ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୧୭ / ୨୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଶବରୀ ନାରାୟଣଙ୍କୁ ନିମନ୍ତ୍ରଣ
ରୁଦ୍ରଦେବ ଚଳଇ ଯେ କୁମାରେ ପରିଣାମିକନାଉଜ ଦେଶକୁ ଚଳଇ ପାଣ୍ଡବ ସୁନ୍ଦର ସ୍ୱାମୀ ।୧।ମଣିଭଦ୍ରା ବୋଲିକରି ୟେକଇ ନଦୀ ଗୋଟିୟେସରସ୍ୱତୀ ନଦୀରୁ ସେ ଇଶାନ୍ୟ ଭାଗେ ଫୁଟିୟେ ।୨।ସେ ନଦୀର ତୀରେ ଚଳଇ ପାଣ୍ଡବ ପଞ୍ଚାଣଆକାଶ ଉଛୁଳୁଅଛି ଘୋର ବାଦ୍ୟ ଟମକ ନିଶାଣ ।୩।କୀର୍ତ୍ତିସୁନ୍ଦର ବୋଲି ୟେକ ପର୍ବତ ଗୋଟିୟେପାଣ୍ଡବ ସୁନ୍ଦର ଯାଇଂ ସେ ପର୍ବତେ ବିଜୟେ ।୪।ବୀର ତୂର ଭେରୀ ନିଶାଣ ଟମକ ଘୋର ବାଜେଦିବି ଭୁବନ କମ୍ପଇ ତ୍ରାସିଲେ ଦେବରାଜେ ।୫।ଧନୁମାସ ଶୁକ୍ଳପକ୍ଷ ପଞ୍ଚମୀର ତିଥିସେ ପର୍ବତ ଉପରେ ବିଜୟେ ଭୀମସେନ ରୟଣୀ ପାହାନ୍ତି ।୬।ଶତଭିଷା ନକ୍ଷତ୍ର ଅକ୍ରବାର ତିଥିତଇତିଳ ନାମେ କରଣ ଭୋଗ ଦିବା ରାତି ।୭।ଆୟୁଷ୍ମାନ ନାମେ ଯୋଗ ଶୁଭ ଅନକୂଳେଭୀମସେନ ବିଜେକଲେ କୃତାନ୍ତେକ ବଟତଳେ ।୮।ସେ କନାଉଜ ଦେଶର ରାଜା ଶବରୀ ନାରାୟଣସହସ୍ରେକ କନ୍ୟା ଘେନି କ୍ରୀଡ଼ଇ ନଦୀ ଭିତରେଣ ।୯।ଦେଶାଉର ଜଣାଇଲା ଶୁଣ ଦେବ ଅଭୟେ ଚକ୍ରବ୍ରତୀପର ଥାଠ ପଡିଲା ଦେବ କେଉଣ ଦେଶର ନୃପତି ।୧୦।ରଥ ଗଜ ଅଶ୍ୱ ଦେବ ପାଦାନ୍ତି ଅଳପକୟେତେକେଣ ମହାବଳବନ୍ତ ସେ ପ୍ରତଗ୍ୟାଂ ଅନେକ ।୧୧।ଦୃଭାର ପ୍ରଚଣ୍ଡ ଦେବ କ୍ଷତ୍ରିୟ ମହାଯୋଧୀୟେମନ୍ତେଣ ପଚ୍ଛିମ ଦିଗ ରାଜାନ୍ତ କଲାନି ସର୍ବସାଧି ।୧୨।ଦୃଭାର ହୋଇଲେ ଦେବ ନ ବ୍ରତନ୍ତି କେହିଶରଣ ସମ୍ଭାଳଣ ସେ ଭଗତେ କରଇ ତ୍ରାହି ।୧୩।ଚାରଗଣ ମୁଖୁଂ ୟେସନେକ ବାରତ ଶୁଣିଜଳକ୍ରୀଡା ରସେ ସେ ନ ଶୁଣିଲା ନୃପମଣି ।୧୪।