ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୨୩ / ୨୩ · ଅର୍ଜୁନଙ୍କର ଦରଦସେନ ରାଜା ଓ ଜମାଗୋଷ୍ଠ ରାଜାଙ୍କ ସହିତ ଯୁଦ୍ଧ ଓ ଜୟ ଏବଂ ଜମାଗୋଷ୍ଠ ରାଜାର ବନ୍ଧନ (୩)
ସମ୍ପୂର୍ଣ୍ଣ ସୂଚୀପତ୍ର
ଶ୍ରୀଗିରି ପର୍ବତରେ ତ୍ରେତୟା ଯୁଗର ସୁଷେଣଙ୍କ ବିବରଣ, ନକୁଳର ଇଚ୍ଛାପୁର ରାଜା ସହିତ ଯୁଦ୍ଧ, ତାହାର ପଳାୟନ ଏବଂ ଅନ୍ୟାନ୍ୟ ରାଜାଙ୍କୁ ନିମନ୍ତ୍ରଣ
କୁମ୍ଭଋଷିର ନନ୍ଦନ ବଦନ୍ତି ଅଗସ୍ତିପଦ୍ନନାଭ ପର୍ବତେ ବିଜୟେ ଅଶ୍ୱନୀ କୁମାରଂକ ସନ୍ତତି ।୧।ଚାରିଶତ ରାଜା ତହିଂ କଲେକ ଦରଶନସେ ପଦ୍ମନାଭ ପର୍ବତେ ନକୁଳ ରହିଲେ ବେନିଦିନ ।୨।ଚାରିଶତ ରାଜା ସବୁନ୍ତି ନିମନ୍ତ୍ରଣ କରିଚଳିଲେ ରାଜାମାନେ ହସ୍ତିନା ନଗ୍ରପୁରୀ ।୩।ତହୁଂଣ ନକୁଳ ଯେ କଲେ ଦିଗବିଜେଜୟଶଙ୍ଖ ଧୁନି ଗହନ ଶବଦ ବାଜେ ।୪।ବିଜୟା ନଗ୍ର ବୋଲି ୟେକଇଂ ନଗ୍ରସ୍ଥାନଶ୍ରୀରାମର ବଂଶେ ତହିଂ ନୃପତି ଋତୁପନ୍ନ ।୫।ବଡ ପ୍ରତାପୀ ରାଜା ସେ ଅମଳାନ ସୂର୍ଯ୍ୟବଂଶୀସେହି ରାଜ୍ୟେ ନକୁଳ ଯେ ବିଜେକଲେ ଆସି ।୬।ବୀରତୂର ଶବଦେ ଉଛୁଳଇ ଆକାଶମୁନେହିଂ ଜଣାଇଲେ ଯାଇଂ ରତୁପନ୍ନ ରାଜାର ପାଶ ।୭।ଶୁଣିମା ସାବଧାନେ ରାଜାଧି ରାଜେଶ୍ୱରଲକ୍ଷ୍ମୀର କ୍ଷେତ୍ରେ ଯେବଣ ସ୍ୱାମୀ ଅବତାର ।୮।ଦକ୍ଷିଣ କୋଶଳେ ସ୍ୱାମୀ ତୁହି ସେ ୟେକଛତ୍ରୀସମସ୍ତ ନୃପତିମାନେ ତୋହୋର ବଶ୍ୟାବୃତ୍ତି ।୯।ଶ୍ରୀରାମ ଅବତାରେ ତୁହି ପ୍ରସନ୍ନ ଆଦିନାଥଦକ୍ଷିଣ କୋଶଳେ ଚମକ ପଡଇ ତୋହୋର କଲା କୃତ୍ୟ ।୧୦।ଚାରିଉଣା ଲକ୍ଷେ ରାଜାଂକ ଉପରେ ତୁହି ସେ ମଉଡମଣିକୋଟିୟେ ପାଦେ ଅବିଷେକ କରଇ ଅନୁବ୍ରତେ କମଳିନୀ ।୧୧।ସ୍ୱାମୀ କେବଣ ରାଜା ୟେଟି ବିଜୟେ ପରଦେଶୀରଥ ଗଜ ପାଦାନ୍ତି ଅଶ୍ୱ ଅଳ୍ପ ତୋହୋର ରାଜ୍ୟେ ପଶି ।୧୨।ତୁ ଦେବ ବୀରବର ଛତ୍ରୀବର ଜଗବନ୍ଧୁଯାହାକଇଂ ସନ୍ଧାନ ଦିଅଇ ରତ୍ନାକାର ସିନ୍ଧୁ ।୧୩।ମୁନେହିଂର ମୁଖେ ନିଷ୍ଠୁର ବାକ୍ୟ ଶୁଣିମୁକୁଟବନ୍ଧା ଚାରିଲକ୍ଷ ଯୋଦ୍ଧା ହକାରିଲା ନୃପମଣି ।୧୪।ସନ୍ନିଧ୍ୟେ ବସାଇ ରାଜା ଆଗ୍ୟାଂ ଅବଧଆରୀଅନେକ ରତ୍ନ ଅଳଂକାର ଶ୍ରୀହସ୍ତେ ଦିଲା ଶାଢୀ ।୧୫।ଆହୋ ଅଦଭୁତେ ରାଜ୍ୟେ ମୋର ପଶଇ କେବଣ ଯୋଧୀମୋହୋର ଛାମୁକୁ ତାହାକଇଂ ରେ ଘେନିଆସ ବାନ୍ଧି ।୧୬।ରାଜାର ଆଗ୍ୟାଂୟେ ପ୍ରତଗ୍ୟାଂ ସର୍ବ ବୀରେସାଜିଲେ ଚୋଖାର ତୁରଙ୍ଗମ ଉଠିଲେ ଉପରେ ।୧୭।ଅନେକ ମଣିଗଣ ଅନେକ ଗଜମୁକୁତାଚଉପାଶେ ଘଟଣ ଗଜ ପାଟସୂତା ।୧୮।ୟେକ ଅଶ୍ୱଂକର ତେଜ ଆଦିତ୍ୟ ତେଜ ଜାଣିବିରାଜନ୍ତି ପ୍ରବାଳ ହୀରାୟେ ଝଲକନ୍ତି ରତ୍ନମଣି ।୧୯।ସବୁ ଅଶ୍ୱ ଦିଶନ୍ତି କର୍ପୂର ତେଜ କାନ୍ତିଗତରୁ ବାହାର ହୋଇ ବିହଡନ୍ତି ସର୍ବରଥୀ ।୨୦।ଚଉରାଶୀ ଗୁଣ ଲକ୍ଷଣ ସର୍ବବାଦୀଘୋଟନ୍ତି ଗଗନାଧି ଅଭୟେ ମହାତେଜି ।୨୧।ଗହ ଗହ ଗମ୍ଭୀରେ ଯେ ଜୟଶଙ୍ଖ ନାଦେପୂରିତ ମେଦିନୀ ଯେ ସିଂଘନାଦ ଶବଦେ ।୨୨।ଆସନ୍ତେଣ ନକୁଳକୁ ଆଗେଣ ଓଗାଳିକାହିଂର ରେ ସଇନି ତୁମ୍ଭେ ପରରାଷ୍ଟେ ପଶ ପେଲି ।୨୩।ଶୁଣିଲା ନାହିଂକି ରେ ତୁମ୍ଭରେ ବିଜୟନଗ୍ର ବୋଲିକେବଣ ନୃପତି ଅବା ସାଧ୍ୟ ମୁଂ ନ କଲି ।୨୪।ଶ୍ରୀରାମଚନ୍ଦ୍ର ତ୍ରେତୟା ଯୁଗେ ସ୍ରିଜିଲେ ଯେବଣ ଗଡ଼ଅଜୟ ଗତ ବୋଲିକରି ଶୁଣିଲା ନାହିଂକି ରେ ତୁମ୍ଭର ।୨୫।ୟେବେହେଂ ଶ୍ରୀରାମଚନ୍ଦ୍ର ୟେଥେ ଅଛନ୍ତି ବିଜେକରିଲକ୍ଷ୍ମଣ ଅନୁଜ ଆବର ଜନକ କୁମାରୀ ।୨୬।ଅଞ୍ଜନାର ନନ୍ଦନ ୟେଥି ବିଜୟେ ହନୁମନ୍ତେୟେ ଗଡ଼ ସାଧ୍ୟ ନ ଯାଇ ହନୁମନ୍ତ ୟେଥେ ଥାନ୍ତେ ।୨୭।ଆରେ ବହୁତ ଦୂର କି ତୋତେ ନ କହିଲେ କେହିଜୀବନକୁ ଆଶ ତୁମ୍ଭେରେ ନ କଲ କିଂପାଇଂ ।୨୮।କାଳ ଅନ୍ତ ହୋଇଲେ ଯେହ୍ନେ ବିପଥେ ଯାନ୍ତି ପ୍ରାଣୀଆଷ୍ୟ ଶେଷ ହୋଇଲା ତୁମ୍ଭର ସବୁରି ମନେ ଗୁଣି ।୨୯।ନକୁଳର ଆଗିଆଣି ଯେ କେଶୀ ମହାକେଶୀମାଦ୍ରୀର ସୋଦର ଭ୍ରାଥ ସେ ନକୁଳର ତୁଲେ ଆସି ।୩୦।ପ୍ରତଗ୍ୟାଂ ଶୁଣି ସେ ନୁଆରିଲେ ସହିରେ ରେ କାର ଶବଦେ ଉଠଇଲେ ତୁହାଇ ।୩୧।ପବନହୁଂ ବେଗେ ତୁରଙ୍ଗମ ସେ ଚଢ଼ିଣ ଅଛନ୍ତିତିନି ଅହିବ୍ରତ ଯୋଦ୍ଧା ଘେନି ଆଗିଆଣି ଥାଠେ ଚଳନ୍ତି ।୩୨।ସମରେ ଅନିର୍ବାରଣ ସେ ଅଟନ୍ତି ରଣରଂକାକେଶୀ ମହାକେଶୀ ଯେ ଧାଇଂଲେ ନିଶଂକା ।୩୩।ବନେ ଦାବାନଳ ଜାଣି ସେ ବିକାଶନ୍ତି ମହାତେଜଘୋର ଶବଦ କରି ଯେହ୍ନେ ବିଜୟେ ଦେବରାଜ ।୩୪।ଗୁରୁଜ ବୁଲାଇଣ ସେ କେଶୀ ମହାକେଶୀସାଂଗ୍ରାମେ ବେନି ବୀରେ ବିଜୟେ କଲେ ଆସି ।୩୫।ଛତ୍ରୀବର ସୋହୋଡ ସେ ସାଂଗ୍ରାମେ ବଳବନ୍ତାଅଭୟେ ପ୍ରାକ୍ରମେ ଯେ ସାଂଗ୍ରାମେ ତାହାନ୍ତ କେହି ନାହିଂ ଜିଣନ୍ତା ।୩୬।ଆରେ ଆରେ ଗର୍ଜିଣ ପ୍ରତଗ୍ୟାଂ ଶବଦେ ବୋଲିଝାସିଲେ ସମରେ ଯେ ପଶିଲେ ବୀରେ ପେଲି ।୩୭।ଭଇରୋବ ରୂପ ଜାଣି ବିକାଶିଲା କାୟେସଇନିଂକି ଆକ୍ରେଷିଲେ ବୀରେ ରାହୁର ତେଜପ୍ରାୟେ ।୩୮।କୋପେ ବେନି ଗୁରୁଜନ୍ତ ବୁଲାଇ ବୁଲାଇଋତୁପର୍ଣ୍ଣ ଥାଠରେ ପଶିଲେ ବୀରେ ଯାଇଂ ।୩୯।ଗୁରୁଜନ୍ତ ବୁଲାଇ ସେ ପଶିଲେ ସମରେଆକ୍ରେଷି ପିଟିଲେ ନେଇ ସନ୍ୟର ଉପରେ ।୪୦।ଆହୋ ଚଣ୍ଡ ପ୍ରଚଣ୍ଡ ବୋଲିକରି ବିଜୟାନଗ୍ର ସେନାପତିଗୁରୁଜ ବିଘାତେ ସେ ମୋହେଣ ବିରଥୀ ।୪୧।ପୁଣ ପ୍ରହାର ଯେ କଲେକ ବୀରେ ତୋଳିଅଶ୍ୱ ମନୁଷ୍ୟ ଯେ ହୋଇଲେ ସର୍ବେ ଧୂଳି ।୪୨।ସମରେ ପଡ଼ିଲେ ସେ ଥାଠର ଅଧିକାରୀନକୁଳ ସଇନି ବିନ୍ଧିଲେ ଶହସ୍ର ଆଗସରି ।୪୩।ବିନ୍ଧନ୍ତି ନାରାଜ ଯେ ଅନଳ ତୀକ୍ଷମୁନାଫୁଟନ୍ତି ଅଭେଦ କପଚ ତାଡ଼େଣୀ ବଜ୍ରସେହ୍ନା ।୪୪।ୟେକା ପ୍ରହାରକେ ପଡ଼ନ୍ତି ସଇନିଲୋଟନ୍ତି ଧରଣୀରେ ପଡ଼ନ୍ତି ଭୂମି ଘେନି ।୪୫।ଆହୋ ନକୁଳର ସଇନି ଜାବେଡ଼ ସର୍ବେ ଉଠିଆକ୍ରେଷିଣ ନାରାଜ କରନ୍ତି ଘୋରବୃଷ୍ଟି ।୪୬।ଯେସନେକେ କଦଳୀ ବନ ପଡ଼ଇ ବାତଘାତେପଡ଼ିଲେ ସଇନି ବଳ ଲୋଟିଲେ ସେହିମତେ ।୪୭।ଯୋଜନେକେ ବିସ୍ତାର ହୋଇ ପଡ଼ିଲେ ମହାଯୁଦ୍ଧେଖେଚର ଭୂଚନ ହୋଇ ନାଚାନ୍ତି କବନ୍ଧେ ।୪୮।ପଡ଼ିଲେ ନ ଘୁଞ୍ଚନ୍ତି ଯେ ଅମାପ ସଇନିୟେକ ପଡ଼ିଲେ ଆରେକ ବିନ୍ଧନ୍ତି ଶର ଘେନି ।୪୯।ଗାଜାର ଆଗ୍ୟାଂ ସେ ଯେ ବଚନ ନିରାଧାରସମରେ ପିଠି ସେ ନ ଦିଅନ୍ତି ସର୍ବ ବୀର ।୫୦।ରକତର ନଦୀ ଯେ ବହଇ ଖରତରପୂରିଲା ଶ୍ରୋଣିତ ଯେ ବେନିତାଳ ଗଭୀର ।୫୧।ଶିର ଛିଡିଣ ରୁଧିରେ ଉପୁଜାଆଇଲେ କାୟେକର ଚରଣ ଛିଡ଼ି ଦିଶନ୍ତି କଦଳୀ ଭେଳା ପ୍ରାୟେ ।୫୨।ବେନିତାଳ ଉଚ୍ଛର୍ଗ ଯେ ବହଇ ରୁଧିର ଲହତିପଡ଼ିଲେ ସାଂଗ୍ରାମେ ତାହାର ଯୋଦ୍ଧା ଲକ୍ଷ ଚାରି ।୫୩।ରାଜାର ଛାମୁରେ ଯାଇଂ କହିଲେ ବାରତସ୍ୱାମୀ ଚାରିଲକ୍ଷ ଯୋଦ୍ଧା ତୋହୋର ହୋଇଲେ ପ୍ରାଣେ ହତ ।୫୪।ନିଜବଳ ସଇନି ହତଭଗ୍ନ ଶୁଣିଜଗତୀରୁ ପଡ଼ିଲା ରାଜା ବଜ୍ରଘାତ ଜାଣି ।୫୫।ଆହୋ ଦଇବ ବୋଲି ରୋବଇ ମହୀପତ୍ୟେୟେଡ଼େ ବଡ଼ ସଇନି ମୋର ନାଶ ଗଲା କେମନ୍ତେ ।୫୬।ସତ୍ୟସେନ ବୋଲିଣ ସେ ଋତୁବର୍ଣ୍ଣ ରାଜାର ମନ୍ତ୍ରୀତାହାକଇଂ ଘେନି ରାଜା ବାହାର ତତକ୍ଷଣାନ୍ତି ।୫୭।ଆସ ହୋ ମନ୍ତ୍ରୀ ସେ ରଥୀ ତାହାର ତିହଂକି ଯିବାକେବଣ ଦୋଷେ ମୋହୋର ସଇନି ନାଶଗଲା ତଦନ୍ତ ବୁଝିବା ।୫୮।ସାଜରେ ସାଜରେ ମୋର ସମଦଣ୍ଡ ଥାଠଜୀବନ ନିଆଶୀ ଆସ ରେ ମୋର ବୁଡ଼ିଲା ସମରାଷ୍ଟ ।୫୯।ମନ୍ତ୍ରୀବର ବୋଇଲା ଦେବ ନ ସାଜ ସଇନିସାମାନ୍ୟ ଜନ ନୋହୋଇ ସେ ବୁଝିବା ପରିମାଣି ।୬୦।ସ୍ୱାମୀ ଆମ୍ଭର ରାଜ୍ୟ ୟେଥେ କରିବାର ତ୍ରେତୟା ଯୁଗହୁଂମାନବ କୁଳେ ଜନ୍ମ ହୋଇ ୟେଡ଼େକ ତାର ଦର୍ପ କାହୁଂ ।୬୧।ୟେ ମହୀସ୍ଥଳର ମଧ୍ୟେ ଆମ୍ଭେ କାହାକଇଂ ନୋହୁ ବିବାଦୀଅଦଭୁତେ ଅକାରଣେ କିମ୍ପା ୟେ ଆମ୍ଭର ସନ୍ୟ ଛେଦୀ ।୬୨।କେବଣ ଦତ୍ୟ ଅବା କେବଣ ରାକ୍ଷସ ପିଶାଚ ଅସୁରୟେଡେ ନିର୍ଦ୍ଦୟା ସେ ସଇନି ନାଶିଲା ଆମ୍ଭର ।୬୩।