ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୧୦ / ୨୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଶ୍ରୀମୁଖ ଲେଖନ
ଶ୍ରୀମୁଖ ଲେଖନ କରନ୍ତି ମନ୍ତ୍ରୀ ଚୂଡ଼ାମଣି ।୩୦।ଶ୍ରୀ ଅନାଦି ଦେବଂକର ଶ୍ରୀଚରଣେ ଶରଣଯେ ସେ ହୋଇ ସୋମରାଷ୍ଟ୍ର କୁଳର ମଣ୍ଡନ ।୩୧।୨୬୯୩।ଶ୍ରୀମୁଖ ଲେଖନ ଶ୍ରୀ ଶ୍ରୀ ଦେବଗଣେ ଶରଣ, ଶ୍ରୀ ଶ୍ରୀ ଅନାଦି ଦେବଙ୍କ ଶ୍ରୀଚରଣେ ଶରଣସୋମପାଳ ବୁଧଗୁରୁ ଶମ୍ଭୁରାଣ କୁଳ ମଣ୍ଡଣଯଯାତି ଦେବ ରାଜ୍ୟ ରକ୍ଷା ପାଳନ ।୧।ଜାହ୍ନବୀସୁତ ରକ୍ଷଣସୋମରାଷ୍ଟ୍ର କୁଳ ମଣ୍ଡଣ ।୨।ଶାୟନ୍ତନୁ କୁଳ ଉଦ୍ଧାରଣନୃପତି ବଂଶ ଧାରଣ ।୩।ସର୍ବ ରାଜାମାନ ମର୍ଦ୍ଦନଜାନୁଘଣ୍ଟ ସଂସିଦ୍ଧନ ।୪।ବିଚିତ୍ରବୀର୍ଯ୍ୟ କୁଳ ନନ୍ଦନକୁମ୍ଭକ ଦାନବ ବିଦାରଣ ।୫।ପାଣ୍ଡବାସୁର ଦର୍ପ ଚୂରଣକପିଳାସ ସ୍ୱର୍ଗ ଉଦ୍ଧାରଣ ।୬।କାଶୀଭୁବନ ରକ୍ଷା ପାଳନଦ୍ୱାରକାପୁର ବିମଣ୍ଡନ ।୭।କୁରୁବଂଶ ଉଦ୍ଧାରଣଶତଧନୁ ଶରଣ ପଞ୍ଜର, କଉଶିକ ରକ୍ଷାପାଳଣ ।୮।ଅଇରି କୁଳ ଧୂମକେତୁବିଷଲଡୁ କପଟେ ଭକ୍ଷଣ,ନାଗେଣୀ ଦର୍ପ ଗଞ୍ଜନ ।୯।ବିନ୍ଧ୍ୟାବଳୀ ପ୍ରାଣଗୁରୁଶବରୀ ଭୁବନ ରକ୍ଷାପାଳନ, ଶିବରାଜା ମାନ ମର୍ଦ୍ଦନ ।୧୦।ବେଲାବଳୀ ସ୍ୱର୍ଗ ଉଦ୍ଧାରଣଜରାସନ୍ଧ ନିଶୋଧନ, ଛୟାଣୋଇ ସସ୍ର ରାଜାନ୍ତ ବନ୍ଦୀ ମୋକ୍ଷଣ ।୧୧।ଇନ୍ଦ୍ରପ୍ରଶସ୍ତ, ଯମପ୍ରଶସ୍ତ ବାରୁଣାବନ୍ତହସ୍ତିନାପୁର ଜୟନ୍ତାପୁର ପଞ୍ଚୁରାଜ୍ୟ ରକ୍ଷାପାଳନ ସମର୍ଥ ।୧୨।କୁଣ୍ଡଳଋଷିର ମାନ ରକ୍ଷଣଶତଶୃଙ୍ଗ ପର୍ବତ ଚୂରଣ ।୧୩।ଦୋହୋରା ଦେବ ପ୍ରସନ୍ନ, ଚିତ୍ରଙ୍ଗଦ ପର୍ବତ ମୁଥେ ଚୂରଣଜାତୁରଗ୍ରହ ଭସ୍ମାନ୍ତକ, କିମ୍ଭୀରୀଦତ ବିଦାରକ ଜଳପଥମୁକ୍ତି କାରଣ ।୧୪।ମଧୁବନେ କିନ୍ନରୀ ପ୍ରାଣ ହରଣଶିବପୁର ଉଦ୍ଧାରଣ ଚାଣ୍ଡାଳ ବଳ ନିଶୋଧନ ।୧୫।ୟେକଚକ୍ରା ନଗର ମଣ୍ଡଣ, ବକାସୁର ମାନ ମର୍ଦ୍ଦନଶଉନିକ ଦର୍ପ ଧ୍ୱଂସନ, ହିଡିମ୍ବକ ନିସୂଦନ ।୧୬।ହିଡିମ୍ବିକୀର ପ୍ରାଣଗୁରୁ, ଦ୍ରୁପଦପୁର ମଣ୍ଡନଲକ୍ଷେ ରାଜାଗଣ ମଉଡମଣି,ପଞ୍ଚାଳୀ ମାନ ହରଣ ।୧୭।କାଳ କୃତାନ୍ତକ, କାଳଦଣ୍ଡ ପାଣି ଯମଦର୍ପ ନିଶୋଧନଭୀଷ୍ମ ଦ୍ରୋଣ କୃପ କର୍ଣ୍ଣ ଶଲ୍ୟ ଶକୁନି ଦର୍ପ ଧ୍ୱଂସନ ।୧୮।ଶ୍ରୀ ଜଗନ୍ନାଥଂକ ପ୍ରାଣବଲ୍ଲଭ ଅଭୟ ସୋମବଂଶ ମାନ ପୂରଣକରୁଣ ଗନ୍ଧର୍ବ ଶରଣ ଉଦ୍ଧାରଣ ।୧୯।ଧୃତରାଷ୍ଟ୍ର ଭରଶଲ ମାନଗୋବିନ୍ଦ ଦର୍ପମର୍ଦ୍ଦନଶରଣପଞ୍ଜର କଇଚ୍ଛା ଜଗଜ୍ଜେଠୀ ବାଞ୍ଛା ସମାପନ ।୨୦।