ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୧୬ / ୨୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଗଣପତି ଓ ରୁଦ୍ରଦେବ ରାଜାଙ୍କୁ ନିମନ୍ତ୍ରଣ
କରବୀର ପୁର ଜିଣି ଚଳଇ ବୀରମଣିନିର୍ଝର ଦେଶବୋଲି ପଚ୍ଛିମ ଦିଗେ ଜାଣି ।୧।ସେ ରାଜ୍ୟର ଠାକୁର ଯେ ଅଟଇ ଗଣପତିସେ ରାଜ୍ୟରେ ବିଜେକଲେ କାଳେବର ଚକ୍ରବ୍ରତୀ ।୨।ଦେଶାଉରେ ଜଣାଇଲା ରାଜାର ଆସ୍ତାନେସ୍ୱାମୀ ପଚ୍ଛିମ ଦିଗ ବରଣେ ଜାରା ନିସୂଦନେ ।୩।ଯେବଣ ନୃପତି ତାକୁ ହେଉଛନ୍ତି ଅସାଧିପୁଣ୍ଡରୀକ ବାସୁଦେବଂକୁ ରଥେ ଅଛନ୍ତି ବାନ୍ଧି ।୪।ଶୁଣିଣ ସାନନ୍ଦ ଯେ ଗଣନାଥ ମହାରାଜେଆହୋ ମୁହିଂ ଜାଣିଅଛିନି ପଚ୍ଛିମ ଦିଗକୁ ଭୀମସେନ ଠାକୁରେ କରିଛନ୍ତି ଦିଗବିଜେ ।୫।ପାତ୍ର ଅମାନତ୍ୟନ୍ତ ଯେ ହକରାଇ ନୃପତିପୁରେ ଉତ୍ସବ କରାଅ ବୋଲି ବୋଇଲା ଗଣପତି ।୬।ହାଟ ଦାଣ୍ଡ ନିକିଆଇଂ ଦ୍ୱାରେ କଦଳୀ ତ୍ରୋଣସୁବର୍ଣ୍ଣର କଲସ ବସାନ୍ତି ନେତର ପାତର ଉଡାନ୍ତି ନଗ୍ରେଣ ।୭।ଶତେକ ପୁତ୍ରନ୍ତ ଘେନିଣ ନିର୍ଝର ଗଣପତିହାଥେ ଚାମରେକ ଘେନି ଆସଇ ତୋଷମତି ।୮।ଶତେ ପୁତ୍ର ଧରି ଯେ ଅଛନ୍ତି ଚାମରକେହୁ ଆଲଟ କେହୁ ଛତ୍ର ଧରିଛନ୍ତି କର ।୯।ରାଜା ବୋଇଲା ଯେତେକ ସ୍ତିରୀ ପୁରୁଷ ଅଛ ମୋର ରାଜ୍ୟେସମସ୍ତେ ଅଳଂକାର ଭରି ହୋଇଥାଅ ସଜେ ।୧୦।ଆହୋ ଦୁତୀ ନିରଞ୍ଜନ ବିଜୟ କଲେ ମୋହୋର ପୁରୀଦ୍ରଶନେ ସମସ୍ତ ପାପ ହୋଇବ ଅପହାରି ।୧୧।ରାଜାର ଆଗ୍ୟାଂରେ ବାହାର ହୋଇଲେ ସଇନିସର୍ବେ ଅଳଂକାର ହୋଇ ହାଥେ ଚାମରେ ଚାମରେକ ଘେନି ।୧୨।କେହୁ ପାଟଛତ୍ର ଧରଇ କେହୁ ଉଦଣ୍ଡ ମୟାଣମହାସମ୍ଭରେ ଆସନ୍ତି ପାରିଦଣ୍ଡ ରାଜାଗଣ ।୧୩।ନବଶତ ପାରିଦଣ୍ଡ ଖଟନ୍ତି ନୃପମଣିସନ୍ୟବଳ ଖଟନ୍ତି ତାକୁ ଅଷ୍ଟାଦଶ କ୍ଷଉଣୀ ।୧୪।ରଥ ଗଜ ଅଶ୍ୱ ସତୁରୀ ପରାୟୁଧ ଖଟଇପନ୍ଦର ଶତ ଯୋଜନର ସେ ଠାକୁର ଅଟଇ ।୧୫।ପଚ୍ଛିମ କୋଶଳେ ରାଜା ମହା ଗୁରୁହଂସୀସବୁକୁହିଂ ଅସାଧ୍ୟ ସେ ରାଜା ବିଘ୍ନରାଜ ତୋଷି ।୧୬।ଅନେକ ଉଚ୍ଛବ କରାଇ ନିର୍ଝର ଦେଶ ରାଜାଶ୍ରୀ ଲମ୍ବୋଦର ସ୍ୱାମୀଂକୁ କରଇ ବହୁତ ସେବା ପୂଜା ।