ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୨ / ୨୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଅର୍ଜୁନ ଦ୍ୱାରକାରୁ ଶ୍ରୀକୃଷ୍ଣଙ୍କୁ ଆନୟନ ଓ
ରାଜସୂୟ ଯଗ୍ୟଂର ପରାମର୍ଶଯୁଝେଷ୍ଠିଂକ ବଚନ ଶୁଣିଣ ଫାଲଗୁନିଚଳଇ ବାସବି ଯେ କରେ ଧନୁଶସ୍ର ଘେନି ।୧।ପବନଗତି ହୋଇ ଚଳଇ ରାତ୍ର ଯେ ଦିବସକ୍ଷୁଧା ତୃଷା ନାହିଂ ତାର ମନରେ ବିରସ ।୨।ତେରଶତ ଯୋଜନା ସେ ରାତ୍ର ଦିବସକେ ଗମିଦ୍ୱାରକାୟେ ପ୍ରବେଶ ହୋଇଲା ବୀର ଫାଲଗୁନି ।୩।ଦ୍ୱାରପାଳେ ଦେଖି ଦ୍ୱାର ଛାଡିଲେ ପାଥକୁଚଳଇ ବାସେବି ଯେ ନବର ଭିତରକୁ ।୪।ଚଉବିଂଶଦ୍ୱାର ଜିଣିଣ ଗଲାକ ଧନୁର୍ଜୟେସତ୍ୟଭାମା ପୁରେ ଯେ ବିଜୟେ ଦେବରାୟେ ।୫।ଶକ୍ରାବତୀକି ଘେନିଣ ଯେ ବିଜୟ ଦେବ ବନମାଳୀବିନୋଦେଶ ଜଗନ୍ନାଥ ପଶାକ୍ରୀଡା କୁତୂହୋଳୀ ।୬।ବାସୁଦେବ ସତ୍ୟଭାମା ଯେ ଖେଡର ସମୟେଦ୍ୱାରେଣ ପ୍ରବେଶ ଯାଇଂ ହୋଇଲା ଧନୁର୍ଜୟେ ।୭।ସତ୍ୟଭାମାକୁ ଦେଖିଣ ପାଣ୍ଡବ ସର୍ବସାଚୀସଂକୋଚ ଭିତରେ ନ ପଶି ଦ୍ୱାରେ ଉଭା ହୋଇଅଛି ।୮।ଦାନ ବାହାନ୍ତେ ଶକ୍ରାବତୀ ଦେଖିଲେ ଅର୍ଜୁନର ବଦନପ୍ରତକ୍ଷେ ନାରାୟଣ ସରୂପ ବର୍ଣ୍ଣ ଚିହ୍ନ ।୯।ପଶାକାଠି ଘେନି କରେ ବୋଇଲେ ଶକ୍ରାବତୀମାୟା ଉପାୟେ କିମ୍ପେ ରଚିଲ ଶିରୀପତି ।୧୦।ମୂର୍ତ୍ତିକେ ପଶା ଖେଡ ମୋହୋର ସଙ୍ଗତରେଆରେକ ମୁର୍ତ୍ତିକେ ଧନୁଧରି ଉଭା ହୋଇଅଛି ଦ୍ୱାରେ ।୧୧।ମୟାଧର ମୂରତି ତୁମ୍ଭେ କେହୁ ଅନ୍ତକରୁକ୍ଷଣେ କ୍ଷଣେ ମାୟାରୂପ ଅନୁମାନ ଧରୁ ।୧୨।ବଦନ ତୋଳି ଲେଉଟି ଚାହିଂଲେ ବନମାଳୀଅର୍ଜୁନର ବଦନ ଦେଖିଲେ ଦେବହରି ।୧୩।ଦେଖିଣ ପରମସାନନ୍ଦ ହୋଇଲେ ଦେବ ଜଗଭୂତଗୋବିନ୍ଦର ପଦ୍ମପାଦେ ଅରଜୁନ ପ୍ରଣପତ୍ୟ ।୧୪।ବାବୁ ଭିତରକୁ ଆସ ପ୍ରାଣର ସଂଘାତ ମୋର ଧନୁର୍ଜୟେସତ୍ୟଭାମାକଇଂ ଦେଖି ତୋର କିମ୍ପେ ୟେତେ ଭୟେ ।୧୫।ତୁ ମୋର ପ୍ରାଣବନ୍ଧୁ ଅଭେଦ ପଞ୍ଚୁଭୂତହୃଦୟର ବଲ୍ଲଭ ତୁ ମୋର ପ୍ରାଣର ସଂଘାତ ।୧୬।ଉଠିଣ ମାଧବ ଯାଇ ଆନନ୍ଦେ ଅର୍ଜୁନକୁ କୋଳ କରିମୁଖରେ ଚୁମ୍ବନ ଦେଇ ବେନିଭୁଜେ ପାଥକୁ ଭିଡ଼ି ।୧୭।ସିଂଘାସନ ଉପରେ ବସାଇ ଦେବ ହୃଷୀକେଶିପୁଣ ପୁଣ ଶ୍ରୀକରେ ଅର୍ଜୁନର ଶରୀର ଆଉଂସି ।