ଯୋଗୀ ଜନମାନ ବିନୟ ଶରଣଦୁଷ୍ଟ କାଳ କୃତାନ୍ତକ ସଜ୍ଜନ ରକ୍ଷା ପାଳନ ।୨୧।ମହିମାଂ ମତ୍ତଗଜ ଦାରଣ କେଶରୀ କାମିନୀ ମନସିଜମହୀସ୍ଥଳୀ ରାଜାଗଣ ଭୁଜଙ୍ଗ ।୨୨।ଶୟଳ ରାଜାଗଣନ୍ତ ବରପ୍ରସାଦମନ୍ତ୍ର ସାଧକ ନିର୍ମଳ ଶାସ୍ରବେତ୍ତା ଯଜୁର୍ବେଦାନ୍ତ ।୨୩।ବହୁ ବେଦମନ୍ତ୍ର ବୋଧନବଳରାମ ଭରଶଲ ଯୋଗୀଜନ ବହୁ ମଣ୍ଡନ ।୨୪।ତପୋବନ ରକ୍ଷା ପାଳନ, ଋଷି ବିପ୍ର ଚରଣ ବନ୍ଦନଗୁରୁ ପିତୃଗଣ ଭକ୍ତି ଭାଜନ, ରାକ୍ଷସ ବଳ ନିଶୋଧନ ।୨୫।କେଶରୀ ସହସ୍ର ପଞ୍ଚାଣ ଉଡ଼ଙ୍ଗବଳଶ୍ରୀପୁରୁଷୋତ୍ତମ ଚରଣେ ଶରଣ, କରୁଣାକର ରାଜ ରାଜେଶ୍ୱର ।୨୬।କାଳାନ୍ତକ କାଳେବର, ଯମଉପରି ଦ୍ୱିତୀଯମକାଳଦଣ୍ଡ ଦୀକ୍ଷାଗୁରୁ, କାଳ ବିକାଳ ଭୁଜ ବନ୍ଧନ ।୨୭।ଚିତ୍ରଗୁପ୍ତ ପାଦାସନ, ଲୋହଦଣ୍ଡ ରଥ ମଣ୍ଡନଶାର୍ଦ୍ଦୁଳ କେତନ ବର୍ଣ୍ଣ ଚିହ୍ନ ।୨୮।ମୁକୁଟବନ୍ଧା ଯୋଦ୍ଧୃଗଣ ଶିର ଶେଖର ମଣିପବନ ଦେବତାନ୍ତ ଶୟଳ ସଦାରେକ ବୀରାଧି ବୀରବର ମଉଡମଣି ।୨୯।ଉତ୍ତର ଦକ୍ଷିଣ ପୂର୍ବ ପଚ୍ଛିମଚତୁର୍ଦ୍ଦିଗ ରାଜାଙ୍କ ଉପରେ ଭୁଜଙ୍ଗ ।୩୦।ମସ୍ତକ ଚୂଡାମଣି ସର୍ବନୃପ ଦେବଶ୍ରୀ ଶ୍ରୀ ଶ୍ରୀ ଭୀମ ଅଚାର୍ଗଳ ପାଣ୍ଡବ ।୩୧।ପଛିମ ଦିଗପତି ଭୀମଶ୍ରୀ ବୀର ବ୍ରିକୋଦର ଜେନାଂକର ଅଭୟେ ପାଦପଦ୍ମେବିନୟେ ନମଃ ।୩୨।ମଘଦେଶ ମତ୍ସ୍ୟଦେଶ ରାଜ୍ୟଦ୍ୱୟ ମଝିପାରିଦଣ୍ଡବିରାଟକୁ ୟେ ଅଟଇ ଶ୍ରୀମୁଖ ପ୍ରସାଦ ଖଣ୍ଡ ।୩୩।ଆହୋ ବିରାଟ ତୋହୋର ଥାଟସନ୍ୟ ଯେତେକ ଥିବଦେଖା ଦରଶନି ଧନ ଘେନି ରାଜୁସି ଯଗ୍ୟଂସଭାରେଇନ୍ଦ୍ର ପ୍ରଶସ୍ତ ରାଜ୍ୟକୁ ଉଠି ଆସିବ ।୩୪।ଶ୍ରୀ ଗଦାବର ଚୂଡାମଣିଭୀମସେନ ଠାକୁରଂକ ସନ୍ତକ ମଣି ।୩୫।ଶ୍ରୀ ରାଷ୍ଟ୍ରପତି ମଣ୍ଡଳାଧିପତିମଙ୍ଗଳ ମୂର୍ଦ୍ଧନା,ଶ୍ରୀ ବ୍ରିକୋଦର ଠାକୁରଂକ ପ୍ରଶସ୍ତ ସନମତି ।୩୬।ଶୁଭାଙ୍ଗ ଶୂଦ୍ରମୁନି ସାରୋଲା ଦାସତୁଳୁସାର ଚରଣେ ଶତ ସହସ୍ର ପରଣାମ ସଦାଇ ଭାବରେଶ୍ରୀ ହିଙ୍ଗୁଳା ଚରଣେ କରଇ ସେବା ଅଭ୍ୟାସା ଇତି ।୩୭।ଶ୍ରୀମୁଖ ଲେଖନ କଲା ପାତ୍ର ଧୂମକ୍ଷେତ୍ରକାଳୀଞ୍ଜନ ପଢିହାରୀ କାଳଧ୍ୱଂସନ ବେନି ଦୂତ ।୩୮।ବେନି ବିମାନ ଆରୋହୀ ବେନି ସେନାପତିଶତେକ ଚାରସଙ୍ଗେ ଘେନିଣ ସେ ଚଳିଲେ ତତକ୍ଷଣାନ୍ତି ।୩୯।ଶ୍ରୀମୁଦ ସନ୍ତକ ଗଦାମୁଦ ଭୀମସେନ ଅଧିକାରୀଶ୍ରୀ ବ୍ରିକୋଦର ଜେନାଂକ ବଚନ ସେ କରି ।୪୦।କାଳୀଞ୍ଜନ ପଢିହାରୀ କାଳଧ୍ୱଂସନ ଡଗର ବେନିବାୟବ୍ୟକୋଣେ ଗଲେ ଭୀମସେନର ସନ୍ତକକୁ ଘେନି ।୪୧।ଉଡ଼ନ୍ତି ବିମାନେ ଯେ ପବନୁ ଆପାତେହୃଦେ ଶ୍ରୀମୁଖେ ଲଗାଇ ଚଳିଲେ ବେନିଦୂତେ ।