୧୭।ଅନେକ ଉପହାର ଶୀତଳ ଦ୍ରବ୍ୟମାନଭୀମସେନର କୋପ ଶାନ୍ତି ନିମନ୍ତେ ଅନେକ ଗୋ ଦୋହନ ।୧୮।ଭୀମସେନ ରହିଅଛି ନର୍ମଦା ନଦୀକୂଳେନିର୍ଝର ଦେଶ ଦ୍ରଶନ କରଇ ପ୍ରାତ ସ୍ରାହାନ ବେଳେ ।୧୯।ସହସ୍ରେକ ଭାର ପାଣିଦ୍ରବ୍ୟ ଦେଖା ଦରଶନିଦ୍ରଶନ କଲା ଗଣପତି ଶ୍ୱେତ ହାଥୀ ସହସ୍ରେକ ଘେନି ।୨୦।ତ୍ରାହି ତ୍ରାହି ବୋଲିଣ ସେ ଶତେ ସହସ୍ର ପରିଣାମିଜାରା ଦର୍ପ ଚୂରଣ ନାଥ ଶରଣ ରକ୍ଷଣ ଦେବସ୍ୱାମୀ ।୨୧।ଛାମୁରେ ଜଣାଇଲା ପଢିହାରୀ କାଳିଞ୍ଜନନିର୍ଝର ଦେଶ ନୃପତି କରୁଅଛି ଦ୍ରଶନ ।୨୨।ଆନନ୍ଦେ ଅଶ୍ରୂଜଳ ରାଜା ଅନେକ ସ୍ତୁତି ବୋଲିଶତେ ସହସ୍ର ଦଣ୍ଡ ଯେ ଶୁତିଲା ଗଡ଼ଘାଲି ।୨୩।ଦ୍ରହସିତ ହୋଇଣ ସେ ବୋଲଇ ବ୍ରିକୋଦରଜିତ ମହାପ୍ରସାଦ ବାଞ୍ଛା ସିଦ୍ଧ ହୋଉ ତୋହୋର ।୨୪।ଅନେକ ବିନୋୟୀ ହୋଇ କହଇ ନିର୍ଝର ଗଣପତିଆଝୁଂ ସେ ସାର୍ଥୁକ ହୋଇଲା ମୋହୋର ଜୀବତି ।୨୫।ଦେଖିଲଇଂ ନାରାୟଣ ଯେ ପ୍ରତକ୍ଷେ ବାସୁଦେବଛାଡିଲା ଦୁଷୁକୃତ ମୋହୋର ମନ ବଚନ କର୍ତ୍ତବ୍ୟ ।୨୬।ଶୂରବର ସୁନ୍ଦର ନାଥ ତୁ କଇଚ୍ଛା ଜଗଜ୍ଜେଠୀଦ୍ରଶନ ମାତ୍ରକେ ମୋହୋର ଦୁଷୁକୃତ ଗଲା ଫିଟି ।୨୭।କଟକରେ ପ୍ରବେଶ ଯେ ପବନର ବାଳଦେଖିଲେକ ରାଜ୍ୟଲୋକେ ସାନନ୍ଦ ସକଳ ।୨୮।ପୁରେଣ ଉତ୍ସବ ଯେ କରନ୍ତି ସକଳ ନରନାରୀଯହିଂ ଭାବ ତହିଂ ଭଗତି କେହୁ ଅନ୍ତ କରିପାରି ।୨୯।ସର୍ବ ଅଳଂକାର ଭୂଷିତ ହୋଇଣ ସର୍ବବାଳୀକରେଣ ଅର୍ଘ୍ୟ ଘେନି ଯେ ଦିଅନ୍ତି ହୁଳହୁଳି ।୩୦।ବାଜନ୍ତି ବୀରତୂର ମଧୁର ରସ ଧୁନିତାଣ୍ଡେବ ରସେ ଖଟନ୍ତି ସକଳ କାମିନୀ ।୩୧।ନିର୍ଝର ଦେଶର ରାଜା ଅନେକ ହିଂ ସାନନ୍ଦେଜଗତୀରେ ବିଜେକଲା ଭୀମକଇଂ ଘେନିଣ ଆନନ୍ଦେ ।୩୨।ପଞ୍ଚାଶ ମହାଦେବର ଯେ ଶତେକ ପୁତ୍ରନ୍ତ ଘେନିଜଗତୀର ତଳେ ରାଜା ଯେ କରଇ ଦଇନି ।୩୩।ପୁଣ ପୁଣ ପ୍ରଣପତ୍ୟ ରାଜା ତିନି ପାବଚ୍ଛର ତଳେମଧ୍ୟସ୍ୱର୍ଗ ଠାକୁର ତୁ ପ୍ରତକ୍ଷେ ଆଖଣ୍ଡଳେ ।୩୪।ଯିସ ଅବା ମୋର ଦୋଷଥିଲା ଗ୍ୟାନେ ବା ଅଗ୍ୟାନେସମସ୍ତ ଉପେକ୍ଷା ମୋତେ କରିବା ତୋଷମନେ ।୩୫।