ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୮ / ୨୩
ସମ୍ପୂର୍ଣ୍ଣ ସୂଚୀପତ୍ର
ମରୁତ ରାଜା ନିମନ୍ତ୍ରଣ ଓ ବୀରବାହୁ ସହ ଯୁଦ୍ଧ
ମଗଧ ଦେଶୁଂ ବାହାର ହୋଇଲା ଭୀମସେନମରୁତ ଦେଶେ ପ୍ରବେଶ ହୋଇଲା ମରୁତ ନନ୍ଦନ ।୧।ପୃଥିବୀ ହେଳ ଘେନଇ ବୀରତୂର ଶବଦେସୁସ୍ୱର ଶୁଭଇ ଯେ ବଡ଼ାଇ ଶବଦେ ।୨।ମରୁତ ଦେଶେ ଯାଇଂ ଭୀମସେନ ପଶଇଦେଶାଉରେ ବାରତା ନେଇ ଦିଲେ ଆଦେଶଇ ।୩।ଶୁଣ ଦେବ ସାବଧାନେ ମରୁତସେନ ନୃପତିଭୀମସେନ ଠାକୁରେ ଅଇଲେ ପଚ୍ଛିମ ଦିଗ ରାଜାନ୍ତ ନିମନ୍ତି ।୪।ମଗଧ ଦେଶୁ ଦେବ ବିଜେକଲେ କାଲିତାହା ଶୁଣି ସମଦଣ୍ଡ ଘେନି ସେ ମରୁତସେନ ଆସଇ ଚାଲି ।୫।ଦଶନହ ମୁଖେ ଯେ ସମସ୍ତେ ଛନ୍ତି ଭରିସ୍ୱାମୀ କାଳେବର ଗଦାପାଣି ତ୍ରାହି ତ୍ରାହି ବୋଲିଣ ଶରଣ ଫୁକାରି ।୬।ଭୀମସେନ ରହିଅଛି ରଇବ୍ରତ ପର୍ବତେତହିଂ ଯାଇ ଦ୍ରଶନକଲା ନୃପତି ମରୁତେ ।୭।ପାଣିଦ୍ରବ୍ୟ ଶତେ ଭାର ଦେଖା ଦରଶନିମରୁତସେନ ଦ୍ରଶନ ଶ୍ୱେତହାଥୀ ୟେକ ଘେନି ।୮।ଦେଖିଣ ସାନନ୍ଦ ହେଲା ବୀର ବ୍ରିକୋଦରଆସ ଆସ ନୃପତି ହୋ ଆମ୍ଭର ସୋଦର ।୯।ଆହୋ ନୃପତି ମୋହୋର ପିତାର ନାମ ତୋର ନାମତୁ ମୋତେ ଆଉ ବେଳେ ନ କରିବୁଟି ପରଣାମ ।୧୦।ଅକ୍ଷତ ଗୁଆ ଯେ ଦିଲେକ ଶ୍ରୀହସ୍ତେସମଦଣ୍ଡ ଘେନି ଯାଅ ଇନ୍ଦ୍ର ଯେ ପ୍ରଶସ୍ତେ ।୧୧।ମରୁତସେନ ନୃପତି କରଇ ବହୁତ ସେବାମୋହୋର ଭୁବନେ ଦେବ ଆଜକ ରହିବା ।୧୨।ମୁଣୋହି କରି ବିଜେ କରିବା ଅନ୍ୟ ଦେଶେଭୀମସେନ ବୋଇଲା ଅନ୍ନ ନ ରୁଚଇ ବିଶେଷେ ।୧୩।ରାଜାନ୍ତ ନିମନ୍ତ୍ରିବା ସେ ମୋହୋର ଅଧୀନକେମନ୍ତ ନୃପତିମାନେ ଯିବେଟି ବହନ ।୧୪।ତୁ ତାତ ଚଳ ୟେବେ ସମଦଣ୍ଡ ଘେନିଶୁଣିଣ ମରୁତସେନ ଚଳାଇଲା ସଇନି ।୧୫।ସଜାଉ ବୀରତୂର ଟମକ ଘୋର ବାଜେପାଣ୍ଡବ ସୁନ୍ଦର ବ୍ରିକୋଦର ପଛିମ ଦିଗେ ବିଜେ ।୧୬।ବଳାଙ୍ଗୀ ନଦୀକୂଳେ ନଗ୍ର ଉଜାଣି ଯେ କାନ୍ତିତହିଂ ରାଜ୍ୟ କରୁଥାଇ ବୀରବାହୁ ନରପତି ।