୪୨।୨୭୩୫।ମଦନସେନ ରାଜାକୁ ନିମନ୍ତ୍ରଣ, କନ୍ଦର୍ପସେନସହିତ ଯୁଦ୍ଧ ଓ ତାହାର ମୃତ୍ୟୁଦୂତ ପଠିଆଇଣ ୟେଣେ ଚଳିଲେ ପାବେନିସଉରାଷ୍ଟ୍ର ମଣ୍ଡଳେ ବିଜୟେ ସନ୍ୟ ଘେନି ।୧।ପଛିମ ସଉରାଷ୍ଟ ବନ ଗହନ ଯେ ଦେଶତହିଂ ଯାଇଂ ଭୀମସେନ ହୋଇଲା ପ୍ରବେଶ ।୨।ବାଇ ମହୁରୀ ଯେ ଶରଗୁଣା ଅଧାଟିକୁତୂହୋଳେ ରାଜ୍ୟେ ପଶନ୍ତେ ଅପକ୍ଷରା ଛାମୁରେ ଖଟି ।୩।ମେନକା ମଦନିକା କାମସେଣା ମୋହିନୀଆକାଶୁଂ ଅପକ୍ଷରୀ ପଠାଇଲେ ସସ୍ରଯୋନି ।୪।ସଉରାଷ୍ଟ ମଣ୍ଡଳେ ପଶିବାର ବେଳେଖଟନ୍ତି ଭରହରଷେ ସୁନ୍ଦରୀ ତାଣ୍ଡେବ କୁତୂହୋଳେ ।୫।ପଞ୍ଚମସ୍ୱର ବୀଣା ବାଜେ ମଧୂର ଶବଦେନଗ୍ରେ ପଶନ୍ତେ ଶୁଭିଲା ହୁଳହୁଳୀ ନାଦେ ।୬।ରାଜାର ଛାମୁରେ ଯାଇଂ ଜଣାଇଲେ ଦେଶାଉରଅବଧାନ ହେବା ଦେବ ମଦନ ମହାଦେବ ଠାକୁର ।୭।ସ୍ୱାମୀ ଜରାସନ୍ଧ ନିବାରଣ ରାଜାନ୍ତ ଉଦ୍ଧାରଣଶ୍ରୀ ଯୁଝେଷ୍ଠିଦେବଂକର ଅନୁଜ ପଛିମ ଦିଗକଇଂ ବରଣ ।୮।ରାଜାନ୍ତ ନିମନ୍ତ୍ରିବେ ରାଜୁସି ଯାଗ ଅର୍ଥେଦୁଷ୍ଟ ନିଶୋଧନ କାଳଦଣ୍ଡ ଧରି ହାଥେ ।୯।ରାଜ୍ୟେ ପ୍ରବେଶ ଆସି ହୋଇଲେନି ମାରୁତିକେଉଂଣ ଉପାୟ କରିବା ମଦନ ମହାଦେବ ଚକ୍ରବ୍ରତୀ ।୧୦।ଚାରଗଣ ବଚନେ ଯେ ସାନନ୍ଦ ମଦନ ମହାଦେବବୋଇଲା ମୋହୋର ରାଜ୍ୟରେ କରାଅ ରେ ଉତ୍ସବ ।୧୧।ରାଜାର ବଚନ ଯେ ଧାଇଂଲେ ଚାରଗଣେରାଜ୍ୟେ ଉତ୍ସବ ଯେ କରାଇଲେ ତତକ୍ଷଣେ ।୧୨।ସୁବର୍ଣ୍ଣର କଳସ ପାତାଙ୍ଗ ନେତର ବର୍ଣ୍ଣ ଚିହ୍ନଖଞ୍ଜିତ ମଣିମାଣିକ୍ୟ ଯେ ମୁକୁତା ଅଷ୍ଟ ରତ୍ନ ।୧୩।ସେ ରାଜ୍ୟରେ ପ୍ରବେଶ ଆସି ହୋଇଲେ ମାରୁତିଆସ୍ତାନ ତେଜା ଅଇଲା ସେ ମଦନ ଚକ୍ରବ୍ରତୀ ।୧୪।ଦ୍ରୁପଦର ଶ୍ୱଶୁର ସେ ଦ୍ରୋପତୀର ଅଟଇ ଅଜାପାତ୍ର ଅମାନତ୍ୟ ଘେନି ପାଦଗତି ଆସଇ ମହାରାଜ ।୧୫।ବେନିକରେ ରାଜା ବେନି ଚାମରନ୍ତ ଘେନିଭୀମସେନ ଛାମୁରେ ଯାଇଂ କଲାକ ଦଇନି ।୧୬।ଜୟ ତୁ ପାବେନି ହୋ ପବନର ବତ୍ସିଜରାସନ୍ଧ ନିବାରଣ ତୁ କାଳ ଗରଳ ଭକ୍ଷି ।୧୭।ମମ ପାତକ ଧଂସିଲା ନାଥ ତୋହୋର ଦରଶନେପାଇଲି ପରମଗତି ତବ ପରସନ୍ନେ ।୧୮।ଆହୋ ମଦନ ମହାଦେବ ଅନେକ ସ୍ତୁତି ବୋଲିସନ୍ନିଧ୍ୟେ ନିଉଛାଳି କରି ଶୁତିଲା ଗଡଘାଲି ।୧୯।ଆଗ୍ୟାଂ ହୋଇଲା ଉଠ ଉଠ ହୋ ମଦନ ମହାଦେବକୁଶଳେ ତୁ ବ୍ରତିଅଛୁ କ୍ଷେମ ଟିକି ସର୍ବ ।୨୦।କୁଶଳରେ ବ୍ରତନ୍ତିଟି ନା ତୋହୋର ରାଜ୍ୟ ନରସମସ୍ତ ସୁବିଧାନେ ଅଛି, ନାହିଂନା ଅନ୍ତର ।୨୧।ମଦନ ମହାଦେବ ବୋଇଲା ପରମେଷ୍ଠିତବ ପରସନ୍ନେ ସ୍ୱାମୀ ମୋତେ ନାହିଂନା ଅରଷ୍ଟି ।୨୨।