ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୧୨ / ୨୩
ସମ୍ପୂର୍ଣ୍ଣ ସୂଚୀପତ୍ର
ବିରାଟ ରାଜ୍ୟରେ ଭୀମଙ୍କ ଦୂତର ଅପମାନ
ଆହୋ ବଇବସୁତ ମନୁ ପୁଚ୍ଛା କଲେ ଅଗସ୍ତିଂକିଭୀମସେନ ଶ୍ରୀମୁଖ ଲେଖନ ଗଲା ଯେ ବିରାଟର ତହିଂକି ।୧।ଶୁଣିବାକୁ ସୁରସ ଯେ ବଡ଼ାଇ କୁତୂହୋଳଶୁଣନ୍ତେ ଲଭିବି ଯେ କୋଟିୟେ ତୀର୍ଥର ଫଳ ।୨।ଅଗସ୍ତି କହିଲେ ଯେ ମନୁ ପୁରୁଷଂକୁକାଳିଞ୍ଜନ ଡଗର ଗଲା ଯେ ମତ୍ସ୍ୟଦେଶ ରାଜ୍ୟକୁ ।୩।ଶତେକ ଦୂତ ତାହାର ତୁଳେଣ ତୋଷକାରୀବିମାନ ଆରୋହି ଗଲା କାଳିଞ୍ଜନ ପଢିହାରୀ ।୪।କୀଚକ ବିଜେ କରିଅଛି ଯେ ବାହାର ଜଗତୀସହସ୍ରେକ ବିଳାସୁଣୀୟେ ଯେ ଛାମୁରେ ଚାମର ଢାଳନ୍ତି ।୫।ବିଜୟେ ମଣି ମୁକୁଟ ଶୋଭଇ ଲଲାଟେକି ଅବା ସୁରେଶ୍ୱର ବିଜୟେ ବଇରାଷ୍ଚେ ।୬।ବଡ଼ାଇ ଆଡ଼ମ୍ବର ଦେଖି ସେ କାଳିଞ୍ଜନ ପଢିହାରୀୟେହି ସେ ହୋଇବ ନାମ ମତ୍ସ୍ୟ ଦେଶର ଅଧିକାରୀ ।୭।ହୃଦେ ଶ୍ରୀମୁଖ ଲାଇ ହାକଇ କାଳିଞ୍ଜନଆହୋ ବିରାଟ ଜଗତୀରୁ ଆସସି ବହନ ।୮।ପାୟେଡ଼ା ପାଡ଼ି ଯେ ଶ୍ରୀମୁଖ ଘେନସି ହୋ ରାୟେକେଉଂଣ ଦର୍ପେ ତୁ ହୋ ୟେଡ଼େକ ନିର୍ଭୟେ ।୯।କୀଚକ ବୋଇଲା ତୁ ହୋ ଅଟୁ କାହାର କତିଦୂର ଚାରୀ ହୋଇ କିଂପା ୟେଡ଼େକ ନିର୍ଭାନ୍ତି ।୧୦।କେ ରେ ମୋତେ ଶ୍ରୀମୁଖ ଦେଇତେ ସାମରଥାନ ଜାଣୁ କି ସାଂଗ୍ରାମେ ମୁଂ ଅଭୟେ ବଳବନ୍ତା ।୧୧।ଶରଣ ସୋଦର ମୁହିଂ ଦୁଖୀ ଲୋକକଇଂ ବନ୍ଧୁନିଚୟେ ଶିର ଯେ ଆଜ ଛାଡ଼ିଲା ତୋହୋର କନ୍ଧୁଂ ।୧୨।ପ୍ରତଗ୍ୟାଂ କରିଣ ଯହୁଂ କୀଚକହିଂ ବୋଇଲାଶୁଣି କାଳିଞ୍ଜନ ପଢିହାରୀ ମହାକୋପ କଲା ।୧୩।ଯମ ଦର୍ପଭଞ୍ଜା ବ୍ରିକୋଦର ସେନାପତିଭ୍ରତ୍ସନା ବଚନ ସହି ନୁଆରନ୍ତି ମାରୁତି ।୧୪।ପ୍ରତଗ୍ୟାଂ କରିଣ ସେ ବୋଇଲା କାଳିଞ୍ଜନନ ଜାଣୁ କି ବିରାଟରେ ପାଣ୍ଡବ ଭୀମସେନ ।୧୫।ହିଡ଼ିମ୍ବକ ରାକ୍ଷସ ଯେ ବିଦାରିଲା ରଣେଲକ୍ଷେକ ନୃପତିଂକି ସ୍ୱୟମ୍ବରେ ଜିଣିଲା ୟେକାଜଣେ ।୧୬।ବକାସୁର ଦର୍ପ ମର୍ଦ୍ଦନ ଓଡ଼ାଦି ଶିବପୁର ନଗ୍ର ଭଞ୍ଜାପ୍ରତଗ୍ୟାଂ ସାଚା ସେହି ଯୁଝେଷ୍ଠିଦେବଂକ ସାନୁଜା ।୧୭।ଆହୋ ବିରାଟ କାହ୍ନୁ ସଂକ୍ରିଷଣ କଂପନ୍ତି ଯାହାର ନାୟେଂଜରାସନ୍ଧକୁ ଯେହୁ ନିବାରିଲା ୟେକା ମୁଥଘାୟେ ।୧୮।ଆହୋ ବୀରବର ସୋହୋଡ଼ ସେ ପାଣ୍ଡବ ପଞ୍ଚାଣରାଜୁସି ଯାଗ ନିମନ୍ତେ ସେ ପଚ୍ଛିମ ଦିଗ ବରଣ ।୧୯।ଦୁଷ୍ଟ ଦର୍ପ ନିଶୋଧନ ସେ କଇଚ୍ଛା ଜଗଜେଠୀତ୍ରଇଲୋକ୍ୟେ ଚହଳ ପଡ଼ଇ ବ୍ରିକୋଦର ନାମ ଗୋଟି ।୨୦।ପାୟେଡ଼ା ପାଡ଼ି ଶ୍ରୀମୁଖ ଘେନ ହୋ ବିରାଟଠାକୁରେ ବିଜେ କରିଅଛନ୍ତି ପଚ୍ଛିମ ସଉରାଷ୍ଟ ।୨୧।କୀଚକକଇଂ ନ ଚିହ୍ନିଲା କାଳିଞ୍ଜନ ପଢିହାରୀବିରାଟ ପରାୟେ ମଣି ତାକୁ ଗାଢେଣ ଉତ୍ତର କରି ।୨୨।ବିରାଟ ଅଭିମାନ ଯେ କୀଚକ ନ ସହଇତୁକାର ବଚନ କରି କାଳିଞ୍ଜନ ଅନେକ କହଇ ।୨୩।ବେଳୁ ବେଳୁ ପ୍ରତଗ୍ୟାଂ ସହିତ ନୁଆରଇକୋପଭର ହୋଇ କାଳିଞ୍ଜନକୁ ଅନାଇ ।୨୪।ରାଗେଣ ବୋଇଲା ୟେହାକୁ ନିଅ ବାଳ ଧରିବେଗକରି ନିଅରେ ନ ଥାଉ ୟେ ଆମ୍ଭ ପୁରୀ ।