍ଷୟ ତ୍ରୋଣୁଂ ନାରାଜ ଧନୁରେ ପୂରୋଇକୃତକେଶୀ ସଇନିଂକି ସେ ବିନ୍ଧଇଲେ ତୁହାଇ ।୧୬୨।ଅବିଚ୍ଛନ୍ନେ ଥାଠେ ଶର ହୋଇଲା ଯେ ବୃଷ୍ଟିକବଚ ମି କୁଣ୍ଡଳ ଛିଡ଼ି ପଡ଼ିଲା ବଜ୍ରଘୋଟି ।୧୬୩।ଗଜ କୁମ୍ଭସ୍ଥଳେ ପଡ଼ି ନାରାଜ ନିକିଳିମହା ମହା ମତ୍ତହାଥୀମାନେ ଭୂମିରେଣ ପଡୁଛନ୍ତି ଢଳି ।୧୬୪।କୃତକେଶୀର ସନ୍ୟ ମହା ବନସ୍ତର ପ୍ରାୟେକାଳ ଅନଳ ବହନି ତହିଂ ହୋଇଲା ଧନୁର୍ଜୟେ ।୧୬୫।ପବନ ବିଘାତେ ଯେହ୍ନେ ବୃକ୍ଷେ ପଡନ୍ତି ଲୋଟିକାଳନଳ ତେଜ ଯେ ଅର୍ଜୁନର ଶର ବୃଷ୍ଟି ।୧୬୬।ସମ୍ଭର୍ବେ ନାରାଜ ଯେ ବିନ୍ଧଇ ସର୍ବସାଚୀଯେସନେ ଅନଳ ଶୁଖିଲା ତରୁବର ଦହନ କରୁଅଛି ।୧୬୭।ପଡ଼ିଲେ ସଇନି ଯେ ଅର୍ଜୁନ ଶରଘାତେଭାଜିଣ ଚୂର ହୋଇଲେ ଗଜ ଅଶ୍ୱ ରଥେ ।୧୬୮।ରାଜାର ଛାମୁରେ ଯାଇଂ କହିଲେ ଦୂତପତିସ୍ୱାମୀ ଅନେକ ସଇନି ତୋର ସାଂଗ୍ରାମେ ହୋଇଲେ ବିନଶ୍ୟତି ।୧୬୯।ଦୂତପତିର ବଚନ ଶୁଣି କୃତକେଶୀ ମହାରାୟେକୋପେଣ ଗର୍ଜଇ ରାଜା କାଳସର୍ପ ପ୍ରାୟେ ।୧୭୦।ଅଧର ପୁଷ୍ଟ କରି ଅଧରେ ଦନ୍ତ ଚାପିଆସ୍ତାନେ ତେଜିଣ ରାଜା ଭୂମିକି ପଡ଼ଇ କ୍ଷେପି ।୧୭୧।ଲୋହସାର ବେନିଗଦା ଘେନିଣ ରାୟେ ହାଥେରେ ରେ କାର କରି ରାଜା ଧାମଇଂ ପାଦଗତେ ।୧୭୨।ମହା ବଳବନ୍ତା ସେ ପ୍ରତଗ୍ୟାଂ ମହାଗରୁକଟାଳେଣ କାଳସର୍ପ ଯେସନେକ ଗର୍ଜିଣ ଟେକଲ ଫେରୁ ।୧୭୩।ରାଜାର ଧାମନ୍ତେ ଗୋଡାବନ୍ତି ସର୍ବଯୋଧୀରେ ରେ କାର କରିଣ ନାରାଜ ବେଗେ ବିନ୍ଧି ।୧୭୪।ରାଜାକୁ ଦେଖି ଜୟେ ବିଜୟେ ସେନାପତିରଥ ଚମ୍ପାଇଣ ସେ ଉଠିଲା କୋପମୃର୍ତ୍ତି ।୧୭୫।ସେନାଂକର ଧାମନ୍ତେ ସମାର୍ଜଇ ଫାଲଗୁନିରହ ରହ ବୋଲିଣ ଯେ କରଇ ମଧୁର ଧୁନି ।୧୭୬।ଅର୍ଜୁନ ବୋଇଲେ ରେ ୟେ ଅଗ୍ୟାନ ମୂର୍ଖ ନୃପିମଣିସମଦଣ୍ଡ ନାଶ କରାଇବୁ ବାରତା ନଜାଣି ।୧୭୭।ମାତଳିକି ବୋଇଲେ ସେ ସୋହଦ୍ରାର ନାହାକୃତକେଶୀ ଛାମୁକୁ ରଥ ମୋର ବେଗେ ବାହା ।୧୭୮।ଅର୍ଜୁନର ବଚନେ ଅଶ୍ୱନ୍ତ ଚଳାଇଲା ସାରଥିକୃତକେଶୀର ଛାମୁରେ ରଥ ଉଭାରିଲା ତତକ୍ଷଣାତି ।୧୭୯।ରଥ ଦେଖି କୃତକେଶୀ ଗଦାବରକୁ ବୁଲାଇଅର୍ଜୁନ ଉପରେ ଯେ ପ୍ରହାର କଲା ନେଇ ।୧୮୦।ଅର୍ଜୁନ ବୋଇଲା ଆହୋ ଅଗ୍ୟାନ ତୁ ଭୂପକାହାର ଠାରେ ପ୍ରତଗ୍ୟାଂ କରୁ ତୁ ସରୂପ ।୧୮୧।କାଳସର୍ପ ମୁଖେ ଯେହ୍ନେନ ବ୍ରତଇ ପ୍ରାଣୀରାଜୁସି ଯାଗର ବାରତା ତୁ ନ ଜାଣି ନ ଶୁଣି ।୧୮୨।ଚାଳିଶି ସହସ୍ର ରାଜା ନିମନ୍ତିବି ଉତ୍ତର କୋଶଳେସମସ୍ତ ଦେଶରୁ ଯିବେ ଅନେକ ମହୀପାଳେ ।୧୮୩।ଆମ୍ଭେତ ତୋହୋର ନୋହୁନା ବଇରି ବିବାଦୀକାହା ତୁଲେ ଆମ୍ଭେ କଦାଚିତେ ନୋହୁନା ଦ୍ୱନ୍ଦୀ ।୧୮୪।ନିମନ୍ତ୍ରି ଅଇଲୁ ହୋ ଉତ୍ତର ଦିଗେ ଆମ୍ଭେଅଗ୍ୟାନେ ସଇନି କିଂକେ ନାଶକର ତୁମ୍ଭେ ।୧୮୫।ଆହୋ ଉତ୍ତର ଦିଗ ରାଜାମାନେ ତୁମ୍ଭେ ୟେତିକି ମୂର୍ଖ କିବିଚାର ନ କର କିଂପା ଯମାଗୋଷ୍ଠ ବନ୍ଧନ ଦେଖି ।୧୮୬।ଆହୋ ଜରାସନ୍ଧ ବଧ ହେଲା ଯେଉଂଣ ଯାଗର ନିମନ୍ତେତହିଂର ବାରତା କି ନ କହିଲେ ତୁମ୍ଭର ଦୂତେ ।୧୮୭।ଆମ୍ଭର ତୁଲେ କିଂପାଇ ତୁ ସାଂଗ୍ରାମ କରିବୁୟେତେବଡ ସମ୍ପଦ ବୁଡ଼ାଇ ସଂପୋଡ଼େ ମରିବୁ ।୧୮୮।ଅର୍ଜୁନର ବଚନେ କୃତକେଶୀର ମନ୍ତ୍ରୀରାଜାକୁ ପଛକରି ଆଗ ହୋଇଲା ତତକ୍ଷଣାନ୍ତି ।୧୮୯।ଅର୍ଜୁନ ପାଦପଦ୍ମେ ମନ୍ତ୍ରୀ ହୋଇଲା ପରିଣାମିନ ଜାଣି ଦ୍ୱନ୍ଦକଲୁ ଆମ୍ଭେ ଉଦ୍ଧରିବା ଦେବ ସ୍ୱାମୀ ।୧୯୦।କୃତକେଶୀ ଦେଖିଲା ଯେ ଅର୍ଜୁନର ତେଜରଥେଣ ବସିଅଛି ଅର୍ଜୁନ ହୋଇଣ ଚତୁର୍ଭୁଜ ।୧୯୧।ଆପଣାର ରଥ ତେଜ୍ୟାକରି କୃତକେଶୀ ନୃପମଣିପାଥ ରଥତଳେ ଶତ ସହସ୍ର ଦଣ୍ଡ ପରିଣାମି ।୧୯୨।ପ୍ରତକ୍ଷେ ନାରାୟଣ ତୁ ଯେ ଅଟୁ ଫାଲଗୁନିମୁଂ ହୀନ ପାମର ତୋତେ ନୁଆରିଲି ଚିହ୍ନି ।୧୯୩।ସ୍ୱାମୀ ଅଗ୍ୟାନ ଲୋକର ଦୋଷ କରିବା ଉପେକ୍ଷାଦୋଷୀଲୋକ ଭଗତି ହୋଇଲେ ଅବଶ୍ୟ କରିବାକ ରକ୍ଷା ।୧୯୪।ତୁ ଦେବ ଆନନ୍ଦେଶ୍ୱର ଯେ ଭଗତ ମତ୍ସଳାତୁ ଦେବ ମହାଦେବ ପ୍ରତକ୍ଷେ ବିଷ୍ଣୁକଳା ।୧୯୫।ଅନେକ ବିନୋୟୀ କହଇ କୃତକେଶୀ ନୃପତିଆନନ୍ଦେ ଅଶ୍ରୁଜଳ ବେନି ନୟନୁଂ ବହନ୍ତି ।୧୯୬।ନିଉଛାଳି କରି ପ୍ରଳମ୍ୱ ଶତେ ସହସ୍ର ଦଣ୍ଡତୁ ଦେବ ଠାକୁର ଯେ ସୋମବଂଶ ଭ୍ରଥଖଣ୍ଡ ।୧୯୭।ଅର୍ଜୁନ ବୋଇଲା ତୁ ଉଠ ଉଠ କୃତକେଶୀ ରାୟେବାଞ୍ଚା ତୋହୋର ସିଦ୍ଧହୋଉ ସର୍ବଦାୟେ ।୧୯୮।ତୁ ଅଟୁ ବିଜୟମଣ୍ଡଳର ଯେ ଆଧଇପତିଧର୍ମବନ୍ତ ରାଜା ତୁହି ଜଗତେ ବିଖ୍ୟାତି ।୧୯୯।ଅଦୋଷେ ମରାଇଲୁ ତୁ ସଇନି ଲୋଚାୟେସନ୍ନିଧ୍ୟେ ବସାଇ ତାଂକୁ ନିମନ୍ତ୍ରଣ କୟେ ଧନୁର୍ଜୟେ ।୨୦୦।କଟକରେ ଉତ୍ସବ ଯେ କରାଇଲା ନରପତିଅର୍ଜୁନ ବିଜେକଲେ ଯେ ଉତ୍ତର ଜଗତୀ ।୨୦୧।ଅକ୍ଷତ ଯୋଗାଡ଼ ତାକୁ ଦିଲେକ ଫାଲଗୁନିରାଜୁସି ଯାଗସଭାକୁ ଯାଅ ଯା ତୋର ଥାଠସନ୍ୟ ଘେନି ।୨୦୨।ବହୁତ ଦ୍ରବ୍ୟ ଘେନି ରାଜା ଦେଖା ଦରଶନିକଟକୁଂ ବାହାର ହୋଇଲା ରାୟେ ଶୁଭଲଗ୍ନ ଘେନି ।୨୦୩।ତହୁଂଣ ଥାଠ ଚଳାଇ ଯେ ବୀରବର ପାଥପଶିଲେ ଅର୍ଜୁନ ଯାଇ ଅସ୍କନ୍ଦ ବନସ୍ତ ।୨୦୪।ଅସ୍କନ୍ଦ ବନେ ଅରୁଣ ଉଲ୍ଲୋଳ ବେନି ପରବତନନ୍ଦୀଗ୍ରାମ ବୋଲି ତହିଂ ନଗ୍ରେକ ବଡ଼ ସୁସ୍ଥ ।୨୦୫।ବେନିଶତ ଯୋଜନ ସେ ରାଜ୍ୟର ଆୟେତନକଟକ ମାଡ଼ି ବସି ଅଛଇ ସେ ଏକାଦଶ ଜୂଣ ।୨୦୬।ସେ ରାଜ୍ୟର ରାଜା ନନ୍ଦୀକେଶ୍ୱର ବୋଲି ନାମନନ୍ଦୀକେଶ୍ୱର ପ୍ରସାଦେ ତାକୁ ଜିଣନ୍ତା ନାହିଂ ସାଂଗ୍ରାମ ।୨୦୭।ଅର୍ଜୁନ ବିଜେକଲେ ସେ ରାଜାର ଦେଶେକଣୟ ପାଚେରୀ ସେ ସମସ୍ତ ଗୃହବାସେ ।୨୦୮।ଅଶି ସାଗର ଘର ବସଇ ସେ କଟକ ଭିତରସୁବର୍ଣ୍ଣର ନିରିମାଣ ସେ ସବୁଂକରି ଘର ।୨୦୯।ସୁବର୍ଣ୍ଣର କଳସ ବସଇ ପୀଢାର ଉପରେନେତର ପାତାଙ୍ଗ ଯେ ଉଡଇ ଫରହରେ ।୨୧୦।ପରରାଷ୍ଟେ ବିବାଦୀ ସେ ନୋହଇ ମହାରାଜାକୁବେର ସମାନେ ସେ ନନ୍ଦୀକେଶ୍ୱରଂକୁ କରଇ ପୂଜା ।୨୧୧।ଶତ୍ରୁ ଉପବ୍ରତ ତାକୁ ନାହିଂ ଚତୁର୍ଦ୍ଦିଶେସେ ରାଜାର ପଳାଣନ୍ତେ ଦେବ ତ୍ରାସନ୍ତି ଆକାଶେ ।୨୧୨।ଦିଗବିଜେ କରିଣ ସେ ବାସେବର ଆତ୍ମଜେସମଦଣ୍ଡ ଘେନି ପଶିଲେ ସେ ନନ୍ଦୀକେଶ୍ୱରୀ ରାଜ୍ୟେ ।୨୧୩।ନନ୍ଦୀସଦନ ବୋଲି ଯେ ୟେକଇଂ ନଦୀ ଗୋଟିୟେସେ କଟକ ଦକ୍ଷିଣ ଆଡ଼େ ବହଇ ସୁବର୍ଣ୍ଣ ରଜୋମୟେ ।୨୧୪।ସେ ନଦୀରେ ସ୍ରାହାନେ ଯେ କରଇ ବୀର ଫାଲଗୁନିସୁବର୍ଣ୍ଣ କାନ୍ତି ପ୍ରାୟେ ଦିଶିଲେ ସମସ୍ତ ସଇନି ।୨୧୫।