ସାରଳା ମହାଭାରତ ସ୍ୱର୍ଗାରୋହଣ ପର୍ବ
ଆଦିକବି · ପ୍ରାୟ ୧୪୨୦–୧୫୦୦
- ପଢ଼ିବା ସମୟ
- ୮୬ ମିନିଟ୍
- ଶବ୍ଦ
- ୧୩୭୫୭
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଜାଙ୍କଠାରୁ ଯୁଧିଷ୍ଠିରଙ୍କର ବିଦାୟ, ପରୀକ୍ଷିତଙ୍କୁ ରାଜନୀତି ଶିକ୍ଷା, ସୁବର୍ଣ୍ଣଚୁଡ଼ି ଓ କଳିଯୁଗ ବିବରଣୟେଥୁ ଅନନ୍ତରେ ବଇବସୁତ ମନୁ ରାଜାଅଗସ୍ତି ମୁନିଂକ ଚରଣେ କଲାକ ଦିବ୍ୟପୂଜା ।୧।ଅଶ୍ୱମେଧ ଯାଗ କୃଷ୍ଣ ସ୍ୱର୍ଗାରୋହଣ ଉତ୍ତାରେଣ କଥାକହିବା ଭୋ ଋଷି ମୋତେ ପାଣ୍ଡବଂକ ବ୍ୟବସ୍ଥା ।୨।ଅଗସ୍ତି ବୋଇଲେ ହୋ ସାବଧାନେ ଶୁଣମହାଭାରଥ ଅନ୍ତେ ଯେ ସ୍ୱର୍ଗ ଆରୋହଣ ।୩।କଥୟନ୍ତି ମହାତମା ଅଗସ୍ତି ପୁରାଣ ବ୍ରହ୍ମଋଷିକଳିଯୁଗ ପ୍ରବେଶ ଯେ ହୋଇଲାକ ଆସି ।୪।ଅନୀତି ଗତିଲୋକେ ହେଲେ ଗରୁହଂସୀକଳିଯୁଗ ସିଦ୍ଧ ଯେ ଅଭୟେ ସୋମବଂଶୀ ।୫।ଦ୍ରିଯୋଧନ ମାରି ରାଜ୍ୟ କଲେ କଳିଯୁଗର ମଧ୍ୟେଆଠଶତ ବରଷ ହେଲା ୟେଣେ କୃଷ୍ଣ ଗଲେ ବଧେ ।୬।କୃଷ୍ଣର ଗଲା ଉତ୍ତାରେ ବରଷ ଶତ ଦୁଇରାଜ୍ୟ କରୁଛନ୍ତି ଯେ ପାଣ୍ଡବ ପାଞ୍ଚଭାଇ ।୭।ୟେ କ୍ଷେତ୍ର ମହୀଭାର ରାଜ୍ୟର ସମ୍ପଦକେସନେକ ଯୁଝେଷ୍ଠି କଲେ ବନ ସଧ ।୮।କହ ମହାମୁନି ମୋତେ ସ୍ୱର୍ଗ ଆରୋହଣ ବାଣୀଅଗସ୍ତି ବୋଇଲେ ହୋ ଶୁଣ ନୃପମଣି ।୯।ରାତ୍ର ପ୍ରଭାତେଣ ଆସ୍ତାନେ ବିଜୟେ ଦଣ୍ଡଧାରୀଯୁଝେଷ୍ଠି ଦେବେ ସକଳ ଜନନ୍ତ ହକାରି ।୧୦।ପାତ୍ରମନ୍ତ୍ରୀ ଅମନାତ୍ୟ ସନ୍ୟ ଯେ ପ୍ରୋହିତରାଇଣ ବଚନ ଯେ ବୋଲନ୍ତି ଧର୍ମସୁତ ।୧୧।ବାବୁ ତୁମ୍ଭେ ସକଳ ଜନେ ଶୁଣିମା ମୋରବାଣୀଆମ୍ଭଂକୁ ସଖା ଥିଲେ ଦେବ ଚକ୍ରପାଣି ।୧୨।କୃଷ୍ଣର ଅଭାବେ ଆମ୍ଭର କିସ ରାଜ୍ୟକହଇ ତୁମ୍ଭନ୍ତ ଯେବେ ଆମ୍ଭର ପୂର୍ବ କାର୍ଯ୍ୟ ।୧୩।ଯେତେକ ଦୋଷ ତୁମ୍ଭନ୍ତ ଅଛଇ ମୁଂ କରିକ୍ଷମାକରିବାକ ୟେବେ ସେ ଦୋଷ ମୋହୋରି ।୧୪।ମୋହୋର ଅପମାନ ପାଇଲ ବହୁତୟେ ଦୋଷ ମୋହୋର କ୍ଷମା କରିବା ସମସ୍ତ ।୧୫।ସମସ୍ତ ଦୋଷ ମୋର କରିବା ଉପେକ୍ଷାକିଞ୍ଚିତ ପୁଣ୍ୟେ ମୋର ବହୁତ ଧର୍ମ ବାଞ୍ଛା । ୧୬।ମହତ୍ୱ ପ୍ରାଣୀମାନେ ନ ଘେନନ୍ତି ଦୋଷକିଞ୍ଚିତ ଲୋକେ ଯେ ବୁଝନ୍ତି ବିଶେଷ ।୧୭।ମୋତେ ଆଜହୁଂ ତୁମ୍ଭେ ଉପେକ୍ଷା କରିବାପରୀକ୍ଷ ଅନୁମତେ ସକଳେ ରହିବା ।୧୮।ଚନ୍ଦ୍ରେଣ ଯେସନେ ଅଟଇ ତାରା ଯେ ବିଦିତତେସନେକ ହୋଇ ନରେ ତୁମ୍ଭର ନିୟତ ।୧୯।ୟେ ମୋହୋର ଲକ୍ଷ୍ମୀ ଯେବେ ପରୀକ୍ଷକୁ ଦେଇବନେଣ ଗମନ କରିବୁଂ ପଞ୍ଚୁଭାଇ ।୨୦।ଯୁଝେଷ୍ଠି ବଚନ ଶୁଣି ସମସ୍ତ ବିସ୍ମୟ ମନଆମ୍ଭନ୍ତ ଛାଡ଼ି ନୃପତି କାହିଂକି କରିବୁ ଗବନ ।୨୧।ଆମ୍ଭେ ବନେ ଯାଇ ସମସ୍ତେ ତୁମ୍ଭନ୍ତ କରିବୁଂ ସେବାଅନୁରାଗ କେତେକ ଅଛଇ ଆଗ୍ୟାଂ ଦେବା ।୨୨।ବଦୟନ୍ତି ଯୁଝେଷ୍ଠି ନିର୍ମଳ ୟେହୁ ବାଣୀରାଜ୍ୟ କର ତୁମ୍ଭେ ପରୀକ୍ଷକୁ ଘେନି ।୨୩।ମୋତେ ଯେତେ ଭଗତି ପରୀକ୍ଷକୁ ଦେବାତାହାର ଯେତେ ଦୋଷ କଲେ ମୋତେ ଉପେକ୍ଷିବା ।୨୪।ପରୀକ୍ଷକୁ ରାଜ୍ୟ ଦିଲେ ହସ୍ତିନା ନଗରୀପଞ୍ଚୁ କଟକ ମଧ୍ୟେ ୟେକାଙ୍ଗ ଦଣ୍ଡଧାରୀ ।୨୫।ପାତ୍ର ବୃହସେନ ମନ୍ତ୍ରୀ ସୋମଦାସରାଜ୍ୟର ସୁବିଧାନ କରନ୍ତି ସର୍ବ ଯଶ ।୨୬।ପରୀକ୍ଷକୁ ତିଆରନ୍ତି ଦେବ ଧର୍ମ ଶିଷେବାବୁ ପ୍ରଜା ପାଳିଲେ ବର୍ଦ୍ଧୁତ ହୋଅଇ ଯଶଶ୍ରୀ ଆୟୁଷେ ।୨୭।ପରଜାକୁ ଯେବଣ ରାଜା ପାଳଇ ପୁତ୍ର ତୁଲେଦେବ ଇନ୍ଦ୍ର ତହିଂ ପାଳଇଟି ଭଲେ ।୨୮।ରାଜା ପାଳିଲେ ସେ ପରଜା ହୋଇ ସୁସ୍ତପ୍ରଜା ପାଳନେ କୃଷି ଉପୁଜଇ ବହୁତ ।୨୯।କୃଷି ଉପୁଜିଲେ ଭଣ୍ଡାର ହୋୟେ ପୁଷ୍ଟଜଳଜନ୍ତୁମାନେ ନପାବନ୍ତି କଷ୍ଟ ।୩୦।ଆପଣେ ଶ୍ରୀକରେ ମାପିଲେ ଯୁଝେଷ୍ଠିଅଷ୍ଟାଦଶ ହାଥ ହୋଇଲା ନଳ କାଠି ।୩୧।ଦୀର୍ଘ ପଞ୍ଚବିଂଶ ପ୍ରତି ପଞ୍ଚବିଂଶ ନଳ ଉଠିୟେମନ୍ତ ଘନ କରନ୍ତେ ହୋଇବ ୟେ କବାଟି ।୩୨।ୟେଥକୁ କର ଭିଆଣ କଲେ ସେଟିବାଟିକରେ ସଂଜା ଘେନିମ ୟେକ ଯେ ପଉଟି ।୩୩।ଯୁଝେଷ୍ଠି ଦେବେ କହିଲେ ରାଜ୍ୟର ବିଧାନଯତନେ କହିଲେ ସମସ୍ତ ରାଜ୍ୟର ସୁବିଧାନ କଥାମାନ ।୩୪।ସୁଜନ ଦେଖିଲେ ନିଯୋଗ ଦେଉଥିବୁଜୀବଥିବା ଯାୟେ ତାହାକୁ ନହୁଡ଼ିବୁ ।୩୫।ତାହାର ଅନ୍ତରେ ଦେବୁ ପୁଅକୁ ଅଧିକାରଯଝେଷ୍ଠି ଦେବ ତିଆରିଲେ ଅନେକ ବେଭାର ।୩୬।ସଂଚପି କହିଲେ ଯେ ଅନେକ ବିଧାନଅନ୍ତ କରି ପାରିବାକି ପଠନ ଲେଖନ ।୩୭।ୟେମନ୍ତର ସମୟେ ବଇତରଣୀ ନଦୀକୂଳେବେଦପୁର ବୋଲି ଯେ ନଗ୍ର ପରିମଳେ ।୩୮।ସେ ନଗ୍ରେ ସୁରେଶ୍ୱର ବୋଲିଣ ବ୍ରାହ୍ମଣୟେକ ଦିନେ ପ୍ରବେଶ ହୋଇଲେ କୃଷି କର୍ମେଣ ।୩୯।ତଡ଼ପା ବୋଲିଣ ତାହାର କିରିଷାଣଲଙ୍ଗଳ ଘେନିଣ ସେ ଭୂମି କରଇ କରଷଣ ।୪୦।ଲଙ୍ଗଳ ଫେଡ଼ିଲା ଉତ୍ତାରେ ପଣ୍ଡାୟେ ଦିଲେକ କୋଦାଳଖେତର ଟିକର ଖାଲ କର ସମତୁଲ ।୪୧।ୟେ ବୁଦା ହାଣିଣ ତୁ ପକାଅ ଭୂମିକିଖେତ ସମ୍ପୂର୍ଣ୍ଣ ହୋଉ ଭୂମି ହୋଉ ନିକି ।୪୨।ଆଗ୍ୟାଂ ଦେଇ ବିଦୁ ଜନ ଗଲା ନିଜ ପୁରେଖେଳାଇ କିରିଷାଣ ବୁଦାଇ ପକାଇ ଦୂରେ ଦୂରେ ।୪୩।ହାଣନ୍ତେ ପାଷାଣେ ଯାଇ ବାଜିଲାକ କୋଡ଼ିପଥର କାଢ଼ନ୍ତେ ପାଇଲାକ ରତ୍ନ ଜାଲି ।୪୪।ଧନ ଦେଖିଣ ସେ ମହା ବଳବନ୍ତାମଥାରେ ଘେନିଲା ସେ ଦୁଗୁଣ ଶକତା ।୪୫।ମୁଣ୍ଡିଆଇ ପଣ୍ଡାଂକ ଛାମୁରେ ନେଇ ଦେଇପଣ୍ଡାୟେ ବୋଇଲେ ନିଅ ଯା ତୋହୋର ଘରକଇଂ ।୪୬।କୃଷି ସେ ଆମ୍ଭରନା ଅଟଇ ଯୁଗତେକର୍ମେ ସେ ଯେବେ ପାଇଲୁ ବେଭାର ଅଟଇ ତୋତେ ।୪୭।ବୋଲଇ ତଡପା ଗୋସାଇଂ କହିଲ ଅନୀତିତୁମ୍ଭର ତୋଟା ବାସ୍ତୁ ତୁମ୍ଭର ବାଡ଼ିବୃତ୍ତି ।୪୮।ତୁମ୍ଭର ଉପର ବଂଶେ କେବଣ ସାଧେବଗୁପତେ ଥୋଇଲା ଆନ କେ ହରିବ ।୪୯।ମୁହିଂ କୃଷିକାରୀ ଉପୁଜାଇବି ଚିତ୍ତଧନ ମୋହୋର କିସ ମୁଲ୍ୟହିଂ ଯୁଗତ ।୫୦।ଅନ୍ନବସ୍ର ବର୍ତ୍ତନ ହୁଅଇ ଯେତେ ମୋତେତୁମ୍ଭର ଆୟେ ବିତ୍ତ ମୁଂ ନେମଇଂ କେମନ୍ତେ ।୫୧।ବ୍ରାହ୍ମଣ ବୋଲଇ ତୁ ହୋ ଶୁଣସି ସମ୍ପାଦକୃଷାଣ ହୋଇ ମୋତେ କରଇ ଅପବାଦ ।୫୨।ୟେହାର କର୍ମେ ସେ ଉପୁଜିଲା ବିତ୍ତମୁହିଂ ୟେହା କେସନେକେ କରିବି ଗ୍ରାହିତ ।୫୩।କିରିଷାଣ ବୋଇଲା ତୁମ୍ଭେ ପୁଣ୍ୟବନ୍ତ ଜନୟେତେକ ଛନ୍ଦବନ୍ଧ ସେ ତୁମ୍ଭର ବଡ଼ପଣ ।୫୪।ବାର ଚିନାବର୍ତ୍ତନେ ଅନ୍ନ ବସ୍ରେ ମୁଂ କାରେଣିରାଜାର ଛାମୁରେ ଯାଇଁ ଗୁହାରି କରିବି ୟେହିକ୍ଷଣି ।୫୫।ବ୍ରାହ୍ମଣ ବୋଇଲା ବେଗେ ମଥାରେ ଘେନ ୟେହାରାଜାର ଛାମୁକୁ ଯିବା ଚାଲରେ ଦୋରେହା ।୫୬।ଆହୋ ଚଇତନ ବ୍ରାହ୍ମଣ କରିଷାଣ ଦୁହିଂକର କଳିଧନ ଘେନି ଦୁହେଁ ଦେବଂକ ଛାମୁରେ ଯାଇଂ ମିଳି ।୫୭।ସିଂଘଦ୍ୱାରେ ନେଇ ଥୋଇଲେକ ନିଧିକିରିଷାଣ ବୋଇଲା ମୋତେ ହୋଇଲା ଅବିଧି ।୫୮।ବ୍ରାହ୍ମଣ ବୋଇଲା ଦେବ ୟେ ମୋହୋର କିରିଷାଣୟେ ମୋହୋର ଉପରେ ଦେଖାଉଛି ଛନ୍ଦୁଆଳ ପଣ ।୫୯।ଗୋଳ ଶବଦ ଶୁଣି ବିଜେ କଲେ ଯୁଝେଷ୍ଠିଦେଖିଲେ ସିଂଘଦ୍ୱାରେ କଣୟ ଜାଲି ଗୋଟି ।୬୦।ସୁରେଶ୍ୱର ବୋଇଲା ଦେବ ୟେ ମୋହୋର କିରିଷାଣକୋଦାଳ ଦେଇ ବୋଇଲି ୟେ ବୁଦାମାନେ ହାଣ ।୬୧।ହାଣନ୍ତେ ତହିଂରୁ ପାଇଲା ୟେ ଅମୂଲ୍ୟ ରତ୍ନନିଧିଭୋ ଦେବ ରତ୍ନ ୟେହାର ହୋଇବନା ବିଧି ।୬୨।ୟେତେ ଛନ୍ଦୁଆଳ ନିକି ଚଷାଲୋକ ହୋଇୟେହାର ଅରଜିଲା ଧନ ହେ ମୋହୋର ଉପରେ ପକାଇ ।୬୩।ଯୁଝେଷ୍ଠି ଦେବେ ବୋଇଲେ ଯେବେ ପାଇଲୁ ରତ୍ନଜାଲିଧନ ନ ନେଇ କିମ୍ପେ ବ୍ରାହ୍ମଣ ତୁଲେ ଦ୍ୱନ୍ଦକରି ।୬୪।କିରିଷାଣ ବୋଇଲା ଦେବ ମୁଂ କରଇ ବେପାରଅନ୍ନବସ୍ର ବରତନ ହେଅଇ ସିନା ମୋର ।୬୫।ଭୂମିରେ ଯେବଣ ହିଂ ଉପୁଜଇ ଆୟେୟେହାଂକର ହୋଇ ସିନା ବିଚାର ଦେବରାୟେ ।୬୬।ଯୁଝେଷ୍ଠି ବୋଇଲେ ହୋ ଅଧେ ଅଧେ କରବାଣ୍ଟି ନିଅ ଧନ ତୁମ୍ଭେ ବିଚାର ଆମ୍ଭର ।୬୭।କିରିଷାଣ ବୋଇଲା ଦେବ ତୁମ୍ଭେ ସେ ଧର୍ମରାୟେମୋହୋର ବେଳେତ ନେଇ ନୋହଇ ଚିନାୟେ ।୬୮।ବ୍ରାହ୍ମଣ ବୋଇଲା ମୁଂ ଚିନାୟେ କିମ୍ପେ ନେବିୟେହୁ ଦୁଖେ ଅର୍ଜିଲା ମୁହିଂ କେସନେ ହରିବି ।୬୯।ଶୁଣିଣ ଆଶ୍ରିଜ ହୋଇଲେ ଯୁଝେଷ୍ଠି ନୃପବରସହଦେବକୁ ବୋଇଲେ ୟେ କେବଣ ବିଚାର ।୭୦।ସହଦେବ ବୋଇଲା ଦେବ ବୁଝିବା ୟେହିକ୍ଷଣିୟେଥିର ତଦନ୍ତ ମୁଂ ଅଛଇନା ଜାଣି ।୭୧।ଶୁଣ ଦେବ ଯୁଝେଷ୍ଠିର ୟେଥିର ବ୍ୟବସ୍ଥାକଳିଯୁଗ ପ୍ରବେଶ ହୋଇଲା ଶୁଣିମା ତଥ୍ୟ କଥା ।୭୨।ଉଦିଯୋଗେ ଶ୍ରୀକୃଷ୍ଣ ହୋଇଗଲେ ଦୂତସେହିଦିନୁଂ କଳିଯୁଗ ହୋଇଲା ଉଦିତ ।୭୩।ହରିଅର୍ଜୁନର ଭୟେଣ ପଶିତ ନୁଆରିଲାମହାଭାରଥ ଯୁଦ୍ଧେ କଳି ପ୍ରବେଶ ହୋଇଲା ।୭୪।ଆମ୍ଭର ସମୟେ ସୁଖଭୋଗ ନିମନ୍ତେକଳିକି ପଶି ନଦିଲେ ସହଦେବଜଗନ୍ନାଥେ ।୭୫।