ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୧୧ / ୨୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଭୀମଙ୍କର ସୁଜାଣେଶ୍ୱର ରାଜାଙ୍କୁ ନିମନ୍ତ୍ରଣ ଓ ଅଶ୍ୱିନୀକୁମାରଙ୍କ ଜନ୍ମ
ଚଣ୍ଡସେନକଇଂ ତହିଂ କଲେକ ନିମନ୍ତ୍ରଣତହୁଂଣ ଦଣ୍ଡ ଘେନିଣ ବିଜୟେ ପ୍ରତଗ୍ୟାଂ ଭୀମସେନ ।୧।ଡାହାଳ ଦେଶରେ ଯାଇଂ ପ୍ରବେଶ ହୋଇଲେ ମାରୁତିସେ ରାଜ୍ୟରେ ଠାକୁର ସୁଜାଣେଶ୍ୱର ଚକ୍ରବ୍ରତୀ ।୨।ଜାନକୀ ନାମେ ୟେକ ନଦୀ ଯେ ଗୋଟିୟେଆକାଶ ବାହିନୀ ସେ ଦିଶଇ କ୍ଷୀରବର୍ଣ୍ଣ ପ୍ରାୟେ ।୩।ସେ ନଦୀର ତୀରେ ଡାହାଳ ଦେଶ ଯେ ବସଇରଥ ଗଜ ନାହିଂ ରାଜାର ଅଶ୍ୱ ପଞ୍ଚାଶ ମର୍ଭୁତରେ ।୪।ପାଦାନ୍ତି ଆଦିକରି ସମସ୍ତେହେଂ ଅଶ୍ୱ ଚଢିଧାନୁକୀ ଚକ୍ର ଚୂଡାମଣି ସେ ତୀରେ କମାୟେଣ ଧରି ।୫।ସତ୍ୟଯୁଗେ ବିରଞ୍ଚି ସଂଗ୍ୟାଂରେ ରତି ସଞ୍ଚିତେଣୁ କରି ସେ ରାଜ୍ୟରେ ଅଶ୍ୱେ ଉପୁଜନ୍ତି ।୬।ବଡାଇ ସମ୍ପଦ ରାୟେ ବିଶାଶତେ ପାରିଦଣ୍ଡସାଂଗ୍ରାମେଣ ସେ ନୃପତି ଅଚାର୍ଗଳ ଦର୍ପଷଣ୍ଢ ।୭।ସଜାଉ ଉତ୍ତାଉଳ ବୀରତୂର ଟମକ ନିଶାଣ ବାଜେଦଣ୍ଡ ଘେନି ମାରୁତି ପ୍ରବେଶ ଡାହାଳ ଦେଶ ରାଜ୍ୟେ ।୮।ଡଗର ବାରତା କଲା ଶୁଣିମା ସୁଜାଣ ଚକ୍ରବତୀସ୍ୱାମୀ ରାଜ୍ୟରେ ପଶୁଛି ଦେବ କେଉଂଣ ଦେଶର ନୃପତି ।୯।ବହୁତ ପ୍ରତଗ୍ୟାଂ ଦେବ ଅଚାର୍ଗଳା ମହାରଥାପଛିମ ଦିଗେ ଚମକ ପଡ଼ଇ ତାର କଥା ।୧୦।ସ୍ୱାମୀ କନ୍ଦର୍ପସେନକଇଂ ରାଜା କଲାକ କଉଶିକ ଦେଶେ ପଶିୟେବେ ଆମ୍ଭର ରାଜ୍ୟେ ପ୍ରବେଶିଲା ସେହୁ ଆସି ।୧୧।ସହସ୍ରେକ ରଥ ତୁଲେ ଦୁଇ ସହସ୍ର ମାତଙ୍ଗପାଞ୍ଚ ସହସ୍ର ଅଶ୍ୱ ଯେ ଚୋଖାର ତୁରଙ୍ଗ ।୧୨।ଦଶ ଅହିବ୍ରତ ପାଦାନ୍ତି ବେନି ଅହିବ୍ରତ ପାଟଛତ୍ରଅହିବ୍ରତେକ ବୀରତୂର ପଡଇ ଶବଦ ଅପ୍ରମିତ ।୧୩।ରାଜ୍ୟରେ ପଶିଲା ଦେବ ୟେସନେକ ସମ୍ପଦେଭୁବି ଭୁବନ କମ୍ପଇ ଦେବ ଟମକ ନିଶାଣର ନାଦେ ।