ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୧୯ / ୨୩
ସମ୍ପୂର୍ଣ୍ଣ ସୂଚୀପତ୍ର
ମଙ୍ଗଳସେନ ରାଜା ସହ ଅର୍ଜୁନଙ୍କ ଯୁଦ୍ଧ
ଚଳଇ ଫାଲଗୁନି ଯେ ବଙ୍ଗ ଦେଶ ଜିଣିଶୀଘେଣ ଚଳଇ ସେ ପାଣ୍ଡବ ବୀରମଣି ।୧।କର୍ଣ୍ଣାଟ ଦେଶକୁ ବୋଲି ଥାଟ ଯେ ଚଳାଇଦେବ ଦୁନ୍ଦୁଭି ବାଦ୍ୟନ୍ତ ଗହଳ ବାଜଇ ।୨।ସିଦ୍ଧ ବଳୟା ବୋଲିକରି ୟେକଇଂ ପରବତେତହିଂ ଯାଇ ବିଜୟେ କଲେ ବୀରବର ପାଥେ ।୩।ସୂପୁକାରମାନନ୍ତ ରାଇଣ ସର୍ବସାଚୀସନ୍ୟଙ୍କୁ ଅର୍ଣ୍ଣ ହୋ ବହନ ଦିଅ ପଚି ।୪।ଲାଗିଲେ ସୂପକାରେ ରାନ୍ଧଣା ବିଧାନେଭୁଞ୍ଜନ୍ତି ସଇନି ମାନେ ଅର୍ଣ୍ଣ ଅବିକ୍ଷଣେ ।୫।ଆପଣେ ମୁଣୋହି ତହିଂ ସାରି ବୀର ଫାଲଗୁନିମଙ୍ଗଳ ଶବଦ କରି ବାହାର ହୋଇଲେ ସଇନି ।୬।କର୍ଣ୍ଣାଟ ଦେଶରେ ଯାଇଂ ପଶିଲେ ସର୍ବଥାଠମଙ୍ଗଳ ସେନ ବୋଲି କରି ତହିଂର ନୃପତି ଗରିଷ୍ଠ ।୭।ଦେଶାଉରେ ଜଣାଇଲା ଦେବ ଶୁଣିମା ମହୀପତ୍ୟେପରଦେଶୀ ଥାଠ ଆସି ହୋଇଲା ଉପଗତେ ।୮।ସହସ୍ରେକ ରଥୀ ଆଉ ବେନି ସହସ୍ର ହାଥୀଦଶ ସହସ୍ର ଅଶ୍ୱତିନି କ୍ଷଉକ୍ଷୀ ପାଦାନ୍ତି ।୯।ବୀର ମର୍ଦ୍ଦଳ ବିଜିଘୋଷ ଦାଉଣ୍ଡି ଦୁନ୍ଦୁଭିଘୋର ଶବଦରେ ଦେବ କମ୍ପୁଅଛି ଭୁବି ।୧୦।ପରରାଷ୍ଟ ଭୁବିକି ୟେ ଅଟଇ ଅଭୟାବଡାଇ ବଳବନ୍ତା ଯୋଦ୍ଧା ଦେବ ଅଟଇ ମହାକାୟା ।୧୧।କି ଅବା ଅଙ୍ଗାରପନ୍ନଗ କରଇ ଦିଗବିଜେଦେବ ଦୁନ୍ଦୁଭି ଯେ ଗହଳ ଘୋର ବାଦ୍ୟ ବାଜେ ।୧୨।ଚାରଗଣ ଅଭିମୁଖେ ରାଜା ପାଇଣ ବାରତଅଧର ପୁଷ୍ଟ କରିଣ ଗର୍ଜି ଉଠିଲା ନରନାଥ ।୧୩।ପ୍ରତଗ୍ୟାଂ କରଇ ରାଜା ନିଶେ ହାଥ ଭରିଆରେ ୟେ ଉତ୍ତର କୋଶଳେ ମୋତେ କେହୁ ଅଛଇ ସମସରି ।୧୪।ଯଦ୍ୟପି ହୋଇବେ ଆଜ ବ୍ରହ୍ମା ଇନ୍ଦ୍ର ରୁଦ୍ର ଦଇବତସଞ୍ଚୟେ ମୃତୁ ତାକୁ ରେ ହୋଇବ ପରାପତ ।୧୫।ବହୁତ ପ୍ରତଗ୍ୟାଂ କଲାକ କର୍ଣ୍ଣାଟ ନୃପତିସାଜରେ ସନ୍ୟ ମୋହୋର ରଥ ଗଜ ଅଶ୍ୱ ପାଦାନ୍ତି ।୧୬।ସମଦଣ୍ଡ ଥାଠଇଂ ମଙ୍ଗଳସେନ ସାଜିରଥରେ ଯୋଚିଲା ନେଇ ଶତେକ ଚୋଖାର ବାଜୀ ।୧୭।ବହୁତ ସନ୍ୟ ତାହାର କେ ପାରିବ ପରିକଳିଆକାଶେ ବ୍ୟାପିଲା ଛତ୍ରୀଂକର ପାଦଧୂଳି ।୧୮।ବହୁତ ବଳ ଚଞ୍ଚଳ ସେ କ୍ଷତ୍ରିୟ ସର୍ବବୀରାମେଦିନୀ ନ ସହଇ ସେ ତାହାଂକର ପାଦଭାରା ।୧୯।ପଞ୍ଚାଶ ମର୍ଭୁତ ରଥ ପଞ୍ଚାଶ ମେବଚ୍ଛ ହାଥୀତିନିପଦ୍ମ ହୟ ୟେକାଦଶ କ୍ଷଉଣୀ ପାଦାନ୍ତି ।୨୦।ସମରେ ସଇନି ବଳ ଚଳାଇଲା ଗାଢେରାଜ୍ୟ ରୁ ବାହାର ସେ ହୋଇଲା ତଡ଼ବଡ଼େ ।୨୧।ୟେମନ୍ତର ସମୟେ ରାଜ୍ୟେ ପ୍ରବେଶ ସର୍ବସାଚୀଉଡ଼ନ୍ତି ତୁରଙ୍ଗମ ଯେସନେ ଶାମଳ ପଚ୍ଛୀ ।୨୨।ଜୟ ବିଜୟେ ବୋଲି ଯେ ଅର୍ଜୁନର ବେନି ସେନାପତିଆଗିଆଣି ଥାଠେ ଯାଇଂ ପ୍ରବେଶ ମହାକ୍ଷତ୍ରୀ ।୨୩।ବଡ଼ାଇ ଦୁରାପଦ ସେ ଅସମ୍ଭବ ପ୍ରତଗ୍ୟାଂ ସିନାକାହାକୁଇଂ ସାଂଗ୍ରାମେ ସେ ନ କରଇ ଗଣନା ।୨୪।ଯୁଦ୍ଧେଣ ପ୍ରବେଶ ଆସି ହୋଇଲେ ବେନିବଳସ୍ୱଥାଠ ପର ଥାଠ ହୋଇଲେ ସର୍ବଗୋଳ ।୨୫।ବଢିଲା ସମର ଯେ ରଣରଙ୍ଗ ଭୂମିସମର ସମ୍ଭର୍ବେ ସେ ଟେକିଲେ ରାୟେ ଆଣି ।୨୬।ବହୁତ ସମଦଣ୍ଡ ଘେନିଣ ଯହୁଂ ବିଜୟେ ମଙ୍ଗଳସେନସଇନି ଦେଖିଣ ସେ ରହିଲେ ଫାଲଗୁନ୍ୟ ।୨୭।କରେ ଶହସ୍ର ଧରିଣ ସେ ଗାଣ୍ଡିମ ଦୀକ୍ଷାଗୁରୁସଇନି ଘୁଞ୍ଚିଲେ ସେ ଆପଣେ ଶସ୍ର ଧରୁଂ ଧରୁଂ ।୨୮।ବିନ୍ଧଇ ନାରାଜ ବିନ୍ଧଇ ସେ ପାଣ୍ଡବ ପଞ୍ଚାଳଅବିକ୍ଷଣେ ବିନ୍ଧଇ ସେ କ୍ଷତ୍ରିୟ ଅଚାର୍ଗଳ ।୨୯।ସହସ୍ରେକ ନାରାଜ ପୂରୋଇ କରଇ ଦୃଷ୍ଟିହାଥୀଂକର କୁମ୍ଭସ୍ଥଳେ ନାରାଜ ଗଲା ଫୁଟି ।୩୦।ପଡ଼ିଲେ ସଇନି ଯେ ଲୋଟିଲେ ଅବିକ୍ଷଣେରକତେ କର୍ଦନ ହୋଇଲେ ରାଉତ ଯୋଦ୍ଧାମାନେ ।୩୧।ବାଣ ବିଘାତେଣ ବରଷନ୍ତି ଜାଳାବଳୀହାଡ ମାଂସେ କର୍ଦ୍ଦନ ଯେ ହୋଉଛି ମହୀଆଳୀ ।୩୨।ପୁଣିହିଂ ନାରାଜେକ ବିନ୍ଧଇ ଧନୁର୍ଜୟେପଡ଼ିଲେ ରଥ ଗଜ ଅଶ୍ୱ ନାରାଜର ଘାୟେ ।୩୩।ମହା ରାଗେ ନାରାଜ ସେ ବିନ୍ଧଇ କିରୀଟୀବାତଘାତେ ଯେସନେ ଚୂତଫଳ ପଡନ୍ତି ମହୀଲୋଟି ।୩୪।କନ୍ଧରୁ ଶିର ତୁଟି ପଡ଼ିଲେକ ମହାଯୁଦ୍ଧେଖେରର ଭୂଚର ଜାଣି ସେ ନାଚନ୍ତି କବନ୍ଧେ ।୩୫।ଲକ୍ଷେକ ଯୋଦ୍ଧା ଘେନିଣ ସେ ଉଠିଲା ମଙ୍ଗଳସେନଅନେକ ନାରାଜ ସେହୁ କଲାକ ସନ୍ଧାନ ।୩୬।କକଡ଼ା ମାସେ ଯେହ୍ନେ ବରଷନ୍ତି ମହାମେଘେଜଳଦ ମେଦୁରେ ଯେସନେ ଉଡ଼ନ୍ତି ବଳାହକ ସାଙ୍ଗେ ।୩୭।ନାରାଜେ ବିମୋହିତ ହୋଇଲା ଯେ କର୍ଣ୍ଣାଟ ରାଜାର ବଳରକତେ କର୍ଦ୍ଦନ ତାର ସଇନି ସକଳ ।୩୮।ଲକ୍ଷେକ ରଥୀ ଯେ ବେନିଲକ୍ଷ ହାଥୀପାଞ୍ଚଲକ୍ଷ ତୁରଙ୍ଗମ ତିନି କ୍ଷଉଣୀ ପାଦାନ୍ତି ।୩୯।ସଇନି ପଡିଲେକ ତିନି ଯୋଜନ ପରିଯନ୍ତେଦେଖିକରି ବିଷାଦ ହୋଇଲେ ମହୀପତ୍ୟେ ।୪୦।ଭାଞ୍ଜିଲେ ସଇନିୟେ ୟେ ନ ରହିଲେ ଅଗ୍ରତେପଡ଼ିଲା ପୟେଡ଼ ନବ ଯୋଜନ ପରିଯନ୍ତେ ।୪୧।ଧାଇଂଲେ ସମରେଣ ପାଞ୍ଚାଳ ବଳ ଖେଦିରୋଧିରେ କର୍ଦ୍ଦନ ହୋଇଲା ବହଇ ରକତର ନଦୀ ।୪୨।ସାଂଗ୍ରାଂମେ ଅପ୍ରାଂଜୟେ ଯହୁଂ ପାଇଲା ଅପମାନଭାଂଗିଲା ଆପଣେ ଯେ ମଗଂଳସେନ ରାଜନ ।୪୩।