୨୫।ଜଗତୀର ତଳେ ଥିଲେ କୀଚକର ଅନେଶ୍ୱତ ଭ୍ରାଥକୀଚକର ଆଗ୍ୟାଂରେ ସେ ଧାଇଂଲେ ଅମନାତ୍ୟ ।୨୬।ପରଶୁ ଫାଶୀ ଗଦା ମୁଦୁଗରନ୍ତ ବୁଲାଇକାଳିଞ୍ଜନ ପଢିହାରୀକି ବେଢି ଧଇଲେକ ବେଗେ ଯାଇଂ ।୨୭।କେ ତାହାର ଦରାଣ୍ଡି ଧଇଲେକ ବାଳଅନ୍ତରୀକ୍ଷେ ଆଣନ୍ତେ ଚରଣ ନ ପଡ଼ଇ ତଳ ।୨୮।ଶ୍ରୀମୁଖ ଉଛୁଡ଼ିଣ ଘେନିଲେକ ତାର ତହୁଂଆରେ ମାନବ ଜନ୍ମ ହୋଇ ତୁ ୟେଡ଼େକ ଗର୍ବ ବହୁ ।୨୯।ଶିରଚ୍ଛେଦ ବୋଲିକରି ଯହୁଂ ମନ୍ତ୍ରୀ ଆଗ୍ୟାଂ ଦିଲାଯାଚକେଶ୍ୱରୀ ମନ୍ତ୍ରୀ ସମ୍ଭାଳି ବିରାଟକୁ କହିଲା ।୩୦।ସ୍ୱାମୀ ଭୀମସେନ ବୋଲି ଇନ୍ଦ୍ରପ୍ରଶସ୍ତ ରାଜ୍ୟରଜରାସନ୍ଧକଇଂ ସାଂଗ୍ରାମେ କଲାକ ଅପହାର ।୩୧।ଯୁଝେଷ୍ଠିଦେବଂକର ରାଜୁସି ଯାଗ କାର୍ଯ୍ୟେସମଦଣ୍ଡ ଘେନି ମାରୁତି ପଚ୍ଛିମ ଦିଗ ବିଜେ ।୩୨।ଅନେକ ରାଜ୍ୟ ସାଧି ବିଜେ କରିଛନ୍ତି ପଞ୍ଚୁଧାରା ପର୍ବତେଶ୍ରୀମୁଖ ଗୋଟିୟେ ସ୍ୱମୀ ଦେଇଛନ୍ତି ତୋତେ ।୩୩।କୀଚକ ଧରି ତାହାନ୍ତ କରୁଅଛି ନିଧନଶୁଣିଣ ମତ୍ସ୍ୟେଶ୍ୱର ଯେ ଧାମଇଂ ବହନ ।୩୪।କୀଚକର ଭାଇ ତାହାକଇଂ ନେଉଛନ୍ତି ହାଣିରହ ରହ ବୋଲି ଦୂରୁଂ ଡାକଇ ନୃପମଣି ।୩୫।ରାଜାର ବଚନେଣ ସମସ୍ତେ ହୋଇଲେକ ଶାନ୍ତିକାଳିଞ୍ଜନ ପଢିହାରୀକି କୋଳକରି ଧଇଲା ମତ୍ସପତି ।୩୬।ବନ୍ଧନୁ ଫେଡ଼ି ତାହାକଇଂ ବସାଇଲା କୋଳେକନେକ ସ୍ରାହାନ କରାଇଲା ମତ୍ସ୍ୟମହୀପାଳେ ।୩୭।କୀଚକ ଭ୍ରାଥାମାନନ୍ତ ରାଗେ ଦିଲା ଗାଳିଯେଉଂଣ ସ୍ୱାମୀଂକି ଜଗନ୍ନାଥେ ଖଟନ୍ତି ମନର ହିଆଳୀ ।୩୮।ୟେସନେକ ଅଗ୍ୟାନ ତୁମ୍ଭେ ରେ ପାମର ଦୁଷ୍ଟ ମନ୍ଦଦୁତୀ ନିରଞ୍ଜନର ଶ୍ରୀମୁଖ କିଂପାଇଂ ତୁମ୍ଭେ ନିନ୍ଦ ।୩୯।ଅନେକ ବିନୟ ଭାବେ କହଇ ମନର ହିଆଳିଶ୍ରୀମୁଖ ଘେନିଲା ସେ ରାଜା କରି ନିଉଛାଳି ।୪୦।ଶତେ ସହସ୍ର ଦଣ୍ଡଲାଇ ଶୁତିଲା ପରିଣାମିଶ୍ରୀମୁଖ ମଥାରେ ଲଗାଇ ଉଭା ମତ୍ସାଧିପ ସ୍ୱାମୀ ।୪୧।କାଳିଞ୍ଜନକଇଂ ଅନେକ ଗଉରୋବ କରାଇଆସ୍ତାନେ ବିରାଟ ତାକୁ ବସାଇଲା ନେଇ ।୪୨।ଶତେଭାର ସୁବର୍ଣ୍ଣେ ସେ କଲାକ ପାଦପୂଜାଶ୍ରୀମୁଖ ମୁଦ ଭଞ୍ଜାଇଲା ମତ୍ସ୍ୟଦେଶର ରାଜା ।୪୩।ଯାଚକେଶ୍ୱର ମନ୍ତ୍ରୀ ପଢିଲା ସମସ୍ତ ତରିଜାଶୁଣିଣ ଶଂକିଲା ସେ ବରିରାଷ୍ଟ ଆତ୍ମଜା ।୪୪।ବହୁତ ଯହୁଂ ଶୁଣିଲା ବଡ଼ିମାଦୁସହ କାଳେବରର ଅନେକ ମହିଂମା ।୪୫।ମେନ ବହୁ ତ୍ରାସ କଲା ଯେ ରାଜା ମତ୍ସେଶ୍ୱରବୋଇଲା ନିଚୟେ ନାଶ ଗଲା ୟେ ରାଜ୍ୟ ମୋହୋର ।୪୬।ଦୂତକଇଂ ଝିଂଘାସିଲା କୀଚକ ମହାବୀରସଂଚୟେ ଶିରୀ ଆୟୁଷ ତୁଟିଲା ମୋହୋର ।୪୭।ଅନେକ ବିନୋୟୀ ହୋଇ କହିଲା କାଳିଞ୍ଜନକୁତୋହୋର ଦୟା କଲେ ମୋହୋର ବୁଦ୍ଧି ଅଛଇ ବ୍ରତିବାକୁ ।୪୮।କୀଚକର କଲା ଦୋଷ ଯେବେ କରିପାରୁ କ୍ଷମାଧର୍ମଉଦିତ ମୋତେ ହୋଇବୁ ତୁ ମୋତେ ରକ୍ଷାକଲେ ମହାତମା ।୪୯।କାଳିଞ୍ଜନ ବୋଇଲା ତୁ ଶୁଣ ହୋ ମତ୍ସପତିମୁହିଂ ତୋହୋର ଅପରାଧ କଲଇଂନି ଶାନ୍ତି ।୫୦।ସହଦେବ ବୋଲିଣ ଯେ ଯୁଝେଷ୍ଠିଂକର ମନ୍ତ୍ରୀଭୂତ ଭବିଷ୍ୟ ଯେ ଗତ ଆଗତ ଆପଣେହେଂ ଜାଣନ୍ତି ।୫୧।