ସାରଳା ମହାଭାରତ ବନପର୍ବ ( ପ୍ରଥମ ଖଣ୍ଡ )
ଆଦିକବି · ପ୍ରାୟ ୧୪୨୦–୧୫୦୦
- ପଢ଼ିବା ସମୟ
- ୪୮୮ ମିନିଟ୍
- ଶବ୍ଦ
- ୭୮୧୨୯
- ସ୍ଥିତି
- ସାର୍ବଜନୀନ (Public domain)
ପାଣ୍ଡବଙ୍କ ବନବାସ
ଜୟ ତୁ ବାସୁଦେବ କମଳା ବିଳାସତୋ ନାମ ସୁମରନ୍ତେ ବଇକୁଣ୍ଠେ ବାସ ।୧ ।ସେହି ପାଦପଦ୍ମେ ନିତ୍ୟେହେଂ ଶରଣଶୂଦ୍ରମୁନି ସାରୋଳ ଦାସ ସେବେ ସେ ଦେବୀ ଚରଣ ।୨ ।ବଇବସୁତ ମୁନି ଅଗସ୍ତିଂକି କଲେ ପୁଚ୍ଛାପାଣ୍ଡବେ କଉରୋବେ କେମନ୍ତେ ହୋଇଲେ ଯେ କକ୍ଷା ।୩ ।ଯୁଝେଷ୍ଠି ବନବାସେ ରହିଲେ କେମନ୍ତେୟେଥିର ପ୍ରସ୍ତାବ ମୁନି କହିବାକ ମୋତେ ।୪ ।ଶୁଣ ଆହୋ ବଇବସୁତ ବଦନ୍ତି ଅଗସ୍ତିପାଣ୍ଡବଂକ ବନବାସ ହେଲା ଯେଉଂ ମତି ।୫ ।ଅନେକ ସାନନ୍ଦେ ଯେ ଧର୍ମର ନନ୍ଦନଶୁକ୍ର ରୋହିଣୀ ଯୋଗେ କଲେକ ପରସ୍ଥାନ ।୬ ।ତୁଳମାସ କୃଷ୍ଣପକ୍ଷ ପୁଣ ବୁଧବାରଅମୃତ ଯୋଗ ରୋହିଣୀ ବୃଷ ଅଟଇ ସେ ଦିନର ।୭ ।ବାଳବ ନାମେ କରଣ ବ୍ୟତିପାତ ନାମେ ଯୋଗପଞ୍ଚମୀ ତିଥି ସେଦିନ ପାଣ୍ଡବେ ପଶିଲେ ବନମାର୍ଗ ।୮ ।ପ୍ରଥମ ଦିନେ ରହିଲେ ଇନ୍ଦ୍ର ଯେ ପ୍ରଶସ୍ତେଧୁଶାସନ ଗୋଡ଼ାଇ ଅଛି କର୍ଣ୍ଣ ଶକୁନି ସହିତେ ।୯ ।ଧନ ରତ୍ନମାନ ନ ପୁଣ ନିଅନ୍ତି ସେ ବନେସମସ୍ତ ଛଡ଼ାଇ ଘେନ ବୋଲି ଆଗ୍ୟାଂ ଦିଲା ଦ୍ରିଯୋଧନେ ।୧୦ ।ଇନ୍ଦ୍ରପ୍ରଶସ୍ତୁଂ ବିହାର ହୋଇଲେ ବହନଆଉ ଦିନେ ବାରୁଣାବନ୍ତେ କରନ୍ତି ଗମନ ।୧୧ ।ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବକୋଇନ୍ତା ଦ୍ରୋପତୀ, ସୁଭଦ୍ରାକଇଂ ଘେନିଣ ଚଳନ୍ତିପଞ୍ଚୁ ଯେ ପାଣ୍ଡବ ।୧୨ ।ସୁରନଦୀର ତୀରେ ଚଳନ୍ତି ପଞ୍ଚୁବୀରେତୃତୀୟ ଦିନେ ପ୍ରବେଶ ମନୋହର ବନସ୍ତରେ ।୧୩ ।ଅଂଗେଣ ଥିଲା ତାଂକର ଯେତେକ ଅଳଂକାରମାନସମସ୍ତ ଶୋଧିଣ ଯେ ଘେନିଲା ଧୁଶାସନ ।