ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ)
ଆଦିକବି · ପ୍ରାୟ ୧୪୨୦–୧୫୦୦
- ପଢ଼ିବା ସମୟ
- ୪୯୦ ମିନିଟ୍
- ଶବ୍ଦ
- ୭୮୩୬୩
- ସ୍ଥିତି
- ସାର୍ବଜନୀନ (Public domain)
ପୁତ୍ରନିମନ୍ତେ ମାଦ୍ରୀର ନାରାୟଣଙ୍କୁ ସ୍ମରଣ, ନାରାୟଣଙ୍କ ନାସ୍ତିରେ ଦୁର୍ବାସାଙ୍କର ଅନ୍ୟଦେବତାଙ୍କୁ ସ୍ମରଣ କରିବାକୁ ମାଦ୍ରୀଙ୍କୁ କଥନ
୪୩.
ଦୁର୍ବାସାଙ୍କ କୁନ୍ତୀଙ୍କ ପୁତ୍ରଦର୍ଶନ କାଳରେ ହରିଅର୍ଜୁନଙ୍କ ସାକ୍ଷାତ । ବ୍ୟାସଙ୍କୁ କୃଷ୍ଣ-ଅର୍ଜୁନଙ୍କର ମିତ୍ରତା ଯୁଗଯୁଗ କରିହେବା ବର୍ଣ୍ଣନା । କୃଷ୍ଣଙ୍କର ଦ୍ୱାରା ବିଶ୍ୱରୂପ ଦର୍ଶନ
୪୪.ନକୁଳଙ୍କର ଜନ୍ମ୪୫.ଦୁର୍ବାସାଙ୍କ ହସ୍ତିନୀ ଗମନ, ତାଙ୍କ ବରରେ ଗାନ୍ଧାରୀଙ୍କର ପୁନର୍ବାର ଏକ ପୁତ୍ର ଓ କନ୍ୟା ଜନ୍ମ୪୬.ଗାନ୍ଧାରୀଙ୍କ ଅନ୍ଧପଟଳ ବାନ୍ଧିବା, କୁନ୍ତୀଙ୍କର ହସ୍ତିନାକୁ ଯିବା, କର୍ଣ୍ଣକୁ ଦେଖିବା ଓ ଗାନ୍ଧାରୀଙ୍କୁଅନ୍ଧପଟଳ ବାନ୍ଧିବାରୁ ନିବର୍ତ୍ତାଇବା୪୭.କୁନ୍ତୀଙ୍କର ହସ୍ତିନା ପ୍ରବେଶ ଓ ଗାନ୍ଧାରୀଙ୍କୁ ଅନ୍ଧପଟଳ ଛାଡ଼ିବାକୁ ଅନୁରୋଧ୪୮.ସହଦେବଙ୍କ ଜନ୍ମ୪୯.କୁନ୍ତୀଙ୍କର ହସ୍ତିନା ପ୍ରବେଶ ଓ ପାଣ୍ଡୁଙ୍କ ମୃତ୍ୟୁରେ ଶୋକପ୍ରକାଶ୫୦କୁନ୍ତୀଙ୍କର ଶତଶୃଙ୍ଗ ପର୍ବତରେ ରହିବା ଓ ଭୀଷ୍ମଙ୍କ ଦ୍ୱାରା ଧୃତରାଷ୍ଟ୍ରଙ୍କୁ ପଣ୍ଡୁଙ୍କ ମୃତ୍ୟୁଖବ ରକହିବା୫୧.ଭୀଷ୍ମଙ୍କ ମୁଖରୁ ପଣ୍ଡୁଙ୍କ ମୃତ୍ୟୁବାର୍ତ୍ତା ଶୁଣି ଧୃତରାଷ୍ଟ୍ରଙ୍କଶୋକ୫୨.ଗାନ୍ଧାରୀଙ୍କର ଶତଶୃଙ୍ଗ ପର୍ବତକୁ କୁନ୍ତୀଙ୍କୁ ଆଣିବା ନିମନ୍ତେ ଗମନ, ବ୍ୟାସଙ୍କର କୁନ୍ତୀଙ୍କୁ ଉପଦେଶ୫୩.ଧୃତରାଷ୍ଟ୍ରଙ୍କ ଶୋକରେ ଯୁଧିଷ୍ଠିର ତତ୍ତ୍ୱକଥା କହି ସାନ୍ତ୍ୱନା ପ୍ରଦାନ କରିବା୫୪.ଗାନ୍ଧାରୀଙ୍କ କଥାରେ କୁନ୍ତୀଙ୍କ ଶତଶୃଙ୍ଗକୁ ସ୍ତୁତି ଓ ହସ୍ତିନା ଗମନ୫୫.ରାଜକୁମାରଙ୍କ ବିଦ୍ୟାଶିକ୍ଷା ପ୍ରସଙ୍ଗେ ଦ୍ରୋଣଙ୍କ ଜନ୍ମ ଉପାଖ୍ୟାନ୫୬.ଦ୍ରୋଣଙ୍କ ଜନ୍ମ ଓ କୃପୀସହ ବିବାହ୫୭.ଦ୍ରୋଣ ଓ ଦ୍ରୁପଦଙ୍କ ଚରିତ୫୮.ଦ୍ରୁପଦଙ୍କ ରାଜ୍ୟପ୍ରାପ୍ତି ଓ ତାଙ୍କଦ୍ୱାରା ଦ୍ରୋଣଙ୍କ ଅପମାନ୫୯.ଦ୍ରୋଣଙ୍କର ପର୍ଶୁରାମଙ୍କଠାରୁ ଅସ୍ତ୍ର ପ୍ରାପ୍ତି୬୦.ପର୍ଶୁରାମଙ୍କ ବନ୍ଦନା୬୧.ଦ୍ରୋଣଙ୍କ ହସ୍ତିନା ଆଗମନ, କୃପଙ୍କ ଘରେ ବାସ ଓ ଗୁରୁପଦ ଲାଭ୬୨.ଜାରାଶବର ଉପାଖ୍ୟାନ୬୩.ଯୁଧିଷ୍ଠିରାଦିଙ୍କ ଅସ୍ତ୍ର ପରୀକ୍ଷା୬୪.ଦ୍ରୋଣଙ୍କୁ କୁମ୍ଭୀର ମୁଖରୁ ଅର୍ଜୁନଙ୍କ ରକ୍ଷା୬୫.ଦ୍ରୋଣଙ୍କର ଅର୍ଜୁନକୁ ବ୍ରହ୍ମଶିରା ଶରପ୍ରଦାନ୬୬.କୌରବ ପାଣ୍ଡବାଦିଙ୍କର ଅସ୍ତ୍ର ପରୀକ୍ଷା୬୭.ଗାନ୍ଧାରୀ ଓ କୁନ୍ତୀଙ୍କର ବିବାଦ୬୮.ଏକଲବ୍ୟ ଉପାଖ୍ୟାନ୬୯.ଅର୍ଜୁନର ସ୍ନାନ ପଦାର୍ଥ ଆଣିବା ଓ ନିଜର ଅସ୍ତ୍ରକୁଶଳତା ଦର୍ଶାଇ ଦ୍ରୋଣଙ୍କଠାରୁ ବରପ୍ରାପ୍ତି୭୦.ଦ୍ରୋଣଙ୍କ ନିର୍ଦେଶରେ କୁରୁପାଣ୍ଡବଙ୍କର ଦ୍ରୁପଦଙ୍କୁ ବନ୍ଦୀକରି ଘେନିଆସିବା୭୧.ଦ୍ରୁପଦଙ୍କର ତପସ୍ୟା୭୨.ଅର୍ଜୁନର ପ୍ରତିଜ୍ଞା୭୩.ଦ୍ରୋଣଙ୍କର ପ୍ରୟାଗ ଗମନ, ଅଶ୍ୱଥିମା ଓ କୃପଙ୍କର ତପସ୍ୟା, କୌରବଙ୍କଦ୍ୱାରା ସେମାନଙ୍କୁ ଆଣିବା ଓ ରାମକୃଷ୍ଣଙ୍କ ଦର୍ଶନ୭୪.