କଟାଳି ରାଜ୍ୟରେ ଯହୁଂ ପଶିଲା ମାରୁତିମନ୍ତ୍ରୀ ଅମାନତ୍ୟେ ଓଗାଳିଲେ ଥାଠ ଘେନି ଝାତି ।୧୫।ଦଶଲକ୍ଷ ରଥୀ ପଞ୍ଚବୀଂଶ ଲକ୍ଷ ହାଥୀଚାରିଖର୍ବ ଅଶ୍ୱ ଉଣୋଇଶ କ୍ଷଉଣୀ ପାଦାନ୍ତି ।୧୬।ପଞ୍ଚଶତ ପାରିଦଣ୍ଡ ଯେଉଂଣ ରାଜାକୁ ଖଟଇପଚ୍ଛିମ କୋଶଳେ ରାଜା ମହା ଗରିଷ୍ଠଇ ।୧୭।ଅନଙ୍ଗ ସାରିକ୍ଷେ ଦିଶେ ସେ ସୁନ୍ଦରପଣେପଚ୍ଛିମ କୋଶଳ ରାଜାୟେ ସରି ନାହିଂ ଜଣେ ରଣେ ।୧୮।ଜରାସନ୍ଧ ରାଜାର ତୁଲେ ସେ ଅନେକ ଯୁଦ୍ଧକଲାପଞ୍ଚଦଶ ଦିନେ ଜରା ଯୁଦ୍ଧେ ତାହାକଇଂ ସରି ଯେ ନୋହିଲା ।୧୯।ମହା ପ୍ରତାପୀ ରାଜା ସେ ସନ୍ୟ ତାର ନ ଯାଇ କଳଣାଅମାପତ ସନ୍ୟ ଦେଖି ପ୍ରତଗ୍ୟାଂ ବ୍ରିକୋଦର ଜେନା ।୨୦।ପର୍ବତ ଉପରେ ଥାଇ ବ୍ରିକୋଦର ତାର ଥାଠ ଦେଖିକାଳଚକ୍ର ପ୍ରାୟେକ ବୁଲାୟେ ବେନି ଆଖି ।୨୧।ସୁମରଇ ମାଧବ ସେ ତ୍ରୋଇଲୋକ୍ୟ ଚିନ୍ତାମଣିରାଜାଂକର ଦୁଷ୍ଟପଣ ତୁହି ସେ ଜାଣୁନା ଚକ୍ରପାଣି ।୨୨।ତୁ ଯେ ବୋଇଲୁ ଦୋଷ କରନ୍ତି ଜେଉଂଣ ଯୋଧୀସନ୍ୟ ମାରିଣ ରାଜାନ୍ତ ଘେନିଆସିବୁ ଯେ ବାନ୍ଧି ।୨୩।ବିଚାରି କୋପ ଦେବ କରିବୁନା ମୋତେୟେଡେ ଦୃଭାଗ କଥା ମୁଂ ସହିବି କେମନ୍ତେ ।୨୪।ମନେ ମନେ ବିଚାରଇ ସେ କାଳଦଣ୍ଡ ପାଣିପର୍ବତୁଂ ଡେଇଂ ପଡିଲା ସେ କ୍ଷତ୍ରିୟ ଚୂଡାମଣି ।୨୫।ବାଆନ ବାଆନ ଭାର ବେନିଗଦା ଘେନି ବେନିହାଥେବ୍ରହ୍ମାଣ୍ଡ କମ୍ପିଲାକ ତାର ଗର୍ଜନ ନାଦଘାତେ ।୨୬।ରାଗେଣ ବଞ୍ଚିଲା ସେ ଯେ ଯୁଝେଷ୍ଠି ଦେବଂକର ଆଗ୍ୟାଂତ୍ରଇଲୋକ୍ୟ ଅଶକ୍ୟ ଯାହାର ପ୍ରତଗ୍ୟାଂ ।୨୭।ବ୍ରିକୋଦର ମୂରତି ତାର ବିକାଶିଲା କାୟେମହାମତ୍ତ ଶରୀର ଦିଶଇ ବିଂଝଗିରି ପ୍ରାୟେ ।୨୮।ୟେସନେକ ସରୂପ ଯହୁଂ ବିକାଶିଲା ବୀର ଭୀମତ୍ରିପଣ୍ଡ ଗଳଇ ରାଗେ ବହଇ ମହାଘୃମ ।୨୯।