ଅନ୍ତରୀକ୍ଷେ ରଥ ଯେ ବାହିଲା ମାତଳିମଂଗଳସେନ ନୃପତିଂକି ଯାଇଂ ଧନୁର୍ଜୟେ ଓଗାଳି ।୪୪।ରହ ରହ ମଂଗଳସେନ ପଳାଉ କାହିଂକିଅନେକ ପ୍ରତଗ୍ୟାଂ ଯେ କରିଥିଲୁ କେହୁ ତୋତେ ଆଜ ରଖି ।୪୫।ସୁସ୍ୱର ବଚନେ ସାମାର୍ଜଇ ସର୍ବସାଚୀବୁଡ଼ାଇଲୁ ସଂପଦ ରାଜା ଛାଡ଼ିଲା ତୋତେ ଲଚ୍ଛୀ ।୪୬।ଜାରାକୁ ବଧ କଲୁ ଆମ୍ଭେ ରାଜୁସି ଯାଗ ଅର୍ଥେଚାରଗଣେ କି ନ କହିଲେ ଅର୍ଜୁନ ଦିଗବିଜେ ଉତ୍ତର ପ୍ରଶସ୍ତେ ।୪୭।ସନ୍ଦେଶ ବାରତା ଯହୁଂ ପାଇଲା ଭୂଅପତିଶରୀରୁ ଆତ୍ମା ତାହାର ଛାଡ଼ିଲାକ ରାତି ।୪୮।ରଥରୁ ଡେଇଂପଡ଼ି ମଙ୍ଗଳ ସେନ ପରିଣାମିବୋଇଲା ଦଶଦୋଷ ମୋର କ୍ଷମା କରିବାକ ଦେବସ୍ୱାମୀ ।୪୯।ତୁ ଦେବ ରଣେ ଅଜୟେ ଜଗତ ଜନ ଦର୍ପଗଞ୍ଜାରାଧାଚକ୍ର ଭଞ୍ଜନ ସ୍ୱାମୀ କୃତକେଶୀ ଦର୍ପଭଞ୍ଜା ।୫୦।ସ୍ୱାମୀ ୟେ ମଧ୍ୟସ୍ୱର୍ଗେ ଯାହାର ଚରଣେ ବନ୍ଦୀନ ଜାଣିମା ପଣେ ମୁଂ ତୋହୋର ତୁଲେ ଦ୍ୱନ୍ଦୀ ।୫୧।ପାଞ୍ଚାଳୀର ପ୍ରାଣଗୁରୁ ସୋହୋଦ୍ରାର ବଲ୍ଲଭୟେ ବନ୍ଧନ ଦୋଷୁଂ ମୋତେ ଉଦ୍ଧର ପାର୍ଥିବ ।୫୨।ଶରଣ ପଞ୍ଜର ସ୍ୱାମୀ ତୁ ଜଗନ୍ନାଥଂକର ପ୍ରାଣସଖାଦ୍ରଶନେ ମୁକତି ପାଇଲି ବଇକୁଣ୍ଠ ମୋତେ ଦେଖା ।୫୩।ବହୁତ ତୁସ୍ତି ବୋଲି ସେ ମଙ୍ଗଳ ସେନ ବିନୋୟୀଶତେ ସହସ୍ର ପ୍ରଣପତ୍ୟ ଶୁତିଲା ଦଣ୍ଡଲାଇ ।୫୪।ଶ୍ରୀହସ୍ତେ ଅକ୍ଷତ ଗୁଆ ତାକୁ ଦିଲାକ ସର୍ବସାଚୀଅଗ୍ୟାନେ ଅପ୍ରାଧ ଦୋଷକଲେ ତହିଂକି କୋପ ନାହିଂ କିଛି ।୫୫।ଯଦ୍ୟପି ମୂର୍ଖ ଜନେ ହୋଇବେ ଦ୍ୱନ୍ଦକାରୀପଣ୍ଡିତ ଜନେ କି ତହିଂ ଯିବେ ଅପସରି ।୫୬।ଯଦ୍ୟପି ମୂର୍ଖେ ଅବା କରିବେ ଦୋଷ ଇଚ୍ଛାପଣ୍ଡିତ ଜନେ ତାହା କରିବେ ଉପେକ୍ଷା ।୫୭।ମୂର୍ଖ ଜନେ ପାତେକ ଅର୍ଜିବେ ଯେବେ ଅଗ୍ୟାନେଣତାହାନ୍ତ ତାରିବେନା ପଣ୍ଡିତ ଜନମାନ ।୫୮।ତୁହି ମନେ ଭ୍ରାନ୍ତି ଆଉ ନ କର କିଛି ରାଜାଥାଠ ସନ୍ୟ ଘେନି ତୁ ୟେବେ ବାରୁଣାବନ୍ତକଇଂ ଯାଅ ଯା ।୫୯।ଅର୍ଜୁନର ବଚନେ ତାର ଫିଟିଲା ମନ ଭ୍ରାନ୍ତିସମଦଣ୍ଡ ଘେନି ରାଜା ବାହାର ତତକ୍ଷଣାନ୍ତି ।୬୦।ତହୁଂ ବାହାର ହୋଇ ଯେ ଚଳଇ ଅରଜୁନକାଶୀପୁରେ ପ୍ରବେଶ କାର୍ତ୍ତିକ ଶୁକ୍ଳ ପଉର୍ଣ୍ଣମୀର ଦିନ ।୬୧।ସେ ସ୍ଥାନେ ଗୋପ୍ୟାନ ଭଗୀରଥି ଘାଟ ମଣି ଯେ କର୍ଣ୍ଣିକାଦଇବେ ପୁଣ୍ୟ ସେ ଆ କା ମା ବୈ ୟେକା ।୬୨।ସ୍ରାହାନ ତର୍ପଣ ତହିଂ ସାରିଲେ ବୀର ପାଥଚିନ୍ତାମଣି ନାଥ ସେ ଦେଖନ୍ତି ବିଶ୍ୱନାଥ ।୬୩।ନମସ୍ତେ ତ୍ରିଲୋଚନ ପଞ୍ଚୁବକ୍ର ଇବନମସ୍ତେ ବିରୂପାକ୍ଷ ଦେବ ବିରୂପ ସଦାଶିବ ।୬୪।ନମସ୍ତେ ଧୂର୍ଜଟି ଦେବ ସୁନ୍ଦର ତ୍ରିୟମ୍ବକନମସ୍ତେ ବିଶ୍ୱନାଥ ଦେବ ଅନାସ୍ତର ଲୋକ ।୬୫।ନମସ୍ତେ ସୁଢଳ ନାଥ ଆସନ ବୃଷଭନମସ୍ତେ ନମସ୍ତେ ଦେବ ପାର୍ବତୀର ବଲ୍ଲଭ ।୬୬।ନମସ୍ତେ ତ୍ରିପୁରା ଅନ୍ଧକ ଦର୍ପ ଗଞ୍ଜାନମସ୍ତେ ମହାଦେବ ଅନଙ୍ଗ ବପୁ ଭଞ୍ଜା ।୬୭।ନମସ୍ତେ ପଞ୍ଚଦଶ ଲୋଚନ ଯାହାର ପ୍ରଳୟ ଅନଳନମସ୍ତେ ଜଳଦ ନୀଳ ଯାହାର ପଞ୍ଚଦଶ ଡୋଳ ।୬୮।ନମସ୍ତେ ନମସ୍ତେ ଉମାର ବଲ୍ଲଭ ସୋଢଳନମସ୍ତେ ନମସ୍ତେ ସଦାଶିବ ଭକ୍ଷିଲୁ ଗରଳ ।୬୯।ନମସ୍ତେ ନମସ୍ତେ ସଦାନନ୍ଦ ପୂରାଅ ମନବାଞ୍ଛାନମସ୍ତେ ନମସ୍ତେ ସଦାନନ୍ଦ କର ମୋତେ ରକ୍ଷା ।୭୦।ନମସ୍ତେ ନମସ୍ତେ ହେମବନ୍ତ ମଣ୍ଡଣ ବିଶ୍ୱନାଥ ସଦାକାଶୀନମସ୍ତେ ନମସ୍ତେ ଦେବ ବିଶ୍ୱନାଥ ବିଶ୍ୱବାସୀ ।୭୧।ନମସ୍ତେ ନମସ୍ତେ ସଦାନନ୍ଦ ଶୋଭିତ ଖଟ୍ୱାଙ୍ଗନମସ୍ତେ ନମସ୍ତେ ଗଉରୀବଲ୍ଲଭ ଶୁକ୍ଲାଙ୍ଗ ।୭୨।ନମସ୍ତେ ଅର୍ଦ୍ଧାଙ୍ଗ ଭବାନୀ ଶଇଳଜାନମସ୍ତେ ଶାସେକ ପୁରୁଷ ତୁ ସୋମନାଥ ଦେବରାଜା ।୭୩।ନମସ୍ତେ ଆଦି ଇଶାନ ତୁ ଜଗତଜନ ଦୀକ୍ଷାଗୁରୁନମସ୍ତେ ଆଦି ଇଶାନ ତୁ ଭଗତଜନ ତାରୁ ।୭୪।ନମସ୍ତେ ସଦାଶିବ ତୁ ମହାଲିଙ୍ଗ ଗୋଟାନମସ୍ତେ ମହେଶ୍ୱର ତୁ ଗଉରୀ ଆଖିଫୁଟା ।୭୫।ଅର୍ଜୁନର ମୁଖୁଂ ୟେସନେକ ବାକ୍ୟ ଶୁଣିଲିଙ୍ଗ ବିଦାରି ବାହାର ହେଲେ ଶୂଳପାଣି ।୭୬।ଟହ ଟହ ନାଦରେ ହସିଲେ ବିଶ୍ୱନାଥେଗଉରୀ ଆଖିଫୁଟା ମୋତେ ବୋଇଲୁ କିସ ଅର୍ଥେ ।୭୭।କରପତ୍ର ଯୋଡିଣ ଯେ ବୋଲଇ ଧନୁର୍ଜୟେକୋପ ନ କଲେ ମୁଂ କହି ପାରଇ ଦେବରାୟେ ।୭୮।ସଦାଶିବ ବୋଇଲେ ଯେବେ ପାଇବା ସରୂପନିରୁତାନ୍ତ କଥା କିମ୍ପେ କରିବାକ କୋପ ।୭୯।ଅର୍ଜୁନ ବୋଇଲେ ପ୍ରଥମ ଅବତାରେ ଦେବୀ ଉମାଦକ୍ଷର ଝିଂଘାସେ ଦହନ ହୋଇଲା ତୋହୋର ବାମା ।୮୦।ହିମବନ୍ତେ ଉପୁଜିଲେ ସେ ଶଇଳ ରାଜାଘରେ ।୮୧।ସେ ଦେବୀର ନାମ ତହୁଂ ଦିଲେ ଯେ ଗିରିଜା ।୮୨।ବାଳୁତ କାଳେ ପିତାର ଘରେ ଖେଳଇ କୁମାରୀଆକାଶ ଗଙ୍ଗାକୂଳେ ଖେଳେ ଗୃହବାସ କରି ।୮୩।ସ୍ୱାମୀ ଦିଗାମ୍ବର ପୁରୁଷ ତୁ ବୁଲନ୍ତେ ତାହା ଦେଖିଉମାର ସରୂପ ଯେ ଦେଖି ଚିହ୍ନିଲା ତୋର ଆଖି ।୮୪।ସେ ଧୂଳିଘରେ ଧୂଳିଭାତ ଧୂଳି ତିଉଣ ରାନ୍ଧଣା କରି ଖେଳିତୁ ତହିଂକି ରୂପେକ ଦେବ ଧଇଲୁ କୁଆଂଳି ।୮୫।ତାହାଂକ ସରୂପେ ତୁ ହୋଇଲୁ ବାଳୁତ ଯତିଗୋଟିତମ୍ବରୁ ବାଦ୍ୟ ଦେବ କଲୁ ତ ଧୂର୍ଜଟି ।୮୬।