୧୪।ଚାରଗଣ ଅଭିମୁଖେ ସନ୍ଦେଶ ବାରତା ପାଇଆଗ୍ୟାଂଦିଲା ନୃପତି ପାତ୍ରଗଣନ୍ତ ହକରାଇ ।୧୫।ଆଗିଆଣି ଥାଠ ତାର ସାଂଗ୍ରାମେଣ ବିଜୟେତାହାକଇଂ ରାଇ ଆଗ୍ୟାଂ ଦିଲା ସୁଜାଣେଶ୍ୱର ରାୟେ ।୧୬।ରାଜାର ବଚନେ ତହୁଂ ଚଳିଲେ ସଇନିବିଜିଘୋଷ ଦାଉଣ୍ଡି ଶୁଭଇ ମଧୁର ଘୋଷଧୁନି ।୧୭।ମତୁଆଳ ବାଦ୍ୟ ଯେ ବାଜଇ ମହୁରୀ ରାମତାଳିଚାଲନ୍ତି ଖୁରୁଷାଣୀ ଦିଅନ୍ତି ହୁଳହୁଳି ।୧୮।କିଳିକିଳା ନାଦ କରି କୋଠାର ଆୟୁଧ କରେଆସି ଓଗାଳିଲେ ସଇନି ନଗର ବାହାର ଦ୍ୱାରେ ।୧୯।କୋନ୍ତ ବୁଲାଇ ବିହଡ଼ନ୍ତି ଭୀମସେନ ରାଉତେଗଜନ୍ତ ଦେଖାଇ କରି ଧୁଆନ୍ତି ମାହୁନ୍ତେ ।୨୦।ସେନ୍ହା ଟୋପରମାନେ ଯେ ଅଭେଦ ତାଡ଼େଣୀଝଲକନ୍ତି ଲାଂକିଆ ଯେ ବିଜୁଳି ତ୍ରାସ ଜାଣି ।୨୧।ରଣେ ଅନିର୍ବାରଣ ଯେ ପାଣ୍ଡବ ମହାବୀରାପୃଥୀ ଦେବୀ ନ ସହଇ ଯାହାର ପାଦଭରା ।୨୨।ଦୟା କରାଇ ସେହୁ ଶରଣ ବୋଇଲେପ୍ରାଣେ ନ ଥୁଅଇ ସେ ଉଚ୍ଚବାଚ ହୋଇଲେ ।୨୩।ମାରରେ ବୋଲିଣ ସେ ଭୀମସେନ ଦିଲା ଆଗ୍ୟାଂମୋହୋର ଛାମୁରେ ୟେହାର ୟେଡ଼େକ ପ୍ରତଗ୍ୟାଂ ।୨୪।ସିଂଘ ଯେ ଅଟଇ ବନସ୍ତର ଆଧିପତିମୁହିଂ ଯେ ପଚ୍ଛିମ ଦିଗ ଠାକୁର ଅଟଇ ୟେକଛତ୍ରୀ ।୨୫।ଯଦ୍ୟପି ମତ୍ତଗଜ ରେ ହୋଇବା କୋପକାରୀତାହାନ୍ତ ଗଣଇ କିରେ ବିକ୍ରମକେଶରୀ ।୨୬।କାଳଚକ୍ର ପ୍ରାୟେକ ବିକାଶଇ ବେନିଦୃଷ୍ଟିରଣରଙ୍ଗ ସୋହୋଡ଼ ସେ ସାଂଗ୍ରାମେଣ ଯାଇଂ ଉଠି ।୨୭।କରପତ୍ର ଯୋଡିଣ ସେ ବୋଲନ୍ତି କାଳକୃତାନ୍ତକ ସେନାପତିଆମ୍ଭର ଥାଆନ୍ତେ କିମ୍ପେ ସାଂଗ୍ରାମକୁ ପଶ ଧାତି ।୨୮।ଭୀମସେନ ବୋଇଲା ବାବୁ ମୋହୋର ଅଳପ ସଇନିପଞ୍ଚାଶ ସହସ୍ର ରାଜାନ୍ତ ସାଧି ବରିବି ତୁମ୍ଭନ୍ତ ଘେନି ।୨୯।ବାହୁଡାଇ ଥାଠ ଯେବେ ନିଅଇ ଅକ୍ଷୋଭେତେବେ ସେ ସୁଦୟା ମୋତେ କରିବେ ଶ୍ରୀ ବାସୁଦେବେ ।୩୦।