ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୭ / ୨୩
ସମ୍ପୂର୍ଣ୍ଣ ସୂଚୀପତ୍ର
ନୈଋତସେନ ରାଜା ନିମନ୍ତ୍ରଣ ଓ ଜରାସନ୍ଧ ପୁତ୍ର ସହଦେବ ସହ ଯୁଦ୍ଧ
ନଇରୁତ ବୋଲି ୟେକଇ ପର୍ବତ ଗୋଟିୟେସେ ଦେଶେ ପ୍ରବେଶ ଯାଇଂ ପଣ୍ଡୁର ତନୟେ ।୧।ନଇରୁତସେନ ବୋଲି ତହିଂର ନୃପତିଚୋରମଣ୍ଡଳ ଦେଶର ସେ ଅଟଇ ଚକ୍ରବ୍ରତୀ ।୨।ଟମକ ନିଶାଣ ଯେ ଅନେକ ବୀରତୂର ବାଜେବିଜୟେ ଭୀମସେନ ଚୋରମଣ୍ଡଳ ରାଜ୍ୟେ ।୩।ସେ ରାଜାର ଦେଶାଉର ଥିଲା ଚେଦିଦେଶେବାରତା ପାଇଲା ଯାଇଂ ନଇଋତ ରାଜା ପାଶେ ।୪।ସ୍ୱାମୀ ସାବଧାନେ ଶୁଣିମା ଚୋରମଣ୍ଡଳ ଅଧିକାରୀଭୀମସେନ ଠାକୁରେ ପଚ୍ଛିମ ଦିଗେ ବିଜେକରି ।୫।ରାଜାନ୍ତ ନିମନ୍ତ୍ରିବେ ଦେବ ରାଜୁସି ଯାଗ ଅର୍ଥେଶିଶୁପାଳ ନାଶ ଯାଉଥିଲା ପ୍ରତଗ୍ୟାଂ ଅନୁମତେ ।୬।ଶରଣପଞ୍ଜର ନାଥ କଇଚ୍ଛା ଜଗଜେଠୀସମଦଣ୍ଡ ଘେନି ରାୟେ ଚାଲ ଯିବା ହେ ପାଛୋଟି ।୭।ମନ୍ତ୍ରୀ ସମାର୍ଜଇ ଚାଲ ଯିବା ହୋ ଦଣ୍ଡଧାରୀଯୁଝେଷ୍ଠି ଠାକୁରଂକ କନିଷ୍ଠ ସେ ଜଗତେ ଅଧିକାରୀ ।୮।ମନ୍ତ୍ରୀର ବଚନେ ରାଜା ସାନନ୍ଦେ କୃତ କୃତଆସ୍ତାନୁଂ ଓହ୍ଲାଇ ରାଜା ଆସଇ ତୁରିତ ।୯।ଭୀମସେନ କଟକେ ଯାଇଂ ପଶଇ ସମ୍ଭରେନଇରୁତସେନ ଦରଶନ କଲା ବିରୂପା ନଦୀ ତୀରେ ।୧୦।ଦଶନହ ମୁଖେ ଭରି ଧୂରୁ ପରିଣାମିଶରଣପଞ୍ଜର ନାଥ ଉଦ୍ଧର ଦେବ ସ୍ୱାମୀ ।୧୧।ଭୀମସେନ ବୋଇଲା ହୋ ଶୁଣ ନଇରୁତସାର୍ଥୁକ ଜୀବନ ତୋହୋର ବିବେକ ଗ୍ୟାନବନ୍ତ ।୧୨।ଅଛନ୍ତି ହୋ ଅନେକ ମୂର୍ଖ ଅଗ୍ୟାନ ନୃପତିଜାଣୁ ଜାଣୁଂ ଅନେକ ପାଉଛନ୍ତି ଶାସ୍ତି ।୧୩।ନିମନ୍ତ୍ରଣ ଯୋଗାଡ ଦିଲେକ ତୋଷମାନଥାଠ ସନ୍ୟ ଘେନି ଯାଅ ଇନ୍ଦ୍ର ପ୍ରଶସ୍ତ ଭୁବନେ ।୧୪।ନଇରୁତସେନ ବୋଇଲା ତୁ ଅଟୁ ଅନୁଗ୍ରହ ନାଥତୋହୋର ପାଦରଜ ପଡ଼ିଲା ଖଣ୍ଡିଲି ଦୂରାପାତ ।୧୫।ମୋହୋର ରାଜ୍ୟେ ସ୍ୱାମୀ ରହିବା ଆଜକତୁମ୍ଭନ୍ତ ଦେଖିଣ ମୁକତି ହୋଇବେ ମୋହୋର ରାଜ୍ୟର ସର୍ବଲୋକ ।୧୬।ବ୍ରିକୋଦର ବୋଇଲେ ମୋତେ ରହିତେ ବେଳ ନାହିଂଭୋଜନ ଶୟନେ ମୋହୋର ସୁଖ ଭୋଗ କାହିଂ ।୧୭।ପଞ୍ଜାଶ ସହସ୍ର ରାଜାନ୍ତ ନିମନ୍ତ୍ରିବି ନଉ ଦିବସେକୁତୂହୋଳେ ବେଳ ନୋହୋଇ ଗମିବି ଧୂରଦେଶେ ।