କୌରବଙ୍କର ବଳରାମଙ୍କଠାରୁ ଗଦାବିଦ୍ୟା ଶିକ୍ଷା, ଅର୍ଜୁନଙ୍କର ଶିକ୍ଷା ନକରିବାର କାରଣ କଥନ୭୫.ଭାନୁମତି ବିବାହ୭୬.ବିରୁପାକ୍ଷ ସଙ୍ଗେ ସମର୭୭.ଦୁର୍ଯ୍ୟାଧନର ଭାନୁମତୀ ସହହସ୍ତିନାରେ ପ୍ରବେଶ୭୮.କୁରୁପାଣ୍ଡବଙ୍କ ଝିମାଣି ଖେଳ୭୯.କୁନ୍ତୀ ସହ ପାଣ୍ଡବଙ୍କର ଇନ୍ଦ୍ରପ୍ରଶସ୍ତେ ଅବସ୍ଥିତି୮୦.ଦୁର୍ଯ୍ୟାଧନର ଅପମାନ ଓ ପାଷାଣ ଗୃହ ନିର୍ମାଣ୮୧.ଦୁର୍ଯ୍ୟାଧନର ପାଷାଣ ଗୃହ ନିର୍ମାଣ୮୨.ଶକୁନିର ମନ୍ତ୍ରୀତ୍ୱ ଲାଭ୮୩.ଜତୁଗୃହ ନିର୍ମାଣ ଓ ଭୀମର ବିଷଲଡ଼ୁ ଭକ୍ଷଣ୮୪.ପାଣ୍ଡବାସୁର ବଧ୮୫.ଜତୁଗୃହ ଦାହର ମନ୍ତ୍ରଣା୮୬.ଦୁର୍ଯ୍ୟାଧନ ଆଜ୍ଞାରେ ପୁରୋଚନର ବାରୁଣାବନ୍ତ ଗମନ୮୭.ବିଦୁର ଜତୁଗୃହଦ୍ୱାରେ ପ୍ରବେଶ୮୮.ଝିମାଣିଶାଳ ନିର୍ମାଣ୮୯.ଖନିକାର ଟସକର ବୃତ୍ତାନ୍ତ୯୦.ଶ୍ରୀହରିଙ୍କର ବାଳଲୀଳା ଓ ଖନିକାରର ବିବର ନିର୍ମାଣ୯୧.ବିଦୁରଙ୍କର ବାରୁଣାବନ୍ତ ଗମନ୯୨.ଜତୁଗୃହ ଦାହ ଓ ଭୀମଙ୍କର ଅଗ୍ନିସ୍ତବ୯୩.କୁମ୍ଭୀର ଦୈତ୍ୟ ବଧ୯୪.ଭୀମକୁ ଜଳପ୍ରଭା ପ୍ରଦାନ ଓ ଭୀମର ଭୀଷ୍ମରୂପ ଧାରଣ୯୫.ଶବରୁଣୀର ପଞ୍ଚପୁତ୍ରଙ୍କର ପୂର୍ବ ବୃତ୍ତାନ୍ତ୯୬.ବଶିଷ୍ଠଙ୍କର ଅଷ୍ଟବସୁଙ୍କ ପ୍ରତି ଅଭିଶାପ୯୭.ପାଣ୍ଡବଙ୍କ ମୃତ୍ୟୁ ଶୁଣି ଧୃତରାଷ୍ଟ୍ରଙ୍କର ଶୋକ ଓ ପ୍ରେତକ୍ରିୟା ସାଧନଗଣେଶଙ୍କ ବନ୍ଦନାଜୟତୁ ଦଧି-ମଙ୍ଗଳ ବିଘ୍ନରାଜଯାହାର ପ୍ରସନ୍ନେ ସିଦ୍ଧ ହୁଅଇ ସର୍ବକାର୍ଯ୍ୟ ।୧।ସକଳ ବିଘ୍ନବିନାଶନ ଜୟତୁ ଗଜାନନମଙ୍ଗଳ ଯୋଗେଶ୍ୱର ପରମାନନ୍ଦ ପାର୍ବତୀ ନନ୍ଦନ ।୨।ମଙ୍ଗଳ ଶଙ୍ଖଚକ୍ର ସରୋଜ ଦଧିମୁଖମଙ୍ଗଳ ବରଦାୟକ ନାଥ ସଦୟ ପ୍ରତକ୍ଷ ।୩।ମହାବ୍ରହ୍ମ ଯୋଗେଶ୍ୱର ସିନ୍ଦୂରେ ଗଜମୁଖ ମଣ୍ଡିଯମ ଦର୍ପ ଗଞ୍ଜି ସର୍ବ ଅପରାଧ ଦୁଖ ଖଣ୍ଡି ।୪।ଜୟତୁ ଜୟତୁ ଦେବ ଚନ୍ଦ୍ର ଯେ ଶେଖରଜୟତୁ ଜୟତୁ ଦେବ ସିଦ୍ଧ ଲମ୍ୱୋଦର ।୫।ଜୟତୁ ଜୟତୁ ଦେବ ସୁରଗଣ ରଖନ୍ତାଜୟତୁ ଜୟତୁ ଦେବ ପରମ ଗତି ଦ୍ୟନ୍ତା ।୬।ସ୍ୱାମୀ ସାଂଗ୍ରାମେ ବଧ ଯହୁଂ ନୋହିଲା ତ୍ରିପୁରାତୋହୋର ବୁଦ୍ଧିବଳେ ନାଶ ଗଲାଟି ମହାବୀରା ।୭।ହେଳେଣ ତୁ ନାଶକଲୁ ଷାଠିୟେ ସହସ୍ର ବରଷେଆକାଶରେ ସାଧୁ ସାଧୁ କଲେ ତୋତେଟି ତ୍ରିଦଶେ ।୮।ତୋଷେଣ ବର ତୋତେ ଦେଲେକ ଦେବରାଜାସକଳ ଭୁବନେ ସ୍ୱାମୀ ଆଗେ ତୋତେ ପୂଜା ।୯।ଯେବଣ ବେଳେ ଶାହସ୍ରକୁ ଅନକୂଳ କଲେ ବେଦବ୍ୟାସେବିଧି ଗାଢେ ଆଗ୍ୟାଂ ତୋତେ ଦେଲେ ନିରାଳସେ ।୧୦।ଗ୍ରନ୍ଥକୁ କବିତ୍ୱ ହୋଇବ ବ୍ୟାସ ମହାମୁନିତୁ ଲେଖନ କର ଶୁଭ ଅନକୂଳ ଘେନି ।୧୧।ଗଙ୍ଗା ଯମୁନା ସରସ୍ୱତୀ ତିନି ନଦୀରାମଘାଟ ତୀର୍ଥେ ସଙ୍ଗମ ହୋଇଲେ ଭେଦି ।୧୨।ପଶ୍ଚିମ ପାରୁଶେ ବାଞ୍ଛାକଳ୍ପବଟପଶ୍ଚିମମୁଖୀ ଧବଳାଙ୍ଗୀ ସରସ୍ୱତୀ ନଦୀତଟ ।୧୩।ସେହୁ ସିଦ୍ଧ ଦେବତାୟେ ବିଜୟେ ସେହୁଥାନେତ୍ରିବେଣୀ ସ୍ନାହାନ କରି ସେ ମାଧବ ଦରଶନେ ।୧୪।ବଟର ତଳେ ସେ ବସିଲେ ଯୋଗଧ୍ୟାନେଶ୍ରୀଭୁଜେ ଲେଖନ ସ୍ୱାମୀ ତଲୟେ ୟେକମନେ ।୧୫।ବ୍ୟାସେ କହନ୍ତି ତୁ ଲେଖନ କର ସ୍ୱାମୀଆଦି ସିଦ୍ଧ ଗ୍ରନ୍ଥ ତୁ କହିଲୁ ମହାବ୍ରହ୍ମି ।