ଗିରିବର ବେଢିଣ ଅଛନ୍ତି ଯେ ଶବରୀ ନାରାୟଣ ଥାଠଅମାନତ୍ୟ ଯୋଦ୍ଧାୟେ ଯେ କରନ୍ତି କାଦମ୍ବରୀ ଭୋଳେ ନାଟ ।୩୦।ବିଜିଘୋଷ ମର୍ଦ୍ଦଳ ଯେ ବୀର ତୂର ଦାଉଣ୍ଡିମଦିରାପାନେ ଭୋଳ ଯେ ଖେମଟା ନାଟ ଖଣ୍ଡି ।୩୧।ଅଶ୍ୱନ୍ତ ଖେଦାଇ ବୁଲାବନ୍ତି କୁନ୍ତ ଖରେଝଲକନ୍ତି ଲାଂକିଆ ବାଳଅର୍କ ତେଜଭରେ ।୩୨।କୁନ୍ତ ଅସିପତ୍ର ଯେ ବିନ୍ଧନ୍ତି ବଜ୍ରବାଣମହାମତ୍ତ ଅସୁରଂକ ପ୍ରାୟେ ସେ ଦିଶନ୍ତି ସାଂଗ୍ରାମେଣ ।୩୩।ମତ୍ତାହୋଳ ଯୁଦ୍ଧ ଦେଖିଣ ଧାମଇ ମାରୁତିଗଦାବର ବୁଲାଇଣ ପିଟଇ ତଡ଼ତି ।୩୪।ତିନି ସହସ୍ର ଯୋଦ୍ଧା ଯେ ଭୀମସେନର ତୁଲେ ଥିଲେରେ ରେ କାର ଶବଦ କରିଣ ସାଂଗ୍ରାମେ ପଶିଲେ ।୩୫।କୃତାନ୍ତକ ମୃତ୍ତି ଜାଣି ଦିଶଇ ପାବେନିମୃତ୍ତି ଦେଖି ଭାଜିଲେ କନାଉଜ ଦେଶର ସଇନି ।୩୬।ସମରେ ଅନିର୍ବାରଣ ସେ ହିଡିମ୍ବିକୀବଲ୍ଲବମହାରଣ ମନ୍ଥାନ ତାହାର ପ୍ରତଗ୍ୟାଂ ଦୁଲଭ ।୩୭।ରଣରଙ୍ଗ ମନ୍ଥାନ ସେ କଲା ଭୀମସେନ ଜେନାଗଦାବର ଘାତେ ରଥ ସବୁ ହେଉଛନ୍ତି ଚୂନା ।୩୮।ପାଞ୍ଚଲକ୍ଷ ରଥୀ ୟେକମୁଖ ହୋଇଭୀମସେନ ଉପରକୁ ଶର ବିନ୍ଧିଲେ ନିଠିଆଇ ।୩୯।ବରଷା ଋତୁରେ ଯେହ୍ନେ ବରଷଇ ନୀରଧାରତେହେନେକ ଶରଘାତେ ଗଗନ ଦିଶଇ ଅନ୍ଧକାର ।୪୦।ବାଣ ଜ୍ୱାଳାବଳୀ ବରଷନ୍ତି ଯେସନେକ ପାଣିବଜ୍ର ଅଙ୍ଗ ପାଡ଼ିଣ ଅଛଇ ସେ କ୍ଷତ୍ରିୟ ଚୂଡାମଣି ।୪୧।ଅଭେଦ ଶରୀର ଯାହାର ଶତଶିଙ୍ଗର ପରସନ୍ନେଶରୀର ନ ଭେଦନ୍ତି ତାହାର ତୀକ୍ଷମୁନା ଶରମାନେ ।୪୨।ପର୍ବତେ ଯେହ୍ନେ ଉପୁଡି ପଡ଼ଇ ବଜ୍ରବାଣନାରାଜ ପଡି ତେହ୍ନେ ଚୂର ହୋଉଛନ୍ତି ବ୍ରିକୋଦର ଶରୀରେଣ ।୪୩।ସାଂଗ୍ରାମେ ପାଣ୍ଡବ ଯେ ଅଟେ ନିରିଭୟାଶତଶିଙ୍ଗର ପ୍ରସନ୍ନେ ବଜ୍ର ଯାହାର କାୟା ।୪୪।ଗଦା ଗୁରୁଜ କୁନ୍ତ ସେ ଅସିପତ୍ର ଯାଠିବୁଲାଇଂ ଯୋଦ୍ଧାୟେ ଭୀମସେନ ଉପରେଣ ପିଟି ।୪୫।