୧୭।ବଡାଇ ପ୍ରତାପୀ ରାଜା ସେ କାହାକୁହିଂ ନୋହେ ସାଧିଜରାସନ୍ଧ ଯୁଦ୍ଧେ ତାକୁ ନୁଆରି ଭାବେ କଲା ବନ୍ଦୀ ।୧୮।ପଞ୍ଚଦଶ କ୍ଷଉଣୀ ତାହାକୁ ସମଦଣ୍ଡ ଖଟଇତାହାର ରାଜ୍ୟକୁ ବିଂଝଗିରି ପର୍ବତ ନିକଟଇ ।୧୯।ସେ ରାଜ୍ୟେ ପ୍ରବେଶ ଯାଇଂ ହୋଇଲା ମାରୁତିଚାରଗଣେ ଜଣାଇଲେ ବୀରବାହୁ ନୃପତି ।୨୦।ସ୍ୱାମୀ ପାଣ୍ଡବ ସୁନ୍ଦର ଯେ ବ୍ରିକୋଦର ଭୀମେଦିଗବିଜେ କରି ଯେ ଅଇଲେ ପଚ୍ଛିମେ ।୨୧।ବହୁତ ଦେଶର ରାଜା ସେ ଆସୁଅଛି ଜିଣିଆମ୍ଭର ରାଜ୍ୟରେ ବିଜେ କଲେ ଦେବ କାଳଦଣ୍ଡପାଣି ।୨୨।ଶୁଣିଣ କୋପକଲା ସେ ନୃପତି ବୀରବାହୁକିୟେରେ ପାଣ୍ଡବ ତାହାର ୟେଡେ ଦର୍ପ କାହୁଂ ।୨୩।କାହାର କତିରେ ସେ ରେ ୟେଡେକ ଦର୍ପ ବୀରଭୀମନିଚୟେ ତୋହୋର ପାଞ୍ଜି ପୋଛିଲାକ ଯମ ।୨୪।ନ ଜାଣଇକି ସେ ମୋତେ ବୀରବାହୁ ନୃପତି ବୋଲିସାଂଗ୍ରାମରେ ପରାଜୟ ମୁହିଂ କାହାରେ ନ ହେଲି ।୨୫।କେ ଜାଣଇ ପାଣ୍ଡବ ରେ କେ ଜାଣଇ ଭୀମସଞ୍ଚୟେ ନାଶ ଯିବ ସେ ଆଜର ସାଂଗ୍ରାମ ।୨୬।ସୁବାହୁ ବୋଲିକରି ତାହାର ଅଟଇ ନିଜପାତ୍ରତାହାକଇଂ ରାଇକରି ବୋଇଲା କୋପଚିତ୍ତ ।୨୭।ପଞ୍ଚ ଅହିବ୍ରତ ରଥ ବିଂଶ ଅହିବ୍ରତ ହୟେପାଞ୍ଚଲକ୍ଷ ପାଦାନ୍ତି ତୁଲେ ପାତ୍ରକୁ ବରଗିଲା ରାୟେ ।୨୮।ୟେତେ ସନ୍ୟ ଘେନି ତୁମ୍ଭେ ଓଗାଳ ହୋ ତାକୁଛାଡ଼ିଣ ନ ଦିଅ ଥାଠ ଆମ୍ଭର ରାଜ୍ୟକୁ ।୨୯।ରାଜା ଆଗ୍ୟାଂ ପାଇ ପାତ୍ର ଉଠିଲା ବହନସାଜ ସାଜ ବୋଲି ଡାକ ପଡ଼ିଲୋକ ସନ୍ୟ ।୩୦।ରାଜ୍ୟରେ ଥାଠ ଆସି ପଶନ୍ତେ ମହାବଳୀଆରେ ରହ ରହ ବୋଲି ଆଗେଣ ଓଗାଳି ।୩୧।ଶୁଣିଲା ନାହିଂକି ତୁମ୍ଭରେ ନୃପତି ବୀରବାହୁନିଚୟେ ନରବଳରେ ସେ ତୁମ୍ଭନ୍ତ ଘୋଟିଲାକ ରାହୁ ।୩୨।ଆରେ କାଳ ଆବୋରିଲେ ବ୍ରତନ୍ତି ଟିକି ପ୍ରାଣୀକ୍ଷୁଦ୍ର ମୃଗପଲକୁ ରେ ବଳୟା କାହିଂ ଗଣି ।୩୩।ଅନେକ ପ୍ରତଗ୍ୟାଂ ତହିଂ କରନ୍ତି ସନ୍ୟମାନେଓହୋବଳ ପ୍ରତଗ୍ୟାଂ ଯେ ଶୁଣଇ ଭୀମସେନେ ।