୧୬।ସ୍ୱାମୀ ଯେବଣ ଶାହାସ୍ର ଲେଖନ କଲୁ ଯେବଣ ଯୋଗେସେ ଅମୃତ ଦୃଷ୍ଟିରେ ପ୍ରସନ୍ନ ହୋଅ ବେଗେ ।୧୭।ଗିରିଜାର ନନ୍ଦନ ସତ ମତି ଧ୍ୟାନେଶ୍ରୀକରେ ଲେଖନ ଘେନି ବସିଲେ ୟେକମନେ ।୧୮।ଯୋଗେଣ ଯୋଗେଶ୍ୱର ସଦାନନ୍ଦର ତନୟେମନଚଇତନ ୟେକତ୍ୱ କଲୁ ଅଜପା ଯୋଗ ଲୟେ ।୧୯।କରୁଣାମୟେ ନାଥ ଶରଣ ପଞ୍ଜର ବୀରଧୁସଂସାର ବାରାନିଧି ନାଥ ବରଦାତା ଦେବ ସାଧୁ ।୨୦।ବିସ୍ତର ଉଦର ଯାହାର ଗ୍ୟାନ ସଚ୍ଚାପୃଥୁଳ ଶରୀର ନାଥ ଅଭୟେ କାଳବଞ୍ଚା ।୨୧।ୟେ ଘୋର ସଂସାର ସାହେର ତରିବାକୁ ବଳାଇଲି ମନୀଷାଦୁସ୍ତରୁ ତରାଅ ନାଥ ପୁରାଅ ମନବାଞ୍ଛା ।୨୨।ଶିଖିପୁଚ୍ଛ ମଉଳି ବତିଶ ଗୁଣେକଳାଭର ହରଷ ନାଥ ନୃତ୍ୟ ରଙ୍ଗେଣ ଭୋଳା ।୨୩।ଦିବାରାତ୍ର ନ ଜାଣଇଂ ଯେବଣ ମହାତମାଅନନ୍ତ କାଳ ବଞ୍ଚାଇଲା ସେ ପୁରୁଷଉତ୍ତମା ।୨୪।ପୁରୁଷଙ୍କର ସିଦ୍ଧ ତୁ ଦେବଙ୍କର ଆଦିଦର୍ଶନେ ଦୁରିତ ହରଇ ପ୍ରସନ୍ନେ କାର୍ଯ୍ୟ ସିଦ୍ଧି ।୨୫।ଶ୍ରୀବିଘ୍ନନାଥ ଚରଣେ ମୋର ସେବାୟେ ଶ୍ରୀମହାଭାରଥ କହିବି ମୋତେପ୍ରସନ୍ନ ହୋଇବା ।୨୬।ତବ ପଦ୍ମପାଦେ ମୋର ବିନୟ ଭଗତିପର୍ଶୁଧର ନାଥ ତୁ ସଦୟେ ଗଣପତି ।୨୭।ଆଦି ଅନ୍ତ ମଧ୍ୟ ତୁ ଅଟୁ ସର୍ବଥାନେଗ୍ରନ୍ଥ ଭିଆଇଲୁ ତୁ ଭୂତ ଭବିଷ୍ୟ ବର୍ତ୍ତମାନେ ।୨୮।ଶ୍ରିୟାମାତ ବଲ୍ଲଭ ଚରଣେ ମୋର ଆଶବଦନ୍ତି ଗ୍ରନ୍ଥିକ ଶୂଦ୍ରମୁନି ସାରୋଳ ଦାସ ।୨୯।
ସାରଳାଦେବୀଙ୍କ ବନ୍ଦନା
ଜମ୍ୱୁଦ୍ୱୀପ ଭ୍ରଥଖଣ୍ଡ ଓଡ଼ରାଷ୍ଟ୍ର ମଣ୍ଡଳରେଉତ୍ପଳେଶ୍ୱର ଲିଙ୍ଗ ଚିତ୍ରଉତ୍ପଳା ଦକ୍ଷିଣ କୂଳରେ ।୧।ଜୟନ୍ତାର ନିଜଭୂମି ଯାଜନଗ୍ର ନିକଟେ ଦକ୍ଷିଣ ବାଣରାସିକୁଶସ୍ଥଳୀ ଭୂମି ଦ୍ୱାରିକା ଯେ କ୍ଷେତ୍ର ପୁଣ୍ୟବାସୀ ।୨।ଶ୍ରୀଯମେଶ୍ୱର ମହାଲିଙ୍ଗ ମଉଦଧିର ଉତ୍ତର ତଟେନୀଳସୁନ୍ଦର ପର୍ବତ ନୀଳ କଳ୍ପବଟେ ।୩।ବିଜୟେ ରାମକୃଷ୍ଣ ସୁଭଦ୍ରା ନାମେ ବ୍ରହ୍ମାଚାରିଶତ ବତିଶ ସହସ୍ର ବରଷକୁ ଯୋଗଲୟେ ମହାତମା ।୪।କଳି କାଳଧ୍ୱଂସିଣ ଭୋଗେଣ କୋଟି ପୂଜାପ୍ରଳମ୍ୱିତେ ଖଟଇଂ ଶ୍ରୀକପିଳେଶ୍ୱର ମହାରଜା ।୫।ସେ ନୀଳସୁନ୍ଦର ଗିରି ଉତ୍ତର କଚ୍ଛାଡେସାର ଭୂମି ଭ୍ରଥଖଣ୍ଡ ପୂର୍ବଦିଗ ଈଶାନ୍ୟର ଆଡେ ।୬।ଚନ୍ଦ୍ରଭାଗା ନାମେଣ ୟେକଇ ନଦୀଗୋଟିବୃଦ୍ଧମାତାଙ୍କ ପାରୁଶେ ମଉଦଧିରେ ଯାଇଂ ଫୁଟି ।୭।ସେ ନଦୀର ତୀରେ ପ୍ରଶୁରାମ ଘାଟଇଂକନକାବତୀ ନାମେ ପାଟଣା ପ୍ରକାଶଇ ।୮।ତହିଂର ସନ୍ନିଧ୍ୟେ ସାରୋଳ ନାମେ ଗ୍ରାମେବିଜେ ମାହେଶ୍ୱରୀ ସାରୋଳ ଚଣ୍ଡୀ ନାମେ ।୯।ମହାଯୋଗେଶ୍ୱରୀ ସେ ପରମ ବଇଷ୍ଣବୀପ୍ରତକ୍ଷେ ବର ଦିଅଇ ସେ ପରମ ସାଧବୀ ।୧୦।ବାଞ୍ଛା ସାର୍ଥୁକ ସେ ଦେବୀର ଅଟଇପାଷାଣ ହୋଇକରି ବାଞ୍ଛା ତାହାର ଫୁଟଇ ।୧୧।ସର୍ବ ମଙ୍ଗଳା ରୂପ ମାତାଙ୍ଗୀ ମତ୍ତଭୋଳୀଗ୍ରନ୍ଥ ଅର୍ଥ ଶୁଣଇଂ ସେ ହରଷେ କୁତୋହଳୀ ।୧୨।ଶ୍ରୀସାରୋଳାଚଣ୍ଡୀ ନାମେ ସେ ଅଟଇ ମହାଦେବୀତାହାଙ୍କର ପୁତ୍ର ମୁଂ ଯେ ସାରୋଳ ଦାସ କବି ।୧୩।ପ୍ରସନ୍ନେଣ ଆଗ୍ୟାଂ ମୋତେ ଦିଲେ ଶାକାମ୍ଭେରୀଲଭ ତୁ କପିଳାସ ଶ୍ରୀମହାଭାରଥ କରି ।୧୪।ଶୁଣି ବୁଧ ଜନେ ନ ଧର ଆନ ଚିତ୍ତଜନ୍ମେଣ ମୁରୁଖ ମୁହିଂ ନୋହଇ ପଣ୍ଡିତ ।୧୫।ୟେକ ଲୟେ କରିଣ ଶୁଣସି ସାବଧାନେଫିଟିବାକ ପାତକ ସବୁ ଦୁଷୁକୃତ ମାନେ ।୧୬-୪୫।