ପ୍ରଶୁରାମ ଆଗ୍ୟାଂ ଯେହ୍ନେ ମେଣ୍ଟନ୍ତା ପୁଣ ନାହିଂୟେ ପଚ୍ଛିମ ରାଜ୍ୟ ତେମନ୍ତ ହୋଇଛି ଗୋସାଇଂ ।୨୩।ନଗ୍ରେଣ ବିଜୟେ ଯାଇଂ କଲେକ ପାବେନିଶତେ ସହସ୍ର ଦଣ୍ଡ ପ୍ରଣପତ୍ୟ କଲେକ ମଦନ ମହାଦେବର ସଇନି ।୨୪।ଅନେକ ବିନୋୟୀ ଯେ ଖଟନ୍ତି ସର୍ବଲୋକେଦଶନହ ମୁଖେ ଭରି ଶରଣ ଫୁକାରନ୍ତି ଥୋକେ ।୨୫।ଅଳକାରନାଥ ଅବା ଆସି ବିଜୟେ କଲେ ଭୂମିସେହି ସରୂପେ ଦିଶଇ ପାଣ୍ଡବ କୁଳ ସ୍ୱାମୀ ।୨୬।ସମସ୍ତ କୁଶଳ ପୁଚ୍ଛଇ ମଦନ ମହାଦେବଭୀମସେନ ବୋଇଲା ତାତ କୁଶଳ ମୋର ସର୍ବ ।୨୭।ଅନେକ ଶୁଭ ଯେ ହୋଇଲା ମୋହୋର ରାଜ୍ୟେପ୍ରତକ୍ଷେ ମୋହୋର ପୁରେ ବିଜୟେ ଦେବରାଜେ ।୨୮।ଦୁତୀ ନିରଞ୍ଜନ ମୁଂ ଦେଖିଲି ବେନିଡୋଳେଅନାଦି ମହେଶ୍ୱର ବିଜୟେ କଲେ ମୋହୋର ରାଷ୍ଟମଣ୍ଡଳେ ।୨୯।ଆଝୁଂ ସେ ସୁଫଳ ହୋଇଲା ମୋହୋର ଜୀବନଆଜ ସେ ସୁଫଳ ହୋଇଲା ମୋର ରାଜ୍ୟ ସୁବିଧାନ ।୩୦।ସୂପକାରେ ହକାରି ଆଗ୍ୟାଂ ଦିଲାକ ମହାରାୟେମଢଫୁଲ ରାନ୍ଧଣା ଯୋଗାଡ଼ କରାୟେ ।୩୧।ଅନେକ ଯୋଗାଡ଼ମାନ ରାଜା କଲାକ ସମ୍ଭରେଆହାନିକ ସାରିଣ ଭୀମସେନ ବିଜୟେ ମୁଣୋହିରେ ।୩୨।ଭୋଜନେ ଅତ୍ରିପୁତି ଯାହାର ପୂରଇ ମନୀଷାତ୍ରଇଲୋକ୍ୟ ମଧ୍ୟରେ କେ ପୂରାଇବ ତାହାର ଆଶା ।୩୩।ଭୁଞ୍ଜିଣ ଆଚୋବନ କଲାକ ବୀରମଣିତାମ୍ବୋଳ ଯୋଗାଡ଼ହିଂ ଦିଲାକ ନୃପମଣି ।୩୪।ଶତେ ପୁତ୍ରନ୍ତ ଘେନିଣ ରାଜା ମଦନ ମହାଦେବଆଲଟ ଚାମର ଘେନି ଖଟନ୍ତି ସନ୍ନିଧ୍ୟେ ସଦିଭାବ ।୩୫।ଶ୍ରୀହସ୍ତେ ଶାଢୀ ଦିଲେ କାଳେବର ହାଥନ ଜାଣୁକି ରାଜନ ହୋ ରାଜୁସି ଯାଗର ବାରତ ।୩୬।ୟେବେ ଯେତେକ ଅଛନ୍ତି ତୋର ଥାଠ ଯେ ସଇନିୟେହିକ୍ଷଣି ଅନକୂଳ କରିଯାଅ ଦେଖା ଦରଶନି ଧନ ଘେନି ।୩୭।ଆଗ୍ୟାଂ ପରମାଣେ ସେ ମଦନ ମହାଦେବପଞ୍ଜାଶ ସହସ୍ର ରଥେ ରାଜା ପୂରୋଇଲା ପାଣିଦ୍ରବ୍ୟ ।୩୮।ଚୋଖାର ତୁରଙ୍ଗମ ପବନୁ ବେଗେ ତେଜିରଥ ଗଜ ସନ୍ୟ ରାଜା ସମ୍ଭର୍ବ କରି ସାଜି ।୩୯।ଭୀମସେନ ଦେଖନ୍ତେ ବାହାର ହେଲେ ରାଜାର ସନ୍ୟବଳଅଇଶାନ୍ୟ ମୂରତି ହୋଇ ରାଜା କଲାକ ଅନକୂଳ ।୪୦।ସଉରାଷ୍ଟ ରାଜ୍ୟ ତେଜି ଚଳିଯାଇ ଭୀମସେନକଉଶିକ ଦେଶେ ଯାଇଂ ପ୍ରବେଶ ପବନର ନାନ ।୪୧।ବିଜୟା ନଦୀର ତୀରେ କଉଶିକ ନଗ୍ର ବସଇକନ୍ଦର୍ପସେନ ନୃପତି ମାଧବସେନର ଶିଷ୍ୟଇଂ ।୪୨।ଦଶ ମର୍ଭୁତ ରଥ ଅଶୀ ମର୍ଭୁତ ହାଥୀବିଶାଶତେ ଖର୍ବ ଅଶ୍ୱ ଚଉଦ କ୍ଷଉଣୀ ପାଦାନ୍ତି ।୪୩।ବେନିଶତ ପାରିଦଣ୍ଡ ଖଟଇ ଯେ ନୃପତିବେନିଶତ ଯୋଜନରେ ସେ ଅଟଇ ଆଧିପତି ।୪୪।ଭୀମସେନ ବିଜେକଲେ ସେ ରାଜାର ରାଜ୍ୟେଉଦଣ୍ଡ ବୀରତୂର ଟମକ ନିଶାଣ ଯେ ବାଜେ ।