୩୪।ଆଗିଆଣି ଥାଟେ ଥିଲେ କାଳ ଯେ କୃତାନ୍ତବଜ୍ରାବଳୀ ଗଦା ଘେନି ଅଛଇ ନିଜ ହାଥ ।୩୫।ଆହୋ ସୁବାହୁ ପାତ୍ର ରାଜାକୁ ଯାଇ ତୋର ବେଗେ କହନାଶକର ଦେବତାକୁ କେ କରିବାକ କୋହ ।୩୬।ବାଳକାଳେ ଯାର ପାଦଘାତେ ଶତଶୃଙ୍ଗ ହେଲା ଚୂନାନ ଜାଣଇ କି ବୀରବାହୁ ବ୍ରିକୋଦର ଜେନା ।୩୭।ରାଜୁସି ଯାଗ କରିବେ ଯୁଝେଷ୍ଠି ରାଜଦେବଚାରିଦିଗ ରାଜାମାନେ ସମସ୍ତ ଦଣ୍ଡ ଘେନି ଯିବ ।୩୮।ଆହୋ ତୁମ୍ଭର ଆମ୍ଭର ପୂର୍ବେ ଅଛଇ କି ଦ୍ୱନ୍ଦପଣ୍ଡିତ ଲୋକେ ଶୁଣି ହୋଉଅଛନ୍ତି ଆନନ୍ଦ ।୩୯।ପ୍ରତକ୍ଷେ ନାଶକର ବିଜୟେ ୟେଥେ କଲା ଆସିକିୟେ ୟେଥୁଂ ଉବୁରି ଯିବ ଯମ ମୁଖେ ପଶି ।୪୦।କୃତାନ୍ତକ ବଚନ ଶୁଣି ସୁବାହୁ ପାତ୍ର କୋପେକୃତାନ୍ତକ ଉପରେ ଗଦା ପହୁଡିଲା ଗରୁତାପେ ।୪୧।ଗଦା ପହୁଡିବା ଦେଖି ଭୀମସେନ ସେନାପତିବାମକରେ ଗଦା ତାର ଧଇଲା ତତକ୍ଷଣାନ୍ତି ।୪୨।ସେହି ଗଦା ଉଛୁଡ଼ି ଧଇଲା ତାର ହାଥୁଂଲେଉଟାଇ ପିଟିଲା ସେ ପ୍ରତଗ୍ୟାଂ ସାମରଥୁଂ ।୪୩।ବଜ୍ରଗଦା ପଡି ତାର ରଥ ଚୂର ଗଲାପାଦଗତି ହୋଇ ସୁବାହୁ ପାତ୍ର ମୁଦୁଗର ପ୍ରହାରିଲା ।୪୪।ଗଦାବର ବୁଲାଇଣ ପିଟିଲା କୃତାନ୍ତକୟେମନ୍ତେ ଓହୋବଳ ସାଂଗ୍ରାମ ହୋଇଲା ଅନେକ ।୪୫।କୃତାନ୍ତକ ଗଦାଘାୟେ ଲୋଟିଲା ସୁବାହୁଚନ୍ଦ୍ର ଦେବତାକୁ ଯେସନେକ ଘୋଟିଲାକ ରାହୁ ।୪୬।ଆକ୍ରୋଷି କୃତାନ୍ତେକ ସୁବାହୁ ଉପରେ ବସିଲାକ ମାଡ଼ିବେନିଫାଳ କରି ତାଂକୁ ପକାଇଲା ଚିରି ।୪୭।ସାଂଗ୍ରାମେ ନିଧନ ଯହୁଂ ହୋଇଲା ପାତ୍ରବୀରଭାଞ୍ଜିଣ ସଇନି ନ ଟେକିଲେ ଶିର ।୪୮।ଧାମନ୍ତି କାଲ କୃତାନ୍ତକ ସେ ବେନି ସେନାପତିମହାକାଳାନଳ ଜାଣି ବିକାଶିଲେ ବେନିମୃତ୍ତି ।୪୯।ବୁଲାଇ ଗଦାନ୍ତ ଅନିର୍ବାରଣ କରି ପିଟିସୁବାହୁ ସଇନି ପଳାନ୍ତି ସବୁ ପଡିଲେ ମହୀଲୋଟି ।୫୦।ରଥେ ରଥେ କଚାଡ଼ି ଯେ ଗଜେ ଗଜ ଧରିପଡିଲେ ଯୋଦ୍ଧାୟେ ରୁଧୀର ଉଦୁଗାରି ।୫୧।