ସ୍ୱାମୀ ଦଣ୍ଡ ଘଏନି ତୁମ୍ଭେ ୟେଥେ ଯାଅସି ଦଣ୍ଡେ ରହିମୁଂ ୟେହା ସମାଧାନ କରିବି ଯାଇଂ ତାହାର ତହିଂ ।୬୪।ସ୍ୱାମୀ ଆମ୍ଭର ୟେ ରାଜ୍ୟ ଅମର ସ୍ୱର୍ଗ ପଟାନ୍ତରିତେଣୁକରି ଗନ୍ଧର୍ବେ ଅବା ପେଷିଲେ ବଜ୍ରଧାରୀ ।୬୫।ଆମ୍ଭକୁ ଜାଣିମାକୁ କେ ସାମରଥ ମାନବ ମାତ୍ରେସଞ୍ଚୟେ ବିଦ୍ୟାଧର ଅଇଲା ଆମ୍ଭନ୍ତ କଷଣ ନିମନ୍ତେ ।୬୬।ରାଜାକଇଂ ସମାର୍ଜିଣ ସେ ଚଳଇ ମନ୍ତ୍ରୀବରପାଣ୍ଡବ ସନ୍ୟ ଲାଗିଅଛନ୍ତି ପ୍ରଥମ ଗଡ଼ ଦ୍ୱାର ।୬୭।ଭାଞ୍ଜନ୍ତି ପାଷାଣ ଯେ ବଜ୍ର ଗଡ଼ ପାଚେରୀସତ୍ୟସେନ ମନ୍ତ୍ରୀ ବାହାର ହୋଇଲା ପଇଠ ବାକ୍ୟକରି ।୬୮।ନକୁଳ ସଇନି ସମାର୍ଜଇ ସେ ମନ୍ତ୍ରୀର ଶରଣ ଦେଖିରହ ରହ ରାଜାର ମନ୍ତ୍ରୀ ଆସୁଛି ଆମ୍ଭର ତହିଂକି ।୬୯।ଠାକୁରଂକ ବଚନେ ସେ ଛାଡ଼ିଲେ ସର୍ବେ ରାଗସମ୍ଭାଳିଣ ପ୍ରତଗ୍ୟାଂ ସେ ହୋଇଲେ ବେନିଭାଗ ।୭୦।ନକୁଳ ଛାମୁରେ ମନ୍ତ୍ରୀବର ପରିଣାମିଗଜ ମୁକୁତା ଛାମୁରେ ଥୋଇ ବୋଲଇ ଉଦ୍ଧର ଦେବସ୍ୱାମୀ ।୭୧।ୟେ ଦ୍ୱାପର ଯୁଗେ ଆମ୍ଭନ୍ତ ନାହିଂ ୟେଡ଼େ ବିରୋଧନ୍ତାଅମଳାଣ ସୂର୍ଯ୍ୟବଂଶୀ ୟେ ମହୀତଳେ ଜଗୁଜିତା ।୭୨।ସ୍ୱାମୀ ତ୍ରେତୟା ଯୁଗେ ଅଯୋଦ୍ଧା ନଗ୍ର ଆଧିପତିଇଚ୍ଛାକୁର ବଂଶେ ଜାତ ଦଶରଥ ନୃପତି ।୭୩।ସହସ୍ରେ ତିନିଶତ ଅନେଶ୍ୱତ ଦଶରଥ ଭାରିଯାଦଶ ସହସ୍ର ବରଷ ପରିଯନ୍ତେ ପୁତ୍ରେ ନୋହିଲା ମହାରାଜା ।୭୪।କପିଳାକୁ ସେବାକଲା ଦଶ ସହସ୍ର ବର୍ଷ ପରିଯନ୍ତେଭଗତେ ସେ ଅନୁଗ୍ରହା କଲାକ ଦେବମାତେ ।୭୫।ପ୍ରସନ୍ନେ ବର ଦିଲେ ସେ ଅନାଦି ଶକତିଯା ଯା ଦଶରଥ ହୋ ତୋହୋର ଚାରିପୁତ୍ର ହୋଉ ଉତପତ୍ତି ।୭୬।ବ୍ରହ୍ମା ବିଷ୍ଣୁ ମହେଶ୍ୱର ଇନ୍ଦ୍ର ଚାରି ଦିଗପାଳେପୁତ୍ର ହୋଇ ଜାତହୋନ୍ତୁ ୟେ ତୋହୋର ତିନି ପାଟରାଣୀଂକରକୋଳେ ।୭୭।କଉଶଲ୍ୟା କଇକୟା ଯେ ସୁମଇତ୍ରା ତିନିପାଟୟେ ଚାରି ଦିଗପାଳେ ଜାତ ହୋଅନ୍ତୁ ତୋର କଟକ ମୁରାଟ ।୭୮।ଆହୋ କପିଳାର ବସେ ରାଜା ଋଷ୍ୟଶୃଙ୍ଗକଇଂ ଭଗତିସନ୍ତତି ଯାଗକଲା ସେ ବିଭାଣ୍ଡେକ ସନ୍ତତି ।୭୯।ଋଷ୍ୟଶୃଙ୍ଗ ମହାମନ୍ତ୍ରେ ଚରୁ ଜାତକଲାତିନି ଭାରିଯାଂକୁ ରାଜା ଚରୁଅନ୍ନ ବାଣ୍ଟିଦିଲା ।୮୦।ଶ୍ରୀ ରାମଚନ୍ଦ୍ର ଉପୁଜିଲେ କଉଶୁଲ୍ୟାର ଗର୍ଭେକୟେକୟାଂକଠାରୁ ଉତପତ୍ତି ହୋଇ ଭ୍ରଥ ବୀରବର ଦେବେ ।୮୧।କଉଶୁଲ୍ୟା କଇକେୟା ସୁମିତ୍ରାଂକୁ ଦିଲେ ଯେ ଚରୁ ବେନିଭାଗ ମୁଠିସୁମିତ୍ରାଉଂ ଉପୁଜିଲେ ଲକ୍ଷ୍ମଣ ଶତୃଘନ ବେନିପୁତ୍ର ଗୋଟି ।୮୨।ସଂସାରେ ଉଦିତ ଯେ ହୋଇଲେ ଶ୍ରୀରାମଦଶରଥ ଟେକିଲେ ଯେ ରାଜ୍ୟକୁ ମହାଧର୍ମ ।୮୩।ଶ୍ରୀରାମ ରାଜା ହୋଇବେ ରୟଣୀ ପ୍ରଭାତେଆକାଶେ ଆକୁଳ ହୋଇଲେ ସମସ୍ତ ଦଇବତେ ।୮୪।ଶ୍ରୀରାମ ରାଜା ହୋଇବେ ଯେ ଅଯୋଧ୍ୟ ଭୁବନେସୀତା ଘେନି ପାଟେ ଯେବେ ବସିବେ ରଘୁନାନେ ।୮୫।ସୀତା ନ ହରିଲେ ରାବଣ ନୋହୋଇ ପ୍ରାଣେ ନାଶକଇକେୟା ସୀତାଂକୁ ଯେ ଛାଡ଼ିଲେ ମୁହାଂସ ।୮୬।କଇକୟାଂକୁ ବୋଇଲେ ଦେବେ ଖଳ ଦୁର୍ବଳକୁ ପଠିଆଇଶ୍ରୀରାମଂକୁ ବନବାସ ଦେଉ କଇକେୟୀ ।୮୭।ଦେବତାଂକ ବଚନେ କଇକେୟୀ ଛାଡ଼ିଲା ମୁହାଂସଦଶରଥଂକୁ ସତ୍ୟ ମନାୟି ବୋଇଲେ ଶ୍ରୀରାମ ଯାଉ ବନବାସ ।୮୮।ବୃଦ୍ଧକାଳେ ଦଶରଥଂକର କଇକେୟୀ ସୁଭାଗୀ ଭାରିଯାତେଣୁକରି ମୋହେ ବଶ୍ୟ ହୋଇଲେ ଦଶରଥ ମହାରାଜା ।୮୯।ଭ୍ରଥେଣ ରାଜ୍ୟ ଦେଇ ଶ୍ରୀରାମ ବନଗାମୀଲକ୍ଷ୍ମଣ ସୀତାକଇଂ ଘେନି ଶ୍ରୀରାମ ହେଲେ ବନଗାମୀ ।୯୦।ଚଉଦ ବରଷକୁ ସ୍ୱାମୀ ଗଲେ ବନବାସଦଣ୍ଡକା ଅରଣ୍ୟେ ଯାଇଂ ହୋଇଲେ ପରବେଶ ।୯୧।ପର୍ଣ୍ଣକୁଟୀ କରି ରାମ ଯେ ବନସ୍ତରେ ରହିସୂର୍ପଣଖା ନାସା ଶ୍ରବଣ ଚ୍ଛେଦନ କଲେ ତହିଂ ।୯୨।ଶୋକେଣ ଗୁହାରି କଲା ଯେ ରାବଣର ଆଗେମାୟାମୃଗ ଘେନି ରାବଣ ଗଲା ବେଗେ ।୯୩।କନେକ ମୃଗ ଦେଖି ବୋଇଲେ ଜନକ ଦୁହିତୀମୃଗ ମାରି ମୋତେ ଦିଅସି ଆହେ ରଘୁପତି ।୯୪।ମୃଗ ମାରିବାରେ ଯେ ଚଳିଲେ ରଘୁସାଇଂତପୁସୀ ରୂପେ ରାବଣ ଭିକ୍ଷା ମାଗିଲାକ ଯାଇଂ ।୯୫।ମୃଗରାବ ଦିଲା ରଖ ଲଇକ୍ଷଣସୀତୟା ବୋଇଲେ ବାବୁ ଶୁଣସି ଲକ୍ଷ୍ମଣ ।୯୬।ଶ୍ରୀରାମଂକୁ ବିପତ୍ତି ପଡ଼ିଲା ତୁମ୍ଭେ ଯାଅସି ବହନ ।୯୭।ବେନିଭାଇ ଯହୁଂ ସେ ଗଲେ ମୃଗ ମାରିରାବଣ ହରି ନେଲା ୟେଣେ ଜନକ କୁମାରୀ ।୯୮।ମୃଗମାରି ବେଗେ ଯେ ଅଇଲେ ବେନିଭାଇଦେଖିଲେ ପର୍ଣ୍ଣକୁଟୀ ଭିତରେ ସୀତାୟା ଦେବୀ ନାହିଂ ।୯୯।ମୃଚ୍ଛାଗତ ହୋଇ ରାମ ରୋବନ୍ତି ବିକଳେକେ ମୋହୋର ସୀତୟାକୁ ହରିନେଲା ବଳେ ।୧୦୦।ଜଟାୟୁ ସମ୍ମୁଖରୁ ରାମ ବାରତା ସେ ପାଇବାଳିକି ବଧକଲେ ସୁଗ୍ରୀବ ସଙ୍ଗେ ମଇତ୍ର ହୋଇ ।୧୦୧।କପିବଳମାନେ ସଂପକ୍ଷ ହୋଇଲେ ଯାଇ ।୧୦୨।ହନୁମନ୍ତର ବଚନେ ସେ ସପତଶାଳ ବିନ୍ଧିପର୍ବତ ଉପାଡ଼ି ରାମ ସେତୁବନ୍ଧ ବାନ୍ଧିଲେ ବାରାନିଧି ।୧୦୩।ରାମ ରାବଣର ଯେ ହୋଇଲା ସାଂଗ୍ରାମଅସୁରବଳ ଧ୍ୱଂସିଲେ ଦେବ ଯେ ଶ୍ରୀରାମ ।୧୦୪।କୁମ୍ଭକର୍ଣ୍ଣ ଯମଘଣ୍ଟ ଅକ୍ଷୟ ଇନ୍ଦ୍ରଜିତତେର ଦିବସ ସାଂଗ୍ରାମେ ପଡ଼ିଲେ ଅସୁର ଅପ୍ରମିତ ।୧୦୫।ବତିଶ ଅଂକୁଶ ଯେ ରାବଣର ସଇନିଚଉଦ ଦିନେ ପଡ଼ିଲା ରାବଣ ୟେତେକ ସଇନି ଘେନି ।୧୦୬।ବିଭୀଷଣ ବୋଲିକରି ରାବଣର ଅନୁଜଶରଣ ରଖି ତାହାକଇଂ ରାମଚନ୍ଦ୍ର ଦିଲେ ଲଂକା ରାଜ୍ୟ ।୧୦୭।ସୀତାଂକୁ ଅଗ୍ନିପରୀକ୍ଷା କଲେ ସଂସାର ଅପଖ୍ୟାତିବହୁ ଅନଳ ଭେଦୀ ଦେବୀ ହୋଇଲେ ଉତପତ୍ତି ।୧୦୮।ଲଂକାରେ ରୁହାଇଲେ ରାଜ୍ୟ ସମର୍ପି ବିଭୀଷଣଅଯୋଧ୍ୟାକଇଂ ଅନକୂଳ କଲେକ ଆପଣ ।୧୦୯।ମକର ଶୁକଳପକ୍ଷ ଯେ ତ୍ରୟୋଦଶୀ ଦିନେବୃହସ୍ପତି ବାରୁ ପୁଷ୍ୟା ନକ୍ଷତ୍ର ଅମୃତ ଯୋଗ ବିଦ୍ୟମାନେ ।୧୧୦।ପୁଷ୍ୟେକ ଆରୋହିଣ ସେ ଆସନ୍ତି ଦେବ ବେଗେବାହୁଣ ଶ୍ରୀରାମ ଆସନ୍ତି ଉତ୍ତର ଯେ ଦିଗେ ।୧୧୧।ଶ୍ରୀରାମେଶ୍ୱର ଲିଙ୍ଗ ପୂଜିଲେ କଦଳୀ ବଣ ଜିଣିଶ୍ରୀଗିରି ପର୍ବତେ ବିଜେକଲେ ଶ୍ରୀରାମଚନ୍ଦ୍ର ରଘୁମଣି ।୧୧୨।ପ୍ରବେଶ ହୋଇଲେ ସ୍ୱାମୀ ଆସି ଚଉଂରୀ ପର୍ବତେଶୁଭଯୋଗେ ବିଜେକଲେ ରାମ ଆସି ୟେଥେ ।୧୧୩।ପର୍ବତ ଉପାଡ଼ିଣ ହନୁମନ୍ତ କଲେ ୟେଥେ ଗଡଶ୍ରୀରାମ ବିଜେକଲେ ସେ ବିଜୟା ନାମେ କଟକର ।୧୧୪।ସୀତୟା ଗୋସାମଣି ୟେଥେ ହୋଇଲେ ପାକାସ୍ୱତୀଶ୍ରୀରାମଚନ୍ଦ୍ର ୟେଥି ରହିଲେ ସପତ ଦିବସ ସପ୍ତରାତି ।୧୧୫।ଶୁଦ୍ଧ ସ୍ରାହାନ ୟେଥେ ହୋଇଲେ ଜନକ କୁମାରୀଶୃଙ୍ଗାର ଭଜିଲେ ୟେଥେ ଦେବ କୋଦଣ୍ଡ ଚାପଧାରୀ ।୧୧୬।ରମଣେ ଧାତୁ ଯେ ଉପେଖିଲେ ରଘୁପତିତହୁଂ ସଇନ୍ଦୁ ପୁତ୍ରେକ ଯେ ହୋଇଲେ ଉତପତ୍ତି ।୧୧୭।ଶ୍ରୀରାମଚନ୍ଦ୍ରଂକର ଯେ ଅମୋହ ଶୁଦ୍ଧ ଧାତୁସଇନ୍ଦୁ ସମ୍ଭୁତ ହୋଇଲା ଯେବଣ ରେତୁ ।୧୧୮।ସେ ପୁତ୍ରକଇଂ କୋଳେ ଧରିଣ ରଘୁନାଦସେ କୁମାରର ନାମ ଦିଲେକ ଋତୁପର୍ଣ୍ଣ ।୧୧୯।ମନ୍ତ୍ରୀବର ବୋଇଲା ଦେବ ଶୁଣିମା ସାବଧାନେଋତୁପନ୍ନ ନୃପତି ଯେ ବିଜୟା ନଗ୍ରଥାନେ ।୧୨୦।ଶ୍ରୀରାମୁଂ ଉତପତ୍ତି ଯେ ଅମଳାଣ ସୂର୍ଯ୍ୟବଂଶୀୟେ ମଞ୍ଚ ସ୍ୱର୍ଗରେ ରାଜା ହୋଇ ୟେଥେ ନୁଆରନ୍ତି ପଶି ।୧୨୧।ତୁ ଦେବ କେବଣ ଯେ ଆକାଶର ଦିଗପାଳୟେ ରାଜ୍ୟ ଭାଞ୍ଜିଣ ଯେ ନାଶିଲୁ ବହୁତ ବଳ ।୧୨୨।ନକୁଳ ବୋଇଲେ ସେ ମନ୍ତ୍ରୀବର ବଚନେତୋହୋର ପରାୟେ ମନ୍ତ୍ରୀ ଥାଉଂ ରାଜ୍ୟ କିଂପା କରାଇଲୁଧ୍ୱଂସନେ ।୧୨୩।ମୁହିଂ ହାଦେ ସୋମବଂଶେ ଅଟଇ ଉତପତ୍ତିଯୁଧିଷ୍ଠିଦେବ ଠାକୁରେ ହସ୍ତିନାୟେ ଚକ୍ରବ୍ରତୀ ।୧୨୪।ରାଜୁସି ଯାଗ ହୋ କରିବାର ନିମନ୍ତେଦକ୍ଷିଣ ଦିଗେ ବିଜେକଲି ରାଜୁମାନନ୍ତ ନିମନ୍ତ୍ରିବା ଅର୍ଥେ ।୧୨୫।ତେଣୁ ସେ ସାଂଗ୍ରାମ ତୁମ୍ଭେ କଲ ହୋ ନ ଜାଣିତୁମ୍ଭର ବୁଦ୍ଧିରେ ଧ୍ୱଂସ ନ କରାଇଲ କଥା ଅପ୍ରମାଣି ।୧୨୬।ଯୁଝେଷ୍ଠି ଦେବଂକର ଯେ ଅନୁଜ ଭୀମସେନସେ ପଚ୍ଛିମ ଦିଗରୁ ଆସୁଛନ୍ତି ଘେନି ରାଜାଗଣମାନ ।୧୨୭।ଉତ୍ତର ଦିଗକୁ ଯେ ଗଲେ ଫାଲଗୁନିଚାଳିଶ ସହସ୍ର ରାଜା ଆସିବେ ସେହୁ ଘେନି ।