୧୮।ୟେ ଦିଶନ୍ତା ରାଜ୍ୟ କେଟି ହୋ ନଇରୁତସେନବଡ଼ାଇ ସମ୍ଭରେ ତ ଦିଶଇ ନଗର ଘରମାନ ।୧୯।ସ୍ୱାମୀ ୟେ ସେ ମଗଧଦେଶ ଜରାସନ୍ଧର କଟକୟେଥେଂ ସେ ବନ୍ଦୀ ହୋଇଥିଲୁ ସମସ୍ତ ରାଜାଯାକ ୨୦।ଛୟାଣୋଇ ସହସ୍ର ୟେତେବେଳଯାୟେଂ କାହିଂ ଥାନ୍ତୁୟେ ତୁମ୍ଭର ପ୍ରସାଦେ ଆମ୍ଭର ସବୁରି ବ୍ରତ ହେବୁ ।୨୧।ସେ ରାଜ୍ୟୁଂ ବାହାର ହୋଇ ଚଲଇ ଭୀମସେନଦେଖନ୍ତି ରାଜାଦଣ୍ଡେ ଉଭାରି ସର୍ବଜନ ।୨୨।ଜୟ ଜୟ ମଙ୍ଗଳ ଭାଷନ୍ତି ସର୍ବବାଳୀହାଥରେ ଅର୍ଘ୍ୟ ଘେନି ଦିଅନ୍ତି ହୁଳହୁଳି ।୨୩।ସେ ରାଜ୍ୟୁଂ ବାହାର ହୋଇ ପଚ୍ଛିମ ମୂରତିଆଗ୍ୟାଂ ହୋଇଲା ବାହୁଡ ନଇରୁତ ଚକ୍ରବ୍ରତୀ ।୨୪।ରାତ୍ର ଦିବସେ ଦଣ୍ଡେ ନ ରହରେ ବାବୁଯେତେ ରାଜା ବାଟେ ଭେଟିବୁ ସମସ୍ତ ଘେନିଯିବୁ ।୨୫।ବାହୁଡଇ ନଇରୁତ ନୃପତି ଦଣ୍ଡଛତ୍ର ଯେ ମେଲାଇରାଜ୍ୟରେ ନ ପଶି ରହିଲା ବିରୂପା ନଦୀ ତୀରେ ଯାଇଂ ।୨୬।ଚଳଇ ବ୍ରିକୋଦର ପଚ୍ଛିମ ଦିଗବିଜେବୀରତୂର ନିଶାଣଟମକ ଢୋଲ ବାଜେ ।୨୭।ମଦନଧର ବୋଲି ୟେକଇ ପରବତେଦମୟନ୍ତୀ ଯହିଂ ତପ କରୁଥିଲେ ପଞ୍ଚାଶ ସହସ୍ର ବରଷ ପରିଯନ୍ତେ ।୨୮।ଗନ୍ଧବତୀ ବୋଲିଣ ଯେ ବହଇ ୟେକ ନଦୀଗନ୍ଧମଳୟ ପର୍ବତୁଂ ଫୁଟି ଆସୁଅଛି ଭେଦି ।୨୯।ଦକ୍ଷିଣକଇଂ ଧାରେକ ବହଇ ଉଜାଣିଉତ୍ତରକଇଂ ଧାରେକ ବହଇ ତ୍ରିବେଣୀ ।୩୦।ଦୁଇନଦୀ ବହୁଅଛି ମଘଦେଶ ବେଢିପଞ୍ଜାଶ ଯୋଜନ ଆୟତନ ଉଚ୍ଛର୍ଗ ଯେଜନ ଚାରି ।୩୧।ଭୀମସେନ ବିଜୟେ ମଳୟବସନ୍ତ ପର୍ବତମେଦିନୀ ହେଳ ଘେନୁଅଛି ବୀରତୂର ଶବଦଘାତେ ।୩୨।ଦେଶାଉରେ ବାରତା ଜଣାଇଲେ ସହଦେବ ନୃପତିକିସ୍ୱାମୀ କେଉଂଣ ଦେଶର ରାଜା ୟେ ପ୍ରୟାଣ କରି ଆସଇ ୟେଥିକି ।୩୩।ଶୁଣିଣ ଆଗ୍ୟାଂଦିଲା ଜରାସନ୍ଧର ତନୟେସନ୍ନିଧ୍ୟେ ଉଭା ହୋଇଛନ୍ତି ସେନାପତି ଜୟ ଜେ ବିଜୟେ ।୩୪।ଆହୋ ଥାଠ ସନ୍ୟ ଘେନି ଯାଅସି ୟେହିକ୍ଷଣିସମରାଷ୍ଟ୍ର କି ପରରାଷ୍ଟ୍ର ତଦନ୍ତ କରି ଜାଣି ।୩୫।କିବା ଆସୁଅଛି ସମର ନିମନ୍ତେକି ଅବା ଆସୁଅଛି ବାନ୍ଧବ ପ୍ରିୟ ଅର୍ଥେ ।୩୬।ୟେହୁ ପଚ୍ଛିମ ଦିଗେ ତ ମୋତେ ନାହିଂ ପରରାଷ୍ଟ୍ରବାରତ ନ କରି କିମ୍ପେ ଆଣି ଉଭାରିଲା ଥାଠ ।୩୭।