ଲକ୍ଷେକ ରଥୀ ଯେ ପାଞ୍ଚ ମର୍ଭୁତ ହୟେପାଞ୍ଚକୋଶ ମାଡ଼ି ପଡ଼ିଲେ ପୃଥୀ ରୁଧିରମୟେ ।୫୨।ରାଜାର ଛାମୁରେ ଯାଇଂ କହିଲେ ମୁନେହିଂସ୍ୱାମୀ ସନ୍ୟଯାକ ନାଶଗଲେ ଜୀଅନ୍ତା କେହି ନାହିଂ ।୫୩।କାଳ କୃତାନ୍ତକ ବୋଲି ବେନି ସେନାପତିସ୍ୱାମୀ ପ୍ରତକ୍ଷେ ଦିଶନ୍ତି ଯେ ଯମ ଦେବତା ମୂରତି ।୫୪।ଆମ୍ଭର ବୋଲ ତୁହୋ ନ କଲୁ ନୃପମଣିନାଶଗଲେ ସନ୍ୟ ତୋର ଚାରି ଯେ କ୍ଷଉଣୀ ।୫୫।ଶୁଣିଣ ଅଧର ପୁଷ୍ଟ କରଇ ନୃପତି ବୀରବାହୁପାଣ୍ଡବ ମାତ୍ରକେ ଆବର ୟେଡ଼େ କାହୁଂ ।୫୬।ସନ୍ୟ ସାଜ ବୋଲି ଆଗ୍ୟାଂ ଦିଲାକ ନୃପମଣିରଥ ଗଜ ସନ୍ୟ ସମଦଣ୍ଡ ଯେ ପଲାଣି ।୫୭।ପଞ୍ଚଦଶ କ୍ଷଉଣୀ ବୀରବାହୁର ତୁଲେ ଥିଲେସୁବାହୁ ସମରେ ଚାରି କ୍ଷଉଣୀ ନାଶଗଲେ ।୫୮।ୟେଗାର କ୍ଷଉଣୀ ପୁଣ ସନ୍ୟବଳ ସାଜିଧାମନ୍ତି ତାହାର ବଳ କୋପେଣ ଗଳଗାଜି ।୫୯।ନଗ୍ରର ଭିତରେ ପଶି କୋପେଣ ଆସଇ ଭୀମଦଣ୍ଡ ଦେଖି ଭୀମ ସୁମରେ ପୁରୁଷ ଉତ୍ତମ ।୬୦।ସ୍ୱାମୀ ତୁ ଯେ ବୋଇଲୁ ନ ମାରିବୁ ରାଜାମାନନ୍ତପଛିମର ରାଜାମାନେ ତୋତେ ହେବେ ବଶ୍ୟାବୃତ୍ତ ।୬୧।ଜରାସନ୍ଧକଇଂ ବଧ କଲି ମୁଂ ନିକଟେୟେଡ଼େ ବଡ଼ ପ୍ରତଗ୍ୟାଂ ମୋର ପାସୋରିଲେନି ମନ୍ଦ ଦୁଷ୍ଟେ ।୬୨।ଆଜର ଯୁଦ୍ଧେ ଦେବ ନ ବ୍ରତଇଟି ବୀରବାହୁୟେ ରାଜ୍ୟର ତୁଲେ ଧନ ଦେବି ମୋର ତହୁଂ ।୬୩।ସୁବର୍ଣ୍ଣ ରାଜାୟେ ପଛେ ଗଢାବନ୍ତୁ ଦେବହରିନୋହିଲେ ମୋହୋର ବେଳେ ୟେ ଦୁଷ୍ଟଂକର ପ୍ରତଗ୍ୟାଂ ସହିତେ କି ପାରି ।୬୪।ରାଜା ଦୁଇ ଚାରି ନ ମାଇଲେ କି ୟେ ଦିଗ ହୋୟେ ସାଧିୟେ ଦୁଷ୍ଟଂକର ଥିଲେ କାର୍ଯ୍ୟ ନୋହୋଇ ଯେ ସିଦ୍ଧି ।୬୫।ମରୁତ ସାରଥି ବୋଇଲା ବାବୁ କୋପ ଶାନ୍ତିକରରାଜାନ୍ତ ମାଇଲେ ଯୋଗ କେହ୍ନେ କରିବେ ଯୁଝେଷ୍ଠି ନୃପବର ।୬୬।ଅନେକ ତିଆରିଣ ବୋଇଲା ମରୁତ ସାରଥିମାଧୁର୍ଯ୍ୟ ବଚନ କହି ତାର କୋପ କଲା ଶାନ୍ତି ।୬୭।ବୀରବାହୁ ସନ୍ୟ ବେଢିଲେକ ଯାଇଂ କୋପେମଣ୍ଡୂକୀ ଦେଖି ଯେହ୍ନେ ଗର୍ଜନ୍ତି କାଳସର୍ପେ ।