ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିରଜଚକ୍ର
ବଇବସତୁ ମନୁ ଅଗସ୍ତିଙ୍କି କଲେ ପାଦ ପୂଜାପାଦାଅର୍ଘ୍ୟ ଦିଲେ ଯେ ମନୁ ମହାରାଜା ।୧ ।ବସନ କୁଣ୍ଡଳ ଧୂପ ଦୀପ ନଇବେଦ୍ୟନବନତ ଯୋଗାଡ଼ ବସନ ରତ୍ନମାନ ସାଧ୍ୟ ।୨ ।ଆଦ୍ୟପର୍ବ କହିଲ ମୁନି ଦିବ୍ୟ ରସ ବାଣୀଶରୀର ନିର୍ମଳ ହୋଇଲା ତବ ମୁଖୁଂ ଶୁଣି ।୩ ।ଯେବେ କେବଣ ଚରିତ ପୁଣ କଲେକ ପାଣ୍ଡବେକହିବା ହେ ମହାମୁନି କଥାର ପ୍ରସ୍ତାବେ ।୪ ।ପଞ୍ଚୁ ପୁରୁଷକୁ ୟେକଇ ଯୁବତୀସାଂସାରିକା ଧର୍ମେ ହେଲା ତାଙ୍କ କିସ ରୀତି ।୫ ।ୟେହା ମୋତେ ସଞ୍ଚପି କହିବା ତପବନ୍ତପାପମାନ ମୋର ହୋଇବ କ୍ଷୟାନ୍ତ ।୬ ।କଥୟନ୍ତି ଅଗସ୍ତି ପଣ୍ଡିତ ମହାଗ୍ୟାଂତାଶୁଣ ସାବଧାନେ ମଧ୍ୟ ପର୍ବର ଯେ କଥା ।୭ ।ବଦୟନ୍ତି ଅଗସ୍ତି ଯେ ପଣ୍ଡିତ ମାରତଣ୍ଡଶୁଣସି ସାବଧାନେ ଆଦିପର୍ବ ଉତ୍ତାରେ ମଧ୍ୟଖଣ୍ଡ ।୮ ।ହସ୍ତିନା ରାଜ୍ୟରେ ଯେ ଈଶାନ ଭାଗ କତିଭିନ୍ନେ ନବର କରି ବିଜେ କରାଇଲେ ଦ୍ରୋପତୀ ।୯ ।କୋଇନ୍ତାଙ୍କୁ ହିଂ ଭିନ୍ନ ନବର ସେହୁ ଲାଗେପଞ୍ଚୁଭ୍ରାଥେ ରହିଥାନ୍ତି ଦ୍ରିଯୋଧନ ସଙ୍ଗେ ।୧୦ ।ମକର ମାସ ଶୁକ୍ଳପକ୍ଷ ଦଶମୀର ତିଥିରୋହିଣୀ ନକ୍ଷତ୍ର ଯେ ବାର ବୃହସ୍ପତି ।୧୧ ।ବାଳବ ନାମେ କରଣ ଶୁଭ ନାମେ ଯୋଗମକର ସଙ୍କରାନ୍ତିକି ଚଉବିଂଶ ଦିନ ଭୋଗ ।୧୨ ।ସେଦିନ ପାଞ୍ଚାଳୀ ହୋଇଲେ ପ୍ରଥମ ରଜବତୀପୁଷ୍ପବତୀ ଉଚ୍ଛବ ନବରେ କରାବନ୍ତି ।୧୩ ।କୁଙ୍କୁମ କସ୍ତୁରୀ ତହିଂ ମଣ୍ଡିତ କରି ପାଣିମାରନ୍ତି ପିଚିକାରୀ ପରିହାସ୍ୟେ ବିଳାସୁଣୀ ।୧୪ ।ଆସ୍ତାନେ ବିଜେ କଲେ ଧୌମ୍ୟ ପୁରୋହିତପ୍ରୋହିତଙ୍କୁ ଦେଖି ଉଠିଲେ ଧର୍ମସୁତ ।୧୫ ।ଆଶ୍ରୀବାଦ କଲ୍ୟାଣ କରନ୍ତି ପୁରୋହିତକର ଯୁଗଳ ଯୋଡ଼ିଣ ପଚାରନ୍ତି ଧର୍ମସୁତ ।୧୬ ।ସ୍ୱାମୀ ଆଜ ରଜବତୀ ହୋଇଲେ ଦ୍ରୋପଦ ଦୋହିତୟେଥିର ଚରିତ ଦେବ କହିବାକ ତପବନ୍ତ ।୧୭ ।ତୁମ୍ଭ ତହୁଂ ମୋତେ କେ ମିଳିବ ଭାଗ୍ୟବନ୍ତାତୁମ୍ଭେ ମହାମୁନି ଆହେ ଅଟ ସର୍ବ ଗ୍ୟାଂତା ।୧୮ ।ୟେଥିର ସଂଶୟ ଫେଡ଼ି କହ ବ୍ରହ୍ମବେତ୍ତାଯଉଂ ଯଉଂ ଯୋଗ ଲଗ୍ନେ ହୋୟେ ଯଉଂ କଥା ।୧୯ ।ଶୁଣି ଧୌମ୍ୟ ପୁରୋହିତେ ମନରେ ହରଷଅଣ୍ଟାରୁ ଖଡ଼ି କାଢ଼ି କୋଠି କାଟି କରନ୍ତି ପ୍ରକାଶ ।୨୦ ।ଅଷ୍ଟ ଗୋଟି କୋଠି ମଧ୍ୟେଂ ଗୃହ ଯେ ଶୋଭନଯୁଝେଷ୍ଠିଙ୍କ ମୁଖ ଚାହିଂ ବୋଲନ୍ତି ମହାମୁନ୍ୟ ।୨୧ ।ସପତାଙ୍ଗ ପାଞ୍ଜିକି ଫେଡ଼ିଣ ପୁରୋହିତ
ସମ୍ବନ୍ଧିତ ରଚନା
ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ)ସାରଳା ଦାସ ସାରଳା ଦାସ
ସାରଳା ମହାଭାରତ ବନପର୍ବ ( ପ୍ରଥମ ଖଣ୍ଡ )ସାରଳା ଦାସ ସାରଳା ଦାସ
