ଚଉପଦୀ (ଲୌକିକ ଓ ସାମାଜିକ)
କବିସୂର୍ଯ୍ୟ · ୧୭୮୯–୧୮୪୫
- ପଢ଼ିବା ସମୟ
- ୩୦୯ ମିନିଟ୍
- ଶବ୍ଦ
- ୪୯୩୬୮
- ସ୍ଥିତି
- ସାର୍ବଜନୀନ (Public domain)
(୧)
ରାଗ-ତୋଡ଼ିଅନା ଅନା ସୁନୟନା କିଞ୍ଚିତ କୃପାରେ ।ପଦ ।ତୋଷ ମୋତେ ଅନୁକମ୍ପାହାତୀ ଶିରୁପାରେ,ନ ହସି ମୋ ଭଗାରିଏ ସଢ଼ନ୍ତୁ ତ୍ରପାରେ ।୧।କେତେ କେତେ ଜନ୍ମେ ଧନ ମୁଁ ଜଳ ଜପାରେ,ଲେଖିଛି ଅଳତା ଚିତ୍ର ତୋ ଜଳଜ ପାରେ ।୨।ନ ଫିଙ୍ଗେ ଦୃଷ୍ଟି ତୋ ବିନା ଆନ ସୁରୂପାରେ,ଚିନ୍ତାମଣି ଥାଉଁ ଥାଉଁ କେ ରସେ ରୂପାରେ ।୩।ଭାସିଲିଟି ଡାକିକଟି ସ୍ମର ଅକୂପାରେ,ତରୁଣି ତରଣୀ ହୋଇ ଲଗାଅ ତୁ ପାରେ ।୪।ଜଳନ୍ତର ପୁରନ୍ଦର ଚାଟୁ ଜଳପାରେ,ରସିଲା ରସିକା ରସ କୂତୂହଳପାରେ ।୫।
(୧) ଟୀକା- ଅନୁକମ୍ପା ହାତୀ (ସମ୍ବୋଧନ); ଶିରୂପାରେ- ମସ୍ତକରୁ ପାଦଯାଏ, ତ୍ରପା- ଲଜ୍ଜା, ଜଳଜପାରେ- ପାଣିରେ ରହି ମନ୍ତ୍ରାଦି ଜପିବାରେ, ଜଳଜ ପାରେ- ପଦ୍ମପାଦରେ, ଡାକିକଟି- କ୍ଷୀଣକଟି, ସ୍ମରଅକୂପାରେ- କାମସାଗରରେ, ଜଳପାରେ- କଥାରେ, କୁତୂହଳପାରେ- କୌତୁକ ଶେଷ ସୀମାରେ ।
(୨)
ରାଗ-ପୁହବୀ-ଝୁଲାଅନୁସରିଛି ରେ, ମନୁ ପାସୋରିବୁ ନାହିଁ,ବଢ଼ି ଅଇଲାଣି, କଢ଼ି ପଦ୍ମପ୍ରାୟେ,ଉଚ୍ଚ ହୋଇ କୁଚ ଦୁଇ । ଘୋଷା ।କରକରଦନା, କରଯୋଡ଼ି ଜଣାଇଁବି ଯେତେବେଳେ ତୋତେ,ଦରହାସ ମିଶା ପରଶନ ମୁଖ ଦରଶନ ଦେବୁ ମୋତେ ।୧।ରଙ୍ଗା ଅଧରୀକି, ଭଙ୍ଗାର କହିବେ ପ୍ରୀତି ବିରୋଧିନୀ ଯେତେ,ସୁଝୀନ ବସନା ! ବୁଝିବା ଉଚିତ, ବୁଝି ଦଣ୍ଡ ଦେବୁ ମୋତେ ।୨।ତରୁଣି-ବରଙ୍କ ରଜା ଯେତେବେଳେ ହେବୁ କରୁଣା ଲହରୀ,ଆଜନ୍ମସୁଖି ରେ ! ଲାଜ ପ୍ରବଳରେ ଦେବୁ ପରା ମନାକରି ।୩।ଜମ୍ୱୁନଦଜିତ ଶମ୍ଭୁପରା ସ୍ତନ ଏକା ପଡ଼ୁ ମୋର ହସ୍ତେ,କବିଦିନକର ରାୟଗୁରୁ ବୋଲେ ହାର କରିଥିବି ତୋତେ ।୪।