ଉତ୍ପତ୍ତି ପ୍ରଳୟ ଯାହାଂକୁ ହୋଅଇଟି ଦୃଶ୍ୟସେ ମନ୍ତ୍ରୀ ଥିବ ଯେ ଯୁଝେଷ୍ଠିଂକ ପାଶ ।୫୨।ଅବଶ୍ୟ ରାଜୁସିଯାଗ ସଭାୟେ ସମସ୍ତ ରାଜାଂକର ବାରତା ପଡ଼ିବକୀଚକର ଦୋଷ ସହଦେବ ଭୀମସେନ ଠାକୁରଂକୁ କହିବ ।୫୩।ସେ କଥା ବଞ୍ଚାଣ ଯେ ନ ଯାଇ କଦାଚିତେଅବଶ୍ୟ କୀଚକ ବଧ ହୋଇବ ଭୀମସେନ ଠାକୁରଂକ ହାଥେ ।୫୪।ସମଦଣ୍ଡ ଘେନି ତୁ ଇନ୍ଦ୍ରପ୍ରଶସ୍ତ ରାଜୁସି ଯାଗକଇଂ ଯିବୁତୋହୋର କୀଚକକୁ ବାବୁ ସଙ୍ଗତେ କେବେହେଂ ନ ନେବୁ ।୫୫।ମୁହିଂ ଯାବତ କାଳେଣ ଧର୍ମଦୂତ ପେଷକାରୀମୁର୍ଖପଣେ କୀଚକ ହୋ ଅପାର ଦୋଷକାରି ।୫୬।ମଧ୍ୟସ୍ଥ ହୋଇଣ ଯେବେ କହିବି ତା ଆଗେଅବଶ୍ୟ ଦ୍ୱନ୍ଦ ହୋଇବ ଓହୋବଳ ଭାଗେ ।୫୭।ଦ୍ୱନ୍ଦ ହୋଇଲେ ପୁଣ ପଡ଼ଇ ଅନେକ ହତ୍ୟାତଦ ଦୋଷେ ବଡ଼ାଇ ଶାସ୍ତି ଯେ ଦିଅଇ ଯମ ଦେବତା ।୫୮।ଯଦ୍ୟପି କୀଚକ ତୋହୋର ହୋଇଲା ଅପରାଧୀୟେ ମୋହୋର ସତ୍ୟ ସତ୍ୟ ଠାକୁରଂକ ଛାମୁରେ ନ କହିବି ଅବଧି ।୫୯।ଅନେକ ଯୋଗାଡ ଦିଲା ମତ୍ସ୍ୟାଧି ରାଜନତ୍ରିପୁତି ହୋଇଣ ଭୋଜନ କରଇ କାଳିଞ୍ଜନ ।୬୦।ବିରାଟ ରାଜାକୁ ଦିଲା ସେ ଅକ୍ଷତ ଗୁଆଉଠି ମଥାରେ ଘେନିଲାକ ସୁଦେଷ୍ଣା ପ୍ରାଣନାହା ।୬୧।କାଳିଞ୍ଜନ ବୋଇଲା ତୋହୋର ଯେତେକ ଥାଠସନ୍ୟତାହାନ୍ତ ଘେନି ଇନ୍ଦ୍ରପ୍ରଶସ୍ତେ ଚଳସି ବହନ ।୬୨।ପାଣିଦ୍ରବ୍ୟ ଶତେଭାର ଦିଲାକ ସତ୍ସ୍ୟପାଳଭୀମସେନ ଠାକୁରଂକର ଶ୍ରୀମୁଖ ସମ୍ଭାଳ ।୬୩।କାଳିଞ୍ଜନ ବୋଇଲା ୟେହାନ୍ତ ଘେନିଯାଅ ତୁହିରାଜୁସି ଯାଗଠାରେ ଦେବୁସି ମୁକୁଇଂ ।୬୪।ୟେସନେକ ଆଗ୍ୟାଂ ଦେଇ ବାହୁଡ଼ଇ ଦୂତଆସନ୍ତି ଅନ୍ତରୀକ୍ଷେ ପବନୁଂ ଆପାତ ।୬୫।ଚକ୍ରସେନ ରାଜାଙ୍କ ଆମନ୍ତ୍ରଣ, କଣୟବିନ୍ଦୁ ରାଜାଙ୍କର ସୂର୍ଯ୍ୟଙ୍କ ପ୍ରତି ସ୍ତବ ଓ ଲଗ୍ନାଜିତ ରାଜାଙ୍କୁ ଆମନ୍ତ୍ରଣଡାହାଳ ଦେଶକୁ ଜିଣି ଚଳଇ ମାରୁତିବେଲାଳ ଦେଶେ ପ୍ରବେଶ ପଞ୍ଜଦିନ ରାତି ।୧।ଦୂତେ ଭେଟିଲେ ଯାଇଂ ପବନ ନନ୍ଦନପ୍ରଣମ୍ୟ କରି କାଳିଞ୍ଜନ କହିଲା ସକଳ ବିଧାନ ।୨।ବିରାଟ ଅପାର ମାନ୍ୟକଲା ଶ୍ରୀମୁଖକୁଦେଖା ଦରଶନି ଧନ ଘେନି ଚଳିଲା ହସ୍ତିନାକୁ ।୩।ଶୁଣି ଭୀମସେନ ହୋଇଲା ସନ୍ତୋଷପ୍ରବେଶ ହୋଇଲେ ଯାଇଂ ବେଲାଉଳ ଦେଶ ।୪।ଚକ୍ରସେନ ବୋଲି ଯେ ବେଲାଳ ଦେଶ ରାଜନତାହାର ରାଜ୍ୟେ ଯାଇଂ ପ୍ରବେଶ ଭୀମସେନ ।୫।ଭାଗ୍ୟବର ବୋଲିକରି ତାହାର ଯେ ମନ୍ତ୍ରୀସେ ଯାଇଂ ଜଣାଇଲା ଚକ୍ରସେନ ନରପତି ।୬।ସ୍ୱାମୀ ତୋହୋର ପିତାକୁ ମାଇଲା ଯେଉଂଣ ଜରାସନ୍ଧଯେଉଂଣ ପାଣ୍ଡବ ତାହାକଇଂ ସାଂଗ୍ରାମେ କଲା ବଧ ।୭।ପଚ୍ଛିମ ଦିଗ ବରଣେ ସେ ବ୍ରିକୋଦର ଜେନାରାଜ୍ୟେ ପ୍ରବେଶ ହୋଇଲେ ତାହାନ୍ତ ଦ୍ରଶନ କରୁ କିନା ।୮।ବହୁତ ରାଜ୍ୟ ସେ ଆସୁଅଛି ଉଜାଡ଼ିସଜ୍ଜନ ରକ୍ଷାପାଳନ ଦୁର୍ଜ୍ଜନ ଜନକଇଂ ନିବାରି ।୯।ସହସ୍ରେକ ଭାର ଘେନି ପାଣିଦ୍ରବ୍ୟ ଧନସହସ୍ରେକ ଅଶ୍ୱ ଅଷ୍ଟରତ୍ନେ ଖଞ୍ଜିଲା ବିମାନ ।୧୦।ସହସ୍ରେ ପାଟଛତ୍ର ସହସ୍ର ବନିତାସହସ୍ରେକ ଭାର ବଡ଼ ସୁବାଟୁଳି ମୁକୁତା ।୧୧।ଧନେଣ କୁବେରକୁ ସେ ସମାନ ନୃପମଣିଅନେକ ରତ୍ନ ଘେନି ବିଜୟେ ତତକ୍ଷଣି ।