ରଜଚକ୍ର କୋଷ୍ଠି ପାଡ଼ନ୍ତି ପଣ୍ଡିତ ।୨୨ ।
ଯେବଣ ଯେବଣ ବିଧି ୟେଥକୁ ନିର୍ମିତ
ବିଧିମତ କରି ୟେବେ ଶୁଣ ଧର୍ମସୁତ ।୨୩ ।
ଧର୍ମ ଦେବତାଙ୍କ ହସ୍ତେ ନଟୀକାଳ ଫଳ
ସୁବର୍ଣ୍ଣ ସ୍ଥାଳୀରେ ରଖି ଅରୁଆ ତଣ୍ଡୁଳ ।୨୪ ।
ରଖିଣ ଧର୍ମସୁତ ବସିଲେ ତୁରିତ
କହନ୍ତି ଯେ ରଜଚକ୍ର ଧୌମ୍ୟ ପୁରୋହିତ ।୨୫ ।
ବାର ତିଥି ନକ୍ଷତ୍ର ଚନ୍ଦ୍ର ଯୋଗ କରଣ ରବି ଅଂଶ
ସକଳ କଥା ବିଚାରି କହନ୍ତି ବିଶେଷ ।୨୬ ।
ପ୍ରଥମରେ ସାତ ବାରଙ୍କର ଦୋଷାଦୋଷ
କହିବା ହେ ଶୁଦ୍ଧାଶୁଦ୍ଧ ଶୁଣ ଧର୍ମଶିଷ ।୨୭ ।
ଆଦିତ୍ୟ ବାରେ ଯେବେ ହୋଅଇ ରଜବତୀ
ସ୍ୱାମୀକି ରୋଗ ପୀଡ଼ା ସନ୍ତାନ ନ ହୋଅନ୍ତି ।୨୮ ।
ସୋମବାରେ ଯେଉଂ ସ୍ତିରୀ ହୋଅଇ ରଜବତୀ
ସେ ସ୍ତିରୀ ସ୍ୱାମୀରେ ସଦା ହୋଅଇ ଭଗତି ।୨୯ ।
ମଙ୍ଗଳବାରେ ଯେବେ ହୋଅଇ ରଜକାରୀ
ବିଧବା ହୋଅଇ ଅଳପେ ହୋଅଇ ଅନାଚାରୀ ।୩୦ ।
ବୁଧବାରେ ଯେବେ ହୋଅନ୍ତି ରଜବତୀ
ସ୍ୱାମୀରେ ସଉଭାଗୀ ସେ ହୁଅନ୍ତି ଯୁବତୀ ।୩୧ ।
ଗୁରୁବାରେ ଯେବଣ ନାରୀ ହୋଅଇ ରଜବତୀ
ଧନ ସନ୍ତାନ ହୋଅଇ ଲକ୍ଷ୍ମୀରେ ପ୍ରିୟବତୀ ।୩୨ ।
ଶୁକ୍ରବାରେ ଯେବେ ହୋଅଇ ରଜକାରୀ
ବହୁତ ପୁତ୍ର ହୋଅଇ ନୋହେ ଅନାଚାରୀ ।୩୩ ।
ଯେବଣ ନାରୀ ପୁଷ୍ପବତୀ ହୋଅନ୍ତି ଶନିବାରେ
ପୁତ୍ର ସନ୍ତାନ ନାଶ ଯାଇ ୟେକ ସମ୍ୱତ୍ସରେ ।୩୪ ।
ମକର ମାସ ଶୁକ୍ଳ ଦଶମୀ ଗୁରୁବାର ରୋହିଣୀ
ମାହେନ୍ଦ୍ର ଯୋଗ ହୋଇଲା ପଣ୍ଡିତ ମାନେ ବଖାଣି ।୩୫ ।
ବାର ତାର ଚନ୍ଦ୍ର ହୋଇଲା ପବିତ୍ର
ତିଥିଚକ୍ର ପୁଣ ଯେ ପାଡ଼ିଲେ ଗ୍ରହପୁତ୍ର ।୩୬ ।
ପ୍ରତିପଦା ଦିନ ଯେବେ ହୋଅନ୍ତି ରଜବତୀ
ଅତିହିଂ ପାତକୀ ସେ ଛୁଇଂ ତ ନ ଯୋଗାନ୍ତି ।୩୭ ।
ଦୁତୀୟା ଦିନ ଯେବେ ହୋଅଇ ରଜକାରୀ
ପୁତ୍ର ପଉତ୍ରୀ ହୋୟେ ୟେକା ସ୍ୱାମୀରେ ଦିନ ହରି ।୩୮ ।
ତୃତୀୟ ଦିନ ଯେବେ ହୋଅନ୍ତି ରଜବତୀ
ଅନେକ ସମ୍ଫ୍ରଧି ହୋୟେ ପୁତ୍ର ପଉତ୍ରୀ ପ୍ରାପତି ।୩୯ ।
ଚଉଠୀ ଦିନ ଯେବେ ହୋଅଇ ରଜବତୀ
ସେ ସ୍ତିରୀକି ଛୁଇଂଲେ ଦୋଷ ବିଷୁଳୀପାତି ।୪୦ ।
ପଞ୍ଚମୀ ତିଥିରେ ଯେବେ ହୋଅଇ ରଜବତୀ ପ୍ରିୟା
ସେ ସ୍ତିରୀ ପ୍ରତକ୍ଷେ ଯେ ଅଟଇ ସତଶ୍ରିୟା ।୪୧ ।
ଷଷ୍ଠୀ ଦିନ ଯେବେ ହୋଅନ୍ତି ରଜଗ୍ରାହୀ
ସେ ସ୍ତିରୀ ଦୁର୍ଭାଗୀ ବଡ଼ ଯେ କଳୋହୀ ।୪୨ ।
ସପ୍ତମୀ ଦିନ ଯେବେ ରଜବତୀ ହୋଅଇ ମାନିନୀ
ସେ ସ୍ତିରୀକି ଘେନି ଘର କଲେ ନୋହି ଧନ, ସନ୍ତାନ ହାନି ।୪୩ ।
ଅଷ୍ଟମୀ ଦିନ ଯେବେ ହୋଅଇ ରଜବତୀ
ପତି ପୁତ୍ର ଦୋହିତା ତାର ବହୁତ ରୋଗରେ ପଡ଼ନ୍ତି ।୪୪ ।
ନବମୀ ତିଥିରେ ଯେବେ ହୋଅଇ ରଜକାରୀ
ସ୍ୱାମୀ ନାଶ ଯାଇ ବିଧବା ହୋୟେ ନାରୀ ।୪୫ ।