(୩)
ଅବନୀଭୂଷାଅତନୁ ବାଣେ ନ ଭୂଷା ରେ ।୦।ଅନା ଏ ଶରଦ କାଳଘନା ଏ ସୋହାଗଜାଳଧ’ନା ଏ ଧୂତ-ଧୁନି-ରୁଷାରେ ।୧।ଲୋକେ ଟେକି ରାଟ ପଣଲୋକେ ଦୁର୍ଲ୍ଲଭ ଯୌବନଢୋକେ ଦେଇ ନାଶ ତୃଷାରେ ।୨।ଅମ୍ୱର ଚନ୍ଦ୍ର ମଣ୍ଡଳଦମ୍ଭ କରେ ଦୃଷ୍ଟି ବଳ,ଗମ୍ଭୀରୀକି ଆସ ସୁସାରେ ।୩।ଏ ନିଶା ଅଷ୍ଟ ଦୁର୍ଗେଶଅନିଶା କରିଚି’ ଆସବସିଯିବା ବ୍ୟାଜେ ପଶାରେ ।୪।
(୩) ଘନା- ଗାଢ଼ କର, ସୋହାଗଜାଳ- ଆଦରସବୁ, ଧ’ନା- ଧର ନା, ଧୂତ-ଧୁନି-ରୁଷା- କଂପିତ ଅଗ୍ନିପରି ରୋଷ, ରାଟପଣ-ରାଜପଣ, ଅମ୍ବର- ଆକାଶ, ସୁସାରେ-ଭଲଭାବରେ, ବ୍ୟାଜେ- ବାହାନାରେ ।
(୪)
ରାଗ-ପିଲୁ-ଏକତାଳିଅରୁଣାମ୍ୱୁଜଚରଣା ତୁ ରସାରେ ଭରସା ରେ,କରୁଣାନିଧି ଶରଣାଗତଠାରେ କି ରୁଷା ରେ ? ।ପଦ ।ଅସିତକେଶି । ମୁଁ ତୋ ପରିଚାର,ରୁଷି କି ନ କରି କିଛି ବିଚାର,ସୁଗୁଣ-ସରିତ-ପତି ତୋ ପରିତ ନାହିଁ ସରସା ରେ ।୧।ନ ରହ ସୁଦନ୍ତି ! ବଦନ ପୋତି,କଳପ ଅଳପ ହସନ ମୋତି,ମୃଦୁଳ-ସରସ-ରସ-ହୃଦୟାତୁ ହୋ ନା ପରୁଷା ରେ ।୨।ନ ନେ ଉନ୍ନାଦନା ଧୃତିକି ଛାଣି,ଗରଳ ଗିଳିବିଟି ପିକବାଣି ।ତରକି ହୃଦୟ କର-କିଶଳୟଗଣ୍ଡେ ନ ରସା ରେ ।୩।ନ କର ମୁକୁରମୁଖି ! ନିରାଶ,ବିଷମ ବଡ଼ କୁସୁମ ଶରାସସହଜରେ ମିତ ବଚନଅମୃତ ଧାରା ବରଷା ରେ ।୪।ଅତି ରତିପରି ଚିନ୍ତି ସୁଧୀର,ନୀତି ଗୁଣି ମୁରମଥନ ଗିର,ଅଷ୍ଟଦୁର୍ଗ ପତି କହେସ୍ମିତବତୀ ହେଲେ ତରସା ରେ ।୫।
(୫)
ରାଗ-କାମୋଦୀଆଜ କେ ଶିଖାଇଲା ରୁଷାକୁ ରେ,ରାଜକୁରଙ୍ଗୀଶିଶୁଦୃଶାକୁ ରେ ;ଲାଜ-ମିଳିତ ମନ୍ଦ ବିକାଶ ବାସକୁନ୍ଦରମ୍ୟହାସିନୀବରଯୋଷାକୁ ରେ ।ଘୋଷା ।ଶୁଦ୍ଧାନ୍ତୁ ମୁଁ ବାହାର ହେଲେ ଦୃଷ୍ଟି ଯାହାରଦଉଡ଼େ ମୋ ବିହାର ଆଶାକୁ ରେ,ଉଭା ହେଲି ସମୀପେ ନ ଚାହିଁଲା ଯେ କୋପେବୋଲିବା ସିନା ଦୁଷ୍ଟଦଶାକୁ ରେ ।