ସ୍ୱାମୀ ବିଭୂତି ଲେପନ ମାଥେ ଅକଳିତ ଜଟାଲଲାଟେ ଗୁଂଜରା ସୀମନ୍ଥିନୀ ପିନ୍ଧିଣ ଅନନ୍ତ ନାଗଗୋଟାଶୁକଳ ଗରଗଡ଼ ଗଳାରେ ସର୍ପହାଡ଼ ମାଳିଯାମଳା ଲାଉତୁମ୍ବା ତ୍ରିଶୂଳ କରେଣ କପାଳୀ ।୮୮।ସ୍ୱାମୀ ଡିବି ଡିବି ଡମ୍ବରୁ ବଜାଇଲୁ ଡାକିସେ କୁମାରୀମାନେ ଯେ ହସିଲେ ତୋତେ ଦେଖି ।୮୯।ଦେଖିଣ ଉପହାସ କଲେକ ସର୍ବବାଳୀମିଛିକା ଖେଳ ଘରକୁ ଗୋ ସତିକା କୁଆଂଳି ।୯୦।ଭାଳନ୍ତି କୁଆଂରୀମାନେ କିସ ଆମ୍ଭେ ଦେବାଭିକ୍ଷାହିଂ ଯେବେ ନାହିଂ ଆସ ଯାଇଂ ତ ବୋଲିବା ।୯୧।ହସିଣ ରଉରୀ ୟେ ବୋଇଲେ କୁତୂହୋଳେଧାନ ଚାଉଳ ଅଛି କି ଆମ୍ଭର କି ଦେବୁ ହୋ ରାଉଳେ ।୯୨।କୁଆଂଳି ସରୂପ ଭିକ୍ଷା ନ ପାଇ ହୋନ୍ତି ରାଗୀତମ୍ବରୁ ବଜାଇ ମୁହଂକୁ ହଲାଇ ପରମ ଯୋଗୀ ।୯୩।ସ୍ୱାମୀ ଅପୂର୍ବ ପ୍ରାୟେ କରି ଗଉରା ତୋତେ ଦେଖିସେ ଡମ୍ବରୁ ବାଜନ୍ତେ ଗଣ୍ଠିଗୋଟି ବାଜିଲା ଗଉରୀର ବାମ ଆଖି ।୯୪।ସ୍ୱାମୀ ଡାକି ଗଣ୍ଠିଗୋଟି ମାଇଲୁ ନେଇ ପରିହାସ କରିତେଣୁକରି ବାମ ଚକ୍ଷୁଟେରୀ ଯେ ହୋଇଲେ ଗଉରୀ ।୯୫।ସ୍ୱାମୀ ତୁକି ନ ଜାଣୁ ୟେ କଥା ଯୁଗତେଭୋଳାନାଥ ପୁରୁଷ ତୁ ପାସୋରିଲୁ ଅବା ବିଶ୍ୱନାଥେ ।୯୬।ଅର୍ଜୁନର ମୁଖୁଂ ୟେସନେକ ବାକ୍ୟ ଶୁଣିପାର୍ବତୀର ବଦନକୁ ଚାହିଂଲେ ଶୂଳପାଣି ।୯୭।ଯାହା ସେ ପ୍ରସ୍ତାବେଣ ବୋଇଲା ଅର୍ଜୁନସରୂପ କୁ ଗଉରା ଗୋ ହୋଇବ ୟେସନେକ ବଚନ ।୯୮।ପାର୍ବତୀ ବୋଇଲେ ସ୍ୱାମୀ ଅର୍ଜୁନ ଯୋଗଭୋଗୀନାରାୟଣଂକ ଆତ୍ମାୟେ ସେ ଅଟଇ ମହାଯୋଗୀ ।୯୯।ଯଥାର୍ଥ ସରୂପ ସ୍ୱାମୀ ଅଟଇ ୟେହୁ କଥାଅର୍ଜୁନ କହିଲା ଯାହା ସେ ସରୂପ ବାରତା ।୧୦୦।ଗିରିଜାର ମୁଖୁଂ ୟେସନେକ ବାକ୍ୟ ଶୁଣିସଦୟେ ସାନନ୍ଦେ ଅର୍ଜୁନକୁ ଭଜିଲେ ଶୂଳପାଣି ।୧୦୧।ଧନି ଧନି ପାଣ୍ଡବରେ ଜୀବନ ତୋର ସାଧୁଆଇଷ ଘେନି ବ୍ରତ ଲକ୍ଷ୍ମୀ ନ ଛାଡୁ ତୋର କାନ୍ଧୁ ।୧୦୨।ସଦାଶିବ ପଦ୍ମପାଦେ ଅର୍ଜୁନ ବହୁତ ବିନୟେଅନୁଭବ ନାଥ ମୋତେ କରିବା ସଦୟେ ।୧୦୩।ଶରଣ ଉଦ୍ଧାରଣ ତୁ ଗଉରା ବଲ୍ଲଭପ୍ରସନ୍ନେ ପରମବନ୍ଧୁ ଜୟ ତୁ ସଦାଶିବ ।୧୦୪।ଯୋଗବଳ ଧାରଣ ତୁ ପର ଦୁଖେଣ ଦୁଖୀଯେ ତୋତେ ସେବା କରଇ ସେ ଅନେକ ଭୋଗ ସୁଖୀ ।୧୦୫।ସ୍ୱାମୀ ସେବକ ଲୋକନ୍ତ ତୁ ମାହେଶ୍ୱର ପଦ ଦେଇଆପଣେ ବୁଲୁଅଛି ଦିଗମ୍ବର ହୋଇ ।୧୦୬।ସ୍ୱାମୀ ହୟ ଛତ୍ର ସିଂହାସନ ତୋର ସେବକ ଲୋକଂକୁବୃଦ୍ଧ ବଇଲ ଗୋଟା ଦେବ ବାହାନ ହୋଇଲା ତୁକୁ ।୧୦୭।ହାଡ଼ମାଳା କଂକାଳ ଆଭରଣ ହୃଦୟରସେବକମାନଂକୁ ଦେଉ ରତ୍ନ ଚଉସର ।୧୦୮।ସ୍ୱାମୀ ଦେବତାମାନଂକର ମଧ୍ୟେ ଜୀବନ ତୋର ସାଧିୁପର ଦୁଖେ କାତର ତୁ ପରଲୋକ ବନ୍ଧୁ ।୧୦୯।ସ୍ୱାମୀ ବାରଣାସୀ ପୁରେ ଶ୍ରୀ ବିଶ୍ୱନାଥ ଦେବାତବ ଚରଣେ ମୋହୋର ସ୍ୱାମୀ ଜନ୍ମେ ଜନ୍ମେ ସେବା ।୧୧୦।ସ୍ୱାମୀ ବ୍ରହ୍ମହତ୍ୟା ବିମୋଚନ ହୋଇଲା ଯେଉଣ ତୀର୍ଥେତହିଂ ମୋହୋର ପଞ୍ଚଭୂତ ଆତ୍ମା ନିମଜ୍ଜୁ ଅନୁବ୍ରତେ ।୧୧୧।ଶ୍ରୀ ବିଶ୍ୱନାଥ ଦେବଂକ ଚରଣେ ମୋର ସେବାଶୂଦ୍ରମୁନି ସାରୋଳା ଦାସକୁ କାଶୀପୁରେ ଠାବ ଦେବା ।୧୧୨ – ୪୩୯୧ ।
ଅର୍ଜୁନର କ୍ଷେତ୍ରପାଳ ନୃପତିଙ୍କୁ ନିମନ୍ତ୍ରଣ ଓ
ମାହେଶ୍ୱର ରାଜା ସହ ଯୁଦ୍ଧଅର୍ଜୁନ ବଚନ ଶୁଣି ତୋଷ ଦେବରାୟେଭୋଳେଣ ପାର୍ଥକଇଂ ସେ ଅଭୟ ବର ଦିୟେ ।୧।ଅନେକ ମନ୍ତ୍ର ବିଦ୍ୟା ଦିଲେକ ଈଶାନସାନନ୍ଦେ ଘେନିଲେ ତାହା କୋଇନ୍ତାଂକର ନନ୍ଦନ ।୨।ସଦାଶିବ ବୋଇଲେ ସମସ୍ତ କାର୍ଯ୍ୟ ସୁବିଧାନ ହୋଉ ରେ ବାବୁରାଜୁସି ଯାଗ ସଭାକଇଂ ଆମ୍ଭେ ଶିବଗଣ ଘେନି ଯିବୁଂ ।୩।ବାରଣାସୀ ପୁରେ ସେ କ୍ଷେତ୍ରପାଳ ନୃପତିଅନେକ ସମ୍ଭରେ ବିଜେ କରି ଆସଇ କାଶୀଶ୍ୱରର ନାତି ।୪।ଅକ୍ଷତ ଯୋଗାଡ଼ ତାହାକଇଂ ଦିଲେକ ଧନୁର୍ଜୟେସମଦଣ୍ଡ ଘେନି ଚଳ ହୋ ରାଜୁସି ଯାଗ ସଭାୟେ ।୫।ଉତ୍ତର ଭାଗେଣ ବାରୁଣାବନ୍ତ ପ୍ରଶସ୍ତେମୋହୋର ଯିବାଯାୟେ ରୁଣ୍ଡ ତହିଂ ହୋଇଥିବଟି ସମସ୍ତେ ।୬।ଆହୋ କ୍ଷେତ୍ରପାଳ ତୁମ୍ଭର ଯେତେ ଥାଠ ସଇନିୟେହିକ୍ଷଣି ବାହାର ହୋ ଆହୋ ଦେଖା ଦରଶନି ଧନ ଘେନି ।୭।ଶୁଣିଣ ନୃପତି ଯେ କରଇ ଦଇନିଅର୍ଜୁନର ବଚନେ ସଜ କଲାକ ସଇନି ।୮।ପାର୍ଥର ବଚନେ ସେ କ୍ଷେତ୍ରାଧି ଆଧିପତିସମଦଣ୍ଡ ଘେନି ରାଜା ବାହାର ତତକ୍ଷଣାନ୍ତି ।୯।କାଶୀପୁର ପ୍ରତିକ୍ଷଣ କରି ଚଳଇ ଅର୍ଜୁନଯମୁନା ପୁରେ ଯାଇଂ ପ୍ରବେଶ ହୋଇଲେ ବହନ ।୧୦।ସେ ଯମୁନା ପୁରେ ରାଜା ମାହେଶ୍ୱର ନୃପତିସେ ପୁରେ ପ୍ରବେଶ ଯାଇଂ ବିଚିତ୍ରବୀର୍ଯ୍ୟର ନାତି ।୧୧।ପାଟଛତ୍ର ଉଦଣ୍ଡ ଆଲମ୍ବ ଉଡ଼ଇ ୟେକଲକ୍ଷୀକନକବନ୍ଧା ଶୁଆ ମୟୁର ଝାଲି ପଛିୀ ।୧୨।ଅଷ୍ଟରତ୍ନରେ ଖଞ୍ଜଣୀ ଅଛି ଯେଉଂଣ ରଥ ମଣ୍ଡିବାଜନ୍ତି ବିଜିଘୋଷ ଦେବ ଦୁନ୍ଦୁଭି ଦାଉଣ୍ଡି ।୧୩।ରାଜ୍ୟେ ପଶନ୍ତେଣ ଉଗାଳିଲେ ଆସି କଟୁଆଳଚାରିଶତ ଯୋଦ୍ଧାୟେ ଅମାନତ୍ୟ ମହାବଳ ।୧୪।ତର୍ଜନ୍ତି ଗର୍ଜନ୍ତି ସେ ବାବନ୍ତି ଗାଲତୁରୀବାଜନ୍ତି ସିଂହନାଦ କରେ ଅସିପତ୍ର ଧରି ।୧୫।କାହିଂରେ ସନ୍ୟ ଆସି ରେ ପଶ ନିଶାକାଳେମରଣକଇଂ ଇଚ୍ଛା କଲ ରେ ପାମର ଦୁଷ୍ଟବଳେ ।୧୬।