ଦଶମୀ ତିଥିରେ ଯେବେ ହୋଅନ୍ତି ରଜବତୀ
ଧନ ଜନେ ହୋୟେ ସୁଖୀ ବୋଲନ୍ତି ମହାଯତି ।୪୬ ।
ଯେବଣ ସ୍ତିରୀ ହୋଅଇ ରଜବତୀ ୟେକାଦଶୀ ଦିନେ
ସ୍ୱାମୀ ଥାଉଂ ଆନ ପୁରୁଷ ଇଚ୍ଛଇ ତାର ମନେ ।୪୭ ।
ଦ୍ୱାଦଶୀ ଦିନରେ ଯେ ହୋଅନ୍ତି ପୁଷ୍ପବତୀ
ସେ ସ୍ତିରୀକି ଛୁଇଂଲେ ସ୍ତିରୀ ହତ୍ୟା ଦୋଷ ପାନ୍ତି ।୪୮ ।
ଯେବଣ ସ୍ତିରୀ ତ୍ରୟୋଦଶୀ ଦିନ ହୋଅନ୍ତି ରଜକାରୀ
ପତିରେ ସଉଭାଗୀ ଲକ୍ଷ୍ମୀରେ ବଲ୍ଲଭୀ ସେହୁ ନାରୀ ।୪୯ ।
ଯେବଣ ସ୍ତିରୀ ପାକାସ୍ପର୍ଶୀ ହୋଅନ୍ତି ଚତୃଦଶୀ
ବହୁତ ପାତକୀ ସେ କୁଟୁମ୍ୱେ ହୋନ୍ତି ତ୍ରାସି ।୫୦ ।
ଯେବଣ ସ୍ତିରୀ ରଜବତୀ ଅମାବଇ ଦିନ
ସେ ସ୍ତିରୀ ଧରି ଘର କଲେ ନୋହଇ ସନ୍ତାନ ।୫୧ ।
ପୂର୍ଣ୍ଣମୀ ଦିନ ଯେବଣ ସ୍ତିରୀ ରଜବତୀ
ଧନ ସନ୍ତାନ ହୋଇବ ଦେଖିବ ପୁତ୍ର ନାତି ।୫୨ ।
ଧୌମ୍ୟ ପ୍ରୋହିତେ କହିଲେ ରଜଚକ୍ର କଥା
ଦଶମୀରେ ହୋଇଲା ଯେ ନିର୍ଦ୍ଦୋଷୀ ଦ୍ରୋପଦ ଦୋହିତା ।୫୩ ।
ପୁଣି ନକ୍ଷତ୍ରଚକ୍ର ପାଡିଲେ ପୁରୋହିତେ
ଯେବଣ ନକ୍ଷତ୍ରେ ରଜବତୀ ହୋଇଲା ହୋଅଇ ଯେମନ୍ତେ ।୫୪ ।
ଅଶ୍ୱିନୀ ରୋହିଣୀ ପୁଷ୍ୟା ଉତ୍ତରା ଫାଲଗୁନୀ
ହସ୍ତା ସ୍ୱାତୀ ଅନୁରାଧା ଧନିଷ୍ଠା ୟେତେ ପୁଣ୍ୟ ମାନି ।୫୫ ।
ଶ୍ରବଣା ଚିତ୍ରା ଉତ୍ତରଭୋଦୁଅ ସମ୍ପାଦି
ମୃଗଶିରା ପୁନର୍ବସୁ ଯେ ଶତଭିଷା ଆଦି ।୫୬ ।
ବିଶାଖା ମୂଳା ରେବତୀ ଉତ୍ତରାଷାଢ଼ାରେ
ରଜବତୀ ହେଲେ ସ୍ତିରୀ ସୁଖ ଭୋଗ କରେ ।୫୭ ।
ୟେତେ ନକ୍ଷତ୍ରେ ଯେବଣ ସ୍ତିରୀ ହୋଅନ୍ତି ରଜବତୀ
ଇହଲୋକ ସୁଖ ପାଇ ତାର ଅନ୍ତେ ସଦଗତି ।୫୮ ।
ଅଶ୍ଲେଷା ତିନି ପୂର୍ବା ଦ୍ୱିଜା ଆର୍ଦ୍ରା ମଘା ଜ୍ୟେଷ୍ଠା ନକ୍ଷତ୍ରରେ
ରଜବତୀ ହୋଇଲେ ସ୍ତିରୀ ବହୁତ ଦୁଃଖ ଭୋଗ କରେ ।୫୯ ।
ଶୁଭ ନକ୍ଷତ୍ର ଯୋଗେ ନାହିଂ ପାପକର୍ମ
ରୋହିଣୀ ନକ୍ଷତ୍ରେ ହୋଇଲା ଅନେକ ଧର୍ମ ।୬୦ ।
ଯୁଝେଷ୍ଠି ବୋଇଲେ ନକ୍ଷତ୍ର ଚକ୍ରେ ଯେବେ ନାହିଂ ପାପଗ୍ରହ
ଯୋଗଚକ୍ର ୟେବେ ବିଚାରିଣ କହ ।୬୧ ।
ଯୋଗଚକ୍ର ପୁଣ ପାଡ଼ିଲେ ପ୍ରୋହିତେ
ସମସ୍ତ ଗୁଣ ଗୁଣି ବିଚାରନ୍ତି ଦିନ ଅର୍ଥେ ।୬୨ ।
ଆୟୁଷ୍ମାନ ସୌଭାଗ୍ୟ ପ୍ରୀତି ସିଦ୍ଧି ବୃଦ୍ଧି ଶୋଭନ ସୁକର୍ମ
ବରୀୟାନ ଶୁକ୍ଲ ଶିବ ସାଧ୍ୟ ଶୁଭ ଧ୍ରୁବ ହର୍ଷଣ ଇନ୍ଦ୍ର ବ୍ରହ୍ମ ।୬୩ ।
ୟେଥେ ଯେବେ ହୁଅନ୍ତି ରଜବତୀ
ଧନ ସନ୍ତାନ ଅନେକ ହୋଅଇ ସଉଭାଗ୍ୟବନ୍ତୀ ।୬୪ ।
ଧୃତି ଅତି ଗଣ୍ଡ ଶୂଳ ବିଷ୍କୁମ୍ଭ ବ୍ୟତିପାତ ଧ୍ରୁବ ଯୋଗ
ଦୋଚାରୀ ହୁଅନ୍ତି ନାରୀ ଯେବେ ହୋଅଇ ରାଜଯୋଗ ।୬୫ ।
ପରିଘ ବ୍ୟାଘାତ ଗଣ୍ଡ ବିଷ୍ଟି ବଜ୍ର ବଇଧୃତି
ସନ୍ତାନ ହାନି ହୋଅଇ ୟେଥେ ହେଲେ ରଜବତୀ ।୬୬ ।