୧୨୮।ଅର୍ଜୁନର କନିଷ୍ଠ ମୁଂ ମୋହୋର ନାମ ନକୁଳମୁହିଂ ନେମଇ ଦକ୍ଷିଣ ଦିଗର ସମସ୍ତ ମହୀପାଳ ।୧୨୯।ନକୁଳର ବଚନେ ସେ ଚଳିଲା ମନ୍ତ୍ରୀବରବାରତା କହିଲା ଯାଇଂ ଋତୁପର୍ଣ୍ଣ ରାଜାର ଛାମୁର ।୧୩୦।ବାରତା ଶୁଣିଣ ଯେ ଆପଣେ ନୃପତିଗଡରୁ ବାହାର ରାଜା ହୋଇଲା ତତକ୍ଷଣାନ୍ତି ।୧୩୧।ସହସ୍ରେକ ଭାର ଯେ ପାଣି ଦ୍ରବ୍ୟ ଘେନିନକୁପଳ ଛାମୁରେ ଆସି ପ୍ରବେଶ ନୃପମଣି ।୧୩୨।ନକୁଳ କୁମାର ଯେ ରଥ ତେଜ୍ୟାକରିଋତୁପନ୍ନକଇଂ ନମସ୍କାର କଲା ଭଗତି ବିଚାରି ।୧୩୩।ଆହୋ ନକୁଳକୁ କୋଳେଣ ବସାଇଲା ସେ ଋତୁପନ୍ନଅନେକ ରତ୍ନ ଆଭରଣ କରି କଲା କୋଳ ସମ୍ଭାଷଣ ।୧୩୪।ଅନେକ ପୁରୁଷାର୍ଥେ ରାଜ୍ୟେ ଉଚ୍ଛବ କରାଇବହୁତ ସମ୍ଭର୍ବେ ସମାର୍ଜଇ ରାଜାସାଇଂ ।୧୩୫।ବାବୁ ମୁହିଂ ସୂର୍ଯ୍ୟବଂଶୀ ହୋ ଶ୍ରୀରାମଚନ୍ଦ୍ରଂକର ବାଳଶ୍ରୀ ରାଘୁନାଥଂକ ପ୍ରସନ୍ନେ ମୁହିଂ ବଞ୍ଚିଲି ୟେତେ କାଳ ।୧୩୬।ତୋହୋର ଗୁଣ ସରୂପ ମୁଂ ନୁଆରିଲି ଚିହ୍ନିଅଦୋଷେ ନାଶଗଲେ ୟେ ମୋହୋର ସଇନି ।୧୩୭।ନକୁଳ ବୋଇଲେ ତୁମ୍ଭେ ଦଣ୍ଡଧାରୀଯମପ୍ରଶସ୍ତକୁ ଯାଅ ଯା ତୋହୋର ସମଦଣ୍ଡ ସାଜିକରି ।୧୩୮।ଯେତେ ପାରିଦଣ୍ଡ ଥାଠ ତୋହୋର ସଇନିସମ୍ଭର୍ବ ହୋଇଣ ଯାଅସି ତୋହୋର ଦେଖା ଦରଶନି ଧନଘେନି ।୧୩୯।ନିମନ୍ତ୍ରଣ ଯୋଗାଡ ଯେ ଦିଲେକ ନକୁଳ କୁମାରଋତୁପନ୍ନ ବୋଇଲା ବାବୁ ତୁମ୍ଭେ ମୋହୋର ବୋଲକର ।୧୪୦।ଆଜକ ତୁମ୍ଭେ ମୋହୋର ଭୁବନରେ ରହିବାଞ୍ଚ୍ଥାସିଦ୍ଧ ହୋଉ ମୋହୋର ପୁରେ କରିବା ମୁଣୋହିଂ ।୧୪୧।ନକୁଳ ବୋଇଲା ରାଜା ମୁଂ ବହନ ହୋଇ ଯିବିରାଜାମାନନ୍ତ ସବୁନ୍ତି ମୁହିଂ ଯେ ସାଧିବି ।୧୪୨।ସାତ ସହସ୍ର ରାଜା ମୁଂ ସାଧିବି ନଉ ଦିନେମହା ମହା ଦୁର୍ଦ୍ଦଣ୍ଡ ୟେଥେ ବସନ୍ତି ରାଜାମାନେ ।୧୪୩।ନଉ ଦିବସେ ସାଧ୍ୟ ହୋଇବେ ଚାରିଉଣା ଲକ୍ଷେକ ନୃପତିୟେଥୁଂ ଦିନେକ ବିଳମ୍ୱ ହୋଇଲେ ବାସୁଦେବର କୋପେ ବ୍ରତି ।୧୪୪।ଋତୁପନ୍ନ ରାଜାକଇଂ ଚଳାଇ ମାଦ୍ରୀଦେବୀର ବଳାପଚ୍ଛିମ ମୂରତି ହୋଇ ତହୁଂ ଚଳିଣ ଯେ ଗଲା ।୧୪୫।ବଦୟନ୍ତି ଅଗସ୍ତି ହୋ ଶୁଣ ବଇବସୁତ ମନୁବିଜୟା ନଗ୍ରୁଂ ବାହାର ହୋଇଲେ ରେହନ୍ତ ସାରଥିକୁ ଘେନି ଅଶ୍ୱିନୀ କୁମାରଂକ ତନୁ ।୧୪୬।ତୁଳମାସ କୃଷ୍ଣପକ୍ଷ ଯେ ଅମାବଇ ଚନ୍ଦ୍ରବାରସ୍ୱାତୀ ନକ୍ଷତ୍ର ତୁଳାରାଶି ଯେ ଭୋଗ ସେ ଦିନର ।୧୪୭।ଶକୁନି ନାମେ କରଣ ନାଗନାମେ ଯୋଗତୁଳ ସଂକରାନ୍ତିକି ସପ୍ତବିଂଶ ଦିବସ ଭୋଗ ।୧୪୮।ସେଦିନ ନକୁଳ କୁମାର ତହୁଂ ସମଦଣ୍ଡ ଚଳାଇରୁଦ୍ରଗିରି ପର୍ବତେ ପ୍ରବେଶ ହୋଇଲେ ଯାଇଂ ।୧୪୯।ବାଜନ୍ତି ବୀରତୂର ଯେ ଟମକ ନିଶାଣମହୀ ହାନ୍ଦୋଳ ହୋଉଛି ପଡନ୍ତେଣ ବଜ୍ରବାଣ ।୧୫୦।ମାନଧାତ୍ରୀ ବୋଲିକରି ୟେକଇଂ ନଦୀଗୋଟିବିଷ୍ଣୁଭଦ୍ରାଉଂ ସେ ଦକ୍ଷିଣ ଭାଗୁଂ ଫୁଟି ।୧୫୧।ସାଗର ସଂଗମେ ସେ ଅଭୟେ ଧବଳାଙ୍ଗୀତହିଂର କୂଳେ ଦେଖିଲେ ସେ ବିରୂପାକ୍ଷ ପରାମ ଯୋଗୀ ।୧୫୨।ମଙ୍ଗଳ ମେଖଳ ନୀଳବର୍ଣ୍ଣ ନନ୍ଦେକ ଜନକ ପିଙ୍ଗଳ ଜଟଗଙ୍ଗା ଯମୁନା ସରସ୍ୱତୀ ବହଇ ସେ ତିନିଧାର ରୁଦ୍ର ସଉକିଟ ।୧୫୩।କରେଣ ଦ୍ରିଦଣ୍ଡ ଯେ ସୀତାଂଶୁ ମଉଳିଜଳଦ ନୀଳଦ ଦୀପିକା କାପାଳୀ ।୧୫୪।ଅଜପା ଯୋଗ ହଟେ ପିତା ଶିର ମୋଡ଼ିଶିଶୁମୁନା ମନ୍ତ୍ର ସାଧୁ ବ୍ରହ୍ମହତ୍ୟା ପାରକରି ।୧୫୫।କପିଳାର ମୁଣ୍ଡ ଯେ ମୋଡ଼ିଲେ ବାଳକାଳେମାଇଲେ ଗାଇତୀରି ଯେ ଖେଡର କୁତୂହୋଳେ ।୧୫୬।ଉଇରୋବୀ ରୂପେଣ ଗୋମାତାର ଚିହ୍ନ ବହିନିରାକୁଳ ନାଥ ପ୍ରସନ୍ନେ ରୂପ ସେହି ।୧୫୭।ଦେଖିଣ ବିଚାରଇ ସେ ମାଦ୍ରୀଦେବୀର ବଚ୍ଛକେବଣ ପୁରୁଷ ନାଥ ଅଦଭୁତ ପ୍ରତକ୍ଷ ।୧୫୮।ସରୂପେ ଯୋଗେଶ୍ୱର ଅଗ୍ୟାନକୁ ଗ୍ୟାନବନ୍ତପରମାନନ୍ଦ ଯୋଗୀୟେ ପ୍ରତକ୍ଷେ ବିଶ୍ୱନାଥ ।୧୫୯।ରଥରୁ ଓହ୍ଲାଇ ସେ ପାଣ୍ଡବ ବୀରମଣିଛାମୁରେ ଦ୍ରଶନ କଲା ପିନାକୀ ଶୂଳପାଣି ।୧୬୦।ମଉନବ୍ରତେ ମହାତମା ସେ ନ ଦିଅଇ ସମ୍ଭାଷିବିନୟଭାବ ହୋଇ ଯେ ନକୁଳ ବୀର ଭାଷି ।୧୬୧।ପ୍ରସନ୍ନେଣ ଆଗ୍ୟାଂ ଯେ ଦିଲେକ କାପାଳୀସାଧୁରେ ନକୁଳ କୁମର ତୋର ପ୍ରାକ୍ରମ ମହାବଳୀ ।୧୬୨।ଛତ୍ରୀବର ସୋହତ ତୁ ପ୍ରତଗ୍ୟାଂ ବଳବନ୍ତାମହୀଭାରା ଉଦ୍ଧାରେଣ ତୁ ପ୍ରଚଣ୍ଡ କୁନ୍ତହସ୍ତା ।୧୬୩।ଅନେକ ପ୍ରଶଂସା ଯେ କଲେ ବିଶ୍ୱନାଥେଜଗୁଜିତା ଖଡଗ ଦିଲେ ନକୁଳ କୁମାରର ହାଥେ ।୧୬୪।ଅନେକ ସ୍ତୁତି ବୋଲି ନକୁଳ ପରିଣାମିପ୍ରସନ୍ନେ ଆଗ୍ୟାଂ ତାକୁ ଦିଲେ ଦେବସ୍ୱାମୀ ।୧୬୫।ଯାଅସି ନକୁଳ ହୋ ତୋତେ ସମସ୍ତ ହେଉ ସାଧିଦକ୍ଷିଣ ଦିଗେ ଜିଣ ତୁ ସମସ୍ତ ମହାଯୋଧୀ ।୧୬୬।ଉତ୍ତର ଦିଗ ସାଧ୍ୟ ସାଧ୍ୟ ହୋଇଲାନି ଅର୍ଜୁନ ବୁଦ୍ଧିବଳେରାଜାମାନନ୍ତ ନିମନ୍ତ୍ରିଣ ୟେବେ ସେ ପ୍ରବେଶ ଅମର ମଣ୍ଡଳେ ।୧୬୭।ନକୁଳ ଅକ୍ଷତ ଗୁଆ ଦିଲେ ସେ ବିରୂପାକ୍ଷ ଦେବସ୍ୱାମୀଂକିତୁମ୍ଭେ ବିଜେ କରିବା ରାଜୁସି ଯାଗ ଦେଖି ।୧୬୮।ସାନନ୍ଦେ ପ୍ରସନ୍ନ ଯେ ହୋଇଲେ ବିରୂପାକ୍ଷହେମବନ୍ତେ ବରିଲାନି ଆମ୍ଭନ୍ତ ତୋର ଜ୍ୟେଷ୍ଠଭ୍ରାଥ ବିବତ୍ସ ।୧୬୯।ନକୁଳକୁ ଅନେକ କହିଲେ ଦେବ ଗ୍ୟାନତହୁଂଣ ବିରୂପାକ୍ଷ ସ୍ୱାମୀ ହୋଇଲେ ଅନ୍ତର୍ଧାନ ।୧୭୦।ତହୁଂଣ ସେ ବିଜେକଲେ ମାଦ୍ରୀଦେବୀର ନାନରେହନ୍ତ ସାରଥି ବାହଇ ବେଗେ ଯାନ ।୧୭୧।ବିଜୟେ ମାଦ୍ରୀ ନନ୍ଦନ ଯେ କାବେରୀ ପ୍ରଶସ୍ତେବହଇ ପୁଣ୍ୟଜଳ ନିର୍ମଳ ସେହୁ ତୀର୍ଥେ ।୧୭୨।ବହଇ କାବେରୀ ନଦୀ ଈଶାନ୍ୟ ଭାଗିନୀସେ ନଦୀରେ ସ୍ରାହାନ କଲେ ପାଣ୍ଡବ ସଇନି ।୧୭୩।ବୀରତୂର ଶବଦ ଯେ ଉଛୁଳଇ ଘୋରନାଦଅନେକ ରାଜ୍ୟକୁ ଶୁଭଇ ପାଣ୍ଡବ ବୀରର ଟମକ ଶବଦ ।୧୭୪।ବିଜୟନଗ୍ରେ ଯହୁଂ ଶୁଣିଲେ ସର୍ବସାଧିସମଦଣ୍ଡ ଘେନି ଆସନ୍ତି ସମସ୍ତ ମହାଯୋଧୀ ।୧୭୫।ନକୁଳ ବିଜେ କରିଅଛନ୍ତି ଶ୍ରୀଗିରିବର ଉପରେରାଜାୟେ ଦ୍ରଶନ ଆସି କରନ୍ତି ସମ୍ଭରେ ।୧୭୬।କାଞ୍ଚିରାଜା ଯେ ଆଜାନୁ ଚକ୍ରବ୍ରତୀସେ ରାଜାକୁ ଖଟଇ ବତିଶ ସହସ୍ର ହାଥୀ ।୧୭୭।ଚାରି ମର୍ଭୁତ ପାଦାନ୍ତି ପାଞ୍ଚ କ୍ଷଉଣୀ ଖଟଇବଡ ପୁଣ୍ୟବନ୍ତ ରାଜା ସେ କାବେରୀ ନଦୀତଟଇ ।୧୭୮।କାଞ୍ଚି ନଗ୍ର ବୋଲି ଯେ ତାହା ଜାଣିବହଇ କାବେରୀ ଯେ ଭେଟଇ ଉଜାଣି ।୧୭୯।ଦେଶାଉରେ ବାରତା କହିଲେ ରାଜାର ଅଗ୍ରତେଶୁଣିମା ଦେବ ସାବଧାନେ ପରରାଷ୍ଟର ବାରତେ ।୧୮୦।ସୋମବଂଶର ରାଜା ଯୁଝେଷ୍ଠି ନରପତିବ୍ରହ୍ମହତ୍ୟାକଲେ ତାହାଂକଇ ପିତା ପଣ୍ଡୁ ମହାଛତ୍ରୀ ।୧୮୧।ତହିଂର ନିମନ୍ତେ ଦେବ ରାଜୁସି ଯାଗ ସଭାଲକ୍ଷେ ନୃପତି ଆସିବେ ସମସ୍ତ ରାଜଦେବା ।୨୮୨।ଆକାଶୁଂ ଆସିବେ ସମସ୍ତ ବୃନ୍ଦାଅର୍କେପାତାଳ ଜଗତୁଂ ଯେ ଆସିବେ ନାଗଲୋକେ ।୧୮୩।ଆପଣେ ଯାଗ ସଞ୍ଚା କରନ୍ତି ଜଗନ୍ନାଥେଯେବଣ ରାଜା ନ ଯିବେ ନାଶିବେ ଶସ୍ରଘାତେ ।୧୮୪।ପଚ୍ଛିମେ ଭୀମସେନ ଉତ୍ତର ଅରଜୁନଦକ୍ଷିଣେ ନକୁଳ କୁମାର ସହଦେବ ଈଶାନ ।୧୫୮।ସ୍ୱାମୀ ଚାରିଉଣା ଲକ୍ଷେକ ରାଜାନ୍ତ ନିମନ୍ତ୍ରିବହୁତ ଶାସ୍ତି ପାଇଲା ଦେବ ବିଜୟା ନଗ୍ରର ଋତୁପୂର୍ଣ୍ଣ ନୃପତି ।୧୮୬।ସମଦଣ୍ଡ ସାଜ ଦେବ ବେଗେ ରାଜୁସି ଯାଗକୁ ଯିବାତୁଙ୍ଗଭଦ୍ରା ନଦୀ କୂଳେ ଯାଇଂ ଦ୍ରଶନ କରବା ।୧୮୭।ଚାରଗଣ ମୁଖୁଂ ବାରତା ପାଇ ମନ୍ତ୍ରୀକି ପଚାରିମନ୍ତ୍ରୀ କହଇ ରାଜାକୁ କରପତ୍ର ଯୋଡି ।୧୮୮।ସ୍ୱାମୀ ସାମାନ୍ୟ ବଳ ଘେନି ଚାଲଯିବା ଶ୍ରୀଗିରି ପର୍ବତେଆମ୍ଭ ରାଜ୍ୟକୁ ନକୁଳ ଘେନି ଆସିବା ବହୁତ ପୁରୁଷାର୍ଥେ ।୧୮୯।ଦ୍ରଶନ ପ୍ରସନ୍ନ ଦେବ ପ୍ରସନ୍ନେ କାର୍ଯ୍ୟ ସିଦ୍ଧିଯୁଗତେ ନ ଗଲେ ସ୍ୱାମୀ ହୋଇବା ମନ୍ଦବୁଦ୍ଧି ।୧୯୦।ମନ୍ତ୍ରୀର ବଚନେ ରାୟେ ସାଜିଲା ସମଦଣ୍ଡବହୁତ ବାଦ୍ୟ ଶବଦେ କମ୍ପିଲା ଭୂଅଖଣ୍ଡ ।୧୯୧।ବେନିଶତ ଭାରିଯା ତୁଲେଣ କୁମର ଚାରିଶ୍ୱେତ ଅଶ୍ୱେତ ଆରୋହିଲା ସେ କାବେରୀ ଦଣ୍ଡଧାରୀ ।୧୯୨।