ୟେଥୁ ଯେବେ ଗୋଟିୟେ ହୋଇବେ ପରମାଦିସମସ୍ତ କାର୍ଯ୍ୟ ମୋର ହୋଇବ ଅସାଧି ।୩୧।ଚାରିଦିଗକୁ ଯେତେ ବରଣ ସହଦେବର ପାଞ୍ଜିତହୁଂ ଗୋଟିୟେ କ୍ଷୟ ହୋଇଲେ ସଭାରେ ହୋଇବା ଅପଗଞ୍ଜି ।୩୨।ଆହେ ମେରୁକୁ ଆଶ୍ରେ ହୋଇଲ ତୁମ୍ଭେମାନେଅନେକ ତୀର୍ଥକରି ନେମଇଂ ହସ୍ତିନା ଭୁବନେ ।୩୩।ସମସ୍ତ ସଇନି ବୋଇଲେ ତୁମ୍ଭର ଜୀବନ ସାଧୁ ସାଧୁସ୍ୱାମୀ ଆମ୍ଭର ଆୟୁଷ ଘେନି ବ୍ରତ ଲକ୍ଷ୍ମି ନ ଛାଡୁ ତୋର କନ୍ଧୁ ।୩୪।ଭୀମଂକ ପ୍ରତଗ୍ୟାଂ ଶୁଣି ଉଠିଲେ ସଇନିବାହାନାଦ ଶବଦରେ କମ୍ପିଲା ମେଦିନୀ ।୩୫।ଥାଠକଇଂ ପିଠି ରକ୍ଷା ହୋଇଲେକ ବୀର ଭୀମଧାଇଂଲେ ମତ୍ତାର ବଳ ପଶିଲେ ସାଂଗ୍ରାମ ।୩୬।ଅସୁରନ୍ତ ଦେଖି ଯେନ୍ହେ ଧାଆନ୍ତି ଯୋଗୀମାନେତେସନେକ ସରୂପ ଦିଶନ୍ତି ଭୀମସେନର ସଇନ୍ୟେ ।୩୭।ଦୁସହ ସାଂଗ୍ରାମେ ବୀରେ ପଶିଲେକ ବେଗେ ଯାଇଂତର୍ଜନ୍ତି ଗର୍ଜନ୍ତି ସଇନ୍ୟେ ମୁଖରାବ ଦେଇ ।୩୮।ଦେଖିଣ ତ୍ରାସିଲେ ଡାହାଳ ଦେଶର ସଇନିଭୟେଣ ଭାଜି ପଳାବନ୍ତି ଯେ ଯାହା ପ୍ରାଣ ଘେନି ।୩୯।ସମରେ ପଶିଲା କାଳଦଣ୍ଡ ଦୀକ୍ଷାଗୁରୁରଣେ ଅଭୟା ସେ ସୋହୋଡ଼ ସୁନ୍ଦର ମହାମେରୁ ।୪୦।ଡାହାଳ ଦେଶର ସଇନିୟେ ତ୍ରାସେଣ ପଳାବନ୍ତିପାଣ୍ଡବ ବଳ ସଇନି ଗୋଡ଼ାଇ ପିଟୁଛନ୍ତି ।୪୧।ତିନିଯୋଜନ ପରିଯନ୍ତେ ପଡ଼ିଲା ପୟେଡ଼ଭିତର କଟକେ ଯାଇଂ ପ୍ରବେଶ ବ୍ରିକୋଦର ।୪୨।ସଇନି ପଳାବନ୍ତେ ଯେ ସୁଜାଣେଶ୍ୱର ନୃପତିଜଗତର ଉପରୁ ରାଜା ଡେଇଂ ପଡିଲାକ ଧାତି ।୪୩।ଆରେ ରହ ରହ ବୋଲି ସେ ସବୁନ୍ତି ପ୍ରବୋଧିମହାବାରୁୟେକ ଚଢି ସେ କ୍ଷେପଇ ମହାଯୋଧୀ ।୪୪।କରେଣ ଶୋଭାବନ ତାର ତୀର କମାୟେଣଓହୋମୁଖେ ଭେଟିଲା ସେ ନୃପତି ସୁଜାଣ ।୪୫।ରଥ ଚଢି ଭୀମସେନ ଅଛଇ ଉଭାହୋଇଛାମୁରେ ମହାରାଜା ମିଳିଲା ତାର ଯାଇଂ ।୪୬।ଆହୋ ମହାତ୍ମା ତୁ କେଉଂଣ ଦେଶର ରଥୀୟେ ମୋହୋର ଥାଠ କିମ୍ପେ ମାଇଲୁ ଅନମିତି ।୪୭।