ଦୁତୀୟରେ ଗୁରୁ ଚନ୍ଦ୍ରମା ସପତମେ
ଶନିଶ୍ଚର ନବମେ ରାହୁ କେତୁ ୟେକାଦଶମେ ।୬୭ ।
ତୃତୀୟେ ରବି ବୁଧ ଦଶମରେ ଅଛଇ ମଙ୍ଗଳ
କହିଲେ ପ୍ରୋହିତେ ସର୍ବ ଶୁଭ ଅନକୂଳ ।୬୮ ।
ୟେମନ୍ତେ ବିଚାରି ଅନକୂଳ ଘେନିଲେ ଗ୍ରହପୁତ୍ରେ
ଉଚ୍ଛବ ବିଧାନ ଯେ କରନ୍ତି ଦିନା ସାତେ ।୬୯ ।
ରଜବତୀ ହୋଅନ୍ତି ଯେବଣ ଯୁବତୀ
ଚାଣ୍ଡାଳ ଛୁଇଂଲା ଦୋଷ ଯେ ପ୍ରଥମ ଦିନ ଲଭନ୍ତି ।୭୦ ।
ଛୁଇଂଲା ମାତ୍ରକେ ସେହି ବେଗେ ସ୍ନାନ କରି
ତେବେ ସେ ଦିନର ଦୋଷ ଯାୟେ ଅପହରି ।୭୧ ।
ଦୁତୀୟ ଦିନରେ ଯେବଣ ପୁରୁଷ ଛୁଅଂନ୍ତି
ସମ୍ୱଚ୍ଛର ପରିଯନ୍ତେ ପିତୃଲୋକେ ତର୍ପଣ ନ ପାବନ୍ତି ।୭୨ ।
ଅଶୁଦ୍ଧ ସ୍ତିରୀକି ଛୁଅଂଇ ଯେବେ ତୃତୀୟ ଦିବସେ
ଲିଙ୍ଗ ଭଗ୍ନ ଦୋଷ ସେ ଲଭନ୍ତି ପୁରୁଷେ ।୭୩ ।
ପାକାପରଶ ସ୍ତିରୀ ଯେ ଛୁଅଂଇ ଚତୁର୍ଥ ଦିନେ
ତାହାର ଅନ୍ନଜଳ ନ ପାଆନ୍ତି ଦେବତା ପିତୃଗଣେ ।୭୪ ।
ପଞ୍ଚମ ଦିନରେ କରିବ ଶୁଦ୍ଧ ସ୍ରାହାନ
ପାକଶାଳେ ପିତୃଲୋକେ ନୋହିବେ ଯୋଗ୍ୟମାନ ।୭୫ ।
ଷଷ୍ଠମ ଦିନରେ ଯେ ପଞ୍ଚଗବ୍ୟ କୁଙ୍କୁମ ଲେପି
ନଦୀରେ ସ୍ରାହାନ କରିବ ଅଦ୍ୟାପି ।୭୬ ।
ଘଟି କୁଙ୍କୁମ ଚନ୍ଦନ ନାନା ଦ୍ରବ୍ୟମାନ
ସପତମ ଦିନରେ ହୋଇବ ଶୁଦ୍ଧିସ୍ନାନ ।୭୭ ।
ସପତମ ଦିନ ରାତ୍ରେ ଯେ ମିଳିବ ସ୍ୱାମୀ ପାଶ
ୟେତେ ଗ୍ୟାଂନ ଥିଲେ ଖଣ୍ଡଇ ପାପଗ୍ରହ ଦୋଷ ।୭୮ ।
ଯାହା ସେ ବିଚାରିଲେ ଧୌମ୍ୟ ପ୍ରୋହିତେ ପୁରାଣେ
ମୁହିଂ ତାହା ବଞ୍ଚାଇଲି ଠାକୁରାଣୀଙ୍କ ଆଗ୍ୟାଂ ପରମାଣେ ।୭୯ ।
ବିଚାର କଲେ ୟେଥେ ୟେତେ ଦୋଷ ଅଛି
ଅନ୍ୟାୟ ପଣ କଲେ ଧର୍ମହିଂ ନ ଗଚ୍ଛି ।୮୦ ।
ବଡ଼ାଇ ଦୁଲଭ ୟେ ସାଂସାରିକା ଧର୍ମ
ଜାଣୁ ଜାଣୁ ପ୍ରାଣୀମାନେ ହୋଉଛନ୍ତି ଭ୍ରମ ।୮୧ ।
ପୁରାଣ ଉକତେ ଯେତେ କରୁଅଛି କର୍ମ
କେତେ ଅନିର୍ଯାପ କରି କହିବି ମୁଂ ମାନୁଷ ଯୋନିରେ ହୋଇ ଜନ୍ମ ।୮୨ ।
କିଞ୍ଚିତ ଆଗ୍ୟାଂ ମୋତେ ଦିଲେ ଜଗତମାତା
ସାରୋଳା ଦାସ କହିଲେ ୟେ ରଜଚକ୍ରର ବାରତା ।୮୩ ।
ନ ପଢ଼ିଲି ଅକ୍ଷର ନୋହଇ ଶାହାସ୍ର ବାଦୀ
ପଣ୍ଡିତ ଜନଙ୍କ ତୁଲେ ନ ବସିଲି ସମ୍ପାଦି ।୮୪ ।
କୁଥାନ ବାସୀ ମୁଂ ନୋହିଲି ବିପ୍ରଗୋଷ୍ଠୀ
କଣକଳ୍ପ ବୁଦ୍ଧି ମୁହିଂ ବୟସ ଅଳପଟି ।୮୫ ।
ପଣ୍ଡିତଜନମାନଙ୍କୁ ମୁଂ ମାଗଇ ବିନୟେ
ମୁକତିକି ଇଚ୍ଛା ମୋର ନାରାୟଣଙ୍କୁ ତଲୟେ ।୮୬ ।
ଧୌମ୍ୟ ପ୍ରୋହିତେ ବୋଇଲେ ଯାହା ଶାସ୍ତ୍ର ଯୋଗେ
ମୁହିଂ ତାହା ବଞ୍ଚାଇଲି ଶାହାସ୍ର ପୁରାଣ ମାର୍ଗେ ।୮୭ ।
ପାଣ୍ଡବମାନଙ୍କର ନିୟମ