କେବଣ ଦୁଷ୍ଟରାଜା ଅବା ଆସଇ ଯୁଦ୍ଧ ମାଗିଧାଅଂ ରେ ପାରିଦଣ୍ଡ ଉଗାଳ ଯାଇଂ ବେଗି ।୩୮।ପବନୁଂ ବେଗହୋଇ ଯାଅ ଚାରଗଣରାଜ୍ୟକୁ ପଶି ନ ଦିଅରେ ଗାଢ ମୋହୋର ରାମ ।୩୯।ରାଜାର ବଚନେ ଚାଲିଲେ ମୁନେହିଂଭୀମସେନ ଠାକୁରେ ରହିଛନ୍ତି ମଳୟଗିରି ତହିଂ ।୪୦।ଆଗ୍ଆଣି ଥାଠେ ଯାଇଂ ଉଗାଳିଲେ ଚାରଗଣରାଜ୍ୟେ ନ ପଶ ବୋଲି ଦେବ ମଗଧେଶ୍ୱର ଆନ ।୪୧।ଆଗିଆଣି ଥାଠେ ଥିଲା କୃତାନ୍ତେକ ସେନାପତିଆନ ପାଡ଼ନ୍ତେ ଅସି ପ୍ରହାର କଲା ତତକ୍ଷଣାନ୍ତି ।୪୨।ବେନି ଖଣ୍ଡ ହୋଇ ଛିଡି ପଡ଼ିଲା ମୁନେହିଂଜୟ ବିଜୟେ ଦୁଇ ଛାମୁରେ ବାରତା ଯାଇଂ କହି ।୪୩।ସ୍ୱାମୀ ବଡାଇ ଦୁରାପଦ ତ ଅଟଇ ଦେବ ଥାଠବିଚାର ନାହିଂ ଦେବ ଅବିଚାରେ ଶିର କାଟ ।୪୪।ସ୍ୱାମୀ ଦୂତ ଚାରଗଣ ମଧ୍ୟସ୍ଥ ଶରଣ ୟେ ଚାରିୟେହାନ୍ତ ହତ୍ୟାକଲେ ବ୍ରହ୍ମହତ୍ୟା ଦୋଷ ସରି ।୪୫।ସ୍ୱାମୀ ଆନ ପଡିବା ମାତ୍ରକେ ନାଶକଲେ ପ୍ରାଣୀଧାଇଂଣ ରାଜ୍ୟେ ପଶନ୍ତି କାହାକୁ ହିଂ ନ ଗଣି ।୪୬।ଶୁଣିଣ ଜୟ ବିଜୟେ ମହା କୋପାନଳେଦୁଇ କୁମରେ ହାଥେ ଧରିଅଛନ୍ତି ଶୂଳେ ଶୂଳେ ।୪୭।ପଞ୍ଚାଶ ଲକ୍ଷ ଯୋଦ୍ଧା ଯେ ଚୋଖାର ତୁରଙ୍ଗରେ ରେ କାର କରିଣ ଯେ ଧାଇଂଲେ ବେଗ ବେଗ ।୪୮।କୁନ୍ତ ଅସିପତ୍ର ବୁଲାଇଣ ମୁଦୁଗର ଜାଠିଆରେ ଆରେ ବୋଲିଣ ୟେକମୁଖ ହୋଇ ଉଠି ।୪୯।କାଳ କୃତାନ୍ତକ ଭୀମସେନର ବେନି ସେନାପତିବଜ୍ରାବଳି ଗଦାୟେ ଗଦାୟେ ଘେନି ଅଶ୍ୱେ ଅଶ୍ୱେ ଚଢିଛନ୍ତି ।୫୦।ଜରାସନ୍ଧର ସେ ଯେ ଉଠିଲେ ପୁତ୍ରବେନିବୁଲାବନ୍ତି କରେ ଲାଂକିଆ ଅନ୍ତରୀକ୍ଷେ ଘେନି ।୫୧।ମେଘ ଗର୍ଜନ ପରାୟେକ ଶୁଭଇ ଘୋରରତିଓହୋବଳ ଥାଠେ ତହିଂ ହାବୋଡ଼ା ହାବୋଡ଼ି ।୫୨।ଆକାଶ କମ୍ପୁଅଛି ଓହୋବଳ ମୁଖଧୁନିପ୍ରହାର କରନ୍ତି ଯେ ଯାହାର ଶହସ୍ର ଘେନି ।୫୩।ଧାଅଂରେ ମାରରେ ବୋଲି ପଡି ଘୋର ଡାକଗଗନରେ ଖେଳନ୍ତି ଯେସନେ ବଳାହକ ।୫୪।ୟେସନେକ ଗୋଳ ଶୁଭିଲା ଓହୋବଳ ଥାଟଶହସ୍ର ପଡ଼ି ରୁଧିରମୟ ହୋଇଲା ସମରାଷ୍ଚ୍ର ।୫୫।ସନ୍ୟବଳ ଦେଖିଣ ଗର୍ଜେ ଭୀମ ମହାବଳରଥୁ ଡେଇଂ ପଡିଲା ପାଣ୍ଡବ ଅଚାର୍ଗଳ ।୫୬।କାଳଚକ୍ର ପ୍ରାୟେକ ବୁଲାଇ ବେନିଆଖିଭାଜିଲେ ମଗଧଥାଠ କୃତାନ୍ତେକ ରୂପ ଦେଖି ।