୧୮।ଗୋବିନ୍ଦେ ଆଗ୍ୟାଂ ଦିଲେ ଶକ୍ରାବତୀଂକି ରାଇରୁକ୍ମଣୀର ଅଗ୍ରତେ କହ ତୁମ୍ଭେ ବେଗେ ଯାଇଂ ।୧୯।ବେଗକରି ପାକ ସେ କରନ୍ତୁ ରଞ୍ଚନବୋଲ ଆମ୍ଭ ପୁରକୁ ବିଜେ କୋଇନ୍ତାଂକ ନନ୍ଦନ ।୨୦।ସ୍ୱାମୀଂକର ଆଗ୍ୟାଂୟେ ଚଳିଲେ ସତ୍ୟଭାମାରୁକ୍ମିଣୀଂକି କହିଲେ ଯେ ନାରାୟଣଂକ ବାମା ।୨୧।ଅର୍ଜୁନର ଆଗତ ବାରତା ଦେବୀ ଶୁଣିଅନେକ ସାନନ୍ଦ ସେ ଯେ ହୋଇଲେ ଗୋସାମଣୀ ।୨୨।ଆପଣେ ଉଠିଣ ତହୁଂ ଦେବ ଜଗନ୍ନାଥତିଳ ଅୟେଂଳା ଲେପନ କଲେ ଅର୍ଜୁନର ମାଥ ।୨୩।ଜମ୍ବୁବତୀ ସତ୍ୟଭାମା ରତ୍ନଘଟେ ଦିଅନ୍ତି ପାଣି ତୋଳିଆପଣେ ଶ୍ରୀକରେ ସ୍ୱାମୀ ଅର୍ଜୁନର କେଶ ଯେ ପଖାଳି ।୨୪।ସ୍ରାହାନ ସାରିଣ ସେ ଦେବ ପଖାଳନ ବସ୍ର ଘେନିଅର୍ଜୁନର କେଶ ଯେ ପୋଛନ୍ତି ଚକ୍ରପାଣି ।୨୫।ଜମ୍ବୁବତୀ ସତ୍ୟଭାମା ଆଲଟା ଚାମର ଘେନି ଢାଳିଶ୍ରୀକରେ ବାସୁଦେବ ଅର୍ଜୁନର କେଶ ଯେ କୁରୁଳି ।୨୬।କେଶ ଶୁଖାଇଣ ପୁଣ ଯଦୁକୁଳ ନାଥେଅପୂର୍ବ କୁସୁମ ସାଂଜୋଇଲେ ନେଇ ଜଗନ୍ନାଥ ଅର୍ଜୁନର ମାଥେ ।୨୭।ଅନେକ ଅପୂର୍ବ ରତ୍ନ ଆଭରଣ କଲେସୁବର୍ଣ୍ଣର ସିଂଘାସନେ ନେଇଣ ଅର୍ଜୁନକୁ ବସାଇଲେ ।୨୮।ଆପଣେ ସ୍ରାହାନ ତହୁଂ ସାରିଣ ଦେବହରିଅର୍ଜୁନକୁ ଘେନିଣ ଦେବ ମୁଣୋହିରେ ବିଜେକରି ।୨୯।ପାଦ ଶଉଚ କରି ଦେବ ବସିଲେ ଦିବ୍ୟସ୍ଥାନେକୃଷ୍ଣ ଅର୍ଜୁନ ବସିଲେ ସୁବର୍ଣ୍ଣ ଆସନେ ।୩୦।ସତ୍ୟଭାମା ରତ୍ନଝରୀରେ ଘେନିଣ ସୁବାସିତ ପାଣିହେମଝରୀରେ ପାଣି ଭରି ଦେବୀ ବସାଇଲେ ଆଣି ।୩୧।କାଳିନ୍ଦୀ ସତ୍ୟଭାମା ଦୁହେଂ ଚାମର ଢାଳନ୍ତିସୁବର୍ଣ୍ଣ ପଇଲମେ ରୁକ୍ମଣୀ ଦେବୀ ଅନ୍ନ ପରଶନ୍ତି ।୩୨।ଷଡରସ ମେଞ୍ଜନ ଅମିୟ ରସ ପାଗପରଶନ୍ତି ଗୋସାମଣୀ ଯେ କଉତୁକେ ଦେବ କରନ୍ତି ଭୋଗ୍ୟ ।୩୩।ଭୋଜନ ସାରିଣ ଦୁହେଂ ଆଂଚୋବନ କଲେକନକ ହାନ୍ଦୋଳାରେ ହରି ଅର୍ଜୁନକୁ ଘେନି ବାହୁଡିଲେ ।୩୪।କାଳିନ୍ଦୀ ସତ୍ୟଭାମା ହାନ୍ଦୋଳା ପଞ୍ଛାବନ୍ତିଜମ୍ବୋବତୀ ତୁଳୁସା ଯେ ତାମ୍ବୋଳ ଭୁଞ୍ଜାନ୍ତି ।୩୫।ଆଗରେ ବିଳାସୁଣୀୟେ କରନ୍ତି ନୃତ୍ୟଗୀତକୁସୁମ ବୃଷ୍ଟି ହୋଉଅଛି ହରି ଅର୍ଜୁନଂଙ୍କ ମାଥ ।୩୬।ଗୋବିନ୍ଦେ ପଚାରନ୍ତି ତୁମ୍ଭେ ଶୁଣ ଫାଲଗୁନିମୋତେ ଅନୁଗ୍ରହ କି ଅଇଲୁ କେଉଣ ଆଗ୍ୟାଂ ଘେନି ।