୧୨।ଭୀମସେନ ଦୂତମାନେ କରନ୍ତି ବାରତସ୍ୱାମୀ ଦ୍ରଶନ କରି ଆୟେ ଗାଲମାଧବର ସୁତ ।୧୩।ଅନେକ ସମ୍ଭର୍ବେ ଦ୍ରଶନ କଲାକ କୁମାରସ୍ୱାମୀ ପିତା ଶତ୍ରୁ ଧ୍ୱଂସନ୍ତା ତୁ ଅଭୟେ ବ୍ରିକୋଦର ।୧୪।ଅଭୟେ ସୋମବଂଶୀ ଜୀବନ ତୋର ସାଧୁଶରଣ ରକ୍ଷଣ ତୁ ନିରେଖ ଜନ ବନ୍ଧୁ ।୧୫।ଗଳାରେ କୋଠାର ଲାଇ ଦନ୍ତରେ ତିରଣଶରଣ ପୂକାରଇ ତୁ ଜଗତ ଉଦ୍ଧାରଣ ।୧୬।ବାଳୁତ ବିନୟ ଦେଖି ଦୟା କଲାକ ମାରୁତିଦଣ୍ଡ ସନ୍ୟ ଘେନି ରାଜୁସିଯାଗକୁ ଚଳି ଯା ଦିବାରାତି ।୧୭।ବେଲାଳ ଦେଶ ନୃପତି ପୁଣ ପୁଣ କରଇ ସେବାକ୍ଷଣେକ ବିଶ୍ରାମି ଦେବ ମୁଣୋହି କରିବା ।୧୮।ଭୀମସେନ ବୋଇଲା ମୋତେ ୟେଡେକ ସୁସ୍ଥ କାହିଂରାଜାନ୍ତ ବେଗେ ନିମନ୍ତ୍ରିବି ମୁଂ ୟେଥେ ରହିଣ ନୁଆରଇ ।୧୯।ଚକ୍ରସେନକଇଂ ଚଳାଇ ତହୁଂ ଚଳଇ ବୀରମଣିକୋଶଳ ଦେଶେ ଯାଇଂ ପ୍ରବେଶ ହୋଇଲେ ଗଦାପାଣି ।୨୦।ଗନ୍ଧନଦୀ ବୋଲିକରି ୟେକଇଂ ନଦୀଗୋଟିକଣ୍ୱଋଷିର କର୍ଣ୍ଣରୁ ସେ ଆସୁଅଛି ଫୁଟି ।୨୧।ମନ୍ଦର ଅନୁଜ ଚାରିପୀଢ ପରବତମେଘଂକର ଜନ୍ମଭୂମି ତହିଂ ମେଘେ ଥାନ୍ତି ଅନୁବ୍ରତ ।୨୨।ସେ ପର୍ବତ ଉପରେ ଯାଇଂ ଭୀମସେନ ଉଠିଦେଖିଲା କୋଶଳ ଦେଶ ସବୁହିଂ କଣୟ ସୃଷ୍ଟି ।୨୩।ସୁବର୍ଣ୍ଣର ଘର କାନ୍ଥ ସୁବର୍ଣ୍ଣର ରୁଅଶେଣୀସୁବର୍ଣ୍ଣର ଖମ୍ବ ତହିଂ ଅନେକ ଛାୟେଣୀ ।୨୪।ସୁବର୍ଣ୍ଣର କଳଶମାନ ବସନ୍ତି ଉପରେଅଳକା ଭୁବନ ଜାଣି ଦିଶଇ ମହାସଞ୍ଜ ନଗରେ ।୨୫।ସେ ନଗ୍ର ଆୟତନ ଚଉବିଂଶ ଯୋଜନ ସ୍ଥଳୀସୁବର୍ଣ୍ଣର ପର୍ବତ ବେଢି ବସଇ ଦ୍ୱାଦଶ ଅର୍ଗଳି ।୨୬।ପର୍ବତେ ଥାଇ ପ୍ରଶଂସା କରଇ ପବନ ଆତ୍ମଜାକେବଣ ପୁଣ୍ୟବନ୍ତ ପ୍ରାଣୀ ୟେଥେ ଅଟଇ ମହାରାଜା ।୨୭।ପୂର୍ବେ ଯେ ସଞ୍ଚିତ ଥିଲା ଜୀବନ ତାର ଧନିଦେଖି ପୁଣ ପୁଣ ପ୍ରଶଂସା କରଇ ପାବେନି ।୨୮।ବିରାଜ ବୋଲିଣ ୟେକଇ ବେଣ୍ଟକାରସେ ରାଜ୍ୟକୁ ଯାଉଅଛି ଘେନିଣ ଗଣ୍ଡାଭାର ।୨୯।ଭୀମସେନ ବୋଇଲା ରେ ରହ ରହ ବେଣ୍ଟକାରକେବଣ ରାଜ୍ୟହିଂ କେବଣହିଂ ରାଜା ଭୋଗ କରଇ ୟେହାର ।୩୦।କିରାତ ବୋଇଲା ସ୍ୱାମୀ ତୁମ୍ଭେ ବହୁତ ଦୂରଦେଶୀଗଣ୍ଡାଭାର ଓହ୍ଲାଇଣ କତିରେ ଯାଇଂ ବସି ।୩୧।ସ୍ୱାମୀ ହରିହର ବଂଶେଣ କଣୟବିନ୍ଦୁ ବୋଲି ରାୟେକଉଶଲ୍ୟା ବୋଲିଣ ତାହାର ଉପୁଜିଲା ୟେକଇ ଦୁହିତାୟେ ।୩୨।ବଡ଼ାଇ ଧାର୍ମିକ ରାଜା ଦାନେଣ ଶୂରବନ୍ତାପରଦୁଖେ ଦୁଖୀ ସେ ମାଗନ୍ତାକୁ ଦିଅନ୍ତା ।୩୩।ଅତିଅନ୍ତ ଦାନ ଦିଅନ୍ତେ ସେ ଯହୁଂ ହୋଇଲା ଦରିଦ୍ରବାସୀପରଜା ଉପୁଜାଇଲେ ତହୁଂ ନିଅନ୍ତି ଦୁଇ ରାଶି ।୩୪।କଣକଳ୍ପ କରି ନ ଘେନଇ ସଞ୍ଜାକୃଷି କରି ବଞ୍ଚନ୍ତି ତାହାର ଜନପ୍ରଜା ।୩୫।କେଂଉଣ ଅଭିଶାପ ଅଛିଟି ତାହାର ପୂର୍ବେୟେତେମାନେ ଦରିଦ୍ରବାସୀ ତାହାର ରାଜ୍ୟେ ପ୍ରଜା ସର୍ବେ ।୩୬।ସଂସାରର ଦୁଖ ଦେଖିଣ ସେ କଣୟ ନୃପତ୍ୟେକରତାରଂକୁ ସେବା କରଇ ଅର୍କନାମେ ତୀର୍ଥେ ।୩୭।ଅଜପା ମନ୍ତ୍ରେଣ ସେ ଆକାଶ ଲିଙ୍ଗ ସେବିଅନ୍ନପାଣି ତେଜ୍ୟାକଲା ସେ ମହା ବଇଷ୍ଣବୀ ।୩୮।ନିରାହାର କରି ସେ ବସିଲା ରାଜ୍ୟର ଅର୍ଥେବିରଞ୍ଚିକି ସେବାକଲା ସେ ପଞ୍ଚଦଶ ବର୍ଷ ପରିଯନ୍ତେ ।