ଶହସ୍ରକୁ ଭୟ ନାହିଂ ଯାହାର ସାଂଗ୍ରାମେକୃତାନ୍ତେକ ମୃତ୍ତି ଜାଣି ବିକାଶଇ ବୀର ଭୀମେ ।୪୬।ୟେକା ହୋଇ ମନ୍ଥିଲା ଯେ କନାଉଜ ଥାଠପଳାବନ୍ତି ସଇନି ଯେ ନ ପାବନ୍ତି ତହିଂ ବାଟ ।୪୭।ରଥେ ରଥ ପ୍ରହାର କରଇ ଭୀମ ତୋଳିଗଜକେ ଗଜ କଚାଡ଼ଇ ସେହୁ ଅଚାର୍ଗଳ ମହାବଳୀ ।୪୮।ଧାଇଂଣ ସାଂଗ୍ରାମ ଯେ କଲାକ ବ୍ରିକୋଦରରଥ ଗଜ ଅଶ୍ୱ ସଇନି ଚୂର ହୋଉଛନ୍ତି ଗଦାବର ଘାତର ।୪୯।କନାଉଜ ଯୋଦ୍ଧାୟେ ଯେ ବିନ୍ଧୁଛନ୍ତି ଶରବିନ୍ଧନ୍ତେ ଶହସ୍ରେ ନ ଫୁଟନ୍ତି ଭୀମସେନ ଶରୀର ।୫୦।ରଣେ ବିମୁଖ ଯେ ପାଇଲେ ସମସ୍ତ ସଇନିବାହାନ ତେଜି ଶହସ୍ର ଛାଡି ପଳାବନ୍ତି ନିଜ ପ୍ରାଣ ଘେନି ।୫୧।ନବ ଯୋଜନ ପରିଯନ୍ତେ ଯେ ପଡିଲା ପୟେଡ଼ଅନେକ ସଇନି ଗୋଡାଇ ପିଟଇ ବ୍ରିକୋଦର ।୫୨।ଯେସନେକ କଦଳୀ ବନ ପଡ଼ଇ ବାତଘାୟେଲୋଟିଲେକ ସଇନି ୟେଗାର ଯୋଜନ ଯାୟେ ।୫୩।ପଳାଇ ଯାଇଂ କହିଲେ ନୃପତି ଶବରୀ ନାରାୟଣସ୍ୱାମୀ ଜଳକ୍ରୀଡା ରସେ ପଶିଲୁ ସାବଧାନେ ୟେବେ ଶୁଣ ।୫୪।ଅନେକ ସାଂଗ୍ରାମ କଲୁ ସେ ରଥୀର ତୁଲେତୀକ୍ଷମୁନା ଶହସ୍ର ନ ଭେଦନ୍ତି ତାହାର ଶରୀରେ ପଡିଲେ ।୫୫।ୟେଡେ ବଡ଼ ଥାଠ ତୋହୋର ପାଇଲେ ବଡ଼ ଦୁଖଭାଜିଲେ ସଇନି ତୋହୋର ହୋଇଣ ବିମୁଖ ।୫୬।ବହୁତ ସଇନି ଦେବ ପଡିଲେକ ମହାଯୁଦ୍ଧେସାତ ଅହିବ୍ରତ ରଥୀ ତୋହୋର ମଲେ ରଣେ ମଧ୍ୟେ ।୫୭।ତିନିଖର୍ବ ପଡିଲେ ଦେବ ମହାମତ୍ତ ଗଜପଞ୍ଚାଶ ଅବୁର୍ଦ ଅଶ୍ୱ ପଡିଲେ ଶୁଣିମା ମହାରାଜ ।୫୮।ୟେଗାର ଯୋଜନ ପରିଯନ୍ତେ ପୟେଡ଼ ପଡିଲାଅଗଣିତ ପାଦାନ୍ତି ପଡିଲେ ଦେବ ଗଣିତା ନ ଗଲା ।୫୯।ଚାରଗଣ ମୁଖୁଂ ୟେସନ ବାରତ ଶୁଣିଜଳକ୍ରୀଡ଼ା ଛାଡି ବାହାର ହୋଇଲେ ନୃପମଣି ।୬୦।ମହାମତ୍ତନାଗ ଯେସନେ ଗରଜ ଫେରୁ ଧରିଆକାଶେ କ୍ଷେପଇ ଯେହ୍ନେ ବିକ୍ରମ କେଶରୀ ।୬୧।