ଆକାଶରେ ବାଣୀ ପଡ଼ିଲା ଶୁଣ ହେ ସହଦେବଅନୀତି ପଡ଼ିବଟି ତୁମ୍ଭେ ନଥାଅ ୟେବ ।୭୬।କୃଷ୍ଣ ଅଇଲେ ଅର୍ଜୁନ ନାହିଂ ସ୍ୱର୍ଗେପୁଣ ଜାତ ହୋଇବନା କଳିଯୁଗ ଭୋଗେ ।୭୭।ଯୁଝେଷ୍ଠି ଦେବ ଆକାଶେ ଯେ ନଇଲେ ନୋହଇଧର୍ମରାଜା ନଥିଲେ ଆକାଶ ନ ଶୋହଇ ।୭୮।ଆକାଶର ବାଣୀ ଶୁଣି ମନ୍ତ୍ରୀ ଉଦବେଗକଳିକାଳ ଫାଶି ଫେଇଦିଲେ କଳିଯୁଗ ।୭୯।ୟେକା ନିମିଷକେ ସୟଳ ଜନ ଘୋଟିଲାଗିଲା ମାୟା ମୋହ ଘୋଟିଲା ଜନ ସୃଷ୍ଟି ।୮୦।ସୁରେଶର ବ୍ରାହ୍ମଣ ବୋଇଲା ୟେ ଧନ ମୋହୋର ବୋଲିପଳା ଯାଅ ସାଧୁତ ବୋଲି କିରିଷାଣ ଦିଲା ପେଲି ।୮୧।ବ୍ରାହ୍ମଣ ବୋଲଇ ଦେବ ତୁମ୍ଭେ ଯେ ଧର୍ମରାୟେକିରିଷାଣ ମାତ୍ର ହୋଇ ସାଧୁକୁ ବଳ କୟେ ।୮୨।ବ୍ରାହ୍ମଣ କୋଳ କରି ଧରଇ ଯାଇଂ ଜରିବଳେଣ କିରିଷାଣ ଯେ ନିଆଇ ଉଛୁଡ଼ି ।୮୩।ଦେଖିଣ ଯୁଝେଷ୍ଠି ନାଶିକାୟେ ଦିଲେ ହାଥୟେହିକ୍ଷଣି ସହଦେବରେ ହୋଇଲା କେମନ୍ତ ।୮୪।ସହଦେବ ବୋଇଲା ଯେଉଂ ଦିନୁଂ କୃଷ୍ଣ ଦୂତ ପଣେ ଗଲେସେହିଦିନୁ କଳିଯୁଗ ପ୍ରବେଶ ହୋଇଲେ ।୮୫।ମହାଭାରଥ ଯୁଦ୍ଧ ଯହୁଂ ଶେଷ ହୋଇଲାମୋତେ ହକାରି ଦେବ କୃଷ୍ଣ ଯେ ବୋଇଲା ।୮୬।କାଳେକ ଯୁଝେଷ୍ଠି ଦେବ ବନେଣ ମହାଦୁଖୀରାଜକୁମାର ହୋଇ ନୋହିଲେ କିଛି ସୁଖୀ ।୮୭।ୟେତେ ବୋଲି ଦେବ କଳିଯୁଗ ବନ୍ଧନ କଲୁ ଆମ୍ଭେସମୟେକ ସୁଖ ଭୋଗ ପାଇଲ ଦେବ ତୁମ୍ଭେ ।୮୮।କଳିଯୁଗ ଫେଡ଼ନ୍ତେ ଦେବ ହୋଇଲା ୟେମନ୍ତଯୁଝେଷ୍ଠି ବୋଇଲେ କିମ୍ପେ କଳିଯୁଗ ହୋଇବ ଅନିତ୍ୟ ।୮୯।ପରୀକ୍ଷ ବୋଇଲେ ଦେବ ପୃଥୀରେ ଥିଲା ସୁନାବିଚାରିଲେ ଯୁଗତେ ୟେ ରାଜାର ଭଣ୍ଡାର ଧନ ସିନା ।୯୦।ସାଧବ କିରିଷାଣ ଗଲେ ମନ ମୃଚ୍ଛିଭଣ୍ଡାରେ ଧନ ଥୋଇଲେ ଯୁଝେଷ୍ଠି ନ ବୋଇଲେ କିଛି ।୯୧।ସହଦେବ ବୋଇଲା ଦେବ ଶୁଣିବା ସାବଧାନେକଳିଯୁଗର ଚରିତ ହୋଇବ ୟେମନ୍ତ ବିଧାନେ ।୯୨।ଅନେକ କଷ୍ଟେ ପରଜାୟେ ଉପୁଜାଇବେ କୃଷିନାନା ଛନ୍ଦ ପାତି ରାଜା ନେମ ଦୁଇରାଶି ।୯୩।ଯହୁଂ ସେ ଅବିଧି କରିବାକୁ ରାୟେଇନ୍ଦ୍ର ବୃଷ୍ଟି ନ କରିବ ପୃଥୀ ନୋହିବ ଫଳଦାୟେ ।୯୪।ପରଜା ଦୁଇ ରାଶି ନଅଣ୍ଟିବ ରାଜାକୁକଟାଳ କରିବେ ସେ ଦେବତା ବ୍ରାହ୍ମଣଂକୁ ।୯୫।ରାଜା ହୋଇବେ ଶାଗୁଣା ପରଜା ହୋଇବେ ମଡ଼ାଠାବ ଠାବ ହୋଇ ସେ ଉଠିବାକ ପଡ଼ା ।୯୬।ଶୂଦ୍ରକଇଂ ବ୍ରାହ୍ମଣେ ଯେ ମାଗିବେ ତଳହାଥେନିତ୍ୟକର୍ମ ତେଜିବେ ଅନ୍ନ ଅଭ୍ୟାଗତେ ।୯୭।ଆଚାର ତେଜି ବ୍ରାହ୍ମଣେ ହୋଇବେ ଅନାଚାରୀରାଜସେବା କରିବେ ଯେ ଦଣ୍ଡପାଟ ଆବୋରି ।୯୮।କୃଷି କର୍ମେଣ ଯେ ଦଳିବାକ ମହୀଶହସ୍ର ଧରି ଶିର ଛେଦିବାକ ସେହି ।୯୯।ବେଦମନ୍ତ୍ରମାନ ସେ ଯେ ହୋଇବ ଅଗ୍ରାହିଜବ୍ରାହ୍ମଣ ସ୍ତିରୀ ଯୋନିରେ ଚାଣ୍ଡାଳେ ଦେବେ ବୀର୍ଯ୍ୟ ।୧୦୦।ବିଧବା ବ୍ରାହ୍ମଣୀ ଯେ ହୋଇବେ ଅନ୍ୟାଚାରୀକୁଳସ୍ତିରୀମାନେ ଯେ ହୋଇବେ ଅଭିସାରୀ ।୧୦୧।ବିଭାଇତ ପତ୍ନୀକି କରିବେ ଉପେକ୍ଷାବିଧବା ସ୍ତିରୀ ଘେନି କରିବେ କୁଳରକ୍ଷା ।୧୦୨।ବିଧବା ରମଣେ ଯେ ପୁତ୍ର ହୋଇବାକ ଜାତପିତାମାତାକଇଂ ସେ ନୋହିବେ ଭଗତ ।୧୦୩।ସୁଖରେ ସ୍ତ୍ରୀ ରତି କରିବେ ଚାରି ଜାତିପୁତ୍ର ସାଧବ ପିତା ମରିବ ଅନ୍ନ ଶାସ୍ତି ।୧୦୪।ଶାହାସ୍ର ନିନ୍ଦା କରିବେ କଳିଯୁଗ ଲୋକେଭଣ୍ଡପଣ କରି ତହିଂ ବ୍ରତିବେ ଯେ ଥୋକେ ।୧୦୫।କିଞ୍ଚିତ କଥାକୁ କଳି କରିବେ ବହୁତେଦ୍ୱନ୍ଦେଣ ପ୍ରବର୍ତ୍ତ ହୋଇବେ ପିତା ପୁତ୍ରେ ।୧୦୬।ପିତା ପୁତ୍ରପତ୍ନୀରେ ହୋଇବେ ୟେକ ସଙ୍ଗସାବତ ପୁତ୍ରେ ମାତା ହୋଇବେ ରତିଯୋଗ ।୧୦୭।ଆପଣାର ନିଜ ବୃତ୍ତି ଛାଡ଼ିବେ ଶକ୍ୟ ହୀନେଶୃଙ୍ଗାର ଅନ୍ୟୋଅନ୍ୱି ହୋଇବେ ହାଦେ ଜନେ ।୧୦୮।କଳିର ପ୍ରାନ୍ତକୁ ଯେ ହୋଇବେ ୟେକ ଯୋଗକଳିଯୁଗେ ଜନେ ପାଇବେ ହୀନ ଭୋଗ ।୧୦୯।ବାମ ପୂଜ୍ୟ ଜନେ କରିବେ ଅକୀର୍ତ୍ତିବ୍ରାହ୍ମଣ ଚାଣ୍ଡାଳ ଯେ ୟେକତ୍ୱେ ମଦିରା ରସେ ଅର୍ଥୀ ।୧୧୦।ସ୍ୱାମୀକି ସେବକ ଯେ ମାରିବାକ ବେଳେଚଉର୍ଯ୍ୟ କର୍ମେ ବ୍ରତୀ ହୋଇବେ ବିକଳେ ।୧୧୧।ମିଛହୁଂ ସତ ଜନେ ନକହିବ ବାଣୀଓଛ ଲୋକେ ସିଂଘାସନେ ବସିବେ ପାତ୍ର ମନ୍ତ୍ରୀ ଜାଣି ।୧୧୨।ପଛଶ୍ରାନ୍ତି ଲୋକଂକୁ ହୋଇବାକ ଦ୍ୱନ୍ଦଅଦଭୁତେ ଲୋକକୁ ହୁଅଇ କୂଟଛନ୍ଦ ।୧୧୩।ପରଧନ ଚଉର୍ଯ୍ୟେ ମରିବେ ଅନେକ ପ୍ରାଣୀଅବିଚାରେ ରାଜା ଯେ ଅନେକ ଶିର ହାଣି ।୧୧୪।ଆପଣାର ଭୂମି ଯେ କରିବେ ପରିତେଜ୍ୟାପରସୀମା ହରି ମରିବାକ ରାଜା ।୧୧୫।ନିୟତ କ୍ରିୟା ଛାଡ଼ି ନରେ ହୋଇବେ ଅନ୍ୟାଚାରୀଅଶଉଚ କର୍ମ ସେ ବ୍ରତିବେ ସଂସାରୀ ।୧୧୬।ବାର ବ୍ରତ ତେଜିଣ ଅନୁବ୍ରତେ ଭୋଗୀଅବିଚ୍ଛନେ ଶୃଙ୍ଗାରେ ଜନେ ହୋଇବାକ ରୋଗୀ ।୧୧୭।ଗଉରବ ସ୍ତିରୀକି ଯେ କରିବେ ରମଣସଂକ୍ରାନ୍ତି ଅମାବଇ ରାତ୍ରେ କରିବେ ଅନ୍ନ ଭୋଜନ ।୧୧୮।ଜୂଅ ଆଚାରେ ଯେ ପୋଷିବେ କୁଟୁମ୍ବନିଜ ଆଷ୍ୟ ଘେନି ଯେ କେହି ନ ବ୍ରତିବ ।୧୧୯।ବିପ୍ର ଚାଣ୍ଡାଳ ଯେ ହୋଇବେ ୟେକତ୍ୱଗୁରୁ ମାନିତ ଜନେ ଅନୁବ୍ରତେ ରତ ।୧୨୦।ରାଜାକଇଂ ମାରିତେ ପାଞ୍ଚ କରିବେ ଅମନାତ୍ୟସୁଜନେ ଅନ୍ୟାଚାର ଯେ କରିବେ ନିୟତ ।୧୨୧।ବ୍ରାହ୍ମଣେ ତିଳଦାନ ଘେନିମାକ ହାଦେ ଲୋଭେସଚରାଚରେ ଗୋଳକୁଣ୍ଡା ହୋଇବେ ଠାବେ ଠାବେ ।୧୨୨।ସନ୍ତାନ ନିମନ୍ତେ ବ୍ରାହ୍ମଣୀ ଶୁଦ୍ର ସଙ୍ଗେ ରତସେ ଚାଣ୍ଡାଳ ପୁତ୍ରେ ହୋଇବେ ବେଦ ପାରଗ ନିୟତ ।୧୨୩।ଅନେକ ଅନ୍ୟାୟ ଯେ ହୋଇବ କଳିଯୁଗେସହଦେବ କହିଲେ ଯୁଝେଷ୍ଠିଦେବଂକର ଆଗେ ।୧୨୪।ଧର୍ମ ଆଚାରେ ୟେ ବ୍ରତିବାକ ଜନତାହାକଇଂ ନ ମିଳିବ ଅନ୍ନ ବସ୍ର ଧନ ଯେ ସନ୍ତାନ ।୧୨୫।ବୋଲନ୍ତି ଯୁଝେଷ୍ଠି ୟେତ ବଡ଼ାଇ ଅନିର୍ଯ୍ୟାପୟେ ଭୂମିରେ ଥାଇଂ କିମ୍ପେ ବାବୁ ଅରଜିବା ପାପ ।୧୨୬।ସହଦେବ ମୁଖୁଂ କଳିର ବାକ୍ୟଶୁଣିପରୀକ୍ଷକୁ ତିଆରିଣ ଯୁଝେଷ୍ଠି ଅନକୂଳ ଘେନି ।୧୨୭।ଭୋ ରାଜନ କୋଇନ୍ତାର ପୁତ୍ରେ ଯେ ରାଜ୍ୟ ତେଜ୍ୟା କରିବଇତରଣୀ ନଦୀକୂଳେ ଅଛି ଯାଜନଗ୍ର ପୁରୀ ।୧୨୮।ଯହୁଂ ଯୁଝେଷ୍ଠି ଦେବ ଚଳିଲେ ପ୍ରସ୍ଥାନେରହିଲେ ଧର୍ମ ପୁରେ ପଣ୍ଡୁର ନନ୍ଦନେ ।୧୨୯।ଯାଇଂଣ ଧର୍ମପୁରେ ପ୍ରବେଶ ପଞ୍ଚୁବୀରେଦ୍ରୋପତୀ ମାତ୍ରକ ଅଛନ୍ତି ସଙ୍ଗତରେ ।୧୩୦।ଅମରାବତୀ ନଗ୍ରେ ହରି ସାହୁ ବଶ୍ୟ ଜାତିସୁହାଣୀ ବୋଲିଣ ଯେ ତାହାର ଦୁହିତୀ ।୧୩୧।ମାଘ ଶୁକଳ ତୃତୀୟା ତିଥି ବୁଧବାରତଇତିଳ ନାମେ କରଣ ଅଟଇ ଆବର ।୧୩୨।ଶତଭିଷା ନକ୍ଷତ୍ର ଯେ ବରୀୟାନ ଯୋଗସେହିଦିନ କନ୍ୟା ଜନ୍ମ ହୋଇଥିଲା ଭୋଗ ।୧୩୩।ଉଦ୍ଦାଳେକ ନାମେ ସେ ୟେକଇ ଦଇବଗ୍ୟଂବଡ଼ାଇ ସପତାଙ୍ଗ ସେ ଗଣିତ ମହାଭିଗ୍ୟଂ ।୧୩୪।ତାହାକୁ ରାଇଣ ଯେ ଗଣାଇଲା ହରି ସାହୁଦୋହିତାର ଜନ୍ମ ନକ୍ଷତ୍ର ନାମ ଯାହା କହୁ ।୧୩୫।ବୋଲଇ ଗଣିକ ଶୁଣସି ହୋ ବଶ୍ୟବଡ଼ାଇ ଭାଗ୍ୟବନ୍ତୀ ୟେ ତୋତେ ପୁଣ୍ୟ ଯଶ ।୧୩୬।ୟେକା କଥାୟେ ମାତ୍ର ତୋତେ କହଇ ବିଶ୍ୱାସବିଭା ହୋଇଲେ ମରିବ ୟେ ଅବଶ୍ୟ ।୧୩୭।ୟେହା ଶୁଣି ବିଭା ନ କରଇ ହରି ସାହୁପଞ୍ଚଦଶ ବରଷ କନ୍ୟା ହୋଇଲାନି ଯହୁଂ ।୧୩୮।ଯୁଝେଷ୍ଠି ଦେବ ବିଜେ କଲେକ ଯେତେବେଳେହରି ସାହୁ ପାଣ୍ଡବଂକ ଛାମୁରେ ଯାଇଂ ମିଳେ ।୧୩୯।ପିତାର ପଛ କତି ଗୋଡ଼ାଇ ଦୋହିତାଚନ୍ଦ୍ର ଉଦୟ ପ୍ରାୟେ ଦିଶଇ ସେ ବାଳ ବନିତା ।୧୪୦।ଯୁଝେଷ୍ଠି ପଚାରନ୍ତି ଶୁଣସି ହୋ ହରି ବଶ୍ୟୟେ କୁମାରୀ ଗୋଟିର କାହିଂ ଗୃହ ବାସ ।୧୪୧।ଶୁଣିଣ ବଶ୍ୟ ଯେ ତାହାଂକ ଚରଣେ ପରିଣାମିବିଭା ନିହାଇ ହୋଇୟେ ଦୋହିତା ମୋର ସ୍ୱାମୀ ।୧୪୨।ଯୁଝେଷ୍ଠି ବୋଇଲେ ତୁ ଶୁଣସି ହୋ ବଶ୍ୟୟେ ତୋହୋର ବଂଶକୁ ଅଟଇ ବଡ଼ଦୋଷ ।୧୪୩।ଦୋହିତା ପିତା ଘରେ ହୋଇଲେ ରଜୋବତୀପିତୃଲୋକମାନଂକୁ ହୋଅଇ ଅସଦଗତି ।୧୪୪।ହରି ସାହୁ ବୋଇଲା ଦେବ ମୋହୋର ମନ୍ଦ କର୍ମକେବଣ ପାପକ୍ଷଣେ ୟେ ହୋଇଲାକ ଜନ୍ମ ।୧୪୫।ଦଇବଗ୍ୟଂ ବୋଇଲା ୟେ ବିଭା କାଳେ ମରିବତେଣୁ କରି ବିଭା ୟେହାକୁ ନକରଇ ଭୋ ଦେବ ।୧୪୬।ଯୁଝେଷ୍ଠି ଚାହିଂଲେ ଯେ ସହଦେବ ମୁଖୟେ କଥା ସତକି ବାବୁ ବୁଝନି ପ୍ରତକ୍ଷ ।୧୪୭।ସହଦେବ ବୋଇଲେ ଦେବ ନିଶ୍ଚୟ ୟେ ଅଟଇହସ୍ତ ଗଣ୍ଠିକାଳେ ଯମ ୟେହାକୁ ଭେଟଇ ।୧୪୮।ସହଦେବର ବଚନେ ଦେବ ହୋଇଲେକ ତୁନିହରିସାହୁ କରଇ ଚରଣେ ବିନୟ ଦୟିନୀ ।୧୪୯।ଆନେ ପ୍ରଦାନେ ଦେବ ନାହିଂନା କାରଣୟେବେ ଦୋହିତାକୁ ଘେନି ତୁମ୍ଭର ଶରଣ ।୧୫୦।ତୁମ୍ଭରେ ପ୍ରଦାନ ମୁଂ କରିବି ଦୋହିତାଯାବତ ଚନ୍ଦ୍ରାର୍କେ ରୁହାଇବି କଥା ।୧୫୧।ସ୍ୱାମୀର ସତ୍ୟ ବାଚା ହେଉ ଉଚିତ ହେଉ ଧର୍ମବଶ୍ୟ କୁଳକୁ କଥା ରହୁ ଜନ୍ମ ଜନ୍ମ ।୧୫୨।