ଭୀମସେନ ବୋଇଲା ତୁ ପଣ୍ଡିତ ଗଣପତିଯେଉଂଣ ରାଜାୟେ ଦୋଷୀ ସେ ପାଉଛନ୍ତି ଶାସ୍ତି ।୩୬।ନିମନ୍ତ୍ରଣ ଯୋଗାଡ଼ ସେ ଦିଲା ରାଜାର ଆଗେସମଦଣ୍ଡ ଘେନି ଇନ୍ଦ୍ରପ୍ରଶସ୍ତକଇଂ ଯାଅ ଯା ତୁ ବେଗେ ।୩୭।ଆଗ୍ୟାଂ ପ୍ରମାଣେ କର ନିବେଶ କରି ଶିରେସ୍ୱାମୀ ମୁଣୋହି କରିବା ଆଜ ମୋହୋରି ରାଜ୍ୟରେ ।୩୮।ଗଣପତିର ବଚନେ ତୁଷ୍ଟ ହୋଇଲେକ ଭୀମସେନପଚ୍ଛିମ କୋଶଳେ ରାଜା ଧନ୍ୟ ଧନ୍ୟ ତୋହୋର ଜୀବନ ।୩୯।ତୁଷ୍ଟ ଅନୁମତେ ଉପୁଜିଲା କାର୍ଯ୍ୟ ଧର୍ମଭୀମସେନ ବଚନେ ଗଣପତି ଆଗମ ।୪୦।ସୂପକାରମାନେ ଯେ ପ୍ରବେଶ ରୋଷାଇର ଘରେତିନି ଅହିବ୍ରତେକ ସୂପକାର ଥାଆନ୍ତି ଭୀମସେନର ସଙ୍ଗରେ ।୪୧।ରାନ୍ଧଣା ଯୋଗାଡ଼ମାନ କରନ୍ତି ବେଗୁଂ ବେଗଯେ ବିଧି ଭିଆଇଲେ ଅମୃତ ରସ ପାଗ ।୪୨।ଗଉରୀ ଶଉରୀ ନଳବିଧି ଯେ ତିନି ପ୍ରତି ରାନ୍ଧଣାଆହାନିକ ସାରି ମୁଣୋହିରେ ବିଜେ ପବନ ଦୁଲଣା ।୪୩।ପରଶନ୍ତି ସାନନ୍ଦେ ସମସ୍ତ ବିଦୁଜନଭିଆଣେ ପରଶନ୍ତି ତିନିଶ ଷାଠିପଉଟି ଅନ୍ନ ।୪୪।ସାଂଗ୍ରାମେ ଅତ୍ରିପୁତି ଭୋଜନେ ଯେତେ ଇଚ୍ଛାଶୃଙ୍ଗାରେ ଅତ୍ରିପୁତି ଧାରଣ ପୁରୁଷ କଇଚ୍ଛା ।୪୫।କାମ୍ୟେକ ପୁରୁଷ ସେ , ସେ ଭୁଞ୍ଜିଣ ପରମ ଶାନ୍ତିଆଂବୋଚନ ମନ୍ଦିରେ ଯାଇଂ ବିଜୟେ କଲେ ଝାତି ।୪୬।ସୁବାସିତ ନୀରେ ସେ ଯେ କରନ୍ତି ଆଂଚୋବନକର୍ପୂର ତାମ୍ବୋଳମାନ କରନ୍ତି ଭୋଜନ ।୪୭।କନକରେ ଖଞ୍ଜିଲା ଅଛି ହୀରାର ଖଟୁଳିଭୀମସେନକୁ ଶତେକ ବିଳାସୁଣୀ ପଞ୍ଚାବନ୍ତି ଦୋଳି ।୪୮।ଛାମୁରେ ନୃତ୍ୟଗୀତ ଯେ କରନ୍ତି ବନିତାଗାବନ୍ତି ସୁସ୍ୱରେ ସେ ମଧୁର ସଙ୍ଗୀତା ।୪୯।ସ୍ରାହାନ ଭୋଜନ ସାରି ନିର୍ଝର ଗଣପତିଶତେ ପୁତ୍ରନ୍ତ ଘେନି ଭୀମସେନକଇଂ ଚାମର ଢାଳନ୍ତି ।୫୦।ବହୁତ ତ୍ରିପୁତି ମନ ହୋଇଣ ଭୀମସେନୟେ ପଚ୍ଛିମ କୋଶଳେ ଗଣପତି ଜୀବନ ତୋର ଧନ୍ୟ ।୫୧।ତାଡ଼ ଝୁମ୍ପା ସରଳ ବାହୁଟି ଜଗଦଳାଶିରେଣ ଶ୍ରୀଭୂଷା ହୃଦରେ ରତ୍ନମାଳା ।୫୨।ଅନେକ ରତ୍ନ ଅଳଂକାର ଦିଲା ଭୀମସେନ ତାହାର ଭାରିଯା ପୁତ୍ରମାନଂକୁୟେହିମନ୍ତେ ଯାଅ ହୋ ଇନ୍ଦ୍ରପ୍ରଶସ୍ତ ରାଜୁସି ଯାଗ ସଭାକୁ ।୫୩।ବ୍ରିକୋଦର ଆଗ୍ୟାଂ ଯେ ଶିରେଣ ନିବେଶିଅନକୂଳ କରି ରାଜା ବାହାର ହୋଇ ଆସି ।