ମୋହୋର ଛାମୁରେ କାହାର ରେ ଅଛଇ ୟେଡ଼େକ ଦର୍ପଖଗେଶ୍ୱର ଛାମୁରେ କି ପ୍ରତଗ୍ୟାଂ କରଇ ସର୍ପ ।୬୨।ସାଜରେ ରଥ ବୋଲି ଆଗ୍ୟାଂ ଦିଲାକ ନୃପମଣିଜୟସେନ ସୁତ ଯେ ରଥ ସାଜିଲା ତତକ୍ଷଣି ।୬୩।ସୂର୍ଯ୍ୟମଣ୍ଡଳ ରଥ ଅନେକ ରତ୍ନେ ଖଞ୍ଜିସହସ୍ରେକ ଶାର୍ଦ୍ଦୂଳ ରଥରେ ନେଇ ଯୋଚି ।୬୪।ଲୁହାର ଧନୁ ୟେକ ଧରିଣ ନୃପତିଲୁହାର ଦୁଇ ତ୍ରୋଣେ ନାରାଜ ପୂରୋଇଲା କୋପମୃର୍ତ୍ତି ।୬୫।ସାଂଗ୍ରାମକୁ ରଥ ଚଢି ବାହାର ହୋଇଲା ନୃପମଣିସଙ୍ଗରେ ସଇନି ତାର ଅଛଇ ପନ୍ଦର କ୍ଷଉଣୀ ।୬୬।ପାରିଦଣ୍ଡ ଘେନିଣ ସେ ନୃପତି ବିଜେକଲାଆସନ୍ତେଣ ଭୀମସେନକଇଂ ଆଗରେ ଓଗାଳିଲା ।୬୭।ଦେଖିଲା ଭୀମ ମୂରତି ଯେ କାଳାନ୍ତକ ମହାତେଜରଥରେ ଥାଇଂଣ ପଚାରଇ କନାଉଜ ମହାରାଜ ।୬୮।ଆହୋ ମହାତ୍ମା କେଉଂଣ ଦେଶର ମହାରଥୀଅଦଭୁତେ ସଇନି ମୋର କିଂପେ ପକାଇଲୁ ମନ୍ଥି ।୬୯।ମୁହିଂତ ତୋହୋର ପୁରୁବେ ନୋହଇ ନା ବଇରିଅଦଭୁତେ ଅପହାର ବ୍ରହ୍ମହତ୍ୟା ଦୋଷ ସରି ।୭୦।ନ ପୁଛିଣ ରାଜ୍ୟେ ମୋର ପଶିଲୁ କିମ ରଥେୟେତେକ ସଇନି ମୋର ମାଇଲୁ କି ନିମନ୍ତେ ।୭୧।ତୋହୋର ଛାମୁରେ ନ କହିଲେ ଚାରଗଣେପଚ୍ଛିମ ଦିଗେ ବିରଧୂ ମୁଂ ମୋହୋର ନାମ ଶବରୀ ନାରାୟଣେ ।୭୨।ୟେ ପଚ୍ଛିମ କୋଶଳେ ହୋ ନୃପତି ଜରାସନ୍ଧଛଣାଣୋଈ ସହସ୍ର ରାଜାନ୍ତ ବନ୍ଦୀକଲା ସେହୁ ମନ୍ଦ ।୭୩।ସେ ରାଜାର ତୁଲେ ମୁଂ କଲାଇଂ ଅନେକ ରୋଳବହୁତ ସନ୍ୟ ମରାଇଣ ଗଲା ମଗଧ ଦେଶ ମହୀପାଳ ।୭୪।ମୋହୋର ତୁଲେ ଯୁଦ୍ଧକରି ସେ ପାଇଲା ଅନେକ ଲଜ୍ଜାସାଧ୍ୟ କରି ନୁଆରିଲା ମୋତେ ସେ ମଗଧେଶ୍ୱର ରାଜା ।୭୫।ମୋହୋର ମହିଂମା କି ତୋହୋର ଶୁଣିଲାକ ନାହିଂଆୟୁଷ ଥାଉଂ ମହାତ୍ମା ତୁ ମରିବୁ କିସ ପାଇଂ ।୭୬।ବେଳୁଂବେଳ ପ୍ରତଗ୍ୟାଂ ସେ କରଇ ମହାରାଜାଶୁଣି ମୁକୁଟ କମ୍ପାଇଲା ସେ ପବନ ଆତ୍ମଜା ।