ମକର ମାସ ଶୁକଳ ୟେକାଦଶୀ ତିଥିପଣ୍ଡିତବାର ମୃଗଶିରା ନକ୍ଷତ୍ର ଯୁଗତି ।୧ ।ଦ୍ରୋପତୀ ଶୁଦ୍ଧ ସ୍ରାହାନ ମୁକତି ସେହି ଦିବସେପୁଷ୍ପବତୀ ବନ୍ଦାପନା ଉଚ୍ଛବ କରାଇଲେ ଧର୍ମ ଶିଷେ ।୨ ।ବିଜୟେ ପଞ୍ଚୁ ପାଣ୍ଡବେ ୟେକଇ ଆସନେଦ୍ରୋପତୀ ଅର୍ଘ୍ୟ ଦିଲେ ଧୌମ୍ୟ ପୁରୋହିତେଦୁତୀୟେ ଅର୍ଘ୍ୟ ଦିଲେ ବାମଦେବ ପଣ୍ଡିତେ ।୪ ।ତୃତୀୟେ ଅର୍ଘ୍ୟ ଦିଲେ ଯେ ଗାନ୍ଧାରୀମୁଖରେ ଅନ୍ଧ ପଟଳ ରାଧେବ କର ଧରି ।୫ ।ଯୁଝେଷ୍ଠି ବୋଇଲେ ମା ଗୋ ଅନ୍ଧପଟଳ ଦଣ୍ଡକେ ଉପେଖମହାଯିଘ୍ନସେନୀ ଦ୍ରୋପତୀଙ୍କ ମୁଖପଦ୍ମ ଦେଖ ।୬ ।ଗାନ୍ଧାରୀ ବୋଇଲେ ବାବୁ ଅନେକ କାଳର ପତିବ୍ରତବ୍ରତ କରି ଉପେଖିଲେ ଧର୍ମ ହୋଅଇକି ପ୍ରାପତ ? ।୭ ।ୟେଥକୁ କଟାଳ ବାବୁ ନ କର ମୋତେ କିଛିହୃଦୟରୁ ଚଛୁ ମୋର ସକଳ ଦେଖୁଛି ।୮ ।ଚଛୁ ଥିଲେ ଯାହା ଦେଖି ତାହା ମୋତେ ପ୍ରତକ୍ଷେ ଦୃଶ୍ୟୟେମନ୍ତେ ଦିଶଇ ମୋତେ ଭୂତ ଯେ ଭବିଷ୍ୟ ।୯ ।ୟେତେ ବୋଲି ଗାନ୍ଧାରୀ ଶ୍ରୀହସ୍ତେ ଅର୍ଘ୍ୟ ଘେନିପ୍ରଥମେ ଯୁଝେଷ୍ଠି, ଦୃତୀୟେ ଭୀମ ତୃତୀୟେ ଫାଲଗୁନି ।୧୦ ।ଚତୁର୍ଥେ ବନ୍ଦାଇଲେ ନକୁଳ ସହଦେବ ବେନି ଭାଇତଦନ୍ତେ ଦ୍ରୋପତୀ ଶିରେ ଅର୍ଘ୍ୟ ଦିଲେ ନେଇ ।୧୧ ।ଜୟ ଜୟ ମଙ୍ଗଳ ଯେ ସାଧୁ ଧୁନି ତୋଳିସୁଲକ୍ଷଣୀ କୋଟିୟେ କନ୍ୟା ଦିଅନ୍ତି ହୁଳହୁଳି ।୧୨ ।ବ୍ରାହ୍ମଣମାନେ ଯେ କରନ୍ତି ବେଦ ଧୁନିଆଶିଷ ବାଞ୍ଛା ଯେ କଲେ ସକଳ ସିଦ୍ଧ ମୁନି ।୧୩ ।କୋଟିୟେ ସୁବର୍ଣ୍ଣ ଯେ ହୋଇଲାକ ଦାନକୋଟିୟେ ଦିଲେ ଶ୍ରୀଫଳ ରଙ୍ଗ ଯେ ବସନ ।୧୪ ।କୋଟିୟେକ ଧେନୁ ବତ୍ସା ଦିଲକେ ଅଷ୍ଟରତ୍ନ ଜତାଉରେପୁଷ୍ପବନ୍ତୀ ଆହୂତି ଦିଲକେ ଧୌମ୍ୟ ପ୍ରୋହିତେ ସେ ଠାବରେ ।୧୫ ।ପୂର୍ଣ୍ଣାଚୂଳ ଆହୂତି ଅନ୍ତେ ହୋମ ଘୃତ ଆପ୍ୟାନ କଲେ ପଞ୍ଚୁବୀରେଦ୍ରୋପତୀ ସହିତେ ଆପ୍ୟାନ କଲେ ସକଳେ ତତକାଳେ ।୧୬ ।ଦେବାଦେବୀ ହୋଇ ଭୁଞ୍ଜାଇଲେ ଚରୁ ଅନ୍ନସମସ୍ତେ ଭକ୍ଷଣ ସାରିଲେ ସୁଖରେ ବିଦୁଜନମାନ ।୧୭ ।ଚଳିଲେ କନ୍ୟାମାନେ ବନ୍ଦାପନା ସାରିଋଷି ବିପ୍ରମାନେ ସକଳ ଆଶିଷ ଉଂକାରି ।୧୮ ।ପୁତ୍ର ପୌତ୍ରୀ ପ୍ରାପତ ହୋଉ ଗୋ ତୋତେ ମାତଯାହା ବାଞ୍ଛା କରିବୁ ତାହା ତୋତେ ହୋଉ ପରାପତ ।୧୯ ।ଉଚ୍ଛବ ସାରି ଗଲେ ଯେ ଯାହା ଭୁବନନିତ୍ୟକର୍ମ ବିଧାନ ମୁଁଣୋହିଂ କଲେକ ପଞ୍ଚୁଜନ ।୨୦ ।ଦ୍ରୋପତୀ ମୁଣୋହି କଲେ ଭାନୁବତୀର ମେଳେଆପଣା ମନ୍ଦିରେ ଦେବୀ ବିଜୟେ ନିଶା କାଳେ ।୨୧ ।ୟେକାନ୍ତ ହୋଇଣ ବସିଲେ ପଞ୍ଚୁଭାଇଯୁଝେଷ୍ଠି ପୁଚ୍ଛା କଲେ ଚାରି ଭାଇଙ୍କ ମୁଖ ଚାହିଂ ।୨୨ ।ବାବୁ ପାକାପ୍ରଶନ ଯେବେ ହୋଅନ୍ତି ଯୁବତୀତହାଙ୍କୁ ଛୁଇଂ ନ ଯୋଗାଇ ଯେ ସପତ ଦିନ ସପ୍ତ ରାତି ।୨୩ ।ରଜମୁକ୍ତ ଉତ୍ତାରେ ଶୁଦ୍ଧ ସ୍ରାହାନ କଲେପୁରୁଷ ଯେବେ ଶୃଙ୍ଗାର ନ କରେ ତାର ତୁଲେ ।୨୪ ।