ତୋହୋର ମୋହୋର ତ ବିବାଦ ନାହିଂ ପୂର୍ବେଅନମିତେ ସଇନି ମୋହୋର ନାଶିଲୁ ଅଭାବେ ।୪୮।ମନ୍ଦାର ଜାଣି ତତୁଲ୍ୟ ତୋହୋର ଯେ କାୟେପ୍ରତକ୍ଷେ ଦିଶୁଅଛି ବାବୁ ଅନଙ୍ଗ ରୂପ ପ୍ରାୟେ ।୪୯।କି ଅବା ଆକାଶ ତେଜି ଅଇଲେ ଆଖଣ୍ଡଳମାନବ ହୋଇ ବାବୁ ତୋହୋର ଜୀବନ ସୁଫଳ ।୫୦।ସମସ୍ତ ରାଜାଂକର ମୁଂ ଅଟଇ ଗଉରୋବିଅଶ୍ୱ ବଣିଜାର ଯେତେ ଲୋଡୁ ତେତେକେ ତୋତେ ଦେବି ।୫୧।ତିନିଶତ ଯୋଜନ ୟେ ମୋହୋର ମନୋହର ବନଅଶ୍ୱିନୀକୁମାରଂକର ୟେ ଅଟଇ ଜନ୍ମ ।୫୨।ଆକାଶ ବାହିନୀ ୟେହି ନଦୀ ଧବଳାଙ୍ଗୀସରସ୍ୱତୀ ଧାର ୟେ ଗଙ୍ଗା ଯମୁନା ମଧ୍ୟସଙ୍ଗୀ ।୫୩।ଆକାଶ ବାହିନୀ ୟେ ବହଇ ମେରୁ ମେଖଳିଦିବାରାତ୍ରେ ବହୁଥାଇ କ୍ଷୀରବର୍ଣ୍ଣ ଓଳି ।୫୪।ସତ୍ୟଯୁଗେ ସଂଗ୍ୟାଂ ତୁଲେ ଆଦିତ୍ୟ ପୀରତିସଂଗ୍ୟାଂ ସହି ନୁଆରିଲା ଅନନ୍ତ ଆଦିତ୍ୟର ମୂରତି ।୫୫।ମହାରଶ୍ମି ସହି ନୁଆରିଲା ମହାମାୟାଶରୀରୁଂ ଜାତକଲା ସେ ଦେବୀ ସରୂପେଣ ଛାୟା ।୫୬।ସଂଗ୍ୟାଂର ସରୂପ ସେ ଦିଶଇ ଅପୂର୍ଣ୍ଣାସଂଗ୍ୟାଂର ଶରୀରୁ ଜାତକଲା ତାର ରୂପ ସିନା ।୫୭।ଆଦିତ୍ୟେ ସମର୍ପିଲା ସେ ଛାୟା କନ୍ୟାକୁତ୍ରାସେଣ ଗଲା ଦେବୀ ମେରୁ ପଛିମ ପାରୁଶକୁ ।୫୮।ଯେଉଂଣ ଠାବକୁ ତେଜ ନ ଲାଗଇ ଅଂଶୁମାଳୀତହିଂ ଯାଇଂ ଗୋପ୍ୟାନ ହୋଇଲା ମେରୁମେଖଳୀ ।୫୯।ଛାୟା ଖଟିଲା ସେ ଆଦିତ୍ୟର ପ୍ରକୃତିସଂଗ୍ୟାଂହୁଂ ଅନେକ ଖଟିଲେ ଦିବାରାତି ।୬୦।ଛାୟାୟେ ଭାବ ସ୍ୱାମୀଂକର ବଢିଲା ଅପ୍ରମିତେଛାୟା ଖଟି ମନାଇଲା ତିନିମନୁ ପରିଯନ୍ତେ ।୬୧।ବିରଞ୍ଚିନାରାୟଣ ତାହା ନୁଆରିଲେ ଜାଣିସଂଗ୍ୟାଂଉଂ ଅନେକ ଭଗତେ ସେ ଖଟଇ ରମଣୀ ।୬୨।ଯମ ଶନିଶ୍ଚର ଯେ ଆଦିତ୍ୟଂକ ପୁତ୍ର ବେନିଦିନେକ ଖେଳୁଥିଲା ଯମ ତିମିରି ବିଦାରଣ ମଣି ଘେନି ।୬୩।ଦେଖିଣ କୋପ ଜାତ ତାକୁ କଲେ ଦେବୀ ଛାୟାଭ୍ରଚ୍ଛନା ବୋଲି ମଣି ଉଛୁଡ଼ି ଘେନିଲେ ମହାମାୟା ।୬୪।