୩୭।ପୁତ୍ର ପଉତ୍ରୀ ମୋହର କୁଟୁମ୍ବ ଦେଖିବା ନିମନ୍ତେଅନୁଗ୍ରହ କରି ବାବୁ ବିଜୟେ କଲୁ କି ୟେଥେ ।୩୮।କିସ ଆଗ୍ୟାଂ ଠାକୁରଂକର ତୁମ୍ଭର କିସ କାର୍ଯ୍ୟପୁଣ ପୁଣ ପୁରସରି ପୁଚ୍ଛନ୍ତି ଦେବରାଜ ।୩୯।ଅର୍ଜୁନ ବୋଇଲା ପୁଣ ହାନ୍ଦୋଳାରୁ ଓହ୍ଲାଇସ୍ୱାମୀ ଯିସ ଅର୍ଥେ ଅଇଲି ଶୁଣ ସାବଧାନ ହୋଇ ।୪୦।ନାରଦ ମହଋଷି ବିଜୟେ ଆମ୍ଭ ପୁରେକୁଶଳ ବାରତା ପୁଚ୍ଛିଲେ ଯୁଝେଷ୍ଟି ଦେବ ଠାକୁରେ ।୪୧।ନାରଦେ କହିଲେ ଯେ ସଂଜୀବନୀପୁର କଥାଆମ୍ଭର ପିତାଂକୁ ଯମ ଦେଉଅଛି ଅନେକ ଅବସ୍ତା ।୪୨।ତାହା ଶୁଣି ଯୁଝେଷ୍ଠି ଯେ ହୋଇଲେ ଆରତଉପହାସ୍ୟ କଲା ଶୁଣି ଧୃତିରାଷ୍ଟ୍ରର ସୁତ ।୪୩।ଠାକୁରଂକ ଆଗ୍ୟାଂୟେ ମୁଂ ଅଇଲି ବହନବେଗ ହୋଇ ଯିବା ସ୍ୱାମୀ ଜଗତ ମୋହନ ।୪୪ ।ଶୁଣିଣ ବାସୁଦେବ ପରମ ସାନନ୍ଦେହସ୍ତିନାପୁରକୁ ସଜ ହୋଇଲେ ଗୋବିନ୍ଦେ ।୪୫ ।ବଇନେତ୍ର ସୁମରଣା କଲେ ଦେବ ଯେ ଅଚ୍ୟୁତରମ୍ୟେକ ଦୀପୁଂ ଆସି ପ୍ରବେଶ ବିନତାର ସୁତ ।୪୬ ।କୋଳକରି ଧରି ବିଜେ କଲେ ପାଣ୍ଡବ କିରୀଟୀବିଜୟେ ଜଗନ୍ନାଥ ଖଗେଶ୍ୱର ପିଠି ।୪୭ ।ଆକାଶେ କ୍ଷେପଇ ଯେ ପଚ୍ଛୀ ମହାବଳୀରାତ୍ରକେ ବିଜୟେ ଦେବ ହସ୍ତିନାୟେ ଯାଇଂ ମିଳି ।୪୮ ।ଆସ୍ତାଲେ ବିଜୟେ କରିଛନ୍ତି ଦେବ ଧର୍ମରାୟେଗରୁଡ ପିଠି ତେଜ୍ୟା କଲେ ଶ୍ରୀକୃଷ୍ଣ ଧନୁର୍ଜୟେ ।୪୯ ।ଯେତେ ଧୂରୁହୁଂ ଦିଶିଲା ଯୁଝେଷ୍ଠି ଦେବଂକ ଆସ୍ତାନଦଣ୍ଡଲାଇ ଶୁତିଲେ କୃଷ୍ଣ ଅରଜୁନ ।୫୦ ।ଯୁଝେଷ୍ଠି କଲ୍ୟାଣ କଲେ ବାସୁଦେବଂକ ବଦନ ଚାହିଂପାୟେ ଯାଇଂ ନିଉଛାଳି କରନ୍ତି ଯଦୁସାଇଂ ।୫୧।ସନ୍ନିଧେ ଉଭା ହୋଇଣ ଅନେକ ସ୍ତୁତି ବୋଲିସାଷ୍ଟାଙ୍ଗେ ଜଗନ୍ନାଥେ ଶୁତିଲେ ଗଡଘାଲି ।୫୨।ଯୁଝେଷ୍ଟି ଆଜ୍ଞା ଦିଲେ ଯାଅସିରେ ନକୁଳକୋଳାଗ୍ରତ କରି ବାବୁ ନାରାୟଣଂକୁ ବେଗେ ତୋଳ ।୫୩।ମାଦ୍ରୀର ନନ୍ଦନ ସେ ଆଗ୍ୟାଂ ପରମାଣେଶ୍ରୀକୃଷ୍ଣକଇ କୋଳକରି ତୋଳଇ ତତକ୍ଷଣେ ।୫୪।ଠାକୁରଂକ ଆଗ୍ୟାଂ ହୋଇଲା ଉଠ ହୋ ଦେବହରିଉଠି ଉଭା ହୋଇ ପୁରୁଷୋତ୍ତମ ରହିଲେ ଅପସରି ।୫୫।କରପତ୍ର ଯୋଡି ପୁଚ୍ଛା କରନ୍ତି ଜଗନ୍ନାଥେସ୍ୱାମୀ ମୋତେ ଆଗ୍ୟାଂ ହୋଇଲା କେବଣ କାର୍ଯ୍ୟ ଅର୍ଥେ ।