ଉଠିଣ ପ୍ରଳମ୍ବିତ ହୋଇଲେ ଚାରିଭାଇୟେ କଥାକୁ ଦେବ ନକର ତୁମ୍ଭେନାହିଂ ।୧୫୩।ଯୁଝେଷ୍ଠି ବୋଇଲେ ଆମ୍ଭର ଗଳିତ ବୟସରାଜ୍ୟଭୋଗ ତେଜି ଅଇଲୁ ଆସି ଆତ୍ମା ହୋୟେ ଶେଷ ।୧୫୪।ରାଜ୍ୟ ସମ୍ପଦ ତେଜି ଆମ୍ଭର ତୀର୍ଥ ଯୋଗବିଭା ଦାରାୟେ ଆମ୍ଭର କିସ ଭୋଗ ।୧୫୫।ସହଦେବ ବୋଲନ୍ତି ଦେବ ଶୁଣ ଗୁଣନିଧିଯାଚିଲା କନ୍ୟା ପ୍ରଦାନ ହେବ ମିଳଇ ୟେହି ବିଧି ।୧୫୬।ଯାଚିଲା କନ୍ୟା ଯେ ଅର୍ଚିଲା ଭୋଜନୟେହା ଉପେକ୍ଷିଲେ ଦେବ କୁଳକଇଂ ଦୂଷଣ ।୧୫୭।ଯୁଝେଷ୍ଠି ଦେବ ବୋଇଲେ ଯେ ୟେହାକୁ ହୋଇବା ପ୍ରଦାନଯମ ଭୟରୁ ସେ କନ୍ୟା ରଖିବାକୁ କେ ହୋଇବ ଭାର୍ଜନ ।୧୫୮।କରପତ୍ର ଯୋଡ଼ିଣ ବୋଲଇ ସର୍ବସାଚୀଯମର ଭୟରୁ ଦେବ ପାରଇ ମୁହିଂ ରଖି ।୧୫୯।ରାଜୁସି ଯଗ୍ୟଂ କାଳେ ମୁଂ ନିମନ୍ତ୍ରଣେ ଗୟେଅନେକ ବିନୋୟୀ ମୋତେ ବୋଇଲା ଜନ୍ତୁ ରାୟେ ।୧୬୦।ତାହାର ମୋହୋର ଦେବ ଅନେକ ପୀରତିତା ତହୁଂ ରକ୍ଷା କରିବି ନ କର ମନେ ଭ୍ରାନ୍ତି ।୧୬୧।ତୁ ଯେବେ ରକ୍ଷା କରିପାରିବୁ ଯମକୁଆମ୍ଭେ ପ୍ରଦାନ ହୋଇବୁଂ ୟେ କନ୍ୟାକୁ ।୧୬୨।ସର୍ବଗୁଣେ ସୁଲକ୍ଷଣୀ ଯାଚିଲା ଯେବେ ବାଳୀଜାତି ମଧ୍ୟମାନ ଉଚିତ ଯେବେ ମିଳି ।୧୬୩।ଅର୍ଜୁନର ପ୍ରତଗ୍ୟାଂ ଶୁଣିଣ ନରେନ୍ଦ୍ରବିଭାକଇଂ ଉଦିଯୋଗ କଲେକ ପରମ ସାନନ୍ଦ ।୧୬୪।ବନ୍ଧୁ ବାନ୍ଧବନ୍ତ ରୁଣ୍ଡ କଲାକ ହରି ସାହୁମୋହୋର ଜୁଆଇଂ ହୋଇଲେ ଯୁଝେଷ୍ଠି ମହାବାହୁ ।୧୬୫।ଜୀଇଂଲେ ଜୀଉଂ ପଛେ ମଲେ ମରୁ ବାଳୀୟେ କଥା ଚିରାଞ୍ଚନ ରହିବ ମହୀଆଳି ।୧୬୬।ଧଉମ୍ୟ ପ୍ରୋହିତଂକୁ ଦେବ କଲେକ ସୁମରଣପ୍ରୋହିତ ତୁଲେ ମିଳିଲେ ଲକ୍ଷେକ ବ୍ରାହ୍ମଣ ।୧୬୭।ଷାଠିୟେ ସହସ୍ର ତୁଲେ ବାଳଖିଳା ଋଷିଆପଣେ ବ୍ୟାସ ମୁନି ପ୍ରବେଶ ହେଲେ ଆସି ।୧୬୮।ସୀଉକାର ବରଣ ଯେ ହରିସାହୁ କଲାଯଥାବିଧି ମହାବାକ୍ୟେ ବର କନ୍ୟାନ୍ତ ବରିଲା ।୧୬୯।କୁମ୍ଭମାସ ଶୁକ୍ଳପକ୍ଷ ସପତମୀ ତିଥିରୋହିଣୀ ନକ୍ଷତ୍ର ପୁଣି ବାର ବୃହସ୍ପତି ।୧୭୦।ବାଣିଜ୍ୟ ନାମେ କରଣ ପ୍ରୀତି ନାମେ ଯୋଗଧର୍ମପାର ନଗରରେ ବଡ଼ାଇ ସୁଯୋଗ ।୧୭୧।ୟେମନ୍ତ ସମୟେ ତାଂକୁ ହେଲା ଶୁଭ ଯୋଗଅମୃତବେଳା ସେ କାଳେ ହେଉଥିଲା ଭୋଗ ।୧୭୨।ପ୍ରଥମ ବେନି ଘଡ଼ି ବୃହସ୍ପତି ବେଳେବିଭାର ସମଯୋଗ ଭବାନୀ ନଦୀକୂଳେ ।୧୭୩।ଛାୟା ମଣ୍ଡୋପରେ ହୋୟେ କଣୟ ରତ୍ନବେଦୀସଷ୍ଟିକର ଖମ୍ବରୁ ଅରୁପାରେ ସମ୍ପାଦି ।୧୭୪।ସୁବର୍ଣ୍ଣର କଳସ ନେତର ପାତାଙ୍ଗ ଉଡ଼ାନ୍ତିଦିବ୍ୟବସ୍ରମାନ ଛାୟାଘରମାନ ମଣ୍ଡାନ୍ତି ।୧୭୫।ଯୁଗତେ ହରିସାହୁ ଗନ୍ଧ ଯେ ବଣିଆକସ୍ତୁରୀ ପିଚିକାମାନ ମାରନ୍ତି ଛାମୁଣ୍ଡିଆ ।୧୭୬।ଗନ୍ଧରାଜ ଜୁଆଦ ଅଗର କସ୍ତୁରୀ ଚନ୍ଦନ ଗୁଗୁଳିକୁଂକୁମର ତୁମେ ଯେ କର୍ପୂର ଗୁଣ୍ଡି ବୋଳି ।୧୭୭।ମଙ୍ଗଳ ସୀଉକାର ସାରିଲେ ଯେତେବେଳେଯୁଝେଷ୍ଠି ବିଜେ କଲେ ବ୍ୟାସଂକର କୋଳେ ।୧୭୮।ହରିସାହୁ ବଣିଆ କୋଳେ ଯେ ସୁହାଣୀମଙ୍ଗଳ ଧୁନି ବ୍ୟାସେ ଉଚ୍ଚାରନ୍ତି ବାଣୀ ।୧୭୯।କୁଂକୁମ ଆଭରଣ କର ବୋଇଲେ ପ୍ରୋହିତେକନ୍ୟାକଇଂ ନିଅ ହୋ ଅହିଗ୍ୟଂ ପୂଜାକୁ ଯୁଗତେ ।୧୮୦।କଣୟ ହାନ୍ଦୋଳାରେ ବିଜୟେ ସୁହାଣୀବାଜନ୍ତି ବୀରତୂର ଟମକ ନିଶାଣି ।୧୮୧।ସୁଲଭ କାମିନୀୟେ ଘେନିଣ ଦୀପାବଳୀମଙ୍ଗଳ ଗୀତଗାଇ ଦିଅନ୍ତି ହୁଳହୁଳି ।୧୮୨।ଗାଣ୍ଡିମ ଧନୁ କରେ ଘେନିଣ ବିବଚ୍ଛଗୋଡ଼ାଇ ଅର୍ଜୁନ ଯେ କନ୍ୟାର ପଛ ପଛ ।୧୮୩।ଦିବ୍ୟଚଛୁ ଘେନି ଚାହାଂଇ ସର୍ବସାଚୀଯମଭୁବନ ପରିଯନ୍ତେ ନିର୍ମଳ ଦିଶୁଅଛି ।୧୮୪।ଦେବୀଂକର ସନ୍ନିଧ୍ୟେ ଯେ ବିଜୟେ ସୁହାଣୀଅହିଗ୍ୟଂ ସ୍ଥାନେ ବାଞ୍ଛା ସାରି କନ୍ୟାକୁ ବେଗେ ଆଣି ।୧୮୫।ପିତାର କୋଳେ ଆଣି ବସାଇଲେ ଯୁବତୀଯଥା ବିଧି ପ୍ରୋହିତେ ଗୋତ୍ର ଉଚ୍ଚାରନ୍ତି ।୧୮୬।ଦେଶ କାଳ ବାକ୍ୟ ସାରିଲେ ପୁରୋହିତେୟେକଯୋଗ କରନ୍ତି ବରକନ୍ୟାଂକର ହାଥେ ।୧୮୭।ଯହୁଂ କୁଶ ବନ୍ଧନ କଲେକ ବେନି ହାଥଶୁନ୍ୟେଣ ମିଳିଲେ କାଳ ବିକାଳ ଯମର ବେନି ଦୂତ ।୧୮୮।ଖାଣ୍ଡେବ ବନ ଦହନ୍ତେ ଯେ ଅର୍ଜୁନ ପାଇ କାଳ ଫାଶିସେ ଶର ଘେନି ଅର୍ଜୁନ ବିନ୍ଧିଲ ଆକ୍ରେଷି ।୧୮୯।କାଳ ଫାଶି ଶର ଯହୁଂ ବିନ୍ଧଇ ଅର୍ଜୁନକାଳ ବିକାଳ ବେନିଦୁତଂକୁ କଲାକ ବନ୍ଧନ ।୧୯୦।ଭୟେ ପଳାଇଲେ ତହୁଂ ଚିତ୍ର ଯେ ଗୁପତେଯାଇଣ କହିଲେ ଯମ ଦେବତା ଅଗ୍ରତେ ।୧୯୧।ସ୍ୱାମୀ ହରି ସାହୁ ଝିଅ ନାମ ତାର ସୁହାଣୀପ୍ରଜାପତି ଘଟସୂତ୍ର ବିଭାକାଳେ ଗଲୁଆଣି ।୧୯୨।ସେ କନ୍ୟାକୁ ବିଭା ଯେ ହୋଇଲେ ଯୁଝେଷ୍ଠିକାଳ ନିଶୋଧନ ଦେବ କଲାକ କିରିଟୀ ।୧୯୩।କାଳଫାଶି ଘେନିଣ କାଳ ବିକାଳନ୍ତ ବାନ୍ଧିଦୂତ ଦେଖି ନାରାଜ ପୂରୋଇ ମନଭେଦି ।୧୯୪।ଶୁଣିଣ କୋପ ଯେ କଲା ଜନ୍ତୁ ନାଶକରମଇଂଷୀ ବାହନେ ଯେ ବିଜେ କାଳଦଣ୍ଡ ଧର ।୧୯୫।କରେଣ କାଳଦଣ୍ଡ ଫାଶ ଘେନିଣ ବେଗେ ଆସିଦିବ୍ୟ ଚକ୍ଷୁରେ ତାହା ଅର୍ଜୁନଂକୁ ଦିଶି ।୧୯୬।ବିରସ ହୋଇଲା ମନେ ସହଦେବ ମନ୍ତ୍ରୀଦେଖିଣ ବିଚାରନ୍ତି ଧର୍ମ ରାୟେ ନୃପତି ।୧୯୭।କରପତ୍ର ଯୋଡ଼ିଣ ସହଦେବ ଯୁଝେଷ୍ଠିଂକି ବୋଇଲାବିଭା ଦେଖି ଯମ କାଳବିକାଳନ୍ତ ପେଷିଦିଲା ।୧୯୮।ଅର୍ଜୁନ ଠାକୁରେ ବନ୍ଧନ କଲେ କାଳବିକାଳକୁଆପଣେ ବିଜେ କଲେ ନାଶକର କନ୍ୟା ପ୍ରାଣ ହରିବାକୁ ।୧୯୯।ଶୁଣିଣ ହରିସାହୁ ଯେ ହୋଇଲା ତାଟକାଯୁଝେଷ୍ଠି ଦେବଂକ ମନେ ଲାଗିଲା ବଡ଼ ଶଂକା ।୨୦୦।ଧଉମ୍ୟ ପ୍ରୋହିତେ ଯେ ବ୍ୟାସଂକ ସହିତେବିଧବା ଆତ୍ମା ପ୍ରାୟେ ହୋଇ ବିସରିଲେ ସମସ୍ତେ ।୨୦୧।ଅର୍ଜୁନ ବୋଇଲା ଦେବ ସୁଖେ ହୋଅ ବିଭାଯମର କଥାକୁ ଦେବ ଭୟ ନକରିବା ।୨୦୨।ଅର୍ଜୁନର ବଚନେ ଯେ ଫିଟିଲା ମନଭ୍ରାନ୍ତିହୁଳହୁଳି ଶବଦ ଯେ ଶୁଭିଲା ଗଗନ ଗତି ।୨୦୩।ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁଯମ ଦେବତାଂକୁ ବିନୟେ ହୋଇଲେ ଫାଲଗୁନ୍ୟୁ ।୨୦୪।ସଂସାର ନାଶକରନ୍ତା ତୁ କୃତାନ୍ତେକ ଦେବତାସକଳ ଜୀବଜନ୍ତୁଂକର ତୁହି ସେ ବିହନ୍ତା ବିଧାତାତୋହୋର ଭୟେ ହରିସାହୁ ଯୁଝେଷ୍ଠିଂକି ଦିଲାକ ଦୁହିତା ।୨୦୫।ଦୋହିତା ଗୋଟିକି ଦେଇ ପଶଇ ଶରଣତୁ ୟେବେ ୟେହାକଇଂ ନକର ହରଣ ।୨୦୬।ତୁହି ଦେବ ଜଗତ ଜନ୍ତୁକର ନାଶନିର୍ଭୟେ ପୁରୁଷ ସଂଜୀବନୀ ହୋୟେ ଯାର ବାସ ।୨୦୭।ତୁ ଦେବ ନାଶକର ମହା ଅନର୍ଗଳାପ୍ରଚଣ୍ଡ ଦୁର୍ଦ୍ଦଣ୍ଡ ତୋର କାଳ ଯେ ବିକାଳା ।୨୦୮।ତୁ ଦେବ ଅଯାଚେକ ଅଟୁ ବିଶ୍ୱମୂର୍ତ୍ତିତୁ ଦେବ କାଳାନଳ ଅଟୁ ଯେ ଅଶାନ୍ତି ।୨୦୯।ତାରଣ ପୁରୁଷ ତୁହି ଅଟୁ ହୋ ନିର୍ଦ୍ଦୟେପୃଥୀ ଆପ ତେଜ ବାୟବ୍ୟ ଆକାଶ ନିର୍ଭୟେ ।୨୧୦।ସଦ ଅସଦ ତୁହି ଯେ ନାଶକରଅନନ୍ତ କୋଟି ବ୍ରହ୍ମାଣ୍ଡ ତୋହୋର ଉଦର ଭିତର ।୨୧୧।ଆତ୍ମାର ପ୍ରିୟବତୀ ହୋୟେ ଯାହାର କରାଳୀପୁତ୍ର ନାମ ଯାହାର କରାଳ ବିକରାଳୀ ।୨୧୨।ଛାୟାର ବଚନେ ତୋହୋର ଚରଣେ ଗଳୁତ କୁଷ୍ଠବ୍ୟାଧିପଣ୍ଡୁର ହରଣେ ଯେ ହୋଇଲା ସଂସିଦ୍ଧି ।୨୧୩।ଭୂତପ୍ରେତ ପିଚାଶ ଗଣରେ ଯାହାର ହୋୟେ ଠଣାବିହନ୍ତା ପୁରୁଷ ତୁ ପିତାମହର ଆପଣା ।୨୧୪।ବାମ ନୟନ ଯମ ଡ଼ାହାଣ ନୟନ ଅନଳଅମରନାଥ ତୁହି ଶରଣ ଲୋକପାଳ ।୨୧୫।ସ୍ୱାମୀ ଅନଙ୍ଗ ସୁନ୍ଦର ପୁରୁଷ ତୁ କଳା ଗୋରା ଧବଳା ଶ୍ୟାମଳାନାନାବର୍ଣ୍ଣ ରୂପ ତୁହି ସେ ମହାଖଳା ।୨୧୬।ମେଦ ମେଦା ମାୟେଂସେ କର୍ଦ୍ଦନ ଯାର ପିଣ୍ଡସର୍ବ ସଞ୍ଚିଲା ନାଥ ଅଭୟେ ମାରତଣ୍ଡ ।୨୧୭।ୟେକା ଶରୀର ତୋହୋର ସତ୍ୱ ରଜ ତମସମସ୍ୱାମୀ ବ୍ରହ୍ମ ୟେକ ବର୍ଣ୍ଣ ଯମ ।୨୧୮।ମାତା ରଜ ପିତା ବୀର୍ଯ୍ୟ ଯେତେବେଳେ ମାତା ଗର୍ଭେ ରହୁଅଢାଇ ପନ୍ତି ଅକ୍ଷର ଲେଖ କପାଳେଣ ଲିହୁ ।୨୧୯।ଜନ୍ମ କର୍ମ ଆଧ୍ୟାନ ୟେକା ବଇରାଶିଚଉରାଶି କୋଟି ଜୀବଜନ୍ତୁ ୟେକା କାଳଫାଶି ।୨୨୦।ୟେକା ଫାଶକେ ତୋର ବନ୍ଧନ ସମସ୍ତଭାବଗ୍ରାହୀ ଜନ୍ତୁନାଥ କରନ୍ତା ଆତଯାତ ।୨୨୧।ସ୍ୱାମୀ କେଶ ଉର୍ଦ୍ଧ୍ୱ ବନ୍ଧନ ଘନ ଉର୍ଦ୍ଧ୍ୱ ଦନ୍ତଉର୍ଦ୍ଧ୍ୱ ଚରଣେ ହୋୟେ ଉର୍ଦ୍ଧ୍ୱ ଯାର ରେତ ।୨୨୨।ପ୍ରଳୟ ଉତ୍ତାରେଣ କଶ୍ୟ ପର ଗୋତ୍ରଛାୟାର ନନ୍ଦନ ତୁ କାଳ ରୁଦ୍ର ମରୁତ ।୨୨୩।ଦିବିଭୂବି ପାତାଳ ତୋହୋରେ ହୁୟେ ସୀମାମୁଂ କେହ୍ନେ ବର୍ଣ୍ଣିବି ହାଦେ ତୋହୋର ମହିମାଂ ।୨୨୪।ଯେ ଯାହାର ପାପ କର୍ମେ ନାଶ ଯାନ୍ତି ପ୍ରାଣୀଅପଚ୍ଛାତି ପୁରୁଷ ତୋହୋର କଥାମାନ ଶୁଣି ।୨୨୫।ବ୍ୟାକୁଳ ଆକୁଳ ଯେ ହୋଇଲେ ତୋର ପିତାଅପାପୀ ଅକ୍ରୋଧି ତୁହି ବିହନ୍ତା ଦେବତା ।୨୨୬।ମୁହିଂ ଯାହା ସ୍ରିଜିବି ତୁହି ସିନା ସାକ୍ଷୀବିହନ୍ତା ତାରନ୍ତା ତୁହି ସିନା ନାଥ ୟେକୀ ।୨୨୭।