ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୯ / ୨୩
ସମ୍ପୂର୍ଣ୍ଣ ସୂଚୀପତ୍ର
କାଶୀ ରାଜାଙ୍କୁ ନିମନ୍ତ୍ରଣ ଓ ପଞ୍ଚଧାରା ତୀର୍ଥର ମାହାତ୍ମ୍ୟ
ଦଣ୍ଡଘେନି ଚଳଇ ତହୁଂ ପାଣ୍ଡବ ମାରୁତିଦିହୁଡ଼ି ହୁଳା ଲଗାଇ ଚଳଇ ନିଶାରାତି ।୧।ମହାସମ୍ଭର୍ବେ ଥାଠ ଚଳାଇ ଭୀମସେନକାଶୀନଦୀ ତୀରେ ପ୍ରବେଶ ହର ଉଦ୍ୟାନ ନାମେ ବନ ।୨।ସେ ନଦୀର ତୀରେ କାଶୀଦେଶ ଯେ ବସଇକାଶୀଶ୍ୱର ବୋଲି ରାଜା ପଚ୍ଛିମ କୋଶଳଇ ।୩।ବଡ଼ାଇ ପ୍ରତାପୀ ସେ କାଶୀ ବିଶ୍ୱନାଥକଇଂ ସେବିଧାର୍ମିକ ବିବେକ ରାଜା ପରମ ବଇଷ୍ଣବୀ ।୪।ମାଥେଣ ଜଟା ଭୁଜେ ରୁଦ୍ର କଂକଣ ଚିହ୍ନକରେ ତ୍ରିଶୁଳ ଧରି ସେ ବଇଲ ବାହନ ।୫।ଚଉଦକୋଟି ଗଣନାୟକ ତାର ତୁଲେୟେ ଭୁବି ଭୁବନେ କେହି ତାହାକୁ ସରିନାହିଂ ସାଂଗ୍ରାମ ରୋଳ କଲେ ।୬।ମହାବଳବନ୍ତା ସେ ସଦାଶିବ ପ୍ରସାଦେଦଇତ ଦାନବ କେହି ସରି ନାହିଂ ତାହାକୁ ଯୁଦ୍ଧେ ।୭।ଭୀମସେନ ପ୍ରବେଶ ହୋଇଲା ତାର ରାଜ୍ୟେଅନେକ ବୀରତୂର ଦାଉଣ୍ଡି ଢୋଲ ଟମକ ଘୋର ବାଜେ ।୮।ମୁନେହି ଜଣାଇଲେ ସେ କାଶୀଶ୍ୱର ନୃପତିପଚ୍ଛିମ ଦିଗ ବିଜେ ପାଣ୍ଡବ ମାରୁତି ।୯।ବୀରବାହୁ ରାଜ୍ୟେ ପଶିଲା ଧ୍ୱଂସିଲେ ତାର ସଇନିବୀରବାହୁ ରକ୍ଷାଗଲା କରିଣ ଦଇନି ।୧୦।ରାଜାନ୍ତ ନିମନ୍ତ୍ରଣ କରି ଆସଇ ରାଜୁସି ଯାଗ ଅର୍ଥେବହୁରାଜ୍ୟ ଧ୍ୱଂସ ନ କରଇ ଅନମିତେ ।୧୧।ବିଚାରି କାର୍ଯ୍ୟ କରିବା କାଶୀଶ୍ୱର ରାୟେସାଂଗ୍ରାମ କଲେ ଯୁଦ୍ଧ ଅଛଇ ଅପଚୟେ ।୧୨।ରାଜା ହୋଇକରି ଯେବେ ପଶଇ ଶରଣଭଗତ ଉଦ୍ଧାରଣ ସେ କରଇ କାରଣ ।୧୩।ଦେଶାଉର ମୁଖୁଂ ୟେସନେକ ବାକ୍ୟ ଶୁଣିଦଣ୍ଡସାଜ ବୋଲି ଆଗ୍ୟାଂ ଦିଲା କାଶୀଶ୍ୱର ନୃପମଣି ।୧୪।ହାଥେ ଶୂଳେ ଶୂଳେ ଘେନିଣ ଯୋଦ୍ଧାମାନେସମସ୍ତେ ସଜ ହୋଇଲେ ବଇଲ ବାହାନେ ।୧୫।