୫୬।ଯୁଝେଷ୍ଟି ବୋଇଲେ ଶୁଣିମା ହୋ ଦାମୋଦରମୋହୋର ଚରିତ ଦେବ ନାରଦଂକୁ ପଚାର ।୫୭।ଶ୍ରୀହରି ବୋଇଲେ ମହଋଷିଂକ ବଦନ ଚାହିଂକଳହ ପ୍ରିୟ ମୁନି ହେ କେବଣ ଅଛ ଯେ ଭିଆଇ ।୫୮।ନାରଦେ ବୋଇଲେ ଦେବ ଶୁଣିମା ନାରାୟଣସମସ୍ତ କୁତୂହୋଳ ହରି ତୋହୋର ଭିଆଣ ।୫୯।ସ୍ୱାମୀ ସଂଜୀବନୀ ପୁରକଇଂ ମୁଂ ଯେ ହାଦେ ଯାଇଥିଲିତହିଂ ୟେହାଂକରି ପିତା ପଣ୍ଡୁ ରାଜାଂକୁ ଦେଖିଲି ।୬୦।ବ୍ରହ୍ମହତ୍ୟା ଦୋଷେ ନାଶକର ଜନ୍ତୁପତିପଣ୍ଡୁରାଜାଂକୁ ଦେଉଅଛି ଅନେକ ଯେ ଶାସ୍ତି ।୬୧।ଶୁଣି ଅସାଷ୍ଟମ ହୋଇଣ ପଡିଲେ ଯୁଝେଷ୍ଠିନିର୍ଘାତ ହୋଇଣ ଯେ ପଡିଲେ ମହୀଲୋଟି ।୬୨।କୋଳ କରି ଧଇଲେ ସେ ଦେବ ଜଗନ୍ନାଥେକାହିଂକି ଅସାଷ୍ଟମ ଦେବ କେବଣ କାର୍ଯ୍ୟ ଅର୍ଥେ ।୬୩।ଯୁଝେଷ୍ଠି ବୋଇଲେ ଆମ୍ଭେ ଜମ୍ବୁଦୀପେ ଆଧିପତିଆବର ବିଶେଷ ଯାହାକୁ ସଂପକ୍ଷେ ଦାଶରଥି ।୬୪।ଇନ୍ଦ୍ରର ସମାନେ ଆମ୍ଭେ ପଞ୍ଚୁପୁତ୍ରେ ଥାଇଂଆମ୍ଭର ପିତାକୁ ଯମ ବହୁତ ଶାସ୍ତି ଦେଇଂ ।୬୫।ମୋହର ପିତାର ବ୍ରହ୍ମହତ୍ୟା କେମନ୍ତ ହୋଇବ ପାରହୋଇବି ତୀର୍ଥବାସୀ ମୁଂ କରିବି ଦେଶାନ୍ତର ।୬୬।ଗଙ୍ଗା ଗୟା ଗୋଦାବରୀ ପାପ ହରଣୀ ବଇତରଣୀକେଦାର ଭାଗୀରଥୀ ନର୍ମଦା ପ୍ରାଗବେଣୀ ।୬୭।ଫଲୁକି ସୁବର୍ଣ୍ଣଭଦ୍ରା ମଣିଭଦ୍ରା ବାଞ୍ଛାବଟି ମଣିକର୍ଣ୍ଣିକା ତୀର୍ଥେଗମିବି ସକଳ ତୀର୍ଥେ ପିତାର ପାତକ ଖଣ୍ଡନ ନିମନ୍ତେ ।୬୮।ତୁ ଜଗମୋହନ ନାଥ ମୋତେ କରସି ଉଦ୍ଧାରଣଗାନ୍ଧାରୀ ପୁଅନ୍ତ ତୋତେଟି କଲି ସମର୍ପଣ ।୬୯।ଦ୍ରିଯୋଧନକୁ ସୁଦୟା କରିଥାଅ ସର୍ବଦାୟେମୁହିଂ ଯାଉଅଛି ପିତାର ପାତେକ କରିବଇଂ କ୍ଷୟେ ।୭୦।ଶ୍ରୀହରି ପଚାରରିଲେ ନାରଦଂକୁ ହକାରିବ୍ରହ୍ମହତ୍ୟା ପାତେକ କେମନ୍ତ ଖଣ୍ଡନ କରି ।୭୧।ନାରଦେ ବୋଇଲେ ହୋ ଅଛି ଚାରି ପ୍ରତିୟେଥିରେ ଚରିତ ତୋତେ କହିବା ହୋ ଶ୍ରୀପତି ।୭୨।ଅନ୍ନଦାନ ଯେବେ ଦେଇପାରଇ ଅବିଚ୍ଛନ୍ନେତେଣୁ ସେ ମହାପାତକ ହୋଅଇ ଦହନେ ।୭୩।ନଉଚେତ ଯେବେ ସାଧି ପାରଇ ବ୍ରହ୍ମଗ୍ୟାନତେବେ ସେ ସର୍ବ ପାତେକ ଯେ ହୋଅଇ ଖଣ୍ଡନ ।୭୪।ନୋହିଲେ ପାରି ଯେବେ ଧାରାତୀର୍ଥ କରିଓହୋବଳ ସାଂଗ୍ରାମେ ଯେବେ ଝାସିବ କରେ ଶସ୍ର ଧରି ।୭୫।