୭୭।ରଥର ଉପରୁଂ ବୀର ଭୀମ ପଡିଲାକ ଡେଇଂମରୁତ ସାରଥି କୋଳକରି ଧଇଲା ବେଗେ ଯାଇଂ ।୭୮।ରହ ରହ ବ୍ରିକୋଦର ନ କର ବାବୁ କୋପକିଞ୍ଚିତ ଦୋଷକୁ ତୋହୋର କିଂପେ ୟେଡେକ ପରିତାପ ।୭୯।ଅନମିତେ ରାଜାକୁ ଯେବେ ମାରିବୁ କୋପକରିକି ଘେନି ରାଜୁସି ଯାଗ କରିବେ ଧର୍ମ ଦଣ୍ଡଧାରୀ ।୮୦।ୟେମନ୍ତେ ତ ଚାରିରାଜା ନ ଅଣ୍ଟନ୍ତି ରାଜୁସି ଯାଗକଇଂରାଜାନ୍ତ ନାଶକଲେ ଗୋବିନ୍ଦେ କିସ ବୋଲିବେଟି ତୁକୁଇ ।୮୧।ଭୀମସେନ ବୋଇଲା ମୋହୋର ଛାମୁରେ ୟେହାର ୟେଡେକ ପ୍ରତଗ୍ୟାଂୟେ ଛାରକଇଂ କେମନ୍ତେ ସହିବି ମୋହୋର ଆଗ୍ୟାଂ କଲାଯେ ଅବଗ୍ୟାଂ ।୮୨।ୟେହାର ସାଦ୍ରିଶେ ପଛେ କରାଇବି ସୁବର୍ଣ୍ଣର ରାୟେସେ ପଚ୍ଛିମ କୋଶଳେ ରୁହାଇବି ଚିରାଂଚନ କଥାୟେ ।୮୩।ପଞ୍ଚାଶ ସହସ୍ର ରାଜାନ୍ତ ନିମନ୍ତିବି ଯେବଣ ଦିଗେରାଜା ଦୁଇ ଚାରି ନ ମାଇଲେ ୟେ ସାଧ୍ୟ ହୋଇବେକେଉଂଣ ବାଗେ ।୮୪।ଛାଡ଼ ଛାଡ଼ ପିତାମହ ହୋ ମୋତେ କଟାଳ ନ କରନାରାୟଣ ବିରଧୂ ବାନା ବହଇ ୟେ ପାମର ଚାଣ୍ଡାଳ ।୮୫।ଭୀମସେନକଇଂ ମଣାଇ କହିଲେ ସେ ମରୁତ ସାରଥିନାରାୟଣ ନାମ ଗୋଟିକି ହୋ ନାଶକର କରଇ ଭୀତି ।୮୬।ଯେବଣ ଜନେ ହୋ ବାସୁଦେବରେ ଭଗତାକାରଣ ନିମନ୍ତେ ନାମ ଗୋଟି ଦିଅନ୍ତି ପିତାମାତା ।୮୭।ଚାରଗଣେ କହିଲେ ଶୁଣ ହୋ ଶବରୀ ନାରାୟଣଶୂରବର ସୁନ୍ଦର ଯେ ଅଟଇ ଜାରା ନିବାରଣ ।୮୮।ରାଜୁସି ଯାଗ ଯୁଝେଷ୍ଠି ଦେବ କରିବା ନିମନ୍ତେଭୀମସେନ ବିଜେକଲେ ପଚ୍ଛିମ ପ୍ରଶସ୍ତେ ।୮୯।ପଞ୍ଚାଶ ସହସ୍ର ରାଜାନ୍ତ ନେଉଛନ୍ତି ନିମନ୍ତେଅନେକ ସାନନ୍ଦେ ଯାଉଅଛନ୍ତି ସମସ୍ତ ନୃପତି ।୯୦।ତୋହୋର ପ୍ରାୟେ ବିବାଦ କଲା ନୃପତି ପୁଣ୍ଡରୀକରଥ ଖମ୍ବରେ ବନ୍ଧନ କରିଛି ଦେଖ ହୋ ପ୍ରତକ୍ଷ ।୯୧।