ମହାଭାରତର ପ୍ରଶସ୍ତି
କୁମ୍ଭ ଋଷିର ନନ୍ଦନ ଯେ ଅଗସ୍ତି ମହଋଷିମହା ବ୍ରହ୍ମବେତ୍ତା ସେ ଅମୃତ ରସ ଭାଷି ।୧।ବଇବସୁତ ମନୁ ପୁଚ୍ଛା କଲେ ଅଗସ୍ତିଙ୍କିକହ ପଣ୍ଡିତ ମହାତମା ଅମୃତ ରସ ବାକି ।୨।ଶ୍ରୀମହାଭାରଥ ନାମ ହୋଇଲା କେମନ୍ତେୟେହା ତଦନ୍ତ କରି କହିବା ମୁନି ମୋତେ ।୩।ଶୁଣ ହୋ ବଇବସୁତ ମନୁ ଆଦି ପର୍ବ ଚରିତଦେବତାମାନେ ଯେ ତୋଳିଲେ ସମସ୍ତ ହାଦେ ଗ୍ରନ୍ଥ ।୪।ତୁଳାଦଣ୍ଡ କଲେ ଯେ ଦ୍ୱାଦଶ ଯୋଜନ କାଠିତିନି ତିନି ଉଚ୍ଚ ଯୋଜନ କଲେ ବେନି କର୍ଣ୍ଣ କୋଟି ।୫।ବିଷ୍ଣୁ ଅନନ୍ତ କୋଟି ବ୍ରହ୍ମା ଅନନ୍ତ କୋଟିସବୁ ପୂରୋଇଲେ ନେଇ ତୁଳାଦଣ୍ଡ କାଠି ।୬।ଅଷ୍ଟାଦଶ ପୁରାଣ ପଞ୍ଚବିଂଶ ଲକ୍ଷରାମାୟଣ ଚଣ୍ଡୀଯୁଦ୍ଧ ସମସ୍ତ ପୁରାଣ ପ୍ରତକ୍ଷ ।୭।ବିଷ୍ଣୁ ପୁରାଣ ରାଜା ମାରକଣ୍ଡ ପୁରାଣ ପାତରଶିବ ପୁରାଣ ମନ୍ତ୍ରୀ ନାରଦ ପୁରାଣ ଡଗର ।୮।ୟେ ଚାରି ପୁରାଣନ୍ତ ମୁଖ୍ୟ କରି ସମସ୍ତ ପୁରାଣୟେମାନ ବସାଇଲେ ନେଇ ତୁଳାଦଣ୍ଡ କତିକେଣ ।୯।ଆରକ କଛେ ଭାରଥ ଅଷ୍ଟାଦଶ ଥୋଇଲେସମସ୍ତ ଶାହାସ୍ର ଗ୍ରନ୍ଥୁଂ ୟେ ମହାଗରୁ ହୋଇଲେ ।୧୦।ଯୁଗତେ ସେ ଯହୁଁ ହୋଇଲା ମହାଭାରାତହୁଁ ମହାଭାରଥ ନାମ ଦେଲେ କଶ୍ୟପ ଅଙ୍ଗିରା ।୧୧।ତେଣୁକରି ହୋଇଲା ସେମହାଭାରଥ ନାମତୁଳନ୍ତେ ଯହୁଁ ହୋଇଲା ୟେ ମହା ଅସମ ।୧୨-୫୭।
ବଂଶାନୁଚରିତ
(ସମ୍ଭବପର୍ବ)ବଇବସୁତ ମନୁ ହୋଇଲେ ପ୍ରଳମତବ ପ୍ରସନ୍ନେ ମୁନି ମୁଁ ଅରଜିଲି ଅନେ କଧର୍ମ ।୧।ଶ୍ରୀକରେ ଅର୍ଘ୍ୟ ଘେନି ପଖାଳିଲେ ପାଦ ବେନିମୋକ୍ଷକଇଂ କାରଣ ମୋତେ କହିବା ଅଗସ୍ତି ମହାମୁନି ।୨।ବସନ କୁଣ୍ଡଳ ରତ୍ନମାଳ ଗନ୍ଧୟେ ଚନ୍ଦନଧୂପ ଦୀପ ନଇବେଦ୍ୟ ଉପହାର ନାନା ଦ୍ରବ୍ୟମାନ ।୩।ୟେତେକ ଦେଇଣ ସେ ମନୁ ମହାରାଜାଅନେକ ବାଗେଣ ସେ ମୁନିଙ୍କି କଲେ ପାଦପୂଜା ।୪।ଘଟଋଷିର ନନ୍ଦନ ମୋତେ ପ୍ରତିକାର କରିବାତୋହୋର ପଦ୍ମପାଦେ ମୋହୋର ଅହର୍ନିଶି ସେବା ।୫।ବଦୟନ୍ତି ମହାମୁନି ଶୁଣ ଯୁଗପତିସପତଦ୍ୱୀପା ପୃଥୀରେ ସୋମବଂଶହିଂ ଆଧିପତି ।୬।ଆଦିହୁଂ ଶୂନ୍ୟ ଶୂନ୍ୟହୁଂ ଜାତ ପବନପବନହୁଂ ଜାତ ହୋଇଲେ ଯୋଗପୁରୁଷ ଶୂନ୍ୟ ।୭।ଯୋଗପୁରୁଷ ତହୁଂ ଉପୁଜିଲା ଗାୟତିରୀୟେହାଙ୍କର ତହୁଂ ଉପୁଜିଲା ମହାମନ୍ତ୍ର ଚାରି ।୮।ୟେ ମହାମନ୍ତ୍ର ତହୁଂ ଉପୁଜିଲା ଚାରିପାଦୟେଥୁଂ ଉତପତ୍ତି ହୋଇଲେ ଯମଦ ।୯।ଯମଦୁଂ ଉତପତ୍ତି ହୋଇଲା କର୍ମଣୟେହାର ତହୁଂ ଉତପତ୍ତି ହୋଇଲା ନିରିଗୁଣ ।୧୦।ନିର୍ଗୁଣ ତହୁଂ ଉତପତ୍ତି ହୋଇଲା ବୁଦୁବୁଦବୁବୁବୁଦରୁ ଉପୁଜିଲା ଅଣ୍ଡ ଯେ ବିବୁଧ ।୧୧।ଅଣ୍ଡଫୁଟିଣ ସେ ହୋଇଲା ନିରଞ୍ଜନନିରଞ୍ଜନୁଂ ଶକତି ହୋଇଲା ଉତପନ ।୧୨।ଶକତି ତହୁଂ ଉତପତ୍ତି ହୋଇଲେ ପୁତ୍ର ତିନିବ୍ରହ୍ମା ବିଷ୍ଣୁ ମହେଶ୍ୱର ୟେ ତିନି ନାମ ଘେନି ।୧୩।ଆହୋ ତ୍ରିଦଶ ଦେବତାୟେ ଯେ ମନ୍ଥିଲେ ସମୁଦରତହୁଂ ଉତପତ୍ତି ହୋଇଲେ ଶଶଧର ।୧୪।ଶଶଧରୁଂ ଉତପତ୍ତି ହୋଇଲା ସନ୍ତତିସତାଇଶ କନ୍ୟା ପ୍ରଦାନ କଲା ଦଚ୍ଛ ପ୍ରଜାପତି ।