୫୪।ଲାଗିଲା ଜଗହୁଳା ଦିହୁଡି ମାଳିକାବାହାରିଲେ ବ୍ରିକୋଦର ପରଭୂମି ନିଂଶକା ।୫୫।ଦେଶାଉରେ ବାରତା ଜଣାଇଲେ ସାବଧାନେସ୍ୱାମୀ କାର୍ତ୍ତିକପୁର ବୋଲି ବିଂଝଗିରି ସନ୍ନିଧ୍ୟାନେ ।୫୬।ବିଶାଶତେ ଯୋଜନ ଦେବ ୟେଥକୁ ଅଟଇ ଦୂରବନ ଗହନ ଭୂମି ଦେବ ବହୁତ ଡିଙ୍ଗର ।୫୭।ତହିଂର ନୃପତି ଯେ ଅଟଇ ରୁଦ୍ରଦେବକାର୍ତ୍ତିକେଶ୍ୱର ବିଜୟେ କରିଅଛଇ ଦୁତୀ ସଦାଶିବ ।୫୮।ସ୍ୱାମୀ ସତ୍ୟଯୁଗେ ଉପୁଜିଲା ତାରକା ନାମେ ଦତ୍ୟତାରେଣୀ ନାମେ ନଦୀୟେ ତାରକ ପର୍ବତ ।୫୯।କାର୍ତ୍ତିକକୁମାର ଜାତ ହୋଇଲା ସେହୁ ବନେଅନଙ୍ଗ ଦହନ ସ୍ୱାମୀ କଲେକ ତ୍ରିଲୋଚନେ ।୬୦।ଗଉରୀ ବୋଧିଲେ ଦେବ କୁମାର ସମ୍ଭବେତାରକାକୁ ପର୍ବତେ ମାଡି ବସିଲେ କାର୍ତ୍ତିକେଶ୍ୱର ଦେବେ ।୬୧।ସେ ତାରେଣୀ ନଦୀରେ ସ୍ରାନ କରଇ ବ୍ରିକୋଦରଯାଇଂଣ ଉଠିଲେ ଭୀମ ତାରକା ପର୍ବତ ଉପର ।୬୨।ଦେଖିଲେ କୁମାର ଛଡ଼ ବଦନ ମହାରୂପୀବାମ ଚରଣେ ତାରକାସୁର ମାଡି ଦକ୍ଷିଣ ଚରଣ ଗଗନେ କ୍ଷେପୀ ।୬୩।ଦ୍ୱାଦଶ ଲୋଚନ ଯେ ତାର ଦ୍ୱାଦଶ ଭୁଜମକରଧ୍ୱଜ ସ୍ୱାମୀ ସୁନ୍ଦର କାଳାନଳ ଯାହାର ତେଜ ।୬୪।ଅନାଦି ସିଦ୍ଧ ସ୍ୱାମୀ ସୁସଞ୍ଚ ମହାଶମ୍ଭୁ ଦେବତାବୃନ୍ଦାଅର୍କ ଦୁର୍ଗତି ଫେଡିଲୁ ମହାଚିନ୍ତା ।୬୫।ପିନାକ ଶାରଙ୍ଗ ଦେବ ଯେ ତ୍ରିଦଣ୍ଡ ପାଣିପଳାବନ୍ତି ଦୁରାପାତେ ଯାହାର ଡାକି ଶବଦ ଶୁଣି ।୬୬।ଭୁଜଙ୍ଗ ଧାରଣ ତୁ ବାସୁକୀ ନାଗ ଯେ ପଇତାମହାଯୋଗ ବଞ୍ଚାଇ ତୁ ଖଣ୍ଡିଲୁ ସର୍ବଚିନ୍ତା ।୬୭।ଜନ ମନ ମୋହନ ତୁ ପ୍ରସନ୍ନେ ପରମ ଯୋଗୀଭଗତଜଳ ମଚ୍ଛଳ ସ୍ୱାମୀ ନାଶକର ଦର୍ପଗଞ୍ଜି ।୬୮।ଡାକି ତମ୍ବୁରୁ ନାଥ କିଳିକିଳା ଶବଦ ଜାଣିପଳାଇଲେ ପ୍ରେତ ପିଶାଚ ଡିବି ଡିବି ବାଦ୍ୟ ଶୁଣି ।୬୯।ମୟୁର ବାହାନେ ଦେବ ତ୍ରଇଲୋକ୍ୟେ ଭୁବନେ ଭ୍ରମିଗଳିତ ସୁଧାରସ ଦେବ ଯାହାର ଉଡ଼ଙ୍ଗ ମଉଳି ସ୍ୱାମୀ ।୭୦।ଜୟ ତୁ କାର୍ତ୍ତିକେଶ୍ୱର ଅନନ୍ତ ବିଶ୍ୱରୂପୀନବଦ୍ୱୀପ ସପତ ସାଗର ଦେବ ଯାହାର ୟେକା ଚରଣେକବ୍ୟାପୀ ।୭୧।ଯେଉଂଣ ତାରକାର ଭୟେ ତ୍ରାସିଲେ ବୃନ୍ଦାଅର୍କେଆକାଶ ଭୁବନ ତେଜ୍ୟା କରି ପଳାଇଲେ ସମସ୍ତ ଦେବଲୋକେ ।