୬୮।ଧର ଧର ମାର ମାର ତାକୁ ପଡୁଅଛି ବୋବିପାଦର ଘାତେ ଯେ କମ୍ପୁଅଛି ମହୀଦେବୀ ।୬୯।କିଳିକିଳା ଶବଦେ ଦିଅନ୍ତି ମୁଖ ରଡ଼ିମହାବାତ ଘାତେ ଯେସନେ କଦଳୀବୃକ୍ଷ ପଡ଼ି ।୭୦।ସର୍ପନ୍ତ ଦେଖି ଯେସନେ ଖଗେଶ୍ୱର କୋହିକଟୁ ବଚନ ପ୍ରତଗ୍ୟାଂ ଆଉ ବୀର ନୁଆରିଲା ସହି ।୭୧।କାଳ କୃତାନ୍ତକ ବେନି ସେନାପତି ଆଗ ସରିବୀରବାହୁ ଥାଠେ ମିଳିଲେ ଯେହ୍ନେ ବିକ୍ରମକେଶରୀ ।୭୨।କାଳେବର ଗଦା ଘେନି ଯେ ଧାମଇଂ ମାରୁତିରଣେ ଅନିର୍ବାରଣ ସେ ଅଟଇ ଅଶାନ୍ତି ।୭୩।ଯେସନେକ ପର୍ବତ ଉଠିଆସଇ ମନ୍ଦରସେହି ସରୂପେ ଦିଶଇ ପାଣ୍ଡବ ସୁନ୍ଦର ।୭୪।ଗଦା ବୁଲାବନ୍ତେ ଯେ ବହଇ ପବନଉଡ଼ିଲେକ ବାତଘାତେ ବୀରବାହୁ ସନ୍ୟ ।୭୫।ଯେସନେକେ ପବନ ବହଇ ଉଲୁକାପାତେରଥ ଗଜ ଅଶ୍ୱେ ପଡିଲେ ଗଦାର ବିଘାତେ ।୭୬।ଅନେକ ଦୂରେ ଯାଇଂ ପଡିଲେ ଛିଟିକିକୃତାନ୍ତେକ ମୂରତି କେ ପାରିବ ରଖି ।୭୭।ଦେଖ ହୋ କ୍ଷତ୍ରୀପଣ ବୀରବାହୁ ନୃପତିଉଲୁକାପାତ ବାଢି ବଞ୍ଚାଇଲା ଯେ ପ୍ରତଗ୍ୟାଂ ମହାରଥୀ ।୭୮।ପାଞ୍ଚ ଅହିବ୍ରତ ତୁଲେ ଘେନିଣ ମହାଯୋଧୀଅନିର୍ବାରଣ ଶର ସେ ଭୀମସେନକଇଂ ବିନ୍ଧି ।୭୯।ଦେଖିଣ କୋହାନଳ ପବନର ବତ୍ସଭୀମସେନ ଚାହିଂଲା ଯେ ମରୁତ ସାରଥିର ମୁଖ ।୮୦।ତୁ ଯେ ସମାର୍ଜନା କଲୁ ପିତାମହୟେଡ଼େକ ଅପରାଂଜୟେ ରାଜାର ହୋଇଲା ୟେଡ଼େ କୋହ ।୮୧।ୟେହାନ୍ତ ନ ମାଇଲେ ୟେ ପଚ୍ଛିମ ଦିଗ ନୋହେ ସାଧିକେସନେକ ସହିବି ୟେ ବଡ଼ାଇ ଅପରାଧୀ ।୮୨।ମରୁତ ବୋଇଲା ବାବୁ କୋପ ସଂହାରକର ବୀର ଭୀମଆପଣାର କାର୍ଯ୍ୟେ ହୋ କୋପ କର ଶମ ।୮୩।ସେବକର ଦୋଷ ପ୍ରଭୁ ସଂହରଣ କରିଯେ ମହାପ୍ରଭୁ ସେ ସକଳ ଦୋଷ ଅପ୍ରାଧ କ୍ଷମାକରି ।୮୪।ମରୁତ ତିଆରନ୍ତେ ବୀରବାହୁ ଆସଇ କଟାଳିବେଳୁଂବେଳ ପ୍ରତଗ୍ୟାଂ ସେ ବଢିଲା ମହାବଳୀ ।୮୫।ସମ୍ଭର୍ବେ ସନ୍ୟ ଯହୁଂ ଦେଖିଲା ଦୁର୍ଜୟେକୋପେଣ ଧାଇଂଲା ସେ ପବନ ତନୟେ ।୮୬।