ନଶନ୍ତ କାଳକୁ ରେ ବିପରୀତ ବୁଦ୍ଧିବାଲିବନ୍ଧେ କାହିଂ ରେ ବାନ୍ଧିବ ବାରାନିଧି ।୧୭।ନ ଜାଣ କିରେ ଯମୁନା ୟେ ମହାନଗ୍ର ବୋଲିନ ପଚାରି କିଂପା ରେ ରାଜ୍ୟରେ ପଶୁଅଛ ପେଲି ।୧୮।ରେ ରେ କାର ଶବଦେ ପାରୁଛନ୍ତି କୁରୁଳିଧାଇଂ ଲାଗିଲେ ଅନେକ କୂଟ ବଚନ ବୋଲି ।୧୯।ଅର୍ଜୁନର ଥାଟେ ଆଗି ଆଣି ଜୟେ ବିଜୟେ ସେନାପତିକୃତାନ୍ତେକ ଜାଣି ଦିଶଇ ଦୁହିଂକର ମୃତ୍ତି ।୨୦।ହାଥେ ବେନି ବେନି ଗଦା ଘେନିଣ ଛତ୍ରୀ ବେନିମହୀ ହାନ୍ଦୋଳ ହୋଉଅଛି ମୁଖରାବ ଧୁନି ।୨୧।ଗଦା ବୁଲାଇ କରି ରଥୁଂ ପଡ଼ିଲେ ସେ ଡେଇଂପିଟିଲେ କୋପନଳେ ସେ ଗଦାନ୍ତ ବୁଲାଇ ।୨୨।ବିଶେଷେ ଅନ୍ଧକାରେ ସେ ରୟେଣୀ ପାହାନ୍ତିଗୋଡ଼ାଇ କଟୁଆଳନ୍ତ ମାଇଲେ ବିକୋତି ।୨୩।ପଳାଇ ବୋବି ଦିଲେ ଜୟେଦାସ ମନ୍ତ୍ରୀ ଦ୍ୱାରେଅଦଭୁତେ ଯୋଦ୍ଧାୟେ ଆସି କାହୁଂ ପଶିଲା ରାଜ୍ୟରେ ।୨୪।ନଗ୍ରରେ ପଶନ୍ତେ ଆମ୍ଭେ ପଥ ଯେ ନିରୋଧିଅଣ ଉପ୍ରୋଧି ଦେବ ସେ ନିଠାଇ ଶର ବିନ୍ଧି ।୨୫।ରାତ୍ରକାଳେ ମହାଗୋଳ ଶୁଣିଣ ଶବଦଧାତିକାରେ ବାହାର ହୋଇଲେ ରାଜଇନ୍ଦ୍ର ।୨୬।ମନ୍ତ୍ରୀ ପାତ୍ର ଅମାନତ୍ୟ ଯେ ସାମନ୍ତେଅସମ୍ଭାଳେ ଧାମନ୍ତି ଆରୋହି ନୁଆରନ୍ତି ବାହାନ ସହିତେ ।୨୭।କରେଣ କରବାଳ ସେ କୋନ୍ତ ଖଡ଼ଗ ଜାଠିଗୁରୁଜ ମୁଦୁଗର ଧନୁ ତ୍ରୋଣ ଯେ ଶକତି ।୨୮।ବେଗ ବେଗ ଅଶ୍ୱନ୍ତ ସାଜନ୍ତି ବାରୁଆଳେକାଦମ୍ବରୀ ପାନେ ଭୋଳ କେଶବାସ ଅସମ୍ଭାଳେ ।୨୯।ଗଜ ନାୟକମାନେ ସାଜନ୍ତି ମତ୍ତହାଥୀକରେଣ ଅଂକୁଶ ଘେନି ଗଜନ୍ତ ଉଭାରନ୍ତି ।୩୦।କଟକେ ପଶନ୍ତେ ଯାଇଂ ସମସ୍ତେ ଓଗାଳିସେନାନ୍ତ ରୁହାଇ ଅର୍ଜୁନ ମନେ ଭାଳି ।୩୧।ଆହୋ ୟେହିଠାରେ ରହ ତୁମ୍ଭେ ସେନାୟେ ଲୋଚି ହୋଇରୟଣୀ ପାହିବା ଯାୟେଂ ଦ୍ୱନ୍ଦ ନ କର କେହି ।୩୨।ରାତ୍ରକାଳେ ସନ୍ୟ ମଧ୍ୟେ ହେବ ମହାଗୋଳସ୍ଥିର ହୋଇ ରହ ବାବୁରେ କୋପନ୍ତ ସଂହର ।୩୩।ଆମ୍ଭେ ଦିଗବିଜେ କରିଛୁଂ ରାଜୁସି ଯାଗ ଅର୍ଥେପିତାର ବ୍ରହ୍ମହତ୍ୟା ଦୋଷ କ୍ଷୟାନ୍ତ ନିମନ୍ତେ ।୩୪।ଆହୋ ଧର୍ମ ଅର୍ଜିଆସି କିଂପେ କରିବାଟି ପାପହତ୍ୟା ବିବାଦୀ ହୋଇଲେ ସରଇ ସର୍ବ ତପ ।୩୫।ଧର୍ମ ବିଚାର ରୁହାଇଲେ ଆପଣାର ଥାଠମହେଶ୍ୱର ରାଜାର ସଇନି ଯାଇଂ ହୋଇଲେକ ଭେଟ ।୩୬।ଅନେକ ପ୍ରତଗ୍ୟାଂ କରନ୍ତି ବୀରେ ହାକିବିନ୍ଧିଲେ ନାରାଜ ଯେ ପରଦେଶୀ ଥାଠ ଦେଖି ।୩୭।କାହିଂ ରେ ଥାଟ ତୁମ୍ଭେ ଆସି ପଶିଲ ଅନମିତେଯାହାର ଭୟେ ହେଳ ଘେନଇ ହେମାଂଚଳ ପରିଯନ୍ତେ ।୩୮।ଶୁଣିଲା ନାହିଂ କି ମହାନଗ୍ର ଯମୁନାପୁର ଅଧିକାରୀଚତୁର୍ଦ୍ଦିଗ ରାଜାୟେ ଯାହାର କୋପକୁ ଭୟେ କରି ।୩୯।ସଦାଶିବର ପ୍ରସନ୍ନେ ମାହେଶ୍ୱର ଯାହାର ନାମକିଞ୍ଚିତ ଭାବେ ସେ ସାଧିଲା ଚଉଧର୍ମ ।୪୦।ଚାଳିଶ ସହସ୍ର ରାଜାଂକ ଉପରେ ଯେ ମଉଡ଼ମଣିଉତ୍ତର ଦିଗରେ ପ୍ରତଗ୍ୟାଂ ଯାହାର ଯେ ଭଣି ।୪୧।କେବଣ ଭାବରେ ପଶିଲା ଆସି ହୁଡ଼ିଜୀବନେ କାର୍ଯ୍ୟ ଥିଲେ ଯାଅ ଯା ବାହୁଡ଼ି ।୪୨।ଅନେକ ପ୍ରତଗ୍ୟାଂ ସେ କରନ୍ତି ଅନର୍ଯ୍ୟାପେକେତେହେଂ ସଂଖ୍ୟା କରିବା ଶାହାସ୍ର ସଂଚପେ ।୪୩।ଅନେକ ପହିଜ ସେହୁ କରନ୍ତି ମତ୍ତାରେସହି ନୁଆରିଣ ସେ ଗର୍ଜନ୍ତି ସର୍ବବୀରେ ।୪୪।ଅର୍ଜୁନ ବୋଇଲା ହୋ ସହିଥାଅ ବାଭିୟେରୟଣୀ ପ୍ରସର ହେଉ ଅରୁଣ ଉଦୟ ଯାୟେ ।୪୫।ବୁଝିବା ପ୍ରତଗ୍ୟାଂ ଆଜ ରୟଣୀ ପାହିଲେଫଳ ଶ୍ରୁତି ହୋଅଇ କି ଫୁଟିକ ବିଦ୍ୟା କହିଲେ ।୪୬।ଅନେକ ଘୋର ଅନ୍ଧକାରେ ଅନେକ ତୁଷାରଭାନୁ ଉଦେ ହୋଇଲେ କିସ କରିବ ତାହା ଛାର ।୪୭।ବହୁତ ସର୍ପେ ଯେ ଗର୍ଜୁଥାନ୍ତି ଫେରୁ ଧରିଖଗେଶ୍ୱର ଦ୍ରଶନେ ତାହା ପାଇଂ କାହିଂ ଲୋଡ଼ି ।୪୮।ଆହୋ ଅମାପତ ବଳ ଥାଠ ବେଢିଲେ ସଇନି-ବିନ୍ଧନ୍ତି ଅବିକ୍ଷଣେ ନାରାଜ କରେ ଘେନି ।୪୯।ଅର୍ଜୁନ ସଇନି ଫରି ଫଳା ଆଢଣ ଦେଇବଞ୍ଛାବନ୍ତି ନାରାଜ ବସିଣ ତୁନି ହୋଇ ।୫୦।ବିନ୍ଧନ୍ତି ସଇନି ଯେ ଅନେକ ଶରଘାୟେରାଗ ସହି ନୁଆରିଲେ ଜୟ ଯେ ବିଜୟେ ।୫୧।ରାତ୍ର ବେନିଘଡ଼ି ଥାଉଂ ଡାକ ଦିଲେ ସଇନିସମସ୍ତେ ଶର ଘାତି ହୋଇଲୁଂ ଯେ ରଖ ହୋ ଫାଲଗୁନୀ ।୫୨।ବିକଳେ ସଇନି ଯହୁଂ ଫୁକାରିଲେ ନିରିମାଖିଜୟେ ବିଜୟେ ସେନାପତି ନୁଆରିଲେ କଷ୍ଟ ଦେଖି ।୫୩।ଅର୍ଜୁନ ବଚନ ଯହୁଂ କଲେକ ଅବଗ୍ୟାଂଗର୍ଜିଣ ଉଠିଲେ ବୀରେ ଦୁସହ ପ୍ରତଗ୍ୟାଂ ।୫୪।ଗଦାନ୍ତ ହୁଲାଇଣ କୋପେ ନେଇ ପିଟିଭାଂଜିଲା ଗଜ କୁମ୍ଭସ୍ଥଳ ଯେ ପଡ଼ିଲେ ମହୀଲୋଟି ।୫୫।ଧରିଣ ବୁଲାବନ୍ତି ହାଥୀଂକର ଥୋର ହସ୍ତଆକ୍ରେଷି କଚାଡ଼ିଲେ କି ଜାଣି ବଜ୍ରାଘାତ ।୫୬।ପଡ଼ି ଚୂର ହୁଅନ୍ତି ରାଉତେ ତାଡ଼େଣୀ ବଜ୍ରସେହ୍ନାରଥ ଗଜ ଅଶ୍ୱ ପଡିଣ ହୋଅନ୍ତି ସର୍ବ ଚୂନା ।୫୭।ମହାତେଜ ବଳବନ୍ତା ସେ ଉଠିଲେ ଗଳଗାଜିମହେଶ୍ୱର ରାଜାର ସଇନି ପଳାଇଲେ ସର୍ବ ଭାଂଜି ।୫୮।ସ୍ରାଂଗାମେଣ ବିମୁଖ ହୋଇ ଅର୍ଜୁନ ସଇନିବାହାନାଦ କରି ଉଠିଲେ କରେ ଶସ୍ର ଘେନି ।୫୯।ବିନ୍ଧନ୍ତି ନାରାଜ ଝଲକନ୍ତି ତୀକ୍ଷମୁନାଫୁଟନ୍ତି ରାଉତଂକର କପଚ ବଜ୍ରସେହ୍ନା ।୬୦।