ନିତ୍ୟକର୍ମ ସାରିଣ ସେ ରାଜ୍ୟେ ପରବେଶବାଜଇ ଦୁନ୍ଦୁଭି ଯେ ଦାଉଣ୍ଡି ବିଜିଘୋଷ ।୨୧୬।ରାଜାର ଆସ୍ତାନକୁ ଯେ ଶୁଭିଲା ଗରୁବାଦ୍ୟନୃପତିକି ଜଣାଇଲା ସେ ମନ୍ତ୍ରୀ ଶିବପାଦ ।୨୧୭।ସ୍ୱାମୀ ରଥ ଗଜ ଅଶ୍ୱ ପାଦାନ୍ତି ଅଳପ ସଇନିରାଜ୍ୟେଣ ପଶିଲେ ଆସି ଦେବ ମୋହର ଭୁବନ ତିନି ।୨୧୮।ମନ୍ତ୍ରୀର ବଚନେ ବୋଇଲା ନନ୍ଦୀକେଶ୍ୱରକେଉଂଣ ଦେଶର ରାଜା ହୋ ବୁଝିଣ ତଥ୍ୟକର ।୨୧୯।ପରଥାଠ ହୋଇଲେ ଆଣ ମୋହୋର ଛାମୁକୁ ଧରିବନ୍ଧୁପଣେ ଅଇଲେ ଆଣସିରେ ଗଉରୋବ କରି ।୨୨୦।ରାଜାର ବଚନେ ସେ ମନ୍ତ୍ରୀ ଶିବପାଦଅର୍ଜୁନ ଛାମୁକୁ ଚଳଇ ସେ ମନର ସାନନ୍ଦ ।୨୨୧।ଅର୍ଜୁନ ପଶି ଅଛନ୍ତି ଯେ ନନ୍ଦୀକେଶ୍ୱର ଦେଉଳେବିନୟ ଭାବେ ସେବିଲେ ପ୍ରସନ୍ନ ସୁଢଳେ ।୨୨୨।ଶୁଦ୍ଧ ସ୍ପଟିକ ପ୍ରାୟେ ଦିଶଇ ନନ୍ଦୀକେଶ୍ୱର ମୂରତିମର୍କତ ରସାଣ ପ୍ରାୟେ ଦିଶଇ ଲିଙ୍ଗର ଆକୃତି ।୨୨୩।ଜୟ ଜୟ ଦୁତୀ ଈଶ୍ୱର ନନ୍ଦୀକେଶ ସ୍ୱାମୀଦିଗାଙ୍ଗ ମୁରୁଧନା ଯାହାର ଚରଣେ ଭ୍ରମି ।୨୨୪।କର୍ମଣ୍ୟ ପୁରୁଷ ତୁ ଜୟ ତୁ ଧବଳାସର୍ବଦା ପ୍ରସନ୍ନ ମୋତେ ହୁଅ ମତ୍ତଭୋଳା ।୨୨୫।ଦକ୍ଷିଣେ ବିଜେକର୍ଣ୍ଣକଟାର ବାମକରେ ତ୍ରିଦଣ୍ଡଉଦଣ୍ଡ ଲଲାଟ ପାଟି ଆସନ ତ୍ରିପୁଣ୍ଡ ।୨୨୬।ଦୁସହ ଦୁରାନ୍ତକ ତୁ ହରନ୍ତା ଦେବ ଶୂଳୀନୃତ୍ୟରଙ୍ଗ ଭୋଳେ ପ୍ରସନ୍ନ ତୋତେ ହୋଇଲେ କାପାଳୀ ।୨୨୭।ଜଟାକୁଣ୍ଡଳ ଯେ ଶ୍ରୀକରେ ଅଧାଟିସପତସ୍ୱର ବୀଣାତାଳ ରସେଣ ଯେ ଖଟି ।୨୨୮।କ୍ଷଣକେ ନୃତ୍ୟ କରିଣ କ୍ଷଣକେ ଗୀତ ଗାଇପାଇଲୁ ଅଭୟେ ବର ଶିବଂକୁ ମନାଇ ।୨୨୯।ବିଘ୍ନ ବିନାଶନ ନାଥ ସଦୟେ ବ୍ରହ୍ମବେତ୍ତାଭଗତଜନ ମତ୍ସଳ ପରଦୁଖେ କରୁ ଚିନ୍ତା ।୨୩୦।କପିଳାସ କନ୍ଦରେ ତୁହି ସିଂଘଦ୍ୱାରେ ଦ୍ୱାରପାଳତୋହୋର ଭୟେ ପଶିତ ନୁଆରନ୍ତି ଦଇତ ଦିଗପାଳ ।୨୩୧।ଦଣ୍ଡେକ ରହ ଯେ ବୋଇଲୁ ଦେବତାଂକୁସତ୍ୟଯୁଗେ ସତର ଲକ୍ଷ ବରଷ ଗଲା ଦଣ୍ଡେକ ତାହାଂକୁ ।୨୩୨।ତୁ ଦେବ ପରମାନନ୍ଦ ଅଟୁ ପରମ ଯୋଗୀଯାହାର ନାମ ଧରନ୍ତେ କୃତାନ୍ତେକ ଦର୍ପ ଭାଞ୍ଜି ।୨୩୩।ତବ ଚରଣେ ଭଗତି ସର୍ବଦା ମୋର ସେବାଶ୍ରୀ ମହାଭଇରୋବ ନାଥ ମୋତେ ପ୍ରସନ୍ନ ହୋଇବା ।୨୩୪।ତୁ ଦେବ ଶରଣ ଉଦ୍ଧାରଣ ସର୍ବକାଳେଜନ୍ମେ ଜନ୍ମେ ସେବାଥାଉ ମୋର ନନ୍ଦୀକେଶ୍ୱର ପାଦତଳେ ।୨୩୫।ସଦାଶିବର ନନ୍ଦନ ତୁ କଳ୍ପ କଳ୍ପ ଜିତାୟେ ଭବ ସାଗରୁ ମୋତେ ତୁହି ସେ ଉଦ୍ଧାରନ୍ତା ।୨୩୬।ଶ୍ରୀ ନନ୍ଦୀକେଶ୍ୱର ସ୍ୱାମୀ ନମସ୍ତେ ନମସ୍ତେଶୂଦ୍ରମୁନି ସାରୋଳା ଦାସ ଭଗତି ପ୍ରାପତେ ।୨୩୭।ଆହୋ ଅନେକ ବିନୋୟୀ ଯେ ହୋଇଲେ ଫାଲଗୁନିଭଗତେ ପ୍ରସନ୍ନ ସ୍ୱାମୀ ତାକୁ ହୋଇଲେ ମହାଗ୍ୟାନୀ ।୨୩୮।ବିଜୟେ ରୁଦ୍ରଗଣ ଘେନି ରୁଦ୍ର ଦେବତାଦେଖି ପାଦତଳେ ଅର୍ଜୁନ ହୋଇଲେ ପ୍ରଣମିତା ।୨୩୯।ହାଥେ ମାଳାୟେକ ଘେନି ଗିରିଜାର ବଳାଅର୍ଜୁନର କଣ୍ଠେ ନେଇ ଲମ୍ୱାଇଲେ ଜୟମାଳା ।୨୪୦।ପ୍ରସନ୍ନେ ଆଗ୍ୟାଂ ତାଂକୁ ଦିଲେକ ଦୁତୀ ବିଶ୍ୱବାସୀବାଞ୍ଚା ସିଦ୍ଧହୋଉ ତୋର କଲ୍ୟାଣ ହୁଅସି ।୨୪୧।ୟେ ନଦୀଗ୍ରାମରେ ନନ୍ଦୀକେଶ୍ୱର ନୃପତିତୋହୋର ପାଦପଦ୍ମେ ସର୍ବଦାୟେ ହୋଉଥାଉ ଭଗତି ।୨୪୨।ନନ୍ଦୀକେଶ୍ୱର ପ୍ରସନ୍ନେ ନନ୍ଦୀକେଶ୍ୱର ରାଜାଅର୍ଜୁନର ପାଦପଦ୍ମେ ଯାଇଂ ସେ ବହନ କରଇ ପୂଜା ।୨୪୩।ଦେଖିଣ ସାନନ୍ଦ ସେ ପାଣ୍ଡବ ଫାଲଗୁନିନିମନ୍ତ୍ରଣ କଲେ ତାହାକଇଂ କରେଣ ଅର୍ଘ୍ୟ ଘେନି ।୨୪୪।ବାବୁ ସମଦଣ୍ଡ ଘେନିଣ ତୁ ଯାଅସି ପରମ ଯୋଗୀବାରୁଣାବନ୍ତ ସଭାକଇଂ ତୁ ଚଳିଣ ଯାଅ ବେଗି ।୨୪୫।ଅର୍ଜୁନର ପାଦତଳେ ନନ୍ଦୀକେଶ୍ୱର ନୃପତି ପରିଣାମିଆଗ୍ୟାଂ ପରମାଣେ ୟେହିକ୍ଷଣି ଯିବଇଂ ଦେବସ୍ୱାମୀ ।୨୪୬।ଯଦ୍ୟପି ଅନୁଗ୍ରହ ମୋତେ କଲୁ ଦେବ ଫାଲଗୁନିଭଗତି ଭାବେ ମାଗିବି ଘେନିମା ଦଇନି ।୨୪୭।ଅର୍ଜୁନ ବୋଇଲେ ମାଗ ଯେ ତୋହୋର ଇଚ୍ଛାଯମାଗୋଷ୍ଠକୁ ଛାଡି ମାଗ ଯେ ତୋହୋର ମନବାଞ୍ଚ୍ଥା ।୨୪୮।ଶୁଣିଣ ନୃପତି ଯେ ହୋଇଲା ମଉନବ୍ରତଦଣ୍ଡଘେନି ବାହାର ହୋଇଲା ଆଗ୍ୟାଂ ନିବେଶିତ ମାଥ ।୨୪୯।ଅର୍ଜୁନ ବୋଇଲା ହୋ ଚଳି ଯା ଦିବାରାତ୍ରେମୋହୋର ଯିବା ଯାୟେ ତୁ ଥିବୁଟି ବାରୁଣାବନ୍ତେ ।୨୫୦।ତହୁଂଣ ଧନୁର୍ଜୟେ ଚଳିଲେ ନନ୍ଦୀଗ୍ରାମ ଜିଣିକଳପି ରାଜ୍ୟେ ଯାଇଂ ବିଜୟେ ବୀରମଣି ।୨୫୧।ଚାଣୁରସେନ ବୋଲି ତହିଂର ନୃପଚିଛାମୁରେଣ ଡଗରା ଯାଇଂ ଜଣାଇଲା ଝାଡ଼ି ।୨୫୨।ସ୍ୱାମୀ କେଉଂଣ ଦେଶର ରାଜା ଦଣ୍ଡ ଗୋଟିୟେକ ଘେନିରଥ ଗଜ ଅଶ୍ୱ ବହୁତ ନାହିଂନା ସଇନି ।୨୫୩।ଦେବଗଣ ଦୁନ୍ଦୁଭି ଯେ ବାଜଇ ଅପ୍ରମିତାବହୁତ ରାଜ୍ୟ ଜିଣି ସେ ପ୍ରତଗ୍ୟାଂ ବଳବନ୍ତା ।୨୫୪।ଅନେକ ପ୍ରତଗ୍ୟାଂ ଯହୁଂ କହିଲେ ଡଗରେଶୁଣି କୋପାନଳେ ସେ ଚାଣୁର ନରବରେ ।୨୫୫।ଯମର ଅର୍ଗଳ ଭାଂଜଇ ମୋହୋର କୋପକଲେଆଦିତ୍ୟ ଲୁଚଇ ଯାହାର ଥାଠ ପଲାଣିରେ ।୨୫୬।ବରୁଣର ତହୁଂ ମୁହିଂ ଆଣୁଅଛଇଂ ସନ୍ଧାନଭୟେଣ ନାଗଲୋକେ ଦିଅନ୍ତି ପଞ୍ଚାଶ ଭାର ଧନ ।୨୫୭।ୟେ ଉତ୍ତର କୋଶଳେ ମୁହିଂ ଅଟଇ ଜଗୁଜିତାସାଂଗ୍ରାମେ ଛତ୍ରୀ କେହି ମୋତେ ନାହିଂନା ଜିଣନ୍ତା ।୨୫୮।ରାଜାର ପ୍ରତଗ୍ୟାଂ କରୁଂ ଅର୍ଜୁନର ସଇନିକଟକେ ପଶିଲେ ଯାଇଂ କରିଣ ଘୋର ଧୁନି ।୨୫୯।ଜଗତୀରେ ଥାଇଂ ରାଜା ଦେଖିଲେ ସମଦଣ୍ଡକୋପେଣ ନୃପତି କରେ ଘେନିଲା କୋଦଣ୍ଡ ।୨୬୦।ଦଶ ଅହିବ୍ରତ ମାଲ ଘେନିଣ ମହାବୀରାପ୍ରତଗ୍ୟାଂ ବାହାନାଦେ କଂପିଲା ବସୁନ୍ଧରା ।୨୬୧।ଧାମନ୍ତେ ଦୁର୍ଦ୍ଦଣ୍ଡ ବଳ ବାହାବନ୍ତ ତେଜିରେ ରେ କାର ଶବଦେ ଉଠିଲେ ଗଳଗାଜି ।୨୬୨।ଯେସନେକେ ଗିରିବରେ ଆସନ୍ତି ଉପୁଡ଼ିଗିରିବର ସାଦୃଶ୍ୟେ ଶରୀର ଦିଶଇ ତାହାଂକରି ।୨୬୩।କରେଣ ଘେନିଛନ୍ତି ବୀରେ ଲୋହାର ବେନି ଗଦାବରୟେକ ୟେକ ଗଦା ଅଟେ ଅଶୀ ଅଶୀ ଭାର ।୨୬୪।ସନ୍ୟ ମଣ୍ଡଳ ଘୋଟିଅଛି ମାଲଂକର ବେନିବାହୁଅଧର ବିକାଶନ୍ତେ ଦିଶଇ ଯେହ୍ନେ ରାହୁ ।୨୬୫।ବୀରମର୍ଦ୍ଦଳ ବିଜିଘୋଷ ବୀରଦାଉଣ୍ଡି ବଜାଇବୀରଘଣ୍ଟ ବୀରବାଦ୍ୟ ବୀରକାବାଳ ଘୋରନାଦେ ଫୁରଇ ।୨୬୬।ଘୋର ବାଦ୍ୟନାଦ ଶବଦେ ଯେ କୁରୁମ ଚମକଇ ।୨୬୭।ଆରେ ଆରେ ବୋଲିଣ ଧାଂଇଲେ ସର୍ବବୀରେଅର୍ଜୁନର ଆଗିଆଣି ଥାଠରୁ ଓଗାଳିଲେ କଟଳ ବାହାର ଦ୍ୱାରେ ।୨୬୮।ଗଦାନ୍ତ ବୁଲାଇଣ ଗରଜନ୍ତି ନୃପମଣିଭୁବି ଭୁବନ କମ୍ପିଲା ଉଲୁକାପାତ ଜାଣି ।୨୬୯।ଦୃଭାର ବଳ ଦେଖି ଅର୍ଜୁନର ବେନି ସେନାପତିରଥ ଚଢି ବେନିବୀରେ ହୋଇଲେ କୋପମୃର୍ତ୍ତି ।