ସେ ରଣଯୋଗେ ପଡ଼ିଲେ ସର୍ବପାପ ହୋୟେ ଧ୍ୱଂସସାଂଗ୍ରାମେ ଝାସିଲେ ସମସ୍ତ ପାତେକ ହୋୟେ ନାଶ ।୭୬।ନୋହିଲେ ପ୍ରୟାଗ ଯେବେ ଝାସିତେ ପାରଇତେଣୁ ସେ ବ୍ରହ୍ମହତ୍ୟା ଦୋଷ କ୍ଷୟେ ଯାଇ ।୭୭।ନାରଦେ ବୋଇଲେ ଦେବ ଶୁଣିମା ଶ୍ରୀପତିପାତେକ ଦହନକୁ ଦେବ ଅଛଇ ୟେ ଚାରିପ୍ରତି ।୭୮।ଯୁଝେଷ୍ଠି ବୋଇଲେ ନାରଦେ ଯେ କହିଲେ ଚାରିକଥାମୋହୋର ବେଳେ କରି ୟେ ନୋହଇ ସର୍ବଥା ।୭୯।କାହିଂ ଧାରାତୀର୍ଥ ମୁଂ କରିବି ଦେବହରିମୋହୋର ତୁଲେ କେହୁ ଅଛଇ ଶସ୍ରଧାରୀ ।୮୦।ବ୍ରହ୍ମଗ୍ୟାନ ସାଧିବାକୁ ଶକ୍ୟ କାହାର ଅଛିଦେବତାଆଦି ଯାହା ନୁଆରିଲେ ଇଚ୍ଛି ।୮୧।ପ୍ରୟାଗେ ଝାସନ୍ତି ଅବା ପିତାର ନିମନ୍ତେଆତ୍ମଘାତ ଦୋଷ ଲାଗିବ ହରି ମୋତେ ।୮୨।ଅନ୍ନଦାନ ଦେବାକୁ ତ ଶକ୍ୟ ମୋର ନାହିଂଧୃତିରାଷ୍ଟି ପୋଷୁଛନ୍ତି ଅନ୍ନ ବସ୍ର ଦେଇ ।୮୩।ୟେମନ୍ତେ ଅନ୍ନଦାନ ମୁଂ ଦେବଇଂ କେମନ୍ତେୟେ ଚାରିକଥା ହରି ହେ ପ୍ରାପତ ନୋହୋଇ ମୋତେ ।୮୪।ପଞ୍ଚତୀର୍ଥ ଆମ୍ଭେହେଂ କରିବୁ ପାଞ୍ଚଭାଇଯେତେକାଳ ପିତାର ବ୍ରହ୍ମହତ୍ୟା ପାତେକ କ୍ଷୟପାଇ ।୮୫।ଧୃତିରାଷ୍ଟ ପୁଅଂକୁ ମୁଂ ଦେବଇଂ ରାଜ୍ୟ ଭାରତାହାନ୍ତ ସୁଦୟା କରିଥିବୁଟି ଦାମୋଦର ।୮୬।ଗୋବିନ୍ଦେ ବୋଇଲେ ସ୍ୱାମୀ ବୁଦ୍ଧିୟେ ମୋର ଅଛିଅନ୍ମଦାନ ଦେବା ହାଦେ ବଦନ୍ତି ଶ୍ରୀବତ୍ସି ।୮୭।ନାରଦେ ବୋଇଲେ ଯେବେ ଅନ୍ନଦାନକୁ ବିଚାରିରାଜୁସ ଯଗ୍ୟଂ ଯେବେ କରିତେ ହରି ପାରି ।୮୮।ନାରଦଂକୁ ବଚନେ ପୁଚ୍ଛନ୍ତି ଜନାର୍ଦ୍ଦନରାଜସୁ ଯଗ୍ୟଂ ଦେବ କେଉଂଣହିଂ ବିଧାନ ।୮୯।ନାରଦେ ବୋଇଲେ ତୁମ୍ଭେ ଶୁଣ ହୋ ଶିରୀପତିଲକ୍ଷେ ରାଜାନ୍ତହିଂ ଯେବେ ଆଣିବ ନିମନ୍ତ୍ରି ।୯୦।ସମସ୍ତ ରାଜାୟେ ଆସିବେ ଥାଠ ଯେ ପଲାଣିବାଳଖିଳା ଆଦିକର ଆସିବେ ସର୍ବମୁନି ।୯୧।ଷୋଳଦିନ ପରିଯନ୍ତେ ହୋଇବ ଆହୂତିରାନ୍ଧଣା ହୋଉଥିବ ଗଉରୀ ସଉରୀ ନଳବିଧି ତିନିପ୍ରତି ।୯୨।ଯେ ଯିସ ମାଗିବ ଅବିଚ୍ଛନ୍ନେ ଦେବ ଦାନଶତ୍ରୁ ମଇତ୍ର ହୋଇବ ସେ ୟେକଇ ସମାନ ।୯୩।ଯୁଝେଷ୍ଟି ବୋଇଲେ ଦେବ ଶୁଣିମା ମଧୁହାରୀୟେଡେକ ସମ୍ପଦକୁ ଶକ୍ୟ ଅଛଇ କାହାରି ।୯୪।ଧନବନ୍ତ ଲୋକ ମୁହିଂତ ନୋହୋଇ ଅଚ୍ୟୁତଅବିଚ୍ଛନ୍ନେ ଦାନ ଦେବାକଇଂ କାହିଂ ହୋଇମି ସାମରଥ ।