ଅଞ୍ଚଳ ଧରିଣ ଯମ ଯାଇଂ ଓଗାଳିଲା ଆଗେଛାୟାକଇଂ ବାମପାଦ ମାଇଲା ଯାଇଂ ବେଗେ ରାଗେ ।୬୫।ମୃଚ୍ଛାଗତ ପ୍ରାୟେ ହୋଇ ପଡିଲେ ଦେବୀ ଛାୟାଆରେ ପୁତ୍ର ହୋଇକରି ତୋର ହିଆ ୟେଡେକ ନିର୍ଦ୍ଦୟା ।୬୬।ମୁହିଂ ତୋର ପରମଗୁରୁ ତୁ ମୋତେ ଯେଉଂଣ ପାଦେ ବଧିସେହି ପାଦେ ହୋଉ ତୋର ଗଳୁତ କୁଷ୍ଠ ବ୍ୟାଧି ।୬୭।ସେ ଅପର୍ଣ୍ଣା ଶାପ ହାଦେ ଯାଇ କି ମେଣ୍ଟଣସେ ଯମର ପାଦେ କୁଷ୍ଠ ବ୍ୟାଧି ହୋଇଲା ତତକ୍ଷଣ ।୬୮।ଗଳଇ ପାଦରୁ ଯେ ରକତ ପୂଜ ଫୁଟିକାନ୍ଦଇ ନାଶକର ଯେ ଭୂମିରେଣ ଲୋଟି ।୬୯।ଦିନେକ ପ୍ରତିକ୍ଷଣ କରି ଅଇଲେ ଅଂଶୁମାଳୀହିରଣ୍ୟଗର୍ଭ ପୁରୁଷ ଅଇଲେ ଦେବ ଚଳି ।୭୦।ସନ୍ନିଧ୍ୟେ ପ୍ରବେଶ ହୋଇଲେ ଦେବ ନିଜ ଭୁବନେଯମର କ୍ରୋଧ ଦେଖି ପଚାରନ୍ତି ସୁବିଧାନେ ।୭୧।କୋଳେଣ ଧଇଲେ ଦେବ ତ୍ରଇଲୋକ୍ୟର ନିଧିଦେଖିଣ ଯମର ପାଦେ ଗଳୁତ କୁଷ୍ଠ ବ୍ୟାଧି ।୭୨।ଦୁର୍ଗନ୍ଧ ଗନ୍ଧାଇ ବହୁତ ବହୁଅଛି ଶୋଣିତଆରେ ମହାତେଜ ପୁତ୍ର ଗୋଟିକି ମୋର କେ କଲା ୟେମନ୍ତ ।୭୩।ପିତାର ଛାମୁରେ କହିଲେ ଯମ ଦଇବତେସ୍ୱାମୀ ମାତାୟେ କୋପକରି ଶାପ ବିହିଲେ ମୋତେ ।୭୪।ଶୁଣିଣ ଆଶ୍ରିଜ ହୋଇଲେ କମଳଲୋଚନମାତାଂକର ପୁତ୍ରଠାରେ କେହ୍ନେ ହୋଇଲା କୋପମନ ।୭୫।ବାଳୁତ ନନ୍ଦନ ୟେ ଦୁଷ୍ଟପ୍ରକୃତି କୋପ ମୂର୍ଖଖେଳନ୍ତା ନନ୍ଦନ ଯେ ମାତାଂକୁ ଦିଅନ୍ତି ଅନେକ ଦୁଖ ।୭୬।ବହୁତ ବିମୁଖେ ଗାଳି ଦିଅନ୍ତି ଯେ ମାୟେକେହୁଣସି କାଳେ ପୁତ୍ରଂକୁ ନ ପଡ଼ଟି ଅପଚୟେ ।୭୭।ମାତାଂକର ଶାପ ଯେବେ ପଡ଼ି ପୁଅକୁଆଉର କି ବାଟ ଅଛି ପୁତ୍ର ବୁଡ଼ିବାକୁ ।୭୮।ମନେ ମନେ ବିଚାରନ୍ତି ଯେ ଗଗନବିହାରୀୟେ ଅବା ପୁତ୍ରଂକର ନୋହୋଇ ଗର୍ଭଧାରୀ ।୭୯।ଗର୍ଭଧାରୀ ମାତାର ଶାପ କି ହୋଇବ ୟେମନ୍ତମନରେ ପରମ ଶାନ୍ତି ସ୍ୱାମୀ ଚିନ୍ତିଲେ ଅନନ୍ତ ।୮୦।ଧ୍ୟାନେଣ ଜାଣିଲେ ପ୍ରଭୁ ଦିନକର ବନ୍ଧୁବିଚାରିଣ ବୋଇଲେ ଛାୟା ଜୀବନ ତୋର ସାଧୁ ।