ୟେକ ହାଥେ ତ୍ରିଶୁଳ ଆରେକ ହାଥେ ଡମ୍ବରୁହୃଦେ ଭୁଷଣ ଉଡ଼ଙ୍ଗ ସର୍ପ ଫେରୁ ।୧୬।କଷା ବସନ ପରିହରଣ ଶିରେ ତାମ୍ରଫେଣୀଡିବି ଡିବି ଡମ୍ବରୁ ଶବଦେ କି ସୁମରଇ ଶୂଳପାଣି ।୧୭।ଭୀମସେନ ବିଜେ କରିଛନ୍ତି କାଶୀନଦୀ ତୀରେତ୍ରିପୁରାନ୍ତକ ପର୍ବତ ରୁଦ୍ର ବଟର ତଳେ ।୧୮।ଦୂରୁହୁଂ ଦେଖିଣ ସେ କାଶୀଶ୍ୱର ନୃପତିସେ ଦେଖିଲା ଭୀମସେନର ଭଇରୋବ ମୂରତି ।୧୯।ଗିରିବର ସମାନେ କାଳେବର ଗଦା ହାଥେଦେଖିଣ ଶଂକିଲା ସେ କାଶୀଶ୍ୱର ନୃପତ୍ୟେ ।୨୦।ଚାରଗଣେ ଜଣାଇଲେ ଶୁଣିମା ଦେବ ଭୀମରୁଦ୍ରବର ରାଜ୍ୟ ୟେ ସମସ୍ତେହେଂ ଜଙ୍ଗମ ।୨୧।ଭୀମସେନ ରୂପ ଦେଖି କାଶୀଶ୍ୱର ତ୍ରାସିବଇଲ ପିଠିରୁ ଉତ୍ତୁରି ଅର୍ଘ୍ୟଥାଳୀ ଘେନି ଆସି ।୨୨।କାଶୀଶ୍ୱର ନୃପତି ଭୀମସେନକୁ ଦିଲା ନେଇ ପାଦଅର୍ଘ୍ୟକୋଇନ୍ତାଂକର ନନ୍ଦନ ତୁ ଠାକୁର ମଧ୍ୟସ୍ୱର୍ଗ ।୨୩।ସଂସାର ଜନହିତେ ସ୍ୱାମୀ ଜରାସନ୍ଧ ବଧିଶିବପୁର ରକ୍ଷା ନିମନ୍ତେ ଚାଣ୍ଡାଳ ବଳ ନିଶୋଧି ।୨୪।ନ ଜାଣି ଦୁଷ୍ଟ ରାଜାୟେ ହୋଉଛନ୍ତି ବଣାତୁ ସେ ପରମ ପଣ୍ଡିତ ସ୍ୱାମୀ ପବନ ଦୁଲଣା ।୨୫।କୁମ୍ଭେକ ବିଦାରଣ ସ୍ୱାମୀ କପିଳାସ ସ୍ୱର୍ଗ ରକ୍ଷାଶତଶିଙ୍ଗ ଦର୍ପ ଧ୍ୱଂସା ତୁ କାଳ ଗରଳ ଭକ୍ଷା ।୨୬।ସନ୍ଥ ପ୍ରତିପାଳନ ତୁ ଦୁଷ୍ଟ ଦର୍ପ ରାହୁନ ଜାଣିମା ପଣେ ନାଶ ଯାଉଥିଲା ବୀରବାହୁ ।୨୭।ଅନେକ ସ୍ତୁତି କରି ଯେ କାଶୀଶ୍ୱର ସ୍ୱାମୀଦୂରହୁଂ ନିଉଛାଳି ସେ ଶତସହସ୍ର ଦଣ୍ଡ ପରିଣାମି ।୨୮।ଚାରଜଣେ ଆସି କାଶୀଶ୍ୱରଂକୁ କହିଲାଉଠ ହୋ ନୃପତି ତୋତେ ଠାକୁରଂକ ଆଗ୍ୟାଂ ହୋଇଲା ।୨୯।ଭୀମସେନ କୋଳକରି ଧଇଲେ କାଶୀଶ୍ୱର ରାଜାକୁଅକ୍ଷତ ଗୁଆ ଦେଇ ନିମନ୍ତ୍ରଣ କଲେକ ତାହାକୁ ।୩୦।ଆହୋ କାଶୀଶ୍ୱର ରାଜା ରାଜୁସି ଯାଗ କରିବେ ଯୁଝେଷ୍ଠିବ୍ରହ୍ମହତ୍ୟା ଦୋଷ ପଣ୍ଡୁର ଖଣ୍ଡିବେ ଅରଷ୍ଟି ।