୪୫।ଧାମନ୍ତି ଯୋଦ୍ଧାୟେ ଯେ ମହା ମହା ମଲ୍ଲଉଲୁକାପାତ ପ୍ରାୟେ ବସୁନ୍ଧରୀ ଦଲ ଦଲ ।୪୬।ବିହଡନ୍ତି ରାଉତେ ଯେ ଚୋଖାର ତୁରଙ୍ଗମ ପରେ ଚଢିମହାଗହଳ ଶବଦ ଶୁଭଇ ସିଂଘରଡି ।୪୭।କଉଶିକ ପର୍ବତେ ପାରିଦଣ୍ଡ ରାଜାମାନେ ଥିଲେକାବେରୀ ନଦୀତୀରେ ଆସି ଭୀମସେନକୁ ଓଗାଳିଲେ ।୪୮।ଆରେ ରହ ରହ ବୋଲିଣ ସେ ଓଗାଳିଲେ ଥାଠମହାନାଗ ଆରୋହିଣ ନିରୋଧ କଲେ ବାଟ ।୪୯।ଆହୋ ନାମ ସଂକେତ ନାହିଂ ତୁ ଅଟୁ କେଉଂଣ ଦେଶୀକେଉଂଣ କାରଣେ ତୁହି ଆମ୍ଭର ରାଜ୍ୟେ ପଶି ।୫୦।ନ ଜାଣୁ ନୃପତି କନ୍ଦର୍ପସେନ ବୋଲିଯମର ଅର୍ଗଳି ଭାଙ୍ଗି କେ ପଶି ପାରଇ ପେଲି ।୫୧।ପ୍ରତଗ୍ୟାଂ ସାମରଥ ୟେ ପଚ୍ଛିମ ପ୍ରଦେଶେଯୁଦ୍ଧେଣ ବିଧ୍ୱଂସିଲା ଯେହୁ କନାଉଜ ଦେଶେ ।୫୨।ଭାଙ୍ଗିଣ ଚୂରକଲା ୟେ ଯେ ଅନୁପାମ ଗିରିସାଂଗ୍ରାମରେ ଅଙ୍ଗାରପନ୍ନଗ ଯାହାକଇଂ ଗଲା ହାରି ।୫୩।ଆହୋ ଜରାସନ୍ଧ ରାଜା ଯାହାକଇଂ ନୁଆରିଲା ସାଧିତାହାର ଛାମୁରେ ତୁରେ କି ସମାନ ଯୋଧୀ ।୫୪।ଲୋହାର ଧନୁ ଧରଇ ଚାଳିଶି ସହସ୍ର ବଳନାରାଜ ବିନ୍ଧନ୍ତେ ଯାହାର ଫୁଟଇ ଅଚଳ ।୫୫।କାମିନୀ କନ୍ଦର୍ପ ବୋଲି ତୋହୋର ଶୁଣିଲା କି ନାହିଂଅପକ୍ଷରୀ ଢଳନ୍ତି ଯାହାର ମୁଖ ଚାହିଂ ।୫୬।ଯେବେ ତୁ ରାଜା ଆସିଅଛୁ ରାଜ୍ୟକୁ ବନ୍ଧୁପଣେୟେଥେ ରହିଥାଅ ଆମ୍ଭେ ଜଣାଇ ଆସୁଂ ୟେହିକ୍ଷଣେ ।୫୭।ଶତ୍ରୁତା ପଣେ ଯେବେ ପଶୁ ଆମ୍ଭର ରାଜ୍ୟନିଚୟେ ନାଶକର ପାଞ୍ଜି ପୋଛିଲା ତୋର ଆଜ ।୫୮।ଅନେକ ପ୍ରତଗ୍ୟାଂ କରନ୍ତି ପୁଣ ପୁଣପରର ପ୍ରତଗ୍ୟାଂ କି ସହଇ ଭୀମସେନ ରାଣ ।୫୯।ସନ୍ୟ ବଳମାନେ ତାର ଆସୁଛନ୍ତି ମାଡ଼ିଧାଇଂଲା ମାରୁତି ଯେ ମନୁ ଉପ୍ରୋଧ ଭାବ ଛାଡ଼ି ।୬୦।ମୁଦୁଗରେକ ବୁଲାଇ ଭୀମସେନ ପଶିଲା ସମରେଦରାଣ୍ଡି ପିଟିଲା ନେଇ ବଜ୍ର ଯେ ମୁଦୁଗରେ ।୬୧।ୟେକୁ ୟେକ ପ୍ରହାରକେ ଯେ ପଡ଼ିଲେ ଗଜ ଯୋଧୀଧାଇଂଣ ସଇନି ଯେ ଆକ୍ରୋଶି ଶର ବିନ୍ଧି ।୬୨।ଯୋଦ୍ଧାୟେ ପଡିଲେ ମତ୍ତଗଜ ପରେ ଘୁମାଇଂଗଡିଲେ ସନ୍ୟମାନେ ଭୂମିରେଣ ନିମଜ୍ଜାଇ ।୬୩।ନିଶରେ ହାଥଭରି ଯେ ପ୍ରତଗ୍ୟାଂ ଗଳଗାଜିପାରିଦଣ୍ଡମାନେ ପଳାଇଲେ ସର୍ବେ ଭାଞ୍ଜି ।୬୪।ଦଣ୍ଡଭଗ୍ନ ଦେଖିଣ ତାର ଶରଦସେନ ମନ୍ତ୍ରୀତିନିଲକ୍ଷ ମୁକୁଟ ବନ୍ଧା ଯୋଦ୍ଧା ଘେନି ଉଠିଲା ତତକ୍ଷଣାନ୍ତି ।୬୫।ଆକାଶ ଘୋଟିଲା ତାର ବାଣ ଜ୍ୱାଳାବଳୀଆଦିତ୍ୟ ଗୋପ୍ୟାନ ହୋଇଲେ ସଇନି ଚରଣ ଧୂଳି ।୬୬।ରାଗ ସାଞ୍ଜୁ ଟୋପର ତାଡ଼େଣୀ ବଜ୍ରସେନ୍ହାସାସମଲ୍ଲ ପରିଡ଼ା ନାୟେକ ବଡ଼ଜେନା ।