୧୪ ।ଭୀମସେନର ଶରୀର କମ୍ପଇ ଅତି ରାଗେଧୁଶାମନକଇଂ ପ୍ରହାର କି କରିବ ସାଷ୍ଟାଂଗେ ।୧୫ ।ଯୁଝଷ୍ଠି ଦେବେ ବୋଇଲେ କୋପ ନ କର ରେ ଭୀମଉଚିତ କଥାକୁ ବାବୁ କିମ୍ପେ କରୁ ତମ ।୧୬ ।ବାବୁ ଦ୍ରିଯୋଧନ ବୋଲି କରି ଯେଉଂଣ ମୋର ଭ୍ରାତତେମନ୍ତ ସୋଦର ଆମ୍ଭନ୍ତେ ଜନ୍ମେ ଜନ୍ମେ ହେଉ ପ୍ରାପତ ।୧୭ ।ଅଳଂକାରମାନ ଯେବେ ଆମ୍ଭର ତହିଂ ଥାନ୍ତାବନସ୍ତରେ ଅବଶ୍ୟ ଯେ ପ୍ରମାଦ ଅମ୍ଭନ୍ତ ପଡ଼ନ୍ତା ।୧୮ ।ବାବୁ ବିପଦ କାଳକଇଂ ଧନ ସୁନ୍ଦର ଭାରିଯାପଣ୍ଡିତ ଜନେ ୟୋହାକଇଂ କରନ୍ତି ପରିତେଜ୍ୟା ।୧୯ ।ଆମ୍ଭର ସେ ଧନ ବସ୍ର ଅଳଂକାର କେହେନେକେ ନେବାବାବୁ ବନବାସୁଂ ଅଇଲେ ପୁଣ ଲୋଡ଼ିଲେ ପାଇବା ।୨୦ ।ବାବୁ ଆପଣା କର୍ମ ବିପାକରେ କିମ୍ପେ ପରି ଦ୍ୱନ୍ଦୀଆପଣେ ଅପଣ୍ଡିତରେ ପରେ କିମ୍ପା ନିନ୍ଦି ।୨୧ ।ଆପଣାର ଗୁଣ ନାହିଂ ନିନ୍ଦଇ ଗୁଣବନ୍ତେଆପଣେ ପ୍ରହାର କି କରିବ ଅନିମିତେ ।୨୨ ।ୟୋହା ତୁ ବିଚାର ରେ ନ କରୁ କିମ୍ପେ ମନେଅନୁବ୍ରତେ ମୂର୍ଖପଣେ ବ୍ରତିବୁ କେସନେ ।୨୩ ।ବାବୁ ୟେବେ ସୁବୁଦ୍ଧି ପଣ କରିଥାଅ ବ୍ରତିବାକୁଯେମନ୍ତେ ରିପୁ କଲି ନୁଆରନ୍ତି ଆମ୍ଭଂକୁ ।୨୪ ।ଧୁଶାସନ କର୍ଣ୍ଣ ଶକୁନିକି ବାହୁଡ଼ାଇତକ୍ଷକ ବନେ ବିଜୟ କଲେ ବେଗେ ଯାଇଂ ।୨୫ ।ଅସକତେ ଚାଲି ନୁଆରନ୍ତି ଦେବୀ କୋଇନ୍ତେନିର୍ଝର ଝର ସେ ଯେ ଗହନ ବନସ୍ତେ ।୨୬ ।ସେ ଦିନ ରହିଲେ ଯାଇଂ ବାରାହୀ କୂଳେରାତ୍ରେକ ବଞ୍ଚିଲେ ସେ ନିମ୍ବବୃକ୍ଷ ତଳେ ।୨୭ ।ବିହରନ୍ତି ରାତ୍ରକାଳେ ରାମବେଣ୍ଟ ପାରିଧିହରିଣୀ ବାହୁଟିଆ ନାନା ଜୀବନ୍ତ ବିନ୍ଧି ।୨୮ ।ୟେମନ୍ତେ ପାଣ୍ଡବେ ଯେ ବିହଡ଼ନ୍ତି ବନେତହୁଂ ଯାଇଂ ବିଶ୍ରାମିଲେ କାମ୍ୟକ ନାମେ ଅରଣ୍ୟେ ।୨୯ ।