ସ୍ୱାମୀ ମୁହିଂ ସେ ଯେ ଦ୍ୱାରପାଳ କପିଳାସ ସ୍ୱର୍ଗେମାନେବ ଜନ୍ମ ମୁହିଂ ଶ୍ରୀରାମଂକ କିଞ୍ଚିତ ଅନୁରାଗେ ।୨୨୮।ଅଭୟେ ପିଙ୍ଗଳାକ୍ଷୀ ବଚନେ ମୁହିଂ ଅଛିୟେ ମୋହୋର କଥାକୁ ନାଥ ତୁହି ସେ ଅଟୁ ସାକ୍ଷୀ ।୨୨୯।ଗତ ଆଗତ ସଞ୍ଚିତ ନାଥ ମୁହିଂ ତୋହୋର ଅନୁରାଗୀଭଣ୍ଡାର ଅଧିକାର ପଣେ ମୋତେ ଆଗ୍ୟାଂ ଦିଲେ ବାକ୍ୟଦେବୀ ।୨୩୦।ହରଣ ତାରଣ ନାଥ ତୁହି ସେ ଅଟୁ ୟେକାହତ ଗତ ପାଞ୍ଜିରୁ ମୋର ନାମ କିଳିପକା ।୨୩୧।କଳି ଧର୍ମ ଉଦିତ ବୋଲି ନ କର ମୋତେ କୋପଆପଣେ କିଳିପକା ମୋର ଅଗ୍ୟାନ ବେଳ ପାପ ।୨୩୨।ପ୍ରସନ୍ନେ ଦୁରାନ୍ତେକ ଦେବକାର୍ଯେ ଦୁଖୀତ୍ରିୟେମ୍ବେକ ଲୋଚନ ଜଗତ ତୁହି ଦେଖି ।୨୩୩।ଗ୍ୟାନ ଅଗ୍ୟାନେ ମୋର ଯେତେକ ଥିଲା ପାପଭାରଥ ଯୁଦ୍ଧେ ମୁଂ ମାଇଲି ଅନେକ ଯେ ନୃପ ।୨୩୪।ସ୍ୱାମୀ ଗ୍ୟାନ ଅଗ୍ୟାନେ ମୋର ଯିସ ପାପନକଲଇଂ ଗୋପ୍ୟାନ ମୁଂ ତୁମ୍ଭଂକୁ କହିଲି ସରୂପ ।୨୩୫।ମାନବ ଜନ୍ମ ମୁହିଂ ମାଗିବାକୁ ନୁହଇ କ୍ଷମତବ ଦଣ୍ଡୁ ମୋତେ ଉଦ୍ଧରି ଧର ଦେବ ଯମ ।୨୩୬।ସଞ୍ଚିତ ମହାଭାରଥ ୟେ ଦେବମୟ ବାକ୍ୟେମୁହିଂକି ସଞ୍ଚପି କହି ପାରିବାକୁ ଶକ୍ୟେ ।୨୩୭।ଶ୍ରବଣେ ଶୁଣଇ ମାତ୍ର ତୁହି ଅଣ ଉପ୍ରୋଧୀତୋହୋର ଆଗ୍ୟାଂୟେ ମୋହୋରେ ପ୍ରାପତ ଋଦ୍ଧି ସିଦ୍ଧି ।୨୩୮।ମାୟାପଟଳ ସଂସାର ୟେ ନ ସରଇ କାଳକଳିକାଳ କୃତାନ୍ତେକ ୟେ ତୋର ଦ୍ୱାରପାଳ ।୨୩୯।ତୋର ଚରଣେ ଶରଣ ଆହେ ନାଶକରଶ୍ରୀକୃଷ୍ଣର ଦାସ ମୁଂ ଯେ ମୁନି ଅବତାର ।୨୪୦।ତୁଳୁସାରେ ବଲ୍ଲଭ ମୋର ମାଳା ହୃଦଗତେବଦୟନ୍ତି ଶୂଦ୍ରମୂନି ସାରୋଳଦାସ ଶରଣ ଯମ ଦଇବତେ ।୨୪୧।ହେ ବୁଧ ଜନେ ଯମ ଦେବତା ସ୍ତୁତି ଶୁଣନିତ୍ୟେ ସାଧନ କଲେ ୟେକତ୍ୱ ହୋୟେ ପିଣ୍ଡ ପ୍ରାଣ ।୨୪୨।ତୁମ୍ଭେ ବୋଲିବ ଅବା ଆପଣେ ନସାଧିଆପଣେ ଅଧମ ତୁ ପରକୁ କହ ବୁଦ୍ଧି ।୨୪୩।କପିଳାସ ଦ୍ୱାରପାଳ ନାମ ମୋ ନନ୍ଦିକେଶ୍ୱରପାର୍ବତୀ ଦୁର୍ଗା ରୂପେ ବଧିଲେ ମଇଂଷାସୁର ।୨୪୪।ଉଲଙ୍ଗ ହୋଇଣ ସେ ବଧକଲେ ତାକୁସିଂଘବାହନେ ବିଜେକରି ନେଇଥିଲେ ମୁକୁ ।୨୪୫।ୟେସନେକ କିରତୀ ତହିଂ କହିଲଇଂ ମୁହିଂଶୁଣି କୋପକଲେ ମୋତେ ତ୍ରିଦଶର ସାଇଂ ।୨୪୬।ୟେହେନେକ ଚରିତ ହୋଇଲା ଶୁଣିକରି ବୋଇଲେମାତାଂକ କର୍ମ କହିଲୁ ବୋଲି ବିଘ୍ନରାଜ କୋପ କଲେ ।୨୪୭।କୋପକରି ଗଜାନନ ଦିଲେକ ମୋତେ ଶାପସେ ଦୋଷରୁ ହୋଇଲି ମାନୁଷ ସରୂପ ।୨୪୮।ପ୍ରଥମ ଜନ୍ମରେ ମୁଂ ହୋଇଲି କାଳିଦାସମହାକାଳିକା ବିଜୟ ନାମେ ଅଂଶ ।୨୪୯।ତୃତୀୟ ଜନ୍ମରେ ମୁଂ ସାରୋଳ ଦାସ କବିଆର ଜନ୍ମରେ ପୁଣି ମୃତୁ ମଣ୍ଡଳେ ଜନ୍ମିବି ।୨୫୦।ଆହୋ ଜନ୍ମେ ଜନ୍ମେ ପନ୍ଦରଲକ୍ଷ ବିଷ୍ଣୁକଳାରେ ଭକତଚାରି ଜନ୍ମେ ହୋଇବ ଯେ ଷାଠିୟେ ଲକ୍ଷଗ୍ରନ୍ଥ ।୨୫୧।ଷାଠିୟେ ଲକ୍ଷଗ୍ରନ୍ଥ କହିବି ମର୍ତ୍ତ୍ୟର ଭୁବନେତେବେ ସେ ବସିବ ଯାଇଂ ଶିବଦ୍ୱାର ସ୍ଥାନେ ।୨୫୨।ଜାତିସ୍ମର ନୁହଇ ମୁଂ ନଜାଣଇ ୟେହାସିଦ୍ଧଚଣ୍ଡୀ ସାରୋଳା କହିଲେ ମୋତେ ଯାହା ।୨୫୩।ଶୂଦ୍ରମୁନି ସାରୋଳା ତୁଳୁସାରେ ବଲ୍ଲଭ ନିଜଦାସହେ ବୁଧଜନେ ମୋର ଜନ୍ମେ ଜନ୍ମେ ଅଭ୍ୟାସନଜାଣଇ ବେଦବିଦ୍ୟା ନୋହଇ ମୁଂ କାହାରି ଶିଷ୍ୟ ।୨୫୪।ହେ ବୁଧଜନେ ଯମଦେବତାର ବଚନ ଶୁଣନିତ୍ୟ ସାଧନ କଲେ ୟେକତ୍ୱ ପିଣ୍ଡପ୍ରାଣ ।୨୫୫।ଅନେକ ବିନୟ ଯେ ହୋଇଲେ ଫାଲଗୁନିଯମ ଦେବତା ନଘେନିଲା ତାହାର ଦୟିନୀ ।୨୫୬।ମଇଂଷୀ ବାହାନୁଂ ଉତ୍ତୁରିଲା ନାଶକରଅଦୃଶ୍ୟେ ବିଜୟେ ଯାଇଂ ଛାୟା ମଣ୍ଡପର ।୨୫୭।ଅର୍ଜୁନ ବୋଇଲା ସ୍ୱାମୀ ୟେମନ୍ତ ନୁହଇ ମୁହିଂଟି ଦୋଷୀରାଗେ ଧନୁଜୟେ ପେଷିଲା କାଳଫାଶୀ ।୨୫୮।କାଳଫାଶୀ ତୁଲେ ଶହସ୍ର ମନଭେଦୀସହସ୍ରେ ପୁରକରି ଯମଦେବତାକୁ ପକାଇଲା ବାନ୍ଧି ।୨୫୯।ବଡ଼ ସୁମେରୁ ବୋଲି ୟେକଇ ପରବତତହିଂ ବନ୍ଧନ କଲେ ନେଇ ଯମ ଦଇବତ ।୨୬୦।ବିଭାର ଉଚ୍ଛବ ତହିଂ ସାରିଲେ ଯୁଝେଷ୍ଠିଧର୍ମେ ଯେ ରହିଲେ ତହିଂ ନାମ ଧର୍ମପୁରଟି ।୨୬୧।ସୁହାଣୀକି ଦେଇ ଯେ ହରିସାହୁ ବଶ୍ୟସକୁଟମ୍ବଯାକ ଯେ ହୋଇଲେ ହରଷ ।୨୬୨।ଯମ ଦର୍ପ ଭାଞ୍ଜିଲା ଯେବଣ ରାଜଦେବଯମଦଣ୍ଡ ଶାସ୍ତିନାହିଂ ନା ମୋହୋର କୁଟୁମ୍ବ ।୨୬୩।ହରିସାହୁ ଯୁଝେଷ୍ଠି ଦେବଂକୁ କରଇ ଯେ ପୁଚ୍ଛାଯମଦଣ୍ଡ କେମନ୍ତେ ହେଲା ରକ୍ଷା ।୨୬୪।ସହଦେବ ବୋଇଲା ହୋ ଶୁଣ ହରିସାହୁୟେଥେ ଯମଦେବତାର ୟେତେ ଦର୍ପ କାହୁଂ ।୨୬୫।ଯମ ଦେବତାର ଗଳୁତ କୋଷ୍ଠବ୍ୟାଧି ହୋଇଥିଲା ପାଦେସେ ବ୍ୟାଧିରୁ ପାରଗଲା ଅର୍ଜୁନ ପରସାଦେ ।୨୬୬।ନିର୍ଦ୍ଦେୟେ ନିପ୍ରୋହି ସେ ଅଟଇ ନାଶକରଗାଢେଣ ପଶିଲା ଆସି ୟେ ତୋହୋର ପୁର ।୨୬୭।ତୋହୋର ଦୋହିତାର ପ୍ରାଣ ଆପଣେ ନିଅନ୍ତେ ବାନ୍ଧିକୋପେଣ ଅର୍ଜୁନ ଯେ ତାହାକୁ କଲେ ବନ୍ଦୀ ।୨୬୮।ବନ୍ଧନ କରିଛି ସେ ସୁମେରୁ ପର୍ବତେହରିସାହୁ ବୋଇଲା ଯମଦେବତାଂକୁ ଦେଖାଇବା ସ୍ୱାମୀ ମୋତେ ।୨୬୯।ବିଭା ଯୋଗାଡ଼ମାନ ସାରିଲେ ଯୁଗତେହରିସାହୁକଇଂ ନେଲେ ଯମର ଅଗ୍ରତେ ।୨୭୦।ହରିସାହୁ ପ୍ରଣମ୍ୟ ଯମଦେବଂକ ଚରଣେଭୋ ଯମଦେବତା ମୋତେ କରିବା କାରଣେ ।୨୭୧।ଅର୍ଜୁନ ସହଦେବ ଦେଖାଇଲେ ଯମ ଦେବତାନ୍ତ ହରିସାହୁକୁସ୍ୱାମୀ ବନ୍ଧନ ଫେଡ଼ିବା ୟେ ଯମ ଦେବତାଂକୁ ।୨୭୨।ଅର୍ଜୁନ ବୋଇଲେ ତୁମ୍ଭେ ଆମ୍ଭ ଶ୍ୱଶୁରନ୍ତତୁମ୍ଭର ବୋଲେ ଫେଡ଼ିବା ୟେ ଯମ ଦେବତାନ୍ତ ।୨୭୩।ଅର୍ଜୁନ ବୋଇଲେ ଯମଦେବତାଂକୁହରିସାହୁ ବୋଲେ ଛାଡ଼ିଲି ତୁମ୍ଭଂକୁ ।୨୭୪।ଯେତେଦିନ ପରିଯନ୍ତେ ଆମ୍ଭେ ଥିବୁଟି ୟେଥୟେ ଭୁବନକୁ ତୁମ୍ଭର ନପଶିବଟି ଦୂତ ।୨୭୫।ଯମଦେବତା ବୋଇଲା ୟେ ମୋର ସତ୍ୟସତ୍ୟିମୃତୁମଣ୍ଡଳେ ୟେ ନଗ୍ର ନାମ ଅମରାବତୀ ।୨୭୬।ଶୁଣ ଆହେ ବୁଧଜନେ ମୁଂ ଯାହା କହିଲିତେଣୁ ସେ ଅମରାବତୀ ନାମ ଧର୍ମପୁର ବୋଲି ।୨୭୭।ବନ୍ଧନୁ ମୁକତ ଯେ ହୋଇଲେ ନାଶକରହରିସାହୁକୁ ବୋଇଲେ ମାଗ ମୋତେ ବର ।୨୭୮।ହରିସାହୁ ବୋଇଲା ମୋହୋର ଯେ ବଶ୍ୟଜାତିତୋହୋର ଯମଦଣ୍ଡେ କେହି ନପାଇବେ ଶାସ୍ତି ।୨୭୯।ହରିସାହୁ ବୋଇଲା ଶତେ ଅଷ୍ଟ ଉତ୍ତର ଆୟୁଷୟେତେକ ପୂରିଲେ ଯେ ଆମ୍ଭେ ଯିବୁଂ କପିଳାସ ।୨୮୦।ଯମହିଂ ବୋଇଲେ ମୁହିଂ ସତ୍ୟ କଲି ଯେବେୟେ କଥା ଆଉ ଅନ୍ୟଥା ନୋହିବାକ ତେବେ ।୨୮୧।ତୋହୋର ଜାତିକି ତିଆରିଥାଅ ଯେ ସବୁନ୍ତିସ୍ୱ ଜାତିରେ ଆଉ କେହି ନୋହିବେ ଅନୀତି ।୨୮୨।ବଣିଜେ ସ୍ୱରୂପ କରି କହିବାନା କଥାଲାଭ ଲାଭ କହିବ ସେ ନ କହିବ ମିଥ୍ୟା ।୨୮୩।ଗଣ୍ଡାକରେ କଡ଼ାୟେ ଲାଭ ବୋଡ଼ିକରେ ଗଣ୍ଡାୟେପଣକରେ ବୋଡ଼ିୟେ କାହାଣକରେ ପଦିକାୟେ ।୨୮୪।ଚାରିପାଦେ କିଣିବ ବିକିବ ପାଞ୍ଚପାଦେପୁଣ୍ୟ ମାର୍ଗେ ଥିବ ନପଶିବେ ଅପ୍ରମାଦେ ।୨୮୫।ଯଦି ବୋଇଲ ୟେ ମୋହୋର ସରୂପୟେତେକ କରିବ ଯେହୁ ତହିଂ ନାହିଂ ପାପ ।୨୮୬।ଯମ ବୋଇଲା ୟେ ମୃତୁମଣ୍ଡଳେ ଦେଶ ମରହଟ୍ଟସେ ନଗ୍ର ଭିତରେ ବସଇ ମହା ମହା ହାଟ ।୨୮୭।ୟେକଇ ତପୋଧନଂକ ନାମ ସୁଜାଣେଶ୍ୱର ଯତିସର୍ବଦା ସଂସ୍କାରେ ସେ ଅଟଇ ସତ୍ୟବ୍ରତୀ ।୨୮୮।କଷା କଉପୁନୀ ତୁଳସୀ ରୁଦ୍ରାକ୍ଷର ମାଳଅଂଶା ଲେପନ ଯେ ଜଟା କମଣ୍ଡଳ ।୨୮୯।ଶବର ତହୁଂ ମାଂସ ଘେନି ବିକଇ ହାଟରେପାଞ୍ଚକଡ଼ା ମାଗଇ ମାୟେଂସ ପଣକରେ ।୨୯୦।ସବୁଦିନେ ବାଣିଜ୍ୟ ବ୍ରତ ହେତୁ କଲାମାୟେଂସ ବଣିଜୁଂ ସେ ଆନ ନଶିଖିଲା ।୨୯୧।କାହାଣକରେ ପଣେ ଦେବଇ ବଣିଜସତ କହି ଚାରି କାହାଣରେ ଚାରିପଣ ଅରଜ ।୨୯୨।ଭାରିଜା ପୁତ୍ର ଗୋଟିୟେ ଆପଣେ ତିନିପ୍ରାଣୀସତ୍ୟହୁଂ ମିଥ୍ୟା କେହି ନକହନ୍ତି ବାଣୀ ।୨୯୩।ସମୟେକ ପ୍ରାଣତ୍ୟାଜ ସୁଜାଣେଶ୍ୱର ଯତିନକ୍ଷତ୍ର ହୋଇ ବସିଲା କାର୍ତ୍ତିକ ପୁଞ୍ଜି କତି ।୨୯୪।ତୋହୋର ଲୋକନ୍ତ ସମସ୍ତ ତିଆରିବୁପରଦାରା କଥାକୁ ପଶିତ ନ ଦେବୁ ।୨୯୫।ଅନ୍ୟ ଜାତି ସ୍ତିରୀଂକ ତୁମ୍ଭେ ନଛୁଇଁବ ଅଂଗଆପଣା ଜାତିରେ ସେ ହୋଇବ ସତସଂଗ ।୨୯୬।ପ୍ରାତ ଆହାର୍ଣ୍ଣିକ ସାରିବ ତିନି କାଳଅବସର ଥିଲେ ପଶିବ ଦେବଆଳ ।୨୯୭।ବିଷ୍ଣୁଂକୁ ଉପାସନା କରିବ ନିତ୍ୟ ଯେ ବିଧାନେଶାହାସ୍ର ସଂଗତେ ଯେ ବସିବ ମଧ୍ୟାହ୍ନେ ।୨୯୮।ହତ୍ୟା ବିବାଦ ବଧ ନ ଯିବାକ ଦେଖିବେନି ଜନ କଳହେଣ ନୋହିବାକ ସାକ୍ଷୀ ।୨୯୯।ବହୁତ ଲାଭ ଦେଖି ନଯିବାକ ବିଦେଶେଷାଠିୟେ ବରଷ ହେଲେ ଯିବ ତୀର୍ଥବାସେ ।୩୦୦।ଆହୋ ସୁଗ୍ୟଂ ଜନେ ଥିବ ଶାହସ୍ର ବିଧାନେମୁଂ ୟେହା କହିଲି ସିଦ୍ଧି ସାରେଳା ପ୍ରସନ୍ନେ ।୩୦୧।ବ୍ରାହ୍ମଣ ପାପ କଲେ କରିବାକ ଯାଗକ୍ଷତ୍ରୀ ପାପ କଲେ ପଶିବ ରଣଯାଗ ।୩୦୨।ଶୂଦ୍ର ପାପ କଲେ ଉପୁଜାଇବ କୃଷିବଶ୍ୟ ପାପ କଲେ ମୁକୁତି ବାଟ ନଦିଶି ।୩୦୩।ଯାହା ସେ ଯମଦେବତା କହିଲେ ସରୂପଆପଣାର ନିଜ କର୍ମେ ଥିଲେ ନଲାଗଇ ପାପ ।