୯୫।ମୋହୋରେ ନୋହି ଦେବ ରାଜୁସି ଯଗ୍ୟଂ ସଭାତୀର୍ଥହିଂ ସେ କରିବା ୟେ ଆଗ୍ୟାଂ ମୋତେ ଦେବା ।୯୬।ଗୋବିନ୍ଦ ବୋଇଲେ ସ୍ୱାମୀ ନୋହୋଇ ୟେମନ୍ତୟେଥେ ଥାଇଂ ଯେବେ ସେ ପାତକ ହୋଇ ହତ ।୯୭।କିଂପାଇଂ ଯିବା ସ୍ୱାମୀ ବହୁତ ଦୂର ପଥକୁନାରଦେ ବୋଇଲେ ତୁ ଚିନ୍ତା ନ କର ଧନକୁ ।୯୮।ଯାହାକଇଂ ସପକ୍ଷ ଯେ ଦେବାଧିଦେବ ରାଜାପରମଲକ୍ଷ୍ମୀ ଦେବୀ ଯେ ଜଗନ୍ନାଥଂକର ଭାରିଯା ।୯୯।ସେ ଜଗନ୍ନାଥ ଯାହାକଇଂ ଭୃତ୍ୟପଣେ ଖଟନ୍ତାଧନ ଭୋଜନକୁ ଆର କିସ ତୋର ଚିନ୍ତା ।୧୦୦।ଯଗ୍ୟଂ ଆରୋପଣ ତୁ କରସି ଯୁଗତେସ୍ୱର୍ଗରୁ ଆସିବେ ହାଦେ ଦେବଗଣ ଇନ୍ଦ୍ରଂକ ସହିତେ ।୧୦୧।ଅନେକ ପୁଣ୍ୟ ତୁହୋ ଅରଜିବୁ ଯୁଝେଷ୍ଠିଖଣ୍ଡିବୁ ପାତେକ ଶାନ୍ତି ହୋଇବ ଅରିଷ୍ଟି ।୧୦୨।ନାରାୟଣ ବୋଇଲେ ଦେବ ଧନକୁ ନ ଭାଳ କିଛିକୁବେର ଆଣି ଦେଉଥିବ ଯେତେକ ଧନ ଇଚ୍ଛି ।୧୦୩।ନାରଦଂକୁ ଚାହିଂଣ ପୁଚ୍ଛିଲେ ଧର୍ମରାୟେ ଯୁଝେଷ୍ଠିଲକ୍ଷେରାଜା ଗୋସାଇଂ ଅଛନ୍ତିଟି କି ପୃଥୀ ।୧୦୪।ବଦୟନ୍ତି ବାସୁଦେବ ଶୁଣିମା ଧର୍ମସୁତନାରଦେ କହିଲେ ଲକ୍ଷେ ରାଜାର ବାରତ ।୧୦୫।ବଦନ୍ତି ବ୍ରହ୍ମାସୁତ ଶୁଣ ହେ ବାସୁଦେବଚାରିଉଣା ଲକ୍ଷେ ରାଜା ପୃଥୀରେ ହୋଇବ ।୧୦୬।ଦୁଇଉଣା ପଚାଶସହସ୍ର ରାଜାଅଛନ୍ତି ପଛିମ ଦିଗେୟେକଉଣା ଚାଳିଶସହସ୍ର ରାଜା ଉତ୍ତର ଦିଗଭାଗେ ।୧୦୭।ୟେକଉଣା ସାତସହସ୍ର ରାଜା ଦକ୍ଷିଣ କୋଶଳେତିନି ସହସ୍ର ରାଜା ବସନ୍ତି ପୂର୍ବ ଯେ ମଣ୍ଡଳେ ।୧୦୮।ୟେମନ୍ତେ ଚାରିଉଣା ଲକ୍ଷେ ରାଜା ବିଧାତାର ଭିଆଣମହା ମହା ଦୁଷ୍ଟ ଯେ ଅଛନ୍ତି ରାଜାଗଣ ।୧୦୯।ଯୁଗତେ ଚାରିଊଣା ଲକ୍ଷେରାଜା ହୋଇଲେଯଗ୍ୟଂ ହୋଇବଟି କି ଯୁଝେଷ୍ଟି ଦେବ ବୋଇଲେ ।୧୧୦।ନାରଦେ ବୋଇଲେ ଯେବେ ୟେକଊଣା ହୋଇରାଜୁସି ଯଗ୍ୟଂ ନୋହୋଇ ଧର୍ମ ପ୍ରାପତ ନୋହି ।୧୧୧।ଗୋବିନ୍ଦେ ବୋଇଲେ ଦେବ କଥାୟେ କରିବାସୁବର୍ଣ୍ଣରେ ଚାରିରାଜା ନିର୍ବାଣ କରାଇବା ।୧୧୨।ଯୁଝେଷ୍ଟି ବୋଇଲେ ଯାହା କହିଲେ ଶିରୀରଙ୍ଗମୋହର ବେଳେ ବାସୁଦେବ ନୋହୋଇ ୟେହୁ ମହାଯଗ୍ୟଂ ।୧୧୩।ଦ୍ୱାପରଯୁଗେ ମନୁଷ୍ୟ ସାତହାଥ ଉଚ୍ଛର୍ଗଚାରିଗୋଟି ପିତୂଳାକୁ ଧନ ହୋଇବ କି ମଧ୍ୟସ୍ୱର୍ଗ ।୧୧୪।