୨୭୦।ମହାଛତ୍ରୀ ବଳବନ୍ତା ସେ ଅଟନ୍ତି ଅଇରି ଦର୍ପ ଭଞ୍ଜାସମର ଅଭୟା ସେ ଦୁରାନ୍ତେକ ଦର୍ପ ଗଞ୍ଜା ।୨୭୧।ସମର ସମ୍ଭର୍ବେ ଯେ ହୋଇଲେ ବେନି କଚ୍ଛଓହୋବଳ ସାଂଗ୍ରାମେ ନୋହିଲେ କେହି ଓଚ୍ଛ ।୨୭୨।ଧାଇଂଣ ପ୍ରହାର କଲେ ଚାଣୁର ବଳମାନେରଣେ ଅନିର୍ବାରଣ ସେ ପାଣ୍ଡବେ ସଇନେ ।୨୭୩।ମହାମଲ୍ଲମାନେ ଯେ ଦୁସହ ରୋଷେ ଉଠିଅର୍ଜୁନର ସଇନିକୁ ଗାଢ଼େଣ ଆସି ଘୋଟି ।୨୭୪।ସଇନିର ନିଊନ ଦେଖିଣ ପାର୍ଥିବଗର୍ଜିଣ ସର୍ବସାଚୀ କରେ ଧଇଲାକ ଚାବ ।୨୭୫।ବଜ୍ରମୁନା ନାରାଜ ଧଇଲେ ବୀର କରେଆକ୍ରେଷି ପ୍ରହାର କଲେ ସେ ମାଲଂକ ଉପରେ ।୨୭୬।ଆକ୍ରେଷି ଗାଢେ ବିନ୍ଧନ୍ତେ ତାହାଂକ ଶରୀରେଣ ପଡ଼ିନ ବହଇ ନାରାଜ ଭୂମିରେ ପଡ଼େ ଝଡ଼ି ।୨୭୭।ଯହୁଂ ଶସ୍ର ନ ଭେଦିଲା ମାଲଂକର ବଜ୍ର ସେହ୍ନାକୋପେଣ ବାସବି ଯେ ବିନ୍ଧିଲା ତୀକ୍ଷମୁନା ।୨୭୮।ହୃଦରେ ନାରାଜମାନ ଯହୁଂ ବହୁତ ହୋଇଲା ବୃଷ୍ଟିରୋମେ ରୋମେ ନିକିଲି ଦେହେ ଯାଇଂ ଫୁଟି ।୨୭୯।ରୋଧିରେ ତ୍ରିପଣ୍ଡ ହୋଇଲା ସବୁଂକରି କାୟେଦିଶନ୍ତି ସମସ୍ତେ ସେ ଯେ ଯୋଗ୍ନୀବୃନ୍ଦ ପ୍ରାୟେ ।୨୮୦।ୟେକ ପଡନ୍ତେଣ ଆରେକ ଉଠନ୍ତି ଗଳଗାଜିକେ ନିସତ ହୋଇଣ ଯେ ପଳାବନ୍ତି ରଣୁଂ ଭାଞ୍ଜି ।୨୮୧।ବହୁତ ନାରାଜ ଯହୁଂ ବିନ୍ଧଇଲେ ବିବତ୍ସଦନ୍ତେଣ ତିରଣ ଘେନି ସେ ବୋଲନ୍ତି ରଖ ରଖ ।୨୮୨।ପ୍ରଚଣ୍ଡ ମାଲ ବୋଲିଣ ସେ ୟେକ ମହାବୀରାମେଦିନୀ ନ ସହଇ ସେ ଦୃଷ୍ଟ ମାଲଂକର ଭାରା ।୨୮୩।ବଜ୍ରାବଳୀ ବେନିଗଦା ବୁଲାଇଣ ବୀର ଉଠିଅର୍ଜୁନ ନାରାଜେ ତାର ଶରୀରୁ ହୋଅଇ ରୋଧିର ବୃଷ୍ଟି ।୨୮୪।ରୋମ ରୋମକେ ନାରାଜ ଭେଦିଲା ତାର କାୟେଯେସନେକ ଶରୀର ଦିଶଇ ଛିଂକପଚ୍ଛୀ ପ୍ରାୟେ ।୨୮୫।ଲକ୍ଷ ଲକ୍ଷ ନାରାଜ ଯେ ବିନ୍ଧଇ ଫାଲଗୁନିଚଦ୍ୟାପି ନ କମ୍ପଇ ସେ ବୀରବର ଅମାନି ।୨୮୬।କରେଣ ଚକ୍ର ବୁଲାଇ ମାଇଲେ ବୀର ପାଥମୁଣ୍ଡ ଛିଡ଼ି ପଡ଼ିଲା ଯାଇଂ ଚାଣୁର ରାଜାର ଅଗ୍ରତ ।୨୮୭।ଦେଖିଣ ମୃକ୍ଷାଗତ ହୋଇଲା ସେ ଚାଣୁର ମହାମଲ୍ଲଅସାସଷ୍ଟ ହୋଇଣ ରାଜା ପଡ଼ିଲା ମହୀତଳ ।୨୮୮।ପ୍ରଚଣ୍ଡ ମାଲ ପଡ଼ନ୍ତେ ଭାଙ୍ଗିଲା ସନ୍ୟବଳରଥରୁ ଓହ୍ଲାଇ ସେ ବାସବର ବାଳ ।୨୮୯।ପାଦଗତି ହୋଇ ଧଇଲା ସେ ଚାଣୁରର ବାଳଆକ୍ରେଷି ମାରନ୍ତେ ଖଣ୍ଡା ବାସବ ଦୁଲାଳ ।୨୯୦।ଦଶନହ ଚାଣୁର ସେନ ଭରିଲା ନେଇ ମୁଖକ୍ରୋଧେଣ ଡାକ ଦିଅଇ ଅର୍ଜୁନ ରଖ ରଖ ।୨୯୧।ଅର୍ଜୁନ ଦୟାକଲେ ତାହାର ଅବସ୍ଥା ଦେଖିଛାଡ଼ିଲା କେଶ ପାଥ କୋପ ଡାକୁ ଉପେକ୍ଷି ।୨୯୨।ଶରଣ ରକ୍ଷଣ ପାଣ୍ଡବ ସେ ପରଦୁଖେ ଦୁଖୀବିରଥୀ ବିଶହସ୍ର ହୋଇଥିଲେ ଶରଣ ବୋଇଲେ ରଖି ।୨୯୩।ଛାଡ଼ିଲା କେଶ ତାର ସଂହରିଲା ଅସିବରପ୍ରଣପତ୍ୟ ହୋଇ ଶୁତେ ଚାଣୁରସେନ ନୃପବର ।୨୯୪।ଅର୍ଜୁନକୁ ବିନୟ ହୋଇଣ ସର୍ବଯୋଧୀପଞ୍ଚ ଅହିବ୍ରତ ଯୋଦ୍ଧା ପଡ଼ିଲେ ରଣ ମଝି ।୨୯୫।ଅର୍ଜୁନ ବୋଇଲା ମନ୍ତ୍ରୀ କି ନ କହିଲା ତୋତେୟେତେ ବଡ଼ ପ୍ରମାଦ ରାଜା ଚିନ୍ତିଲୁ କେମନ୍ତେ ।୨୯୬।ଚାଣୁର ବୋଇଲା ଦେବ ମୁଂ ଉତ୍ତରେଣ ମହାମଲ୍ଲତୁହି ସେ ମର୍ଦ୍ଦିଲୁ ନା ମୋହୋର ଦର୍ପବଳ ।୨୯୭।ମନ୍ତ୍ରୀ ଡଗର କହିଲେ ସବୁ କଥା ଜାଣିୟେଡେବଡ଼ ମହିଂମା ବୋଲି ସ୍ୱାମୀର ମୁଂ ନୁଆରିଲି ଚିହ୍ନି ।୨୯୮।ମୁଂ ହୀନ ପାମର ହୋଇ ହରାଇଲି ସର୍ବବୁଦ୍ଧିଆପଣେ ନାଶକଲି ଦେବ ଅର୍ଜିଲା ସମ୍ପ୍ରଦ୍ଧି ।୨୯୯।ସ୍ୱାମୀ ୟେବେ ସେ ଦେଖିଲି ଯମାଗୋଷ୍ଠ ବନ୍ଧନ ତୋର ରଥେଇତର ରାଜାମାନେ ଆଉର ବ୍ରତିବେ କେମନ୍ତେ ।୩୦୦।ଅର୍ଜୁନ ବୋଇଲା ତୁ ଆମ୍ଭ ହିତକାରୀନାଶଗଲା ସଇନି ତୋତେ ଦେଇ ତ ନୁଆରି ।୩୦୧।ଅନେକ ପୁରୁଷାର୍ଥ ତୋତେ କରିବା କରିବା ମହାଯଗ୍ୟେଂତୋର ମହିମା ଅନେକ କହିବି ଭୀମସେନ ଠାକୁରଂକ ଆଗେ ।୩୦୨।ଆହେ ଚାଣୁର ମଲ୍ଲ ତୋର ଯେତେକ ସଇନିବାରୁଣାବନ୍ତକୁ ଯାଅ ଯା ତୋର ପାରିଦଣ୍ଡ ରାଜାମାନନ୍ତି ଘେନି ।୩୦୩।ସେ ଚାଣୁର ମହାମଲ୍ଲ କରଇ ବହୁତ ସେବାଆଜକ ସ୍ୱାମୀ ମୋର କଟକେ ରହିବା ।୩୦୪।ସ୍ୱାମୀ ୟେ ମୋହୋର ରାଜ୍ୟେ ବୀରେ ଅଟନ୍ତି ମହାଯୋଧୀଦେଖ ମୋହୋର ରାଜଭୁବନର ସମ୍ପ୍ରଧି ।୩୦୫।ଦେଖ ମୋହୋର ରାଜ୍ୟ ସର୍ବ କଳପିଦ୍ରଶନ ମାତ୍ରେ ତରିବେ ସର୍ବ ମହାପାପୀ ।୩୦୬।ଅର୍ଜୁନ ବୋଇଲେ ମୁଂ ଦେଖିଲି ତୋର ଦେଶଅଳକାପୁର ଜାଣି ତୋର ଭୁବନ ବିକାଶ ।୩୦୭।ଉତ୍ତର କୋଶଳେ ମହାପ୍ରସିଦ୍ଧ ତୁ ଅଟୁ ମହାରାଜାୟେବେ ବହନ ହୋଇ ବାରୁଣାବନ୍ତକଇଂ ଯା ଯା ।୩୦୮।ନିମନ୍ତ୍ରଣ ଯୋଗାଡ଼ ତାକୁ ଦିଲେକ ସର୍ବସାଚୀଦେଖା ଦରଶନି ତୋର ଯେତେ ଧନ ଅଛି ।୩୦୯।ପଞ୍ଚଶତ ଭାର ରାଜା ଘେନିଣ ପାଣିଦ୍ରବ୍ୟତିନିପଦ୍ମ ମହାମାଲ ଘେନିଣ ଚଳଇ ଚାଣୁର ରାଜଦେବ ।୩୧୦।୫୪୪୭।ରୁଦ୍ରପୁର, ନିଶ୍ଚଳପୁର, ସିନ୍ଧୁ ମହାଦେଶ ପ୍ରଭୃତି ରାଜାମାନଙ୍କୁ ନିମନ୍ତ୍ରଣ ଏବଂ ପଶୁପାଳ ରାଜ୍ୟେ ଅର୍ଜୁନଙ୍କର ଶିବ ଦର୍ଶନଚଳଇ ଫାଲଗୁନି କଳପି ରାଜ୍ୟ ଜିଣିରୁଦ୍ରପୁଣ ନଗ୍ରେ ଯାଇଂ ପ୍ରବେଶ ପାଣ୍ଡବ ବୀରମଣି ।୧।କପଟୀ ନଦୀ ତୀରେ ସେ ରାଜାର ରାଜ୍ୟମହାବାତ ନାମେ ତହିଂ ପରବତ ବିରାଜ ।୨।ପବନ ବହୁଅଛି ସେ ମହାବାତ ପରବତୁଂବହଇ ମଳୟାନିଳ ଚଳଇ ମହାଧାତୁ ।୩।ଆହୋ ଅର୍ଜୁନ ବିଜେକଲେ ସେ ମହାବାତ ପରବତେବାଜିଲା ଦେବଗଣ ଦୁନ୍ଦୁଲି ଅପ୍ରମିତେ ।୪।ସେ ରୁଦ୍ରପୁର ନଗ୍ର ରାଜା ଅଟଇ କର୍ଣ୍ଣକେଶୀଦୃଷ୍ଟଦ୍ୟୁମନଂକର ଶ୍ୱଶୁର ସେ ଜଙ୍ଗମ ତପସ୍ୱୀ ।୫।ପରରାଷ୍ଟ ବୀରତୂର ଶବଦ ଘୋର ଶୁଣିଧାଇଂଲେ ସଇନି ତାର ଯେ ଯାନନ୍ତ ପଲାଣି ।୬।ଚୋଖାର ତୁରଙ୍ଗମ ଚଳାଇ ଅତି ବେଗେସଇନି ଭେଟିଲେ ଆସି ଅର୍ଜୁନର ଆଗେ ।୭।ଆରେ କାହିଂର ଥାଠରେ ତୁ ଅଟୁ କେଉଂଣ ଦେଶୀନ ପୁଚ୍ଛି ନ ପଚାରିଣ ପର ରାଜ୍ୟେ କିଂପେ ପଶି ।୮।ଆହୋ ପ୍ରାଣୀଂକି ବିପରୀତ ବୁଦ୍ଧି ନାଶ ଯିବାର ବେଳେମରଣକଇଂ କଢାଇଲା ନିଜେ ବିପଦର କାଳେ ।୯।ଅଗିଆନ ଭାବରେ କାଳସର୍ପ ଖଡ଼ିଆଳିକାଟିଣ ମାଂସ ତୁମ୍ଭର ରେ ଦେବଇଂ ବିଶାବଳୀ ।୧୦।ଆରେ ଶୁଣିଲା ନାହିଂ କିରେ ରୁଦ୍ରମଣ୍ଡଳ ନୃପତି କର୍ଣ୍ଣକେଶୀପ୍ରତ୍ୟକ୍ଷେ ବିରୁପାକ୍ଷ ସେ ଯେ ଅଭୟେ ବ୍ରହ୍ମରାଶି ।୧୧।ଅର୍ଜୁନ ବୋଇଲେ ସେ ସୁରେଶ୍ୱର ପ୍ରୋହିତଂକୁଦ୍ରୋପଦୀ ପ୍ରଦାନ ବେଳେ ୟେ ରାଜ୍ୟ ଯଉତୁକ ଦେଇଛନ୍ତି ମୁକୁ ।୧୨।ଦ୍ରୋପଦ ରାଜାର ୟେ ଅଟଇ ସମ୍ୱୋଧିଯାଅ ଯା ପ୍ରୋହିତେ ତୁମ୍ଭେ ପାରିଲେ ବେଗେ କର ସନ୍ଧି ।