୧୫।ଚନ୍ଦ୍ର ହରିଲା ଯେ ବୃହସ୍ପତିଙ୍କ ଭାରିଯା ତାରାରସେଣ ପଡିଲା ସେ ଉତ୍ତମ ପରଦାରା ।୧୬।ଚନ୍ଦ୍ରଙ୍କର ବୀର୍ଯ୍ୟେ, ତାରା କନ୍ୟାର ରଜେତହୁଂ ଉତପତ୍ତି ହୋଇଲା ବୁଧ ନାମେଣ ଆତ୍ମଜେ ।୧୭।ଆହୋ ବୁଧର ନନ୍ଦନ ଯେ ଅଟଇ ପୁରୁରବାଅମରାଧିନାଥ ସେ ହୋଇଲା ରାଜଦେବା ।୧୮।ପୁରୁରବାୟେ ବାଣ୍ଟିଲେ ସଚରାଚର ପୃଥୀନବଦ୍ୱୀପ ସପତ ସାଗର ବସାଇଲେ ବସୁମତୀ ।୧୯।ପୁରୁରବାର ନନ୍ଦନ ଆୟୁ ମହୀପାଳେୟେ ଯେ ସପତ ଦ୍ୱୀପା ପୃଥୀକି କଲା ୟେକ ସ୍ଥଳେ ।୨୦।ଆୟୁର ନନ୍ଦନ ଯେ ହୋଇଲା ନଘୋଷଇନ୍ଦ୍ରପଦେ ବସିଲା ସେ ଅମର ଆକାଶ ।୨୧-୭୮।ଯଯାତି ଉପାଖ୍ୟାନପୁରୁରବାର ତହୁଂ ଉତପତ୍ତି ହୋଇଲେ କୁରୁବଂଶେନଘୋଷର ନନ୍ଦନ ଯୁଦ୍ଧ ଯଯାତି ପରକାଶେ ।୧।ବଡ ପ୍ରତାପୀ ସେ ଯେ ହୋଇଲା ଯଯାତିନବକନ୍ୟା ପ୍ରଦାନ ସେ ହୋଇଲା ନବ ଜାତି ।୨।ଶୁକ୍ରଙ୍କର ଦୁହିତା ସେ ଅଟଇ ଦେବଯାନୀଦେବକୁଳୁଂ ପ୍ରଦାନ ଯେ ହୋଇଲେ ନନ୍ଦିନୀ ।୩।ଅସୁର କୁଳୁଂ ପ୍ରଦାନ ହୋଇଲେ ଶରମେଷ୍ଠୀତକ୍ଷକ ନାଗର ଯେ ଦୁହିତା ସନ୍ତୁଷ୍ଟି ।୪।ନାଗକୁଳୁଂ କନ୍ୟାୟେକ ହୋଇଲା ପ୍ରଦାନୟେମନ୍ତ ଭାଗ୍ୟରାଜା ଅଟଇ ବିଦ୍ୟମାନ ।୫।ମାନବ କୁଳର ରାଜା ଅଟଇ ବୁଧସେନତାହାର ତହୁଂ ବୃନ୍ଦାବତୀ କନ୍ୟା ହୋଇଲା ପ୍ରଦାନ ।୬।ଗୋପାଳ ନୃପତି ଯେ ଋତୁ ଧ୍ୱଜବୀରଯୁଗାବତୀ ବୋଲି ଦୁହିତାୟେ ଥିଲା ଯେ ତାହାର ।୭।ତାହାକୁ ପ୍ରଦାନ ହୋଇଲେ ଯଯାତିନିଷାଦ କୁଳରୁ ପ୍ରଦାନ ହୋଇଲେ ରେବତୀ ।୮।ଶବର ରାଜା ଯେ ଅଟଇ ଅଜରମୃଗାକ୍ଷୀ ନାମେ ଦୁହିତା ଯେ ଅଟଇ ତାହାର ।୯।ତାହାକୁ ପ୍ରଦାନ ହୋଇଲେ ଯଯାତିକନ୍ୟାୟେକ ଦିଲା କୋଶଳ ବ୍ରାହ୍ମଣ ନୃପତି ।୧୦।ଇନ୍ଦୁଦେଶର ରାଜାୟେ ପଛିମ ସଉରାଷ୍ଟ୍ରଇଂତାହାର ଦୁହିତା ନାମ କୃଷ୍ଣାବତୀ ଅଟଇ ।୧୧।ପ୍ରବାଳସେନ ବୋଲି ହାଦେ ଇନ୍ଦୁ ନୃପତିନବମେ ପ୍ରଦାନ ହୋଇଲା ତାହାର ଦୁହିତୀ ।୧୨।ୟେମନ୍ତେ ନବଜାତିରୁ ନବକନ୍ୟା ପ୍ରଦାନନବ ପୁତ୍ର ଉପୁଜିଲା ଯଯାତିଙ୍କର ବିଦ୍ୟମାନ ।୧୩।ଆଦ୍ୟରେ ପୃଥିବୀ ନବଭାଗ ରାଜାକଲେନବ ଖଣ୍ଡ ମେଦିନୀ ନବ ପୁତ୍ରେ ବାଣ୍ଟି ଦିଲେ ।୧୪।ତାହାର ଜ୍ୟେଷ୍ଠ ପୁତ୍ର ନାମ ପୁରୁ ମହୀପତିଓଡ଼ିୟାଣୀ ଭାରିଯାର ସେ ଅଟଇ ସନ୍ତତି ।୧୫।ମାତାଙ୍କର ଭାଗ ୟେ ଓଡ଼ରାଷ୍ଟ୍ର ମଣ୍ଡଳେତହୁଂ ସେ ଓଡ଼ରାଷ୍ଟ୍ର ଭ୍ରଥଖଣ୍ଡେ ସର୍ବକାଳେ ।୧୬।ପୁରୁର ନନ୍ଦନ ଯେ ପ୍ରବୀର ନୃପତିବାର ରାଷ୍ଟ୍ରକରିଣ ଭିଆଇଲେ ରାଷ୍ଟ୍ରପତି ।୧୭।ୟେକା ଖଣ୍ଡ କଇଂ ଯେ କଲେକ ସାତ ସାତ ଖଣ୍ଡମଣ୍ଡଳ ଭିଆଣ କରି ଯେ ଭିଆଇଲେ ପାରିଦଣ୍ଡ ।୧୮।ପ୍ରବୀରନନ୍ଦନମନସିବାନାମେଣବୀରାଅନେକଦୁଷ୍ଟନ୍ତମାରିସେଉଶ୍ୱାସିଲେମହୀଭାରା ।୧୯।ପ୍ରବୀର ନନ୍ଦନ ଯେ ମନସିବା ନୃପତିୟେହାଙ୍କର ନନ୍ଦନ ୟେ ଅନୁପାମ ଚକ୍ରବ୍ରତୀ ।୨୦।ଆଗେଣ ଥାଠ ସନ୍ୟ କିଛି ନଥାଇଂ ୟେହାଙ୍କର ତୁଲେୟେକାୟେ ଛାତ୍ରଧରାଇ ନବ ଖଣ୍ଡ ମେଦିନୀ ସାଧ୍ୟ କଲେ ।୨୧।ଆପଣେ ଅନୁସରି ଭିଆଇଲେ ସପତ ଦ୍ୱୀପା ପୃଥୀଧାତୁବାଦ ପୁରୁଷ ୟେ ଅନୁପାମ ଚକ୍ରବ୍ରତୀ ।୨୨।