୩୧।ଲକ୍ଷେକ ନୃପତି ତହିଂ ହୋଇବାକୁ ମେଳିପଚ୍ଛିମଦିଗ ବରଣେ ମୋତେ ପେଷିଲେ ବନମାଳୀ ।୩୨।ଯେତେକ ଅଛନ୍ତି ତୋହୋର ଥାଠ ସଇନିଇନ୍ଦ୍ର ପ୍ରଶସ୍ତକୁ ଯାଅ ଯା ଦେଖା ଦରଶନି ଧନ ଘେନି ।୩୩।ଅନେକ ବିନୋୟୀ ଯେ ରାଜା କାଶୀଶ୍ୱରସ୍ୱାମୀ ଆଜକ ରହି ମୁଣୋହିଂ କରିବା ୟେ ମୋହୋର ରାଜ୍ୟର ।୩୪।ଭଗତି ଭାବ ଦେଖି ପାଣ୍ଡବ କଲା ସନମତକାଶୀଶ୍ୱର ଦେଶେ ପ୍ରବେଶ ଅର୍ଜୁନ ଜ୍ୟେଷ୍ଠଭ୍ରାଥ ।୩୫।ବେନି ଅହିବ୍ରତ ସୂପକାର ସଙ୍ଗେ ଥାଇଭୀମସେନର ତୁଲେ ସେ ଅଛନ୍ତି ଗୋଡାଇ ।୩୬।ବୋଲନ୍ତି ସୂପକାରେ ଶୁଣ ହୋ କାଶୀଶ୍ୱରଠାକୁରଂକ ମୁଣୋହିକି ଦେଇ ପାରିବୁ କି ଯୋଗାଡ଼ ।୩୭।ଆହୋ କାଶୀଶ୍ୱର ସେ ସାଂଗ୍ରାମେ ଅତ୍ରିପୁତି ଭୋଜନେ ଅତ୍ରିପୁତିଶୃଙ୍ଗାରେ ଅତ୍ରିପୁତି ସେ ଶୟନେ ଅତ୍ରିପୁତି ।୩୮।ବିଳମ୍ବ ନ ସହଇ ୟେହିକ୍ଷଣି ଦ୍ରବ୍ୟ ଆଣତିନିଶ ଷାଠିୟେ ପଉଟି ବେଳକୁ ଅଣ୍ଟଇ ଜାଣ ।୩୯।ମେଞ୍ଜନ ଯୋଗାଡ଼ ତୁ ଯେତେକ ଦେଇପାରୁକାଶୀଶ୍ୱର ବୋଇଲା ତୁ ସଞ୍ଚପି କିମ୍ପା ପଚାରୁ ।୪୦।ଯେତେକ ଅଣ୍ଟଇ ମୁହିଂ ଦେବଇଂ ତୋତେ ଜାଣବେଗକରି ପାକ ତୁମ୍ଭେ କରସି ପଚନ ।୪୧।ଲକ୍ଷେକ ହାଣ୍ଡି ଦିଲା ଯେ ତ୍ରିବିଧ ଭିଆଣେସ୍ରାହାନ ସାରି ରାନ୍ଧଣାରେ ପଶିଲେ ବ୍ରାହ୍ମଣେ ।୪୨।ଦୋହରା ପ୍ରସନ୍ନେ ଯେ ହୋଇଲା ଅମୃତ ପାକ ରସସ୍ରାହାନ ମାଜଣା ସାରିଲେ ପବନର ଶିଷ ।୪୩।ଭୀମସେନ ଠାକୁରଂକର ନିଦ୍ରା ନାହିଂ ଭୋଜନେ ନାହିଂ ଇଚ୍ଛାରାଜାମାନନ୍ତ କେମନ୍ତେ ସାଧିବି ତହିଂକି ମନବାଞ୍ଛା ।୪୪।ଭୀମସେନ ଠାକୁରେ ସ୍ରାହାନ ତର୍ପଣ ସାରିମୁଣୋହିରେ ବିଜେ କଲେ କାଳଦଣ୍ଡଧାରୀ ।୪୫।ଅନେକ ମେଞ୍ଜନ ଯେ ପରଶନ୍ତି ଦ୍ୱିଜେଭୋଜନ ସାରି ଆଞ୍ଚୋବନ କଲେ ପବନ ଆତ୍ମଜେ ।୪୬।ତାମ୍ବୋଳ ଭୁଞ୍ଜିଣ ଯେ ହୋଇଲେ ଦିବ୍ୟବେଶଦଣ୍ଡସାଜ ବୋଲକରି ଦିଲେକ ଆଦେଶ ।