୩୯।ଅନେକ ତୁସ୍ତି ସେ କରଇ କରତାରତିମିର ବିଦାରଣ ନାଥ ଜୟ ତୁ ଭାସ୍କର ।୪୦।ଶୂନ୍ୟ ଭୁବନ ଭେଦୀ ସ୍ୱାମୀ ଅଣାକାର ନାଥଦିବାରାତ୍ରେ ଦୁଖୀତ ତୁ ସଂସାର ଜନହିତ ।୪୧।ଅଣାକାର ପୁରୁଷ ତୁ ଚିନ୍ତିଲୁ ମନଧ୍ୟାୟେମହାପ୍ରଳୟ ବଞ୍ଚିଲୁ ଅଜପା ଯୋଗଲୟେ ।୪୨।କଳ୍ପକେ ଦେଖିଲୁ ତୁ ଅଣାକାର ମୂରତିଲାଗିଲା ନୟନେ ଦେବ ବିକାଶିଲା ତୋହୋରି ଜ୍ୟୋତି ।୪୩।ଅଦଭୁତେ ଗମି ଅଇଲୁ ଦେବ କାହୁଂୟେ ସଂସାର ପ୍ରଳୟଗଲା ତୋହୋର ନ ଚାହୁଂ ।୪୪।ସ୍ୱାମୀ ମନୁକଳ୍ପ ଅନ୍ତରେ ତୋତେ ୟେକଇ ଦିବସବସିଲୁ ନିଚିନ୍ତେ ତୁ ନିଦ୍ରାରେ ଆଳସ ।୪୫।ନିଦ୍ରାକଇଂ ଇଚ୍ଛା ତୁ କଲୁ ଯେତେବେଳେଅରୁଣର ରଶ୍ମି ବିକାଶିଲା ତେତେବେଳେ ।୪୬।ଯେତେବେଳେ ପରିଯନ୍ତେ ଥିଲୁ ତୁ ଚିଆଇଂସକଳ ଆତଯାତ ହୋଉଥିଲେ ଯେ ଯାହା ଠାବେ ରହି ।୪୭।ଚିନ୍ତା ଛାଡ଼ି ଦେବ ତୁ ବସିଲୁ ଯୋଗଲୟେସମୋଦ୍ର ଘୋଟିଲା ଦେବ ହୋଇଲା ମହାପ୍ରଳୟେ ।୪୮।ୟେକ ରାତ୍ରକେ ଦେବ ତୋତେ ହେଲା କଳପେଚିଆଇଂ ଉଠିଲୁ ଦେବ ଚିନ୍ତିଲୁ ଜଳଜପେ ।୪୯।ଶରୀର ମଧ୍ୟୁଂ କାଢି ପକାଇଲୁ ପଞ୍ଚଧାତୁପଞ୍ଚପୁରୁଷେ ଉପୁଜିଲେ ଦେବ ତୋହୋର ବ୍ରତ ହେବୁ ।୫୦।ଋଦ୍ଧି ବୁଦ୍ଧି ସିଦ୍ଧି ସନକ ସନାତନପଞ୍ଚପୁରୁଷକୁ ନାଥ ପ୍ରଥମେ କଲୁ ଜନ୍ମ ।୫୧।ୟେ ପାଞ୍ଚକର ତହୁଂ ଦେବ କାଢିଲୁ ପଞ୍ଚୁ ଆତ୍ମାୟେକ ମୃତ୍ତି ହୋଇଲା ସେ ପଞ୍ଚୁବକ୍ର ବ୍ରହ୍ମା ।୫୨।ସତ୍ୟ ଆଚରି କରି ପ୍ରଥମେ ଦେବ ସଞ୍ଚିଧାତା ବ୍ରହ୍ମ ପୁରୁଷ ଅନନ୍ତ ବିରଞ୍ଚି ।୫୩।ଆଗ୍ୟାଂ ଦିଲୁ ସେ ଦେବ ପୁରୁଶକଇଂ ରାଇଅଣାକାର ଦ୍ରଶନ କରି ସୃଷ୍ଟିନ୍ତ ଭିଆଇ ।୫୪।ତୋହୋର ଆଗ୍ୟାଂୟେ ସେ ସଞ୍ଚିଲା ସଚରାଚରଚାରିଖାନି ଚଉରାଶିଲକ୍ଷ ଜୀବଜନ୍ତୁ ସେ ଭିନ୍ନ ଭିନ୍ନ ପ୍ରକାର ।୫୫।ସ୍ୱର୍ଗ ମଞ୍ଚ ପାତାଳ ୟେ ତିନି ତ୍ରଇଲୋକ୍ୟଅନନ୍ତମୂରତି ଗୋଟିୟେ ପାଇଲୁ ଦେବ ୟେକ ।୫୬।ଦଇବତ ପୁରୁଷଂକର ସ୍ୱାମୀ ତୁହି ସେ ଦିବ୍ୟ ଚଛୁଯେ ଯାହା କରୁଅଛି ତାହା ତୁ ପ୍ରତକ୍ଷେ ଦେଖୁଅଛୁ ।୫୭।ଦେଖିଣ ଶାସ୍ତି ଯେ ବିହୁ ୟେ ସଂସାରେକରତା ଉଦ୍ଧାରନ୍ତା ନାଥ ନାମ ତୋ କରତାରେ ।୫୮।ଜାତ ଅନ୍ତ ମଧ୍ୟ ଦେବ ଆଦ୍ୟସ୍ଥାନ ତୁହିପ୍ରଜାପତି ପୁରୁଷ ତୁ ତୋ ତହୁଂ ଆନ ନାହିଂ କେହି ।୫୯।ଜାତ ଅନ୍ତକଇଂ ତୁହି ସେ କରତାତୋହୋର ତହୁଂ ଜାତ ହୋଇଲା ନାଶକର ଦେବତା ।୬୦।ତାହାକଇଂ ହକରାଇ ଆଗ୍ୟାଂ ଦିଲୁ ଦେବତୁ ସେ ପାପ ପୁଣ୍ୟ ବୁଝି ବିଚାରି ନାଶ କରିବୁ ସର୍ବ ।୬୧।ସ୍ୱାମୀ ଆଦି ଅବତାରେଣ ତୋହୋର କୋଟିୟେ କିରଣ ରଶ୍ମିସଂଗ୍ୟାଂ ସହି ନୁଆରିଲେ ସେ ପରମ ବଇଷ୍ଣବୀ ।୬୨।ଭୟେ କରି ଦେବୀ ଯହୁଂ ବୋଇଲେ ଅନ୍ତରସଂଗ୍ୟାଂର ନିମନ୍ତେ ବସିଲୁ ଅଚଳ ଶିଖର ।୬୩।ନବ ଲକ୍ଷ ନଉ ସହସ୍ର ଯେ ତୋହୋର କିରଣଯେତେକ ଛିନାଇଲୁ ଦେବ ବସିଣ କୁନ୍ଦେଣ ।୬୪।ସ୍ୱାମୀଂକି ଦେଖି ସଂଗ୍ୟାଂ ଦେବୀ କୋଳ କଲାସହସ୍ରେ କିରଣ ଦେବୀ ତୋହୋର ସହିଲା ।୬୫।