୫୭।ଗଦା ବୁଲାଇଣ ବେଗେ ପବନୁ ଆପାତେହାବୋଡ଼ା ହାବୋଡ଼ି ହୋଇ ଯେ ପଡିଲେ ଦୁରାପାତେ ।୫୮।ମାର ମାର ବୋଲିଣ ଉଠିଲା ପାବେନିଗୋଡ଼ାଇ ମାଇଲା ଅନେକ ମଗଧ ଦେଶର ସଇନି ।୫୯।ରକତେ କର୍ଦ୍ଦନ ହୋଇଲେ ଗଜ ଅଶ୍ୱ ମନୁଷ୍ୟ ସହିତେପାୟେଡା ପଡିଲା ହୋଇଲେ ଅଷ୍ଟାଦଶ ଯୋଜନ ପରିଯନ୍ତେ ।୬୦।ପବନ ବିଘାତେ ଯେହ୍ନେ ପଡଇ ଫକୁଫଳମଗଧ ଦେଶର ଥାଠ ମନ୍ଥିଲା ପାଣ୍ଡବ ଅଚାର୍ଗଳ ।୬୧।ସାଂଗ୍ରାମେ ନିପାତ ଯହୁଂ ହୋଇଲେ ସଇନିଘୁଞ୍ଚି ପଳାଇଲେ ଜୟେ ବିଜୟେ ଭାଇ ବେନି ।୬୨।ସହଦେବ ଛାମୁରେ ଯାଇଂ କହିଲେ ବାରତାସ୍ୱାମୀ ଅସଖ୍ୟ ମହିଂମା ତାର ସାଂଗ୍ରାମେ ମୟେମତ୍ତା ।୬୩।ସ୍ୱାମୀ ଚାରିଲକ୍ଷ ଯୋଦ୍ଧା ତୋହୋର ପଡିଲେକ ରଣେୟେଡ଼େ ବଡ଼ ଥାଠ ମନ୍ଥନ ସ୍ୱାମୀ କଲାକ ୟେକଜାଣେ ।୬୪।ପଚାରିଲେ ନ କହଇ ସେ କେଉଂଣ ଦେଶ ରାଜାନାଶକର ଦେବତା କି ସେ ପ୍ରତକ୍ଷେ ବିଡୋଜା ।୬୫।ସ୍ୱାମୀ ୟେ ମଞ୍ଚରାଜା ହୋଇ କେ ଆସିବେ ତୋହୋର ଛାମୁକୁନାହିଂ ନାହିଂ ସ୍ୱାମୀ ୟେଥେ ପ୍ରମାଦ କରିବାକୁ ।୬୬।ଭଗ୍ନବଳ ଥାଠ ଦେଖି ନୃପତି ସହଦେବମତ୍ତ ହାଥୀୟେ ଚଢିଣ ସେ ଚଳଇ ମତ୍ତଗର୍ବ ।୬୭।ହାଥେଣ ବେନିଗଦା ଘେନି ସେ କୁମରମଣିସାଜିଲା ସମଦଣ୍ଡ ତାହାର ତେଇଶି କ୍ଷଉଣୀ ।୬୮।ତୁଲେଣ ରଥ ଆରୋହୀ ନବଶତ ପାରିଦଣ୍ଡବୀରତୂର ଶବଦେ ଯେ କମ୍ପଇ ଭୂଅଖଣ୍ଡ ।୬୯।ମର୍ଭୁତେକ ବୀରତୂର ଛାମୁରେ ତାର ବାଜେମନ୍ତ୍ରୀ ଅମନାତ୍ୟ ଘେନି ସାଂଗ୍ରାମକୁ କଲା ବିଜେ ।୭୦।ଦେଖିଲା ରାଜ୍ୟରେ ପଶନ୍ତି ପାଣ୍ଡବ ସଇନିସାଂଗ୍ରାମେ ନିର୍ଭୟେ ସେ ବୁଲାନ୍ତି ଶହସ୍ର ଘେନି ।୭୧।ସହଦେବ ଛାମୁରେ ଭେଟିଲା ନେଇ ରଥବିନ୍ଧନ୍ତି ନାରାଜନ୍ତ ଘେନିଣ ଅପ୍ରମିତ ।୭୨।ଆକାଶେ ବିରାଜଇ ଯେହ୍ନେ ସୂର୍ଯ୍ୟ ପ୍ରତଗ୍ୟାଂସ୍ୱାମୀର ଆଗ୍ୟାଂ ତେସନେ କରନ୍ତି ଅବଗ୍ୟାଂ ।୭୩।ବିରାଜନ୍ତି ମୁକୁଟ ବାଳଆଦିତ୍ୟ ତେଜ ଜାଣିମଗଧେଶ୍ୱର ଥାଠ କୋନ୍ତ ପ୍ରହାରିଲେ ଆଣି ।୭୪।ସେହ୍ନା ଟୋପର ଯେ ଛଉରୀ ବଜ୍ରଘୋଟିବିନ୍ଧନ୍ତେଣ ନାରାଜନ୍ତ ଶରୀରେ ନ ଫୁଟି ।୭୫।ଯାହାକଇଂ ସଂପକ୍ଷ ଯେ ପବନ ଦେବତାକେ ତାହାର ଛାମୁରେ ଅଛଇ ତ୍ରଇଲୋକ୍ୟେ ଗଣିତା ।୭୬।