୭୨।ୟେକା ଦିବସକେ କ୍ଷେପଇ ଯେ ତିନି ଆକାଶେତୁ ତାହାର ଦର୍ପ ଧ୍ୱଂସିଲୁ ଦେବ କୁମାର ବୟସେ ।୭୩।ବହୁତ ବିନୋୟୀ ତୋତେ ଯେ ହୋଇଲେ ଦେବତାୟେସକଳ ଭୁବନେ ତୋତେ ଦେବ ଶୁଭିଲା ଜୟେ ଜୟେ ।୭୪।ପ୍ରସନ୍ନେ ବର ତୋତେ ଦେଇଗଲେ କାପାଳୀସୁରବର ସୁନ୍ଦର ନାଥ ଷଡ଼ ଯେ ମଉଳି ।୭୫।ନବଲକ୍ଷ ଡମ୍ବରୁ ଯାହାର ଯେ ଅନ୍ତରୀକ୍ଷେ ବାଜେଦିଗମ୍ବର ରକ୍ଷା ପାଳକ ତୁ ଦେବାଧି ଦେବରାଜେ ।୭୬।ମୁହିଂ ତୋହୋର ଚରଣେ ଶରଣ କାର୍ତ୍ତିକ କୁମରୟେ ଅନନ୍ତ ଘୋର ପାତକୁଂ ମୋତେ ଦେବ କରିବା ଅପହାର ।୭୭।ତବ ଚରଣେ ଶରଣ ମୁଂ ତେଜିଲି ସର୍ବଚିନ୍ତାଭୂତ ଭବିଷ୍ୟ ବର୍ତ୍ତମାନକୁ ତୁହି ସେ ବରଦ୍ୟନ୍ତା ।୭୮।ସ୍ୱାମୀ ଅକଳିତ ସାଗରେ ମୁଂ ପଶିଲି ନ ଜାଣିବଢାଇଲି ପ୍ରତଗ୍ୟାଂ ମୁଂ ନ ଜାଣି ନ ଶୁଣି ।୭୯।କପିଳାସ ରକ୍ଷଣ ତୁ ପଚ୍ଛିମ ଦ୍ୱାରପାଳୟେକା ଯୁଗକେ ବଞ୍ଚାଇଲୁ ନାଥ ତୁ ଚଉଷଠି ଲକ୍ଷ କାଳ ।୮୦।ନ ପଢି ପଣ୍ଡିତ ମୁଂ ନ ସାଧିଲି ଶାହାସ୍ର ବିଦ୍ୟାଅଗ୍ୟାନେ ଗ୍ୟାନ ପାଇଲି ଅମୃତ ରସ ଶୁଦ୍ଧା ।୮୧।ଅନ୍ନ ଭୋଜନ କରନ୍ତେ ପୂରଇ ଉଦରକର୍ଣ୍ଣେ ପିବନ୍ତେ ନ ଅଣ୍ଟଇ ସେ ମହାଭାରଥ ସାଗର ।୮୨।ବିଜୟେ ଚିନ୍ତାମଣି କାର୍ତ୍ତିକ ନଗ୍ର ପୁରେମୁଂ ତାହାକୁ ଭେଟିଲି ତାରକା ପର୍ବତରେ ।୮୩।କିଞ୍ଚିତ ମଉଳେଣ ସେ ନ ସହଇ କୂଟକଥାପାଦେଣ ପ୍ରହାର କଲୁ ତୁ ଲମ୍ବୋଦର ଦେବତା ।୮୪।ବାମଚରଣ ତୋର ବିଘ୍ନରାଜ ମୁଖେ ବାଜିବାମ ପାଟି ଦନ୍ତଗୋଟିକ ପଡିଲା ଦେବ ଭାଞ୍ଜି ।୮୫।ସେ ଭଗ୍ନଦନ୍ତ ଗୋଟି ପଡ଼ନ୍ତେଣ ଭୂମିରସାଂଗତ ହେଉଥିଲା ବସୁଧା ମହାତମୀ ।୮୬।ସେ ଗଣନାଥ ଦେଖିଲା ପୃଥୀ ପଡ଼ନ୍ତେ ରସାଂଗତେସେ ଭଗ୍ନଦନ୍ତ ସମ୍ଭାଳି ଧଇଲେ ବାମହାଥେ ।୮୭।କୋପେଣ ଶାପ୍ୟ ଦିଲେ ତୋତେ ବାଳୁତ ମନ୍ଦ ବୁଦ୍ଧିଯେବଣ ଚରଣେ ପ୍ରହାର କଲୁ ସେ ଚରଣେ ହେଉ ଗଳୁତକୁଷ୍ଠ ବ୍ୟାଧି ।୮୮।ସ୍ୱାମୀ ଯୁଗତେ ଜ୍ୟେଷ୍ଠ ଭ୍ରାଥ ଅଟଇ ସମ ପିତାଅଗ୍ୟାନ ବାଳଖିଳା ବୋଲି ସେ ଅଛଇ ବଞ୍ଚନ୍ତା ।୮୯।ଗଳୁତ ଦୁର୍ଗନ୍ଧ ତୋର ଲମ୍ବୋଦର ଶାପ୍ୟେତାହା ଖଣ୍ଡିଲୁ ସ୍ୱାମୀ ଅଜପା ଜପି ଗୋପ୍ୟେ ।