ହୃଦେ ପଡ଼ିଣ ଶର ପିଠି କତିକି ନିକିଳିରୁଧିରେ ତ୍ରିପଣ୍ଡ ହୋଇ ପଡ଼ନ୍ତି ରଥ ଗଜ ଅଶ୍ୱ ସର୍ବସନ୍ୟ ଢଳି ।୬୧।ଅସିପତ୍ର ପ୍ରହାର ସେ କରନ୍ତି ଉପରେପଡ଼ନ୍ତି ବେନିଖଣ୍ଡ ହୋଇ ବହଇ ରୋଧିରେ ।୬୨।ୟେକ ପ୍ରହାରେକ ଦଶ ବିଂଶ ରହିମଦିରା ରସଭୋଳ ବୀରେ ନ ଘୁଞ୍ଚନ୍ତି କେହି ।୬୩।ନାଚନ୍ତି ରଣରଙ୍ଗେ ବାବନ୍ତି ସିଂଘାନାଦକଢା ମର୍ଦ୍ଦଳ ଘୁମୁରା ଢୋଲ ବଜାନ୍ତି ମତୁଆଳ ବାଦ୍ୟ ।୬୪।ଜୟେ ବିଜୟେ ବିନ୍ଧନ୍ତି ଥାଠଂକୁ ଶସ୍ରଘାତେଭାଂଜିଲେକ ଥାଠ ଯେ ବେନି ଯୋଜନ ପରିଯନ୍ତେ ।୬୫।ରୋଧିର କର୍ଦ୍ଦନ ଯେ ହୋଇଲା ମହୀଆଳୀପଳାବନ୍ତି ସଇନି ହୋଇଣ ଅନେକ ବିକଳି ।୬୬।ଦନ୍ତେଣ ତିରଣ କେହୁ ମୁଖେଣ ଅଙ୍ଗୁଷ୍ଠିରଥ ଗଜ ଅଶ୍ୱ ତେଜି କେହୁ ଚରଣରେ ଲୋଟି ।୬୭।ଭଗ୍ନବଳ ଦେଖି ଡ଼ାକ ଦିଲେ ଫାଲଗୁନିରହ ରହ ଆମ୍ଭର ବଳ ନ ମାରରେ ନିସତ ସଇନି ।୬୮।ପୟେଡ଼ ଥାଠକୁ ହୋ ମାରିତ ନ ଯୋଗାଇଛତ୍ରୀବୃତ୍ତ ଅକାରଣ ଧର୍ମ ନାଶଯାଇ ।୬୯।ରହିଲେ ସଇନି ସେ ପ୍ରତଗ୍ୟାଂ ବଳମୃତ୍ତିଯମୁନାପୁର ଥାଠ ପାଇଲେ ଅନେକ ଶାସ୍ତି ।୭୦।ମନ୍ଦାର ପୁଷ୍ୟ ପ୍ରାୟେ ବିକାଶଇ ସର୍ବଅଙ୍ଗଅବସ୍ଥାଧାରୀ ହୋଇ ମିଳିଲେ ମାହେଶ୍ୱର ରାଜା ଆଗ ।୭୧।ସ୍ୱାମୀ ରଣଭଙ୍ଗ ହୋଇଲା ଆମ୍ଭେ ପାଇଲୁ ଅନେକ ଶାସ୍ତିସଞ୍ଚୟେ ଅମରପୁର ତେଜି କି ବିଜୟେ ସୁରପତି ।୭୨।ମାନବ ରାଜା ହୋଇ କେ ୟେଡ଼େ କଟାଳ କରିବାକୁୟେ ମହୀ ମଣ୍ଡଳେ କେ ଭାର୍ଜନ ଅଛଇ ଦେବ ତାକୁ ।୭୩।ସ୍ୱାମୀ ଅନେକ ପ୍ରତଗ୍ୟାଂ ସେ କ୍ଷତ୍ରିୟ ମହାବଳାରାଜ୍ୟ ଛାଡ଼ି ୟେଥୁଂ ବହନ ହୋଇ ପଳା ।୭୪।ସଂସାର ରକ୍ଷା ହେବ ଆମ୍ଭର ଅଛି ବୁଦ୍ଧିଶରଣ ପଶିଲେ ଦେବ ସର୍ବକାର୍ଯ୍ୟ ସିଦ୍ଧି ।୭୫।ଶୂରବନ୍ତ ସୁନ୍ଦର ସେ ଦୟାସାଗର ମହାରଥୀଶରଣ ବୋଇଲେ ସେ କଟାଳ କରନ୍ତି ।୭୬।ସୁରେଶ୍ୱର ବୋଲିଣ ଯେ ୟେକଇଂ ପୁରୋହିତଧଉମ୍ୟ ପୁରୋହିତଂକର ସେ ଅଟଇ ନିଜ ସୁତ ।୭୭।ସେ ପୁରୋହିତେ ଅଛନ୍ତି ଯେ ଅର୍ଜୁନଂକର ତୁଲେଛାମୁରେ ଉଭା ହୋଇ ବାରତା ପଚାରିଲେ ।୭୮।ଆହୋ ଅର୍ଜୁନ ଆମ୍ଭେ ଯିବୁ କି ମାହେଶ୍ୱର ରାଜାର ତହିଂକିସମାଧାନ କରି ଆଣି ପାରିବା କି ଦେଖି ।୭୯।ଅର୍ଜୁନ ତୁନି ହୋଇଲେ କୃଷ୍ଣ ଅନୁମତେଯମୁନାପୁରେ ପ୍ରବେଶ ହୋଇଲେ ସୁରେଶ୍ୱର ପୁରୋହିତେ ।୮୦।ଦିବ୍ୟ ସୁଖାସନେ ଚଢି ପାଟଛତ୍ର ବେନିଛାମୁରେ ଫୁରଇ ତାର ଶତେକ ଶଙ୍ଖଧୁନି ।୮୧।ଦଣ୍ଡ ଘେନି ମାହେଶ୍ୱର ନୃପତି ଆସୁଅଛି ପଲାଣିପ୍ରୋହିତେ ବୋଇଲେ ତୁ ୟେଡ଼େକ ଅଗ୍ୟାନ ହେଲୁ ନୃପମଣି ।୮୨।ମୁନେହିଂ ବାରତା କି ନ କହିଲା ତୁକୁଅନମିତେ ଦଣ୍ଡ ତୁ ବାହୁଛୁ କାହାକୁ ।୮୩।ନ ଜାଣୁ କି ରାଧାଚକ୍ର ପଞ୍ଚାଳ ଦେଶେ ବିନ୍ଧିଲକ୍ଷେ ରାଜାଂକର ସେ ସାଂଗ୍ରାମେ ମାନ ଯେ ମରଦି ।୮୪।ଆହୋ ମାହେଶ୍ୱର ହସ୍ତିନା ଠାକୁର ଯେ ଅଟନ୍ତି ଯୁଝେଷ୍ଠିଭୀମସେନର ଅନୁଜ ୟେ ପାଣ୍ଡବ କିରୀଟୀ ।୮୫।ନ ଜାଣୁ କି ଖାଣ୍ଡବ ବନ ଦହିଲା ଗଗନେଅନେକ ସମରେ ଯାହାକୁ ହାରିଲେ ମଘବାନେ ।୮୬।ନ ଜାଣୁ କି ଅଗ୍ନି ଦେବତାକୁ ସେ ଦିଲାକ ମଉଷଧିବଶ୍ୟାନର ଦେବତାଂକର ପାରଗଲା ଲୁଦୁବୁଦୁ ବ୍ୟାଧି ।୮୭।ସେହି ଅର୍ଜୁନ ୟେହିଟି ବାସବି ଫାଲଗୁନିଆହୋ ୟେକାଶରେ ଜିଣି ପାରଇଟି ସେହୁ ପୁର ତିନି ।୮୮।ନ ଜାଣୁ କି ଦ୍ୱାରିକାରେ ପଶି ସେ ହରିଲେ ସୁଭଦ୍ରେଅନେକ ସମରେ ଯାକୁ ହାରିଲେ ରାମଚନ୍ଦ୍ରେ ।୮୯।ନ ଜାଣୁକି ଉତ୍ତର ଦିଗକୁ ଆସିଛନ୍ତି ସାଧିଅଗ୍ୟାନ ପଣେ କିଂପେ ତାହାଂକ ତୁଲେ ବାଦୀ ।୯୦।ନ ଜାଣୁ କି ଅର୍ଜୁନ କଇଚ୍ଛା ଜଗଜ୍ଜେଠୀପରଦୁଖେ କାତର ସେ ଶରଣ ପଞ୍ଜର ବାନାଗୋଟି ।୯୧।ଆହୋ ମାହେଶ୍ୱର ଚାଲ ପୁତ୍ର ଭାରିଯାନ୍ତ ଘେନିଯିବାରାଜ୍ୟ ରକ୍ଷାହୋଉ ତୋତେ ଦ୍ରଶନ କରାଇବା ।୯୨।ଦୃଭାର ହୋଇଲେ ସେହୁ ଅଟଇ ଦର୍ପଗଞ୍ଜାଦୁଖୀଜନ ସୋଦର ସେ କଉଣୋପ ବଳ ଗଞ୍ଜା ।୯୩।ପ୍ରୋହିତଂକ ମୁଖୁଂ ୟେସନେକ ବାକ୍ୟ ଶୁଣିହାଥୀ ଉପରୁ ରାଜା ପଡ଼ିଲା ବଜ୍ରଘାତ ଜାଣି ।୯୪।ଗୋସାଇଂ ଆଦ୍ୟରୁ ମୁଂ ବାରତା ନ ପାଇଲି ୟେହାଅଗ୍ୟାନ ମନ୍ଦପଣେ ମୁଂ ହୋଇଲି ଦୋରେହା ।୯୫।ଅକାରଣେ ନାଶକଲି ମୋହୋର ଅନେକ ସଇନିନ ପୁଣ ପ୍ରାଣେ ମୋତେ ନାଶ କରନ୍ତି ଫାଲଗୁନି ।୯୬।ପ୍ରୋହିତେ ବୋଇଲେ ରାଜା ତୁ ନୋହୋସି ଅସାଷ୍ଟମଅନେକ ଦୟା ତୋତେ କରିବେ ସେ ପୁରୁଷ ଉତ୍ତମ ।୯୭।ଆପଣେ ରାଜାର ହାଥ ଧରି ସୁରେଶ୍ୱର ପ୍ରୋହିତେତୁଲେଣ ଆଣ ରାଜା ପୁତ୍ର ବଧୂଗଣ ଯେତେ ।୯୮।ଦୁତୀ ନାରାୟଣଂକର ବର୍ଣ୍ଣ ଚିହ୍ନ ଦେଖିଦୁର୍ଗତି ପାତକମାନ ତୋର ଯାଉ ତ ଉପେକ୍ଷି ।୯୯।ମାହେଶ୍ୱର ରାଜା ତୁଲେ ଘେନିଣ ପୁତ୍ର ଭାର୍ଯ୍ୟାଅନେକ ସମ୍ଭର୍ବେ କଟକୁ ବାହାର ହୋଇଲା ମହାରାଜା ।୧୦୦।ଲକ୍ଷେ ତୁରଙ୍ଗମ ସଙ୍ଗତେ ଘେନି ପ୍ରତାପୀ ମହାତେଜୀଚଉରାଶୀ ଲକ୍ଷଣ ଯେ ଅଟନ୍ତି ମହାବାଜୀ ।୧୦୧।ଦରଶନିକ ଘେନି ସେ ଶତେଭାର ଗଜ ମୁକୁତାଚଉସରା ଝରା ଅଷ୍ଟରତ୍ନେ ଅଗଣିତା ।୧୦୨।ଅଷ୍ଟ ଉତ୍ତର ତୁଲେ ଚାରିଶତ ଭାରିଯାଶତେକ କୁମାରୀ ତାର ତିନିଶତ ଆତ୍ମଜା ।