ତାର ତହୁଂ ବହେ ଯେତେକ ଶୋଣିତମାନପିତୃ ଲୋକମାନେ ତାହା କରନ୍ତି ଆପ୍ୟାନ ।୨୫ ।ୟେସନେକ ବେଭାର ବାବୁ ଅଛଇଂ ଶାସ୍ର ଯୋଗେଦ୍ରୋପତୀକି ତ୍ରିପୁତି କରିବା କେଉଂଣ ବାଗେ ।୨୬ ।କରପତ୍ର ଯୋଡିଣ ବୋଲଇ ଫାଲଗୁନିପାଞ୍ଚାଳ ପୁରକୁ ବିଜେ କର ତୁମ୍ଭେ ଆଜ ରୟଣୀ ।୨୭ ।ୟେତେ କହି ଚାରି ଭାଇ ଗଲେ ଯେ ଯାହା ଆସ୍ତାନକୁଯୁଝେଷ୍ଠି ଦେବ ବିଜୟେ କଲେ ଦ୍ରୋପତୀ ପୁରକୁ ।୨୮ ।ଅନ୍ତେଶ୍ୱରେ ବିଜୟେ କଲେ ରାତ୍ରକାଳେଅନେକ ହାସ୍ୟ ରସ କ୍ରୀଡ଼ାରଙ୍ଗ ବେଳେ ।୨୯ ।ଶୃଙ୍ଗାର କରନ୍ତେଣ ପ୍ରସର ହେଲା ରାତିବଢ଼ିଲା ରତିରଙ୍ଗ ହୋଇଲା ପାହାନ୍ତି ।୩୦ ।ନିତ୍ୟକର୍ମ ବିଧାନେ ବିଜୟେ ଧର୍ମସୁତେସ୍ନାହାନ ନିତ୍ୟକର୍ମ ସାରିଲେ ତୁରିତେ ।୩୧ ।ବିଜୟେ କଲେ ସ୍ୱାମୀ ଦିବ୍ୟ ଯେ ଆସନେଦ୍ରଶନ କଲେ ଆସି ଚାରିଭ୍ରାଥମାନେ ।୩୨ ।ଆରକେ ରାତ୍ରେଣ ଯେ ବିଜୟେ ଭୀମସେନପାଞ୍ଚାଳୀର ସଙ୍ଗେ କ୍ରୀଡ଼ା ରସର ବିଧାନ ।୩୩ ।କ୍ରୀଡ଼ାରସ କରନ୍ତେ ପ୍ରସର ହେଲା ରାତିସ୍ନାନ ନିତ୍ୟ କର୍ମ ସାରି ଚଳିଲେ ମାରୁତି ।୩୪ ।ତୃତୀୟ ରାତ୍ରରେ ବିଜେ କଲେ ଫାଲଗୁନିଅନେକ ପୀରତି ତାଙ୍କୁ କଲେ ଯିଘ୍ନସେନୀ ।୩୫ ।ଆଉମାନଙ୍କୁ ଯେ ବଡ଼ ନାହିଂ ପ୍ରୀତି ରଙ୍ଗଅର୍ଜ୍ଜୁନକୁ ନିପୁଣରେ ସମର୍ପିଲେ ଅଙ୍ଗ ।୩୬ ।ବୋଇଲେ ଦ୍ରୋପତୀ ତୁ ମୋହର ପ୍ରାଣର ବଲ୍ଲଭତୁ ମୋହର ନିଜ ପତି ଅଟୁ ନା ସୁଲଭ ।୩୭ ।ହାସ୍ୟରସ କରନ୍ତେ ଯେ ହୋଇଲା ପ୍ରଭାତନିତ୍ୟକର୍ମ ବିଧାନେ ଚଳିଲେ ବୀର ପାର୍ଥ ।୩୮ ।ଚତୁର୍ଥ ଦିବସରେ ନକୁଳ ବିଜେ କରିକ୍ରୀଡ଼ା ରଙ୍ଗ କରନ୍ତେ ଯେ ପାହିଲା ଶର୍ବରୀ ।୩୯ ।ନିତ୍ୟ କର୍ମ ସାରିଣ ଯେ ନକୁଳ ଚଳିଲେପଞ୍ଚଦିନ ରାତ୍ରେ ସହଦେବ ବିଜେ କଲେ ।୪୦ ।ଦ୍ରୌପତୀର ସଙ୍ଗତେ କରନ୍ତି କ୍ରୀଡ଼ାରସରାତ୍ର ପାହି ଦିବସ ଯେ ହୋଇଲା ପ୍ରକାଶ ।୪୧ ।ନିତ୍ୟ କର୍ମ ବିଧାନ ସାରିଣ ମନ୍ତ୍ରୀବରପ୍ରବେଶ ହୋଇଲା ଯାଇଂ ଯୁଝେଷ୍ଠି ଛାମୁର ।୪୨ ।ୟେହିମତେ ପ୍ରତିଦିନ ପଣ୍ଡୁର କୁମରେପଞ୍ଚରାତ୍ରେ ବିଜୟେ କରନ୍ତି ପଞ୍ଚବୀରେ ।୪୩ ।ଅନ୍ତେଶ୍ୱର ପୁର ଭିତରେ ଯେ ଥାଆନ୍ତି ଦ୍ରୋପତୀଅଗ୍ନିର ଭିତରେ ସେ ଶରୀର ପଖାଳନ୍ତି ।୪୪ ।ଦୋହରା ଅଗ୍ନିଶାଳେ ଦୋହରା ଅଗ୍ନି ଥାଇଜଣକ ଶୃଙ୍ଗାର ଅନ୍ତେ ଅଗ୍ନିରେ ପଶଇ ।୪୫ ।ସେ କାୟା ଅଗ୍ନିରେ ଦହ୍ୟ କରି ଯିଘ୍ନସେନୀପୁଣି ଅଗ୍ନିରୁ ବାହାର ଆନ କାୟା ଘେନି ।୪୬ ।ତେବେ ସେ ଯୁଝେଷ୍ଠିଙ୍କି ଦିଅଇ ଅଙ୍ଗଭୋଗନୋହିଲେ ସେ ନ ଛୁଅଂଇ ଧର୍ମରାଜ ଅଙ୍ଗ ।୪୭ ।ସତୀର ମହିମା ତୁ ଶୁଣ ହୋ ନୃପତିତନୁ ଶୁଦ୍ଧ କରିବାକୁ ଅଗ୍ନିରେ ପଶନ୍ତି ।୪୮ ।