୧।ବସି ତନାବୀ ପାଶେ, ଅସିତକେଶା ତୋଷେ,ହସି ଫୁଲାଇ ଚାରୁ ନାସାକୁ ରେ,ଫୁଲକୁଥାଏ ପରା ମୁଁ ଲପୁଥିଲେ ଧୀରା,ଶୁଣି ମୋ ସାଧାରଣ ଭାଷାକୁ ରେ ।୨।ଅଧରୁ ସୁଧାଝର, ଦେଇ ଯେ ନାଶେ ମୋରବିଷମଶର-ଜ୍ୱର-ତୃଷାକୁ ରେ,ଚିନ୍ତାକୃଶାନୁ ଝାସେ, ସାରିଦେଲା କି ଦୋଷେ,ପଚାରିବଟି କଟିକୃଶାକୁ ରେ ।୩।ଯାହାକୁ ଅଧିକୃତି, ଦେଇଥାଏ ସୁଦତୀ,ଖୋସା ଉପର ଝରାଭୂଷାକୁ ରେ,ଏହି ସିନା ବିଚିତ୍ର, କେହି ସେ ହେଲା ପାତ୍ର,ମୁହଁ ନ ଚାହାଁ ଭଳି ଘୋଷାକୁ ରେ ।୪।ଏବେହେଁ ଚାହୁଁ ଭର୍ଗ ମୋହନା ଅଷ୍ଟଦୁର୍ଗଧରାକପଟସ୍ୱର୍ଗ ବୃଷାକୁ ରେ,ନ ରଚୁଁ ନଖେ ଏଣୀ- ଦୃଶାକୁ ପଦେ ବାଣୀଖରଚୁ କହ ଧରାଭୂଷାକୁ ରେ ।୫।
(୫) ଟୀକା- ରାଜକୁରଙ୍ଗୀଶିଶୁଦୃଶା- ଜାତିଆ ହରିଣୀଛୁଆର ଆଖି ପରି ଆଖି ଯାହାର, ଲାଜମିଳିତ ମନ୍ଦବିକାଶ- ଲଜ୍ଜା ହେତୁରୁ ଅଳ୍ପ ପରିମାଣରେ ଯାହା ପ୍ରକାଶିତ ହୁଏ (ହାସର ବିଶେଷଣ); ବାସକୁନ୍ଦରମ୍ୟହାସିନୀ- ସୁବାସିତ କୁନ୍ଦଫୁଲ ପରି ମଧୁର ହାସ ଯାହାର, ଶୁଦ୍ଧାନ୍ତୁ- ଅନ୍ତଃପୁରରୁ, ଆଶା- ଦିଗ, ମୋ ବିହାରଆଶା- ମୁଁ ଯେଉଁ ଦିଗକୁ ବୁଲିବାକୁ ଯାଇଥାଏ, ତନାବୀ-(ଯାବନିକ) ଝରକା, ଲପିବା- କହିବା, ବିଷମଶର- ପଞ୍ଚବାଣଧାରୀ କନ୍ଦର୍ପ, ଚିନ୍ତାକୁଶାନୁ- ଚିନ୍ତାରୂପ ଅଗ୍ନି, ଝାସ- ଅଗ୍ନିତାପ, କଟିକୃଶା-କ୍ଷୀଣକଟି, ଅଧିକୃତ-ଅଧିକାର, ସୁଦତୀ-ଉତ୍ତମ ଦନ୍ତ ଯାହାର, ଘୋଷା-(ଯାବନିକ) କ୍ରୋଧ, ଭର୍ଗମୋହନା- ମହାଦେବଙ୍କୁ ଯେ ମୋହିତ କରିପାରେ, ବୃଷ- ଇନ୍ଦ୍ର; ଏଣୀଦୃଶାକୁ କହ, ସେ ନଖରେ ଧରାଭୂଷାକୁ ନ ରଚୁଁ, ପଦେ ବାଣୀ ଖରଚୁ ।
(୬)