କର୍ଣ୍ଣକେଶରୀ ବୋଲି ୟେକ ନଦୀ ଗୋଟିମେଖଳୀ ଗଙ୍ଗାରୁ ସେ ତିନି ଧାର ଫୁଟି ।୩୦ ।କାମ୍ୟକ ବୋଲି କରି ୟେକଇ ପର୍ବତଥଳ ଉଚ୍ଛର୍ଗ ସେ ଅଟଇ ଜୁଣ ସାତ ।୩୧ ।ଯମଦଗ୍ନି ନିଧନେ ପ୍ରଶୁରାମ ତପୋବନ୍ତେକାମ୍ୟ ଶ୍ରାଦ୍ଧ କଲେ ତହିଂ ଦେବ ପିତୃକାର୍ଯ୍ୟ ଅର୍ଥେ ।୩୨ ।ତେଣୁ ସେ କାମ୍ୟେକ ବୋଲି ନାମ ପରସିଦ୍ଧିସେ ପରବତେ ଥିଲେ ପଞ୍ଚୁମନ ହୋୟେ ସାଧି ।୩୩ ।ସେ ବନ ପରିମଳ ଦେଖି ରହିଲେ ଯୁଝେଷ୍ଠିସେ କାମ୍ୟେକ ପର୍ବତ ଉପରେ ରଞ୍ଚିଲେ ପର୍ଣ୍ଣକୁଟୀ ।୩୪ ।ଯୁଝେଷ୍ଠି ଦେବେ ବୋଇଲେ ଶୁଣ ରେ ପାର୍ଥିବଅରଣ୍ୟକୁ ଯିବା ଯେବେ କହିବା ବାସୁଦେବ ।୩୫ ।ହରିଂକି ସୁମରଣା ତୁ ହୋ କରସି ବୀର ପାର୍ଥତାହାଂକର ଆଗେ କହିବା ନା ସମସ୍ତ ବୃତ୍ତାନ୍ତ ।୩୬ ।ସ୍ୱାମୀଂକର ଆଗ୍ୟାଂ ଯେ ପାଇଣ ଧନୁର୍ଜୟେସଉରଭ ପାତ୍ରେ ଜଳ ଭରି କୃଷ୍ଣଂକୁ କଲା ଧ୍ୟାୟେ ।୩୭ ।ମନ ବଚନ କର୍ତ୍ତବ୍ୟେ କୃଷ୍ଣଂକୁ ଧ୍ୟାୟେ କରଇନାରାୟଣ ପାଦପଦ୍ମେ ଲୟେ ବାସବ ତନୟି ।୩୮ ।ଚଦ୍ରଶାଳା ମନ୍ଦିରେ ସେ ବିଜୟେ ଜନାର୍ଦ୍ଦନଅର୍ଜୁନର ଚିନ୍ତନ୍ତେ ଦେବଂକର ଟଳିଲା ଆସନ ।୩୯ ।ଧ୍ୟାନେଣ ଜାଣିଲେ ସେ ଦେବ ଯେ ଗୋବନ୍ଦବିଚାରନ୍ତି ପାଣ୍ଡବନ୍ତ ପଡ଼ିଲା ପରମାଦ ।୪୦ ।ବଇନେତ୍ରକୁ ସୁମରଣା କଲେ ଚକ୍ରଧାରୀରମ୍ୟକ ଦ୍ୱୀପରୁ ଆସି ବଇନେତ୍ର ବିଜେ କରି ।୪୧ ।ବିଜୟ ନାରାୟଣ ବଇନେତ୍ରର ପିଠିପ୍ରବେଶ କାମ୍ୟେ ବନେ ଯହିଂ ବିଜୟ କରିଛନ୍ତି ଯୁଝେଷ୍ଠି ।୪୨ ।ବଇନେତ୍ର ପିଠିରୁ ଉତୁରିଲେ ଦେବ ଚକ୍ରପାଣିଯୁଝେଷ୍ଠିଂକ ଛାମୁରେ ଦେବ ବିଜେ ବ୍ରହ୍ମାଣ୍ଡ ଶିରୋମଣି ।୪୩ ।ଯୁଝେଷ୍ଠିଂକ ମୁଖ ଚାହିଂଣ ଦେବ ଯେ ଅଚ୍ୟୁତେଶତେ ସହସ୍ର ଦଣ୍ଡ ପ୍ରଲମ୍ବ କରନ୍ତି ଜଗନ୍ନାଥେ ।୪୪ ।ଉଠିଣ ଯୁଝେଷ୍ଠି ଜଗନ୍ନାଥକଇଂ କଲେ କୋଳଦେଖିଣ ବିଶାଦ ହେଲେ ଦେବୀଂକର ବାଳ ।