୪୭।ଛାମୁରେ କାଶୀଶ୍ୱର ରାଜା ଓଲଗ ମେଲାଇଦଣ୍ଡସାଜି ବାହାର ହୋଇଲା ପବନ ତନୟି ।୪୮।ଜୟଶଙ୍ଖ ବୀରତୂର ବଜାଇ ବୀର ଭୀମସେନତିହୁଡ଼ି ଦେଶକଇଂ ତହୁଂ କରଇ ପୟାଣ ।୪୯।ଆହୋ ରାଜନ ଧନୁମାସ ଶୁକଳପକ୍ଷ ଚଉଠୀ ଦିବସେଚଳନ୍ତି ପ୍ରତଗ୍ୟାଂୟେ ବଳ ହୋଇଣ ହରଷେ ।୫୦।ପଞ୍ଚଧାରା ବୋଲିକରି ୟେକଇ ନଦୀଗୋଟିପଞ୍ଚଶିଖ ପର୍ବତରୁ ସେ ଆସୁଅଛି ଫୁଟି ।୫୧।ସେ ନଦୀରେ ପଶି ଧନୁ ମାସେ ସ୍ରାହାନ କଲେପଞ୍ଚ ମହାପାତକ ଯେ ନାଶ ଯାୟେ ଭଲେ ।୫୨।ଗୋହତ୍ୟା ବ୍ରହ୍ମହତ୍ୟା ସ୍ତୀହତ୍ୟା ସୁରାପାନ ବିଷୁଳୀପତିସେ ନଦୀରେ ସ୍ରାନ କଲେ ୟେ ସକଳ ପାପ ବିନଶ୍ୟତି ।୫୩।ସେ ପଞ୍ଚବେଣୀ ସଙ୍ଗମେ ଅଛିଟି ସ୍ପଟିକର ଲିଙ୍ଗସେ ଲିଙ୍ଗ ବିଦାର କରି ଫୁଟଇ ତ୍ରିଭଙ୍ଗ ।୫୪।ସେ ଲିଙ୍ଗ ବିଜେ କରିଛନ୍ତି ଅଶୀତାଳ ଗଭୀରରେସ୍ରାହାନ କରି ଚାହିଂଲେ ଦିଶଇ ସଦାଶିବ ପଞ୍ଚୁଶିରେ ।୫୫।କାଳଧ୍ୱଂସନ ଡଗର ଆସି ଭୀମସେନକଇଂ କହିଲାସ୍ୱାମୀ ତୋହୋର ପ୍ରସନ୍ନେ ଆମ୍ଭର ସକଳ ପାପ ନାଶଗଲା ।୫୬।ୟେ ମହାତୀର୍ଥ ଦେଖିବାକଇଂ କେହୁ ସାମରଥୟେଥେ ବିଜେ କରିଥିଲା ସେ ଅନ୍ଧେକ ନାମେ ଦତ୍ୟ ।୫୭।ଷାଠିୟେ ସହସ୍ର ବରଷ ପରିଯନ୍ତେ ହୋଇଲା ମହାଯୁଦ୍ଧତ୍ରିୟମ୍ବେକନାଥ ତାହାକୁ ସାଂଗ୍ରାମେ କଲେ ବଧ ।୫୮।ତହୁ ୟେ ମହାତୀର୍ଥ ହୋଇଲା ନିର୍ମଳସଂସାର ପାତକ ୟେ ହରନ୍ତା ସର୍ବକାଳ ।୫୯।ଭୀମସେନ ବିଜେକଲେ ପଞ୍ଚଧାରା ତୀର୍ଥେଶଉଚବନ୍ତ ହୋଇ ଜଳେ ପଶିଲେ ୟେକଚିତ୍ତେ ।୬୦।ଦେଖିଲେ ସରୂପ ପରମ ଯୋଗୀ ଯେ ଧୂର୍ଜଟିଅଶୀତାଳ ଗଭୀରୁଂ ସେ ତେଜ ବିକାଶଇ ଫୁଟି ।୬୧।କରପତ୍ର ଯୋଡିଣ ସେ ବିଚିତ୍ରବୀର୍ଯ୍ୟ ନାତିସେ ଯୋଗେଶ୍ୱରକଇଂ ଭୀମସେନ କରଇ ଅନେକ ଯେ ସ୍ତୁତି ।୬୨।ନମସ୍ତେ ନମସ୍ତେ ଦେବ ଅଭୟେ ବିରୂପାନମସ୍ତେ ନମସ୍ତେ ଦେବ ଶରଣ ସତ୍ୟପା ।