ଆଜ ମୁଁ ଦେଖିଲି ଲାଜବତୀକି ଗୋ !ଚମ୍ପା ଗୋରୀ ମନ୍ଦେ ହସିକଂପାଇ ବଦନ ଶଶୀଫମ୍ପା କରିଦେଲା ମୋ ଧୃତିକି ଗୋ ! ।୦।ଛଟା ଧ୍ରୁତ-ଭ୍ରୂ-କମାଣକଟାକ୍ଷ ତୀକ୍ଷଣ ବାଣଓଟାରି ବିନ୍ଧିଲା ମୋର ଛାତିକି ଗୋ ।୧।ଅନଙ୍ଗ ରଙ୍ଗ ପ୍ରବୀଣାଅନର୍ଘ ଜ୍ୟୋତିରେ ଛଣାଅନାଘାତ ଘାତେ ଘାରେ ମତିକି ଗୋ ।୨।ବାଲୁଙ୍କେଶ ନୃପ ଭାଷତାଳୁରେ କୃପା କଲଶଢାଳୁଚି ସେ ଯା ତା’ ଗତି ମୁକତିକି ଗୋ ।୩।
(୬) ଫମ୍ପା କରିଦେଲା- ସମ୍ପୂର୍ଣ୍ଣ ନଷ୍ଟ କରଦେଲା, ଧୃତିକି- ଧୈର୍ଯ୍ୟକୁ, ଅନଙ୍ଗ ରଙ୍ଗ ପ୍ରବୀଣା- ରତିକ୍ରୀଡ଼ାରେ ନିପୂଣା, ଅନର୍ଘ୍ୟ- ଅମୂଲ୍ୟ, ଅନାଘାତ ଘାତେ- କ୍ଷତହୀନ ଚୋଟ ବା ପ୍ରହାର ।
(୭)
ରାଗ-ତୋଡ଼ିଆରେ କୁରଙ୍ଗୀଦୃଶା, ଆଜ ନିଶି କି ହେବ ତୋ ଦଶା ରେ ।ପଦ ।ଲୁଳି ପଡ଼ୁ ତୁ ପହୁଡ଼ିଲେ ମୃଦୁଳ ତୂଳୀ ତଳପରେ କ୍ଷଣେ,ପୁରୁଷ ତୁଲେ କି ଖେଳିବୁ ସଂସାର ଗୁରୁ ସମରପ୍ରାଙ୍ଗଣେ ।୧।ନୂତନବୟସୀ ଜିଣିବ ଯତନ ତୁ ତ ନ ଜାଣୁ ପହିଲେ,ଫତୁଆ ହେବୁ କି ସେ କାମ ଅମଳ ମତୁଆ ଯୁବା ତୁଲେ ।୨।ଶରୀରଲତା ତୋ ନ ଜାଣେ ଜନମୁ ପରିରମ୍ଭଜାତ ପୀଡ଼ା,ବରଗିଲେ ଲମ୍ୱି ସହିବୁ କେହି ସେ ଅରଗଳ ଭୁଜଭିଡ଼ା ।୩।କୋଟିଏ ସବତ ଆଳିଙ୍କର ହେଲେ ଗୋଟିଏ ନ ଘେନୁ ଚୁମ୍ୱ,ପୀବରସ୍ତନାରେ ବ୍ରଣେ ଏବେ ପୁରି ଯିବ ରଦବାସ ବିମ୍ୱ ।୪।ବିଧୁବଦନା ତୋ ଲାଜ ବଳିଯିବ ନିଧୁବନ ପରିଶ୍ରମୁଁ,ରାଜିବ ଚରଣ ଝୁଲିଲେ ନୂପୁର ବାଜିବ ସେ ଝୁମୁ ଝୁମୁ ।୫।ଭରତି କରି ସମସ୍ତ ମନୋରଥ ବରତି ଆସିବୁ କେହି,ବୀର ରାମଚନ୍ଦ୍ର ଦେବ ବୋଲେ ମୋର ନିରନ୍ତର ଚିନ୍ତା ଏହି ।୬।
(୭) ଟୀକା- ଲୁଳିପଡ଼ୁ- କ୍ଳାନ୍ତି ସହକାରେ ଲମ୍ବ ହୋଇଯାଉ, ଫତୁଆ- ହଟହଟା, ଅମଳ- ନିଶା, ଜନମୁ- ଜନ୍ମରୁ, ପରିରମ୍ଭ- ଆନିଙ୍ଗନ, ସବତ- ରାଣ, ପବୀର- ପୃଥୁଳ, ରଦବାସବିମ୍ବ- ଅଧରବିମ୍ବ, ନିଧୁବନ- କାମକ୍ରୀଡ଼ା ।
(୮)