ଅନୁପାମର ନନ୍ଦନ ଅଟଇ ଈଳୀନବୀରଦୁଷ୍ୟନ୍ତ ବୋଲି କରି ଯେ ପୁତ୍ରେକ ହୋଇଲା ତାହାର ।୨୩।ମନ୍ଦର ଦେଶର ରାଜା କଉସ୍ତୁଭ ନରପତିତାହାର ଦୋହିତାର ନାମ ଅଟଇ ମନ୍ଦାରବତୀ ।୨୪।ୟେ ଦୁଷ୍ୟନ୍ତର ମହିମା ନ ଯାଇଂ କହଣସମୋଦ୍ର ଛଡ଼ାଇ ନେଲା ସେ ଅଶୀ ସହସ୍ର ଯୁଣ ।୨୫।ସମୋଦ୍ର ଭିତରେ ନେଇଂ ଶୁଭ ଖମ୍ୱେକ ପୋତିଲାସେହିଠାରୁଂ ସମୋଦ୍ର ସୀମା ଲଘିଂ ନୁଆରିଲା ।୨୬।ତୋଷେ ମୋଦବତୀ କନ୍ୟା ଦେଲା ବରମାଳାଆବର ଭାରିଯା ତାର ହେଲା ଶକୁନ୍ତଳା ।୨୭।ଦୁଷ୍ୟନ୍ତର ନନ୍ଦନ ଯେ ଅଟଇ ବୀର ଭ୍ରଥସମୋଦ୍ର ଘୁଞ୍ଚାଇଂ ଦିଲା ଯୋଜନ ସାତ ଶତ ।୨୮।ସାତ ଶତ ଯୋଜନେକ ଯେ ଖଣ୍ଡେ ଖଣ୍ଡେ କଲାତହୁଂ ସେ ଭ୍ରତ ଖଣ୍ଡ ମେଦିନୀ ବୋଲାଇଲା ।୨୯।ୟେହି ସେ ଭିଆଇଲେ ଗ୍ରାମେକେ ସୀମାୟେନଳକ ମାତ୍ର କରି ପୃଥିବୀ ବାଣ୍ଟିଣ ଠୂଳ କୟେ ।୩୦।ଆହୋ ଭ୍ରଥର ନନ୍ଦନ ୟେ ଅଟଇ ଭୂମନୁସମସ୍ତ ଶାହାସ୍ର ସାଧିଲେ ଭୂତ ଭବିଷ ଗ୍ୟାନୁଂ ।୩୧।ୟେ ପୃଥ୍ୱୀ ପୁଣ ଭାଗ ମୂଳ କଲେମଣ୍ଡଳ ଖଣ୍ଡ ଖଣ୍ଡ କରି ନବ ସୃଷ୍ଟି ଭିଆଇଲେ ।୩୨।ଭୂମନୁର ନନ୍ଦନ ଉପୁଜିଲେ ବିରଥୟେ ସେ ଭିଆଇଲେ ଯୋଦ୍ଧା ପାତ୍ର ଅମନାତ୍ୟ ।୩୩।ୟେହାଙ୍କର ନନ୍ଦନ ଉପୁଜିଲା ବିଭୁଋକ୍ଷଖଣ୍ଡ ମଣ୍ଡଳ କରି ୟେ ବାଣ୍ଟିଲେ ରାଜ୍ୟ ଯେ ପ୍ରତକ୍ଷ ।୩୪-୧୧୨।ଶମ୍ଭୁରାଣଉ ପାଖ୍ୟାନବିଭୁଋଷର ନନ୍ଦନ ଶମ୍ଭୁରାଣ ଆଧିପତିଆଦି ଦିଗପାଳ ମାନନ୍ତ ସେ ବରିଲା ସବୁନ୍ତି ।୧।ବିଶ୍ୱାନଳ କରିୟେ କଲାକ ଭିଆଣମହାପ୍ରତାପୀ ଯେ ହୋଇଲା ଶମ୍ଭୁରାଣ ।୨।ସୂର୍ଯ୍ୟଙ୍କର ନନ୍ଦନୀ ଯେ ହୋଇଲା ତପତୀଦେବତାୟେ ସହି ନ ପାରିଲେ କନ୍ୟାର ତେଜ ଯେ ମୂରତି ।୩।କେବଳ ମାତ୍ର ତାହାକୁ ସଂଗ୍ୟାଂ ଜନ୍ମ ଦେଲେଅତ୍ୟନ୍ତମତେ କେ କତିକି ଯାଇଂ ନୁଆରିଲେ ।୪।ଆକାଶେ ସୟଂବର କରିଲେ ଦେବଆଦିଦିଗପାଳ ମାନନ୍ତ ବରି ସଭାୟେ ସମ୍ପାଦି ।୫।ତ୍ରିଦଶ ଦେବତାୟେ ବସିଲେ ଆସ୍ତାନେତପତୀ ସୟଂବର ଚରିତ ବିଦ୍ୟମାନେ ।୬।ନବସାଗର ଯେ ବ୍ରହ୍ମଋଷିମାନନ୍ତ ଘେନିମଳୟ ମଣ୍ଡଳେ ଯାଇଂ ବିଜୟେ ପଦ୍ମଯୋନି ।୭।ଚଉଦ କୋଟି ଯେ ଶିବଗଣନ୍ତ ଘେନି ତୁଲେବୃଷ ଭବାହନେ ଯାଇଂ ରୁଦ୍ରେ ବିଜେ କଲେ ।୮।ଅଳକା ଭୁବନୁଂ ବିଜେ କୁବେର ଦେବତାସାତ ପଦ୍ମ ସଇନି ଘେନି ଧନାଧିପ ଉପଗତା ।୯।ଅମର ଭୁବନ ତେଜି ଅଇଲେ ଅମରାଧିଅଇରାବ୍ରତ ଆରୋହି ବିଜୟେ ଜମ୍ଭୋଭେଦୀ ।୧୦।ଚଉଷଠି ପୁତ୍ର ଘେନିଣ ଅମରଗଣବିଜୟେ ସୁରନାଥ ସୂର୍ଯ୍ୟ ସଭାୟେଣ ।୧୧।ଅଣଚାଶ ପବନ ପକ୍ଷ ଯେ କିନ୍ନରକାଳ ଗଣନ୍ତ ଘେନି ବିଜୟେ ନାଶକର ।୧୨।ମଧୁକର ମଳୟ ବସନ୍ତ ଅନନ୍ତବିଜୟେ କରୁଣାକର ଗଗନାଧିନାଥ ।୧୩।ଗର୍ଜନ ନାଦ କରି ନିର୍ଘାତ ନରପତିସଅମ୍ୱରେ ବିଜୟେ ଯାଇ ମଣ୍ଡଳ ଚକ୍ରବ୍ରତୀ ।୧୪।ମେଘମାଳ ସହିତେ ନୃପତି ହେମବନ୍ତସେହି ପ୍ରବେଶ ହୋଇଲେ ମଳୟପର୍ବତ ।୧୫।ଆହୋ ଗନ୍ଧର୍ବ ଯକ୍ଷ କିନ୍ନର ସୁର ସିଦ୍ଧ ମୁନିସୟମ୍ୱର କଲେ ସେ ଦେବତା ମାନନ୍ତ ଘେନି ।୧୬।ୟେସନେକ ସୟମ୍ୱର ଦେଖିଣ ବିବୁଧ ଆଦିଦେବତାନ୍ତ ସମାର୍ଜନା କଲେ ଦେବ ଯେ ଅନାଦି ।୧୭।ତ୍ରିଦଶ ଦେବତାମାନେ ବସିଲେ ଆସ୍ତାନେବିନୟଭାବେ ପଚାରନ୍ତି ଗଗନାଧି ଶୂନ୍ୟେ ।