୬୭।ସୁବର୍ଣ୍ଣର ବନ୍ଧା କୁନ୍ତ ଅଷ୍ଟରତ୍ନେ ଖଞ୍ଜିଜଳଧର ମେଘେ ଯେହ୍ନେ ସୁରଗିରି ସାଜି ।୬୮।ଅନୁବ୍ରତେ ତାର ଥାଠ ସାଜିଣ ରାୟେ ଧାୟେଂସାଂଗ୍ରାମେ ଜଗଜ୍ଜିତା ସେ କନ୍ଦର୍ପସେନ ରାୟେ ।୬୯।ଅନୁବ୍ରତେ ଦ୍ୱନ୍ଦୀ ରାଜା ଜିଣଇ ପରରାଷ୍ଚଖରା ବରଷା ଶୀତେ ତାର ଅନୁବ୍ରତେ ସାଜିଥାଇ ଥାଠ ।୭୦।ଅନେକ ଯୁଦ୍ଧେ ତେଣେ ପଡ଼ିଲେନି ସନ୍ୟଡରେଣ ମନ୍ତ୍ରୀୟେ ନ କହଇ ୟେସନେକ ବିଧାନ ।୭୧।ବଡାଇ ଗୁରୁହଂସୀ ସେ କନ୍ଦର୍ପସେନ ବୀରାଶୂରବନ୍ତ ପଣ୍ଡିତ ସେ ସାଂଗ୍ରାମେ ଅଟଇ ଧୀରା ।୭୨।ସାଂଗ୍ରାମେଣ ସଇନି ତାର ଯେ କେହିତ ନ ଘୁଞ୍ଚିଭୀମସେନ ବିଘାତରେ ଅନେକ ସଇନି ପଡୁଅଛି ।୭୩।ଯେବଣ ଭୀମସେନ ସାଂଗ୍ରାମେ ନିର୍ଭୟାଶରଣ ନ ରଖଇ ସେ ଦୃଭାର ନିର୍ଦ୍ଦୟା ।୭୪।ପଳାବନ୍ତି ସଇନି ଯେହ୍ନେ ବାସଭଗ୍ନ ପକ୍ଷୀବ୍ରିକୋଦର ମୂରତି ତାହାର କେ ପାରିବ ଦେଖି ।୭୫।ଶତଶିଂଗ ପ୍ରସନ୍ନେଣ ବଜ୍ର ଯାହାର ଅଙ୍ଗସମରେ ଅନିର୍ବାରଣ ସେ ରଣେ ନୋହୋଇ ଭଙ୍ଗ ।୭୬।ଯେସନେକ ମତ୍ତଗଜ ଧାମଇଂ ମୁକୁଳାଥାଠକୁ ମନ୍ଥନ କରଇ ତେହ୍ନେ ପବନର ବଳା ।୭୭।ରମ୍ଭାବନ ଭଗ୍ନ ଯେହ୍ନେ ବାତ ପରଚଣ୍ଡାମନ୍ଥିଲା ସଇନି ବଳ ତେହ୍ନେ ପାଣ୍ଡବ କୁଳଷଣ୍ଢା ।୭୮।ରଥଗଜ ଅଶ୍ୱ ସଇନି ଯେ ପଡିଲେ କୋଟି କୋଟିରକତ ମାୟେଂସେ କର୍ଦ୍ଦନ ହୋଇଲାକ ସୃଷ୍ଚି ।୭୯।ସାତଲକ୍ଷ ରଥ ବତିଶ ଲକ୍ଷ ହାଥୀପାଞ୍ଚକୋଟି ଅଶ୍ୱ ଅଗଣିତା ଯେ ପାଦାନ୍ତି ।୮୦।ୟେତେକ ସନ୍ୟ ଗୋଡାଇ ପିଟିଲା ବୀର ଭୀମରଥାପି ତାହାର କୋପ ନୋହିଲାକ ଶମ ।୮୧।ଯୋଦ୍ଧାୟେ ପଳାଇଲେ ସମର ଉପେକ୍ଷିବିଶ୍ରାମ ନ କରି ଗଲେ ରାଜାର ତହିଂକି ।୮୨।ଅବଧାନ କରିବା ଦେବ ଶୁଣିମା କନ୍ଦର୍ପସେନ ଚକ୍ରବ୍ରତୀସମଦଣ୍ଡ ସନ୍ୟ ତୋହୋର ହୋଇଲେ ବିନଶ୍ୟତି ।୮୩।କାହୁଂ ରଥୀୟେକ ଦେବ ଅଇଲା ଅଦଭୁତେବହୁତ ସଇନ ତୋର ମାଇଲା ଅପ୍ରମିତେ ।୮୪।ଶୁଣିଣ କୋପାନଳ ନୃପତି କନ୍ଦର୍ପଦେବରେ ରେ କାର କରି ରାଜା ଉଠିଲା ମତ୍ତଗର୍ବ ।୮୫।କୁଠାର ଆୟୁଧ ଘେନି କନ୍ଦର୍ପସେନ ରାୟେଅଶ୍ୱେକ ଚଢିଲା ରାଜା ଉଚ୍ଚୈଶ୍ରବା ପ୍ରାୟେ ।୮୬।ବାମ ଡାହାଣରେ ତାର ଲାଗିଛନ୍ତି ପଞ୍ଜମର୍ଭୁତ ରଥୀବିଦ୍ୟାଧରବୃନ୍ଦ ପ୍ରାୟେ ସମସ୍ତେ ଦିଶନ୍ତି ।୮୭।ବିରାଜନ୍ତି ମୁକୁଟ ଯେ ଝଲକନ୍ତି ଅସିବରେଡାକନ୍ତି ହାକନ୍ତି ସେ ଶବଦେ ରେ ରେ କାରେ ।୮୮।ଧୂରୁଂ ଦେଖିଲା ସେ ପ୍ରତଗ୍ୟାଂ ବ୍ରିକୋଦରରଥ ଛାଡି ଡେଇଂ ପଡିଲା ଭୂମିର ।୮୯।କାଳଚକ୍ର ପ୍ରାୟେକ ବୁଲାଇ ବେନି ଆଖିଶାମଳ ଦେଖି ଯେହ୍ନେ ଧାମଇ ବକପକ୍ଷୀ ।