ବିଜୟେ ନୃପତି ଯାଇଂ ଶ୍ରୀଗିରିର ପର୍ବତେନକୁଳକୁ ଦ୍ରଶନ କରଇ ସେ ପ୍ରସନ୍ନ ମଳୟନାଥେ ।୧୯୩।ୟେମନ୍ତର ସମୟେ ସେ କାବେରୀ ଦେଶର ରାୟେନକୁଳ ଛାମୁରେ ସେହୁ ଦ୍ରଶନ ଯାଇଂ କୟେ ।୧୯୪।ନକୁଳ ବିଜେ କରିଛନ୍ତି ଦିବ୍ୟ ସିଂଘାସନେପର୍ବତ ତଳେ ଦ୍ରଶନ କରୁଛନ୍ତି ସେ କାବେରୀ ଦେଶରରାଜାମାନେ ।୧୯୫।ରେହନ୍ତ ସାରଥି ଜଣାଇଲେ ନକୁଳକୁବାବୁ କାଞ୍ଚିନଗ୍ର ରାଜା ଯେ ଦର୍ଶନ କରଇ ତୁକୁ ।୧୯୬।ବଡ ପୁଣ୍ୟବନ୍ତ ପାଜା ୟେ ଦକ୍ଷିଣ ପ୍ରଦେଶେମହାଲକ୍ଷ୍ମୀ ବିଜେ କରିଥାଇ ନଗ୍ର ଚଉପାଶେ ।୧୯୭।ସ୍ୱାମୀ ପୂର୍ବେ ରାଜ୍ୟ କରୁଥିଲା ୟେଥେଂ ମହୀନ୍ଦ୍ର ନୃପତିବିଷ୍ଣୁର ବଲ୍ଲଭୀକୁ ହୋଇଲା ଅନେକ ଭଗତି ।୧୯୮।ସେ କମଳାର ପ୍ରସନ୍ନେ ତାହାର ଅତୁଟ ୟେ ରାଜ୍ୟବ୍ରତନ୍ତି ଯାବତ କାଳେ ୟେ ସଂସାର ଅଇଶୁର୍ଯ୍ୟ ।୧୯୯।ଘରେ ଘରେ କମଳା ୟେଥେଂ ଥାନ୍ତି ବିଜେକରିଅଳକା ଭୁବନ ଜାଣି ୟେ କାଞ୍ଚିନଗ୍ର ପୁରୀ ।୨୦୦।ଜନେକରେ ଘଟଣ ସେ ସବୁଂକର ଗୃହବାସସବୁଂକରି ପୀଢାରେ ବସଇ ସୁବର୍ଣ୍ଣ କଳସ ।୨୦୧।ନେତର ପାତାଙ୍ଗ ଯେ ଉଡନ୍ତି ଫରହରବିଷ୍ଣୁ ଭୁବନ ଜାଣି ୟେ ରାଜାର ସମ୍ଭାର ।୨୦୨।କଟକର ମଧ୍ୟେ ନବଲକ୍ଷ ଘର ବସଇସୁବର୍ଣ୍ଣର ପାଚେରୀ ୟେକ ଯୋଜନ ପଞ୍ଚଦଶର ।୨୦୩।ୟେ ଦକ୍ଷିଣ ଦିଗରେ ୟେ ମହାପୁଣ୍ୟ ଭୂମିସତ୍ୟଯୁଗେ ୟେଥେଂ ଯାଗକଲା ମାହେନ୍ଦ୍ର ରାଜସ୍ୱାମୀ ।୨୦୪।ପ୍ରସନ୍ନେ କାବେରୀ ଦେବ ସର୍ବଦ୍ୱାରେଣ ଭେଟଇଧନେଣ ରାଜ ସେ ରାୟେ କୁବେର ସମାନ ଅଟଇ ।୨୦୫।ରେହନ୍ତର ବଚନେ ନକୁଳ ତୋଷମନେରାଜାକୁ ଦୃଷ୍ଟିପାତ କଲେ ଅବଲୋକନ ନୟନେ ।୨୦୬।ଉଠ ଉଠ ବୋଲି ଆଗ୍ୟାଂଦିଲେ ମାଦ୍ରୀଦେବୀର ବାଳେପୁଣ ପୁଣ ପ୍ରଣପତ୍ୟ ରାଜା ନକୁଳ ପାଦତଳେ ।୨୦୮।ସପତସରି ମାଳା ମୁକୁତା ରତ୍ନ ଘେନିସହସ୍ରେକ ମାଳା ଆଣି ଦିଲେ ରାଜାର ସଇନି ।୨୦୯।ସପତସରି ମାଳା ଘେନି ଆଜାନୁ ଚକ୍ରବ୍ରତୀନକୁଳର କଣ୍ଠେ ଭୂଷଣ କଲେକ ଶାନ୍ତିମୃର୍ତ୍ତି ।୨୧୦।ମୁକୁଟ ସୀମନ୍ଥିନୀ ବାହୁଟି ଜଗଦଳାତାତ ପୁଷ୍ୟ ସରଳ ଯେ ଅଞ୍ଚଳ ହୃଦେ ମାଳା ।୨୧୧।ଅନେକ ରତ୍ନ ଘେନି ସେ କାଞ୍ଚିନଗ୍ର ରାଜାନକୁଳ କୁମାର ପାଦେ କରଇ ଦିବ୍ୟ ପୂଜା ।୨୧୨।ଶ୍ରୀ ମଲ୍ଲିକା ଅଞ୍ଜନ ନାଥ ଦ୍ରଶନ ନିମନ୍ତେଶ୍ରୀରାମ ଜଙ୍ଗମ ବୋଲି ତହିଂର ୟେକ ନୃପତ୍ୟେ ।୨୧୩।ରୁଦ୍ରଚିହ୍ନ ବହଇ ସେ କଷ୍ୟା ବସନ ଜଟାଧଆରୀଶ୍ରୀଗିରି ପର୍ବତେ ସେ କ୍ଷେତ୍ର ଅଧିକାରୀ ।୨୧୪।ଶ୍ରୀରୁଦ୍ର ମଳୟ ନାଥ ସ୍ୱାମିଂକି କରନ୍ତି ପୂଜାତିନିଲକ୍ଷ ଜଙ୍ଗମ ଖଟନ୍ତି ସେ ରାମରାଜା ।୨୧୫।ଶ୍ରୀରାମ ଜଙ୍ଗମେ ଦେଖାଇଲେ ମଳୟନାଥପ୍ରସନ୍ନେ ମଲ୍ଲିକା ଅଞ୍ଜନ ନାଥ ଶୂନ୍ୟେ ଯେ ଗୁପତ ।୨୧୬।ଗୁପତ ସାଗର ଯେ ବଇତୁର୍ଯ୍ୟର ଢାଂକୁଣୀଉପରେ ଶୋଭିତ ଯେହ୍ନେ ଇନ୍ଦ୍ରନୀଳମଣି ।୨୧୭।ଶ୍ରୀରାମ ଜଙ୍ଗମକୁ ନକୁଳ କଲେ ପୂଚ୍ଛାଶ୍ରୀମଲ୍ଲିକା ଅଞ୍ଜନ ନାଥ ୟେ କେମନ୍ତେ ଆଦିଦୀକ୍ଷା ।୨୧୮।ନକୁଳ ଛାମୁରେଣ କହଇ ଜଙ୍ଗମରାବଣକୁ ବଧ କରି ୟେଥକୁ ଅଇଲେ ଶ୍ରୀରାମ ।୨୧୯।ୟେହି ଶ୍ରୀଗିରି ପର୍ବତେ ବିଜୟେ ରାମ ଆସିୟେ ତୁଙ୍ଗଭଦ୍ରା ନଦୀକୂଳେ କଟେକ କଲେ ବସି ।୨୨୦।ଶ୍ରୀରାମଚନ୍ଦ୍ର ବୋଇଲେ ସୁଷେଣ ବଦ୍ୟକୁ ରାଇଯେ ଶ୍ରୀଗିରି ପର୍ବତେ ରାଜା କରିବା ତୁକୁର ।୨୨୧।ସୁଷେଣେ ବୋଇଲା ମୋତେ ନ ରୁଚଇ ଅନ୍ୟ ଭୂମିଅନୁବ୍ରତେ ତୋର ଚରଣେ ଖଟିଥାସି ୟେଥେଂକାଲି ଅଭିଷେକ କରିବା ରୟଣୀ ପ୍ରଭାତେ ।୨୨୩।ଶ୍ରୀଗିରି ପର୍ବତେ ରୁହାଇଲେ ସୁଷେଣଶ୍ରୀରାମେ ବିଜେ କଲେ ବିଜୟା ନଗ୍ରେଣ ।୨୨୪।ସ୍ୱାମୀ କଳପ ଆୟୁଷ ବୋଲି ୟେହି ନଦୀଗୋଟିୟେଥି ସ୍ରାହାନ କଲେ କଳପେ ପରିଯନ୍ତେ ଥାଇ ଆଷ୍ୟଯେ ନ ତୁଟି ।୨୨୫।ଆହୋ ସୀତାୟା ଶୁଣିଲେ ଯହୁଂ କଳପି ମହାତମ୍ୟେୟେ ନଦୀରେ ସ୍ରାହାନ କରି ପଶିଲେ ସୀତୟା ଶ୍ରୀରାମେ ।୨୨୬।ବ୍ରହ୍ମାୟେ ହକାରି ଆଗ୍ୟାଂ ଦିଲେ ସେ ନଦୀକିଶ୍ରୀରାମ ସୀତାୟା ସ୍ରାହାନ କରି ଆସୁଛନ୍ତି ତୋହୋର ତହିଂକି ।୨୨୭।ତୋର ତହିଂ ସ୍ରାନ କଲେ ହୋଇବେ କଳ୍ପଜୀବୀଭାରା ନିବାରଣ ପୁଣ କେ କରିବ ୟେ ପୃଥିବୀ ।୨୨୮।ସେ ଲକ୍ଷ୍ମୀ ନାରାୟଣ ଯେବେ ୟେଥେ ଅବତରି ଥାନ୍ତେ ପୁଣ ପୁଣତେବେ ସେ ଦୁଷ୍ଟ ଦାନବେ ହୁଅନ୍ତେ ନିବାରଣ ।୨୨୯।ୟେସନେକ ଆଗ୍ୟାଂ ଯହୁଂ ଦିଲେ ଧାତା ଦେବସ୍ୱାମୀସେ କଳପୀ ଧବଳାଙ୍ଗୀ ହୋଇଲା ପାତାଳଗାମୀ ।୨୩୦।ଶ୍ରୀରାମଚନ୍ଦ୍ର ଜଙ୍ଗମ କହଇ ନକୁଳକୁତେଣୁକରି ୟେ ଗଙ୍ଗା ଗଲା ପାତାଳକୁ ।୨୩୧।ସୁସ୍ଥାନେ ଗୋପ୍ୟାନ ହୋଇଲେ ଜାହ୍ନବୀରାଗେଣ ଶାପ ତାକୁ ଦିଲେ ଜାନକୀ ମହାଦେବୀ ।୨୩୨।ମୋତେ ଦେଖି ତୁହି ଯେବେ ପଶିଲୁ ପାତାଳେଗୋପ୍ୟାନ ଭାଗିନୀ ତୁହି ହୋଅସି ସର୍ବକାଳେ ।୨୩୩।ଜାନକୀର ବଚନେ ସେ ହୋଇଲା ଅଗତିସୁଷେଣକୁ ପାଟଦେବାକୁ ଲୋଡ଼ିଲେ ରାମ ୟେଥି ।୨୩୪।ଶ୍ରୀରାମ ଜଙ୍ଗମ ଯେ କହଇ ଉତ୍ତରକୁମ୍ଭମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନର ।୨୩୫।ବୃହସ୍ପତି ବାର କଉଳବ କରଣ ଯେ ପୁନର୍ବସୁ ନକ୍ଷତ୍ରେସୁଷେଣ ପ୍ରାଣତ୍ୟାଗ ହୋଇଲା ଶ୍ରୀଗିରି ପର୍ବତେ ।୨୩୬।ହନୁମନ୍ତକଇଂ ରାଇଣ ବୋଇଲେ ଦାଶରଥିତୁ ମହାବୀର ଯାଇ ଅଭିଷେକ ଯୋଗାଡ କରସି ତଡତି ।୨୩୭।ସ୍ୱାମୀ ବଚନ ଯେ ଚଳଇ ପାବନିଶ୍ରୀଗିରି ପର୍ବତେ ହନୁମନ୍ତ ଲୋଡଇ ରୟଣୀ ।୨୩୮।ସୁଷେଣ ବିଚାରଇ ୟେହୁ ପର୍ବତେଣ ବସିଶ୍ରୀରାମ ସଦୟେ ମୋତେ ନ କଲେ ଗୁଣରାଶି ।୨୩୯।ମୁହିଂ ଯେ ଇସ୍କିନ୍ଦା ରାଜ୍ୟକୁ ସ୍ୱାମୀଂକି ଗୋଡାଇ ଅଇଲିଶ୍ରୀଚରଣେ ସେବା କରିବାକୁ ଭାଜନ ନୋହିଲି ।୨୪୦।ମୋତେ ଆଗ୍ୟାଂ ଦିଲେ ତୁ ରାଜା ହୋଅସି ୟେଥେସ୍ୱାମୀ ଶ୍ରୀଚରଣ ନ ଦେଖିଲେ ମୁଂ ବ୍ରତିବି କେମନ୍ତେ ।୨୪୧।ୟେ ଶରୀରୁ ଛାଡ଼ ହୋ ମୋର ପଞ୍ଚୁଭୂତ ଆତ୍ମାୟେଡ଼େ ବୋଲି ନିରାଶେ ବସିଲା ମହାତମା ।୨୪୨।ଶ୍ରୀରାମ ଶ୍ରୀରାମ ବୋଲି ଶବଦେ ଡାକ ଦିଲାଜୀବନ ନିଆଶୀ ପଞ୍ଚଭୂତ ଆତ୍ମା ତାହାର ଶରୀରୁ ଛାଡ଼ିଲା ।୨୪୩।ୟେହି ପର୍ବତ ଉପରେ ପଡ଼ିଲା ନିଜ କାୟା ଗୋଟିଶ୍ରୀରାମ ସୁମରି ସେ ପଡିଲା ମହୀ ଲୋଟି ।୨୪୪।ୟେସନେକ ସମୟେ ଆସି ପ୍ରବେଶ ହନୁମନ୍ତଦେଖିଲା ସୁଷେଣ ଯେ ହୋଇଅଛି ପ୍ରାଣେ ହତ ।୨୪୫।ହନୁମନ୍ତ ଡାକ ଦିଅଇ ଉଠ ହୋ କଞ୍ଚନ ରାଜାର ବଳାକେତେ ନିଦ୍ରାଯାଉ ରୟଣୀ ପ୍ରସର ହୋଇଲା ।୨୪୬।ରାମାୟାଣ ଯୁଦ୍ଧରେ ତୁ ଯେ ଅନିଦ୍ରା ହୋଇଥିଲୁୟେଥେ ସୁସ୍ଥପାଇ ନିଚିନ୍ତେ ନିଦ୍ରା ଗଲୁ ।୨୪୭।ପୁଣ ପୁଣ ପଚାରଇ ସନ୍ନିଧ୍ୟେଣ ବସିନ ଚଳଇ ବ୍ରହ୍ମଭେଦ ସେ ନ ଦିଅଇ ସମ୍ଭାଷି ।୨୪୮।କୋଳକରି ହନୁମନ୍ତ ତୋଳଇ ସୁଷେଣକୁଆତ୍ମା ଆତଯାତ ନାହିଂ ବାହୁଡ଼ାଇ ଥୋଇଲା ତାହାକୁ ।୨୪୯।ହା ହା ସୁଷେଣ ବୋଲି ରୁବଇ ହନୁମନ୍ତବାବୁ କେଉଂଣ ପାତକରେ ହୋଇଲୁ ମୃତୁଗତ ।୨୫୦।ୟେହି ଶ୍ରୀଗିରି ପର୍ବତେ ଶ୍ରୀରାମଚନ୍ଦ୍ର ତୋତେ କରିବେ ଅଭିଷେକହୋଇବୁ ରାଜ୍ୟପତି ତୋତେ ଖଟିବେ ସର୍ବଲୋକ ।୨୫୧।ଅତିଅନ୍ତ ମନ୍ଦପଣ ତୋର କେଉଂଣ ଅଭାଗ୍ୟସୁର ଇନ୍ଦ୍ରପଣ ଛାଡ଼ି ତୁ ହୋଇଲୁ ମୃତୁଯୋଗ ।୨୫୨।ଅନେକ ବିନୋୟୀ ହୋଇ ସେ ପବନର ନାନତାରକ ବ୍ରହ୍ମମନ୍ତ୍ର ଯେ କହିଲା ତାର କର୍ଣ୍ଣ ।୨୫୩।ପର୍ବତ ଉପରେ ଗୋଇଠାୟେ ପ୍ରହାର କଲା ହନୁତିନିତାଳ ଗଭୀରେ ପୋତିଲା ତାର ତନୁ ।୨୫୪।ମଲ୍ଲିପୁଷ୍ପ ଗୁଡ଼ାୟେ ଘୋଡ଼ାଇଲା ଉପରେକୃଷ୍ଣାଜିନ ଛାଲ ଘୋଡ଼ାଇଲା ତାହାର ଉପରେ ।୨୫୫।ତାରେକ ବ୍ରହ୍ମଗ୍ୟାନ ଯେ କହିଲା ପାବେନିଶ୍ରୀରାମଚନ୍ଦ୍ର ବିଜେକଲେ ଆସି ସମସ୍ତ ଦଣ୍ଡ ସଇନି ଘେନି ।୨୫୬।ଝାତିକାରେ ଉଠିଲେ ପ୍ରଭୁ ଶ୍ରୀଗିରି ପର୍ବତ ଉପରେପଦ୍ମ ଆସନେ ଦେବ ବସିଲେ କୃଷ୍ଣାଜିନ ଛାଲରେ ।୨୫୭।ଶ୍ରୀରାମ ଆଗ୍ୟାଂଦିଲେ ସୁଷେଣକୁ ବେଗେ ଆଣୟେ ଶ୍ରୀଗିରି ପର୍ବତେ ତାକୁ ଅଭିଷେକ କରିବା ୟେହିକ୍ଷଣ ।