୧୦୩।ସବୁକଂରି କରେ ଅଛି ଆଲଟ ଚାମରସମସ୍ତେହେଂ ଫୁକାରନ୍ତି ସ୍ୱାମୀ ଧନୁର୍ଜୟେ ପ୍ରତିକାର କର ।୧୦୪।ଅର୍ଜୁନର ଆସ୍ତାନ ଦିଶଲାକ ଯେତେ ଦୂରୁଂଶରୀର ତ୍ରିପଣ୍ଡ ରାଜା ନିଉଛାଳି କରୁଂ କରୁଂ ।୧୦୫।ସନ୍ନିଧ୍ୟେ ଆସିଣ ରାଜା ଶତେ ସହସ୍ର ଦଣ୍ଡ ପରିଣାମିଭଗତଜନ ବତ୍ସଳ ନାଥ ମୋତେ ପ୍ରାଣଦାନ ଦେବା ସ୍ୱାମୀ ।୧୦୬।ଛାମୁରେ ବାରତା ଯାଇଂ ଜଣାଇଲେ ପୁରୋହିତେଅଗ୍ୟାନେ ଦୋଷକାଲା ରାଜା ନ ପାଇ ବାରତେ ।୧୦୭।ଆଗ୍ୟାଂ ପାଇଲେ ସେ ଉଠିବ ନା ମହାରାୟେଶୁଣିଣ ଦ୍ରହସିତ ହୋଇଲେ ବୀର ଧନୁର୍ଜୟେ ।୧୦୮।ପ୍ରୋହିତେ ବୋଇଲେ ଉଠ ହୋ ଯମୁନାପୁର ଅଧିକାରୀଦୟା ଅନୁଗ୍ରହ କଲେ ତୋତେ ଗାଣ୍ଡିମ ଧନୁର୍ଦ୍ଧାରୀ ।୧୦୯।ଉଠିଣ ପୁଣ ପୁଣ ରାୟେ କରଇ ପ୍ରଣପତ୍ୟେପୁତ୍ର ବନ୍ଧୁ ଭରିଯା ତା କୁଟୁମ୍ବ ସହିତେ ।୧୧୦।ଅର୍ଜୁନ ବୋଇଲା ଆହୋ ତୋର କିସ ଦୋଷଅଗ୍ୟାନେ ତୋହୋର ଯେ ସଇନି କରାଇଲୁ ନାଶ ।୧୧୧।ଅନୁଗ୍ରହ ନାଥ ଯେ କଲେକ ସଦୟେଶ୍ରୀଭୁଜେ କୋଳାଗ୍ରତ କଲେ ତାକୁ ପାଣ୍ଡବ ଧନୁର୍ଜୟେ ।୧୧୨।ତୁ ମୋର ବାନ୍ଧବ ଯେ ହୋଇଲୁ ଆଜହୁଂଶରୀର ଆମୋଦ ହୋଇଲା ତୋହୋର କଥା କହୁଂ କହୁଂ ।୧୧୩।ସମଦଣ୍ଡ ତୋହୋର ଘେନି ମହାରାଜାବାରୁଣାବନ୍ତକଇଂ ତୁ ବହନ ହୋଇ ଯାଆ ଯା ।୧୧୪।ୟେ ଅଶ୍ୱ ଧନମାନ ନେଇ ଦେବୁଟି ଶ୍ରୀ ଜଗନ୍ନାଥଂକ ଗୋଚରେଦରଶନି ଧନମାନ ନେଇ ପ୍ରବେଶ କରାଇବୁ ଭଣ୍ଡାରେ ।୧୧୫।ପାରିଦଣ୍ଡ ଆଦିକରି ଯେତେକ ତୋହୋର ସଇନିମହାଯାଗ ଦେଖାଯାଇଂ କୁଟୁମ୍ବଯାକ ଘେନି ।୧୧୬।ସ୍ୱାମୀ ଦରଶନେ ଦୁଷ୍କୃତ ତୋର ଯାଉ କ୍ଷୟେଜଗତଜିତା ହୋଇବୁ ଯମଦଣ୍ଡକଇଂ ହୋଇବୁ ନିର୍ଭୟେ ।୧୧୭।ୟେ ମୋହୋର ଦେଖନ୍ତେ ତୋହୋର ଥାଠ ପଲାଣିଶୁଭ ଅନକୂଳେ ବାହାର ହୁଅସି ୟେହିକ୍ଷଣି ।୧୧୮।ଅର୍ଜୁନର ଆଗ୍ୟାଂ ସେ ନିବେଶିତ ଶିରେଯମୁନାପୁର ତେଜି ରାଜା ହୋଇଲା ବାହାରେ ।୧୧୯-୪୫୧୦।ଅର୍ଜୁନଙ୍କର ବରୁଣ , ଜଳନ୍ଧର , ବ୍ୟୋମକେଶ ରାଜାଙ୍କୁ ନିମନ୍ତ୍ରଣ ଓ ମନ୍ମଥ ରାଜାଙ୍କ ସହ ଯୁଦ୍ଧ ଏବଂ ଜୟତହୁଂଣ ଥାଠ ସନ୍ୟ ଘେନି ଧନୁର୍ଜୟେଚଳଇ ବାସବି ଯେ ଦେବ ଇନ୍ଦ୍ର ପ୍ରାୟେ ।୧।ଯମୁନାପୁର ଅନ୍ତରେ ଉଡ଼ଙ୍ଗ ନାମେ ଭୂମିତହିଂ ଯାଇଂ ପ୍ରବେଶ କ୍ଷତ୍ରିୟ ଉତ୍ତମି ।୨।ଯମୁନାପୁର ଭଗ ପାଇଣ ବାରତଉଡ଼ଙ୍ଗ ଦେଶ ରାଜା ସାଜିଲା ଅଶ୍ୱ ଗଜ ରଥ ।୩।ସେ ଉଡ଼ଙ୍ଗ ଦେଶର ରାଜା ଅଟଇ ବରୁଣତୁଲେ ଘେନି ଅଛଇ ଚାରିଶତ ପାରିଦଣ୍ଡ ରାଜାଗଣ ।୪।ଦେଶାଉରେ ବାରତା କରୁଛନ୍ତି ଘନ ଘନ ।ଅନୁସର ପର୍ବତେ ଦେବ ବିଜୟେ ଅରଜୁନ ।୫।ଯମୁନା ଦେଶ ଜିଣି ଉଡ଼ଙ୍ଗ ଦେଶେ ପ୍ରବେଶସମଦଣ୍ଡ ଘେନି ରାଜା ବାହାର ଅନେକ ହରଷ ।୬।ଅନେକ ଉଦଣ୍ଡ ଯେ ପାଟଛତ୍ରମାନଛାମୁକୁ ଆଣିଲା ପାଣିଦ୍ରବ୍ୟ ଶତେଭାର ଧନ ।୭।ଚାରଗଣେ ବାରତା ଯେ କହିଲେ ଅର୍ଜୁନକୁସ୍ୱାମୀ ଉଡ଼ଙ୍ଗ ଦେଶର ରାଜା ଆସୁଅଛଇଂ ଛାମୁକୁ ।୮।ତିନିକୋଶ ଥାଉଣୁଂ ବାହାନ ତେଜିଣ ରାୟେଦଶନହ ମୁଖେ ଭରିଣ ସେ ଶରଣ ଜନ ପ୍ରାୟେ ।୯।ଅର୍ଜୁନ ବସିଛନ୍ତି ଚନ୍ଦନ ବୃକ୍ଷର ତଳେସାନିଧ୍ୟେଣ ନିଉଛାଳି କଲେ ଯେ ମହୀପାଳେ ।୧୦।ଅନେକ ଝୀନବାସ ଦେବାଙ୍ଗ ପତନୀନିଉଛାଳି କଲା ରାଜା ଅନେକ ବସ୍ର ଘେନି ।୧୧।ସନିଧ୍ୟେ ପ୍ରଣପତ୍ୟ ହୋଇଲା ମହାବୀରଜୟ ତୁ ପ୍ରସନ୍ନ ଦେବ ସୋହୋଡ଼ ସୁନ୍ଦର ।୧୨।ତୁ ଦେବ ଯୋଗେଶ୍ୱର ପ୍ରସନ୍ନ ପରମ ବନ୍ଧୁତୁ ଦେବ ଶରଣ ଉଦ୍ଧାରଣ ଜଗତେ ସାଧୁ ସାଧୁ ।୧୩।ତୁ ଦେବ ବାସବି , ପ୍ରସନ୍ନ ଦୂତୀ ନାରାୟଣତବ ଚରଣେ ସ୍ୱାମୀ ମୁଂ ଜନ୍ମେ ଜନ୍ମେ ଶରଣ ।୧୪।ଦେଖିଣ ଦ୍ରହସିତ ହୋଇଲେ ଫାଲଗୁନିତ୍ରାହି ତ୍ରାହି ବୋଲି ପ୍ରଣପତ୍ୟ ହୋଇଲେ ସଇନି ।୧୫।ଦେଖିଣ ସାନନ୍ଦ ଯେ ହୋଇଲେ ବାସବର ବଳାଉଡ଼ଙ୍ଗ ନୃପତିର କଣ୍ଠେ ନେଇ ଲମ୍ବାଇଲେ ରତ୍ନମାଳା ।୧୬।ଆହୋ ବରୁଣସେନ ରାଜା ତୁ ବିବେକୀ ଭାଗ୍ୟବନ୍ତ ଅଟୁପଣ୍ଡିତ ଭିଗ୍ୟଂବନ୍ତପଣେ ଚରଣେ ଆମ୍ଭର ଖଟୁ ।୧୭।ଶ୍ରୀହସ୍ତେ ଅର୍ଜୁନ ତାହାକୁ ଦିଲେ ଯୋଗାଡ଼ ନିମନ୍ତ୍ରଣରାଜୁସି ଯାଗ ସଭାକୁ ତୁ ଯାଅ ଯା ୟେହିକ୍ଷଣ ।୧୮।ବରୁଣସେନ ବୋଇଲା ସ୍ୱାମୀ ଅନେକ ମୋର ଭାଗ୍ୟଆଗ୍ୟାଂ ପ୍ରମାଣେ ମୁଂ ୟେହିକ୍ଷଣି ଯିବି ବେଗ ।୧୯।ସମଦଣ୍ଡ ଘେନି ରାଜା ହୋଇଲା ବାହାରତହୁଂ ଅର୍ଜୁନ ଦିଗବିଜେ କଲେକ ଉତ୍ତର ।୨୦।ବୀରଦେଶ ବୋଲିଣ ଯେ ୟେକ ରାଜ୍ୟ ଗୋଟିୟେତହିଂ ଯାଇଂ ବିଜୟେ କଲାକ ଧନୁର୍ଜୟେ ।୨୧।ବିଛାମାସ ଶୁକ୍ଳପକ୍ଷ ଦୁତୀୟାର ତିଥିଆଦିତ୍ୟବାର ମୂଳା ନକ୍ଷତ୍ର ସୁଧାବେଳା ଶାନ୍ତି ।୨୨।ବାଳବ ନାମେ କରଣ ଗଣ୍ଡ ନାମେ ଯୋଗତୁଳ ସଂକ୍ରାନ୍ତିକି ହୋଇଛି ତିନିଦିନ ଭୋଗ ।୨୩।ଅର୍ଜୁନ ବିଜେକଲେ ଗଣ୍ଡୁକୀ ନଦୀ ତୀରେବଇଡୁର୍ଯ୍ୟ ନାମେଣ ୟେକ ପର୍ବତ ଉପରେ ।୨୪।ସୁରେଶ୍ୱର ପୁରୋହିତେ ଯେ କହିଲେ ବାରତବାବୁ ଗଣ୍ଡୁକୀ ନଦୀ ୟେ ଚାରିଯୁଗେ ମହାତୀର୍ଥ ।୨୫।ଆକାଶ ଗଙ୍ଗାଉ ୟେ ବହଇ ମେରୁ ଯେ ମେଖଳିପିତାମହ ସ୍ରାହାନ ୟେଥେଂ କରନ୍ତି ତିନିଓଳି ।୨୬।