୪୫ ।ସ୍ୱାମୀ ୟେ ଦୁରାପଦ ଘୋର ଦୁସହ ବନସ୍ତେୟୋ ନିର୍ଝର ଝର ବନସ୍ତେ ପଶିଲ କିମର୍ଥେ ।୪୬ ।ଯୁଝେଷ୍ଠି ଦେବ ବୋଇଲେ ଶୁଣିମା ଦେବରାଜପଶାର କୁତୂହୋଳେ ଯେ ହରାଇଲି ସମ ରାଜ୍ୟ ।୪୭ ।ଯୁଝେଷ୍ଠିଂକ ବଚନ ଶୁଣି ଦେବ ସୁମରିଲେ ବ୍ୟାସ ମହାଋଷିକାମ୍ୟେକ ବନେ ବ୍ୟାସେ ପ୍ରବେଶ ହୋଇଲେ ଆସି ।୪୮ ।ତୁଲେଣ ଅଛନ୍ତି ତାଂକ ଷାଠିୟେ ସହସ୍ର ଶିଷିବାଳଖିଲ୍ୟମାନନ୍ତ ଘେନି ପ୍ରବେଶ ହେଲେ ଆସି ।୪୯ ।ଧର୍ମଂକର ନନ୍ଦନ ଯେ ଉଠିଲେ ଧାତିକରେକରନ୍ତି ପୂଜା ବିଧି ବ୍ୟାସଂକ ପୟରେ ।୫୦ ।ଗୋବିନ୍ଦେ ବୋଇଲେ ଶୁଣିମା ମୁନି ବ୍ୟାସଯୁଝେଷ୍ଠି ଦେବଂକର ହାଦେ ପୁଣିହିଂ ବନବାସ ।୫୧ ।ବ୍ୟାସେ ବୋଇଲେ ହରି ତୋତେ କେଉଣ କଥା ଦୁଲ୍ଲଭଯେଉଣ ଅର୍ଥେ ଯୁଝେଷ୍ଠି ବନବାସ ନ ଜାଣୁ କି ବାସୁଦେବ ।୫୨ ।କୀଚକ ଭାରା ଯେ ନ ସହିଲା ବସୁମତୀଅଗ୍ୟାଂତବାସେ ବିରାଟରାଜ୍ୟରେ ବଞ୍ଚିବେ ଯୁଝେଷ୍ଠି ନୃପତି ।୫୩ ।ଦ୍ରୋପତୀର ଅର୍ଥେ ଯେ ବଧ କୀଚକ ନୃପତ୍ୟବଲ୍ଲଭ ରୂପେ ଭୀମ ମାରିବ କୀଚକ ଶତେଭ୍ରାତ ।୫୪ ।ତଦ ନିମନ୍ତେ ଯୁଝେଷ୍ଠି ହୋଇଲେ ବନବାସୀଶୁଣି କରି ହରସ ହୋଇଲେ ଯେ ହୃଷିକେଶୀ ।୫୫ ।କାମ୍ୟକ ବନେ ରହିଲେ ବେନି ମାସୟେମନ୍ତେଣ ଗଲା ଯେ କେତେକ ଦିବସ ।୫୬ ।ଯୁଝେଷ୍ଠି ବୋଲିନ୍ତି ଶୁଣ ହେ ଅଚ୍ୟୁତତୁମ୍ଭର ତୁଲେ ନିଅ ଆମ୍ଭ କୋଇନ୍ତା ଯେ ମାତ ।୫୭ ।ତୁମ୍ଭର ଭଗିନୀ ଯେ ଆବର ଦ୍ରୋପତୀତାହାନ୍ତ ନିଅ ବୋଲି ବୋଇଲେ ଯୁଝେଷ୍ଠି ନୃପତି ।୫୮ ।ଗୋବିନ୍ଦେ ବୋଇଲେ ଦ୍ରୋପତୀ ନିମନ୍ତେ ବନବାସତାହାର ହେତୁ ସେ କୀଚକ ଯିବ ନାଶ ।୫୯ ।ସୁଭଦ୍ରା କୋଇନ୍ତାକୁ ଘେନି ଆମ୍ଭେ ଯିବୁବିଦୁର ଘରେ ନେଇ କୋଇନ୍ତାଂକୁ ଛାଡ଼ିବୁ ।୬୦ ।