୨୫୮।ହନୁମାନ କହିଲା ଯାଇ ଲକ୍ଷ୍ମଣ ଅଗ୍ରତେସୁଷେଣ ପ୍ରାଣତ୍ୟାଜ ହୋଇଲା ୟେହି ପରବତେ ।୨୫୯।ଲକ୍ଷ୍ମଣ ବୋଇଲେ ତାର କାହିଂ ଅଛି ଶବହନୁ ବୋଇଲା ୟେ ପରବତେ ପୋତିଅଛି ଭୋ ଦେବ ।୨୬୦।ସୁଷେଣକୁ ଆଣ ବୋଲି ରାମ ଆଗ୍ୟାଂ ଅବଧାରୀଲକ୍ଷ୍ମଣ କହଇ ଛାମୁରେ କରପତ୍ର ଯୋଡ଼ିକରି ।୨୬୧।ସ୍ୱାମୀ ସୁଷେଣ ୟେଥି ରାଜ୍ୟ କରିବାକୁ ନାହିଂ ଇଚ୍ଛାତୋହୋର ଚରଣେ ସେବା କରିବାକୁ କଲାକ ମନବାଞ୍ଚା ।୨୬୨।ଶ୍ରୀଗିରି ପର୍ବତେ ଅଭିଷେକ ହୋଇବାକ ଜାଣିପ୍ରାଣ ବିସର୍ଜିଲା ସ୍ୱାମୀ ଆଜର ରୟଣୀ ।୨୬୩।ଶ୍ରୀରାମଚନ୍ଦ୍ର ଶୁଣିଣ ହୋଇଲେ ଥମ୍ଭୀଭୂତଆହୋ ସୁଷେଣରେ ମୋର ପ୍ରାଣର ସଂଗାତ ।୨୬୪।ବାବୁ ଲଂକାଗଡ଼ ଜିଣିଲି ତୋହୋର ଦିବ୍ୟବୁଦ୍ଧିଲକ୍ଷ୍ମଣକଇଂ ପ୍ରାଣଦିଲୁ କହିଣ ମଉଷଧି ।୨୬୫।ବାବୁ ଅନାସ୍ତର ବନ୍ଧୁ ମୋଇ କେଉଂକତି ଗଲୁବିପଦକାଳେ ରହିଲୁ ସଂପଦ କାଳେଣ ଲେଛିଲୁ ।୨୬୬।ହନୁମନ୍ତ ହକାରି ବୋଲନ୍ତି ରଘୁବତ୍ସିବାବୁ ସୁଷେଣ ମୃତୁ ପିଣ୍ଡଗୋଟି କେଉଂଣ ଠାବେ ଅଛି ।୨୬୭।ହନୁମନ୍ତ ବୋଇଲା ସ୍ୱାମୀ ତୋହୋର ଆସନର ତଳେମୁଂହି ତାହା ପର୍ବତେ ମାଡ଼ିଲି ଦେବ ପ୍ରାଣର ବିକଳେ ।୨୬୮।ହନୁମନ୍ତର ବଚନେ ଶ୍ରୀରାମଚନ୍ଦ୍ରେ ଉଠିଲକ୍ଷ୍ମଣ କାଢିଲା କୃଷ୍ଣାଜିନ ଛାଲଗୋଟି ।୨୬୯।ମଲ୍ଲୀପୁଷ୍ପ ଘୋଡ଼ା କାଢିଲା ହନୁମନ୍ତପୁଣି ତାରେକ ମନ୍ତ୍ର ଯେ ପଢିଲେ ଶ୍ରୀରଘୁନାଥ ।୨୭୦।ଲକ୍ଷ୍ମଣ ରଘୁନାଥ ଚାହିଂଲେ ଅମୃତ ଦୃଷ୍ଟିଲିଙ୍ଗେକ ସଂଭୂତ ହୋଇଲା ପର୍ବତ ଫୁଟି ।୨୭୧।ଦେଖିଲେ ରଘୁନାଥ ବିଜୟେ ମହାଶମ୍ଭୁହନୁମନ୍ତକୁ ବୋଇଲେ ପର୍ବତ ବେଢାଇ ଖୋଳ ବାବୁ ।୨୭୨।ସ୍ୱାମୀର ଆଗ୍ୟାଂୟେ ପର୍ବତ ବେଢାଇ କାଟିପାତାଳ ଭୁବନକଇଂ ସେ ଲିଙ୍ଗ ଲକ୍ଷେ ଯୋଜନ କଣ୍ଟି ।୨୭୩।ଦେଖିଣ ସାନନ୍ଦ ସେ ହୋଇଲେ ରଘୁନାଥଶ୍ରୀରାମ ପୂଜିଲେ ସେ ମହାଶମ୍ଭୁ ଦେବତାନ୍ତ ।୨୭୪।ହନୁମନ୍ତ ଘୋଡ଼ାଇଲେ ମଲ୍ଲୀଫୁଲ ଗୁଡ଼ାୟେଉପରେ ଦିଲେ ସେ କୃଷ୍ଣାଜିନ ଛାଲ ଗୋଟିୟେ ।୨୭୫।ମଲ୍ଲିକା ଅଞ୍ଜନ ସେ ଲିଙ୍ଗେକ ଉତପତ୍ତିମଲ୍ଲିକା ଅଞ୍ଜନ ନାଥ ନାମ ତାଂକୁ ଦିଲେକ ଦାଶରଥି ।୨୭୬।ଶ୍ରୀରାମଚନ୍ଦ୍ର ଜଙ୍ଗମ ବୋଲି ଯେବଣ ନୃପତିନକୁଳକଇଂ କହିଲା ସେ ଶାହାସ୍ର ସଂଗତି ।୨୭୭।ଶୁଣସି କୁମାର ତୁ ଅଶ୍ୱିନୀ କୁମାରଂକ ନାନୟେ ସେ ମହାଲିଙ୍ଗ ମଲ୍ଲିକା ମଳୟ ଅଞ୍ଜନ ।୨୭୮।ଶ୍ରୀରାମଚନ୍ଦ୍ରେ ତ୍ରେତୟା ଯୁଗେ ବୀର ପ୍ରସିଦ୍ଧିମୁହିଂ ସେ ବିଶ୍ରବାନନ୍ଦନ ରାବଣେଶ୍ୱର ବଧି ।୨୭୯।ବ୍ରହ୍ମହତ୍ୟା ଦୋଷ ମୋତେ ଅଛି କେବଣ କଳ୍ପଦ୍ରଶନ ମାତ୍ରକେ ଖଣ଼୍ଡଇ ସକଳ ମହାପାପ ।୨୮୦।ଜଙ୍ଗମ କହିଲା ଯେ ନକୁଳ ଅଗ୍ରତେଖଣ୍ଡଇ ମହାପାତେକ ବଂଶରେ ହତ୍ୟା ଥାଇଂ ଯେତେ ।୨୮୧।ଜଙ୍ଗମ ବଚନେ ନକୁଳ ମହାରଥୀଶ୍ରୀମଲ୍ଲିକା ଅଞ୍ଜନ ନାଥ ମୋହୋର ଫେଡ଼ିବା ଦୁର୍ଗତି ।୨୮୨।ସ୍ୱାମୀ ପ୍ରସନ୍ନେ ପରମ ଯୋଗୀ ଶ୍ରୀରାମ ଅଭିଷେକୀକୋଟିୟେ ଜନ୍ମର ପାତକ ହରଇ ନାଥ ନୟନେ ତୋତେ ଦେଖି ।୨୮୩।ଗଙ୍ଗା ଗୟା ଗୋଦାବରୀ ହରିପାଦ ବଇତରଣୀନର୍ମଦା ସରସ୍ୱତୀ ଯେ ଆବର କୃଷ୍ଣବେଣୀ ।୨୮୪।ସାଗର ସଙ୍ଗମ ଯେ ପ୍ରାଗରୁଦ୍ର ପ୍ରାଚୀକାଶୀ କଉଶିକ ଅନ୍ଧେକ ରୁଦ୍ରସାଛୀ ।୨୮୫।ପୁଣ୍ୟଭଦ୍ରା ସର୍ବଭଦ୍ରା ସୁବର୍ଣ୍ଣଭଦ୍ରା ପିଙ୍ଗଳୀଅନନ୍ତା ବିଜୟା ଚନ୍ଦ୍ରଭାଗା ଚତ୍ରୋତ୍ପଳା ଧବଳୀ ।୨୮୬।କୋଟିୟେ ତୀର୍ଥ ଘେନି କ୍ଷେତ୍ରାଧି ପୁଷ୍କରପ୍ରାତକାଳେ ଅଭିଷେକ କରିଅଛନ୍ତି ଯାହାର ପୟର ।୨୮୭।ପାତାଳ ବାସେନୀ ଗୋ ଶବରୀ ଭଇରୋବୀସ୍ୱାମୀ ମୁକତି ବାଞ୍ଚ୍ଥା ନିମନ୍ତେ ଯାହାର ଚରଣେ ସେବି ।୨୮୮।ସ୍ୱାମୀ ମଳୟ ବସନ୍ତ ଯେ ଅମୃତାକ୍ଷ ଶୀତଳସଚରାଚର ଦେବାଧିବୃନ୍ଦେ ଖଟନ୍ତି ଯାହାର ଚରଣ ତଳ ।୨୮୯।ଭଗତ ବିଭବ ନାହିଂ ତାରକ ଗ୍ୟାନ ମନ୍ତ୍ରେଭାବିଲି ସର୍ବଥା ମୁହିଂ ଶିବ ପୁରାଣମତେ ।୨୯୦।ସଂସାର ତାରଣ ତୁ ପ୍ରସନ୍ନ ତ୍ରିଲୋଚନନାନା ହତ୍ୟା ପାତକ ସ୍ୱାମୀ ଦ୍ରଶନ ବିମୋଚନ ।୨୯୧।ହେ ଜନେ ଭକତି ମୁକତି ପ୍ରାପତି ଯେ ଯାହାର ଇଚ୍ଛାଆୟୁଷ ଧନ ପୁତ୍ର ଇଚ୍ଛା ଶ୍ରୀମଲ୍ଲିକା ଅଞ୍ଜନ ନାଥ ବାଞ୍ଚ୍ଥା ।୨୯୨।ଜୀବନର ସୁଫଳ ଶ୍ରୁତି ଲଭିବ ସୁଖଭୋଗୀତଳକୁ ସାତ ପୁରୁଷ ପରିଯନ୍ତେ ଧନଧାନ୍ୟ ସଂପଦ ହୋଇବ ନୋହିବ ସର୍ବେ ରୋଗୀ ।୨୯୩।ଶ୍ରୀଗିରି ପର୍ବତ ଉପରେ ଶ୍ରୀମଲ୍ଲିକା ଅଞ୍ଜନ ନାଥ ସ୍ୱାମୀଶୂଦ୍ରମୁନି ସାରୋଳ ଦାସ ଶତ ସହସ୍ର ଦଣ୍ଡ ପରିଣାମି ।୨୯୪।ବଦୟନ୍ତି ଅଗସ୍ତି ଶୁଣିମା ଯୋଗେଶ୍ୱରନକୁଳ ତୁସ୍ତି ବଚନ ଶୁଣି ପ୍ରସନ୍ନେ ମଲ୍ଲିକା ଅଞ୍ଜନ ତୋଷେଣ ଦିଅନ୍ତି ଅଭୟେ ବର ।୨୯୫।ଶୁନ୍ୟେଣ ଶବଦେକ ଯେ ଶୁଭିଲା ଅନ୍ତର୍ଦ୍ଧାନୁତ୍ରିଭୁବନେ ବିଦିତ ହୁଅ ତୁ ଅଶ୍ୱିନୀ କୁମାରଂକର ତନୁ ।୨୯୬।ଯିସ ଅବା ପାତେକ ଥିଲା ତୋହୋର ବଂଶେଆଜହୁଂ ତୋହୋର ଦୂରିତ ସମସ୍ତ ଗଲା ଧ୍ୱଂସେ ।୨୯୭।ୟେଥୁ ଅନନ୍ତରେ ଯେ ନକୁଳ କୁମାରନିମନ୍ତ୍ରଣ ଯୋଗାଡ଼ ଦିଲା ମଲ୍ଲିକା ଅଞ୍ଜନ ଛାମୁର ।୨୯୮।ରାଜାଗଣମାନନ୍ତ ନିମନ୍ତ୍ରଣ କରଇଦୁଇଶତ ଛୟାଣୋଇ ରାଜା ତହିଂ ଥିଲେ ରୁଣ୍ଡ ହୋଇ ।୨୯୯।ସମସ୍ତଂକୁ ନିମନ୍ତ୍ରଣ କଲା ରତ୍ନମାଳମାନ ଦେଇପୁରୁଷାର୍ଥ କଲେ ସେ ଅନେକ କଥା କହି ।୩୦୦।ଅକ୍ଷତ ଗୁଆ ଦେଇ ନିମନ୍ତ୍ରଣ କଲେରାଜୁସି ଯାଗକୁ ସର୍ବେ ଚଳ ହୋ ବୋଇଲେ ।୩୦୧।ଆହୋ ରଥ ଗଜ ଅଶ୍ୱ ପାଦାନ୍ତି ଅଛନ୍ତି ଯାହାର ଯେତେଭ୍ରାଥ ବନ୍ଧୁ କୁଟୁମ୍ୱ ଭାରିଯା ପୁତ୍ର ଯେ ସହିତେ ।୩୦୨।ଦେଖା ଦରଶନି ଧନ ଯେତେ ରତ୍ନମାନ ପାଇଯେମନ୍ତେ ପୁରୁଷାର୍ଥ ଉପୁଜଇ ତୁମ୍ଭର ରାଜୁସି ଯାଗ ସଭାର ।୩୦୩।ନକୁଳର ବଚନେ ସେ ସମସ୍ତ ରାଜା ହୋଇଲେ ତୁଷ୍ଟସାଜିଲେ ସମଦଣ୍ଡ ଯେ ଯାହାର ଥାଠ ।୩୦୪।ବାଜିଲା ବୀରତୂର ଟମକ ନିଶାଣ ଗହନ ବାଦ୍ୟଆକାଶ ଉଛୁଳଇ ବୀର ବାଦ୍ୟର ଶବଦ ।୩୦୫।ଯେ ଯାହାର ଥାଠ ସନ୍ୟ ସମସ୍ତ ପଲାଣିଯମପ୍ରଶସ୍ତକଇଂ ଚଳିଲେ ସମସ୍ତ ନୃପମଣି ।୩୦୬।ରାଜାନ୍ତ ଚଳାଇ ସେ ନକୁଳ ମହାଛତ୍ରୀଦଣ୍ଡ ଘେନି ବାହାର ହୋଇଲା ପଚ୍ଛିମ ମୂରତି ।୩୦୭।ଦୁରାନ୍ତେକ ବନେ ସେ ସୁମନ୍ତକ ନାମେ ପର୍ବତକୃଶାଙ୍ଗୀ ନାମେ ନଦୀ ବହଇ ପଚ୍ଛିମ ପ୍ରଶସ୍ତ ।୩୦୮।ଇଚ୍ଛାପୁର ବୋଲି ତହିଂ ୟେକ ନଗ୍ର ଗୋଟିୟେରାଜ୍ୟର ବିସ୍ତାର ଆୟେତନ ଯୋଜନା ଶୟେ ।୩୦୯।ବାମଦେବ ବୋଲିକରି ତହିଂର ନୃପତିବତିଶ ମର୍ଭୂତ ଖଟଇ ତାହାକଇଂ ମତ୍ତହାଥୀ ।୩୧୦।ଅଶ୍ୱ ଯୋଦ୍ଧା ପାଦାନ୍ତି ନାହିଂ ଆନ କିଛିଶତେ ପାରିଦଣ୍ଡ ତୁଲେ ରାଜା ତହିଂ ରାଜ୍ୟ କରୁଅଛି ।୩୧୧।ବନସ୍ତ ଜିଣିକରି ତହୁଂ ଚଳଇ ନକୁଳଦଣ୍ଡ ଘେନି ରହିଲେ ଯାଇଂ କୃଶାଙ୍ଗୀ ନଦୀକୂଳ ।୩୧୨।ବୀରତୂର ଶବଦେ କମ୍ପଇ ମହୀସ୍ଥଳୀରାଜାର କଟକେ ଯାଇଂ ବାଦ୍ୟ ଯେ ଉଛୁଳି ।୩୧୩।ଆସ୍ତାନେ ବାରତା ଯାଇଂ ଜଣାଇଲା ମୁନେହିସ୍ୱାମୀ ଶୁଣ ଦେବ ଅବଧାରୀ ନୃପତି ବାମଦେବ ଶାହୀ ।୩୧୪।ଆହୋ କେବଣ ଯୋଦ୍ଧା ୟେଟି ବହୁତ ନଗ୍ର ଜିଣିପର୍ବତ ଡିଙ୍ଗର ଜିଣି ଆସଇ କେଉଂଣ ଦେଶର ନୃପମଣି ।୩୧୫।ରାଜ୍ୟର ଭିତରେ ଦେବ ପଶିଲା ତାର ଦଣ୍ଡଗର୍ଜନ୍ତି ଯୋଦ୍ଧାୟେ ଯେ ମହା ପରଚଣ୍ଡ ।୩୧୬।ଶଣିଣ ନୃପତି ଯେ କଲାକ ପ୍ରତଗ୍ୟାଂଗର୍ଜିଣ ଉଠିଲା ରାଜା କହଇ ଅବଗ୍ୟାଂ ।୩୧୭।ମନ୍ତ୍ରୀ ଜଣାଇଲା ଦେବ ଶୁଣିମା ବାମଦେବବିଶ୍ରାମ କର ସ୍ୱାମୀ ୟେ ତୋହୋର ପ୍ରତଗ୍ୟାଂ ସ୍ୱଭାବ ।୩୧୮।ୟେ ମହାଗହନ ଦେବ ଦକ୍ଷିଣ ଦିଗ ସ୍ଥଳୀବସନ୍ତି ରାଜାୟେ ୟେଥେ ପ୍ରତଗ୍ୟାଂ ମହାବଳୀ ।୩୧୯।ସମରେ ଅଭୟା ଦେବ ସେ ଅଟନ୍ତି ଅସାଧିତାହାର ଛାମୁରେ ଦେବ ମିଳନ୍ତା ନାହିଂ ଯୋଧୀ ।୩୨୦।ମନ୍ତ୍ରୀବର ବଚନେ ସେ ନୃପତି ବଇରାଗୀସାଜରେ ସଇନି ମୋର ସମଦଣ୍ଡ ବେଗି ବେଗି ।୩୨୧।