ନାରଦେ ବୋଇଲେ ବାବୁ ଶୁଣ ଧର୍ମସାଇଂୟେକା ଜଣକେ ରାଜା ସୁବର୍ଣ୍ଣରେ ହେବ କାହିଂ ।୧୧୫।ସୁବର୍ଣ୍ଣର ସହସ୍ରେକ ରଥ ବେନି ସହସ୍ର ହାଥୀଚାରି ସହସ୍ର ଅଶ୍ୱ ସାଗରେକ ପାଦାନ୍ତି ।୧୧୬।ଛତ୍ର ବାଦ୍ୟ ଆଦିକର ସୁବର୍ଣ୍ଣରେ ନିର୍ବାଣିୟେତେ ସରୂପେ ରାଜାୟେକ ବୋଲି ଗଣି ।୧୧୭।ଯୁଝେଷ୍ଟି ବୋଇଲେ ମୋହୋରେ ନୋହୋଇ ୟେଡେବ ଯଗ୍ୟଂୟେ ମହାଭରା ଶୁଣି ମୋର ପ୍ରାଣ ହୋଉଅଛି ତ୍ୟାଗ ।୧୧୮।ନାରଦେ ବୋଇଲେ କିଛିହିଂ ଚିନ୍ତା ତୁ ନ କରଲକ୍ଷେ ରାଜା ସୁବର୍ଣ୍ଣରେ କରି ପାରଇ ୟେହି ଦାମୋଦର ।୧୧୯।ଯୁଝେଷ୍ଟି ତ୍ରିପୁତି ହୋଇଲେ ନାରଦଂକ ବଚନ ଶୁଣିଲକ୍ଷେ ରାଜାନ୍ତ କେ ସାଧ୍ୟ କରିପାରିବଟି ଚକ୍ରପାଣି ।୧୨୦।ନାରଦେ ବୋଇଲେ ବାବୁ ଶୁଣ ଧର୍ମରାୟେଶୁଣ ବାବୁ ଯୁଝେଷ୍ଟି ଆବର ଅପୂର୍ବ କଥାୟେ ।୧୨୧।ଚାରିଉଣା ଲକ୍ଷେ ରାଜାନ୍ତ ଭାଳୁଛ ଗୋବିନ୍ଦିଛୟାଣୋଇ ସହସ୍ରେ ରାଜାୟେ ଜରାସନ୍ଧ ଘରେ ଛନ୍ତି ବନ୍ଦୀ ।୧୨୨।ପଅରିଦିନ ହୋଇବ ପୂର୍ଣ୍ଣ ଯେ ଆହୂତିରାଜାନ୍ତ ମାରି ଯଗ୍ୟଂକୁଣ୍ଢେ ପକାଇବ ସବୁନ୍ତି ।୧୨୩।ଯୁଝେଷ୍ଠିଦେବ ଆଶ୍ରିଜ ହୋଇଲେ ତାହା ଶୁଣିୟେଥକୁ କିସ ଉପାୟ କରିବୁ ହୋ ଚକ୍ରପାଣି ।୧୨୪।ଗୋବିନ୍ଦେ ବୋଇଲେ ବାବୁ ଶୁଣିମା ଯୁଝେଷ୍ଠିଜରାସନ୍ଧରାଜା ରୁଣ୍ଡକଲା ତୋତେ ଭଲ ସେଟି ।୧୨୫।ଜରାସନ୍ଧକୁ ମାରି ଆମ୍ଭେ ରାଜାନ୍ତ ନିମନ୍ତିବାଲୋଡିଯାନ୍ତୁ ଅବା ୟେବେ ସବୁନ୍ତି ୟେକଠାବରେ ପାଇବା ।୧୨୬।ଯୁଝେଷ୍ଟି ବୋଇଲେ ହରି ତୋହର ବଚନ ଶୁଣିଆଶ୍ରିଜ ହୋଇଲି ମୁଂ ଦେବ ଚକ୍ରପାଣି ।୧୨୭।ଜରାସନ୍ଧ ଜୁଆଇଂ ତୁମ୍ଭେ ନାଶକଲ କଂସସେ ରାଗେ ଘେନିଲା ତୁମ୍ଭ ମଥୁରାପୁର ଦେଶ ।୧୨୮।ମଧୁପୁର ଛାଡି ତୁମ୍ଭେ ପଳାଇଲ ଡରେଦୁଇଭାଇ ଲୁଚିଲା ପରା ଗୋମତ ପର୍ବତରେ ।୧୨୯।ଖଣା ଖୋଳାଇକରି ପର୍ବତ ବେଢାଇଲାତୁମ୍ଭର ପ୍ରମାଦେ ତହିଂ ଅନେକ ଜନ୍ତୁ ନାଶଗଲା ।୧୩୦।ଧର୍ମେଣ ଉତୁରି ତହୁଂ ଗଲ ବେନିଭାଇମଧିୁବନ କଟକେ ଯେ ରହିଲ ପୁଣ ଯାଇଂ ।୧୩୧।କାଳଦମନ ରଜା ତହିଂକି ଧାଡିଦେଲାସେ ମଧୁବନ ଭାଂଜିଣ ଅନେକ ଜୂର କଲା ।୧୩୨।ଭୟେ ପଶିଲ ଯାଇଂ କାଳେବର ବନେତହିଂକି ଧାଡିଦିଲା ଜାରା ଅତିୟ କୋପମନେ ।୧୩୩।