୧୩।ଅର୍ଜୁନର ବଚନେ ଯେ ଚଳିଲା ପୁରୋହିତେଗମନ୍ତା ଥାଠକୁ ଆସି କରନ୍ତି ସନମତେ ।୧୪।ଆହୋ ରହ ରହ ସଇନି ବୋଲି କରନ୍ତି ସମ୍ୱୋଧନପାତ୍ରକଇଂ ହକାରି ଆଣ ଆମ୍ଭର ସନ୍ନିଧ୍ୟାନ ।୧୫।ନୋହୁ ଆମେ ପରରାଷ୍ଟ ନୋହୁ ଦ୍ୱନ୍ଦକାରୀବାନ୍ଧବପଣ ଅଛଇଂ ତୁମ୍ଭରି ଆମ୍ଭରି ।୧୬।ପାତ୍ର ପ୍ରବେଶ ହୋଇଲେ ପ୍ରୋହିତଂକ ଆଗେପ୍ରୋହିତେ ବୋଇଲେ ପାତ୍ର ରାଜାକଇଂ ବାରତା ତୁମ୍ଭେ କହ କିନାବେଗେ ।୧୭।ସୋମବଂଶେ ଉତପତ୍ତି ସେ ହସ୍ତିନା ଚକ୍ରବ୍ରତୀପଣ୍ଡୁରାଜାଂକ ନନ୍ଦନ ଯେ ଯୁଧିଷ୍ଠିଦେବ ନୃପତି ।୧୯।ତାହାଂକର ସାନୁଜ ଯେ ଅଟନ୍ତି ବିକ୍ରୋଦରରାଜୁସି ଯାଗର ନିମନ୍ତେ ରାଜକଇଂ କଲେକ ସଂହାର ।୨୦।ଭୀମସେନ ଠାକୁରଂକର ୟେ ଅଟନ୍ତି ଅନୁଜୟେ ସେ ଅର୍ଜୁନ ହୋ କୋଭନ୍ତା ଦେବୀଂକ ଆତ୍ମଜ ।୨୧।ଉତ୍ତର ଦିଗେ ବିଜୟେ ପଣ୍ଡୁରାଜାଂକର କାର୍ଯ୍ୟେରାଜାନ୍ତ ନିମନ୍ତ୍ରଣେ ପାଥ ଉତ୍ତର ଦିଗେ ବିଜେ ।୨୨।ରାଧାଚକ୍ର ବିନ୍ଧିଲେ ୟେ ପଞ୍ଚାଳ ନଗ୍ରରେଲକ୍ଷେକ ନୃପତିଂକି ଜିଣିଲେ ସେ ଦ୍ରୂପଦ ସୟମ୍ୱରେ ।୨୩।ପ୍ରୋହିତଂକ ବଚନେ ସେ ମନ୍ତ୍ରୀ ଯେ ଜପାମାଳିଅର୍ଜୁନ ଅଗ୍ରତେ ଯାଇଂ ଭଗତି ପ୍ରତିପାଳି ।୨୪।ସ୍ୱାମୀ ରାଧାଚକ୍ର ବିନ୍ଧି ବିଭା ହେଲେ ଜିଘ୍ନସେନୀଆମ୍ଭେ ଗଲାଇଂ ଯେ ଅନେକ ଯଉତୁକ ଯୋଗାଡନ୍ତ ଘେନି ।୨୫।ବାହୁଡ଼ି ଯାଇଣ ମନ୍ତ୍ରୀ ଯେ କହିଲା ରାଜାଂକୁବିନୟ କରି ନରେନ୍ଦ୍ର ଆସି ନେଲାଯେ କଟକକୁ ।୨୬।ବହୁତ ଉତ୍ସବ ଯେ କରାଇଲା କର୍ଣ୍ଣକେଶୀରାଜ୍ୟରେ ଧନୁର୍ଜୟେ ପ୍ରବେଶ କରିଲେକ ଆସି ।୨୭।ଅର୍ଜୁନକଇଂ ଭଗତି ସେ ହୋଇଲା ନରପତିବହୁତ ସାନନ୍ଦେ ରାଜା ଅନେକ ତ୍ରିପୁତି ।୨୮।ସ୍ୱାମୀ ମୋହୋର ଦୋହିତାର ନାମ ଅଟଇ କମଳାଧୃଷ୍ଟଦ୍ୟୁମନକଇଂ ପ୍ରଦାନ କଲାଇଂ ଅବଳା ।୨୯।ଦେବ ଧୃଷ୍ଟଦ୍ୟୁମନ ଯେ ମୋହୋର ଅଟଇ ଜୁଆଇଂବନ୍ଧୁପଣ ପାଳି ରାଜା ଅନେକ ବିନୋୟୀ ।୩୦।ନିମନ୍ତ୍ରଣ ଯୋଗାଡ଼ ଯେ ଦିଲେକ ଫାଲଗୁନିବାରୁଣାବନ୍ତକଇଂ ଯାଅ ଯା ତୁମ୍ଭର ଥାଠସନ୍ୟ ଘେନି ।୩୧।କର୍ଣ୍ଣକେଶୀ ବୋଇଲା ସ୍ୱାମୀ ଆଜକ ମୋହୋର ପୁରେ ରହିରାଜ୍ୟ ମୋହୋର ପ୍ରତିଷ୍ଠା ହୋଉ ଦେବ କରିବା ମୁଣୋହି ।୩୨।ଅର୍ଜୁନ ବୋଇଲେ ପିତାର ପାତକ ନିମନ୍ତେଆମ୍ଭେ ସେ ଅନ୍ନଦାନ ଦେବୁଂ ହୋ ଅପ୍ରମିତେ ।୩୩।ତୁମ୍ଭର ରାଜ୍ୟ ଆମ୍ଭର ନାହିଂନା ଭୋଜନଥାଠସନ୍ୟ ଘେନି ତୁମ୍ଭେ ଯାଅସି ବହନ ।୩୪।ନିମନ୍ତ୍ରଣ କଲେ ସେ ବୀରବର ଚକ୍ରବ୍ରତୀଦଣ୍ଡ ପଲାଣି ରାଜା ଚଳିଲା ଦିବାରାତି ।୩୫।ସେ ରୁଦ୍ରପୁରୁଂ ବାହାର ଯେ ହୋଇଲେ ଧନୁର୍ଜୟେପ୍ରବେଶ ଫାଲଗୁନି ଭେଟିଲା ରାଜ୍ୟୟେ ।୩୬।ନୀଳଚକ୍ର ବୋଲିଣ ୟେକଇଂ ନଗ୍ରପୁରେବସଇ ମହାନଗ୍ର ଯେ ପୁଷ୍ପା ନଦୀ ତୀରେ ।୩୭।ନବଲକ୍ଷ ଘର ତାର ୟେକା ନଗ୍ରେଣ ବସଇସୁରବ୍ରହ୍ମ ବୋଲିକରି ସେ ନୃପତି ଆଦେଶଇ ।୩୮।ଅର୍ଜୁନ ବିଜୟେ କଲେ ସେ ନଦୀର କୂଳେପ୍ରତସ୍ରାନ ନିତ୍ୟକର୍ମ ଯେ ସାରନ୍ତି ସର୍ବମେଳେ ।୩୯।ବେଦବାଦ୍ୟ ଦୁନ୍ଦୁଭି ଯେ ବାଜଇ ଘୋରନାଦେପୃଥିବୀ ଉଡସଲ୍ୟ ହୋଉଅଛି ମଧୁର ରସ ନାଦ୍ୟେ ।୪୦।ଧନୁମାସ କୃଷ୍ମପକ୍ଷ ଦ୍ୱିତୀୟା ଚନ୍ଦ୍ରବାରପୁନର୍ବସୁ ନକ୍ଷତ୍ରକୁ ଭୋଗ୍ୟ ସେ ଦିନର ।୪୧।ଗର ନାମେ କରଣ ଇନ୍ଦ୍ର ନାମେ ଯୋଗବିଛା ସଂକରାନ୍ତିକି ଅଣତିରିଷ ଦିନ ଭୋଗ ।୪୨।ସେ ଦିନ ଅର୍ଜୁନ ବିଜେ ନୀଳଚକ୍ର ଦେଶେଜଳକ୍ରୀଡ଼ା କୁତୂହୋଳ ସେ ନଦୀରେ କରନ୍ତି ହରଷେ ।୪୩।ଆହୋ ସମଦଣ୍ଡ ଘେନିଣ ସେ ସୁରବ୍ରହ୍ମ ନୃପତିସେହି ଜଳକ୍ରୀଡ଼ା କରଇ ସେ ନଦୀର ଭିତରେ ନିତି ।୪୪।ଅର୍ଜୁନର ସ୍ରାହାନର ବହି ଆସୁଅଛି ପାଣିବହଇ ଗନ୍ଧନଦୀ ଯେ କସ୍ତୁରୀ ବାସ ଜାଣି ।୪୫।ମନ୍ତ୍ରୀକି ପଚାରଇ ସେ ସୁରବ୍ରହ୍ମ ନୃପମଣିବଡ଼ ସୁସଞ୍ଚ ସୁଗନ୍ଧିତ ବହଇ ପୁଷ୍ୟା ନଦୀର ପାଣି ।୪୬।କେବଣ ଆଶ୍ରିଜ ମନ୍ତ୍ରୀ ୟେକୁ ବଡାଇ ଦୁଲଭଆର ଦିନେ ନ ହୋଇ ୟେସନେକ ସଭାବ ।୪୭।ୟେସନେକ ସମୟରେ ଜଣାଇଲା ଦେଶାଉରସ୍ୱାମୀ ଉତ୍ତର ଦିଗେ ବିଜେକଲେ ପାଣ୍ଡବ ସୁନ୍ଦର ।୪୮।ଦୂତୀକୃଷ୍ଣ ଅବତାର ସେ ପାଣ୍ଡବ ଫାଲଗୁନିଯମାଗୋଷ୍ଠକୁ ବନ୍ଧନ କରିଅଛି ସେ ପାଟଡୋରେକ ଘେନି ।୪୯।ଦେବ ନ ଜାଣି ଯୁଦ୍ଧ ଯେ କରନ୍ତି ରାଜାଗଣେବହୁତ ରାଜ୍ୟ ଧ୍ୱଂସନ ଗଲାନି ଉତ୍ତର ଦିଗ ବରଣେ ।୫୦।ସକଳ ରାଜାମାନେ ଯାଉଅଛି ଦେଖା ଦରଶନିଧନ ଘେନିପ୍ରତାପୀ ପାଣ୍ଡବ ସେ କ୍ଷତ୍ରୀୟ ମହାଗ୍ୟାନୀ ।୫୧।ଡଗର ମୁଖୁଂ ପାଇଣ ସେ ୟେସନେକ ବାରତବୋଇଲା ଦଣ୍ଡସାଜ ରେ ମୋହୋର ସଇନି ସମସ୍ତ ।୫୨।ପ୍ରସନ୍ନେ ନାରାୟଣ ସେ ବାସବ ତନୟେଦ୍ରଶନେ ଦୁଷୁକୃତ ମୋହୋର ପାତକ ଯାଉ କ୍ଷୟେ ।୫୩।ନଗ୍ରେଣ ଉତ୍ସବ ସେ କରାଇଲା ଦଣ୍ଡଧାରୀଦାଣ୍ଡେଣ ପାୟେଡ଼ା ପାଡ଼ଇ ଝୀନବସ୍ର ଶାଢ଼ୀ ।୫୪।ଶତେକ ଭାର ଯେ ହୀରାରତ୍ନ ଘେନିଶ୍ରିୟା ଶଉରୀ ତାହାର ଯେ ମହାଦେଈ ବେନି ।୫୫।ଆପଣେ ପାଟଛତ୍ର ଯେ ଘେନିଣ ନରପତିବେନି ଭାରିଯାୟେ ତାର ଛାମୁରେ ଚାମର ଧରିଛନ୍ତି ।୫୬।ଉଦଣ୍ଡ ଆଲମ୍ୱ ଯେ ଘେନିଣ ଅମନାତ୍ୟେଅର୍ଜୁକଇଂ ଦ୍ରଶନ କଲେ ଯାଇଂ ତପୋଧନ ପର୍ବତେ ।୫୭।ପାୟେ ଯାଇଂ ନିଉଛାଳି ଯେ କରଇ ନୃପସାଇଂସାଷ୍ଟାଙ୍ଗେ ଗଡ଼ଘାଲି ଶୁତିଲା ଦଣ୍ଡଲାଇ ।୫୮।ଅର୍ଜୁନକୁ ଜଣାଇଲେ ଜୟେ ବିଜୟେ ଦୁଇ ସେନାପତିସ୍ୱାମୀ ଦ୍ରଶନ କରୁଅଛି ସେ ସୁରବ୍ରହ୍ମ ନରପତି ।୫୯।ଆଗ୍ୟାଂ ଦିଲେ ପାଣ୍ଡେବ ସୁନ୍ଦର ବୀରମଣିଆପଣେ ଶ୍ରୀଭୁଜେ କୋଳାଗ୍ରତ କଲେ ରାଜାକଇଂ ଆଣି ।୬୦।କଟକେଣ ବିଜୟେ କଲେ ବୀରବର ପାଥନିମନ୍ତ୍ରଣ ଦିଲେ ସୁରବ୍ରହ୍ମ ରାଜାଂକର ହାଥ ।୬୧।ରାଜୁସି ଯଗ୍ୟଂ ଯେ ହୋଉଅଛି ଆମ୍ଭରତୋହୋର ଦଣ୍ଡସନ୍ୟ ଘେନି ଯାଅ ବାରୁଣାବନ୍ତର ।୬୨।ଅର୍ଜୁନ ବଚନେଣ ସାନନ୍ଦ ନୃପମଣିସମଦଣ୍ଡ ଘେନି ସ୍ୱାମୀ ଯିବଇଂ ୟେହିକ୍ଷଣି ।୬୩।ସାଜିଲେ ସଇନି ଯେ ରଥ ଗଜ ଅଶ୍ୱସାତ କ୍ଷଇଣୀ ବଳ ତାର ସଇନି ଅଶେଶ ।୬୪।ବାଜନ୍ତି ବୀରତୂର ଟମକ ଦାଉଣ୍ଡିଅନେକ ରତନେ ସେ ସବୁଂକରି ରଥ ମଣ୍ଡି ।୬୫।ରଥର ଉପରେ ଡାଳିମ୍ୱା ଚାମରମୟେଚଳନ୍ତି ତୁରଙ୍ଗମେ ଜଳେ ହଂସଯୂଥ ପ୍ରାୟେ ।୬୬।ଆହୋ ସୁରବ୍ରହ୍ମେ ଚଳାଇ ତହୁଂ ଅର୍ଜୁନ ଚଳନ୍ତି ହରଷେବିଜୟେ ବାସବି ଯାଇଂ ସିନ୍ଧୁ ମନ୍ଦାର ଦେଶେ ।୬୭।ମନ୍ଦାରଭାଗୀ ବୋଲି ତହିଂ ବହଇ ୟେକ ନଦୀଗୋଟିମନ୍ଦର ପର୍ବତୁଂ ଆସଇ ସେ ଉତ୍ତର ଭାଗୁଂ ଫୁଟି ।