୩୦୪।ମୁହିଂ ମୂର୍ଖ ୟେହା ନିର୍ଭାଇଲି ଭଲେକବି ସାରୋଳଦାସ ଅଭ୍ୟାଗତେ କହିଲେ ।୩୦୫।ସୁହାଣୀ କନ୍ୟା ଶିଖରେଶ୍ୱର ଶିବ ସେବାରେ ନିଯୁକ୍ତ, ଗୌରୀ ଗୋପାଳୁଣୀ ବେଶେ କୃତ୍ତିବାସ ଓ କୀର୍ତ୍ତିବାସ ଦୈତ୍ୟଙ୍କୁ ସଂହାରଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତିପାଣ୍ଡବେ ରହିଲେ ଯେ ନଗ୍ର ଅମରାବତୀ ।୧।ସୁହାଣୀ କନ୍ୟାକଇଂ ବିଭା ହୋଇଲେ ଧର୍ମସୁତେରହିଲେ ପାଣ୍ଡବେ ପଞ୍ଚତିରିଶ ବର୍ଷ ପରିଯନ୍ତେ ।୨।ଯୁଝେଷ୍ଠି ବୋଲନ୍ତି ଶୁଣ ଅରଜୁନତୀର୍ଥ ସେବି ଯିବା ୟେଥେ କିସ ପ୍ରୟୋଜନ ।୩।ଲୋମଶଂକୁ ରାଇ ବୋଲନ୍ତି ଧର୍ମସୁତୟେ ଭ୍ରଥଖଣ୍ଡ ମଧ୍ୟେ ଅଛି କେବଣ ଗୁପତ ତୀର୍ଥ ।୪।ଲୋମଶ ବୋଇଲେ ତୁମ୍ଭେ ଆମ୍ଭର ତୁଲେ ଆସବନସ୍ତ ଭିତରେ ଅଛି ଭୁବନ କପିଳାସ ।୫।ସାତପର୍ବତ ତଳେ ଅଛଇ ଧବଳାଙ୍ଗୀଊର୍ଦ୍ଧ୍ୱ ରେତା ହୋଇ ବହଇ ସଉଭାଗୀ ।୬।ଗନ୍ଧର୍ବ ନୃପତିର ନାମ ବିଶ୍ୱାବସୁତାହାର ଭାରିଜାର ନାମ ଅଟେ ପ୍ରସୂ ।୭।କାଳ କାମ ସମ ସୋମ ଆଧାନ ପ୍ରିୟ ନିଦ୍ରା ସାତପୁତ୍ରନିଶାରେ କଟୁଆଳ ୟେ ରଖନ୍ତି ବନସ୍ତ ।୮।ଅପକ୍ଷରୀଂକର ତୁଲେ ହୋଇଲେ ପୀରତିଧନ ଦେଇ ତାଂକୁ ତ୍ରିପୁତି କରି ନୁଆରନ୍ତି ।୯।ଶ୍ରୀ ଆଷ୍ୟ ଧନ ଦେଇ ପୋଷଇ ଯେହୁ ବେଶ୍ୟାଗୋତ୍ରେ ଅବରଣି ସେ ଜାତିରେ ଅମନିଷ୍ୟା ।୧୦।କୋବେର ଭଣ୍ଡାରୁ ଯେ ଧନ ଚଉର୍ଯ୍ୟ କଲେଅମୂଲ୍ୟ ରତ୍ନମାନ ବେଶ୍ୟାନ୍ତ ନେଇଦିଲେ ।୧୧।ୟେସନେକ ବୃତ୍ତାନ୍ତ ଜାଣିଣ ଧନେଶ୍ୱରସାତକଇଂ କଲାନେଇ ସାଦି ଶିବଂକ ଆଗର ।୧୨।ଅନୀତି ଦେଖି କୋପକଲେ ଦେବରାୟେଯାଆରେ ସାତଂକରି ପାଷାଣ ହୋଉ କାୟେ ।୧୩।ସଦାଶିବ ସ୍ୱାମୀଂକି ସାତେହେଂ କଲେ ସେବାଭୋ ସ୍ୱାମୀ ବିଶ୍ୱନାଥ ଆମ୍ଭନ୍ତ ତବ ଭୁବନ ଦେବା ।୧୪।ଶଂକର ବଦୟନ୍ତି ଇଚ୍ଛିଲ ଯେବେ ୟେହାମୋହୋର କପିଳାସେ ତୁମ୍ଭେରେ ପାବଚ୍ଛ ହୋଇଥାଆ ।୧୫।ମୋତେ ଦ୍ରଶନ କରି ଆସିବେ ଯେତେ ନରସବୁରି ପାଦ ରଜ ପଡ଼ୁ ତୁମ୍ଭର ଉପର ।୧୬।ଲୋମଶ କହିଲେ ଶୁଣ ହୋ ଯୁଝେଷ୍ଠିବିଶ୍ୱାବସୁଂକର ପୁତ୍ର ୟେ ପର୍ବତ ସାତ ଗୋଟି ।୧୭।ୟେ ପର୍ବତ ସାତ ଗୋଟି ଉପୁଚି ଉଠିଆସିଦେଖଯାଇ କପିଳାସ ଶିଖରେ ଈଶ୍ୱର ବସି ।୧୮।ଆସ ଆସ ବାବୁ ତୋତେ ନେମା ସେହି ତୀର୍ଥଶୁଣିକରି ସାନନ୍ଦ ହୋଇଲେ ଧର୍ମସୁତ ।୧୯।ପରୀକ୍ଷକୁ ରାଇକରି ଅନେକ ତିଆରିୟେ ଭ୍ରଥଖଣ୍ଡ ମଧ୍ୟେ ତୋତେ କିୟେ ନୋହେ ସରି ।୨୦।ୟେ ରାଜ୍ୟ ପ୍ରତିପାଳିଣ ଥାଅସି ବାବୁ ଭଲେଆସିବୁ ତୀର୍ଥ କରି ଲୋମଶଂକର ତୁଲେ ।୨୧।ଶୁଣି ପରୀକ୍ଷ ନୟନୁ ବହେ ଅଶ୍ରୁବାରିସୋଦୋଦ୍ରାଂକୁ ପ୍ରବୋଧି ଅନେକ ହିଂ ତିଆରି ।୨୨।ୟେହାକଇଂ ଘେନିଣ ରାଜ୍ୟେ ତୁମ୍ଭେ ଥାଅ ମାୟେପଞ୍ଚୁଭ୍ରାଥ ଦ୍ରୋପତୀ ସହିତ ସଜ ହୋୟେ ।୨୩।ସୋହାଣୀ ନାମେଣ ସେ ହରିସାହୁର ଦୁହିତୀତାକୁ ସଙ୍ଗେ ଘେନିଣଗଲେ ଧର୍ମରାୟେ ନୃପତି ।୨୪।ଯାନ୍ତେଣ ଭୀମସେନ ତାର ମନରେ ବିଚାରିପର୍ବତରେ ଉଠି ନୁଆରିବ ୟେ ବାଳୁତ ଯେ ନାରୀ ।୨୫।ପର୍ବତର ତଳେ ତାହାକଇଂ ରୁହାଇଲେସେହୁଠାବରେ ସେହୁ ସିଦ୍ଧ ନାମ ହୋଇଲେ ।୨୬।ନାରାୟଣୀ ରୁଦ୍ରାୟଣୀ ହେଲେ ୟେହୁ ଯହୁଂୟେବେ ନାରାୟଣୀ ପାଉ ଅଛଇ ନ ସହୁଂ ।୨୭।କୁମ୍ଭମାସ କୃଷ୍ଣପକ୍ଷେ ଚତୁର୍ଦ୍ଦଶୀ ତିଥିଶତଭିଷା ନକ୍ଷତ୍ର ଶଉରିବାର ରାତି ।୨୮।କପିଳାସେ ବିଜୟ କଲେକ ଧର୍ମସୁତେକହିଲେ ଯୁଗଶେଷ ଗବନ ବାନପ୍ରସ୍ଥେ ।୨୯।ଭୀମକଇଂ କହିଲେ ତୁ ତଣ୍ଡୁଳ ଗୁଡ଼ାୟେ ଆଣସହସ୍ର ମାଣ ତଣ୍ଡୁଳ ପଞ୍ଚନ କର ଅନ୍ନ ।୩୦।ରାତ୍ରକ ବଞ୍ଚିବା ଆମ୍ଭେ ଭୁଞ୍ଜି ଶତପଳ ପଞ୍ଚାମୃତେଧର୍ମପୁର ନଗ୍ରେ ଭୀମା ମିଳିଲା ତୁରିତେ ।୩୧।କାଟିଣ ଧାନମାନ ଥୋଇଛନ୍ତି ଖଳାଭାରେକ ତହୁଂଣ ଆଣିଲାକ ଅମଳା ।୩୨।ଯୁଝେଷ୍ଠି ବୋଇଲେ ବାବୁ ୟେହା ଆଣିଲୁ ୟେମନ୍ତେକାହିଂରେ ମଳିବ ତୁ ବଳଦ କାହିଂ ତୋତେ ।୩୩।ବନସ୍ତ ଭିତରେ ଯାଇ ଭୀମସେନ ବୁଲିସାତଗୋଟି ବ୍ରାଘ ତହିଂ କଲାକ ୟେକ ପଲ୍ଲି ।୩୪।ତାହାନ୍ତ ଘେନିଣ ସେ ମଳିଲାକ ଧାନବାଛିଣ ପାଳ ଧାନ ଘେନଇ ଭୀମସେନ ।୩୫।ପଥରେ ପକାଇଣ କରେ ମୁଥମାରିସହସ୍ରେ ମାଣ ଚାଉଳ ଘେନିଲା ସମ୍ପାଦି କରି ।୩୬।ଆପଣେ ରାନ୍ଧଣା ତାହା କଲାକ ଅତିବେଗେନେଇଣ କୁଢାଇଲା ଭାତ ଶିଖରେଶ୍ୱର ଆଗେ ।୩୭।ଯୁଝେଷ୍ଠି ଦେବଂକ ପଛ କନିଆ ସୋହାଣୀସେ ପର୍ବତ ତଳେ ତାକୁ ରୁହାଇଲେ ଆଣି ।୩୮।ବୋଇଲେ ୟେହି ପର୍ବତରେ ଥାଇ ତୁ ଇଶ୍ୱରଂକୁ କର ସେବାବାହୁଡ଼ା ବେଳେ ତୋତେ ବାଣରାଶୀ ନେବା ।୩୯।ସୋମବଂଶ ମଧ୍ୟେ ଗୋଟିଏ କନିଆ ନାୟେକାଣୀତହୁଂ ସେ ନାୟେକାଣୀ ପଦହିଂ ନିର୍ବାଣି ।୪୦।କଳିଯୁଗ ବାନ୍ଧିଥିଲେ ଯେବଣ ପର୍ବତରେକଳିକଳା ଗଡ଼ ସେହୁ ବନସ୍ତ ଭିତରେ ।୪୧।ତହୁଂଣ ପାଣ୍ଡବେ ଯେ ଗଲେ ଦକ୍ଷିଣ ମୂରତିଚିତ୍ରଉତପଳା ନଦୀ ପାରି ହୋଇଣ ଯାଆନ୍ତି ।୪୨।ଯମଦେବାତଂକୁ ବୋଇଲେ ଯୁଝେଷ୍ଠି ନୃପବରଲେଖନ କରି ଥାଅ ହୋ ପାଞ୍ଜିରେ ତୋହୋର ।୪୩।ଚତୁର୍ଦ୍ଦଶୀ ଶିବରାତ୍ରିରେ ଯେ କପିଳା ସେ ଜାଗନ୍ତିସେ ଲୋକ ଅନେକ ଦୋଷକଲେ ତାଂକୁ ନଦେବୁ ଶାସ୍ତି ।୪୪।ଯମଦେବତାଂକୁ ସ୍ୱାମୀ ସତ୍ୟ କରାଇଲେତହୁଂଣ ଯୁଝେଷ୍ଠି ଦେବ ଦକ୍ଷିଣ ଭାଗେ ଗଲେ ।୪୫।ଚିତ୍ରଉତପଳା ତୀରେ ଉପିଳେଶ୍ୱର ପୂଜିଅମରେଶ୍ୱର ଦ୍ରଶନେ ଅନେକ ତୋଷ ଭଜି ।୪୬।ପ୍ରବେଶ ହୋଇଲେ ଯାଇ ୟେକାମ୍ବର ତୀର୍ଥେବିନ୍ଦୁସାଗରେ ସ୍ରାନ କରି ଦେଖିଲେ ବିଶ୍ୱନାଥେ ।୪୭।ୟେକାମ୍ବରେଶ୍ୱର ଦେବତାଂକୁ ତହିଂ କଲେ ପୂଜାପଞ୍ଚୁଲିଙ୍ଗ ଥାପିଲେ ଧର୍ମଂକର ତନୁଜ ।୪୮।ତହିଂରୁ ଚଳିଯାନ୍ତେ ଅଗ୍ନିକୋଣ ମୃତ୍ତିପରାଚୀ ନଦୀ କୂଳେ ଯାଇ ପ୍ରବେଶ ହୁଅନ୍ତି ।୪୯।ଲୋମଶ କହିଲେ ଯେ ଗୋପ୍ୟାନ ତୀର୍ଥ ପ୍ରାଚୀସତ୍ୟଯୁଗେ ସ୍ରାହାନ ୟେଣେ କରୁଥିଲେ ଶଚୀ ।୫୦।ଅମର ସ୍ୱର୍ଗ ଭୁବନୁଂ ଆସନ୍ତି ଓହ୍ଲାଇଯେ ନଦୀରେ ସ୍ରାହନ କରି ଅଷ୍ଟଶମ୍ଭୁ ଦାହି ।୫୧।ଅସୁର ଭୟ ବୋଲି ଇନ୍ଦ୍ର ଦେବତା ଦିଲେ ଦୀକ୍ଷାଅସି ସହସ୍ର ଗନ୍ଧର୍ବ କରନ୍ତି ତହିଂ ରକ୍ଷା ।୫୨।ଯୁଝେଷ୍ଠି ଦେବ ବୋଇଲେ ଶୁଣିମା ଲୋମଶ୍ୟେସତ୍ୟଯୁଗେ ଥିଲେ ୟେଥେ କେବଣ ରାକ୍ଷସେ ।୫୩।ଲୋମଶ କହିଲେ ଶୁଣିମା ଦେବରାଜରକ୍ଷ ଭକ୍ଷ ବୋଲି ଥିଲେ ୟେଥେ ବେନି ଯେ ଦନୁଜ ।୫୪।ରକ୍ଷ ଭକ୍ଷଂକର ପୁତ୍ର ହେତି ଯେ ପ୍ରହେତିବଜ୍ରାଙ୍ଗ କାଳାନଳ ୟେ ତାଂକର ସନ୍ତତି ।୫୫।ବଜ୍ରାଙ୍ଗର ନନ୍ଦନ ମାଳି ଯେ ସୁମାଳି ମାଲ୍ୟବନ୍ତକେତୁମାଳି ବୋଲି କରି ମାଲ୍ୟବନ୍ତର ପୁତ୍ର ।୫୬।କେତୁମାଳିର ପୁତ୍ର ହୋଇଲା ଅଂଶୁମାଳିୟେହାଂକର ପୁତ୍ର ହୋୟେ କାଳୀ ଯେ ଗୋପାଳୀ ।୫୭।ସେ ଗୋପାଳିର ନନ୍ଦନ ଯେ ଉଦୟେ ଭାନୁବନ୍ତଭାନୁବନ୍ତ ଦତ୍ୟର ହୋଇଲା ତିନି ପୁତ୍ର ।୫୮।କୀର୍ତ୍ତନ କୀର୍ତ୍ତିବାସ ଆରଡ଼େକ ତିନିୟେକାମ୍ବର ବନେ ରହିଲେ କୀର୍ତ୍ତିନ କାର୍ତ୍ତିବାସ ବେନି ।୫୯।ଆରଡେକ ରହିଲା ପ୍ରାଚୀ କୂଳ ମାଡ଼ିମୃତିକା ପର୍ବତକୁ ସେ ନଗଲାକ ଛାଡ଼ି ।୬୦।ଗୁପତ ହୋଇଣ ତୁମ୍ଭେ ବନେ ଥାଇ ଆରଡ଼େକିସ୍ରାହାନ କରି ଅଇଲେ ମାଗଇ ପଥୁକି ।୬୧।ଗୁପତ ହୋଇଣ ସେ ବନେଣ ଥାଇ ଟାକିସ୍ରାହାନ କରି ଅଇଲେ ହରି ନେବ ଶଚୀକି ।୬୨।ନାରଦ କହିଲେ ଇନ୍ଦ୍ରକଇଂ ମଞ୍ଚେଣ ଯାଉ ଶଚୀଆରଡ଼େକ ଦଇତ ଯେ ଜଗିଅଛି ପ୍ରାଚୀ ।୬୩।ଯୁଝେଷ୍ଠି ଦେବ ବୋଇଲେ ସେ କୀର୍ତ୍ତନ କୀର୍ତ୍ତିବାସ ବେନିତାହାନ୍ତ କେ ବଧ କଲା କହ ଲୋମଶ ମୁନି ।୬୪।ଲୋମଶ ବୋଇଲେ ବାବୁ ୟେକାମ୍ବର ତୀର୍ଥେଅସୁରଂକ ଭୟେ କେହୁ ନକରନ୍ତି ଆତଯାତେ ।୬୫।ଦିନକରେ ଦିଗମ୍ବର ବୋଇଲେ ଶୁଣ ଗୋ ପାର୍ବତୀକେମନ୍ତେ ବଧ କରିଣ ଅସୁର ଦୁହିନ୍ତି ।୬୬।ପାର୍ବତୀ ବୋଇଲେ ତୁମ୍ଭର ଆଗ୍ୟାଂ ଯେ ପାଇଲେମୁଂ ୟେହାନ୍ତ ବଧ କରିବି ତୁମ୍ଭେ କୋପ ଯେ ନକଲେ ।୬୭।ଯାଆ ବୋଲି ଆଗ୍ୟାଂ ଯେ ଦିଲେ ପଶୁପତିକପଟେ ପାର୍ବତୀ ମଥାରେ ବହଇ ଦଧି ଯେ ନଉତି ।୬୮।ବିଂଝଗିରି ପର୍ବତରେ ଅଛନ୍ତି କୀର୍ତ୍ତନ କୀର୍ତ୍ତିବାସ ବେନିଦେଖିଲେ ଗୋପାଲୁଣୀ ଜଗତ ମୋହିନୀ ।୬୯।ଦରିଦ୍ରକୁ ନିଧି ପ୍ରାପତ ହୋଅଇ ଯେହ୍ନେୟେତେକାଳେ ସେ ଅଇଲା ଆମ୍ଭର ୟେ ପୁଣ୍ୟେ ।୭୦।ଦଧି ଓହ୍ଲାଇଣ ସେ ବସିଲାକ କତିଆମ୍ଭକଇଂ ଦିଅ ଗୋ ତୋ ଦଧି ଯେ ନଉତି ।୭୧।ବାଭିୟେ ମୁହିଂ ବଧୁ କୁଳ ଭୁଆସୁଣୀଧାନଗୁଡ଼ାୟେ ବିକି ନେଲେ ବଞ୍ଚୁ ପଞ୍ଚୁଅ ପରାଣୀ ।୭୨।ବୋଲନ୍ତି ଦୟିତେ ତୁ ଯେ ଧାନଗୁଡ଼ାୟେ ବିକୁହୀରା ନୀଳା ନଉତିୟେ ପୂରାଇ ଦେବୁ ତୁକୁ ।୭୩।