ପାଣ୍ଡବେ ସୁନ୍ଦର ସେ କୃତାନ୍ତେକ ରୂପତେଇଶି କ୍ଷଉଣୀ ବଳକୁ ୟେକା ବ୍ରିକୋଦର ଧାପ ।୭୭।ତରୁଣ ଆଦିତ୍ୟ ପ୍ରାୟେ ଦିଶଇ ବୀର ବ୍ରିକୋଦରକେ ଆସି ରଣେ ଝାସିବ ତାହାର ଛାମୁର ।୭୮।ଦଣ୍ଡ ଦେଖି ବ୍ରିକୋଦର ଉଠେ ଗଳଗାଜିମଗଧ ସଇନୁ ସବୁ ପଳାଇଲେ ଭାଜି ।୭୯।କେଶରୀକି ଦେଖି ଯେହ୍ନେ ପଳାବନ୍ତି ବନଜୀବେମହାଥାଠ ମନ୍ଥନ କଲା ସେ ଜଗଜ୍ଜିତା ପାଣ୍ଡବେ ।୮୦।ମହାଗୋଳ ହାନ୍ଦୋଳ କହିତ କି ପାରିଭୀମସେନର ଦର୍ପେ ସନ୍ୟ ଶର ବିନ୍ଧନ୍ତି ରୋଷଭରି ।୮୧।କାଳେବର ଗଦା ଧରି ଭୀମସେନ ପିଟିସହଦେବର ସଇନି ପଡିଲେ ସର୍ବେ ମହୀଲୋଟି ।୮୨।ଦଣ୍ଡଭଗ୍ନ ଦେଖି ଧାମଇଂ ମଗଧେଶ୍ୱର ରାୟେଅଶୀଲକ୍ଷ ଯୋଦ୍ଧା ଘେନି ସେ ଜରାସନ୍ଧର ତନୟେ ।୮୩ବ୍ରିକୋଦର ଛାମୁରେ ଯାଇଂ ସହଦେବ ଭେଟିଆକ୍ରେଷିଣ ଯୋଦ୍ଧାୟେ କଲେ ଅନେକ ଶର ବୃଷ୍ଟି ।୮୪।ଲୋହ ପାଷାଣ ଜାଣି ନିର୍ବାଣ ବଜ୍ର ଯାହାର କାୟାଅସ୍ତ୍ର ଶସ୍ତ୍ର ପାଣ୍ଡବେ ସେ ଅଟନ୍ତି ନିର୍ଭୟା ।୮୫।ୟେକା ପ୍ରହାରେକ ଚୂର ହୋଅନ୍ତି ରଥେଆରେକ ପ୍ରହାରେକ ଚୂର ହୋଅନ୍ତି ରଥ ଗଜ ମାହୁନ୍ତେ ।୮୬।ସହଦେବ ଦେଖନ୍ତେ ପଡିଲେ ଅନେକ ସନ୍ୟବଳଶୋଣିତ ବୃଷ୍ଟି ହୋଇଲା ଯେସନେ ବରଷାର କାଳ ।୮୭।ଦୁଇପଦ୍ମ ରଥୀ ଚାରିପଦ୍ନ ମତ୍ତନାଗନବପଦ୍ମ ପଡିଲେ ଯେ ଚୋଖାର ତୁରଙ୍ଗ ।୮୮।ଅଗଣିତା ସନ୍ୟ ମଲେ କେ ତାହାରେ ଲେଖିପଳାଇଲେ ମଗଧ ସଇନି ଯେ ସାଂଗ୍ରାମ ଉପେକ୍ଷି ।୮୯।ତିଳ ପ୍ରମାଣେ ସଇନି ପଡିଲେ ଅପ୍ରମିତେଥାଠକଇଂ ପୟେଡ ପଡିଲା ପାଞ୍ଚ ଯୋଜନ ପରିଯନ୍ତେ ।୯୦।ଭୀମସେନ ଗଦାଘାତେ ଅନେକ ସନ୍ୟ ଉଡିରଥ ଗଜ ଅଶ୍ୱେ ଯାଇଂ ଅନେକ ଧୂରେ ପଡି ।୯୧।ଜୟଦେବ ବିଜୟଦେବ ବୋଲି ସହଦେବର ବେନିଭ୍ରାଥେତିନିହେଂ ରହିଛନ୍ତି ଚଢି ରଥେ ରଥେ ।୯୨।ସହଦେବ ହାକ ଦିଅଇ ହୋ ତୁ କେଉଂଣ ଦେଶର ରଥୀମୁହିଂ ତୋହୋର ଶତ୍ରୁ ନୋହୋଇ କେଉଂଣ ଦୋଷେ ମୋହୋରସନ୍ୟ ନିପାତି ।୯୩।ମୁଂ ତୋତେ କେଉଂଣ ଦୋଷ ଅବା କଲାଇଂ ଯେ ପୂର୍ବେଭୀମସେନ ଠାକୁରେ ମୋତେ ରାଜ୍ୟ ଦିଲେ ପିତାର ଅଭାବେ ।୯୪।ପିତା ମୋର ଜରାସନ୍ଧ ଥିଲା ବଡ ଦୁଷ୍ଟଅପାର ନୃପତି ସେ ବାନ୍ଧିଲା ସକଳହିଂ ରାଷ୍ଟ ।୯୫।