୯୦।ଅକାରଣକଇଂ କାରଣ ତୁ ପ୍ରସନ୍ନେ ନିରାକାରଅଗାଦ ସାଗରୁଂ ମୋତେ ଉଦ୍ଧରି ଧରିବା କୁମର ।୯୧।ୟେ ଭୁବି ଭୁବନେ ଯାର ପ୍ରକୃତି ଦୁଲଭୟେ ମୋହଜଳ ସାଗରୁ ମୋତେ ଉଦ୍ଧରି ଧର ଦୁତୀ ସଦାଶିବ ।୯୨।ଗିରିଜାର ନନ୍ଦନ ତୁ ଦେବ ଦେବାଧିଦେବ ରାଜାପ୍ରସନ୍ନେ ନାରାୟଣ ତୁ କୃନ୍ତାତକ ଦର୍ପ ଗଂଜା ।୯୩।ସ୍ୱାମୀ କିଞ୍ଚିତ ପାତକେ ମୁଂ ମନୁଷ୍ୟ ଜନ୍ମେ ଜନ୍ମିୟେ ଦୁର୍ଗତିରୁ ଉଦ୍ଧରି ଧର ମୋତେ କାର୍ତ୍ତିକେଶ୍ୱର ସ୍ୱାମୀ ।୯୪।ହେମବନ୍ତର ନନ୍ଦନ ଯେ କୁମାର ଚନ୍ଦ୍ରଧ୍ୱଜତବ ସୋଦର ମାତୁଳ ବାରାହୀ ଆତ୍ମଜ ।୯୫।ବାଳୁତ ଖେଡେଣ ସେ ଯେ ହୋଇଲା ବାରୁଆଳିତବ ଶାପରେ ସେ ହୋଇଲା ପାଷାଣ ଓଳି ।୯୬।ତବ ଶାପରୁ କରି ସେ ହୋଇଲା କୁମାରତୁଠ ପାଷାଣ ହୋଇ ସେ ପଡ଼ିଲା ଗଙ୍ଗାଜଳ ଭିତର ।୯୭।ବାଳଖିଳା ବାଳଯତି ଅନନ୍ତ ବ୍ରହ୍ମବେତ୍ତାୟେ ପାପବାଧା ଦୋଷରୁ ମୋତେ ତୁହି ସେ ଉଦ୍ଧାରନ୍ତା ।୯୮।ନମସ୍ତେ ବିଶ୍ୱନାଥ କାର୍ତ୍ତିକେଶ୍ୱର ସ୍ୱାମୀଶୂଦ୍ରମୁନି ସାରୋଳା ଦାସ କପିଳାସ ସ୍ୱର୍ଗଗାମୀ ।୯୯।ବଦନ୍ତି ଅଗସ୍ତି ଶୁଣ ହୋ ମହେଶ୍ୱରଭୀମସେନ ବିନୟ ଶୁଣି ବିଜୟେ କାର୍ତ୍ତିକେଶ୍ୱର ।୧୦୦।ଦୁତୀ ବିଶ୍ୱନାଥେ ବିଜୟେ ମୟୁର ବାହନେଦେଖିଣ ସାନନ୍ଦ ସେ ଯେ ହୋଇଲେ ଭୀମସେନେ ।୧୦୧।ଅନେକ ବର୍ଣ୍ଣନା ଭୀମ ଅନେକ ସ୍ତୁତି ବୋଲିଶତେ ଶହସ୍ର ଦଣ୍ଡ ପ୍ରଲମ୍ବିତ ହୋଇ ଚରଣେ ଶୁତିଲା ଗଡ଼ଘାଲି ।୧୦୨।ପ୍ରସନ୍ନ ହୋଇ ବୋଇଲେ ତାକୁ ଦେବ ଛଡ଼ମଉଳିସାଧୁ ସାଧୁ ପାଣ୍ଡବ ରେ ତୁ ପ୍ରତଗ୍ୟାଂ ମହାବଳୀ ।୧୦୩।ସମସ୍ତ ରାଜାନ୍ତ ସାଧ୍ୟ ତୁ ଯେ କଲୁନି ପଚ୍ଛିମେୟେତେ ଦୂର ବିଜୟେ ତୁ କଲୁନି ଭୀମସେନେ ।୧୦୪।ଆବର ନୃପତି ଅଛଇ ଅଳପ ପଚ୍ଛିମ ଦେଶେଅମାର୍ଗ ଭୂମି ଯେବେ ସାଧ୍ୟ କଲୁନି ଅଭ୍ୟାସେ ।୧୦୫।ୟେ କାର୍ତ୍ତିକ ପୁର ନଗ୍ର ହାଦେ ପଚ୍ଛିମ କୋଶଳେୟେ ସ୍ଥାନେ ବିଜୟେ ଆମ୍ଭେ କରୁ ସର୍ବକାଳେ ।୧୦୬।ଯେ ମହାନଗ୍ର ହାଦେ ଭୀମସେନ ତୁ କରିବୁ ଉଜାଡ଼ିଭାବେଣ ସାଧ୍ୟକର ଆମ୍ଭର ଦେଖନ୍ତେଣ କରି ।୧୦୭।