୮୧।ସଂଗ୍ୟାଂ ସହି ନୁଆରିଲା ମୋହୋର ୟେ ଜ୍ୟୋତିତିନିମନୁ ପରିଯନ୍ତେ ତୁ ଖଟିଲୁ ମୋହୋର ପ୍ରକୃତି ।୮୨।ଦେବସ୍ତିରୀକଂର କୁଳକୁ ୟେ ତୋ ମହିଂମା ଦୁଲଭମନୁକଳ୍ପ ପରିଯନ୍ତେ ମୁଂ ଛାୟାର ବଲ୍ଲଭ ।୮୩।ଧ୍ୟାୟେଣ ଚିନ୍ତିଲେ ସ୍ୱାମୀ ଅର୍କଦତ୍ୟ ନିବାରଣଦେଖିଲେ ସଂଗ୍ୟାଂ ଲୁଚିଅଛି ମେରୁର କ୍ରୋଟେଣ ।୮୪।ନିଜରୂପ ଛାଡି ଦେବ ଧଇଲେ ଅନ୍ୟରୂପଅଶ୍ୱିନୀ ରୂପରେ ସଂଗ୍ୟାଂ ଯେ ହୋଇଅଛି ଗୋପ୍ୟ ।୮୫।ୟେହେନେକ ସରୂପ ସ୍ୱାମୀ ଦେଖିଲେ ମନଧ୍ୟାୟେଆପଣେ ହୋଇଲେ ସ୍ୱାମୀ ଅଶ୍ୱ ପୁରୁଷ ଗୋଟିୟେ ।୮୬।ମେରୁ ମେଖଳରେ ଦେବ ପଶିଲେ ବିରଞ୍ଚିହେଷ୍ରାରାବ କଲେ ଯେନ୍ହେ ଅଶ୍ୱଂକର ଭାବ ଇଚ୍ଛି ।୮୭।ଅଶ୍ୱମାନଂକ ଲକ୍ଷଣ ୟେସନ ପ୍ରକୃତିସଂଗ୍ୟାଂହିଂ ଶବଦକଲେ ଶୁଣି ତତକ୍ଷଣାନ୍ତି ।୮୮।ସେ ଶବଦକଇଂ ଗୋଡ଼ାଇ ସ୍ୱାମୀ କରତାରଶୀଘ୍ରେଣ ମାଡ଼ିପଡ଼ିଲେ ଦେବ ଅଶ୍ୱିନୀ ଉପର ।୮୯।ଦିଗମ୍ବର ପୁରୁଷ ସେ ବୋଇଲେ ମନେ ଭାଳିଅସ୍ତୁକାର ପୁରୁଷ ବୋଇଲେ ତୋହୋର ନାମ ଅଂଶୁମାଳୀ ।୯୦।ସଂଗ୍ୟାଂର ତୁଲେ ସ୍ୱାମୀ ଶୃଙ୍ଗାର କୁତୂହୋଳେଢଳିଲାକ ମହାରସ କାମ ଆରତ ବେଳେ ।୯୧।ଘୋରରୂପ ବୀର୍ଯ୍ୟ ପଡିଲା ଯହୁଂ ଉର୍ଦ୍ଧରେତାମୋହେଣ ଢଳିଲା ସେ ଅଶ୍ୱିନୀ ବନିତା ।୯୨।ଅମୋହ ରେତ ସ୍ୱାମୀର ପଡିଲା ଅବିଚ୍ଛନ୍ନେତିନିମନ୍ଦା ଧାତୁ ପଡ଼ିଲା ଗିରିବର ଉଦ୍ୟାନେ ।୯୩।ଅର୍ଦ୍ଧଧାତୁ ମନ୍ଦାକ ଦେବୀ ସଂହରିଲେ ଗର୍ଭେସଇନ୍ଦୁ ଜାତ ହୋଇଲେ ଅଶ୍ୱିନୀ ମହାଦେବେ ।୯୪।ମନୁଷ୍ୟ ଶରୀର ଅଶ୍ୱ ସୁଲକ୍ଷଣ ମୁଣ୍ଡଗୋଟିମହାମନ୍ତ୍ର ମଉଷଧି ଯାହାର ଅମୃତ ଦୃଷ୍ଟି ।୯୫।ଜାତହୋଇ ନୟନେ ଯେ ଚାହିଂଲା କୁମାରତାହାର ଦୃଷ୍ଟି ପଡ଼ିଲା ଯେତେକ ବୃକ୍ଷର ଉପର ।୯୬।ସେହି ସବୁ ବୃକ୍ଷମାନେ ହୋଇଲେ ଅଉଷଧିତାହାନ୍ତ ଲେପନେ ଶାନ୍ତି ହୋୟେ ସର୍ବ ବ୍ୟାଧି । ୯୭।