୬୩।ନମସ୍ତେ ନମସ୍ତେ ଦେବ ଅପିତା ଅମାତାନମସ୍ତେ ନମସ୍ତେ ପ୍ରସନ୍ନ ବରଦାତା ।୬୪।ନମସ୍ତେ ନମସ୍ତେ ଦେବ ପରଦୁଖେ ଦୁଖୀନମସ୍ତେ ନମସ୍ତେ ଦେବ ପଞ୍ଚଦଶ ଯାହାର ଆଖି ।୬୫।ନମସ୍ତେ ନମସ୍ତେ ଦେବ କାଳଗରଳ ତୁ ଭକ୍ଷନମସ୍ତେ ନମସ୍ତେ ଦେବ ବିଦାରିଲ ଦକ୍ଷ ।୬୬।ନମସ୍ତେ ନମସ୍ତେ ଦେବ ତାଣ୍ଡବ ରସ ଖେଡ଼ିନମସ୍ତେ ନମସ୍ତେ ନାଥ ସିଂଘନାଦ ରଡ଼ି ।୬୭।ନମସ୍ତେ ନମସ୍ତେ ନାଥ ଜୟ ତ୍ରିପୁରାରିନମସ୍ତେ ନମସ୍ତେ ଦେବ ଜୟ ଅନଙ୍ଗାରି ।୬୮।ନମସ୍ତେ ନମସ୍ତେ ଦେବ ମଞ୍ଚସ୍ୱର୍ଗ ମଣ୍ଡିନମସ୍ତେ ନମସ୍ତେ ଦେବ ହତ୍ୟାଦୋଷ ଖଣ୍ଡି ।୬୯।ନମସ୍ତେ ନମସ୍ତେ ଦେବ ପଞ୍ଚଶିଖ ମଉଳିନମସ୍ତେ ନମସ୍ତେ ଦେବ ଅନାଦି ସିଦ୍ଧଶୂଳୀ ।୭୦।ନମସ୍ତେ ନମସ୍ତେ ଦେବ ଆସନ ବୃଷଭନମସ୍ତେ ନମସ୍ତେ ଦେବ ଅନାଦି ସଦାଶିବ ।୭୧।ନମସ୍ତେ ନମସ୍ତେ ଦେବ ଅଟୁ ତୁ ସର୍ବସିଦ୍ଧାନମସ୍ତେ ନମସ୍ତେ ଦେବ ଯମକୁ ନିରୋଧା ।୭୨।ନମସ୍ତେ ନମସ୍ତେ ଦେବ ଅବିକ୍ଷଣେ ପଞ୍ଚଧାତୁନମସ୍ତେ ନମସ୍ତେ ଦେବ ସଂସାର ହିତେ ବ୍ରତୁ ।୭୩।ନମସ୍ତେ ନମସ୍ତେ ଦେବ ନାଶକର ଦର୍ପଭଞ୍ଜାନମସ୍ତେ ନମସ୍ତେ ଦେବ ପ୍ରସନ୍ନେ ଲିଙ୍ଗରାଜା ।୭୪।ନମସ୍ତେ ନମସ୍ତେ ଦେବ ନୀଳକଣ୍ଠ ନାମଶୂଦ୍ରମୁନି ସାରୋଳା ଦାସ ଶତ ସହସ୍ର ଦଣ୍ଡ ପରିଣାମ ।୭୫।ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତିପଛିମ ଦିଗର କଥା ୟେ ସଭାପର୍ବ ରୀତି ।୭୬।ତୃତୀୟ ଖଣ୍ଡ ମହାଭାରତ ୟେ ବିଷ୍ଣୁପୁରାଣହେ ପଣ୍ଡିତଜନମାନେ ୟେହା ସାବଧାନେ ଶୁଣ ।୭୭।ପଛିମଦିଗ ବାରତା ୟେ ପଞ୍ଚୁତୀର୍ଥର କଥାଶୁଣନ୍ତେ ମୋଚନ ହୋଇବ ଗୋହତ୍ୟା ବ୍ରହ୍ମହତ୍ୟା ।୭୮।ଘୋଷଇ ଭାସଇ ଯେ ହୃଦେ ଭାବଇଂ ନିତ୍ୟେମହାସମ୍ପଦ ପ୍ରାପତ ହୋଅଇ ବାଞ୍ଛା ସମାପତେ ।୭୯।