ରାଗ-ଭାଟିଆରୀ, ଏକତାଳିଆରେ ଦୁଃଖିଧନ,ସୁଖୀ ଏକା ଏ ସଂସାରେ ସେହି ଜନ ।ପଦ ।ମହାରସୋଦୟ ରାଜ୍ୟ ଥିବ, ତହିଁ ଯାହାର ସାମ୍ରାଜ୍ୟ ଥିବ,ଝସଧ୍ୱଜ-ଯୁଦ୍ଧ ସମୟେ ବିବିଧ ରସକୁଶଳା ସାହାଯ୍ୟ ଥିବ ।୧।ହରି ଚରିତରେ ତତ୍ତ୍ୱ ଥିବ, ମହୀରେ ମହା-ମହତ୍ତ୍ୱ ଥିବ,ଜଡ଼ିବାକୁ ଅଙ୍ଗେ, ମନସିଜ ସଙ୍ଗେ, ଲଢ଼ିବାକୁ କିଛି ସତ୍ତ୍ୱ ଥିବ ।୨।ଅଳକାସଦୃଶ ବାସ ଥିବ, ସୁଧା ସହୋଦର ଗ୍ରାସ ଥିବ,ନୂଆ ରସିକାର ସୁଆଗ ସରସ, ଖିଆଲରେ ଅଭିଳାଷ ଥିବ ।୩।ଉରେ ଚାରୁ ଚନ୍ଦ୍ରହାରା ଥିବ, ବଚନରେ ସତ୍ୟ ଧାରା ଥିବ,ହରଷଦାୟିନୀ ମୁନିବିମୋହିନୀ ସରସ ହୃଦୟା ଦାରା ଥିବ ।୪।କାବ୍ୟରସେ ଦିନ ବଞ୍ଚୁଥିବ, ପରଂପଦ ପୁଣ୍ୟ ସଞ୍ଚୁଥିବ,ସୁମିଳନ ଆଶେ, ଗଣ୍ଠିଧନ ତୁଲେ ନିର୍ମଳିନ ଲୀଳା ରଚୁଥିବ ।୫।ବିନୟ ସଂପଦ ପୁରିଥିବ, ଗିରିପରି ମତ୍ତକରୀ ଥିବ,ହରିବାକୁ ସ୍ମର ଅହଙ୍କାର ଯାର ପରିଣତ ବିମ୍ୱାଧରୀ ଥିବ ।୬।ସତ୍ତ୍ୱ ସମୃଦ୍ଧି ସମ୍ପଦ ଥିବ, ସବୁ ସୁଖେ ଧନ୍ୟ ପଦ ଥିବ,ପୀଡ଼ିବାକୁ ସାର ଜଗତୀ-ଭୂଷାର ସୁରସ ସୁରଦଛଦ ଥିବ ।୭।ଗୁରୁ ଦେଖି ଦୂରୁ ଲସୁଥିବ, ସଦାନନ୍ଦ ଜଳେ ଭାସୁଥିବ,ନିଶିଯାକ ରଙ୍ଗେ, ରସି ମିଶି ଅଙ୍ଗେ, ଶଶୀମୁଖୀ ତୁଲେ ରସୁଥିବ ।୮।ଅନ୍ୟାୟ ବିଭବ ଜୁରୁଥିବ, ଅରିଗର୍ବ ଶିରି ଚୁରୁଥିବ,ବଧୂର ମଧୁର ରସଗର୍ଭଗିର ପଦକୁ ପଦେ ଯେ ପୂରୁଥିବ ।୯।ସମୀପେ ସୁମନ୍ତ୍ରୀବର ଥିବ, ମଜ୍ଜିବାକୁ ଦିବ୍ୟସର ଥିବ,ହେଲେ ହେଁ ମିଥୁନ, ପ୍ରିୟ ପ୍ରିୟାନନ, ମନେକରି ସ୍ମରଦର ଥିବ ।୧୦।ସକଳ କେଳିରେ ମନ ଥିବ, ବୁଲିବାକୁ ଫୁଲବନ ଥିବ,ଦଳିବାକୁ ଘନଜଘନାର ପୀନ କନକ-କଳଶ-ସ୍ତନ ଥିବ ।୧୧।ମାନୁଥିବା ଅଭିମାନ ଥିବ, ବଳିକି ଛଳିବା ଦାନ ଥିବ,ବରତନୁ ରତେ ଦରବି ଯିବାକୁ ହରପର-କଳା ଜ୍ଞାନ ଥିବ ।୧୨।ହାଟକ ଝଟକ ଦ୍ୟୁତି ଥିବ, ମାର-ମଞ୍ଜୁଳ ମୂରତି ଥିବ,ଅସିତକେଶୀର କରୁଣା ବଶରୁ, ରସିକ-ରାଜ୍ୟରେ ଛତି ଥିବ ।୧୩।ଅକଳଙ୍କ ହେବା ଗୋତ୍ର ଥିବ, ତହିଁ ସମୁଚିତ ପୁତ୍ର ଥିବ,ବୋଲେ ଛୋଟରାୟ, ଯାହାର ନିଶ୍ଚୟ ଅନ୍ତ ସମୟକୁ କ୍ଷେତ୍ର ଥିବ ।୧୪।