୬୮।ଅନନ୍ତା ବିଜୟା ୟେ ସଙ୍ଗମ ତିନିଧାରଉତ୍ତର ପୂର୍ବ ଦକ୍ଷିଣୁଂ ସେ ବହଇ ସାଗର ।୬୯।ଅର୍ଜୁନ ବିଜୟେ କଲେ ସେ ତ୍ରିବେଣୀ ଗଙ୍ଗାକୂଳେକଉସ୍ତୁଭ ପର୍ବତେ ସେ କର୍ମଣ ବଟତଳେ ।୭୦।ସିନ୍ଧୁମନ୍ଦାର ବୋଲି ଯେ ନଗ୍ର ସେଠାରେ ଅଛଇଅନେକ ସନ୍ୟବଳ ସେ ରାଜାଂକୁ ଖଟଇ ।୭୧।ସେ ସିନ୍ଧୁ ମନ୍ଦାର ଦେଶର ରାଜା ଜାନୁଘଣ୍ଟ ନାମେଣ ନୃପତିପାଞ୍ଚଶତ ପାରିଦଣ୍ଡ ସନ୍ୟ ସେ ରାଜାକୁ ଖଟଇ ଅନୁବ୍ରତି ।୭୨।ପନ୍ଦର କ୍ଷଉଣୀ ବଳ ତାହାକୁ ଖଟଇସିନ୍ଧୁ ମନ୍ଦାର ବେନିଦେଶେ ସେ ଠାକୁର ଅଟଇ ।୭୩।ଦ୍ୱାପର ଯୁଗେ ଧ୍ୟାୟିଲା ସେ ଆଦିତ୍ୟ ଦେବତାଂକୁନବ ସହସ୍ର ବରଷେଣ ସ୍ୱାମୀ ପ୍ରସନ୍ନ ହୋଇଲେ ତାହାକୁ ।୭୪।ବରମାଗ ସିନ୍ଧୁରାଜା ହୋ ସତ୍ୟ ସତ୍ୟ ମୋହୋରଯହ୍ନେକ କାମ୍ୟକଲୁ ସେ ପ୍ରାପତ ହୋଉ ତୋହୋର ।୭୫।ପ୍ରଣପତ୍ୟ ହୋଇ ସେ ପଚାରଇ ସିନ୍ଧୁର ନୃପତିସ୍ୱାମୀ ସତ୍ୟଯୁଗେ ଥିଲା ଯେ ଜାନୁଘଣ୍ଟ ଆଧିପତି ।୭୬।ଧର୍ମେଣ ପାଳିଲା ସେ ରାଜ୍ୟ ପ୍ରସନ୍ନେ ପରମଯୋଗୀଧାର୍ମିକ ପଣେ ସେ ରାଜା ସତ୍ୟଯୁଗ କଲା ଭୋଗୀ ।୭୭।ମୁକୁଇଂ ପ୍ରସନ୍ନେ ସ୍ୱାମୀ ବର ଦେବାକ ଅଭୟେଦ୍ୱାପର ଯୁଗ ମୁଂ ଭୋଗ କରିବି ତାହାର ପ୍ରାୟେ ୟେହିକାୟେ ।୭୮।ବିରଞ୍ଚି ନାରାୟଣ ଯେ ହୋଇଲେ ପରସନ୍ନସୁଖେଣ ଭୋଗକର ୟେ ଦ୍ୱାପର ତୋତେ ନ ପୀଡ଼ୁ ଜନ୍ତୁରାଣ ।୭୯।ଜାନୁଘଣ୍ଟ ପଦକଇଂ ତୁ ଯେତେ କଲୁ ଇଚ୍ଛାତୋହୋର ନାମ ଜାନୁଘଣ୍ଟ ହେଉ ତୁ ମାଗି ଖାଅ ଭିକ୍ଷା ।୮୦।ଦିନକର ବଚନେ ସେ ସିନ୍ଧୁ ରାଜାର ତନୁସେହିଦିନୁ ଘଣ୍ଟେକ ବାନ୍ଧିଲା ଯେ ତାହାର ଜାନୁ ।୮୧।ମହାକ୍ଷତ୍ରୀ ବିଦ୍ୟା ଜାଣଇଂ ସେ ସମରାଜ୍ୟ କରଇ ରକ୍ଷାଜନପ୍ରଜା ପାଳଇ ରାଜା ଆପଣେ ମାଗଇ ଭିକ୍ଷା ।୮୨।ଘଣ୍ଟାରାବ ଶବଦ କରିଣ ସେ କରେଣ ଖପରେକ ଧରିସଂସାର ଜନହିତେ ରାଜା ବୁଲଇଂ ଦିଗମ୍ୱରୀ ।୮୩।ସେ ସିନ୍ଧୁ ମନ୍ଦାର ଦେଶେଣ ଯାଇଂ ଅର୍ଜୁନ ପରବେଶକଟକେ ପଶନ୍ତେଣ ଶୁଭିଲା ମଧୁର ବାଦ୍ୟଘୋଷ ।୮୪।ଆପଣେ ବିଜେକଲା ନୃପତି ଦେବବାଦ୍ୟ ଶୁଣିଆଗେ ଓଗାଳିଲା ଆସି ଘଣ୍ଟାରାବ ଘୋର ବାଣୀ ।୮୫।ମାନବ ଜନ୍ମ ହୋଇ କିଂପେରେ ୟେଡ଼େ ଭରସୁକେଉଂଣ ଦର୍ପେରେ ମୋହେର ରାଜ୍ୟେ ପଶୁ ।୮୬।ବିଦ୍ୟାଧର ପୁରୁଷନ୍ତ ମୁଂ ହେଳେଣ ସାଧିଲିନି ଜାଣୁଂ କି ମୋତେରେ ତୁ ଜାନୁଘଣ୍ଟ ବୋଲି ।୮୭।ସିନ୍ଧୁକୁ ଛଡାଇଲି ୟେ ମୋହୋର ବାହୁ ବଳେମନ୍ଦର ଉପାଡ଼ି ଆଣି ବସାଇଲି ସିନ୍ଧୁକୂଳେ ।୮୮।ସିନ୍ଧୁ ମନ୍ଦାର ମୋହୋର ଅଟଇ ଦୁଇ ରାଜ୍ୟତ୍ରଇଲୋକ୍ୟ ଭୁବନକୁ ବୋଲି ମୋହୋର ବିକାଶୁଅଛି ତେଜ ।୮୯।ପରେ ହତ୍ୟା ନ କରଇ ମୁଂ ପରେଣ ନୋହଇ ବିବାଦୀଦ୍ୱାପର ଯୁଗ ଭୋଗ କରଇ ମୁଂ ମହାଯୋଗ ସାଧି ।୯୦।ଧର୍ମକଇଂ ଧର୍ମ ମୁହିଂ ଦୁର୍ଜନକଇଂ ଅନର୍ଗଳାପ୍ରାଣେ କାର୍ଯ୍ୟ ଥିଲେ ରେ ୟେଥୁଂ ସଇନି ଘେନି ପଳା ।୯୧।ଅନେକ ପ୍ରତଗ୍ୟାଂ ଯହୁଂ କଲା ଜାନୁଘଣ୍ଟଶୁଣିଣ ଅର୍ଜୁନର ଯେ କମ୍ପଇଂ ମୁକୁଟ ।୯୨।ରାଗେଣ ପ୍ରଚଣ୍ଡ ହୋଇଲା ସେ ଯେ ଗାଣ୍ଡିବ ଦୀକ୍ଷାଗୁରୁଯେସନେକେ କାଳସର୍ପ ଗର୍ଜଇଂ ଧରି ଫେରୁ ।୯୩।ଅର୍ଜୁନ ବୋଇଲେ ତୁ ଯେ ବୀରଧୂ ଜାନୁଘଣ୍ଟଇତୋହୋର ମୋହୋର କି ଅଇରିପଣ ଭାବ ଅଟଇ ।୯୪।ପ୍ରତଗ୍ୟାଂ ସାମରଥେ ତୁ କି ବୋଲାଉ ମହାଯୋଧୀତୋହୋର ପଦ ମୁଂ ଘେନିମାକୁ ଆସିନାହିଂ ସାଧି ।୯୫।ରାଜୁସି ମହାଯାଗ ଯେ କରିବେ ଧର୍ମରାଜା ଯୁଝେଷ୍ଠିରାଜାନ୍ତ ନିମନ୍ତ୍ରଣେ ମୁହିଂ ଦିଗବିଜେ କଲିଟି ।୯୬।ଚାରିଉଣା ଲକ୍ଷେ ରାଜା ହୋଇବେ ତହିଂ ରୁଣ୍ଡଦେବତାମାନେ ଆସିବେ ତେଜିଣ ସ୍ୱର୍ଗଖଣ୍ଡ ।୯୭।ଯେ ଯାହାର ସମ୍ପଦମାନ ଘେନିଣ ଯିବେ ରାଜାମାନେଷୋଳଦିନ ପରିଯନ୍ତେ ଥିବେ ମହାଯଗ୍ୟଂ ସ୍ଥାନେ ।୯୮।ଯେତେକ ତୋହୋର ଅଛି ସମଦଣ୍ଡ ସଇନିୟେହିକ୍ଷଣି ସଜହୁଅ ବାରୁଣାବନ୍ତକୁ ଅନକୂଳ ଘେନି ।୯୯।ବାସେବି ବଚନେ ସେ ସିନ୍ଧୁ ମନ୍ଦାର ଆଧିପତିତୁହି ସେ ଅର୍ଜୁନର କି ବିଚିତ୍ରବୀର୍ଯ୍ୟର ନାତି ।୧୦୦।ତୋହୋର ପିତା ରହିଥିଲେ ୟେହି ଶତଶିଙ୍ଗ ପର୍ବତେତାହାର ମୋହୋର ୟେକଆତ୍ମା ବିହଡ଼ୁ ଦିବାରାତ୍ରେ ।୧୦୧।ଯେଉଂ ଦିନେ ପଣ୍ଡୁ ବିନ୍ଧିଅଛି ଅଗ୍ନିକାର ମହୀଋଷିକିଶବଦକଇଂ ନାରାଜ ବିନ୍ଧିଲେ ଯେ ନ ଚାହିଂ ନ ଦେଖି ।୧୦୨।ଦୁହେଂ ଆମ୍ଭେ ଧାଇଂଗଲୁ ଗଣ୍ଡାଘାତ ବୋଲିଅଗ୍ନିକାର ମହଋଷିଂକି ପ୍ରତକ୍ଷେ ମୁଂ ଦେଖିଲି ।୧୦୩।ଋଷି ନାଶଗଲେ ଯେ ବକ୍ଷୁ ନାରାଜ କାଢିଲେପଣ୍ଡୁରାଜା ସଙ୍ଗ ଛାଡିଲି ମୁଂ ଯହୁଂ ସେ ବ୍ରହ୍ମହତ୍ୟା କଲେ ।୧୦୪।ରାଗେଣ ମହାତମା ଯେ ଦିଲେ ତାକୁ ଯେଉଂ ଶାପତଦ୍ୟାପି ଶୋଚନା କଲା ପଣ୍ଡୁ ବ୍ରହ୍ମହତ୍ୟା ପାପ ।୧୦୫।ବହୁତ କାଳେ ଅର୍ଜୁନ ହୋ ମୁଂ ତୋତେ ଦେଖିଲିଶ୍ରୀଭୁଜେ ଅର୍ଜୁନକୁ କୋଳକରି ବହୁତ ପ୍ରୀତି ବୋଲି ।୧୦୬।ଅର୍ଜୁନକୁ ଘେନିଣ ସେ ଚଳଇ ମହାରାୟେଆପଣାର ଜଗତୀରେ ଯାଇଂ କଲା ସେ ବିଜୟେ ।୧୦୭।ମୁଣୋହିର ନିମନ୍ତେ ଅନେକ ଯହୁଂ କଟାଳିଲା ଜାନୁଘଣ୍ଟିଅର୍ଜୁନ ବୋଇଲେ ମୋତେ ରାଜୁସି ଯାଗ ହୋଇଲା ନିକଟ ।୧୦୮।ଭୋଜନ ଶୟନ କଇଂ ନାହିଂ ନା ମୋର ଇଚ୍ଛାରାଜାନ୍ତ ଗଲେ ସେ ମୋହୋର ପୂରଇ ମନବାଞ୍ଚା ।୧୦୯।ପଣ୍ଡିତ ଭାଗ୍ୟବନ୍ତ ତୁ ବିବେକୀ ମହାରାଜାସମଦଣ୍ଡ ଘେନିଣ ତୁ ରାଜୁସିପାଗକୁ ବହନ ହୋଇ ଯାଅ ଯା ।୧୧୦।ଅର୍ଜୁନ ବଚନେ ସେ ସଜ ଜାନୁଘଣ୍ଟକଟକୁଂ ବାହାର ହୋଇଲା ସେ ଘେନିଣ ତାହାରି ଥାଠ ।୧୧୧।ତହୁଂ ବିଜୟ କରିଣ ଗଲେକ ଫାଲଗୁନିବିଜୟା ବନସ୍ତେ ପଶିଲେ ଦିବା ଯେ ରୟଣୀ ।୧୧୨।କୃପା ବଳାଙ୍ଗୀ ବୋଲି ୟେକଇଂ ନଦୀ ଗୋଟିମହୀଦାସ ପର୍ବତୁଂ ସେ ଉତ୍ତର ଦିଗୁଂ ଫୁଟି ।୧୧୩।ଚାରୁମଣ୍ଡଳ ବୋଲି ୟେକକ ରାଜ୍ୟ ଗୋଟିୟେକୁଣ୍ଡଳବ୍ରହ୍ମ ବୋଲି ଅଟଇ ତହିଂର ସେ ରାୟେ ।୧୧୪।ଅର୍ଜୁନର ବିଜୟ ବାରତା କହିଲେ ଡଗରେଦଣ୍ଡଘେନି ନୃପତି ବିଜେ କରିଅଛଇ ବାହାର ପଟୋଆରେ ।୧୧୫।କଟକ ଜିଣି ରାଜା ଅଇଲାଣି ଚଉଦିନ ପରିଯନ୍ତେଅର୍ଜୁନକଇଂ ଦ୍ରଶନ କଲା ଆସି ମହୀଦାସ ପର୍ବତେ ।୧୧୬।ଶତେକ ଭାର ପାଣିଦ୍ରବ୍ୟ ଯେ ଦେଖା ଦରଶନିଚଉଦ ଭାରିଯା ତୁଲେ ବତିଶ ପୁତ୍ରନ୍ତ ଘେନି ।୧୧୭।ଦ୍ରଶନ କଲା ଆସି ଅର୍ଜୁନ ଆଗ୍ରତେଶତେ ସହସ୍ର ଦଣ୍ଡ ପ୍ରଣପତ୍ୟ ହୋଇଶୁତିଲା ନରନାଥେ ।୧୧୮।ସ୍ୱାମୀ ସାଧୁ ୟେ ମୋହୋର ପୁଣ୍ୟ ଧନ୍ୟ ମୋହୋର ବେନିଡୋଳେପ୍ରତକ୍ଷ ନାରାୟଣ ଦେଖିଲି ମୋହୋର ଜୀବନ ସୁଫଳେ ।