ସେ ଯେ ପରମ ସାଧବୀ ଦେବୀ ଅପର୍ଣ୍ଣା ଆଦି ସଂଗ୍ୟାଂସ୍ତିରୀକୁଳେ ଉପୁଜିଲା ସେ ରୁହାଇଲା ସୀମା ।୬୬।ସ୍ୱାମୀ ଦକ୍ଷର ନନ୍ଦିନୀ ଯେ ଅଟଇ ସଂସାର ହିତକାରୀବୋଇଲା ମୁହିଂ ଯେବେ ତେଜ ୟେହାର ସହିତ ନୁଆରି ।୬୭।ୟେ କଳି ଯୁଗର ଲୋକ ସହିବେ କେମନ୍ତେସକଳ ଦହନ ହୋଇବ ନାଶ ଯିବେ ୟେ ବନପର୍ବତେ ।୬୮।ସଂସାର ହିତେ ଦେବୀ ଗଲେକ ଅପସରିତହୁଂ ସେ ସହସ୍ର କିରଣ ହୋଇଲେ ଗଗନ ବିହାରୀ ।୬୯।କୋଟିୟେ କିରଣ ଆଦିତ୍ୟର ଯେବେ ଥାନ୍ତାଜନ ଜନ୍ତୁ ବୃକ୍ଷ ପର୍ବତ କୀଟ ପତଙ୍ଗ ସବୁ ଦହନ ହୁଅନ୍ତା ।୭୧ସ୍ୱାମୀ ତୁ ଦେବ ବିବୁଧାଦି ଦେବଂକ ଅନାଦିଯୋଗୀଜନଂକର ହୃଦରେ ତୁ ତଲୟେ ସମ୍ପାଦି ।୭୨।ଉଦୟଗିରି ପ୍ରତିକ୍ଷଣ କରୁ ତୁ ନିତିପ୍ରତିତବ ଦରଶନେ ପ୍ରାପତ ନାଥ ଭଗତି ମୁକତି ।୭୩।ଛାୟାର ବଲ୍ଲଭ ନାଥ ସପତଅଶ୍ୱ ଶାହୀନିର୍ମଳ ମୂରତି ତୋର ଦେଖନ୍ତା କେହି ନାହିଂ ।୭୪।ସ୍ୱାମୀ ଅନିତ୍ୟ ସଂସାର ୟେ ଅଥଳ ସଂସାରରାଗ ମୋହ ହିଂସାକଇଂ ଲାଗିଲା ବଡ଼ଭାର ।୭୫।ଅପଣ୍ଡିତ ଅଗ୍ୟାନ ବୁଦ୍ଧି ମୋହୋର କିସଶ୍ରୀଗିରିଜାର ପ୍ରସନ୍ନେ ମୋତେ କଣକଳ୍ପ ହୋଇଲାକ ଦୃଶ୍ୟ ।୭୬।ସ୍ୱାମୀ ବିରଞ୍ଚି ନାରାୟଣଂକର ଚରଣେ ଦଇନିହୃଦଗତେ ଚିନ୍ତଇ ସାରୋଳା ଦାସ ଶୂଦ୍ରମୁନି ।୭୭।ଆହୋ ବଇବସୁତ ମନୁ ବିରଞ୍ଚି ନାରାୟଣଂକୁ ୟେକଧ୍ୟାୟେଅନେକ ତୁସ୍ତି କଲା ସେ କଣୟବିନ୍ଦୁ ରାୟେ ।୭୮।ପ୍ରସନ୍ନ ହୋଇଲେ ସ୍ୱାମୀ ଅଭୟେ କରତାରବୋଇଲେ କଣୟକେଶରୀ ମାଗ ତୁହି ବର ।୭୯।ୟେସନେକ ପ୍ରସନ୍ନ ଯହୁଂ ହୋଇଲେକ ବିରଞ୍ଚିଅର୍କଦତ୍ୟ ବୋଲି ସେ ଚନ୍ଦ୍ରଭାଗା ତୀର୍ଥେ ଅଛି ।୮୦।କଣୟ ତୁସ୍ତି ଦେଖି ଭାଳଇ ଅର୍କ ଅଇରିୟେହିକ୍ଷଣି ବରଦେବ ଗଗନ ବିହାରୀ ।୮୧।ନ ପୁଣ ମାଗଇ ,ୟେ ମୋହୋର ମଣ୍ଡଳଲୋହାର ଲଉଡ଼ିୟେ ଘେନି ଧାମଇଂ ଚାଣ୍ଡାଳ ।୮୨।ବିରଞ୍ଚିକି ସ୍ତୁତିକରି ଯେ ପ୍ରଣପତ୍ୟ ରାଜାଲୁହାର ଲଉଡ଼ି ଘେନି ପିଟି ଲୋଡଇ ଦନୁଜା ।୮୩।ଲକ୍ଷେକ ଯୋଜନେ ଥାଇଂ ଦେଖିଲେ ଦେବରାଜକର ବଢାଇଣ ଧଇଲେ ଅର୍କଦତ୍ୟ ଭୁଜ ।୮୪।ଦେଖ ହୋ ମହିମାଂ ଯେ ବିରଞ୍ଚି ନାରାୟଣଆକାଶୁଂ ଭୁଜ ବଢାଇଲେ ଲକ୍ଷେକ ଯୋଜନ ।୮୫।କୋପେ ହାକଦିଲେ ସେ ଗଗନ ବିହାରୀଆରେ ଆରେ ଦାନବ ତୁ ୟେଡ଼େ ତପୀନ୍ତ ନାଶକରି ।୮୬।ବିରଞ୍ଚି ବୋଇଲେ ରେ ତୀର୍ଥ ନାଶ କରୁଛୁ ମୋହୋରଅର୍କ ଦଇତକୁ ଧରି କଚାଡ଼ିଲେ କରତାର ।୮୭।ସୂର୍ଯ୍ୟାବ୍ରତେକ ଚକ୍ର ମାଇଲେ ଅଂଶୁମାଳୀଅର୍କଦତ୍ୟର ଭଙ୍ଗ ନୋହିଲା ରୋମାବଳୀ ।୮୮।ଆକାଶେ ଥାଇଂ ଡାକ ଦିଅନ୍ତି ବୃନ୍ଦାଅର୍କେସ୍ୱାମୀ ଅର୍କଦତ୍ୟକୁ ଛାଡିଲେ ମରିବୁଂ ଦେବଲୋକେ ।୮୯।ଦେବତାଂକର ଅନେକ ବିନୟ ବିକଳେକୋଣାଅର୍କେ ମାଡ଼ି ବସିଲେ ଉତ୍ତର ସିନ୍ଧୁ କୂଳେ ।୯୦।ପୃଥୀର ଅଗ୍ନିକୋଣେ ଚନ୍ଦ୍ରଭାଗା ପଚ୍ଛିମ ପ୍ରଶସ୍ତେକୋଣାଅର୍କ ବୋଲି ଧାତା ନାମ ଦିଲା ଶାହାସ୍ର ସଙ୍ଗତେ ।୯୧।ଅର୍କଦତ୍ୟକୁ ମାଡ଼ି ବସି ଦେବ ହୋଇଲେ ପ୍ରସନ୍ନବର ମାଗରେ କଣୟକେଶରୀ ଯେ ତୋହୋର ମନ ।୯୨।ସ୍ୱାମୀ ଦିନକର ନାଥ ପ୍ରସନ୍ନ ହୋଇଲୁ ଯେବେ ମୋତେମୋହୋର ରାଜ୍ୟେ କଣୟ ବୃଷ୍ଟି କରିବୁ ସପତ ଦିବସ ପରିଯନ୍ତେ ।