(୯)
ଆରେ ପ୍ରାଣସଙ୍ଗିମନମୋହନ ମନ୍ତର ତୋର ଭଙ୍ଗୀ ।ପଦ ।କୃପାରେ ମାନସ ରଖାଇଲୁ, ଭୂଜେ ଭୁଜବନ୍ଧା ଶିଖାଇଲୁ,ଅଳପ ଅଳପ ବଞ୍ଚାଇଣ ବିମ୍ୱଅଧରରୁ ମଧୁ ଚଖାଇଲୁ ।୧।ବ୍ରହ୍ମଜ୍ଞାନୀ ଯୋଗୀ ଯୋଗଭୁଲା, ତିଳସୁମନସ ନାସାଫୁଲା,ପଦ ପଦକରେ ଯାଚି ଦେଉଥାଏ ଶକ୍ରପଦ ମଣିନଥଝୁଲା ।୨।ସନ୍ତାପ-ସରିତ ଶୁଖାଇଲୁ, କରେ ପୟୋଧର ରଖାଇଲୁ,ହେମ ପଶାସାର ପଲ୍ଲବପାଲିରେ, ପଚାରିବା ରୀତି ଶିଖାଇଲୁ ।୩।ଅଷ୍ଟଦୁର୍ଗପତି ଭାଷେ ଭୋଳେ, ଚକ୍ରବର୍ତ୍ତୀ କଲୁ ଯୁବାକାଳେ,ଦାନୀ ହୋଇ ଅଳ୍ପ ମାନୀ ହେଲୁ କାନି ପଣନ୍ତେ ପବନ ଯେତେବଳେ ।୪।
(୧୦)
ରାଗ-ତୋଡ଼ି ।-ଝୁଲାଆରେ ବିଧୁବଦନା,ଘେନିଲୁ ତ ନାହିଁ ମୋ ନିବେଦନା ।୦।ମହାବ୍ରତ ପୁଞ୍ଜ ପାଳିକାଶିରେ, ଦେଉଥିଲି ଜବା କାଳିକାଶିରେ,ପିଠି କରିବାକୁ କି ମୋ ଆଡ଼କୁ, ସମର୍ପି ଦେଇ କାମ ଚିଆଡ଼କୁ ।୧।ମାଳିଯାକ ବହୁଥାନ୍ତି ଉଦକ, ଜାଳି ଜାଗର କରି ଅଭିଷେକ,କାଳଟି ଯାକ ସେବି ଶଙ୍କରକୁ, ଚୁମ୍ୱ ଗୋଟିକୁ ଯେ ବଳିଲି ରଙ୍କୁ ।୨।ଘନକରି ପ୍ରିୟସଖୀଙ୍କି ଭିଡ଼ୁ, ସ୍ତନ କଳଶ କଠିନତା ତାଡ଼ୁନାହିଁ କିଛି ସୁଖ ମୋ ଦେହେ ବୋଲି, କାହିଁକି ଦେଉ ମୋ ପାଣିକି ପେଲି ।୩।କଳ-ବନପ୍ରିୟ-କୂଜିତ ବାଣୀ, ଖଳବଚନ ସତପରି ମଣି,ସ୍ମରଜ୍ୱରଜାତ ଯାତନା ସହି, କରଜ ମୂନେ ଚିରାଉଛୁ ମହୀ ।୪।ପୁରତେ କହୁଥାଏ ଏଣୁ ତୋର, ସୁରତେ ନ ରହେ ବିବେକ ମୋର,ଅଧରେ ବୁଡ଼ିଲେ ମୋ ଦନ୍ତ ଶେଷ, ନ ଧରିବୁ ଚିତ୍ତେ ବୋଲି ମୋ ଦୋଷ ।୫।ବସୁଦୁର୍ଗ-ସ୍ୱର୍ଗ-ଶକ୍ର ବିନୟେ, ବସୁମତୀ-ଭୂଷା ତୁଷ୍ଟ ହୃଦୟେ,ଶରୀର ତ ଏ ତୁମ୍ଭର ବୋଇଲା, ପରିରମ୍ଭ କରି ନୂଆ ଛଇଳା ।୬।
(୧୧)