ନାରାୟଣ ବିବାଦୀ ସେ ହୋଇଲା ମନ୍ଦବାଟେଅଷ୍ଟାଦଶ ବେଳ ଘେନି ଧାଡିଦିଲା ଥାଠେ ।୯୬।ମଞ୍ଚ ସ୍ୱର୍ଗରେ ରହି ନୁଆରିଲେ ବାସୁଦେବକ୍ଷୀରୋଦ୍ର ଭିତରେ ଯାଇଂ ପାଇଲେ ସେହୁ ଠାବ ।୯୭।ତଦନ୍ତେ ଯାଇଂ ଇନ୍ଦ୍ରପଦକୁ କଲା ଇଚ୍ଛାରାଜାନ୍ତ ଧରିଆଣ ମନ୍ତ୍ର ଆବୋରିଲା ମନ୍ଦ କଇଚ୍ଛା ।୯୮।ପଞ୍ଚଦଶ ଦିବସେ କଲାକ ସେ ପୂର୍ଣ୍ଣ ଆହୁତିରାଜାନ୍ତ ଆହୁତିରେ ପକାନ୍ତା ଆଶ୍ୱୀନ ଶୁକଳ ଅଷ୍ଟମୀର ରାତି ।୯୯।ସନ୍ଦେଶ ଜାଣିଣ ବିଜେକଲେ ବାସୁଦେବସଙ୍ଗେ ଆଣି ଥିଲେ ଭୀମ ଅର୍ଜୁନ ବେନି ଯେ ପାଣ୍ଡବ ।୧୦୦।ଦାନ ପ୍ରତିଗ୍ରହେ ବିପ୍ରରୂପେ ଅଇଲେ କପଟେଯାଗଶାଳେ ପଶିଲେ ମୋହୋର ପିତାର ନିକଟେ ।୧୦୧।ବେଦ ଆଧ୍ୟାନ କରି ମାଗିଲେ ସେହୁଦାନସତ୍ୟକରି ଶଙ୍ଖେ ପାଣି ଛାଡିଲା ମଘଦେଶର ରାଜନ ।୧୦୨।ସତ୍ୟ କରାଇ ଜଗନ୍ନାଥେ ମାଗିଲା ସାଂଗ୍ରାମମାଲବନ୍ଧେ ଜରାସନ୍ଧକୁ ବଧ କଲେ ଭୀମ ।୧୦୩।ଜାରାସନ୍ଧକୁ ବଧକରି ଅନୁଗ୍ରହ କଲେ ମୋତେମଗଧ ଦେଶେ ଉତ୍ସବ କେଲ ଅଭିଷେକ ନିମନ୍ତେ ।୧୦୪।ଭୀମସେନ ଠାକୁରେ ମୋତେ କୋଡରେ ବସାଇରାଜ୍ୟେ ଅଭିଷେକ ମୋତେ ମଥାରେ ପାଟଦେଇ ।୧୦୫।ଛୟାଳୋଇ ସହସ୍ର ରାଜାନ୍ତ ବନ୍ଦୀ ମୁକଳ କରି ଦିଲେସମସ୍ତ ନୃପତିମାନଂକୁ ଆଣି ମୋତେ ସମର୍ପିଲେ ।୧୦୬।ୟେସନେକ ଆଗ୍ୟାଂ ଦେଇଗଲେ ଭୀମସେନ ଠାକୁରେଦିବାରାତ୍ରେ ଅଛଇ ମୁଂ ଆଗ୍ୟାଂ ନିରାଧାରେ ।୧୦୭।ପରଭୂମି ନ ସାଧଇ ନ ଯାଇଂ ପରରାଷ୍ଟେପରମାଣ ଆଗ୍ୟାଂୟେ ମୁଂ ନ ଜାଣଇ ପରଥାଠେ ।୧୦୮।ସେ ସ୍ୱାମୀର ଆଗ୍ୟାଂୟେ ନ ଲଘଂଇ ପରସୀମାତୁ ମୋହୋର ସନ୍ୟ କିଂପେ ନାଶିଲୁ ହୋ ମହାତମା ।୧୦୯।ବ୍ରିକୋଦର ଶରଣ ମୁଂ ବ୍ରତଇ ସର୍ବକାଳେମୋହୋର ଶରଣ ପିଅର ସେ ଅଟନ୍ତି ୟେତେବେଳେ ।୧୧୦।କାର୍ପୁଣ୍ୟ ହୋଇଣ ଯହୁଂ କହଇ ଜରାସନ୍ଧର ନନ୍ଦନସ୍ୱାମୀ କାହିଂ ଅଛ ରକ୍ଷାକର ମୋତେ ପାଣ୍ଡବ ଭୀମସେନ ।୧୧୧।ସହଦେବ ମୁଖୁଂ ୟେସନେକ ବାକ୍ୟ ଶୁଣିଆସ ଆସ ସହଦେବ ହୋ କୁମର ଚୂଡାମଣି ।୧୧୨।ବାବୁ ମୁହିଂ ସେ ପାଣ୍ଡବ ସୋହୋଡ ଅଟଇ ବୀର ଭୀମତୁ ତ ନ ଜାଣି ଯୁଦ୍ଧ କଲୁ ମୁହିଂ କଲାଇଂ ତୋତେ ତମ ।୧୧୩।ଶୁଣିଣ ସହଦେବ ରଥରୁ ପଡିଲାକ ଡେଇଂଶତେ ଶହସ୍ର ଦଣ୍ଡପ୍ରଳମ୍ବ ହୋଇଲେ ତିନିଭାଇ ।