ମାସେକେ ସତୀ ଯେ ହୁଅଇ ରଜବତୀଶୁଦ୍ଧସ୍ରାହାନ ସାରି ଅଙ୍ଗ ଭୋଗ ଦିଅଇ ପଞ୍ଚୁପତି ।୪୯ ।ପୁଣି ସେହୁ କାୟା ଦହନ କରଇ ଅଗ୍ନି କୁଣ୍ଡେମାସେକେ ଅଗ୍ନିରୁ ଉପୁଜାଇ ଆନ ପିଣ୍ଡେ ।୫୦ ।ତେବେ ସେ ଯୁଝେଷ୍ଠିଙ୍କି ଦିଅଇ ଅଙ୍ଗଭୋଗୟେମନ୍ତେ ମାହେଶ୍ୱରୀ କରଇ ରତିରଙ୍ଗ ।୫୧ ।ମନୁ ପୁଚ୍ଛା କଲେ ହେ ଅଗସ୍ତି ମହାତମାଦ୍ରୋପତୀର କହିଲ ତ ଅନେକ ମହିମା ।୫୨ ।ମାସକେ ଦହନ କରଇ ନିଜ କାୟେପୁଣି ସେ ଅଗ୍ନିରୁ ଉତପତ୍ତି କରଇ କାୟେ ।୫୩ ।ସତୀର କୁଳକୁ ୟେତ ବଡ଼ାଇ ଦୁଲଭ କଥାସତ୍ୟ ଯୁଗେ ଶୁଣିଲା ନାହିଂ ତ ୟେସନ ବାରତା ।୫୪ ।ବଦନ୍ତି ଅଗସ୍ତି ଶୁଣ ହୋ ମନୁରାୟେପ୍ରତକ୍ଷେ ନିରଞ୍ଜନ ସେ ଧର୍ମର ତନୟେ ।୫୫ ।ଯୁଝେଷ୍ଠି ଦେବକଇଂ ସେ ଅଙ୍ଗଭୋଗ ଦେଇଂଆଉମାନେ ଶୃଙ୍ଗାର ନ ଛାଡ଼ନ୍ତି କେହି ।୫୬ ।ତାହାଙ୍କୁ ହିଂ ଅଙ୍ଗଭୋଗ ଦିଅଇ ପାଞ୍ଚାଳୀୟେହି ଦେହ କେସନେ ଯୁଝେଷ୍ଠି ଦେବଙ୍କୁ ଦେବ ବୋଲି ଭାଳି ।୫୭ ।ସେ ଚାରିହେଂ ଶୃଙ୍ଗାର କରନ୍ତି ମୋତେ ଗ୍ୟାନ ଭ୍ରଷ୍ଟେଯୁଝେଷ୍ଠିଙ୍କି କେସନେ ଭୋଗ କରାଇବି ୟେହାଙ୍କ ଉତ୍ତିଷ୍ଟେ ।୫୮ ।ୟେସନ ବିଚାରି ଦେବୀ ଦହିଜ କରାଇ ଅଙ୍ଗନବତନ ଶରୀର ଯୁଝେଷ୍ଠିଙ୍କି ଦିଅଇ ଅଙ୍ଗ ଭୋଗ ।୫୯ ।ସ୍ୱାହା ସ୍ୱଧା ଅଟନ୍ତି ଯେ ୟେହାଙ୍କର ଭଗ୍ନୀଜଳସ୍ନାନ ପ୍ରାୟକେ ମଣନ୍ତି ବହନି ।୬୦ ।ମାସକେ ପାଞ୍ଚବେଳ ଅଙ୍ଗ କରଇ ଦହନପୁଣ ପୁଣ ନବତନ ଶରୀର କରଇ ଉତପନ ।୬୧ ।ୟେହା ଶୁଣି ସାନନ୍ଦ ଯେ ହୋଇଲା ଯୁଗପତିଅନେକ ପୂଜା ଯେ କଲା ପଣ୍ଡିତ ଅଗସ୍ତି ।୬୨ ।ସାଧୁ ସାଧୁ ମହାତମା ପଣ୍ଡିତ ମହାଗ୍ୟାଂତାତୋହୋରେ ସେ ବିଚାର ହୋଅଇ ୟେହୁ କଥା ।୬୩ ।ଶୁଣିମା ୟେହୁ ମଧ୍ୟପର୍ବ ଅମୃତ ରସବାଣୀଶରୀର ନିର୍ମଳ ହୋଉ ମୋର ତବ ମୁଖୁଂ ଶୁଣି ।୬୪ ।ବଦନ୍ତି ଅଗସ୍ତି ଘଟ ଋଷିର ବଳାମନୁ କଳ୍ପାନ୍ତରେ ଯାହାର ତେଜ ଅନର୍ଗଳା ।୬୫ ।ଭୀମସେନର ଅଟଇ ଦୁଷ୍ଟ ଯେ ପ୍ରକୃତିଆହାରେ ସାଂଗ୍ରାମେ ଶୃଙ୍ଗାରେ ଅଟଇ ଅତ୍ରିପୁତି ।୬୬ ।ନିତ୍ୟେହେଂ ସେ ବିଜୟେ କରଇ ଦ୍ରୋପତୀ ପୁରକୁଭାବେଣ ପାଞ୍ଚାଳୀ ଯେ ଭଣ୍ଡାଇ ତାହାକୁ ।୬୭ ।ବେଳ କାଳ ଯୋଗ କିଛି ହିଂ ନ ଜାଣଇଂଗାଢ଼େ ଧରି ଶୃଙ୍ଗାର ସେ ବଳାତ୍କାରେ କରଇ ।୬୮ ।ଘୁଞ୍ଚଇ ଅପର୍ଣ୍ଣା ସେ ଶୃଙ୍ଗାରେ ଅସହଣୀଭୀମସେନକୁ ଦେଖି ଭୟ କରଇ ଠାକୁରାଣୀ ।୬୯ ।ଯେତେବେଳେ ଭୀମସେନ ଅନର୍ଯାପେ ଆସଇଭୟେଣ ଯିଘ୍ନସେନୀ ଅଗ୍ନିରେ ପଶଇ ।୭୦ ।ଲୋଡ଼ି ନ ପାଇ ଯେ ଭୀମସେନ ଆସଇ ବାହୁଡ଼ିନ ଦେଖି ବ୍ରିକୋଦର ପୁରେ ପୁରେ ଲୋଡ଼ି ।୭୧ ।ଯୁଝେଷ୍ଠି ଅରଜୁନ ନକୁଳ ସହଦେବେସମସ୍ତେ ଦ୍ରୋପତୀଙ୍କି ଲୋଡ଼ନ୍ତି ପାଣ୍ଡବେ ।୭୨ ।