ରାଗ-ତୋଡ଼ି ପରଜ, ଏକତାଳିଆରେ ମୋ ବନ୍ଧୁ ମହୀକି ଚାହୁଁ କାହିଁକି ?ସରସ ହୃଦୟା ମୋ ଠାରେ ସୁଦୟା ପୂରୁବ ପରି ନାହିଁ କି ? ॥ପଦ ॥
ମୋ ରଦ ଲାଞ୍ଚନ ନ ଥିବାର ପାନ ମଣୋହି ନ କରୁ କେବେପରମ ଦୟାଳୁ ବିନା ଅପରାଧେ ଚରମ କରୁ ତୁ ଏବେ ।୧।ତ୍ରିଦିନ ବିରହେ ଅବରୋଧ ଗୃହେ ଭିତ୍ତିରେ ଲେଖି ମୋ ମୁଖସ୍ନେହ ଅବଲମ୍ୱଶେ ତହିଁ ଚୁମ୍ବ ଦେଇ ହରୁ ପରା ଦୁଃଖ ।୨।ସୁବେଶ ପଗଡ଼ି ଝରା ମାତ୍ର ଛାଡ଼ି କରେ ଧରି ତାକୁ ଆସୁମୁଁ ମୋ କରେ ଶିରେ ଦେବା ଲାଳସରେ ନଦରେ ବୋଲି ତ ହସୁ ।୩।ମଙ୍ଗଳାଙ୍କ ଓଷା ମୋହପାଇଁ ଯୋଷାମଣି ତୁ କରିବା ଦିନକଉତୁକେ ଥରେ ଦୂକୁଳ ଉପରେ ଛୁଇଁଦେଲି ସିନା ସ୍ତନ ।୪।ପଛୁଁ ଯେଉଁଦିନ ଲୁଚି ମୁଁ ବିଧାନ ରଚୁ ପଡ଼ିଲୁ ତହିଁକିକ୍ଷମା ଛାଡ଼ି ରୋଷେ ଶ୍ରବଣାବନ୍ତ ସେ ପ୍ରହାରିଛୁ ତୁ ତହିଁକି ।୫।ସଉଧ ପଞ୍ଜର ପାଖେ ବସି ତୋର ମୁଖଚନ୍ଦ୍ରେ ରଖି ଆଖିପକ୍ୱ ବିମ୍ୱାଧରେ ଚୁମ୍ୱିଦେଲା ବେଳେ ଦେଖିଲା ସିନା ତୋ ସଖୀ ।୬।ନିଧୁବନେ ତେଡ଼େ ନିବିଡ଼େ ନ ଭିଡ଼େ ଲଭିଲା ଭଳି ବ୍ୟଥାକୁଅଷ୍ଟଦୁର୍ଗପତି ବୋଲେ ଅତି ଭୀତି ଜନ୍ମଇ ଏହି କଥାକୁ ।୭।
(୧୨)
(ରାଗ-ସାବେରି)ଆରେ ମୃଦୁଅଙ୍ଗି ରେଲାବଣ୍ୟ ତରଙ୍ଗି, ରତି ରସ ରଙ୍ଗିରେ ।୦।ଗୋରି, ତୋହରି ପରି ନ ଥିବ ସୁନ୍ଦରୀ;ଧନ, ମନ ତୋଷୁ ମୋ’ର, କରି କେତେ ଭଙ୍ଗିରେ ! ।୧।‘ଗଭା’ କରୁଁ ବହି ଶୋଭା ଧରେ ମହୀ;ସଂକୋଚିତ ତୋ’ନେତ୍ରକୁ ଦେଖିଲେ ‘କୁରଙ୍ଗୀ’ରେ ! ।୨।ମୋତିଜିତ ଦନ୍ତି । ଦନ୍ତୀରାଜ ପତି,‘ସ୍ମର’ ତୋ’ର ଭୂରୁ ଚାହିଁ ‘ଧନୁ’ ଦେବ ଭାଙ୍ଗିରେ ! ।୩।ଶୁଣିଲେ ତୋ’ ବାଣୀ, ତାହା ଗୁଣି ଗୁଣି‘ଶାରଦା’ ଶ୍ରୀ ପାଣି-ବିପଞ୍ଜୀକି ଦେବେ ଫିଙ୍ଗିରେ ! ।୪।ଛୋଟରାୟ ଭାଷେ- ‘‘କି ସୁକୃତ ବଶେହୋଇଲି ଛଇଳା ଶିରୋମଣି, ତୋ’ର ସଙ୍ଗୀରେ ?’’