ଯେ ସେ ପଣ୍ଡିତ ହୋ ବିଗ୍ୟଂବନ୍ତ ପ୍ରାଣୀବିଷ୍ଣୁକଳା ଘେନିଣ ଯେହୁ ଉପୁଜିଲା ଧରଣୀ ।୮୦।ତାହାକଇଂ ପ୍ରାପତ ହୋଅଇ ଶୁଣିତ କରଇ ୟେକଲୟେଯମଦଣ୍ଡ ଦୋଷରୁ ସେ ହୋଅଇ ନିର୍ଭୟେ ।୮୧।ଧର୍ମ ଅର୍ଥ କାମ ମୋକ୍ଷ ଅଛି ଯେଉଣହିଂ ଶାସ୍ରେଗ୍ୟାନ ଥିଲା ପ୍ରାଣୀ ତାହା ମୂର୍ଚ୍ଛିବେ କେମନ୍ତେ ।୮୨।ଜଳକଇଂ ନାବ ୟେ ସ୍ଥଳକଇଂ ଅଟଇ ନିଧିଅପଣ୍ଡିତ ଲୋକଂକୁ ଦେଖାଇଲେ ସଦବୁଦ୍ଧି ।୮୩।ସଞ୍ଚିତ ଦ୍ରବ୍ୟ ୟେ ଜଗନ୍ନାଥ ନାମଗୋଟିଯେଉଣ ସ୍ଥାନେ ପଡଇ ସେ ହୁଅଇ ଅମୃତ ବୃଷ୍ଟି ।୮୪।ଇହଲୋକକଇଂ ପରଲୋକକଇଂ ସଂଘାତବୁଡ଼ନ୍ତେ ଅଗାଦ ଜଳୁଂ ଉଦ୍ଧରନ୍ତି ଜଗନ୍ନାଥ ।୮୫।ରାଗ ମୋହ ଅପବାଦ ଅହଂକାର ହିଂସାସମସ୍ତ ତେଜ୍ୟାକରି ଶ୍ରୀ ମହାଭାରଥକୁ ବଳାଅ ମନୀଷା ।୮୬।କୁଟୁମ୍ବ ଦେଖି ମାୟା ମୋହ ଭୁଲି ନ ମର ରେ ବାବୁଅନିତ୍ୟ ସଂସାର ଗୋଟି ଜଗନ୍ନାଥ ମୋହିଅଛି ସବୁ ।୮୭।ମୁକତିକଇଂ କାରଣ ୟେ ଯେଥେ ବଳାଅଟି ମନୀଷାଅବଶ୍ୟ ପ୍ରାପତ ହୋଇବ ଯେ ଯାହାର ମନବାଞ୍ଛା ।୮୮।ଶରୀରକୁ ଧାରଣ ୟେ ବେନିଶ୍ରବଣୟେକଲୟେ କରି ଶ୍ରୀମହାଭାରଥ କଥା ଶୁଣ ।୮୯।ଅନୀତି ସଂସାରକଇଂ ୟେ ସେ କରଇ ଗତିଧନ ସନ୍ତାନ ବର୍ଧୁତ ହୋଇବ ଯମଦଣ୍ଡେ ହୋଅଇ ନିଭ୍ରାନ୍ତି ।୯୦।ସଂସାର ପଟଳରୁ ତରିବାକୁ ଯାହାର ଅଛି ଇଚ୍ଛାଇତିଶ୍ରୀ ମହାଭାରଥ ହୃଦଗତେ କର ବାଞ୍ଛା ।୯୧।ୟେ ଶରୀର ଲଭିଲା ଅଛି ଅନେକ ପୁଣ୍ୟମାନେପଞ୍ଚଭୂତ ଆତ୍ମା ୟେଥକୁ ଅଟଇ ପରମବ୍ରହ୍ମ ଗ୍ୟାନେ ।୯୨।ଅମୃତରେ ବିଷ ନ ସମ୍ଭାଇ କେଉଣସି କାଳେସଂସାର ସାଗରୁ ନରେ ତରିବ ଧର୍ମବଳେ ।୯୩।କାୟାଗୋଟି ଅତୁଟ ହୋଇବ ଅମୃତ ଭକ୍ଷିଲେନାଶକର କିସ କରଇ ନାରାୟଣ ରଖିଲେ ।୯୪।ଶ୍ରୀଜଗନ୍ନାଥଂକ ସ୍ରିଜିଲା ୟେ ଶ୍ରୀମହାଭାରଥଶ୍ରୀଭଣ୍ଡାର ବିଘଂସିବାକୁ ମୁଂ ହୋଇଲି ସାମରଥ ।୯୫।ଗ୍ୟାନଥିଲା ପ୍ରାଣୀ ନାଶ ନ ଯାଇ କଦାଶ୍ଚିତେମୁହିଂ ୟେହା ବଞ୍ଚାଇଲି ସଂସାର ଜନ ହିତେ ।୯୬।ପାଇବ ବଇକୁଣ୍ଠ ନରେ ଶ୍ରୀମହାଭାରଥ ଶୁଣିଲେମୁକତି ବାଟକଇଂ ବାଟ ୟେ ଶୂଦ୍ରମୁନି ସାରୋଳା ଦାସ ବୋଇଲେ ।୯୭।୨୬୬୨।