ୟେତେ ବିଚାରି ଦେବ ବେନିଂକି ଘେନି ଅଇଲେଦ୍ରୋପତୀକି ଘେନି ପାଣ୍ଡବେ ବନସ୍ତେ ରହିଲେ ।୬୧ ।ପାଞ୍ଚାଳୀ କୁମାରଂକୁ ଛାଡ଼ିଲେ ଦ୍ରୂପଦର ଘରୟେସନେକ ପାଣ୍ଡବେ ପଶିଲେ ବନସ୍ତରେ ।୬୨ ।ଆହୋ ପାଣ୍ଡବଂକର ତୁଲେ ଯେ ବିଦୁରେ ଥିଲେ ରହିସରସ୍ୱତୀରୁ ତାଂକୁ ପଠାଇଲେ ବହୁଡ଼ାଇ ।୬୩ ।ବାହୁଡ଼ନ୍ତି ବିଦୁରେ ଯେ ପଣ୍ଡିତ ମହାଯୋଧୀସୋଦର ବିଅର୍ଥେଣ ଶରୀର ବଡ଼ କ୍ରୋଧୀ ।୬୪ ।ଆସନେ ବିଜେ କରି ଅଛନ୍ତି ଧୃତରାଷ୍ଟୟେସନେକ ସମୟେ ବିଦୁରେ ହୋଇଲେ ଯାଇଂ ଭେଟ ।୬୫ ।ଧୃତରାଷ୍ଟ ଚରଣେ ବିଦୁର ପରିଣାମିସଞ୍ଜୟେ ବୋଇଲେ ଅବଧାନ କରିବା ଦେବସ୍ୱାମୀ ।୬୬ ।ବିଦୁରେ ଦରଶନ କରୁଅଛି କୁରୁପତିଧୃତରାଷ୍ଟେ ବୋଇଲେ ବିଦୁର ଆସ ମୋର କତି ।୬୭ ।ତୁ ଯେ ଗୋଡ଼ାଇଲୁ ପୋଅଂକର ତୁଲେକେସନେ ରୂପ ହୋଇ ବନବାସ ଗେଲ ।୬୮ ।ବିଦୁରେ କହିଲେ ଧୃତରାଷ୍ଟଂକର ପାଶଦେଖନ୍ତା ଲୋକଂକର ମନ ବଡ଼ାଇ ବିରସ ।୬୯ ।ତାହାଂକର ମନେ ଦେବ ଅନ୍ତର କିଛି ନାହିଂମାହା ଫୁରୁଣା ହୋଇ ଚଳନ୍ତି ଗୁଣଗ୍ରାହୀ ।୭୦ ।ପୁଣ ପୁଣ ବିଦୁରକୁ ପଚାରନ୍ତି ଧୃତରାଷ୍ଟିକେସନେକ ରୂପେ ୟେଥୁଂ ଗଲାକ ଯୁଝେଷ୍ଠି ।୭୧ ।ଅମ୍ବୁବତୀର ନନ୍ଦନ କହଇ କରଯୋଡ଼ିଓଦା ବସ୍ର ୟେକ ପିନ୍ଧି ଓଦା ବସ୍ର ୟେକ ଓଡ଼ି ।୭୨ ।ହେଠମାଥ ହୋଇ ଚଳଇ ଧର୍ମସୁତଭୂମିକି ନିରୋପି ସେ ଯେସନେ ମୟେମତ୍ତ ।୭୩ ।ସ୍ୱାମୀ କୁଟୁମ୍ବ ଲୋକ ମୃତୁ ହୋଇବାର ପରାୟେସେହି ସରୂପେଣ ଚାଲଇ କୋନ୍ତୀର ତନୟେ ।୭୪ ।ଶୁଣିଣ ଧୃତରାଷ୍ଟ ବିରସ କଲେ ମନକେହ୍ନେକ ସରୂପେ ବାହାର ହେଲା ଭୀମସେନ ।୭୫ ।ବିଦୁର କହିଲେ ସବୁ ଭୀମସେନର କଥାତାହାର ବିଶ୍ୱମୂର୍ତ୍ତି ଛାଡ଼ଇ କି ସର୍ବଥା ।୭୬ ।ଭୁଜ ବିସ୍ତାରିଣ ତାର ଅଧରେ ଦନ୍ତ ଚାପିଗଦା ବୁଲାଇ ବିକ୍ରମେ ଚାଲଇ ମହାକୋପୀ ।୭୭ ।