୧୧୯।ଶ୍ରବଣେ ଶୁଣିଥିଲି ଯାହା ଦେଖଇଲି ପ୍ରତକ୍ଷେତୁ ସେ ଖାଣ୍ଡବ ବନ ଦହନକରି ଜିଣିଲୁ ସହସ୍ରାକ୍ଷେ ।୧୨୦।ଅନେକ ତୁସ୍ତି କରିଣ ସେ ବୋଲଇ କୁଣ୍ଡଳ ବ୍ରହ୍ମରାୟେପୁଣ ପୁଣ ନିଉଛାଳି କରି କହଇଂ ରାଜା ବହୁତ ବିନୟେ ।୧୨୧।ଶ୍ରୀହସ୍ତେ ଶାଢୀ ଘେନିଣ ସେ ଦିଲେ ସୁଭଦ୍ରାର ନାହାବୋଇଲେ ରାଜୁସିଯାଗ ସଭାକୁ ବାବୁ ବହନ ହୋଇ ଯାଅ ଯା ।୧୨୨।ଅର୍ଜୁନର ବଚନ ସେ ନିବେଶିତ ଶିରେଶୁଭ ଅନକୂଳେ କୁଣ୍ଡଳବ୍ରହ୍ମ ଦଣ୍ଡ ଘେନି ହୋଇଲା ବାହାରେ ।୧୨୩।ଶତେକ ପାରିଦଣ୍ଡ ତିନି କ୍ଷଉଣୀ ସଇନିଚଚକ୍ଷଣେ ବାହାର ହୋଇଲା ରାଜା ଦେଖା ଦରଶନି ଧନ ଘେନି ।୧୨୪।ତହୁଂଣ ଫାଲଗୁନି ଉତ୍ତର ଦିଗବିଜେଦିବାରାତ୍ରେ ପ୍ରବେଶ ହୋଇଲା ଯାଇଂଣ କାଳିଞ୍ଜନ ରାଜ୍ୟେ ।୧୨୫।କମଳସେନ ବୋଲିଣ ୟେକ ବ୍ରହ୍ମାଣ ନୃପତିତିନିଶତ ପାରିଦଣ୍ଡ ତାହାର ନବଲକ୍ଷ ପାଦାନ୍ତି ।୧୨୬।ଚାରଗଣେ କହିଲେ ଦେବ ଶୁଣିମା ସାବଧାନେକେବଣ ରାଜା ୟେଟି ବିଜେକଲା କାଳେବର ବନେ ।୧୨୭।ଦେଶାଉର ମୁଖୁଂ ୟେସନେକ ସନ୍ଦେଶ ବାରତା ଶୁଣିମନ୍ତ୍ରୀ ବୋଇଲା ଦେବ ଶୁଣିମା ରାଜେଶ୍ୱରରାଜୁସିଯାଗ କରୁଛନ୍ତି ଦେବ ଯୁଝେଷ୍ଠି ଠାକୁର ।୧୨୯।ଚତୁର୍ଦିଗ ରାଜାନ୍ତ କରୁଛନ୍ତି ନିମନ୍ତ୍ରଣପାଣ୍ଡବ ଅର୍ଜୁନ ୟେବେ ଉତ୍ତର ଦିଗଇ ବରଗଣ ।୧୩୦।ସ୍ୱାମୀ ଯହିଂର ନିମନ୍ତେ ନାଶଗଲାଟି ଜାରାଯମାଗୋଷ୍ଠ ବନ୍ଧନ ହୋଇଲା ଦୃଭାର ମହାବୀରା ।୧୩୧।ଅନେକ ରାଜ୍ୟ ଧ୍ୱଂସି ଦେବ ହୋଇଲେ ଅସାଧିଶରଣ ପଶିଲେ ରକ୍ଷା ହୋୟେ ସର୍ବ କାର୍ଯ୍ୟ ସିଦ୍ଧି ।୧୩୨।ବହନ ଉତ୍ସବ ଦେବ କରିବନା ନିଜ ରାଜ୍ୟେକଟକେ ଆସି ପ୍ରବେଶ ହୋଇଲେ ଦେବ ଦୁନ୍ଦୁଭି ବାଦ୍ୟ ବାଜେ ।୧୩୩।ମନ୍ତ୍ରୀବର ବଚନେ ସେ ନୃପତି ପରମ ଶାନ୍ତିଦଣ୍ଡ ସାଜ ସାଜ ବୋଲି ଆଗ୍ୟାଂ ଦିଲା ସେ ନୃପତି ।୧୩୪।କଟକେ ପାୟେଡା ରାଜା ପାଡିଲା ହରଷେପୁତ୍ର ବନ୍ଧୁ କୁଟୁମ୍ୱ ପାତ୍ର ଅମନାତ୍ୟ ଘେନି ସାନନ୍ଦେ ବେଗେ ଆସେ ।୧୩୫।ଅର୍ଜୁନ ବିଜେ କରିଛନ୍ତି ବଳାଙ୍ଗୀ ନଦୀକୂଳେଅନେକ ଧନରତ୍ନ ଘେନିଣ ମହୀପାଳେ ।୧୩୬।ଦ୍ରଶନ କଲାକ ରାଜା ଆସି ବହୁତ ସମ୍ଭରେନିଉଛାଳି କର ରାଜା ସ୍ତୁତିକଲା ବହୁତ ଅନ୍ତରେ ।୧୩୭।ଶ୍ରୀମୁଖେ ଆଗ୍ୟାଂ ହୋଇଲା ଉଠ ମହାରାୟେକୋଳାଗ୍ରତ କରି ତାକୁ ସନ୍ନିଧ୍ୟେ ବସାଇଲେ ଧନୁର୍ଜୟେ ।୧୩୮।ଅକ୍ଷତ ଗୁଆ ତାକୁ ଦିଲେକ ଶ୍ରୀହସ୍ତେସନ୍ୟଘେନି ଯାଅ ଯା ତୁମ୍ଭେ ନଗ୍ର ବାରୁଣାବନ୍ତେ ।୧୩୯।ଅର୍ଜୁନର ବଚନେ ସେ ବୋଇଲା ବିଦୁବରୟେ କାଳେବର ବନେ ଦେବ ନିଜ ରାଜ୍ୟଟି ମୋହୋର ।୧୪୦।ଅନେକ ବିନୟୀତା ନୃପତି କରଇଂ ତହିଂ ସେବାସ୍ୱାମୀ ଆଜକ ମୋର ପୁରେ ରହି ମୁଣୋହି କରିବା ।୧୪୧।ଅର୍ଜୁନ ବୋଇଲେ ତୁ ମୋତେ କାହୁଂ ଦେବୁ ଭୋଜିଚାଳିଶ ସହସ୍ର ରାଜା ନିମନ୍ତ୍ରିବି ନଉ ଦିବସର ମଝି ।୧୪୨।ଭୋଜନେ ଶୟନେ ସୁଖଭୋଗେ ନାହିଂ ମୋର ଇଚ୍ଛାଯେମନ୍ତେ ପାଣ୍ଡୁ ରାଜାଂକର ପୂରୋଇବି ମନବାଞ୍ଚା ।୧୪୩।ନିମନ୍ତ୍ରଣ କରିଣ ସେ ନୃପତିଂକି ପଠିଆଇତହୁଂଣ ଅର୍ଜୁନ ଗଲେ ଯେ ଉତ୍ତର ମୂରତି ହୋଇ ।୧୪୪।ଉତ୍ତର ପଛିମ କୋଣେ ଲକ୍ଷ୍ମୀପୁର ବୋଲି ୟେକ ନଗ୍ରେକମଳାସିନୀ ବୋଲି ନଦୀ ୟେକ ପୂର୍ବଭାଗେ ।୧୪୫।ମହାସମ୍ଭରେ ସେ ଲକ୍ଷ୍ମୀପୁର ନଗ୍ର ବସଇବିଷ୍ଣୁର ଭୁବନ ଜାଣି ଘର ଅଶିଲକ୍ଷ ପଞ୍ଚାଶଇ ।୧୪୬।ବସନ୍ତି ପରମଳ ଯେ ରତ୍ନମୟ ଭୁବନଘରେ ଘରେ ସୁବର୍ଣ୍ଣର ପାଚେରୀ ବିଦ୍ୟମାନ ।୧୪୭।ବଡ଼ ସୁସଞ୍ଚ ହୋଇଣ ବସନ୍ତି ନଗ୍ର ପ୍ରଜାଭାଗ୍ୟବନ୍ତ ପଣେ ତୁଲ୍ୟ ନାହିଂ ଆନ ରାଜା ।୧୪୮।ଯେ ଯାହାରେ ଚଷିକରି ଉପୁଜାନ୍ତି କୃଷିସୁଖେଣ ଆୟ କରିଣ ସେ ନିଅନ୍ତି ଦୁଇରାଶି ।୧୪୯।ୟେସନେକ ସମ୍ପଦ ସେ ଲକ୍ଷ୍ମୀପୁର ଗ୍ରାମଦେବତା ସମାନେ ଦିଶନ୍ତି ପୁରୁଷ ଯେହ୍ନେ ମକରଧ୍ୱଜ କାମ ।୧୫୦।ପରରାଷ୍ଟେ ରାଜା ସର୍ବଥା ନୋହୋଇ ବିବାଦୀଯାତ୍ରା ସୁବିଧାନେଣ ଧର୍ମେଣ ସର୍ବ ସାଧି ।୧୫୧।ଯାଇ ପରରାଷ୍ଟେ କରଇ ରାଜହତ୍ୟାସବୁଂକରି ପୁରେ ପୁରେ ପୂଜନ୍ତି ଦଧିବାବନ ଦେବତା ।୧୫୨।ଘରେ ଘରେ ବିଷ୍ଣୁ ପୁରାଣ ପଢନ୍ତି ପ୍ରତିଦିନେଛାଡଇ ଶିରୀ ସମ୍ପଦ ସହସ୍ରି ବରଷ ଆଷ୍ୟ ପାବନ୍ତି ଜନେ ।୧୫୩।ସେ ରାଜାର ରାଇଜେ ଯାଇଂ ବିଜୟେ ପାର୍ଥିବଲକ୍ଷ୍ମୀବେଣୀ ନଦୀରେ ସ୍ରାହାନ କରଇ ଦ୍ୱିତୀୟ ବାସୁଦେବ ।୧୫୪।ଦେବବାଦ୍ୟ ଦୁନ୍ଦୁଭି ଯେ ଶବଦ ଘୋଷଣେକମ୍ପଇ ମଞ୍ଚ ବ୍ରହ୍ମାଣ୍ଡ ଘୋର ବାଦ୍ୟ ଅତି ଟାଣେ ।୧୫୫।ବଡାଇ ସମ୍ପଦେ ସେ ବ୍ରତଇ ମହାରାଜନୃପତିର ନାମ ଯେ ଅଟଇ ଚକ୍ରଧ୍ୱଜ ।୧୫୬।ସେ ରାଜାର ମନ୍ତ୍ରୀବର ରାଜାପାଶେ ଯାଇଅର୍ଜୁନ ବିଜୟ ବାର୍ତ୍ତା କହିଲା ବୁଝାଇ ।୧୫୭।ବହୁତ ମହିମାଂ ମନ୍ତ୍ରୀ କହିଲା ରାଜାର ଆଗେଆସ୍ତାନ ତେଜି ନୃପତି ଆସଇ ଅତି ବେଗେ ।୧୫୮।ଲକ୍ଷେକ ଭାର ହିରଣ୍ୟ ଘେନି ସୁଧାରସଅର୍ଜୁନ ଛାମୁରେ ଯାଇଂ ହୋଇଲା ପରବେଶ ।୧୫୯।ପାୟେଡ଼ା ପାରି ନୃପତି କରଇ ନିଉଛାଳିଛାମୁରେ ଉଭା ହୋଇଲା ନୃପତି ହୋଇଣ କୃତ ଯେ ଆଞ୍ଜୋଳି ।୧୬୦।ଅର୍ଜୁନର ଚରଣେ ସେ ଆପଣେ ପଖାଳି ମହାରାଜାବହୁତ ରତ୍ନ ଘେନି କଲାକ ପାଦପୂଜା ।୧୬୧।ସନ୍ନିଧ୍ୟେ ରହି ନୃପତି କରଇ କଣୟର ବୃଷ୍ଟିଚକ୍ରଧ୍ୱଜକଇଂ କୋଳକରି ଧଇଲେ ଆପଣେ କିରୀଟୀ ।୧୬୨।ଅନେକ କୃତ କୃତ ହୋଇଣ ବିଦ୍ୟୁମାଳୀର ବଳାଅର୍ଜୁନର ସମସ୍ତ ସଇନିଂକି ଦିଲେକ ରତ୍ନମାଳା ।୧୬୩।ଦେବାଙ୍ଗ ବସନ ଦିଅଇ ଅନେକ ଝୀନ ଯେ ପତନୀବହୁତ ସମାର୍ଜନା କରି ଜଣେ ଜଣେ କରଇ ଦୟିନୀ ।୧୬୪।ମୁହିଂ ନିରିମାଖୀ ଯେ ଅଟଇ ବିଦେଶୀଗୁଣସାଗର ନାଥ ମୋତେ ଉଦ୍ଧର ହୃଷୀକେଶୀ ।୧୬୫।ଯତନେ ଯାହା ଲୋଡୁଥିଲି ଦେଖିଲି ନୟନେଖଣ୍ଡିଲି ପାତକ ମୋର ମୁକ୍ତି ହୋଇଲେ ପିତୃଲୋକମାନେ ।୧୬୬।ସ୍ୱାମୀ ଉପର ବଂଶେ ମୋହୋର ଶ୍ୱେତ ନାମେ ମହାରାଜାସନକ ପୁରୁଷଂକର ସେ ଅଟଇ ଆତ୍ମଜା ।୧୬୭।ସେ ଶ୍ୱେତ ସତ୍ୟଯୁଗେ ଦେବଯଗ୍ୟଂ କଲାୟେହି କମଳାସନୀ ନଦୀତୀରେ ମହାଯାଗ ଆରୋପିଲା ।୧୬୮।ସ୍ୱାମୀ ବ୍ରହ୍ମାଂକୁ ମାଗିଲା ଯାଇଂ ପୁରୋହିତ ଜଣେପିତାମହ ଆଗ୍ୟାଂ ଦିଲେ ବଶିଷ୍ଠ ବ୍ରହ୍ମଣେ ।୧୬୯।ତୁମ୍ଭେ ଯାଗନିକ ହୁଅ ବଶିଷ୍ଠ ଶ୍ୱେତ ରାଜାର ଯାଗେମହାଦେବ ଯାଗ କରିବ ୟେ ହୁତାଶନ ମନ୍ତ୍ରବାଗେ ।୧୭୦।ବ୍ରହ୍ମାଂକ ଆଗ୍ୟାଂୟେ ସେ ଅଇଲେ ବଶିଷ୍ଠେଶ୍ୱେତ ରାଜାକଇଂ ବସାଇଲେ ଆକାଶ ଗଙ୍ଗାର ତଟେ ।