ୟେଡ଼େବଡ଼ ସମ୍ପଦ ତୁ ନାଶ ନ କର ଦେବସ୍ୱାମୀଦୁଷ୍ଟପଣ ଛାଡି ଚାଲ ହୋ ହୋଇବା ପରିଣାମି ।୯୨।ଦେଶାଉର ବଚନେ ସେ ସାନନ୍ଦ ହେଲାକ ନୃପତିଭୀମସେନ ବୋଲି ଜାଣିଲା ୟେ ସେ ପାଣ୍ଡବ ମାରୁତି ।୯୩।ଆଗହୁଂ ମୁହିଂ ଯେ ନ ଜାଣିଲି ୟେମନ୍ତେୟେଡ଼େବଡ଼ ସନ୍ୟ ମୁଂ ମରାଇଲି ଅନମିତେ ।୯୪।ନ ପୁଣ କୋପ ମୋତେ କରନ୍ତି ଭୀମସେନନିର୍ଦ୍ଦୟା ପାଣ୍ଡବ ସେ ନ ପୁଣ ନାଶ କରଇ ମୋର ପ୍ରାଣ ।୯୫।ମନ୍ତ୍ରୀବର ବୋଇଲା ତୁ ଶଂକା ନ କର ମନେସୁକାର୍ଯ୍ୟ ପାଇବା ହୋ ମହତଂକ ଦରଶନେ ।୯୬।ଶରଣପଞ୍ଜର ଦେବ ସେ କଇଚ୍ଛା ଜଗଜ୍ଜେଠୀଭଗତଜନ ବଚ୍ଛଳ ଦୟାସାଗର ସେଟି ।୯୭।ଶରଣକଇଂ ରକ୍ଷଣ ସେ ଦୃଭାରକଇଂ ନାଶକରିଭଗତି ହୋଇଲେ ହୋ ଦୟାକର ଦୋଷ ଅପହାରି ।୯୮।ମନ୍ତ୍ରୀବର ବଚନେ ରାଜା ତେଜ୍ୟାକଲା ରଥନିଶହସ୍ରେ ଗମଇ ରାଜା ହୋଇଲା ଶରଣାଗତ ।୯୯।ବେନିହାଥେ ଚାମର ଢାଳି ରାଜା ଅନେକ ସ୍ତୁତି ବୋଲିନିଉଛାଳି କରିଣ ସେ ଛାମୁରେ ଶୁତିଲା ଗଡ଼ଘାଲି ।୧୦୦।ନୃପତିର ଆନନ୍ଦାଶ୍ରୁ ବହେ ବେନିଡୋଳେଦଶନହ ମୁଖେ ଭରିଣ ପ୍ରଣପତ୍ୟ ପାଦତଳେ ।୧୦୧।ଜୟ ତୁ ଶୂରବର ସୁନ୍ଦର ସୋହଡ଼ ଭୀମସେନଯମର କାଳଦଣ୍ଡକଇଂ ଯେହୁ ନ କରେ ଗଣନ ।୧୦୨।ତୁ ଦେବ ଭୀମସେନ ନାଶକର ଦର୍ପଭଞ୍ଜାଶରଣ ଉଦ୍ଧାରଣ ନାଥ ଦୃଭାର ବଳଗଞ୍ଜା ।୧୦୩।ମୁହିଂ ତୋହୋର ଶରଣ ସ୍ୱାମୀ ପାଣ୍ଡବ ସୁନ୍ଦରଦଶଦୋଷ ଅପ୍ରାଧ କ୍ଷମାକରିବା ମୋହୋର ।୧୦୪।ଦନ୍ତରେ ତିରଣ ଘେନି ସେ ପୁଣ ପୁଣ କରଇ ନିଉଛାଳିଝାଳେ ତ୍ରିପଣ୍ଡ ରାଜା ଶରୀରୁ ଘୃମ ଗଳି ।୧୦୫।ଶରପଞ୍ଜର ନାଥ ଭଗତ ମତ୍ସଳପଚ୍ଛିମ ଦିଗ ବରଣ କ୍ଷତ୍ରିୟ ଅଚାର୍ଗଳ ।୧୦୬।ମୁହିଂ ଅବା ଦୋଷ ତୋତେ କଲାଇଂ ଅଗ୍ୟାନେପାଇଲି ମୁକତି ଗତି ମହତ ଦରଶନେ ।୧୦୭।