ଆକାଶ ଉଛୁଳଇ ଯେ ବୀରତୂର ଶବଦେସମୁଦ୍ର ଘୋଷ ପ୍ରାୟେ ଶୁଭଇ ହାଥୀଂକର ଘଣ୍ଟନାଦ୍ୟେ ।୩୨୨।ପର୍ବତ ସମାନେ ଯେ ଦିଶନ୍ତି ମହାଗଜଆସ୍ତାନୁ ବାହାର ହୋଇ ହାଥୀୟେକ ଚଢିଲା ମହାରାଜ ।୩୨୩।ଲକ୍ଷେ ଯୋଦ୍ଧା ସଙ୍ଗେ ଘେନିଣ ମହାରାୟେକଟକୁଂ ବାହାର ହୋଇ ନୃପତି ବେଗେ ଆୟେ ।୩୨୪।ବାହର ଦୁଆରେ ଆସି ଓଗାଳିଲେ ସଇନିଲକ୍ଷେକ କୁନ୍ତ ନାରାଜ ଛେଲଚକ୍ର ପହୁରନ୍ତି କରେ ଘେନି ।୩୨୫।ପ୍ରତଗ୍ୟାଂ କରିଣ ସେ ନୃପତି ବାମଦେବରାଜ୍ୟକୁ ବାହାରଟି ହୋଇଲା ସଦାଶିବ ।୩୨୬।ଦୁସହ ପ୍ରତଗ୍ୟାଂ ସେ କରନ୍ତି ସମରାଷ୍ଟଗର୍ଜନ୍ତେ କମ୍ପିଲା ସେ ସମସ୍ତ ବଇରାଷ୍ଟ ।୩୨୭।କଟକେ ପଶନ୍ତେ ବାମଦେବ ରାୟେ ସାଇଂକାନ୍ଥିର ତଳେ ବୀର ଓଗାଳିଲେ ସାଇଂ ।୩୨୮।ନବନିଶି କୋନ୍ତ ରାଜା ଧରିଅଛି ହାଥେମୁଖରାବ ଶବଦେ ଯେ ପ୍ରତଗ୍ୟାଂ ସାମରଥେ ।୩୨୯।ବାମଦେବ ମୂରତି ଦେଖିଣ ବୋଲଇ ସୁରସେନକାରଣେ ନରେନ୍ଦ୍ର କୋପ କିଂପା କରୁ ଉଚ୍ଚବାଚ ସ୍ୱନ ।୩୩୦।ସୋମବଂଶେ ନୃପତି ହୋ ଯୁଝେଷ୍ଠି ଦେବରାୟେରାଜୁସି ଯାଗ ସଭା କରିବେ ଆସିବେ ସମସ୍ତ ଦେବତାୟେ ।୩୩୧।ଦକ୍ଷିଣ ଦିଗ ବିଜେ ଯୁଝେଷ୍ଠିଦେବଂକ ଅନୁଜନକୁଳ କୁମାର ୟେ ଅଶ୍ୱିନୀ କୁମାରଂକ ତନୁଜ ।୩୩୨।ଦକ୍ଷିଣ ଦିଗକଇଂ ବୀର ଅଇଲେ ବରଣେସମଦଣ୍ଡ ଘେନି ଯାଉଛନ୍ତି ସମସ୍ତ ରାଜାଗଣେ ।୩୩୩।ତୁ ୟେବେ ସଇନି ଘେନି ଆସୁ କିସ ଅର୍ଥେଭାବକୁ ଅଭାବ ତୁହି ହୋଉଅଛୁ କେଉଂମତେ ।୩୩୪।ଆହୋ ବାମଦେବ ତୁ ଅଟୁ ବଡ଼ ମନ୍ଦପ୍ରୀତି ଲୋକଠାରେ କିମ୍ପେ ଉପୁଜାଉ ତୁହି ଦ୍ୱନ୍ଦ ।୩୩୫।ମୋହୋର ବିଚାରେ ମରିବାକୁ ତୋର ବୁଦ୍ଧିପାଦେଣ ପେଲାଉ କିଂପା ୟେଡ଼େ ବଡ଼ ସମ୍ପ୍ରଧି ।୩୩୬।ଶୁଣିଣ ପ୍ରତଗ୍ୟାଂ କଲା ସେ ବାମଦେବ ମହାରାଜାକୁନ୍ତେକ ବୁାଲଇ ସେ ଧାମଇଂ କରିଣ ତରିଜା ।୩୩୭।ରାଜାର ଆଗ୍ୟାଂୟେ ଚଳିଲେ ସକଳ ସଇନିବିନ୍ଧିଲେ ନାରାଜମାନ କରେଣ ଶସ୍ର ଘେନି ।୩୩୮।ଆଗିଆଣି ଥାଠେ ସେ ଲକ୍ଷେକ ମହାଯୋଧୀଅବିଚ୍ଛନ୍ନେ ନାରାଜ ଯେ ସଇନି ତାର ବିନ୍ଧି ।୩୩୯।ନାରାଜ ପଡ଼ନ୍ତେ ଯେ ଦେଖିଲେ ପାଣ୍ଡବ ବୀରେସେହି ସମ୍ଭର୍ବେ ଶର ବିନ୍ଧିଲେ ସଇନିଂକି ଉପରେ ।୩୪୦।ନକୁଳର ସଇନି ଯେ ପ୍ରତଗ୍ୟାଂ ବଳବନ୍ତାପରରାଷ୍ଟ ଥାଠକଇଂ ସେ ନ ଯାଇ ଗଣିତା ।୩୪୧।ରେ ରେ କାର ଶବଦେ ଯେ ପାଡ଼ିଲେ ଘୋରରଡ଼ିବାମଦେବ ସଇନି ଉପରେ ପଡ଼ିଲେ ବୀରେ ମାଡ଼ି ।୩୪୨।କୋନ୍ତ ଅସିବର ଗୁରୁଜ ତୀକ୍ଷ ଶରେପଡ଼ି ନିକିଳିଲେ ସେ ଯୋଦ୍ଧାଂକ ଉପରେ ।୩୪୩।ଘାୟେଣ ଘୁମାଇଲେ ସେ ପଡ଼ିଲେ ମୁହିଂ ମାଡ଼ିକାହାର କନ୍ଧରୁ ଶିର ପଡ଼ିଲାକ ଛିଡ଼ି ।୩୪୪।ପଡ଼ିଲେ ସଇନି ଅବିଚ୍ଛନ୍ନେ ବାଣ ଘାୟେଦିଶନ୍ତି ଶରୀର ସେ ମନ୍ଦାର ପୁଷ୍ୟ ପ୍ରାୟେ ।୩୪୫।ବାଜିଲା ରଣ ହାନ୍ଦୋଳ ଚୋଖାର ମତ୍ତହାଥୀନିକିଳି ନାରାଜ ଯେ ଛଇଛାଡ଼େ ଗଲା ଫୁଟି ।୩୪୬।ଭାଜିଲେ ସଇନି ଯେ ପାଇଣ ବିମୂଖଦନ୍ତେଣ ତିରଣ ଘେନି ବୋଲନ୍ତି ରଖ ରଖ ।୩୪୭।ସନ୍ୟଭଗ୍ନ ଦେଖିଣ ସେ ବାମଦେବ ନୃପତିଆପଣେ ଉଠିଲା ତୁଲେ ବେନିଲକ୍ଷ ହାଥୀ ।୩୪୮।ବହୁତ ପ୍ରତଗ୍ୟାଂ ଦେଖି ସେ ବାମଦେବ ଶାହୀଆରେ ଆରେ ବୋଲି ରାଜା ବାମଦେବ ଗଜନ୍ତ ଧୁଆଇଂ ।୩୪୯।ନକୁଳର ସଇନି ଥାଠେ ଆଗିଆଣିମଳୟ ବସନ୍ତ ବେନି ସେନାପତି ରାଜାକୁ ବିନ୍ଧିଲେ ବେଗେ ଟାଣି ।୩୫୦।ନବନିଶି କୋନ୍ତେକ ଘେନି ବସନ୍ତ ସେନାପତିବାମଦେବ ରାଜା ହାଥୀକି ମାଇଲା ତତକ୍ଷଣାନ୍ତି ।୩୫୧।ଘାୟେଣ ଘୁମାଇଲା ସେ ମହାମତ୍ତ ନାଗଆରେକ ହାଥୀରେ ରାଜା ଚଢିଲାକ ଯାଇଂ ଅତି ବେଗ ।୩୫୨।ବଜ୍ର ମୁଦୁରରେକ ଯେ ନୃପତି ବୁଲାଇବସନ୍ତ ସେନାପତି ଉପରେ ପ୍ରହାର କଲେ ନେଇ ।୩୫୩।ଅଶ୍ୱ ଘୁଞ୍ଚାଇଣ ବସନ୍ତ ସେନ ତାହା ମେଣ୍ଟିପୁଣିହିଂ ବାମଦେବ ପ୍ରହାର କଲା ଯଷ୍ଠି ।୩୫୪।ବସନ୍ତ ସେନ ବଞ୍ଚାଇଲା ପଟା ଆଡ଼ ଆବୋରିପରିଘେକ ଘେନି ବସନ୍ତ ସେନାପତି ରାଜାର ଉପରେ ପ୍ରହାରି ।୩୫୫।ବାମଦେବ ହାଥୀର ପଡ଼ିଲା କୁମ୍ଭସ୍ଥଳେଗର୍ଜିଣ ମହାମତ୍ତ ଗଜ ପଡ଼ିଲା ଅଚାର୍ଗଳେ ।୩୫୬।ପୁଣିହିଂ ବିରଥୀ ହୋଇଲା ରାଜା ବାମଦେବଆରେକ ହାଥୀୟେ ଚଢି ଧାଇଂଲା ଅତି ବେଗ ।୩୫୭।ପୁଣିହିଂ ନବନିଶି କୁନ୍ତେକ ବୁଲାଇବସନ୍ତସେନ ଉପରେ ପ୍ରହାର କଲା ନେଇ ।୩୫୮।କୋନ୍ତ ଫେରାଇ ଗୁରୁଜେକ ବୁଲାଇ ପିଟିଲା ବସନ୍ତସେନଘାୟେଣ ଘୁମାଇ ମହାନାଗ ହୋଇଲା ଅଚେତନ ।୩୫୯।ବାହାନ ବିଅର୍ଥେ ସେ ବାମଦେବ ନୃପତିଥାଠ ଭିତରେ ଧାମଇଂ ପାଦଗତି ।୩୬୦।ଅଶ୍ୱେ ଅଶ୍ୱେ ଡ଼ଢିଣ ସେ ମଳୟ ବସନ୍ତ ବେନିରେ ରେ କାର କରି ଉଠିଲେ କରେଣ ଲାଂକିଆ ଶର ଘେନି ।୩୬୧।ରାଜାର ପଳାବନ୍ତେ ଯେ ଭାଜିଲେ ତାହାର ବଳନକୁଳର ସଇନି ପଶି ଯେ କଲେ ମହାଗୋଳ ।୩୬୨।ପରକେ ଆପଣା ବୋଲି ବାରିତ ନ ଯାଇଆଦିତ୍ୟ ଅସ୍ତ ମେରୁ ଡାହାଣେଣ ହୋଇ ।୩୬୩।ଅନ୍ଧକାର ବେଳେ ଭାଜିଲେ ରାଜାର ସଇନିଗଡ଼ରେ ପଶିଲା ରାଜା ଭାଗବଳ ଘେନି ।୩୬୪।ନକୁଳ ସଇନି ରହିଲେ ବାହାର ଗଡ଼ଦ୍ୱାରେବସନ୍ତ ସେନାପତି କହିଲା ନକୁଳ ଛାମୁରେ ।୩୬୫।ସ୍ୱାମୀ ଗଡ଼ ବେଢିଲା ଚାଲ ଯିବା ରାତ୍ରକାଳେନପୁଣ ପଳାଇ ରାଜା ପ୍ରାଣର ବିକଳେ ।୩୬୬।ନକୁଳ ବୋଇଲା ସେ ରେ ପଳାଇବ କେତେ ଦୂରୟେ ଦକ୍ଷିଣ ଦିଗ ଯାକ ତ ଅଟଇ ମୋହେର ।୩୬୭।ଯଦ୍ୟପି ରାଜା ୟେଦିଗୁଂ ପଳାଇବ ଦୂରହୋଇଭୀମସେନ ଠାକୁରେ ଛନ୍ତି ପଚ୍ଛିମ ଦିଗେ ରହି ।୩୬୮।ପୂର୍ବଦିଗ ଗଲେତ ଅଛଇ ସହଦେବଉତ୍ତରକୁ ପଳାଇଲେ ଅଛଇ ପାର୍ଥିବ ।୩୬୯।ପଳାଇଣ ଯିବା ଅବା କେଉଂଣ ଦିଗକୁସର୍ବଦିଗ ରାଜାମାନେ ଯିବେତ ଯାଗକୁ ।୩୭୦।ସେହି ନଗ୍ର ଭିତରେ ଯେ ରହିଲେ ନକୁଳେବୀରତୂର ଶବଦେଣ ସମୁଦ୍ର ଜାଣି ଗୋଳ ।୩୭୧।ତ୍ରାସ କରିଣ ଯେ ବାମଦେବ ନୃପତିସନ୍ୟବଳ ଘେନି ରାଜା ପଳାଇଲା ନିଶାରାତି ।୩୭୨।ପୁତ୍ର ବନ୍ଧୁ କୁଟୁମ୍ୱନ୍ତ ଘେନିଣ ସମସ୍ତପଳାବନ୍ତି ସଇନି ଯେ ହୋଇଣ ଭଗନସ୍ତ ।୩୭୩।ଆହୋ କରବୀର ଦେଶର ଭୂମନୁ ନୃପତିତାହାର ଦୁହିତା ଯେ ଅଟଇ ଭାନୁମତୀ ।୩୭୪।ଦ୍ରିଯୋଧନ ରାଜାର ସେ ଅଟଇ ପାଟରାଣୀସଇନ ଖଟଇ ରାଜାକୁ ଚଉବିଂଶ କ୍ଷଉଣୀ ।୩୭୫।ସାତ ମର୍ଭୁତ ରଥ ୟେ ବାଇଶି ମର୍ଭୁତ ହାଥୀଚଉରାଶୀ ମର୍ଭୁତ ଅଶ୍ୱ ଚଉବିଂଶ କ୍ଷଉଣୀ ପାଦାନ୍ତି ।୩୭୬।ପାଞ୍ଚଶତ ପାରିଦଣ୍ଡ ଉପରେଣ ଅଧିକାରୀଦକ୍ଷିଣ କୋଶଳେ ତାହାକୁ ନୃପତି କେହି ନାହିଂ ସମସରି ।୩୭୭।ବାମଦେବ ନୃପତି ରାତ୍ର କାଳେଣ ପଳାଇକରବୀର ପୂରେ ସେ ପଶିଲାକ ବେଗେ ଯାଇଂ ।୩୭୮।ଆସ୍ତାନେ ବିଜୟେ କରିଛନ୍ତି ନୃପତି ଭୂମନୁଭଗ୍ନବଳ ଘେନି ପ୍ରବେଶ ମହାଦେବ ରାଜାର ତନୁ ।୩୭୯।ପ୍ରଣପତ୍ୟ ହୋଇ ଶୁତିଲା ଭୂମନୁର ଆସ୍ତାନ ତଳେଶରଣ ଫୁକାରଇ ରାଜା ପ୍ରାଣର ବିକଳେ ।୩୮୦।ବାମଦେବକଇଂ ପଚାରଇ ସେ ଭୂମନୁ ନୃପତିକାହାର ଭୟେ ପଳାଇ ଅଇଲୁ ରାଜା କାହାକୁ ୟେଡ଼େ ଭୀତି ।୩୮୧।କହଇ ବାମଦେବ ହୋଇଣ କୃତ ଆଞ୍ଜୋଳିସ୍ୱାମୀ କେଉଂଣ ଦେଶ ରାଜା ୟେଟି କ୍ଷତ୍ରିୟ ମହାବଳୀ ।୩୮୨।ଅଳପ ସଇନି ଘେନିକରି କରଇ ଦିଗବିଜେବରତା ନ କରି ସେ ପଶିଲା ଆମ୍ଭର ରାଜ୍ୟେ ।୩୮୩।ଅନେକ ସାଂଗ୍ରାମ ମୁଂ କଲାଇଂ ତାର ତୁଲେଶରୀର ବିଘାତ ନୁହଇ ନାରାଜ ପଡ଼ିଲେ ।୩୮୪।ବହୁତ ସଇନି ମୋହେର ଦେବ ମରାଇଲି ରଣେଅଗୋଚର ଯୁଦ୍ଧ ସେ କଲେ ବେନି ଜନେ ।୩୮୫।ସଇନି ମରାଇ ଦେଇ ପଳାଇ ଅଇଲି ବିକଳେଗଡରୁ ବାହାର ହୋଇଲି ମହା ନିଶାକାଳେ ।୩୮୬।ଗଡ଼ ବେଢି ବାବୁ ସେ ରହିଲେ ନିଶାରାତିଧର୍ମେଣ ପଳାଇ ଅଇଲି ଦେବ ରକ୍ଷା କରି ଜୀବତି ।୩୮୭।ତୁ ଶରଣ ପଞ୍ଜର ସ୍ୱାମୀ ଦକ୍ଷିଣ କୋଶଳେବଡ଼ାଇ ଦୁରାପଦ ଦେବ ମୋତେ ପଡ଼ିଲା ୟେତେ କାଳେ ।୩୮୮।ମନ୍ତ୍ରୀକି ରାଇଣ ଯେ ପଚାରଇ ଭୂମନୁପଚାରି ନୁଆରିଲୁ କି ସେ ଅଟନ୍ତି କାହାର ତନୁ ।୩୮୯।ମନ୍ତ୍ରୀ ବୋଇଲା ଦେବ ସାଂଗ୍ରାମର କାଳେଉଚ୍ଚବାଚ ପ୍ରତଗ୍ୟାଂ ପଡ଼ିଲା ଯେତେବେଳେ ।