ଆପଣେ ପତ୍ର ଘେନି ବସିଲେ ଭାଇ ବେନିପରଶନ୍ତି ମାହେଶ୍ୱରୀ ଓରାରେ ଦହି ଘେନି ।୭୪।ହାସ୍ୟ ପରିହାସ୍ୟ ଅସୁରେ ତାହା ସଙ୍ଗିବାଭିୟେ ବହନ କରି ଭୁଞ୍ଜିବଇଂ ବେଗି ।୭୫।ୟେକା ଦହି ଦଉଡ଼ି ପରଶନ୍ତି ସତୀଯେତେ ଇଚ୍ଛା ଦୟିତେ ଭୁଞ୍ଜନ୍ତି ତ୍ରିପୁତି ।୭୬।ମଉଦଧି ଶୋଷି ପାରନ୍ତି ଦଇତେୟେକା ଦଧି ନଉତି ଯେ ପୂରିଲାଗର୍ଭଗତେ ।୭୭।ଭୁଞ୍ଜିଣ ଦୟିତେ ଯେ ଆଞ୍ଚୋବନ କଲେସୁବର୍ଣ୍ଣ ନଉତି ଯେ ପୂରୋଇଣ ଦିଲେ ।୭୮।କାଲି ଦଧି ଆଣି ଦେବଟି ଆମ୍ଭଂକୁଆବର କି ଦ୍ରାରିଦ୍ର ରହିବାକୁ ତୁକୁ ।୭୯।ଚଳିଲେ ଗୋସାମଣି ଭୁବନ କପିଳାସେସମସ୍ତ କହିଲେ ଯାଇ ସଦାନନ୍ଦ ପାଶେ ।୮୦।ଭାଳନ୍ତି ଅସୁରେ ମନ୍ଦ କୃତ୍ୟ କଲୁହସ୍ତଗତ ତିରୀ ରତ୍ନେ କିମ୍ପେ ଛାଡ଼ିଦିଲୁ ।୮୧।ନପୁଣ ସେ କାଲି ନୁଆସଇ ଗଉଡ଼ୁଣୀପୁନରପି ଆଉ କି ସେ ପାଇବା ରମଣୀ ।୮୨।କାମଭୋଳେ ବିଚାର ଯେ ପାହିଲା ରୟଣୀବିଂଝଗିରି ପର୍ବତେ ଥାଇ ଚାହୁଥାନ୍ତି ବେନି ।୮୩।ଦେବାଙ୍ଗ ବସ୍ରମାନ ଯେ ପିନ୍ଧିଲେ ପାର୍ବତୀସର୍ବ ଅଳଂକାର ଅଙ୍ଗେ ମଥାରେ ଦଧି ଯେ ନଉତି ।୮୪।ଦଇବେ ପାର୍ବତୀଂକି ପଟାନ୍ତର କିସ ଅଛିମୁନି ମନମୋହିନୀ ସେ ଅସୁରେ କାହିଂ ମୃଚ୍ଛି ।୮୫।ନେଇଣ ମହାଦେଈ ଓହ୍ଲାଇଲେ ଦହିବୋଇଲେ ଦୁରନ୍ତକେ ଆସ ଆସ ଗୋ ପ୍ରାଣସହି ।୮୬।ମତୁଆଳ ମତ୍ତ ଦେଖି ଦେବୀ ଯତ୍ନକରିଶାକର ମେହିଣ ଅଛନ୍ତି ଦଧିରେଣ ଭରି ।୮୭।ଭୁଞ୍ଜନ୍ତି କୀର୍ତ୍ତନ କ୍ରୀତିବାସ ପରଶନ୍ତି ଉମାଦଇତେ ବୋଲୁଛନ୍ତି ତୁ ହୁଅଗୋ ଆମ୍ଭର ବାମା ।୮୮।ଅନେକ ରତ୍ନ ଅଳଂକାରମାନ ତୋତେ ଦେବୁଂପଞ୍ଚମଶରେ ତୋତେ କାମେଣ ମନାଇବୁଂ ।୮୯।ବୋଇଲେ ଗୋପାଳୁଣୀ ମୁହିଂ ତୁମ୍ଭର ଭଜିଲିରାଗେଣ ଭାଳଇ ମୁଂ କିମ୍ପାଇ ଛାଡ଼ିଣ ଅଇଲି ।୯୦।ୟେକା ମୋହୋର ଓଷା ଗୋଟିୟେକ ଅଛିତାହା ପ୍ରତିପାଳିଲେ ମୁଂ ତୁମର କାମାକ୍ଷୀ ।୯୧।କୀର୍ତ୍ତନ କ୍ରୀତିବାସ ବୋଇଲେ କହ ତୁମ୍ଭର କି ଓଷାଦେବଂକୁ ଦୁଲ୍ଲଭ ହୋଇଲେ ଆମ୍ଭେ ପୂରୋଇବୁଂ ମନୀଷା ।୯୨।ବୋଇଲେ ଗୋପାଳୁଣୀ ନୋହଇ ଧନେ କାର୍ଯ୍ୟକିଞ୍ଚିତ ସେ ଅଟଇ କହିବାକୁ ବଡ଼ଲାଜ ।୯୩।ତୁ ଆମ୍ଭର ଭାରିଯା ଆମ୍ଭେ ତୋହୋର ପ୍ରଭୁକହସି ବେଦନା ସଖି କାହାକୁ ଡରି ତୁ ଭାବୁ ।୯୪।ପାର୍ବତୀ କହିଲେ ଦୁହିଂକର କନ୍ଧେ ମୁଂ ପାଦ ଦେଇଥିବିହାଥେ ହାଥେ ଦେଇ ତୁମ୍ଭର ମୁଣ୍ଡ ମୁଂ ଧରିଥିବି ।୯୫।ବୁଲାଇବ ମୋତେ ତିନିକୋଶ ପରିଯନ୍ତେୟେତେକ କଲେ ମୁଂ ତୁମ୍ଭ ଭାରିଯା ଯୁଗତେ ।୯୬।ମୋହେ ମୋହିଲେ ଦେବୀ ଅସୁରେ ପଡ଼ିଲେ ମୋହବନ୍ଧେଦୁଇଭାଇ ନେଇ ତାଂକୁ ବସାଇଲେ କାନ୍ଧେ ।୯୭।ମତୁଆଳ ରସ ଖାଇଣ ମତୁଆଳିକାନ୍ଧରେ ଠିଆ କରି ବୁଲାଇଲେ ମହୀଆଳୀ ।୯୮।ୟେକାମ୍ବର ଦେବତାଂକର ଛାମୁରେ ୟାଇଂ ମିଳିଦୁର୍ଗା ଅବତାରେ ଦେବୀ ଶରୀର ଉଗୁଳି ।୯୯।ମହାବଳିଷ୍ଠ ରୂପେ ଅସୁରନ୍ତି ପୟରେ ଚାପିଦୁଇଭାଇନ୍ତ କଲେ ଭୂମିରେଣ ଗୋପି ।୧୦୦।ୟେକାମ୍ବର ବନ ପଚ୍ଛିମେ ଭୁବନେଶ୍ୱରତାହାର ଉତ୍ତର ଦିଗେ ଚାପିଲେ ଅସୁର ।୧୦୧।ଚାପନ୍ତେ ଅସୁରଂକର ଦିଶିଲାକ ଶିରଦଇତେ ବୋଇଲେ ମାଗୋ କପଟ ତୋହୋର ।୧୦୨।ବୋଲନ୍ତି ମହାଦେବୀ ମୁହିଂ ସେ ପାର୍ବତୀୟେତେକ ଦୃଶ୍ୟ ଥାଉ ଗୋ ଦେଖୁଥାଉଂ ସବୁନ୍ତି ।୧୦୩।ୟେବେତ ହୋଇଲାନି ଗୋଟିଏ ଆମ୍ଭର ମରନ୍ତେକୀର୍ତ୍ତନ କ୍ରୀତିବାସ ନାମ ଧରି କ୍ଷତ୍ରକୁ ଆମ୍ଭନ୍ତ ସମସ୍ତେ ।୧୦୪।ତାହାଂକର ଧର୍ମରୁ ମାଗେ ଆମ୍ଭନ୍ତ ଅଧେକ ଦେଅସିକୀର୍ତ୍ତନ କ୍ରିତିବାସ ଦୁଇଦଇତ ନାଶିବିଂଝଗିରି ତଟେ ଶୋଇଲେ ଦେବୀ ଆସି ।୧୦୫।ଈଶ୍ୱରେ ଲୋଡ଼ିଣ ଆସନ୍ତି ଚଉକତିଶୟନ ଦେଖି ପଦତଳେ ଶୋଇଲେ ପଶୁପତି ।୧୦୬।ଶୁଣ ବାବୁ ଯୁଝେଷ୍ଠି ବୋଇଲେ ଲୋମଶୟେକାମ୍ର ବନେ ରହିଲେ ବେନି ଯେ ରାକ୍ଷସ ।୧୦୭।ଆରେଡ଼କ ଦଇତ ୟେହାଂକର କନିଷ୍ଠମୃତ୍ତିକା ଗିରି ଶିଖରେ ପ୍ରାଚୀ ନଦୀତଟ ।୧୦୮।କୀର୍ତ୍ତନ କ୍ରୀତିବାସ ଦୁହିନ୍ତି ଦୁର୍ଗା ନାଶ କଲେୟେକାମ୍ବର ତୀର୍ଥକୁ ଯେ ଦେବୀ ଉଦ୍ଧାରିଲେ ।୧୦୯।ଯୁଝେଷ୍ଠି ବୋଇଲେ ହୋ ଚାଲ କରିବା ତୀର୍ଥଦେଖିଲେ ମାରିବା ଆମ୍ଭେ ଆରଡ଼େକ ଦଇତ ।୧୧୦।ଲୋମଶନ୍ତ ଘେନି ଚଳିଲେ ପଞ୍ଚୁଭ୍ରାଥଯାଇଂଣ ମିଳିଲେ ସେ ପ୍ରାଚୀନଦୀ ତୀର୍ଥ ।୧୧୧।ପ୍ରାଚୀନଦୀ ତୀର୍ଥେ ପାଣ୍ଡବେ ପ୍ରବେଶ ହୋଇଲେପାଣ୍ଡବେ ପଞ୍ଚତୀର୍ଥ ତହୁଂ ସେ ବୋଇଲେ ।୧୧୨।କୁଣ୍ଡେ ପଶି ସ୍ରାହାନ କରନ୍ତେ ଦେବଧର୍ମେଦେଖିଲେ କୃଷ୍ଣବର୍ଣ୍ଣ ମାଧବ ପ୍ରତିମେ ।୧୧୩।ଶଙ୍ଖ ଚକ୍ର ଗଦା ଯେ ଶୋହଇ ପଦ୍ମହସ୍ତଯୁଝେଷ୍ଠି ତୋଳି ଆଣିଲେ ମାଧବ ଦେବତାନ୍ତ ।୧୧୪।ପାଣ୍ଡବ ଘାଟରେ ୟେ ଥୋଇଲେ ତାଂକୁ ଆଣିପ୍ରତକ୍ଷେ ନାରାୟଣ ବୋଲି ଶୁଭିଲା ଆକାଶର ବାଣୀ ।୧୧୫।ଉଚ୍ଚ ବାଚ ଶୁଣି ଆରେଡ଼କ ଦଇତଧାମଇ ଦୂରାନ୍ତେକ କୋଠାର ବେନି ହାଥ ।୧୧୬।ଭୀମସେନ ବୋଇଲା ତୁମ୍ଭେ ମାଧବେ କର ପୂଜାମୁହିଂ ଚୂର କରିବି ଆରେଡ଼କ ଦନୁଜା ।୧୧୭।ନିଉନ ବଳ ଦେଖି ଅସୁର କଲାକ କଟାଳଗଦାବର ବୁଲାଇଲା ପାଣ୍ଡବ ମହାବଳ ।୧୧୮।ଆରତେକ ପିଟିଲା ଯେ ବେନି କୋଠାର ଘେନିଭୀମସେନ ବାମ ଅଙ୍ଗେ ପଡ଼ିଉଠିଲା ବହନି ।୧୧୯।ପୁଣିହିଂ ଭୀମସେନ ପିଟିଲା ବେନି ଗଦାଅଙ୍ଗରେ ପଡ଼ି ଭାଜିଲା ରହିଲାକ ଅଧା ।୧୨୦।ଖଣ୍ଡିତ ଗଦା ପକାଇ ବ୍ରିକୋଦରଅସୁରକୁ ଧଇଲା ସେ ମାଲବନ୍ଧ ସମର ।୧୨୧।ଧରା ଧରି କୋଡ଼ା କୋଡ଼ି ଗଡ଼ାଗଡ଼ି ଯାନ୍ତିନଖ ଦନ୍ତଘାତେଣ ଶ୍ୱରୀର ବିଦାରନ୍ତି ।୧୨୨।ତିନିକୋଣ ଓସାର ଯେ ବନସ୍ତ ଚୂରଗଲାମୃତ୍ତିକା ଗିରି ଶିଖରେ ଭୀମକଇଂ ଆରଡ଼େକ ମାଡ଼ିବସିଲା ।୧୨୩।ବଜ୍ରମୁଥ ପ୍ରହାର କଲାକ ଦତ୍ୟ ତମେବହଇ ଶ୍ରୋଣିତ ଯେ ଗଳଇ ରୋମେ ରୋମେ ।୧୨୪।କୋପେଣ ଦଇତ ଯେ ଗର୍ଜଇ ମହାଘୋରଧାତିକାରେ ବସିଲା ପୁଣ ଭୀମସେନ ଉପର ।୧୨୫।କୀରଟୀ ବୋଲି ଯହୁଂ ବୋଇଲାକ ପାବେନିଛାଡ଼ିଲା ଡ଼ାକ ଆରଡ଼େକ ବିନ୍ଧାଣ କର୍ମଘେନି ।୧୨୬।ଦୁଜ ଯୁଦ୍ଧକୁ ଭୀମ ଅଟଇ ବଳବନ୍ତାଶତସିଂଘ ପ୍ରାକର୍ମେ ତ୍ରଇଲୋକ୍ୟଯାକ ଜିତା ।୧୨୭।ଅରଣ୍ଡେକ ଧରି ତଳେ ପାଡ଼ିଲା ମାରୁତିମନ୍ଦର ଗିରି ଜାଣି ମାଡ଼ି ବସିଲା ନିଭ୍ରାନ୍ତି ।୧୨୮।ଚଳ ପ୍ରଚଳ ହୋଇ ଦଇତ ନୁଆରିଲାବିନ୍ଧାଣେ ହାରିଲି ବୋଲି କିରିଟୀ ବୋଇଲା ।୧୨୯।ଭୀମସେନ ବୋଇଲା ଦଇତ ହୋଇଲୁକି ବାଇୟେକା ଜଣକହିଂ କିରିଟୀ ବୋଲୁ କାହିଂ ।୧୩୦।ଗଦା ନାହିଂ ଯେଣୁ ମାରଇ ବଜ୍ରମୁଥଅଗ୍ନି ବୃଷ୍ଟି ହୋଇଲା ଦାନବର ଗାତ୍ର ।୧୩୧।ବେନି ପାଦ ଧରି ଭୀମ ବୁଲାଇଲା ଅନ୍ତରୀକ୍ଷେପର୍ବତ ଉପରେ ନେଇ ପିଟିଲା ପ୍ରତକ୍ଷେ ।୧୩୨।ଅଶି ତଳେ ଉତ୍ସର୍ଗ ଯେ ମୃତ୍ତିକା ନାମେ ଗିରିଅସୁରକଇଂ ପିଟନ୍ତେ ସେ ହୋଇଲାକ ଚୂରି ।୧୩୩।ଆକାଶବାଣୀ ଶୁଭିଲା ନ ମରଇ ଦଇତତୁହୋ ବ୍ରିକୋଦର ମାଡ଼ି ବସିଥାଅ ୟେଥ ।୧୩୪।ବ୍ରିକୋଦର ନଦେଖି ଧାମନ୍ତି ତିନିଭାଇଦେଖିଲେ ବ୍ରିକୋଦର ମାଡ଼ିବସିଛି ଦଇତକଇଂ ।୧୩୫।ଆକାଶର ବାଣୀ ସେ ଦିଲେ ଦେବରାଜାଆହୋ ଯୁଝେଷ୍ଠି ତୁ ମାଧବ ଘେନିଯା ଯା ।୧୩୬।ପ୍ରାଚୀ ନଦୀ ତୀରେ ମୃତ୍ତିକା ଗିରି ଶିଖରଆରେଡ଼କ ଦତ୍ୟକୁ ମାଡ଼ି ବସିଛି ବ୍ରିକୋଦର ।୧୩୭।ୟେ ମାଧବ ପ୍ରତିମା ତହିଂ ଉପରେ ବିଜେକରତେବେ ସେ ଦାନବ ଯେ ହୋଇବ ଅପହାର ।୧୩୮।ଚାରିଯୁଗକଇଂ ତୋହୋର କଥାରହୁଯୁଝେଷ୍ଠି ମାଧବ ବୋଲି ୟେହାର ନାମ ହେଉ ।୧୩୯।ବ୍ରହ୍ମାଂକ ବଚନ ଶୁଣି ଯୁଝେଷ୍ଠି ରାଜଦେବଶିରେଣ ବସାଇଲେ ଯୁଝେଷ୍ଠି ମାଧବ ।୧୪୦।ମୃତ୍ତିକା ଶିଖରେ ଆରଡ଼େକ ଉତ୍ତାନଶାୟୀଶିରେଣ ମାଧବ ବିଜେ ଜଗତ୍ର କଲେ ତ୍ରାହି ।୧୪୧।ଆରେଡ଼େକ ଗଳାକୁ ଭୀମସେନ ଦିଲାମାଡ଼ିନିଶ୍ଚେଷ୍ଟ ହୋଇ ଯେ ଅସୁର ବୀର ପଡ଼ି ।୧୪୨।ଯୁଝେଷ୍ଠି ଦେବ ବିଜେ ମାଧବ ପାଦତଳେତୁ ଦେବ ମହାଶମ୍ଭୁ ଅଟୁ ସର୍ବ କାଳେ ।୧୪୩।ବାଳ ବୃଦ୍ଧ ତରୁଣ ପ୍ରତକ୍ଷେ ତିନିରୂପସନ୍ଦେଶ ଗାରେଡ଼ି ଦେବ ବିଷ ହରଣ ଦର୍ପ ।୧୪୪।ହେ ପଣ୍ଡିତ ଜନେ ହାଦେ ମୁଂ ନୁହଇ ଗ୍ୟାଂତାବିଦୁଜନ ମୁଖେ ନ ଶୁଣିଲି ଶାହାସ୍ର ସଂଘିତା ।୧୪୫।ସେ ପାଣ୍ଡବ ଘାଟେ ସ୍ରାହାନ ସାରିଣ ଯୁଝେଷ୍ଠିସେ ମୃତ୍ତିକା ଗିରି ଉପରେ ଯାଇ ଉଠି ।୧୪୬।ସେ ପର୍ବତେ ଉଠିଣ ମାଧବ ଦ୍ରଶନେବାଳ ବୃଦ୍ଧ ତରୁଣ ରୂପ ଦେଖୁ ୟେକ ଦିନେ ।୧୪୭।ଜନ୍ମଯାକେ ଆଉ ନ ଲାଗଇ ପାପହରଇ ସର୍ବଦୋଷ ନାଶକରଇ ତାପ ।୧୪୮।କିସ କରିବ ହୋ ନାନା ତୀର୍ଥ ଗବନେଧର୍ମ ଅର୍ଥ କାମ ମୋକ୍ଷ ଯୁଝେଷ୍ଠି ମାଧବ ଦ୍ରଶନେ ।୧୪୯।ମାଧବ ସୁମର ନରେ ରୋଗ ବ୍ୟାଧି ନ ପୀଡ଼ୁମାଧବ ସୁମର ନରେ କାଳ ଦଣ୍ଡ ନ ପଡ଼ୁ ।୧୫୦।