ପୁଣ ପୁଣ ଗଦା ବୁଲାଇ ପ୍ରହାର କରଇ ଭୂମିତୁ ମହାପଣ୍ଡିତ ୟେହା ବିଚାର କର ସ୍ୱାମୀ ।୭୮ ।ଶୁଣି ଧୃତରାଷ୍ଟ ବିଦୁରକୁ ବୋଇଲାଅଣକୋପୀ ତ ଭାରୋଇମଲ୍ଲ ଅର୍ଜୁନ କେମନ୍ତ ହୋଇ ଗଲା ।୭୯ ।ବିଦୁର ବୋଇଲେ ଦେବ ଶୁଣ ଜଗତାଧିଅର୍ଜୁନର ଶରୀର ଦେବ ଅଟଇ ବଡ଼ କ୍ରୋଧୀ ।୮୦ ।ବାମଭୁଜେ ଧନୁ ତ୍ରୋଣ ଦକ୍ଷିଣେ ବାଲିମୁଠିଭୂମିକି ଅକ୍ରୋଷିଣ ଚାଲଇ କୋପ ଦୃଷ୍ଟି ।୮୧ ।ଇନ୍ଦ୍ରପ୍ରଶସ୍ତେ ବାଲି ବିଞ୍ଚିଗଲା ପାର୍ଥେଦ୍ୱାଦଶ ଯୋଜନ ସୁରନଦୀ ପରିଯନ୍ତେ ।୮୨ ।ଅମ୍ବିକାର ନନ୍ଦନ ପୁଣ ବଚନ ପ୍ରକାଶିନକୁଳର ବାରତା ବାବୁ କେହ୍ନେକ କହସି ।୮୩ ।ନକୁଳର କୋପ ସ୍ୱାମୀ କି କରିବା ଅନ୍ତଉର୍ଦ୍ଧ୍ୱବାହୁ କରି କରେ ବୁଲାବଇ କୋନ୍ତ ।୮୪ ।ଭୂମିକି ମାରି ଛତ୍ର ଆକାର କରି ତୋଳିଆକ୍ରୋଷି ଲୋଚନେ ସେ ଭୂମିକି ଚାହାଂଇ ନିରୋଳି ।୮୫ ।ଶୁଣି ଧୃତରାଷ୍ଟ ପଚାରଇ ବଚନକହସି ବିଦୁର ସହଦେବର ଗମନ ।୮୬ ।ବିନୟ ଭାବେ ବିଦୁର ଧୃତରାଷ୍ଟେ ବୋଇଲାହସ୍ତିନାକୁ ଚାହିଂ ମନ୍ତ୍ରୀବର ଚଉଦିଗ ଆକ୍ରୋଷଲା ।୮୭ ।ସ୍ୱାମୀ ସୁରନଦୀରେ ନାବେ ବସିବାର ବେଳେଦ୍ରୋପତୀଂକି ବିନୋଇ ଯେ ବୋଇଲେ ସକଳେ ।୮୮ ।ବନବାସ କାଳେ କିମ୍ପେ କେଶ ତୋର ମୁକୁଳାୟେହା ବନ୍ଧନ କର ଗୋ ଦ୍ରୂପଦର ଦୁଲାଳା ।୮୯ ।ବ୍ୟାସ ଆଦିକରି ସେ ନ କଲା କାହା ବୋଲତୁ ମହାଭିଗ୍ୟଂ ୟେହା ବିଚାର ମନ୍ଦ ଭଲ ।୯୦ ।ଧୃତରାଷ୍ଟ ବୋଇଲେ ବାବୁ ଶୁଣ ରେ ବିଦୁରସମ୍ପଦେ ବିଅର୍ଥେ ଆବର କିସ ସୋଦର ।୯୧ ।ବାବୁ ତୁ ଯେ ବୋଇଲୁ ପାଣ୍ଡବଂକର ନାହିଂ ବିରସପ୍ରତଗ୍ୟାଂ ଛାଡ଼ିଲେ କି ସେହି ପଉରୋଷ ।୯୨ ।ମୁହିଂ ବିଚାରିଲି ପାଣ୍ଡବଂକର କୋପ ନାହିଂତୋହୋର ବଚନେ ମୋହୋର ଶରୀର କମ୍ପଇ ।୯୩ ।ପୁଣ ପୁଣ ବିଚାରଇ ଧୃତରାଷ୍ଟ ମହାରାୟେୟେକାନ୍ତ କରି ସନ୍ନିଧ୍ୟ୍ୟେ ହକାରିଲେ ସଂଜୟେ ।