କହଇ ସୁଜାଣେଶ୍ୱର ଚକ୍ରବ୍ରତୀ ଚୂଡ଼ାମଣିକୋପଛାଡ଼ି ଶାନ୍ତି ଭଜିଲେ ଭୀମସେନ ଠାକୁରେ ତାହା ଶୁଣି ।୯୮।ତିନିମନ୍ଦା ଧାତୁ ପଡିଲା ଯେ ମେରୁ ମେଖଳେଢଳି ମିଶ୍ରିତ ହୋଇଲା ଆସି ସରସ୍ୱତୀ ନଦୀଜଳେ ।୯୯।ସେ ମହାରସ ବୀର୍ଯ୍ୟ ଯେ ମିଶ୍ରିତ କରି ଘେନିବହିଲା ସରସ୍ୱତୀ ଯେ ଈଶାନ୍ୟ ବାହିନୀ ।୧୦୦।ଆଦିତ୍ୟ ସଂଗ୍ୟାଂର ମନୋହର ରମଣେମନୋହର ବନ ନାମ ହୋଇଲାକ ତେଣେ ।୧୦୧।ଯେ ବନଜୀବେ ନଦୀରେ କଲେ ଜଳ ଆପ୍ୟାନସର୍ବେ ଗର୍ଭବାସ ହୋଇଲେ ସେହିଦିନ ।୧୦୨।ଯେତେ ଜୀବେ ପିଇଲେ ଆଦିତ୍ୟ ରେତପାଣିସବୁକଂରି ତହୁଂ ଉପୁଜିଲେ ଅଶ୍ୱ ଯେ ଅଶ୍ୱିନୀ ।୧୦୩।ୟେ ଜଳ ଭକ୍ଷନ୍ତି ଯେତେକ ଜୀବଜନ୍ତୁମାନତହିଂରୁ ଉତପତ୍ତି ହୋଇଲେ ଅଶ୍ୱମାନ ।୧୦୪।ଅଶ୍ୱନ୍ତ ସମ୍ବାଳି ମୁହିଂ ଥାଇଂ ଯେ ଯତନେଧନ ଘେନି କିରଣେ ଆସନ୍ତି ରାଜାମାନେ ।୧୦୫।ଯେବଣ ଅଶ୍ୱ ହୁଅନ୍ତି ଯେବଣ ହାଦେ ମୂଲଅର୍ଦ୍ଧଧନ ଘେନିକରି ବାଛି ଦିଅଇ ଭଲ ।୧୦୬।ମୋହୋର ତହୁଂ ଯେ ଅଶ୍ୱମାନନ୍ତ କିରଣ କରି ନିଅନ୍ତିତେଣୁକରି ମାନ ମୋହୋର ଯେ ଅଟେ ଅଶ୍ୱପତି ।୧୦୭।ୟେଡେ ବଡ ରାଜ୍ୟ ମୋର ସଂସାର ଉପକାରୀକେମନ୍ତେ ସତ ବଳିଲା ମୋର ରାଜ୍ୟ ଧ୍ୱଂସନ କରି ।୧୦୮।ପରଲୋକ ହିତରେ ମୁଂ ବ୍ରତଇ ସର୍ବଦାଗୁଣବନ୍ତ ଲୋକକଇଂ ଭଗତି ମୋର ସଦା ।୧୦୯।ଭୀମସେନ ବୋଇଲେ ହୋ କହିଲୁ ଅପାର ସନ୍ଦେହତୋତେ ଲାଗିଲା ମୋତେ ଅନେକ ସେନେହ ।୧୧୦।ତୁହି ନ ଜାଣୁ କି ଆମ୍ଭର ରାଜୁସିଯାଗ ହେବ ବୋଲିପଚ୍ଛିମଦିଗ ରାଜାନ୍ତ ମୁଂ ନିମନ୍ତି ଅଇଲି ।୧୧୧।ମୁହିଂ ସେ ଭୀମସେନ ପାଣ୍ଡବ କୁଳ ଶ୍ରେଷ୍ଠୟେଥିରେ ନିମନ୍ତେ କରି ଜରାସନ୍ଧକୁ କଲୁ ପ୍ରାଣେ ନଷ୍ଟ ।୧୧୨।ଭୀମସେନର ମୁଖୁଂ ୟେସେନେକ ତଥ୍ୟ କଥା ଶୁଣିଅଶ୍ୱ ଉପରକୁ ଯେ ଡେଇଂ ପଡିଲା ନୃପମଣି ।୧୧୩।ବ୍ରିକୋଦର ପଦ୍ମପାଦେ ନୃପତି ହୋଇଲା ପରିଣାମିଦଶଦୋଷ ଅପ୍ରାଧ ମୋ କ୍ଷମା କରିବାକ ସ୍ୱାମୀ ।