ତ୍ରିକାଳ ସଂଧ୍ୟା ୟେଥେଂ କରନ୍ତି ବେଦବରେଉଦେକ ଗଣ୍ଡୂଷ କରନ୍ତି ୟେ ନଦୀର ଭିତରେ ।୨୭।ବ୍ରହ୍ମାର ଗଣ୍ଡୂଷ ୟେ ଅଟଇ ଉଦକୀତେଣୁକରି ୟେହାର ନାମ ଅଟଇ ଗଣ୍ଡୂକୀ ।୨୮।ବ୍ରହ୍ମା କର୍ଣ୍ଣରୁ କାଢି ପକାଇଲେ କର୍ଣ୍ଣକୂଟ ମଳିସେ କର୍ଣ୍ଣକୂଟ ପର୍ବତୁଂ ୟେ ଗଙ୍ଗା ଆସଇ ଚଳି ।୨୯।ବଜ୍ରକୀଟ ପୋକ ଥାଇ ପର୍ବତ ଉପରେସେ ପୋକର ଶରୀର ଦିଶଇ ବଇଡୁର୍ଯ୍ୟ ଆକାରେ ।୩୦।ନୀଳାର ତେଜ ପ୍ରାୟେକ ଦିଶଇ ରୋମାବଳୀଚଉଦ ନୟନ ତାର ମାଣିକ୍ୟର ତେଜ ଝଳି ।୩୧।ହୀରାର ତେଜ ପ୍ରାୟେ ବିକାଶଇ ବେନିଦନ୍ତ ପାଟିମର୍କତ ତେଜ ପରାୟେ ତାହାର ପାଦ ଚାରିଗୋଟି ।୩୨।ଶୁଦ୍ଧ ସଷ୍ଟିକ ପ୍ରାୟେ ଯେ ବିରାଜଇ ଚାରିଭୁଜଅମୋହ ମଣି ପ୍ରାୟେକ ତାହାର ନଖ ଯେ ବିରାଜ ।୩୩।କାଳାନଳ ଅଗ୍ନି ଜାଣି ତା ଜିଭ ପ୍ରକାଶିମନୁକଳ୍ପ ବଞ୍ଚାଇଲା ସେ ୟେହି ପରବତେ ବସି ।୩୪।ମହା ବ୍ରହ୍ମଯୋଗୀ ସେହୁ ବଜ୍ରକୀଟ ପୋକସହସ୍ରେ ବରଷ କାଟଇ ଶିଳା ଗୋଟିୟେକ ।୩୫।ବ୍ରହ୍ମା ବିଷ୍ଣୁ ମହେଶ୍ୱର ୟେ ତିନି ମୂରତିୟେହାନ୍ତ ଆଦିକରି ଅନନ୍ତ କୋଟି ଜ୍ୟୋତି କାନ୍ତି ।୩୬।ଆକାଶ ଭାଗିନୀ ମେରୁ ଯେ ମେଖଳାୟେଥୁଂ ସେ ସମ୍ଭୁତ ହୁଅଇ ଶାଳଗ୍ରାମ ଶିଳା ।୩୭।ପ୍ରୋହିତଂକ ବଚନେ ସାନନ୍ଦ ଧନୁର୍ଜୟେସେ ଗାଣ୍ଡୁକୀ ନଦୀରେ ପଶି ପାଥ ସ୍ରାନ ବେଗେ କୟେ ।୩୮।ପ୍ରାତସ୍ରାନ ଆହାନିକ ସନ୍ଧା ଦେବାର୍ଚ୍ଚନ ସାରିମୁଣୋହି ଯୋଗାଡ଼ କର ବୋଲି ସୂପକାରମାନନ୍ତ ଆଗ୍ୟାଂଅବଧାରୀ ।୩୯।ପାଥର ବଚନେ ସେ ସମସ୍ତ ଦ୍ୱିଜବରେକରନ୍ତି ବିଧାନ ଯେ ରାନ୍ଧଣା ଯୋଗାଡ଼େ ।୪୦।ଆହୋ ରାଜନ ୟେମନ୍ତ ସମୟେ ତହିଂ ସେ ବୀରଦେଶର ରାଜାଲୋକେଶ୍ୱର ଜଳନ୍ଧର କଲା ଆସି ଅର୍ଜୁନକଇଂ ପାଦପୂଜା ।୪୧।ମାଥେଣ ଜଟା ତାର ଆଉ ତାମ୍ରମୁଦ୍ରା କର୍ଣ୍ଣେକଷା ବସନ ପରିହରଣ ଯେ ତପୋଧନ ରୁଦ୍ର ଚିହ୍ନେ ।୪୨।ଲକ୍ଷେ ପରିମାଣେ ଯୋଦ୍ଧା ଚୋଖାର ତୁରଙ୍ଗମାନ ଆରୋହୀଅର୍ଜୁନ ଛାମୁରେ ଉଭାହେଳେ ଅଶ୍ୱରୁ ଓହ୍ଲାଇ ।୪୩।ବିରୁପାକ୍ଷକଇଂ ବୋଧିଲା ସେ ଅଟଇ ସର୍ବ ଯୋଗୀଯୋଗବଳେ ରାଜ୍ୟ କରନ୍ତି କାଳାନ୍ତକ ରସଭୋଗୀ ।୪୪।ପାର୍ଥକଇଂ ଦ୍ରଶନ କଲେ କର୍ଣ୍ଣକୂଟ ପରବତେବିରୂପାକ୍ଷଂକର ସିଦ୍ଧ ବିଭୂତି କଲେ ତାମ୍ରପାତ୍ରେ ପାଥ ମାଥେ ।୪୫।ବାବୁ ସାଧୁ ପାଣ୍ଡବ ତୁ ମଞ୍ଚପୁର କରୁ ରକ୍ଷାୟେ ଉତ୍ତର କୋଶଳେ ସର୍ବଥା ତୋର ରହିଲାକ କକ୍ଷା ।୪୬।ଅର୍ଜୁନ ବୋଇଲେ ତୁମ୍ଭେ ଶୁଣିମା ସର୍ବ ଗୁରୁରାଜୁସି ଯାଗକୁ ଯାଅ ଯା ବାଞ୍ଛା ଆମ୍ଭର ପୁରୁ ।୪୭।ଶ୍ରୀରାମ ମୁଦ୍ରା ଶିଳା ଲକ୍ଷ୍ମୀ ନାରାୟଣ ମୃତ୍ତିମହାଶିଳା ଅଟେ ରୁଦ୍ର ପିଙ୍ଗଳ ତା ଜ୍ୟୋତି ।୪୮।ୟେମାନ ଘେନିଣ ସେ ପୁରୁଷ ସର୍ବ ଯୋଗୀଆଗ୍ୟାଂ ପ୍ରମାଣେ ସେ ଚଳିଗଲେ ବେଗି ବେଗି ।୪୯।ସେ ଗଣ୍ଡୁକୀ ନଦୀ ପଚ୍ଛିମ ତୀରେ ବିଭଙ୍ଗ ବୋଲି ଦେଶତହିଂର ନୃପତି ନାମ ଅଟଇ ବ୍ୟୋମକେଶ ।୫୦।ପାଞ୍ଚ କ୍ଷଉଣୀ ତାହାର ପାଦାନ୍ତି ସଇନିତିନିକୋଟି ରଥ ଯେ ଅଶ୍ୱ ଚାରିଖର୍ବ ଘେନି ।୫୧।ତିନିଶତ ପାରିଦଣ୍ଡ ଘେନିଣ ସେ ନୃପତିଅର୍ଜୁନେ ଦ୍ରଶନ ଆସି କଲାକ ଭୂଅପତି ।୫୨।ଚାରିଶତ ଭାର ଧନ ଘେନି ଦେଖା ଦରଶନିଶ୍ୱେତ ହାଥୀ ଚାରିଶତ ଶାର୍ଦ୍ଦୋଳ ସହସ୍ରେକ ଘେନି ।୫୩।ୟେତେକ ଘେନି ଦ୍ରଶନ କଲା ବ୍ୟୋମକେଶ ନୃପତିଅନେକ ବିନୋୟୀ ରାଜା ବହୁତ ଭଗତି ।୫୪।କରପତ୍ର ଯୋଡ଼ିଣ ଯୋ ବୋଲଇ ବ୍ୟୋମକେଶସ୍ୱାମୀ ୟେହି ନଦୀ ତିରେଣ ମୋର ବିଭଙ୍ଗ ବୋଲି ଦେଶ ।୫୫।ମୋହୋ ପୁରକୁ ସ୍ୱାମୀ ବିଜେକରି ଯିବାୟେହିକ୍ଷଣି ନଗ୍ରେ ଯାଇଂ ପ୍ରବେଶ ହୋଇବା ।୫୬।ସ୍ୱାମୀ ଆଜକ ମାତ୍ର ମୋହ ପୁରେ ରହିରାଜ୍ୟ ମୋର ସୁଫଳ ହେଉ କରିବା ମୁଣୋହି ।୫୭।ଅର୍ଜୁନ ବୋଇଲେ ସେ ବ୍ୟୋମକେଶର ବଚନେପରଅନ୍ନ ଭୋଜଇ ମୋର ନାହିଂ ନଉଦିନେ ।୫୮।ଆମ୍ଭେ ସେ ଅନ୍ନଦାନ ଦେବୁ ହୋ ଅପ୍ରମିତେଆମ୍ଭେ ତୁମ୍ଭର ଅନ୍ନ ଭୁଂଜିଲେ ଧର୍ମ ରହିବ କେମନ୍ତେ ।୫୯।ବାହୁଡ଼ି ହସ୍ତିନାୟେ ପ୍ରବେଶ ହୋଇବା ପରିଯନ୍ତେପରଦେଶେ ଭୋଜନ ଆମ୍ଭର ନାହିଂ କଦାଚିତେ ।୬୦।ଯେତେକ ନୃପତି ତୁମ୍ଭେ ଆମ୍ଭର ହିତକାରୀହସ୍ତିନା ପୁରକୁ ବାଭିୟେ ଯାଅ ବିଜେକରି ।୬୧।ଅକ୍ଷତ ଗୁଆ ତାକୁ ଦିଲେକ ଆଖଣ୍ଡଳିବ୍ୟୋମକେଶ ନୃପତି ସମଦଣ୍ଡ ଘେନି ଚଳି ।୬୨।ଗଣ୍ଡୁକୀ ନଦୀ ତୀରେ ପାଥ ଆହାନିକ ସାରିଆପଣେ ସୂର୍ଯ୍ୟବେଳେ ମୁଣୋହିରେ ବିଜେକରି ।୬୩।ଭୋଜନ ସାରିଣ କଲେକ ଆଂଚୋବନକର୍ପୂର ତାମ୍ବୋଳ ଆଦି କରନ୍ତି ଭୋଜନ ।୬୪।ସଜାଉ ବୀରତୂର ବାଜିଲା ଶଙ୍ଖଧୁନିରଥେ ବିଜେକଲେ ଯାଇଂ ଶୁଭଲଗ୍ନ ଘେନି ।୬୫।ସମଦଣ୍ଡ ସନ୍ୟ ଯେ ଥାଠନ୍ତି ଚଳାଇଭୂପାଳ ଦେଶରେ ପ୍ରବେଶ ହୋଇଲେକ ଯାଇଂ ।୬୬।ବାଜନ୍ତି ବିଜିଘୋଷ ଦେବବାଦ୍ୟ ଦୁନ୍ଦୁଭିଶବଦେ ଶୋଭାବନ ଯେ ଦିଶିଲା ପୃଥୀଦେବୀ ।୬୭।ଭୋପାଳ ଦେଶର ରାଜା ମନୁମଥ ଚକ୍ରବ୍ରତୀବଡ଼ାଇ ସମ୍ପଦ ରାଜ୍ୟ ତାର ଜଗତେ ବିଖ୍ୟାତ ।୬୮।ବେଣୀଗଙ୍ଗା କୂଳେ ଯେ କଟକ ତାହାରବଇଲୋଚନ ପର୍ବତେ ବିଜେ ପାଣ୍ଡବ ସୁନ୍ଦର ।