୧୧୪।ସ୍ୱାମୀ କ୍ଷମା କରିବା ମୋର ଦଶଦୋଷ ଅପ୍ରାଧନ ଜାଣି ପାମର ମୁଂ ଅନମିତେ କଲି ଯୁଦ୍ଧ ।୧୧୫।ଶରଣ ସମ୍ଭାଳଣ ନାଥ ଭଗତଜନବତ୍ସଳାକ୍ଷତ୍ରୀୟ ବୀରବର ତୁ ପ୍ରତଗ୍ୟାଂ ଅଚାର୍ଗଳା ।୧୧୬।କୁମ୍ଭେକ ବିହାରି ନାଥ କପିଳାସ କଲୁ ରକ୍ଷାଅଗାଧ ଜଳେ କୁମ୍ଭିରୀ ନ କଲୁ ଉପେକ୍ଷା ।୧୧୭।କିନ୍ନରୀ ଦତ୍ୟ ବିଦାରଣ ତୁ ହିଡିମ୍ବକ ଦର୍ପ ଧ୍ୱଂସାଶିବପୁର ନଗ୍ର ରକ୍ଷାକରି ଚାଣ୍ଡାଳ ବଳ ନାଶା ।୧୧୮।ଦେବକଇଂ ଦେବ ତୁ ଶାହାସ୍ରେ ପଣ୍ଡିତ ମହାଭିଗ୍ୟଂଗ୍ୟାଂନକଇଂ ଗ୍ୟାନଗୁରୁ ତୁ ଧାରଣକଇଂ ସର୍ବଗ୍ୟଂ ।୧୧୯।ପାଣ୍ଡବାସୁର ନିବାରଣ ତୁ ବକାସୁର ଦର୍ପଗଞ୍ଜାକାଳାନ୍ତକ ବିଦାରଣ ନାଥ ନାଗେଣୀ ବଳ ଭଞ୍ଜା ।୧୨୦।ଦୟା ସାଗର ତୁ ଶରଣ ପଞ୍ଜର ବିରଧୂଜାରା ନିଶୋଧନ ତୁ କଲୁ ମାଲ ଯୁଦ୍ଧୁଂ ।୧୨୧।ପବନ ଆତ୍ମଜ ତୁ ଯେ ଦୟାର ସାଗରଦଶଦୋଷ ଅପ୍ରାଧ କ୍ଷମା କରସି ମୋହୋର ।୧୨୨।ଅନେକ ତୃପ୍ତି କରଇ ମଗଧେଶ୍ୱର ବାଳବେନିନେତ୍ରୁଂ ବହଇ ଆନନ୍ଦେ ଅଶ୍ରୁଜଳ ।୧୨୩।ପୁଣ ପୁଣ ପ୍ରଣପତ୍ୟ କରଇ ବିକଳେଦୟାସାଗର ମାରୁତି ଧଇଲେ ନେଇ କୋଳେ ।୧୨୪।ମୁଖେ ଚୁମ୍ବନ ଦେଇ ବେନିଭୁଜେ ଭିଡ଼ିତୁ ସେ ମୋର ପୁତ୍ର ବୋଲିଣ କୋଳେଣ ଭୀମ ଧରି ।୧୨୫।ଅନେକ ସଇନି ଯେ ମାଇଲୁ ତୋର ଅନମିତେଚାରଗଣେ ବାରତ କି ନ କହିଲେ ତୋତେ ।୧୨୬।ପଛିମ ଦିଗେ ବିଜେ ବୋଲିକି ତୁ ଆଗହୁଂ ନ ଜାଣୁଦେଶାଉର ମୁଖରୁ କି ବାରତା ନ ଶୁଣୁ ।୧୨୭।କଟକେ ପ୍ରବେଶ ହୋଇଲା କାଳଦଣ୍ଡ ପାଣିଅନେକ ଉଚ୍ଛବ କରାଇଲା ସହଦେବ ନୃପମଣି ।୧୨୮।ଛାମୁରେ ଚାମର ସେ ଡାଳନ୍ତି ତିନିଭ୍ରାତେଉଦ୍ଦଣ୍ଡ ପାଟଛତ୍ର ଧରିଛନ୍ତି ପାତ୍ର ଅମନାତ୍ୟେ ।୧୨୯।ବିଜୟେ ବ୍ରିକୋଦର ଚନ୍ଦ୍ରଶାଳା ମନ୍ଦିରେକ୍ରୋଧ ଛାଡି ଉଚ୍ଛବ କଲାକ ରାଜ୍ୟରେ ।୧୩୦।ଅନେକ କୃତକୃତ୍ୟ ହୋଅନ୍ତି ସର୍ବଜନେହରିଲୁ ଦୁଷୁକୃତମାନେ ପ୍ରଭୁ ତୋହୋର ଦରଶନେ ।୧୩୧।ପ୍ରତକ୍ଷେ ନାରାୟଣ ଦେଖିଲୁ ନିଦାବିଷ୍ଣୁତରିଲୁ ସଂସାର ସାଗର ଘୋର କଷ୍ଟୁଂ ।୧୩୨।ମୁଣୋହିକି ଯୋଗାଡ ସଞ୍ଚା ୟେ କରଇ ସହଦେବସେ ଜାଣିଅଛି ଭୀମସେନର ମୁଣୋହି ଯେସନେକ ଭାବ ।