କାଳେବର ବନ ଭାଙ୍ଗି କଲା ଭଗନସ୍ତପଳାଇ ପଶିଲ ଯାଇଂ ହିରଣ୍ୟଗର୍ଭ ପର୍ବତ ।୧୩୪।ଅଷ୍ଟାଦଶ ବେଳ ଯେ ତହିଂ ଦିଲା ଧାଡିଭାଂଜିଣ ଚୂରକଲା କଣୟ କୋଶ ଗିରି ।୧୩୫।ତହୁଂ ପଳାଇଲ ତୁମ୍ଭେ ଜରାସନ୍ଧର ଡରେକୁଟୁମ୍ବ ଘେନି ପଶିଲ ପରା ସାହେର ଭିତରେ ।୧୩୬।କୁଶସ୍ଥଳୀ ଦ୍ୱାରିକା ବୋଲି ତହିଂର ନାମ ହେଲାସେ ସାହେର ବୋଲିଣ ସିନା ତୁମ୍ଭନ୍ତ ଠାବ ଦିଲା ।୧୩୭।ବଳରାମଂକ ମୂଷଳେ ନାଶ ନ ଗଲା ପୁଣ ଜାରାଦୃଭାର ବଳବନ୍ତା ସେ ଅଟଇ ମହାବୀରା ।୧୩୮।ଗତକଥା ମାନ ହରି ମନରେ ନ ବିଚାରୁକେମନ୍ତେ ଜରାସନ୍ଧ ପୁରକୁ ଯାଇଂ ଲୋଡୁ ।୧୩୯।ଗୋବିନ୍ଦେ ବୋଇଲେ ଦେବ ତବ କାର୍ଯ୍ୟ ଇଚ୍ଛିତେଣୁ ସେ ଜାରାକୁ ନ ମାରି ପ୍ରାଣେ ରଖିଅଛି ।୧୪୦।ଭୀମ ଅର୍ଜୁନକୁ ସ୍ୱାମୀ ୟେବେ ମୋହର ସଙ୍ଗତେ ଦେବାମାରିବି ଜରାସନ୍ଧ ଦେବ କିଛି ଭ୍ରାନ୍ତିହିଂ ନ କରିବା ।୧୪୧।ଯୁଝେଷ୍ଠି ଦେବ ଚାହିଂଲେ ସହଦେବର ବଦନବାବୁ ଜାରାକୁ ବଧକରି ପାରିବେ କି ଦେବ ଜନାର୍ଦ୍ଦନ ।୧୪୨।ସହଦେବ ବୋଇଲେ ସ୍ୱାମୀ ଯାଆନ୍ତୁ ଜଗନ୍ନାଥେଜାରା ମୃତୁଭେଦ ଅଛି ଭୀମସେନ ଠାକୁରଂକ ହାଥେ ।୧୪୩।ସହଦେବ ବଚନେ ଯେ ଛାଡିଲେ ମନଭ୍ରାନ୍ତିଜରାସନ୍ଧ ପୁରକୁ ସଜ ହୋଇଲେ ଶିରୀପତି ।୧୪୪।ଭୀମ ଅର୍ଜୁନକଇଂ ଘେନିଣ ଦେବ ତୁଲେଯୁଝେଷ୍ଠିଂକ ପଦ୍ମପାଦେ ପ୍ରଳମ୍ବିତ ହୋଇଲେ ।୧୪୫।କଲ୍ୟାଣ ବାଞ୍ଛା ତହିଂ କରନ୍ତି ଦେବ ଧର୍ମସୁତସର୍ବକାର୍ଯ୍ୟ ସିଦ୍ଧହୋଉ ଚିରଆଷ୍ୟ ହୋଇ ବ୍ରତ ।୧୪୬।ତୁ ଦେବ କରୁଣାମତ୍ସଳ ପୀତବାସରିପୁମରଦନ ନାଥ ତୋତେ ମୋର ଆଶ ।୧୪୭।ତୁ ଦେବ ଯୋଗେଶ୍ୱର ପ୍ରସନ୍ନେ କରତାଦୁଖୀଜନ ଉଦ୍ଧାରନ୍ତା ଅଭୟ ବରଦାତା ।୧୪୮।ଯେ ତୋତେ ଆରାଧନା କରଇ ମନ ବଚନ କର୍ତ୍ତବ୍ୟେତୁ ସୟଳ ଚିନ୍ତାମଣି ନାଥ ଅଟୁ ହୋ ବାସୁଦେବ ।୧୪୯।କ୍ଷତ୍ରୀର ଜନ୍ମ ଯେ ଦୃଭାର ବଡକଷ୍ଟତୋହୋର ପ୍ରସାଦେ ଫିଟଇ ଦେବ ସକଳ ସଂକଟ ।୧୫୦।ମୁହିଂ ଅନାଥ ତୁହି ଯେ ଅନାଥଜନ ବନ୍ଧୁଭଗତଜନମଚ୍ଛଳ ନାଥ ତୁ କୃପାଜଳ ସିନ୍ଧୁ ।୧୫୧।ଅପାର ମହିମା ଦେବ ନ ସରଇ କହନ୍ତେମୁଂ ତୋର ଶରଣ ଦେବ ଉଦ୍ଧରି ଧର ମୋତେ ।୧୫୨।ଦଧି ମୀନ ଆଗମେ ଯାତ୍ରା ଅନକୂଳେସର୍ବଶୁଭ ହୋଉ ସ୍ୱାମୀ ଯାତ୍ରାର ମଙ୍ଗଳେ ।୧୫୩।