୧୪।ମୁହିଂ ବନଚର ଦେବ ମୋହୋର କିସ ବୁଦ୍ଧିପାଣ୍ଡବ ଦ୍ରଶନେ ମୋର ସକଳ କାର୍ଯ୍ୟ ସିଦ୍ଧି ।୧୧୫।ଅନେକ ହରଷ ମନେ ହୋଇଲା ହସ ହସରାଜ୍ୟରେ ଉତ୍ସବ ସେ କରାଇଲା ମନ ତୋଷ ।୧୧୬।ଜଗତୀ ଉପରେ ପରିଯନ୍ତେ ପାଡ଼ିଲା ପାୟେଡ଼ାଶ୍ରୀଚରଣେ ବିଜେକଲେ ଭୀମସେନ ବୀରା ।୧୧୭।ଡାହାଳ ଦେଶେ ବିଜେ କଲେକ ବୀରମଣିବେଢିଣ ଦେଖନ୍ତି ଜନେ ଗନ୍ଧର୍ବ ବିଜେ ଜାଣି ।୧୧୮।ଅନେକ ସମ୍ଭର୍ବେ ରାୟେ ଯୋଗାଡ଼ ଆଣି ଦିଲାରହିଣ ପାଣ୍ଡବ ସେ ମୁଣୋହିଂ ତହିଂ କଲା ।୧୧୯।ଚୋଖାର ତୁରଙ୍ଗମ ପବନହୁଂ ବେଗ ତେଜିମହାବଳବନ୍ତା ବାରୁସ ଦିଲା ଚାରି ଅହିବ୍ରତ ବାଜୀ ।୧୨୦।ଧବଳ କମଳ ଯେ ଚଉରାଶି ଲକ୍ଷଣଆନନ୍ଦିତେ ଅଶ୍ୱ ଆଣି ଦିଲାକ ଛାମୁରେଣ ।୧୨୧।ଲକ୍ଷେକ ଭାରହିଂ ପୁଣି ପାଣିଦ୍ରବ୍ୟ ଘେନିଭୀମସେନ ଠାକୁରଂକୁ ଦିଲା ଦେଖା ଦରଶନି ।୧୨୨।ଅକ୍ଷତ ଗୁଆ ଦେଇ ନିମନ୍ତ୍ରଣ କଲାକ ବ୍ରିକୋଦରେୟେମାନ ନେଇ ସମର୍ପଣ କର ତୁ ସାତୁକୀ ଗୋଚରେ ।୧୨୩।ମୋହୋର ଯେତେକ ଧନ ଦେଖା ଦରଶନିସାତୁକୀ ସମ୍ଭାଳିଣ ଥିବ ଭଣ୍ଡାରେଣ ଘେନି ।୧୨୪।ସମଦଣ୍ଡ ଘେନି ତୋହୋର ପୁତ୍ର ଭାରିଜା ସହିତୟେହିକ୍ଷଣି ଅନକୂଳ କର ଇନ୍ଦ୍ର ଯେ ପ୍ରଶସ୍ତେ ।୧୨୫।ଅଶ୍ୱପତି ବୋଇଲା ସ୍ୱାମୀ ଯେନେହେ ତୋହୋର ନିରାଧାର ଆଗ୍ୟାଂକାହାର ବେଳେ ହୋ ତାହା କରି ହୋଇବ ଅବଗ୍ୟାଂ ।୧୨୬।ସମଦଣ୍ଡ ସନ୍ୟ ଘେନି ରାଜା ଶୁଭ ଅନକୂଳେଅନେକ ସମ୍ଭରେ ସନ୍ୟ ଘେନି ଚଳିଲେ ସୁମରିଣ ସର୍ବମଙ୍ଗଳେ ।୧୨୭।ଭୀମସେନ ବୋଲଇ ଶୁଣ ସୁଜାଣେଶ୍ୱର ଚକ୍ରବ୍ରତୀପ୍ରବେଶ ହୋଇବୁଟି ଯାଇଂ ଧନୁ ପୂର୍ଣ୍ଣମୀର ତିଥି ।୧୨୮।ବିଶ୍ରାମ ନ କରି ରାଜା ଯିବୁଟି ଦିବାରାତ୍ରେଯେମନ୍ତେ ଜଗନ୍ନାଥ ବାଚ୍ୟ ନ କରନ୍ତି ଜାଣ ମୋତେ ।୧୨୯।ଚଳଇ ଡାହାଳେଶ୍ୱର ଓଳଗ ମେଲାଇସେ ରାଜ୍ୟରୁ ମାରୁତି ଚଳଇ ବେଗ ହୋଇ ।୧୩୦-୨୯୯୭।