୧୮।ୟେ ମୋହୋର ଦୁହିତା ଯେ ଅଟଇ ତପତୀସୟଂବର ନିମନ୍ତେ ମୁଂ ବରିଲି ସବୁନ୍ତି ।୧୯।ୟେ ଯାହାର କଣ୍ଠେ ନେଇ ଦେବ ପୁଷ୍ପମାଳିସେ ତାହାର ବଲ୍ଲଭ ହୋଇବ ସତ୍ୟ ପ୍ରତିପାଳି ।୨୦।ତ୍ରିଦଶ ଦେବତା ୟେ ଅନେକ ବେଶ ବେଶନେବିଜୟେ ବୃନ୍ଦାଅର୍କେ ପଦ୍ମ ଯେ ଆସନେ ।୨୧।ବଦୟନ୍ତି କରତା ଶୁଣ ଗୋ ତପତୀତୋହୋର ନିମନ୍ତେ ମୁଂ ବରିଲି ସବୁନ୍ତି ।୨୨।ଯାହାକୁ ଇଛା ଗୋ ବର ତୋହୋର ଚିତ୍ତେପାରିଜାତକ ପୁଷ୍ପମାଳ ଗୋ ଦିଅ ତୋହାର ହୃଦଗତେ ।୨୩।ପିତାର ବଚନ ଯେ ଶୁଣିଣ ତପତୀମାଳା ଘେନି ମିଳିଲା ସେ ସୁରନାଥର କତି ।୨୪।ତପତୀର ତେଜ ଜାଳା ଅନଳ ପରାୟେଭୟେଣ ଅନ୍ତର ତହୁଂ ଯେ ହୋଇଲେ ସୁରରାୟେ ।୨୫।ଇନ୍ଦ୍ରଦେବତା ଯହୁଂ ଅନ୍ତର ହୋଇଲାମାଳା ଘେନି ତପତୀ କୁବେର ସନ୍ନିଧ୍ୟେ ମିଳିଲା ।୨୬।ପାଶକୁ ଆସନ୍ତେ ସେ ସାଂଗ୍ୟାର ଦୁଲଳାତପତୀର ତେଜ ଯେ ଲାଗିଲା ମହାଜାଳା ।୨୭।କୁବେର ଦେବତା ଯେ ସଭାରେ ନ ରହିଲେଉଠିଣ ଆପଣା ଭୁବନେ ଚଳିଗଲେ ।୨୮।ତହୁଂ ମାଳା ଘେନି ଚଳିଲା ସୂର୍ଯ୍ୟର ନନ୍ଦନୀସନ୍ନିଧ୍ୟେଣ ଦେଖିଲା ସେ ଦେବ ପଦ୍ମଯୋନି ।୨୯।ଆହୋ ତପତୀର ତେଜ ଯେ ମହା ଅନଳ ପରାୟେମରୁଳ ଆରୋହି ପିତା ହୋଇଲେ ଅନ୍ତର୍ଦ୍ଧାୟେ ।୩୦।ପିତାମହଙ୍କୁ ନ ଦେଖି ସେ ଦିନକର କୁମାରୀମାଳା ଘେନି ମିଳିଲା ଯହିଂ ବିଜୟେ ତ୍ରିପୁରାରି ।୩୧।ସଦାଶିବ କତିକୁ ଯାଆନ୍ତେଣ ଅବଳାରୁଦ୍ର ଶରୀରେ ସେ ଲାଗିଲା ମହାଜାଳା ।୩୨।ଭୟେଣ ଘୁଞ୍ଚିଲେ ସେ ଦେବ ପଞ୍ଚୁ ମଉଳିଶିବଗଣ ମାନନ୍ତ ଘେନି ସେ କପିଳାସେ ଗଲେ ଚଳି ।୩୩।ପୁଣି ମାଳାୟେକ ଯେ ଘେନିଣ ତପତୀବିଜୟେ ସୁନ୍ଦରୀ ଯାଇଁ ହେମବନ୍ତର କତି ।୩୪।ଦେଖିଣ ଭୟେ ସେ କଲା ହେମବନ୍ତଆସ୍ତାନୁଂ ଉଠି ସେ ଚଳିଗଲା ଶୂନ୍ୟପଥ ।୩୫।ଆହୋ ତପତୀର ତେଜେ ପଳାଇଲେ ବୃନ୍ଦାଅର୍କେଯେ ଯାହାର ଭୁବନେ ଯେ ମିଳିଲେ ଦେବଲୋକେ ।୩୬।ଆଦିତ୍ୟ ବୋଇଲେ ୟେ ସୟଂବର ସରିଲାକେହିତ କନ୍ୟାକୁ ମୋ ବରଣ ନୋହିଲା ।୩୭।ଦୋହିତା ହୋଇଂ ଯେବେ ପିତା ଘରେଣ ରଜବତୀପିତୃଲୋକମାନେ ଯେ ପାବନ୍ତି ନର୍କ ଗତି ।୩୮।ୟେସନେକେ ବିଚାର କରନ୍ତେଣ ଦେବ ସୂର୍ଯ୍ୟଅଶ୍ୱେକ ଚଢିଣ ବିଜେ କଲେ ଶମ୍ଭୁରାଣ ମହାରାଜ ।୩୯।ବଦୟନ୍ତି କରତାର ଶୁଣ ଗୋ ତପତୀୟେ ମହାରାଜା ଗୋ ସୋମବଂଶର ଆଧିପତି ।୪୦।ୟେହାର ବଂଶେ ଗୋ ଅମରେ ହୁଅନ୍ତି ପାଟମାଳା ଘେନି ୟାଇଂ ଗୋ ୟେହାର ସନ୍ନିଧ୍ୟେଣ ଭେଟ ।୪୧।ପିତାଙ୍କର ବଚନେଣ ସେ ମୃଗନୟନୀମିଳିଲାକ ସୁନ୍ଦରୀ କରେ ମାଳ ଅର୍ଘ୍ୟ ଘେନି ।୪୨।ଅଶ୍ୱ ଉପରେଂ ବିଜେ କରିଛନ୍ତି ଶମ୍ଭୁରାଣମାଳା ଘେନିଣ ତପତୀ ମିଳିଲା ସନ୍ନିଧ୍ୟେଣ ।୪୩।ନୃପତି ହୃଦରେ ନେଇ ଦିଲାକ ପୁଷ୍ପମାଳେଶ୍ରୀଭୁଜେ ଧରିନେଇ ଶମ୍ଭୁରାଣ ବସାଇଲେ କୋଳେ ।୪୪।ଦେଖିଣ ପରମ ସାନନ୍ଦ ଦେବ ଅଂଶୁମାଳୀସାଧୁ ସାଧୁ ଶମ୍ଭୁରାଣ ବୋଲି ଜୟେ ଧୁନି ତୋଳି ।୪୫।ଅନେକ ସମ୍ଭର୍ବେ ସେ ରାଜାଧିରାଜପତିତପତୀ ପ୍ରଦାନ ଯେ କଲାକ ଯଥାରୀତି ।୪୬।ଶମ୍ଭୁରାଣ ବିଳସଇ ସେ ସୁନ୍ଦରୀ ତପତୀକୁରୁ ନାମେଣ ପୁତ୍ର ତହୁଂ ହୋଇଲା ଉତପତ୍ତି ।