ସେ ରାଜାର ନାମ ଅଟେ କାର୍ତ୍ତିକ ନୃପତିରୁଦ୍ର ଦେବତା ବୋଲିକରି ସେ ରାଜ୍ୟର ଚକ୍ରବ୍ରତୀ ।୧୦୮।ସେ ରୁଦ୍ର ଦେବତା ଯେ ଆସ୍ତାନେ ବିଜୟେଦେଶାଉରେ ଡଗରେ ଛାମୁରେ ନେଇ ବାରତା ଯେ ଦିୟେ ।୧୦୯।ସ୍ୱାମୀ କେଉଂଣ ଦେଶର ଯେ ରାଜା ୟେକ ଆସିଅଳପ ସଇନି ଘେନି ତୋହୋର ରାଜ୍ୟେ ପଶି ।୧୧୦।ବିଚାରିଣ କାର୍ଯ୍ୟ କରିବା ଦେବ ଦଣ୍ଡସାଇଂଜଗତଜନ ଜିଣନ୍ତା ତାହାକଇଂ କେହି ନାହିଂ ।୧୧୧।ଡଗର ଅଭିମୁଖେ ରାଜା ପାଇଂଣ ବାରତାଦଣ୍ଡ ସାଜ ବୋଲି ଆଗ୍ୟାଂ ଦିଲାକ ମହାରଥା ।୧୧୨।ଆକାଶ ଉଛୁଳିଲା ଯେ ବୀରତୂର ଶବଦେମେଦିନୀ କମ୍ପିଲା ଯେ ନିଶାଣ ଭେରୀ ବାଦ୍ୟେ ।୧୧୩।ବିହଡ଼ନ୍ତି ରାଉତେ ଯେ ତୁରଙ୍ଗମ ପିଠି ଚଢିଆକାଶ ହାନ୍ଦୋଳଇ ମହାବାଦ୍ୟ ରଡି ।୧୧୪।ସାଜ ସାଜ ବୋଲି ଯେ ପାଡ଼ନ୍ତି ଘୋର ଡାକଧାମନ୍ତି ଅଶୁଆରେ ଯେ ପ୍ରତଗ୍ୟାଂ ଅନେକ ।୧୧୫।ଗୁରୁତର ପ୍ରତଗ୍ୟାଂ ଯେ କହଣା ନ ଯାଇନବଶତ ପାରିଦଣ୍ଡ ଘେନି ନୃପତି ଥାଠ ଚଳାଇ ।୧୧୬।ରେ ରେ କାର ଶବଦେ ଯେ କମ୍ପିଲା ମହୀଆଳୀଆକାଶେଣ ଅଦୃଶ୍ୟେ ଯେ ହୋଇଲେ ଅଶୁଂମାଳୀ ।୧୧୭।ରୁଦ୍ରଦେବ ନୃପତି ସମଦଣ୍ଡ ଘେନି ଆସିତାରକ ପର୍ବତେ ଯେ ଭୀମସେନ ଅଛି ବସି ।୧୧୮।ଅଶ୍ୱନ୍ତ ଚଳାଇଣ ଉଠିଲେ ରାଉତେଗଜନ୍ତ ଚଳାଇ ଯେ ଖେପନ୍ତି ମାହୁନ୍ତେ ।୧୧୯।ତାରକ ପର୍ବତେ ବେଢିଲେ କୋପନଳେଦେଖିଣ ଶୂନ୍ୟ ପୁରୁଷେ ତ୍ରାସିଲେ ଆକାଶ ମଣ୍ଡଳେ ।୧୨୦।ଭୀମସେନ ପୁଚ୍ଛାକଲା କାର୍ତ୍ତିକ କୁମାରକୁସ୍ୱାମୀ ୟେ ରାଜା ତ ବଡାଇ କଟାଳ କଲା ମୁକୁ ।୧୨୧।ଅପାର କଟାଳ ସହିଲିନି ତୋହୋର ଉପ୍ରୋଧେୟେତେକ ସନ୍ୟ ବ୍ରତିବେ କି କିଞ୍ଚିତ ମୋର ଯୁଦ୍ଧେ ।୧୨୨।ୟେସନ ଶୁଣି ବୋଲେ କାର୍ତ୍ତିକେଶ୍ୱର ଦେବତାଆମ୍ଭର ଦେଖନ୍ତେ ତୁ ହୋଇବୁ ନାଶୟିତା ।୧୨୩।ଶୂନ୍ୟେଣ କୁମାର ଯେ ରାଜାକୁ କହିଲେକ ବାଣୀକାହାର ତୁଲେ ସମର କରୁ ହୋ ନୃପମଣି ।୧୨୪।ନ ଜାଣୁ କି ତୋତେ ନ କହିଲେ ଦେଶାଉରପଚ୍ଛିମଦିଗ ବିଜେ ପାଣ୍ଡବ ସୁନ୍ଦର ।୧୨୫।ଶୁଣିଣ ସାନନ୍ଦ ଯେ ରୁଦ୍ରଦେବ ନୃପତିହାଥୀରୁ ଉତୁରି ରାୟେ ଆସଇ ତତକ୍ଷଣାନ୍ତି ।୧୨୬।ଶତେ ସହସ୍ର ଦଣ୍ଡ ହୋଇଲା ପରିଣାମିନ ଜାଣି ଅଗ୍ୟାନେ ଅଇଲି ଦଣ୍ଡ ସାଜି ସ୍ୱାମୀ ।