୬୯।ସମଦଣ୍ଡ ଘେନି ରାଜ୍ୟ ବାହାର ମୃଗୟା ବିନୋଦେବିହଡ଼ନ୍ତି ଯୋଦ୍ଧାୟେ ଯେ ପରମ ସାନନ୍ଦେ ।୭୦।ଦୁନ୍ଦୁଭି ବାଦ୍ୟ ଶୁଣିଣ ପଚାରଇ ନୃପତିକିସ ବାଦ୍ୟ ଶୁଭଇ ରେ ହେଳ ଘେନଇ ପୃଥୀ ।୭୧।କରପତ୍ର ଯୋଡ଼ିଣ ସେ କହିଲେ ମୁନେହିଂସ୍ୱାମୀ କେଉଂଣ ଦେଶର ରାଜା ୟେଟି ବଇଲୋଚନପର୍ବତେ ଅଛି ରହି ।୭୨।ରଥ ଗଜ ଅଶ୍ୱ ଦେବ ଅନେକ ପାଦାନ୍ତିଦଣ୍ଡଘେନି ଆସଇ ସେ ଉତ୍ତର ମୂରତି ।୭୩।କେଉଂଣ ଦେଶର ପୟାଣ ଦେବ ନ ଜାଣୁଂ ଆମ୍ଭେ ତଥ୍ୟସାରଥିକି ବୋଇଲା ଦେଖିବା ତାର ଛାମୁକୁ ବାହା ମୋର ରଥ ।୭୪।କାହୁଂ ଆଗମ ସେ କାହିଂକି ଯିବି ଥାଠନ ପୁଣ ବଳାତ୍କାରେ ପଶଇ ମୋର ରାଷ୍ଟ ।୭୫।ରାଜାର ବଚନେ ସେ ରଥ ବାହଇ କଣୟ ସାରଥିଦକ୍ଷିଣକଇଂ ଚଳାଇଲା ମନୁରଥ ଚକ୍ରବ୍ରତୀ ।୭୬।ବଇଲୋଚନ ପର୍ବତ ତଳେ ଯାଇଂ ହୋଇମନୁମଥ ରାଜା ଶତେପୁର କରି ତାକୁ ବେଢିଲାକ ଯାଇଂ ।୭୭।ପର୍ବତ ଉପରକୁ ସେ ବିନ୍ଧନ୍ତି ବାଣ ଘେନିଝଲକାନ୍ତି ତୀକ୍ଷମୁନା ଅଗ୍ନି ତେଜ ଜାଣି ।୭୮।ତିମିର ବିଦାରଣ ଯେହ୍ନେ ବାଳଅର୍କ ମଣିପଡ଼ନ୍ତି ନାରାଜ ଯେ ବଜ୍ରସୂଚୀ ଜାଣି ।୭୯।ଅର୍ଜୁନର ସଇନି ଯେ ଦେଖନ୍ତି ଗିରିବର ଉପରେବିନ୍ଧିଲେ ନାରାଜ ଘେନି ପ୍ରତଗ୍ୟାଂ କୋପଭରେ ।୮୦।ନାରାଜ ପଡ଼ନ୍ତେ ସେ ପର୍ବତ ଉପରୁଝଲକନ୍ତି ଶହସ୍ରେ ଯୋଦ୍ଧାଂକର ପରେ ପଡୁଂ ।୮୧।ସେହ୍ନା ଟୋପର ଯେ ବାହୁଟି ଜଗଦଳାଫୁଟିଣ ସେନାୟେ ଯେ ଦିଶତି ରଙ୍ଗମାଳା ।୮୨।ଗଜଅଶ୍ୱ ଫୁଟନ୍ତି ନାରାଜ ବରଷନ୍ତେରଥେ ଚୂର ହୋଉଛନ୍ତି ବଜ୍ରଶର ବିଘାତେ ।୮୩।ଭାଜିଲେ ସଇନି ଯେ ବିମୋହିତ ହୋଇପର୍ବତ ଉପରୁ ଜୟେ ବିଜୟେ ପଡ଼ିଲେକ ବେଗେ ଡେଇଂ ।୮୪।ରଣେ କାତର ସେ ହୋଇଲେ ମନୁମଥ ରାଜାର ଥାଠପଳାବନ୍ତି ସଇନି ଯେ ନ ପାବନ୍ତି ବାଟ ।୮୫।ସମରେ ଅନିର୍ବାରଣ ସେ ପାଣ୍ଡବ ବଳ ଯୋଧୀଅନେକ ନାରାଜ ସେ ପୂରୋଇଣ ବେଗେ ବିନ୍ଧି ।୮୬।ରଣରଙ୍ଗ ଧନ୍ଦୋଳ ଯେ ବଢିଲା ସମରପଡ଼ନ୍ତେ ନାରାଜ ସେ ଗଗନ ଅନ୍ଧକାର ।୮୭।ୟେକା ନାରାଜକେ ପାଞ୍ଚସାତ ବୀର ଫୁଟିନାଚନ୍ତି କବନ୍ଧେ ଯେ ଶୋଣିତ ହୋୟେ ବୃଷ୍ଟି ।୮୮।ଦଣ୍ଡ ଭଗ୍ନ ଦେଖିଣ ସେ ମନୁମଥ ଚକ୍ରବ୍ରତୀତୁଲେଣ ଘେନିଲା ତାହାର ମୁକୁଟ ବନ୍ଧା ଲକ୍ଷେକ ସେନାପତି ।୮୯।ବୁଲାଇ କୋନ୍ତ ଯେ ମାରନ୍ତି ଅବିଚ୍ଚନ୍ନେସମରେ ହାନ୍ଦୋଳ ସେ ହୋଇଲା ମହାରଣେ ।୯୦।ଜୟେ ବିଜୟେ ଯେ ଉଠିଲେ ବେନିଗଦା ବୁଲାଇପିଟିଲେ ଗଜଂକର ଉପରେ ନିଠାଇ ।୯୧।ଅଭଙ୍ଗ ଯୋଦ୍ଧାୟେ ଯେ ପାଣ୍ଡବ ସଇନିପୁଣ ପ୍ରହାର କଲେ ବୀରେ ଅନେକ ଶହସ୍ର ଘେନି ।୯୨।ଉଭୟ ବଳ ସାଂଗ୍ରାମ ଦେଖିଣ ଫାଲଗୁନିବାହିଲାକ ସାରଥି ରଥ ଅମରାଧି ଅଶ୍ୱଘେନି ।୯୩।ଲକ୍ଷେକ ନାରାଜ ଯେ ପେଷିଲେ ଧନୁର୍ଜୟେଲକ୍ଷେକ ଯୋଦ୍ଧାୟେ ସେ ପଡ଼ିଲେ ଶସ୍ରଘାୟେ ।୯୪।ରାଜାର ଦେଖନ୍ତେ ସେ ପଡ଼ିଲେ ଅନେକ ଦଣ୍ଡନାଚନ୍ତି କବନ୍ଧେ ଯେ ଛିଣ୍ଡିକରି ମୁଣ୍ଡ ।୯୫।ସେନାଂକର ପଡ଼ନ୍ତେ ଯେ ଦେଖିଲା ମନୁମଥସାରଥିକି ବୋଇଲା ବେଗେ ବାହା ମୋହୋର ରଥ ।୯୬।ବିଜୟ ସାରଥି ରଥ ବାହିଲା ବେଗକରିଅର୍ଜୁନ ଛାମୁରେ ଯାଇଂ ରାଜା ଚାପ ଧରି ।୯୭।ବୋଇଲା ରେ ଶୁଣ ତୁହି କେଉଂଣ ଦେଶର ରଥୀଅଦୋଷେ କିମ୍ପାଇଂ ତୁ ମୋହୋର ଥାଠ ମନ୍ଥି ।୯୮।କେଉଂଣ ଦେଶର ରାଜା ତୁ କେଉଂଣ ଦେଶର ସେନାପରସୀମାରେ ପଶି ତୁ କିଂପା ଦେଖାଉ ଅପାର ଗାରିମା ।୯୯।ପ୍ରାଣୀନ୍ତ ନାଶ ଯେ କରନ୍ତି ବିନା ଦୋଷେଅନେକ ଶାସ୍ତି ପାବନ୍ତି ସେ ସଞ୍ଜିବନୀ ଆକାଶେ ।୧୦୦।ବହୁତ ସମ୍ବୋଧନ କଲାକ ସେ ମନୁମଥ ନୃପତିରଥେ ଥାଇଂ କହିଲେ ପାର୍ଥିବ ମହାରଥୀ ।୧୦୧।ଆହୋ ମନୁମଥ ମୁହିଂ ଗାଣ୍ଡିମ ଦୀକ୍ଷାଗୁରୁରାଜୁସି ଯାଗ ଅର୍ଥେ ଆମ୍ଭେ ଦିଗବିଜୟେ କରୁଂ ।୧୦୨।ଯୁଝେଷ୍ଠି ଦେବ କରିବେ ରାଜୁସି ଯାଗ ସଭାସମସ୍ତ ରାଜା କରିବେ ତାଂକ ପାଜପୂଜା ।୧୦୩।ବୋଲଇ ମନୁମଥ ମୁଂ ଅନେକ ଦ୍ରୋହକଲିଅଗ୍ୟାନ ପଣେ କରି ଅନେକ ପ୍ରମାଦ ଚିନ୍ତିଲି ।୧୦୪।ମୁହିଂ ପାମର ମନ୍ଦ ନ ଜାଣି କଲାଇଂ ଯେ ଦ୍ରୋହପ୍ରସନ୍ନେ ନାରାୟଣ ସ୍ୱାମୀ ତୁ ଉଦ୍ଧର ସନ୍ଦେହ ।୧୦୫।ଅନେକ କାର୍ପୁଣ୍ୟେ ଯହୁଂ କହିଲା ରାଜେଶ୍ୱରପାର୍ଥ ବୋଇଲେ ଆହୋ ରାଜା ଭୟ ତୁ ନ କର ।୧୦୬।ଅଗ୍ୟାନ ପ୍ରାଣୀନ୍ତ ହୋ କୋପ ଯେ ନ କରିଅଗ୍ୟାନ ପ୍ରାଣୀନ୍ତ ଦ୍ରୋହ କଲେ ବ୍ରହ୍ମହତ୍ୟା ଦୋଷ ସରି ।୧୦୭।ଛାଡ଼ ରାଜା ମନୁଂ ଭ୍ରାନ୍ତି ବୋଇଲେ ସର୍ବସାଚୀଆହୋ ମହାରାଜା ତୋହୋର ଦୋଷ ନାହିଂ କିଛି ।୧୦୮।ଆପଣେ ଚନ୍ଦନ ଯେ ଘେନିଲେ ଶ୍ରୀହସ୍ତେସର୍ବାଙ୍ଗେ ଲେପନ କଲେ ମନୁମଥ ରାଜାର ଗାତ୍ରେ ।୧୦୯।କଣ୍ଠେଣ ଦିଲେ ନେଇ ନୀଳଉତ୍ପଳ ମାଳୀୟେହିକ୍ଷଣି ଦଣ୍ଡଘେନି ରାଜା ବହନ ହୋଇଯାଅ ଚଳି ।୧୧୦।ରାତ୍ର ଦିବସେ ବାଭିୟେ ନ ରହି ଦଣ୍ଡେ କାହିଂଇନ୍ଦ୍ରପ୍ରଶସ୍ତ ରାଜ୍ୟକୁ ରାଜା ଯାଅ ଯା ବେଗହୋଇ ।୧୧୧।ଶୁଭ ଅନକୂଳେ ରାଜା ଅର୍ଜୁନ ଆଗ୍ୟାଂ ଘେନିବାରୁଣାବନ୍ତକଇଂ ଦକ୍ଷିଣ ମୁଖ ହୋଇ ଚଳିଲେ ସଇନି ।୧୧୨-୪୬୨୨।