ଦେଖିଲା ଅଶୀଲକ୍ଷ ଯୋଦ୍ଧା ୟେକମୁଖ ହୋଇପଶିଲେ ସାଂଗ୍ରାମେ ଯେ ଅସିପତ୍ର ବୁଲାଇ ।୮୭।ଗଜଯୂଥ ଦେଖି ଯେହ୍ନେ ଧାମଇଂ କେଶରୀଧାମଇଂ ବ୍ରିକୋଦର ଯେ କରେଣ ଗଦାବର ଉଭାରି ।୮୮।ରଡ଼ିଘାତେ କମ୍ପିଲା ଯେ ସପତ ବ୍ରହ୍ମାଣ୍ଡମେଦିନୀ କମ୍ପିଲା ଗିରିବର ସପତ ଭୂଅଖଣ୍ଡ ।୮୯।ଉଡିଲା ପର୍ବତ ଯେହ୍ନେ ଆସଇ ସ୍ଥାନ ତେଜିରୋଷେଣ ପାଣ୍ଡବ ଯେ ଉଠିଲା ଗଳଗାଜି ।୯୦।ଆକ୍ରୋଷି ଧଇଲା ସେ ରଥନ୍ତ ବେନିକରେୟେକରଥ ପ୍ରହାର କରଇ ଆରେକ ରଥ ଉପରେ ।୯୧।ଗଜନ୍ତ ବୁଲାଇ ବାହନାଦ କରି ପିଟିଗଜ ଅଶ୍ୱ ମାହୁନ୍ତ ରକତ କର୍ଦ୍ଦନ ହୋଇ ଉଠି ।୯୨।ସଇନି ଅସାଷ୍ଟମ ଦେଖିଣ ବୀରବାହୁହାକ ଦିଅଇ ପାଣ୍ଡବା ରେ ୟେଡେକ ଦର୍ପ କାହୁଂ ।୯୩।ପରରାଷ୍ଟ୍ରେ ପରଭୂମିରେ ପଶି ତୋର କିଂପେ ୟେଡେ ଦର୍ପଖଗେଶ୍ୱର ଆଗେ କାହିଂ ପ୍ରତଗ୍ୟାଂ କରଇ ରେ କାଳସର୍ପ ।୯୪।ଅନେକ ପ୍ରତଗ୍ୟାଂ କରି ସେ ବୀରବାହୁ ନୃପରାୟେଅଶ୍ୱେକ ଚଢି କ୍ଷେପିଲା ଶେଣାପଛୀ ପ୍ରାୟେ ।୯୫।ଶତେ ଶତେ ଭାର ସେ ବେନିଗଦା ବୁଲାଇଭୀମସେନ ଉପରେ ପିଟିଲା ଗଦା ନେଇ ।୯୬।ଯେସେନେକେ ଗିରିବର ବଜ୍ରେ ପଡଇ ତୁଟିଭୀମସେନ ଉପରେ ପଡି ହୋଇଲା ରୁଧିର ବୃଷ୍ଟି ।୯୭।ଘାୟେଣ ଘୁମାଇଲା ସେ କୋଇନ୍ତା ଦେବୀର ବଳାଅସାଷ୍ଟମ ପାଇ ମାରୁତି ତେଜ ଅନର୍ଗଳା ।୯୮।ବ୍ରିକୋଦର ମୁରତି ବିକାଶିଲା ବୀର ଭୀମଗଦାବର ବୁଲାଇ ସେ ଉଠିଲା ସାଂଗ୍ରାମ ।୯୯।ରହ ରହ ବୋଲିଣ ଗଦା ପିଟିଲା ନେଇ ତୋଳିଗଜକୁମ୍ଭରେ ବାଜନ୍ତେ ଗଜ ହେଲା ଧୂଳି ।୧୦୦।ପାଦଗତି ହୋଇଣ ଯେ ଧାମଇଂ ବୀରବାହୁ ନୃପତିବ୍ରିକୋଦର ଉପରେ ଗଦା ପିଟିଲା ନେଇ ଧାତି ।୧୦୧।ଆପଣାର ଗଦା ପାତିଲାକ ବୀରମଣିବେନିଗଦା ପଡ଼ି ତାଳେ ଝଲକିଲା ବହନି ।୧୦୨।ପୁଣ ପୁଣ ଗଦା ପ୍ରହାର କଲାକ ବ୍ରିକୋଦରବୀରବାହୁ ଗଦା ଭାଜି ହୋଇଲା ଶତେଚୂର ।୧୦୩।ରଣରଙ୍ଗେ ନିର୍ଭୟା ସେ କୁମୁଦସେନ ବଳାହାଥେଣ ବୀରବାହୁ ଘେନିଲା ଖଡଗଫଳା ।