୧୭୧।ତୁ ଯେ ଯାଗନିକ ପଣେ ଆମ୍ଭନ୍ତ କଲୁ ହୋ ବରଣଯାଗକୁଣ୍ଡ ଆୟତନ କର ମୋର ହାଥେ ବାରଜୁଣ ।୧୭୨।ଚାରିମେଘେ ମୋହୋର ମନ୍ତ୍ର ପାବକ ସୁରାଯାଗ ପରୀକ୍ଷା ମୋହୋର ପିଙ୍ଗଳ ଦୋହରା ।୧୭୩।ମୋତେ ଯେବେ ବରଣ କଲୁ ହୋ ମହାରାଜା ଶ୍ୱେତଅପାର କରି ନୃପତି ସଞ୍ଚି ଅଛୁନା ଘୃତ ।୧୭୪।ଯେତେଦିନ ପରିଯନ୍ତେ ଯାଗ କରିବୁ ନୃପମଣିସମ୍ୱର୍ତ୍ତେକ ମେଘ ଘୃତ ବରଷିବ ମୂଷଳ ଧାରା ପ୍ରମାଣେ ଆଣି ।୧୭୫।ୟେତେକ ଘୃତ ଯେବେ ତୁ ଅଣାଇଂପାରୁ ରାଜାଯଗ୍ୟଂକଇଂ ସଞ୍ଚାକର ହୋ ବହନ ହୋଇ ଯାଅ ଯା ।୧୭୬।ଶୁଣ ଦେବ ଧନୁର୍ଜୟେ କହଇ ନୃପତି ଚକ୍ରଧ୍ୱଜଘୃତ ସମୁଦ୍ରକୁ ବତିଶ ବରଷ ସେବାକଲା ସେ ଶ୍ୱେତ ମହାରାଜ ।୧୭୭।ଘୃତ ସମୁଦ୍ର ପ୍ରସନ୍ନେ ବୋଇଲା ରେ କି ନିମନ୍ତେ ମୋତେ ସେବୁରାଜା ବୋଇଲା ମୁହିଂ ଯଗ୍ୟଂ ଖଣ୍ଡିୟେ କରିବି ତୋହୋରଘୃତ ମୋତେ ଦେବୁ ।୧୭୮।ଜାଣି ବଶିଷ୍ଠଂକୁ ମୁଂ ବରିଲି ଯଗ୍ୟଂକୃତେସୁ ମୋତେ ପ୍ରସନ୍ନ ହୋଇ ଘୃତ ଦେବୁ ଚଉବିଂଶ ବରଷପରିଯନ୍ତେ ।୧୭୯।ରାଜାର ବଚନେ ସେ ପ୍ରସନ୍ନ ଘୃତସିନ୍ଧୁଦେବି ଘୃତ ଯେତେକାଳ ପରିଯନ୍ତେ ଲୋଡ଼ା ତୋର ବାବୁ ।୧୮୦।ମହାଯାଗ ରଞ୍ଚିଲା ସେ ୟେହି ନଦୀର କୂଳେହିରଣ୍ୟଗର୍ଭ ପର୍ବତେ ବାଞ୍ଚାବଟ ତଳେ ।୧୮୧।ଦେଖ ହାଦେ ୟେ ନଦୀର କୂଳରେ ଯଗ୍ୟଂକୁଣ୍ଡ ଦ୍ୱାଦଶ ଜୁଣ ସ୍ଥଳୀଯାଗଶାଳ ଉଠିଲା କୋଡିୟେ ଚାରି ଯୋଜନା ଅଙ୍ଗୁଳି ।୧୮୨।ଚଉବିଂଶ ଯୋଜନ ୟେ ଉପରକଇଂ ଉତ୍ସର୍ଗଅଗ୍ନିର ତେଜ ଯେ ଲାଗିଲା ଯାଇଂ ଅଧାସ୍ୱର୍ଗ ।୧୮୩।ସମ୍ୱର୍ତ୍ତକ ମେଘ ହୋଇଲା ଶ୍ରୋହା ଯେ ପ୍ରୋକ୍ଷଣୀମୂଷଳଧାରା ପ୍ରମାଣେ ଘୃତ ବରଷିଲା ଯାଗକୁଣ୍ଡେ ଆଣି ।୧୮୪।ଚଉବିଂଶ ବରଷ ପରିଯନ୍ତେ ସେ ବରଷିଲା ଘୃତଲୋଭେ ଭକ୍ଷଣ କଲେ ପିଙ୍ଗଳ ଜାଳା ଦଇବତ ।୧୮୫।ଲୋଭେଣ ବହୁତ ଘୃତ ଭକ୍ଷିଲେ ବହନିଲୁଦୁବୁଦୁ ବ୍ୟାଧି ହୋଇଲେ ପିଙ୍ଗଳଜାଳା ମନ୍ଦାଅଗ୍ନି ।୧୮୬।ଅଗ୍ନି ଦେବତାରେ ସିନା ସଂସାର ସଂଚରେନିସ୍ତେଜ ହୋଇ ବସିଲେ ସକଳ ସଚରାଚରେ ।୧୮୭।ସ୍ୱାମୀ ମୁହିଂ ଯାଇଥିଲି ଯେ ମକରମାସ ପ୍ରାଗତୀର୍ଥେବାରତା ପାଇଲି ମୁହିଂ ବଶିଷ୍ଠଂକ ଅଗ୍ରତେ ।୧୮୮।ଗାଣ୍ଡିମ ଦୀକ୍ଷାଗୁରୁ ଛତ୍ରୀୟ ଚୂଡାମଣିଖାଣ୍ଡବ ବନ ଦହନ କରି ଅଗ୍ନିଦେବତାଂକୁ ବ୍ୟାଧିରୁ ପାରିକଲୁପୁଣି ।୧୮୯।ସ୍ୱାମୀ ଖାଣ୍ଡବ ବନ ଦହନେ ତୁ ବାସବେ ବିବାଦୀଅମର ସଂପଦ ଧ୍ୱଂସିଲୁ ଅଗ୍ନିକି ତାରିଲୁ ଦେଇଣ ମଉଷଧି ।୧୯୦।ସ୍ୱାମୀ ଶ୍ୱେତ ମହାରାଜାର ଉପୁଜିଲା ୟେକ ପୁତ୍ରେଜଳନିଧି ନାମ ତାହାଂକର ବିଖ୍ୟାତ ଜଗତେ ।୧୯୧।ସେ ଜଳନିଧିର ପୁତ୍ର ମଳୟବସନ୍ତ ମହାରାଜାୟମୟେକ ଅକ୍ଷୟେ ସ୍ୱରେଗେ ସେ ହୋଇଥିଲା ବିଡୋଜା ।୧୯୨।ମଳୟବସନ୍ତ ପୁତ୍ର ହୋଇଲା ନୃପତି ବିଶ୍ୱାବସୁତାହାର ପୁତ୍ର ନାମ ହୋଇଲା କୃତପ୍ରଶୁ ।୧୯୩।କୃତପ୍ରଶୁର ନନ୍ଦନ ହୋଇଲା ନୃପତି ଅତିରଥୀ ।୧୯୪।ଅତିରଥୀର ପୁତ୍ର ହୋଇଲା କଣୟକେଶରୀମାହେନ୍ଦ୍ରସେନ ବୋଲିଣ ଯେ ପୁତ୍ରେକ ତାହାରି ।୧୯୫।ମାହେନ୍ଦ୍ରର ନନ୍ଦନ ଯେ ନୃପତି ବିରୂପାକ୍ଷବିରୂପାକ୍ଷର ନନ୍ଦନ ହୋଇଲା ଦଧିମୁଖ ।୧୯୬।ଦଧିମୁଖ ସେବାକଲା ଦଧିବାବନି ପ୍ରତିମାଶାମଳାଙ୍ଗୀ ବୋଲିକରି ହୋଇଲା ତାହାର ବାମା ।୧୯୭।ଦଧିମୁଖ ରାଜାର ଉପୁଜିଲା ଯେଉଂଣ ଆତ୍ମଜମୋହୋର ନାମ ଗୋସାଇଂ ହୋଇଲା ଚକ୍ରଧ୍ୱଜ ।୧୯୮।ବଂଶାବଳୀର ବାରତା କହିଲା ଦଧୀମୁଖର ବଳାସ୍ୱାମୀ ରାଜୁସି ଯାଗ ୟେବେ ଦେଖିବି ମହାଖଳା ।୧୯୯।ଦେବଂକୁ ଅଶକ୍ୟ ଯେହୁ ସ୍ୱାମୀ ମାନବେ ଅଗୋଚରୟେ ରାଜୁସି ଯାଗ ସ୍ୱାମୀ ପୁଣ୍ୟର ସାଗର ।୨୦୦।ଅର୍ଜୁନର କୋଳାଗ୍ରତ କଲେ ଚକ୍ରଧ୍ୱଜ ରାଜାକୁବାବୁ ସମଦଣ୍ଡ ଘେନି ଯାଅ ବାରୁଣାବନ୍ତକୁ ।୨୦୧।ତୁ ମହାବଂଶିକ ଯେ ନୃପତି ବ୍ରହ୍ମବେତ୍ତାକୋଟିୟେ ପୁରୁଷେଣ ଅପାପୀ ପ୍ରସନ୍ନେ ଗତିଦାତା ।୨୦୨।କରପତ୍ର ଯୋଡ଼ିଣ ଚକ୍ରଧ୍ୱଜ ବୋଇଲାଅନୁଗ୍ରହ ନାଥ ଯେବେ ମୋତେ ତୋହୋର ଦୟା ହେଲା ।୨୦୩।ଆଜକ ମୋହୋର ପୁରେ ରହିବା ଉଠିବ ମଢ଼ଫୁଲିଭଗତ ମତ୍ସଳ ନାଥ ତୋତେ ମୁହିଂ ପ୍ରସାଦ ମାଗିଲି ।୨୦୪।ୟେକ ଦିବସେକ ସ୍ୱାମୀ ମୋହୋର ରାଜ୍ୟେଣ ରହିପୁର ମୋର ପ୍ରତିଷ୍ଠା ହୋଇବ ଦେବ କରିବା ମୁଣୋହି ।୨୦୫।ଅର୍ଜୁନ ବୋଇଲେ ହୋ ୟେ ସେ ପୂର୍ବରୁ ଯାଗସ୍ଥାନବହଇ ଲକ୍ଷ୍ମୀବେଣୀ ୟେ ଅନ୍ତର୍ଦ୍ଧା ଭୁବନ ।୨୦୬।ବିଚାରି ଅର୍ଜୁନ ମନେ ତାହାର ରାଜ୍ୟେ ରହିସୂପକାର ପରିଯୋଗେ ପଚନ ଯେ କରନ୍ତି ମୁଣୋହି ।୨୦୭।ଆହାନିକ ସ୍ରହାନ ଯେ ସାରିଣ ସର୍ବସାଚୀସୂର୍ଯ୍ୟବେଳେ ମୁଣୋହି ଯେହ୍ନେ ରାଜନୀତି ଅଛି ।୨୦୮।ପାଦ ଶଉଚ ଆଂଚୋବନ ସାରିଣ ଫାଲଗୁନିବାଜଇ ବିଜିଘୋଷ ଶଙ୍ଖ ମହୁରୀ ଗହଳ ସେ ଧୁନି ।୨୦୯।ପରଶନ୍ତି ସୂପକାରେ ସୁଲଭ ବ୍ରାହ୍ମଣେସୁରେଶ୍ୱର ପ୍ରୋହିତେ ଛାମୁରେ କହନ୍ତି ଶ୍ରୀବିଷ୍ଣୁ ପୁରାଣେ ।୨୧୦।ଷଡରସେ ଭୋଜନ ସାରିଣ ଅରଜୁନତ୍ରିପୁତି ମୁଣୋହି ସାରି କରନ୍ତି ଆଂଚୋବନ ।୨୧୧।କ୍ରପୂର ତାମ୍ୱୋଳ ଭୁଞ୍ଜି ବିଜୟେ ସିଂଘାସନେଅମୃତ ପାକରସ ଭୁଞ୍ଜନ୍ତି ସନ୍ୟମାନେ ।୨୧୨।ତ୍ରିପୁତି ହୋଇ ଭୁଞ୍ଜନ୍ତି ସଇନ୍ୟେ ଯେ ଯାହାର ମନ ଇଚ୍ଛାଷଡ଼ରସେ ଭୋଜନ ପାଇଲେ ମନବାଞ୍ଚା ।୨୧୩।ତାଣ୍ଡବ ରସେ ଖଟନ୍ତି ବାବନ୍ତି ସପତସ୍ୱର ବେଣୀତାଳ ଅଧାଟି ପଟା କୁଣ୍ଡଳୀ ଘେନି ଖଟନ୍ତି ଭରହଗାବନ୍ତିନାୟେକାଣୀ ।୨୧୪।ଅମର ବିଳାସୁଣୀ ତାଣ୍ଡେବ ରସ ନୃତ୍ୟେଦେଖନ୍ତି ପୁରଜନେ ତାଣ୍ଡବ ନୃତ୍ୟ ତୋଷଚିତ୍ତେ ।୨୧୫।ଦିନକର ନାଥ ଗଲେ ମେରୁ ପ୍ରଦେଶେଦଣ୍ଡସାଜ ବୋଲିଣ ବାଜିଲା ବିଜିଘୋଷେ ।୨୧୬।ଲାଗିଲା ଦିହୁଡ଼ି ଅବିକ୍ଷଣେ ଜଗହୁଳାରଥରେ ବିଜେକଲା ସେ ବାସେବର ବଳା ।୨୧୭।ଚକ୍ରଧ୍ୱଜ ନୃପତି ଚଳାଇ ଫାଲଗୁନିଚଳଇ ରାଜ୍ୟେଶ୍ୱର ଚଳାଇ ଥାଠ ସଇନି ।୨୧୮।ସେହି ରାଜ୍ୟରେ ରହି ଅରଜୁନ ବରଗିଲେ ଦୂତଚଉବିଂଶ ରାଜ୍ୟ ଅଛି ସନ୍ନିଧ୍ୟେ ହେମବନ୍ତ ।୨୧୯।ନେପାଳ ପଶୁପାଳ ବୋଲି ଯେ ବେନିରାଜ୍ୟ ଅଛିସେ ରାଜ୍ୟକୁ ବିଜୟେ କରି ଚଳଇଂ ସର୍ବସାଚୀ ।୨୨୦।ପଶୁପାଳ ବୋଲିଣ ଯେଉଂଣ ରାଜ୍ୟ ଗୋଟିପଶୁଜନ ନାଥ ବୋଲି ବିଜୟେ ଧୂର୍ଜଟୀ ।୨୨୧।ସେ ରାଜାର ନାମ ଯେ ଅଟଇଂ ପଶୁପତିରୁଦ୍ରଚିହ୍ନ ବହଇ ସେ ପ୍ରସନ୍ନେ ମହାଯତି ।୨୨୨।ମଥାରେ ଜଟାଭାର ପଶୁଚର୍ମ ପରିହରିବଇଲ ବାହାନେ ଚଳନ୍ତି ଦିଗବସନ ଆବୋରି ।