୧୨୭।ଅଗ୍ୟାଂନ ପ୍ରାଣୀକି ପଣ୍ଡିତଂକର ନାହିଂ କୋପମୋହୋର ଭଗତେ ସ୍ୱାମୀ ଛାଡିବାକ ପରିତାପ ।୧୨୮।ତୁହି ଦେବ ସକଳ ସଂସାର ଜନ ହିତାତୁ ଦେବ ସୟଳ ଜନ ତାରନ୍ତା ଉଦ୍ଧାରନ୍ତା ।୧୨୯।ବନଚର ନୃପତି ନ ଜାଣୁ ଦେବ ଆମ୍ଭେ କିଛିମୂର୍ଖ ଅଗ୍ୟାନ ଆମ୍ଭର ଗ୍ୟାନ କାହିଂ ଅଛି ।୧୩୦।ଭଗତ ଜନ ମତ୍ସଳ ତୁ ସୋମବଂଶର ଅଧିକାରୀଦୁଷୁକୃତ ହରଣ ନାଥ ଅପ୍ରାଧୁଂ ଦେବ କର ପାରି ।୧୩୧।ରାଜାର ବିନୟ ଦେଖି କୋପ କଲେ ସମକାର୍ତ୍ତିକେଶ୍ୱର ଦେଖନ୍ତେ ଅନେକ ପ୍ରୀତିକଲେ ଭୀମ ।୧୩୨।ଶ୍ରୀଭୁଜେ ମାରୁତି ଦିଲେ ନିମନ୍ତ୍ରଣ ଯୋଗାଡ଼ସମଦଣ୍ଡ ଘେନି ଇନ୍ଦ୍ରପ୍ରଶସ୍ତକୁ ରାଜା ହୁଅସି ବାହାର ।୧୩୩।ଦେଖା ଦରଶନି ଧନ ତାଠ ସନ୍ୟ ଘେନିବହନ ହୋଇ ଚଳ ରାଜା ଦିବା ୟେ ରୟେଣୀ ।୧୩୪।ବିଳମ୍ବ କଲେ ରାଜା ସର୍ବକାର୍ଯ୍ୟ ହୋଇବ ଅସାଧିମହାଯାଗ ସଭାୟେଣ ନ ପୁଣ ହୋଇବୁ ଅପରାଧୀ ।୧୩୫।ମୁହିଂ ଯେ ଅନୁଗ୍ରହେ କଲାଇଂ ତୋତେ କୁମାର ଦେଖନ୍ତେଯାବତ କାଳକଇଂ ଦୟା କଲାଇଂ ମୁଂ ତୋତେ ।୧୩୬।ଆଗ୍ୟାଂ ପରମାଣେ ଯେ କାର୍ତ୍ତିକପୁର ସ୍ୱାମୀବ୍ରିକୋଦର ଚରଣ ତଳେ ଶତେ ସହସ୍ର ଦଣ୍ଡ ପରିଣାମି ।୧୩୭।ରଥ ଗଜ ଅଶ୍ୱ ଯେ ସଇନି ପାଦାନ୍ତିଆଗ୍ୟାଂ ପ୍ରମାଣେ ସାଜିଲା ରାଜା ନବଶତ ପାରିଦଣ୍ଡ ନୃପତି ।୧୩୮।ବିଜୟସେନ ମନ୍ତ୍ରୀ ଥାଠରେ ଆଗିଆଣିଉତ୍ତର ମୁଖ ହୋଇ ଅନକୂଳ କଲାକ ନୃପମଣି ।୧୩୯।ପୁଣ ପ୍ରଣପତ୍ୟ କରଇ ଭୀମସେନର ପାଦତଳେସ୍ୱାମୀ ଆଜକ ମୋର ପୂରେ ରହିବା ଦେଖନ୍ତୁ ସୟଳେ ।୧୪୦।ପ୍ରତକ୍ଷ ନିରଞ୍ଜନ ତୁ ସ୍ୱୟଂ ଜଗନ୍ନାଥତୋହୋର ପଦରଜ ପଡ଼ନ୍ତେ ମୋର ରାଜ୍ୟର ଫିଟୁ ଦୁଷୁକୃତ ।୧୪୧।ଭୀମ ବୋଇଲେ ମୋତେ ରହିବାକୁ ବେଳ ନାହିଂଭୋଜନ ଶୟନେ ମୋହୋର ପ୍ରିୟୋଜନ ଅଛି କାହିଂ ।୧୪୨।ମହା ବଳବନ୍ତା ରାଜାୟେ ଛନ୍ତି ପଚ୍ଛିମ କୋଶଳରେ ଅସାଧ୍ୟେପଞ୍ଚାଶ ସହସ୍ର ରାଜା ନିମନ୍ତ୍ରିବି ନଉଦିବସର ମଧ୍ୟେ ।୧୪୩।ମକର ମାସେ ପ୍ରବେଶ ହୋଇବି ସକଳ ରାଜାନ୍ତ ଘେନିତୁ ବହନ ଚଳିଯାଅ ଘେନି ୟେ ତୋହୋର ଥାଠ ଯେ ସଇନି ।୧୪୪ – ୩୯୧୯।