୧୦୪।ପବନ ଗତି କରି ବୁଲାଇ ଅସିପତ୍ରଅନ୍ତରୀଚ୍ଛେ ପ୍ରହାର କଲାନେଇ ଭୀମସେନର ଗାତ୍ର ।୧୦୫।ବାମଅଙ୍ଗ ପାତିଲା ବୀର ଖଡ଼ଗ ପଡ଼ନ୍ତେଅଗ୍ନି ଝଲକିଲା ଯେ ଅସିପତ୍ରର ବିଘାତେ ୧୦୬।ଖଡ଼ଗ ଭାଞ୍ଜନ୍ତେ ବୀରବାହୁ ହୋଇଲା ଶୂନ୍ୟହାଥବ୍ରିକୋଦର ହୃଦେ ନେଇ ମାଇଲା ବଜ୍ରମୁଥ ।୧୦୭।ପ୍ରତଗ୍ୟାଂ ବଳବନ୍ତା ଯେ ପବନର ଶିଷବାମକରେ ଦରାଣ୍ଡିଲା ଯେ ବୀରବାହୁର କେଶ ।୧୦୮।ଅନ୍ତରୀକ୍ଷେ ଦରାଣ୍ଡିଣ ଧରେ ତାର ବାଳଦକ୍ଷିଣଭୁଜେ ଖଡ଼ଗ ବୁଲାଇ ଅନ୍ତରାଳ ।୧୦୯।ପିଟିଲାକ ଭୀମସେନ କୋପାନଳ ଚିତ୍ତେମରୁତ ସାରଥି ଧଇଲା ଭୀମସେନର ହାଥେ ।୧୧୦।ମରୁତକଇଂ ପେଲିପକାୟେ ଭୀମସେନ ପରଚଣ୍ଡାଗାଢେ ସାରଥି ତାହାର ଉଛୁଡ଼ି ଘେନିଲାକ ଖଣ୍ଡା ।୧୧୧।ଛାଡ଼ ଛାଡ଼ ପିତାମହ ବୋଲଇ ବ୍ରିକୋଦରଅବଶ୍ୟ ଛେଦିବଇଂ ୟେ ବୀରବାହୁର ଶିର ।୧୧୨।ମରୁତ ସାରଥି ବୋଇଲା ତୁ ଯେ ଅଇଲୁ ରାଜାନ୍ତ ନିମନ୍ତିୟେହିମତି ରାଜାନ୍ତ ମାଇଲେ ରାଜୁସିଯାଗ ହୋଇବକେବଣ ମତି ।୧୧୩।ସଜ୍ଜନକଇଂ ପାଳନ ତୁ ଦୁଷ୍ଟକଇଂ ଦର୍ପଧ୍ୱଂସାଭଗତଜନମତ୍ସଳ ତୁ ପୁରାଅ ମନୀଷା ।୧୧୪।ମରୁତ ସାରଥି ବୋଇଲା ତୁ ଛାଡ଼ ୟାକୁ ରିହଅନାଥ ଲୋକଂକୁ କିଂପେ ତୋର ୟେଡ଼େ କୋହ ।୧୧୫।କାଳେ ଦନ୍ତେଣ ତିରଣ ଘେନି ନୃପତି ବୀରବାହୁସ୍ୱାମୀ ଶରଣମତ୍ସଳ ନାଥ ୟେଡେକ କୋପ କାହୁଂ ।୧୧୬।ମୁହିଂ ଅନାସ୍ତ ଜନ ତୁ ଅନାସ୍ତ ଲୋକ ବନ୍ଧୁଶରଣ ରକ୍ଷଣ ନାଥ ବଂଶ ତୋର ସାଧୁ ।୧୧୭।ନ ଜାଣି ପ୍ରତଗ୍ୟାଂ ସ୍ୱାମୀ କଲାଇଂ ବହୁତଅଗ୍ୟାନ ମୂର୍ଖ ଯେ ମୋହୋର ପ୍ରକୃତି ପ୍ରକୃତ ।୧୧୮।ମୁହିଂ ଅବା ତୋତେ ଦ୍ରୋହ କଲାଇଂ ଅଗ୍ୟାନେୟେଥିକଇଂ କ୍ରୋଧ ସ୍ୱାମୀ ଧଇଲୁ କେସନେ ।୧୧୯।ସ୍ୱାମୀ ପଣ୍ଡିତ ଶତ୍ରୁ ହୋଉ ବାଞ୍ଛନ୍ତି ସୁଜନେଚଉର୍ଯ୍ୟକୁ ଅପ୍ରାଧ ନ ବହନ୍ତି ପଣ୍ଡିତ ଜନମାନେ ।୧୨୦।ମୂର୍ଖ ଅପରାଧୀ ଲୋକଂକୁ କୋପ ନ କରନ୍ତି କାଶୀମହାପ୍ରଭୁ ହୋଇ ପରକଇଂ ଆକ୍ରୋଷି ।