୯୩।ଜନ ପ୍ରଜାମାନେ ମୋର ହୋଇବେ ସର୍ବେ ସୁଖୀସଦା ସମ୍ପଦ ହୋଇବ ନୋହିବେ କେହି ଦୁଖୀ ।୯୪।ଆଦିତ୍ୟ ବୋଇଲେ ସପତଦିନ କଣୟ ବୃଷ୍ଟି କଲେଶସ୍ୟ କେହ୍ନେ ଉପୁଜିବ ପୃଥିବୀ ନ ଥିଲେ ।୯୫।କଣୟବିନ୍ଦୁ ବୋଇଲେ ନୋହିଲେ ବରଷିବୁ ସାତଘଡ଼ିକରତାର ବୋଇଲେ ତେମନ୍ତେ ପୋତା ହେବ ବସୁନ୍ଧରୀ ।୯୬।ସାତଘଡ଼ି ଛାଡ଼ି ସାତଦଣ୍ଡ ପରିଯନ୍ତେ ବରିଷିଲେ କଣୟରାଜ୍ୟଯାକ ତାର ହାଦେ ହୋଇଲା କଣୟମୟ ।୯୭।ବିରାଜ ଶବର କହଇ ଭୀମସେନ ଅଗ୍ରତେରାଜ୍ୟେଣ କଣୟ ବୃଷ୍ଟି ହୋଇଲା ସାତଦଣ୍ଡ ପରିଯନ୍ତେ ।୯୮।କଣୟବିନ୍ଦୁର ରାଜ୍ୟ ଯେ ଅଟଇ ସତ୍ୟଯୁଗେଦ୍ୱାପର କୋଶଳ ଦେଶ ଅଟଇ ହାଦେ ୟେବେ ।୯୯।କିରାତ ବୋଇଲା ସ୍ୱାମୀ ପୂର୍ବେଣ ୟେ ଗିରି ନିର୍ମିତତ୍ରେତୟା ଯୁଗେ ୟେ ନଗ୍ର ସଞ୍ଚିଲା ୟେଥେ କଣୟବିନ୍ଦୁ ନୃପତି ।୧୦୦।କଉଶଲ୍ୟାଂକ ପିଅର ଶ୍ରୀରାମ ଯାହାର ନାତିହଇହୟ ବଂଶେଣ ରାଜା ଜଗତେ ବିଖ୍ୟାତି ।୧୦୧।କଣୟବିନ୍ଦୁର ପୁତ୍ର ହୋଇଲା ସରଜାତିତ୍ରେତୟାଯୁଗେ ସେ ଅନେକ ହୋଇଲା ବିଖ୍ୟାତି ।୧୦୨।ତାହାର ପୁତ୍ର ଦେବ ହୋଇଲା ଲଗ୍ନାଜିତଲକ୍ଷଣା ବୋଲି ତାହାର ଦୋହିତାୟେ ସମ୍ଭୂତ ।୧୦୩।ସପ୍ତମେ ପ୍ରଦାନ ତାକୁ ହୋଇଲେ ବାସୁଦେବସେ କନ୍ୟାର ତହୁଂ ଉପୁଜିଲେ ବସନ୍ତ ଆଉ ସଦାଶିବ ।୧୦୪।ବିରାଜ ଶବର କହଇ ତୁମ୍ଭେ ଶୁଣସି ନୃପତିୟେ କୋଶଳ ରାଜା ୟେବେ ଲଗ୍ନାଜିତ ଚକ୍ରବତୀ ।୧୦୫।ଭୀମସେନ ବୋଇଲା ରେ ଚଳାଅ ବେଗେ ବଳପଶ ରେ ରାଜ୍ୟେ ବୋଇଲେ କ୍ଷତ୍ରିୟ ଅଚାର୍ଗଳ ।୧୦୬।ମରୁତ ସାରଥି ବୋଇଲା ତୁ ଶୁଣସି ହୋ ବିରାଜବାରତା କର ନେଇ ତୋର କୋଶଳ ମହାରାଜା ।୧୦୭।ବୋଲିବୁ ଜାରା ନିବାରଣ ପାଣ୍ଡବ ସୋହଡ଼ ସୁନ୍ଦରପଚ୍ଛିମ ଦିଗ ବରଣେ ଭୀମସେନ ଠାକୁର ।୧୦୮।ରାଜୁସି ଯାଗ କରିବେ ଯୁଝେଷ୍ଠି ରାଜ ଦେବପଚ୍ଛିମ ଦିଗ ରାଜାମାନେ ତୁମ୍ଭେ ସମସ୍ତେହେଂ ଯିବ ।୧୦୯।ମରୁତ ସାରଥି ବଚନେ ଚଳଇ ବିରାଜଲଗ୍ନାଜିତ ଛାମୁରେ ପ୍ରବେଶ ଶବର ରାଜା ।୧୧୦।ସ୍ୱାମୀ ଅବଧାରୀ ହୋଇବା କୋଶଳ ଦେଶ ଅଧିକାରୀପାଣ୍ଡବ ଭୀମସେନ ଯେ ଜରାସନ୍ଧ ନିବାରି ।୧୧୧।ରାଜୁସି ଯାଗ କରିବେ ଯୁଝେଷ୍ଠି ପାଣ୍ଡୁଂକ ନିମନ୍ତେପଚ୍ଛିମ ଦିଗ ବରଣ ପାଣ୍ଡବ ପ୍ରଶସ୍ତେ ।୧୧୨।ସମସ୍ତ ନୃପତିମାନେ ଯାଉଛନ୍ତି ଶରଧେଯେ ଗାରିମା କହଇ ତାହାକଇଂ ନାଶ କରଇ ଯୁଦ୍ଧେ ।୧୧୩।ଗ୍ୟାନସେନ ମନ୍ତ୍ରୀ ଜଣାଇଲାକ ଅନେକ ବିନୋୟୀପାଣ୍ଡବ ବାସୁଦେବ ଅଭିନ୍ନ ନୋହେ କେହି ।୧୧୪।ସନ୍ୟ ଘେନିଣ ପାଛୋଟି ହୋ ଯିବା ଚାଲ ବେଗଶୁଣିଣ ସାନନ୍ଦ ରାଜା ଉଚ୍ଛୁକ ଉଦବେଗ ।୧୧୫।ପାୟେଡ଼ା ପଡ଼ିଲା ସେହି ରାଜ୍ୟର ଭିତରେସୁବର୍ଣ୍ଣର ବନ୍ଧା ଚାମର ରାଜା ଧରିଅଛି କରେ ।୧୧୬।କଟକ ଭିତରେ ପଶି ଆସଇ ପାବେନିମତ୍ତଭୋଳ ଯୋଦ୍ଧାୟେ ପଶନ୍ତି ଶସ୍ର ଘେନି ।୧୧୭।ଭୀମସେନ ଠାକୁରେ ବିଜେ କରିଛନ୍ତି ରଥେଛାମୁରେ ବେନି ଚାମର ଘେନି ପ୍ରଣପତ୍ୟ ଲଗ୍ନାଜିତେ ।୧୧୮।ଅନେକ ବିନୋୟୀ ଲଗ୍ନାଜିତ କହଇ ପରିଣାମିକ୍ଷତ୍ରୀବର ସୋହଡ଼ ସୁନ୍ଦର ନାଥ ମୋତେ ରକ୍ଷାକର ସ୍ୱାମୀ ।