୩୯୦।ମଳୟ ବସନ୍ତ ବୋଲି ତାର ବେନି ସେନାପତିସେ ବୋଇଲା ତୁମ୍ଭେରେ ମୂର୍ଖ ପାମର ହୀନଜାତି ।୩୯୧।ସୋମବଂଶେ ଠାକୁରେ ଯେ ଯୁଧିଷ୍ଠି ନୃପତ୍ୟେନକୁଳ କୁମାର ୟେ ତାହାଂକର କନେଷ୍ଠ ଭ୍ରାଥେ ।୩୯୨।ରାଜୁସି ଯାଗ କରିବେ ପଣ୍ଡୁ ବ୍ରହ୍ମହତ୍ୟା ଦୋଷ ହୋଇବ ଶାନ୍ତିଚଉଦିଗ ରାଜାନ୍ତ ଆମ୍ଭେ ନେମୁଂ ସେ ନିମନ୍ତି ।୩୯୩।ୟେସନେକ ପ୍ରତଗ୍ୟାଂ କଲେ ଯେତେବେଳେଅନେକ ସାଂଗ୍ରାମ ହୋଇଲା ମହାରୋଳେ ।୩୯୪।ତାହାର ଆମ୍ଭର ଦେବ ହୋଇଲା ବଡ଼ ଦ୍ୱନ୍ଦଭୂମନୁ କହିଲା ତୁମ୍ଭେ ନ ଜାଣି କଲ ମନ୍ଦ ।୩୯୫।ରାଜୁସି ଯାଗ ଯେ କରିବେ ଧର୍ମସୁତେଜାରାସନ୍ଧ ନାଶଗଲା ତହିଂର ନିମନ୍ତେ ।୩୯୬।କିଂକେ ନ ଚେତିଲୁ ରାଜା ଗ୍ୟାନ କି ତୋର ନାହିଂଅଇଲୁ ଯେ ଭଲକଲୁ ରହି ଥାଅସି ମୋର ତହିଂ ।୩୯୭।ଆହୋ ମୋହୋର ନନ୍ଦିନୀର ନାମ ଅଟଇ ଭାନୁମତୀତାହାକଇଂ ପ୍ରଦାନ ଯେ ହୋଇଲେ କୁରୁପତି ।୩୯୮।ଯୁଝେଷ୍ଠିଦେବଂକର ଦ୍ରିଯୋଧନ ଅଟନ୍ତି ସାନୁଜବଡ଼ାଇ ବିଚକ୍ଷଣ ସେ ପଞ୍ଚୁ କଟକେ ମହାରାଜା ।୩୯୯।ଭୀମସେନ ବୋଲି ଯେ ଅଟଇ ତାହାଂକର ସାନଭୀମସେନହୁଂ ସାନ ଯେ ପାଣ୍ଡବ ଫାଲଗୁନ୍ୟ ।୪୦୦।ଅର୍ଜୁନର ଅନୁଜ ନକୁଳ ମହାଛତ୍ରୀତାହାର ସାନୁଜ ଯେ ଅଟଇ ସହଦେବ ମନ୍ତ୍ରୀ ।୪୦୧।ଆହୋ ବାମଦେବ ରାଜା ନ କର ତୁ ଭୀତିସେ ପଞ୍ଚୁ ପାଣ୍ଡବେ ସୋଦୋର ଜୁଆଇଂ ମୋହର ଅଟନ୍ତି ।୪୦୨।ତାଂକ ଭରସାରେ ମୁଂ ଜଗତେ ଜଗୁଜ୍ଜିତାତୁହୋ ବାମଦେବ ମନେ ନ କରସି କିଛି ଚିନ୍ତା ।୪୦୩।ଭ୍ରାନ୍ତି ନ କରି ଥାଅ ୟେଥି ନିଚିନ୍ତେଯେତେ ଦୋଷକଲୁ ମାଗିବି ୟେ ତୋହୋର ନିମନ୍ତେ ।୪୦୪।ମନ୍ତ୍ରୀକି ରାଇଣ ଆଗ୍ୟାଂ ଦିଲେ ନୃପବରବାମଦେବ ନୃପତିକି ସୁସ୍ତ ତୁ ବେଗେ କର ।୪୦୫।ରାଜାର ଆଗ୍ୟାଂରେ ସେ ମନ୍ତ୍ରୀ ବାମଦେବ ରାଜାକଇଂ ନେଲେଉତ୍ତମ ଗୃହ ଦେଇ ମୁଣୋହି ଭୋଜନ ଦିଲେ ।୪୦୬।ନିଚିନ୍ତ ହୋଇ ରହେ ବାମଦେବ ନୃପତିୟେଥୁଂ ଅନନ୍ତରେ ପୁଣ ହୋଇଲା ରୟଣୀ ପ୍ରଭାତୀ ।୪୦୭।ରୟଣୀ ପ୍ରଭାତେ ନକୁଳ ବିଜେକଲେ ଇଚ୍ଛାପୁର ଗଡ଼େଦେଖିଲେ ଜନ ମଣିଷ ନାହିଂ କେହି ଗଡ଼ର ଭିତରେ ।୪୦୮।ନକୁଳ ସଇନି ଯେ ବସିଲେ ଗଡ଼ ମାଡ଼ିବିଚାରିଲେ ତ୍ରାସେଣ ରାଜା ପଳାଇଲେ ରାଜ୍ୟ ଛାଡ଼ି ।୪୦୯।ରାଜ୍ୟରୁ ବାହାର ହୋଇ ଦେଖନ୍ତି ନକୁଳର ସନ୍ୟମାନେଲୋଡ଼ନ୍ତି ଗିରି କନ୍ଦରେଣ ଯେ ଗହନ ବିପିନେ ।୪୧୦।ରାଜାର ବର୍ଣ୍ଣଚିହ୍ନ ସେ ନ ପାଇଲେ ଲୋଡ଼ିପଚାରନ୍ତି ଜନନ୍ତ ନୃପତି କାହିଂ ଅଛି ତୋହୋରି ।୪୧୧।ପନ୍ଥ ଉପନେସି ରାଜାକୁ ଗୋଡ଼ାବନ୍ତି ସଇନିକରବୀର ପୁରେ ଆସି ପ୍ରବେଶ ହୋଇଲେ ଦଣ୍ଡସନ୍ୟ ଘେନି ।୪୧୨।ଡଗରେ ବାରତା ଜଣାଇଲେ ନୃପତି ଭୂମନୁସ୍ୱାମୀ ରାଜ୍ୟରେ ପ୍ରବେଶ ଆସି ହୋଇଲେ ମାଦ୍ରୀଦେବୀର ତନୁ ।୪୧୩।ନକୁଳ ଦିଗବିଜେ ବୋଲି ଯେ ବାରତା ଜଣାଇଶୁଣିଣ ସାନନ୍ଦେ ରାଜା ନଗ୍ରେଣ ଉତ୍ସବ କରାଇ ।୪୧୪।ସୁବର୍ଣ୍ଣର କଳସ ନେତର ପାତାଙ୍ଗ ଉଭାନ୍ତିଦ୍ୱାରେଣ ପୂର୍ଣ୍ଣକୁମ୍ଭ କଦଳୀ ଚୂତପତ୍ର ତୋରଣା ଲମ୍ୱାନ୍ତି ।୪୧୫।ନଗ୍ରେଣ ଘୋଷଣ ଯେ ତ୍ରୋଣ ଉଭା ସଢାତିନିକୋଶ ପରିଯନ୍ତେ ରାଜା ପାଡ଼ିଲା ପାୟେଡ଼ା ।୪୧୬।ନବ ମର୍ଭୁତ ରଥଗଜ ଅଶ୍ୱ ପାଞ୍ଚକୋଟିସମଦଣ୍ଡ ଘେନି ଭୂମନୁ ଆସଇ ପାଛୋଟି ।୪୧୭।ସମଦଣ୍ଡ ଘେନିଣ ଯେ ପାଣ୍ଡବ ନକୁଳପ୍ରାତସ୍ରାନ ସାରନ୍ତି ସେ କୃଷ୍ଣାବେଣୀ ନଦୀକୂଳେ ।୪୧୮।କରପତ୍ର ଯୋଡ଼ିଣ ଯେ ଜଣାନ୍ତି ଡଗରଭୂମନୁ ନୃପତି କଟକୁ ଦେବ ହୋଇଲା ବାହାର ।୪୧୯।ପାଣ୍ଡବ ସଇନିମାନେ ସ୍ରାନ କରୁଥିଲେଝାତିକାରେ ଯେ ଯାହାର ଶହସ୍ରନ୍ତ ଧଇଲେ ।୪୨୦।ରଣଝଣ ଶବଦ ଯେ କରନ୍ତି ସଇନିଚଢନ୍ତି ଯାନବାହାନ ବୀରେ କରେଣ ଶସ୍ର ଘେନି ।୪୨୧।ନକୁଳର ସଇନି ଯେ ଉଚ୍ଚବାଚ ଦେଖିଝାତିକାରେ ଭୂମନୁ ରାଜା ବାହାନ ଉପେକ୍ଷୀ ।୪୨୨।ବେନିକରେ ଚାମର ଯେ ଘେନିଣ ମହୀପତିସଇନି ଛାଡ଼ି ରାଜା ଆସଇ ପାଦଗତି ।୪୨୩।ଥୋକାୟେକ ଦୂରେ ରାଜା ଶଳବୃକ୍ଷ ତଲେ ରହିଲେଛାମୁକୁ ଆଶିପାରନ୍ତି କି ଆଗ୍ୟାଂ ନ ପାଇଲେ ।୪୨୪।ରାଜାର ଥୋକାୟେକ ଦୂରେ ଯେ ପଞ୍ଚାଶ କୁମରେଚାମରେ ଚାମରେ ଘେନି ହୋଇଲେ ଅନ୍ତରେ ।୪୨୫।ପାତ୍ର ଅମନାତ୍ୟ ଯେ ରହିଲେ ଅପସରିଯେ ଯାହା ଅନରୂପେ କଲେ ପାଟୋଆରୀ ।୪୨୬।ତାହାଂକର ପଛ ଅନ୍ତରେ ରହିଲେ ଶଇନିସମରାଷ୍ଟ ଦଣ୍ଡ ମାଡ଼ିଅଛି ଯୋଜନ ତିନି ।୪୨୭।ପ୍ରାତସ୍ରାନ ସାରିକରି ଉଦେକ ଆଞ୍ଜୋଳିଈଶାନ୍ୟ ମୃର୍ତ୍ତି ନକୁଳ ପ୍ରଣପତ୍ୟ ଅଶୁଂମାଳୀ ।୪୨୮।ଜପପୀଢା ମାଡ଼ି ବସିଲେ ଲୟ ଅର୍ଥେକୁଶହାଥ ହୋଇଲେ ସେ ନାମ ସଂକେତେ ।୪୨୯।ମଳୟ ବସନ୍ତ ଜଣାଇଲେ ସ୍ୱାମୀ କରିବା ଲୟେସ୍ୱାମୀ କୁଟୁମ୍ୱ ଘେନି ରହିଅଛି ଭୂମନୁ ଦେବରାୟେ ।୪୩୦।ସ୍ୱାମୀ ଯଦ୍ୟପି ଅଟଇ ସେ ଦକ୍ଷିଣ ଚକ୍ରବ୍ରତୀଆଗ୍ୟାଂ ନୋହିଲା ଶ୍ରୀ ଛାମୁକୁ ନୁଆସି ପାରଇ ଝାତି ।୪୩୧।ସ୍ୱାମୀ ସୁରବର ସୁନ୍ଦର ନାଥ କଇଚ୍ଛା ଜଗଜ୍ଜେଠୀଚତୁର୍ଦ୍ଦିଗେ ଚମକ ପଡ଼ୁଅଛି ଯାହାର ନାମ ଗୋଟି ।୪୩୨।ନାମ ସଂକୀର୍ତ୍ତନ ସାରି ବସିଲେ କନକ ପୀଢାର ଉପରେଦକ୍ଷିଣ ମୃତ୍ତି ଯେ ହୋଇ ବସିଲେ କୁମାରେ ।୪୩୩।ଭୂମନୁ କତିକି ଚାହିଂଲେ ଅବଲୋକନେନିଉଛାଳି କରିୁ ଶୁତିଲେ ପାରିଦଣ୍ଡ ରାଜାମାନେ ।୪୩୪।ପୁତ୍ର କୁଟୁମ୍ୱନ୍ତ ଘେନି ଭୂମନୁ ନୃପତିନିଉଛାଳି କରି ରାଜା ଶୁତିଲା ତଡ଼ତି ।୪୩୫।ପାୟେ ଆସି ନୃପତି କରଇ ନିଉଛାଳିଶ୍ରମେଣ କର୍ଦ୍ଦନ ଲାଗିଣ ଭୂମି ରଜଧୂଳି ।୪୩୬।ସ୍ୱାମୀ ରାଜାଧି ରାଜେଶ୍ୱର ତୁ ଅଭୟେ ସୋମବଂଶୀମହୀଭାରା ଉଦ୍ଧାରଣ ନାଥ ଗୁଣେ ଗୁଣରାଶି ।୪୩୭।ତୁ ଦେବ ଶରଣ ଉଦ୍ଧରଣ ନାଥ ମନସିଜଜଗୁଜନ ମୋହୋନ ନାଥ ମଣ୍ଡଳ ମକରଧ୍ୱଜ ।୪୩୮।ତୁ ଦେବ ଶରଣ ରକ୍ଷଣ ଆଦିଗୁରୁତୁ ଦେବ ପରମ ସାନନ୍ଦ ଭଗତ ଉଦ୍ଧାରୁ ।୪୩୯।ସନ୍ନିଧ୍ୟେ ଆସି ଯୋଡ଼ିଲା ବେନି କରଗୋଟିସାଷ୍ଟାଙ୍ଗେ ଗଡ଼ଘାଲି ଶୁତିଲା ପରମେଷ୍ଠୀ ।୪୪୦।ପୁଣ ଉଭା ହୋଇ ସେ ବୋଲଇ ନୃପମଣିପ୍ରତକ୍ଷେ ନାରାୟଣ ତୁ ପ୍ରସନ୍ନ ଚକ୍ରପାଣି ।୪୪୧।ସ୍ୱାମୀ ଜୀବନ ମୋହୋର ପୁଣ୍ୟ ରାଜ୍ୟର ମୋର ଧନିଆଜ ସେ ସୁଫଳ ହୋଇଲା ମୋହୋର ମେଦିନୀ ।୪୪୨।ଅନେକ ସ୍ତୁତି ବଚନ ବିନୟ ଭାବେ ବୋଲିସନ୍ନିଧ୍ୟେ ଆସି ରାଜା ଶୁତିଲା ଗଡ଼ଘାଲି ।୪୪୩।ନକୁଳ ବୋଇଲା ହୋ ଅନନ୍ତ ଦୂତପତିଆରେ ଭୂମନୁ ରାଜାକଇଂ ତୋଳ କୋଳକରି ଝାତି ।୪୪୪।ନକୁଳର ବଚନେ ସେ ଧାଇଂଲେ ଅନନ୍ତଉଠ ହୋ ଭୂମନୁ ରାଜା ଆଗ୍ୟାଂ ହୋଇଲା ତୁମ୍ଭନ୍ତ ।୪୪୫।ଆଗ୍ୟାଂ ପ୍ରମାଣେ ଯେ ଉଠିଲା ମହାରାୟେମଥାରେ ହାଥ ଦେଇ ବହୁତ ବିନୟେ ।୪୪୬।ନକୁଳ ବୋଇଲା କିଂପା ୟେଡ଼େକ ଭଗତଭାନୁବତୀଂକର ପିଅର ତୁମ୍ଭେ ଆମ୍ଭ ଜ୍ୟେଷ୍ଠତାତ ।୪୪୭।ସେ ସେ ମାହେଶ୍ୱର ଯେ ଅନାଦି ଅପର୍ଣ୍ଣାହସ୍ତିନାର ମଉଡ଼ମଣି ଆମ୍ଭର ପରମଗୁରୁ ସିନା ।୪୪୮।ସେ ମାହେଶ୍ୱରୀର ତୁମ୍ଭେ ଅଟ ଯେ ପିଅରବେଭାରେ ପିତାର ସମାନେ ହୋଇବ ଆମ୍ଭର ।୪୪୯।ଆସ ଆସ ମହାରାଜା ବସ ମୋହର କତିବାରତା ପାଇଲନି କି ଆମ୍ଭର ରାଜୁସି ଯାଗର ଗତି ।୪୫୦।ନକୁଳର ବଚନେ ସେ ଭାନୁମତୀର ତାତଶିରେ କର ଦେଇ ଯୋଡ଼ି ବିନୟେ ଭଗତ ।୪୫୧।ସ୍ୱାମୀ ଦୂତୀ ନିରଞ୍ଜନ ଦେବ ଯାହାର ଆସ୍ତାନତହିଂର ସନ୍ନିଧ୍ୟେ ବସିବାକଇଂ ମୁଂ ହୋଇବି ଭାଜନ ।୪୫୨।ଯଦ୍ୟପି ସମର୍ପଣ ମୁଂ କଲାଇଂ କୁମାରୀସ୍ୱାମୀ ସେବକ କି ହୋଇବ ସାମନ୍ତ ସମସରି ।୪୫୩।ସ୍ୱାମୀ ଆସ୍ତାନର ତଳେ ଯାହାର ଲକ୍ଷେକ ରାଜା ଖଟିମୁହିଂ ତୋହୋର ଭୃତ୍ୟର ଭୃତ୍ୟ ଦାସର ଦାସ ହେଟି ।୪୫୪।ମସ୍ତକରେ ହାଥଦେଇ ରାଜା ହୋଇଅଛି ଉଭାନକୁଳର ଶରୀର ବିକାଶଇ କି ଚନ୍ଦ୍ର କିରଣର ଆଭା ।୪୫୫।ଆହୋ ଅନେକ ରତନ ଆଭରଣ ତାର ଅଙ୍ଗେଝୀନବସନ ପରିହରଣ ଉଦୟେ ଦେବାଙ୍ଗେ ।୪୫୬।