ମାଧବ ସୁମର ନରେ ହରୁ ସର୍ବ ପାପମାଧବ ସୁମର ନରେ ସିଦ୍ଧ ହୋଉ ଜପ ।୧୫୧।ମାଧବ ସୁମର ନରେ ପ୍ରାପତ ହୋଉ ସିଦ୍ଧିମାଧବ ସୁମର ନରେ ପ୍ରସାର ହୋଉ ବୁଦ୍ଧି ।୧୫୨।ମାଧବ ସୁମର ନରେ କାଳ କଳଂକ ନ ପଡ଼ୁମାଧବ ସୁମର ନରେ ହତ୍ୟା ହିଂ ନ ପୀଡ଼ୁ ।୧୫୩।ମାଧବ ସୁମର ନରେ ଅଇଶ୍ୱର୍ଯ୍ୟ ଭୁଞ୍ଜମାଧବ ସୁମର ନରେ ସିଦ୍ଧହୋଉ ସର୍ବକାର୍ଯ୍ୟ ।୧୫୪।ମାଧବ ସୁମର ନରେ ବଦ୍ଧ ବନ୍ଧନ ଫିଟୁମାଧବ ସୁମର ନରେ ଆୟୁଷ ନ ତୁଟୁ ।୧୫୫।ମାଧବ ସୁମର ନରେ ଧନ ସନ୍ତାନ ହୋଉମାଧବ ସୁମର ନରେ ଦୁଖ ଅପାଦ କ୍ଷୟ ଯାଉ ।୧୫୬।ଅନନ୍ତ କୋଟି ମହିମାଂ ଯେବଣ ଯୁଝେଷ୍ଠି ମାଧବପଞ୍ଚଭୂତେ ଲୟ କରି ମାଧବ ଚରଣେ ସେବ ।୧୫୭।ବାଳ ବୃଦ୍ଧ ତରୁଣ ତିନି ମୃତ୍ତି ଦେଖିପରଲୋକ ବାନ୍ଧବ ସେହି ଅଟଇ ସାକ୍ଷୀ ।୧୫୮।ପ୍ରତକ୍ଷେ ନାରାୟଣ ସନ୍ଦେଶ ଗାରେଡ଼ିପ୍ରସନ୍ନେ ଅବତାର ଯେ ବଳି ଦର୍ପ ମାଡ଼ି ।୧୫୯।ଶ୍ୱେତ ପୀତ କୁଂକୁମ ଅଟଇ ତିନିରୂପକଳି କାଳ ଜାଣି ସ୍ୱାମୀ ହୋୟେ ଯେବଣ ସରୂପ ।୧୬୦।ଅସଂଖ୍ୟ ମହିମା ଯାର ନ ସରଇ କହନ୍ତେମୁହିଂ କିସ ଅନ୍ତ କରିବି ଲେଖନ୍ତେ ।୧୬୧।ଅପଣ୍ଡିତ ଲୋକ କିସ ମୋର ବୁଦ୍ଧିଯୁଝେଷ୍ଠି ମାଧବ ଚରଣେ ସୟଳ ଜନ ବନ୍ଦି ।୧୬୨।ମନ ବଚନ କର୍ତ୍ତବ୍ୟେ ନ ପଶୁ ମୋର ଆନସର୍ଜନ ଶୁଦ୍ରମୁନି ସାରୋଳାଦାସ ଧ୍ୟାନ ।୧୬୩।ଶ୍ରୀମହାଭାରତ ୟେ ମୁନି ଅଂଶ ବାକ୍ୟେୟେହା ମୁଂ ଘଟଣ କରଇ ଯେହ୍ନେ ମୋର ଶକ୍ୟେ ।୧୬୪।ଯୁଝେଷ୍ଠି ମାଧବ ଚରଣାରବିନ୍ଦେବଦୟନ୍ତି ଶୁଦ୍ରମୁନି ସାରୋଳାଦାସ ତୁଳୁସାର ବଲ୍ଲଭ ମମ ହୃଦେ ।୧୬୫।ଯୁଧିଷ୍ଠିରଙ୍କର ଉତ୍ତର ଦିଗ ତୀର୍ଥେ ଗମନ, ଅପ୍ରତିଷ୍ଠା ଡାକେଶ୍ୱରୀ ବିବରଣ ଓ ଅସ୍ତ୍ରଶସ୍ତ୍ରାଦି ତ୍ୟାଗମାଧବ ଦ୍ରଶନ ଯେ ସାରିଣ ଯୁଧିଷ୍ଠିରଚଳନ୍ତି ପଞ୍ଚୁବୀରେ ଲତା ଗହନ କନ୍ଦର ।୧।ଗମନ୍ତି ପାଣ୍ଡବେ ଯେ ପଚ୍ଛିମ ମୂରତିମହ୍ଲାର ରାଜ ବଳରାମ ଭୁବନେ ମିଳନ୍ତି ।୨।ବିଜୟେ ନାରାୟଣ ଶବରୀ ଦେବତାତାହାନ୍ତ ଦ୍ରଶନ କଲେ ପଞ୍ଚୁ ମହାରଥା ।୩।ତହୁଂଣ ବିଜୟେ ତୁଳସୀ ନଗ୍ର ପୁରେଦେଖିଲେ କୋଠରୀ ଯେ ରୁଦ୍ରନଦୀ ତୀରେ ।୪।ପ୍ରଶୁରାମଂକ ସନ୍ତକ କର୍ଣ୍ଣୟେ କଟାରିଯେଣେ ସେ ୟେକୋଇଶି ବାର ପୃଥୀ ନିଛତ୍ର କରି ।୫।ରୁଧିରେ ତର୍ପଣ କରି ଭଇରୋବୀ କଲେ ପୂଜାକରେ ବିଜେ କର୍ଣ୍ଣ କଟାରୀ ଦିଲେ ଜମଦଗ୍ନିଂକ ତନୁଜା ।୬।ପଞ୍ଚୁପାଣ୍ଡବେ ଯେ ତାଂକୁ ବିନୟେ ଭଗତିଜୟ ତୁ କୋଠାରୀ ଗୋ ଖଣ୍ଡସି ଦୁର୍ଗତି ।୭।ଯୁଗଯୁଗାନ୍ତରେ ତୁମ୍ଭେ ଅହର୍ନିଶି ଯୁବାଜଗୁଜନମୋହିନୀ ଗୋ ଘେନ ମୋର ସେବା ।୮।ତାରିଣୀ କାରେଣୀ ଗୋ ହୁଂକାରେ ନର ଭୋଜୀମାତାଙ୍ଗୀ ମତୁଆଳୀ ଗୋ କେଳି ଅଇଶ୍ୱର୍ଯୀ ।୯।ନମୋ ନମୋ ମାତା ଗୋ ସଦା ମତୁଆଳୀପ୍ରସନ୍ନେ ମହାଦେବୀ ଗୋ ରୋଧିରେଣ ଭୋଳୀ ।୧୦।ଜାତ ଅନ୍ତ ମଧ୍ୟେ ଅବିକାର ଯାର କାୟେପ୍ରସନ୍ନ କୋଠାରୀ ଗୋ ଉଦ୍ଧର ମହାମାୟେ ।୧୧।ଜୟ ତୁ ଚଣ୍ଡୀ ଚାମଣ୍ଡା ଗୋ ଅଭୟ ତ୍ରିଶୁଳିତବ ନାମ ମୁହିଂ ଗୋ ଚିନ୍ତଇ ତିନି ଓଳି ।୧୨।ସିଦ୍ଧ କୋଠାରୀଂକର ଚରଣେ ଅନୁବ୍ରତେକବିତ୍ୱ ସାରୋଳାଦା ସବିନୟେ ଭଗତେ ।୧୩।ଅଗସ୍ତିଂକି ପୁଛାକଲେ ବଇବସୁତ ମନୁସ୍ୱର୍ଗ ଆରୋହଣ କଥା କହିବା ମତେ କୁମ୍ଭଋଷି ତନୁ ।୧୪।କୋଠାରୀଂକି ଦ୍ରଶନ କରିଣ ନୃପମଣିସେ ପାଣ୍ଡବ ପାଞ୍ଚଭାଇ ଗଲେ କାହିଂ ପୁଣି ।୧୫।ଶୁଣ ହୋ ମହାରାଜା କଥୟନ୍ତି ଅଗସ୍ତିରୁଦ୍ର ନଦୀ ତୀରେ ରହିଲେ ପଞ୍ଚୁପାଣ୍ଡବ ଦ୍ରୋପତୀ ।୧୬।ଯୁଝେଷ୍ଠି ଦେବ ବୋଇଲେ ଶୁଣ ବ୍ରିକୋଦରୟେ ନଦୀ ପାରିହୋଇ ବୁଝ ୟେ କେବଣ ତୀର୍ଥବର ।୧୭।ଆଗ୍ୟାଂରେ ବ୍ରିକୋଦର ନଦୀ ହୋଇଲା ପାରିଦକ୍ଷିଣକୂଳେ ଥାଇ ରେ ରେ କାର କରି ।୧୮।ଯୁଝେଷ୍ଠି ବୋଇଲେ ୟେ କେବଣ ଆକାରଡାକଦିଅରେ ଅର୍ଜୁନ ବାହୁଡୁ ବ୍ରିକୋଦର ।୧୯।ଅର୍ଜୁନ ଡାକ ଦିଅଇ ବେଗେ ଆସ ବାହୁଡିଟିଭୀମସେନ ବୋଇଲେ ତୁମ୍ଭମାନେ କେ’ଟି ।୨୦।ଅର୍ଜୁନ ବୋଇଲେ ଆମେ ଚାରି ପାଣ୍ଡବେଅର୍ଜୁନ ନକୁଳ ସହଦେବ ଯୁଝେଷ୍ଠି ରାଜଦେବେ ।୨୧।ନୟନ ବୁଲାଇ ବୋଇଲେ ପାଣ୍ଡବେ କେ’ରେଜାଣିବା ତୁମ୍ଭର ଦର୍ପ ୟେବେ ୟେଣିକି ଆମ୍ଭେରେ ।୨୨।ସହଦେବ ମୁଖ ଚାହିଂ ବୋଲନ୍ତି ଯୁଝେଷ୍ଠିକେବଣ ଚରିତ ବାବୁ ୟେତ ବଡ ଅରିଷ୍ଟି ।୨୩।ସହଦେବ ବୋଇଲେ ସତ୍ୟ ଯୁଗେ ମାନଧାତା ଯାଗ କଲେମହୀମଣ୍ଡଳ ପ୍ରଜାନ୍ତ ସମସ୍ତ ନିମନ୍ତ୍ରିଲେ ।୨୪।ରେ ରେ କାର ଶବଦେ ୟେଥେ ରହିଲେ ଡାକେଶ୍ୱରୀଅମୋକ୍ଷ ଭୂମି ତେଣିକି ତପୋଧନେ ନୁହନ୍ତି ପାରି ।୨୫।ସ୍ୱାମୀ ଶଉଚ ଅଶଉଚ ନଜାଣନ୍ତି ବେନିପ୍ରକୃତି ଶଂକା କରି ତହିଂ ଜଳହିଂ ନଘେନି ।୨୬।ମାନିତି ଗଉରୋବି ନାହିଂ ସବୁ ୟେକାକାରଦ୍ୱିଜ ଚାଣ୍ଡାଳ ୟେକତ୍ୱ ତହିଂ ନାହିଂ ବେଭାର ।୨୭।ଭୋଜନ କଲେ ଦେବ ନଜାଣନ୍ତି ଅଇଂଠାଶୁକର ମାଂସ ମଦିରା ହାଣ୍ଡି ବସ୍ତ୍ର ଅପାଲଟା ।୨୮।ଅବିଚାରେ ରମଣ କରନ୍ତି ମନ ଇଚ୍ଛାଯୋନି ଯଉବନ ଅରକ୍ଷଣ ବନ୍ଧନ ନାହିଂ କଛା ।୨୯।ଯୁଝେଷ୍ଠି ଦେବ କହିଲେ ନ କହରେ ୟେସନେକ ବାଣୀଯିବ ଛାଡି ୟେ ପଥ ଶ୍ରବଣେ ନ ଶୁଣି ।୩୦।ସହଦେବ ବୋଇଲେ ତେଣିକି ଚାହିଂଲେଣ ହୋଇବ ବଡ ଦୋଷଯୁଝେଷ୍ଠି ଭୀମକଇଂ ବୋଇଲେ ବାବୁ ବାହୁଡି ବେଗେ ଆସ ।୩୧।ନିଶ ଫୁଲାଇ ଭୀମ ବୁଲାଇ ବାଡିୟେଣିକି ଅଇଲେରେ ପକାଇବି କଚାଡି ।୩୨।ଯୁଝେଷ୍ଠି ଆଗ୍ୟାଂ ଦିଲେ ଅର୍ଜୁନ ସହଦେବ ଯାଅ ୟେହିକ୍ଷଣିଗାଢ଼େଣ ଧରି ଭୀମକଇଂ ବହନ ଆଣ ପୁଣି ।୩୩।ସହଦେବ ଅର୍ଜୁନ ଯେ ଗଲେ ତହୁଂ ବେନିକୋଳ କରି ଅଇଲେ ଭୀମକଇଂ ଘେନି ।୩୪।ଭୀମସେ ନବୋଇଲେ ୟେସନେକ ନେଇୟେହାକୁ ପାରି ହେଲେ ପିତା ପୁତ୍ରକୁ ନ ଚିହ୍ନଇ ।୩୫।ବାରବ୍ରତ ନଜାଣଇ ଶାହାସ୍ର କିଛି ପାଠରାନ୍ଧଣା ସଙ୍ଗେ ଭୁଞ୍ଜନ୍ତି ବାସି କିବା ଉତ୍ତିଷ୍ଠ ।୩୬।ଗୋ ବ୍ରାହ୍ମଣ ନ ଜାଣେ ନ ଜାଣେ ବ୍ରହ୍ମହତ୍ୟାକେ ଜାଣଇ ତୋହର ହୋ ହରିହର ଦେବତା ।୩୭।ୟେ ରୁଦ୍ର ନଦୀ ପାର ହୋଇ ନଯାଅ ନରେ ତେଣେଶ୍ରବଣେ ହାଥ ଦେଇ ବାହୁଡନ୍ତି ଦେବ ଧର୍ମେ ।୩୮।ଲେଉଟି ରହିଲେ ଆସି ୟେକାମ୍ବର ବନେକ୍ରିତିବାସ ଦକ୍ଷିଣ ଦିଗେ ରହିଲେ ୟେକ ଦିନେ ।୩୯।ଭୀମସେନ ଅନ୍ନ ତହିଂ କଲାକ ପଞ୍ଚନବିନ୍ଦୁସାଗରେ ସ୍ରାହାନ ସାରି କଲେକ ଭୋଜନ ।୪୦।ବିଂଝମାଳେ ପଶି ଯାଇ କରନ୍ତି ଗବନୟେକ ଠାବ ହୋଇଥାନ୍ତି ଛଡ ଜଣ ।୪୧।ଚିତ୍ରୋତ୍ପଳା ପାର ହୋଇ ଉତ୍ତର ମୂରତିବଇତରଣୀ ନଦୀ ତୀରେ ରହିଲେ ପଞ୍ଚୁରାତି ।୪୨।ତହିଂରୁ ପାଣ୍ଡବେ ହୋଇଲେ ପଶ୍ଚିମ ମୂରତିଫଲୁକି ଦ୍ରଶନ କଲେ ଯାଇଣ ସେ ଧାତି ।୪୩।ରାମଗୟା ତୀର୍ଥେ ଯାଇଂ ରହିଲେ ପାଞ୍ଚଦିନସାରିଲେ ସଂକଳ୍ପ ଶ୍ରାଦ୍ଧ ପିତୃ କାର୍ଯ୍ୟ ମାନ ।୪୪।ଯଥା ବିଧି କରି ତହିଂ ବାଲି ପିଣ୍ଡ ଦେଲେଶ୍ରୀଗଦାଧରଂକ ପ୍ରସନ୍ନେ ପିତୃ କାର୍ଯ୍ୟ କଲେ ।୪୫।ଗୟାରେ ଶ୍ରାଦ୍ଧ କଲେ ଯେ କୁଟୁମ୍ବ ବନ୍ଧୁ ମାନେପିତୃ ସୁହୃଦ କଲେ ଦେବଗଣ ଆପ୍ୟାନେ ।୪୬।ତହୁଂଣ ପାଣ୍ଡବେ ଯେ ବିଜୟେ କରି ଆସିମଣିକା ତୀର୍ଥେ ପ୍ରବେଶ ବାଣରାସୀ ।୪୭।ମଣି ହଜାଇ ଯାହା ଖୋଜିଲେ ସୁଢଳତହିଂ ସେ ଛାଡିଲେ ଶିବ କରୁ ବ୍ରହ୍ମ କପାଳ ।୪୮।ସେ ତୀର୍ଥ ସ୍ରାହାନ ସାରି ଦେଖିଲେ ବିଶ୍ୱନାଥକାଶୀପୁର ନଗ୍ରେ ଧର୍ମେ ରହିଲେ ଦିନା ସାତ ।୪୯।ସେଠାରୁ ଯାନ୍ତି ମକର ପ୍ରତିପଦା ଦିନସେ ଦିନ ପୁଷ୍ୟା ନକ୍ଷତ୍ର ଥିଲା ବିଦ୍ୟମାନ ।୫୦।ବାୟିବ୍ୟ ନାମେ କରଣ ବିତପାତ ଯୋଗମକର ସଂକ୍ରାନ୍ତି କି ସତର ଦିନ ଭୋଗ ।୫୧।ପାଣ୍ଡବେ ଯାଇ ବିଜେ କଲେ କାଶୀପୁରମକର ମାସେ ଦ୍ରୋପତୀ ଅଛନ୍ତି ସଙ୍ଗତର ।୫୨।ବ୍ୟାସ ମାରକଣ୍ଡ ଯେ ପ୍ରବେଶ ହେଲେ ଆସିଦେଖିଣ ଧର୍ମନନ୍ଦନ ଚରଣ ସମ୍ଭାଷି ।୫୩।ମାରକଣ୍ଡ ବୋଇଲେ ଯୁଝେଷ୍ଠି ପଞ୍ଚୁରାଜ୍ୟ ତେଜି ଆସିତପୋଧନ ଲୋକେ ସେ ଆସନ୍ତି ବାଣରାସୀ ।୫୪।ଶୁଣିଣ ଯୁଝେଷ୍ଠି ଦେବ ଦିଅନ୍ତି ପ୍ରତିବାଚପଞ୍ଚୁ କଟକ ରାଜ୍ୟେ କରଇ ପରୀକ୍ଷ ।୫୫।ଆମ୍ଭେ ୟେ ଅନେକ ସୋଦରନ୍ତ ବଧକଲୁହତ୍ୟା ବିମୋଚନ ଅର୍ଥେ ତୀର୍ଥେ କରିଅଇଲୁ ।୫୬।ମାରକଣ୍ଡ ବୋଇଲେ ଯେବେ ହୋଇଲ ତୀର୍ଥବାସୀଶସ୍ରେଧାରୀ ହୋଇଲେ କିସ ଧର୍ମ ଆସି ।୫୭।ୟେହୁ ପଞ୍ଚଧନୁ ଦଶ ତ୍ରୋଣ ଦେବଂକ ଭଣ୍ଡାରଭାରା ନିବାରଣେ ସିନା ତୁମ୍ଭର ହାଥର ।୫୮।ତୀର୍ଥ ବାସେ ବାନପ୍ରସ୍ଥେ ହୋଇବ ଅଶକତଅସୁରେ ହରିନେମେ ତୁମ୍ଭର ତହୁଂ ଦେବ ଶହସ୍ରନ୍ତା ।୫୯।ବ୍ରହ୍ମା ପେଶିଲେ ଯେ ଦୃଭାସ୍ୟା ମହାଋଷିୟେ ଶହସ୍ର ମାନଂକୁ କପିଳାସ ନିଅସି ।୬୦।ଦୁର୍ଭାସ୍ୟା କହିଲେ ଆସି ଯୁଝେଷ୍ଠିଂକ ଅଗ୍ରତେଣୟେ ଧନୁ ତ୍ରୋଣେ ଦିଅ ଆମ୍ଭେ ନେମୁ କପିଳାସ ଭୁବନ ।