୯୦।ସମସ୍ୟା ନାହିଂ---- ଯେ ଗଦା ବୁଲାଇ ପିଟିପଡ଼ନ୍ତେ ଗଣ୍ଡସ୍ଥଳେ ଗଜେ ଯାଆନ୍ତି ଧୂଳି ଉଠି ।୯୧।ବାଲମିକ ବୋଲି କନ୍ଦର୍ପର ସେନାପତିଆଗିଆଣି ହୋଇଥିଲା ସଙ୍ଗେ ପଞ୍ଚ ଅହିବ୍ରତ ହାଥୀ ।୯୨।ପ୍ରଥମେ ଭେଟିଲା ତାହାକଇଂ ବ୍ରିକୋଦର ଜେନାଗଦାବର ବିଘାତେ ସେ ହୋଇଗଲା ଚୂନା ।୯୩।ଅସ୍ଥି ମାଂସ କିଛିହିଂ ନ ରହିଲା ପ୍ରହାରେଦେଖିଣ ଧାଇଂଲା ସେ କନ୍ଦର୍ପସେନ ନୃପବରେ ।୯୪।ରାଜାର ଧାମନ୍ତେ ସେ ଉଠିଲେ ସର୍ବଯୋଧୀଆକର୍ଣ୍ଣ ପୂରୋଇ ଅନିର୍ବାରଣ ଶରବିନ୍ଧି ।୯୫।ସାଂଗ୍ରାମେ ଦେଖି ଯାହାର ଦୁଗୁଣ ଉଷତଦୁସହ ସାଂଗ୍ରାମେ ଯେହୁ ଅଟଇ ନିର୍ଭୀତ ।୯୬।ସିଂଘରଡି ଦେଇ ଭୀମସେନ କୋପେ ଉଠିକନ୍ଦର୍ପସେନ ସଇନିକି ଗଦାଘାତେ ପିଟି ।୯୭।ଯେସନେକ ଆକ୍ରୋଷି ଧାମଇଂ ମତ୍ତବ୍ୟାଘ୍ରଦେଖିଣ ସଇନିୟେ ହୋଇଲେ ବେନିଭାଗ ।୯୮।ପ୍ରହାର କରଇ ବୀର ବାମ ଦକ୍ଷିଣର ଖେଦୀପଡ଼ିଲେ ଅନେକ ବଳ ବହଇ ରତକ ନଦୀ ।୯୯।ରୋଧିରେ ବୁଡ଼ିଲା ଯେ ଆପଣାର ଶରୀରମନ୍ଦାର ପୁଷ୍ୟ ପ୍ରାୟେକ ଦିଶଇ ବ୍ରିକୋଦର ।୧୦୦।ସଇନି ଭାଜିଲେ ସେ ବୁଲାବନ୍ତେ କାଳଦଣ୍ଡକନ୍ଦର୍ପ ସେନ ଉପରେ ଗଦାପ୍ରହାର କଲାକ ପାଣ୍ଡବ ପ୍ରଚଣ୍ଡ ।୧୦୧।ଭୀମସେନ ଗଦାପଡ଼ି ତାହା ଚୂରଗଲା ରଥଧାଇଂଲା ପାଦଗତି ସେ ପ୍ରତଗ୍ୟାଂ ସାମରଥ ।୧୦୨।ବେନି ମାତଙ୍ଗ ଯେହ୍ନେ ସାଂଗ୍ରାମେ ନ ଘୁଞ୍ଚିଚତୁର୍ଦ୍ଦନ୍ତ ଲାଗନ୍ତେ ଯେହ୍ନେ ଘୋର ଶବଦ ଶୁଭୁଅଛି ।୧୦୩।ବେନି ପଡ଼ିତାଳ ଯେହ୍ନେ ଓହୋବଳ ମହାଯୁଦ୍ଧେକନ୍ଦର୍ପସେନ ପିଟିଲା ଭୀମସେନକୁ କୋଠାରେ ଆୟୁଧେ ।୧୦୪।ବାମଅଙ୍ଗ ପାତିଲା ସେ ପାଣ୍ଡବ ସୁନ୍ଦରଅଙ୍ଗେ ପଡ଼ି ଚୂର ହୋଇଲା ସେ ବଜ୍ର ଯେ କୋଠାର ।୧୦୫।ଆୟୁଧ ଭାଜନ୍ତେ କନ୍ଦର୍ପସେନ ହୋଇଲା ଶୂନ୍ୟହାଥଭୀମସେନକଇଂ ଆକ୍ରୋଷି ଧଇଲା ଅଭୟେ ବଳବନ୍ତ ।୧୦୬।ଭୀମସେନକଇଂ କୋଳକରି ଧଇଲା ବେନିଭୂଜେଆକ୍ରୋଷି ବଜ୍ରମୁଥେ ମାଇଲାପବନ ଆତ୍ମଜେ ।୧୦୭।ଭୀମସେନର ମୁଥଘାତ ପଡ଼ିଲା ତାର ଶିରେମୃଚ୍ଛାଗତ ହୋଇ ରାଜା ପଡ଼ିଲା ଭୂମିରେ ।୧୦୮।ରାଗେଣ ଗଦା ବୀର ପ୍ରହାର କଲା ତୋଳିକନ୍ଦର୍ପସେନର ଅସ୍ଥିମାଂସ ହୋଇଲାକ ସର୍ବ ଧୂଳି ।୧୦୯।ରାଜାର ପଡ଼ନ୍ତେ ପଳାଇଲେ ସମସ୍ତ ପାରିଦଣ୍ଡେକନ୍ଦର୍ପସେନ ରାଜାର ପୁତ୍ର ହାଦେଦଣ୍ଡ ଯେ ପ୍ରଚଣ୍ଡେ ।୧୧୦।ବେନି ପୁତ୍ରେ ଧାଇଂଲେ ମହାନାଗନ୍ତ ଆରୋହୀଭୀମସେନ ଛାମୁରେ ଶହସ୍ତ୍ର ପୂରୋଇନ୍ତି ରହି ।୧୧୧।