୯୪ ।ବାବୁ ବିଦୁର ଯାହା କହିଲା ମୁଂ ହେଜିଲଇଂ ହୃଦେତୁ ତାହା କେମନ୍ତ ପ୍ରାୟ ମଣିଲୁ ସୋହୋଦ୍ରେ ।୯୫ ।ଗାଲବର ନନ୍ଦନ ଧୃତରାଷ୍ଟକୁ ପ୍ରକାଶସମ୍ପଦ ହରଣେ ଆବର କିସ ହରଷ ।୯୬ ।ଯୁଝେଷ୍ଠି ଗଲା ଯେ ମଧାୟେ ଓଦା ବସ୍ର ଦେଇଗାନ୍ଧାରୀ ପୁଅନ୍ତ କାଳେ ୟେହିମତି କ୍ରିୟା ଘେନିମଇଂ ମୁହିଂ ।୯୭ ।ଭୀମ ଅବଶ୍ୟ କଉରୋବକୁ ମାରିବ ନିଶଂକୁୟେହାନ୍ତେ କାରଣ କରିବାକୁ ଧାତା ସ୍ରିଜିଲା ନାହିଂକି ମୁକୁ ।୯୮ ।ସ୍ୱାମୀ ଯୁଝେଷ୍ଠି ୟେତେକ ଶୁଣିକରି ହୃଦେଓଦାବସ୍ର ଶିରେ ଦେଇ ବନବାସ ଗଲା ହାଦେ ।୯୯ ।ଶୁଣ ହେ ଧୃତରାଷ୍ଟ ଭୀମସେନର କଥାବଇରିକି ତାପପଣ ତାର ଛାଡ଼ଇ କି ସର୍ବଥା ।୧୦୦ ।ଗଦା ବୁଲାଇ ଯାଉଅଛି ଯେ ଭୂମିକି ଆକ୍ରେଷିଗାନ୍ଧାରୀ ପୁଅକୁ ମାରିବି ବନସ୍ତରୁ ଆସି ।୧୦୧ ।ଅର୍ଜୁନ ଭୂମିରେ ଯେ ପୁଣି ବୁଣିଗଲା ବାଲିୟେହିମତି ସାଂଗ୍ରାମରେ ଶର ବୃଷ୍ଟି କରିବି ବୋଲି ।୧୦୨ ।ବାଲି ପ୍ରାୟ କରି କରିବି ଶର ବୃଷ୍ଟିଅବଶ୍ୟ ସମର ହୋଇବ କୁରୁକ୍ଷେତ୍ର ସୃଷ୍ଟି ।୧୦୩ ।ସଞ୍ଜୟ ବୋଇଲା ଦେବ ଶୁଣିମା ଧୃତରାଷ୍ଟ ଦଣ୍ଡଧାରୀନକୁଳ ବୀର ଗଲା କୁନ୍ତ ଯେ ଉଭାରି ।୧୦୪ ।ୟେହିମିତି କୁନ୍ତମୁନେ ଛତ୍ରପ୍ରାୟ ଗୁଛି ଯୋଖିମାରିବି କଉରୋବନ୍ତ କେ ପାରିବ ରଖି ।୧୦୫ ।ୟେହି କୋନ୍ତେ ୟେକା ପ୍ରହାରକେ ମାରିବି ଦଶବିଂଶବୁଲାଇଣ କୋନ୍ତମୁନ ଆଉଂସଇ ନିଶ ।୧୦୬ ।ସହଦେବ ଚାହିଂ ଯାହା ସେ ବୁଲାଇଣ ଅଙ୍ଗୁଷ୍ଠିଚତୁର୍ଦ୍ଦିଗ ରାଜାନ୍ତ ୟେଥି ମରାଇବ ଧୃତିରାଷ୍ଟି ।୧୦୭ ।ସହଦେବ ଜାଣଇ ଗତ ଆଗତ ଭବିଷ୍ୟବନବାସୁଂ ଅଇଲେ ୟେମନ୍ତ ହୋଇବ ଅବଶ୍ୟ ।୧୦୮ ।ସଂଜୟ ବୋଇଲେ ଯେଉଂ ବୃକ୍ଷ ରୋପି ଅବଶ୍ୟ ଫଳ ଭୁଂଜିଅତି ଉତ୍କ୍ରମିଲା ଫଳ ଥିବ କି ମହୀମଣ୍ଡଳ ତେଜି ।