୪୭-୧୫୯।ଶାନ୍ତନୁ ଉପାଖ୍ୟାନତହୁଂ ସେକୁରୁବଂଶ ଜଗତେ ବିଖ୍ୟାତିକୁରୁର ଭାରିଯା ଯେ ଅଟଇ ଭାନୁବତୀ ।୧।ୟେହାର ତହୁଂ ଉପୁଜିଲା ପାର୍ଥିବ ନରପତିୟେମନ୍ତେଣ ସୋମବଂଶ ହୋଇଲା ଉତପତ୍ତି ।୨।ପାର୍ଥିବର ଭାରିଯା ଚିତ୍ର ଯେ ଉତ୍ପଳାଶାୟେଂତନୁ ରାଜଋଷି ୟେହାଙ୍କର ବଳା ।୩।ଶାୟେଂତନୁ ମହାରାୟେ ରୁଦ୍ରଙ୍କୁ ସେବାକଲେସପତ ଦ୍ୱୀପେ ସେ ୟେକାଙ୍ଗ ଚକ୍ରବ୍ରତୀ ହେଲେ ।୪।ଅତିଅନ୍ତ ଭଗତି ସେ କାଶୀ ସେବାକରିକଷା କଉପୁନି ହୋଇଲେ ମାଥେ ଜଟାଧାରୀ ।୫।ସୋମେକ ରୂପେ ହର ଗୋହତ୍ୟା ଦୋଷ କଲେହଟକେଶ୍ୱର ବୋଲି ପାତାଳେ କପିଳାସେ ରଞ୍ଚିଲେ ।୬।ଶିବ ସେବା କରି ତହୁଂ ରହିଲେ ଶାୟେଂତନୁମଞ୍ଚକୁ ନ ଆସନ୍ତି ସେ ପାତାଳ ଭୁବନୁଂ ।୭।ପାତାଳେ ଥାଇଂ ସେ ମଞ୍ଚକୁ ଦ୍ୟନ୍ତିଦୃଷ୍ଟିଦିବ୍ୟଚକ୍ଷୁରେ ଦେଖନ୍ତି ରାଜ୍ୟକୁ ପଡିଲେ ଅରଷ୍ଟି ।୮।ଦଇତ ଦାନବେ ଯେବେ କରନ୍ତି ଅନୀତିପାତାଳେ ଥାଇଂ ସେ ନାରାଜ ବିନ୍ଧିଲେ ମଞ୍ଚେ ହୋନ୍ତି ବିନଶ୍ୟତି ।୯।ୟେସନେକ ସେବାକରି ଥାନ୍ତି ବିଶ୍ୱନାଥସପତ ଦ୍ୱୀପା ନିଛତ୍ରୀ କରି ରାଜ୍ୟ କରନ୍ତି ୟେକ ଛତ୍ର ।୧୦।ସପତ ଦ୍ୱୀପକୁ ମନ୍ତ୍ରବଳେ ସେ ସପତ ନାରାଜ ପେଷିସୁଦରଶନ ଚକ୍ର ପ୍ରାୟେ ବୁଲଇ ଦିବାନିଶି ।୧୧।ବଳ ଦୁର୍ବଳ କଲେ ସେ ପକାବନ୍ତି ଶିରଛେଦିୟେମନ୍ତେ ସପତ ଦ୍ୱୀପ ସତ୍ୟରେ ଚଳାନ୍ତି ସମ୍ପାଦି ।୧୨।ଆହୋ ସୋମବଂଶ ରାଜ୍ୟେ ପରଜା ଉପୁଜାଇ ଯେବଣ କୃଷିବାଟିକେ ଚିନାୟେ ସଂଜା ଦେଇ ନିଅଇ ବେନିରାଶି ।୧୩।ଇନ୍ଦ୍ରଦେବତାର ତୁଲେ ତାର ଅନେକ ଭାବେ ପୀରତିକୃଷି ଭୂମିରେ ମେଘେ ବରଷନ୍ତି ରାତି ।୧୪।ସନ୍ତାନ ଶୋଚନା ନାସ୍ତି ବ୍ରତନ୍ତିଜନପ୍ରଜାୟେସନେକ ସାର୍ଥୁକ ସେ ସୋମବଂଶ ରାଜା ।୧୫।ଗଙ୍ଗା ଜାତ ହୋଇଲେ ଯେ ନିର୍ଘାତର ଘରେଧବଳ ରୁଚିର ବପୁ ଶୁକ୍ଲାମ୍ୱର ଶରୀରେ ।୧୬।ନିର୍ଘାତ ପାଳଇ ସେ ଅନାଦି ନିରଞ୍ଜନୀତ୍ରୟୋଦଶ ବରଷ ଯେ ହୋଇଲା ନନ୍ଦନୀ ।୧୭।ନିର୍ଘାତ ବୋଇଲା ମାଗୋ ମୁଂ କେମନ୍ତ କରିବିକୁମାରୀ ରୂପ ହୋଇଲୁ ତୋତେ କାହାକୁ ମୁହିଂ ଦେବି ।୧୮।ବଡାଇ ନିରାକୁଳୀ ତୁ ଅଟୁ ଦେବୀତୋୟାତୋତେ ଦେଖିଣ ମୁଂ କରଇ ବଡ ଭୟା ।୧୯।ଗଙ୍ଗା ବୋଇଲେ ତୁ ଶୁଣସି ମୋହୋର ପିତାମୋହୋର ବଲ୍ଲଭ ସେ ଅଟଇ ରୁଦ୍ର ଯେ ଦେବତା ।୨୦।ସେ ମୋହୋର ପ୍ରାଣନା ଥଅଟନ୍ତି ଦେବ ଯେ ତ୍ରିଶୂଳୀସେହି ସେ ସହିପାରନ୍ତି ନା ମୋହୋର ଆର୍ଦୋଳି ।୨୧।ନିର୍ଘାତ ବୋଇଲା ମାଗୋ ଶୁଣ ଧବଳାଙ୍ଗିବ୍ରହ୍ମହତ୍ୟା କଲା ସେ ରୁଦ୍ର ପରମ ଯୋଗୀ ।୨୨।ଅନେକ ତୀର୍ଥ ସେ କଲେ ବିଶ୍ୱକାଶୀପାତାଳେ ବସିଲେ ସେ ହୋଇଣ ବଡଦୋଷୀ ।୨୩।ଗଙ୍ଗା ବୋଇଲେ ପିତା ମୁଂ ଥିବି ତୋହୋର ଘରେଯେତେକାଳେ ଆସିବେ ବରିବି ବିଶ୍ୱେଶ୍ୱରେ ।୨୪-୧୮୩।
ସମ୍ବନ୍ଧିତ ରଚନା
ସାରଳା ମହାଭାରତ ବନପର୍ବ ( ପ୍ରଥମ ଖଣ୍ଡ )
ସାରଳା ଦାସ
ସାରଳା ମହାଭାରତ ବିରାଟପର୍ବ
ସାରଳା ଦାସ
ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ
ସାରଳା ମହାଭାରତ ସଭାପର୍ବ (ଦ୍ୱିତୀୟ ଖଣ୍ଡ)
ସାରଳା ଦାସ