ବିରାଟ ରାଜାଙ୍କ ନିକଟକୁ ଭୀମସେନଙ୍କର ପତ୍ର ପ୍ରେରଣ
ଆହୋ ବଇବସୁତ ମନୁ ଶୁଣ ବଦୟନ୍ତି ଅଗସ୍ତିପଞ୍ଚବେଣୀ ତୀର୍ଥକଇଂ ଭୀମସେନେ କଲେକ ଅନେକ ତୁସ୍ତି ।୧।ସ୍ରାହାନ କରନ୍ତେ ଦିଶିଲା ଯେ ଶ୍ରୀଯୋଗେଶ୍ୱର ମୃର୍ତ୍ତିଶରୀରୁଂ ହତ୍ୟା ପାତକମାନ ଛାଡିଣ ଗଲେ ନିଭ୍ରାନ୍ତି ।୨।ଆହୋ ଯେତେକ ହତ୍ୟା କରିଥାନ୍ତି ଗ୍ୟାନେ ଅଗ୍ୟାନେବେନି କନ୍ଧେ ଆବୋରି ଥାଆନ୍ତି ସେହି ଜୀବମାନେ ।୩।ସେ ପଞ୍ଚୁବେଣୀ ତୀର୍ଥେ ଯେ କରଇ ସ୍ରାହାନପ୍ରତକ୍ଷଣେ ଛାଡଇ ସେ ହତ୍ୟାଦୋଷମାନ ।୪।ଆହୋ ଯେହୁ ହତ୍ୟାଦୋଷ କରିଥାନ୍ତି ଅଗ୍ୟାନ ଦୋଷେସେହି ସେ କାଳ ହୁଅଇ ଗୋଡାଇଥାଇ ପାଶେ ।୫।ସେ ନାଶଗଲା ପ୍ରାଣୀଂକି ପ୍ରମାଦ କରୁଥାନ୍ତିଅପାର କାଳେ ପୁଣି ସେହି ଘେନିଯାନ୍ତି ।୬।ଯେ ଯାହାକୁ ନାଶ ଅବା କରଇ ଅଦୋଷେକାଳପୁରୁଷ ହୋଇ ନାଶ କରଇ ଅବଶ୍ୟେ ।୭।ଆହୋ ବାଳୀକି ବିନାଶ କଲେ ଶ୍ରୀରାମଚନ୍ଦ୍ରେତେତେବଡ଼ ପ୍ରଭୁଂକୁ ନାଶକଲା କିରାତ ଦୁଷ୍ଟମନ୍ଦେ ।୮।ହେ ପଣ୍ଡିତଜନ ଯେ ଅଟଇମହତଆହୋ କଦାଚିତେହେଂ ନ କରିବ ଜୀବଘାତ ।୯।ହତ୍ୟାଥିଲେ କାଳେ କାଳେ ଫଳଇ ଅବଶ୍ୟକାଳେହେଂ ପାର ନ ଯାଇଟି ହତ୍ୟା ପାତକ ମନ୍ଦଦୋଷ ।୧୦।ୟେହା ବିଚାର ହୋ ପଣ୍ଡିତ ସୁଭିଗ୍ୟଂ ଜନେଅଗସ୍ତି କହିଲେ ମହାଭାରଥ ଶ୍ରୀବିଷ୍ଣୁ ପୁରାଣେ ।୧୧।ଅନେକ ହତ୍ୟା ଯେ କରିଣଥିଲେ ବ୍ରିକୋଦରସ୍ରାନ କରୁଂ ସେ ହତ୍ୟାମାନ ଶରୀରୁଂ ହୋଇଗଲା ବାହାର ।୧୨।ଅଗାଦ ଜଳ ଭିତରେ ହୋଇଲେ ସର୍ବେ ଭାସିତହୁଂଣ ବ୍ରିକୋଦର ବିଜେକରି ଆସି ।୧୩।