୧୧୯।ରଥରୁ ଓହ୍ଲାଇ ଯୁଝେଷ୍ଠି ଦେବଂକ ଅନୁଜଉଠ ଉଠ ନରେନ୍ଦ୍ର ବୋଲି ଧଇଲେ ତାର ବେନିଭୁଜ ।୧୨୦।ତୁ ପୁଣି ଶ୍ରୀଜଗନ୍ନାଥ ଦେବଂକର ଶ୍ୱଶୁର ଅଟୁତୁ ମୋହୋର ପିତାର ସମାନ ଚରଣେ କିଂପେ ଖଟୁ ।୧୨୧।କରପତ୍ର ଯୋଡ଼ିଣ ଯେ ଲଗ୍ନାଜିତ ପଚାରିପଞ୍ଚଜଗତ ଠାକୁର ତୁ ତ୍ରଇଲୋକ ଅଧିକାରୀ ।୧୨୨।ଦାସୀ ଠାକୁରାଣୀ ଯେବେ ୟେକଯୋଗ ହୋଇଦୁହେଂ ସମାନ ହୋଇବେ କି ଲଗ୍ନାଜିତ କହି ।୧୨୩।ବେନି ଭୁଜେ ଚାମର ଢାଳଇ ଲଗ୍ନାଜିତ ନରପତିଅନେକ ପାଟଛତ୍ର ଉଦ୍ଦଣ୍ଡ ୟେକଲକ୍ଷ୍ମୀ ବୀରଛତ୍ରୀ ।୧୨୪।ନଗ୍ରଯାକ ରାଜା ପାୟେଡ଼ା ଅଛି ପାଡ଼ିଚାଲଇ ପାଣ୍ଡବ ସୁନ୍ଦର ଜାଣି ବିକ୍ରମକେଶରୀ ।୧୨୫।କୋଶଳ ରାଜ୍ୟ ଶୋହିଲା ଯେ ଭୀମସେନ ପଶନ୍ତେଜନ ଗହଳେ ଦେଖନ୍ତି ପୂରି ଅପ୍ରମିତେ ।୧୨୬।ବାହାର ଗଡ଼ ଜିଣିଣ ଆସ୍ତାନ ଜଗତୀତହିଂ ଯାଇ ବିଜେକଲା ପାଣ୍ଡବ ତୋଷମତି ।୧୨୭।ଅନେକ ସାନନ୍ଦେ ରାଜା ଉତ୍ସବ କରାଇବହୁତ ବିଧି ରାଜା ସାନନ୍ଦେ ଦିଅଇ ବଧାଇ ।୧୨୮।ଘୋଷଣ ଶବଦେଣ ଆନନ୍ଦ ନଗ୍ରନାରୀଇନ୍ଦ୍ର ବିଜେକଲେ ଯେହ୍ନେ ଆନନ୍ଦ ମଞ୍ଚପୁରୀ ।୧୨୯।ସୂପକାରମାନନ୍ତ ରାଇ ଆଗ୍ୟାଂ ଦିଲାକ ନୃପତିବେଗେ ଯୋଗାଡ଼ କର ହୋ ଗଉରୀ ଶଉରୀ ନଳବିଧିତିନି ପ୍ରତି ।୧୩୦।ବେନି ଅହିବ୍ରତେକ ଯେ ସୂପକାରମାନେଲାଗିଲେ ସେ ଅମୃତ ରସ ରାନ୍ଧଣା ବିଧାନେ ।୧୩୧।ନିତ୍ୟାପ୍ରତି ବିଧାନ ଷାଠିୟେ ପଉଟି ଅନ୍ନସୂପକାରମାନେ ବେଢି ସର୍ବେ କରନ୍ତି ପଚନ ।୧୩୨।ଆହାର୍ଣ୍ଣିକ ସାରି ଭୀମସେନ ମୁଣୋହିର ବିଜେଶଙ୍ଖଧୁନି ଶବଦ ଯେ ସଂପୋଡେଣ ବାଜେ ।୧୩୩।ମୁଣୋହି ସାରିଣ ବୀର ଯେ କରନ୍ତି ଆଞ୍ଚୋବନବିଜୟେ ମାରୁତି ଯେ ଚନ୍ଦ୍ରଶାଳା ଭୁବନ ।୧୩୪।ତାମ୍ବୁଳ ଭୁଞ୍ଜିଣ ଚଉସମ କାୟେ ଲେପନଦିବ୍ୟ ଅବତାର ସେହି ପାଣ୍ଡୁର ନନ୍ଦନ ।୧୩୫।ଆହୋ ଲଗ୍ନାଜିତ ରାଜାକଇଂ କଲେକ ନିମନ୍ତ୍ରଣସମଦଣ୍ଡ ଘେନି ଇନ୍ଦ୍ରପ୍ରଶସ୍ତକୁ ଚଳ ହୋ ୟେହିକ୍ଷଣି ।୧୩୬।ଯେତେକ ଅଛଇ ତୋହୋର ପାରିଦଣ୍ଡ ସଇନିୟେହିକ୍ଷଣି ବାହର ହୋଅସି ଅନକୂଳ ଘେନି ।୧୩୭।ୟେତେ କହି ବ୍ରିକୋଦର ଉଠିଲେ ତଡତିବିଜେକଲେ ଯାଇଂ ବହନ ରଥକତି ।୧୩୮।ଥୋକାୟେକ ଦୂର ରାଜା ଗୋଡାଇ ପାଛୋଟିବାହୁଡାଇ ଭୀମସେନ ଚଳାଇଲା ଥାଠଗୋଟି ।୧୩୯।କୋଶଳ ଦେଶରୁ ଯେ ଚଳଇ ଲଗ୍ନାଜିତହସ୍ତିନା ଭୁବନକଇଂ ସେ ଚଳଇ ତୁରିତ ।୧୪୦।ଜୟ ତୁ ଜାନକୀର ପତି ଶ୍ରୀ ରାମଚନ୍ଦ୍ରବାଳୀକି ମାରି କିସ୍କିନ୍ଧାରେ ସୁଗ୍ରୀକି ଦିଲୁ ରାଜପଦ ।୧୪୧।ସିନ୍ଧୁରେ ସେତୁବନ୍ଧ ବାନ୍ଧିଲୁ ଦେବ ହେଳେସୁବଳୟାରେ ବିଶ୍ରାମ କଲୁ ଭୁଜବଳେ ।୧୪୨।ସେ ସ୍ଥାନେ କଟକ କଲେ ସୀତୟା ରମଣଡରେ ପାଦେ ଶରଣ ପଶିଲା ବିଭୀଷଣ ।୧୪୩।ରାବଣକୁ ବଧ କଲେ ସୀତାୟାର ସାଇଂଲଂକାରେ ରାଜପଦ ବିଭୀଷଣକଇଂ ଦେଇ ।୧୪୪।ଜାନକୀ ଘେନିଣ ଅଇଲେ ନିଜ ପୁରନିଯୋଗୀ ଲୋକମାନନ୍ତ ଘେନିଣ ସଙ୍ଗତର ।୧୪୫।ସେ ଦାଶରଥିଂକ ଚରଣ ଅରବିନ୍ଦେ ଶରଣଶୂଦ୍ରମୁନି ସାରୋଳା ଦାସ ମାଗଇ ଅନୁକ୍ଷଣେ ।୧୪୬-୩୨୦୮।