୧୨୧।ଭଗତଜନବତ୍ସଳ ତୁ ଯେ ଶରଣକଇଂ ରକ୍ଷାମର୍ଜିଲୁ ଦର୍ପ ମୋର ରୁହାଇଲୁ କଇଚ୍ଛା ।୧୨୨।ଅନେକ ତୁସ୍ତି କରି ରାଜା ରୋବଇ ବିକଳେଶତେସହସ୍ର ଦଣ୍ଡ ପ୍ରଳମ୍ବିତ ହୋଇ ସେ ଭୀମସେନର ପାଦତଳେ ।୧୨୩।ରାଜାର ବଚନେ ଶାନ୍ତି ହିଡ଼ିମ୍ବିକୀ ବଲ୍ଲଭକ୍ଷତ୍ରୀବର ପ୍ରତଗ୍ୟାଂ ସେ ଅଟଇ ଦୁଲଭ ।୧୨୪।ଦୟା ବସିଲାକ ତହୁଂ ପାଣ୍ଡବ ପଞ୍ଚାଳଆହୋ ଦୁଷ୍ଟପଣେ ନାଶଗଲୁ ହୋ ମହୀପାଳ ।୧୨୫।ଅକ୍ଷତ ଗୁଆ ତାକୁ ଶ୍ରୀକରେ ଦିଲାକ ପାବେନିରାଜୁସି ଥାଠକୁ ଯାଅ ତୋହୋର ଥାଠ ସନ୍ୟ ଘେନି ।୧୨୬।ଶ୍ରୀଅଙ୍ଗେ ଚନ୍ଦନ ଚତୁସମ କସ୍ତୁରୀଦେବାଙ୍ଗ ବସନ ଭୀମ ଶ୍ରୀହସ୍ତେ ଦିଲେ ଶାଢୀ ।୧୨୭।ଅନେକ ଭଗତି ଭାବେ ଯେ ବୀରବାହୁ ନୃପମଣିସମଦଣ୍ଡ ଘେନି ଆସ୍ତାନେ ପଟୋଆର ଦିଲା ପୁଣି ।୧୨୮।ଆଲଟ ଚାମର ଆଣି ଧରନ୍ତି ଅପ୍ରମିତେଆପଣେ ବୀରବାହୁ ଛାମୁରେ ଧରିଛି ପାଟଛତ୍ରେ ।୧୨୯।ବିଜୟେ ମାରୁତି ଯେ ଆସ୍ତାନ ଉପରେଖଟନ୍ତି ବିଳାସୁଣୀୟେ ଭରହରଷେ ଛାମୁରେ ।୧୩୦।କିଂକର ପ୍ରାୟେ ହୋଇ ପଚାରଇ ବୀରବାହୁ ନୃପତିସ୍ୱାମୀ ଆଜକ ମୋହୋର ପୂରେ ରହିବା ଦିବାରାତି ।୧୩୧।ଆହୋ ବୀରବାହୁ ଧ୍ୱଂସିଲି ୟେ ତୋହୋର ନିଜ ରାଜ୍ୟଅନେକ ସନ୍ୟ ନାଶଗଲା ପାଇଲୁ ଅକାର୍ଯ୍ୟ ।୧୩୨।ୟେ ତୋହୋର ରାଜ୍ୟେ ଆମ୍ଭେ ରହିବୁ କେମନ୍ତେରାଜାନ୍ତ ନିମନ୍ତ୍ରିବି ମୁଂ ପଚ୍ଛିମ ଦିଗ ପ୍ରଶସ୍ତେ ।୧୩୩।ଆସ୍ତାନୁଂ ଓହ୍ଲାଇ ବୀରବାହୁକୁ ସଂବୋଧିଅମାନତ୍ୟମାନନ୍ତ ଶାଢୀ ଦିଅଇ ପ୍ରବୋଧି ।୧୩୪।ବୀରବାହୁ ବୋଇଲା ସ୍ୱାମୀ ତୋହୋର ସଙ୍ଗେ ଥିବିତୋହୋର ପ୍ରାୟେ ସ୍ୱାମୀକି ଛାଡି କାହିଂ ଆବର ଯିବି ।୧୩୫।ଭୀମସେନ ବୋଇଲା ସଙ୍ଗେ ଥିବାକୁ ଯେବେ ତୋହୋର ଇଚ୍ଛାୟେବେ ରାଜୁସି ଯାଗରେ ଯାଅ ଯା ତୋହୋର ପୂରିବମନବାଞ୍ଛା ।୧୩୬।ବାହୁଡଇ ବୀରବାହୁ ଭୀମସେନର ସତ୍ୟବଚନ ଶୁଣିସମ୍ଭର୍ବ କରି କଲା ରାଜା ଥାଠସନ୍ୟ ପଲାଣି ।୧୩୭-୨୫୬୫।