୧୦୯ ।ଯେହୁ ସହିବ ସେ ଅବଶ୍ୟ ଲଭିବ ନା କାର୍ଯ୍ୟଦୁଖର ଅନ୍ତେଣ ପୁଣ ପାଇବ ଅଇଶୁର୍ଯ୍ୟ ।୧୧୦ ।ଅନୁବ୍ରତେ ପ୍ରାଣିଂକି ତ ନୋହୋଇ ବିପଦସର୍ବଦା ପ୍ରାଣିଂକି ପୁଣ ନୋହୋଇଟି ସମ୍ପଦ ।୧୧୧ ।ସଞ୍ଜୟ ବୋଇଲା ତୁ ପ୍ରମେଷୀ ବୁଝସି ଧୃତରାଷ୍ଟସମ୍ପଦ ବିପଦ ୟେ ରାତ୍ର ଦିବସ ଅଟଇ ଇଷ୍ଟ ।୧୧୨ ।ପାଣ୍ଡବେ ଯେ ଘୋରବନେ ହୋଇଲେ ମହାକଷ୍ଟିପୁଣ ସମୟ ସମୟେକେ ଭୋଗ କରିବେ ୟେ ସୃଷ୍ଟି ।୧୧୩ ।ଦ୍ରୋପତୀର କେଶ ଯେ କରିଛି ମୁକୁଳାକଇଚ୍ଛାବନ୍ତୀ ସାଧେବୀ ସେ ଭଗତମଚ୍ଛଳା ।୧୧୪ ।ଧୁଶାସନ ଭୁଜ ଓପାଡ଼ିବ ଭୀମସେନତେବେ ସେ ଶାନ୍ତି ହୋଇବ ଦ୍ରୋପତୀର ମନ ।୧୧୫ ।ୟେଥକୁ ପାଣ୍ଡବେ କଲେ ହାଦେ ଆଶତୁ ଯାହା ପଚାରିଲୁ ମୋତେ ୟେମନ୍ତ କଥା ଦୃଶ୍ୟ ।୧୧୬ ।ଗାଲବର ନନ୍ଦ କହିଲେ ଯହୁଂ ସାଧ୍ୟବିସରିଲା ଧୃତରାଷ୍ଟ ବସିଲା ମହାକ୍ରୋଧ ।୧୧୭ ।ଧୃତରାଷ୍ଟ ବୋଇଲା ମୋହୋର କ୍ରୋଧ କହିବି କାହାର ଆଗେଦ୍ରିୟୋଧନ ନ ଶିଣଇ କେହୁଣିହିଂ ବାଗେ ।୧୧୮ ।ସଞ୍ଜୟେ ବୋଇଲେ ସେ ଅନୁବ୍ରତେ ୟେକା ଶକୁନିକି ଘେନିକଦାଚିତେ ସମାଧାନ ନ କହଇ ଶକୁନି ।୧୧୯ ।ବଂଶ ତାହାର ମାଇଲା ଯେ ପଥର ଘରେ ଭରିୟେହାର ବଂଶ ମରାଇବ ସେ କୂଟ ଉପାୟ କରି ।୧୨୦ ।ପାଣ୍ଡବେ ଅଛନ୍ତି ଯେ କାମ୍ୟକ ବନେ ରହିଡଗର ବାରତା କଲାକ କୁରୁନାଥ ସାଇଂ ।୧୨୧ ।ଗଲେ ଯେ ୟେଥୁ ପୁଣ ପଞ୍ଚୁଭ୍ରାଥେକାମ୍ୟକ ବନରେ ୟେଣେ ଅଛନ୍ତି ନିଚିନ୍ତେ ।୧୨୨ ।
ସମ୍ବନ୍ଧିତ ରଚନା
ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ
ସାରଳା ମହାଭାରତ ବିରାଟପର୍ବ
ସାରଳା ଦାସ
ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ
ସାରଳା ମହାଭାରତ ସଭାପର୍ବ (ଦ୍ୱିତୀୟ ଖଣ୍ଡ)
ସାରଳା ଦାସ