ଦଣ୍ଡ ଘେନି ଭୀମସେନ ବିଜେ ପଞ୍ଚୁଧାରା ପରବତେଦେଶାଉରେ ପଚାରିଲେ ୟେଣେ ରାଜ୍ୟ ଅଛି କେତେ ।୧୪।ମୁନେହି ଜଣାଇଲା ଦେବ ଉତ୍ତର ପଛିମ କୋଣେମଘଦେଶ ମତ୍ସ୍ୟଦେଶ ଦୁଇରାଜ୍ୟ ଅଛି ୟେଣେ ।୧୫।ଦେବ କୀଚକ ଜିଣିଲା ଯେ ତ୍ରିଗର୍ତ୍ତର ଥାଠମଘ ମତ୍ସ୍ୟଦେଶ ଭୋଗ କରଇ ବିରାଟ ।୧୬।ସଂକୋଚନ ରାଜାର ଦୁହିତା ଅଟଇ ସୁଦେଷ୍ଣାତାହାକୁ ପ୍ରଦାନ ହୋଇଲା ବିରାଟ ମହାତମା ।୧୭।କୀଚକର ମୂଳେ ସେ ସଂକୋଚନ ରାଜାର ଶତେବଳାଶତେସିଂଘ ପ୍ରାକ୍ରମ ସେ ବିରାଟ ରାଜାର ଶଳା ।୧୮।ଉତ୍ତର ପଛିମ ଦୁଇ ଦିଗର ମଧ୍ୟସ୍ତାନେବନସ୍ତେ ବନସ୍ତେ ଯାଇ ସେ ପନ୍ଦର ଶତ ଯୋଜନେ ।୧୯।ଦେବ ଘରଗ୍ରାମ ରାଜ୍ୟ ନାହିଂ କତି ପାଶତାହାର ବ୍ରତ ହେତୁ ଯେ ବଣିଜହିଂ ଗୋରସ ।୨୦।ଦୁହାଂଳ ଦୁଇପଦ୍ମ ବରଡ଼ିଆ ବାରଲକ୍ଷ ଗାଈସାତଲକ୍ଷ ଅଣ୍ଡିର ପଞ୍ଚବିଂଶ ମର୍ଭୁତ ବତ୍ସାମାଈ ।୨୧।ସ୍ୱାମୀ ମହାମତ୍ତ କୀଚକ ଅବଳ ମହାବଳୀସାଂଗ୍ରାମେ ତାହାକୁ ସମାନ ନାହିଂ ମହୀଆଳୀ ।୨୨।ମୁନେହି ବଚନେ ସେ କୋଇନ୍ତା ଦେବୀର ଚାଟବୋଇଲେ ମତ୍ସ୍ୟଦେଶକଇଂ ବଢାଅ ବେଗେ ବାଟ ।୨୩।ଭୀମସେନ ସଙ୍ଗରେ ଅଛି ପାତ୍ର ଦୂର୍ବାକ୍ଷତସେ ପାତ୍ର ଜଣାଇଲା ରାଜ୍ୟକୁ ପଥ ଦୂର ବହୁତ ।୨୪।ଶ୍ରୀମୁଖ ଦେଇଣ ଯେ ବରଗିବା ଦୂତଶ୍ରୀମୁଖ ଶୁଣି ବିରାଟ ଯାଉ ଇନ୍ଦ୍ର ଯେ ପ୍ରଶସ୍ତ ।୨୫।ଯଦ୍ୟପି ଉପଦ୍ରବ ସେ ମଣିବ ମତ୍ସ୍ୟ ଆଧିପତିପଛିମ ରାଜାନ୍ତ ଘେନି ଆସିବା ସେହିକତି ।୨୬।ପାତ୍ରର ବଚନେ ଭୀମସେନ ତୋଷଚିତ୍ତବିରାଟକଇଂ ଶ୍ରୀମୁଖ ବେଗେ କରସି ନିର୍ମିତ ।୨୭।ଆଗ୍ୟାଂ ପ୍ରମାଣେ ତହୁଂ ଶ୍ରୀମୁଖ ନିର୍ବାଣିଯେସନେକ ପ୍ରତଗ୍ୟାଂମାନ ଶାହାସ୍ର ମୁଖେ ଶୁଣି ।୨୮।ତାଳପତ୍ର ଧରିଣ ବସିଲେ ଲେଖନ କରିମହାପ୍ରଚଣ୍ଡ ସେ ଆଗ୍ୟାଂୟେ ଅବଧାରୀ ।୨୯।ବୀରାଧି ବୀରବର ବ୍ରିକୋଦର ମଉଡ଼ମଣି