ସଙ୍ଗରେ ଅଛନ୍ତି ତାହାର ସହସ୍ରେକ ଭାରିଯାଛାମୁରେ ଢାଳନ୍ତି ଚାମର ସେ ସହସ୍ରେକ ଆତ୍ମଜା ।୧୦୮।ମରୁତ ସାରଥି ଜଣାଇଲା ଭୀମସେନ ଆଗେଶବରୀ ନାରାୟଣକୁ ବାବୁ କିଂପେ ଅଗ୍ୟାନ ହୋଉ ରାଗେ ।୧୦୯।ୟେ ଯେ ଅନାସ୍ତ ତୁ ଯେ ଅନାସ୍ତ ଲୋକର ବନ୍ଧୁଶରଣ ମତ୍ସଳ ଯେ ମହିଂମା ତୋର ସାଧୁ ।୧୧୦।ଆମ୍ଭେ ୟେହାର ରାଜ୍ୟେ ବିଜୟ କଲାଇଂ ଆସିଆମ୍ଭର କାର୍ଯ୍ୟେ ୟେହାର ସଇନି ବଳ ନାଶି ।୧୧୧।ଅନେକ ସଇନି ୟେହାର ପକାଇଲୁ ମାରିଧ୍ୱସିଂ ହୋଇଲା ରାଜ୍ୟ ତୁ କଲୁ ହୁରିଜୂରି ।୧୧୨।ସନ୍ୟ ନାଶ କରାଇ ୟେବେ ହୋଉଛି ଭଗତଅନେକ ଦୋଷ ଅପରାଧ ୟେହାର କ୍ଷମା କରିବା ଯୁଗତ ।୧୧୩।ସାରଥି ବଚନେ ଭୀମ କୋପକଲେ ଶାନ୍ତିଉଠ ଉଠ ହୋ ଶବରୀ ନାରାୟଣ ତୋହୋର ଫିଟିଲା ମନଭ୍ରାନ୍ତି ।୧୧୪।ଆଗ୍ୟାଂ ପ୍ରମାଣେ ସେ ଉଠିଲାକ ନୃପମଣିକୋଳକରି ଧଇଲେ ତାହାକୁ ସେ କାଳଦଣ୍ଡ ପାଣି ।୧୧୫।ନିମନ୍ତ୍ରଣ ଯୋଗାଡ଼ ଯେ ଦିଲାକ ପାବେନିଇନ୍ଦ୍ର ପ୍ରଶସ୍ତକୁ ଯାଅ ତୋହୋର ଥାଠ ସନ୍ୟ ଘେନି ।୧୧୬।ରାଜୁସି ଯାଗ ତହିଂ କରିବେ ଧର୍ମସୁତେଆମ୍ଭେ ଦିଗବିଜୟେ କଲୁ ତହିଂର ନିମନ୍ତେ ।୧୧୭।ସମଦଣ୍ଡ ଘେନିଣ ତୁମ୍ଭେ ଯାଅ ହୋ ନୃପତିମୁହିଂ ଯିବଇଂ ଆବର ରାଜାନ୍ତ ନିମନ୍ତି ।୧୧୮।ଆଗ୍ୟାଂ ପ୍ରମାଣେ ଚଳଇ ସେ ଶବରୀ ନାରାୟଣଦଣ୍ଡସନ୍ୟ ଘେନି ଭୀମସେନ ତହୁଂ କଲାକ ପୟାଣ ।୧୧୯।କନାଉଜ ଦେଶ ଜିଣି ଚଳିଲା ବ୍ରିକୋଦରବିଂଝମାଳେ ପ୍ରବେଶ ହୋଇଲା ବୀରବର ସୁନ୍ଦର ।୧୨୦।ମନ୍ଦର ଉଦକ ବୋଲି ୟେକଇଂ ନଦୀଗୋଟିରଙ୍ଗବର୍ଣ୍ଣ ହୋଇଣ ସେ ପର୍ବତୁଂ ବହଇ ଫୁଟି ।୧୨୧।ଭୀମସେନ ବିଜେକଲେ ସେ ପର୍ବତ ଉପରେମହାତୀର୍ଥ ଦେଖି ସ୍ରାହାନ କଲେ ବ୍ରିକୋଦରେ ।୧୨୨।ନିତ୍ୟକର୍ମ ସାରିଲେ ସେ ଉଦେକ ତୀର୍ଥଜଳେଭେଟିଲେ ବିଶ୍ୱାବସୁଂକୁ ଗିରିର ମଣ୍ଡଳେ ।୧୨୩-୪୦୪୨।