୬୧।ଶୁଣିଣ ଯୁଝେଷ୍ଠି ଦେକଲେକ ସନମତଚାରି ଧନୁ ଅଷ୍ଟତ୍ରୋଣ ଦିଲେ ଦୃଭାସ୍ୟାଂକ ହାଥ ।୬୨।ଅର୍ଜୁନ ନଦିଲା ଯେ ଗାଣ୍ଡିମ ନାମେ ଧନୁମୁଂ ୟେହାନ୍ତ ଛାଡିତ ନୁଆରଇ ଧର୍ମତନୁ ।୬୩।ଆତ୍ମାହୁଂ ଅଧିକ ଯେ ଅଟଇ ମୋହୋର ସେନେହାପ୍ରାଣଥିବା ଯାୟେ ଛାଡି ନୁଆରଇ ୟେହା ।୬୪।ଚାରି ଧନୁଅଷ୍ଟ ତ୍ରୋଣ ଦୃଭାସ୍ୟାୟେ ନେଲେକୁବେର ଭଣ୍ଡାରେ ସେ ନେଇଣ ଥୋଇଲେ ।୬୫।ଅଗ୍ନି ଦେବତାୟେ ବ୍ରାହ୍ମଣେକ ହୋଇପାଣ୍ଡବଂକ ସନ୍ନିଧ୍ୟେ ପ୍ରବେଶ ହେଲେଯାଇଂ ।୬୭।ପ୍ରତିଗ୍ରହ କରି ସେ ମାଗିଲେ ଗାଣ୍ଡିମତୋହର କରେ ଥିଲେ ନାଶଯିବଟି ଧର୍ମ ।୬୭।ଯୁଝେଷ୍ଠି ଦେବ ବୋଇଲେ ଆମ୍ଭେ ଯିବା ବାନପ୍ରଶସ୍ତେୟେ ଧନୁ ଶହସ୍ର ରଖିବାର ନୁହଂଇ ଯୁଗତେ ।୬୮।ୟେ ଧନୁଶହସ୍ରକୁ ଯେବେ ତୋର ଇଚ୍ଛାବାହୁଡ଼ି ଯାଅ ବାବୁ ଯହିଂ ଅଛଇ ପରୀକ୍ଷ ବଛା ।୬୯।ଅର୍ଜୁନ ବୋଇଲେ ସ୍ୱାମୀ ନ ଦେଖିଲେ ଯେତେକୃଷ୍ଣ ଗଲେ ଅର୍ଜୁନ ବ୍ରତିବ କେମନ୍ତେ ।୭୦।ସ୍ୱାମୀ ଅଗ୍ନି ଦେବତାୟେ ୟେହା ଦେଇଛନ୍ତି ମୁକୁତାହାଂକ ବିତ୍ରକେ ୟେହା ନ ଦିଅଇ ଆନକୁ ।୭୧।ବ୍ରାହ୍ମଣ ବୋଇଲା ତୁ ଦିଅ ମୋର ହାଥେଅଗ୍ନି ଦେବତାୟେ ତୋଷ ହୋଇବେ ଯୁଗତେ ।୭୨।ଅର୍ଜୁନ ବୋଇଲା ଯେବେ ନୟନେ ନ ଦେଖଇୟେ ଧନୁ ତ୍ରୋଣ ମୁଂ କେସନେକେ ଉପେକ୍ଷଇ ।୭୩।ବଦୟନ୍ତି ଦ୍ୱିଜବର ଆମ୍ଭେ ସେ ବଶ୍ୟାନର ଅଗ୍ନିଦେଖାଅ ତୋହର ନିଜ ରୂପ ବୋଇଲା ଫାଲଗୁନି ।୭୪।ତତକ୍ଷଣି ବହନି ବିକାଶିଲେ ରେଖାପଞ୍ଚସ୍ତରୀ ଡାଳ ହୋଇଲା ଲାଗିଲାକ ଶିଖା ।୭୫।ଦେଖିଣ ଅର୍ଜୁନ ଯେ ଅନେକ ବିନୟେବେନି ଲୋଚନରୁ ଅନେକ ଅଶ୍ରୁ ଜଳ ବହେ ।୭୬।ଗାଣ୍ଡିମ ଧନୁ ତ୍ରୋଣ ପକାଇଲା ଅନଳେଘେନିଣ ଗଗନ ଗତି କଲେ ବଶ୍ୟାନରେ ।୭୭।ଅନ୍ତରୀକ୍ଷେ ଥାଇ ଯେ ବୋଇଲେ ବହନିତୁ ୟେଥକୁ ବିକୃତ ନ ପାଅ ଫାଲଗୁନି ।୭୮।ଭାରା ନିବାରଣେ ପୁଣ ହୋଇବୁ ତୁ ଜାତତୋହର ହାଥେ ଦେବା ୟେ ଧନୁ ଶହସ୍ରନ୍ତ ।୭୯।ୟେତେ କହି ତହୁଂ ଗଲେକ ବହତିଶୁଣିଣ ଅର୍ଜୁନ ଯେ ହୋଇଲା ତ୍ରିପୁତି ।୮୦।ମାରକଣ୍ଡ ବୋଇଲେ ଶୁଣ ହୋ ଧର୍ମରାୟେୟେହୁ ବାଣରାସୀ ତୀର୍ଥ ପାପ କରେ କ୍ଷୟେ ।୮୧।ମଣିକୁଣ୍ଡେ ସ୍ରାହାନ କରି ଈଶ୍ୱର ରୂପ ଦେଖିତୀର୍ଥ କରାବନ୍ତି ତହିଂ ମାରକଣ୍ଡ ମହଋଷି ।୮୨।ମାରକଣ୍ଡ ବୋଇଲେ ୟେଥୁଂ ଯାଅ ଯା ବହନବହୁତ ବିଳମ୍ବ ୟେଥି ରହି ନୁଆରଇ ୟେ ଥାନ ।୮୩।ସମସ୍ତ ଲିଙ୍ଗମୟେ ୟେଥି ଆନତ ନାହିଂ କିଛିୟେକା ଡାକକେ ନବ ସହସ୍ର ଲିଙ୍ଗଅଛି ।୮୪।କରତାଳକେ ପଞ୍ଚସ୍ତରୀ ଲିଙ୍ଗପଞ୍ଚସ୍ତରୀ ମୂରତି ଧବଳୀ ସତସଙ୍ଗ ।୮୫।ପାଦ ବଢ଼ାବନ୍ତେ ଯେ ଲିଙ୍ଗେକ ଅଛଇୟେ ବିଧି ପଞ୍ଚକୋଶରେ ଥିବା ଧର୍ମ ନଯୋଗାଇ ।୮୬।ଯଦ୍ୟପି ୟେଥେଣ ବଞ୍ଚିବ ଦିନେକ ଅବା ରହିପ୍ରକୃତି ଶଂକା ଶଉଚକୁ ଭୂମି ୟେଥି ନାହିଂ ।୮୭।ଅଇଲେ ଅନେକ ଧର୍ମ ରହିଲେ ଅନେକ ଧର୍ମ ନାଶବିଳମ୍ବେ ଥିବାର ୟେଥେ ପିରୋଜନ କିସ ।୮୮।ମାରକଣ୍ଡେ ବୋଇଲେ ଅନ୍ୟ ଥାନେ ଶଉଚ ସାରିଣ ଆସିବାଧାତିକାରେ ଯାଇ ମଣିକର୍ଣ୍ଣିକରେ ପଶିବା ।୮୯।ସ୍ରାହାନ ସାରିଣ ଦ୍ରସନ କରିବା ଦେବ ବିଶ୍ୱେଶ୍ୱରରନ୍ଧନ ଭୋଜନ ନଯୋଗାଇ ୟେ ତୀର୍ଥର ।୯୦।ଭୋଜନ ସାରିଣ ୟେଥେ ଆଞ୍ଚୋବନ କଲେକଲା ଧର୍ମ ନାଶଯାଇ ୟେଥ ଉତ୍ତିଷ୍ଠ ପକାଇଲେ ।୯୧।ମାରକଣ୍ଡ ବଚନ ଶୁଣି ପଞ୍ଚୁବୀରେଚଳିଲେ ପଞ୍ଚିବୀରେ ନ ରହିଲେ ସେ ତୀର୍ଥବରେ ।୯୨।ତହୁଂଣ ପଞ୍ଚୁପାଣ୍ଡବେ ରାତ୍ର ଦିବସ ପଥ ବହି ଗୟେପ୍ରାଗତୀର୍ଥରେ ଯାଇଂ ବିଜୟେ ଧର୍ମରାୟେ ।୯୩।ବହଇ ତ୍ରିବେଣୀ ଗଙ୍ଗା ଯମୁନା ସରସ୍ୱତୀତିନି ଧାର ୟେକ ସଙ୍ଗ ଭିନ୍ନ ଭିନ୍ନ ମୂରତି ।୯୪।ପଛିମ କଇଂ ମୂରତି ବହଇ ଧବଳାଙ୍ଗୀସର୍ବ ପ୍ରତିକ୍ଷଣ କରି ସତସଙ୍ଗୀ ।୯୫।ବିଜୟ ମାଧବ ଯେ ପ୍ରୟାଗେ ନିଜ ତଟେବଇକୁଣ୍ଠ ଭେଦି ସେ ଅଛଇ ବାଞ୍ଛାବଟେ ।୯୬।କୃପ ଅଶସ୍ତମା ପ୍ରଶୁରାମେ ତହିଂଛନ୍ତିତ୍ରିବେଣୀ ଗଙ୍ଗାୟେ ପଶି ସ୍ରାହାନ କରନ୍ତି ।୯୭।ମକର ମାସେ ହୋୟେ ଶୁକ୍ଳପକ୍ଷ ପଞ୍ଚମୀଅର୍କବାର ରୋହିଣୀ ନକ୍ଷତ୍ର ଯୋଗ ବ୍ରହ୍ମି ।୯୮।କୃପ ଅଶସ୍ତମାକଇଂ ଯୁଝେଷ୍ଠି ପ୍ରତିକ୍ଷଣପ୍ରଶୁକଇଂ ଦେଖି ବିନୟେ ଶରଣ ।୯୯।ଯୁଝେଷ୍ଠି ଦେବଂକୁ କହିଲେ ଅଶସ୍ତମାୟେ ସେ ପ୍ରଶୁରାମ ହୋ ଅଟନ୍ତି ଦୁତୀବ୍ରହ୍ମା ।୧୦୦।ସତ୍ୟଯୁଗ କଥାମାନ କହିଲେ ପ୍ରଶୁରାମେସାବଧାନ ହୋଇ ଶୁଣିମା ଦେବଧର୍ମେ ।୧୦୧।ଅଶସ୍ତମା କହିଲେ ମହାଭାରଥ ଯୁଦ୍ଧ କଥାପାଣ୍ଡବଂକ ପ୍ରତଗ୍ୟାଂ ଯେବଣ ବାରତା ।୧୦୨।ସମସ୍ତେ ଯେ ସ୍ରାହାନ କଲେ ସେ ତୀର୍ଥେଅଶସ୍ତମା ବୋଇଲେ ରହିବାକ ୟେଥେ ।୧୦୩।ଯୁଝେଷ୍ଠି ବୋଇଲେ ୟେ କଳିକାଳ ଅନୀତିପଞ୍ଚୁପୁର ତେଜି ମୁଂ ଅଇଲି ସବୁନ୍ତି ।୧୦୪।ଯୁଝେଷ୍ଠି ଦେବ ବୋଇଲେ ଆମ୍ଭେ ହିଙ୍ଗୁଳା ପରଖି ଆସିବୁତୁମ୍ଭର ତୁଲେ ଆସି ସମୟେକେ ରହିବୁ ।୧୦୫।ୟେତେ ବୋଲିଣ ତହୁଂ ଚଳିଗଲେ ଛଡଜଣେହରିଲେ ଦୁଷ୍କୃତ ଯେ ମାଧବ ଦରଶନେ ।୧୦୬।ତୁ ଯେ ବାଞ୍ଛାବଟ ଅଟୁ ସିଦ୍ଧକାମହେମବନ୍ତରେ ଆମ୍ଭର କାୟା ହେଉ ନୀନ(ଲୀନ) ।୧୦୭।ୟେତେ ବାଞ୍ଛା ତହିଂ କରିଣ ଧର୍ମରାୟେପଶୁପତି ତୀର୍ଥରେ ଯାଇଂ ବିଜୟେ ପଣ୍ଡୁର ତନୟେ ।୧୦୮।ବହି ଗଣ୍ଡୁକୀ ଯେ ଉତ୍ତର ବାହିନୀତହିଂ ସ୍ରାହାନ ପଶୁପତି ଦ୍ରଶନ କଲେ ପୁଣି ।୧୦୯।ତହୁଂଣ ବିଜୟେ ଯେ କଲେ ଛଡ଼ ମୃତ୍ତିଦେଖିଲେ ନଦୀ ଗୋଟି ବହଇ ମାଳତୀ ।୧୧୦।ତହିଂ ସେ ବିଶ୍ୱାମିତ୍ରଂକର ତପ ସ୍ଥାନଆକାଶ ଶିଖାତ ଶ୍ୱେତ ନାମେ ବନ ।୧୧୧।ମହାବିସ୍ତାର ସେ ଦ୍ରାକ୍ଷାଂକର ଶାଖାଫଳ ପୁଷ୍ୟ ନାହିଂ ଗଗନେଣ ରେଖା ।୧୧୨।ତହିଂ ଯାଇ ଭେଟିଲେ ବିଶ୍ୱାମିତ୍ର ମୁନିମୁନିଂକ ଚରଣ ତଳେ କରନ୍ତି ଦୟିନି ।୧୧୩।ଭୋ ମୁନି ହେଙ୍ଗଳାକଇଂ ଦ୍ରଶନ କରିବୁତୋହର ପ୍ରସନ୍ନ ହେଲେ ଦ୍ରଶନ ପାଇବୁ ।୧୧୪।ୟେତେ କହିଣ ତାହାନ୍ତ ଗଲେକ ସମସ୍ତେଯାଇଂଣ ଉଠିଲେ ସେ ହେଙ୍ଗୁଳା ପର୍ବତେ ।୧୧୫।ଦେଖିଲେ ହେଙ୍ଗୁଳା ଯେ ନୋହଇ ଶସ୍ରଧାରୀକାମସେଣୀ ସରୂପେ ସେ ଯେ ପ୍ରସନ୍ନେ ଯୋଗେଶ୍ୱରୀ ।୧୧୬।ଲୋହିତ ବର୍ଣ୍ଣକାୟେ ସର୍ବେଣ ବେନି ଭୁଜଲୋଚନ ବିରାଜଇ ଜାତ ଅନଳ ତେଜ ।୧୧୭।ଯୁଝେଷ୍ଠି ରାଜଦେବ ରୂପ ଦେଖିପୁଣିସଂସିଦ୍ଧ କାନ୍ତାନୀ ୟେ ନୋହଇ ନାରାୟଣୀ ।୧୧୮।ବିଶ୍ୱାମଇତ୍ର ବୋଇଲେ ତ୍ରେତାଯୁଗେ ଧନପାଳ ନାମେ ସାଧୁହେଙ୍ଗୁଳା ନାମେଣ ଯେ ତାହାର କୁଳବଧୂ ।୧୧୯।ସମୟେକେ ସାଧବ ଯେ କଲା କାମ୍ୟଶ୍ରାଦ୍ଧଗଣ୍ଡା ମାରି ଆଣି ଦିଲା ବୋଇଲା ବେଗେ ୟେହା ରାନ୍ଧ ।୧୨୦।ଲୋହିତ ବର୍ଣ୍ଣ କାବ୍ବେଣା ଯେ କଲା ପାକ ଯୋଗେଦେବଋଷିମାନେ ତାହା ଆପ୍ୟାନ କଲେ ବେଗେ ।୧୨୧।ପାକସିଦ୍ଧ ଦେଖି ହୋଇଲେ ତ୍ରିପୁତିପିତୃଲୋକେ ଆଘ୍ରାଣେ ହୋଇଲେ ଶାନ୍ତିମୃତ୍ତି ।୧୨୨।ପିତୃଲୋକମାନେ ବୋଇଲେ ତୋହର ଜୀବନ ସାଧୁ ସାଧୁବଂଶ ହିଂ ସାଧୁ ତୋହର ତୁ ଯାହାର କୁଳବଧୂ ।୧୨୩।ହେଙ୍ଗୁଳା ନାମ ତୋହର ଆଜହୁଂ ୟେହି ମଧ୍ୟ ପୁରେସିଦ୍ଧ ହୋଇ ଥାଅ ତୁ ରଣସ୍ତମ୍ଭ ଗଡରେ ।୧୨୪।ମାନବ ଜନ୍ମେ ଯେ ଅବା ତୋତେ ପରଖିବଂଶ ତାହାର ଅତୁଟ ବର୍ଦ୍ଧୃତ ହେଉ ଲଚ୍ଛୀ ।୧୨୫।ତୋହର ନାମ ଧରି ଯେହୁ ପାକ ସମ୍ପାଦେ ସ୍ୱତୀତାହାର ପିତୃଲୋକେ ପାବନ୍ତି ଭଗତି ମୁକତି ।୧୨୬।ହିଙ୍ଗୁଳା ସୁମର ନରେ ଦରିଦ୍ର କ୍ଷୟେ ଯାଉହିଙ୍ଗୁଳା ସୁମର ନରେ ଅପାଦ ପଳାଉ ।୧୨୭।ହିଙ୍ଗୁଳା ସୁମର ନରେ ପିତୃଲୋକେ ପାବନ୍ତୁ ଗତିହିଙ୍ଗୁଳା ସୁମର ନରେ ଭୋଜନେ ହୋଅ ତ୍ରିପୁତି ।୧୨୮।ଲୋହିତ ବର୍ଣ୍ଣ ସୁନ୍ଦର ବିଜୟେ ନିର୍ମଳାକୃପାଜଳ ନନ୍ଦିନୀ ଗୋ ପ୍ରତକ୍ଷେ ହିଙ୍ଗୁଳା ।୧୨୯।ପରମ ନିରାକୁଳି ସୟଳ ଜନଚିନ୍ତଶିରୀ ସମ୍ପଦ ଦିଅନ୍ତା ହାତେ ଉଦ୍ଧରନ୍ତ ।୧୩୦।ୟେକାଦଶ ବର୍ଣ୍ଣ ପଞ୍ଚାଶ ଯାଂର ମୁଦ୍ରାଖେଚରୀ ସାଧନେ ତୁ ମଗ୍ନା ଯନ୍ତ୍ରେ ଭଦ୍ରା ରୁଦ୍ରା ।୧୩୧।ଅମୃତ ଲୋଚନ ଦୂରିତ ଜନ ଦୁଖହରାତାରିଣୀ ମାରିଣୀ ଗୋପାଳଣୀ ଉଗ୍ରତାରା ।୧୩୨।ଜଗୁଜନ ବୋଧିନୀ ମମ ହୃଦ ଚିନ୍ତାଶିରୀ ସମ୍ପଦ ଦେଇ ତୁ ସଂକଟୁ ଉଦ୍ଧରନ୍ତା ।୧୩୩।ଅବ୍ୟଗତ ଅପର୍ଣ୍ଣା ଗୋ ସାରଳା ଚଣ୍ଡୀଦେବୀତୁଳୁସାର ବଲ୍ଲଭ ସେବେ ସାରୋଳଦାସ କବି ।୧୩୪।
ସମ୍ବନ୍ଧିତ ରଚନା
ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ
ସାରଳା ମହାଭାରତ ବନପର୍ବ ( ପ୍ରଥମ ଖଣ୍ଡ )
ସାରଳା ଦାସ
ସାରଳା ମହାଭାରତ ବିରାଟପର୍ବ
ସାରଳା ଦାସ
ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