ଅନ୍ତେଶ୍ୱର ପୁରେ ପଶି ଲୋଡ଼ି ନ ପାଇ ଯିଘ୍ନସେନୀଅଗ୍ନିକି ଚାହିଂ ରୋଦନ କରଇ ବୀର ଯେ ପାବନି ।୭୩ ।ଅଗ୍ନିରୁ ଜାତ ତୁ ହୋଇଲୁ ମହାଦେବୀପାଞ୍ଚ କରି ଆର୍ଦ୍ଦୋଳି ସହି ନ ପାରୁ ହୋଇଲୁ ପରାଭବି ।୭୪ ।ଅନେକ ରୋଦନ ସେ କରଇ ଧନୁର୍ଜୟେଅଗ୍ନିରୁ ବିକାଶିଲା ଦେବୀଙ୍କର କାୟେ ।୭୫ ।ଦେଖିଣ ତ୍ରାସ ଯେ କଲେକ ପଞ୍ଚୁବୀରେଚାରିହେଂ ବିନୋୟି ହୋଇଲେ ଦ୍ରୋପତୀ ଛାମୁରେ ।୭୬ ।ଦ୍ରୋପତୀ ବୋଇଲେ ମୁଂ ହୋଇଲି ବିମୁଖୟେକା ଭୀମସେନ ମୋତେ ଦିଲା ମହା ଦୁଖ ।୭୭ ।ଅଗ୍ନିରେ ଗୋପ୍ୟ ହୋଇଲି ମୁଂ ଭୀମସେନ ଡରେୟେହାର ଆର୍ଦ୍ଦୋଳି ସହିବ କେବଣ ସ୍ତିରୀ ଛାରେ ।୭୮ ।ଶତଶିଂଗ ପର୍ବତ ଯାହାର ପାଦ ଘାତେ ଚୂନାମୁହିଂ କାହିଂ ସହିବି ଛାର ଅବଳା ସ୍ତିରୀ ମାତ୍ର ସିନା ।୭୯ ।ସ୍ତିରୀଙ୍କର ରତି ସୁଖ ଶୁଦ୍ଧ ସ୍ନାନ ଅନ୍ତେପୁରୁଷ ବିଜେ କରିବ ତିନିଦିନ ପରିଯନ୍ତେ ।୮୦ ।ମାସକେ ତିନିବେଳ ଯେ ହୋଇବ ଶୃଙ୍ଗାରତେବେ ସେ ବଳ ବପୁ ଥାଇ ନା ଶରୀର ।୮୧ ।ଅନିର୍ଯାପ ଶୃଙ୍ଗାରରେ ଆୟିଷ ହୋୟେ ହାନିଯତନେ ନାଶ ଯାନ୍ତି ଯେ ନ ଜାଣି ଅଗ୍ୟାନୀ ।୮୨ ।ଯୁଝେଷ୍ଠି ବୋଇଲେ ୟେବେ ପାଞ୍ଚଙ୍କରି ନିୟମ ଆମ୍ଭରପାଞ୍ଚେହେଂ ପାଞ୍ଚବେଳ ଯିବା ମାସକେ ନିକର ।୮୩ ।ଯାହାର ପାଳି ପଡ଼ିବ ଯେବଣ ଦିନରଦ୍ୱାରରେ ସନ୍ତକ ଥୋଇ ପଶିବ ଭିତର ।୮୪ ।ଯେ ଅବା ଗ୍ୟାନ ଭ୍ରଷ୍ଟେ ଭିତରେ ପଶିବସନ୍ତକ ଦେଖିଲେ ସେ ବାହୁଡ଼ି ଆସିବ ।୮୫ ।ୟେକର ଶୃଙ୍ଗାର ଯେବେ ଆରକେ ଦେଖଇଦ୍ୱାଦଶ ବରଷ ସେ ବନକଇଂ ଯାଇ ।୮୬ ।ଯୁଝେଷ୍ଠି ବୋଇଲେ ପାଣ୍ଡୋଇ ମୋହୋରଭୀମସେନ ବୋଇଲେ ମୋହୋର ଗଦା ଶହସ୍ର ।୮୭ ।ଅର୍ଜ୍ଜୁନ ବୋଇଲେ ମୋର ଗାଣ୍ଡିମ ଧନୁ ଥିବନକୁଳ ବୋଇଲେ ମୋର କୋନ୍ତ ଯେ ରହିବ ।୮୮ ।ସହଦେବ ବୋଇଲେ ମୋର ଖଡଗ ଯେ ଥିବୟେସନେକ ସନ୍ତକ କଲେ ପଞ୍ଚୁ ଯେ ପାଣ୍ଡବ ।୮୯ ।ୟେସନେକ ନିୟମ କଲେ ପଞ୍ଚୁବୀରେପାଞ୍ଚେହେଂ ହାଥ ଭରିଲେ ଜଳର ଭିତରେ ।୯୦ ।ମାସକେ ବେଳେ ଲେଖାୟେଂ ଦ୍ରୋପତୀ ପୁରକୁ ଯିବାଆରେକ ଦିନେ ଗଲେ ବାର ବରଷ ବନବାସ କରିବା ।୯୧ ।ୟେସନେକ ନିୟମ କଲେ ଯେ ପଞ୍ଚୁଭାଇଆରେକ ଦିନ ନ ଯିବ ଦ୍ରୋପତୀ ପୁରକଇଂ ।୯୨ ।ୟେସନେକ ନିୟମ ପାଞ୍ଚେହେଂ ପ୍ରତିପାଳିୟେଥକୁ ମଧ୍ୟସ୍ଥ ହେଲେ ଦେବୀ ଯେ ପାଞ୍ଚାଳୀ ।୯୩ ।ୟେସନେକ ପାଳି ପଡ଼ଇ ମାସକେ ୟେକ ଦିନେଦୃଢ଼ କରି ପାଳି ଥାନ୍ତି ପାଞ୍ଚେ ହେଂ ୟେକ ମନେ ।୯୪ ।ଯେ ଯାହାର ନିୟମ ପାଳିଲେ ପଞ୍ଚ ଭ୍ରାଥେୟେହିମତେ ଗଲା ପାଞ୍ଚ ବରଷ ପରିଯନ୍ତେ ।୯୫ ।
ସାରଳା ମହାଭାରତ ବିରାଟପର୍ବସାରଳା ଦାସ ସାରଳା ମହାଭାରତ ସଭାପର୍ବ (ଦ୍ୱିତୀୟ ଖଣ୍ଡ)ସାରଳା ଦାସ ସାରଳା ଦାସ