(୧୩)
ରାଗ-ବିହାଗ ।-ଝୁଲାଆରେ ମୋ ହୃଦହାରା,କିପାଁ ବହେ ନେତ୍ରୁ ନୀରଧାରା ରେ ।ପଦ ।ଶୋଇଅଛୁ କିପାଁ ଧରାରେ ରାମା,ପଙ୍କଜାକ୍ଷି ହେଜ ମୋ ଅଙ୍କ ତୋ ନିଜ—ବିଜୟ-ପଲଙ୍କ ପରା ରେ ।୧।ଥିଲେ ହେଲେ ମୋର ହରା ରେ ରାମା,ତୁ ଅଟୁ ତ କ୍ଷମାଜଳନିଧି ବାମା—ରାଜିଙ୍କ ମସ୍ତକ ହୀରା ରେ ।୨।ଘେନ ପୀନ ପୟୋଧରା ରେ ରାମା,ବନ୍ଧୁ ତୋ ମୂରତି ସୁଷମା ସଂପତ୍ତିମୋ ମନ ନୟନକାରା ରେ ।୩।ନବପଲ୍ଲବ ଅଧରା ରେ ରାମା,ଗୁମାନ ନ ଧର ଧରଣୀର ଶିର—ମଣ୍ଡନା ଝମକଝରା ରେ ।୪।କ୍ଷିତିରେ କରଜ ଗିରା ରେ ରାମା,ନ କର ରେ ଜୀବବନ୍ଧୁ ଅଭିନବ—ପଲ୍ଲବ ସୁନ୍ଦରାଧରା ରେ ।୫।ଘେନ ମୋ ଶ୍ରୀହସ୍ତଧରା ରେ ରାମା,ଜଗଦ୍ଦେବଙ୍କୁ ତୋ ବନ୍ଧୁକଅଧରମଧୁରସ ପାନ କରା ରେ ।୬।
(୧୪)
ରାଗ-ପୁରବୀ-ଏକତାଳି(କାମଦୁହା ବୃତ୍ତେ)ଆରେ ରସସିନ୍ଧୁ !ନାହିଁ ନାହିଁ କିପାଁ କରୁ ପ୍ରାଣବନ୍ଧୁ ରେ ।ପଦ ।ରାଜୀବର ଆରେ ସୁ-ରମଣି,ରାଜୀବର-ମୁଖୀ ମୋର ବାଣୀବାଜିଯାଉ ଥରେ କଟିର କିଙ୍କିଣୀ,ଭାଜିଯାଉ କାମଦର୍ପ ଶୁଣି ରେ ।୧।ମିଶିଯା’ ମୋ କୋଳେ କିପାଁ ଲାଜ,ତୋଷିଯା’ ମୋତେ ନାଗରୀରାଜ,ରସିକା, ମଦନ ରସେ ମୋର ସଙ୍ଗେ,ରହିଯା ଗୋ ମରଜି କି ଆଜ ରେ ।୨।ଫୁଲାଇ ନାସାକୁ ହୋଇ ତୋଷ,ଗେଲାଇ ପଦେ ବଚନ ଭାଷ,ଝୁଲିଯାଉ ଥରେ ଅପଘନ ତୋର,ଭୁଲି ତୁ ଦେଖିବୁ ମୋ ମାନସ ରେ ।୩।ବାସ ପ୍ରତି ଅଙ୍ଗୁ ଖସିଯାଉ,ଦୁଇ କଳେବର ମିଶିଯାଉ,ଝଲକି ଅଧରୁ ହାସ ଦିଶିଯାଉ,ନିମିଷ ପରିରେ ନିଶି ଯାଉ ରେ ।୪।କରଜାଗ୍ର ବାଜିକରି ଯାଉ,ଜଘନାଦି ଅଙ୍ଗ ଥରିଯାଉ,ଥିବା ମନୋରଥ ମୋର ପୂରିଯାଉ,ମଦନ ଭଣ୍ଡାରୁ ସରିଯାଉ ରେ ।୫।ଭାଷେ ଅଷ୍ଟଦୁର୍ଗ ମହୀପାଳ,ରସେ କର ମର୍ଜି ଅତି ଭୋଳ,ନାଚିଯାଉ ଥରେ ନାସା ନୀଳମଣି,ପାଚିଯାଉ ସର୍ବ ଲତା ଫଳ ରେ ।୬।
ସମ୍ବନ୍ଧିତ ରଚନା
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