୨୨୩।ବାମକରେ ଖପର ଶୂଳ ଦକ୍ଷିଣ ଯେ ପାଣିକର୍ଣ୍ଣେ ତାମ୍ୱ୍ର ମୁଦୁରା ନିଶାକାଳେଣ ଭ୍ରମଣି ।୨୨୪।ଚଉଦ କୋଟି ଯୋଦ୍ଧା ବସନ୍ତି ଯେ ନେପାଳ ପଶୁପତେତାହାଂକର ତୁଲେଣ ସ୍ୱାମୀ ବିହଡ଼ନ୍ତି ବିଶ୍ୱନାଥେ ।୨୨୫।ଶରୀରେ ଆଭରଣ ସ୍ୱାମୀ ଉଡ଼ଙ୍ଗ ସର୍ପଫେରୁଅନ୍ତରୀକ୍ଷେ ବାଜଇ ଯାହାର ନବଲକ୍ଷ ଡମ୍ୱରୁ ।୨୨୬।ମାନବ ଅବତାରେଣ ତହିଂ ଖେଳନ୍ତି ଦେବ କାଶୀସେ ପଶୁପତିର ରାଜ୍ୟେ ଯାଇଂ ଅର୍ଜୁନର ବେଗେ ପଶି ।୨୨୭।ବାଜନ୍ତି ବୀରତୂର ଦୁନ୍ଦୁଭି ଦାଉଣ୍ଡିପ୍ରବାଳ ଆଦିତ୍ୟ ପ୍ରାୟେ ଅଷ୍ଟରତ୍ନେ ରଥ ମଣ୍ଡି ।୨୨୮।ଅର୍ଜୁନର ପଶନ୍ତେଣ ସେ ଗଣନାୟକମାନେକରେଣ ତ୍ରିଶୂଳ ବୁଲାଇ ଓଗାଳିଲେ ଅର୍ଜୁନ ସନ୍ନିଧାନେ ।୨୨୯।କାହିଂରରେ ବୋଲିକରି ଉର୍ଦ୍ଧ୍ୱମୁଖେଣ ହାକିସିଂଘନାଦ ଶବଦେ ବଜାନ୍ତି ଘୋର ଡାକି ।୨୩୦।ଆରେ ମାନବ ଜନ୍ମ ହୋଇ କିଂପା ୟେଡ଼େକ ଭରସୁକାଳସର୍ପେ ଖଡିଆଳିରେ ବିମ୍ୱରେ କିଂପେ ଆସି ପଶୁ ।୨୩୧।ଅର୍ଜୁନ ଦେଖିଲା ସେ ସମସ୍ତ ରୁଦ୍ର ବଳଇଂମାରନ୍ତେ ନି ପୁଣ ଈଶ୍ୱରେ କୋପ କରନ୍ତି ବୋଲି ଭାଳଇମନକଇଂ ।୨୩୨।ସ୍ୱାମୀର ଚିହ୍ନ ୟେଡ଼ ବହନ୍ତି ନିଜ କାୟେଅଙ୍ଗେଣ ରୁଦ୍ର ପବିତ୍ରା ବାହାନ ବଇଲ ଗୋଟାୟେ ଗୋଟାୟେ ।୨୩୩।ତଳକୁ ନାରାଜ ମାଇଲେ ହୋଇବ ଗୋହତ୍ୟାଉପରକୁ ମାଇଲେ ଯତି ସମାନ ହୋଇବ ବ୍ରହ୍ମହତ୍ୟା ।୨୩୪।କିଳିକିଳା ରାବ ଦେଇ ବେଢିଲେ ଶିବଗଣେଅର୍ଜୁନ ସଇନି ଗୁଣେ ଯୋଚିଛନ୍ତି ବାଣେ ବାଣେ ।୨୩୫।ଅନ୍ୟୋଅନ୍ୟି ସମର ଯହୁଂ ଲାଗିଲା ସନ୍ଦେହଅର୍ଜୁନ ଡାକ ଦିଅଇ ବାବୁରେ ଦଣ୍ଡେକ ରହ ରହ ।୨୩୬।ପାଥର ବଚନେ ଥମ୍ଭୀଭୁତ ସନ୍ୟମାନେନାରାଜ ସଂଭରିଣ ବିଷାଦେ ଭାଳନ୍ତି ପଞ୍ଚୁମନେ ।୨୩୭।ପଶୁପତି ରାଜାର ଗଣନାୟକମାନେତ୍ରିଶୂଳନ୍ତ ବୁଲାଇ ସେ ପିଟିଲା କୋପମନେ ।୨୩୮।ଦେଖିଣ ସଂକୋଚ ଯେ ବାସବ କୁମାରଧନୁରେ ବସାଇଲା ନେଇ ହାବୋଡ଼ା ମୋହନା ଶର ।୨୩୯।କୋପେଣ ବିନ୍ଧିଲେ ସେ ପାଣ୍ଡବ ପଞ୍ଚାଳଭୂମିରେ ଲୋଟିଲେ ସନ୍ୟ କେଶବାସ ଅତି ଅସମ୍ଭାଳ ।୨୪୦।ଯେସନେକ କଦଳୀ ବନ ଲୋଟଇ ବାତଘାତେୟେକର ଉପରେ ଆରେକ ପଡ଼ନ୍ତି ହାବୋଡ଼ା ଶରଘାତେ ।୨୪୧।ଯେ ଅବା ଉବୁରି ପଳାଇଲେ ବିକଳେପଶୁପତି ଛାମୁରେ ରୋବନ୍ତି କ୍ରୋଧଭରେ ।୨୪୨।ତୁ ସ୍ୱାମୀ ପଶୁପତି ପ୍ରଭୁ ପ୍ରସନ୍ନେ ଦେବରାଜତୋହୋର ପ୍ରସନ୍ନେ ଆମ୍ଭର ସିନା ନିଜ ରାଜ୍ୟ ।୨୪୩।ସ୍ୱାମୀ କେବଣ ଦେଶୁଂ ଅଇଲା ସେ ରଥୀଅଦୋଷେ ତୋହର ସନ୍ୟ ମଇଲା ବିକୋତି ।୨୪୪।ଗଣନାୟକଂକ ବିକଳେ ବିଜୟେ ପଶୁପତିବୃଷଭ ବାହାନେ ବିଜେ ସ୍ୱାମୀ ଧରି ପିନାକୀ ପଶୁପତ୍ର ତ୍ରିଶୂଳ ଶକତି ।୨୪୫।ଅର୍ଜୁନ ଛାମୁରେ ଯାଇଂ ବିଜୟେ କାପାଳୀନାଚନ୍ତି ଶିବଗଣେ ଡମ୍ୱରୁ ହାଂପୋଳି ।୨୪୬।ପଶୁପତି ନୃପତି ଅଛି ସଦାଶିବ ବାମ କାଛେସଦାଶିବ ସ୍ୱାମୀଂକୁ ଚିହ୍ନି ନୁଆରିଲେ ପାଣ୍ଡବେ ବିବତ୍ସେ ।୨୪୭।ଶିରେଣ ଜଟାଭାର ସବୁଂକରି ଧବଳ କାୟେସରୂପ ଦିଶନ୍ତି ସଭିୟେ ରୁଦ୍ର ଦେବତାର ପ୍ରାୟେ ।୨୪୮।ଗଣନାୟକ ପ୍ରାୟେକ ବୁଝିଣ ଫାଲଗୁନିସଦାଶିବ ଉପରକୁ ବିନ୍ଧିଲା ନାରାଜ ଗୋଟି ତିନି ।୨୪୯।ନାରାଜ ପଡ଼ନ୍ତେଣ ଦେବ ଦେଖିଲେ କାପାଳୀଆରେ ରହ ରହ ଅର୍ଜୁନରେ ବୋଲି ଡାକନ୍ତି ଦେବ ଶୂଳୀ ।୨୫୦।ମୁହିଂ ସେ ପଶୁପତି ରେ ଶଇଳଜାର ବନ୍ଧୁରହ ରହ ଅରଜୁନ ତୁ କାହାକଇଂ ଶର ବିନ୍ଧୁ ।୨୫୧।ବାରତା ପାଇ ନାରାଜ ସଂହରିଲା ଧନୁର୍ଜୟେସ୍ୱାମୀ ତୁମ୍ଭେ ଯେବେ ପଶୁପତି ଦେଖାଅନି ତୋହୋରନିଜ କାୟେ ।୨୫୨।ଅର୍ଜୁନର ବଚନେ ନିଜ କାୟେ ତ୍ରିଲୋଚନପ୍ରତକ୍ଷେ ବିକାଶିଲା ସ୍ୱାମୀର ପଞ୍ଚଇ ବଦନ ।୨୫୩।ସଦ୍ୟ ବାମ ଘୋର ଈଶାନ ତତ୍ୱମୁଖ ଯାହାରଶଙ୍ଖ ମେଖଳି ପିନାକ ଖଡ଼ଗ ତ୍ରିଶୂଳ ଅଛି କର ।୨୫୪।ସଦ୍ୟ ବାମ ପାରୁଶେ ବିଜୟେ ଗିରିଜାସର୍ବାଙ୍ଗ ଭସ୍ମ ବିଲେପନ ପିଙ୍ଗଳ ପଞ୍ଚଜଟା ଶୋହିତ ଦେବରାଜା ।୨୫୫।ଆରକ୍ତ କୁମୁଦ ଜାଣି ଯାହାର ପଞ୍ଚଦଶ ନେତ୍ରାଜଳଦ ନୀଳଦ ସୋମସୂର୍ଯ୍ୟ ଲଲାଟ ପାଟି ଚିତା ।୨୫୬।ଶିରେଣ ସୀମନ୍ଥନୀ କୁଣ୍ଡଳୀ ପନ୍ନଗ ହାରାଢଳହଳ କର୍ଣ୍ଣେ ଶୁଦ୍ଧ ସଷ୍ଟିକ ମୁଦୁରା ।୨୫୭।ଶୁକ୍ଳାମ୍ୱର ଶରୀର ଯେ କଣ୍ଠେ ସେ ନୀଳକଣ୍ଠବହଇ ତ୍ରିବେଣୀ ଧବଳାଙ୍ଗୀ ଯେ ଅମଳ ପିଙ୍ଗଳ ଜଟ ।୨୫୮।ହୃଦେ ଶୋଭାବନ ଯେ ବାସୁକୀ ବଳା ମହାନାଗକଟିକି ପରିହରଣ ଯେ ଅନନ୍ତ ଉଡ଼ଙ୍ଗ ।୨୫୯।ତ୍ରିଶୂଳ ପାଶୁପତ ବାମ କରେଣ ପିନାକୀଅନ୍ତରୀକ୍ଷେ ହମ୍ପାଳିଣ ବାଜଇଂ ଯାହାର ନବଲକ୍ଷ ଡାକି ।୨୬୦।ରୁଦ୍ର ଶହସ୍ରମାନ ଯେ ଦିବ୍ୟକରେ ଧରିନିଜରୂପ ବିକାଶିଲେ ଦେବ ତ୍ରିପୁରାରି ।୨୬୧।ସଂସାର ସୁନ୍ଦର ୟେହୁ ଦହିଲାକ ମୟାଣତାହାର ତହୁଂ ସୁନ୍ଦର ସ୍ୱାମୀ ଶୋଭା ସହସ୍ରେକ ଗୁଣ ।୨୬୨।ଶିରେଣ ଧବଳାଙ୍ଗୀ ଯେ ହୃଦେଣ ଦେବୀ ଉମାନାଭିସ୍ଥାନେ ବାରାହୀ ଚରଣେ ବସୁଧା ଆଦିବାମା ।୨୬୩।କର୍କୋଟକ କୁଳିକ ଯେ ମହାପଦ୍ମ ଶଙ୍ଖବାହୁଟି କଂକଣ ସେ ଚରଣେ ନେପୂର ତ୍ରିଅମ୍ୱେକ ।୨୬୪।ଡିବି ଡିବି ଡମ୍ୱରୁ ଘୋରବାଦ୍ୟେଣ ହମ୍ପାଳିଭରହର ତାଣ୍ଡବ ନୃତ୍ୟନାୟକ ବିଜୟେ କାପାଳୀ ।୨୬୫।ଜଗୁଜନ ମୋହନ୍ତି ସ୍ୱାମୀ ରୂପେ ହରେ କନ୍ଦର୍ପ ଦର୍ପବୃଷଭ ଆରୁଢେ ସ୍ୱାମୀ ଦେଖାଇଲେ ସରୂପ ।୨୬୬।କର୍ଣ୍ଣରେ କୁଣ୍ଡଳମଣ୍ଡଳ ଯେ କେୟୁର ହାର ଲୋଟିକରେଣ ଖପର ଯେ ବ୍ରହ୍ମ ଲଲାଟପାଟି ।୨୭୬।କୁଶ ଭକ୍ଷନ୍ତେ ସ୍ୱାମୀ ବହିଲୁ ମହାରାଗକପିଳାର ଗଣ୍ଡସ୍ଥଳ ମୋଡ଼ିଲୁ ଦେବ ବେଗ ।୨୬୮।ଭଇରୋବ ରୂପେଣ ପିତାର ଲଲାଟପାଟିତହିଂରେ ବସିଛି କପିଳାର ମୁଣ୍ଡଗୋଟି ।୨୬୯।ସ୍ୱାମୀ ଉମାର ଝିଂଘାସେ ଦକ୍ଷର ଯଗଗଂଭଞ୍ଜାଅଭୟେ ବରଦାୟକ ପ୍ରସନ୍ନେ ଦେବରାଜା ।୨୭୦।ନେପୂର କଂକଣ ଯେ ଉଡ଼ଙ୍ଗ ମଣିହାରାଗଚ୍ଛିତ ରୋମାବଳୀ ଯାହାର ଅନନ୍ତକୋଟି ଉଗ୍ରତାରା ।୨୭୧।ବିଜୟେ ରୁଦ୍ର ପୁରୁଷ ଯେ ବିଜୟେ ବିଶ୍ୱବାସୀଶ୍ରୀ ନେପାଳ ପଶୁପତି ବିଜୟେ ଦେବକାଶୀ ।୨୭୨।ଶ୍ରୀ ନୋପାଳ ପଶୁପତି ଚରଣେ ମୁଂ ସେବିସଜ୍ଜନ ଜନ ହିତେ ମୁଂ ହୃଦଗତେ ଭାବି ।୨୭୩।ପ୍ରସନ୍ନେ ବିଶ୍ୱବାସୀ ମୁଂ ଯା ଦେଖିଲି ପ୍ରତକ୍ଷେଗିରିଜାର ପ୍ରସନ୍ନେ ବଞ୍ଚାଇଲି ବ୍ୟାସ ମୁଖେ ।୨୭୪।ଅନୁଗ୍ରହ ବିଶ୍ୱବାସୀ ଶ୍ରୀ ନେପାଳ ପଶୁପତିର ଭାବିନୀବିନୟେ ଭଗତେ ବଞ୍ଚାଇଲା ଶ୍ରୀ ସାରୋଳା ଦାସ ଶୁଦ୍ରମୁନି ।୨୭୫।-୬୦୨୨।