ବିନ୍ଧନ୍ତି ନାରାଜ ଯେ ଲୋହଶର ତୀକ୍ଷମୁନାଗର୍ଜିଣ ଧାମଇଂ ସେ ବୀର ବ୍ରିକୋଦର ଜେନା ।୧୧୨।ବେନି ଗଦା ବୁଲାଇ ପିଟିଲା ସେ ହାଥୀର କୁମ୍ଭସ୍ଥଳେଦୁଇ ମହାନାଗେ ସେ ପଡ଼ିଲେ ୟେକାବେଳେ ।୧୧୩।କୋପେ କୋପାନଳ ଭୀମ ଅଧରେ ଦନ୍ତ ଚାପିବେନି କୁମରଂକ କେଶ ଧଇଲା ମହାକୋପୀ ।୧୧୪।ତୋଳିଣ କଚାଡ଼ନ୍ତେ ସେହି ବେନି କୁମାରନ୍ତମରୁତ ସାରଥି ଧଇଲା ଭୀମସେନର ହାଥ ।୧୧୫।କୋପ ଶାନ୍ତିକର ବାବୁ ପାଣ୍ଡବ ପଞ୍ଚାଣବାଳୁତ କୁମର ୟେହାନ୍ତ ତୁ ନ ମାର ଯେ ରଣ ।୧୧୬।ପିତାକୁ ୟେହାର ନାଶ କଲୁ ରଣେ ମଧ୍ୟେୟେହାକଇଂ ରାଜା କରିବା ୟେହି ରାଜ୍ୟ ସଧ୍ୟେ ।୧୧୭।ସାରଥି ବଚନେ ସେ ଛାଡିଲା କୁମାରଂକ ବାଳସେ ଚଣ୍ଡ ପ୍ରଚଣ୍ଡ ପଡିଲେ ଭୀମସେନର ପାଦତଳ ।୧୧୮।ଗଳାରେ କୋଠାର ଦେଇ ଦନ୍ତେ ତିରଣ ଘେନିସ୍ୱାମୀ ଶରଣ ଉଦ୍ଧାରଣ ତୁ ପାଣ୍ଡବ ପାବେନି ।୧୧୯।ଦୁଖୀଜନ ନିସ୍ତାରଣ ତୁ ଶରଣ ରଖନ୍ତାଦ୍ରଶନେ ମୁକତ ସ୍ୱାମୀ ପ୍ରସନ୍ନେ ବରଦ୍ୟନ୍ତା ।୧୨୦।ନ ଜାଣି ଦୁଷ୍ଟ ବୁଦ୍ଧି କଲା ମୋର ପିତାମହଜଗବନ୍ଧନ ସ୍ୱାମୀକି ସେ ଚିନ୍ତିଲାକ ଦ୍ରୋହ ।୧୨୧।ସ୍ୱାମୀ ଆପଣାର କଲା କଥା କରମ ସିନା ବୋଲିପ୍ରତକ୍ଷେ ଶ୍ରୀ ନାରାୟଣ ବର୍ଣ୍ଣ ଚିନ୍ହ ତୋହୋରେ ଦେଖିଲି ।୧୨୨।ଅକାରଣକଇଂ କାରଣ ନାଥ ଦୁଖୀଜନଂକୁ କଲୁ ରକ୍ଷାଭଗତଜନ ମତ୍ସଳ ତୁ ପୂରାଅ ମନବାଞ୍ଛା ।୧୨୩।ଅନେକ ସ୍ତୁତି କରନ୍ତି କନ୍ଦର୍ପସେନ ବେନିପୁତ୍ରଅରୁଣ ଉଲ୍ଲୋଳ ପ୍ରାୟେ ବହଇ ବେନିନେତ୍ର ।୧୨୪।କଷ୍ଟ ଦେଖି ଦୟା କଲା ପାଣ୍ଡବ ପାବେନିକୋଳେ ବସାଇଲା ନେଇ କନ୍ଦର୍ପସେନର ପୁତ୍ର ବେନି ।୧୨୫।ଶୋକ ଛାଡ଼ରେ ବାବୁ ନାଶଗଲା ତୁମ୍ଭ ପିତାମୁହିଂ ସେ ତୁମ୍ଭନ୍ତ ରେ ରଖନ୍ତା ଉଦ୍ଧାରନ୍ତା ।୧୨୬।ୟେହି ରାଜ୍ୟେ ରାଜାପଣ ହାଦେ ଦେବଇଂ ମୁହିଂ ତୋତେସମସ୍ତ ନୃପତି ତୋତେ ଖଟିବେ ବଶ୍ୟାବୃତେ ।୧୨୭।ରତ୍ନମଣି ମୁକୁଟ କୁଣ୍ଡଳ ଝୁମ୍ପା ତାଡ଼ ତୋଢର ସରଳ ଜଗଦଳାକଣ୍ଠେଣ ମାରୁତି ଲମ୍ବାଇଲା ରତ୍ନମାଳା ।୧୨୮।ପାତ୍ର ଅମାନତ୍ୟନ୍ତ ସନ୍ନିଧ୍ୟେ ହକାରିଶ୍ରୀହସ୍ତେ ମାରୁତି ଯେ ଆପଣେ ଦିଲା ଶାଢୀ ।୧୨୯।ଆହୋ ଯେମନ୍ତ ହୋଇ ଖଟିଥିଲ କନ୍ଦର୍ପସେନ ନୃପତିୟେ ଚଣ୍ଡ ପ୍ରଚଣ୍ଡସେନକୁ ସେହିମତି ହୋଇଥିବ ଭଗତି ।୧୩୦।ଯେ ଅବା ୟେହାକୁହିଂ ମେନ କରିବ ବିକୃତିନିଚୟେଂ ପ୍ରାଣେ ତାକୁ ମାରିବି ୟେ ମୋହୋର ସତ୍ୟି ସତ୍ୟି ।୧୩୧।ପିତାର ପ୍ରେତକାର୍ଯ୍ୟ ସାରି ୟେହାକୁ ଘେନିଯାଅ ଇନ୍ଦ୍ରପ୍ରଶସ୍ତେଥାଠ ସନ୍ୟ ଘେନିଣ ଯାଅ ଯୋଦ୍ଧା ପାତ୍ର ଅମାନତ୍ୟଂକ ସହିତେ ।୧୩୨।