୧୩୩।ସହସ୍ରେକ ସୂପକାର ସଙ୍ଗତେ ଅଛନ୍ତି ଅନୁବ୍ରତେରୋଷୁଅ ମନ୍ଦିରେକ ଭିଆଇଲେ ପରିମଳ ରାନ୍ଧଣା ନିମନ୍ତେ ।୧୩୪।ସୁସଞ୍ଚ ତଣ୍ଡୁଳମାନ ଷାଠିୟେ ପଉଟିଅନେକ ମେଞ୍ଜନ ଯୋଗାଡ଼ ଆଣିଲେ ଯାହାକୁ ଯେତେ ଅଣ୍ଟି ।୧୩୫।ସହସ୍ରେକ ସୂପକାର ତହିଂ କରନ୍ତି ପଚନଶତେକ ମାଲ କରନ୍ତି ଭୀମସେନେ ତଇଳ ମର୍ଦ୍ଦନ ।୧୩୬।ସ୍ରାହାନ ସାରିଲେ ସେ ଯେ ନଦୀର ଭିତରେଆହାର୍ଣ୍ଣିକ ସାରି ବ୍ରିକୋଦର ନିଜୟେ ମୁଣୋହି ମନ୍ଦିରେ ।୧୩୭।ଘୃତରସ ଯୋଗାଡ ନିରାମିଷ ଅନ୍ନପରଶନ୍ତି ସୂପକାରେ ଅମୃତ ଯୋଗାଡ଼ମାନ ।୧୩୮।ଭୁଞ୍ଜିଣ ପାଣ୍ଡବ ଯେ ଉଠିଲେ ଅତିବେଗେକରନ୍ତି ଆଞ୍ଚୋବନ ପନୀରଜଳ ଯୋଗେ ।୧୩୯।ଆଞ୍ଚୋବନ ସାରିଣ ଦେବ ବିଜୟେ ଆସ୍ତାନେଖଟନ୍ତି ବିଳାସୁଣୀ ଯେ ଗଣିକାଗଣମାନେ ।୧୪୦।ସରଗୁଣା ଅଧାଟୀ ବୀଣା ସପତସ୍ୱର ବେଣୀଖଟନ୍ତି ବିଳାସୁଣୀ ଭରହରଷ ଗାୟେଣୀ ।୧୪୧।ତିମ୍ବୁରୁ ନାଦ ଉଂକାରନ୍ତି ତାନ ଧରି ହାଥେମୋହନ୍ତି ମୋହିନୀ ଯେ ତାଣ୍ଡବ ନୃତ୍ୟଗୀତେ ।୧୪୨।ସ୍ରାହାନ ନିତ୍ୟକର୍ମ ସାରିଣ ସହଦେବମୁଣୋହି ସାରି ଆସିଣ ଛାମୁରେ ଉଭା କିଂକରଭାବ ।୧୪୩।ଶ୍ରୀକରେ ଅର୍ଘ୍ୟ ଘେନି ଜରାସନ୍ଧର ପୁତ୍ରବ୍ରିକୋଦରକଇଂ ପାଦାଅର୍ଘ୍ୟ ଦିଲାକ ତୋଷଚିତ୍ତ ।୧୪୪।ଲକ୍ଷେଭାର ସୁବର୍ଣ୍ଣ ଦିଲାକ ଦରଶନିପୁଣ ପୁଣ ମହାରାଜା କରଇ ଦଇନି ।୧୪୫।ସହଦେବକୁ କୋଳେଧରି ବୋଲଇ ପାବେନିରାଜୁସି ଯାଗକୁ ସଜକର ତୋହୋର ସଇନି ।୧୪୬।ଶ୍ରୀକରେ ବ୍ରିକୋଦର ଦିଲା ଅକ୍ଷତ ଗୁଆସମଦଣ୍ଡ ଘେନି ତୁ ରାଜୁସି ଯାଗକୁ ଯାଅ ଯା ।୧୪୭।ସହଦେବ ବୋଇଲା ଦେବ ଆଗ୍ୟାଂ ପରମାଣେଇନ୍ଦ୍ରପ୍ରଶସ୍ତ ଭୁବନକୁ ମୋର ଅନକୂଳ ୟେହିକ୍ଷଣେ ।୧୪୮।ତେଇଶି କ୍ଷଉଣୀ ବଳ ସହଦେବ ସାଜିମଣ୍ଡନ୍ତି ରହୁବର ଯୋଚନ୍ତି ଚାରି ଚାରି ବାଜୀ ।୧୪୯।ସହଦେବଂକୁ ନିମନ୍ତ୍ରି ରାଜ୍ୟୁଂ ବାହର ବ୍ରିକୋଦରଶ୍ରୀମୁଖେ ବୋଇଲେ କଲ୍ୟାଣ ହେଉ ସହଦେବ ବାହୁଡ ।୧୫୦।ନିଉଛାଳି କରିଣ ସହଦେବ ପରିଣାମିୟେହି ଦୟା ସର୍ବଦା ମୋତେ କରିଥିବା ଦେବସ୍ୱାମୀ ।୧୫୧।ସମଦଣ୍ଡ ଘେନି ବାହୁଡଇ ଜରାସନ୍ଧର ବଳାହସ୍ତିନାକଇଂ ସମଦଣ୍ଡ ଘେନିଣ ଚଳିଗଲା ।୧୫୨-୨୪୨୮।