ମାଛି ଗୋଟିୟେକ ତାର ଶରୀରେ ବସିଲେଶତେ ପଳ ଚନ୍ଦନ ଲେପଇ ଯେ ମନେ ବିକୃତ ପାଇଲେ ।୪୫୭।ଦ୍ୟାବା ପୃଥିବୀ ଯେ ଧରଇ କୁନ୍ତମୁନେଜଗଦର୍ପ ଭଜା ସେ କେଶବ ପରସନ୍ନେ ।୪୫୮।ସ୍ୱାମୀ ପରଶୁରାମଂକର ଦିଗବିଜେ ବୋଲି ଅଗସ୍ତିଂକର ପୁରାଣେ ଶୁଣିଥିଲୁପାଣ୍ଡବଂକ ଦିଗବିଜେ ବୋଲି ୟେବେ ପ୍ରତକ୍ଷେ ଦେଖିଲୁ ।୪୫୯।ଯେତେ ଜନର ଜୀବନ ସୁଫଳ ମହାଭାଗ୍ୟସେ ସେ ଦେଖିବ ସିନା ରାଜୁସି ମହାଯାଗ ।୪୬୦।ରାଜାର ପୁତ୍ରମାନେ ଚରଣେ ପରିଣାମିରାଜ୍ୟକୁ ବିଜୟେ ୟେବେ ଆମ୍ଭର କରିବା ଦେବସ୍ୱାମୀ ।୪୬୧।ରାଜ୍ୟର ଜନେ ମୋହୋର ଦେଖିବେ ବେନିଡ଼ୋଳେଧର୍ମ ଅର୍ଥ କାମ ମୋକ୍ଷ ପ୍ରାପତ ହୋଇବ ସର୍ବକାଳେ ।୪୬୨।ସ୍ୱାମୀ ୟେ ଜମ୍ୱୁଦୀପର ମଧ୍ୟେ ସୁଲଭ ଯେତେକ ରାଜ୍ୟସବୁଂକରି ଭୁବନେ ପଡ଼ିବକି ତୁମ୍ଭର ପାଦରଜ ।୪୬୩।ନକୁଳ ଆଗ୍ୟାଂ ଦିଲେ ଚଳ ହୋ ସନ୍ୟମାନେଶଳାଂକର ବଚନ ଆମ୍ଭେ ଭାଙ୍ଗିବୁ କେସନେ ।୪୬୪।ରଥ ଗଜ ଅଶ୍ୱମାନ ଯେ ବହୁତ ପାଦାନ୍ତିରାଜ୍ୟ ତେଜି କଟକରେ ସମ୍ଭରେ ପଶନ୍ତି ।୪୬୫।ଦାଣ୍ଡରେଣ ପାୟେଡ଼ା ରାୟେ ପାରିଲେ ତିନିକୋଶଅନେକ ଉପହାର ଯେ ରାଜା ବାଢିଲା ରତ୍ନକୋଷ ।୪୬୬।ମୁଗ ବ୍ରିହି ଚାଉଳ ଯେ ପରିବା ଅପ୍ରମିତଦାଣ୍ଡେଣ କୁଢ କୁଢ କରି କୁଢାଇଛନ୍ତି ବହୁତ ।୪୬୭।ଗହଳ ଧନ୍ଦୋଳ ଲୋକେ ପୂରିତ ଦାଣ୍ଡରପାଦ ପଡ଼ି ରତ୍ନମାନ ହୋଉଛନ୍ତି ଚୂର ।୪୬୮।ଗହଳ ଧନ୍ଦୋଳେଣ ଯେ ଉଡ଼ୁଛନ୍ତି ଧୂଳିଆକାଶରେ ଅଦୃଶ୍ୟ ଯେ ହୋଇଲେ ଅଂଶୁମାଳୀ ।୪୬୯।ଇନ୍ଦ୍ର ବିଜେକଲେ ଯେହ୍ନେ ମଞ୍ଚକଇଂ ଅପୂର୍ବସେହିମତି ଦେଖନ୍ତି ଜନେ ରହିତେ ନାହିଂ ଠାବ ।୪୭୦।ବିଜୟେ ଭୂମନୁ କରେଣ ଚାମର ଧରିକୁମରଂକ ତୁଲେ ରାଜା ଢାଳଇ ଉଭାରି ।୪୭୧।କରବୀର ନଗରେ ପଶନ୍ତେଣ ଶୋହଇମାଦ୍ରୀର ନନ୍ଦନ ଯେ ତ୍ରଇଲୋକ୍ୟ ଭୁବନ ମୋହଇ ।୪୭୨।ପ୍ରବେଶ ହୋଇଲେ ଯାଇଂ ଆସ୍ତାନ ଉପରେଖଟନ୍ତି ବିଳାସୁଣୀ ତାଣ୍ଡେବ ସମ୍ଭରେ ।୪୭୩।ଦେବତା ଆସ୍ତାନ ପ୍ରାୟେ ଦିଶଇ ଜଗତୀର ଆୟେତନଅଳକା ଭୁବନ ଯେହ୍ନେ ଦିଶଇ ଶୋଭାବନ ।୪୭୪।ପବିତ୍ର ବ୍ରାହ୍ମଣେ ଯେ କରନ୍ତି ରନ୍ଧନଛଡ଼ରସେ ସଞ୍ଚିଲେ ପାକ ଅମୃତ ପଂକୁମାନ ।୪୭୫।ଶୀତଳ ଯୋଗାଡ଼ ଯେ ଦ୍ରବ୍ୟ ନିତିପ୍ରତିମର୍ଦନେ ବିଜେକଲେ କୁମାର ମହାଛତ୍ରୀ ।୪୭୬।ସୁବାସିତ ଶୀତଳ ପନିର ରସ ପାଣିବେଣିଭଦ୍ରା ନଦୀଉଂ ବେଗେ ଯୋଗାଉଛନ୍ତି ସର୍ବେ ଆଣି ।୪୭୭।ସ୍ରାହାନ ସାରିଣ ଯେ ବିଜୟେ ଆସ୍ତାନେଢାଳନ୍ତି ଚାମର ଯେ ଭୂମିକୁ ପୁତ୍ରମାନେ ।୪୭୮।କେଶ ଶୁଖାଇଣ ଦ୍ୱାଦଶ ବର୍ଣ୍ଣ ଗଭାସାଞ୍ଜୋବନ୍ତି କେଶ ଯେ ପରମ ବଇଷ୍ଣବା ।୪୭୯।ବିଜୟେ କୁମାର ଯାଇ ମୁଣୋହି ଭୁବନେସମ୍ଭର୍ବେ ବସିଲେ ଯାଇ ସମସ୍ତ ସନ୍ୟମାନେ ।୪୮୦।ସୁବର୍ଣ୍ଣର ପଇଲମ ନବତନ ଯୋଗେଡ଼େସବୁ ସଇନିଂକି ଆସନ ସୁବର୍ଣ୍ଣ ପୀଢାରେ ।୪୮୧।ସବୁ ସଇନିଂକି ସୁବର୍ଣ୍ଣର ଥାଳି ଗିନା ଖୁରୀଜଣେ ଜଣେକେ ବସାଇଲେ ସୁବର୍ଣ୍ଣର ଝରୀ ।୪୮୨।ପରଶନ୍ତି ବ୍ରାହ୍ମଣେ ଅମୃତ ରାସ ପାଗଅନେକ ବରଷେ ସେ ସଇନି କରନ୍ତି ଯେ ଭୋଗ ।୪୮୩।ଗୋରସ ଯୋଗାଡ଼ମାନ ଅପ୍ରମିତ ଫଳଦ୍ରବ୍ୟତ୍ରିପୁତି ଭୋଜନ ସମସ୍ତ ସଇନି ୟେକଭାବ ।୪୮୪।ଭୁଞ୍ଜନ୍ତେ ତ୍ରିପୁତି ଯେ ହୋଇଲେ ସମସ୍ତ ସଇନିଆଂଚୋବନ କରନ୍ତି କରେଣ ସୁବର୍ଣ୍ଣ ଝରୀ ଘେନି ।୪୮୫।କର୍ପୂର ତାମ୍ୱୁଳ ଯେ ଭୁଞ୍ଜନ୍ତି କୁତୂହୋଳେବିଜୟେ ବାହାର ବାଂକିଆରେ କୁମାର ନକୁଳେ ।୪୮୬।ଆଲଟ ଚାମରମାନ ଢାଳନ୍ତି ଚଉକତିଭୂମନୁର କୁମାରେ ଯେ ବେଢିଣ ଖଟନ୍ତି ।୪୮୭।ବୀଣା ବଂଇଶୀ ଯେ ସରଗୁଣା ଅଧାଟିପଟା କୁଣ୍ଡଳୀ ତାଳ ହରଷେ ଖଟି ।୪୮୮।ବିଜୟ କୁମାର ଯେ ପ୍ରସନ୍ନର ବେଳେବାମଦେବ ରାଜାକଇଂ ଦ୍ରଶନ କରାଇଲେ ମହୀପାଳେ ।୪୮୯।ଭୂମନୁର ପୁତ୍ରମାନେ ଶୁତିଲେ ପରିଣାମିଇଚ୍ଛାପୁର ନୃପତିୟେ ବାମଦେବ ଦ୍ରଶନ କରଇଂ ଦେବସ୍ୱାମୀ ।୪୯୦।ଜଗତୀର ତଳେ ବାମଦେବ ଦନ୍ତେ ତିରଣ ଘେନିସହସ୍ରେକ ଭାର ପାଣି ଦ୍ରବ୍ୟ ଦିଲା ଦେଖା ଦରଶନି ।୪୯୧।ପହଣ୍ଡେକ ଦୂରେ ଯାଇ ବୋଲଇ ଭୂମନୁସ୍ୱାମୀ ବାମଦେବ ରାଜା ପଳାଇ ଅଇଲା ଇଚ୍ଛାପୁର ନଗ୍ର ସ୍ଥାନୁଂ ।୪୯୨।ଭୟେ ପଳାଇ ଅଇଲା ଦେବ ୟେବେ ସେ ଶରଣ ମାଗଇ ସ୍ୱାମୀଅବଲୋକନେ ଚାହାନ୍ତେ ରାଜା ହୋଇଲେ ପରିଣାମି ।୪୯୩।ନକୁଳ ଆଗ୍ୟାଂ ଦିଲେ ନୃପତି ଭୂମନୁକୁବାମଦେବେ ଆସିବାକୁ ବୋଲ ଉପରକୁ ।୪୯୪।ତୁହି ସିନା ସକଳ ନାଶ କଲୁ ବାମଦେବେଆପଣାର ସଇନି ମରାଇଲୁ ତୁ ନ ଜାଣିଲୁ ତେବେ ।୪୯୫।ବାସୁଦେବ ନୃପତିର ଚରଣେ ପରିଣାମିଅନେକ ଅପରାଧ ମୋହୋର କ୍ଷମା କରିବା ଦେବସ୍ୱାମୀ ।୪୯୬।ନକୁଳ ବୋଇଲେ ହୋ ନ ଜାଣି ତୁମ୍ଭେ ଦୋଷୀଆମ୍ଭେ ଆସିନାହୁଂ ତ ତୋହୋର ପ୍ରାଣ ନାଶି ।୪୯୭।ଭୋଜନ ଦେବୁଂ ଅକ୍ଷତ ଦେବୁହିଂ ଅପାରଷୋଳ ଦିନ ପରିଯନ୍ତେ ହୋଇବ ସମ୍ଭାର ।୪୯୮।ଯେ ଯାହାର ଅନରୂପେ କରିବୁ ଗଉରୋବଅନେକ କଉତୁକ ଯେ ମହିଂମା ଦେଖିବ ।୪୯୯।ଆକାଶୁଂ ଦେବତାମାନେ ସମସ୍ତେ ଆସିବେଆବର ନାଗରାଜ ସହିତେ ସମସ୍ତେ ମିଳିବେ ।୫୦୦।ୟେସନେକ ମହିଂମା ଦେଖିଲେ ହୋଇବ ପାପ କ୍ଷୟେଲକ୍ଷେଜନ ଦେଖିଲେ ହୋ ବିଷ୍ଣୁଦ୍ରଶନ ହୋୟେ ।୫୦୧।ୟେ ପୃଥୀର ମଧ୍ୟେ ଯେ ଅଛନ୍ତି ଲକ୍ଷେକ ନୃପତିଯେଉଂଣ ରାଜାର ଯେତେକ ରଥ ଗଜ ଅଶ୍ୱ ପାଦାନ୍ତି ।୫୦୨।ଆହୋ ଉତ୍ସବ ଯାତ୍ରା ଯେ ବିଭା ମଙ୍ଗଳର କାଳେପୁଣ୍ୟକ୍ଷେତ୍ର ତୀର୍ଥ ସ୍ରାହାନକୁ ଗଲେ ହୋଅଇ ସୁଫଳେ ।୫୦୩।ୟେତେକ ସୁଫଳକୁ ନେଇ ଅଇଲୁ ଯେ ଆମ୍ଭକାଳେଣ ନ ଜାଣିକରି ଦ୍ୱନ୍ଦ କଲ ତୁମ୍ଭେ ।୫୦୪।ଆହୋ ଜରାସନ୍ଧ ନେଇଥିଲା ତୁମ୍ଭନ୍ତ ବନ୍ଦୀକରିଆଶିନ୍ୟ ଶୁକ୍ଳ ଅଷ୍ଟମୀରେ ତୁମ୍ଭନ୍ତ ଆହୁତିରେ ଦ୍ୟନ୍ତା ମାରି ।୫୦୫।ୟେମନ୍ତ ସମୟରେ କୃଷ୍ଣ ଫାଲଗୁନି ଭୀମସେନ ହୋଇଲେ ପରବେଶସଂସାରର ହିତେ ଜରାସନ୍ଧକଇଂ କଲେ ପ୍ରାଣନାଶ ।୫୦୬।ୟେବେ ସେ ଜାଣିଲୁ ରେ ତୁମ୍ଭର ଦୁଷ୍ଟ ମନ୍ଦପଣମରଣୁ ଉଦ୍ଧରିଲୁ ଯେ ପାଶୋରିଲ ତହିଂର ଗୁଣ ।୫୦୭।ବାମଦେବ ବୋଇଲା ସ୍ୱାମୀ ଯେତେ କଥା କହୁଆମ୍ଭର ବୋଇଲେ କୋପ କରିବୁ ମହାପ୍ରହୁ ।୫୦୮।ସ୍ୱାମୀ ବାଳୁତ ବୟସ ଯେ ଅଳ୍ପ ମାତ୍ର ବୁଦ୍ଧିବାରତା ନ କହି ଆମ୍ଭନ୍ତ କରୁଛ ଅବିଧି ।୫୦୯।ବାରତା ନ ଦେଇ ରାଜ୍ୟେ ତୁମ୍ଭେ ପଶ ଅନମିତେଅନେକ ବିବାଦେଣ ଆମ୍ଭ ପଶୁଂ ଯେ ସମସ୍ତେ ।୫୧୦।କରୁ ମହାଯୁଦ୍ଧ ଆମ୍ଭେ ପର ଥାଠ ବୋଲିଅଗ୍ୟାନପଣେ ତେଣୁ ମୁହିଂ ନାଶ ଗଲି ।୫୧୧।ନକୁଳ ବୋଇଲେ ତୁମ୍ଭେ ଅପାର କଥା କହିବିଳମ୍ୱେ ରହିବାକୁ ନୁଆରଇ ବାବୁ ମୁହିଂ ।୫୧୨।ନିମନ୍ତ୍ରଣ ଯୋଗାଡ଼ ଦିଲେ ଭୂମନୁ ନୃପତିକିଭୋ ତାତ ଯତେନେ ଆଇଲି ତୁମ୍ଭର ତହିଂକି ।୫୧୩।ୟେ ନିକଟେ ଅଛନ୍ତି ଯେତେକ ରାଜାଗଣମାନସବୁନ୍ତିହିଂ ନିମନ୍ତ୍ରଣ କରି ଆଣସି ବହନ ।୫୧୪।ନକୁଳର ବଚନେ ନୃପତି ଭାନୁମତଶ୍ରୀମୁଖ ଦେଇ ଅଣାଇଲା ରାଜାଗଣମାନନ୍ତ ।୫୧୫।ଉଡଙ୍ଗ ଚୂଡଙ୍ଗ ତେଲଙ୍ଗ ଯେ ନେପାଳ ଭୂପାଳସଉନିକ କଉନିକ ତାହାଳ ବେଲାଳ ।୫୧୬।କ୍ଷୀରଦେଶ ଚିରଦେଶ ଖେଚର ଦେଶ ମାନଭଙ୍ଗ ବିଷ୍ଣୁ ମଣ୍ଡଳଶ୍ରୀମୁଖ ଦୋଇଣ ଯେ ଅଣାଇଲା ଯେତେ ଯେତେକ ଭୂପାଳ ।୫୧୭।ଦକ୍ଷିଣ କୋଶଳରେ ଥିଲେ ଯେତେକ ନୃପତିକାହାକୁ ଶତେ କାହାକୁ ଦୁଇ ଶତ ପାରିଦଣ୍ଡ ରାଜା ଖଟନ୍ତି ।୫୧୮।ୟେସନେକ ସମଦଣ୍ଡ ଘେନି ସମସ୍ତ ମହୀପତ୍ୟେକରବୀର ପୁରେ ଆସି ମିଳିଲେ ତୁରିତେ ।୫୧୯।ଦେଖା ଦରଶନି ପାଣି ଦ୍ରବ୍ୟ ଘେନିଣ ହାଥରପ୍ରଲମ୍ୱିତ ହୋଇଲେ ନକୁଳ ପୟର ।୫୨୦।ଅକ୍ଷତ ଗୁଆ ଦିଲେ କୁମାର ନକୁଳସମଦଣ୍ଡ ଘେନି ଚଳ ସମସ୍ତ ମହୀପାଳ ।୫୨୧।ରାଜୁସି ଯାଗକଇଂ ସେ ନକୁଳ ନିମନ୍ତ୍ରଣେଭୂମନୁ ନୃପତି ରାଜାନ୍ତ ଘେନି ଚଳିଲା ତତକ୍ଷଣେ ।୫୨୨।ଦକ୍ଷିଣ କୋଶଳର ଯେତେକ ନୃପତିସିନ୍ଧୁ କୂଳ ପରିଯନ୍ତେ ଗୋଡାଇ ନକୁଳ ସବୁନ୍ତି ନିମନ୍ତି ।୫୨୩-୭୩୫୧।